John 12

ଯୋହନ ୧୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧୨:୨୮ ଓ ୪୦ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମର ପଦସବୁ ଅଟେ I

୧୬ ପଦ ଏହି ଘଟଣାବଳୀର ଏକ ଟୀକା ଅଟେ I କାହାଣୀର ବିବରଣୀ ମଧ୍ୟରୁ ଏହାକୁ ପୃଥକ୍ କରିବା ନିମନ୍ତେ ଏହି ପୂରା ପଦଟିକୁ ବନ୍ଧନୀ ମଧ୍ୟରେ ରଖିବା ସମ୍ଭବ ହୁଏ I

ଏହି ଅଧ୍ୟାୟର ବିଶେଷ ଧାରଣା

ମରିୟମ ଯୀଶୁଙ୍କ ପାଦ ଅଭିଷେକ କରନ୍ତି

ଯିହୂଦୀମାନେ କୌଣସି ବ୍ୟକ୍ତିର ମସ୍ତକରେ ତୈଳ ଢାଳୁଥିଲେ, ଯେପରି ସେହି ବ୍ୟକ୍ତି ଜଣକ ସ୍ବାଗତଯୋଗ୍ୟ ଓ ସହଜ ଅନୁଭବ କରିବ I ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ସେମାନେ ତାହାର ଶରୀରରେ ତୈଳ ଢାଳୁଥିଲେ, କିନ୍ତୁ ସମାଧି ଦେବା ପୂର୍ବରୁ ଢାଳୁଥିଲେ I କିନ୍ତୁ ଜଣେ ବ୍ୟକ୍ତିର ପାଦରେ ତୈଳ ଢାଳିବା ବିଷୟ ସେମାନେ କଦାପି ଭାବି ପାରିବେନାହିଁ, କାରଣ ସେହି ପାଦଗୁଦୁକ ମଇଳା ଥିଲା I

ଗର୍ଦ୍ଦଭୀ ଓ ଗର୍ଦ୍ଦଭଶାବକ

ଯୀଶୁ ଏକ ପଶୁ ଉପରେ ଚଢି ଯିରୂଶାଲମକୁ ଯାତ୍ରା କଲେ I ଏହି ପ୍ରକାରେ ସେ ଜଣେ ରାଜା ସଦୃଶ, ଯେ କି ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧରେ ଜୟଲାଭ କରି ନଗର ମଧ୍ୟକୁ ଆସିଲେ I ପୁରାତନ ନିୟମରେ ଇଶ୍ରାୟେଲର ରାଜାମାନେ ମଧ୍ୟ ଗର୍ଦ୍ଦଭ ଉପରେ ଚଢି ଯାତ୍ରା କରୁଥିଲେ I କେତେକ ରାଜା ଘୋଡା ଉପରେ ଚଢୁଥିଲେ I ତେଣୁ ଯୀଶୁ ପ୍ରମାଣିତ କରୁଛନ୍ତି ଯେ ସେ ଇଶ୍ରାୟେଲର ରାଜା ସଦୃଶ ଓ ଅନ୍ୟ ରାଜାମାନଙ୍କ ସଦୃଶ ସେ ନଥିଲେ I

ମାଥିଉ, ମାର୍କ, ଲୂକ ଓ ଯୋହନ, ସମସ୍ତେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି I ମାଥିଉ ଓ ମାର୍କ ଲେଖିଲେ ଯେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଗୋଟିଏ ଗର୍ଦ୍ଦଭୀ ଆଣିଲେ I ଯୋହନ ଲେଖିଲେ ଯେ ଯୀଶୁ ଏକ ଗର୍ଦ୍ଦଭଶାବକ ପାଇଲେ I ଲୂକ ଲେଖିଲେ ଯେ ସେମାନେ ଏକ ଗର୍ଦ୍ଦଭଶାବକ ଆଣିଲେ I କେବଳ ମାଥିଉ ଲେଖିଲେ ଯେ ସେଠାରେ ଗୋଟିଏ ଗର୍ଦ୍ଦଭୀ ଓ ଗର୍ଦ୍ଦଭଶାବକ ଥିଲା I କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଯୀଶୁ ଗର୍ଦ୍ଦଭୀ ଉପରେ ନା ଗର୍ଦ୍ଦଭଶାବକ ଉପରେ ଚଢିଥିଲେ I ସେମାନେ ସମସ୍ତେ ଏକା ବିଷୟ କହୁଥିବା ସ୍ବରୁପ ଅନୁବାଦ କରିବାକୁ ଚେଷ୍ଟା ନକରି ULT ରେ ଲେଖାଥିବା ସଦୃଶ ଏହି ବିବରଣୀ ଗୁଡିକର ପ୍ରତ୍ୟେକ ବିଷୟକୁ ପୃଥକ୍ ଭାବରେ ଅନୁବାଦ କରିବା ସବୁଠାରୁ ଉତ୍ତମ ହୋଇପାରେ I (ଦେଖ: ମାଥିଉ ୨୧:୧-୭ମାର୍କ ୧୧:୧-୭ଲୂକ ୧୯:୨୯-୩୬ଯୋହନ ୧୨:୧୪-୧୫) I

ଗୌରବ

ଶାସ୍ତ୍ର ସର୍ବଦା ଈଶ୍ବରଙ୍କ ଗୌରବକୁ ଏକ ମହାନ, ସ୍ବଚ୍ଛ ଆଲୋକ ସଦୃଶ ବର୍ଣନା କରେ I ଯେତେବେଳେ ଲୋକମାନେ ଏହି ଆଲୋକ ଦର୍ଶନ କରନ୍ତି, ସେମାନେ ଭୟଭିତ ହେଲେ I ଏହି ଅଧ୍ୟାୟରେ ଯୋହନ ପ୍ରକାଶ କରନ୍ତି ଯେ ଯୀଶୁଙ୍କ ମହିମା ତାହାଙ୍କ ପୁନ୍ନରୁଥାନ ଅଟେ I ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଜ୍ୟୋତିଃ ଓ ଅନ୍ଧକାରର ରୂପକ

ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟହେବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tw?section=kt#righteous)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଦ୍ବନ୍ଦାତ୍ମକ ସତ୍ୟତା

ଏକ ଦ୍ବନ୍ଦାତ୍ମକ ସତ୍ୟତା ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରୁଥିବା ସଦୃଶ ଦେଖାଜାଏ I ଏକ ଦ୍ବନ୍ଦାତ୍ମକ ସତ୍ୟତା ୧୨:୨୫ରେ ଦେଖିବାକୁ ମିଳେ: “ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ; ଆଉ ଯେ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ, ସେ ତାହା ଅନନ୍ତଜୀବନ ନିମନ୍ତେ ରକ୍ଷା କରିବ I” କିନ୍ତୁ ୧୨:୨୬ରେ ଯୀଶୁ ବୁଝାଉଛନ୍ତି ଯେ ଅନନ୍ତ ଜୀବନ ନିମନ୍ତେ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିବା ଅର୍ଥ କ”ଣ ହୋଇପାରେ I (ଯୋହନ ୧୨:୨୫-୨୬) I

John 12:1

General Information:

ଯୀଶୁ ବେଥନିଆରେ ଭୋଜନ କରୁଥିବା ସମୟରେ ମରିୟମ ତୈଳରେ ତାହାଙ୍କ ପାଦ ଅଭିଷେକ କରୁଛନ୍ତି I

Six days before the Passover

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଲେଖକ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

had raised from the dead

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରିଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

John 12:3

a litra of perfume

ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରି ପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ଏକ ତୃତୀୟାଂଶ I କିମ୍ବା ତୁମେ ସେତିକି ପରିମାଣର ଏକ ପାତ୍ର ବିଷୟରେ ଉଲ୍ଲେଖ କରିପାର I ଅନ୍ୟ ଏକ ଅନୁବାଦରେ: “ଏକ ତୃତୀୟାଂଶ କିଲୋଗ୍ରାମର ଅତର” କିମ୍ବା “ଏକ ବୋତଲ ଅତର” (ଦେଖ: /WA-Catalog/or_tm?section=translate#translate-bweight)

perfume

ଏହା ସୁଗନ୍ଧ ଦେଉଥିବା ଚାରା ଓ ଫୁଲର ତୈଳରୁ ତିଆରି କରାଯାଇଥିବା ସୁବାସିତ ତରଳ ପଦାର୍ଥ ଅଟେ I

nard

ଏହା ନେପାଳ, ଚୀନ ଓ ଭାରତରେ ମିଳୁଥିବା ଏକ ଗୋଲାପି ବର୍ଣ୍ଣର, ଘଣ୍ଟି ଆକାରର ଫୁଲରୁ ତିଆରି ହୋଇଥିବା ଅତର ଅଟେ I (ଦେଖ: /WA-Catalog/or_tm?section=translate#translate-unknown)

The house was filled with the fragrance of the perfume

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଅତରର ମହକ ଗୃହକୁ ପରିପୂର୍ଣ୍ଣ କଲା” (ଦେଖ: /WA-Catalog/or_tm?section=translate#figs-activepassive)

John 12:4

the one who would betray him

ଯେ କି ପରେ ଯୀଶୁଙ୍କ ଶତ୍ରୁମାନେ ତାହାଙ୍କୁ ଧରିବା ନିମନ୍ତେ ସାହାଯ୍ୟ କଲା

John 12:5

Why was this perfume not sold for three hundred denarii and given to the poor?

ଏହା ଏକ ଭାବପ୍ରକାଶକ ପ୍ରଶ୍ନ ଅଟେ I ତୁମେ ଏହାକୁ ଏକ ଦୃଢ଼ ଉକ୍ତି ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ଅତରକୁ ଦେଢଶ ଟଙ୍କାରେ ବିକ୍ରୟ କରାଯାଇ ପାରିଥାନ୍ତା” ଓ ସେହି ଟଙ୍କା ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା !” (ଦେଖ: /WA-Catalog/or_tm?section=translate#figs-rquestion)

three hundred denarii

ତୁମେ ଏହାକୁ ସଂଖ୍ୟାରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “୧୫୦ ଟଙ୍କା” (ଦେଖ: /WA-Catalog/or_tm?section=translate#translate-numbers)

denarii

ଏକ ଦୀନାର ମୁଲ୍ୟ ଏକ ରୌପ୍ୟ ମୁଦ୍ରାର ମୂଲ୍ୟ ସହିତ ସମାନ ଥିଲା ଯାହା ଜଣେ ସାଧାରଣ ମଜୁରିଆ କାର୍ଯ୍ୟର ଏକ ଦିନରେ ଆୟ କରି ପାରୁଥିଲା I (ଦେଖ: /WA-Catalog/or_tm?section=translate#translate-bmoney)

