Mark 16

ମାର୍କ ୧୬ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ସମାଧି

ଯେଉଁ ସମାଧିରେ ଯୀଶୁଙ୍କୁ ସମାଧି ଦେଇଥିଲେ ([ମାର୍କ ୧୫:୪୬] (../../mrk/15/46.md)) ଏପ୍ରକାର ଏକ ସମାଧି ଥିଲା ଯେଉଁଠାରେ ଧନୀ ଯିହୁଦୀମାନେ ସେମାନଙ୍କ ପରିବାରର ଲୋକମାନଙ୍କୁ ସମାଧି ଦେଉଥିଲେ I ଏହା ପ୍ରକୃତରେ ପାହାଡରେ ଖୋଳାଯାଇଥିବା କୋଠାରୀ ପରି ଥିଲା I ଏହାର ଗୋଟିଏ ପାର୍ଶ୍ବ ସମତଳ ଥିଲା ଯେଉଁଠାରେ ସେମାନେ ତୈଳ ଓ ଅନ୍ୟାନ୍ୟ ରାସାୟନିକ ପ୍ରଲେପ ଦେବା ପରେ ଗୋଟିଏ ସୁକ୍ଷ୍ମ ବସ୍ତ୍ରରେ ଗୋଡାଇ ସମାଧିସ୍ଥ କରନ୍ତି ଓ ଏହାର ସମ୍ମୁଖରେ ଗୋଟିଏ ପଥର ରଖନ୍ତି ଯେପରି ବାହାରୁ କେହି ଭିତରକୁ ଦେଖି ପାରିବେ ନାହିଁ କି ଭିତରକୁ ପ୍ରବେଶ କରି ପାରିବେ ନାହିଁ I

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

ଜଣେ ଯୁବା ଲୋକ ଶୁକ୍ଲବସ୍ତ୍ର ପରିହିତ

ମାଥିଉ, ମାର୍କ, ଲୁକ ଓ ଯୋହନ ଯୀଶୁଙ୍କ ସମାଧି ନିକଟରେ ସ୍ତ୍ରୀମାନଙ୍କ ସହିତ ଶୁକ୍ଲବସ୍ତ୍ର ପରିହିତ ଜଣେ ଦୁତଙ୍କ ବିଷୟରେ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ମନୁଷ୍ୟ କହିଲେ ଯେହେତୁ ସେମାନେ ମନୁଷ୍ୟ ରୁପରେ ଦୁତମାନେ ଥିଲେ I ଅନ୍ୟ ଦୁଇଜଣ ଲେଖକ ଦୁଇ ଦୁତ ବୋଲି କହୁଥିବା ବେଳେ ଅନ୍ୟ ଦୁଇଜଣ ସେମାନଙ୍କ ମଧ୍ୟରୁ ଗୋଟିଏ ଦୁତ ଥିଲେ ବୋଲି ମତ ଦିଅନ୍ତି I ଏହାକୁ ଅନୁବାଦ କରିବା ସମୟରେ ପ୍ରତ୍ୟକ ବାକ୍ୟାଂଶ ଯେପରି ULT ରେ ଦିଆଯାଇଛି ସେପରି ଅନୁବାଦ କରିବା ଶ୍ରେୟସ୍କର ହେବ ଯେପରି ସମସ୍ତ ଶାସ୍ତ୍ରଂଶ ସମାନ ନୁହେଁ I (ଦେଖ: ମାଥିଉ ୨୮:୧-୨, [ମାର୍କ ୧୬:୫] (../../mrk/16/05.md), [ଲୁକ ୨୪:୪] (../../luk/24/04. md) ଓ [ଯୋହନ ୨୦:୧୨] (../../jhn /20/12. md))

Mark 16:1

Connecting Statement:

ସପ୍ତାହର ପ୍ରଥମ ଦିବସରେ, ସ୍ତ୍ରୀ ଲୋକମାନେ ଅତି ପ୍ରତ୍ୟୁଷରେ ଆସିଲେ କାରଣ ସେମାନେ ଆଶା କରୁଥିଲେ ଯେ ଯୀଶୁଙ୍କ ଶରୀରକୁ ଗନ୍ଧକରେ ଅଭିଷେକ କରିବେ I ଜଣେ ଯୁବାଙ୍କୁ ଦେଖି ଯେ ଯୀଶୁ ଉଠିଛନ୍ତି କହିଲେ ସେମାନେ ଚମତ୍କୃତ ହେଲେ, ମାତ୍ର ସେମାନେ ଭୟ କଲେ ଓ କାହାକୁ କହିଲେ ନାହିଁ I

When the Sabbath day was over

ତାହା, ବିଶ୍ରାମ ବାର ପରେ, ସପ୍ତାହର ସପ୍ତମ ଦିବସ ଶେଷ ହୁଅନ୍ତେ ଓ ସପ୍ତାହର ପ୍ରଥମ ଦିବସର ଆରମ୍ଭ I

Mark 16:4

the stone had been rolled away

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପଥର ଗଡାଇ ଦେଇଛି” (ଦେଖ: /WA-Catalog/or_tm?section=translate#figs-activepassive)

Mark 16:6

He is risen!

