Luke 20

ଲୂକ 20 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଏବଂ ଆକୃତି

କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 20: 17, 42-43 ରେ ଥିବା ପଦ୍ୟ ଯାହା ପୁରାତନ ନିୟମରୁ ଆସିଛି, ତାହା ସହିତ ULT ଏପରି କରିଛି I

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଲୋକମାନଙ୍କୁ ଫାନ୍ଦରେ ପକାଇବା ପାଇଁ ପ୍ରଶ୍ନଗୁଡିକ ବ୍ୟବହାର କରିବା

ଯେତେବେଳେ ଯୀଶୁ ଫାରୁଶୀମାନଙ୍କୁ ପଚାରିଲେ କିଏ ଯୋହନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଅଧିକାର ଦେଲା ([ଲୂକ 20:4] (../ଲୂକ /20/04.ମଝି)), ସେମାନେ ଉତ୍ତର ଦେଇ ପାରିଲେ ନାହିଁ କାରଣ ସେମାନେ ଯଦି କୌଣସି ଉତ୍ତର ଦେବେ, ତାହା କେହି ଜଣେ ବ୍ୟକ୍ତିକୁ ଏକ କାରଣ ପ୍ରଦାନ କରିବ ଯେ ସେମାନେ ଭୁଲ କହୁଥିଲେ ([ଲୂକ 20:5-6] (./05.ମଝି)) I ଯେତେବେଳେ ସେମାନେ ପଚାରିଲେ ଯେ ଲୋକମାନେ କାଇସରଙ୍କୁ କର ଦେବା ଉଚିତ କି ନୁହେଁ ସେମାନେ ଭାବୁଥିଲେ ଯେ ଯୀଶୁ ଭୁଲ ଅଟନ୍ତି ବୋଲି କହିବାକୁ ସେମାନେ ସକ୍ଷମ ହେବେ ([ଲୂକ 20:22] (../ଲୂକ /20/22.ମଝି)), କିନ୍ତୁ ଯୀଶୁ ସେମାନଙ୍କୁ ଏଭଳି ଏକ ଉତ୍ତର ଦେଲେ ଯାହା ସେମାନେ ଭାବି ପାରି ନ ଥିଲେ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦ ସମ୍ପର୍କୀୟ କଷ୍ଟକର ବିଷୟଗୁଡିକ

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା କିଛି ଏକ ଅସମ୍ଭବ ବିଷୟ ବର୍ଣ୍ଣନା କରିବା ଭଳି ପ୍ରତୀୟମାନ ହୁଏ I ଏହି ଅଧ୍ୟାୟରେ, ଯୀଶୁ ଗୀତସଂହିତାର ଏକ ଗୀତକୁ ଉଦ୍ଧୃତ କରନ୍ତି ଯାହା ଏହି ବିବରଣୀ ଦିଏ ଯେ ଦାଉଦ ତାଙ୍କର ପୁତ୍ରଙ୍କୁ “ପ୍ରଭୁ” ଅର୍ଥାତ୍ “କର୍ତ୍ତା” ବୋଲି ସମ୍ବୋଧନ କରନ୍ତି I ତଥାପି, ଯିହୂଦୀମାନଙ୍କ ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କଠାରୁ ମହତ୍ତର ଅଟନ୍ତି I ଏହି ଅନୁଚ୍ଛେଦରେ, ଯୀଶୁ ତାଙ୍କର ଶ୍ରୋତାମାନଙ୍କୁ ସତ୍ୟ ଭାବରେ ଜ୍ଞାନ ଦେବା ସମ୍ପର୍କରେ ନେତୃତ୍ଵ ଦେବା ପାଇଁ ଚେଷ୍ଟା କରୁଛନ୍ତି ଯେ ମଶୀହ ସ୍ୱୟଂ ସ୍ୱର୍ଗୀୟ ହେବେ ଏବଂ ସେ ନିଜେ ହିଁ ମଶୀହ ଅଟନ୍ତି I

Luke 20:1

Connecting Statement:

ପ୍ରଧାନ ଯାଜକମାନେ, ଶାସ୍ତ୍ରୀମାନେ ଏବଂ ପ୍ରାଚୀନମାନେ ଯୀଶୁଙ୍କୁ ମନ୍ଦିରରେ ପ୍ରଶ୍ନ କରନ୍ତି I

Now it happend that

କାହାଣୀର ଏକ ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ବାକ୍ୟାଂଶ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

in the temple

ମନ୍ଦିରର ପ୍ରାଙ୍ଗଣରେ ବା “ମନ୍ଦିରରେ”

Luke 20:3

General Information:

ଯୀଶୁ ପ୍ରଧାନ ଯାଜକମାନଙ୍କୁ, ଶାସ୍ତ୍ରୀମାନଙ୍କୁ ଏବଂ ପ୍ରାଚୀନମାନଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି I

So he answered and said to them

ଯୀଶୁ ଉତ୍ତର ଦେଲେ

I will also ask you a question, and you tell me

“ମୁଁ ମଧ୍ୟ ... ତୁମ୍ଭମାନଙ୍କୁ ଏକ ପ୍ରଶ୍ନ ପଚାରିବି” ଏକ ଉକ୍ତି ଅଟେ I “ତୁମ୍ଭେମାନେ ମୋତେ କୁହ” ଏକ ଆଜ୍ଞା ଅଟେ I

Luke 20:4

was it from heaven or from men

ଯୀଶୁ ଜାଣନ୍ତି ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଥିଲା, ତେଣୁ ସେ କୌଣସି ତଥ୍ୟ ନିମନ୍ତେ ପଚାରନ୍ତି ନାହିଁ I ସେ ଏକ ପ୍ରଶ୍ନ ପଚାରୁଛନ୍ତି, ଯେପରି ଶୁଣୁଥିବା ଲୋକମାନଙ୍କୁ ଯିହୂଦୀ ନେତାମାନଙ୍କୁ କହିବାକୁ ପଡ଼ିବ ଯେ ସେମାନେ କଅଣ ଚିନ୍ତା କରୁଛନ୍ତି I ଏହି ପ୍ରଶ୍ନ ଆଳଙ୍କାରିକ ଅଟେ ମାତ୍ର ତୁମକୁ ହୁଏତ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବାକୁ ହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କଅଣ ଭାବୁଛ ଯେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି ବା ମନୁଷ୍ୟମାନଙ୍କଠାରୁ ଆସିଛି” ବା “କଅଣ ଈଶ୍ୱର ନିଜେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କୁ ଅଧିକାର ଦେଲେ, ବା ଲୋକମାନେ ତାହା କରିବା ନିମନ୍ତେ ତାଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-rquestion)

from heaven

ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I (ଦେଖ: /WA-Catalog/or_tm?section=translate#figs-metonymy)

Luke 20:5

they reasoned

ସେମାନେ ଆଲୋଚନା କଲେ ବା “ସେମାନେ ସେମାନଙ୍କ ଉତ୍ତର ସମ୍ପର୍କରେ ବିଚାର ବିମର୍ଶ କଲେ”

among themselves

ସେମାନଙ୍କ ମଧ୍ୟରେ ବା “ପରସ୍ପର ସହିତ”

