୧. ଯୀଶୁଙ୍କ ବିଷୟରେ ପରିଚୟ (୧:୧-୧୮) ୧. ଯୀଶୁ ବାପ୍ତିସ୍ମ ହୁଅନ୍ତି, ଓ ବାରଜଣ ଶିଷ୍ୟଙ୍କୁ ମନୋନୀତ କରନ୍ତି (୧:୧୯-୫୧) ୧. ଯୀଶୁ ପ୍ରଚାର କରନ୍ତି, ଶିକ୍ଷା ଦିଅନ୍ତି ଓ ଲୋକମାନଙ୍କୁ ସୁସ୍ଥ କରନ୍ତି (୨-୧୧) ୧. ଯୀଶୁଙ୍କ ମୃତ୍ୟୁ ପୂର୍ବର ସାତ ଦିନ (୧୨-୧୯)
ଯୋହନ ଲିଖିତ ସୁସମାଚାର ନୂତନ ନିୟମର ଚାରୋଟି ସୁସମାଚାର ପୁସ୍ତକମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନର କେତେକ ଅଂଶକୁ ବର୍ଣ୍ଣନା କରେ I ସୁସମାଚାରର ଲେଖକମାନେ ଯୀଶୁ କିଏ ଥିଲେ ଓ ସେ କଅଣ କଲେ, ସେଥିର ବିଭିନ୍ନ ଦିଗ ବିଷୟରେ ଲେଖିଥିଲେ I ଯୋହନ କହିଲେ ଯେ ସେ ତାହାଙ୍କ ସୁସମାଚାର ଲେଖିଥିଲେ “ଯେପରି ଲୋକମାନେ ବିଶ୍ବାସ କରିବେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଓ ଜୀବିତ ଈଶ୍ବରଙ୍କ ପୁତ୍ର,ଅଟନ୍ତି” (୨୦:୩୧) I
ଯୋହନ ଲିଖିତ ସୁସମାଚାର ଅନ୍ୟ ତିନୋଟି ସୁସମାଚାରଠାରୁ ସମ୍ପୁର୍ଣରୂପେ ଭିନ୍ନ ଅଟେ I ଯୋହନ ଯୀଶୁଙ୍କ କେତେକ ଶିକ୍ଷା ଓ ଘଟଣାଗୁଡିକୁ ଅନ୍ତର୍ଭୁକ୍ତ କରନ୍ତି ନାହି, ଯାହା ଅନ୍ୟ ଲେଖକମାନେ ସେମାନଙ୍କ ସୁସମାଚାରରେ ଅନ୍ତର୍ଭୁକ୍ତ କରିଛନ୍ତି I ମଧ୍ୟ, ଯୋହନ କେତେକ ଶିକ୍ଷା ଓ ଘଟଣାଗୁଡିକ ଲେଖିଛନ୍ତି, ଯାହା ଅନ୍ୟ ସୁସମାଚାରରେ ନାହିଁ I
ଯୋହନ ପ୍ରମାଣିତ କରିବା ନିମନ୍ତେ ଯୀଶୁ କରିଥିବା ଆଶ୍ଚର୍ଯ୍ୟକର୍ମର ଅଧିକାଂଶ ଚିହ୍ନ ଉଲ୍ଲେଖ କରିଛନ୍ତି ଯାହା ଆପଣା ସମ୍ବନ୍ଧରେ ବିଷୟରେ କହିଲେ ତାହା ସତ୍ୟ ଅଟେ I (ଦେଖ: /WA-Catalog/or_tw?section=kt#sign)
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଯୋହନଙ୍କ ସୁସମାଚାର” କିମ୍ବା “ଯୋହନ ଲିଖିତ ସୁସମାଚାର” ଭାବେ ନାମିତ କରିବାକୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ଶୀର୍ଷକ ମନୋନୀତ କରିଥାଇ ପାରନ୍ତି, ଯାହା ହୁଏତ ସ୍ପଷ୍ଟ ହୋଇପାରେ, ଯେପରିକି, ଯୀଶୁଙ୍କ ବିଷୟକ ସୁସମାଚାର ଯାହା ଯୋହନ ଲେଖିଥିଲେ I” (ଦେଖ: /WA-Catalog/or_tm?section=translate#translate-names)
ଏହି ପୁସ୍ତକ ଲେଖକଙ୍କ ନାମ ଘୋଷଣା କରେ ନାହିଁ I ଯାହାହେଉ, ଆଦ୍ୟ ଖ୍ରୀଷ୍ଟିୟ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନ ଭାବି ଥିଲେ ଯେ ପ୍ରେରିତ ଯୋହନ ଲେଖକ ଅଟନ୍ତି I
ଯୋହନ ଯୀଶୁଙ୍କ ଶେଷ ସପ୍ତାହ ବିଷୟରେ ଅଧିକାଂଶ ଲେଖିଥିଲେ ଯାହା ସେ ଚାହୁଁଥିଲେ ଯେ ତାହାଙ୍କ ପାଠକମାନେ ଯୀଶୁଙ୍କ ଶେଷ ସପ୍ତାହ ଓ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ବିଷୟରେ ଗଭୀର ଭାବରେ ଜ୍ଞାତ ହୁଅନ୍ତୁ I ସେ ଚାହୁଁଥିଲେ ଯେ ଯୀଶୁ ସ୍ବଇଚ୍ଛାରେ ମୃତ୍ୟୁଭୋଗ କରିଥିବା ଲୋକମାନେ ଜ୍ଞାତ ହୁଅନ୍ତୁ, ଯେପରି ସେମାନେ ଈଶ୍ବରଙ୍କ ବିରୁଦ୍ଧରେ କରିଥିବା ପାପରୁ ସେମାନଙ୍କୁ କ୍ଷମା କରିବେ I (ଦେଖ: /WA-Catalog/or_tw?section=kt#sin)
