Luke 22

ଲୂକ 22 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟର ବିଶେଷ ଚିନ୍ତାଧାରାଗୁଡିକ

ଶରୀର ଓ ରକ୍ତ ଭୋଜନ କରିବା ## ([ଲୂକ 22:19-20] (./19.ମଝି)) ତାଙ୍କର ଅନୁଗାମୀମାନଙ୍କ ସହିତ ଯୀଶୁଙ୍କ ଶେଷ ଭୋଜକୁ ବର୍ଣ୍ଣନା କରେ I ଏହି ସମୟରେ ଯୀଶୁ ସେମାନଙ୍କୁ କହିଲେ ଯେ ଯାହା ସେମାନେ ଭୋଜନ ଓ ପାନ କରୁଛନ୍ତି ସେସବୁ ତାଙ୍କର ଶରୀର ଏବଂ ତାଙ୍କର ରକ୍ତ ଅଟେ I ପ୍ରାୟତଃ ସମସ୍ତ ଖ୍ରୀଷ୍ଟିଆନ ମଣ୍ଡଳୀମାନେ ଏହି ଶେଷ ରାତ୍ରଭୋଜକୁ ସ୍ମରଣ କରିବା ନିମନ୍ତେ “ପ୍ରଭୁଭୋଜ” “ରୋଟୀ ଓ ଦ୍ରାକ୍ଷାରସର ପବିତ୍ର ସହଭାଗିତାର ଉପାସନା ଉତ୍ସବ” ବା “ପବିତ୍ର ମେଜର ସହଭାଗୀତା” ପାଳନ କରନ୍ତି I

ନୂତନ ନିୟମ

କେତେକ ଲୋକ ଭାବନ୍ତି ଯେ ଏହି ଶେଷ ରାତ୍ରଭୋଜ ସମୟରେ ନୂତନ ନିୟମ ପ୍ରତିଷ୍ଠିତ କଲେ I ଅନ୍ୟମାନେ ଭାବନ୍ତି ଯେ ସେ ଊର୍ଦ୍ଧ୍ୱକୁ ସ୍ୱର୍ଗକୁ ଯିବା ପରେ ଏହାକୁ ପ୍ରତିଷ୍ଠିତ କଲେ I ଅନ୍ୟମାନେ ଭାବନ୍ତି ଯେ ଯୀଶୁ ପୂନର୍ବାର ନ ଆସିବା ପର୍ଯ୍ୟନ୍ତ ଏହା ପ୍ରତିଷ୍ଠିତ ହେବ ନାହିଁ I ତୁମର ଅନୁବାଦ ଏହା ସମ୍ପର୍କରେ ULT କହିବାଠାରୁ ଅଧିକ କହିବା ଉଚିତ୍ ନୁହେଁ I (ଦେଖ:/WA-Catalog/or_tw?section=kt#covenant)

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ବୋଲି ଉଲ୍ଲେଖ କରନ୍ତି ([ଲୂକ 22:22] (../../ଲୂକ୍/22/22.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ସେମାନଙ୍କର ନିଜ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofman ଏବଂ /WA-Catalog/or_tm?section=translate#figs-123person)

Luke 22:1

General Information:

ଯୀଶୁଙ୍କୁ ପ୍ରତାରଣା କରିବା ନିମନ୍ତେ ଯିହୂଦା ସମ୍ମତ ହୁଏ I ଏହି ପଦଗୁଡିକ ଏହି ଘଟଣା ସମ୍ପର୍କରେ ପୃଷ୍ଠଭୂମି ତଥ୍ୟ ପ୍ରଦାନ ଦିଏ I (ଦେଖ: /WA-Catalog/or_tm?section=translate#writing-background)

Now

ଏକ ନୂତନ ଘଟଣାକୁ ପରିଚିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

the Festival of Unleavened Bread

ଏହି ପର୍ବଟି ଏହି ନାମ ଦ୍ୱାରା ସମ୍ବୋଧିତ ହେଉଥିଲା, କାରଣ ଏହି ପର୍ବ ସମୟରେ ଯିହୂଦୀମାନେ ଖମୀର ସହିତ ଥିବା ରୋଟୀକୁ ଭୋଜନ କରୁ ନ ଥିଲେ I ବିକଳ୍ପ ଅନୁବାଦ: “ଏହି ପର୍ବ ସମୟରେ ସେମାନେ ଖମୀରଶୂନ୍ୟ ରୋଟୀ ଭୋଜନ କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

was approaching

ପ୍ରାୟ ଆରମ୍ଭ ହେବାକୁ ଥିଲା

Luke 22:2

how they might put him to death

ଯାଜକମାନେ ଏବଂ ଶାସ୍ତ୍ରୀମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ଅଧିକାରପ୍ରାପ୍ତ ନ ଥିଲେ, କିନ୍ତୁ ସେମାନେ ଆଶା କରୁଥିଲେ ଯେ ତାଙ୍କୁ ଅନ୍ୟମାନଙ୍କ ସାହାଯ୍ୟରେ ବଧ କରି ପାରିବେ I ବିକଳ୍ପ ଅନୁବାଦ: “କିପରି ସେମାନେ ଯୀଶୁଙ୍କୁ ମୃତ୍ୟୁ ମୁଖରେ ପକାଇବାକୁ ସକ୍ଷମ ହେବେ” ବା “କିପରି ସେମାନେ ଯୀଶୁଙ୍କୁ ହତ୍ୟା କରିବା ନିମନ୍ତେ ଜଣକୁ ନିୟୋଜିତ କରିପାରିବେ”

they were afraid of the people

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ କ’ଣ କରିପାରନ୍ତି ବୋଲି ଭୟଭୀତ ଥିଲେ” ବା 2) ଭୟ କରୁଥିଲେ ଯେ ଲୋକମାନେ ଯୀଶୁଙ୍କୁ ରାଜା କରିବେ I“

Luke 22:3

General Information:

ଏହା କାହାଣୀର ଏହି ଭାଗର କାର୍ଯ୍ୟଗୁଡିକର ଆରମ୍ଭ ଅଟେ I

Satan entered into Judas ... Iscariot

ଏହା ବୋଧହୁଏ ଭୂତଗ୍ରସ୍ତ ହେବାର ଅନୁରୂପ ଅଟେ I

Luke 22:4

the chief priests

ଯାଜକମାନଙ୍କର ପ୍ରଧାନମାନେ

captains

ମନ୍ଦିର ପ୍ରହରୀମାନଙ୍କର ଅଧିକାରୀମାନେ

about how he might betray Jesus to them

ସେ ସେମାନଙ୍କୁ କିପରି ଯୀଶୁଙ୍କୁ ଗିରଫ କରିବା ନିମନ୍ତେ ସାହାଯ୍ୟ କରି ପାରିବ

Luke 22:5

They were glad

ପ୍ରଧାନ ଯାଜକମାନେ ଓ ସେନାପତିମାନେ ଆନନ୍ଦିତ ହେଲେ

to give him money

ଯିହୂଦାକୁ ଟଙ୍କା ଦେବା ନିମନ୍ତେ

Luke 22:6

he agreed

ସେ ରାଜି ହେଲା

began seeking an opportunity to deliver him to them away from the crowd

ଏହା ପ୍ରଚଳିତ କାର୍ଯ୍ୟ ବିଷୟରେ କୁହେ ଯାହା କାହାଣୀର ଏହି ଅଂଶ ସମାପ୍ତ ହେବା ପରେ ଜାରି ରହେ I (ଦେଖ: /WA-Catalog/or_tm?section=translate#writing-endofstory)

to betray him

ତାହାଙ୍କୁ ନେବା ପାଇଁ

away from the crowd

ଗୁପ୍ତରେ ବା “ଯେତେବେଳେ ତାଙ୍କର ଚାରିଆଡେ କୌଣସି ଭିଡ ନ ଥିବେ”

Luke 22:7

General Information:

ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବା ନିମନ୍ତେ ପିତରଙ୍କୁ ଓ ଯୋହନଙ୍କୁ ଯୀଶୁ ପ୍ରେରଣ କଲେ I ପଦ 7 ଏହି ଘଟଣା ସମ୍ପର୍କରେ ପୃଷ୍ଠଭୂମି ସମ୍ପର୍କୀୟ ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

the day of unleavened bread

ଖମୀରଶୂନ୍ୟ ରୋଟୀର ଦିନ I ଏହି ଦିନ ଯିହୂଦୀମାନେ ଖମୀର ମିଶ୍ରିତ ସମସ୍ତ ରୋଟୀ ସେମାନଙ୍କ ଗୃହଗୁଡିକରୁ ବାହାର କରିଦେଉଥିଲେ I ତା’ପରେ ସେମାନେ ସାତଦିନ ବ୍ୟାପୀ ଖମୀରଶୂନ୍ୟ ରୋଟୀର ପର୍ବ ପାଳନ କରୁଥିଲେ I

it was necessary to sacrifice the Passover lamb

ପ୍ରତ୍ୟେକ ପରିବାର ବା ଲୋକମାନଙ୍କ ଦଳ ଏକ ମେଷଶାବକକୁ ବଧ କରିବେ ଏବଂ ତାହାକୁ ଏକତ୍ର ଭୋଜନ କରିବେ, ତେଣୁ ଅନେକଗୁଡିଏ ମେଷଶାବକମାନଙ୍କୁ ବଧ କରାଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସେମାନଙ୍କର ନିସ୍ତାରପର୍ବର ଭୋଜନ ନିମନ୍ତେ ଗୋଟିଏ ମେଷଶାବକକୁ ବଧ କରିବାକୁ ପଡୁଥିଲା” (ଦେଖ: /WA-Catalog/or_tm?section=translate#figs-explicit ଏବଂ /WA-Catalog/or_tm?section=translate#figs-activepassive)

