Luke 21

ଲୂକ 21 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଯୀଶୁ ତାଙ୍କର ପୁନରାଗମନ ପୂର୍ବରୁ ଯାହା ସବୁ ଘଟିବ ସେସମ୍ପର୍କରେ ଅନୁକଗୁଡିଏ ବିଷୟ ତାଙ୍କର ଶିଷ୍ୟମାନଙ୍କୁ କହନ୍ତି I

ଏହି ଅଧ୍ୟାୟର ବିଶେଷ ଚିନ୍ତାଧାରାଗୁଡିକ

“କାରଣ ଅନେକେ ମୋ’ ନାମରେ ଆସି କହିବେ, ‘ମୁଁ ସେହି,’”

ଯୀଶୁ ଶିକ୍ଷା ଦେଲେ ଯେ ତାଙ୍କର ପୁନରାଗମନ ପୂର୍ବରୁ ଅନେକ ଲୋକ ଭ୍ରାନ୍ତ ଭାବରେ ଦାଦୀ କରିବେ ଯେ ସେ ଫେରି ଆସିଛନ୍ତି I ଏହା ମଧ୍ୟ ଏପରି ସମୟ ହେବ ଯେ ଅନେକ ଲୋକମାନେ ଯୀଶୁଙ୍କ ଅନୁଗାମୀମାନଙ୍କୁ ଘୃଣା କରିବେ ଏବଂ ମଧ୍ୟ ସେମାନଙ୍କୁ ବଧ କରିବାକୁ ଚାହିଁବେ I

“ବିଜାତିମାନଙ୍କ ସମୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ”

ବେବିଲୋନୀୟମାନେ ଯେତେବେଳେ ଯିହୂଦୀମାନଙ୍କ ପୂର୍ବପୁରୁଷମାନଙ୍କୁ ବେବିଲୋନକୁ ଯିବାକୁ ବାଧ୍ୟ କରିଥିଲେ ସେହି ସମୟ ଠାରୁ ଯେତେବେଳେ ମଶୀହ ଆସିବେ ସେହି ସମୟ ପର୍ଯ୍ୟନ୍ତ ଅବଧିକୁ “ବିଜାତିମାନଙ୍କ ସମୟ” ବୋଲି ଯିହୂଦୀମାନେ କହୁଥିଲେ ଯେଉଁ ସମୟରେ ବିଜାତୀୟମାନେ ଯିହୂଦୀମାନଙ୍କ ଉପରେ ଶାସନ କରିବେ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 21:27] (../ଲୂକ/21/27.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofmanଏବଂ/WA-Catalog/or_tm?section=translate#figs-123person)

Luke 21:1

Connecting Statement:

ଏହା କାହାଣୀରେ ପରବର୍ତ୍ତୀ ଘଟଣା ଅଟେ I ସାଦ୍ଦୁକୀମାନେ ଯୀଶୁଙ୍କୁ ପ୍ରଶ୍ନ କରୁଥିବା ଦିନ([ଲୂକ 21:27] (../ଲୂକ/21/27.ମଝି)), କିମ୍ବା ଅନ୍ୟ ଏକ ଭିନ୍ନ ଦିନରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I (ଦେଖ: /WA-Catalog/or_tm?section=translate#writing-background)

gifts

ଦାନଗୁଡିକ କ’ଣ ଅଟେ ତାହା ତୁମକୁ ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ଅର୍ଥ ଦାନ” (ଦେଖ: /WA-Catalog/or_tm?section=translate#figs-explicit)

the treasury

ମନ୍ଦିର ପ୍ରାଙ୍ଗଣରେ ଥିବା ଗୋଟିଏ ବାକ୍ସ, ଯେଉଁଠାରେ ଲୋକମାନେ ଈଶ୍ୱରଙ୍କ ନିକଟରେ ଦାନ ଭାବରେ ଅର୍ଥ ପକାନ୍ତି

Luke 21:2

a certain poor widow

ଏହା କାହାଣୀ ପ୍ରତି ଏକ ନୂତନ ଚରିତ୍ରକୁ ପରିଚିତ କରିବା ପାଇଁ ଏକ ଶୈଳୀ ଅଟେ I (ଦେଖ: /WA-Catalog/or_tm?section=translate#writing-participants)

two mites

ଦୁଇଟି କ୍ଷୁଦ୍ର ମୁଦ୍ରା ବା “ଦୁଇଟି ଛୋଟ ତମ୍ବା ମୁଦ୍ରା I” ସେହି ସମୟରେ ଲୋକମାନେ ବ୍ୟବହାର କରୁଥିବା ମୁଦ୍ରାମାନଙ୍କ ମଧ୍ୟରେ ଏଗୁଡିକ ସର୍ବ ନିମ୍ନ ମୂଲ୍ୟର ମୁଦ୍ରା ଅଟେ I ବିକଳ୍ପ ଅନୁବାଦ: “ଦୁଇଟି ଅଧୁଲି” ବା “ଅଳ୍ପ ମୂଲ୍ୟର ଦୁଇଟି ଛୋଟ ମୁଦ୍ରା” (ଦେଖ: /WA-Catalog/or_tm?section=translate#translate-bmoney)

Luke 21:3

Truly I say to you

ଏହା ବୁଝାଏ ଯେ ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହା ଅତିଶୟ ମହତ୍ତ୍ଵପୂର୍ଣ୍ଣ ଅଟେ

I say to you

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I “ତୁମ୍ଭମାନଙ୍କୁ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

this poor widow put in more than all of them

ଈଶ୍ୱର ତାହାର କ୍ଷୁଦ୍ର ପରିମାଣର ଅର୍ଥକୁ ଲୋକମାନେ ଦେଇଥିବା ବିପୁଳ ପରିମାଣର ଅର୍ଥଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ବିଚାର କଲେ I ବିକଳ୍ପ ଅନୁବାଦ: “ଏହି ବିଧବାର କ୍ଷୁଦ୍ର ଦାନ ଧନୀଲୋକମାନଙ୍କର ବୃହତ୍ତର ଦାନ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ” (ଦେଖ: /WA-Catalog/or_tm?section=translate#figs-hyperbole)

