Luke 24

ଲୂକ 24 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ସମାଧି

ଯେଉଁ ସମାଧିରେ ଯୀଶୁ ସମାଧିସ୍ଥ ହୋଇଥିଲେ (ଲୂକ 24:1) ତାହା ଏପରି ଏକ ସମାଧି ଥିଲା ଯେଉଁଠାରେ ସମ୍ଭ୍ରାନ୍ତ ଯିହୂଦୀୟ ପରିବାରମାନେ ସେମାନଙ୍କର ମୃତମାନଙ୍କୁ ରଖୁଥିଲେ I ଏହା ପ୍ରକୃତରେ ଏକ କୋଠରୀ ଥିଲା ଯାହା ପାହାଡର ପଥରରେ କଟାଯାଇଥିଲା I ଏହାର ଗୋଟିଏ ପାର୍ଶ୍ୱରେ ସମତୁଲ ଜାଗା ଥିଲା ଯେଉଁଠାରେ ଶରୀର ଉପରେ ତେଲ ଓ ମସଲାଯୁକ୍ତ ଜିନିଷ ପ୍ରୟୋଗ କରିବା ପରେ ଓ ତାହାକୁ ଲୁଗାରେ ଗୁଡାଇବା ପରେ ଶରୀରକୁ ରଖାଯାଇଥାଏ I ତା’ପରେ ସେମାନେ ସମାଧି ସମ୍ମୁଖରେ ଏକ ବିରାଟ ପଥର ଗଡାଇ ଦିଅନ୍ତି ଯେପରି କେହି ତାହାର ଭିତରକୁ ଦେଖିପାରିବ ନାହିଁ ବା ପ୍ରବେଶ କରି ପାରିବ ନାହିଁ I

ସ୍ତ୍ରୀଲୋକମାନଙ୍କର ବିଶ୍ୱାସ

ଲୂକଙ୍କର ମୂଳ ପାଠକମାନେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନଙ୍କ ଅପେକ୍ଷା କମ୍ ମହତ୍ତ୍ଵପୂର୍ଣ୍ଣ ଭାବୁଥାଇ ପାରନ୍ତି, କିନ୍ତୁ ଲୂକ ଯତ୍ନ ପୂର୍ବକ ଦର୍ଶାନ୍ତି ଯେ କେତେକ ସ୍ତ୍ରୀଲୋକମାନେ ଯୀଶୁଙ୍କୁ ଖୁବ୍ ବେଶୀ ପ୍ରେମ କରୁଥିଲେ ଏବଂ ଦ୍ବାଦଶ ଶିଷ୍ୟମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବିଶ୍ୱାସ ରହିଥିଲା I

ଲୂକ ଚାହାନ୍ତି ତାଙ୍କର ପାଠକମାନେ ବୁଝନ୍ତୁ ଯେ ଯୀଶୁ ଶାରୀରିକ ଭାବରେ ପୁଣି ଥରେ ଜୀବିତ ହୋଇ ଆସିଲେ ([ଲୂକ 24: 38-43] (./38.ମଝି)) I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 24:7] (../ଲୂକ/24/7.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofman ଏବଂ /WA-Catalog/or_tm?section=translate#figs-123person)

“ତୃତୀୟ ଦିବସରେ”

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ ଯେ ସେ “ତୃତୀୟ ଦିବସରେ” ପୁଣିଥରେ ଜୀବିତ ହେବେ ([ଲୂକ 18:33] (../../ଲୂକ୍/18/33.ମଝି)) I ସେ ଶୁକ୍ରବାର ଦିନ ଅପରାହ୍ନରେ (ସୂର୍ଯ୍ୟାସ୍ତ ପୂର୍ବରୁ) ମୃତ୍ୟୁବରଣ କଲେ ଏବଂ ରବିବାରରେ ପୁଣି ଥରେ ଜୀବିତ ହୋଇ ଉଠିଲେ, ତେଣୁ ସେ “ତୃତୀୟ ଦିବସରେ” ପୁନର୍ବାର ଜୀବିତ ହୋଇ ଉଠିଲେ କାରଣ ଯିହୂଦୀମାନଙ୍କ ଅନୁସାରେ ଦିବସ ସୂର୍ଯ୍ୟାସ୍ତ ସମୟରେ ଆରମ୍ଭ ଓ ସମାପ୍ତ ହୁଏ, ପୁଣି ସେହି ଦିନର ଯେକୌଣସି ଅଂଶକୁ ସେମାନେ ଦିନ ବୋଲି ଗଣନା କରୁଥିଲେ I ଶୁକ୍ରବାର ପ୍ରଥମ ଦିନ ଥିଲା, ଶନିବାର ଦ୍ୱିତୀୟ ଦିନ ଏବଂ ରବିବାର ତୃତୀୟ ଦିନ ଥିଲା I

ଉଜ୍ୱଳ ବସ୍ତ୍ର ପରିହିତ ଦୁଇଜଣ ଲୋକ

ମାଥିଉ, ମାର୍କ, ଲୂକ ଓ ଯୋହନ ସମସ୍ତେ ଯୀଶୁଙ୍କ ସମାଧି ନିକଟରେ ଶୁଭ୍ର ବସ୍ତ୍ର ପରିହିତ ଦୂତମାନଙ୍କ ସହିତ ସ୍ତ୍ରୀଲୋକମାନଙ୍କ ବିଷୟରେ ଲେଖିଛନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ପୁରୁଷମାନେ ବୋଲି ସମ୍ବୋଧନ କରିଛନ୍ତି, କିନ୍ତୁ ତାହା କେବଳ ଏହି କାରଣରୁ ଯେ ଦୂତମାନେ ମଣିଷ ରୂପରେ ଥିଲେ I ଦୁଇଜଣ ଲେଖକ ଦୁଇଜଣ ଦୂତମାନଙ୍କ ବିଷୟରେ ଲେଖିଛନ୍ତି, କିନ୍ତୁ ଅନ୍ୟ ଦୁଇଜଣ ଲେଖକ କେବଳ ସେମାନଙ୍କ ମଧ୍ୟରୁ ଜଣକ ବିଷୟରେ ଲେଖିଛନ୍ତି I ଅନୁଚ୍ଛେଦଗୁଡ଼ିକ ଠିକ ସମାନ କଥା କହୁଛନ୍ତି ବୋଲି ଦେଖାଇବାକୁ ଚେଷ୍ଟା ନ କରି ପ୍ରତ୍ୟେକ ଅନୁଚ୍ଛେଦକୁ ULT ରେ ଯେପରି ଦିଆଯାଇଛି ସେହିପରି ଅନୁବାଦ କରିବା ସର୍ବୋତ୍କୃଷ୍ଟ ହେବ I (ଦେଖ: [ମାଥିଉ 28:1- 2] (../../ମାଥିଉ/28/01.ମଝି) ଏବଂ [ମାର୍କ 16:5](../../ମାର୍କ /16/05.ମଝି) ଏବଂ [ଲୂକ 24: 4](../../ଲୂକ /24/04.ମଝି) ଏବଂ [ଯୋହନ 20:12] (../../ଯୋହନ /20/12.ମଝି))

Luke 24:1

General Information:

