John 1

ଯୋହନ ୦୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧:୨୩ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମରୁ ପଦସମୁହ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

“ବାକ୍ୟ”

ଯୋହନ ଯୀଶୁଙ୍କ ବିଷୟରେ ଉଲ୍ଲେଖ କରିବା ନିମନ୍ତେ “ବାକ୍ୟ” ଶବ୍ଦକୁ ବ୍ୟବହାର କରନ୍ତି (ଯୋହନ ୧:୧, ୧୪) I ଯୋହନ କହୁଛନ୍ତି ଯେ ସମସ୍ତ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକୃତରେ ଈଶ୍ବରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଯୀଶୁ ଅଟନ୍ତି, ଶରୀର ଧାରଣ କରିଥିବା ଜଣେ ବ୍ୟକ୍ତି I (ଦେଖ: /WA-Catalog/or_tw?section=kt#wordofgod)

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ଜ୍ଞାତ ହୋଇ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ନିମନ୍ତେ ପଥ ଦେଖାଏ I (ଦେଖ: /WA-Catalog/or_tw?section=kt#righteous)

“ଈଶ୍ବରଙ୍କ ସନ୍ତାନଗଣ”

ଯେତେବେଳେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନେ “କ୍ରୋଧର ସନ୍ତାନ” ହେବା ବଦଳରେ “ଈଶ୍ବରଙ୍କ ସନ୍ତାନ” ହୁଅନ୍ତି I ସେମାନେ “ଈଶ୍ବରଙ୍କ ପରିବାର”ର ଅଂଶୀ ହୁଅନ୍ତି I “ସେମାନେ ଈଶ୍ବରଙ୍କ ପରିବାରରେ ଗ୍ରହଣ କରାଯାନ୍ତି I ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଛବି ଅଟେ, ଯାହା ନୂତନ ନିୟମରେ ପ୍ରକାଶ କରାଯିବ I (ଦେଖ: /WA-Catalog/or_tw?section=kt#believe/WA-Catalog/or_tw?section=kt#adoption)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ଯୋହନ ଜ୍ୟୋତିଃ ଓ ଅନ୍ଧକାର ଏବଂ ବାକ୍ୟର ରୂପକ ବ୍ୟବହାର କରି ପାଠକମାନଙ୍କୁ କହୁଛନ୍ତି ଯେ ସେ ଭଲ ଓ ମନ୍ଦ ବିଷୟରେ ଓ ଈଶ୍ବର ଯୀଶୁଙ୍କ ଦ୍ବାରା କଅଣ କହିବାକୁ ଯାଉଛନ୍ତି, ସେହି ବିଷୟରେ ଅଧିକ ଉଲେଖ କରିବାକୁ ଯାଉଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ଆଦ୍ୟରେ”

କେତେକ ଭାଷା ଓ ସଂସ୍କୃତି କହିଥାନ୍ତି ଯେପରି ଜଗତ ସର୍ବଦା ରହିଅଛି, ଯେପରି ଏହାର କୌଣସି ଆରମ୍ଭ ନାହିଁ I କିନ୍ତୁ “ବହୁ କାଳ ପୂର୍ବେ” ବିଷୟଟି “ଆଦ୍ୟରେ” ଶବ୍ଦଠାରୁ ସମ୍ପୁର୍ଣ ଭିନ୍ନ ଅଟେ, ଓ ତୁମେ ନିଶ୍ଚିତ ହେବା ଆବଶ୍ୟକ ଯେ ତୁମର ଅନୁବାଦ ଠିକ୍ ଭାବରେ ବିଷୟକୁ ପ୍ରକାଶ କରୁଅଛି I

“ମନୁଷ୍ୟ ପୁତ୍ର”

ଯୀଶୁ ଏହି ଅଧ୍ୟାୟରେ ଆପଣାକୁ ମନୁଷ୍ୟ ପୁତ୍ର ଭାବେ କହୁଛନ୍ତି (ଯୋହନ ୧:୫୧) I ତୁମର ଭାଷା ହୁଏତ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦେଇନପାରେ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 1:1

