Luke 23

ଲୂକ 23 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଏହି ଅଧ୍ୟାୟର ଶେଷ ଧାଡିକୁ ULT ପୃଥକ କରି ରଖେ କାରଣ ଏହା ଅଧ୍ୟାୟ 23 ଅପେକ୍ଷା ଅଧ୍ୟାୟ 24 ସହିତ ଅଧିକ ସଂଯୁକ୍ତ ଅଟେ I ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଅଭିଯୋଗ କରିବା

ପ୍ରଧାନ ଯାଜକମାନେ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ଉପରେ ମନ୍ଦ କାର୍ଯ୍ୟ କରିବାର ଦୋଷାରୋପ କଲେ, କାରଣ ସେମାନେ ଇଚ୍ଛା କରୁଥିଲେ ଯେ ପିଲାତ ଯୀଶୁଙ୍କୁ ବଧ କରନ୍ତୁ I କିନ୍ତୁ ସେମାନେ ତାଙ୍କୁ ମିଥ୍ୟା କଥାରେ ଅଭିଯୋଗ କରୁଥିଲେ, କାରଣ ସେମାନେ ଯାହା ସବୁ ଦୋଷାରୋପ କରୁଥିଲେ ସେସବୁ ଯୀଶୁ କେବେ ବି କରି ନ ଥିଲେ I

“ମନ୍ଦିରର ପରଦା ଦୁଇ ଭାଗ ହୋଇଗଲା”

ମନ୍ଦିରରେ ପରଦା ଏକ ମହତ୍ତ୍ଵପୂର୍ଣ୍ଣ ପ୍ରତୀକ ଥିଲା ଯାହା ଦର୍ଶାଉଥିଲା ଯେ ଲୋକମାନେ ଜଣକୁ ଆବଶ୍ୟକ କରନ୍ତି ଯିଏ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ କଥା କହିବ I ସେମାନେ ସିଧାସଳଖ ଭାବରେ ଈଶ୍ୱରଙ୍କ ନିକଟରେ କଥାବାର୍ତ୍ତା କରି ପାରୁ ନ ଥିଲେ କାରଣ ସମସ୍ତ ଲୋକମାନେ ପାପୀ ଥିଲେ ପୁଣି ଈଶ୍ୱର ପାପକୁ ଘୃଣା କରନ୍ତି I ଈଶ୍ୱର ପରଦାକୁ ଦୁଇଭାଗ କରିଦେଲେ ଏହା ଦର୍ଶାଇବା ପାଇଁ ଯେ ଯୀଶୁଙ୍କର ଲୋକମାନେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାରିବେ କାରଣ ଯୀଶୁ ସେମାନଙ୍କ ପାପ ନିମନ୍ତେ ମୂଲ୍ୟ ଦେଇଛନ୍ତି

ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ ([ଲୂକ 23 : 53](../../ଲୂକ/23/53. ମଝି) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରଗୁଡିକ ସେମାନଙ୍କର ମୃତମାନଙ୍କୁ ସମାଧିସ୍ଥ କରୁଥିଲେ I ଏହା ଏକ ପ୍ରକୃତ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ବିଷୟ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ସେଠାରେ ଶରୀରକୁ ରଖାଯାଇ ପାରିବ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦେଉଥିଲେ ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

“ମୁଁ ଏହି ଲୋକଠାରେ କୌଣସି ଦୋଷ ପାଉନାହିଁ”

ପିଲାତ କହୁଥିଲେ ଯେ ସେ କୌଣସି କାରଣ ଜାଣନ୍ତି ନାହିଁ ଯାହା ପାଇଁ ସେ ଯୀଶୁଙ୍କୁ ଦଣ୍ଡ ଦେବେ କାରଣ ଯୀଶୁ କୌଣସି ନିୟମ ଉଲଂଘନ କରି ନ ଥିଲେ I ପିଲାତ କହୁନାହାନ୍ତି ଯେ ଯୀଶୁ ସିଦ୍ଧ ଥିଲେ I

Luke 23:1

General Information:

ଯୀଶୁ ପିଲାତଙ୍କ ସମ୍ମୁଖକୁ ଅଣାଗଲେ I

The whole company of them

ସମସ୍ତ ଯିହୁଦୀ ନେତାମାନେ କିମ୍ବା “ ମହାସଭାର ସମସ୍ତ ସଦସ୍ୟମାନେ”

rose up

ଠିଆହେଲେ କିମ୍ବା “ସେମାନଙ୍କ ପାଦରେ ଠିଆହେଲେ”

before Pilate

ଜଣକର ସମ୍ମୁଖରେ ଠିଆ ହେବା ଅର୍ଥ ସେମାନଙ୍କର କ୍ଷମତାର ପରିସର ମଧ୍ୟକୁ ପ୍ରବେଶ କରିବା ଅଟେ I ବିକଳ୍ପ ଅନୁବାଦ: “ପିଲାତଙ୍କ ଦ୍ୱାରା ବିଚାରିତ ହେବା” (ଦେଖ: /WA-Catalog/or_tm?section=translate#figs-metaphor)

Luke 23:2

We found

ଆମ୍ଭେମାନେ ଶବ୍ଦ କେବଳ ମହାସଭାର ସଭ୍ୟମାନଙ୍କୁ ସୂଚାଏ, ଏବଂ ପିଲାତଙ୍କୁ ଓ ନିକଟରେ ଥିବା ଅନ୍ୟ କୌଣସି ଲୋକମାନଙ୍କୁ ନୁହେଁ I (ଦେଖ: /WA-Catalog/or_tm?section=translate#figs-exclusive)

perverting our nation

ଯାହା ଉତ୍ତମ ନୁହେଁ ତାହା କରିବା ନିମନ୍ତେ ଆମ୍ଭମାନଙ୍କ ଲୋକମାନଙ୍କୁ ମତାଉଅଛି ବା “ଆମ୍ଭମାନଙ୍କ ଲୋକମାନଙ୍କୁ ମିଥ୍ୟା କଥା କହି ଅନର୍ଥ ବିଷୟ ସୃଷ୍ଟି କରୁଛି”

forbidding to give tribute

ସେମାନଙ୍କୁ କର ନ ଦେବାକୁ କହିଲେ

to Caesar

କାଇସର ରୋମର ସମ୍ରାଟଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମ୍ରାଟଙ୍କୁ “ (ଦେଖ: /WA-Catalog/or_tm?section=translate#figs-metonymy)

Luke 23:3

So Pilate questioned him

ପିଲାତ ଯୀଶୁଙ୍କୁ ପଚାରିଲେ

You say so

ସାମ୍ଭାବ୍ୟ ଉତ୍ତର ଗୁଡିକ 1) “ଏହା କହିବା ଦ୍ୱାରା, ଯୀଶୁ ସୂଚାଇଲେ ଯେ ସେ ଯିହୂଦୀମାନଙ୍କର ରାଜା ଅଟନ୍ତି I ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଛନ୍ତି, ମୁଁ ସେହି” ବା “ହଁ, ଏହା ଆପଣ ଯେପରି କହିଲେ ଠିକ ସେହିପରି” ବା 2) ଏହା କହିବା ଦ୍ୱାରା, ଯୀଶୁ କହୁଥିଲେ ଯେ ଯୀଶୁ ନୁହନ୍ତି, ମାତ୍ର ପିଲାତ ହେଉଛନ୍ତି ସେହି ବ୍ୟକ୍ତି ଯିଏ ତାଙ୍କୁ ଯିହୂଦୀମାନଙ୍କର ରାଜା ବୋଲି ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣ ସ୍ୱୟଂ ଏପରି କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Luke 23:4

the crowds

ଲୋକମାନଙ୍କର ବୃହତ୍ତ ଦଳଗୁଡିକ

I find no fault in this man

ମୁଁ ଏହି ମନୁଷ୍ୟ ମଧ୍ୟରେ କୌଣସି ଦୋଷ ପାଉ ନାହିଁ

Luke 23:5

He stirs up

ଅନର୍ଥ ସୃଷ୍ଟି କରେ

all Judea, and beginning from Galilee, even to this place

ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ଯିହୂଦାରେ I ସେ ଗାଲିଲୀରେ ଅସ୍ଥିରତା ସୃଷ୍ଟି କରିବା ଆରମ୍ଭ କଲା ଏବଂ ବର୍ତ୍ତମାନ ଏହି ସ୍ଥାନରେ ଅନର୍ଥ ସୃଷ୍ଟି କରୁଛି”