ସ୍ତ୍ରୀଲୋକମାନେ (ଲୂକ 23:55) ଯୀଶୁଙ୍କ ସମାଧି ନିକଟକୁ ଆସିଲେ ଯେପରି ତାଙ୍କ ଶରୀରରେ ତୈଳ ମଖାଇ ଦେଇ ପାରନ୍ତି I

Now at early dawn on the first day of the week

ରବିବାର ଦିନ ପ୍ରତ୍ୟୁଷ ପୂର୍ବରୁ (ଦେଖ: /WA-Catalog/or_tm?section=translate#translate-ordinal)

they came to the tomb

ସ୍ତ୍ରୀଲୋକମାନେ ସମାଧି ନିକଟରେ ପହଁଞ୍ଚିଲେ I ଏହି ସ୍ତ୍ରୀ ଲୋକମାନଙ୍କ ବିଷୟରେ [ଲୂକ 23: ](.../23/55 ମଝି )ରେ କୁହାଯାଇଛି I

the tomb

ସମାଧିଟି ଗୋଟିଏ ପାହାଡର ଶୀର୍ଷଧାରରେ ପଥରରେ ଖୋଳା ହୋଇଥିଲା I

bringing the spices

ଏଗୁଡିକ ସେହି ସମାନ ସୁଗନ୍ଧି ଦ୍ରବ୍ୟ ଯାହା ସେମାନେ [ଲୂକ 23:56 ](../23/56 .ମଝି )ରେ ପ୍ରସ୍ତୁତ କରିଥିଲେ

Luke 24:2

They found the stone

ସେମାନେ ଦେଖିଲେ ଯେ ପଥରଟି

the stone rolled away

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ପଥରଟି ଘୁଞ୍ଚାଇ ଦେଇଛି “(ଦେଖ: /WA-Catalog/or_tm?section=translate#figs-activepassive)

the stone

ଏହା ବୃହତ ଗୋଲାକାର ଭାବରେ କଟାଯାଇଥିବା ପଥର ଥିଲା, ଯାହା ସମାଧିର ଦ୍ବାରଦେଶକୁ ସମ୍ପୂର୍ଣ୍ଣ ଅବରୋଧ କରିବା ନିମନ୍ତେ ଯଥେଷ୍ଟ ବଡ ଥିଲା I ଏହାକୁ ଗଡାଇବା ନିମନ୍ତେ ଅନେକ ଲୋକଙ୍କର ପ୍ରୟୋଜନ ହେଉଥିଲା I

Luke 24:3

they did not find the body of the Lord Jesus

ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ ଯେ ସେମାନେ ତାହା ପାଇଲେ ନାହିଁ କାରଣ ତାହା ସେଠାରେ ନ ଥିଲା I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ଶରୀର ସେହି ସ୍ଥାନରେ ନ ଥିଲା “ (ଦେଖ: /WA-Catalog/or_tm?section=translate#figs-explicit)

Luke 24:4

General Information:

ଦୁଇ ଜଣ ଦୂତ ଉପସ୍ଥିତ ହେଲେ ଓ ସ୍ତ୍ରୀଲୋକମାନଙ୍କୁ କହିବାକୁ ଆରମ୍ଭ କଲେ I

It happened that

କାହାଣୀରେ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I ଯଦି ଏହା କରିବା ନିମନ୍ତେ ତୁମର ଭାଷାର କୌଣସି ଏକ ଶୈଳୀ ରହିଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I

Luke 24:5

they became terrified

ଭୀତଗ୍ରସ୍ତ ହେଲେ

bowed down their faces to the earth

ସେମାନେ ତଳକୁ ନଇଁ ପଡିଲେ I ଏହି ଅଭିବ୍ୟକ୍ତି ସେମାନଙ୍କର ନମ୍ରତା ଏବଂ ସେହି ଲୋକମାନଙ୍କ ପ୍ରତି ସେମାନଙ୍କ ସମର୍ପଣକୁ ପ୍ରକାଶ କରେ I (ଦେଖ: /WA-Catalog/or_tm?section=translate#translate-symaction)

Why do you seek the living among the dead?

ଜଣେ ଜୀବିତ ବ୍ୟକ୍ତିଙ୍କୁ ସମାଧି ଭିତରେ ସେହି ସ୍ତ୍ରୀଲୋକମାନେ ଅନ୍ୱେଷଣ କରିବା ବିଷୟକୁ ସେହି ବ୍ୟକ୍ତିମାନେ ମୃଦୁ ଭାବରେ ସମାଲୋଚନା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ମୃତଲୋକମାନଙ୍କ ମଧ୍ୟରେ ଜୀବିତଙ୍କର ଅନ୍ୱେଷଣ କରୁଅଛ” କିମ୍ବା “ତୁମ୍ଭେମାନେ ଜୀବିତ ଥିବା ଜଣେ ବ୍ୟକ୍ତିଙ୍କୁ ମୃତ ଲୋକମାନଙ୍କୁ ଯେଉଁଠି ସମାଧିସ୍ଥ କରାଯାଏ ସେଠାରେ ଅନ୍ୱେଷଣ କରିବା ଉଚିତ୍ ନୁହେଁ !” (ଦେଖ: /WA-Catalog/or_tm?section=translate#figs-rquestion)

Why do you seek

ଏଠାରେ “ତୁମ୍ଭେମାନେ” ବହୁବଚନ ଶବ୍ଦ ଅଟେ, ଯାହା ଆସିଥିବା ସେହି ସ୍ତ୍ରୀଲୋକମାନଙ୍କୁ ସୂଚାଉଛି I (ଦେଖ: /WA-Catalog/or_tm?section=translate#figs-you)

Luke 24:6

Connecting Statement:

ଦୂତମାନେ ସ୍ତ୍ରୀ ଲୋକମାନଙ୍କ ସଙ୍ଗେ ସେମାନଙ୍କ କଥାବାର୍ତ୍ତା ସମାପ୍ତ କଲେ

but has been raised

କିନ୍ତୁ ସେ ପୁନର୍ବାର ଜୀବିତ ହୋଇଛନ୍ତି I ଏଠାରେ “ଜୀବିତ କରାଗଲେ” ଶବ୍ଦକୁ ବୁଝାଇବା ନିମନ୍ତେ “ଉଠିଅଛନ୍ତି” ଏକ ଋଢ଼ୋକ୍ତି ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ତାଙ୍କୁ ପୁଣି ଥରେ ଜୀବିତ କଲେ”(ଦେଖ: /WA-Catalog/or_tm?section=translate#figs-activepassive)

Remember how

ତାହା ସ୍ମରଣ କର

to you

ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ଏହା ସେହି ସ୍ତ୍ରୀଲୋକମାନଙ୍କୁ ଏବଂ ସମ୍ଭବତଃ ତାହାଙ୍କ ସହିତ ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-you)

Luke 24:7

that the Son of Man

ଏହା ଏକ ପରୋକ୍ଷ ଉଦ୍ଧୃତିର ଆରମ୍ଭ ଅଟେ I UST ପରି ଏହାକୁ ମଧ୍ୟ ଏକ ସିଧାସଳଖ ଉଦ୍ଧୃତି ଭାବରେ ଅନୁବାଦ କରି ହେବ I (ଦେଖ: /WA-Catalog/or_tm?section=translate#figs-quotations)

the Son of Man must be delivered up into the hands of sinful men and be crucified