Luke 21:4

put in the gifts out of their abundance

ପ୍ରଚୁର ଅର୍ଥ ଅଛି କିନ୍ତୁ ତହିଁର ଅଳ୍ପ ଅଂଶ ଦେଲେ

out of her poverty

ଯାହାର ଅତି ଅଳ୍ପ ଧନ ଥିଲା

Luke 21:5

Connecting Statement:

ଯୀଶୁ ବିଧବା ସମ୍ପର୍କରେ କଥାବାର୍ତ୍ତା କରିବା ବିଷୟଠାରୁ ମନ୍ଦିର ସମ୍ବନ୍ଧରେ ଶିକ୍ଷା ଦେବା ପ୍ରସଙ୍ଗକୁ ପରିବର୍ତ୍ତନ କଲେ I

offerings

ଲୋକମାନେ ଈଶ୍ୱରଙ୍କୁ ଦେଇଥିବା ବିଷୟଗୁଡିକ

Luke 21:6

these things that you see

ଏହା ସୁନ୍ଦର ମନ୍ଦିରକୁ ଏବଂ ଏହାର ସାଜସଜ୍ଜାକୁ ସୂଚାଏ I

the days will come in which

ଗୋଟିଏ ସମୟ ଆସିବ ଯେତେବେଳେ ବା “ଦିନେ”

will be left on another which will not be torn down

ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଏକ ଉପରେ ପଡିବ I ସେଗୁଡିକ ଧ୍ବଂସ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଭୂମିସାତ୍ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

not one stone will be left ... not be torn down

ଏହାକୁ ଆସ୍ତିସୂଚକ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରସ୍ତର ତାହାର ସ୍ଥାନରୁ କାଢି ନିଆଯିବ ଏବଂ ସେସବୁ ଭୂମିସାତ ହେବ”

left on another which will not be torn down

ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଉପରେ ପରିତ୍ୟକ୍ତ ହୋଇ ପଡିବ I ସେଗୁଡିକ ସମସ୍ତ ଛିନ୍ନଭିନ୍ନ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଚୁରମାର୍ କରି ପକାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 21:7

they asked him

ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ ବା “ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ପଚାରିଲେ”

these things

ଶତୃମାନେ ମନ୍ଦିରକୁ ଧ୍ଵଂସ କରିବା ବିଷୟରେ ବର୍ତ୍ତମାନ ଯାହା ଯୀଶୁ କହିଥିଲେ ଏହା ସେହି ବିଷୟକୁ ସୂଚାଏ I

Luke 21:8

you are not deceived

ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମିଥ୍ୟା କଥାରେ ବିଶ୍ୱାସ କର ନାହିଁ” ବା “ଯେପରି କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ” (ଦେଖ: /WA-Catalog/or_tm?section=translate#figs-you ଏବଂ /WA-Catalog/or_tm?section=translate#figs-activepassive)

in my name

ତାଙ୍କ ନାମରେ ଆସୁଥିବା ଲୋକମାନେ ତାଙ୍କର ପ୍ରତିନିଧିତ୍ଵ କରୁଥିବା ବିଷୟ ଦାବୀ କରନ୍ତି I ବିକଳ୍ପ ଅନୁବାଦ: “ମୁଁ ବୋଲି ଦାବୀ କରିବା” ବା “ମୋହର କ୍ଷମତା ପାଇଛନ୍ତି ବୋଲି ଦାବୀ କରିବା” (ଦେଖ: /WA-Catalog/or_tm?section=translate#figs-metonymy)

I am he

ମୁଁ ଖ୍ରୀଷ୍ଟ ଅଟେ ବା “ମୁଁ ମଶୀହ ଅଟେ”

Do not go after them

ସେମାନଙ୍କୁ ବିଶ୍ୱାସ କର ନାହିଁ ବା “ସେମାନଙ୍କର ଶିଷ୍ୟ ହୁଅ ନାହିଁ”

Luke 21:9

wars and riots

ଏହି ସ୍ଥାନରେ “ଯୁଦ୍ଧ” ବୋଧହୁଏ ଦେଶମାନଙ୍କ ମଧ୍ୟରେ ଲଢ଼େଇକୁ ସୂଚାଇଥାଏ ଏବଂ “ବିପ୍ଲବଗୁଡିକ” ହୁଏତ ଲୋକମାନେ ଆପଣାମାନଙ୍କ ନିଜର ନେତାମାନଙ୍କ ବିରୁଦ୍ଧରେ ଲଢ଼େଇକୁ ସୂଚାଇଥାଏ ବା ସେମାନଙ୍କ ନିଜ ଦେଶରେ ଅନ୍ୟମାନଙ୍କ ବିରୁଦ୍ଧରେ ଲଢ଼େଇକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୁଦ୍ଧଗୁଡିକ ଓ ବିଦ୍ରୋହଗୁଡିକ” ବା “ଯୁଦ୍ଧଗୁଡିକ ଏବଂ ବିପ୍ଲବଗୁଡିକ”

do not be terrified

ଏହି ବିଷୟଗୁଡିକ ତୁମ୍ଭମାନଙ୍କୁ ଭୟଭୀତ ନ କରୁ ବା “ଭୟଭୀତ ହୁଅ ନାହିଁ”

it will not immediately be the end

ଏହା ଅନ୍ତିମ ବିଚାରକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୁଦ୍ଧ ଓ ବିପ୍ଲବ ପରେ ତୁରନ୍ତ ଜଗତର ଶେଷ ହେବ ନାହିଁ” ବା “ସେହି ବିଷୟଗୁଡିକ ଘଟିବା ପରେ ତତକ୍ଷଣାତ ଜଗତର ଅନ୍ତ ହେବ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

the end

ସମସ୍ତ ବିଷୟର ଅନ୍ତ ବା “ଯୁଗର ଶେଷ”

Luke 21:10

Then he said to them

ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ I ଯେହେତୁ ଏହା ପୂର୍ବବର୍ତ୍ତୀ ପଦରେ ଯୀଶୁ କହୁଥିବା କଥାର କ୍ରମଶ ଅଟେ, କେତେକ ଭାଷା ହୁଏତ “ତା’ପରେ ସେ ସେମାନଙ୍କୁ କହିଲେ” କହିବା ପାଇଁ ପସନ୍ଦ କରି ନ ପାରନ୍ତି I”

