John 11

ଯୋହନ ୧୧ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟ ହେବାକୁ ସକ୍ଷମ କରାଏ I (ଦେଖ: /WA-Catalog/or_tw?section=kt#righteous)

ନିସ୍ତାରପର୍ବ

ଯୀଶୁ ଲାଜାରକୁ ପୁନର୍ବାର ଜୀବିତ କଲା ପରେ, ଯିହୂଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ପ୍ରବଳ ଚେଷ୍ଟା କରୁଥିଲେ, ତେଣୁ ସେ ଗୋପନରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବାକୁ ଲାଗିଲେ I ବର୍ତ୍ତମାନ ଫାରୂଶୀମାନେ ଜାଣିଲେ ଯେ ସେ ସମ୍ଭବତଃ ନିସ୍ତାର ପର୍ବର ସମୟରେ ଯିରୂଶାଲମକୁ ଆସିବେ, କାରଣ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କରିବା ନିମନ୍ତେ ଈଶ୍ବର ସମସ୍ତ ଯିହୂଦୀ ପୁରୁଷ ମାନଙ୍କୁ ଆଜ୍ଞା ଦେଇଥିଲେ; ତେଣୁ ସେମାନେ ସେହି ସମୟରେ ତାହାଙ୍କୁ ଧରି ବଧ କରିବାକୁ ଯୋଜନା କଲେ I (ଦେଖ: /WA-Catalog/or_tw?section=kt#passover)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

“ଲୋକମାନଙ୍କ ନିମନ୍ତେ ଜଣେ ମନୁଷ୍ୟ ମୃତ୍ୟୁଭୋଗ କରନ୍ତି”

ମୋଶାଙ୍କ ବ୍ୟବସ୍ଥା ଯାଜକମାନଙ୍କୁ ପଶୁ ବଧ କରିବା ନିମନ୍ତେ ଆଜ୍ଞା କରିଥିଲା ଯେପରି ଈଶ୍ବର ଲୋକମାନଙ୍କ ପାପ କ୍ଷମା କରିବେ I ମହାଯାଜକ କୟାଫା କହିଥିଲେ, “ତୁମ୍ଭମାନଙ୍କ ନିମନ୍ତେ ସମଗ୍ର ଦେଶ ବିନଷ୍ଟ ହେବା ଅପେକ୍ଷା ଲୋକମାନଙ୍କ ନିମନ୍ତେ ଜଣେ ବ୍ୟକ୍ତି ମୃତ୍ୟୁଭୋଗ କରିବା ଅଧିକ ଉତ୍ତମ ଅଟେ” (ଯୋହନ ୧୦:୫୦) I ସେ ଏହା କହିଥିଲେ, କାରଣ ସେ ତାହାଙ୍କ “ସ୍ଥାନ” ଓ “ଦେଶ” (ଯୋହନ ୧୦:୪୮) ଅପେକ୍ଷା ଲାଜାରଙ୍କୁ ପୁନର୍ବାର ଜୀବିତ କରି ଉଠାଇ ଥିବା ଈଶ୍ବରଙ୍କଠାରୁ ଅଧିକ ପ୍ରେମ କରୁଥିଲେ I ସେ ଯୀଶୁଙ୍କ ମୃତ୍ୟୁଭୋଗ ଚାହୁଁଥିଲେ, ଯେପରି ରୋମୀୟମାନେ ମନ୍ଦିରକୁ ଓ ଯିରୂଶାଲମକୁ ବିନାଶ କରିବେ ନାହି, କିନ୍ତୁ ଈଶ୍ବର ଯୀଶୁଙ୍କ ମୃତ୍ୟୁଭୋଗ ଚାହୁଁଥିଲେ, ଯେପରି ସେ ଲୋକମାନଙ୍କ ସମସ୍ତ ପାପ କ୍ଷମା କରିବେ I

ପରିକଳ୍ପପିତ ପରିସ୍ଥିତି

ଯେତେବେଳେ ମାର୍ଥା କହିଲେ, “ଯଦି ଆପଣ ଏଠାରେ ରହି ଥାନ୍ତେ, ମୋହର ଭାଇ ମରି ନଥାନ୍ତା,” ସେ ଏପ୍ରକାର ଏକ ପରିସ୍ଥିତି ବିଷୟରେ କହୁଛି, ଯାହା ହୁଏତ ହୋଇ ପାରିଥାନ୍ତା, କିନ୍ତୁ ହୋଇ ପାରିଲାନାହିଁ I ଯୀଶୁ ଆସି ନଥିଲେ, ଓ ତାହାଙ୍କ ଭାଇ ମରି ଯାଇଥିଲେ I

John 11:1

General Information:

ଏହି ପଦଗୁଡିକ ଲାଜାରଙ୍କ ଘଟଣାର ପରିଚୟ ଓ ତାହାଙ୍କ ଏବଂ ତାହାଙ୍କ ଭଉଣୀ ମରିୟମଙ୍କ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-participants/WA-Catalog/or_tm?section=translate#writing-background)