Luke 23:6

when heard this

ଶୁଣିଲେ ଯେ ଯୀଶୁ ଗାଲିଲୀରେ ଶିକ୍ଷା ଦେବା ଆରମ୍ଭ କଲେ

he asked whether the man was a Galilean

ପିଲାତ ଜାଣିବାକୁ ଚାହିଁଲେ ଯେ ଯୀଶୁ କେଉଁ ସ୍ଥାନରୁ ଆସିଲେ କାରଣ ସେ ଚାହିଁଲେ ଯେ ଅପେକ୍ଷାକୃତ ନିମ୍ନ-ପାହ୍ୟାର ଜଣେ ଅଧିକାରୀ ଯୀଶୁଙ୍କର ବିଚାର କରୁ I ଯଦି ଯୀଶୁ ଗାଲିଲୀରୁ ଆସିଛନ୍ତି, ପିଲାତ ହେରୋଦଙ୍କୁ ଯୀଶୁଙ୍କର ବିଚାର କରିବା ନିମନ୍ତେ ଦେଇପାରିବେ କାରଣ ଗାଲିଲୀ ଉପରେ ହେରୋଦଙ୍କର ଅଧିକାର ବା କ୍ଷମତା ଥିଲା I

the man

ଏହା ଯୀଶୁଙ୍କୁ ସୂଚାଏ

Luke 23:7

When he discovered

ପିଲାତ ଜାଣିଲେ

he was under Herod's authority

ଏହି ଅନୁଛେଦ ଏହି ବାସ୍ତବତାକୁ ବ୍ୟକ୍ତ କରେ ନାହିଁ ଯେ ହେରୋଦ ଗାଲିଲୀର ଶାସକ ଥିଲେ I ବିକଳ୍ପ ଅନୁବାଦ: “ଯୀଶୁ ହେରୋଦଙ୍କ ଅଧିକାର ବା କ୍ଷମତା ଅଧିନରେ ଥିଲେ କାରଣ ହେରୋଦ ଗାଲିଲୀ ଉପରେ ଶାସନ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

he sent

ପିଲାତ ପଠାଇଲେ

who was himself

ଏହା ହେରୋଦଙ୍କୁ ସୂଚାଏ I

in those days

ସେହି ସମୟରେ

Luke 23:8

he was very glad

ହେରୋଦ ବହୁତ ଖୁସି ହେଲେ

he had wanted to see him

ହେରୋଦ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ

he had heard about him

ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଥିଲେ

he was hoping

ହେରୋଦ ଆଶା କଲେ

to see some sign done by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ କୌଣସି ଆଶ୍ଚର୍ଯ୍ୟ କର୍ମ ସାଧନ କରିବେ ବୋଲି ଦେଖିବାକୁ ଚାହୁଁଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 23:9

So he questioned him in many words

ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଚାରିଲେ

answered him nothing

ଉତ୍ତର ଦେଲେ ନାହିଁ କିମ୍ବା “ହେରୋଦଙ୍କୁ କୌଣସି ଉତ୍ତର ଦେଲେ ନାହିଁ”

Luke 23:10

the scribes stood

ଶାସ୍ତ୍ରୀମାନେ ସେଠାରେ ଠିଆ ହୋଇଥିଲେ

violently accusing him

ତୀବ୍ରଭାବରେ ଯୀଶୁଙ୍କୁ ଦୋଷାରୋପ କରୁଥିଲେ କିମ୍ବା “ସମସ୍ତ ପ୍ରକାର ଦୋଷରେ ଅଭିଯୁକ୍ତ କଲେ

Luke 23:11

Herod and his soldiers

ହେରୋଦ ଏବଂ ତାଙ୍କର ସୈନ୍ୟମାନେ

Dressing him in elegant clothes

ସୁନ୍ଦର ବସ୍ତ୍ର ତାଙ୍କ ଉପରେ ପକାଇଲେ I ଅନୁବାଦଟି ଏହା ସୂଚାଇବା ଉଚିତ୍ ନୁହେଁ ଯେ ଯୀଶୁଙ୍କୁ ସମ୍ମାନିତ କରିବା ପାଇଁ ବା ତାଙ୍କର ଯତ୍ନ ନେବା ନିମନ୍ତେ ଏହା କରାଯାଇଥିଲା I ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଓ ତାଙ୍କୁ କୌତୁକର ପାତ୍ର କରିବା ପାଇଁ ଏହା କଲେ I

Luke 23:12

both Herod and Pilate had become friends with each other that day

ଏହି ସୂଚିତ ହୋଇଥିବା ତଥ୍ୟ କୁହେ ଯେ ସେମାନେ ବନ୍ଧୁ ହେଲେ କାରଣ ଯୀଶୁଙ୍କର ବିଚାର କରିବା ନିମନ୍ତେ ପିଲାତ ତାଙ୍କୁ ଅନୁମତି ଦେଇଥିବା ହେତୁ ହେରୋଦ ତାହା ପସନ୍ଦ କଲେ I ବିକଳ୍ପ ଅନୁବାଦ: “ସେହି ଦିନ ହେରୋଦ ଏବଂ ପିଲାତ ପରସ୍ପର ସହିତ ବନ୍ଧୁ ହେଲେ କାରଣ ପିଲାତ ଯୀଶୁଙ୍କର ବିଚାର କରିବା ନିମନ୍ତେ ତାଙ୍କୁ ହେରୋଦଙ୍କ ନିକଟକୁ ପ୍ରେରଣ କରିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

for previously there had been hostility between them

ଏହି ତଥ୍ୟଟି ଏକ ବନ୍ଧନୀ ମଧ୍ୟରେ ଆବଦ୍ଧ ହୋଇଛି ଏହା ଦର୍ଶାଇବା ପାଇଁ ଯେ ଏହା ପୃଷ୍ଠଭୂମି ସମ୍ପର୍କୀୟ ତଥ୍ୟ ଅଟେ I ଏଭଳି ଏକ ଆକୃତି ବ୍ୟବହାର କର ଯାହା ତୁମର ଶ୍ରୋତାମାନେ ବୁଝିପାରିବେ I(ଦେଖ: /WA-Catalog/or_tm?section=translate#writing-background)

Luke 23:13

called together the chief priests and the rulers and the crowd of people

ପ୍ରଧାନ ଯାଜକମାନଙ୍କୁ ଏବଂ ଅଧ୍ୟକ୍ଷମାନଙ୍କୁ ଏବଂ ଲୋକସମୂହର ଭିଡକୁ ଏକତ୍ର ଆସି ସାକ୍ଷାତ କରିବାକୁ ଡାକିଲେ

the people

ଏହା ସମ୍ଭବ ହୋଇଥାଇ ନ ପାରେ ଯେ ପିଲାତ ଏକ ଭିଡକୁ ଆସିବାକୁ ଡାକିଲେ I ହୁଏତ ଲୋକସମୂହ ତଥାପି ସେହି ସ୍ଥାନରେ ଏହା ଦେଖିବା ପାଇଁ ରହିଥିଲେ ଯେ ଯୀଶୁଙ୍କ ପ୍ରତି କଅଣ ଘଟିବ I ବିକଳ୍ପ ଅନୁବାଦ: “ସେପର୍ଯ୍ୟନ୍ତ ଜନତା ସେହି ସ୍ଥାନରେ ରହିଥିଲେ”(ଦେଖ: /WA-Catalog/or_tm?section=translate#figs-explicit)

