Luke 19

ଲୂକ 19 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଜଖିୟ ନାମକ ଜଣେ ଲୋକକୁ ତାହାର ପାପରୁ ମନପରିବର୍ତ୍ତନ କରିବା ନିମନ୍ତେ ସାହାଯ୍ୟ କରିବା ପରେ ଲୂକ19:1-10, ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଶିକ୍ଷା ଦେଲେ ଯେ ସେ ଯେତେବେଳେ ଜଣେ ରାଜା ଭାବରେ ରାଜତ୍ଵ କରିବା ଆରମ୍ଭ କରିବେ, ସେ ଯେଉଁସବୁ ବିଷୟର ଯତ୍ନ ନେବା ପାଇଁ ସେ ସେମାନଙ୍କୁ ଦେଇଛନ୍ତି ସେସବୁ ସହିତ ସେମାନେ କଅଣ କରିଅଛନ୍ତି ତାହା ସେମାନଙ୍କୁ ଜଣାଇବାକୁ ପଡ଼ିବ [ଲୂକ 19:11-27](../11 .ମଝି) I ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଏହା କଲେ I ତା’ପରେ ସେ ଗୋଟିଏ ଗଧଛୁଆ ଉପରେ ଚଢି ଯିରୂଶାଲମକୁ ଗଲେ I ([ଲୂକ19:28-48](./28. ମଝି)) I (ଦେଖ: /WA-Catalog/or_tw?section=kt#kingdomofgodଏବଂ /WA-Catalog/or_tm?section=translate#figs-parables)

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

“ପାପୀ”

ଫାରୂଶୀମାନେ ଏକ ଦଳର ଲୋକମାନଙ୍କୁ “ପାପୀମାନେ” ବୋଲି ଉଲ୍ଲେଖ କରୁଥିଲେ I ଯିହୂଦୀ ନେତାମାନେ ଭାବୁଥିଲେ ଯେ ଏହି ଲୋକମାନେ ପାପୀ ଅଟନ୍ତି କିନ୍ତୁ ବାସ୍ତବରେ ନେତାମାନେ ମଧ୍ୟ ପାପୀ ଥିଲେ I ଏହାକୁ ଏକ ଶ୍ଲେଷ ଭାବରେ ଗ୍ରହଣ କରାଯାଇପାରେ I (ଦେଖ: /WA-Catalog/or_tw?section=kt#sin ଏବଂ /WA-Catalog/or_tm?section=translate#figs-irony)

ଦାସମାନେ

ଈଶ୍ୱର ଅପେକ୍ଷା କରୁଥିଲେ ଯେ ତାଙ୍କର ଲୋକମାନେ ସ୍ମରଣ କରିବେ ଯେ ଜଗତରେ ଯାହା କିଛି ଅଛି, ସେସବୁ ଈଶ୍ୱରଙ୍କ ନିଜସ୍ଵ ଅଟେ I ଈଶ୍ୱର ତାଙ୍କର ଲୋକମାନଙ୍କୁ ସମସ୍ତ ବିଷୟ ଦେଉଥିଲେ ଯେପରି ସେମାନେ ତାଙ୍କର ସେବା କରି ପାରିବେ I ସେ ଇଚ୍ଛା କରନ୍ତି ଯେ ସେ ସେମାନଙ୍କୁ ଯାହା ସବୁ ଦେଇଛନ୍ତି, ତାହା ସହିତ ସେ ଯାହା କରିବା ନିମନ୍ତେ ଚାହାନ୍ତି ସେମାନେ ତାହା କରିବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରନ୍ତୁ I ସେ ଯାହା କରିବା ନିମନ୍ତେ ଚାହୁଁଥିଲେ ତାହା ଯେଉଁମାନେ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରିବେ ଏବଂ ଯେଉଁମାନେ କରିନାହାନ୍ତି ସେ ସେମାନଙ୍କୁ ଦଣ୍ଡ ଦେବେ I

ଗଧ ଏବଂ ଗଧଛୁଆ

ଯୀଶୁ ଏକ ପଶୁ ଉପରେ ଚଢି ଯିରୂଶାଲମରେ ପ୍ରବେଶ କଲେ I ଏହି ପ୍ରକାରେ ସେ ଏପରି ଜଣେ ରାଜା ପରି ଥିଲେ ଯିଏ ଏକ ମହତ୍ତ୍ଵପୂର୍ଣ୍ଣ ଯୁଦ୍ଧରେ ବିଜୟୀ ହେବା ପରେ ନଗର ମଧ୍ୟକୁ ଆସୁଥିଲେ I ଆହୁରି ମଧ୍ୟ ପୁରାତନ ନିୟମରେ ଇସ୍ରାଏଲର ରାଜାମାନେ ଗଧ ଉପରେ ଚଢ଼ୁଥିଲେ I ଅନ୍ୟ ରାଜାମାନେ ଘୋଡାମାନଙ୍କ ଉପରେ ଚଢ଼ୁଥିଲେ I ତେଣୁ ଯୀଶୁ ଦେଖାଉଥିଲେ ଯେ ସେ ଇସ୍ରାଏଲର ରାଜା ଅଟନ୍ତି ଏବଂ ସେ ଅନ୍ୟ ରାଜାମାନଙ୍କ ପରି ନୁହଁନ୍ତି I

ମାଥିଉ, ମାର୍କ, ଲୂକ ଏବଂ ଯୋହନ ସମସ୍ତେ ଏହି ଘଟଣା ସମ୍ପର୍କରେ ଲେଖିଛନ୍ତି I ମାଥିଉ ଓ ମାର୍କ ଲେଖିଛନ୍ତି ଯେ ଶିଷ୍ୟମାନ ଗୋଟିଏ ଗଧକୁ ଯୀଶୁଙ୍କ ନିକଟକୁ ଆଣିଲେ I ଯୋହନ ଲେଖନ୍ତି ଯେ ଯୀଶୁ ଏକ ଗଧକୁ ପାଇଲେ I ଲୂକ ଲେଖନ୍ତି ଯେ ସେମାନେ ତାଙ୍କ ନିକଟକୁ ଏକ ଗଧଛୁଆକୁ ଆଣିଲେ I କେବଳ ମାଥିଉ ଲେଖିଛନ୍ତି ଯେ ସେଠାରେ ଉଭୟ ଗଧ ଓ ଗଧଛୁଆ ଥିଲା I କେହି ବି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଯୀଶୁ ଗଧ ଉପରେ ବା ଗଧଛୁଆ ଉପରେ ବସିଲେ I ପ୍ରତ୍ୟେକ ବିବରଣୀ ସମାନ କଥା କହୁଥିବା ପରି ଜଣାଯିବାକୁ ଚେଷ୍ଟା ନ କରି ସେଗୁଡିକୁ ଅନୁବାଦ କରିବା ସର୍ବୋତ୍ତମ ହେବ, ଠିକ ଯେପରି ULT ରେ ଦେଖାଯାଏ I [ମାଥିଉ 21:1-7](../../ ମାଥି/21/ 01. ମଝି) ଏବଂ ମାର୍କ 11:1-7 ଏବଂ [ଲୂକ 19:29-36](../../ଲୂକ/19/29. ମଝି) ଏବଂ ଯୋହନ 12:14-15

