John 20

ଯୋହନ ୨୦ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସମାଧି

ଯୀଶୁ ଯେଉଁ ସମାଧିରେ କବରପ୍ରାପ୍ତ ହୋଇଥିଲେ (ଯୋହନ ୨୦:୧), ତାହା ଏପ୍ରକାର ସମାଧି ଥିଲା, ଯେଉଁଠି ସମ୍ଭ୍ରାନ୍ତ ଯିହୂଦୀ ପରିବାରସମୁହ ସେମାନଙ୍କ ମୃତ ଲୋକମାନଙ୍କୁ କବର ଦେଉଥିଲେ I ଏହା ଏକ ବୃହତ୍ ପଥରକୁ ଖୋଳାଯାଇ ନିର୍ମାଣ କରାଯାଇଥିବା ଏକ ବାସ୍ତବ କୋଠାରୀ ଥିଲା I ଏହାର ଗୋଟିଏ ପାଖ ସମତଳ ସ୍ଥାନ ଥିଲା, ଯେଉଁଥିରେ ମୃତ ଶରୀରକୁ ତୈଳ ଓ ସୁଗନ୍ଧିଦ୍ରବ୍ୟ ଲଗାଇ ବସ୍ତ୍ରରେ ଗୁଡାଇ ରଖା ଯାଉଥିଲା I ତତ୍ପରେ ସେମାନେ ଏକ ବୃହତ୍ ପଥରକୁ ଗଡାଇ ସମାଧି ଦ୍ବାର ସମ୍ମୁଖରେ ରଖି ଦେଉଥିଲେ, ଯେପରି ଅନ୍ୟ କେହି ଭିତରକୁ ଦେଖି ପାରିବନାହିଁ କି ପ୍ରବେଶ କରି ପାରିବନାହିଁ I

“ପବିତ୍ର ଆତ୍ମାଙ୍କୁ ଗ୍ରହଣ କର”

ଯଦି ତୁମର ଭାଷା “ପ୍ରଶ୍ବାସ” ଓ “ଆତ୍ମା” ନିମନ୍ତେ ସମାନ ଶବ୍ଦ ବ୍ୟବହାର କରେ, ଏଥିନିମନ୍ତେ ନିଶ୍ଚିତ ହୁଅ ଯେ ପ୍ରଶ୍ବାସ ଛାଡି ଯୀଶୁ ଏକ ସାଙ୍କେତିକ କାର୍ଯ୍ୟ କରୁଛନ୍ତି ଓ ତଦ୍ଦ୍ବାରା ଶିଷ୍ୟମାନେ ଯୀଶୁଙ୍କ ପ୍ରଶ୍ବାସ ନୁହେଁ, ମାତ୍ର ପବିତ୍ର ଆତ୍ମା ଗ୍ରହଣ କରୁଛନ୍ତି I (ଦେଖ: /WA-Catalog/or_tm?section=translate#translate-symaction/WA-Catalog/or_tw?section=kt#holyspirit)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ରାବ୍ବୂନୀ

ଯୋହନ ଶବ୍ଦର ଧ୍ବନିକୁ ବୁଝାଇବା ନିମନ୍ତେ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଓ ତତ୍ପରେ ସେ ବୁଝାଇ ଥିଲେ ଯେ ଏହାର ଅର୍ଥ “ଗୁରୁ I” ତୁମେ ତୁମର ଭାଷା ବ୍ୟବହାର କରି ସେପରି କରିବା ଉଚିତ I

ଯୀଶୁଙ୍କ ପୁନରୁତ୍ଥିତ ଶରୀର

ସେ ପୁନର୍ବାର ଜୀବିତ ହେଲାପରେ ତାହାଙ୍କ ଶରୀର କି ପ୍ରକାର ଥିଲା, କେହି ନିଶ୍ଚିତରୂପେ ଜାଣନ୍ତି ନାହିଁ I ତାହାଙ୍କ ଶିଷ୍ୟମାନେ ଜାଣିଥିଲେ ଯେ ଏହା ଯୀଶୁ ଥିଲେ, କାରଣ ସେମାନେ ତାହାଙ୍କ ମୁଖକୁ ଦେଖି ପାରୁଥିଲେ ଓ ସୈନ୍ୟମାନେ ତାହାଙ୍କ ହାତରେ ଓ ପାଦରେ କଣ୍ଟାବିଦ୍ଧ କରିଥିବା ସ୍ଥାନକୁ ଛୁଇଁ ପାରୁଥିଲେ, କିନ୍ତୁ ସେ ଦୃଢ଼ କାନ୍ଥ ଓ ଦ୍ବାର ମଧ୍ୟଦେଇ ଯାଇ ପାରୁଥିଲେ I ULT ଯାହା କହେ, ତା’ଠାରୁ ଅଧିକ କହିବାକୁ ଚେଷ୍ଟା ନକରିବା ସବୁଠାରୁ ଉତ୍ତମ ହେବ I