John 11:2

It was Mary who anointed the Lord ... her hair

ଯୋହନ ମାର୍ଥାଙ୍କ ଭଉଣୀ ମରିୟମଙ୍କ ପରିଚୟ ଦେବା ସମୟରେ ପରବର୍ତ୍ତୀ ବିବରଣୀରେ କଅଣ ଘଟିବ, ସେ ବିଷୟରେ ମଧ୍ୟ ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 11:3

sent for Jesus

ଯୀଶୁଙ୍କୁ ଆସିବା ନିମନ୍ତେ ନିବେଦନ କଲେ

love

ଏଠାରେ “ସ୍ନେହ” ଭ୍ରାତୃପ୍ରେମ, ଅର୍ଥାତ୍ ବନ୍ଧୁତ୍ବ ବା ନିକଟ ସମ୍ପର୍କୀୟମାନଙ୍କ ମଧ୍ୟରେ ଥିବା ସ୍ବାଭାବିକ ମନୁଷ୍ୟର ପ୍ରେମକୁ ବୁଝାଏ I

John 11:4

This sickness is not to death

ଯୀଶୁ ସୂଚାଉଛନ୍ତି ଯେ ଲାଜାର ଓ ତାହାଙ୍କ ପୀଡା ସମ୍ବନ୍ଧରେ କଅଣ ହେବ, ତାହା ସେ ଜାଣନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ପୀଡାର ଶେଷ ପରିଣାମ ମୃତ୍ୟୁ ହୋଇ ନପାରେ” (ଦେଖ: /WA-Catalog/or_tm?section=translate#figs-explicit)

death

ଏହା ଶାରୀରିକ ମୃତ୍ୟୁକୁ ବୁଝାଏ I

instead it is for the glory of God so that the Son of God may be glorified by it

ଯୀଶୁ ସୂଚାଉଛନ୍ତି ଯେ ଶେଷ ପରିଣାମ କଅଣ ହେବ, ତାହା ସେ ଜାଣନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉଦ୍ଦେଶ୍ୟ ଏହା ଅଟେ ଯେ ଲୋକମାନେ ହୁଏତ ଈଶ୍ବର କେତେ ମହାନ ଅଟନ୍ତି ତାହା ଦେଖିବେ କାରଣ ତାହାଙ୍କ ଶକ୍ତି ଯାହା କରିବାକୁ ମୋତେ ଅନୁମତି ଦିଏ” (ଦେଖ: /WA-Catalog/or_tm?section=translate#figs-explicit)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 11:5

Now Jesus loved Martha and her sister and Lazarus

ଏହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 11:8

Rabbi, right now the Jews are trying to stone you, and you are going back there again?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯେ ଯୀଶୁ ଯିରୂଶାଲମକୁ ଯିବା ଶିଷ୍ୟମାନେ ଚାହୁଁ ନାହାଁନ୍ତି I ଅନ୍ୟ ଏକ ଅନୁବାଦରେ: “ଗୁରୁ, ଆପଣ ନିଶ୍ଚୟ ସେଠାକୁ ଫେରି ଯିବାକୁ ଚାହୁଁ ନାହାଁନ୍ତି ! ଯିହୁଦୀମାନେ ଗତଥର ସେଠାରେ ଥିବା ସମୟରେ ଆପଣଙ୍କୁ ପ୍ରସ୍ତରାଘାତ କରିବାକୁ ଚେଷ୍ଟା କରୁଥିଲେ ! (ଦେଖ: /WA-Catalog/or_tm?section=translate#figs-rquestion)

the Jews

ଏହା ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: /WA-Catalog/or_tm?section=translate#figs-synecdoche)

John 11:9

Are there not twelve hours of light in a day?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣ ଯେ ଦିନରେ ବାର ଘଣ୍ଟା ଆଲୋକ ହୁଏ !” (ଦେଖ: /WA-Catalog/or_tm?section=translate#figs-rquestion)

If someone walks in the daytime, he will not stumble, because he sees by the light of this world

ଯେଉଁ ଲୋକମାନେ ଦିବାଲୋକରେ ଗମନ କରନ୍ତି, ସେମାନେ ଭଲ ଭାବରେ ଦେଖି ପାରିବେ ଓ ଝୁଣ୍ଟିବେ ନାହିଁ I “ଜ୍ୟୋତିଃ” “ସତ୍ୟତା” ନିମନ୍ତେ ଏକ ରୂପକ ଅଟେ I ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ସତ୍ୟତା ଅନୁଯାୟୀ ଜୀବନଯାପନ କରନ୍ତି, ସେମାନେ ଈଶ୍ବର କରିବାକୁ ଚାହୁଁଥିବା ବିଷୟ ଗୁଡିକୁ ସଫଳ ଭାବରେ କରିବାକୁ ସକ୍ଷମ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