Luke 22:8

prepare

ଏହା ଏକ ସାଧାରଣ ଶବ୍ଦ ଅଟେ ଯାହାର ଅର୍ଥ “ପ୍ରସ୍ତୁତ କର I” ପିତରଙ୍କୁ ଓ ଯୋହନଙ୍କୁ ଯୀଶୁ ଅପରିହାର୍ଯ୍ୟ ଭାବରେ ସମସ୍ତ ରନ୍ଧନ କାର୍ଯ୍ୟ କରିବା ନିମନ୍ତେ କହୁ ନ ଥିଲେ I

so that we may eat it

ଯୀଶୁ ଯେତେବେଳେ “ଆମ୍ଭେମାନେ” ବୋଲି କହିଲେ ସେ ପିତରଙ୍କୁ ଓ ଯୋହନଙ୍କୁ ଅନ୍ତର୍ଭୁକ୍ତ କରୁଥିଲେ I ଦଳର ଅନ୍ୟ ଶିଷ୍ୟମାନଙ୍କ ସହିତ ପିତର ଓ ଯୋହନ ସେହି ଭୋଜଜୁ ଗ୍ରହଣ କରିବା ନିମନ୍ତେ ଅଂଶୀ ଥିଲେ I (ଦେଖ: /WA-Catalog/or_tm?section=translate#figs-inclusive)

Luke 22:9

you want us to make preparations

ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କୁ ସାମିଲ କରେ ନାହିଁ I ଯେଉଁମାନେ ଭୋଜ ପ୍ରସ୍ତୁତ କରିବେ, ଯୀଶୁ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନ ଥିଲେ I (ଦେଖ: /WA-Catalog/or_tm?section=translate#figs-exclusive)

to make preparations

ଭୋଜ ପାଇଁ ପ୍ରସ୍ତୁତିକରଣ କାର୍ଯ୍ୟଗୁଡିକ କର ବା “ଭୋଜ ପ୍ରସ୍ତୁତ କର”

Luke 22:10

He answered them

ପିତର ଓ ଯୋହନଙ୍କୁ ଯୀଶୁ ଉତ୍ତର ଦେଲେ

Look

ଯୀଶୁ ସେମାନଙ୍କୁ ଯାହା କହନ୍ତି ଠିକ ତାହା ପ୍ରତି ଗଭୀର ଧ୍ୟାନ ଦେବା ନିମନ୍ତେ ଏବଂ ତାହା କରିବା ପାଇଁ କହିବାକୁ ଯୀଶୁ ଏହି ଶବ୍ଦର ବ୍ୟବହାର କଲେ I

a man bearing a pitcher of water will meet you

ତୁମ୍ଭେମାନେ ଜଣେ ଲୋକକୁ ଏକ ଜଳକୁମ୍ଭ ବୋହି ଯାଉଥିବା ଦେଖିବ

bearing a pitcher of water

ଏକ କୁମ୍ଭ ବୋହି ନେଇ ଯାଉଥିବ ଯାହା ଭିତରେ ଜଳ ଥିବ I ସେ ହୁଏତ ତାହାର କାନ୍ଧରେ କୁମ୍ଭକୁ ବୋହି ନେଇ ଯାଉଥିବ I

Follow him into the house

ତାହାର ପଛେ ପଛେ ଯାଅ, ଏବଂ ଗୃହ ଭିତରକୁ ଯାଅ

Luke 22:11

The Teacher says to you, ""Where is the guest room, where I will eat the Passover with my disciples?

“ସେହି ଅତିଥିଶାଳା କାହିଁ” ଉଦ୍ଧୃତି ସହିତ ଆରମ୍ଭ ହୋଇଥିବା ଉଦ୍ଧୃତି ଗୁରୁ ଯୀଶୁଙ୍କର ଏକ ସିଧାସଳଖ ଉଦ୍ଧୃତି ଅଟେ, ଯାହା ତାଙ୍କର ଗୃହର କର୍ତ୍ତାକୁ କହିବା ପାଇଁ ସେ ଇଚ୍ଛା କରନ୍ତି I ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଗୁରୁ ପଚାରନ୍ତି “ତାଙ୍କର ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ପାଳନ କରିବା ପାଇଁ ସେହି ଅତିଥିଶାଳା କାହିଁ” ବା “ଆମର ଶିକ୍ଷକ ସେହି ଅତିଥିଶାଳା ଦେଖାଇବା ପାଇଁ କହନ୍ତି, ଯେଉଁଠାରେ ସେ ଆମ୍ଭମାନଙ୍କ ସହିତ ଓ ବାକି ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜ ଖାଇବେ I” (ଦେଖ: /WA-Catalog/or_tm?section=translate#figs-quotations)

The Teacher

ଏହା ଯୀଶୁଙ୍କୁ ସୂଚାଏ

I will eat the Passover

ନିସ୍ତାରପର୍ବର ଭୋଜ ଖାଇବା

Luke 22:12

Connecting Statement:

ପିତର ଓ ଯୋହନଙ୍କୁ ଯୀଶୁ ଉପଦେଶ ଦେବା ଜାରି ରଖନ୍ତି

He will show you

ଗୃହର କର୍ତ୍ତା ତୁମ୍ଭମାନଙ୍କୁ ଦେଖାଇବ

upper room

ଉପର କୋଠରୀରେ I ଯଦି ତୁମ ସମ୍ପ୍ରଦାୟରେ ଗୃହମାନଙ୍କର କୋଠାରୀଗୁଡିକର ଉପରେ କୋଠାରୀଗୁଡିକ ନାହିଁ, ତେବେ ତୁମେ ସେହି ନଗରୀରେ କିପରି ଭାବରେ କୋଠାଗୁଡିକର ବର୍ଣ୍ଣନା କରିବ ତାହା ବିଚାର କରିବା ଆବଶ୍ୟକ ଅଟେ I

Luke 22:13

So they went

ତେଣୁ ପିତର ଓ ଯୋହନ ଗଲେ

Luke 22:14

Connecting Statement:

ଏହା ନିସ୍ତାରପର୍ବ ସମ୍ପର୍କରେ କାହାଣୀର ଅଂଶରେ ଥିବା ପରବର୍ତ୍ତୀ ଘଟଣା ଅଟେ I ଯୀଶୁ ଏବଂ ତାଙ୍କର ଶିଷ୍ୟମାନେ ନିସ୍ତାରପର୍ବର ଭୋଜ ଭୋଜନ କରିବା ନିମନ୍ତେ ବସିଛନ୍ତି I

Now when the hour came

ଯେତେବେଳେ ଭୋଜନ କରିବାର ସମୟ ଉପସ୍ଥିତ ହେଲା I

he reclined at table

ଯୀଶୁ ବସିଲେ

Luke 22:15

I have greatly desired

ମୁଁ ଅତିଶୟ ବାଞ୍ଛା କରିଛି

before I suffer

ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ ଆଗରୁ ସୂଚନା ଦେଉଥିଲେ I ଏଠାରେ “ଦୁଃଖଭୋଗ” ଶବ୍ଦ ଏକ ଅସ୍ୱାଭାବିକ ଭାବରେ କଷ୍ଟକର ବା ଯନ୍ତ୍ରଣାଦାୟକ ଅନୁଭୁତି ମଧ୍ୟ ଦେଇ ଯିବା ଅର୍ଥ ପ୍ରକାଶ କରେ I

Luke 22:16

For I say to you

ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାହାର ମହତ୍ତ୍ୱକୁ ଜୋର ଦେବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I

until when it is fulfilled

ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯେପର୍ଯ୍ୟନ୍ତ ନିସ୍ତାରପର୍ବର ଉଦ୍ଦେଶ୍ୟ ସମ୍ପନ୍ନ ନ ହୋଇଛି I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଈଶ୍ବର ଏହାକୁ ପୂରଣ ନ କରିଛନ୍ତି” ବା “ଯେପର୍ଯ୍ୟନ୍ତ ଈଶ୍ୱର ନିସ୍ତାରପର୍ବର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ନ କରିଛନ୍ତି” ବା “ଯେପର୍ଯ୍ୟନ୍ତ ଆମ୍ଭେମାନେ ନିସ୍ତାରପର୍ବ ପାଳନ ଶେଷ ନ କରିଛୁ” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:17

he took a cup

ଦ୍ରାକ୍ଷାରସର ଏକ ପାନପାତ୍ର ହାତକୁ ନେଲେ

when he had given thanks

ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପରେ

he said

ସେ ତାଙ୍କର ପ୍ରେରିତମାନଙ୍କୁ କହିଲେ

divide it among yourselves

ସେମାନଙ୍କୁ ପାନପାତ୍ରରେ ଥିବା ପାନୀୟରେ ଅଂଶୀ ହେବାକୁ ହେବ, ପାନପାତ୍ରକୁ ନୁହେଁ I ବିକଳ୍ପ ଅନୁବାଦ: “ପାନପାତ୍ରରେ ଥିବା ଦ୍ରାକ୍ଷାରସକୁ ପରସ୍ପର ମଧ୍ୟରେ ବାଣ୍ଟି ଗ୍ରହଣ କର” ବା “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ପାନପାତ୍ରରୁ କିଛି ଦ୍ରାକ୍ଷାରସ ପାନ କର” (ଦେଖ: /WA-Catalog/or_tm?section=translate#figs-metonymy)