ଶୁକ୍ଲବସ୍ତ୍ର ପରିହିତ ଦୁଇଜଣ ଦୂତ

ମାଥିଉ, ମାର୍କ, ଲୂକ ଓ ଯୋହନ ସମସ୍ତେ ଯୀଶୁଙ୍କ ସମାଧି ସ୍ଥାନରେ ସ୍ତ୍ରୀଲୋକ ମାନଙ୍କୁ ଦର୍ଶନ ଦେଇଥିବା ଶୁକ୍ଲବସ୍ତ୍ର ପରିହିତ ଦୂତମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ମନୁଷ୍ୟ ଆକାରରେ କହିଛନ୍ତି, କିନ୍ତୁ ତାହା ଏଇଥିପାଇଁ କାରଣ ଦୂତମାନେ ମନୁଷ୍ୟ ରୂପରେ ଥିଲେ I ଦୁଇଜଣ ଲେଖକ ଦୁଇଜଣ ଦୂତଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ଅନ୍ୟ ଦୁଇଜଣ ଲେଖକ କେବଳ ଜଣକ ବିଷୟରେ ଉଲ୍ଲେଖ କରନ୍ତି I ସମସ୍ତ ସୁସମାଚାରରେ ଅବିକଲ ଭାବରେ ସମାନ ବିଷୟ କୁହାଯାଇଥିବା କହିବାକୁ ଚେଷ୍ଟା ନକରି ULTରେ ଯେପରି ଲେଖାଅଛି, ସେପରି ପ୍ରତ୍ୟେକ ଅନୁଚ୍ଛେଦକୁ ଅନୁବାଦ କରିବା ସବୁଠାରୁ ଉତ୍ତମ ହେବ I (ଦେଖ: Matthew 28:1-2Mark 16:5Luke 24:4John 20:12)

John 20:1

General Information:

ଯୀଶୁ ସମାଧିପ୍ରାପ୍ତ ହେଲାପରେ ଏହା ତୃତୀୟ ଦିନ I

first day of the week

ରବିବାର

she saw the stone rolled away

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଦେଖିଲା ଯେ କେହି ଜଣେ ପଥରଟି ଗଡାଇ ଦେଇଛି” (ଦେଖ: /WA-Catalog/or_tm?section=translate#figs-activepassive)

John 20:2

disciple whom Jesus loved

ଏହି ସମଗ୍ର ପୁସ୍ତକରେ ଯୋହନ ଆପଣାକୁ ବୁଝାଇବା ନିମନ୍ତେ ଯେଉଁ ଶୈଳୀ ବ୍ୟବହାର କରିଛନ୍ତି, ତାହା ଏହି ବାକ୍ୟାଂଶ ଦର୍ଶାଉଛି I ଏଠାରେ “ପ୍ରେମ” ଶବ୍ଦ ଭ୍ରାତୃପ୍ରେମ ବା ବନ୍ଧୁପ୍ରତି ପ୍ରେମ ଅବା ପରିବାରର କୌଣସି ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I

They took away the Lord out from the tomb

ମଗ୍ଦଲୀନୀ ମରିୟମ ଭାବନ୍ତି ଯେ ପ୍ରଭୁଙ୍କର ଶରୀରକୁ କେହି ଚୋରି କରି ନେଇଯାଇଛି I ଅନ୍ୟ ଏକ ଅନୁବାଦରେ: “ସମାଧିରୁ କେହିଜଣେ ପ୍ରଭୁଙ୍କ ଶରୀରକୁ ନେଇ ଯାଇଛି” (ଦେଖ: /WA-Catalog/or_tm?section=translate#figs-explicit)