ଲୁଗା ଏବଂ ଡାଳଗୁଡିକୁ ବିଛାଇବା

ଯେତେବେଳେ ଜଣେ ରାଜା ଆପଣାର ରାଜତ୍ଵ କରୁଥିବା ନଗରରେ ପ୍ରବେଶ କରନ୍ତି, ଲୋକମାନେ ଗଛଗୁଡିକରୁ ଡାଳ କାଟନ୍ତି, ଥଣ୍ଡା ପାଗରେ ଉଷ୍ମତା ପାଇବା ନିମନ୍ତେ ପିନ୍ଧିଥିବା ସେମାନଙ୍କର ଲୁଗାଗୁଡିକୁ କାଢନ୍ତି ଏବଂ ସେଗୁଡିକୁ ସର୍ବତ୍ର ରାସ୍ତା ଉପରେ ବିଛାଇ ଦିଅନ୍ତି ଯେପରି ରାଜା ତହିଁ ଉପର ଦେଇ ଗମନ କରିବେ I ରାଜାଙ୍କୁ ସମ୍ମାନ କରିବା ନିମନ୍ତେ ଏବଂ ସେମାନେ ଯେ ତାଙ୍କୁ ପ୍ରେମ କରନ୍ତି ତାହା ପ୍ରଦର୍ଶନ କରିବା ନିମନ୍ତେ ସେମାନେ ଏପରି କରୁଥିଲେ I (ଦେଖ: /WA-Catalog/or_tw?section=kt#honor ଏବଂ /WA-Catalog/or_tm?section=translate#translate-symaction)

ମନ୍ଦିରରେ ବ୍ୟବସାୟୀମାନେ

ଯେଉଁ ଲୋକମାନେ ମନ୍ଦିରରେ ପଶୁଗୁଡିକୁ ବିକ୍ରୟ କରୁଥିଲେ ଯୀଶୁ ସେମାନଙ୍କୁ ଛାଡି ଚାଲି ଯିବାପାଇଁ ବାଧ୍ୟ କଲେ I ସେ ପ୍ରତ୍ୟେକ ଲୋକମାନଙ୍କୁ ଏହା ଦେଖାଇବା ପାଇଁ ଏପରି କଲେ ଯେ ମନ୍ଦିର ଉପରେ ତାଙ୍କର ଅଧିକାର ଅଛି ଏବଂ ଯେଉଁମାନେ ଧାର୍ମିକ ପୁଣି ଈଶ୍ୱର ଯାହା ଉତ୍ତମ ବୋଲି କହିଛନ୍ତି ତାହା ଯେଉଁମାନେ କରନ୍ତି କେବଳ ସେମାନେ ହିଁ ସେଠାରେ ରହି ପାରିବେ I (ଦେଖ: /WA-Catalog/or_tw?section=kt#righteous)

Luke 19:1

General Information:

ପଦ 1-2 ପରବର୍ତ୍ତୀ ଘଟଣାଗୁଡିକ ଆସିବା ସମ୍ପର୍କରେ ପୃଷ୍ଟଭୂମି ତଥ୍ୟ ପ୍ରଦାନ କରିବା ଆରମ୍ଭ କରନ୍ତି I (ଦେଖ: /WA-Catalog/or_tm?section=translate#writing-background)

Luke 19:2

Now, there was a man

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କ ସମ୍ପର୍କରେ ଆମ୍ଭମାନଙ୍କୁ ସତର୍କ କରେ I ବିକଳ୍ପ ଅନୁବାଦ: “ତୁମର ଭାଷାରେ ହୁଏତ ଏହା କରିବା ପାଇଁ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଜଣେ ଲୋକ ଥିଲା ଯିଏ” (ଦେଖ: /WA-Catalog/or_tm?section=translate#writing-participants)

he was a chief tax collector, and he was rich

ଏହା ଜଖିୟ ସମ୍ପର୍କରେ ପୃଷ୍ଟଭୂମି ତଥ୍ୟ ଅଟେ I (ଦେଖ: /WA-Catalog/or_tm?section=translate#writing-background)

Luke 19:3

General Information:

ଏହା ପରେ ଯେଉଁ ଘଟଣାଗୁଡ଼ିକ ଘଟିବାକୁ ଯାଉଛି ସେ ସମ୍ପର୍କରେ ପୃଷ୍ଟଭୂମି ତଥ୍ୟ ଯାହା ଲୂକ19:1-2ରେ ଆରମ୍ଭ ହୋଇଥିଲା ତାହାକୁ 3 ପଦ ସମାପ୍ତ କରୁଛି I (ଦେଖ: /WA-Catalog/or_tm?section=translate#writing-background)

He was trying

ଜଖିୟ ଚେଷ୍ଟା କରୁଥିଲେ

because he was small in height

କାରଣ ସେ ବାଙ୍ଗର ଥିଲେ

Luke 19:4

So he ran

ଲେଖକ ଘଟଣାର ପୃଷ୍ଟଭୂମି ପ୍ରଦାନ କରିବା ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ଘଟଣାକୁ ହିଁ ବର୍ଣ୍ଣନା କରିବା ଆରମ୍ଭ କରନ୍ତି I

a sycamore tree

ଏକ ଡିମ୍ବିରି ଗଛ I ଏହା ପ୍ରାୟ 2.5 ସେଣ୍ଟିମିଟର ଲମ୍ବା ବିଶିଷ୍ଟ ଛୋଟ ଗୋଲାକାର ଫଳ ଉତ୍ପନ୍ନ କରେ I ବିକଳ୍ପ ଅନୁବାଦ: “ଏକ ଡିମ୍ବିରି ଗଛ” ବା “ଗୋଟିଏ ଗଛ”

Luke 19:5

the place

ଗଛ କିମ୍ବା “ ଯେଉଁଠାରେ ଜଖିୟ ଥିଲେ”

Luke 19:6

So he hurried

ଜଖିୟ ଚଞ୍ଚଳ ହେଲେ

Luke 19:7

they all complained

ଯିହୂଦୀମାନେ କରଗ୍ରାହୀମାନଙ୍କୁ ଘୃଣା କରୁଥିଲେ ଓ ଭାବୁ ନ ଥିଲେ ଯେ କୌଣସି ଉତ୍ତମ ବ୍ୟକ୍ତି ସେମାନଙ୍କ ସହିତ ସଂଶ୍ଲିଷ୍ଟ ହେବା ଉଚିତ୍ I (ଦେଖ: /WA-Catalog/or_tm?section=translate#figs-explicit)