John 11:10

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I

if he walks at night

ଏଠାରେ “ରାତ୍ର” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ଜ୍ୟୋତିଃ ବିନା ଚାଲୁଥିବା ଜଣେ ବ୍ୟକ୍ତିର ବିଷୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

the light is not in him

ସମ୍ଭାବିତ ଅର୍ଥଗୁଡିକ ୧) “ସେ ଦେଖି ପାରିବନାହିଁ” କିମ୍ବା “ତାହା ପାଖରେ ଈଶ୍ବରଙ୍କ ଜ୍ୟୋତିଃ ନାହିଁ I”

John 11:11

Our friend Lazarus has fallen asleep

ଏଠାରେ “ନିଦ୍ରା ଯାଇଛନ୍ତି” ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେ ଲାଜାର ମରିଅଛି I ଯଦି ତୁମ ଭାଷାରେ ଏହା କହିବାର କିଛି ଶୈଳୀ ଥାଏ, ତେବେ ତୁମେ ତାହାକୁ ଏଠାରେ ବ୍ୟବହାର କରପାର I (ଦେଖ: /WA-Catalog/or_tm?section=translate#figs-idiom)

but I am going so that I may wake him out of sleep

“ନିଦ୍ରାରୁ ଉଠାଇବା” ଶବ୍ଦ ଏକ ରୂଢ଼ିର ଆକାର ଅଟେ I ଯୀଶୁ ଲାଜାରଙ୍କୁ ଜୀବିତ ଅବସ୍ଥାକୁ ଫେରାଇ ଆଣିବାରେ ତାହାଙ୍କ ଯୋଜନାକୁ ପ୍ରକାଶ କରୁଛନ୍ତି I ଯଦି ତୁମ ଭାଷାରେଏଥି ନିମନ୍ତେ ଏକ ରୂଢ଼ି ଅଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I (ଦେଖ: /WA-Catalog/or_tm?section=translate#figs-idiom)

John 11:12

General Information:

୧୩ ପଦରେ ବିବରଣୀର କ୍ରମଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଯେଉଁ ଅର୍ଥରେ ଲାଜାର ନିଦ୍ରା ଯାଇଥିବା କହିଥିଲେ, ସେ ବିଷୟରେ ଯୋହନ ଶିଷ୍ୟମାନଙ୍କ ଭ୍ରମ ଧାରଣା ଉପରେ ଟିପ୍ପଣୀ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

if he has fallen asleep

ଶିଷ୍ୟମାନେ ଯୀଶୁଙ୍କ ଅର୍ଥରେ ଭୁଲ ବୁଝିଛନ୍ତି ଯେ ଲାଜାର ନିଦ୍ରା ଯାଇଛନ୍ତି ଓ ସେ ସୁସ୍ଥ ହେବେ I

John 11:14

Then Jesus said to them plainly

ତେଣୁ ଯୀଶୁ ସେମାନଙ୍କୁ ସ୍ପଷ୍ଟ ବାକ୍ୟରେ କହିଲେ ଯେପରି ସେମାନେ ବୁଝି ପାରିବେ

John 11:15

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ କହିବା ଜାରି ରଖିଛନ୍ତି I

for your sakes

ତୁମ୍ଭମାନଙ୍କ ଉପକାର ନିମନ୍ତେ

that I was not there so that you may believe

ଯେ ମୁଁ ସେଠାରେ ନଥିଲି I ଏଥି ସକାଶୁ ତୁମ୍ଭେମାନେ ମୋଠାରେ ଅଧିକ ବିଶ୍ବାସ କରିବ I

John 11:16

who was called Didymus

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ସେମାନେ ଦିଦୁମ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Didymus

ଏହା ଏକ ପୁରୁଷର ନାମ, ଯାହାର ଅର୍ଥ “ଯମଜ ଅଟେ I” (ଦେଖ: /WA-Catalog/or_tm?section=translate#translate-names)

John 11:17

General Information:

ଯୀଶୁ ବର୍ତ୍ତମାନ ବେଥନିଆରେ ଅଛନ୍ତି I ଏହି ପଦଗୁଡିକ ଯୀଶୁ ଆସି ପହଞ୍ଚିବା ପୂର୍ବରୁ କଅଣ ଘଟିଛି, ସେ ବିଷୟରେ ଓ ଅବସ୍ଥିତି ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

he found that Lazarus had already been in the tomb for four days

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଜାଣିବାକୁ ପାଇଲେ ଯେ ଲୋକମାନେ ଲାଜାରଙ୍କୁ ଚାରିଦିନ ପୂର୍ବରୁ ଏକ ସମାଧିରେ ରଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

John 11:18

fifteen stadia away

ପ୍ରାୟ ତିନି କୋଲମିଟର ଦୂର I ଏକ “କ୍ରୀଡାଙ୍ଗନ” ୧୮୫ ମିଟର ବିଶିଷ୍ଟ ଅଟେ I

John 11:19

about their brother

ଲାଜାର ସେମାନଙ୍କ ସାନଭାଇ ଥିଲା I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ସାନଭାଇ ବିଷୟରେ” (ଦେଖ: /WA-Catalog/or_tm?section=translate#translate-bdistance)