Nation will rise against nation

ଏହି ସ୍ଥାନରେ “ଜାତି” ଦେଶର ଲୋକମାନଙ୍କୁ ବୁଝାଏ, ଏବଂ “ବିପକ୍ଷରେ ଉଠିବେ” ଆକ୍ରମଣ କରିବାର ଏକ ପ୍ରତିଶବ୍ଦ ଅଟେ I “ଜାତି” ଶବ୍ଦ ସାଧାରଣ ଅର୍ଥରେ ଦେଶକୁ ପ୍ରତିନିଧିତ୍ଵ କରେ, କୌଣସି ନିର୍ଦ୍ଧିଷ୍ଟ ଦେଶକୁ ନୁହେଁ I ବିକଳ୍ପ ଅନୁବାଦ: “ଗୋଟିଏ ଦେଶର ଲୋକମାନେ ଅନ୍ୟ ଦେଶର ଲୋକମାନଙ୍କୁ ଆକ୍ରମଣ କରିବେ” ବା “କେତେକ ଦେଶଗୁଡିକର ଲୋକମାନେ ଅନ୍ୟ ଦେଶଗୁଡିକର ଲୋକମାନଙ୍କୁ ଆକ୍ରମଣ କରିବେ” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-genericnoun)

Nation

ଏହା ଦେଶଗୁଡିକ ଅପେକ୍ଷା ବରଂ ମାନବଜାତିର ଲୋକମାନଙ୍କ ଦଳଗୁଡିକୁ ସୂଚାଏ I

kingdom against kingdom

ଏହି “ବିପକ୍ଷରେ ଉଠିବେ” ଶବ୍ଦଗୁଡିକ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ ଏବଂ ଆକ୍ରମଣକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ” ବା “କେତେକ ରାଜ୍ୟଗୁଡିକର ଲୋକମାନେ ଅନ୍ୟ ରାଜ୍ୟଗୁଡିକର ଲୋକମାନଙ୍କୁ ଆକ୍ରମଣ କରିବେ” (ଦେଖ: /WA-Catalog/or_tm?section=translate#figs-ellipsis ଏବଂ /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-genericnoun)

Luke 21:11

famines and plagues in various places

ଏହି “ସ୍ଥାନେ ସ୍ଥାନେ” ଶବ୍ଦଗୁଡିକ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଅନେକ ସ୍ଥାନଗୁଡିକରେ ଦୁର୍ଭିକ୍ଷ ଓ ମହାମାରୀ ହେବ” ବା “ବିଭିନ୍ନ ସ୍ଥାନଗୁଡିକରେ କ୍ଷୁଧା ଏବଂ ରୋଗଗୁଡିକ ଦେଖାଯିବାର ସମୟ ଆସିବ” (ଦେଖ: /WA-Catalog/or_tm?section=translate#figs-ellipsis)

terrifying events

ଯେଉଁ ଘଟଣାଗୁଡିକ ଲୋକମାନଙ୍କୁ ଭୟଭୀତ କରିବ ବା “ଯେଉଁ ଘଟଣାଗୁଡିକ ଲୋକମାନଙ୍କୁ ଅତି ଭୟ କରିବାକୁ ଦେବ I

Luke 21:12

these things

ଏହା ସେହି ଭୟାନକ ବିଷୟଗୁଡ଼ିକୁ ସୂଚାଏ ଯାହା ଘଟିବ ବୋଲି ଯୀଶୁ କହିଛନ୍ତି I

they will lay their hands on you

ସେମାନେ ତୁମ୍ଭମାନଙ୍କୁ ଧରିବେ I ଏହି ଅଭିବ୍ୟକ୍ତି ଶିଷ୍ୟମାନଙ୍କ ଉପରେ ଅଧିକାର ପ୍ରୟୋଗ କରୁଥିବା ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭମାନଙ୍କୁ ଗିରଫ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

they will lay

ଲୋକମାନେ କରିବେ ବା “ଶତୃମାନେ କରିବେ”

you

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

delivering you over to the synagogues

“ସମାଜଗୃହ” ଶବ୍ଦ ସମାଜଗୃହର ଲୋକମାନଙ୍କୁ, ବିଶେଷ ଭାବରେ ନେତାମାନଙ୍କୁ ବୁଝାଉଥିବା ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସମାଜଗୃହର ନେତାମାନଙ୍କ ହସ୍ତରେ ସମର୍ପଣ କରିବେ” ବା “ତୁମ୍ଭମାନଙ୍କୁ ସମାଜଗୃହକୁ ନେଇଯିବେ, ଯେପରି ସେଠାରେ ଥିବା ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହା ଇଚ୍ଛା ତାହା କରିପାରିବେ (ଦେଖ: /WA-Catalog/or_tm?section=translate#figs-metonymy)

and prisons

ଏବଂ ତୁମ୍ଭମାନଙ୍କୁ କାରାଗାରଗୁଡିକରେ ନିକ୍ଷେପ କରିବେ ବା “ତୁମ୍ଭମାନଙ୍କୁ କାରାଗାରଗୁଡିକରେ ଭର୍ତ୍ତି କରିବେ”

because of my name

“ନାମ” ଶବ୍ଦ ଏଠାରେ ସ୍ୱୟଂ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ମୋ’ ସକାଶେ” ବା “ଯେହେତୁ ତୁମ୍ଭେମାନେ ମୋହର ଅନୁଗମନ କରୁଛ” (ଦେଖ: /WA-Catalog/or_tm?section=translate#figs-metonymy)

Luke 21:13

for a testimony

ତୁମ୍ଭମାନଙ୍କୁ ମୋ’ ସମ୍ବନ୍ଧରେ ସେମାନଙ୍କୁ ସାକ୍ଷ୍ୟ ଦେବା ହେତୁ

Luke 21:14

Therefore

ଏଥିପାଇଁ, ଯୀଶୁ କହିଥିବା ସମସ୍ତ ବିଷୟକୁ ସୂଚାଉଛି ଯାହାର ଆରମ୍ଭ ([ଲୂକ 21:10] (../ଲୂକ /21/10.ମଝି))ରେ ହୁଏ I (ଦେଖ: /WA-Catalog/or_tm?section=translate#writing-connectingwords)

resolve in your hearts

ଏଠାରେ “ହୃଦୟଗୁଡିକ” ଲୋକମାନଙ୍କର ମନକୁ ବୁଝାଉଥିବା ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନକୁ ସ୍ଥିର କର” ବା “ଦୃଢ଼ ଭାବରେ ସିଦ୍ଧାନ୍ତ ନିଅ” (ଦେଖ: /WA-Catalog/or_tm?section=translate#figs-metonymy)

not to prepare your defense ahead of time

ସେମାନଙ୍କର ଅଭିଯୋଗଗୁଡିକର ବିରୁଦ୍ଧରେ ଆପଣାର ପ୍ରତିରକ୍ଷା ନିମନ୍ତେ ତୁମ୍ଭେମାନେ କଅଣ କହିବ ସେ ବିଷୟରେ ସମୟ ପୂର୍ବରୁ ସ୍ଥିର କର ନାହିଁ