Luke 22:18

For I say to you

ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାହାର ମହତ୍ତ୍ୱକୁ ଜୋର ଦେବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I

the fruit of the vine

ଏହା ସେହି ରସକୁ ସୂଚାଏ ଯାହା ଅଙ୍ଗୁର ଲତାରେ ବଢ଼ିଥିବା ଅଙ୍ଗୁର ଫଳକୁ ଚିପୁଡି ବାହାର କରାଯାଇଥାଏ I ଦ୍ରାକ୍ଷାରସ ଅଙ୍ଗୁର ରସକୁ ଅମ୍ଳିକୃତ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥାଏ I

until the kingdom of God comes

ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କର ରାଜ୍ୟ ସ୍ଥାପନ ନ କରିଛନ୍ତି ବା “ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କ ରାଜ୍ୟରେ ରାଜତ୍ଵ ନ କରିଛନ୍ତି”

Luke 22:19

bread

ରୋଟୀରେ ଖମୀର ନ ଥିଲା, ତେଣୁ ଏହା ସଳଖ ଥିଲା I

he broke it

ସେ ଏହାକୁ ଛିଣ୍ଡାଇଲେ ବା “ଏହାକୁ ଭାଙ୍ଗିଲେ I” ସେ ହୁଏତ ଏହାକୁ ଅନେକ ଖଣ୍ଡରେ ଭାଗ କରିଥିବେ ବା ସେ ହୁଏତ ଏହାକୁ ଦୁଇଖଣ୍ଡରେ ଭାଗ କରିଥିବେ ଏବଂ ସେଗୁଡିକୁ ଶିଷ୍ୟମାନଙ୍କୁ ସେମାନଙ୍କ ମଧ୍ୟରେ ବାଣ୍ଟି ନେବାକୁ ଦେଇଥିବେ I ଯଦି ସମ୍ଭବ, ଏଭଳି ଏକ ଅଭିବ୍ୟକ୍ତି ବ୍ୟବହାର କର ଯାହା ଉଭୟ ପରିସ୍ଥିତି ପ୍ରୟୋଗ ହେବ I

This is my body

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଏହି ରୋଟୀ ମୋର ଶରୀର” ଏବଂ 2) “ଏହି ରୋଟୀ ମୋର ଶରୀରର ନିଦର୍ଶନ I”

my body which is given for you

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋର ଶରୀର, ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ ଦେଉଛି” ବା “ମୋହର ଶରୀର, ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ ତ୍ୟାଗ କରୁଛି” (ଦେଖ: /WA-Catalog/or_tm?section=translate#figs-activepassive)

Do this

ଏହି ରୋଟୀ ଭୋଜନ କର

in remembrance of me

ମୋତେ ସ୍ମରଣ କରିବା ନିମନ୍ତେ

Luke 22:20

This cup

“ପାନପାତ୍ର” ଶବ୍ଦ ପାତ୍ରରେ ଥିବା ଦ୍ରାକ୍ଷାରସକୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ପାତ୍ରର ଦ୍ରାକ୍ଷାରସ” ବା “ଦ୍ରାକ୍ଷାରସର ଏହି ପାତ୍ର” (ଦେଖ: /WA-Catalog/or_tm?section=translate#figs-metonymy)

the new covenant in my blood

ତାଙ୍କର ରକ୍ତ ପାତିତ ହେବା ମାତ୍ରକେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ I ବିକଳ୍ପ ଅନୁବାଦ: “ନୂତନ ନିୟମ ଯାହା ମୋର ରକ୍ତ ମାଧ୍ୟମରେ ଅନୁମୋଦିତ ହେବ”

which is poured out for you

ଯୀଶୁ ତାଙ୍କର ରକ୍ତ ପତିତ ହେଉଥିବା ବିଷୟକୁ ଉଲ୍ଲେଖ କରିବା ଦ୍ୱାରା ତାଙ୍କର ମୃତ୍ୟୁ ସମ୍ପର୍କରେ କହନ୍ତି I ବିକଳ୍ପ ଅନୁବାଦ: “ଯାହା ମୃତ୍ୟୁରେ ତୁମ୍ଭମାନଙ୍କ ନିମନ୍ତେ ଢ଼ଳା ଯାଉଛି” ବା “ଯାହା ମୋର କ୍ଷତଗୁଡିକ ମଧ୍ୟରୁ ବହି ଯିବ, ଯେତେବେଳେ ମୁଁ ମୃତ୍ୟୁବରଣ କରିବି” (ଦେଖ: /WA-Catalog/or_tm?section=translate#figs-metonymy)

Luke 22:21

Connecting Statement:

ଯୀଶୁ ତାଙ୍କର ପ୍ରେରିତମାନଙ୍କୁ କହିବା ଜାରି ରଖନ୍ତି

The one who betrays me

ଯେଉଁ ଜଣକ ମୋତେ ପ୍ରତାରଣା କରିବ

Luke 22:22

For the Son of Man indeed goes

କାରଣ, ପ୍ରକୃତରେ ମନୁଷ୍ୟପୁତ୍ର ଯିବେ ବା “କାରଣ ମନୁଷ୍ୟପୁତ୍ର ମୃତ୍ୟୁବରଣ କରିବେ”

the Son of Man indeed goes

ଯୀଶୁ ତୃତୀୟ ପୁରୁଷ ବ୍ୟବହାର କରି ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ପ୍ରକୃତରେ ଯିବି” (ଦେଖ: /WA-Catalog/or_tm?section=translate#figs-123person)

as it has been determined

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ୱର ସ୍ଥିର କରିଛନ୍ତି” ବା “ଈଶ୍ୱର ଯେପରି ଭାବରେ ଯୋଜନା କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

But woe to that man through whom he is betrayed

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ, ସେହି ଲୋକ ପ୍ରତି ହାୟ” ବା “କିନ୍ତୁ ଏହା ସେହି ଲୋକ ପକ୍ଷରେ ଭୟଙ୍କର ହେବ ଯିଏ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:24

Then there arose also a quarrel among them

ତା’ପରେ ପ୍ରେରିତମାନେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ କରିବା ଆରମ୍ଭ କଲେ

was considered to be greatest

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତି ମହତ୍ତ୍ଵପୂର୍ଣ୍ଣ ଥିଲା” ବା “ଲୋକମାନେ ଭାବିବେ ଯେ ଏହା ମହତ୍ତ୍ଵପୂର୍ଣ୍ଣ ଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:25

So he said to them

ଯୀଶୁ ପ୍ରେରିତମାନଙ୍କୁ କହିଲେ

are masters over themlord it over them

ବିଜାତିମାନଙ୍କ ଉପରେ ବଳପୂର୍ବକ ରାଜତ୍ଵ କରନ୍ତି

are referred to as

ଶାସନ କରୁଥିବା ଲୋକମାନଙ୍କ ସମ୍ପର୍କରେ ହୁଏତ ଲୋକମାନେ ଭାବୁ ନ ଥିଲେ ଯେ ସେମାନେ ତାଙ୍କର ନିଜ ଲୋକମାନଙ୍କର ମଙ୍ଗଳ କରନ୍ତି I ବିକଳ୍ପ ଅନୁବାଦ: “ଖ୍ୟାତ ହେବାକୁ ଇଚ୍ଛା କରନ୍ତି” ବା “ଆପଣାମାନଙ୍କୁ ବୋଲାଇବା ପାଇଁ”

Luke 22:26

Connecting Statement:

ଯୀଶୁ ତାଙ୍କର ପ୍ରେରିତମାନଙ୍କୁ ଶିକ୍ଷା ଦେବା ଜାରି ରଖିଲେ I

it must not be like this with you

ତୁମ୍ଭେମାନେ ସେପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହେଁ

the youngest

ସେହି ସଂସ୍କୃତିରେ ବୟୋଜେଷ୍ଠ ଲୋକମାନେ ସମ୍ମାନିତ ହେଉଥିଲେ I ନେତାମାନେ ସାଧାରଣତଃ ବୟୋଜେଷ୍ଠ ଲୋକମାନେ ଥିଲେ ଏବଂ “ପ୍ରାଚୀନ” ବୋଲାଯାଉଥିଲେ I କନିଷ୍ଠ ବ୍ୟକ୍ତି ସମ୍ଭବତଃ ନେତୃତ୍ଵ ଦେବା ପାଇଁ ଗୌଣ ଥିଲେ ଏବଂ କମ୍ ଗୁରୁତ୍ଵପୂର୍ଣ୍ଣ ଥିଲେ I ବିକଳ୍ପ ଅନୁବାଦ: “ଅଳ୍ପ ଗୁରୁତ୍ଵପୂର୍ଣ୍ଣ” (ଦେଖ: /WA-Catalog/or_tm?section=translate#figs-metaphor)

the one who serves

ଜଣେ ସେବକ

Luke 22:27

For

ଏହା ପଦ 26ରେ ଥିବା ଯୀଶୁଙ୍କ ଆଜ୍ଞାକୁ ସମୁଦାୟ 27 ପଦ ସହିତ ସଂଯୁକ୍ତ କରେ I ଏହାର ଅର୍ଥ ଯେ ଅତି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ସେବା କରିବା ଉଚିତ୍ କାରଣ ଯୀଶୁ ଜଣେ ସେବକ ଅଟନ୍ତି I

For who is greater ... the one who serves?