In the beginning

ଏହା ଈଶ୍ବର ସ୍ବର୍ଗ ଓ ପୃଥିବୀର ସୃଷ୍ଟି କରିବା ପୂର୍ବର ଅତି ଆଦ୍ୟ ସମୟକୁ ବୁଝାଏ I

the Word

ଏହା ଯୀଶୁଙ୍କୁ ବୁଝାଏ I ଯଦି ସମ୍ଭବ ହୁଏ “ବାକ୍ୟ” ଭାବେ ଅନୁବାଦ କର I ଯଦି ତୁମ ଭାଷାରେ “ବାକ୍ୟ” ସ୍ତ୍ରୀଲିଙ୍ଗ ହୋଇଥାଏ, ତେବେ ଏହାକୁ “ଯାହାଙ୍କୁ ବାକ୍ୟ ସଦୃଶ କୁହାଯାଏ” ସେହପରି ଭାବେ ଅନୁବାଦ କରାଯାଇପାରିବ I

John 1:3

All things were made through him

ଏହାକୁ କର୍ତ୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ଦ୍ବାରା ସମସ୍ତ ବିଷୟ ସୃଷ୍ଟି କଲେ” (ଦେଖ: /WA-Catalog/or_tm?section=translate#figs-activepassive)

without him there was not one thing made that has been made

ଏହାକୁ କର୍ତ୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରିବ I ଯଦି ତୁମର ଭାଷା ଯୁଗ୍ମ ନକାରାତ୍ମକ ବିଷୟ ବ୍ୟବହାର କରେ ନାହିଁ, ଏହି ପଦଗୁଡିକ ପ୍ରକାଶ କରିବା ଉଚିତ ଯେ “ସମସ୍ତ ବିଷୟ ତାହାଙ୍କ ଦ୍ବାରା ସୃଷ୍ଟହେଲା”ର ବିପରୀତ ବିଷୟ ମିଥ୍ୟା ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବିନା ଈଶ୍ବର କୌଣସି ବିଷୟ ସୃଷ୍ଟି କଲେ ନାହିଁ” କିମ୍ବା “ତାହାଙ୍କ ଦ୍ବାରା ସମସ୍ତ ସୃଷ୍ଟିହେଲା ଯାହା ସୃଷ୍ଟି ହୋଇଅଛି” କିମ୍ବା “ଯେଉଁ ସମସ୍ତ ବିଷୟ ଈଶ୍ବର କରିଅଛନ୍ତି ତାହାଙ୍କ ଦ୍ବାରା ସୃଷ୍ଟି କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-doublenegatives)

John 1:4

In him was life, and the life was the light of men

ପ୍ରତ୍ୟେକ ବିଷୟ ଜୀବିତ କରାଇବା କାରଣ ନିମନ୍ତେ ତାହାଙ୍କଠାରେ ଜୀବନ ଥିଲା ଏକ ରୂପକ ଅଟେ I ଅତଏବ, ଏଠାରେ “ସତ୍ୟ” ନିମନ୍ତେ “ଜ୍ୟୋତି” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ; “ସେ ହିଁ ସମସ୍ତ ବିଷୟର ଜୀବନ ପ୍ରଦାନର କାରଣ ହେଲେ I ପୁଣି ସେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟକ ସତ୍ୟତା ପ୍ରକାଶ କଲେ I (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

In him

ଏଠାରେ “ତାହାଙ୍କଠାରେ” ଅର୍ଥାତ୍, ଯେ ବାକ୍ୟ, ତାହାଙ୍କୁ ବୁଝାଏ I

life

ଏଠାରେ “ଜୀବନ” ନିମନ୍ତେ ଏକ ସାଧାରଣ ଶବ୍ଦ ବ୍ୟବହାର କର I ଯଦି ତୁମେ ନିର୍ଦ୍ଦିଷ୍ଟ ହେବାକୁ ଚାହୁଁଛ, ତେବେ “ଆତ୍ମିକ ଜୀବନ” ସ୍ବରୁପ ଅନୁବାଦ କର I

