Luke 18

ଲୂକ 18 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଯୀଶୁ ଦୁଇଟି ଦୃଷ୍ଟାନ୍ତ କହିଲେ (ଲୂକ18:1-8ଲୂକ 18:9-14) ତା’ପରେ ଶିକ୍ଷା ଦେଲେ ଯେ ତାଙ୍କର ଅନୁଗାମୀମାନଙ୍କୁ ନମ୍ର ହେବାକୁ ପଡ଼ିବ ([ଲୂକ18:15-17] (./15.ମଝି)) ପୁଣି ତାଙ୍କର ନିଜସ୍ଵ ସବୁକିଛି ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଦେବାକୁ ପଡିବ ([ଲୂକ18:18-30] (./ 18. ମଝି)) ଏବଂ ତାଙ୍କୁ ଯେ ଶୀଘ୍ର ମରିବାକୁ ହେବ ତାହା ଅପେକ୍ଷା କରିବାକୁ ହେବ, ତା’ପରେ ସେମାନେ ସମସ୍ତେ ଯିରୂଶାଲମକୁ ଯିବା ଆରମ୍ଭ କଲେ, ଏବଂ ଯୀଶୁ ଏକ ଅନ୍ଧ ଲୋକକୁ ସୁସ୍ଥ କଲେ ([ଲୂକ18:35-43] (./ 35. ମଝି)) I

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

ବିଚାରକର୍ତ୍ତାମାନେ

ଲୋକମାନେ ଅପେକ୍ଷା କରୁଥିଲେ ଯେ ବିଚାରକର୍ତ୍ତାମାନେ ଈଶ୍ୱର ଯାହା ଠିକ ବୋଲି କହିଛନ୍ତି ତାହା ସର୍ବଦା କରନ୍ତୁ ପୁଣି ଏହା ସୁନିଶ୍ଚିତ କରନ୍ତୁ ଯେ ଅନ୍ୟ ଲୋକମାନେ ମଧ୍ୟ ଯାହା ଠିକ ତାହା କରନ୍ତୁ I କିନ୍ତୁ କେତେକ ବିଚାରକର୍ତ୍ତାମାନେ ଉତ୍ତମ କାର୍ଯ୍ୟ କରିବା ବିଷୟରେ ଯତ୍ନଶୀଳ ନ ଥିଲେ ବା ଅନ୍ୟମାନେ ଠିକ କାର୍ଯ୍ୟ କରିବା ବିଷୟକୁ ନିଶ୍ଚିତ କରୁ ନ ଥିଲେ I ଯୀଶୁ ଏପ୍ରକାରର ବିଚାରକର୍ତ୍ତାଙ୍କୁ ଅନ୍ୟାୟୀ ବୋଲି କହୁଥିଲେ I (ଦେଖ: /WA-Catalog/or_tw?section=kt#justice)

ଫାରୂଶୀ ଏବଂ କରଗ୍ରାହୀମାନେ

ଫାରୂଶୀମାନେ ଭାବୁଥିଲେ ଯେ ସେମାନେ ନିଜେ ଉତ୍ତମ ଆଦର୍ଶ ଧାର୍ମିକଲୋକ ଅଟନ୍ତି, ଓ ସେମାନେ ଭାବୁଥିଲେ ଯେ କରଗ୍ରାହୀମାନେ ଅତିଶୟ ଅଧାର୍ମିକ ପାପୀ ଅଟନ୍ତି I (ଦେଖ: /WA-Catalog/or_tw?section=kt#righteous ଏବଂ /WA-Catalog/or_tw?section=kt#righteous ଏବଂ /WA-Catalog/or_tw?section=kt#sin)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ18:8] (../../ଲୂକ/18/08. ମଝି)) I ତୁମ ଭାଷା ହୁଏତ ଆପଣାମାନଙ୍କ ବିଷୟରେ କହିବାକୁ ଲୋକମାନଙ୍କୁ ଅନୁମତି ଦିଏ ନାହିଁ ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଥିଲେ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

Luke 18:1

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିବା ବେଳେ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା କାହାଣୀର ସେହି ସମାନ ଅଂଶ ଅଟେ ଯାହା ([ଲୂକ17:20 ](../17 /20. ମଝି))ରେ ଆରମ୍ଭ ହୋଇଥିଲା I ପଦ 1 ଆମକୁ ଯୀଶୁ କହିବାକୁ ଯାଉଥିବା ଦୃଷ୍ଟାନ୍ତର ଏକ ବର୍ଣ୍ଣନା ଦିଏ I (ଦେଖ: /WA-Catalog/or_tm?section=translate#figs-parables)