John 12:6

Now he said this ... would steal from what was put in it

ଯିହୁଦା କାହିଁକି ଦରିଦ୍ରମାନଙ୍କ ବିଷୟରେ ପ୍ରଶ୍ନ କରିଥିଲେ, ଯୋହନ ତାହା ବୁଝାଉଛନ୍ତି I ଯଦି ତୁମ ଭାଷାରେ ପୃଷ୍ଠଭୂମିକୁ ସୂଚାଇବା ନିମନ୍ତେ ଅନ୍ୟକିଛି ଶୈଳୀ ଥାଏ, ତାହା ତୁମେ ଏଠାରେ ବ୍ୟବହାର କରିପାରିବ I (ଦେଖ: /WA-Catalog/or_tm?section=translate#writing-background)

he said this, not because he cared about the poor, but because he was a thief

ସେ ଏହା କହିଲେ, କାରଣ ସେ ଜଣେ ଚୋର ଥିଲା I ସେ ଦରିଦ୍ରମାନଙ୍କ ବିଷୟରେ ଚିନ୍ତା କରୁ ନଥିଲା I

John 12:7

Allow her to keep what she has for the day of my burial

ଯୀଶୁ ସୂଚାଉଛନ୍ତି ଯେ ସ୍ତ୍ରୀଲୋକର କାର୍ଯ୍ୟ ତାହାଙ୍କ ମୃତ୍ୟୁ ଓ ସମାଧିର ପ୍ରତିଛବି ସ୍ବରୁପ ବୁଝାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ସେ ମୋତେ କେତେ ଭଲ ପାଉଛି, ତାହା ଦେଖାଇବା ନିମନ୍ତେ ତାହାକୁ ଅନୁମତି ଦିଅ ! ଏହି ପ୍ରକାରେ ସେ ସମାଧି ନିମନ୍ତେ ମୋହର ଶରୀରକୁ ପ୍ରସ୍ତୁତ କରିଅଛି” (ଦେଖ: /WA-Catalog/or_tm?section=translate#figs-explicit)

John 12:8

You will always have the poor with you

ଯୀଶୁ ସୂଚାଉଛନ୍ତି ଯେ ଦରିଦ୍ର ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ସର୍ବଦା ସୁଯୋଗ ରହିଥିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରେ ସର୍ବଦା ଦରିଦ୍ର ଲୋକେମାନେ ଥିବେ, ଏବଂ ଯେତେବେଳେ ତୁମ୍ଭେମାନେ ଚାହିଁବ, ସେମାନଙ୍କୁ ସାହାଯ୍ୟ କରିପାରିବ” (ଦେଖ: /WA-Catalog/or_tm?section=translate#figs-explicit)

But you will not always have me

ଏହି ପ୍ରକାରେ, ଯୀଶୁ ସୂଚାଉଛନ୍ତି ଯେ ସେ ମୃତ୍ୟୁଭୋଗ କରିବେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଏଠାରେ ତୁମ୍ଭମାନଙ୍କ ସହିତ ସର୍ବଦା ରହିବି ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 12:9

Now

ଏଠାରେ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଯୋହନ ଯିରୂଶାଲମରୁ ବେଥନିଆକୁ ଆସିଥିବା ଲୋକମାନଙ୍କ ଏକ ନୂତନ ଦଳ ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 12:11

because of him

ପ୍ରକୃତରେ ଲାଜାର ପୁନର୍ବାର ଜୀବିତ ହେବା ଦ୍ବାରା ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଅନେକ ଯିହୁଦୀମାନଙ୍କ କାରଣ ହେଲା I

believed in Jesus

ଏହା ସୂଚାଇ ଦିଏ ଯେ ଅନେକ ଯିହୂଦୀ ଲୋକମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ଭାବରେ ବିଶ୍ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଯୀଶୁଙ୍କଠାରେ ସେମାନଙ୍କ ଭରସା କଲେ” (ଦେଖ: /WA-Catalog/or_tm?section=translate#figs-explicit)

John 12:12

General Information:

ଯୀଶୁ ଯିରୂଶାଲମରେ ପ୍ରବେଶ କରୁଛନ୍ତି ଓ ଲୋକମାନେ ତାହାଙ୍କୁ ରାଜା ସଦୃଶ ସମ୍ମାନୀତ କରୁଛନ୍ତି I

On the next day

ଲେଖକ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବାକୁ ଯାଇ ଏହି ଶବ୍ଦଗୁଡିକ ବ୍ୟବହାର କରୁଛନ୍ତି I

a great crowd

ବହୁ ସଂଖ୍ୟକ ଲୋକ

John 12:13

Hosanna

ଏହାର ଅର୍ଥ “ଈଶ୍ବର ଏବେ ଆମ୍ଭମାନଙ୍କର ପରିତ୍ରାଣ କରନ୍ତୁ”

Blessed

ଏହା ଏକ ଇଚ୍ଛାକୁ ପ୍ରକାଶ କରେ ଯେ ଈଶ୍ବର ଜଣେ ବ୍ୟକ୍ତି ପ୍ରତି ମଙ୍ଗଳ ବିଷୟର କାରଣ ହେଅନ୍ତୁ I

comes in the name of the Lord

ଏଠାରେ ଜଣେ ବ୍ୟକ୍ତିର ଅଧିକାର ଓ ଶକ୍ତି ନିମନ୍ତେ “ନାମ” ଶବ୍ଦ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ପ୍ରତିନିଧି ସଦୃଶ ଆସନ୍ତି: କିମ୍ବା “ପ୍ରଭୁଙ୍କ ଶକ୍ତିରେ ଆସୁଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