If we say, 'From heaven,' he will say

କେତେକ ଭାଷା ହୁଏତ ଏକ ପରୋକ୍ଷ ଉଦ୍ଧୃତି ପସନ୍ଦ କରି ପାରନ୍ତି I ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହିବୁ ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି, ସେ” (ଦେଖ: /WA-Catalog/or_tm?section=translate#figs-quotations)

From heaven

ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I ଏହି ଶବ୍ଦଗୁଡ଼ିକ ଲୂକ 20:4ରେ କିପରି ଅନୁବାଦ ହୋଇଛି ତାହା ଦେଖ I (ଦେଖ: /WA-Catalog/or_tm?section=translate#figs-metonymy)

he will say

ଯୀଶୁ କହିବେ

Luke 20:6

if we say, 'From men,'

କେତେକ ଭାଷା ହୁଏତ ଏକ ପରୋକ୍ଷ ଉଦ୍ଧୃତି ପସନ୍ଦ କରି ପାରନ୍ତି I ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହିବୁ ଯେ ଯୋହନଙ୍କ ଅଧିକାର ମନୁଷ୍ୟଠାରୁ ଆସିଛି,” (ଦେଖ: /WA-Catalog/or_tm?section=translate#figs-quotations)

will stone us

ଆମ୍ଭମାନଙ୍କ ଉପରେ ପଥର ଫୋପାଡି ଆମ୍ଭମାନଙ୍କୁ ବଧ କରିବେ I ଈଶ୍ୱରଙ୍କ ବ୍ୟବସ୍ଥା ଆଜ୍ଞା ଦିଏ ଯେ ଯେଉଁମାନେ ତାଙ୍କୁ ବା ତାଙ୍କର ଭାବବାଦୀମାନଙ୍କୁ ପରିହାସ କରିବେ ଲୋକମାନେ ସେମାନଙ୍କୁ ପଥର ଫୋପାଡି ମାରିବେ I (ଦେଖ: /WA-Catalog/or_tm?section=translate#figs-explicit)

Luke 20:7

So they answered that

ଏଣୁ ପ୍ରଧାନ ଯାଜକମାନେ, ଶାସ୍ତ୍ରୀମାନେ ଏବଂ ପ୍ରାଚୀନମାନେ ଉତ୍ତର ଦେଲେ I “ଏଣୁ” ଶବ୍ଦ ଗୋଟିଏ ଘଟିଥିବା ଘଟଣାକୁ ଚିହ୍ନିତ କରେ ଯାହା ପ୍ରଥମେ ଘଟିଥିବା କୌଣସି ଘଟଣା ହେତୁ ଘଟିଥିଲା I ଏହି କ୍ଷେତ୍ରରେ, ସେମାନେ ଆପଣାମାନଙ୍କ ମଧ୍ୟରେ ଯୁକ୍ତିତର୍କ କଲେ ଲୂକ 19:1-2, ଏବଂ ସେମାନେ କହିବାକୁ ଇଚ୍ଛା କରୁଥିଲେ ବି ସେମାନଙ୍କ ପାଖରେ କୌଣସି ଉତ୍ତର ନ ଥିଲା I

they answered that they did not know where it was from.

ଏହାକୁ ଏକ ସିଧାସଳଖ ଉଦ୍ଧୃତି ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କହିଲେ, ‘ଏହା କେଉଁଠାରୁ ଆସିଲା, ତାହା ଆମ୍ଭେମାନେ ଜାଣୁନାହୁଁ I” (ଦେଖ: /WA-Catalog/or_tm?section=translate#figs-quotations)

where it was from

ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଲା I ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କ ଅଧିକାର କେଉଁଠାରୁ ଆସିଲା” ବା “ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କୁ କିଏ ଅଧିକାର ଦେଲା”

Luke 20:8

Neither will I tell you

ଏବଂ ମୁଁ ତୁମ୍ଭମାନଙ୍କୁ କହିବି ନାହିଁ I ଯୀଶୁ ଜାଣିଥଲେ ଯେ ସେମାନେ ତାଙ୍କୁ ଉତ୍ତର ଦେବା ପାଇଁ ଇଚ୍ଛା କରୁନାହାନ୍ତି, ତେଣୁ ସେହି ଶୈଳୀରେ ସେ ପ୍ରତ୍ୟୁତ୍ତର ଦେଲେ I ବିକଳ୍ପ ଅନୁବାଦ: “ଠିକ ଯେପରି ତୁମ୍ଭେମାନେ ମୋତେ କହିବ ନାହିଁ, ସେହିପରି ମୁଁ ତୁମ୍ଭମାନଙ୍କୁ କହିବି ନାହିଁ”

Luke 20:9

General Information:

ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: /WA-Catalog/or_tm?section=translate#figs-parables)

rented it out to vine growers

କେତେକ ଦ୍ରାକ୍ଷା ଉତ୍ପାଦନକାରୀମାନଙ୍କୁ ପାଉଣା ବଦଳରେ ଏହା ବ୍ୟବହାର କରିବା ନିମନ୍ତେ ଅନୁମତି ଦେଲେ ବା “ଏହାକୁ ବ୍ୟବହାର କରିବା ପାଇଁ କେତେକ ଦ୍ରାକ୍ଷା ଉତ୍ପାଦନକାରୀମାନଙ୍କୁ ଅନୁମତି ଦେଲେ ଯେଉଁମାନେ ତାଙ୍କୁ ପରେ ପ୍ରାପ୍ୟ ପ୍ରଦାନ କରିବେ I” ଏହି ପ୍ରାପ୍ୟ ହୁଏତ ଅର୍ଥ ଆକାରରେ, ବା ଫସଲର ଏକ ଭାଗ ଭାବରେ ହୋଇପାରେ I

vine growers

ଏହି ଲୋକମାନେ ଦ୍ରାକ୍ଷାଲତାର ଯତ୍ନ ନେଉଥିଲେ ଓ ଦ୍ରାକ୍ଷାଫଳ ଉତ୍ପନ୍ନ କରୁଥିଲେ I ବିକଳ୍ପ ଅନୁବାଦ: “ଦ୍ରାକ୍ଷାଫଳର କୃଷକମାନେ”

Luke 20:10

the appointed time

ସେମାନେ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ସମ୍ମତ ହୋଇଥିବା ସମୟ I ଏହା ହୁଏତ ଫସଲ ଅମଳ ସମୟ ହୋଇଥିବ I

of the fruit of the vineyard

କିଛି ଦ୍ରାକ୍ଷାଫଳ ବା “ଦ୍ରାକ୍ଷାକ୍ଷେତରେ ସେମାନେ ଉତ୍ପନ୍ନ କରିଥିବା ଫଳରୁ କିଛି I” ସେମାନେ ଦ୍ରାକ୍ଷାଫଳରୁ ଉପନ୍ନ କରିଥିବା କିଛି ବିଷୟକୁ ବା ଦ୍ରାକ୍ଷାଫଳ ବିକ୍ରୟ କରି ଉପାର୍ଜିତ ଆୟକୁ ହୁଏତ ଏହା ସୂଚାଉ ଥାଇପାରେ I

sent him away empty-handed

ଶୂନ୍ୟ ହସ୍ତ “କିଛି ନୁହେଁ” ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 20:11

also beat that one

ସେହି ଦାସକୁ ପ୍ରହାର କଲେ

treating him shamefully

ଅପମାନିତ କଲେ

sent him away empty-handed

ଶୂନ୍ୟ ହସ୍ତ କିଛି ନ ପାଇବା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 20:12

a third

ମଧ୍ୟ ଜଣେ ତୃତୀୟ ଦାସ ବା “ତଥାପି ଆଉ ଏକ ଦାସ I” ଏହି ଶବ୍ଦ “ମଧ୍ୟ” ଏହି ସତ୍ୟ ପ୍ରତି ଆଭାସ ଦିଏ ଯେ ଜମିର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ସେ ତାହାଠାରୁ ଆହୁରି ଅଧିକ ଆଗକୁ ଗଲେ ଏବଂ ଜଣେ ତୃତୀୟ ଦାସକୁ ପଠାଇଲେ I (ଦେଖ: /WA-Catalog/or_tm?section=translate#translate-ordinal)

wounded that one

ସେହି ଦାସକୁ କ୍ଷତବିକ୍ଷତ କଲେ

threw him out

ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ

Luke 20:13

What should I do?