Luke 23:14

this man

ଏହା ଯୀଶୁଙ୍କୁ ସୂଚାଏ

as perverting

କହୁଛ ଯେ ସେ

having questioned him before you

ମୁଁ ତୁମ୍ଭମାନଙ୍କର ଉପସ୍ଥିତିରେ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ I ଏହା ସୂଚାଏ ଯେ ସେମାନେ ସମସ୍ତ ଆଇନଗତ ପ୍ରକ୍ରିୟାର ସାକ୍ଷୀ ଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ସ୍ଥାନରେ ଥିବାବେଳେ ତୁମ୍ଭମାନଙ୍କୁ ସାକ୍ଷୀ ଭାବରେ ରଖି ମୁଁ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ” (ଦେଖ: /WA-Catalog/or_tm?section=translate#figs-explicit)

I find no fault in this man

ସେ ଦୋଷୀ ବୋଲି ଭାବୁନାହିଁ

Luke 23:15

Connecting Statement:

ପିଲାତ ଯିହୂଦୀ ନେତାମାନଙ୍କୁ ଏବଂ ଜନସାଧାରଣଙ୍କୁ କହିବା ଜାରି ରଖିଲେ I

But neither did Herod

ଏହି ସଂକ୍ଷିପ୍ତ ଉକ୍ତିରେ ଯେଉଁ ତଥ୍ୟ ସାମିଲ କରାଯାଇନାହିଁ ତାକୁ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: ଏପରିକି ହେରୋଦ ଭାବନ୍ତି ନାହିଁ ଯେ ସେ ଦୋଷୀ ଅଟନ୍ତି” ବା “ଏପରିକି ହେରୋଦ ଭାବନ୍ତି ଯେ ସେ ନିର୍ଦ୍ଦୋଷ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

neither did Herod, for

ହେରୋଦ ମଧ୍ୟ ଦୋଷ ପାଇ ନାହାନ୍ତି କାରଣ ବା “ହେରୋଦ ମଧ୍ୟ ପାଇ ନାହାନ୍ତି I ଆମ୍ଭେମାନେ ଏହା ଜାଣୁ କାରଣ”

he sent him back to us

ହେରୋଦ ଯୀଶୁଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରାଇ ଦେଲେ I “ଆମ୍ଭମାନଙ୍କ” ଶବ୍ଦଟି ପିଲାତଙ୍କୁ, ତାଙ୍କର ସୈନ୍ୟମାନଙ୍କୁ ଯାଜକମାନଙ୍କୁ ଓ ଶାସ୍ତ୍ରୀମାନଙ୍କୁ ସୂଚାଏ, କିନ୍ତୁ ଯେଉଁମାନେ ପିଲାତଙ୍କ କଥା ଶୁଣୁଥିଲେ ସେମାନଙ୍କୁ ନୁହେଁ I (ଦେଖ: /WA-Catalog/or_tm?section=translate#figs-exclusive)

nothing that is worthy of death has been done by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୃତ୍ୟୁଦଣ୍ଡ ଯୋଗ୍ୟ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Luke 23:16

I will therefore punish him

ଯେହେତୁ ପିଲାତ ଯୀଶୁଙ୍କଠାରେ କୌଣସି ଦୋଷ ପାଇ ନ ଥିଲେ ସେ ତାଙ୍କୁ କୌଣସି ଦଣ୍ଡ ନ ଦେଇ ମୁକ୍ତ କରି ଦେଇପାରିଥାନ୍ତେ I ଅନୁବାଦ ମଧ୍ୟରେ ଏହି ଉକ୍ତିକୁ ଯୁକ୍ତିସଙ୍ଗତ ଭାବରେ ଉଲ୍ଲେଖ କରିବାକୁ ଚେଷ୍ଟା କରିବା ଆବଶ୍ୟକ ନୁହେଁ I ପିଲାତ ଯାହାଙ୍କୁ ନିର୍ଦ୍ଦୋଷ ଅଟନ୍ତି ବୋଲି ଜାଣିଥିଲେ, ସେହି ଯୀଶୁଙ୍କୁ ସେ ଦଣ୍ଡ ଦେଲେ, କେବଳ ଏକମାତ୍ର କାରଣ ଯେ ସେ ଜନସାଧାରଣଙ୍କୁ ଭୟ କରୁଥିଲେ I

Luke 23:18

General Information:

ପଦ 19 ଆମ୍ଭମାନଙ୍କୁ ବାରବବା କିଏ ବୋଲି ତା’ ସମ୍ପର୍କରେ ପୃଷ୍ଠଭୂମି ଜନିତ ତଥ୍ୟ ସମ୍ପର୍କରେ କହେ I (ଦେଖ: /WA-Catalog/or_tm?section=translate#writing-background)

they cried out all together

ଜନତାଙ୍କ ମଧ୍ୟରେ ସମସ୍ତ ଲୋକମାନେ ଚିତ୍କାର କଲେ

Away with this man, but release

ଏହି ଲୋକକୁ ଦୂର କର ! ମୁକ୍ତ କର I ସେମାନେ ଦାବୀ କରୁଥିଲେ ଯେ ତାଙ୍କର ସୈନ୍ୟମାନେ ଯୀଶୁଙ୍କୁ ବଧ କରନ୍ତୁ I ବିକଳ୍ପ ଅନୁବାଦ: “ଏହି ଲୋକକୁ ନେଇଯାଅ ଏବଂ ତାକୁ ହତ୍ୟା କର ! ମୁକ୍ତ କର” (ଦେଖ: /WA-Catalog/or_tm?section=translate#figs-explicit)

release to us

“ଆମ୍ଭମାନଙ୍କ” ଶବ୍ଦ କେବଳ ଜନସାଧାରଣଙ୍କୁ ସୂଚାଏ, ଏବଂ ପିଲାତ ଓ ତାଙ୍କର ସୈନ୍ୟମାନଙ୍କୁ ସୂଚାଏ ନାହିଁ I (ଦେଖ: /WA-Catalog/or_tm?section=translate#figs-exclusive)

Luke 23:19

He was put into prison ... for murder

ଏହା ଏକ ପୃଷ୍ଠଭୂମି ତଥ୍ୟ ଅଟେ ଯାହା ବାରବବା କିଏ ବୋଲି ତା’ ସମ୍ପର୍କରେ ଲୂକ ଜଣାନ୍ତି I (ଦେଖ: /WA-Catalog/or_tm?section=translate#writing-background)

He was put into prison

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

a certain rebellion that happened in the city

ରୋମୀୟ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଥିଲା

Luke 23:20

again addressed them

ସେମାନଙ୍କୁ ଆଉ ଥରେ କହିଲେ ବା “ଭିଡ ଭିତରେ ଥିବା ଲୋକମାନଙ୍କୁ ଏବଂ ଧର୍ମନେତାମାନଙ୍କୁ ପୂନର୍ବାର କହିଲେ”

desiring to release Jesus

କାରଣ ସେ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରୁଥିଲେ

Luke 23:22

Then he said to them a third time

ପିଲାତ ତୃତୀୟ ଥର ଜନତାଙ୍କୁ ପୁନର୍ବାର କହିଲେ (ଦେଖ: /WA-Catalog/or_tm?section=translate#translate-ordinal)

what evil has this man done?