John 12:14

Jesus found a young donkey and sat on it

ଏଠାରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି ଯେ ଯୀଶୁ ଏକ ଗର୍ଦ୍ଦଭୀ ପ୍ରାପ୍ତ କଲେ I ସେ ସୂଚାଉଛନ୍ତି ଯେ ଯୀଶୁ ଗର୍ଦ୍ଦଭ ଉପରେ ଚଢି ଯିରୂଶାଲମକୁ ଯାତ୍ରା କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଏକ ଗର୍ଦ୍ଦଭଶାବକ ପାଇ ଏବଂ ତାହା ଉପରେ ବସି ନଗରକୁ ଯାତ୍ରା କଲେ” (ଦେଖ: /WA-Catalog/or_tm?section=translate#writing-background/WA-Catalog/or_tm?section=translate#figs-explicit)

as it was written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଭାବବାଦୀମାନେ ଶାସ୍ତ୍ରରେ ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 12:15

daughter of Zion

ଏଠାରେ ସିୟୋନର କନ୍ୟା ଏକ ରୂପକ ଅଟେ ଯାହା ଯିରୂଶାଲମର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ହେ ଯିରୂଶାଲମର ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy)

John 12:16

General Information:

ଯୋହନ, ଲେଖକ, ଏଠାରେ ପାଠକମାନଙ୍କୁ ଶିଷ୍ୟମାନେ ପରେ ଯାହା ବୁଝିଥିଲେ, ସେ ବିଷୟରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ଉଲ୍ଲେଖ କରନ୍ତି I (ଦେଖ: /WA-Catalog/or_tm?section=translate#writing-background)

His disciples did not understand these things

ଏଠାରେ “ଏହି ସମସ୍ତ ବିଷୟ” ପଦଗୁଡିକ ଭାବବାଦୀ ଯୀଶୁଙ୍କ ବିଷୟରେ ଉଲ୍ଲେଖ ବାକ୍ୟକୁ ବୁଝାଏ I

when Jesus was glorified

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଈଶ୍ବର ଯୀଶୁଙ୍କୁ ମହିମାନ୍ବିତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

they had done these things to him

ଏଠାରେ “ଏହି ସମସ୍ତ ବିଷୟ” ପଦଗୁଡିକ ଯୀଶୁ ଗର୍ଦ୍ଦଭ ଉପରେ ବସି ଯିରୂଶାଲମକୁ ଯାତ୍ରା କରିବା ସମୟରେ ଲୋକମାନେ କ’ଣ କରିଥିଲେ (ତାହାଙ୍କ ପ୍ରଶଂସା କରିବା ଓ ଖଜୁରୀ ବାହୁଙ୍ଗା ହଲାଇବା), ବିଷୟକୁ ବୁଝାଏ I

John 12:17

Now

ଏଠାରେ ମୁଖ୍ୟ ବିବରଣୀ ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଯୋହନ ବୁଝାଉଛନ୍ତି ଯେ ଲୋକମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କୁ ସାକ୍ଷାତ କରିବାକୁ ଆସିଲେ କାରଣ ସେମାନେ ଅନ୍ୟମାନେ କହିବା ଶୁଣିଥିଲେ ଯେ ସେ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଥିଲେ I (ଦେଖ: /WA-Catalog/or_tm?section=translate#writing-background)

John 12:18

they heard that he had done this sign

ସେମାନେ ଅନ୍ୟମାନେ କହିବା ଶୁଣିଲେ ଯେ ସେ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଥିଲେ

this sign

ଏକ “ଚିହ୍ନ” ଏକ କାର୍ଯ୍ୟ ବା ଘଟଣା ଅଟେ ଯାହା ସତ୍ୟତା ପ୍ରମାଣିତ କରେ I ଏହି କ୍ଷେତ୍ରରେ, ଲାଜାରଙ୍କୁ ଉଠାଇ ଥିବା “ଚିହ୍ନ” ପ୍ରମାଣ କରେ ଯେ ଯୀଶୁ ମସୀହ ଅଟନ୍ତି I

John 12:19

Look, you can do nothing

ଏଠାରେ ଫାରୂଶୀମାନେ ସୂଚାଉଛନ୍ତି ଯେ ଯୀଶୁଙ୍କୁ ଅଟକାଇବା ଅସମ୍ଭବ ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଏହା ଦେଖାଯାଏ ଯେ, ତାହାଙ୍କୁ ଅଟକାଇବା ନିମନ୍ତେ ଆମ୍ଭେମାନେ କିଛି କରିପାରିବା ନାହିଁ “(ଦେଖ: /WA-Catalog/or_tm?section=translate#figs-explicit)

see, the world has gone after him

ଫାରୁଶୀମାନେ ସେମାନଙ୍କ ଆତଙ୍କିତ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ଅତିରଞ୍ଜିତ ବାକ୍ୟ ବ୍ୟବହାର କରୁଛନ୍ତି ଯେହେତୁ ଏତେ ସଂଖ୍ୟକ ଲୋକମାନେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମସ୍ତେ ତାହାଙ୍କ ଶିଷ୍ୟ ହେବା ସଦୃଶ ଦେଖା ଯାଉଛି” (ଦେଖ: /WA-Catalog/or_tm?section=translate#figs-hyperbole)

the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା (ଅତିରଞ୍ଜିତ ଭାବରେ) ଜଗତର ସମସ୍ତ ଲୋକଙ୍କୁ ବୁଝାଏ I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ହେବ ଯେ ଫାରୂଶୀମାନେ କେବଳ ଯିହୂଦା ପ୍ରଦେଶରେ ଥିବା ଲୋକମାନଙ୍କ ବିଷୟରେ କହୁଥିବା ସ୍ବରୁପ ଶ୍ରୋତାମାନେ ଲୋକମାନେ ବୁଝିଥିବେ I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-explicit)