ଏହି ପ୍ରଶ୍ନ ଗୁରୁତ୍ଵ ଆରୋପ କରେ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ଯତ୍ନପୂର୍ବକ ଭାବିଥିବେ ଯେ ସେ କଅଣ କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଏପରି କରିବି:” (ଦେଖ: /WA-Catalog/or_tm?section=translate#figs-rquestion)

Luke 20:14

when the vine growers saw him

ଯେତେବେଳେ କୃଷକମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ଦେଖିଲେ

Let us kill him

ସେମାନେ ଅନୁମତି ମାଗୁ ନ ଥିଲେ I ସେମାନେ ଉତ୍ତରାଧିକାରୀକୁ ବଧ କରିବା ନିମନ୍ତେ ଏହା କହିଲେ ଯେପରି ପରସ୍ପରକୁ ଉତ୍ସାହିତ କରିବେ I

Luke 20:15

Connecting Statement:

ଯୀଶୁ ଲୋକସମୂହକୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କଲେ I

they threw him out of the vineyard

ଦ୍ରାକ୍ଷାଫଳ ଉତ୍ପନ୍ନକାରୀମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ବଳପୂର୍ବକ ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ

What then will the lord of the vineyard do to them?

ଦ୍ରାକ୍ଷାକ୍ଷେତର କର୍ତ୍ତା କଅଣ କରିବେ ତାହା ପ୍ରତି ତାଙ୍କର ଶ୍ରୋତାମାନେ ଧ୍ୟାନ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ପଚାରନ୍ତି I ବିକଳ୍ପ ଅନୁବାଦ: “ଅତଏବ, ବର୍ତ୍ତମାନ ଶୁଣ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ” (ଦେଖ: /WA-Catalog/or_tm?section=translate#figs-rquestion)

Luke 20:16

May it never be!

ଏହା କେବେ ହେଁ ନ ଘଟୁ

Luke 20:17

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ଜାରି ରଖିଛନ୍ତି

But Jesus looked at them

କିନ୍ତୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁଲେ ବା “କିନ୍ତୁ ସେ ସେମାନଙ୍କ ପ୍ରତି ସିଧାସଳଖ ଅନାଇଲେ I” ସେ ଯାହା କହୁଛନ୍ତି ତାହା ବୁଝିବା ନିମନ୍ତେ ସେମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ସେ ଏହା କଲେ I

What then is this that is written: 'The stone ... the cornerstone'?

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯାହା ଲେଖାଅଛି ତାହା ବୁଝି ପାରିବା ନିମନ୍ତେ ତୁମ୍ଭେମାନେ ସକ୍ଷମ ହେବା ଉଚିତ ... ‘କୋଣର ପ୍ରଧାନ ପ୍ରସ୍ତର I’” (ଦେଖ: /WA-Catalog/or_tm?section=translate#figs-rquestion)

this that is written

ଏହି ଶାସ୍ତ୍ର

The stone that the builders rejected has become the cornerstone

ଗୀତସଂହିତା ପୁସ୍ତକର ଏକ ଭାବବାଣୀରେ ଥିବା ତିନୋଟି ରୂପକ ମଧ୍ୟରୁ ଏହା ପ୍ରଥମ ରୂପକ ଅଟେ I ଏହା ମଶୀହଙ୍କୁ ସୂଚାଏ ସତେ ଯେପରି ସେ ଏକ ପ୍ରସ୍ତର ଅଟନ୍ତି ଯାହାଙ୍କୁ ଗୃହନିର୍ମାଣକାରୀମାନେ ବ୍ୟବହାର କରିବାକୁ ମନୋନୀତ କଲେ ନାହିଁ, କିନ୍ତୁ ଈଶ୍ୱର ଅତି ମହତ୍ତ୍ଵପୂର୍ଣ୍ଣ ପ୍ରସ୍ତର କଲେ I (ଦେଖ: /WA-Catalog/or_tm?section=translate#figs-metaphor)

The stone that the builders rejected

ଯେଉଁ ପ୍ରସ୍ତରକୁ ନିର୍ମାଣକାରୀମାନେ କହିଲେ ଯେ ତାହା ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ନିମନ୍ତେ ଅନୁପଯୁକ୍ତ ଅଟେ I ସେହି ସମୟରେ ଲୋକମାନେ ଗୃହଗୁଡିକର ପ୍ରାଚୀରଗୁଡିକ ଏବଂ ଅନ୍ୟାନ୍ୟ ଗୃହଗୁଡିକ ନିର୍ମାଣ କରିବା ପାଇଁ ପ୍ରସ୍ତର ବ୍ୟବହାର କରୁଥିଲେ I

the builders

ଏହା ଧର୍ମନେତାମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କୁ ମଶୀହ ଭାବରେ ପ୍ରତ୍ୟାଖ୍ୟାନ କରୁଥିଲେ I

the cornerstone

ଗୃହର ପ୍ରଧାନ ପ୍ରସ୍ତର ବା “ଗୃହର ଅତି ମହତ୍ତ୍ଵପୂର୍ଣ୍ଣ ପ୍ରସ୍ତର”

Luke 20:18

Every one who falls ... broken to pieces

ଦ୍ବିତୀୟ ରୂପକ ସେହି ଲୋକମାନଙ୍କ ବିଷୟରେ କୁହେ ଯେଉଁମାନେ ମଶୀହଙ୍କୁ ପ୍ରତ୍ୟାଖ୍ୟାନ କଲେ, ସତେ ଯେପରି ସେମାନେ ଏକ ପ୍ରସ୍ତର ଉପରେ ପଡିବେ ଓ କ୍ଷତବିକ୍ଷତ ହେବେ I (ଦେଖ: /WA-Catalog/or_tm?section=translate#figs-metaphor)

will be broken to pieces

ଏହା ପ୍ରସ୍ତର ଉପରେ ପଡିବାର ପରିଣତି ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଭାଙ୍ଗି ଖଣ୍ଡବିଖଣ୍ଡ ହେବେ” (ଦେଖ: /WA-Catalog/or_tm?section=translate#figs-activepassive)