କାରଣ କିଏ ବେଶୀ ମହତ୍ତ୍ଵପୂର୍ଣ୍ଣ ଅଟେ ... ସେବା କରେ ? କିଏ ପ୍ରକୃତରେ ମହାନ ଅଟେ ତାହା ବ୍ୟାଖ୍ୟା କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ମୁଁ ଚାହେଁ ତୁମ୍ଭେମାନେ ଚିନ୍ତା କର ଯେ କିଏ ମହତ୍ତର ଅଟେ ... ସେବା କରେ I” (ଦେଖ: /WA-Catalog/or_tm?section=translate#figs-rquestion)

the one who reclines at table

ଯିଏ ଭୋଜନରେ ବସିଛି

Is it not the one who reclines at table?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ଅବଶ୍ୟ ଯିଏ ମେଜ ନିକଟରେ ବସେ, ସେ ଜଣେ ସେବକଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)

Yet I am among you as one who serves

କିନ୍ତୁ ମୁଁ ତୁମ୍ଭମାନଙ୍କ ସହିତ ଜଣେ ସେବକ ହେବା ପରି ରହିଛି ବା “କିନ୍ତୁ ମୁଁ ତୁମ୍ଭମାନଙ୍କ ସହିତ ଏହା ଦେଖାଇବା ପାଇଁ ରହିଛି ଯେ ଜଣେ ସେବକ କିପରି ବ୍ୟବହାର କରିଥାଏ I” ଯୀଶୁ କିପରି ହେବା ଉଚିତ୍ ବୋଲି ଲୋକମାନେ କଅଣ ଅପେକ୍ଷା କରନ୍ତି ଏବଂ ସେ ପ୍ରକୃତରେ କ’ଣ ଅଟନ୍ତି ତାହା ମଧ୍ୟରେ ଥିବା ବିପରୀତ ଭାବକୁ ପ୍ରକାଶ କରିବା ନିମନ୍ତେ ଏଠାରେ “କିନ୍ତୁ” ଶବ୍ଦ ବ୍ୟବହୃତ ହୋଇଛି I

Luke 22:28

the ones who have continued with me in my temptations

ମୋହର ସମସ୍ତ କଠିନ ପରିସ୍ଥିତି ବେଳେ ମୋ’ ସହିତ ରହି ଆସିଅଛ

Luke 22:29

I grant to you, just as my Father has granted to me, a kingdom

କେତେକ ଭାଷା ହୁଏତ କ୍ରମାନ୍ୱୟରେ ପରିବର୍ତ୍ତନ ଆବଶ୍ୟକ କରି ପାରନ୍ତି I ବିକଳ୍ପ ଅନୁବାଦ: “ମୋର ପିତା ଯେପରି ମୋତେ ଏକ ରାଜ୍ୟ ଦେଇଛନ୍ତି, ମୁଁ ତୁମ୍ଭମାନଙ୍କୁ ଗୋଟିଏ ରାଜ୍ୟ ଦେଉଛି”

I grant to you a kingdom

ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ଶାସକଗଣ କରୁଛି ବା “ମୁଁ ତୁମ୍ଭମାନଙ୍କୁ ରାଜ୍ୟରେ ରାଜତ୍ଵ କରିବା ନିମନ୍ତେ ଅଧିକାର ଦେଉଛି” ବା “ମୁଁ ତୁମ୍ଭମାନଙ୍କୁ ରାଜାଗଣ କରିବି”

just as my Father has granted to me

ମୋର ପିତା ଯେପରି ତାଙ୍କ ରାଜ୍ୟରେ ଜଣେ ରାଜା ଭାବରେ ରାଜତ୍ଵ କରିବାକୁ ମତେ କ୍ଷମତା ଦେଇଛନ୍ତି

Luke 22:30

you will sit on thrones

ରାଜାମାନେ ସିଂହାସନମାନଙ୍କରେ ବସନ୍ତି I ସିଂହାସନରେ ବସିବା ରାଜତ୍ଵ କରିବାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ରାଜାଗଣ ଭାବରେ କାର୍ଯ୍ୟ କରିବ” ବା “ତୁମ୍ଭେମାନେ ରାଜାମାନଙ୍କ କାର୍ଯ୍ୟ କରିବ” (ଦେଖ: /WA-Catalog/or_tm?section=translate#figs-metonymy)

Luke 22:31

General Information:

ଯୀଶୁ ଶିମୋନଙ୍କୁ ସିଧାସଳଖ ଭାବରେ କହନ୍ତି I

Simon, Simon

ଯୀଶୁ ଏହା ଦର୍ଶାଇବା ନିମନ୍ତେ ତାଙ୍କର ନାମ ଦୁଇଥର କହନ୍ତି ଯେ ସେ ଯାହା କହିବାକୁ ଯାଉଛନ୍ତି ତାହା ଅତି ମହତ୍ତ୍ଵପୂର୍ଣ୍ଣ ଅଟେ I

you

“ତୁମ୍ଭମାନଙ୍କୁ” ଶବ୍ଦ ସମସ୍ତ ପ୍ରେରିତମାନଙ୍କୁ ସୂଚାଏ I ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କୁ” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ସେମାନେ ବହୁବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-you)

to sift you as wheat

ଏହାର ଅର୍ଥ ଏହି ଯେ କୌଣସି ତୃଟି ପାଇବା ନିମନ୍ତେ ଶୟତାନ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ଚାହେଁ I ବିକଳ୍ପ ଅନୁବାଦ: “ଜଣେ ଲୋକକୁ ଶସ୍ୟଦାନା ପରି ଚାଲୁଣୀରେ ଚଲାଇବା ଭଳି ପରୀକ୍ଷା କରିବ” (ଦେଖ: /WA-Catalog/or_tm?section=translate#figs-metaphor)

Luke 22:32

But I have prayed for you

ଏହି ସ୍ଥାନରେ “ତୁମର” ଶବ୍ଦ ନିର୍ଦ୍ଧିଷ୍ଟ ଭାବରେ ଶିମୋନଙ୍କୁ ସୂଚାଏ I ଯେଉଁ ଭାଷାଗୁଡିକରେ “ତୁମ୍ଭର” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ତୁମେ ଏକ ବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-you)

so that your faith may not fail

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମେ ବିଶ୍ୱାସରେ ଲାଗି ରହିବ” ବା ଯେପରି ତୁମେ ମୋ’ ଉପରେ ବିଶ୍ୱାସ କରିବା ଜାରି ରଖିବ”

when you have turned back

ଏଠାରେ “ପୁଣି ଥରେ ଫେରିବା ପରେ” ଜଣକ ଉପରେ ପୂନର୍ବାର ବିଶ୍ୱାସ କରିବା ପାଇଁ ଆରମ୍ଭ କରିବା ବିଷୟର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତୁମେ ମୋ’ ଉପରେ ପୂନର୍ବାର ବିଶ୍ୱାସ କରିବା ଆରମ୍ଭ କଲା ପରେ” ବା “ତୁମେ ମୋର ସେବା କରିବାକୁ ପୁଣି ଥରେ ଆରମ୍ଭ କରିବା ପରେ” (ଦେଖ: /WA-Catalog/or_tm?section=translate#figs-metaphor)

strengthen your brothers

ତୁମର ଭାଇମାନଙ୍କୁ ସେମାନଙ୍କର ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କର” ବା “ତୁମର ଭାଇମାନଙ୍କୁ ମୋ’ଠାରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ କର”

your brothers

ଏହା ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ତୁମର ସହ-ବିଶ୍ୱାସୀମାନେ” ବା “ଅନ୍ୟ ଶିଷ୍ୟମାନେ”

Luke 22:34

the rooster will not crow today, before you deny three times that you know me

ପଦଗୁଡିକର କ୍ରମକୁ ଓଲଟାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ଆଜି କୁକୁଡା ଡାକିବା ପୂର୍ବରୁ ମୋତେ ଯେ ତୁମେ ଜାଣିଛ ତାହା ତିନିଥର ଅସ୍ୱୀକାର କରିବ”

the rooster will not crow today, before you deny

ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ମୋତେ ତିନିଥର ଅସ୍ୱୀକାର କରିବା ପରେ ହିଁ ଆଜି କୁକୁଡା ଡାକିବ” ବା “ଆଜି କୁକୁଡା ଡାକିବା ପୂର୍ବରୁ ତୁମେ ଅସ୍ୱୀକାର କରିବ”

the rooster will not crow

ଏହି ସ୍ଥାନରେ କୁକୁଡା ଡାକିବା ବିଷୟ ଦିବସର ଏକ ନିର୍ଦ୍ଧିଷ୍ଟ ସମୟକୁ ସୂଚାଏ I ଅନେକ ସମୟରେ ପ୍ରଭାତରେ ସୂର୍ଯ୍ୟୋଦୟ ପୂର୍ବରୁ କୁକୁଡା ଡାକିଥାଏ I ଅତଏବ ଏହା ପ୍ରତ୍ୟୁଷକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

rooster

ସୂର୍ଯ୍ୟ ଉଦୟ ହେବା ବେଳେ ଏକ ପକ୍ଷୀ ବଡ ପାଟିରେ ଡାକେ I

today

ଯିହୂଦୀୟ ଦିବସ ସୂର୍ଯ୍ୟାସ୍ତରେ ଆରମ୍ଭ ହୋଇଥାଏ I ଯୀଶୁ ସୂର୍ଯ୍ୟାସ୍ତ ହେବ ପରେ କଥାବାର୍ତ୍ତା କରୁଛନ୍ତି I ପ୍ରଭାତ ହେବା ପୂର୍ବରୁ କୁକୁଡା ଡାକିବ I ପ୍ରଭାତଟି “ଏହି ଦିନର” ଏକ ଅଂଶ ଅଟେ I ବିକଳ୍ପ ଅନୁବାଦ: “ଆଜି ରାତିରେ” ବା “ପ୍ରଭାତରେ” (ଦେଖ: /WA-Catalog/or_tm?section=translate#figs-explicit)

Luke 22:35

Connecting Statement:

ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ କହିବା ନିମନ୍ତେ ତାଙ୍କର ଧ୍ୟାନକୁ ଫେରାଇ ଆଣନ୍ତି I

Then he said to them, When ... did you lack anything? They answered, ""Nothing.