John 12:20

Now certain Greeks

“ବର୍ତ୍ତମାନ ନିଶ୍ଚିତ” ବାକ୍ୟାଂଶ କାହାଣୀରେ ନୂତନ ଚରିତ୍ରମାନଙ୍କୁ ପରିଚୟ କରାଇବା ବିଷୟକୁ ଚିହ୍ନଟ କରେ I (ଦେଖ: /WA-Catalog/or_tm?section=translate#writing-participants)

to worship at the festival

ଯୋହନ ସୂଚାଉଛନ୍ତି ଯେ ଏହି “ଗ୍ରୀକ ଲୋକମାନେ” ନିସ୍ତାରପର୍ବ ସମୟରେ ଈଶ୍ବରଙ୍କ ଉପାସନା କରିବାକୁ ଯାଉଥିଲେ I ଅନ୍ୟ ଏକ ଅନୁବାଦରେ: “ନିସ୍ତାରପର୍ବରେ ଈଶ୍ବରଙ୍କ ଉପାସନା କରିବାକୁ” (ଦେଖ: /WA-Catalog/or_tm?section=translate#figs-explicit)

John 12:21

Bethsaida

ଏହା ଗାଲୀଲୀ ପ୍ରଦେଶର ଏକ ସହର ଥିଲା I

John 12:22

they told Jesus

ଗ୍ରୀକ ଲୋକମାନେ ତାହାଙ୍କୁ ଦେଖିବା ନିମନ୍ତେ ଅନୁରୋଧ କରୁଥିବା ଫିଲିପ୍ପ ଓ ଆନ୍ଦ୍ରିୟ ଯୀଶୁଙ୍କୁ କହିଲେ I ଅନ୍ତର୍ନିହିତ ଅର୍ଥକୁ ସୂଚାଉଥିବା ଶବ୍ଦକୁ ଯୋଡି ତୁମେ ଏହାକୁ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଗ୍ରୀକ୍ ଲୋକମାନେ ଯାହା କହିଥିଲେ, ସେମନେ ତାହା ଯୀଶୁଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

John 12:23

General Information:

ଯୀଶୁ ଫିଲିପ୍ପ ଓ ଆନ୍ଦ୍ରିୟଙ୍କୁ ଉତ୍ତର ଦେଉଛନ୍ତି I

The hour has come for the Son of Man to be glorified

ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ସମ୍ମୁଖରେ ଥିବା ଦୁଃଖଭୋଗ, ମୃତ୍ୟୁ ଓ ପୁନରୁତ୍ଥାନ ଦ୍ବାରା ଈଶ୍ବର ମନୁଷ୍ୟପୁତ୍ରଙ୍କୁ ମହିମାନ୍ବିତ କରିବା ନିମନ୍ତେ ଏହା ଉପଯୁକ୍ତ ସମୟ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ ଈଶ୍ବର ମୋତେ ଶୀଘ୍ର ମହିମାନ୍ବିତ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

John 12:24

Truly, truly, I say to you

ଏହାକୁ ଏପରି ଭାବରେ ଅନୁବାଦ କର, ଯେପରି ତୁମର ଭାଷା ଗୁରୁତ୍ବ ଦିଏ ଯେ ଯାହା ସମ୍ମୁଖରେ ଅଛି, ତାହା ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ “ସତ୍ୟ ସତ୍ୟ”କୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

unless a grain of wheat falls into the earth and dies ... it will bear much fruit

ଏଠାରେ “ଗହମ ବୀଜ” କିମ୍ବା “ବୀଜ” ଯୀଶୁଙ୍କ ମୃତ୍ୟୁ, କବର ଓ ପୁନରୁତ୍ଥାନ ନିମନ୍ତେ ଏକ ରୂପକ ଅଟେ I ଯେପରି ଏକ ବୀଜ ରୋପଣ କଲାପରେ ପୁନର୍ବାର ବଢି ଫଳ ଧାରଣ କରୁଥିବା ଏକ ବୃକ୍ଷ ହୋଇଥାଏ, ସେହିପରି ସେ ମୃତ୍ୟୁଭୋଗ କରି, କବର ପ୍ରାପ୍ତ ହୋଇ, ପୁନର୍ବାର ଜୀବିତ ହେଲାପରେ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ: /WA-Catalog/or_tm?section=translate#figs-metaphor)

John 12:25

He who loves his life will lose it

ଏଠାରେ “ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରେ”ର ଅର୍ଥ ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣାର ଶାରୀରିକ ଜୀବନକୁ ଅଧିକ ମୂଲ୍ୟବାନ୍ ଭାବେ ବିବେଚନା କରିବା I ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣା ଜୀବନକୁ ଅଧିକ ମୂଲ୍ୟବାନ୍ ମନେ କରେ, ସେ ଅନନ୍ତ ଜୀବନ ପାଇବ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

he who hates his life in this world will keep it for eternal life

ଏଠାରେ ଯେ “ଆପଣା ଜୀବନକୁ ଘୃଣା କରେ” ବାକ୍ୟାଂଶ ଯେ ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣା ଜୀବନକୁ ଅଳ୍ପ ପ୍ରେମ କରେ, ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟମାନଙ୍କ ଜୀବନକୁ ଆପଣା ଜୀବନ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ବିବେଚନା କରେ, ସେ ଈଶ୍ବରଙ୍କ ସହିତ ଚିରକାଳ ବାସ କରିବ” (ଦେଖ: /WA-Catalog/or_tm?section=translate#figs-explicit)

John 12:26

where I am, there will my servant also be

ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ତାହାଙ୍କ ସେବା କରିବେ, ସେମାନେ ତାହାଙ୍କ ସହିତ ସ୍ବର୍ଗରେ ବାସ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ଯେତେବେଳେ ସ୍ବର୍ଗରେ ଥିବି, ମୋହର ସେବକ ମଧ୍ୟ ମୋ ସହିତ ରହିବ” (ଦେଖ: /WA-Catalog/or_tm?section=translate#figs-explicit)

the Father will honor him

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 12:27

what should I say? 'Father, save me from this hour'?