“କହିଥିଲେ” ବାକ୍ୟାଂଶର ଅର୍ଥ ହେଉଛି ଏହା ଏକ ବିଷୟ ଯାହା ନିଶ୍ଚିତ ଭାବରେ ଘଟିବ କାରଣ ଏହା ଘଟିବ ବୋଲି ଈଶ୍ୱର ପୂର୍ବରୁ ସ୍ଥିର କରିଥିଲେ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଆବଶ୍ୟକ ଥିଲା ଯେ ସେମାନେ ମନୁଷ୍ୟପୁତ୍ରଙ୍କୁ ପାପୀ ଲୋକମାନଙ୍କ ହସ୍ତରେ ସମର୍ପଣ କରିବେ ଯେଉଁମାନେ ତାଙ୍କୁ କ୍ରୁଶାର୍ପିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

into the hands

ଏଠାରେ “ହସ୍ତଗୁଡିକ” ଶବ୍ଦ କ୍ଷମତା କିମ୍ବା ନିୟନ୍ତ୍ରଣକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

on the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହି ଦିନ ଆସିଥିଲା I (ଦେଖ: /WA-Catalog/or_tm?section=translate#translate-ordinal)

Luke 24:8

Connecting Statement:

ସ୍ତ୍ରୀ ଲୋକମାନେ ସମାଧି ଭିତରେ ଯାହା ସବୁ ଦେଖିଲେ ତାହା ଜଣାଇବାକୁ ପ୍ରେରିତମାନଙ୍କ ନିକଟକୁ ଗଲେ I

they remembered his words

ଏଠାରେ “ବାକ୍ୟଗୁଡିକ” ଯୀଶୁ କହିଥିବା ଉକ୍ତିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କହିଥିଲେ ତାହସବୁ ସ୍ମରଣ କଲେ” (ଦେଖ: /WA-Catalog/or_tm?section=translate#figs-metonymy)

Luke 24:9

to the eleven and to all the rest

ଏଗାର ଜଣ ପ୍ରେରିତମାନେ ଏବଂ ଅନ୍ୟ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ

the eleven

ଏହା ଲୂକଙ୍କର ଏଗାର ଜଣଙ୍କ ବିଷୟରେ ପ୍ରଥମ ଟିପ୍ପଣୀ ଅଟେ, କାରଣ ଯିହୁଦା ଦ୍ୱାଦଶଙ୍କୁ ପରିତ୍ୟାଗ କରି ଯୀଶୁଙ୍କୁ ପ୍ରତାରଣା କରିଥିଲା I

Luke 24:10

Now

ମୁଖ୍ୟ କାହାଣୀର ପ୍ରବାହରେ ଏକ ବିରତିକୁ ଏହି ଶବ୍ଦ ଏଠାରେ ଚିହ୍ନିତ କରେ I ଏଠାରେ ଲୂକ କେତେଜଣ ସ୍ତ୍ରୀ ଲୋକମାନଙ୍କର ନାମ ଦେଇଛନ୍ତି ଯେଉଁମାନେ ସମାଧି ନିକଟରୁ ଆସିଥିଲେ ଏବଂ ସେଠାରେ କ’ଣ ସବୁ ଘଟିଥିଲା ତାହା ଶିଷ୍ୟମାନଙ୍କୁ ଜଣାଇଲେ I

Luke 24:11

But these words seemed like idle talk to the apostles

କିନ୍ତୁ ଶିଷ୍ୟମାନେ ଭାବିଲେ ଯେ ଯାହାସବୁ ସ୍ତ୍ରୀଲୋକମାନେ କହିଲେ ସେସବୁ ମୂର୍ଖତାପୂର୍ଣ୍ଣ କଥା ଥିଲା I

Luke 24:12

Peter, however

ଏହି ବାକ୍ୟାଂଶ ପିତର ଓ ଅନ୍ୟ ପ୍ରେରିତମାନଙ୍କ ମଧ୍ୟରେ ଥିବା ବୈଷମ୍ୟକୁ ଦେଖାଏ I ସ୍ତ୍ରୀଲୋକମାନେ ଯାହାସବୁ କହିଲେ ତାହାକୁ ସେ ବରଖାସ୍ତ କଲେ ନାହିଁ, କିନ୍ତୁ ବରଂ ସେ ନିଜେ ତାହା ଦେଖିବା ନିମନ୍ତେ ସମାଧି ନିକଟକୁ ଦୌଡିଗଲେ I

rose up

ଏହା ଏକ ରୁଢି ଯାହାର ଅର୍ଥ “କରିବାକୁ ଆରମ୍ଭ କଲେ I” ଯେତେବେଳେ ସେ ଏହା କରିବାକୁ ସିଦ୍ଧାନ୍ତ ନେଲେ ସେତେବେଳେ ସେ ବସିଥିଲେ ବା ଠିଆ ହୋଇଥିଲେ ତାହା ମହତ୍ତ୍ଵପୂର୍ଣ୍ଣ ନୁହେଁ I ବିକଳ୍ପ ଅନୁବାଦ: “ଆରମ୍ଭ କଲେ” (ଦେଖ:/WA-Catalog/or_tm?section=translate#figs-idiom)

stooping down

ସମାଧିର ଭିତରକୁ ଦେଖିବା ନିମନ୍ତେ ପିତର ନଇଁ ପଡିଲେ କାରଣ ଦୃଢ଼ ପଥରରେ କଟାହୋଇଥିବା ସମାଧିଟି ଅତି ତଳୁଆ ଥିଲା I ବିକଳ୍ପ ଅନୁବାଦ: “ନିଜକୁ ଅଣ୍ଟା ଯାଏ ନୁଆଇଁଲେ”

only the linen cloths

କେବଳ ସୂକ୍ଷ୍ମ ବସ୍ତ୍ର I ଏହା ସେହି ବସ୍ତ୍ରସବୁକୁ ସୂଚାଏ ଯାହା [ଲୂକ 23/53](../23/53 .ମଝି) ଅନୁସାରେ ଯୀଶୁଙ୍କୁ ସମାଧିସ୍ଥ କରିବା ସମୟରେ ତାଙ୍କ ଶରୀରରେ ଗୁଡାହୋଇଥିଲା I ଏହା ସୂଚାଏ ଯେ ଯୀଶୁଙ୍କ ଶରୀର ସେଠାରେ ନ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ସୂକ୍ଷ୍ମ ବସ୍ତ୍ରରେ ଯୀଶୁଙ୍କ ଶରୀର ଗୁଡାହୋଇଥିଲା. କିନ୍ତୁ ଯୀଶୁଙ୍କ ଶରୀର ସେଠାରେ ନ ଥିଲା” (ଦେଖ: /WA-Catalog/or_tm?section=translate#figs-explicit)

went away to his home

ତାଙ୍କ ଘରକୁ ଚାଲିଗଲେ

Luke 24:13

General Information:

ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣ ଇମ୍ମାୟୁକୁ ଯାଉଥିଲେ I (ଦେଖ: /WA-Catalog/or_tm?section=translate#writing-newevent)

behold

ଗୋଟିଏ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବାକୁ ଲେଖକ ଏହି ଶବ୍ଦ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

two of them

ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣ

on that same day

ସେହି ସମାନ ଦିନରେ I ସେହି ଦିନକୁ ସୂଚାଏ ଯେଉଁ ଦିନ ସ୍ତ୍ରୀ ଲୋକମାନେ ସମାଧିକୁ ଶୂନ୍ୟ ଥିବା ଦେଖିଲେ I

Emmaus

ଏହା ଗୋଟିଏ ସହରର ନାମ I (ଦେଖ: /WA-Catalog/or_tm?section=translate#translate-names)

sixty stadia

ଏଗାର କିଲୋମିଟର I ଏକ “ଷ୍ଟାଡିୟମ” 185 ମିଟର ଥିଲା I (ଦେଖ: /WA-Catalog/or_tm?section=translate#translate-bdistance)

Luke 24:15

It happened that

ଯେଉଁଠାରେ କାର୍ଯ୍ୟ ଆରମ୍ଭ ହୁଏ ଏହି ବାକ୍ୟାଂଶ ତାକୁ ଚିହ୍ନିତ କରେ I ଯୀଶୁ ସେମାନଙ୍କୁ ସାକ୍ଷାତ କରିବା ସହିତ ଏହା ଆରମ୍ଭ ହୁଏ I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ରହିଛି ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I

Jesus himself

“ଆପେ” ଶବ୍ଦ ଏହି ବାସ୍ତବତାକୁ ଗୁରୁତ୍ଵ ଦିଏ ଯେ ଯେଉଁ ସମାନ ଯୀଶୁ ସେମାନଙ୍କ ସହିତ ଆଗରୁ କଥାବାର୍ତ୍ତା କରୁଥିଲେ ସେ ହିଁ ପ୍ରକୃତରେ ସେମାନଙ୍କୁ ଦର୍ଶନ ଦେଇଛନ୍ତି I ସେପର୍ଯ୍ୟନ୍ତ ସ୍ତ୍ରୀଲୋକମାନେ ଦୂତମାନଙ୍କୁ ଦେଖିଥିଲେ, କିନ୍ତୁ କେହି ଯୀଶୁଙ୍କୁ ଦେଖି ନ ଥିଲେ I

Luke 24:16

their eyes were prevented from recognizing him

ସେମାନଙ୍କ ଚକ୍ଷୁସବୁ ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ରୁଦ୍ଧ ହୋଇଥିଲା I ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ଲୋକମାନଙ୍କର ସକ୍ଷମତାକୁ ତାଙ୍କୁ ଚିହ୍ନିବା ନିମନ୍ତେ ସେମାନଙ୍କ ଚକ୍ଷୁର ସକ୍ଷମତା ଭାବରେ କୁହାଯାଏ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ଏହି ବେଶୀ ସମ୍ଭବ ଯେ ଈଶ୍ୱର ହିଁ ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ସେମାନଙ୍କୁ ନିବାରଣ କରିଥିଲେ I ବିକଳ୍ପ ଅନୁବାଦ: “ସେମାନଙ୍କ ପ୍ରତି କିଛି ଘଟିଲା ଯାହା ଫଳରେ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ” ବା “ଈଶ୍ୱର ତାଙ୍କୁ ଚିହ୍ନିବା ପାଇଁ ସେମାନଙ୍କୁ ନିବାରଣ କଲେ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 24:17

he said to them

ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ

Luke 24:18

Cleopas

ଏହା ଜଣେ ଲୋକର ନାମ ଅଟେ (ଦେଖ: /WA-Catalog/or_tm?section=translate#translate-names)

Are you alone visiting ... in it in these days?

କ୍ଲେୟପା ତାଙ୍କ ଆଶ୍ଚର୍ଯ୍ୟ ଭାବକୁ ଦେଖାଇବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଯିରୂଶାଲମରେ ଯାହାସବୁ ଘଟିଯାଇଛି ଏହି ବ୍ୟକ୍ତି ସେସବୁ ଜାଣିନାହାନ୍ତି ଭଳି ମନେ ହୁଏ I ବିକଳ୍ପ ଅନୁବାଦ: ତୁମେ ନିଶ୍ଚୟ ଜଣେ ମାତ୍ର ବ୍ୟକ୍ତି ... ଦିନର”(ଦେଖ: /WA-Catalog/or_tm?section=translate#figs-rquestion)

e you

ଏଠାରେ “ତୁମେ” ଏକବଚନରେ (ଦେଖ: /WA-Catalog/or_tm?section=translate#figs-you)

Luke 24:19

What things?

କେଉଁ ବିଷୟସବୁ ଘଟିଛି ? ବା “କି’ ବିଷୟଗୁଡିକ ଘଟିଅଛି ?”

a prophet, mighty in deed and word before God and all the people

ବିକଳ୍ପ ଅନୁବାଦ: “ଏହାର ଅର୍ଥ ଏହି ଯେ ଈଶ୍ୱର ଯୀଶୁଙ୍କୁ ଶକ୍ତିଶାଳୀ କଲେ ଏବଂ ଲୋକମାନେ ଦେଖିଲେ ଯେ ସେ ଶକ୍ତିଶାଳୀ ଅଟନ୍ତି I ବିକଳ୍ପ ଅନୁବାଦ: “ଜଣେ ଭାବବାଦୀ ଯାହାଙ୍କୁ ଈଶ୍ୱର ମହାନ୍ ବିଷୟ ସବୁ କରିବା ନିମନ୍ତେ ଓ ଶିକ୍ଷା ଦେବାକୁ ଶକ୍ତି ଦେଲେ, ଯାହା ସମସ୍ତ ଲୋକମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟଜନକ ଅଟେ”

Luke 24:20

delivered him up

ତାଙ୍କୁ ସମର୍ପଣ କଲେ

to be condemned to death and crucified him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଶାସନକର୍ତ୍ତା ଯୀଶୁଙ୍କୁ କ୍ରୁଶାର୍ପିତ କରି ମୃତ୍ୟୁଦଣ୍ଡ ଦେବା ନିମନ୍ତେ ଆଦେଶ ଦେବେ"" (ଦେଖ: /WA-Catalog/or_tm?section=translate#figs-activepassive)

Luke 24:21

Connecting Statement:

ସେହି ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ପ୍ରତ୍ୟୁତ୍ତର ଦେବା ଜାରି ରଖିଲେ I

the one who was going to redeem Israel

ରୋମୀୟମାନେ ଯିହୂଦୀମାନଙ୍କ ଉପରେ ରାଜତ୍ଵ କରୁଥିଲେ I ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କର ରୋମୀୟ ଶତ୍ରୁମାନଙ୍କ କବଳରୁ ଇସ୍ରାଏଲକୁ ମୁକ୍ତ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