But on whomever it falls

କିନ୍ତୁ ଯାହା ଉପରେ ସେହି ପ୍ରସ୍ତର ପଡିବ I ଏହି ତୃତୀୟ ରୂପକଟି ମଶୀହଙ୍କ ସମ୍ପର୍କରେ କୁହେ, ଯେଉଁମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ସେ ବିଚାର କରୁଛନ୍ତି ସତେ ଯେପରି ଏକ ବିଶାଳ ପ୍ରସ୍ତର ପଡି ସେମାନଙ୍କୁ ଚୂର୍ଣ୍ଣବିଚୂର୍ଣ୍ଣ କରିବ I (ଦେଖ: /WA-Catalog/or_tm?section=translate#figs-metaphor)

Luke 20:19

sought to lay hands on him

ଏହି ପଦରେ, “ଉପରେ ହାତ ପକାଇବା’ ଅର୍ଥ ସେହି ବ୍ୟକ୍ତିକୁ କେହି ଜଣେ ଗିରଫ କରିବା I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ଗିରଫ କରିବାକୁ ଏକ ଉପାୟ ଅନ୍ୱେଷଣ କଲେ I (ଦେଖ: /WA-Catalog/or_tm?section=translate#figs-metonymy)

in that very hour

ତୁରନ୍ତ

they were afraid of the people

ଏହି କାରଣ ହେତୁ ସେମାନେ ତାଙ୍କୁ ତତକ୍ଷଣାତ୍ ଗିରଫ କଲେ ନାହିଁ I ଲୋକମାନେ ଯୀଶୁଙ୍କୁ ସମ୍ମାନ କରୁଥିଲେ, ଓ ଧର୍ମନେତାମାନେ ଭୟ କରୁଥିଲେ ଯେ ଯଦି ସେମାନେ ତାଙ୍କୁ ଗିରଫ କରିବେ କାଳେ ଲୋକମାନେ କଅଣ କରିବେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ଗିରଫ କଲେ ନାହିଁ କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Luke 20:20

they sent out spies

ଯୀଶୁଙ୍କୁ ଲକ୍ଷ୍ୟ କରିବା ନିମନ୍ତେ ଶାସ୍ତ୍ରୀମାନେ ଓ ପ୍ରଧାନ ଯାଜକମାନେ ଚରମାନଙ୍କୁ ପ୍ରେରଣ କଲେ

so that they might find fault with his speech

କାରଣ ସେମାନେ ଯୀଶୁ କିଛି ଖରାପ କଥା କହିଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଥିଲେ

to the rule and to the authority of the governor

ଆଇନ୍ ଓ “କ୍ଷମତା” ଦୁଇପ୍ରକାରେ କହିବା ବିଷୟ ଯେ ସେମାନେ ଚାହୁଁଥିଲେ ଯେ ଶାସନକର୍ତ୍ତା ଯୀଶୁଙ୍କ ବିଚାର କରନ୍ତୁ I ଏହାକୁ ଗୋଟିଏ ବା ଉଭୟ ଅଭିବ୍ୟକ୍ତିରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ଯେପରି ଶାସନକର୍ତ୍ତା ଯୀଶୁଙ୍କୁ ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 20:21

Connecting Statement:

ଏହା କାହାଣୀର ଏହି ଭାଗରେ ପରବର୍ତ୍ତୀ ଘଟଣାର ଆରମ୍ଭ ଅଟେ I ମନ୍ଦିରରେ ପ୍ରଧାନ ଯାଜକମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିବା ସମୟଠାରୁ କିଛି କାଳ ବିତି ଯାଇଛି I ବର୍ତ୍ତମାନ ଚରମାନେ ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି I

they asked him

ଚରମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିଲେ

Teacher, we know ... you teach the way of God in truth

ଚରମାନେ ଯୀଶୁଙ୍କୁ ପ୍ରତାରଣା କରିବା ନିମନ୍ତେ ଚେଷ୍ଟା କରୁଛନ୍ତି I ସେମାନେ ଯୀଶୁଙ୍କ ସମ୍ପର୍କରେ ଏହି ବିଷୟଗୁଡିକୁ ବିଶ୍ୱାସ କଲେ ନାହିଁ I

we know

ଆମ୍ଭେମାନେ ଶବ୍ଦ କେବଳ ଚରମାନଙ୍କୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-exclusive)

do not show partiality

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଆପଣ ସତ୍ୟ କଥା କହନ୍ତି ଯଦିଓ ମହତ୍ତ୍ଵପୂର୍ଣ୍ଣ ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ” 2) ଆପଣ ମୁଖାପେକ୍ଷା କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

but you teach the truth about the way of God

ଚରମାନେ ଯୀଶୁଙ୍କ ସମ୍ପର୍କରେ ଜାଣିଥିଲେ ବୋଲି ଯାହା କହୁଛନ୍ତି ଏହା ତହିଁର ଅଂଶ ଅଟେ I

Luke 20:22

Is it lawful ... or not?

ସେମାନେ ଆଶା କରୁଥିଲେ ଯେ ଯୀଶୁ ହୁଏତ “ହଁ” କହିବେ କିମ୍ବା “ନା” କହିବେ I ଯଦି ସେ “ହଁ” କହିବେ ତାହାହେଲେ ଯିହୂଦୀ ଲୋକମାନେ ସେମାନଙ୍କୁ ଏକ ବିଦେଶୀ ସରକାରକୁ କର ଦେବା ପାଇଁ ସେ କହୁଥିବା ହେତୁ ତାଙ୍କ ଉପରେ କ୍ରୋଧ କରିବେ I କିନ୍ତୁ ଯଦି ସେ “ନା” କହିବେ ତାହାହେଲେ ଧର୍ମନେତାମାନେ ରୋମୀୟମାନଙ୍କୁ କହିପାରିବେ ଯେ ଯୀଶୁ ଲୋକମାନଙ୍କୁ ରୋମୀୟ ନିୟମଗୁଡିକ ଉଲଂଘନ କରିବା ନିମନ୍ତେ ଶିକ୍ଷା ଦେଉଛନ୍ତି I

Is it lawful

ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରୁଥିଲେ, କାଇସରଙ୍କ ନିୟମ ବିଷୟରେ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ବ୍ୟବସ୍ଥା କଣ ଆମ୍ଭମାନଙ୍କୁ ଅନୁମତି ଦିଏ

Caesar

ଯେହେତୁ କାଇସର ରୋମୀୟ ସରକାରଙ୍କର ଶାସନକର୍ତ୍ତା ଥିଲେ, ତେଣୁ କରି ସେମାନେ କାଇସରଙ୍କ ନାମ ଦ୍ୱାରା ରୋମୀୟ ସରକାରଙ୍କୁ ସୂଚିତ କରୁଥିଲେ I (ଦେଖ: /WA-Catalog/or_tm?section=translate#figs-metonymy)

Luke 20:23

But he understood their craftiness

କିନ୍ତୁ ଯୀଶୁ ବୁଝିପାରିଲେ ଯେ ସେମାନେ କେତେ ଦୂର ଧୁର୍ତ୍ତ ଥିଲେ ବା “କିନ୍ତୁ ଯୀଶୁ ଦେଖିଲେ ଯେ ସେମାନେ ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛନ୍ତି I” “ସେମାନଙ୍କ” ଶବ୍ଦ ଚରମାନଙ୍କୁ ସୂଚାଏ I

Luke 20:24

a denarius

ଏହା ଏକ ରୋମୀୟ ରୌପ୍ୟ ମୁଦ୍ରା ଅଟେ, ଯାହାର ମୂଲ୍ୟ ଗୋଟିଏ ଦିନର ମଜୁରି ଅଟେ I (ଦେଖ: /WA-Catalog/or_tm?section=translate#translate-bmoney)

Whose image and inscription does it have?