ସେମାନେ ଯାତ୍ରା କରୁଥିବା ସମୟରେ କିପରି ଉତ୍ତମ ଭାବରେ ଲୋକମାନେ ସେମାନଙ୍କ ପାଇଁ ଯୋଗାଇ ଦେଇଥିଲେ ତାହା ସ୍ମରଣ କରିବାରେ ପ୍ରେରିତମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯଦିଓ ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ, ଏବଂ ଯୀଶୁ ତଥ୍ୟ ନିମନ୍ତେ ପଚାରୁ ନାହାନ୍ତି, ତୁମେ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବ ଯେପର୍ଯ୍ୟନ୍ତ କେବଳ ଏକ ଉକ୍ତି ଶିଷ୍ୟମାନଙ୍କୁ ଉତ୍ତର ଦେବା ପାଇଁ ବାଧ୍ୟ ନ କରିବ ଯେ ସେମାନଙ୍କର କୌଣସି ବିଷୟର ଅଭାବ ହୋଇନାହିଁ I (ଦେଖ: /WA-Catalog/or_tm?section=translate#figs-rquestion)

When I sent you out

ଯୀଶୁ ତାଙ୍କର ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କୁ” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ସେମାନେ ବହୁବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-you)

purse

ଗାଞ୍ଜିଆ ଟଙ୍କା ରଖିବା ନିମନ୍ତେ ଏକ ଥଳି ଅଟେ I ଏଠାରେ ଏହା “ଟଙ୍କା”କୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#figs-metonymy)

a bag of provisions

ଯାତ୍ରୀମାନଙ୍କର ଥଳି ବା “ଖାଦ୍ୟ ନିମନ୍ତେ ଥଳି”

Nothing

କେତେକ ଶ୍ରୋତାମାନଙ୍କ ନିମନ୍ତେ ଏହି ବାର୍ତ୍ତାଳାପ ସମ୍ପର୍କରେ ଅଧିକ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର କିଛି ଅଭାବ ହେଲା ନାହିଁ” ବା “ଆମର ପ୍ରତ୍ୟେକ ଆବଶ୍ୟକୀୟ ବିଷୟ ଥିଲା” (ଦେଖ: /WA-Catalog/or_tm?section=translate#figs-ellipsis)

Luke 22:36

The one who does not have a sword should sell his cloak

ଯୀଶୁ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷୟରେ ଉଲ୍ଲେଖ କରୁ ନ ଥିଲେ ଯାହାର ଖଣ୍ଡା ନ ଥିଲା I ବିକଳ୍ପ ଅନୁବାଦ: “ଯଦି କାହାର ଖଣ୍ଡା ନାହିଁ, ସେ ତାହାର ଚାଦର ବିକ୍ରୟ କରିବା ଉଚିତ୍”

cloak

ଚାଦର ବା “ବାହ୍ୟ ଲୁଗା”

Luke 22:37

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମାପ୍ତ କଲେ I

this which is written

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜଣେ ଭାବବାଦୀ ମୋ’ ସମ୍ପର୍କରେ ଶାସ୍ତ୍ରରେ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

must be fulfilled

ପ୍ରେରିତମାନେ ହୁଏତ ବୁଝିପାରି ନ ଥାଆନ୍ତେ ଯେ ଈଶ୍ୱର ଶାସ୍ତ୍ରରେ ଲିଖିତ ପ୍ରତ୍ୟେକ ବାକ୍ୟକୁ ସାଧନ କରିବେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାକୁ ସମ୍ପୂର୍ଣ୍ଣ କରିବେ” ବା “ଈଶ୍ୱର ଏହା ଘଟିବାକୁ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

He was counted with the lawless ones

ଏହି ସ୍ଥାନରେ ଯୀଶୁ ଶାସ୍ତ୍ରକୁ ଉଦ୍ଧୃତ କରୁଛନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାଙ୍କୁ ଜଣେ ନିୟମ ଉଲଂଘନକାରୀ ଦଳର ଲୋକ ଭାବରେ ଗଣନା କଲେ” (ଦେଖ: /WA-Catalog/or_tm?section=translate#figs-activepassive)

the lawless ones

ଯେଉଁମାନେ ନିୟମ ଉଲଂଘନ କରନ୍ତି ବା “ଅପରାଧୀମାନେ”

For indeed the things concerning me are being fulfilled

ସାମ୍ଭାବ୍ୟ ଉତ୍ତରଗୁଡିକ 1) କାରଣ ଯେଉଁ ବିଷୟ ମୋ’ ସମ୍ପର୍କରେ ଭାବବାଦୀ ଭବିଷ୍ୟତବାକ୍ୟ କହିଥିଲେ ତାହା ସଫଳ ହେବାକୁ ଯାଉଛି” ବା 2) “କାରଣ ମୋହର ଜୀବନ ସମାପ୍ତି ଆଡକୁ ଯାଉଛି” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:38

they said

ଏହା ଅତନ୍ତଃ ଯୀଶୁଙ୍କର ଦୁଇଜଣ ପ୍ରେରିତମାନଙ୍କୁ ସୂଚାଏ I

It is enough

ସାମ୍ଭାବ୍ୟ ଉତ୍ତରଗୁଡିକ 1) ସେମାନଙ୍କ ପାଖରେ ଯଥେଷ୍ଟ ଖଣ୍ଡା ଅଛି I ‘ବର୍ତ୍ତମାନ ଆମ୍ଭମାନଙ୍କ ପାଖରେ ଯଥେଷ୍ଟ ଖଣ୍ଡା ଅଛି” ବା 2) ସେମାନେ ଖଣ୍ଡା ସମ୍ପର୍କରେ କଥାବାର୍ତ୍ତା ବନ୍ଦ କରିବା ପାଇଁ ଯୀଶୁ ଚାହିଁଲେ I “ଖଣ୍ଡାଗୁଡିକ ସମ୍ପର୍କରେ ଏହି କଥାବାର୍ତ୍ତା ଆଉ ନ ହେଉ I” ଯେତେବେଳେ ଯୀଶୁ କହିଲେ ଯେ ସେମାନେ ଖଣ୍ଡାଗୁଡିକ କିଣିବା ଆବଶ୍ୟକ ଅଟେ, ସେ ମୁଖ୍ୟତଃ ସେମାନେ ସମ୍ମୁଖିନ ହେବାକୁ ଯାଉଥିବା ବିପଦ ସମ୍ପର୍କରେ ସେମାନଙ୍କୁ କହୁଥିଲେ I ସେ ବୋଧହୁଏ ସେମାନଙ୍କୁ ପ୍ରକୃତରେ ଚାହିଁ ନ ଥିଲେ ଯେ ସେମାନେ ଖଣ୍ଡାଗୁଡିକ କିଣନ୍ତୁ ଏବଂ ଯୁଦ୍ଧ କରନ୍ତୁ I

Luke 22:39

General Information:

ଯୀଶୁ ପ୍ରାର୍ଥନା କରିବାକୁ ଜୀତ ପର୍ବତ ଉପରକୁ ଗଲେ I

Luke 22:40

Pray that you do not enter into temptation

ଯେପରି ତୁମ୍ଭେମାନେ ପରୀକ୍ଷିତ ନ ହୁଅ ବା “ଯେପରି କୌଣସି ବିଷୟ ତୁମ୍ଭମାନଙ୍କୁ ପରୀକ୍ଷା ନ କରୁ ଓ ପାପରେ ନ ପକାଉ”

Luke 22:41

about a stone's throw

ଜଣେ ଲୋକ ଗୋଟିଏ ପଥର ଫୋପାଡି ପାରିବା ଭଳି ଦୂରତା I ବିକଳ୍ପ ଅନୁବାଦ: “ଏକ ସ୍ୱଳ୍ପ ଦୂରତା” ବା ଆକଳନ କରାଯାଇଥିବା ଏକ ମାପ ପରି ପ୍ରାୟ “ପାଖାପାଖି ତିରିଶ ମିଟର” (ଦେଖ: /WA-Catalog/or_tm?section=translate#figs-idiom)

Luke 22:42

Father, if you are willing

ଯୀଶୁ କ୍ରୁଶ ଉପରେ ପ୍ରତ୍ୟେକ ବ୍ୟକ୍ତିର ଅପରାଧ ବହନ କରିବେ I ସେ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ପଚାରନ୍ତି ଯେ ଆଉ କିଛି ଉପାୟ ରହିଛି କି I