Luke 21:15

wisdom that all your adversaries will not be able to resist or contradict

ଏପରି ଜ୍ଞାନ ଯାହା ତୁମ୍ଭମାନଙ୍କର କୌଣସି ବିପକ୍ଷମାନେ ପ୍ରରିରୋଧ କରି ପାରିବେ ନାହିଁ ବା ପ୍ରତିବାଦ କରି ପାରିବେ ନାହିଁ

I will give you speech and wisdom

କେଉଁ ଜ୍ଞାନର କଥା କହିବାକୁ ହେବ ମୁଁ ତୁମ୍ଭମାନଙ୍କୁ କହିବି

speech and wisdom

ଏହାକୁ ଗୋଟିଏ ବାକ୍ୟାଂଶରେ ସଂଯୁକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଜ୍ଞାନର ବାକ୍ୟଗୁଡିକ” ବା “ଜ୍ଞାନଯୁକ୍ତ ବାକ୍ୟଗୁଡିକ” (ଦେଖ: /WA-Catalog/or_tm?section=translate#figs-hendiadys)

Luke 21:16

you will also be delivered up by parents, brothers, relatives, and friends

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏପରିକି ତୁମ୍ଭମାନଙ୍କର ପିତାମାତା, ଭାଇମାନେ, ସମ୍ପର୍କୀୟମାନେ, ଏବଂ ବନ୍ଧୁମାନେ ତୁମ୍ଭମାନଙ୍କୁ ଅଧିକାରୀମାନଙ୍କ ହସ୍ତରେ ସମର୍ପଣ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

they will put some of you to death

ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଅଧିକାରୀମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ” ବା 2) ଯେଉଁମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ I” ପ୍ରଥମ ଅର୍ଥ ଅଧିକ ସମ୍ଭବପର ଅଟେ I

Luke 21:17

You will be hated by everyone

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I “ସମସ୍ତେ” ଶବ୍ଦ ଗୁରୁତ୍ଵ ଦିଏ ଯେ କିପରି ଅନେକ ଲୋକମାନେ ଶିଷ୍ୟମାନଙ୍କୁ ଘୃଣା କରିବେ, ହୁଏତ ଏପରି ଭାବରେ 1) ଅତିରଞ୍ଜିତ କରିବା I ବିକଳ୍ପ ଅନୁବାଦ: ଏପରି ମନେ ହେବ ଯେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେଉଛ” ବା ଏପରି ମନେ ହେବ ଯେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରନ୍ତି 2) ଏକ ସାଧାରଣ କାରଣ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅଧିକାଂଶ ଲୋକମାନଙ୍କ ଦ୍ୱାରା ଘୃଣିତ ହେବ” ବା “ଅଧିକାଂଶ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ” (ଦେଖ: /WA-Catalog/or_tm?section=translate#figs-hyperbole)

because of my name

ଏଠାରେ ମୋହର ନାମ ଯୀଶୁଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ମୋ; ସକାଶେ” ବା “ତୁମ୍ଭେମାନେ ମୋହର ଅନୁଗମନ କରୁଥିବା ହେତୁ” (ଦେଖ: /WA-Catalog/or_tm?section=translate#figs-metonymy)

Luke 21:18

But not a hair of your head will perish

ଯୀଶୁ ଜଣେ ବ୍ୟକ୍ତିର କ୍ଷୁଦ୍ରତମ ଅଂଶ ବିଷୟରେ କହନ୍ତି I ସେ ଗୁରୁତ୍ଵ ପ୍ରଦାନ କରୁଛନ୍ତି ଯେ ସମୁଦାୟ ବ୍ୟକ୍ତି ବିନଷ୍ଟ ହେବ ନାହିଁ I ଯୀଶୁ ଆଗରୁ କହିସାରିଥିଲେ ଯେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୃତ୍ୟୁ ମୁଖରେ ପକାଇ ଦିଆଯିବ, ତେଣୁ କେତେକେ ଏହାକୁ ବୁଝିଥାନ୍ତି ଯେ ସେମାନେ ଆତ୍ମିକ ଭାବରେ କ୍ଷତିଗ୍ରସ୍ତ ହେବେ ନାହିଁ I ବିକଳ୍ପ ଅନୁବାଦ: “କିନ୍ତୁ ଏହି ବିଷୟଗୁଡିକ ପ୍ରକୃତରେ ତୁମ୍ଭମାନଙ୍କର କୌଣସି କ୍ଷତି କରିବ ନାହିଁ” ବା “ଏପରିକି ତୁମ୍ଭମାନଙ୍କ ମସ୍ତକର ପ୍ରତ୍ୟେକ କେଶ ସୁରକ୍ଷିତ ରହିବ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 21:19

By your endurance

ଦୃଢ଼ ଭାବରେ ଧାରଣ କରିବା ଦ୍ୱାରା I ଏହାକୁ ବିପରୀତ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଛାଡି ଚାଲି ଯିବ ନାହିଁ”

you will gain your souls

“ପ୍ରାଣ” ଜଣେ ବ୍ୟକ୍ତିର ଅନନ୍ତକାଳୀନ ଅଂଶକୁ ପ୍ରତିନିଧିତ୍ଵ କରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜୀବନ ପାଇବ” ବା “ତୁମ୍ଭେମାନେ ଆପଣାମାନଙ୍କୁ ରକ୍ଷା କରିବ”

Luke 21:20

Jerusalem surrounded by armies

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିରୂଶାଲମକୁ ଘେରି ରହିଥିବା ସୈନ୍ୟମାନେ” (ଦେଖ: /WA-Catalog/or_tm?section=translate#figs-activepassive)

that its desolation is near

ଯେ ଏହା ଶୀଘ୍ର ଧ୍ଵଂସ କରାଯିବ ବା “ଯେ ସେମାନେ ଏହାକୁ ଶୀଘ୍ର ଧ୍ଵଂସ କରିବେ”