He has gone in to visit with a sinful man

ଯୀଶୁ ଜଣେ ପାପୀ ଲୋକର ଗୃହକୁ ପରିଦର୍ଶନ କରିବା ନିମନ୍ତେ ଯାଇଛନ୍ତି

a sinful man

ସହଜରେ ପରିଲକ୍ଷିତ ପାପୀ କିମ୍ବା “ ଜଣେ ପ୍ରକୃତ ପାପୀ”

Luke 19:8

the Lord

ଏହା ଯୀଶୁଙ୍କୁ ସୂଚାଏ

I will restore four times the amount

ମୁଁ ଯେତେ ବେଶୀ ସେମାନଙ୍କଠାରୁ ନେଇଅଛି ତାହାର ଚାରିଗୁଣରେ ସେମାନଙ୍କୁ ଫେରାଇ ଦେଉଅଛି

Luke 19:9

salvation has come to this house

ଏହା ବୁଝାପଡିଛି ଯେ ପରିତ୍ରାଣ ଈଶ୍ୱରଙ୍କଠାରୁ ଆସେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହି ପରିବାରକୁ ଉଦ୍ଧାର କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-abstractnouns ଏବଂ /WA-Catalog/or_tm?section=translate#figs-explicit)

this house

ଏଠାରେ “ଗୃହ” ଶବ୍ଦ ସେହି ଗୃହରେ ବା ପରିବାରରେ ବାସ କରୁଥିବା ଲୋକମାନଙ୍କୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

he too

ଏହି ମନୁଷ୍ୟ ମଧ୍ୟ କିମ୍ବା “ ଜଖିୟ ମଧ୍ୟ”

a son of Abraham

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଅବ୍ରହାମଙ୍କ ବଂଶଧର” ଏବଂ 2) “ଅବ୍ରହାମଙ୍କ ବିଶ୍ୱାସ ଥିବା ଭଳି ଯେଉଁ ଲୋକମାନଙ୍କୁ ବିଶ୍ୱାସ ରହିଛି I”

Luke 19:10

the Son of Man came

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ଆସିଅଛି”

those who are lost

ଯେଉଁ ଲୋକମାନେ ଈଶ୍ୱରଙ୍କଠାରୁ ବିଭ୍ରାନ୍ତ ହୋଇଛନ୍ତି ବା “ଯେଉଁମାନେ ପାପ କରିବା ଦ୍ୱାରା ଈଶ୍ୱରଙ୍କଠାରୁ ଏଣେତେଣେ ଘୁରି ବୁଲିଛନ୍ତି”

Luke 19:11

General Information:

ଯୀଶୁ ଲୋକସମୂହକୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଯୀଶୁ କାହିଁକି ସେହି ଦୃଷ୍ଟାନ୍ତ କହିଲେ ସେସମ୍ପର୍କରେ ପଦ 11 ପୃଷ୍ଟଭୂମି ଜନିତ ତଥ୍ୟ ଦିଏ I (ଦେଖ: /WA-Catalog/or_tm?section=translate#figs-parables ଏବଂ /WA-Catalog/or_tm?section=translate#writing-background)

that the kingdom of God was about to appear immediately

ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ମଶୀହ ଯିରୂଶାଲମକୁ ଆସିବା ମାତ୍ରକେ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରିବେ I ବିକଳ୍ପ ଅନୁବାଦ: “ଏହା ହେବ ଯେ ଯୀଶୁ ତୁରନ୍ତ ଈଶ୍ୱରଙ୍କ ରାଜ୍ୟ ଉପରେ ରାଜତ୍ଵ କରିବା ଆରମ୍ଭ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 19:12

A certain man of noble birth

ଶାସକ ଶ୍ରେଣୀରେ ଥିବା ଏକ ନିର୍ଦ୍ଧିଷ୍ଟ ଲୋକ ବା “ଗୋଟିଏ ମହତ୍ତ୍ଵପୂର୍ଣ୍ଣ ପରିବାରର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି”

to receive for himself a kingdom

ଏହା ଏକ ଅପେକ୍ଷାକୃତ କମ୍ ସ୍ତରର ରାଜାଙ୍କର ଛବି ଯିଏ ମହତ୍ତର ରାଜାଙ୍କ ପାଖକୁ ଯାଉଛନ୍ତି I ମହତ୍ତର ରାଜା ଆପଣାଠାରୁ ଅପେକ୍ଷାକୃତ କମ୍ ସ୍ତରର ରାଜାଙ୍କୁ ତାଙ୍କ ଦେଶରେ ରାଜତ୍ଵ କରିବା ନିମନ୍ତେ କ୍ଷମତା ଓ ଅଧିକାର ଦେବେ I (ଦେଖ: /WA-Catalog/or_tm?section=translate#figs-explicit)

Luke 19:13

Connecting Statement:

ଲୂକ 19 :11 ରେ ଯୀଶୁ ଆରମ୍ଭ କରିଥିବା ଦୃଷ୍ଟାନ୍ତ କହିବା ଜାରି ରଖନ୍ତି I

he called

କୁଳୀନ ବ୍ୟକ୍ତି ଡାକିଲେ I ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ସେହି ବ୍ୟକ୍ତି ତାଙ୍କର ରାଜ୍ୟ ପାଇବାକୁ ଯିବା ପୂର୍ବରୁ ଏହା କଲେ I ବିକଳ୍ପ ଅନୁବାଦ: “ସେ ଯିବା ପୂର୍ବରୁ, ସେ ଡାକିଲେ”

gave them ten minas

ପ୍ରତ୍ୟେକ ଜଣକୁ ଏକ ମୋହର ଦେଲେ

ten minas

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା, ତେଣୁ ଦଶଗୋଟି ମୋହର ହୁଏତ ପ୍ରାୟ ତିନିବର୍ଷର ମଜୁରି ହୋଇଥିବ I ବିକଳ୍ପ ଅନୁବାଦ: “ଦଶଗୋଟି ମୂଲ୍ୟବାନ ମୁଦ୍ରାଗୁଡିକ” ବା “ଏକ ବିପୁଳ ପରିମାଣର ଅର୍ଥରାଶି” (ଦେଖ: /WA-Catalog/or_tm?section=translate#translate-bweight ଏବଂ /WA-Catalog/or_tm?section=translate#translate-numbers)

Conduct business

ଏହି ଅର୍ଥ ସହିତ ବ୍ୟବସାୟ କର ବା “ଅଧିକ ଉପାର୍ଜନ କରିବା ନିମନ୍ତେ ଏହି ଅର୍ଥକୁ ବ୍ୟବହାର କର”