John 1:5

The light shines in the darkness, and the darkness did not overcome it

ଏଠାରେ ଯାହା ସତ୍ୟ ଓ ଉତ୍ତମ ନିମନ୍ତେ “ଜ୍ୟୋତି” ଏକ ରୂପକ ଅଟେ I ଏଠାରେ ଯାହା ମିଥ୍ୟା ଓ ମନ୍ଦତା ନିମନ୍ତେ “ଅନ୍ଧକାର” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସତ୍ୟ ଏକ ଅନ୍ଧକାର ସ୍ଥାନ ମଧ୍ୟରେ ଆଲୋକମୟ କରିବା ସଦୃଶ ଅଟେ, ଏବଂ ଅନ୍ଧକାରମୟ ସ୍ଥାନର କୌଣସି ବ୍ୟକ୍ତି ଆଲୋକକୁ ଲିଭାଇ ପାରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

John 1:7

testify about the light

ଏଠାରେ ଯୀଶୁଙ୍କଠାରେ ଈଶ୍ବରଙ୍କ ପ୍ରକାଶନ ନିମନ୍ତେ “ଜ୍ୟୋତି” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ ଦେଖ ଯୀଶୁ କିପରି ଈଶ୍ବରଙ୍କ ସତ୍ୟ ଜ୍ୟୋତିଃ ସଦୃଶ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 1:9

The true light

ଏଠାରେ ଜ୍ୟୋତିଃ ଏକ ରୂପକ ଅଟେ ଯାହା ପ୍ରକାଶ କରେ ଯେ ଯୀଶୁ ହିଁ ଉଭୟ ଈଶ୍ବରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ଓ ସ୍ବୟଂ ସେହି ସତ୍ୟ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

John 1:10

He was in the world, and the world was made through him, and the world did not know him

ଏପରିକି ଯଦିଓ ସେ ଏହି ଜଗତରେ ଥିଲେ, ଓ ଈଶ୍ବର ତାହାଙ୍କ ଦ୍ବାରା ସମସ୍ତ ବିଷୟ ସୃଷ୍ଟି କଲେ, ତଥାପି ଲୋକମାନେ ତାହାଙ୍କୁ ଚିହ୍ନିଲେ ନାହିଁ

the world did not know him

“ଜଗତ” ଏକ ରୂପକ ଅଟେ ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: ସେ ପ୍ରକୃତରେ କିଏ ଥିଲେ, ଲୋକମାନେ ଜାଣି ନଥିଲେ” (ଦେଖ: /WA-Catalog/or_tm?section=translate#figs-metonymy)

John 1:11

He came to his own, and his own did not receive him

ସେ ଆପଣା ଦେଶର ନିଜ ଲୋକମାନଙ୍କ ନିକଟକୁ ଆସିଲେ, ଆଉ ଆପଣା ଦେଶର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ ମଧ୍ୟ କଲେ ନାହିଁ ଅବା

receive him

ଗ୍ରହଣ କଲେ I ଜଣକୁ ଗ୍ରହଣ କରିବାର ଅର୍ଥ ଯେ ତାହାଙ୍କୁ ସ୍ବାଗତ କରିବା ଓ ତାହାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଆଶା ନେଇ ତାହାଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଅଟେ I

John 1:12

believed in his name

“ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ପରିଚୟ ଓ ତାହାଙ୍କ ବିଷୟ ସମସ୍ତ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: /WA-Catalog/or_tm?section=translate#figs-metonymy)

he gave the right

ସେ ସେମାନଙ୍କୁ ଅଧିକାର ଦେଲେ କିମ୍ବା “ସେ ସେମାନଙ୍କ ନିମନ୍ତେ ଏହା ସମ୍ଭବ କଲେ”

children of God

“ସନ୍ତାନ” ଏକ ରୂପକ ଅଟେ ଯାହା ଯାହା ଈଶ୍ବରଙ୍କ ସହିତ ଆମ୍ଭମାନଙ୍କ ସମ୍ପର୍କକୁ ବୁଝାଏ, ଅର୍ଥାତ୍ ଜଣେ ପିତାଙ୍କ ପ୍ରତି ସନ୍ତାନଗଣଙ୍କ ସମ୍ପର୍କ ସଦୃଶ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