ଅନେକ ଅନୁବାଦକମାନେ ଠିକ୍ ଏଠାରେ ଲେଖା ଯାଇଥିବା ପ୍ରକାରେ ସେମାନଙ୍କ ଭାଷାରେ ପ୍ରକାଶ କରିବା ନିମନ୍ତେ ଅସମ୍ଭବ ମନେ କରି ପାରନ୍ତି I ଉଦାହରଣ ସ୍ବରୂପ, ଯେତେବେଳେ ଯୀଶୁ କହିଲେ ଯେ “ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ମୋଠାରେ ରହେ ଓ ମୁଁ ତାହାଠାରେ ରହେ” (ଯୋହନ ୬:୫୬), ଯୀଶୁ ଏହି ଚିନ୍ତାଧାରା ପ୍ରକାଶ କରିବା ନିମନ୍ତେ ଚାହୁଁଥିଲେ ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକ ଭାବରେ ତାହାଙ୍କ ସହିତ ଏକତ୍ର ରହିଛନ୍ତି I UST “ସେ ମୋ ସହିତ ସଂଯୁକ୍ତ ହେବ” ଓ ମୁଁ ତାହା ସହିତ ସଂଯୁକ୍ତ ହେବି” ଚିନ୍ତାଧାରାକୁ ବ୍ୟବହାର କରୁଅଛି I କିନ୍ତୁ ଅନୁବାଦକମାନେ ଏହି ଚିନ୍ତାଧାରାକୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ସମସ୍ତ ମାର୍ଗ ଅନ୍ବେଷଣ କରି ପାରନ୍ତି I
”ଯଦି ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରହେ” (ଯୋହନ ୧୫:୭) ଅନୁଚ୍ଛେଦରେ, UST “ଯଦି ତୁମ୍ଭେମାନେ ମୋହର ବାକ୍ୟ ଅନୁସାରେ ଜୀବନଯାପନ କର” ଚିନ୍ତାଧାରା ପ୍ରକାଶ କରୁଅଛି I ଅନୁବାଦକମାନେ ଏହି ଅନୁବାଦକୁ ଏକ ଆଦର୍ଶ ଭାବରେ ବ୍ୟବହାର କରିବାକୁ ସମ୍ଭବ ହେବା ମନେ କରନ୍ତି I
ବାଇବଲର ପୁରାତନ ସଂସ୍କରଣଗୁଡିକରେ ଥିବା ନିମ୍ନଲିଖିତ ପଦଗୁଡିକ ଅଧିକାଂଶ ନୂତନ ସଂସ୍କରଣଗୁଡିକରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ I ଏହି ପଦଗୁଡିକୁ ଅନୁବାଦ ନକରିବା ନିମନ୍ତେ ଅନୁବାଦକମାନଙ୍କୁ ପରାମର୍ଶ ଦିଆ ଯାଉଛି I ଯାହାହେଉ, ଯଦି ଅନୁବାଦକମାନଙ୍କ ଅଞ୍ଚଳରେ ଏହି ପଦଗୁଡିକ ଅନ୍ତର୍ଭୁକ୍ତ ଥିବା ବାଇବଲ ଥାଏ, ତେବେ ଅନୁବାଦକ ସେସମସ୍ତ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସେଗୁଡିକୁ ଅନୁବାଦ କରାଯାଏ, ସେଗୁଡିକ ସମ୍ଭବତଃ ଯୋହନଙ୍କ ସୁସମାଚାରର ମୂଳ ଲେଖାରେ ନଥିବା ବିଷୟକୁ ଦର୍ଶାଇବା ନିମନ୍ତେ ବର୍ଗ ବନ୍ଧନୀ ([])ମଧ୍ୟରେ ରଖାଯିବା ଉଚିତ I
ନିମ୍ନଲିଖିତ ଅନୁଚ୍ଛେଦ ଅଧିକାଂଶ ପୁରାତନ ଓ ଆଧୁନିକ ସଂସ୍କରଣ ଗୁଡିକରେ ସଂଯୁକ୍ତ ହୋଇଅଛି I କିନ୍ତୁ ଏହା ଅତି ପ୍ରାଚୀନ ବାଇବଲ ଗୁଡିକରେ ଦେଖିବାକୁ ମିଳେ ନାହିଁ I ଏହି ଅନୁଚ୍ଛେଦଗୁଡିକୁ ଅନୁବାଦ କରିବା ନିମନ୍ତେ ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଏ I ଯୋହନଙ୍କ ସୁସମାଚାରର ମୂଳ ଲେଖାରେ ସମ୍ଭବତଃ ଏହା ନଥିବା ବିଷୟକୁ ଦର୍ଶାଇବା ନିମନ୍ତେ ସେଗୁଡିକୁ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ I
(ଦେଖ: /WA-Catalog/or_tm?section=translate#translate-textvariants)