Luke 19:14

his citizens

ତାଙ୍କ ଦେଶର ଲୋକମାନେ

a delegation

ସେମାନଙ୍କୁ ପ୍ରତିନିଧିତ୍ଵ କରିବା ନିମନ୍ତେ ଦଳେ ଲୋକ ବା “ଅନେକଗୁଡିଏ ସମ୍ବାଦବାହକମାନେ”

Luke 19:15

Now it happened that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହୃତ ହୋଇଅଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ରହିଛି, ତେବେ ତୁମେ ତାହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I

having received the kingdom

ସେ ରାଜା ହେବା ପରେ

be called to him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ନିକଟକୁ ଆସିବା” (ଦେଖ: /WA-Catalog/or_tm?section=translate#figs-activepassive)

what profit they had made

ସେମାନେ କେତେ ପରିମାଣର ଅର୍ଥ ଉପାର୍ଜନ କରିଛନ୍ତି

Luke 19:16

Connecting Statement:

ଲୂକ19:11ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖିଲେ

the first

ପ୍ରଥମ ଦାସ (ଦେଖ: /WA-Catalog/or_tm?section=translate#translate-ordinal)

came before him

ସମ୍ଭ୍ରାନ୍ତବ୍ୟକ୍ତିଙ୍କ ସମ୍ମୁଖକୁ ଆସିଲେ

your mina has made ten minas more

ଏହା ସୂଚାଏ ଯେ ଯେଉଁ ଦାସକୁ ଡକାଯାଇଥିଲା ସେ କିଛି ଲାଭ କରିଥିଲା I ବିକଳ୍ପ ଅନୁବାଦ: “ମୁଁ ଆପଣଙ୍କ ମୋହରକୁ ଆଉ ଅଧିକ ଦଶ ଗୋଟି ମୋହର ଲାଭ କରିବା ପାଇଁ ବ୍ୟବହାର କରିଛି” (ଦେଖ: /WA-Catalog/or_tm?section=translate#figs-explicit)

mina

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ ([ଲୂକ 19 :13](./..19/13 .ମଝି))ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ : /WA-Catalog/or_tm?section=translate#translate-bweight)

Luke 19:17

Well done

ତୁମେ ଉତ୍ତମ ରୂପେ କରିଛ I ତୁମର ଭାଷାରେ ହୁଏତ ଏକ ବାକ୍ୟାଂଶ ରହିଛି ଯାହା ଜଣେ ନିଯୁକ୍ତି ପ୍ରଦାନକାରୀ ଆପଣା ଅନୁମୋଦନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରେ, ଯଥା “ଉତ୍ତମ କାର୍ଯ୍ୟ”

very little

ଏହା ଏକ ମୋହରକୁ ସୂଚାଏ, ଯାହାକୁ ସେହି କୁଳୀନ ବ୍ୟକ୍ତି ଆପାତତଃ ଏକ ବଡ ପରିମାଣର ଅର୍ଥ ବୋଲି ବିବେଚନା କରି ନ ଥିଲେ I

Luke 19:18

Connecting Statement:

ଲୂକ 19:11ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି I

The second

ଦ୍ୱିତୀୟ ଦାସ (ଦେଖ: /WA-Catalog/or_tm?section=translate#translate-ordinal)

Your mina, master, has made five minas

ଏହା ସୂଚାଏ ଯେ ଯେଉଁ ଦାସକୁ ଡକାଯାଇଥିଲା ସେ କିଛି ଲାଭ କରିଥିଲା I ବିକଳ୍ପ ଅନୁବାଦ: “ପ୍ରଭୋ, ମୁଁ ଆପଣଙ୍କ ମୋହରକୁ ଆଉ ଅଧିକ ପାଞ୍ଚଗୋଟି ମୋହର ଲାଭ କରିବା ପାଇଁ ବ୍ୟବହାର କରିଛି” (ଦେଖ: /WA-Catalog/or_tm?section=translate#figs-explicit)

mina

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ ଲୂକ 19 :13 ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: /WA-Catalog/or_tm?section=translate#translate-bweight)

Luke 19:19

you will be over five cities

ପାଞ୍ଚଗୋଟି ନଗର ଉପରେ ତୁମେ ଅଧିକାରପ୍ରାପ୍ତ ହେବ

Luke 19:20

Connecting Statement:

ଲୂକ19 :11ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

the other came

ଆଉ ଜଣେ ଦାସ ଆସିଲା

mina

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ ଲୂକ 19:13ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: /WA-Catalog/or_tm?section=translate#translate-bweight)

I kept put away in a cloth

ଗୋଟିଏ ଲୁଗାରେ ଗୁଡାଇ ରଖିଲା ଓ ସାଇତି ରଖିଲା

Luke 19:21

a demanding man

ଏକ କଠୋର ଲୋକ ବା “ଜଣେ ଲୋକ ଯିଏ ତାହାର ଦାସମାନଙ୍କଠାରୁ ବହୁତ କିଛି ଅପେକ୍ଷା କରିଥାଏ”

You take up what you did not put down

ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଯିଏ ସେ ରଖି ନ ଥିବା ଜିନିଷକୁ ଭଣ୍ଡାରରୁ ନେଇଯାଏ ବା ବ୍ୟାଙ୍କରୁ କାଢି ନେଇଥାଏ, ସେ ଏପରି ବ୍ୟକ୍ତି ଯିଏ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇଥାଏ, ସେଭଳି ଜଣକ ପାଇଁ ଏହା ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଯାହା ରଖି ନ ଥାଆନ୍ତି, ତହିଁରୁ କାଢି ନିଅନ୍ତି” ବା “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଲୋକମାନେ ରଖିଥିବା ବିଷୟରୁ ବାହାର କରି ନିଅନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

you reap what you did not sow

ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଫସଲ ଅମଳ କରିଥାଏ ଯାହା ହୁଏତ ଅନ୍ୟ ଜଣେ ବ୍ୟକ୍ତି ରୋପଣ କରିଥାଏ, ଏହି କଥା ଜଣେ ଲୋକ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇବା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଜଣେ ଲୋକ ବୁଣିଥିବା ଫସଲ ଅମଳ କରିଥାଏ” (ଦେଖ: /WA-Catalog/or_tm?section=translate#figs-metaphor)

Luke 19:22

Connecting Statement:

ଲୂକ19:1-2 ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

By your mouth

ତାହାର “କଥା” ସେ କହିଥିବା ସମସ୍ତ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: : ତୁ କହିଥିବା କଥା ଉପରେ ଆଧାରିତ କରି” (ଦେଖ: /WA-Catalog/or_tm?section=translate#figs-metonymy)

Did you know that I am a demanding man

ସେହି କୁଳୀନ ଲୋକ ତାଙ୍କ ବିଷୟରେ ସେହି ଦାସ କହିଥିବା କଥାର ପୁନରାବୃତ୍ତି କରୁଥିଲେ I ସେ କହୁନାହାନ୍ତି ଯେ ଏହା ସତ୍ୟ ଅଟେ I ବିକଳ୍ପ ଅନୁବାଦ: “ତୁ କହିଲୁ ଯେ ମୁଁ ଜଣେ ଦାବୀ କରୁଥିବା ବ୍ୟକ୍ତି”

Luke 19:23

why did you not put the money ... I would have collected it with interest?