ଯେଉଁମାନେ ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କଲେ I (ଦେଖ: /WA-Catalog/or_tm?section=translate#figs-rquestion)

image and inscription

ଛବି ଏବଂ ନାମ

Luke 20:25

Connecting Statement:

ଏହା ଚରମାନଙ୍କ ସମ୍ପର୍କରେ ଏହି ଘଟଣାର ଓ [ଲୂକ 20:1] (.. / 20 /01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ସମାପ୍ତି ଅଟେ I

Then he said to them

ଯୀଶୁ ସେମାନଙ୍କୁ କହିଲେ

to Caesar

ଏଠାରେ “କାଇସର” ରୋମୀୟ ସରକାରକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

to God

“ଦିଅ” ଶବ୍ଦଟି ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ଏହାକୁ ଏହି ସ୍ଥାନରେ ପୂନରାବୃତ୍ତି କରାଯାଇପାରିବ I ବିକଳ୍ପ ଅନୁବାଦ: “ପୁଣି ଈଶ୍ୱରଙ୍କୁ ଦିଅ” (ଦେଖ: /WA-Catalog/or_tm?section=translate#figs-ellipsis)

Luke 20:26

So they were not able to trap him in what he said

ସେ ଯାହା କହିଲେ ଚରମାନେ ତହିଁରୁ କୌଣସି ତୃଟୀ ପାଇ ପାରିଲେ ନାହିଁ I

but marveling at his answer, they were silent

କିନ୍ତୁ ସେମାନେ ତାଙ୍କ ଉତ୍ତରରେ ଚମତ୍କୃତ ହେଲେ ଏବଂ କିଛି କହିଲେ ନାହିଁ

Luke 20:27

General Information:

ଆମ୍ଭେମାନେ ଜାଣିନାହୁଁ ଯେ କେଉଁ ସ୍ଥାନରେ ଏହା ଘଟିଲା, ଯଦିଓ ସମ୍ଭବତଃ, ଏହା ମନ୍ଦିରର ପ୍ରାଙ୍ଗଣରେ ଘଟିଲା I ଯୀଶୁ କେତେକ ସାଦ୍ଦୁକୀମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି I

the ones who say that there is no resurrection

ଏହି ବାକ୍ୟାଂଶ ସାଦ୍ଦୁକୀମାନଙ୍କୁ ଯିହୂଦୀମାନଙ୍କର ଏକ ଦଳଭାବରେ ଉଲ୍ଲେଖ କରେ, ଯେଉଁମାନେ କହନ୍ତି ଯେ ମୃତମାନଙ୍କ ମଧ୍ୟରୁ କେହି ଉତ୍ଥିତ ହେବେ ନାହିଁ I ଏହା ସୂଚାଏ ନାହିଁ ଯେ କେତେକ ସାଦ୍ଦୁକୀମାନେ ପୁନରୁତ୍ଥାନ ରହିଛି ବୋଲି ବିଶ୍ୱାସ କରୁଥିଲେ ଓ ଅନ୍ୟ କେତେକ ତାହା ବିଶ୍ୱାସ କରୁ ନ ଥିଲେ I (ଦେଖ: /WA-Catalog/or_tm?section=translate#figs-distinguish)

Luke 20:28

if anyone's brother dies having a wife, and he is childless

ଯଦି ଜଣେ ଲୋକର ଭାଇ ତାହାର ସ୍ତ୍ରୀ ଥାଉ ଥାଉ ମରିଯାଏ ଓ ତାହାର କୌଣସି ସନ୍ତାନ ନ ଥାଆନ୍ତି

that his brother should take his wife

ସେହି ଲୋକ ତାହାର ମୃତ ଭାଇର ସ୍ତ୍ରୀକୁ ବିବାହ କରିବା ଉଚିତ୍

raise up offspring for his brother

ଆପଣା ମୃତ ପତିର ଭାଇକୁ ବିବାହ କରିଥିବା ସ୍ତ୍ରୀଲୋକଠାରୁ ଜାତ ପ୍ରଥମ ପୁତ୍ରକୁ ଯିହୂଦୀମାନେ ସେହି ସ୍ତ୍ରୀଲୋକର ପ୍ରଥମ ସ୍ବାମୀର ପୁତ୍ର ଭାବରେ ବିବେଚନା କରୁଥିଲେ I ଏହି ପୁତ୍ର ତା’ର ମାତାର ପ୍ରଥମ ସ୍ୱାମୀର ସମ୍ପତ୍ତିକୁ ଉତ୍ତରାଧିକାରୀ ଭାବରେ ପାଉଥିଲା ଏବଂ ତାହାର ନାମ ବହନ କରୁଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 20:29

General Information:

ପଦ 29-32ରେ ସାଦ୍ଦୁକୀମାନେ ଯୀଶୁଙ୍କୁ ଏକ ଛୋଟ କାହାଣୀ କହନ୍ତି I ଏହା ଏକ କାହାଣୀ ଯାହାକୁ ସେମାନେ ଏକ ଉଦାହରଣ ଭାବରେ ଗଢ଼ିଛନ୍ତି I 33 ପଦରେ ସେମାନେ କହିଥିବା କାହାଣୀ ସମ୍ପର୍କରେ ଯୀଶୁଙ୍କୁ ଏକ ପ୍ରଶ୍ନ ପଚାରନ୍ତି I

Connecting Statement:

ସାଦ୍ଦୁକୀମାନେ ଯୀଶୁଙ୍କୁ ସେମାନଙ୍କର ପ୍ରଶ୍ନ ପଚାରିବା ସମାପ୍ତ କରନ୍ତି

there were seven brothers

ଏହା ହୁଏତ ଘଟିଥାଇପାରେ, କିନ୍ତୁ ଏହା ବୋଧହୁଏ ଏକ କାହାଣୀ ହୋଇଥାଇପାରେ ଯାହା ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ସକାଶେ ଗଢ଼ି ଥାଇପାରନ୍ତି I

the first

ଏକ ନମ୍ବର ଭାଇ ବା “ସବୁଠୁ ଜେଷ୍ଠ” (ଦେଖ: /WA-Catalog/or_tm?section=translate#translate-ordinal)

died childless

ନିଃସନ୍ତାନ ହୋଇ ମରିଗଲା ବା “ମୃତ ହେଲା କିନ୍ତୁ ତାହାର କୌଣସି ସନ୍ତାନ ନ ଥିଲେ”