John 1:14

The Word

ଏହା ଯୀଶୁଙ୍କୁ ବୁଝାଏ I ଯଦି ସମ୍ଭବ ହୁଏ “ବାକ୍ୟ” ଭାବେ ଅନୁବାଦ କର I ଯଦି ତୁମ ଭାଷାରେ “ବାକ୍ୟ” ସ୍ତ୍ରୀଲିଙ୍ଗ ହୋଇଥାଏ, ତେବେ ଏହାକୁ “ଯାହାଙ୍କୁ ବାକ୍ୟ କୁହାଯାଏ” ଏପରି ଅନୁବାଦ କରାଯାଇପାରିବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୧ରେ ଅନୁବାଦ କରିଅଛ I

became flesh

ଏଠାରେ “ଶରୀର” “ଜଣେ ବ୍ୟକ୍ତି” ଅବା “ଜଣେ ମନୁଷ୍ୟ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ହେଲେ” କିମ୍ବା “ଜଣେ ମନୁଷ୍ୟ ହେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

the one and only who came from the Father

“ଅଦ୍ବିତୀୟ” ଶବ୍ଦର ଅର୍ଥ ଏହା ଯେ ସେ ଅନୁପମ ଅଟନ୍ତି, ଅର୍ଥାତ୍ ତାହାଙ୍କ ସଦୃଶ ଅନ୍ୟ କେହି ନୁହନ୍ତି I “ପିତାଙ୍କଠାରୁ ଆଗତ” ବାକ୍ୟାଂଶର ଅର୍ଥ ଯେ ସେ ପିତାଙ୍କର ସନ୍ତାନ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପିତାଙ୍କର ଅଦ୍ବିତୀୟ ସନ୍ତାନ” କିମ୍ବା “ପିତାଙ୍କର ଏକମାତ୍ର ସନ୍ତାନ”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

full of grace

ଆମ୍ଭମାନଙ୍କ ପ୍ରତି ଦୟାର କାର୍ଯ୍ୟରେ ପରିପୂର୍ଣ୍ଣ, ଯେଉଁ ସମସ୍ତ କାର୍ଯ୍ୟ ନିମନ୍ତେ ଆମ୍ଭେମାନେ ଯୋଗ୍ୟ ନୋହୁଁ

John 1:15

He who comes after me

ଯୋହନ ଯୀଶୁଙ୍କ ବିଷୟରେ କହୁଛନ୍ତି I “ମୋ ଉତ୍ତାରେ ଯେ ଆସୁଅଛନ୍ତି” ବାକ୍ୟାଂଶର ଅର୍ଥ ଯେ ଯୋହନଙ୍କ ସେବାକାର୍ଯ୍ୟ ଆରମ୍ଭ ହୋଇସାରିଛି ଓ ପରେ ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ ହେବ I

is greater than I am

ସେ ମୋ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ କିମ୍ବା “ତାହାଙ୍କଠାରେ ମୋ ଅପେକ୍ଷା ଅଧିକ ଅଧିକାର ଅଛି”

for he was before me

ଏହାକୁ ଏଭଳି ଭାବରେ ଅନୁବାଦ ନକରିବା ନିମନ୍ତେ ସତର୍କ ହୁଅ ଯେପରି ଯୀଶୁ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟନ୍ତି କାରଣ ସେ ମନୁଷ୍ୟ ବୟସ ଦୃଷ୍ଟିରୁ ଯୋହନଙ୍କ ଅପେକ୍ଷା ବୟସ୍କ ଥିଲେ I ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଓ ଗୁରୁତ୍ବପୂର୍ଣ୍ଣ ଅଟନ୍ତି, କାରଣ ସେ ଈଶ୍ବରଙ୍କ ପୁତ୍ର ଅଟନ୍ତି, ଯେ ଅନନ୍ତକାଳ ଜୀବିତ ଅଟନ୍ତି I