But in addition to all these things

ଯୀଶୁ ଇସ୍ରାଏଲକୁ ମୁକ୍ତ କରିବେ ନାହିଁ ବୋଲି ସେମାନେ କାହିଁକି ବିଶ୍ୱାସ କଲେ, ଏହା ତାହାର ଆଉ ଏକ କାରଣର ପରିଚୟ ଦିଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଏହା ସମ୍ଭବପର ମନେ ହେଉ ନାହିଁ କାରଣ”

the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ ଯେଉଁ ଦିନ ଯୀଶୁ ଉତ୍ଥିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ପଡୁଥିଲା I ଦେଖ କିପରି ଏହା ଅନୁବାଦ ହୋଇଛି ଲୂକ 24 :7 I (ଦେଖ: /WA-Catalog/or_tm?section=translate#translate-ordinal)

since all these things happened

ଯେହେତୁ ଘଟିଯାଇଥିବା ଅନେକ ଗୁଡିଏ କାର୍ଯ୍ୟ ଯୀଶୁଙ୍କ ମୃତ୍ୟୁ ଆଡକୁ କଢ଼ାଇ ନେଇଥିଲା

Luke 24:22

Connecting Statement:

ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ଉତ୍ତର ଦେବା ବନ୍ଦ କଲେ I

But also

ସେହି ଲୋକମାନେ କାହିଁକି ଯୀଶୁଙ୍କ ସମ୍ପର୍କରେ ଯାହାସବୁ ଘଟୁଛି ତାହା ବୁଝିଲେ ନାହିଁ, ଏହା ତା’ର ଆଉ ଏକ କାରଣର ପରିଚୟ ଦିଏ I

among us

ଆମ ଦଳରେ

having been at the tomb

ଏହି ସ୍ତ୍ରୀଲୋକମାନେ ସମାଧି ପାଖରେ ଥିଲେ

Luke 24:23

a vision of angels

ଦୁତମାନଙ୍କୁ ଏକ ଦର୍ଶନରେ

Luke 24:24

But they did not see him

ସେମାନେ ଯୀଶୁଙ୍କୁ ଦେଖିଲେ ନାହିଁ

Luke 24:25

Jesus said to them

ଯୀଶୁ ଦୁଇଜଣ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରନ୍ତି

slow of heart to believe

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ “ତୁମର ମନ ବିଶ୍ୱାସ କରିବାରେ ଧିର” କିମ୍ବା “ତୁମେ ବିଶ୍ୱାସରେ ବହୁତ ଧିର :(ଦେଖ: /WA-Catalog/or_tm?section=translate#figs-metonymy)

Luke 24:26

Was it not necessary ... his glory?

ଭାବବାଦୀମାନେ ଯାହା କହିଥିଲେ ସେସମ୍ପର୍କରେ ସ୍ମରଣ କରାଇ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହା ଆବଶ୍ୟକ ଥିଲା ... ଗୌରବ I"" (ଦେଖ: /WA-Catalog/or_tm?section=translate#figs-rquestion)

to enter into his glory

ଏହା ଯୀଶୁଙ୍କ ରାଜତ୍ଵ କରିବା ଏବଂ ସମ୍ମାନ ଓ ଗୌରବ ଗ୍ରହଣ କରିବାର ଆରମ୍ଭକୁ ସୂଚାଏ I

Luke 24:27

beginning from Moses

ବାଇବଲର ପ୍ରଥମ ପୁସ୍ତକ ମୋଶା ଲେଖିଛନ୍ତି I ବିକଳ୍ପ ଅନୁବାଦ: “ମୋଶା ଲେଖା ଠାରୁ ଆରମ୍ଭ କରି”(ଦେଖ: /WA-Catalog/or_tm?section=translate#figs-metonymy)

he interpreted to them

ଯୀଶୁ ସେମାନଙ୍କୁ ବୁଝାଇ ଦେଲେ

Luke 24:28

he acted as though he were going further

ସେହି ଦୁଇଜଣ ତାଙ୍କର ହାବଭାବରୁ ବୁଝି ପାରିଲେ ଯେ ସେ ଅନ୍ୟ ଗୋଟିଏ ଲକ୍ଷ୍ୟସ୍ଥଳକୁ ଯାଉଛନ୍ତି I ବୋଧହୁଏ ଯେତେବେଳେ ସେମାନେ ସେହି ଗ୍ରାମରେ ପ୍ରବେଶ କରିବା ନିମନ୍ତେ ବୁଲି ପଡିଲେ ସେତେବେଳେ ସେ ରାସ୍ତା ଉପରେ ଚାଲିବା ଜାରି ରଖିଲେ I ଏଥିରେ କୌଣସି ଇଙ୍ଗିତ ନାହିଁ ଯେ ଯୀଶୁ ସେମାନଙ୍କୁ ବାକ୍ୟଗୁଡିକ ଦ୍ୱାରା ପ୍ରତାରିତ କଲେ I

Luke 24:29

they compelled him

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କେଉଁ ବିଷୟ ସେମାନଙ୍କୁ ବାଧ୍ୟ କଲା I ଏହା ହୁଏତ ଦେଖାଇବା ନିମନ୍ତେ ଏକ ଅତିରଞ୍ଜନର ବିଷୟ ଯେ ସେମାନେ ତାଙ୍କର ମନକୁ ବଦଳାଇବା ପୂର୍ବରୁ ତାଙ୍କ ସହିତ ଅଧିକ ସମୟ ନିମନ୍ତେ କଥାବାର୍ତ୍ତା କରିବା ସେମାନଙ୍କର ଆବଶ୍ୟକ ଥିଲା I “ବଳାଇବା” ଶବ୍ଦର ଅର୍ଥ ଶାରୀରିକ ଶକ୍ତି ପ୍ରୟୋଗ କରିବା ଅଟେ, କିନ୍ତୁ ଏହା ମନେ ହୁଏ ଯେ ସେମାନେ କେବଳ ବାକ୍ୟ ବ୍ୟବହାର କରି ତାଙ୍କୁ ପ୍ରବର୍ତ୍ତାଇ ପାରିଲେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ରହିବାକୁ ବଳାଇ ପାରିଲେ” (ଦେଖ: /WA-Catalog/or_tm?section=translate#figs-hyperbole)

it is toward evening and the day is almost over

ସୂର୍ଯ୍ୟାସ୍ତ ପରେ ଯିହୁଦୀମାନଙ୍କ ଦିନ ସମାପ୍ତ ହେଲା

he went in

ଯୀଶୁ ସେହି ଗୃହରେ ପ୍ରବେଶ କଲେ

stay with them

ସେହି ଦୁଇଜଣ ଶିଷ୍ୟଙ୍କ ସହିତ ରହିଲେ

Luke 24:30

It happened that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏହି ବ୍ୟାକ୍ୟାଂଶ ଏଠାରେ ବ୍ୟବହାର ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ରହିଛି ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I

the bread

ଏହା ଖମୀର ବିନା ପ୍ରସ୍ତୁତ ହୋଇଥିବା ରୋଟୀକୁ ସୂଚାଏ I ଏହା ସାଧାରଣ ଅର୍ଥରେ ଖାଦ୍ୟକୁ ସୂଚାଏ ନାହିଁ I

blessed it

ଏଥିନିମନ୍ତେ ଧନ୍ୟବାଦ ଦେଲେ କିମ୍ବା “ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ

Luke 24:31

Then their eyes were opened

ସେମାନଙ୍କ ‘ଚକ୍ଷୁ' ସେମାନଙ୍କର ବୁଝିବା ଶକ୍ତିକୁ ବୁଝାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାପରେ ସେମାନେ ବୁଝିଲେ"" କିମ୍ବା “ତାପରେ ସେମାନେ ହୃଦୟଙ୍ଗମ କଲେ” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-activepassive)

they recognized him

ସେମାନେ ତାହାଙ୍କୁ ଚିହ୍ନିଲେ I ଏହି ଶିଷ୍ୟମାନେ ତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କୁ ଜାଣିଥିଲେ I

he vanished from their sight

ଏହାର ଅର୍ଥ ଯେ ସେ ହଠାତ୍ ସେ ସ୍ଥାନରେ ଆଉ ନ ଥିଲେ I ଏହାର ଅର୍ଥ ନୁହେଁ ସେ ଅଦୃଶ୍ୟ ହୋଇଗଲେ I

Luke 24:32

Was not our heart burning ... the scriptures?