ସେହି କୁଳୀନ ଲୋକ ଉକ୍ତ ଦୁଷ୍ଟ ଦାସକୁ ଅନୁଯୋଗ କରିବା ପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁ ମୋର ଧନ ରଖିବା ଉଚିତ୍ ଥିଲା ...ସୁଧ” (ଦେଖ: /WA-Catalog/or_tm?section=translate#figs-rquestion)

put the money in a bank

ମୋର ଅର୍ଥକୁ ଏକ ବ୍ୟାଙ୍କକୁ କରଜ ଦେଇଥାନ୍ତୁ I ଯେଉଁ ସଂସ୍କୃତିରେ ବ୍ୟାଙ୍କ ନାହିଁ ସେମାନେ ହୁଏତ ଏହାକୁ “କାହାରି ଜଣକୁ ମୋର ଅର୍ଥ କରଜ ନେବାକୁ ଦେବା ପାଇଁ” ବୋଲି ଅନୁବାଦ କରିପାରିବେ I”

a bank

ବ୍ୟାଙ୍କ ଏକ ବ୍ୟବସାୟ ଅଟେ ଯେଉଁଠାରେ ଲୋକମାନଙ୍କର ଅର୍ଥ ନିରାପଦରେ ରଖିଥାନ୍ତି I ବ୍ୟାଙ୍କ ଲାଭ ପାଇବା ନିମନ୍ତେ ଲୋକମାନଙ୍କୁ ସେହି ଅର୍ଥ କରଜ ଦେଇଥାଏ I ସେଥିପାଇଁ, ଯେଉଁମାନେ ବ୍ୟାଙ୍କରେ ସେମାନଙ୍କ ଅର୍ଥ ରଖନ୍ତି, ସେମାନଙ୍କୁ ଏହା ଏକ ଅତିରିକ୍ତ ପରିମାଣ, ବା ସୁଧ ଦେଇଥାଏ I

I would have collected it with interest

ମୁଁ ସେହି ପରିମାଣର ଅର୍ଥ ଓ ତାକୁ ମିଶାଇ ଯେଉଁ ସୁଧ ଏହା ଉପାର୍ଜନ କରିଥାନ୍ତା ତାହା ସଂଗ୍ରହ କରି ପାରିଥାଆନ୍ତି ବା “ମୁଁ ଏହାଠାରୁ ଏକ ଲାଭ ହାସଲ କରି ପାରିଥାଆନ୍ତି I

interest

ଯେଉଁମାନେ ବ୍ୟାଙ୍କରେ ସେମାନଙ୍କ ଅର୍ଥ ରଖନ୍ତି, ସେମାନଙ୍କୁ ବ୍ୟାଙ୍କ ଯେଉଁ ଅର୍ଥ ଦେଇଥାଏ ତାହା ସୁଧ ଅଟେ I

Luke 19:24

Connecting Statement:

ଲୂକ 19:1-2ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

he said

କୁଳୀନ ଲୋକ ଜଣେ ରାଜା ହୋଇ ସାରିଥିଲେ I ଲକ୍ଷ୍ୟ କର ଯେ ଲୂକ 19:12ରେ ତୁମେ ଏହାକୁ କିପରି ଅନୁବାଦ କରିଛ I

to those who were standing by

ଯେଉଁ ଲୋକମାନେ ସେମାନଙ୍କ ପାଖରେ ଠିଆ ହୋଇଥିଲେ

the mina

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ ଲୂକ19 :13ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: /WA-Catalog/or_tm?section=translate#translate-bweight)

Luke 19:25

he has ten minas.

ତାହାର ଆଗରୁ ଦଶଟି ମୋହର ରହିଛି !

Luke 19:26

Connecting Statement:

ଲୂକ 19:11 ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

I say to you

ଏହା ସେହି ରାଜା କହୁଛନ୍ତି I କେତେକ ଅନୁବାଦକମାନେ ହୁଏତ ଏହି ପଦକୁ “ଆଉ ରାଜା ଉତ୍ତର ଦେଲେ” କହିବା ସହିତ ଆରମ୍ଭ କରିବାକୁ ଇଚ୍ଛା କରିପାରନ୍ତି ବା “ କିନ୍ତୁ ରାଜା କହିଲେ ‘ମୁଁ ତୁମ୍ଭମାନଙ୍କୁ ଏହା କହୁଅଛି”

everyone who has will be given more

ଏହା ସୂଚାଏ ଯେ ତା’ପାଖରେ ଯାହା କିଛି ଅଛି ତାହା ମୋହରକୁ ବିଶ୍ୱସ୍ତ ଭାବରେ ବ୍ୟବହାର କରିଥିବା ହେତୁ ସେ ଉପାର୍ଜନ କରିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେକେହି ତାକୁ ଯାହା ଦିଆଯାଇଛି ତାହାକୁ ଉତ୍ତମ ଭାବରେ ବ୍ୟବହାର କରିବ, ମୁଁ ତାହାକୁ ଆହୁରି ଅଧିକ ଦେବି” ବା “ଯେକେହି ମୁଁ ତାହାକୁ ଦେଇଅଛି ତାକୁ ଉତ୍ତମ ରୂପେ ବ୍ୟବହାର କରେ, ତାକୁ ମୁଁ ଆହରୁ ଅଧିକ ଦେବି” (ଦେଖ: /WA-Catalog/or_tm?section=translate#figs-explicit ଏବଂ /WA-Catalog/or_tm?section=translate#figs-activepassive)

from the one who does not have

ଏହା ସୂଚାଏ ଯେ ଯେଉଁ କାରଣ ହେତୁ ତାହା ପାଖରେ ଅର୍ଥ ନାହିଁ , ତହିଁର କାରଣ ଏହି ଯେ ସେ ମୋହରକୁ ବିଶ୍ୱସ୍ତ ଭାବରେ ବ୍ୟବହାର କଲା ନାହିଁ I ବିକଳ୍ପ ଅନୁବାଦ: “ଯିଏ ମୁଁ ଯାହା ଦେଇଥିଲି ତାହାକୁ ଉତ୍ତମ ରୂପେ ବ୍ୟବହାର କରେ ନାହିଁ ସେହି ଲୋକଠାରୁ” (ଦେଖ: /WA-Catalog/or_tm?section=translate#figs-explicit)

will be taken away

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତାହାଠାରୁ କାଢି ନେଇଯିବି” (ଦେଖ: /WA-Catalog/or_tm?section=translate#figs-activepassive)