ଏହି ଟିପ୍ପଣୀକୁ ଏକ ଭାବପ୍ରକାଶକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଯଦିଓ ଯୀଶୁ କ୍ରୁଶାର୍ପିତକୁ ଏଡାଇବା ଇଚ୍ଛା କରୁଛନ୍ତି, ସେ ଈଶ୍ବରଙ୍କ ବାଧ୍ୟହୋଇ ମୃତ୍ୟୁଭୋଗ କରିବା ନିମନ୍ତେ ମନୋନୀତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରାର୍ଥନା କରିବି ନାହିଁ, ପିତଃ, ‘ମୋତେ ଏହି ସମୟରୁ ରକ୍ଷା କର !’” (ଦେଖ: /WA-Catalog/or_tm?section=translate#figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

this hour

ଏଠାରେ “ସମୟ” ଏକ ରୂପକ ଅଟେ, ଯାହା ଯୀଶୁ ଯେତେବେଳେ କ୍ରୁଶ ଉପରେ ଦୁଃଖଭୋଗ କରି ମୃତ୍ୟୁଭୋଗ କରିବା ସମୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 12:28

glorify your name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ମହିମା ପ୍ରକାଶ କର” କିମ୍ବା “ତୁମ୍ଭର ମହିମା ପ୍ରକାଶିତ ହେଉ” (ଦେଖ: /WA-Catalog/or_tm?section=translate#figs-metonymy)

a voice came from heaven

ଏହା ଈଶ୍ବର କହୁଥିବା ବିଷୟକୁ ବୁଝାଏ I ବେଳେବେଳେ ଲୋକମାନେ ପ୍ରତ୍ୟକ୍ଷ ଭାବରେ ଈଶ୍ବରଙ୍କୁ ଦର୍ଶାଇବା ଏଡାଇଥାନ୍ତି, କାରଣ ସେମାନେ ତାହାଙ୍କୁ ସମ୍ମାନ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉର୍ଦ୍ଧରୁ କହିଲେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-euphemism)

John 12:30

General Information:

କାହିଁକି ଉର୍ଦ୍ଧରୁ ବାଣୀ ହେଲା, ତାହା ଯୀଶୁ ବୁଝାଉଛନ୍ତି I

John 12:31

Now is the judgment of this world

ଏଠାରେ “ଏହି ଜଗତ” ଏକ ରୂପକ ଅଟେ, ଯାହା ଜଗତର ସମସ୍ତ ଲୋକଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କୁ ବିଚାର କରିବା ନିମନ୍ତେ ବର୍ତ୍ତମାନ ଈଶ୍ବରଙ୍କ ସମୟ ଉପସ୍ଥିତ ଅଟେ I (ଦେଖ: /WA-Catalog/or_tm?section=translate#figs-metonymy)

Now will the ruler of this world be thrown out

ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ସମୟ ଉପସ୍ଥିତ, ମୁଁ ଏହି ଜଗତର ଅଧିପତି ଶୟତାନର ଶକ୍ତିକୁ ବିନାଶ କରିବି (ଦେଖ: /WA-Catalog/or_tm?section=translate#figs-activepassive)

John 12:32

General Information:

ଯୀଶୁ “ଉତ୍ଥିତ” ହେବା ବିଷୟରେ ଯାହା କହିଥିଲେ, ସେ ବିଷୟରେ ଯୋହନ ଆମ୍ଭମାନଙ୍କୁ ୩୩ ପଦର ପୃଷ୍ଠଭୂମିରେ ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

When I am lifted up from the earth

ଏଠାରେ ଯୀଶୁ ଆପଣା କ୍ରୁଶାର୍ପିତ ହେବା ବିଷୟରେ କହୁଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକେ ମୋତେ କ୍ରୁଶ ଉପରେ ଚଢାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

will draw everyone to myself

ତାହାଙ୍କ କ୍ରୁଶାର୍ପିତ ହେବା ଦ୍ବାରା, ଯୀଶୁ ସମସ୍ତଙ୍କୁ ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ପଥ ଯୋଗାଇବେ I

John 12:33

He said this to indicate what kind of death he would die

ଯୋହନ ଯୀଶୁଙ୍କ କଥାକୁ ତର୍ଜମା କରି କହୁଛନ୍ତି ଯେ ଲୋକମାନେ ତାହାଙ୍କୁ କ୍ରୁଶାର୍ପିତ କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଏହା କହିଲେ, ଯେପରି ସେ କି ପ୍ରକାରେ ମୃତ୍ୟୁଭୋଗ କରିବେ, ଲୋକମାନେ ଜାଣିବେ” (ଦେଖ: /WA-Catalog/or_tm?section=translate#writing-background)

John 12:34

The Son of Man must be lifted up

“ଉତ୍ଥିତ” ହେବା ଅର୍ଥ କ୍ରୁଶାର୍ପିତ ହେବା I ତୁମେ ଏହାକୁ ଏପରି ଅନୁବାଦ କର, ଯେପରି “କ୍ରୁଶ ଉପରେ” ସଦୃଶ ସୂଚାଉଥିବା ଶବ୍ଦ ଅନ୍ତର୍ଭୁକ୍ତ ହେବ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ପୁତ୍ର ଅବଶ୍ୟ କ୍ରୁଶ ଉପରେ ଉଠାଯିବେ” (ଦେଖ: /WA-Catalog/or_tm?section=translate#figs-ellipsis)

Who is this Son of Man?