ଯୀଶୁଙ୍କ ସହିତ ସେମାନଙ୍କ ସାକ୍ଷାତ କେତେ ଯେ ଆଶ୍ଚର୍ଯ୍ୟଜନକ ଥିଲା ସେସମ୍ପର୍କରେ ଗୁରୁତ୍ଵ ଦେବା ନିମନ୍ତେ ସେମାନେ ଗୋଟିଏ ପ୍ରଶ୍ନ ବ୍ୟବହାର କଲେ I ଯୀଶୁଙ୍କ ସହିତ ସେମାନେ କଥାବାର୍ତ୍ତା କଲାବେଳେ ଯେଉଁ ଗଭୀର ଭାବଗୁଡିକର ସମ୍ମୁଖିନ ହେଉଥିଲେ ତାହା ସମ୍ପର୍କରେ ଏପରି କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅନ୍ତର ମଧ୍ୟରେ ଏକ ଅଗ୍ନି ପ୍ରଜ୍ବଳିତ ହେଉଥିଲା I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ ଉତ୍ତପ୍ତ ହେଉଥିଲା ... ଧର୍ମଶାସ୍ତ୍ର I"" (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-rquestion)

while he opened to us the scriptures

ଯୀଶୁ କୌଣସି ପୁସ୍ତକ ବା ନଳାକାର ପୁସ୍ତକ ଖୋଲି ନ ଥିଲେ I “ଖୋଲିଲେ” ସେମାନଙ୍କର ବୋଧ ଜ୍ଞାନକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ"" କିମ୍ବା “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝିବା ପାଇଁ ସକ୍ଷମ କଲେ"" I

Luke 24:33

Connecting Statement:

ଦୁଇ ଜଣ ଲୋକ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ଏଗାର ଜଣ ଶିଷ୍ୟମାନଙ୍କ ପାଖକୁ ଯିରୁଶାଲମକୁ ଯାଉଥିଲେ I

So they rose up

“ସେମାନେ” ଦୁଇଜଣଙ୍କୁ ସୂଚାଏ

they rose up

ଉଠିଲେ କିମ୍ବା “ଠିଆ ହେଲେ

the eleven

ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ସୂଚାଏ I ଯିହୂଦା ଆଉ ସେମାନଙ୍କ ସହିତ ଅନ୍ତ୍ରର୍ଭୁକ୍ତ ନ ଥିଲା I

Luke 24:34

saying

ଏବଂ ସେହି ଲୋକମାନେ ସେହି ଦୁଇଜଣ ଲୋକଙ୍କୁ କହିଲେ

Luke 24:35

Then they told

ତେଣୁ ଦୁଇଜଣ ଲୋକ ସେମାନଙ୍କୁ କହିଲେ

the things that happened on the way

ଏହା ଯୀଶୁ ସେମାନଙ୍କ ନିକଟରେ ଦର୍ଶନ ଦେବା ବିଷୟକୁ ସୂଚାଏ ଯେତେବେଳେ ସେମାନେ ଇମ୍ମାୟୁ ଗ୍ରାମକୁ ଯିବା ପଥରେ ଥିଲେ I

how Jesus was made known to them

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ” (ଦେଖ: /WA-Catalog/or_tm?section=translate#figs-activepassive)

in the breaking of the bread

ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ କିମ୍ବା “ଯେତେବେଳେ ଯୀଶୁ ରୋଟିକୁ ଖଣ୍ଡ ଖଣ୍ଡ କଲେ”

Luke 24:36

General Information:

ଯୀଶୁ ଶିଷ୍ୟମାନଙ୍କୁ ଦେଖାଦେଲେ I ଯେତେବେଳେ ସେହି ଦୁଇଜଣ ଲୋକ ପୂର୍ବରୁ ଏଗାରଜଣ ରହୁଥିବା ସେହି ଗୃହରେ ପହଞ୍ଚିଲେ, ଯୀଶୁ ସେମାନଙ୍କ ସହିତ ନ ଥିଲେ I

Jesus himself

“ସେ ନିଜକୁ” ଶବ୍ଦ ଯୀଶୁଙ୍କ ଉପରେ ଏବଂ ଯୀଶୁ ନିଜେ ସେମାନଙ୍କୁ ଦର୍ଶନ ଦେବାର ଆଶ୍ଚର୍ଯ୍ୟ ବିଷୟ ଉପରେ ଧ୍ୟାନ କେନ୍ଦ୍ରୀତ କରେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂନରୁତ୍ଥାନ ପରେ ତାଙ୍କୁ ଦେଖି ନ ଥିଲେ I (ଦେଖ: /WA-Catalog/or_tm?section=translate#figs-rpronouns)

in the midst of them

ସେମାନଙ୍କ ମଧ୍ୟରେ

Peace be to you

ତୁମ୍ଭେମାନେ ଶାନ୍ତି ପାଅ କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦିଅନ୍ତୁ!"" “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

Luke 24:37

But they were terrified

କିନ୍ତୁ ଶବ୍ଦ ଏକ ଦୃଢ଼ ବୈଷମ୍ୟକୁ ଇଙ୍ଗିତ କରେ I ଯୀଶୁ ସେମାନଙ୍କୁ ଶାନ୍ତିରେ ରହିବାକୁ କହନ୍ତି, କିନ୍ତୁ ତା’ପରିବର୍ତ୍ତେ ସେମାନେ ଅତିଶୟ ଭୟଭୀତ ହୋଇଥିଲେ I

they were terrified, and became very afraid

ତ୍ରାସଯୁକ୍ତ ଏବଂ ଭୟଭୀତ I ଏହି ଦୁଇଟି ବାକ୍ୟାଂଶର ଅର୍ଥ ପ୍ରାୟ ସମାନ ବିଷୟକୁ ବୁଝାଏ, ଏବଂ ଭୟକୁ ଗୁରୁତ୍ଵ ଦେବା ନିମନ୍ତେ ଏକତ୍ର ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#figs-doublet)

thinking that they saw a spirit

ସେମାନେ ଭାବିଲେ ସେମାନେ ଗୋଟିଏ ଭୂତ ଦେଖୁଛନ୍ତି I ସେପର୍ଯ୍ୟନ୍ତ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ଯେ ଯୀଶୁ ପ୍ରକୃତରେ ଜୀବିତ I

a spirit

ଏଠାରେ ଏହା ଏକ ମୃତ ବ୍ୟକ୍ତିର ଆତ୍ମାକୁ ସୂଚାଏ I

Luke 24:38

Why are you troubled?