Luke 19:27

these enemies of mine

ଯେହେତୁ ଶତୃମାନେ ଠିକ ସେହି ସ୍ଥାନରେ ନ ଥିଲେ, କେତେକ ଭାଷା ହୁଏତ କହିବେ “ମୋହର ସେହି ଶତୃମାନେ I”

Luke 19:28

Connecting Statement:

ଏହା ଜଖିୟଙ୍କ ସମ୍ପର୍କରେ କାହାଣୀର ଭାଗର ଅନ୍ତ ଅଟେ I କାହାଣୀର ଏହି ଭାଗ ପରେ ଯୀଶୁ ଯାହା କରନ୍ତି ଏହି ପଦ ଆମକୁ ତାହା କହେ I (ଦେଖ: /WA-Catalog/or_tm?section=translate#writing-endofstory)

When he had said these things

ଯେତେବେଳେ ଯୀଶୁ ଏହି ସମସ୍ତ ବିଷୟ କହି ସାରିଥିଲେ

going up to Jerusalem

ଯିରୂଶାଲମ ଯିରୀହୋଠାରୁ ଉଚ୍ଚତର ସ୍ଥାନରେ ଅବସ୍ଥିତ, ତେଣୁ ଏହା ଈଶ୍ରାଏଲୀୟମାନଙ୍କ ନିମନ୍ତେ ଯିରୂଶାଲମକୁ ଉପରକୁ ଯିବା ବୋଲି କହିବା ସ୍ୱାଭାବିକ ଥିଲା I

Luke 19:29

General Information:

ଯୀଶୁ ଯିରୂଶାଲମର ନିକଟବର୍ତ୍ତୀ ହେଲେ

Now it happened that

ଏଠାରେ ଏହି ବାକ୍ୟାଂଶ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଯଦି ତୁମ ଭାଷାରେ ଏହା କରିବା ପାଇଁ କୌଣସି ଏକ ଶୈଳୀ ରହିଛି, ତେବେ ତୁମେ ଏହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାରିବ I (ଦେଖ: /WA-Catalog/or_tm?section=translate#writing-newevent)

when he came near

“ସେ” ଶବ୍ଦ ଯୀଶୁଙ୍କୁ ସୂଚାଇଥାଏ I ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଯାତ୍ରା କରୁଥିଲେ I

Bethphage

ଜୀତ ପର୍ବତ ଉପରେ ବେଥଫାଗୀ ଗୋଟିଏ ଗ୍ରାମ ଥିଲା (ଏବେ ବି ରହିଛି), ଯାହା ଯିରୂଶାଲମଠାରୁ କିଦ୍ରୋଣ ଉପତ୍ୟକାର ଏପାଖରୁ ସେପାଖ ପର୍ଯ୍ୟନ୍ତ ଅବସ୍ଥିତ ଅଛି I (ଦେଖ: /WA-Catalog/or_tm?section=translate#translate-names)

the hill that is called Olivet

ଜୀତ ପର୍ବତ ନାମକ ପର୍ବତ ବା “ଯେଉଁ ପର୍ବତକୁ ‘ଜୀତ ବୃକ୍ଷର ପର୍ବତ’ ବୋଲି କୁହାଯାଇଥାଏ”

Luke 19:30

a colt

ଏକ ଯୁବା ଗଧ ବା “ଏକ ଯୁବା ଭାରବାହନକାରୀ ପଶୁ !”

on which no man has ever sat

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କେହି କେବେ ଚଢ଼ିନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

Luke 19:31

If anyone asks you ... has need of it

ଯୀଶୁ ଶିଷ୍ୟମାନଙ୍କୁ କହନ୍ତି ଯେ କିପରି ଏକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ, ଯାହା ଏଯାଏ କେହି ପଚାରି ନାହାନ୍ତି I କିନ୍ତୁ, ସେହି ଗ୍ରାମର ଲୋକମାନେ ଶୀଘ୍ର ପଚାରିବେ I (ଦେଖ: /WA-Catalog/or_tm?section=translate#figs-hypo)

If anyone asks you, 'Why are you untying it?' you will say thus

ଭିତର ଉଦ୍ଧୃତିକୁ ମଧ୍ୟ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ପଚାରିବ, ତୁମ୍ଭେମାନେ କାହିଁକି ଏହାକୁ ଫିଟାଉଅଛ, କହିବ” (ଦେଖ: /WA-Catalog/or_tm?section=translate#figs-quotesinquotes ଏବଂ /WA-Catalog/or_tm?section=translate#figs-quotations)

Luke 19:32

those who were sent

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ପ୍ରେରଣ କରିଥିବା ଦୁଇଜଣ ଶିଷ୍ୟମାନେ”(ଦେଖ: /WA-Catalog/or_tm?section=translate#figs-activepassive)

Luke 19:33

the owners

ଗଧଛୁଆର ମାଲିକ

Luke 19:35

they threw their cloaks upon the colt

ସେମାନଙ୍କର ଲୁଗାସବୁ ଯୁବାଗଧ ଉପରେ ପକାଇଲେ I ଚାଦରଗୁଡିକ ବାହ୍ୟଲୁଗା ଅଟେ I

they put Jesus on it

ଯୀଶୁଙ୍କୁ ଗଧଛୁଆ ଉପରେ ବସିବା ଓ ଚଳାଇବା ପାଇଁ ସାହାଯ୍ୟ କଲେ

Luke 19:36

they were spreading their cloaks

ଲୋକମାନେ ସେମାନଙ୍କ ବାହ୍ୟଲୁଗାଗୁଡିକ ବିଛାଇ ଦେବାକୁ ଲାଗିଲେ I ଏହା ଜଣକୁ ସମ୍ମାନ ଦେବା ନିମନ୍ତେ ଏକ ଚିହ୍ନ ଅଟେ I (ଦେଖ: /WA-Catalog/or_tm?section=translate#translate-symaction)

Luke 19:37

Then as he was already coming near

ଯୀଶୁ ନିକଟବର୍ତ୍ତୀ ହେଉଥିବା ବେଳେ I ଯୀଶୁଙ୍କ ଶିଷ୍ୟମାନେ ତାଙ୍କ ସହିତ ଯାତ୍ରା କରୁଥିଲେ I

to the descent of the Mount of Olives

ଯେଉଁଠାରୁ ରାସ୍ତା ଜୀତ ପର୍ବତରୁ ତଳକୁ ଯାଇଥାଏ

mighty works which they had seen

ଯୀଶୁ କରିଥିବା ଯେଉଁ ମହତ୍ କର୍ମଗୁଡିକ ସେମାନେ ଦେଖିଥଲେ

Luke 19:38

Blessed is the king

ସେମାନେ ଏହା ଯୀଶୁଙ୍କ ସମ୍ପର୍କରେ କହୁଥିଲେ

in the name of the Lord

ଏଠାରେ “ନାମ” ଶବ୍ଦ ଶକ୍ତି ଓ ଅଧିକାରକୁ ସୂଚାଏ I ଆଉ “ପ୍ରଭୁ” ଶବ୍ଦ ଈଶ୍ୱରଙ୍କୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