ଯୀଶୁ ଯେ ନିର୍ଦ୍ଦୋଷ ଅଟନ୍ତି, ଏହା ଲୋକମାନଙ୍କ ଭିଡକୁ ବୁଝାଇବା ନିମନ୍ତେ ପିଲାତ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି କୌଣସି ଭୁଲ୍ କାର୍ଯ୍ୟ କରି ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

I have found no fault deserving death in him

ସେ ପ୍ରାଣଦଣ୍ଡର ଯୋଗ୍ୟ ଏପରି କୋଣସି କାର୍ଯ୍ୟ କରିନାହାନ୍ତି

after punishing him, I will release him

ଯେପରି ଲୂକ 23: 16ରେ ଅଛି ତଦନୁସାରେ ପିଲାତ ତାଙ୍କୁ କୌଣସି ଦଣ୍ଡ ନ ଦେଇ ମୁକ୍ତ କରି ଦେଇପାରିଥାନ୍ତେ କାରଣ ସେ ନିର୍ଦ୍ଦୋଷ ଥିଲେ I କିନ୍ତୁ ସେ ଭିଡକୁ ସନ୍ତୁଷ୍ଟ କରିବା ନିମନ୍ତେ ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସମର୍ପଣ କଲେ I

I will release him

ମୁଁ ତାହାକୁ ମୁକ୍ତ କରି ଦେବି

Luke 23:23

they were insistent

ଜନତା ଦାବୀ କଲେ

with loud voices

ଚିତ୍କାର ସହିତ

for him to be crucified

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିଲାତ ତାଙ୍କ ସୈନ୍ୟମାନଙ୍କ ଦ୍ୱାରା ଯୀଶୁଙ୍କୁ କୃଶାର୍ପିତ କରିବା ପାଇଁ ସମର୍ପଣ କଲେ"" (ଦେଖ: /WA-Catalog/or_tm?section=translate#figs-activepassive)

their voices prevailed

ପିଲାତଙ୍କୁ ରାଜି କରିବା ପର୍ଯ୍ୟନ୍ତ ଭିଡ ଚିତ୍କାର କରିବାକୁ ଲାଗି ରହିଲେ

Luke 23:24

to grant their demand

ଭିଡ ଯାହା ଅନୁରୋଧ କଲେ ତାହା କରିବା ପାଇଁ

Luke 23:25

He released the one whom they asked for

ପିଲାତ ବାରବବାକୁ କାରାଗାରରୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: “ଯାହାକୁ ମୁକ୍ତ କରିବା ନିମନ୍ତେ ଭିଡ ଦାବୀ କରୁଥିଲେ ପିଲାତ ସେହି ବାରବବାକୁ କାରାଗାରରୁ ମୁକ୍ତ କଲେ”

who had been put in prison for rioting and murder

ବାରବବା ସେହି ସମୟରେ କେଉଁଠାରେ ଥିଲା ବୋଲି ଏହା ପୃଷ୍ଠଭୂମି ଜନିତ ତଥ୍ୟ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ ... ନରହତ୍ୟା” (ଦେଖ: /WA-Catalog/or_tm?section=translate#writing-background)

but he handed over Jesus to their will

“ପିଲାତ ସେମାନଙ୍କ ନିକଟକୁ ଯୀଶୁଙ୍କୁ ଆଣିବା ନିମନ୍ତେ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ଯେପରି ଭିଡ ଆପଣାମାନଙ୍କର ଇଚ୍ଛାନୁସାରେ ଯାହା ଚାହିବେ ତାହା କରିପାରିବେ

Luke 23:26

As they led him away

ପିଲାତ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ ଯୀଶୁଙ୍କୁ ସୈନ୍ୟମାନେ ନେଇଯାଉଥିବାବେଳେ

they seized

ରୋମୀୟ ସୈନ୍ୟମାନଙ୍କର ଅଧିକାର ଥିଲା ଯେ ସେମାନେ ଲୋକମାନଙ୍କୁ ସେମାନଙ୍କ ନିଜର ଭାର ବହନ କରିବା ପାଇଁ ବାଧ୍ୟ କରିପାରିବେ I ଏହାକୁ ଏଭଳି ଭାବରେ ଅନୁବାଦ କର ନାହିଁ ଯାହା ସୂଚାଇବ ଯେ ଶିମୋନ ଗିରଫ ହୋଇଥିଲା ବା ସେ କୌଣସି ଭୁଲ୍ କାର୍ଯ୍ୟ କରିଥିଲା

a certain Simon of Cyrene

ଶିମୋନ ନାମକ ଜଣେ ଲୋକ, କୁରୀଣୀୟ ପଲ୍ଲୀଗ୍ରାମରୁ ଆସିଥିଲେ (ଦେଖ: /WA-Catalog/or_tm?section=translate#translate-names)

coming from the country

ସେ ଯିରୁଶାଲମର ବାହାରୁ ପଲ୍ଲୀଗ୍ରାମରୁ ଆସିଥିଲେ

putting the cross on him

ତାଙ୍କର କାନ୍ଧରେ କୃଶ ବୋହିଲେ

behind Jesus

ଏବଂ ସେ ଯୀଶୁଙ୍କର ପଛେ ପଛେ ଅନୁସରଣ କଲେ

Luke 23:27

A great crowd

ଏକ ବୃହତ୍ ଜନତା

a great crowd of the people, and of women

ସ୍ତ୍ରୀ ଲୋକମାନେ ବିରାଟ ଜନତାଙ୍କ ଅଂଶବିଶେଷ ଥିଲେ, ଏବଂ ଅନ୍ୟ କୌଣସି ପୃଥକ୍ ଜନତାଙ୍କ ମଧ୍ୟରେ ନ ଥିଲେ I

mourned for him

ଯୀଶୁଙ୍କ ନିମନ୍ତେ ବିଳାପ କଲେ

were following him

ଏହାର ଅର୍ଥ ନୁହେଁ ଯେ ସେମାନେ ଯୀଶୁଙ୍କର ଶିଷ୍ୟା ଥିଲେ I ଏହା ସରଳ ଭାବରେ ବୁଝାଏ ଯେ ସେମାନେ ଯୀଶୁଙ୍କ ସହିତ ପଛେ ପଛେ ଚାଲୁଥିଲେ I

Luke 23:28

turning to them

ଏହା ସୂଚାଏ ଯେ ଯୀଶୁ ସ୍ତ୍ରୀଲୋକମାନଙ୍କ ଆଡକୁ ଆପଣା ମୁଖ ଫେରାଇଲେ ଓ ସିଧାସଳଖ ଭାବରେ ସେମାନଙ୍କୁ ସମ୍ବୋଧନ କଲେ I

Daughters of Jerusalem

ଗୋଟିଏ ନଗରର “କନ୍ୟା” ଅର୍ଥ ଗୋଟିଏ ନଗରର ସ୍ତ୍ରୀଲୋକମାନେ I ଏହା ରୁକ୍ଷ ନୁହେଁ I ଗୋଟିଏ ସ୍ଥାନର ଦଳେ ସ୍ତ୍ରୀଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ଏହା ଏକ ସ୍ୱାଭାବିକ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ହେ ଯିରୂଶାଲମରୁ ଆସିଥିବା ନାରୀଗଣ”

do not weep for me, but weep for yourselves and for your children

ସେହି ବ୍ୟକ୍ତି ଶବ୍ଦ ସେହି ବ୍ୟକ୍ତି ପ୍ରତି ଯାହା ଘଟେ ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋ’ ପ୍ରତି ଯେଉଁ ମନ୍ଦ ବିଷୟଗୁଡିକ ଘଟିବାକୁ ଯାଉଅଛି, ସେସମ୍ପର୍କରେ ରୋଦନ କର ନାହିଁ I ତା’ର ପରିବର୍ତ୍ତେ ଯେଉଁ ଅଧିକ ଶୋଚନୀୟ ବିଷୟଗୁଡିକ ତୁମ୍ଭମାନଙ୍କ ପ୍ରତି ଏବଂ ତୁମ୍ଭମାନଙ୍କ ସନ୍ତାନମାନଙ୍କ ପ୍ରତି ଘଟିବ, ସେଥିସକାଶେ ରୋଦନ କର” ବା “ତୁମ୍ଭେମାନେ ରୋଦନ କରୁଛ କାରଣ ମୋ’ ପ୍ରତି ମନ୍ଦ ବିଷୟଗୁଡିକ ଘଟୁଅଛି, କିନ୍ତୁ ତୁମ୍ଭେମାନେ ରୋଦନ କରିବ କାରଣ ଆହୁରି ଅଧିକ ଶୋଚନୀୟ ବିଷୟଗୁଡିକ ତୁମ୍ଭମାନଙ୍କ ପ୍ରତି ଏବଂ ତୁମ୍ଭମାନଙ୍କ ସନ୍ତାନମାନଙ୍କ ପ୍ରତି ଘଟିବ” (ଦେଖ: /WA-Catalog/or_tm?section=translate#figs-metonymy)