ସେମାନଙ୍କୁ ସାନ୍ତ୍ୱନା ଦେବାପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଭୟଭୀତ ହୁଅ ନାହିଁ"" (ଦେଖ: /WA-Catalog/or_tm?section=translate#figs-rquestion)

Why do doubts arise in your heart?

ସେମାନଙ୍କୁ ମୃଦୁ ଭାବରେ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ସେ ଯେ ଜୀବିତ ଅଟନ୍ତି ତାହା ସନ୍ଦେହ ନ କରିବା ପାଇଁ ଯୀଶୁ ସେମାନଙ୍କୁ କହୁଥିଲେ I “ହୃଦୟ” ଶବ୍ଦ ଜଣେ ମନୁଷ୍ୟର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନରେ ସନ୍ଦେହ କର ନାହିଁ ! କିମ୍ବା “ସନ୍ଦେହ କରିବା ବନ୍ଦ କର” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-metonymy)

Luke 24:39

Touch me and see ... you see me having

ତାଙ୍କୁ ସ୍ପର୍ଶ କରି ନିଶ୍ଚିତ ହେବା ନିମନ୍ତେ ଯୀଶୁ ସେମାନଙ୍କୁ କହନ୍ତି ଯେ, ସେ ଭୂତ ନୁହନ୍ତି I ଏହି ଦୁଇଟି ବାକ୍ୟକୁ ସଂଯୋଗ ଓ ପୁଣି ଥରେ କ୍ରମାନ୍ୱୟ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ମୋତେ ସ୍ପର୍ଶ କର ଏବଂ ଅନୁଭବ କର ଯେ ମୋର ମାଂସ ଓ ଅସ୍ଥି ଅଛି, ଗୋଟିଏ ଭୂତର ସେପରି ନ ଥାଏ”

flesh and bones

ଏହା ଶରୀରକୁ ଉଲ୍ଲେଖ କରିବା ପାଇଁ ଏକ ଶୈଳୀ ଅଟେ I

Luke 24:40

his hands and his feet

ଏହା ବୁଝାପଡେ ଯେ ତାଙ୍କର ହାତରେ ଓ ପାଦରେ କଣ୍ଟାର କ୍ରୁଶାର୍ପଣର ଚିହ୍ନଗୁଡିକ ଥିଲା ଯାହା ପ୍ରମାଣିତ କରେ ଯେ ସେ ପ୍ରକୃତରେ ଯୀଶୁ ହିଁ ଥିଲେ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ତାଙ୍କର ହାତ ଏବଂ ପାଦର କ୍ଷତଗୁଡିକ”

Luke 24:41

Now when they still could not believe it because of the joy

ସେମାନେ ଆନନ୍ଦରେ ଏତେ ବେଶୀ ପରିପୁର୍ଣ୍ଣ ଥିଲେ ଯେ ତଥାପି ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ଏହା ପ୍ରକୃତରେ ସତ୍ୟ ଅଟେ I

Luke 24:43

ate it before them

ଏହା କରିବା ଦ୍ୱାରା ଯୀଶୁ ପ୍ରମାଣିତ କରିବାକୁ ଯାଉଥିଲେ ଯେ ତାଙ୍କର ପାର୍ଥିବ ଶରୀର ଅଛି I ଆତ୍ମାମାନେ ଖାଦ୍ୟ ଖାଇବାକୁ ସକ୍ଷମ ନୁହନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

before them

ସେମାନଙ୍କ ସମ୍ମୁଖରେ କିମ୍ବା “ଯେତେବେଳେ ସେମାନେ ଲକ୍ଷ୍ୟ କରୁଥିଲେ”

Luke 24:44

while I was still with you

ଏହା ପୁର୍ବରୁ ଯେତେବେଳେ ମୁଁ ତୁମ ସହିତ ଥିଲି

all that was written ... the Psalms must be fulfilled

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାସବୁ ଲେଖା ଯାଇଛି ଈଶ୍ୱର ସେସମସ୍ତ ସଫଳ କରିବେ ... ଗୀତସଂହିତା” ବା “ଗୀତସଂହିତାରେ ... ଯାହାସବୁ ଲେଖା ହୋଇଛି ଈଶ୍ୱର ସେସମସ୍ତ ସାଧନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

all that was written in the law of Moses and the Prophets and the Psalms

“ମୋଶାଙ୍କ ବ୍ୟବସ୍ଥା”, “ଭବିଷ୍ୟତବକ୍ତାମାନଙ୍କ ପୁସ୍ତକ” ଏବଂ “ଗୀତସଂହିତା"" ଏହି ଶବ୍ଦଗୁଡ଼ିକ ଏବ୍ରୀ ବାଇବଲର ଅଂଶଗୁଡିକର ନାମ ଅଟେ I ଏହାକୁ ସକ୍ରିୟ ରୂପରେ ଏବଂ ସାଧାରଣ ବିଶେଷ୍ୟ ବ୍ୟବହାର କରି ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ମୋଶା ଯେସମସ୍ତ ବ୍ୟବସ୍ଥାରେ ଲେଖିଛନ୍ତି, ଭବିଷ୍ୟତବକ୍ତାମାନେ ଯେସମସ୍ତ ବିଷୟ ଲେଖିଛନ୍ତି, ଗୀତସଂହିତାର ଲେଖକମାନେ ଯେ ସମସ୍ତ ବିଷୟ ଲେଖିଛନ୍ତି ସେସବୁ ମୋ ବିଷୟରେ ଲେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Luke 24:45

Then he opened their minds to understand the scriptures

:”ବୁଦ୍ଧିରୂପ ଦ୍ୱାର ଖୋଲିବା” ଏକ ଋଢ଼ି ଅଟେ ଯାହାର ଅର୍ଥ ଜଣକୁ ବୁଝିପାରିବା ନିମନ୍ତେ ସକ୍ଷମ କରିବା I ବିକଳ୍ପ ଅନୁବାଦ: “ତା’ପରେ ଧର୍ମଶାସ୍ତ୍ର ବୁଝିବାକୁ ସେ ସେମାନଙ୍କୁ ସକ୍ଷମ କଲେ” (ଦେଖ: /WA-Catalog/or_tm?section=translate#figs-idiom)

Luke 24:46

Thus it has been written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ହିଁ ଲୋକମାନେ ବହୁ ପୂର୍ବରୁ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive)

rise again from the dead

ଏହି ପଦରେ, “ଉଠିବା” ଅର୍ଥ ପୁନର୍ବାର ଜୀବିତ ହୋଇ ଆସିବା ଅଟେ I “ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ନିମ୍ନସ୍ଥ ଜଗତରେ ସମସ୍ତ ମୃତ ଲୋକମାନଙ୍କର ଏକତ୍ର ଥିବା ବିଷୟରେ କହେ I

the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ପୁନର୍ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ଘଟିଥିଲା I ଲକ୍ଷ୍ୟ କର ତୁମେ କିପରି ଭାବରେ ଏହାକୁ ଲୂକ 24 :7ରେ ଅନୁବାଦ କରିଛ I (ଦେଖ: /WA-Catalog/or_tm?section=translate#translate-ordinal)

Luke 24:47

repentance for forgiveness of sins would be proclaimed in his name to all the nations