John 1:16

fullness

ଏହି ଶବ୍ଦ ଈଶ୍ବରଙ୍କ ଅଶେଷ ଅନୁଗ୍ରହକୁ ବୁଝାଏ ଯାହାର ଶେଷ ନାହି I

grace after grace

ଆଶୀର୍ବାଦ ପରେ ଆଶୀର୍ବାଦ

John 1:18

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 1:19

the Jews sent ... to him from Jerusalem

ଏଠାରେ “ଯିହୂଦୀମାନେ” ଶବ୍ଦ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ଯିରୂଶାଲମରୁ ...ତାହାଙ୍କ ନିକଟକୁ ପଠାଇଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 1:20

He confessed—he did not deny, but confessed

“ସେ ଅସ୍ବୀକାର କଲେ ନାହିଁ” ବାକ୍ୟାଂଶ ନକାରାତ୍ମକ ବାକ୍ୟାଂଶ ସମାନ ବିଷୟକୁ “ସେ ସ୍ବୀକାର କଲେ” ସଦୃଶ ସକାରାତ୍ମକରେ ପ୍ରକାଶ କରେ I ଏହା ଗୁରୁତ୍ବ ଦିଏ ଯେ ଯୋହନ ସତ୍ୟ କହୁଛନ୍ତି ଓ ଦୃଢ଼ ଭାବରେ କହୁଛନ୍ତି ଯେ ସେ ଖ୍ରୀଷ୍ଟ ନୁହନ୍ତି I ତୁମ ଭାଷାରେ ହୁଏତ ଏହା କହିବାର ଏକ ଭିନ୍ନ ଭାଷା ଥାଇପାରେ I

John 1:21

What are you then?

ଯଦି ଆପଣ ଖ୍ରୀଷ୍ଟ ନୁହନ୍ତି, ତେବେ ଆପଣ କିଏ ? କିମ୍ବା “ତେବେ କଅଣ ହେଉଅଛି ?” କିମ୍ବା “ତେବେ ତୁମ୍ଭେ କଅଣ କରୁଅଛ ?”

John 1:22

Connecting Statement:

ଯୋହନ ଯାଜକ ଓ ଲେବୀୟମାନଙ୍କ ସହିତ କଥା କହି ଚାଲିଛନ୍ତି I

they said to him

ଯାଜକ ଓ ଲେବୀୟମାନେ ଯୋହନଙ୍କୁ କହିଲେ

we may give ... us

ଯାଜକ ଓ ଲେବୀୟମାନେ, ଯୋହନ ନୁହନ୍ତି (ଦେଖ: /WA-Catalog/or_tm?section=translate#figs-exclusive)

John 1:23

He said

ଯୋହନ କହିଲେ

I am a voice, crying in the wilderness

ଯୋହନ କହୁଛନ୍ତି ଯେ ଯିଶାଇୟଙ୍କ ଭାବବାଣୀ ତାହାଙ୍କ ସମ୍ବନ୍ଧରେ କୁହାଯାଇଛି I ଏଠାରେ “ସ୍ବର” ଶବ୍ଦ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରାନ୍ତରରେ ଆହ୍ବାନ କରୁଥିବା ଜଣେ ବ୍ୟକ୍ତି ଅଟେ” (ଦେଖ: /WA-Catalog/or_tm?section=translate#figs-metonymy)

Make the way of the Lord straight

ଏଠାରେ “ପଥ” ଶବ୍ଦ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯେପରି ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଆଗମନ ନିମନ୍ତେ ଯେପରି ପଥ ପ୍ରସ୍ତୁତ କରନ୍ତି, ସେହିପରି ପ୍ରଭୁଙ୍କ ଆଗମନ ନିମନ୍ତେ ଆପଣା ଆପଣାକୁ ପ୍ରସ୍ତୁତ କର” (ଦେଖ: /WA-Catalog/or_tm?section=translate#figs-metaphor)

John 1:24

Now some from the Pharisees

ଏହା ଯୋହନଙ୍କୁ ପ୍ରଶ୍ନ କରିଥିବା ଲୋକମାନଙ୍କ ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 1:26