ଦୁତ ପ୍ରାଧାନ୍ୟ ଦେଇ କହୁଛନ୍ତି ଯେ ଯୀଶୁ ମୃତ୍ୟୁରୁ ଉଠିଛନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଉଠିଅଛନ୍ତି !” କିମ୍ବା “ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଠାଇ ଅଛନ୍ତି !” କିମ୍ବା “ସେ ଆପଣାକୁ ମୃତ୍ୟୁରୁ ଉଠାଇଛନ୍ତି !” (ଦେଖ: /WA-Catalog/or_tm?section=translate#figs-activepassive)

Mark 16:9

Connecting Statement:

ଯୀଶୁ ପ୍ରଥମେ ମଗଦଲିନୀ ମରିୟମଙ୍କୁ ଦେଖା ଦେଲେ, ଯେ ଶିଷ୍ୟମାନଙ୍କୁ କହିଲେ, ତାପରେ ସେ ଅନ୍ୟ ଦୁଇଜଣକୁ ଦେଖା ଦେଲେ ଯେତେବେଳେ ସେମାନେ ଗୋଟିଏ ପଲ୍ଲୀ ଗ୍ରାମକୁ ଯାତ୍ରା କରୁଥିଲେ, ଓ ପରବର୍ତ୍ତୀ ସମୟରେ ଏଗାର ଜଣକୁ ଦେଖା ଦେଲେ I

on the first day of the week

ରବିବାର ଦିନ

Mark 16:11

They heard

ମଗଦଲିନୀ ମରିୟମ କହୁଥିବା ସେମାନେ ଶୁଣିଲେ

Mark 16:12

he appeared in a different form

“ସେମାନଙ୍କ ମଧ୍ୟରୁ ଦୁଇଜଣ” ଯୀଶୁଙ୍କୁ ଦେଖିଲେ, କିନ୍ତୁ ସେ ପୁର୍ବ ଅପେକ୍ଷା ଭିନ୍ନ ପ୍ରକାର ଦେଖାଯାଉ ଥିଲେ I

two of them

ଦୁଇଜଣଙ୍କ ଅପେକ୍ଷା “ଯେଉଁମାନେ ତାହାଙ୍କ ସହିତ ଥିଲେ” ([ମାର୍କ ୧୬:୧୦] (../16/10.md))

Mark 16:13

they did not believe them

ଅବଶିଷ୍ଟ ଶିଷ୍ୟମାନେ ବିଶ୍ଵାସ କଲେ ନାହିଁ ଯେଉଁ ଦୁଇଜଣ ପଲ୍ଲୀଗ୍ରାମକୁ ଯାଉଥିଲେ ସେମାନେ ଯେତେବେଳେ କହିଲେ I

Mark 16:14

Connecting Statement:

ଯେତେବେଳେ ଯୀଶୁ ଏଗାର ଜଣକୁ ଦେଖା ଦେଲେ, ସେ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ ଓ କହିଲେ ସମୁଦାୟ ଜଗତକୁ ଯାଇ ସୁସମାଚାର ଘୋଷଣା କର I

the eleven

ଯିହୁଦା ଚାଲିଯିବା ପରେ ଏଗାର ଜଣ ପ୍ରେରିତ ଅବଶିଷ୍ଟ ରହିଥିଲେ I

they were reclining at the table

ଏହା ଭୋଜନ କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ, ସାଧାରଣତଃ ଲୋକମାନେ ସେହି ସମୟରେ ଭୋଜନ କରନ୍ତି I ଅନ୍ୟଏକ ଅନୁବାଦରେ: ସେମାନେ ଭୋଜନ କରୁଥିବା ସମୟରେ“ (ଦେଖ: /WA-Catalog/or_tm?section=translate#figs-metonymy)

reclining

ଯୀଶୁଙ୍କ ସଂସ୍କୃତିରେ, ଯେତେବେଳେ ଲୋକମାନେ ଭୋଜନ କରିବାକୁ ଏକତ୍ର ହୁଅନ୍ତି, ସେମାନେ ସେମାନଙ୍କର ପାର୍ଶ୍ଵରେ ନଇଁ ପଡନ୍ତି, ସେମାନେ ନିଜକୁ ତକିଆ ଦ୍ବାରା ନିମ୍ନ ମେଜରୁ ଖାଦ୍ୟ ଗ୍ରହଣ କରନ୍ତି I

hardness of heart

ଯୀଶୁ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ I ଏହି ରୁଢିର ଭାଷାନ୍ତର ଏହା ବୁଝାଏ ଯେ ଶିଷ୍ୟମାନେ ଯୀଶୁଙ୍କୁ ବିଶ୍ବାସ କରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ବିଶ୍ବାସକୁ ଅଗ୍ରାହ୍ୟ କଲେ” (ଦେଖ: /WA-Catalog/or_tm?section=translate#figs-idiom)