Luke 20:30

and the second

ଅନେକ ବିଷୟର ବିଶଦ ବର୍ଣ୍ଣନାକୁ ପୁନରାବୃତ୍ତି ନ କରି ସାଦ୍ଦୁକୀମାନେ ସେହି କାହାଣୀକୁ ସଂକ୍ଷିପ୍ତ କରନ୍ତି I ବିକଳ୍ପ ଅନୁବାଦ: “ଦ୍ୱିତୀୟଟି ତାହାକୁ ବିବାହ କଲା ଏବଂ ସମାନ ବିଷୟ ଘଟିଲା” ବା “ଦ୍ୱିତୀୟ ଭାଇ ତାହାକୁ ବିବାହ କଲା ଓ କୌଣସି ସନ୍ତାନ ଲାଭ ନ କରି ମଲା” (ଦେଖ: /WA-Catalog/or_tm?section=translate#figs-ellipsis)

the second

ଭାଇ ନମ୍ବର ଦୁଇ ବା “ଜେଷ୍ଠ ଭାଇ ଯିଏ ସେପର୍ଯ୍ୟନ୍ତ ଜୀବିତ ଥିଲା” (ଦେଖ: /WA-Catalog/or_tm?section=translate#translate-ordinal)

Luke 20:31

the third took her

ତୃତୀୟଟି ତାହାକୁ ବିବାହ କଲା

the third

ଭାଇ ନମ୍ବର ତିନି ବା “ଜେଷ୍ଠ ଭାଇ ଯିଏ ସେପର୍ଯ୍ୟନ୍ତ ଜୀବିତ ଥିଲା” (ଦେଖ: /WA-Catalog/or_tm?section=translate#translate-ordinal)

likewise the seven also left no children, and died

କାହାଣୀକୁ ସଂକ୍ଷିପ୍ତ କରି ରଖିବା ପାଇଁ ସେମାନେ ଅନେକ ବିଷୟର ବିଶଦ ବର୍ଣ୍ଣନାକୁ ପୁନରାବୃତ୍ତି କଲେ ନାହିଁ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଅବଶିଷ୍ଟ ସାତଜଣ ଭାଇମାନେ ତାହାକୁ ବିବାହ କଲେ ଏବଂ ସନ୍ତାନହୀନ ହୋଇ ମଲେ” (ଦେଖ: /WA-Catalog/or_tm?section=translate#figs-ellipsis)

the seven

ସମସ୍ତ ସାତଜଣ ଭାଇ ବା “ସାତଜଣ ଭାଇ ମଧ୍ୟରୁ ପ୍ରତ୍ୟେକେ”

Luke 20:33

In the resurrection

ଯେତେବେଳେ ଲୋକମାନେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୁଅନ୍ତି ବା “ଯେତେବେଳେ ମୃତ ଲୋକମାନେ ପୂନର୍ବାର ଜୀବିତ ହେବେ I” କେତେକ ଭାଷାଗୁଡିକର ପ୍ରଦର୍ଶନ କରିବା ଏକ ଶୈଳୀ ରହିଛି ଯେ ସାଦ୍ଦୁକୀମାନେ ବିଶ୍ୱାସ କରୁ ନ ଥିଲେ ଯେ ପୁନରୁତ୍ଥାନ ହେବ, ଯଥା “ତଥାକଥିତ ପୁନରୁତ୍ଥାନରେ” ବା “ଯେତେବେଳେ ମୃତ ଲୋକମାନେ ସମ୍ଭବତଃ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ I”

Luke 20:34

Connecting Statement:

ଯୀଶୁ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଆରମ୍ଭ କରନ୍ତି

The sons of this age

ଏହି ଜଗତର ଲୋକମାନେ ବା “ଏହି ଯୁଗର ଲୋକମାନେ I” ଯେଉଁମାନେ ସ୍ୱର୍ଗରେ ଅଛନ୍ତି ତାହା ସହିତ ଯେଉଁ ଲୋକମାନେ ପୁନରୁତ୍ଥାନ ପରେ ଜୀବିତ ହେବେ ଏହା ସେମାନଙ୍କର ବୈଷମ୍ୟ ପ୍ରକାଶ କରେ I

marry and are given in marriage

ସେହି ସଂସ୍କୃତିରେ ସେମାନେ କହୁଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କୁ ବିବାହ କରୁଥିଲେ ଏବଂ ସ୍ତ୍ରୀମାନଙ୍କୁ ବିବାହ ନିମନ୍ତେ ସେମାନଙ୍କ ସ୍ୱାମୀମାନଙ୍କୁ ଦିଆଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ବିବାହିତ ହେବା”(ଦେଖ: /WA-Catalog/or_tm?section=translate#figs-explicit)

Luke 20:35

those who are regarded as worthy to obtain that age

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେହି ଯୁଗରେ ଯେଉଁ ଲୋକମାନଙ୍କୁ ଈଶ୍ୱର ଯୋଗ୍ୟ ବିବେଚିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

of the resurrection which is from the dead

ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବା ବା “ମୃତ୍ୟୁରୁ ଉଠିବା”

from the dead

ମୃତ୍ୟୁବରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ନୀଚସ୍ଥ ପୃଥିବୀରେ ଏକତ୍ର ରହିଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଗ୍ରହଣ କରିବା ଅର୍ଥ ପୁଣି ଥରେ ଜୀବିତ ହେବା I

will neither marry nor be given in marriage

ସେହି ସଂସ୍କୃତିରେ ସେମାନେ କହୁଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କୁ ବିବାହ କରୁଥିଲେ ଏବଂ ସ୍ତ୍ରୀମାନଙ୍କୁ ବିବାହ ନିମନ୍ତେ ସେମାନଙ୍କ ସ୍ୱାମୀମାନଙ୍କୁ ଦିଆଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ବିବାହ କରିବେ ନାହିଁ” ବା “ବିବାହିତ ହେବେ ନାହିଁ I” ଏହା ପୁନରୁତ୍ଥାନ ପରେ ହେବ I (ଦେଖ: /WA-Catalog/or_tm?section=translate#figs-explicit)

Luke 20:36

neither are they able to die anymore

ଏହା ପୁନରୁତ୍ଥାନ ପରେ ହେବ I ବିକଳ୍ପ ଅନୁବାଦ: “ସେମାନେ ଆଉ ମୃତ ହୋଇପାରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

they are sons of God, being sons of the resurrection

ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି କାରଣ ସେ ସେମାନଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଛନ୍ତି

Luke 20:37

Connecting Statement:

ଯୀଶୁ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ସମାପ୍ତ କରନ୍ତି I

But that the dead are raised, even Moses showed

ଏଠାରେ “ମଧ୍ୟ” ଶବ୍ଦ ରହିଛି କାରଣ ସାଦ୍ଦୁକୀମାନେ ହୁଏତ ଚମତ୍କୃତ ହୋଇ ନ ଥାଆନ୍ତେ ଯେ କେତେକ ଶାସ୍ତ୍ର କୁହେ ଯେ ମୃତମାନେ ଉତ୍ଥିତ ହୁଅନ୍ତି, କିନ୍ତୁ ମୋଶା ଯେ ସେପରି କିଛି ଲେଖିଥିବେ ଏହା ସେମାନେ ଆଶା କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ମୋଶା ମଧ୍ୟ ମୃତ ଲୋକମାନେ ମୃତ୍ୟୁରୁ ଉଠିବା ଦର୍ଶାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

the dead are raised

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ଈଶ୍ୱର ମୃତ ଲୋକମାନଙ୍କୁ ଜୀବିତ ହେବାକୁ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

at the bush

ଶାସ୍ତ୍ରର ଅଂଶରେ ଯେଉଁଠାରେ ସେ ଜ୍ୱଳନ୍ତ ବୁଦା ସମ୍ପର୍କରେ ଲେଖିଲେ ବା “ଶାସ୍ତ୍ରରେ ଜ୍ୱଳନ୍ତ ବୁଦା ସମ୍ପର୍କରେ” (ଦେଖ: /WA-Catalog/or_tm?section=translate#figs-explicit)

where he calls the Lord

ଯେଉଁଠାରେ ପ୍ରଭୁ ମୋଶାଙ୍କୁ ଡାକିଲେ

the God of Abraham, and the God of Isaac, and the God of Jaco

ଅବ୍ରହାମଙ୍କ ଈଶ୍ୱର, ଇସହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର I ସେମାନେ ସମସ୍ତେ ସେହି ସମାନ ଈଶ୍ୱରଙ୍କ ସେବା ଉପାସନା କଲେ I