Luke 21:21

let flee

ବିପଦରୁ ପଳାୟନ କର

out in the country

ଏହା ଯିରୂଶାଲମର ବାହାରେ ଥିବା ଗ୍ରାମୀଣ ଅଞ୍ଚଳକୁ ସୂଚାଏ ଏବଂ ଦେଶକୁ ସୂଚାଏ ନାହିଁ I ବିକଳ୍ପ ଅନୁବାଦ : “ନଗରର ବାହାରେ”

enter into it

ଯିରୂଶାଲମରେ ପ୍ରବେଶ କରିବେ

Luke 21:22

these are days of vengeance

ଏସବୁ ଦଣ୍ଡର ଦିନଗୁଡିକ ଅଟେ ବା “ଏଭଳି ସମୟ ଆସିବ, ଯେତେବେଳେ ଈଶ୍ୱର ଏହି ନଗରୀକୁ ଦଣ୍ଡ ଦେବେ”

all the things that have been written

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନେକ ସମୟ ପୂର୍ବରୁ ଭାବବାଦୀମାନେ ଯେଉଁ ସମସ୍ତ ବିଷୟ ଶାସ୍ତ୍ରରେ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

to fulfill

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଘଟିବ” (ଦେଖ: /WA-Catalog/or_tm?section=translate#figs-activepassive)

Luke 21:23

to those who are nursing

ସେହି ମାଆମାନଙ୍କ ପ୍ରତି ଯେଉଁମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାନ୍ତି

there will be great distress upon the land

ସାମ୍ଭାବ୍ୟ ଅର୍ଥଗୁଡିକ 1) ଦେଶର ଲୋକମାନେ ପ୍ରପୀଡିତ ହେବେ ବା 2) ଦେଶରେ ବାହ୍ୟିକ ବିପତ୍ତି ଆସିବ I

wrath to this people

ସେହି ସମୟରେ ଲୋକମାନଙ୍କ ପ୍ରତି କ୍ରୋଧ ଆସିବ I ଈଶ୍ୱର ଏହି କ୍ରୋଧ ଆଣିବେ I ବିକଳ୍ପ ଅନୁବାଦ: “ଏହି ଲୋକମାନେ ଈଶ୍ୱରଙ୍କ କ୍ରୋଧର ଅନୁଭୁତି ପାଇବେ” ବା “ଈଶ୍ୱର ଅତିଶୟ କ୍ରୋଧାନ୍ୱିତ ହେବେ ଏବଂ ଏହି ଲୋକମାନଙ୍କୁ ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 21:24

They will fall by the edge of the sword

ସେମାନେ ଖଡଗଧାରରେ ବଧ କରାଯିବେ I ଏହି ସ୍ଥାନରେ “ଖଡଗଧାରରେ ପତିତ ହେବେ” ବାକ୍ୟାଂଶ ଶତୃସୈନ୍ୟମାନଙ୍କ ଦ୍ୱାରା ନିହତ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଶତୃସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

they will be led captive into all the nations

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କର ଶତୃମାନେ ସେମାନଙ୍କୁ ବନ୍ଦୀ କରିବେ ଏବଂ ଅନ୍ୟ ଦେଶଗୁଡିକୁ ନେଇଯିବେ” (ଦେଖ: /WA-Catalog/or_tm?section=translate#figs-activepassive)

into all the nations

ଗୁରୁତ୍ଵ ଦେବା ନିମନ୍ତେ “ସମସ୍ତ” ଶବ୍ଦକୁ ଅତିରଞ୍ଜିତ କରାଯାଇଛି ଯେ ସେମାନେ ଅନେକ ଦେଶକୁ ନିଆଯିବେ I ବିକଳ୍ପ ଅନୁବାଦ: “ଅନେକ ଦେଶଗୁଡିକ ମଧ୍ୟକୁ” (ଦେଖ: /WA-Catalog/or_tm?section=translate#figs-hyperbole)

Jerusalem will be trampled by the Gentiles

ସାମ୍ଭାବ୍ୟ ଅର୍ଥଗୁଡିକ 1) ବିଜାତୀୟମାନେ ଯିରୂଶାଲମକୁ ଜୟ କରିବେ ଏବଂ ଏହାକୁ ଅଧିକାର କରିବେ ବା 2) “ବିଜାତୀୟମାନେ ଯିରୂଶାଲମ ନଗରକୁ ଜୟ କରିବେ 3) “ବିଜାତୀୟମାନେ ଯିରୂଶାଲମର ଲୋକମାନଙ୍କୁ ଧ୍ଵଂସ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

trampled by the Gentiles

ଏହି ରୂପକ ଯିରୂଶାଲମ ସମ୍ପର୍କରେ କୁହେ ସତେ ଯେପରି ଅନ୍ୟ ଦେଶର ଲୋକମାନେ ଏହା ଉପରେ ଚାଲୁଛନ୍ତି ଏବଂ ସେମାନଙ୍କ ପାଦରେ ଏହାକୁ ତଳେ ଦଳି ପକାଉଛନ୍ତି I ଏହା ପ୍ରଭାବ ବିସ୍ତାରକୁ ସୂଚାଏ I ବିକଳ୍ପ ଅନୁବାଦ: “ବିଜାତୀୟମାନଙ୍କ ଦ୍ୱାରା ପରାଜିତ ହେଲେ” ବା “ଅନ୍ୟ ଦେଶଗୁଡିକ ଦ୍ୱାରା ଧ୍ଵଂସ ହେଲେ” (ଦେଖ: /WA-Catalog/or_tm?section=translate#figs-metaphor)

the times of the Gentiles are fulfilled

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଜାତିମାନଙ୍କର କାଳ ସମାପ୍ତ ହେଲା: (ଦେଖ: /WA-Catalog/or_tm?section=translate#figs-activepassive)