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ “ଯୀଶୁଙ୍କ ଅନୁସରଣକାରୀମାନେ ସମସ୍ତ ଜାତିର ଲୋକମାନଙ୍କଠାରେ ପ୍ରଚାର କରିବା ଉଚିତ୍ ଯେ ସେମାନଙ୍କର ମନପରିବର୍ତ୍ତନ କରିବା ଆବଶ୍ୟକ ଏବଂ ଏହା ଯେ ସେମାନେ ଯୀଶୁଙ୍କ ମାଧ୍ୟମରେ ସେମାନଙ୍କର ପାପକ୍ଷମା ନିମନ୍ତେ ଈଶ୍ୱରଙ୍କୁ ଆବଶ୍ୟକ କରନ୍ତି” :(ଦେଖ: /WA-Catalog/or_tm?section=translate#figs-activepassive)

in his name

ତାହାଙ୍କ “ନାମ” ଏଠାରେ ତାଙ୍କର କ୍ଷମତାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧିକାର ଦ୍ୱାରା"" (ଦେଖ: /WA-Catalog/or_tm?section=translate#figs-metonymy)

all the nations

“ସମସ୍ତ ମାନବଜାତୀୟ ଗୋଷ୍ଠୀଗୁଡିକ ବା “ସମସ୍ତ ଲୋକମାନଙ୍କର ଦଳଗୁଡିକ”

beginning from Jerusalem

ଯିରୁଶାଲମଠାରୁ ଆରମ୍ଭ କରି

Luke 24:48

Connecting Statement:

ଯୀଶୁ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ଜାରି ରଖିଲେ

You are witnesses

ତୁମ୍ଭମାନଙ୍କୁ ଅନ୍ୟମାନଙ୍କ ନିକଟରେ କହିବାକୁ ହେବ ଯେ ତୁମ୍ଭେମାନେ ମୋ’ ବିଷୟରେ ଯାହାସବୁ ଦେଖିଛ, ତାହା ସତ୍ୟ ଅଟେ I ଶିଷ୍ୟମାନେ ଯୀଶୁଙ୍କ ଜନ୍ମ, ମୃତ୍ୟୁ ଏବଂ ପୁନରୁତଥାନ ନିରୀକ୍ଷଣ କରିଥିଲେ ଏବଂ ସେ ଯାହା କରିଥିଲେ ଅନ୍ୟମାନଙ୍କୁ ତାହା ବର୍ଣ୍ଣନା କରି କହିପାରୁଥିଲେ I

Luke 24:49

I am sending upon you the promise of my Father

ମୋହର ପିତା ତୁମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଛନ୍ତି ତାହା ମୁଁ ତୁମ୍ଭମାନଙ୍କୁ ଦେବି I ଈଶ୍ୱର ପବିତ୍ରଆତ୍ମାଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ I ଏହାକୁ UST ସ୍ପଷ୍ଟ କରିଥାଏ I (ଦେଖ: /WA-Catalog/or_tm?section=translate#figs-explicit)

Father

ଏହା ଈଶ୍ୱରଙ୍କ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

you are clothed with power

ବସ୍ତ୍ରଗୁଡିକ ଯେପରି ଜଣେ ଲୋକକୁ ଆଚ୍ଛାଦିତ କରିଥାଏ, ଠିକ ସେହି ପ୍ରକାରେ ଈଶ୍ୱରଙ୍କ ଶକ୍ତି ସେମାନଙ୍କୁ ଆଚ୍ଛାଦିତ କରିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶକ୍ତି ଗ୍ରହଣ କର"" (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-activepassive)

from on high

ଉର୍ଦ୍ଧ୍ୱରୁ କିମ୍ବା “ଈଶ୍ୱରଙ୍କଠାରୁ”

Luke 24:50

he led them out

ଯୀଶୁ ଶିଷ୍ୟମାନଙ୍କୁ ସହରର ବାହାରକୁ କଢ଼ାଇ ନେଲେ

lifting up his hands

ଲୋକମାନଙ୍କୁ ଆଶୀର୍ବାଦ କରିବା ସମୟରେ ଯାଜକମାନେ ଯେଉଁ କାର୍ଯ୍ୟ କରନ୍ତି ଏହା ସେହି କାର୍ଯ୍ୟ ଅଟେ I (ଦେଖ: /WA-Catalog/or_tm?section=translate#translate-symaction)

Luke 24:51

Now it happened that

ଏହା ବାହାରି ଆସିଲା I ଏହା କାହାଣୀରେ ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-newevent)

while he was blessing them

ଯୀଶୁ ଯେତେବେଳେ ସେମାନଙ୍କର ମଙ୍ଗଳ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗୁଥିଲେ

was carried up

ଯେହେତୁ ଲୂକ ବର୍ଣ୍ଣନା କରି ନାହାନ୍ତି ଯେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା, ଆମ୍ଭେମାନେ ଜାଣୁନାହୁଁ ଯେ ସେହି ବ୍ୟକ୍ତି ଈଶ୍ୱର ଥିଲେ ନା ଜଣେ ବା ଅଧିକ ଦୂତମାନେ ଥିଲେ I ଯଦି ତୁମର ଭାଷାରେ ନିର୍ଦ୍ଧିଷ୍ଟ ଭାବରେ କିଏ ଯୀଶୁଙ୍କୁ ଉର୍ଦ୍ଧ୍ୱକୁ ନେଇଗଲା ବୋଲି କହିବାକୁ ହେବ, ତେବେ UST ଯେପରି କରେ ସେହିପରି “ଗଲେ” ଶବ୍ଦ ବ୍ୟବହାର କରିବା ଅଧିକ ଉତ୍ତମ ହେବ (ଦେଖ: /WA-Catalog/or_tm?section=translate#figs-activepassive)

Luke 24:52

General Information:

କାହାଣୀ ସମାପ୍ତ ହେବାକୁ ଯାଉଥିବା ବେଳେ ଶିଷ୍ୟମାନଙ୍କ ଦ୍ବାରା ଅଗ୍ରସର ହେଉଥିବା କାର୍ଯ୍ୟକଳାପଗୁଡିକ ସମ୍ପର୍କରେ ଏହି ପଦଗୁଡିକ ଆମ୍ଭମାନଙ୍କୁ କହିଥାଏ I (ଦେଖ: /WA-Catalog/or_tm?section=translate#writing-endofstory)

they worshiped him

ଶିଷ୍ୟମାନେ ଯୀଶୁଙ୍କର ଉପାସନା କଲେ

and returned

ଏବଂ ତା’ପରେ ସେମାନେ ଫେରିଆସିଲେ

Luke 24:53

continually in the temple

ବ୍ୟକ୍ତ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବ୍ୟାଖ୍ୟା ଯେ ସେମାନେ ପ୍ରତିଦିନ ମନ୍ଦିରର ପ୍ରାଙ୍ଗଣକୁ ଯାଉଥିଲେ I (ଦେଖ: /WA-Catalog/or_tm?section=translate#figs-hyperbole)

in the temple

କେବଳ ଯାଜକମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳୁଥିଲା I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ” (ଦେଖ: /WA-Catalog/or_tm?section=translate#figs-explicit)

blessing God

ଈଶ୍ୱରଙ୍କ ପ୍ରଶଂସା କରୁଥିଲେ