Peace in heaven

ସ୍ୱର୍ଗରେ ଶାନ୍ତି ହେଉ ବା “ଆମ୍ଭେମାନେ ସ୍ୱର୍ଗରେ ଶାନ୍ତି ଦେଖିବାକୁ ଇଚ୍ଛା କରୁ”

glory in the highest

ଊର୍ଦ୍ଧ୍ୱରେ ମହିମା ହେଉ ବା “ଆମ୍ଭେମାନେ ସର୍ବୋଚ୍ଚ ସ୍ଥାନରେ ମହିମା ଦେଖିବାକୁ ଇଚ୍ଛା କରୁ I” “ଊର୍ଦ୍ଧ୍ୱଲୋକ” ଶବ୍ଦ ସ୍ୱର୍ଗକୁ ସୂଚାଇଥାଏ, ଯାହା ଈଶ୍ୱରଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ, ଯେଉଁ ଈଶ୍ୱର ସ୍ୱର୍ଗରେ ରୁହନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଲୋକ ଈଶ୍ୱରଙ୍କୁ ସର୍ବୋଚ୍ଚ ସ୍ୱର୍ଗରେ ଗୌରବ ଦିଅନ୍ତୁ” (ଦେଖ: /WA-Catalog/or_tm?section=translate#figs-metonymy)

Luke 19:39

from the crowd

ଲୋକସମୂହରୁ

rebuke your disciples

ଆପଣଙ୍କ ଶିଷ୍ୟମାନଙ୍କୁ ଏହି ସମସ୍ତ ବିଷୟ କରିବା ପାଇଁ ନିବୃତ୍ତ କରନ୍ତୁ

Luke 19:40

I tell you

ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାକୁ ଗୁରୁତ୍ଵ ଦେବା ନିମନ୍ତେ ଏହା କହନ୍ତି I

if these were silent, the stones would cry out

ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ I କେତେକେ ଅନୁବାଦକମାନେ ହୁଏତ ଏହା ସ୍ପଷ୍ଟ କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି ଯେ ଯୀଶୁ ଯେତେବେଳେ ଏହା କହିଲେ ସେ କେଉଁ ବିଷୟ ଇଙ୍ଗିତ କରୁଥିଲେ: “ନା, ମୁଁ ସେମାନଙ୍କୁ ଅନୁଯୋଗ କରିବି ନାହିଁ, କାରଣ ଏହି ଲୋକମାନେ ଯଦି ନୀରବ ରହିବେ ... ପାଟି କରିବେ” (ଦେଖ: /WA-Catalog/or_tm?section=translate#figs-hypo ଏବଂ /WA-Catalog/or_tm?section=translate#figs-explicit)

the stones would cry out

ପଥରଗୁଡାକ ପ୍ରଶଂସା କରିବା ପାଇଁ ପାଟି କରିବେ

Luke 19:41

the city

ଏହା ଯିରୂଶାଲମକୁ ସୂଚାଇଥାଏ I

he wept over it

“ତାହା” ଶବ୍ଦ ଯିରୂଶାଲମ ନଗରୀକୁ ସୂଚାଏ, କିନ୍ତୁ ସେହି ନଗରୀରେ ବାସ କରୁଥିବା ଲୋକମାନଙ୍କୁ ଏହା ପ୍ରତିନିଧିତ୍ଵ କରେ I (ଦେଖ: /WA-Catalog/or_tm?section=translate#figs-metonymy)

Luke 19:42

If only you had known ... the things which bring peace

ଯୀଶୁ ତାଙ୍କର ଦୁଃଖ ପ୍ରକାଶ କରନ୍ତି ଯେ ଯିରୁଶାଲମର ଲୋକମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିବା ସୁଯୋଗ ହରାଇଛନ୍ତି I

you had known

“ତୋ” ଶବ୍ଦ ଏକବଚନ ଅଟେ କାରଣ ଯୀଶୁ ନଗରୀ ପ୍ରତି କହନ୍ତି I କିନ୍ତୁ ଯଦି ଏହା ତୁମର ଭାଷାରେ ଅସ୍ୱାଭାବିକ ହେବ, ତେବେ ତୁମେ ନଗରୀର ଲୋକମାନଙ୍କୁ ସୂଚାଇବା ନିମନ୍ତେ “ତୁମ୍ଭେମାନେ” ବ୍ୟବହାର କରିପାରିବ I (ଦେଖ: /WA-Catalog/or_tm?section=translate#figs-you)

they are hidden from your eyes

ତୋହର ଦୃଷ୍ଟି ଦେଖିପାରିବା ସକ୍ଷମତାକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ସେଗୁଡିକୁ ଆଉ ଦେଖି ପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-activepassive)

Luke 19:43

Connecting Statement:

ଯୀଶୁ କହିବା ଜାରି ରଖନ୍ତି

For

ଯାହା ଏହା ପରେ ଆସିବ, ତାହା ଯୀଶୁଙ୍କ ଦୁଃଖର କାରଣ ଅଟେ I

the days will come upon you when indeed your enemies will build

ଏହା ଇଙ୍ଗିତ କରେ ଯେ ସେମାନେ କଷ୍ଟକର ସମୟଗୁଡିକର ଅନୁଭୁତି ପାଇବେ I କେତେକ ଭାଷା “ଆସିବା”ର ସମୟ ବିଷୟରେ କିଛି କୁହନ୍ତି ନାହିଁ I ବିକଳ୍ପ ଅନୁବାଦ: “ଭବିଷ୍ୟତରେ ଏହି ବିଷୟଗୁଡିକ ତୁମ ପ୍ରତି ଘଟିବ: ""ତୋହର ଶତୃମାନେ” ବା “ଶୀଘ୍ର ତୁମ୍ଭେମାନେ କଷ୍ଟକର ସମୟଗୁଡିକ ସହ୍ୟ କରିବ I “ତୁମ୍ଭମାନଙ୍କ ଶତୃମାନେ”

you ... your

“ତୋ” ଶବ୍ଦ ଏକବଚନ ଅଟେ କାରଣ ଯୀଶୁ ନଗରୀକୁ ଜଣେ ନାରୀକୁ କହିବା ପରି କହୁଛନ୍ତି I କିନ୍ତୁ ଯଦି ଏହା ତୁମର ଭାଷାରେ ଅସ୍ୱାଭାବିକ ହେବ, ତେବେ ତୁମେ ନଗରୀର ଲୋକମାନଙ୍କୁ ସୂଚାଇବା ନିମନ୍ତେ “ତୁମ୍ଭେମାନେ” ବ୍ୟବହାର କରିପାରିବ I (ଦେଖ: /WA-Catalog/or_tm?section=translate#figs-you ଏବଂ /WA-Catalog/or_tm?section=translate#figs-apostrophe)

