John 2

ଯୋହନ ୦୨ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଦ୍ରାକ୍ଷାରସ

ଯିହୂଦୀମାନେ ଅନେକ ଭୋଜନରେ, ବିଶେଷକରି ବିଭିନ୍ନ ଉତ୍ସବଗୁଡିକ ପାଳନ କରିବା ସମୟରେ ଦ୍ରାକ୍ଷାରସ ପାନ କରୁଥିଲେ I ସେମାନେ ବିଶ୍ବାସ କରୁ ନଥିଲେ ଯେ ଦ୍ରାକ୍ଷାରସ ପାନ କରିବା ଏକ ପାପ ଥିଲା I

ମୁଦ୍ରା ବ୍ୟବସାୟୀମାନଙ୍କୁ ବାହାର କରିଦେବା

ଯୀଶୁ ମନ୍ଦିର ଉପରେ ଓ ସମଗ୍ର ଇଶ୍ରାୟେଲ ଉପରେ ଆପଣାର ଅଧିକାର ଥିବା ଦେଖାଇବା ନିମନ୍ତେ ମୁଦ୍ରା ବ୍ୟବସାୟୀଙ୍କୁ ବାହାର କରିଦେଲେ I

“ଯୀଶୁ ଜାଣୁଥିଲେ ଯେ ମନୁଷ୍ୟର ଅନ୍ତର ମଧ୍ୟରେ କଅଣ ଅଛି”

ଯୀଶୁ ଜାଣୁଥିଲେ ଯେ ଅନ୍ୟମାନେ କଅଣ ଭାବୁଛନ୍ତି, କାରଣ ସେ ହିଁ କେବଳ ମନୁଷ୍ୟପୁତ୍ର ଓ ଈଶ୍ବରଙ୍କ ପୁତ୍ର ଥଲେ ଓ ଅଟନ୍ତି I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତାହାଙ୍କ ଶିଷ୍ୟମାନେ ସ୍ମରଣ କଲେ

ଯୋହନ ମୁଖ୍ୟ ଘଟଣା କହିବା ବନ୍ଦକରି ଓ ଯାହା ସମସ୍ତ ବିଳମ୍ବରେ ଘଟିବ, ସେ ବିଷୟ କହିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରୁଥିଲେ I ସେ କାପ୍ତା ବ୍ୟବସାୟୀମାନଙ୍କୁ ଭର୍ତ୍ସନା କଲା ପରେ (ଯୋହନ ୨:୧୬) ଯିହୂଦୀ ଅଧିକାରୀମାନେ ତାହାଙ୍କ ସହିତ କଥା କହିବାକୁ ଲାଗିଲେ I ଏହି ସମସ୍ତ ଯୀଶୁ ପୁନରୁତ୍ଥିତ ହେବା ପରେ ତାହାଙ୍କ ଶିଷ୍ୟମାନେ ଭାବବାଦୀ ଯାହା ବହୁ ପୂର୍ବରୁ ଲେଖିଥିଲେ ଓ ଯୀଶୁ ଆପଣା ଶରୀର ରୂପକ ମନ୍ଦିର ସମ୍ବନ୍ଧରେ ଯାହା କହିଥିଲେ, ତାହା ସ୍ମରଣ କଲେ (ଯୋହନ ୨:୧୭ଯୋହନ ୨:୨୨)I

John 2:1

General Information:

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ବିବାହ ଭୋଜକୁ ନିମନ୍ତ୍ରିତ ହୋଇଥିଲେ I ଏହି ପଦଗୁଡିକ ଏହି ଘଟଣାର ପୃଷ୍ଠଭୂମି ବିଷୟରେ ସୂଚନା ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Three days later

ଅଧିକାଂଶ ତର୍ଜମାକାରୀ ଏହାକୁ ଯୀଶୁ ଫିଲିପ୍ପ ଓ ନିଥନିୟେଲଙ୍କୁ ତାହାଙ୍କୁ ଅନୁଗମନ କରିବା ନିମନ୍ତେ ଆହ୍ବାନ କରିବାର ତୃତୀୟ ଦିବସରେ ଭାବେ ପଢ଼ନ୍ତି I ପ୍ରଥମ ଦିବସର ଘଟଣା ଯୋହନ ୧:୩୫ ରେ ଓ ଦ୍ବିତୀୟ ଦିବସର ଘଟଣା ଯୋହନ ୧:୪୩ ରେ ଘଟିଥିଲା I