ସମ୍ଭାବିତ ଅର୍ଥଗୁଡିକ ୧) “ଏହି ମନୁଷ୍ୟପୁତ୍ରର ପରିଚୟ କଅଣ ? କିମ୍ବା ୨) “ତୁମ୍ଭେମାନେ କି ପ୍ରକାର ମନୁଷ୍ୟପୁତ୍ରର କଥା କହୁଅଛ ?”

John 12:35

The light will still be with you for a short amount of time. Walk while you have the light, so that darkness does not overtake you. He who walks in the darkness does not know where he is going

ଏଠାରେ “ଜ୍ୟୋତିଃ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ସତ୍ୟ ପ୍ରକାଶ କରୁଥିବା ଯୀଶୁଙ୍କ ଶିକ୍ଷାକୁ ବୁଝାଏ I “ଅନ୍ଧକାରରେ ଚାଲିବା” ଏକ ରୂପକ ଅଟେ, ଯାହାର ଅର୍ଥ ଈଶ୍ବରଙ୍କ ସତ୍ୟତା ବିନା ଜୀବନଯାପନ କରିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କିପରି ଜୀବନଯାପନ କରିବ ଈଶ୍ବର ଚାହୁଁଛନ୍ତି, ତାହା ବୁଝିବା ନିମନ୍ତେ ସାହାଯ୍ୟ କରିବାକୁ ମୋହର ବାକ୍ୟ ତୁମ୍ଭମାନଙ୍କ ନିମନ୍ତେ ଜ୍ୟୋତିଃ ସଦୃଶ ଅଟେ I ମୁଁ ଆଉ ଅଧିକ ସମୟ ତୁମ୍ଭମାନଙ୍କ ସହିତ ରହିବି ନାହିଁ I ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭେମାନେ ମୋହର ବାକ୍ୟ ପାଳନ କରିବା ଆବଶ୍ୟକ I ଯଦି ତୁମ୍ଭେମାନେ ମୋହର ବାକ୍ୟ ଅଗ୍ରାହ୍ୟ କରିବ, ଏହା ଅନ୍ଧକାରରେ ଭ୍ରମଣ କରିବା ସଦୁଶ ହେବ, ଆଉ ତୁମ୍ଭେମାନେ କୁଆଡେ ଯାଉଅଛ, ଦେଖି ପାରିବନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

John 12:36

While you have the light, believe in the light so that you may be sons of light

“ଜ୍ୟୋତିଃ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ସତ୍ୟକୁ ପ୍ରକାଶ କରୁଥିବା ଯୀଶୁଙ୍କ ଶିକ୍ଷାକୁ ବୁଝାଏ I “ଜ୍ୟୋତିଃର ସନ୍ତାନ” ଏକ ରୂପକ ଅଟେ, ଯାହା ଯୀଶୁଙ୍କ ବାକ୍ୟ ଗ୍ରହଣ କରି ଈଶ୍ବରଙ୍କ ସତ୍ୟତା ଅନୁଯାୟୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କ ସହିତ ରହିଥିବା ସମୟରେ ମୋହର ଶିକ୍ଷାରେ ବିଶ୍ବାସ କର, ଯେପରି ଈଶ୍ବରଙ୍କ ସତ୍ୟତା ତୁମ୍ଭମାନଙ୍କଠାରେ ବାସ କରିବ” (ଦେଖ: /WA-Catalog/or_tm?section=translate#figs-metaphor)

John 12:37

General Information:

ଏହା ମୁଖ୍ୟ କାହାଣୀ ଧାରାରେ ଏକ ବିରତି ଅଟେ, ଯେହେତୁ ଭାବବାଦୀ ଯିଶାଇୟଙ୍କ ଦ୍ବାରା କୁହାଯାଇଥିବା ଭାବବାଣୀର ସଫଳତା ବିଷୟରେ ଯୋହନ ବୁଝାଇବାକୁ ଆରମ୍ଭ କରୁଛନ୍ତି I

John 12:38

so that the word of Isaiah the prophet would be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀ ଯିଶାଇୟଙ୍କ ସମ୍ବାଦ ସଫଳ ହେବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)

Lord, who has believed our report, and to whom has the arm of the Lord been revealed?

ଏହା ଭାବବାଦୀଙ୍କ କାତରତାକୁ ପ୍ରକାଶ କରିବା ନିମନ୍ତେ ଦୁଇଟି ଭାବପ୍ରକାଶକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି ଯେ ଲୋକମାନେ ତାହାଙ୍କ ବାକ୍ୟରେ ବିଶ୍ବାସ କଲେ ନାହି I ସେଗୁଡିକୁ ହୁଏତ ଏକ ଐକ୍ୟ ଭାବପ୍ରକାଶକ ପ୍ରଶ୍ନ ଭାବେ ବ୍ୟକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ପ୍ରଭୁ, ଅନ୍ତତଃ ଜଣେ ହେଁ ଆମ୍ଭମାନଙ୍କ ବାକ୍ୟରେ ବିଶ୍ବାସ କରିଅଛି, ଏପରିକି ଯଦିଓ ସେମାନେ ଦେଖିଛନ୍ତି ଯେ ତୁମ୍ଭେ ସେମାନଙ୍କୁ ପରାକ୍ରମୀ ଭାବରେ ପରିତ୍ରାଣ କରିବାକୁ ସମର୍ଥ ଅଟ I (ଦେଖ: /WA-Catalog/or_tm?section=translate#figs-rquestion)

the arm of the Lord

ଏହା ଏକ ରୂପକ ଅଟେ ଯାହା ପରାକ୍ରମ ସହିତ ଈଶ୍ବରଙ୍କ ଉଦ୍ଧାରକାରୀ ଶକ୍ତିକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 12:40