Mark 16:15

Go into all the world

ଏଠାରେ “ସମଗ୍ର ଜଗତ” ଜଗତର ଲୋକମାନଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଲୋକମାନେ ଅଛନ୍ତି ସେହି ସବୁ ସ୍ଥାନକୁ ଯାଅ” (ଦେଖ: /WA-Catalog/or_tm?section=translate#figs-metonymy)

the entire creation

ଏହା ପ୍ରତ୍ୟକ ସ୍ଥାନର ଲୋକଙ୍କ ନିମନ୍ତେ ଅତିରଞ୍ଜିତ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ରୁପେ ପ୍ରତ୍ୟକ ଜଣ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-hyperbole)

Mark 16:16

He who believes and is baptized will be saved

“ସେ” ଶବ୍ଦ ଯେକୌଣସି ବ୍ୟକ୍ତିକୁ ବୁଝାଏ I ଏହି ବାକ୍ୟକୁ କର୍ତ୍ତୁବାଚ୍ୟରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ବିଶ୍ବାସ କରିବ ଈଶ୍ବର ପରିତ୍ରାଣ ଦେବେ ଓ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ତୁମକୁ ଅନୁମତି ଦେବେ“ (ଦେଖ: /WA-Catalog/or_tm?section=translate#figs-activepassive)

he who does not believe will be condemned

“ସେ” ଶବ୍ଦ ଯେକୌଣସି ବ୍ୟକ୍ତିକୁ ବୁଝାଏ I ଏହି ଭାଗକୁ କର୍ତ୍ତୁବାଚ୍ୟରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସ କରିବେ ନାହିଁ ଈଶ୍ଵର ସେମାନଙ୍କୁ ଦୋଷୀ କରିବେ“ (ଦେଖ: /WA-Catalog/or_tm?section=translate#figs-activepassive)

Mark 16:17

These signs will go with those who believe

ମାର୍କ ବିଶ୍ବାସୀମାନଙ୍କ ଦ୍ବାରା ଏହିସବୁ ଆଶ୍ଚର୍ଯ୍ୟକର୍ମ ଗୁଡିକ ହେବା ପ୍ରକାଶ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନେ ବିଶ୍ବାସ କରୁଛନ୍ତି ସେମାନେ ଏହିସବୁ ଘଟଣା ଘଟିବାର ଦେଖିବେ ଓ ଜାଣିବେ ଯେ ମୁଁ ବିଶ୍ବାସୀମାନଙ୍କ ସହିତ ଅଛି” (ଦେଖ: /WA-Catalog/or_tm?section=translate#figs-personification)

In my name they

ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଗୋଟିଏ ସାଧାରଣ ତାଲିକା ଦେଉଛନ୍ତି: “ମୋ ନାମରେ ସେମାନେ ଏହପରି କାର୍ଯ୍ୟଗୁଡିକ କରିବେ: ସେମାନେ” କିମ୍ବା ୨) ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ତାଲିକା ଦେଉଛନ୍ତି: “ସେହି ବିଷୟଗୁଡିକ ସେମାନେ ମୋ ନାମରେ କରିବେ: ସେମାନେ I”

In my name

ଏଠାରେ “ନାମ” ଯୀଶୁଙ୍କ ଅଧିକାର ଓ ପରାକ୍ରମକୁ ବୁଝାଏ I ଦେଖ କିପରି “ତୁମ୍ଭମାନଙ୍କ ନାମ” [ମାର୍କ ୯:୩୮] (../09/38.md)ରେ ଅନୁବାଦ ହୋଇଅଛି I ଅନ୍ୟଏକ ଅନୁବାଦରେ: “ମୋ ନାମର ଅଧିକାର ଦ୍ବାରା” କିମ୍ବା “ମୋ ନାମର ପରାକ୍ରମରେ” (ଦେଖ: /WA-Catalog/or_tm?section=translate#figs-metonymy)

Mark 16:19

he was taken up into heaven and sat

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହିପରି ଈଶ୍ବର ସ୍ବର୍ଗକୁ ନେଲେ ଓ ସେ ବସିଲେ” (ଦେଖ:/WA-Catalog/or_tm?section=translate#figs-activepassive)

sat down at the right hand of God

“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହେବା ଓ ଈଶ୍ବରଙ୍କଠାରୁ ମହା ପରାକ୍ରମ ଓ ଅଧିକାର ପ୍ରାପ୍ତ କରିବା ଏକ ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ମହିମାରେ ଉପବେଶନ କରିବା“ (ଦେଖ: /WA-Catalog/or_tm?section=translate#translate-symaction)

Mark 16:20

confirmed the word

ଏହି ରୁଢିର ଅର୍ଥ ସେମାନେ ପ୍ରମାଣିତ କଲେ ଯେ ସେମାନଙ୍କ ବାକ୍ୟ ସତ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ଦେଖାଇଲେ ଯେ ତାହାଙ୍କ ବାକ୍ୟ, ଯାହା ସେମାନେ କହୁଥିଲେ, ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-idiom)