Luke 21:25

the nations will be distressed

ଏଠାରେ “ଜାତିମାନେ” ସେଠାରେ ଥିବା ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଜାତିମାନଙ୍କର ଲୋକମାନେ ପ୍ରପୀଡିତ ହେବେ”

will be distressed and anxious at the roaring and tossing of the sea

ପ୍ରପୀଡିତ ହେବେ କାରଣ ସେମାନେ ସମୁଦ୍ରର ଓ ଏହାର ତରଙ୍ଗଗୁଡିକର ଗର୍ଜନ ହେତୁ ବ୍ୟତିବ୍ୟସ୍ତ ହେବେ ବା “କ୍ଲେଶ, ଏବଂ ଉଚ୍ଚ ରବ ଏବଂ ଏହାର ଅସମତଳ ଗତିଗୁଡିକ ସେମାନଙ୍କୁ ଭୟଭୀତ କରିବ I” ମନେ ହୁଏ ଏହା ସମୁଦ୍ରଗୁଡିକରେ ଅସ୍ୱାଭାବିକ ଝଡଗୁଡିକୁ ବା ବିପର୍ଯ୍ୟୟଗୁଡିକୁ ସୂଚାଏ I

Luke 21:26

the things which are coming upon the world

ଯେଉଁ ବିଷୟଗୁଡିକ ଜଗତରେ ଘଟିବ ବା “ଏହି ଜଗତ ପ୍ରତି ଯେଉଁ ବିଷୟଗୁଡିକ ଘଟିବ”

the powers of the heavens will be shaken

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯେ ଈଶ୍ୱର ସୂର୍ଯ୍ୟ ଚନ୍ଦ୍ରକୁ ଏବଂ ନକ୍ଷତ୍ରମାନଙ୍କୁ ଦୋହଲାଇବେ, ଯଦ୍ଦ୍ୱାରା ସେମାନେ ସେମାନଙ୍କର ସ୍ୱାଭାବିକ ଭାବରେ ଗତି କରିବେ ନାହିଁ ବା 2) ଈଶ୍ୱର ଆକାଶରେ ଥିବା ଶକ୍ତିଯୁକ୍ତ ଆତ୍ମାଗୁଡିକୁ ଉଦବେଳିତ କରିବେ I ପ୍ରଥମ ଅର୍ଥକୁ ଅଧିକ ଗ୍ରହଣୀୟ ମନେକରାଯାଉଛି I (ଦେଖ: /WA-Catalog/or_tm?section=translate#figs-activepassive)

Luke 21:27

the Son of Man coming

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ଆସୁଅଛି” (ଦେଖ: /WA-Catalog/or_tm?section=translate#figs-123person)

coming in a cloud

ମେଘମାଳାରେ ଆସୁଛି

with power and great glory

ଏଠାରେ “ପରାକ୍ରମ” ବୋଧହୁଏ ଜଗତକୁ ବିଚାର କରିବା ନିମନ୍ତେ ତାଙ୍କର କ୍ଷମତାକୁ ସୂଚାଏ I ଏଠାରେ “ମହିମା” ହୁଏତ ଏକ ଉଜ୍ୱଳ ଆଲୋକକୁ ସୂଚାଏ I ଈଶ୍ୱର ବେଳେବେଳେ ତାଙ୍କର ମହାନତାକୁ ଅତି ଉଜ୍ୱଳ ଆଲୋକ ସହିତ ଦେଖାଇ ଥାଆନ୍ତି I ବିକଳ୍ପ ଅନୁବାଦ: “ପରାକ୍ରମପୂର୍ଣ୍ଣ ଭାବରେ ଏବଂ ମହିମାଯୁକ୍ତ ଭାବରେ” ବା “ଏବଂ ସେ ପରାକ୍ରମପୂର୍ଣ୍ଣ ଓ ଅତି ମହିମାଯୁକ୍ତ ହେବେ”

Luke 21:28

stand up

ଅନେକ ସମୟରେ ଲୋକମାନେ ଭୟଭୀତ ହେଲେ ନଇଁ ପଡନ୍ତି ଯେପରି ସେମାନେ ଅନ୍ୟକୁ ଦେଖା ନ ଯିବେ ବା ଆଘାତ ନ ପାଇବେ I ଯେତେବେଳେ ସେମାନେ ଆଉ ଭୟଭୀତ ନୁହନ୍ତି, ସେମାନେ ଠିଆ ହୁଅନ୍ତି I ବିକଳ୍ପ ଅନୁବାଦ: “ଦୃଢ଼ ବିଶ୍ୱାସ ସହିତ ଠିଆ ହୁଅ”

lift up your heads

ମୁଣ୍ଡ ଉଠାଇବା ଊର୍ଦ୍ଧ୍ୱଦୃଷ୍ଟି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ଯେତେବେଳେ ସେମାନେ ସେମାନଙ୍କର ମସ୍ତକ ଉତ୍ତୋଳନ କରିବେ, ସେମାନେ ସେମାନଙ୍କର ମୁକ୍ତିକର୍ତ୍ତାଙ୍କୁ ଆସିବା ଦେଖିପାରିବେ I ବିକଳ୍ପ ଅନୁବାଦ: “ଊର୍ଦ୍ଧ୍ୱକୁ ଦୃଷ୍ଟିପାତ କର” (ଦେଖ: /WA-Catalog/or_tm?section=translate#figs-metonymy)

because your deliverance is coming near

ଯେଉଁ ଈଶ୍ୱର ଉଦ୍ଧାର କରନ୍ତି, ତାଙ୍କ ସମ୍ପର୍କରେ କୁହାଯାଏ, ସତେ ଯେପରି ସେ ଉଦ୍ଧାରର କାର୍ଯ୍ୟ ସାଧନ କରନ୍ତି I ଏହି “ମୁକ୍ତି” ଶବ୍ଦ ଏକ ଗୁଣବାଚକ ବିଶେଷ୍ୟ ଅଟେ ଯାହାକୁ ଏକ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ଶୀଘ୍ର ତୁମ୍ଭମାନଙ୍କୁ ମୁକ୍ତି ଦେବେ” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-abstractnouns)

Luke 21:29

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖି ସେମାନଙ୍କୁ ଏକ ଦୃଷ୍ଟାନ୍ତ କହନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Luke 21:30