John 20:3

the other disciple

ଯୋହନ ନିଜର ନାମକୁ ଉଲ୍ଲେଖ ନକରି ଆପଣାକୁ “ଅନ୍ୟ ଶିଷ୍ୟ” ସ୍ବରୁପ ପରିଚୟ ଦେଇ ସ୍ପଷ୍ଟ ଭାବରେ ଆପଣାର ନମ୍ରତାକୁ ପ୍ରକାଶ କରୁଛନ୍ତି I

went out

ଯୋହନ ସୂଚାଉଛନ୍ତି ଯେ ଏହି ଶିଷ୍ୟମାନେ ସମାଧିକୁ ଯାଉଥିଲେ I ଅନ୍ୟ ଏକ ଅନୁବାଦରେ: “ସମାଧି ନିକଟକୁ ଦୌଡିଗଲେ” (ଦେଖ: /WA-Catalog/or_tm?section=translate#figs-explicit)

John 20:5

linen cloths

ଏଗୁଡିକ ସମାଧି ବସ୍ତ୍ର ଥିଲା, ଯାହା ଲୋକମାନେ ଯୀଶୁଙ୍କ ଶରୀରରେ ଗୁଡାଇଥିଲେ I

John 20:6

linen cloths

ଏଗୁଡିକ ସମାଧି ବସ୍ତ୍ର ଥିଲା, ଯାହା ଲୋକମାନେ ଯୀଶୁଙ୍କ ଶରୀରରେ ଗୁଡାଇ ଥିଲେ I ଦେଖ ତୁମେ ଏହାକୁ କିପରି ଯୋହନ ୨୦:୫ରେ ଅନୁବାଦ କରିଅଛ I

John 20:7

cloth that had been on his head

ଏଠାରେ “ତାହାଙ୍କ ମସ୍ତକ” ଯୀଶୁଙ୍କ ମସ୍ତକକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବସ୍ତ୍ର, ଯାହା ଯୀଶୁଙ୍କ ମୁଖକୁ ଘୋଡାଇବା ନିମନ୍ତେ କେହିଜଣେ ବ୍ୟବହାର କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

but was folded up in a place by itself

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେହିଜଣେ ଏହାକୁ ସରୁ ଲୁଗା ସହିତ ନରଖି ଅଲଗା ଗୁଡାଇ ରଖିଥିଲେ, (ଦେଖ: /WA-Catalog/or_tm?section=translate#figs-activepassive)

John 20:8

the other disciple

ଯୋହନ ନିଜର ନାମକୁ ଉଲ୍ଲେଖ ନକରି ଆପଣାକୁ “ଅନ୍ୟ ଶିଷ୍ୟ” ସଦୃଶ ପରିଚୟ ଦେଇ ସ୍ପଷ୍ଟ ଭାବରେ ଆପଣାର ନମ୍ରତାକୁ ପ୍ରକାଶ କରୁଛନ୍ତି I

he saw and believed

ଯେତେବେଳେ ସେ ଦେଖିଲେ ଯେ ସମାଧି ଶୂନ୍ୟ ଥିଲା, ସେ ବିଶ୍ବାସ କଲେ ଯେ ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଏହିସବୁ ବିଷୟ ଦେଖି ବିଶ୍ବାସ କରିବାକୁ ଆରମ୍ଭ କଲେ ଯେ ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

John 20:9

they still did not know the scripture

ଏଠାରେ “ସେମାନେ” ଶବ୍ଦ ଶିଷ୍ୟମାନଙ୍କୁ ବୁଝାଏ, ଯେଉଁ ଶିଷ୍ୟମାନେ ଶାସ୍ତ୍ର ବୁଝି ନଥିଲେ ଯେ ଯୀଶୁ ପୁନର୍ବାର ଉଠିବେ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ସେପର୍ଯ୍ୟନ୍ତ ସୁଦ୍ଧା ଶାସ୍ତ୍ରକୁ ବୁଝି ନଥିଲେ”(ଦେଖ: /WA-Catalog/or_tm?section=translate#figs-explicit)

rise

ପୁନର୍ବାର ଜୀବିତ ହେବେ

from the dead

ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଭାବ ବର୍ଣ୍ଣନା କରେ ଯେ ମୃତ ଲୋକମାନେ ସମସ୍ତେ ଏକତ୍ର ଭୂଗର୍ଭରେ ଅଛନ୍ତି I