Luke 20:38

Now

ମୁଖ୍ୟ ଶିକ୍ଷାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହୃତ ହୋଇଛି I ଏଠାରେ ଯୀଶୁ ବ୍ୟାଖ୍ୟା କରନ୍ତି ଯେ କିପରି ଏହି କାହାଣୀ ପ୍ରମାଣିତ କରେ ଯେ ଲୋକମାନେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୁଅନ୍ତି I

he is not the God of the dead, but of the living

ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଯାହାକୁ ଗୁରୁତ୍ଵ ପ୍ରଦାନ କରିବା ନିମନ୍ତେ ଦୁଇଥର କୁହାଯାଇଛି I କେତେକ ଭାଷାରେ ଗୁରୁତ୍ଵ ପ୍ରଦାନକୁ ଦର୍ଶାଇବା ପାଇଁ ବିଭିନ୍ନ ଶୈଳୀ ରହିଛି I ବିକଳ୍ପ ଅନୁବାଦ: “ପ୍ରଭୁ କେବଳ ଜୀବିତ ଲୋକମାନଙ୍କର ଈଶ୍ୱର ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-parallelism)

but of the living

କିନ୍ତୁ ଜୀବିତମାନଙ୍କର ଈଶ୍ୱର I ଯେହେତୁ ଏହି ଲୋକମାନେ ଶାରୀରିକ ଭାବରେ ମୃତ୍ୟୁବରଣ କଲେ, ସେମାନେ ନିଶ୍ଚୟ ଆତ୍ମିକ ଭାବରେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ସେହି ଲୋକମାନଙ୍କ ଈଶ୍ୱର, ଯେଉଁମାନଙ୍କର ଆତ୍ମା ଜୀବିତ ଅଟେ, ଯଦିଓ ସେମାନଙ୍କ ଶରୀରଗୁଡିକ ହୁଏତ ମୃତ ହୋଇଛି” (ଦେଖ: /WA-Catalog/or_tm?section=translate#figs-explicit)

because all live to him

କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ସମସ୍ତେ ଏପର୍ଯ୍ୟନ୍ତ ଜୀବିତ ଅଟନ୍ତି ବା “କାରଣ ସେମାନଙ୍କର ଆତ୍ମାଗୁଡିକ ଈଶ୍ୱରଙ୍କ ଉପସ୍ଥିତିରେ ଜୀବିତ ଅଟନ୍ତି”

Luke 20:39

some of the scribes answered

ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ କହିଲେ I ଯେତେବେଳେ ସାଦ୍ଦୁକୀମାନେ ଯୀଶୁଙ୍କୁ ପ୍ରଶ୍ନ କରୁଥିଲେ ସେସ୍ଥାନରେ ଶାସ୍ତ୍ରୀମାନେ ଉପସ୍ଥିତ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Luke 20:40

For they did not dare

ଏହା ଶାସ୍ତ୍ରୀମାନଙ୍କୁ ବା ସାଦ୍ଦୁକୀମାନଙ୍କୁ ବା ଉଭୟଙ୍କୁ ସୂଚାଏ ଏହା ଅସ୍ପଷ୍ଟ I ଉକ୍ତିକୁ ସାଧାରଣ ଭାବରେ ରଖିବା ସର୍ବୋତ୍କୃଷ୍ଟ ହେବ I

they did not dare ask him anything

ସେମାନେ ... ପ୍ରଶ୍ନଗୁଡିକ ପଚାରିବାକୁ ଭୟ କଲେ ବା “ସେମାନେ ... ପ୍ରଶ୍ନଗୁଡିକ ପଚାରି ଅନିଷ୍ଟ କରିବାକୁ ଚାହିଁଲେ ନାହିଁ I” ସେମାନେ ବୁଝିଲେ ଯେ ଯୀଶୁ ଯେତେ ବେଶୀ ଜାଣିଛନ୍ତି ସେମାନେ ସେତିକି ଜାଣିନାହାନ୍ତି, କିନ୍ତୁ ସେମାନେ ତାହା କହିବାକୁ ଇଚ୍ଛା କଲେ ନାହିଁ I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ଆଉ ପ୍ରତାରଣାପୂର୍ଣ୍ଣ ପ୍ରଶ୍ନଗୁଡିକ ପଚାରିଲେ ନାହିଁ କାରଣ ସେମାନେ ଭୟ କଲେ ଯେ ତାଙ୍କର ଜ୍ଞାନପୂର୍ଣ୍ଣ ଉତ୍ତରଗୁଡିକ ସେମାନଙ୍କୁ ପୁନର୍ବାର ମୁର୍ଖ ଭାବରେ ପ୍ରଦର୍ଶିତ କରିବ” (ଦେଖ: /WA-Catalog/or_tm?section=translate#figs-explicit)

Luke 20:41

General Information:

ଯୀଶୁ ଶାସ୍ତ୍ରୀମାନଙ୍କୁ ଏକ ପ୍ରଶ୍ନ ପଚାରିଲେ

How do they say ... David's son?

ସେମାନେ ... ପୁତ୍ର କାହିଁକି କହନ୍ତି? ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରିନ୍ତି ଯେପରି ସେ ଶାସ୍ତ୍ରୀମାନଙ୍କୁ ମଶୀହ କିଏ ବୋଲି ଭାବିବାକୁ ଦେବେ I ବିକଳ୍ପ ଅନୁବାଦ: “ଆସୁ ଆମ୍ଭେମାନେ ସେମାନଙ୍କର “ପୁତ୍ର” ବୋଲି କହିବା ସମ୍ପର୍କରେ ଚିନ୍ତା କରିବା” ବା “ସେମାନଙ୍କର ... “ପୁତ୍ର” ବୋଲି କହିବା ସମ୍ପର୍କରେ ମୁଁ କଥାବାର୍ତ୍ତା କରିବି” (ଦେଖ: /WA-Catalog/or_tm?section=translate#figs-rquestion)

they say

ଭାବବାଦୀମାନେ, ଧର୍ମନେତାମାନେ ଏବଂ ସର୍ବ ସାଧାରଣ ଯିହୂଦୀ ଲୋକମାନେ ଜାଣନ୍ତି ଯେ ମଶୀହ ଦାଉଦଙ୍କ ପୁତ୍ର ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଲୋକ କହନ୍ତି” ବା “ଲୋକମାନେ କହନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