General Information:

ଏହି ଘଟଣାର ପ୍ରସଙ୍ଗ ବିଷୟରେ ୨୮ ପଦ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦିଏ I

John 1:27

who comes after me

ଯେତେବେଳେ ସେ ଆଗମନ କରିଛନ୍ତି, ସେ ଯାହା କରିବେ, ସେ ବିଷୟରେ ତୁମକୁ ସ୍ପଷ୍ଟ କରିବା ଆବଶ୍ୟକ ହେବ I ଅନ୍ୟ ଏକ ଅନୁବାଦରେ: “ମୁଁ ଗଲା ପରେ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବେ” (ଦେଖ: /WA-Catalog/or_tm?section=translate#figs-explicit)

me, the strap of whose sandal I am not worthy to untie

ପାଦୁକାର ବନ୍ଧନ ଫିଟାଇବା ଜଣେ କ୍ରୀତଦାସ ବା ଦାସର କାମ ଥିଲା I ଏହି ପଦଗୁଡିକ ଜଣେ ଦାସର ସବୁଠାରୁ ଅପ୍ରୀତିକର କାର୍ଯ୍ୟର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ, ଏପରିକି ସବୁଠାରୁ ଅପ୍ରୀତିକର କାର୍ଯ୍ୟ କରି ସେବା କରିବା ନିମନ୍ତେ ଅଯୋଗ୍ୟ ଅଟେ” କିମ୍ବା “ମୁଁ, ଏପରିକି ପାଦୁକାର ବନ୍ଧନ ଫିଟାଇବାକୁ ଅଯୋଗ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

John 1:29

Lamb of God

ଏହା ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିଷ୍କଳଙ୍କ ବଳିଦାନକୁ ବୁଝାଏ I ଯୀଶୁ “ଈଶ୍ବରଙ୍କ ମେଷଶାବକ” କୁହାଯାଏ, କାରଣ ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଉତ୍ସର୍ଗୀକୃତ ହେଲେ I (ଦେଖ: /WA-Catalog/or_tm?section=translate#figs-metaphor)

world

“ଜଗତ” ଶବ୍ଦ ଏକ ରୂପକ ଅଟେ ଏବଂ ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 1:30

The one who comes after me is more than me, for he was before me

ଦେଖ ତୁମେ ଏହାକୁ କିପରି ଯୋହନ ୧:୧୫ରେ ଅନୁବାଦ କରିଅଛ I

John 1:32

descending

ଉର୍ଦ୍ଧରୁ ଅବତରଣ କରିବା

like a dove

ଏହି ବାକ୍ୟାଂଶ ଏକ ଉପମା ଅଟେ I ଜଣେ ଲୋକ ଉପରେ ଯେପରି କପୋତ ଅବତରଣ କରେ, ସେପରି “ପବିତ୍ରଆତ୍ମା” ଅବତରଣ କରନ୍ତି I (ଦେଖ: /WA-Catalog/or_tm?section=translate#figs-simile)

heaven

“ସ୍ବର୍ଗ” ଶବ୍ଦ “ଆକାଶ”କୁ ବୁଝାଏ I

John 1:34

the Son of God

ଏହି ଶାସ୍ତ୍ରାଂଶର କେତେକ ଲିପିରେ “ଈଶ୍ବରଙ୍କ ପୁତ୍ର” କୁହାଯାଇଛି; ଅନ୍ୟ ଗୁଡିକରେ “ଈଶ୍ବରଙ୍କ ମନୋନୀତ ବ୍ୟକ୍ତି” କୁହାଯାଇଛି I