John 20:10

went back home again

ଶିଷ୍ୟମାନେ ଯିରୂଶାଲମରେ ରହିବାକୁ ଲାଗିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ରହୁଥିବା ସ୍ଥାନକୁ ଫେରିଗଲେ” (ଦେଖ: /WA-Catalog/or_tm?section=translate#figs-explicit)

John 20:12

She saw two angels in white

ଦୂତମାନେ ଶୁକ୍ଲବସ୍ତ୍ର ପରିଧାନ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ସେ ଶୁକ୍ଲବସ୍ତ୍ର ପରିହିତ ଦୁଇଜଣ ଦୂତଙ୍କୁ ଦେଖିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 20:13

They said to her

ସେମାନେ ତାହାଙ୍କୁ ପଚାରିଲେ

Because they took away my Lord

କାରଣ ସେମାନେ ମୋହର ପ୍ରଭୁଙ୍କ ଶରୀରକୁ ନେଇ ଯାଇଛନ୍ତି

I do not know where they have put him

ମୁଁ ଜାଣେ ନାହିଁ ସେମାନେ ତାହାଙ୍କୁ କେଉଁ ସ୍ଥାନରେ ରଖିଛନ୍ତି

John 20:15

Jesus said to her

ଯୀଶୁ ତାହାଙ୍କୁ ପଚାରିଲେ

Sir, if you have taken him away

ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆପଣ ଯଦି ଯୀଶୁଙ୍କ ଶରୀର ନେଇ ଯାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

tell me where you have put him

ମୋତେ କହନ୍ତୁ ଆପଣ ତାହାଙ୍କୁ କେଉଁ ସ୍ଥାନରେ ରଖିଛନ୍ତି

I will take him away

ମଗ୍ଦଲୀନୀ ମରିୟମ ଯୀଶୁଙ୍କ ଶରୀର ପାଇବାକୁ ଓ ପୁନର୍ବାର ସମାଧି ଦେବାକୁ ଚାହୁଁଛି I ଅନ୍ୟ ଏକ ଅନୁବାଦରେ: “ମୁଁ ଶରୀରକୁ ନେଇ ପୁନର୍ବାର ତାହାକୁ ସମାଧି ଦେବି” (ଦେଖ: /WA-Catalog/or_tm?section=translate#figs-explicit)

John 20:16

Rabboni

“ରାବ୍ବୁନୀ”ର ଅର୍ଥ ଆରାମିକ୍ ଭାଷାରେ ରାବ୍ବୀ କିମ୍ବା ଗୁରୁ; ସେହି ଆରାମିକ୍ ଭାଷାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଥାବାର୍ତ୍ତା କରୁଥିଲେ I

John 20:17

brothers

ଯୀଶୁ “ଭାଇମାନେ” ଶବ୍ଦଟ ଶିଷ୍ୟମାନଙ୍କୁ ବୁଝାଇବା ନିମନ୍ତେ ବ୍ୟବହାର କରିଥିଲେ I

I will go up to my Father and your Father, and my God and your God

ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଲେ ଓ ତତ୍ପରେ ଭାବବାଣୀ କହିଲେ ଯେ ସେ ସ୍ବର୍ଗକୁ ଅରୋହଣ କରି ପିତା, ଅର୍ଥାତ୍ ଈଶ୍ବରଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ପିତା ଓ ତୁମ୍ଭମାନଙ୍କ ପିତା, ଅର୍ଥାତ୍ ଯେ କି ମୋହର ଈଶ୍ବର ଓ ତୁମ୍ଭମାନଙ୍କ ଈଶ୍ବର, ତାହାଙ୍କ ସହିତ ରହିବା ନିମନ୍ତେ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ଉଦ୍ୟତ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

my Father and your Father

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଏବଂ ବିଶ୍ବାସୀମାନଙ୍କ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 20:18

Mary Magdalene came and told the disciples

ମଗ୍ଦଲୀନୀ ମରିୟମ ଶିଷ୍ୟମାନେ ରହୁଥିବା ସ୍ଥାନକୁ ଯାଇ ସେ ଯାହା ଦେଖିଥିଲେ ଓ ଶୁଣିଥିଲେ, ତାହା ସେମାନଙ୍କୁ କହିଲେ I ଅନ୍ୟ ଏକ ଅନୁବାଦରେ: “ମଗ୍ଦଲୀନୀ ମରିୟମ ଶିଷ୍ୟମାନେ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 20:19