John 11:21

my brother would not have died

ଲାଜାର ସେମାନଙ୍କ ସାନଭାଇ ଥିଲା I ଅନ୍ୟ ଏକ ଅନୁବାଦରେ: “ମୋହର ସାନଭାଇ ଏପର୍ଯ୍ୟନ୍ତ ଜୀବିତ ରହିଥାନ୍ତା” (ଦେଖ: /WA-Catalog/or_tm?section=translate#figs-explicit)

John 11:23

Your brother will rise again

ଲାଜାର ସେମାନଙ୍କ ସାନଭାଇ ଥିଲା I ଅନ୍ୟ ଏକ ଅନୁବାଦରେ: “ତୁମର ସାନଭାଇ ପୁନର୍ବାର ଜୀବିତ ହେବ”(ଦେଖ: /WA-Catalog/or_tm?section=translate#figs-explicit)

John 11:24

he will rise again

ସେ ପୁନର୍ବାର ଜୀବିତ ହେବ

John 11:25

even if he dies

ଏଠାରେ “ମୃତ୍ୟୁ” ଶାରୀରିକ ମୃତ୍ୟୁକୁ ବୁଝାଏ I

will live

ଏଠାରେ “ବଞ୍ଚିବା” ଆତ୍ମିକ ଜୀବନକୁ ବୁଝାଏ I

John 11:26

whoever lives and believes in me will never die

ଯେଉଁମାନେ ଜୀବିତ ଥାଇ ମୋଠାରେ ବିଶ୍ବାସ କରନ୍ତି, ସେମାନେ କଦାପି ଈଶ୍ବରଙ୍କଠାରୁ ଅନନ୍ତକାଳ ନିମନ୍ତେ ପୃଥକ୍ ହେବେ ନାହିଁ କିମ୍ବା “ଯେଉଁମାନେ ଜୀବିତଥାଇ ମୋଠାରେ ବିଶ୍ବାସ କରନ୍ତି, ସେମାନେ ଆତ୍ମିକ ଭାବରେ ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବେ”

will never die

ଏଠାରେ “ମୃତ୍ୟୁ” ଆତ୍ମିକ ମୃତ୍ୟୁକୁ ବୁଝାଏ I

John 11:27

She said to him

ମାର୍ଥା ଯୀଶୁଙ୍କୁ କହିଲେ

Yes, Lord, I believe that you are the Christ, the Son of God ... coming into the world

ମାର୍ଥା ବିଶ୍ବାସ କରେ ଯେ ଯୀଶୁ ପ୍ରଭୁ, ଖ୍ରୀଷ୍ଟ (ମଶୀହ), ଓ ଈଶ୍ବରଙ୍କ ପୁତ୍ର ଅଟନ୍ତି I

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 11:28

she went away and called her sister Mary

ମରିୟମ ମାର୍ଥାଙ୍କ ସାନଭଉଣୀ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଯାଇ ଆପଣା ସାନଭଉଣୀ ମରୟମଙ୍କୁ ଡାକିଲେ” (ଦେଖ: /WA-Catalog/or_tm?section=translate#figs-explicit)

Teacher

ଏହା ଯୀଶୁଙ୍କୁ ବୁଝାଉଥିବା ଏକ ଶୀର୍ଷକ ଅଟେ I

is calling for you

ସେ ତୋତେ ଆସିବା ନିମନ୍ତେ କହୁଛନ୍ତି

John 11:30

Now Jesus had not yet come into the village

ଏଠାରେ ଯୋହନ ଯୀଶୁ ବର୍ତ୍ତମାନ ଥିବା ସ୍ଥାନ ସମ୍ବନ୍ଧରେ ପୃଷ୍ଠଭୂମି ସୂଚନା ଦେବା ନିମନ୍ତେ ବିବରଣୀରେ ଅଳ୍ପ ସମୟର ବିରତି ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 11:32

fell down at his feet

ମରିୟମ ସମ୍ମାନ ଦେବା ନିମନ୍ତେ ତଳେ ପଡିଗଲେ କିମ୍ବା ଯୀଶୁଙ୍କ ପାଦତଳେ ଆଣ୍ଠୋଇ ପଡିଲେ I

my brother would not have died

ଲାଜାର ମରିୟମଙ୍କ ସାନଭାଇ ଥିଲା I ଦେଖ ତୁମେ ଏହାକୁ କିପରି ଯୋହନ ୧୧:୨୧ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ମୋହର ସାନଭାଇ ଏପର୍ଯ୍ୟନ୍ତ ଜୀବିତ ରହିଥାନ୍ତା” (ଦେଖ: /WA-Catalog/or_tm?section=translate#figs-explicit)