John 2:2

Jesus and his disciples were invited to the wedding

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ଯୀଶୁଙ୍କୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବିବାହ ଭୋଜକୁ ନିମନ୍ତ୍ରଣ କରିଥିଲେ I (ଦେଖ: /WA-Catalog/or_tm?section=translate#figs-activepassive)

John 2:4

Woman

ଏହା ମରିୟମଙ୍କୁ ବୁଝାଏ I ଯଦି ତୁମ ଭାଷାରେ ଜଣେ ପୁଅ ନିଜର ମାଁକୁ “ନାରୀ” ଭାବେ ଡାକିବା ଅଶିଷ୍ଟାଚାର ଅଟେ, ତେବେ ଶିଷ୍ଟାଚାର ନିମନ୍ତେ ଅନ୍ୟ ଏକ ଶବ୍ଦ ବ୍ୟବହାର କର, ନଚେତ୍ ଏହାକୁ ଛାଡ଼ିଦିଅ I

why do you come to me?

ଗୁରୁତ୍ବ ଦେବା ନିମନ୍ତେ ଏହି ପ୍ରଶ୍ନ କରାଯାଇଅଛି I ଅନ୍ୟ ଏକ ଅନୁବାଦରେ: “ଏହାର ମୋ ସହିତ କୌଣସି ସମ୍ପର୍କ ନାହିଁ” କିମ୍ବା “କଅଣ କରିବାକୁ ହେବ ତୁମ୍ଭେ ମୋତେ କହିବା ଉଚିତ ନୁହଁ I” (ଦେଖ: /WA-Catalog/or_tm?section=translate#figs-rquestion)

My time has not yet come

“ସମୟ” ଶବ୍ଦ ଏକ ରୂପକ ଅଟେ ଯାହା ଯୀଶୁଙ୍କ ନିମନ୍ତେ ଏକ ଉପଯୁକ୍ତ ସମୟକୁ ବୁଝାଏ ଯେ ଆଶ୍ଚର୍ଯ୍ୟକର୍ମ କରିବା ଦ୍ବାରା ସେ ଆପଣାକୁ ମସୀହ ଭାବେ ପ୍ରକାଶ କରିବେ I ଅନ୍ୟ ଏକ ଅନୁବାଦରେ: “ଆଶ୍ଚର୍ଯ୍ୟକର୍ମ କରିବାକୁ ମୋ ନିମନ୍ତେ ଉପଯୁକ୍ତ ସମୟ ଆସିନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

John 2:6

two to three metretes

ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରିପାରିବ I ଅନ୍ୟ ଏକ ଅନୁବାଦରେ: “୭୫ ରୁ ୧୧୫ ଲିଟର” (ଦେଖ: /WA-Catalog/or_tm?section=translate#translate-bvolume)

John 2:7

to the brim

ଏହାର ଅର୍ଥ “ପୂରା ଉପର ଧାର ପର୍ଯ୍ୟନ୍ତ” କିମ୍ବା “ସମ୍ପୁର୍ଣ ରୂପେ”

John 2:8

the head waiter

ଏହା ଖାଦ୍ୟ ଓ ପାନୀୟ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ବୁଝାଏ I

John 2:9

but the servants who had drawn the water knew

ଏହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 2:10

drunk

ଅତ୍ୟଧିକ ମଦ୍ୟପାନ କରିଥିବା ସକାଶୁ ନିମ୍ନମାନର ଦ୍ରାକ୍ଷାରସ ଓ ବହୁମୂଲ୍ୟ ଦ୍ରାକ୍ଷାରସ ମଧ୍ୟରେ ଥିବା ପାର୍ଥକ୍ୟ କହିବା ନିମନ୍ତେ ଅକ୍ଷମ

John 2:11

Connecting Statement:

ଏହି ପଦ ମୁଖ୍ୟ ଘଟଣାର ଅଂଶ ନୁହେଁ, କିନ୍ତୁ ବରଂ ଏହା ଘଟଣା ସମ୍ବନ୍ଧରେ ଏକ ଟିପ୍ପଣୀ ଦିଏ I (ଦେଖ: /WA-Catalog/or_tm?section=translate#writing-newevent)

Cana

ଏହା ଏକ ସ୍ଥାନର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

revealed his glory

ଏଠାରେ “ତାହାଙ୍କ ଗୌରବ” ଯୀଶୁଙ୍କ ମହାଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆପଣା ମହିମା ପ୍ରକାଶ କଲେ”

John 2:12

went down

ଏହା ସୂଚାଇ ଦିଏ ଯେ ସେମାନେ ଏକ ଉଚ୍ଚତର ସ୍ଥାନରୁ ନିମ୍ନତର ସ୍ଥାନକୁ ଗଲେ I କଫର୍ନାହୂମ କାନ୍ନାର ଉତ୍ତରପୂର୍ବରେ ଓ ନିମ୍ନତର ଉଚ୍ଚତାରେ ଅବସ୍ଥିତ ଥିଲା I

his brothers

“ଭ୍ରାତୃବୃନ୍ଦ” ଶବ୍ଦ ଉଭୟ ଭାଇ ଓ ଭଉଣୀମାନଙ୍କୁ ବୁଝାଏ I ଯୀଶୁଙ୍କ ସମସ୍ତ ଭାଇ ଓ ଭଉଣୀମାନେ ତାହାଙ୍କଠାରୁ ବୟସରେ ସାନ ଥିଲେ I

John 2:13

General Information:

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୂଶାଲମ ମନ୍ଦିର ପର୍ଯ୍ୟନ୍ତ ଗଲେ I

went up to Jerusalem

ଏହା ସୂଚାଇ ଦିଏ ଯେ ସେ ନିମ୍ନତର ସ୍ଥାନରୁ ଉଚ୍ଚତର ସ୍ଥାନକୁ ଗଲେ I ଯିରୂଶାଲମ ମନ୍ଦିର ଏକ ପର୍ବତ ଉପରେ ନିର୍ମିତ ଥିଲା I

John 2:14

were sitting there

ପରବର୍ତ୍ତୀ ପଦ ସ୍ପଷ୍ଟକରେ ଯେ ଏହି ଲୋକମାନେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ସେହି ଅଞ୍ଚଳ ଉପାସନା ନିମନ୍ତେ ଉଦ୍ଦିଷ୍ଟ ଥିଲା ଓ ବ୍ୟବସାୟ ନିମନ୍ତେ ନୁହେଁ I

sellers of oxen and sheep and pigeons

ଲୋକମାନେ ଈଶ୍ବରଙ୍କ ନିକଟରେ ବଳିଉତ୍ସର୍ଗ କରିବା ନିମନ୍ତେ ପଶୁମାନଙ୍କୁ କ୍ରୟ କରୁଥିଲେ I

money changers

ଯିହୁଦୀ ଅଧିକାରୀମାନେ “ମୁଦ୍ରା ବ୍ୟବସାୟୀ”ମାନଙ୍କଠାରୁ ଆପଣାର ମୁଦ୍ରା ଦେଇ ବିଶେଷ ମୁଦ୍ରା ବିନିମୟ କରିବା ନିମନ୍ତେ ଲୋକମାନେ ବଳିଉତ୍ସର୍ଗ କରିବାକୁ ଥିବା ପଶୁମାନଙ୍କୁ କ୍ରୟ କରିବା ଆବଶ୍ୟକ କଲେ I

John 2:15

So

ଏହି ଶବ୍ଦଟି ଏକ ଘଟଣାକୁ ଚିହ୍ନିତ କରେ ଯାହା ଏପରି ହୁଏ ଯାହା ପ୍ରଥମରୁ କିଛି ଏକ ଘଟଣା ଘଟିଛି I ଏ କ୍ଷେତ୍ରରେ, ଯୀଶୁ ମୁଦ୍ରାବ୍ୟବସାୟୀମାନଙ୍କୁ ମନ୍ଦିରରେ ବସିଥିବା ଦେଖିଛନ୍ତି I