General Information:

ବର୍ତ୍ତମାନ ଏହା ସନ୍ଧ୍ୟା ସମୟ ଓ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଉଛନ୍ତି I

that day, the first day of the week

ଏହା ରବିବାରକୁ ବୁଝାଏ I

the doors of where the disciples were, were closed

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶିଷ୍ୟମାନେ ଯେଉଁଠାରେ ଦ୍ବାର ବନ୍ଦକରି ରହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

for fear of the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯିହୂଦୀ ନେତାମାନଙ୍କୁ ବୁଝାଏ, ଯେଉଁମାନେ ହୁଏତ ଶିଷ୍ୟମାନଙ୍କୁ ବାନ୍ଧି ପାରନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ସେମାନେ ଭୟଭୀତ ଥିଲେ ଯେ କାଳେ ଯିହୂଦୀ ନେତାମାନେ ସେମାନଙ୍କୁ ବାନ୍ଧି ପକାଇବେ” (ଦେଖ: /WA-Catalog/or_tm?section=translate#figs-explicit)

Peace to you

ଏହା ଏକ ସାଧାରଣ ଅଭିବାଦନ ଅଟେ ଯାହାର ଅର୍ଥ “ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ”

John 20:20

he showed them his hands and his side

ଯୀଶୁ ଶିଷ୍ୟମାନଙ୍କୁ ଆପଣାର କ୍ଷତ ଚିହ୍ନ ଦେଖାଇଲେ I ଅନ୍ୟ ଏକ ଅନୁବାଦରେ: “ସେ ସେମାନଙ୍କୁ ଆପଣା ହସ୍ତ ଓ ବକ୍ଷ ଦେଶର କ୍ଷତସବୁ ଦେଖାଇଲେ” (ଦେଖ: /WA-Catalog/or_tm?section=translate#figs-explicit)

John 20:21

Peace to you

ଏହା ଏକ ସାଧାରଣ ଅଭିବାଦନ ଅଟେ ଯାହାର ଅର୍ଥ “ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 20:23

they are forgiven

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ କ୍ଷମା ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

whoever's sins you keep back

ଯଦି ତୁମ୍ଭେମାନେ ଅନ୍ୟର ପାପସବୁକୁ କ୍ଷମା କରିବ ନାହିଁ

they are kept back

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ କ୍ଷମା କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

John 20:24

Didymus

ଏହା ଏକ ପୁରୁଷର ନାମ, ଯାହାର ଅର୍ଥ “ଯମଜ I” ଦେଖ ତୁମେ ଏହି ନାମକୁ କିପରି ଯୋହନ ୧୧:୧୫ ରେ ଅନୁବାଦ କରିଅଛ I (ଦେଖ: /WA-Catalog/or_tm?section=translate#translate-names)

John 20:25

disciples later said to him

“ତାହାଙ୍କୁ” ଶବ୍ଦ ଥୋମାଙ୍କୁ ବୁଝାଏ I

Unless I see ... his side, I will not believe

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ଏକ ସକାରାତ୍ମକ ବିଷୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ତାହାଙ୍କ କକ୍ଷ ଦେଶ ... ଦେଖିବି, ତେବେଯାଇ ବିଶ୍ବାସ କରିବି” (ଦେଖ: /WA-Catalog/or_tm?section=translate#figs-doublenegatives)

in his hands ... into his side

“ତାହାଙ୍କ” ଶବ୍ଦ ଯୀଶୁଙ୍କୁ ବୁଝାଏ I

John 20:26

his disciples

“ତାହାଙ୍କ” ଶବ୍ଦ ଯୀଶୁଙ୍କୁ ବୁଝାଏ I

while the doors were closed

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନେ ଦ୍ବାରରୁଦ୍ଧ କରି ରଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Peace to you

ଏହା ଏକ ସାଧାରଣ ଅଭିବାଦନ ଅଟେ ଯାହାର ଅର୍ଥ “ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ”