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

remove this cup from me

ଯୀଶୁ ଯେଉଁ ବିଷୟର ଶୀଘ୍ର ଅନୁଭୁତି ମଧ୍ୟ ଦେଇଯିବେ, ତାହା ଉଲ୍ଲେଖ କରି କହନ୍ତି ଯେ ସତେ ଯେପରି ତାହା ଏକ ତିକ୍ତ ତରଳ ଦ୍ରବ୍ୟ ଅଟେ ଯାହା ତାଙ୍କୁ ପାନ କରିବାକୁ ହେବ I ବିକଳ୍ପ ଅନୁବାଦ: “ଏହି ପାନପାତ୍ର ପାନ ନ କରିବା ନିମନ୍ତେ ମୋତେ ଅନୁମତି ଦିଅ” ବା “ଯାହା ଘଟିବାକୁ ଯାଉଛି ସେହି ଅନୁଭୁତି ମଧ୍ୟ ଦେଇ ମତେ ଯିବାକୁ ଦିଅ ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

Nevertheless not my will, but yours be done

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବି ହେଉ, ମୋର ଇଚ୍ଛାନୁସାରେ ନ କରି ବରଂ ତୁମର ଇଚ୍ଛାନୁସାରେ କର” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:45

When he rose up from his prayer, he came

ପ୍ରାର୍ଥନା କରିବା ଉତ୍ତାରେ ଯେତେବେଳେ ଯୀଶୁ ଉଠିଲେ, ସେ କିମ୍ବା “ପ୍ରାର୍ଥନା ପରେ, ଯୀଶୁ ଉଠିଲେ ଓ ସେ”

found them sleeping because of their sorrow

ଦେଖିଲେ ଯେ ସେମାନେ ଶୋଇଛନ୍ତି କାରଣ ଦୁଃଖ ହେତୁ ସେମାନେ କ୍ଲାନ୍ତ ହୋଇଥିଲେ

Luke 22:46

Why are you sleeping?

ସାମ୍ଭାବ୍ୟ ଉତ୍ତରଗୁଡିକ 1) “ମୁଁ ଆଶ୍ଚର୍ଯ୍ୟାନ୍ୱିତ ଯେ ତୁମ୍ଭେମାନେ ବର୍ତ୍ତମାନ ଶୋଇଛ I” ବା 2) “ତୁମ୍ଭେମାନେ ବର୍ତ୍ତମାନ ଶୋଇବା ଉଚିତ୍ ନୁହେଁ !” (ଦେଖ: /WA-Catalog/or_tm?section=translate#figs-rquestion)

so that you may not enter into temptation

ଯେପରି ତୁମ୍ଭେମାନେ ପରୀକ୍ଷିତ ନ ହୁଅ ବା “ଯେପରି କୌଣସି ବିଷୟ ତୁମ୍ଭମାନଙ୍କୁ ପରୀକ୍ଷିତ ନ କରୁ ଓ ତୁମ୍ଭମାନଙ୍କୁ ପାପରେ ନ ପକାଉ”

Luke 22:47

behold, a crowd appeared

“ଦେଖ” ଶବ୍ଦ ଆମ୍ଭମାନଙ୍କୁ କାହାଣୀରେ ଏକ ନୂତନ ଦଳ ପ୍ରତି ସତର୍କ କରେ I ତୁମର ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଗୋଟିଏ ଜନସମୂହ ଆସି ସେଠାରେ ଉପସ୍ଥିତ ହେଲେ” (ଦେଖ: /WA-Catalog/or_tm?section=translate#writing-participants)

was leading them

ଯିହୂଦା ଲୋକମାନଙ୍କୁ ଦେଖାଉଥିଲା ଯେ ଯୀଶୁ କେଉଁଠାରେ ଥିଲେ I ସେ ଲୋକସମୂହକୁ କ’ଣ କରିବାକୁ ହେବ, ତାହା କହୁ ନ ଥିଲା I ବିକଳ୍ପ ଅନୁବାଦ: “ସେମାନଙ୍କୁ ଯୀଶୁଙ୍କ ନିକଟକୁ କଢ଼ାଇ ନେଉଥିଲା” (ଦେଖ: @)

to kiss him

ଏକ ଚୁମ୍ବନ ସହିତ ତାଙ୍କୁ ଅଭିବାଦନ କରିବା ପାଇଁ ବା “ତାଙ୍କୁ ଚୁମ୍ବନ କରିବା ଦ୍ୱାରା ତାଙ୍କୁ ନମସ୍କାର କରିବା I” ଯେତେବେଳେ ପୁରୁଷମାନେ, ପରିବାର ଲୋକମାନେ ବା ବନ୍ଧୁମାନେ ଅଭିବାଦନ କରୁଥିଲେ, ସେମାନେ ସେମାନଙ୍କୁ ଗୋଟିଏ ଗାଲରେ ବା ଉଭୟ ଗାଲରେ ଚୁମ୍ବନ ଦେଉଥିଲେ I ଜଣେ ପୁରୁଷ ଆଉ ଜଣେ ପୁରୁଷକୁ ଚୁମ୍ବନ କରିବ ଏହା କହିବା ପାଇଁ ଯଦି ତୁମର ପାଠକମାନେ ଲଜ୍ଜାବୋଧ କରନ୍ତି, ତେବେ ତୁମେ ଏହାକୁ ଅଧିକ ସାଧାରଣ ଶୈଳୀରେ ଅନୁବାଦ କରିପାରିବ: ତାଙ୍କୁ ଏକ ବନ୍ଧୁତ୍ଵପୂର୍ଣ୍ଣ ଅଭିବାଦନ ଦେବା I” (ଦେଖ: /WA-Catalog/or_tm?section=translate#translate-unknown)

Luke 22:48

are you betraying the Son of Man with a kiss?

ଏକ ଚୁମ୍ବନ ଦ୍ବାରା ତାଙ୍କୁ ପ୍ରତାରଣା କରିଥିବାରୁ ଯିହୂଦାକୁ ଯୀଶୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ସାଧାରଣତଃ ଚୁମ୍ବନ ଏକ ପ୍ରେମର ଚିହ୍ନ ଅଟେ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ରଙ୍କୁ ପ୍ରତାରଣ କରିବା ପାଇଁ ତୁମେ ଏକ ଚୁମ୍ବନକୁ ବ୍ୟବହାର କରୁଛ !” (ଦେଖ: /WA-Catalog/or_tm?section=translate#figs-rquestion)

the Son of Man

ଯୀଶୁ ନିଜ ବିଷୟରେ ଉଲ୍ଲେଖ କରିବା ନିମନ୍ତେ ଏହି ପଦକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ଦ୍ୱାରା (ଦେଖ: /WA-Catalog/or_tm?section=translate#figs-123person)

Luke 22:49

those who were around Jesus

ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ସୂଚାଏ I

what was going to happen

ଏହା ଯୀଶୁଙ୍କୁ ଗିରଫ କରିବା ନିମନ୍ତେ ଆସିଥିବା ଯାଜକମାନଙ୍କୁ ଏବଂ ସୈନ୍ୟମାନଙ୍କୁ ସୂଚାଏ I

should we strike with the sword?

ପ୍ରଶ୍ନ ହେଉଛି ସେମାନେ କେଉଁ ପ୍ରକାର ଯୁଦ୍ଧ (ଏକ ଖଡଗ ଯୁଦ୍ଧ) ରେ ସାମିଲ ହେବେ, ସେମାନେ କେଉଁ ଅସ୍ତ୍ର ବ୍ୟବହାର କରିବେ (ସେମାନେ ଯେଉଁ ଖଣ୍ଡାଗୁଡିକ ଆଣିଥିଲେ), [ଲୂକ 22:32] (../22/ 38.ମଝି)) ତାହା ନୁହେଁ, କିନ୍ତୁ ତୁମର ଅନୁବାଦ ହୁଏତ ସେମାନେ ଆଣିଥିବା ଅସ୍ତ୍ରଶସ୍ତ୍ର ବିଷୟରେ କହିବା ଆବଶ୍ୟକ କରିପାରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଣିଥିବା ଖଣ୍ଡାଗୁଡିକ ଦ୍ୱାରା ସେମାନଙ୍କ ସହିତ ଯୁଦ୍ଧ କର” (ଦେଖ: /WA-Catalog/or_tm?section=translate#figs-explicit)

Luke 22:50

a certain one of them

ଶିଷ୍ୟମାନଙ୍କ ମଧ୍ୟରୁ ଜଣେ

struck the servant of the high priest

ଖଣ୍ଡାରେ ମହାଯାଜକଙ୍କ ଦାସକୁ ଆଘାତ କଲା

Luke 22:51

No more of this!

ତାହା ଆଉ କର ନାହିଁ

touching his ear

ସେହି ଦାସର ଯେଉଁ ସ୍ଥାନରେ କାନ କଟିଯାଇଥିଲା ସେହି ସ୍ଥାନକୁ ସ୍ପର୍ଶ କଲେ

Luke 22:52

Do you come out as against a robber, with swords and clubs?