When they sprout buds

ଯେତେବେଳେ ନୂତନ ପତ୍ରଗୁଡିକ ବଢ଼ିବା ଆରମ୍ଭ କରେ

summer is already near

ଗ୍ରୀଷ୍ମ ଆରମ୍ଭ ହେବାକୁ ଯାଉଅଛି I ଇସ୍ରାଏଲରେ ଗ୍ରୀଷ୍ମ ପରେ ପରେ ଡିମ୍ବିରୀ ଗଛର ପତ୍ର କଅଁଳିବାରେ ଲାଗେ ଏବଂ ଏହା ହିଁ ଡିମ୍ବିରୀ ଫଳ ପକ୍ୱ ହେବା ସମୟ ଅଟେ I ବିକଳ୍ପ ଅନୁବାଦ: “ଶସ୍ୟ ଅମଳର ସମୟ ଆରମ୍ଭ ହେବାକୁ ପ୍ରସ୍ତୁତ” (ଦେଖ: /WA-Catalog/or_tm?section=translate#figs-explicit)

Luke 21:31

So also, when you see these things happening

ଠିକ ଯେପରି ଗ୍ରୀଷ୍ମର ଆଗମନକୁ ଡିମ୍ବିରୀଗଛର ପତ୍ରଗୁଡିକ ଦୃଶ୍ୟମାନ ହେବା ସୂଚାଇଥାଏ ସେହିପରି ଯୀଶୁ ବର୍ତ୍ତମାନ ବର୍ଣ୍ଣନା କରିଥିବା ଚିହ୍ନଗୁଡିକର ପ୍ରକାଶିତ ହେବା ବିଷୟ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଇଙ୍ଗିତ କରେ I

the kingdom of God is near

ଈଶ୍ୱର ଶୀଘ୍ର ତାଙ୍କ ରାଜ୍ୟ ପ୍ରତିଷ୍ଠିତ କରିବେ I ବିକଳ୍ପ ଅନୁବାଦ: “ଈଶ୍ୱର ଶୀଘ୍ର ରାଜା ଭାବରେ ରାଜତ୍ଵ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Luke 21:32

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି

Truly I say to you

ଯୀଶୁ ଯାହା ବର୍ତ୍ତମାନ କହିବାକୁ ଯାଉଅଛନ୍ତି ଏହି ଅଭିବ୍ୟକ୍ତି ତାହାକୁ ଗୁରୁତ୍ଵ ପ୍ରଦାନ କରେ I

this generation

ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେଉଁ ଚିହ୍ନ ବିଷୟରେ କହୁଛନ୍ତି ସେଗୁଡ଼ିକୁ ଏହି ବର୍ତ୍ତମାନ ପୁରୁଷ ଦେଖିବ ବା 2) ଯେଉଁ ବର୍ତ୍ତମାନ ପିଢୀକୁ ଯୀଶୁ କଥା କହୁଛନ୍ତି I ପ୍ରଥମଟି ଅଧିକ ସମ୍ଭବପର ଅଟେ I

will not pass away until

ଏହାକୁ ଆସ୍ତିସୂଚକ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତଥାପି ଜୀବିତ ରହିବେ ଯେତେବେଳେ”

Luke 21:33

Heaven and earth will pass away

ସ୍ୱର୍ଗ ଓ ପୃଥିବୀ ଅସ୍ତିତ୍ବ ହରାଇବେ I “ସ୍ୱର୍ଗ” ଶବ୍ଦ ଏଠାରେ ଆକାଶ ଏବଂ ଏହାର ବାହାରେ ଥିବା ବିଶ୍ଵ ବ୍ରହ୍ମାଣ୍ଡକୁ ସୂଚାଇଥାଏ I

my words will never pass away

ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ବା “ମୋର ବାକ୍ୟସମୂହ କଦାପି ଅନ୍ୟଥା ହେବ ନାହିଁ I” ଏଠାରେ ସେ କହୁଥିବା ସମସ୍ତ ବିଷୟକୁ ସୂଚାଇବାକୁ ଯୀଶୁ “ବାକ୍ୟସମୂହ” ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#figs-metonymy)

will never pass away

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଚିର ଦିନ ପାଇଁ ରହିବ”

Luke 21:34

so that your hearts are not burdened

ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: /WA-Catalog/or_tm?section=translate#figs-metonymy)

so that ... are not burdened

ଏହି ସ୍ଥାନରେ ଯୀଶୁ ନିମ୍ନ ଲିଖିତ ପାପଗୁଡିକ ସମ୍ପର୍କରେ କହନ୍ତି ସତେ ଯେପରି ସେଗୁଡିକ ଶାରୀରିକ ଭାର ଅଟେ ଯାହା ଜଣେ ବ୍ୟକ୍ତି ବହନ କରିଥାଏ I (ଦେଖ: /WA-Catalog/or_tm?section=translate#figs-metaphor)

the effects of drinking

ଅତ୍ୟଧିକ ପାନ କରିବା ତୁମ୍ଭମାନଙ୍କ ପ୍ରତି କଅଣ କରିପାରେ ବା “ମତ୍ତତା”

the worries of life

ଏହି ଜୀବନ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତା କରିବା

that day will close on you suddenly

ଠିକ ଯେପରି ଗୋଟିଏ ଫାନ୍ଦ ଏକ ପଶୁକୁ ସେ ଅପେକ୍ଷା କରି ନ ଥିବା ବେଳେ ଅବରୁଦ୍ଧ କରେ, ସେହିପରି ଲୋକମାନେ ଅପେକ୍ଷା କରୁ ନ ଥିବା ବେଳେ ସେହି ଦିନ ଆସିବ I ବିକଳ୍ପ ଅନୁବାଦ: “ସେହି ଦିନ ଆସିବ ଯେତେବେଳେ ତୁମ୍ଭେମାନେ ଏହାର ଅପେକ୍ଷା କରୁ ନ ଥିବ, ଠିକ ଯେପରି ଗୋଟିଏ ଫାନ୍ଦ ହଠାତ୍ ଗୋଟିଏ ପଶୁ ଉପରେ ପଡିଥାଏ” (ଦେଖ: /WA-Catalog/or_tm?section=translate#figs-simile)

that day will close on you suddenly

ଯେଉଁମାନେ ପ୍ରସ୍ତୁତ ନୁହନ୍ତି ଏବଂ ଏଥିପାଇଁ ସଜାଗ ନୁହନ୍ତି ସେମାନଙ୍କ ନିମନ୍ତେ ସେହି ଦିନର ଆଗମନ ହଠାତ୍ ଏବଂ ଅନପେକ୍ଷିତ ପରି ମନେ ହେବ I ବିକଳ୍ପ ଅନୁବାଦ: “ଜୀବନ I କାରଣ ଯଦି ତୁମ୍ଭେମାନେ ଜାଗ୍ରତ ହୋଇନାହଁ, ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ଆସି ପଡିବ” (ଦେଖ: /WA-Catalog/or_tm?section=translate#figs-explicit)

that day

ମଶୀହଙ୍କର ଆଗମନ ଦିନକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁ ଦିନ ମନୁଷ୍ୟପୁତ୍ର ଆସିବେ”