John 11:33

he was deeply moved in his spirit and was troubled

ଯୀଶୁ ଅନୁଭବ କରିଥିବା ଗଭୀର ଭାବପ୍ରବଣ ପୂର୍ଣ୍ଣ ଦୁଃଖ ଓ ସମ୍ଭାବିତ କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ଯୋହନ ଏକାଭଳି ଥିବା ଏହି ଦୁଇଟି ବାକ୍ୟାଂଶକୁ ସଂଯୁକ୍ତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଅତିଶୟ ବିଚଳିତ ହେଲେ” (ଦେଖ: /WA-Catalog/or_tm?section=translate#figs-doublet)

John 11:34

Where have you laid him

“ତାହାଙ୍କୁ କେଉଁଠାରେ ସମାଧି ଦେଇଛ ?” ପଚାରିବା ଏକ ମୃଦୁତାର ଶୈଳୀ ଅଟେ I (ଦେଖ: /WA-Catalog/or_tm?section=translate#figs-euphemism)

John 11:35

Jesus wept

ଯୀଶୁ କାନ୍ଦିବାକୁ ଲାଗିଲେ କିମ୍ବା “ଯୀଶୁ କାନ୍ଦିବାକୁ ଆରମ୍ଭ କଲେ”

John 11:36

loved

ଏହା ଜଣେ ବନ୍ଧୁ କିମ୍ବା ପରିବାରର ଜଣେ ସଦସ୍ୟଙ୍କ ନିମନ୍ତେ ଥିବା ଭ୍ରାତୃପ୍ରେମ ବା ମାନବୀୟ ପ୍ରେମକୁ ବୁଝାଏ I

John 11:37

Could not this man, who opened the eyes of a blind man, also have made this man not die?

ଏହି ଟିପ୍ପଣୀ ଯିହୁଦୀମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କରି ପାରିଥିଲେ, ତେଣୁ ସେ ଏହି ବ୍ୟକ୍ତିକୁ ସୁସ୍ଥ କରିବାକୁ ସମର୍ଥ ହୋଇଥାନ୍ତେ, ଆଉ ସେ ମରି ନଥାନ୍ତା !” କିମ୍ବା “ଯେହେତୁ ସେ ଏହି ବ୍ୟକ୍ତିକୁ ମୃତ୍ୟୁରୁ ରକ୍ଷା କରି ପାରିଲାନାହିଁ, ହୁଏତ ସେ ପ୍ରକୃତରେ ସେହି ଜନ୍ମାନ୍ଧ ଲୋକକୁ ସୁସ୍ଥ କରି ନଥିଲା, ଯେପରି ସେ ସୁସ୍ଥ କରିଥିବା ସେମାନେ କହୁଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

opened the eyes

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଆଖିକୁ ସୁସ୍ଥ କରିଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

John 11:38

Now it was a cave, and a stone lay against it

ଲୋକମାନେ ଲାଜାରଙ୍କୁ ସମାଧି ଦେଇଥିବା ସ୍ଥାନକୁ ବର୍ଣ୍ଣନା କରିବାକୁ ଯୋହନ ବିବରଣୀରେ ସଂକ୍ଷିପ୍ତ ବିରତି ନେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 11:39

Martha, the sister of Lazarus

ମାର୍ଥା ଓ ମରିୟମ ଲାଜାରଙ୍କ ବଡ ଭଉଣୀମାନେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଲାଜାରଙ୍କ ବଡଭଉଣୀ ମାର୍ଥା” (ଦେଖ: /WA-Catalog/or_tm?section=translate#figs-explicit)

by this time the body will be decaying

ଏବେ ସେଠାରୁ ଦୁର୍ଗନ୍ଧ ବାହାରୁ ଥିବ କିମ୍ବା “ଶରୀର ଦୁର୍ଗନ୍ଧମୟ ହୋଇ ଯାଇଥିବ”

John 11:40

Did I not say to you that, if you believed, you would see the glory of God?

ଏହି ଟିପ୍ପଣୀ ସେହି ସମୟର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି ଯେ ଈଶ୍ବର କିଛି ଅଦ୍ଭୁତକର୍ମ କରିବାକୁ ଯାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହିଥିଲି ଯେ ଯଦି ତୁମ୍ଭେମାନେ ବିଶ୍ବାସ କରିବ, ତେବେ ତୁମ୍ଭେମାନେ ଈଶ୍ବର କ”ଣ କରି ପାରିବେ ଦେଖିବ !” (ଦେଖ: /WA-Catalog/or_tm?section=translate#figs-rquestion)

John 11:41

Jesus lifted up his eyes

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଉର୍ଦ୍ଧଦୃଷ୍ଟି କରିବା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସ୍ବର୍ଗ ଆଡକୁ ଉର୍ଦ୍ଧଦୃଷ୍ଟି କଲେ” (ଦେଖ: /WA-Catalog/or_tm?section=translate#figs-idiom)