David's son

ରାଜା ଦାଉଦଙ୍କ ବଂଶଧର ଅଟନ୍ତି I ଏଠାରେ “ପୁତ୍ର” ଶବ୍ଦ ଜଣେ ଉତ୍ତରାଧିକାରୀକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I ଏହି କ୍ଷେତ୍ରରେ, ଯିଏ ଈଶ୍ୱରଙ୍କ ରାଜ୍ୟ ଉପରେ ରାଜତ୍ଵ କରିବେ, ତାହାଙ୍କୁ ଏହା ସୂଚିତ କରେ I (ଦେଖ: /WA-Catalog/or_tm?section=translate#figs-synecdoche)

Luke 20:42

The Lord said to my Lord

ଏହା ଗୀତସଂହିତା ପୁସ୍ତକରୁ ଏକ ଉଦ୍ଧୃତାଂଶ ଅଟେ ଯାହା କୁହେ, “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ I” କିନ୍ତୁ ଯିହୂଦୀମାନେ “ଯିହୋବା” କହିବା ବନ୍ଦ କରିଥିଲେ ଏବଂ ଅନେକ ସମୟରେ ତାହା ପରିବର୍ତ୍ତେ “ପ୍ରଭୁ” ବୋଲି କହୁଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ” ବା “ଈଶ୍ୱର ମୋହର ପ୍ରଭୁଙ୍କୁ କହିଲେ”

my Lord

ଦାଉଦ ଖ୍ରୀଷ୍ଟଙ୍କୁ “ମୋହର ପ୍ରଭୁ” ବୋଲି ଉଲ୍ଲେଖ କରୁଛନ୍ତି I

Sit at my right hand

“ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ” ବସିବା ଈଶ୍ୱରଙ୍କଠାରୁ ବିଶେଷ ସମ୍ମାନ ଏବଂ ଅଧିକାର ପାଇବା ବିଷୟର ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ମୋ’ ପାଖରେ ସମ୍ମାନଜନକ ସ୍ଥାନରେ ବସ” (ଦେଖ: /WA-Catalog/or_tm?section=translate#translate-symaction)

Luke 20:43

until I make your enemies a footstool for your feet

ମଶୀହଙ୍କ ଶତୃମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ପିଢ଼ା ଯାହା ଉପରେ ସେ ତାଙ୍କର ପାଦ ରଖିବେ I ଏହା ସମର୍ପଣର ଏକ ଛବି ଅଟେ I ବିକଳ୍ପ ଅନୁବାଦ: “ ଯେପର୍ଯ୍ୟନ୍ତ ମୁଁ ତୁମର ଶତୃମାନଙ୍କୁ ତୁମ ନିମନ୍ତେ ପାଦ ରଖିବା ମେଜ ପରି ନ କରିଛି” ବା “ଯେପର୍ଯ୍ୟନ୍ତ ମୁଁ ତୁମ ନିମନ୍ତେ ତୁମର ଶତୃମାନଙ୍କୁ ଜୟ ନ କରିଛି” (ଦେଖ: /WA-Catalog/or_tm?section=translate#figs-metaphor)

Luke 20:44

David therefore calls him 'Lord'

ସେହି ସମୟର ସଂସ୍କୃତିରେ, ଜଣେ ପିତା ତାହାର ପୁତ୍ରଠାରୁ ଅଧିକ ସମ୍ମାନୀୟ ବ୍ୟକ୍ତି ଥିଲେ I ଦାଉଦଙ୍କ ଦ୍ୱାରା ଖ୍ରୀଷ୍ଟଙ୍କ ନିମନ୍ତେ ବ୍ୟବହୃତ “ପ୍ରଭୁ” ପଦବୀ ସୂଚାଏ ଯେ ସେ ଦାଉଦଙ୍କ ଅପେକ୍ଷା ମହତ୍ତର ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

so how is he his son?

ତେଣୁ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁତ୍ର ହୋଇପାରିବେ ? ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ଏହା ଦର୍ଶାଏ ଯେ ଖ୍ରୀଷ୍ଟ କେବଳ ମାତ୍ର ଦାଉଦଙ୍କ ବଂଶଧର ନ ଥିଲେ” (ଦେଖ: /WA-Catalog/or_tm?section=translate#figs-rquestion)

Luke 20:45

Connecting Statement:

ଯୀଶୁ ବର୍ତ୍ତମାନ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଆପଣା ଧ୍ୟାନ ନିର୍ଦ୍ଦେଶିତ କରନ୍ତି ଏବଂ ମୁଖ୍ୟତଃ ସେମାନଙ୍କୁ କହନ୍ତି I

Luke 20:46

Beware of

ବିରୁଦ୍ଧରେ ସାବଧାନ ହୁଅ

who desire to walk in long robes

ଲମ୍ବା ବସ୍ତ୍ରଗୁଡିକ ଦର୍ଶାଏ ଯେ ସେମାନେ ମହତ୍ତ୍ଵପୂର୍ଣ୍ଣ ଥିଲେ I ବିକଳ୍ପ ଅନୁବାଦ: “ଯେଉଁମାନେ ସେମାନଙ୍କର ମହତ୍ତ୍ଵପୂର୍ଣ୍ଣ ଲମ୍ବା ଲୁଗାଗୁଡିକ ପିନ୍ଧି ଚାରିଆଡେ ବୁଲିବାକୁ ପସନ୍ଦ କରନ୍ତି"" (ଦେଖ: /WA-Catalog/or_tm?section=translate#figs-explicit)

Luke 20:47

They devour the houses of widows

ସେମାନେ ମଧ୍ୟ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି I ଶାସ୍ତ୍ରୀମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ କ୍ଷୁଧାର୍ତ୍ତ ପଶୁଗୁଡିକ ଅଟନ୍ତି ଯେଉଁମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି I “ଗୃହଗୁଡ଼ିକ” ଶବ୍ଦ ଏକ ପ୍ରକାର ବାକ୍ ଶୈଳୀ ଅଟେ ଯାହା ବିଧବାର ଜୀବନ ଏବଂ ସେ ଆପଣା ଗୃହରେ ସାଇତି ରଖିଥିବା ସବୁ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ମଧ୍ୟ ବିଧବାଠାରୁ ତାହାର ସମସ୍ତ ସମ୍ପତ୍ତି ନେଇଯାଆନ୍ତି” (ଦେଖ: /WA-Catalog/or_tm?section=translate#figs-metaphorଏବଂ/WA-Catalog/or_tm?section=translate#figs-synecdoche)

for a show they pray at length

ସେମାନେ ଧାର୍ମିକ ଦେଖାଯିବା ପରି ଛଳନା କରନ୍ତି ଏବଂ ଲମ୍ବା ପ୍ରାର୍ଥନା କରନ୍ତି ବା “ସେମାନେ ଲମ୍ବା ପ୍ରାର୍ଥନା କରନ୍ତି, ଯେପରି ଲୋକମାନେ ସେମାନଙ୍କୁ ଦେଖିବେ”

These will receive greater condemnation

ସେମାନେ ଅଧିକ କଠୋର ଦଣ୍ଡ ପାଇବେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ନିଶ୍ଚିତ ଭାବରେ ସେମାନଙ୍କୁ ଅତି କଠୋର ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)