Luke 23:29

Connecting Statement:

ଯୀଶୁ ଜନତାଙ୍କ ସହିତ କଥାବାର୍ତ୍ତା ସମାପ୍ତ କଲେ I

For see

ଏହା ସେହି କାରଣକୁ ପରିଚିତ କରେ ଯେ କାହିଁକି ଯିରୂଶାଲମରୁ ଆସିଥିବା ନାରୀମାନେ କାନ୍ଦିବା ଉଚିତ୍ ଅଟେ I

days are coming

ଖୁବ୍ ଶୀଘ୍ର ଏକ ସମୟ ଉପସ୍ଥିତ ହେବ

in which they will say

ଯେତେବେଳେ ଲୋକମାନେ କହିବେ

the barren

ଯେଉଁ ସ୍ତ୍ରୀଲୋକମାନେ ସନ୍ତାନମାନଙ୍କୁ ଜନ୍ମ ଦେଇ ନାହାନ୍ତି

the wombs that did not bear, and the breasts that did not nurse

“ବନ୍ଧ୍ୟା” ଶବ୍ଦକୁ ଅଧିକ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିବା ପାଇଁ ଏହି ଖଣ୍ଡବାକ୍ୟଗୁଡିକ ବ୍ୟବହୃତ ହୋଇଛି I ଯେଉଁ ସ୍ତ୍ରୀଲୋକମାନେ କେବେ ବି ସନ୍ତାନ ପ୍ରସବ କରି ନାହାନ୍ତି କି ସନ୍ତାନମାନଙ୍କୁ ସ୍ତନ୍ୟପାନ ଓ ଲାଳନପାଳନ କରିନାହାନ୍ତି I “ବନ୍ଧ୍ୟା” ଶବ୍ଦ ସହିତ ଏହି ବିଷୟଗୁଡିକୁ ମିଳିତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯେଉଁ ସ୍ତ୍ରୀଲୋକମାନେ କେବେ ବି ସନ୍ତାନମାନଙ୍କୁ ଜନ୍ମ ଦେଇ ନାହାନ୍ତି ବା ଶିଶୁମାନଙ୍କୁ ସ୍ତନ୍ୟପାନ ଓ ଲାଳନପାଳନ କରିନାହାନ୍ତି”

they will say

ଏହା ହୁଏତ ରୋମୀୟ ନେତାମାନଙ୍କୁ ବା ଯିହୂଦୀ ନେତାମାନଙ୍କୁ ସୂଚାଇ ପାରିବ, ବା ନିର୍ଦ୍ଧିଷ୍ଟ ଭାବରେ କାହାରିକି ନୁହେଁ I

Luke 23:30

Then

ସେହି ସମୟରେ

to the hills

ବାକ୍ୟାଂଶକୁ ସଂକ୍ଷିପ୍ତ କରି ରଖିବା ପାଇଁ ଶବ୍ଦଗୁଡିକୁ ବାଦ ଦିଆଯାଇଛି I ବିକଳ୍ପ ଅନୁବାଦ: “ସେମାନେ ପର୍ବତଗଣକୁ କହିବେ” (ଦେଖ: /WA-Catalog/or_tm?section=translate#figs-ellipsis)

Luke 23:31

For if they do these things while the tree is green, what will happen when it is dry?

ବର୍ତ୍ତମାନର ଉତ୍ତମ ସମୟରେ ଲୋକମାନେ ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ନିଶ୍ଚିତ ଭାବରେ ସେମାନେ ଭବିଷ୍ୟତରେ ମନ୍ଦ ସମୟଗୁଡିକରେ ଆହୁରି ଅଧିକ ଦୟନୀୟ ବିଷୟଗୁଡିକ କରିବେ, ଏହି ବିଷୟ ଯେପରି ଲୋକମାନେ ବୁଝିପାରିବେ, ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖି ପାରିବ ଯେ ଯେତେବେଳେ ବୃକ୍ଷ ସବୁଜ ଅଟେ, ସେତେବେଳେ ସେମାନେ ଏହି ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାରିବ ଯେ ଯେତେବେଳେ ବୃକ୍ଷ ଶୁଷ୍କ ହୋଇଥିବ, ସେତେବେଳେ ସେମାନେ ଆହୁରି ଶୋଚନୀୟ ବିଷୟଗୁଡିକ କରିବେ I” (ଦେଖ: /WA-Catalog/or_tm?section=translate#figs-rquestion)

the tree is green

ସବୁଜ ବୃକ୍ଷ କିଛି ଉତ୍ତମ ବିଷୟ ନିମନ୍ତେ ଏକ ରୂପକ ଅଟେ I ଯଦି ତୁମ ଭାଷାରେ ସେହି ସମାନ ଧରଣର ରୂପକ ଥାଏ, ତୁମେ ତାହା ଏହି ସ୍ଥାନରେ ବ୍ୟବହାର କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-metaphor)

it is dry

ଯାହା କେବଳ ଜାଳିବା ନିମନ୍ତେ ବ୍ୟବହାରଯୋଗ୍ୟ ହେବ, ତାହା ପାଇଁ ଶୁଖିଲା କାଠ ଏକ ରୂପକ ଅଟେ I (ଦେଖ:/WA-Catalog/or_tm?section=translate#figs-metaphor)

Luke 23:32

Now two other criminals, were also being led away with him to be put to death

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ଦୁଇଜଣ ଅପରାଧୀମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ କ୍ରୁଶାର୍ପିତ କରିବା ପାଇଁ ନେଲେ I (ଦେଖ: /WA-Catalog/or_tm?section=translate#figs-activepassive)

two other criminals

ଅନ୍ୟ ଦୁଇଜଣ ଲୋକ ଯେଉଁମାନେ ଅପରାଧୀ ଥିଲେ ବା “ଦୁଇଜଣ ଅପରାଧୀ I” “ଅନ୍ୟ ଅପରାଧୀମାନେ” ବୋଲି କହିବାକୁ ଲୂକ ଏଡି ଦିଅନ୍ତି “କାରଣ ଯୀଶୁ ନିର୍ଦ୍ଦୋଷ ଥିଲେ” ଯଦିଓ ସେ ଜଣେ ଅପରାଧୀ ଭାବରେ ବ୍ୟବହାର ପାଇଲେ I ଲୂକ ସେହି ଅନ୍ୟ ଦୁଇଜଣଙ୍କୁ ଅପରାଧୀ ବୋଲି କହନ୍ତି, କିନ୍ତୁ ଯୀଶୁଙ୍କୁ ନୁହେଁ I

Luke 23:33

When they came

“ସେମାନେ” ଶବ୍ଦ ସୈନ୍ୟମାନଙ୍କୁ, ଅପରାଧୀମାନଙ୍କୁ, ଏବଂ ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ I

they crucified him

ରୋମୀୟ ସୈନିକମାନେ ଯୀଶୁଙ୍କୁ କୃଶାର୍ପିତ କଲେ

one on his right and one on his left

ସେମାନେ ଜଣେ ଅପରାଧିକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଅପରାଧିକୁ ବାମ ପାଖରେ କୃଶାର୍ପିତ କଲେ