John 2:16

Stop making the house of my Father a marketplace

ମୋ ପିତାଙ୍କ ଗୃହରେ ଜିନିଷ କ୍ରୟବିକ୍ରୟ କରିବା ବନ୍ଦକର

the house of my Father

ମନ୍ଦିରକୁ ବୁଝାଇବା ନିମନ୍ତେ ଯୀଶୁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I

my Father

ଏହା ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଈଶ୍ବରଙ୍କ ନିମନ୍ତେ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 2:17

it was written

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

your house

ଏହି ଶବ୍ଦ ଈଶ୍ବରଙ୍କ ଗୃହ, ମନ୍ଦିରକୁ ବୁଝାଏ I

consume

“ଗ୍ରାସ” ଶବ୍ଦ “ଅଗ୍ନି”ର ଏକ ରୂପକକୁ ଇଙ୍ଗିତ କରୁଛି I ମନ୍ଦିର ପ୍ରତି ଯୀଶୁଙ୍କ ପ୍ରେମ ଅଗ୍ନି ସ୍ବରୂପ ଅଟେ ଯାହା ତାହାଙ୍କ ଅନ୍ତର ମଧ୍ୟରେ ପ୍ରଜ୍ବଳିତ ହେଉଅଛି I (ଦେଖ: /WA-Catalog/or_tm?section=translate#figs-metaphor)

John 2:18

sign

ଏହା ଏକ ଘଟଣାକୁ ବୁଝାଏ ଯାହା କିଛି ଏକ ସତ୍ୟ ବିଷୟ ଭାବେ ପ୍ରମାଣିତ କରେ I

these things

ଏହା ମନ୍ଦିରରେ ମୁଦ୍ରାବ୍ୟବସାୟୀମାନଙ୍କ ବିରୁଦ୍ଧରେ ଯୀଶୁଙ୍କ କାର୍ଯ୍ୟାନୁଷ୍ଠାନକୁ ବୁଝାଏ I

John 2:19

Destroy this temple, ... I will raise it up

ଯୀଶୁ ଏକ ପରିକଳ୍ପିତ ପରିସ୍ଥିତି ବିଷୟରେ କହୁଛନ୍ତି ଯେଉଁଥିରେ କିଛି ଏକ ବିଷୟ ନିଶ୍ଚିତ ଭାବରେ ଘଟିବ, ଯଦି କୌଣସି ବିଷୟ ସତ୍ୟ ନଥାଇ ମଧ୍ୟ ସତ୍ୟ ହେବ I ଏ କ୍ଷେତ୍ରରେ, ସେ ନିଶ୍ଚିତ ଭାବରେ ମନ୍ଦିରକୁ ତୋଳିବେ, ଯଦି ଯିହୂଦୀନେତାମାନେ ଏହାକୁ ବିନାଶ କରିବେ I ସେ ଏଠାରେ ଯିହୂଦୀନେତାମାନଙ୍କୁ ପ୍ରକୃତ ମନ୍ଦିର ଅଟ୍ଟାଳିକାକୁ ଭାଙ୍ଗିଦେବା ନିମନ୍ତେ ଆଜ୍ଞା ଦେଉନାହାନ୍ତି I ତୁମେ “ବିନାଶ କରିବା” ଓ “ତୋଳିବା” ଶବ୍ଦଗୁଡିକୁ ସାଧାରଣ ପ୍ରଚଳିତ ଶବ୍ଦ ଭାଙ୍ଗିଦେବା ଓ ଗଢିବା ସଦୃଶ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଏହି ମନ୍ଦରକୁ ଭାଙ୍ଗି ଦେବ, ମୁଁ ନିଶ୍ଚିତ ଭାବରେ ଏହାକୁ ଗଢିବି” କିମ୍ବା “ତୁମ୍ଭେମାନେ ନିଶ୍ଚିତ ହେବ ଯେ ଯଦି ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କରିବ, ମୁଁ ଏହାକୁ ତୋଳିବି” (ଦେଖ: /WA-Catalog/or_tm?section=translate#figs-hypo/WA-Catalog/or_tm?section=translate#figs-metaphor)

raise it up

ଏହାକୁ ଛିଡା କରାଇବା

John 2:20

General Information:

୨୧ ଓ ୨୨ ପଦ ମୁଖ୍ୟ ଘଟଣା ଧାରାର ଅଂଶ ନୁହେଁ, କିନ୍ତୁ ସେଗୁଡିକ ଘଟଣା ସମ୍ବନ୍ଧରେ ଟିପ୍ପଣୀ ଦେଇ ପରେ କଅଣ ଘଟିବ, ସେ ବିଷୟରେ କହନ୍ତି I (ଦେଖ: /WA-Catalog/or_tm?section=translate#writing-endofstory)

forty-six years ... three days

୪୬ ବର୍ଷ ...୩ ଦିନ (ଦେଖ: /WA-Catalog/or_tm?section=translate#translate-numbers)

you will raise it up in three days?

ଯୀଶୁ ମନ୍ଦିରକୁ ଭାଙ୍ଗିଦେଇ ତିନି ଦିନ ମଧ୍ୟରେ ତୋଳିଦେବା ନିମନ୍ତେ ଚାହୁଁଥିବା ସଦୃଶ ଯିହୂଦୀନେତାମାନେ ବୁଝୁଥିବା ବିଷୟକୁ ଦେଖାଇବା ନିମନ୍ତେ ଏହି ଟିପ୍ପଣୀ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I “ସ୍ଥାପନ କରିବା” ନିମନ୍ତେ “ଉଠାଇବା” ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଏହାକୁ ତିନିଦିନ ମଧ୍ୟରେ ସ୍ଥାପନ କରିପାରିବ ?” କିମ୍ବା “ତୁମ୍ଭେ ଏହାକୁ ସମ୍ଭବତଃ ତିନିଦିନ ମଧ୍ୟରେ ପୁନଃନିର୍ମାଣ କରିପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-idiom)

John 2:22

believed

ଏଠାରେ “ବିଶ୍ବାସ” କରିବା ଅର୍ଥ କୌଣସି ବିଷୟକୁ ସତ୍ୟ ଭାବେ ଗ୍ରହଣ କରିବା କିମ୍ବା ଭରସା କରିବା ଯାହା ସତ୍ୟ ଅଟେ I

this statement

ଏହା ଯୋହନ ୨”୧୯ରେ ଯୀଶୁ କହିଥିବା ଉକ୍ତିକୁ ବୁଝାଏ I

John 2:23

Now when he was in Jerusalem

“ବର୍ତ୍ତମାନ” ଶବ୍ଦ ବିବୃତ୍ତି ମଧ୍ୟରେ ଏକ ନୂତନ ଘଟଣାର ପରିଚୟ ଦିଏ I

believed in his name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କଲେ” କିମ୍ବା “ତାହାଙ୍କଠାରେ ଭରସା କଲେ” (ଦେଖ: /WA-Catalog/or_tm?section=translate#figs-metonymy)

the signs that he did

ଆଶ୍ଚର୍ଯ୍ୟକର୍ମକୁ “ଚିହ୍ନ” ମଧ୍ୟ କୁହାଯାଇ ପାରିବ, କାରଣ ସେଗୁଡିକ ପ୍ରମାଣ ଭାବରେ ବ୍ୟବହାର କରାଯାଏ ଯେ ଈଶ୍ବର ସର୍ବଶକ୍ତିମାନ୍ ଅଟନ୍ତି ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I

John 2:25

about man, for he knew what was in man

ଏଠାରେ “ମନୁଷ୍ୟ” ଶବ୍ଦ ସଧାରଣତଃ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ବିଷୟରେ, କାରଣ ଲୋକମାନଙ୍କ ଅନ୍ତରରେ କଅଣ ଥିଲା, ସେ ଜାଣୁଥିଲେ” (ଦେଖ: /WA-Catalog/or_tm?section=translate#figs-gendernotations)