ତୁମ୍ଭେମାନେ କଅଣ ଭାବିଲ ଯେ ମୁଁ ଜଣେ ଡକାଇତ ଆଉ ସେଥିପାଇଁ ଖଣ୍ଡା ଓ ଠେଙ୍ଗା ଧରି ବାହାରି ଆସିଲ ? ବିକଳ୍ପ ଅନୁବାଦ: “ଯୀଶୁ ଯିହୂଦୀ ନେତାମାନଙ୍କୁ ଭର୍ସନା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ମୁଁ ଜଣେ ଡକାଇତ ନୁହେଁ, ତଥାପି ତୁମ୍ଭେମାନେ ମୋ’ ନିକଟକୁ ଖଣ୍ଡା ଓ ଠେଙ୍ଗା ନେଇ ବାହାରି ଆସିଛ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 22:53

When I was daily with you

ମୁଁ ପ୍ରତିଦିନ ତୁମ୍ଭମାନଙ୍କ ମଧ୍ୟରେ ଥିଲି

in the temple

କେବଳ ଯାଜକମାନେ ମନ୍ଦିରରେ ପ୍ରବେଶ କରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣଗୁଡିକରେ” ବା “ମନ୍ଦିରରେ”

you did not lay your hands on me

ଏହି ପଦରେ, ଜଣକ ଉପରେ ହାତ ଥୋଇବା ଅର୍ଥ ଜଣକୁ ଗିରଫ କରିବା ଅଟେ I ବିକଳ୍ପ ଅନୁବାଦ: “ମୋତେ ଗିରଫ କର”(ଦେଖ: /WA-Catalog/or_tm?section=translate#figs-metonymy)

this is your hour

ତୁମ୍ଭମାନଙ୍କର ଯାହା ଇଚ୍ଛା ତାହା କରିବା ନିମନ୍ତେ ଏହା ତୁମ୍ଭମାନଙ୍କ ନିମନ୍ତେ ସମୟ ଅଟେ I

the authority of the darkness

ସମୟକୁ ଉଲ୍ଲେଖ କରିବା ବିଷୟକୁ ପୂନରାବୃତ୍ତି କରିବା ହୁଏତ ସହାୟକ ହେବ I “ଅନ୍ଧକାର” ଶୟତାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଅନ୍ଧକାରର କର୍ତ୍ତାର ସମୟ” ବା “ଏହା ସେହି ସମୟ ଅଟେ ଯେତେବେଳେ ଈଶ୍ୱର ଶୟତାନକୁ ତା’ର ଯାହା ଇଚ୍ଛା ତାହା କରିବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis ଏବଂ /WA-Catalog/or_tm?section=translate#figs-metonymy )

Luke 22:54

they led him away

ଯେଉଁଠାରେ ସେମାନେ ଯୀଶୁଙ୍କୁ ଗିରଫ କରିଥିଲେ ସେହି ବଗିଚାରୁ ଅନ୍ୟତ୍ର ନେଇଗଲେ

into the house of the high priest

ମହାଯାଜକଙ୍କ ଗୃହର ପ୍ରାଙ୍ଗଣକୁ ଘେନିଗଲେ

Luke 22:55

they had kindled a fire

କେତେକ ଲୋକ ନିଆଁ ଜାଳିଥିଲେ I ଶୀତ ରାତିରେ ଲୋକମାନଙ୍କୁ ଉଷୁମ କରି ରଖିବା ନିମନ୍ତ ନିଆଁ ଜଳାଯାଉଥିଲା I ବିକଳ୍ପ ଅନୁବାଦ: “କିଛି ଲୋକ ନିଜକୁ ଉଷୁମ ରଖିବା ପାଇଁ ନିଆଁ ଜାଳିଲେ”

the middle of the courtyard

ଏହା ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ଥିଲା I ଏହାର ଚାରିପଟେ ପାଚେରୀ ରହିଥିଲା ମାତ୍ର ଛାତ ନ ଥିଲା I

in the midst of them

ସେମାନଙ୍କ ସହିତ ମିଶି

Luke 22:56

as he sat in the light of the fire

ସେ ନିଆଁ ପାଖରେ ବସିଲେ ଏବଂ ଏହାର ଶିଖା ତାଙ୍କର ମୁହଁକୁ ଝଲସାଇଲା

and looking straight at him, said

ଏବଂ ସେ ପିତରଙ୍କ ଆଡକୁ ସିଧାସଳଖ ଦେଖିଲା ଏବଂ ପ୍ରାଙ୍ଗଣରେ ଥିବା ଅନ୍ୟ ଲୋକମାନଙ୍କୁ କହିଲା

This man also was with him

ସେହି ସ୍ତ୍ରୀଲୋକଟି ଲୋକମାନଙ୍କୁ ପିତର ଯୀଶୁଙ୍କ ସହିତ ଥିବା ସମ୍ପର୍କରେ କହୁଥିଲା I ସେ ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I

Luke 22:57

But Peter denied it

କିନ୍ତୁ ପିତର କହିଲେ ଯେ ତାହା ସତ୍ୟ ନୁହେଁ

Woman, I do not know him

ପିତର ସେହି ସ୍ତ୍ରୀଲୋକର ନାମ ଜାଣି ନ ଥିଲେ I “ହେ ନାରୀ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ନାରୀକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I

Luke 22:58

You are also one of them

ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ

Man, I am not

ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I

Luke 22:59

insisted, saying

ଦୃଢ଼ ଭାବରେ ବା “ଉଚ୍ଚସ୍ୱରରେ କହିଲେ”

In truth, this one

ଏଠାରେ “ଏ ଲୋକଟା” ପିତରଙ୍କୁ ସୂଚାଏ I ବକ୍ତା ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I

he is a Galilean

ସେହି ଲୋକ ହୁଏତ ପିତରଙ୍କୁ ତାଙ୍କର କଥା କହିବା ଶୈଳୀରୁ ସେ ଜଣେ ଗାଲିଲୀୟ ବୋଲି କହି ପାରିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 22:60

Man

ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:58] (../22/58 .ମଝି)ରେ ଅନୁବାଦ କରିଛ I

I do not know what you are saying

ମୁଁ ଜାଣେ ନାହିଁ ତୁମେ କେଉଁ ବିଷୟରେ କଥାବାର୍ତ୍ତା କରୁଛ I ଏହି ଅଭିବ୍ୟକ୍ତିର ଅର୍ଥ ପିତର ସମ୍ପୂର୍ଣ୍ଣ ଭାବରେ ସେହି ଲୋକ ସହିତ ଅସମ୍ମତ ହେଉଛନ୍ତି I ବିକଳ୍ପ ଅନୁବାଦ: “ତୁମେ ଯାହା କହିଲ, ତାହା ସତ୍ୟ ନୁହେଁ” ବା “ତୁମେ ଯାହା କହିଲ ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ” (ଦେଖ: /WA-Catalog/or_tm?section=translate#figs-idiom)

while he was still speaking

ପିତର କଥା କହୁଥିବା ସମୟରେ

a rooster crowed

ଅନେକ ସମୟରେ କୁକୁଡା ପ୍ରଭାତରେ ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଡାକିଥାଏ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:34] (../22/34.ମଝି)ରେ ଅନୁବାଦ କରିଛ I

Luke 22:61

turning, the Lord looked at Peter

ପ୍ରଭୁ ବୁଲି ପଡିଲେ ଏବଂ ପିତରଙ୍କୁ ଅନେଇଲେ

the word of the Lord

ଯାହା ଯୀଶୁ କହିଥିଲେ, ଯେତେବେଳେ ଯୀଶୁ କହିଥିଲେ ଯେ ପିତର ଯୀଶୁଙ୍କୁ ପ୍ରତାରଣା କରିବେ

a rooster crows

ଅନେକ ସମୟରେ କୁକୁଡା ପ୍ରଭାତରେ ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଡାକିଥାଏ ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:34] (../22/34.ମଝି)ରେ ଅନୁବାଦ କରିଛ I

today

ଯିହୂଦୀୟ ଦିନ ସୂର୍ଯ୍ୟାସ୍ତରେ ଆରମ୍ଭ ହୁଏ ଏବଂ ପରବର୍ତ୍ତୀ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହେ I ଯୀଶୁ ପୂର୍ବବର୍ତ୍ତୀ ସନ୍ଧ୍ୟାରେ କହିଥିଲେ ଯେ ଖୁବ୍ ଶୀଘ୍ର କଅଣ ଘଟିବ ବା ପ୍ରତ୍ୟୁଷରେ ଘଟିବ I ବିକଳ୍ପ ଅନୁବାଦ: “ଆଜି ରାତିରେ” (ଦେଖ: /WA-Catalog/or_tm?section=translate#figs-explicit)

deny me three times

ତୁମେ ମୋତେ ଜାଣିଛ ବୋଲି ତିନିଥର ଅସ୍ୱୀକାର କରିବ

Luke 22:62

he went outside

ପିତର ପ୍ରାଙ୍ଗଣର ବାହାରକୁ ଗଲେ

Luke 22:64

They put a cover over him

ସେମାନେ ତାହାର ଆଖିକୁ ଘୋଡାଇ ଦେଲେ ଯେପରି ସେ କିଛି ଦେଖି ପାରିବେ ନାହିଁ

Prophesy! Who is the one who hit you?