Luke 23:34

they cast lots

ସୈନିକମାନେ ଏକପ୍ରକାର ଜୁଆଖେଳରେ ଅଂଶଗ୍ରହଣ କଲେ I ବିକଳ୍ପ ଅନୁବାଦ: “ସେମାନେ ଜୁଆ ଖେଳିଲେ”

dividing up his garments, they cast lots

ସୈନିକମାନଙ୍କ ମଧ୍ୟରୁ କିଏ ଯୀଶୁଙ୍କ ବସ୍ତ୍ରର ପ୍ରତ୍ୟେକ ଖଣ୍ଡ ଗୃହକୁ ନେବ, ତାହା ସ୍ଥିର କରିବା ନିମନ୍ତେ ସେମାନେ ଗୁଲିବାଣ୍ଟ କଲେ

Luke 23:35

The people stood by

ଲୋକମାନେ ସେଠାରେ ଠିଆ ହୋଇଥିଲେ

Let him save

ଏହା ଯୀଶୁଙ୍କୁ ସୂଚାଏ

He saved others. Let him save himself

ଅଧ୍ୟକ୍ଷମାନଙ୍କର ବିଦ୍ରୁପମୂଳକ ବାକ୍ୟଗୁଡିକୁ ଲୂକ ଲିପିବଦ୍ଧ କରନ୍ତି I ଯୀଶୁ ନିଜକୁ ଉଦ୍ଧାର କରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବା ନିମନ୍ତେ ସେ ନିଜେ ମୃତ୍ୟୁବରଣ କରିବା ହିଁ ଏକମାତ୍ର ଉପାୟ ଥିଲା I (ଦେଖ: /WA-Catalog/or_tm?section=translate#figs-irony)

Let him save himself

ଯୀଶୁ ନିଜକୁ ରକ୍ଷା କରିବାକୁ ସକ୍ଷମ ହେବା ଉଚିତ୍ I ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏହା କହିଲେ I ସେମାନେ ବିଶ୍ବାସ କଲେ ନାହିଁ ଯେ ସେ ନିଜକୁ ରକ୍ଷା କରି ପାରିଥାନ୍ତେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିବାକୁ ଚାହୁଁ ଯେ ସେ ନିଜକୁ ରକ୍ଷା କରିବା ଦ୍ୱାରା ପ୍ରମାଣିତ କରନ୍ତୁ ଯେ ସେ କିଏ ଅଟନ୍ତି”

the chosen one

ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ୱର ମନୋନୀତ କରିଛନ୍ତି

Luke 23:36

him

ଯୀଶୁ

coming up

ଯୀଶୁଙ୍କ ଅତି ନିକଟକୁ ଆସିଲେ

offering him vinegar

ଯୀଶୁଙ୍କୁ ଅମ୍ଲରସ ପିଇବା ପାଇଁ ଯାଚିଲେ I ଅମ୍ଲରସ ଏକ ଶସ୍ତା ଧରଣର ପାନୀୟ ଅଟେ ଯାହା ସାଧାରଣ ଲୋକମାନେ ପାନ କରନ୍ତି I ସୈନ୍ୟମାନେ ଯୀଶୁଙ୍କୁ ଏକ ଶସ୍ତା ଧରଣର ପାନୀୟ ଦେବା ଦ୍ୱାରା ଏଭଳି ଜଣେ ବ୍ୟକ୍ତିଙ୍କୁ ପରିହାସ କରନ୍ତି ଯିଏ ଦାବୀ କରନ୍ତି ଯେ ସେ ଜଣେ ରାଜା ଅଟନ୍ତି I

Luke 23:37

If you are the King of the Jews, save yourself

ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସ କରୁନାହୁଁ ଯେ ତୁମେ ଯିହୂଦୀମାନଙ୍କର ରାଜା ଅଟ, ଯଦି ତୁମେ ତାହା ଅଟ, ତେବେ ନିଜକୁ ରକ୍ଷା କରିବା ଦ୍ୱାରା ଆମ୍ଭମାନଙ୍କୁ ଭୁଲ ବୋଲି ପ୍ରମାଣିତ କର” (ଦେଖ: /WA-Catalog/or_tm?section=translate#figs-explicit)

Luke 23:38

an inscription over him

ଯୀଶୁଙ୍କ କ୍ରୁଶର ଊର୍ଦ୍ଧ୍ୱରେ ଏକ ସୂଚନା ପଟା ଯାହା ଉଲ୍ଲେଖ କରେ

This is the King of the Jews

ଯେଉଁ ଲୋକମାନେ ଯୀଶୁଙ୍କ କ୍ରୁଶର ଊର୍ଦ୍ଧ୍ୱରେ ଏକ ସୂଚନା ପଟା ଲେଖିଥିଲେ ସେମାନେ ତାଙ୍କୁ ପରିହାସ କରୁଥିଲେ I ସେମାନେ ପ୍ରକୃତରେ ଭାବିଲେ ନାହିଁ ଯେ ସେ ଜଣେ ରାଜା ଅଟନ୍ତି I

Luke 23:39

insulted him

ଯୀଶୁଙ୍କୁ ଅପମାନିତ କଲେ

Are you not the Christ? Save yourself

ଜଣେ ଅପରାଧୀ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଦାବୀ କରୁଛୁ ଯେ ତୁ ଖ୍ରୀଷ୍ଟ ଅଟୁ I ନିଜକୁ ରକ୍ଷା କର” ବା “ଯଦି ତୁ ପ୍ରକୃତରେ ଖ୍ରୀଷ୍ଟ ଅଟୁ, ତୁ ନିଜକୁ ରକ୍ଷା କରିବା କଥା” (ଦେଖ: /WA-Catalog/or_tm?section=translate#figs-rquestion)

Save yourself and us

ସେହି ଅପରାଧୀ ପ୍ରକୃତରେ ଭାବିଲା ନାହିଁ ଯେ ଯୀଶୁ ସେମାନଙ୍କୁ କ୍ରୁଶରୁ ଉଦ୍ଧାର କରି ପାରିବେ I (ଦେଖ: /WA-Catalog/or_tm?section=translate#figs-irony)

Luke 23:40

the other rebuked him

ଅନ୍ୟ ଅପରାଧିଟି ତାକୁ ତିରସ୍କାର କଲା

Do you not even fear God, since you are under the same condemnation?

ସେହି ଅପରାଧୀ ଅନ୍ୟ ଅପରାଧିକୁ ଭର୍ସନା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଈଶ୍ୱରଙ୍କୁ ଭୟ କରିବା ଉଚିତ୍, କାରଣ ସେମାନେ ତୋତେ ଯେଉଁ ଦଣ୍ଡ ଦେଉଛନ୍ତି ତାଙ୍କୁ ମଧ୍ୟ ସେହି ସମାନ ଦଣ୍ଡ ଦେଉଛନ୍ତି” ବା “ତୋର ନିଶ୍ଚିତ ଭାବରେ ଈଶ୍ୱରଭୟ ନାହିଁ, ଯେହେତୁ ତୁ ତାଙ୍କୁ ପରିହାସ କରୁଛୁ ଯେତେବେଳେ ତୁ ନିଜେ ଏକ କ୍ରୁଶ ଉପରେ ଝୁଲୁଛୁ ଠିକ ଯେପରି ସେ ଝୁଲୁଛନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