Father, I thank you that you listened to me

ଯୀଶୁ ପ୍ରତ୍ୟକ୍ଷ ଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କଲେ, ଯେପରି ତାହାଙ୍କ ଚତୁଃପାର୍ଶ୍ବରେ ଥିବା ଅନ୍ୟସମସ୍ତେ ତାହାଙ୍କ ପ୍ରାର୍ଥନା ଶୁଣି ପାରିବେ I ଅନ୍ୟ ଏକ ଅନୁବାଦରେ: “ପିତା, ମୁଁ ତୁମ୍ଭର ଧନ୍ୟବାଦ କରୁଅଛି ଯେ ତୁମ୍ଭେ ମୋହର କଥା ଶୁଣିଅଛ” କିମ୍ବା “ପିତା, ମୁଁ ତୁମ୍ଭର ଧନ୍ୟବାଦ କରୁଅଛି ଯେ ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଅଛ”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 11:42

so that they may believe that you have sent me

ମୁ ସେମାନେ ବିଶ୍ବାସ କରିବା ଚାହେଁ ଯେ ତୁମ୍ଭେ ମୋତେ ପ୍ରେରଣ କରିଅଛ

John 11:43

After he had said this

ଯୀଶୁ ପ୍ରାର୍ଥନା କଲାପରେ

he cried out with a loud voice

ସେ ଉଚ୍ଚ ସ୍ବରରେ ଡାକିଲେ

John 11:44

his feet and hands were bound with cloths, and his face was bound about with a cloth

ସେହି ସମୟର ସମାଧି କ୍ରିୟାରେ ମୃତ ଶରୀରକୁ ଏକ ଦୀର୍ଘ ସୂକ୍ଷ୍ମ ବସ୍ତ୍ରରେ ଗୁଡାଇ ବାନ୍ଧିବା ଏକ ପ୍ରଥା ଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ତାହାର ହାତ ଓ ପାଦକୁ ସମାଧି ବସ୍ତ୍ରରେ ଗୁଡାଇ ବାନ୍ଧିଥିଲା I ସେମାନେ ମଧ୍ୟ ତାହାର ମୁଖରେ ଏକ ବସ୍ତ୍ର ଗୁଡାଇ ବାନ୍ଧିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Jesus said to them

“ସେମାନଙ୍କୁ” ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ଥିଲେ ଓ ଆଶ୍ଚର୍ଯ୍ୟକର୍ମ ଦେଖିଥିଲେ I

John 11:45

General Information:

ଯୀଶୁ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲା ପରେ କ”ଣସବୁ ଘଟିଲା, ତାହା ଏହି ପଦସବୁ କହୁଛି I (ଦେଖ: /WA-Catalog/or_tm?section=translate#writing-background)

John 11:47

General Information:

ଯେହେତୁ ଅନେକ ଲୋକମାନେ ସେମାନଙ୍କୁ କହିଥିଲେ ଯେ ଲାଜାର ପୁନର୍ବାର ଜୀବିତ ହେଲେ, ପ୍ରଧାନ ଯାଜକ ଓ ଫାରୂଶୀମାନେ ଯିହୂଦୀମାନଙ୍କ ମହାସଭା ଆହ୍ବାନ କଲେ I

Then the chief priests

ତତ୍ପରେ ଯାଜକମାନଙ୍କ ନେତାମାନେ

Then

ଏହି ପଦରେ ଆରମ୍ଭ ହୋଇଥିବା ଘଟଣାସବୁ, ଯୋହନ ୧୧:୪୫-୪୬ର ଘଟଣାସବୁର ଫଳ ସ୍ବରୂପ ଭାବେ ପାଠକମାନଙ୍କୁ କହିବା ନିମନ୍ତେ ଲେଖକ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

What will we do?

ଏଠାରେ ଏହା ସୂଚାଇ ଦିଏ ଯେ ସମାଜଗୃହର ସଭ୍ୟମାନେ ଯୀଶୁଙ୍କ ବିଷୟରେ କଥା ହେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଯୀଶୁଙ୍କ ବିଷୟରେ କଅଣ କରିବାକୁ ଯାଉଅଛୁ ?” (ଦେଖ: /WA-Catalog/or_tm?section=translate#figs-explicit)