a barricade

ଏହା ଏକ ପାଚେରୀକୁ ସୂଚାଇଥାଏ ଯାହା ଲୋକମାନଙ୍କୁ ନଗରୀର ବାହାରକୁ ଯିବାରୁ ଅଟକାଇ ରଖେ I

Luke 19:44

They will strike you down to the ground and your children with you

ଯୀଶୁ ନଗରୀର ଲୋକମାନଙ୍କୁ କହୁଛନ୍ତି ସତେ ଯେପରି ସେ ନଗରୀକୁ ଜଣେ ସ୍ତ୍ରୀଲୋକକୁ କହିବା ପରି କହୁଛନ୍ତି I ସେ ନଗରୀରେ ବାସ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ସତେ ଯେପରି ସେମାନେ ସେହି ସ୍ତ୍ରୀଲୋକର ସନ୍ତାନଗଣ ଅଟନ୍ତି, ଓ ଏହି ପ୍ରକାରେ ନଗରୀର ସନ୍ତାନଗଣ ଅଟନ୍ତି I ଗୋଟିଏ ନଗରୀକୁ ଧୁଳିସାତ କରିବା ଅର୍ଥ ଏହାର ପାଚେରୀ ଏବଂ କୋଠାଗୁଡିକୁ ଧ୍ଵଂସ କରିବା ଅଟେ ଏବଂ ଏହାର ସନ୍ତାନଗଣକୁ ଆଘାତ କରିବା ଅର୍ଥ ଯେଉଁମାନେ ଏହା ଭିତରେ ବାସ କରନ୍ତି ସେମାନଙ୍କୁ ବଧ କରିବା ଅଟେ I ବିକଳ୍ପ ଅନୁବାଦ: “ସେମାନେ ସମ୍ପୂର୍ଣ୍ଣ ରୂପରେ ତୋତେ ଧ୍ଵଂସ କରିବେ ଏବଂ ତୋ ଭିତରେ ବାସ କରୁଥିବା ସମସ୍ତଙ୍କୁ ବଧ କରିବେ” ବା “ସେମାନେ ସମ୍ପୂର୍ଣ୍ଣ ରୂପରେ ତୁମ୍ଭମାନଙ୍କ ନଗରୀକୁ ଧ୍ଵଂସ କରିବେ ଓ ତୁମ୍ଭମାନଙ୍କର ସମସ୍ତଙ୍କୁ ବଧ କରିବେ” (ଦେଖ: /WA-Catalog/or_tm?section=translate#figs-apostrophe)

They will not leave one stone upon another

ସେମାନେ କୌଣସି ପଥରକୁ ତାହାର ନିଜ ସ୍ଥାନରେ ରହିବାକୁ ଦେବେ ନାହିଁ I ଶତୃମାନେ ସମ୍ପୂର୍ଣ୍ଣ ରୂପରେ ନଗରୀକୁ ଧ୍ଵଂସ କରିବେ, ଯାହା ପଥରଗୁଡିକରେ ନିର୍ମିତ ହୋଇଥଲା, ଏହି ଅଭିବ୍ୟକ୍ତିକୁ ପ୍ରକାଶ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବର୍ଣ୍ଣନା ଅଟେ (ଦେଖ: /WA-Catalog/or_tm?section=translate#figs-hyperbole)

you did not recognize

ତୁ ସ୍ୱୀକାର କଲୁ ନାହିଁ

Luke 19:45

Connecting Statement:

ଏହା କାହାଣୀର ଏହି ଭାଗରେ ପରବର୍ତ୍ତୀ ଘଟଣା ଅଟେ I ଯୀଶୁ ଯିରୂଶାଲମରେ ମନ୍ଦିରରେ ପ୍ରବେଶ କଲେ I

Then entering into the temple

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ମନେ କରିପାର ଯେ ସେ ପ୍ରଥମେ ଯିରୁଶାଲମରେ ପ୍ରବେଶ କଲେ, ଯେଉଁଠାରେ ମନ୍ଦିର ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ଯୀଶୁ ଯିରୁଶାଲମରେ ପ୍ରବେଶ କଲେ, ଏବଂ ତା’ପରେ ମନ୍ଦିର ପ୍ରାଙ୍ଗଣକୁ ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

entered the temple

କେବଳ ଯାଜକମାନେ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରିବାକୁ ଅନୁମତି ପାଉଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ଭିତରକୁ ଗଲେ” (ଦେଖ: /WA-Catalog/or_tm?section=translate#figs-explicit)

to cast out

ଫୋପାଡି ଦେଲେ ବା “ବାହାରକୁ ଯିବା ପାଇଁ ବାଧ୍ୟ କଲେ”

Luke 19:46

It is written

ଏହି ଉଦ୍ଧୃତାଂଶ ଯିଶାଇୟଙ୍କ ପୁସ୍ତକରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ” ବା “ଜଣେ ଭାବବାଦୀ ଶାସ୍ତ୍ରରେ ଏହି ବାକ୍ୟଗୁଡିକ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

My house

“ଆମ୍ଭର” ଶବ୍ଦ ଈଶ୍ୱରଙ୍କୁ ସୂଚାଏ ଓ “ଗୃହ” ମନ୍ଦିରକୁ ସୂଚାଏ I

a house of prayer

ଏକ ସ୍ଥାନ ଯେଉଁଠାରେ ଲୋକମାନେ ମୋ’ ନିକଟରେ ପ୍ରାର୍ଥନା କରନ୍ତି

a den of robbers

ଯୀଶୁ ମନ୍ଦିର ସମ୍ପର୍କରେ କହନ୍ତି ସତେ ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଚୋରମାନେ ଏକତ୍ର ଆସନ୍ତି I ବିକଳ୍ପ ଅନୁବାଦ: “ଏକ ସ୍ଥାନ ଯେଉଁଠାରେ ଚୋରମାନେ ଲୁଚନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Luke 19:47

Connecting Statement:

ଏହା କାହାଣୀର ଏହି ଭାଗର ସମାପ୍ତି ଅଟେ I ଏହି ପଦଗୁଡିକ ଚାଲୁ ରହିଥିବା କାର୍ଯ୍ୟ ବିଷୟରେ କୁହେ ଯାହା କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଜାରି ରହେ I (ଦେଖ: /WA-Catalog/or_tm?section=translate#writing-endofstory)

in the temple

ମନ୍ଦିରର ପ୍ରାଙ୍ଗଣରେ ବା “ମନ୍ଦିରରେ”

Luke 19:48

were listening, hanging on to his words

ଯୀଶୁ ଯାହା କହୁଥିଲେ ତାହା ପ୍ରତି ଗଭୀର ଧ୍ୟାନ ଦେଉଥିଲେ