Son of God

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 1:35

Again, the next day

ଏହା ଅନ୍ୟ ଏକ ଦିନ ଅଟେ I ଏହା ଦ୍ବତିୟ ଦିନ ଯେବେ ଯୋହନ ଯୀଶୁଙ୍କୁ ଦେଖନ୍ତି I

John 1:36

Lamb of God

ଏହା ଏକ ରୂପକ ଅଟେ ଯାହା ଈଶ୍ବରଙ୍କର ନିଷ୍କଳଙ୍କ ବଳିଦାନକୁ ବୁଝାଏ I ଯୀଶୁଙ୍କୁ “ଈଶ୍ବରଙ୍କ ମେଷଶାବକ” କୁହାଗଲା କାରଣ ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଉତ୍ସର୍ଗୀକୃତ ହୋଇଥିଲେ I ଦେଖ ତୁମେ ଏହିଭଳି ବାକ୍ୟାଂଶକୁ କିପରି ଯୋହନ ୧:୨୯ରେ ଅନୁବାଦ କରିଅଛ I (ଦେଖ: /WA-Catalog/or_tm?section=translate#figs-metaphor)

John 1:39

tenth hour

୧୦ ଘଣ୍ଟା ସମୟ I ଏହି ବାକ୍ୟାଂଶ ସନ୍ଧ୍ୟା ପୂର୍ବର ଅପରାହ୍ନ ସମୟକୁ ବୁଝାଏ, ଯେଉଁ ସମୟରେ, ପ୍ରାୟତଃ ଅପରାହ୍ନ ୪ ଘଣ୍ଟା ସମୟରେ ଅନ୍ୟ ସହରକୁ ଯାତ୍ରାକରିବା ସକାଶେ ଅତ୍ୟନ୍ତ ବିଳମ୍ବ ହୋଇଥାଏ I

John 1:40

General Information:

ଏହି ପଦଗୁଡିକ ଆନ୍ଦ୍ରିୟଙ୍କ ବିଷୟରେ ଓ ସେ ତାହାଙ୍କ ଭ୍ରାତା ପିତରଙ୍କୁ କିପରି ଯୀଶୁଙ୍କ ନିକଟକୁ ଆଣିଲେ ସେହି ବିଷୟର ସୂଚନା ଦିଏ I ଯୋହନ ୧:୩୯ ପଦରେ ଯୀଶୁ ଯେଉଁଠି ରହୁଥିଲେ, ସେମାନେ ସେଠାକୁ ଯାଇ ଯୀଶୁଙ୍କୁ ଦେଖିବା ପୂର୍ବରୁ ଏହା ଘଟିଥିଲା I

John 1:42

son of John

ସେ ବାପ୍ତିଜକ ଯୋହନ ନଥିଲେ I “ଯୋହନ” ଏକ ଅତି ପରିଚିତ ନାମ ଥିଲା I

John 1:44

Now Philip was from Bethsaida, the city of Andrew and Peter

ଏହା ଫିଲିପ୍ପଙ୍କ ବିଷୟରେ ପ୍ରାଥମିକ ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 1:46

Nathaniel said to him

ନିଥନିୟେଲ ଫିଲିପ୍ପଙ୍କୁ କହିଲେ

Can any good thing come out of Nazareth?

ଏହା ଗୁରୁତ୍ବ ବଢାଇବା ନିମନ୍ତେ ଏହି ଟିପ୍ପଣୀକୁ ପ୍ରଶ୍ନ ଭାବରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ନାଜରିତରୁ କୌଣସି ଉତ୍ତମ ବିଷୟ ଆସିପାରେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 1:47

in whom is no deceit

ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ସମ୍ପୂର୍ଣ୍ଣରୂପେ ସତ୍ୟବାଦୀ ମନୁଷ୍ୟ” (ଦେଖ: /WA-Catalog/or_tm?section=translate#figs-litotes)

John 1:49

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 1:50

Because I said to you ... do you believe?

ଗୁରୁତ୍ବକୁ ବଢାଇବା ନିମନ୍ତେ ଏହି ଟିପ୍ପଣୀକୁ ପ୍ରଶ୍ନ ଭାବରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୁଁ କହିବା ହେତୁ ତୁମେ ବିଶ୍ବାସ କଲ, ‘ମୁଁ ତୁମକୁ ଡିମ୍ବିରି ଗଛତଳେ ଦେଖିଥିଲି’!(ଦେଖ: /WA-Catalog/or_tm?section=translate#figs-rquestion)

John 1:51

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ଯାହା ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I