he has hardened their hearts ... understand with their hearts

ଏଠାରେ ଜଣେ ବ୍ୟକ୍ତିର ମନୋଭାବକୁ ବୁଝିବା ନିମନ୍ତେ “ହୃଦୟ” ଏକ ରୂପକ ଅଟେ I “ସେମାନଙ୍କ ହୃଦୟକୁ କଠିନ କଲେ” ବାକ୍ୟାଂଶ ଏକ ରୂପକ ଅଟେ, ଯାହା ଜଣକୁ କଠିନ କରାଇବା ବିଷୟକୁ ବୁଝାଏ I ଆହୁରି ମଧ୍ୟ, “ସେମାନଙ୍କର ହୃଦୟ ସହିତ ବୁଝିବା” ଅର୍ଥ “ପ୍ରକୃତରେ ବୁଝିବା ଅଟେ I” ଅନ୍ୟ ଏକ ଅନୁବାଦରେ: “ସେ ସେମାନଙ୍କୁ କଠିନ କଲେ ...ପ୍ରକୃତରେ ବୁଝନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

and turn

ଏଠାରେ “ଫେରିବା” “ମନ ପରିବର୍ତ୍ତନ କରିବା” ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଅତଏବ ସେମାନେ ମନ ପରିବର୍ତ୍ତନ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

John 12:42

so that they would not be banned from the synagogue

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଲୋକମାନେ ସେମାନଙ୍କୁ ସମାଜଗୃହକୁ ଯିବାକୁ ଅଟକାଇବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

John 12:43

They loved the praise that comes from people more than the praise that comes from God

ସେମାନେ ଈଶ୍ବରଙ୍କଠାରୁ ପ୍ରଶଂସା ପାଇବା ଅପେକ୍ଷା ଅଧିକତର ମନୁଷ୍ୟମାନଙ୍କ ପ୍ରଶଂସା ଚାହିଁଲେ

John 12:44

General Information:

ବର୍ତ୍ତମାନ ଯୋହନ ମୁଖ୍ୟ ବିବରଣୀ ଧାରାକୁ ଫେରୁଛନ୍ତି I ଏହା ଆଉ ଏକ ସମୟ ଅଟେ, ଯେଉଁ ସମୟରେ କି ଯୀଶୁ ଲୋକମାନଙ୍କୁ କଥା କହିବା ଆରମ୍ଭ କରୁଛନ୍ତି I

Jesus cried out and said

ଏଠାରେ ଯୋହନ ସୂଚାଉଛନ୍ତି ଯେ ଯୀଶୁଙ୍କ କଥା ଶୁଣିବା ନିମନ୍ତେ ବହୁସଂଖ୍ୟକ ଲୋକ ଏକତ୍ର ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଏକତ୍ର ହୋଇଥିବା ଲୋକମାନଙ୍କୁ ଉଚ୍ଚ ସ୍ବରରେ କହିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 12:45

the one who sees me sees him who sent me

ଏଠାରେ “ତାହାଙ୍କୁ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେ ମୋତେ ଦର୍ଶନ କରିଅଛି, ସେ ମୋହର ପ୍ରେରଣକର୍ତ୍ତା ପିତାଙ୍କୁ ଦର୍ଶନ କରିଅଛି”

John 12:46

Connecting Statement:

ଯୀଶୁ ଲୋକମାନଙ୍କୁ କଥା କହିବା ଜାରି ରଖିଛନ୍ତି I

I have come as a light

ଏଠାରେ “ଜ୍ୟୋତିଃ” ଯୀଶୁଙ୍କ ଆଦର୍ଶ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ସତ୍ୟ ଦେଖାଇବା ନିମନ୍ତେ ଆସିଅଛି” (ଦେଖ: /WA-Catalog/or_tm?section=translate#figs-metaphor)

may not remain in the darkness

ଏଠାରେ “ଅନ୍ଧକାର” ଈଶ୍ବରଙ୍କ ସତ୍ୟକୁ ଅଜ୍ଞତାରେ ଜୀବନ ଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଭାବରେ ଅନ୍ଧହୋଇ ରହିବା ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 12:47

If anyone hears my words but does not keep them, I do not judge him; for I have not come to judge the world, but to save the world

ଏଠାରେ “ଜଗତର ବିଚାର କରିବା” ଦଣ୍ଡାଜ୍ଞାକୁ ସୂଚାଏ I ଯୀଶୁ ଲୋକମାନଙ୍କ ବିଚାର କରିବା ନିମନ୍ତେ ଆସି ନଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋହର ଶିକ୍ଷା ଶୁଣି ତାହା ଅଗ୍ରାହ୍ୟ କରେ, ମୁଁ ତାହାର ବିଚାର କରେ ନାହିଁ I ମୁଁ ଲୋକମାନଙ୍କ ବିଚାର କରିବାକୁ ଆସିନାହିଁ I ତା’ ପରିବର୍ତ୍ତେ, ମୁ ସେମାନଙ୍କୁ ରକ୍ଷା କରିବାକୁ ଆସିଅଛି ଯେଉଁମାନେ ମୋଠାରେ ବିଶ୍ବାସ” (ଦେଖ: /WA-Catalog/or_tm?section=translate#figs-explicit)

John 12:48

on the last day

ଯେଉଁ ସମୟରେ ଈଶ୍ବର ଲୋକମାନଙ୍କ ପାପର ବିଚାର କରିବେ

John 12:49

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 12:50

I know that his command is eternal life

ମୁଁ ଜାଣେ ଯେ ସେ ମୋତେ କହିବାକୁ ଆଜ୍ଞା କରିଥିବା ବାକ୍ୟସମୁହ ଯାହା ଅନନ୍ତଜବନ ଦିଏ