Luke 21:35

it will come upon everyone

ଏହା ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିବ ବା “ସେହି ଦିନର ଘଟଣାଗୁଡିକ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିବ”

on the face of the whole earth

ପୃଥିବୀର ଉପରି ଭାଗ ବିଷୟରେ କୁହାଯାଏ ଯେ ତାହା ସତେ ଯେପରି ତାହା ଜଣେ ବ୍ୟକ୍ତିର ମୁଖମଣ୍ଡଳର ଉପରି ଭାଗ ଅଟେ I ବିକଳ୍ପ ଅନୁବାଦ: “ସମୁଦାୟ ପୃଥିବୀର ଉପରି ଭାଗରେ” ବା “ସମୁଦାୟ ପୃଥିବୀ ଉପରେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 21:36

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ସମାପ୍ତ କଲେ I

be alert

ମୋହର ଆଗମନ ନିମନ୍ତେ ପ୍ରସ୍ତୁତ ହୋଇ ରହିଥାଅ

you may be strong enough to escape all these things

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଏହି ସମସ୍ତ ବିଷୟଗୁଡିକୁ ସହ୍ୟ କରିବା ନିମନ୍ତେ ଯଥେଷ୍ଟ ଦୃଢ଼ ହେବ ବା 2) “ଏହି ସମସ୍ତ ବିଷୟଗୁଡିକୁ ଏଡି ଦେବା ନିମନ୍ତେ ସକ୍ଷମ”

all these things that are about to take place

ଏହି ସମସ୍ତ ବିଷୟଗୁଡିକ ଯାହା ଘଟିବ I ଯୀଶୁ ସେମାନଙ୍କୁ ସେହି ଘଟିବାକୁ ଯାଉଥିବା ଭୀଷଣ ବିଷୟଗୁଡିକ ବିଷୟରେ ବର୍ତ୍ତମାନ କହିଛନ୍ତି, ଯଥା, ତାଡନା, ଯୁଦ୍ଧ, ଏବଂ ବନ୍ଦୀତ୍ୱାବସ୍ଥା I

to stand before the Son of Man

ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସ ସହିତ ଛିଡା ହେବା I ଏହା ବୋଧହୁଏ ଯେତେବେଳେ ମନୁଷ୍ୟପୁତ୍ର ପ୍ରତ୍ୟେକ ବ୍ୟକ୍ତିର ବିଚାର କରିବେ, ସେହି ସମୟକୁ ସୂଚାଏ I ଯେଉଁ ବ୍ୟକ୍ତି ପ୍ରସ୍ତୁତ ନୁହେଁ, ସେ ମନୁଷ୍ୟପୁତ୍ରଙ୍କୁ ଭୟ କରିବ ଓ ଦୃଢ଼ ବିଶ୍ୱାସ ସହିତ ଛିଡା ହେବ ନାହିଁ I

Luke 21:37

Connecting Statement:

ଏହା କାହାଣୀର ଶେଷ ଭାଗ ଅଟେ ଯାହା [ଲୂକ 20:11] (../20/01.ମଝି)ରେ ଆରମ୍ଭ ହୋଇଥିଲା I ଏହି ପଦଗୁଡିକ ଚାଲିଥିବା କାର୍ଯ୍ୟ ବିଷୟରେ କୁହେ ଯାହା କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଜାରି ରହେ I (ଦେଖ: /WA-Catalog/or_tm?section=translate#writing-endofstory)

during the days he was teaching

ଦିନ ବେଳେ ସେ ଶିକ୍ଷା ଦେବେ ବା “ସେ ପ୍ରତି ଦିନ ଶିକ୍ଷା ଦେବେ I” ନିମ୍ନ ଲିଖିତ ପଦଗୁଡିକ ଯୀଶୁ ମୃତ୍ୟୁବରଣ କରିବା ପୂର୍ବରୁ ସେ ଏବଂ ଲୋକମାନେ ସପ୍ତାହ ମଧ୍ୟରେ ପ୍ରତିଦିନ କରିଥିବା ବିଷୟଗୁଡିକ ସମ୍ପର୍କରେ କୁହେ I

in the temple

କେବଳ ଯାଜକମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରୁଥିଲେ I ବିକଳ୍ପ ଅନୁବାଦ: “ମନ୍ଦିରରେ” ବା “ମନ୍ଦିର ପ୍ରାଙ୍ଗଣ ମଧ୍ୟରେ” (ଦେଖ: /WA-Catalog/or_tm?section=translate#figs-explicit)

at night he went out

ରାତ୍ରି ସମୟରେ ସେ ନଗରୀର ବାହାରକୁ ଯାଉଥିଲେ ବା “ସେ ପ୍ରତ୍ୟେକ ରାତି ବାହାରକୁ ଯାଉଥିଲେ”

Luke 21:38

all of the people

“ସମସ୍ତ” ଶବ୍ଦ ହୁଏତ ଗୁରୁତ୍ଵ ପ୍ରଦାନ କରିବା ନିମନ୍ତେ ଅତିରଞ୍ଜିତ କରି କୁହାଯାଇଛି ଯେ ତାହା ଏକ ଅତି ବିରାଟ୍ ଜନଗହଳି ଥିଲା I ବିକଳ୍ପ ଅନୁବାଦ: “ନଗରୀର ବହୁସଂଖ୍ୟକ ଲୋକମାନେ” ବା “ନଗରୀର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି” (ଦେଖ: /WA-Catalog/or_tm?section=translate#figs-hyperbole)

were coming early in the morning

ପ୍ରତିଦିନ ପ୍ରଭାତରେ ଆସୁଥିଲେ

to hear him

ତାଙ୍କ ଶିକ୍ଷା ଶୁଣିବା ନିମନ୍ତେ