ପ୍ରହରୀମାନେ ବିଶ୍ୱାସ କଲେ ନାହିଁ ଯେ ଯୀଶୁ ଜଣେ ଭାବବାଦୀ ଅଟନ୍ତି I ବରଂ ସେମାନେ ବିଶ୍ୱାସ କରୁଥିଲେ ଯେ ଜଣେ ପ୍ରକୃତ ଭାବବାଦୀ ତାଙ୍କୁ କିଏ ମାରିଲା ତାହାକୁ ସେ ଦେଖି ପାରୁ ନ ଥିଲେ ବି ସେ କିଏ ବୋଲି ଜାଣି ପାରିବେ I ସେମାନେ ଯୀଶୁଙ୍କୁ ଭାବବାଦୀ ବୋଲି ଡାକିଲେ, କିନ୍ତୁ ସେମାନେ ତାହାଙ୍କୁ ପରିହାସ କରୁଥିଲେ ଏବଂ ତାହାଙ୍କୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଜଣେ ଭାବବାଦୀ ବୋଲି ସେମାନେ କାହିଁକି ଭାବୁନାହାନ୍ତି I ବିକଳ୍ପ ଅନୁବାଦ: “ପ୍ରମାଣିତ କର ତୁମେ ଜଣେ ଭାବବାଦୀ ଅଟ I ଆମକୁ କୁହ ଯେ କିଏ ତୁମକୁ ମାରିଲା!” କିମ୍ବା “ ଏ ଭାବବାଦୀ, କିଏ ତୋତେ ମାରିଲା?” (ଦେଖ: /WA-Catalog/or_tm?section=translate#figs-irony)

Prophesy!

ଈଶ୍ୱରଙ୍କଠାରୁ ବାକ୍ୟ କୁହ ! ଏହି ସୂଚନା ଦିଆଯାଇଥିବା ତଥ୍ୟ ଏହା ଯେ ଈଶ୍ୱର ଯୀଶୁଙ୍କୁ କଥା କହିଥାଆନ୍ତେ ଯେ, କିଏ ତାଙ୍କୁ ଆଘାତ କଲା କାରଣ ତାଙ୍କର ଆଖିକୁ ଘୋଡାଇ ଦିଆ ଯାଇଥିଲା ଏବଂ ସେ ଦେଖି ପାରୁ ନ ଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Luke 22:66

General Information:

ଏହା ପରବର୍ତ୍ତୀ ଦିନ ଅଟେ ଏବଂ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ଅଣାଗଲା

Now when it was day

ପରବର୍ତ୍ତୀ ସକାଳ ହେଲାକ୍ଷଣି

They led him into their council

ସାମ୍ଭାବ୍ୟ ଉତ୍ତରଗୁଡିକ ହେଲା 1) “ ପ୍ରାଚୀନମାନେ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ଆଣିବାକୁ କହିଲେ” କିମ୍ବା 2 ) “ପ୍ରହରୀମାନେ ଯୀଶୁଙ୍କୁ ପ୍ରାଚୀନମାନଙ୍କ ମହାସଭାକୁ ନେଇଗଲେ I“ କେତେକ ଭାଷାରେ କିଏ ତାଙ୍କୁ କଢ଼ାଇ ନେଲା ବିଷୟକୁ ଏଡି ଦେଇ ସର୍ବନାମ “ସେମାନେ”କୁ ବ୍ୟବହାର କରନ୍ତି କିମ୍ବା ଏକ ସୁପ୍ତ କ୍ରିୟାପଦ ବ୍ୟବହାର କରନ୍ତି: “ଯୀଶୁ ମହାସଭାକୁ ନିଆଯାଇଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 22:67

saying

ଏକ ନୂତନ ବାକ୍ୟ ଏହି ସ୍ଥାନରେ ଆରମ୍ଭ କରାଯାଇପାରେ I ବିକଳ୍ପ ଅନୁବାଦ: “ ପ୍ରାଚୀନମାନେ ଯୀଶୁଙ୍କୁ କହିଲେ”

If you are the Christ, tell us

ତୁମେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ

If I tell you, you will certainly not believe

ଯୀଶୁଙ୍କ ଦ୍ୱାରା ଏହା ପ୍ରଥମ ପରିକଳ୍ପିତ ଉକ୍ତି ଅଟେ I ସେ ଈଶ୍ୱରନିନ୍ଦା ଦୋଷରେ ଦୋଷୀ ବୋଲି ସେମାନଙ୍କୁ କହିବା ନିମନ୍ତେ ଏକ କାରଣ ଦେବା ପରିବର୍ତ୍ତେ ପ୍ରତ୍ୟୁତ୍ତର ଦେବା ନିମନ୍ତେ ଯୀଶୁଙ୍କର ଏହା ଏକ ଶୈଳୀ ଥିଲା I ସେହି କାର୍ଯ୍ୟଟି ପ୍ରକୃତରେ ଘଟିନାହିଁ, ତାହା ସୂଚାଇବାକୁ ତୁମର ଭାଷାରେ ହୁଏତ ଏକ ଶୈଳୀ ଥାଇପାରେ I (ଦେଖ: /WA-Catalog/or_tm?section=translate#figs-hypo)

Luke 22:68

if I ask you, you will certainly not answer

ଏହା ଦ୍ୱିତୀୟ ପରିକଳ୍ପିତ ଉକ୍ତି ଅଟେ I ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ କୌଣସି କାରଣ ନ ଦେଇ ସେମାନଙ୍କୁ ଭର୍ସନା କରିବା ଏହା ଗୋଟିଏ ଉପାୟ ଥିଲା I “ଯଦି ମୁଁ ତୁମ୍ଭମାନଙ୍କୁ କୁହେ ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ"" (67 ପଦ), ଏହା ଦର୍ଶାଏ ଯେ ଯୀଶୁ ବିଶ୍ବାସ କରୁ ନ ଥିଲେ ଯେ ମହାସଭା ପ୍ରକୃତରେ ସତ୍ୟର ସନ୍ଧାନ କରୁଥିଲେ I ସେହି କାର୍ଯ୍ୟଟି ପ୍ରକୃତରେ ଘଟିନାହିଁ, ତାହା ତୁମର ଭାଷାରେ ସୂଚାଇବାକୁ ହୁଏତ ଏକ ଶୈଳୀ ଥାଇପାରେ I ଯୀଶୁ କହୁଛନ୍ତି ଯେ ସେ କୁହନ୍ତୁ ଅବା କହିବା ନିମନ୍ତେ ସେମାନଙ୍କୁ ପଚାରନ୍ତୁ, ସେମାନେ ନିର୍ଭୁଲ ଭାବରେ ପ୍ରତ୍ୟୁତ୍ତର ଦେବେ ନାହିଁ I (ଦେଖ: /WA-Catalog/or_tm?section=translate#figs-hypo)

Luke 22:69

Connecting Statement:

ଯୀଶୁ ମହାସଭାରେ କହିବା ଜାରି ରଖିଥିଲେ I

from now on

ଆଜି ଦିନଠାରୁ କିମ୍ବା “ ଆଜିଦିନର ଆରମ୍ଭରୁ”

the Son of Man will be

ଯୀଶୁ ନିଜକୁ ସୂଚାଇବାକୁ ଯାଇ ଏହି ବ୍ୟାକ୍ୟାଂଶ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ ମୁଁ, ମନୁଷ୍ୟପୁତ୍ର, କରିବି” (ଦେଖ: /WA-Catalog/or_tm?section=translate#figs-123person)

seated at the right hand of the power of God

“ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ” ବସିବା ଈଶ୍ୱରଙ୍କଠାରୁ ମହାନ ସମ୍ମାନ ଓ କ୍ଷମତା ପାଇବାର ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ କ୍ଷମତାର ପାର୍ଶ୍ୱରେ ସମ୍ମାନଜନକ ସ୍ଥାନରେ ବସିଲେ” (ଦେଖ: /WA-Catalog/or_tm?section=translate#translate-symaction)

the power of God

ସର୍ବଶକ୍ତିମାନ ଈଶ୍ୱର I ଏଠାରେ “ଶକ୍ତି” ତାଙ୍କର ସର୍ବୋଚ୍ଚ କ୍ଷମତାକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

Luke 22:70

Then you are the Son of God?

ମହାସଭା ତାଙ୍କୁ ଏହି ପ୍ରଶ୍ନ ପଚାରିଲେ କାରଣ ସେମାନେ ଇଚ୍ଛା କରୁଥିଲେ ଯେ ଯୀଶୁ ସ୍ପଷ୍ଟ ଭାବରେ ସେମାନଙ୍କର ଏହି ଚିନ୍ତାଧାରାକୁ ଦୃଢ଼ କରନ୍ତୁ ଯେ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ତୁମେ କହିଲ, ଏହାର ଅର୍ଥ କ’ଣ ତୁମେ ଈଶ୍ୱରଙ୍କ ପୁତ୍ର?” (ଦେଖ: /WA-Catalog/or_tm?section=translate#figs-explicit)

Son of God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

You are saying that I am

ହଁ, ଏହା ଠିକ୍ ତୁମେ କହିବା ପରି

Luke 22:71

What further need do we have of a witness?

ସେମାନେ ଗୁରୁତ୍ୱ ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଆଉ ସାକ୍ଷୀର ପ୍ରୟୋଜନ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

we have heard from his own mouth

“ତାଙ୍କ ନିଜର ମୁଖରୁ“ ବ୍ୟାକ୍ୟାଂଶଟି ତାଙ୍କ ବକ୍ତବ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ତାକୁ କହିବା ଶୁଣିଲୁ ଯେ ସେ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟେ” (ଦେଖ: /WA-Catalog/or_tm?section=translate#figs-metonymy)