John 11:48

all will believe in him

ଯିହୂଦୀ ନେତାମାନେ ଭୟ କରୁଥିଲେ ଯେ ଲୋକମାନେ ଯୀଶୁଙ୍କୁ ରାଜା କରିବା ନିମନ୍ତେ ଚେଷ୍ଟା କରିବେ I ଅନ୍ୟ ଏକ ଅନୁବାଦରେ: “ସମସ୍ତେ ତାହାଙ୍କଠାରେ ବିଶ୍ବାସ କରିବେ ଓ ରୋମ୍ ବିରୁଦ୍ଧରେ ବିଦ୍ରୋହ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

the Romans will come

ଏହା ରୋମୀୟ ସୈନ୍ୟବାହିନୀର ଏକ ପ୍ରତିଛବି ଅଟେ I ଅନ୍ୟ ଏକ ଅନୁବାଦରେ: “ରୋମୀୟ ସୈନ୍ୟବାହିନୀ ଆସିବେ” (ଦେଖ: /WA-Catalog/or_tm?section=translate#figs-synecdoche)

take away both our place and our nation

ଆମ୍ଭମାନଙ୍କ ମନ୍ଦିର ଓ ଆମ୍ଭମାନଙ୍କ ଦେଶ ଉଭୟକୁ ନଷ୍ଟ କରିବେ

John 11:49

a certain man among them

ବିବରଣୀରେ ଏକ ନୂତନ ଚରିତ୍ରକୁ ପରିଚୟ କରାଇବା ନିମନ୍ତେ ଏହା ଏକ ମାର୍ଗ ଅଟେ I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ମାର୍ଗ ଥାଏ, ଏଠାରେ ତୁମେ ତାହା ବ୍ୟବହାର କରି ପାରିବ I (ଦେଖ: /WA-Catalog/or_tm?section=translate#writing-participants)

You know nothing

ଏହା ଏକ ଅତିରଞ୍ଜିତ ବାକ୍ୟ ଅଟେ ଯାହା କୟାଫା ତାହାଙ୍କ ଶ୍ରୋତାମାନଙ୍କୁ ଅପମାନ କରିବା ନିମନ୍ତେ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବୁଝୁନାହଁ ଯେ କ”ଣ ହେଉଛି” କିମ୍ବା “ଯେପରି କିଛି ନଜାଣିଲା ପରି ତୁମ୍ଭେମାନେ କହୁଅଛ” (ଦେଖ: /WA-Catalog/or_tm?section=translate#figs-hyperbole)

John 11:50

than that the whole nation perishes

କୟାଫା ସୂଚାଉଛନ୍ତି ଯେ ଯଦି ଯୀଶୁଙ୍କୁ ବଞ୍ଚି ରହିବାକୁ ଦିଆଯିବ ତେବେ ଏକ ବିଦ୍ରୋହ ହେବ, ଯେବେ ରୋମୀୟ ସୈନ୍ୟବାହିନୀ ଯିହୂଦୀଜାତିର ସମସ୍ତ ଲୋକମାନଙ୍କୁ ବଧ କରିବେ I ଏଠାରେ “ଜାତି” ଶବ୍ଦ ଏକ ପ୍ରତିଛବି ଅଟେ ଯାହା ସମସ୍ତ ଯିହୂଦୀ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ରୋମୀୟମାନେ ଆମ୍ଭମାନଙ୍କ ଜାତିର ସମସ୍ତଙ୍କୁ ବଧ କରିବା ଅପେକ୍ଷା” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-synecdoche)

John 11:51

General Information:

୫୧ ଓ ୫୨ ପଦରେ ଯୋହନ ବୁଝାଉଛନ୍ତି ଯେ କୟାଫା ଭାବବାଣୀ କରୁଛନ୍ତି, ଯଦିଓ ସେ ସେହି ସମୟରେ ଜାଣିପାରି ନଥିଲେ I ଏହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

die for the nation

“ଜାତି” ଶବ୍ଦ ଏକ ପ୍ରତିଛବି ଅଟେ ଓ ତାହା ଇଶ୍ରାୟେଲ ଦେଶର ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-synecdoche)

John 11:52

would be gathered together into one

ଏହା ଏକ ଶବ୍ଦର ବିଲୋପ ଅଟେ I ପୂର୍ବାପର ପ୍ରସଙ୍ଗ ଦ୍ବାରା “ଲୋକ” ଶବ୍ଦକୁ ସୂଚନା ଭାବରେ ଦିଆଯାଇଛି I ଅନ୍ୟ ଏକ ଅନୁବାଦରେ: “ଏକ ଜାତିର ଲୋକ ହୋଇ ଏକତ୍ର ହେବେ” (ଦେଖ: /WA-Catalog/or_tm?section=translate#figs-ellipsis)

children of God

ଏହା ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ହୋଇଥିବା ଲୋକମାନଙ୍କୁ ବୁଝାଏ ଓ ସେମାନେ ଆତ୍ମିକ ଭାବରେ ଈଶ୍ବରଙ୍କ ସନ୍ତାନଗଣ ଅଟନ୍ତି I

John 11:54

General Information:

ଯୀଶୁ ବେଥନିଆ ଛାଡ଼ି ଏଫ୍ରୟିମକୁ ଯାଉଛନ୍ତି I ୫୫ ପଦରେ ବିବରଣୀ ନିସ୍ତାରପର୍ବ ସନ୍ନିକଟ ହେଉ ଥିବାରୁ ଯିହୂଦୀମାନେ ଯାହା ସବୁ କରୁଅଛନ୍ତି, ସେ ବିଷୟ ଆଡକୁ କେନ୍ଦ୍ରିତ ହେଉଛି I

walk openly among the Jews

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କ ନିମନ୍ତେ ଏକ ପ୍ରତିଛବି ଅଟେ ଓ “ପ୍ରକାଶରେ ଗମନାଗମନ କରିବା” “ଯେଉଁଠାରେ ସମସ୍ତେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା I” ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ସମସ୍ତ ଯିହୂଦୀମାନେ ଦେଖି ପାରିବେ, ସେହି ପ୍ରକାର ସ୍ଥାନରେ ଜୀବନଯାପନ କରିବା” କିମ୍ବା “ତାହାଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ମଧ୍ୟରେ ପ୍ରକାଶରେ ଗମନାଗମନ କରିବା” (ଦେଖ: /WA-Catalog/or_tm?section=translate#figs-synecdoche/WA-Catalog/or_tm?section=translate#figs-metaphor)

the country

ନଗରର ବାହାରେଥିବା ପଲ୍ଲୀ ଅଞ୍ଚଳ, ଯେଉଁଠାରେ ଅଳ୍ପ ସଂଖ୍ୟକ ଲୋକ ବାସ କରନ୍ତି

There he stayed with the disciples

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏଫ୍ରୟିମରେ ଅଳ୍ପସମୟ ରହିଥିଲେ I ଅନ୍ୟ ଏକ ଅନୁବାଦରେ: “ସେଠାରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଅଳ୍ପସମୟ ନିମନ୍ତେ ରହିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 11:55

went up to Jerusalem

ଏଠାରେ “ଉପରକୁ ଗଲେ” ବାକ୍ୟାଂଶ ବ୍ୟବହାର କରାଯାଇଛି, କାରଣ ଯିରୂଶାଲମ ଏହାର ଚାରିପାଖେ ଥିବା ଅଞ୍ଚଳ ଅପେକ୍ଷା ଉଚ୍ଚରେ ଥିଲା I

John 11:56

General Information:

୫୭ ପଦର ବିଷୟବସ୍ତୁ ୫୬ ପଦ ପୂର୍ବରୁ ଆସିଯାଇଛି I ଯଦି ଏହି କ୍ରମ ତୁମକୁ ଦ୍ବନ୍ଦରେ ପକାଏ, ତେବେ ଏହି ପଦକୁ ଯୋଡିକରି ୫୭ ପଦର ବିଷୟ ବସ୍ତୁକୁ ୫୬ ପଦର ଲେଖା ପୂର୍ବରୁ ରଖିପାର I (ଦେଖ: /WA-Catalog/or_tm?section=translate#figs-events)

They were looking for Jesus

“ସେମାନେ” ଶବ୍ଦ ଯିରୂଶାଲମକୁ ଯାତ୍ରା କରିଥିବା ଯିହୂଦୀମାନଙ୍କୁ ବୁଝାଏ I

What do you think? That he will not come to the festival?

ଏହି ସବୁ ଭାବପ୍ରକାଶକ ପ୍ରଶ୍ନ ଅଟେ ଯାହା ଯୀଶୁ ନିସ୍ତାରପର୍ବକୁ ଆସିବା ସନ୍ଦେହ ନିମନ୍ତେ ଏକ ଦୃଢ଼ ଉପାଦାନକୁ ପ୍ରକାଶ କରେ I ଦ୍ବିତୀୟ ପ୍ରଶ୍ନ ଶବ୍ଦର ବିଲୋପ ଅଟେ ଯାହା “ତୁମ୍ଭେମାନେ କ”ଣ ମନେ କରୁଅଛ ? ପଦଗୁଡିକୁ ଛାଡିଦିଏ I ଏଠାରେ କଥା ହେଉଥିବା ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ଯାଉଛନ୍ତି ଯେ ଯେହେତୁ ତାହାଙ୍କୁ ବନ୍ଧାଯିବା ବିପଦ ଅଛି, ଯୀଶୁ ପର୍ବକୁ ଆସିବେ ନା ନାହିଁ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସମ୍ଭବତଃ ପର୍ବକୁ ଆସିବେ ନାହିଁ I ସେ ହୁଏତ ବନ୍ଧା ଯିବା ସକାଶେ ଭୟଭୀତ ହେବେ !”(ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-ellipsis)

John 11:57

Now the chief priests

ଏହି ପୃଷ୍ଠଭୂମିର ସୂଚନା ଅଟେ ଯେ ଯୀଶୁ ପର୍ବକୁ ଆସିବେ କି ନାହିଁ ଭାବି କାହିଁକି ଯିହୂଦୀ ଉପାସକମାନେ ବିଚଳିତ ହେଉଛନ୍ତି I ଯଦି ତୁମମାନଙ୍କ ଭାଷାରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ କୌଣସି ମାର୍ଗ ଥାଏ, ଏଠାରେ ତାହା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#writing-background)