John 20:27

Do not be unbelieving, but believe

ଯୀଶୁ ଯୁଗ୍ମ ନକାରାତ୍ମକ ବିଷୟ “ଅବିଶ୍ବାସୀ ନହୋଇ”କୁ ବ୍ୟବହାର କରି ତା’ପରେ ଆସୁଥିବା “ବିଶ୍ବାସୀ ହୁଅ” ଶବ୍ଦଗୁଡିକୁ ଗୁରୁତ୍ବ ଦେଉଛନ୍ତି I ଯଦି ତୁମର ଭାଷା ଯୁଗ୍ମ ନକାରାତ୍ମକ ବିଷୟକୁ ବ୍ୟବହାର କରେ ନାହିଁ କିମ୍ବା ପାଠକମାନେ ଯୀଶୁ ପରେ ପରେ ଆସୁଥିବା ଶବ୍ଦଗୁଡ଼ିକୁ ଗୁରୁତ୍ବ ଦେଉଥିବା ବିଷୟ ବୁଝି ପାରିବେନାହିଁ, ତେବେ ତୁମେ ଏହି ଶବ୍ଦଗୁଡିକ ଅନୁବାଦ ନକରି ଛାଡ଼ି ଦେଇପାର I ଅନ୍ୟ ଏକ ଅନୁବାଦରେ: “ଏହା ତୁମ ନିମନ୍ତେ କରିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ: ତୁମେ ନିଶ୍ଚୟ ବିଶ୍ବାସ କରିବା ଆବଶ୍ୟକ” (ଦେଖ: /WA-Catalog/or_tm?section=translate#figs-doublenegatives)

believe

ଏଠାରେ “ବିଶ୍ବାସ କରିବା”ର ଅର୍ଥ ଯୀଶୁଙ୍କଠାରେ ଭରସା କରିବା I ଅନ୍ୟ ଏକ ଅନୁବାଦରେ: “ମୋ ଉପରେ ତୁମେ ଭରସା ରଖ” (ଦେଖ: /WA-Catalog/or_tm?section=translate#figs-explicit)

John 20:29

you have believed

ଥୋମା ବିଶ୍ବାସ କରୁଛନ୍ତି ଯେ ଯୀଶୁ ଜୀବିତ ଅଟନ୍ତି, କାରଣ ସେ ତାହାଙ୍କୁ ଦେଖିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ ବିଶ୍ବାସ କରିଅଛ ଯେ ମୁଁ ଜୀବିତ ଅଟେ”(ଦେଖ: /WA-Catalog/or_tm?section=translate#figs-explicit)

Blessed are those

ଏହାର ଅର୍ଥ “ଈଶ୍ବର ସେମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରନ୍ତି”

who have not seen

ଏହାର ଅର୍ଥ ଯେଉଁମାନେ ଯୀଶୁଙ୍କୁ ଦେଖିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋତେ ଜୀବିତ ଥିବା ଦେଖି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

John 20:30

General Information:

ବିବରଣୀ ଶେଷହୋଇ ଆସୁଥିବା ସମୟରେ, ଲେଖକ ଯୀଶୁ କରିଥିବା ଅନେକ ବିଷୟ ସମ୍ବନ୍ଧରେ ଟିପ୍ପଣୀ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-endofstory)

signs

“ଚିହ୍ନ” ଶବ୍ଦ ଆଶ୍ଚର୍ଯ୍ୟକର୍ମ ସବୁକୁ ବୁଝାଏ ଯାହା ପ୍ରମାଣ କରେ ଯେ ଈଶ୍ବର ସର୍ବଶକ୍ତିମାନ୍ ଅଟନ୍ତି, ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I

signs that have not been written in this book

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲେଖକ ଏହି ପୁସ୍ତକରେ ଲେଖି ନଥିବା ଚିହ୍ନ ସବୁ ବିଷୟରେ”(ଦେଖ: /WA-Catalog/or_tm?section=translate#figs-activepassive)

John 20:31

but these have been written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଲେଖକ ଏହି ଚିହ୍ନସବୁ ବିଷୟରେ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Son of God

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

life in his name

ଏଠାରେ “ଜୀବନ” ଏକ ରୂପକ ଅଟେ ଯାହାର ଅର୍ଥ ଯୀଶୁ ଜୀବନ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ସକାଶେ ତୁମ୍ଭେମାନେ ଜୀବନ ପାଇବ”(ଦେଖ: /WA-Catalog/or_tm?section=translate#figs-metonymy)

life

ଏହା ଆତ୍ମିକ ଜୀବନକୁ ବୁଝାଏ I