Luke 23:41

We indeed ... we are receiving ... we did

“ଆମ୍ଭେମାନେ” ଶବ୍ଦର ପ୍ରୟୋଗ କେବଳ ସେହି ଦୁଇଜଣ ଅପରାଧୀଙ୍କୁ ସୂଚାଏ, ଯୀଶୁଙ୍କୁ ବା ଅନ୍ୟ ଲୋକମାନଙ୍କୁ ସୂଚାଏ ନାହିଁ I (ଦେଖ: /WA-Catalog/or_tm?section=translate#figs-123person)

we indeed rightly

ପ୍ରକୃତରେ ଆମ୍ଭେମାନେ ଏହି ଦଣ୍ଡ ପାଇବାକୁ ଯୋଗ୍ୟ ଅଟୁ

this man

ଏହା ଯୀଶୁଙ୍କୁ ସୂଚାଏ

Luke 23:42

Then he said

ସେହି ଅପରାଧି ମଧ୍ୟ କହିଲା

remember me

ମୋ ବିଷୟରେ ଚିନ୍ତା କରିବେ ଏବଂ ମୋ ପ୍ରତି ଉତ୍ତମ ବ୍ୟବହାର କରିବେ

when you come into your kingdom

ନିଜ ରାଜ୍ୟରେ “ପ୍ରବେଶ କଲାବେଳେ” ଅର୍ଥ ରାଜତ୍ଵ ଆରମ୍ଭ କରିବା ବେଳେ I ବିକଳ୍ପ ଅନୁବାଦ: “ରାଜା ଭାବରେ ରାଜତ୍ଵ କରିବାକୁ ଆରମ୍ଭ କଲାବେଳେ”(ଦେଖ: /WA-Catalog/or_tm?section=translate#figs-metonymy)

Luke 23:43

Truly I say to you, today

ଯୀଶୁ ଯାହା କହୁଛନ୍ତି ତାକୁ ଗୁରୁତ୍ଵ ଦେବା ନିମନ୍ତେ “ସତ୍ୟ” ଶବ୍ଦ ଯୋଗ କରାଯାଇଛି I ବିକଳ୍ପ ଅନୁବାଦ: “ତୁମେ ଜାଣ ବୋଲି ମୁଁ ଇଚ୍ଛା କରୁଛି ଯେ ଆଜି”

paradise

ଏହା ସେହି ସ୍ଥାନ ଯେଉଁ ସ୍ଥାନକୁ ଧାର୍ମିକ ଲୋକମାନେ ମୃତ୍ୟୁ ପରେ ଯାଆନ୍ତି I ଯୀଶୁ ସେହି ଲୋକକୁ ପ୍ରତିଶ୍ରୁତି ଦେଉଛନ୍ତି ଯେ ସେ ଈଶ୍ୱରଙ୍କ ସହିତ ରହିବ ଏବଂ ଈଶ୍ୱର ତାକୁ ଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ଯେଉଁ ସ୍ଥାନରେ ଧାର୍ମିକ ଲୋକମାନେ ବାସ କରନ୍ତି” ବା “ଯେଉଁ ସ୍ଥାନରେ ଲୋକମାନେ ଉତ୍ତମ ଭାବରେ ବାସ କରନ୍ତି”

Luke 23:44

about the sixth hour

ପ୍ରାୟ ମଧ୍ୟାହ୍ନ ସମୟରେ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I

darkness came over the whole land

ସମୁଦାୟ ଦେଶ ଅନ୍ଧକାର ହୋଇଗଲା

until the ninth hour

ତିନି ଘଣ୍ଟା ପର୍ଯ୍ୟନ୍ତ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I

Luke 23:45

The sun was darkened

ଏହା ସୂର୍ଯ୍ୟୋଦୟକୁ ସୂଚାଏ ନାହିଁ I ବରଂ, ମଧ୍ୟାହ୍ନ ସମୟରେ ସୂର୍ଯ୍ୟର ଆଲୋକ ଅନ୍ଧକାରମୟ ହେଲା I ସୂର୍ଯ୍ୟ ଅସ୍ତଗାମୀ ହେବା ବିଷୟ ଅପେକ୍ଷା ସୂର୍ଯ୍ୟର ଅନ୍ଧକାରମୟ ହେବା ବିଷୟ ବର୍ଣ୍ଣନା କରିବା ପାଇଁ ଏକ ଭାବ ପ୍ରକାଶକ ଶବ୍ଦ ବ୍ୟବହାର କର I

the curtain of the temple

ମନ୍ଦିର ଭିତରେ ଥିବା ପରଦା I ଏହା ସେହି ପର୍ଦ୍ଦା ଅଟେ ଯାହା ମହା ପବିତ୍ର ସ୍ଥାନରୁ ମନ୍ଦିରର ଅବଶିଷ୍ଟ ଅଂଶକୁ ପୃଥକ କରିଥାଏ I

the curtain of the temple was torn in two

ମନ୍ଦିରର ପର୍ଦ୍ଦା ଦୁଇଖଣ୍ଡ ହୋଇ ଚିରିଗଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ମନ୍ଦିରର ପର୍ଦ୍ଦାକୁ ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ କରି ଚିରି ପକାଇଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 23:46

crying out with a loud voice

ଉଚ୍ଚସ୍ୱରରେ ଚିତ୍କାର କଲେ I ଏହା ଦର୍ଶାଇବା ନିମନ୍ତେ ସହାୟକ ହେବ ଯେ ଏହି ବିଷୟ ପୂର୍ବବର୍ତ୍ତୀ ପଦଗୁଡିକର ଘଟଣାଗୁଡିକ ସହିତ ସମ୍ପର୍କୀତ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତାହା ଘଟିଲା, ଯୀଶୁ ଉଚ୍ଚସ୍ୱରରେ ଚିତ୍କାର କଲେ”

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

into your hands I commit my spirit

“ତୁମ୍ଭ ହସ୍ତରେ” ବାକ୍ୟାଂଶଟି ଈଶ୍ୱରଙ୍କ ଯତ୍ନକୁ ସୂଚାଏ I ବିକଳ୍ପ ଅନୁବାଦ: “ମୁଁ ତୁମର ଯତ୍ନ ମଧ୍ୟରେ ମୋର ଆତ୍ମାକୁ ସମର୍ପଣ କରୁଛି” ବା “ମୁଁ ମୋର ଆତ୍ମାକୁ ତୁମକୁ ଦେଉଅଛି, ଏହା ଜାଣି ଯେ ତୁମେ ଏହାର ଯତ୍ନ ନେବ” (ଦେଖ: /WA-Catalog/or_tm?section=translate#figs-metonymy)

Now having said this

ଯୀଶୁ ଏହା କହିବା ପରେ

he breathed his last

ଯୀଶୁ ମୃତ୍ୟୁବରଣ କଲେ

Luke 23:47

the centurion

ଏହା ସେହି ରୋମୀୟ ଅଧିକାରୀ ନିମନ୍ତେ ପଦବୀ ଥିଲା ଯିଏ ଅନ୍ୟ ରୋମୀୟ ସୈନ୍ୟମାନଙ୍କର ଭାରପ୍ରାପ୍ତ ଅଧିକାରୀ ଥିଲେ I ସେ କ୍ରୁଶାର୍ପଣ କାର୍ଯ୍ୟକୁ ପରିଚାଳନା କରୁଥିଲେ I

what happened

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟ ଘଟିଲା”(ଦେଖ: /WA-Catalog/or_tm?section=translate#figs-activepassive)

this man was righteous

ଏହି ବ୍ୟକ୍ତି କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ ବା “ଏହି ଲୋକ କୌଣସି ମନ୍ଦ କାର୍ଯ୍ୟ କଲେ ନାହିଁ”

Luke 23:48

crowds

ଲୋକମାନଙ୍କର ବିଶାଳ ଦଳଗୁଡିକ

who had come together

ଯେଉଁମାନେ ଏକତ୍ର ହେଲେ

for this spectacle

ଏହି ଘଟଣା ଦେଖିବା ପାଇଁ ବା “ଯାହା ଘଟୁଥିଲା ତାହା ଜାଣିବା ପାଇଁ”

the things that had happened

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଘଟିଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

returned beating

ଆଘାତ କରୁ କରୁ ସେମାନଙ୍କର ଗୃହକୁ ଫେରି ଗଲେ

beating their breasts

ଏହା ଦୁଖ ଏବଂ ଅନୁଶୋଚନାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ସେମାନେ ଯେ ଶୋକାକୁଳ ଅଟନ୍ତି ତାହା ଦର୍ଶାଇବା ପାଇଁ ସେମାନେ ଆପଣାମାନଙ୍କ ବକ୍ଷକୁ ଆଘାତ କରୁଥଲେ” (ଦେଖ: /WA-Catalog/or_tm?section=translate#translate-symaction)

Luke 23:49

who followed him

ଯୀଶୁଙ୍କ ସହିତ ଯାତ୍ରା କଲେ

at a distance

ଯୀଶୁଙ୍କ ଠାରୁ କିଛି ଦୂରତ୍ବରେ ଥିଲା

these things

କ’ଣ ହେଲା

Luke 23:50

General Information:

ଯୋଷେଫ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ I ଯୋଷେଫ କିଏ ସେସମ୍ପର୍କରେ ଏହି ପଦଗୁଡିକ ପୃଷ୍ଟଭୂମି ଜନିତ ତଥ୍ୟ ଦିଏ I UST ଯେପରି କରେ, ସେହିପରି ଏହି ତଥ୍ୟର କିଛି ଅଂଶକୁ ପଦର ସେତୁ ସହିତ ପୁଣି ଥରେ କ୍ରମାନ୍ୱୟରେ ରଖିବା ସହାୟକ ହେବ I(ଦେଖ: /WA-Catalog/or_tm?section=translate#writing-background ଏବଂ /WA-Catalog/or_tm?section=translate#translate-versebridge)

Now there was a man

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ଆମକୁ ସତର୍କ କରେ I ତୁମର ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଜଣେ ଲୋକ ଥିଲେ ଯିଏ” (ଦେଖ: /WA-Catalog/or_tm?section=translate#writing-participants)

a council member

ଯିହୂଦୀ ମହାସଭା

Luke 23:51

He did not agree with the council and their action

ଯାହା ସିଦ୍ଧାନ୍ତ ଥିଲା, ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ବଧ କରିବା ନିମନ୍ତେ ମହାସଭାର ସିଦ୍ଧାନ୍ତ ସହିତ ବା ତାଙ୍କୁ ବଧ କରିବାରେ ସେମାନଙ୍କର କାର୍ଯ୍ୟ ସହିତ” (ଦେଖ: /WA-Catalog/or_tm?section=translate#figs-explicit)

He was from Arimathea

ଏଠାରେ “ଯିହୂଦୀୟ ସହର” ଅର୍ଥ ଏହା ଯିହୂଦାରେ ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ହାରାମଥୀୟା ନାମକ ସହର ଯାହା ଯିହୂଦାରେ ଅବସ୍ଥିତ ଥିଲା” (ଦେଖ: /WA-Catalog/or_tm?section=translate#translate-names)

Luke 23:52

He approached Pilate, asking for the body of Jesus

ଏହି ବ୍ୟକ୍ତି ପିଲାତ ନିକଟକୁ ଗଲେ ଏବଂ ସମାଧିସ୍ଥ କରିବା ନିମନ୍ତେ ଯୀଶୁଙ୍କ ଶରୀର ମାଗିଲେ I

Luke 23:53

he took it down

ଯୋଷେଫ କ୍ରୁଶ ଉପରୁ ଯୀଶୁଙ୍କ ଶରୀର ଆଣିଲେ

wrapped it in a linen cloth

ଏକ ସୂକ୍ଷ୍ମବସ୍ତ୍ରରେ ଶରୀରକୁ ଗୁଡାଇଲେ I ସେହି ସମୟରେ ଏହା ସ୍ବାଭାବିକ ସମାଧିକ୍ରିୟାର ପ୍ରଥା ଥିଲା I

that was cut in the rock

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ କେହି ଜଣେ ଏକ ପର୍ବତର ପ୍ରସ୍ତର ମଧ୍ୟରେ କାଟିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

in which no one had yet been laid

ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି କେବେ ଆଗରୁ ସେହି ସମାଧିରେ କୌଣସି ଶରୀର ରଖି ନ ଥିଲେ”

Luke 23:54

the Day of the Preparation

ଯେଉଁ ଦିନ ଲୋକମାନେ ଯିହୂଦୀୟ ବିଶ୍ରାମ ଦିନ ନିମନ୍ତେ ପ୍ରସ୍ତୁତ ହୁଅନ୍ତି ଯାହାକୁ ବିଶ୍ରାମବାର କହନ୍ତି

the Sabbath was about to begin

ଯିହୂଦୀମାନଙ୍କ ନିମନ୍ତେ ଦିବସଟି ସୂର୍ଯାସ୍ତଠାରୁ ଆରମ୍ଭ ହୁଏ I ବିକଳ୍ପ ଅନୁବାଦ: “ଶୀଘ୍ର ସୂର୍ଯ୍ୟାସ୍ତ ହେବାକୁ ଯାଉଛି, ଯାହା ବିଶ୍ରାମବାରର ଆରମ୍ଭ” (ଦେଖ: /WA-Catalog/or_tm?section=translate#figs-metaphor)

Luke 23:55

who had come with Jesus out of Galilee

ଯେଉଁମାନେ ଯୀଶୁଙ୍କ ସହିତ ଗାଲିଲୀ ଅଞ୍ଚଳରୁ ଯାତ୍ରା କରିଥିଲେ

followed and saw the tomb and how his body was laid

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫଙ୍କ ଓ ତାଙ୍କ ସହିତରେ ଥିବା ଲୋକମାନଙ୍କ ପଛେ ପଛେ ଚାଲିଲେ; ସେହି ସ୍ତ୍ରୀଲୋକମାନେ ସମାଧିକୁ ଦେଖିଲେ ଏବଂ କିପରି ଭାବରେ ଲୋକମାନେ ଯୀଶୁଙ୍କ ଶରୀରକୁ ସମାଧି ଭିତରେ ରଖିଲେ ତାହା ଦେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 23:56

They returned

ସ୍ତ୍ରୀଲୋକମାନେ ଗୃହମାନଙ୍କୁ ଗଲେ ଯେଉଁଠାରେ ସେହି ସ୍ତ୍ରୀଲୋକମାନେ ରହୁଥଲେ

prepared spices and ointments

ଯେହେତୁ ଯୀଶୁଙ୍କ ମୃତ୍ୟୁ ହେବା ଦିନ ତାଙ୍କର ଶରୀରରେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ଲଗାଇ ତାଙ୍କୁ ସମ୍ମାନିତ କରିବା ନିମନ୍ତେ ସେମାନଙ୍କ ପାଖରେ ଆଦୌ ସମୟ ନ ଥିଲା, ସେମାନେ ସପ୍ତାହର ପ୍ରଥମ ଦିନର ପ୍ରଭାତରେ ତାହା କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶରୀରରେ ଲଗାଇବା ନିମନ୍ତେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ପ୍ରସ୍ତୁତ କଲେ” (ଦେଖ: /WA-Catalog/or_tm?section=translate#figs-explicit)

they rested

ସ୍ତ୍ରୀଲୋକମାନେ କିଛି କାମ କଲେ ନାହିଁ

according to the commandment

ଯିହୂଦୀୟ ବ୍ୟବସ୍ଥା ଅନୁସାରେ ବା “ଯିହୂଦୀୟ ବ୍ୟବସ୍ଥା ଯେପରି ଆବଶ୍ୟକ କରିଥାଏ I” ବ୍ୟବସ୍ଥା ଅନୁସାରେ ତାଙ୍କ ଶରୀରକୁ ବିଶ୍ରାମବାରରେ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କ ପାଇଁ ଅନୁମତି ନ ଥିଲା I