Then he spoke

ତା’ପରେ ଯୀଶୁ

Luke 18:2

saying

ଏଠାରେ ଗୋଟିଏ ନୂତନ ବାକ୍ୟ ଆରମ୍ଭ ହୋଇପାରିବ: “ସେ କହିଲେ“

a certain city

ଏଠାରେ “ଗୋଟିଏ ନଗର” ଶ୍ରୋତାମାନଙ୍କୁ ଏହା ଜଣାଇବା ପାଇଁ କୁହାଯାଇଛି ଯେ ପରବର୍ତ୍ତୀ ବ୍ୟାଖ୍ୟାମୂଳକ ଘଟଣାଟି ଗୋଟିଏ ନଗରରେ ଘଟିଛି, କିନ୍ତୁ ସେହି ନଗରର ନାମ ମହତ୍ତ୍ଵପୂର୍ଣ୍ଣ ନୁହେଁ I (ଦେଖ: /WA-Catalog/or_tm?section=translate#writing-intro)

did not respect people

ଅନ୍ୟ ଲୋକମାନଙ୍କୁ ଖାତିର କରୁ ନ ଥିଲେ

Luke 18:3

Now there was a widow

କାହାଣୀରେ ଏକ ନୂତନ ଚରିତ୍ରକୁ ପରିଚିତ କରିବା ପାଇଁ ଯୀଶୁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I ( ଦେଖ:/WA-Catalog/or_tm?section=translate#writing-participants)

a widow

ଜଣେ ବିଧବା ଏକ ସ୍ତ୍ରୀଲୋକ ଅଟେ ଯାହାର ସ୍ବାମୀର ମୃତ୍ୟୁ ହୋଇଛି ଏବଂ ସେ ପୂନଃବିବାହ କରିନାହିଁ I ଯୀଶୁଙ୍କର ଶ୍ରୋତାମାନେ ହୁଏତ ତାହା ବିଷୟରେ ଏପରି ଭାବୁଥାଇ ପାରନ୍ତି ଯେ ତାହାର ଅନିଷ୍ଟ କରିବା ନିମନ୍ତେ ଚାହୁଁଥିବା ଲୋକମାନଙ୍କଠାରୁ ତାହାକୁ ସୁରକ୍ଷା ଦେବା ନିମନ୍ତେ ତାହାର କେହି ନାହିଁ I

she came often to him

ତାଙ୍କୁ"" ଶବ୍ଦ ବିଚାରକର୍ତ୍ତାଙ୍କୁ ବୁଝାଏ

Give justice to me against

ସେମାନଙ୍କ ବିରୁଦ୍ଧରେ ମୋତେ ନ୍ୟାୟ ପ୍ରଦାନ କର

my opponent

ମୋର ଶତୃ ବା “ମୋର କ୍ଷତି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି I” ଏହା ବିଚାରାଳୟରେ ଥିବା ଜଣେ ବିପକ୍ଷ ଅଟେ I ଏହା ସ୍ପଷ୍ଟ ନୁହେଁ ଯେ ସେହି ବିଧବା ଜଣକ ସେହି ଲୋକ ବିରୁଦ୍ଧରେ ନାଲିସ କରୁଛି କିମ୍ବା ସେହି ଲୋକ ବିଧବାର ବିରୁଦ୍ଧରେ ନାଲିସ୍ କରୁଛି I

Luke 18:4

man

ଏହା ସାଧାରଣ ଭାବରେ ""ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-gendernotations)

Luke 18:5

causes me trouble

ମୋତେ ବ୍ୟତିବ୍ୟସ୍ତ କରେ

she will wear me out

ମୋତେ କ୍ଲାନ୍ତ କରେ

by continually coming

ଅନବରତ ମୋ ପାଖକୁ ଆସିବା ଦ୍ୱାରା

Luke 18:6

General Information:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ଏହା ସମ୍ପର୍କରେ ତାଙ୍କର ଶିଷ୍ୟମାନଙ୍କ ନିକଟରେ ମନ୍ତବ୍ୟ ଦେଉଛନ୍ତି I

Connecting Statement:

ଲୂକ 18:1-5ରେ ଥିବା ଦୃଷ୍ଟାନ୍ତର ଏକ ବ୍ୟାଖ୍ୟା ଭାବରେ ଏହି ପଦଗୁଡିକୁ ଦେଖିବା ଉଚିତ୍ I

Listen to what the unjust judge says

ଚିନ୍ତା କର ଯେ ସେହି ଅଧାର୍ମିକ ବିଚାରକର୍ତ୍ତା ଠିକ୍ ଏବେ କ’ଣ କହିଲା I ଏହାକୁ ଏପରି ଭାବରେ ଅନୁବାଦ କର ଯେ ଲୋକମାନେ ବୁଝିବେ ଯେ ବିଚାରକର୍ତ୍ତା ଯାହା କହିଲା ତାହା ଯୀଶୁ କହି ସାରିଲେଣି I

Luke 18:7

Now

ଏହି ଶବ୍ଦ ସୂଚାଏ ଯେ ଯୀଶୁ ଦୃଷ୍ଟାନ୍ତକୁ ସମାପ୍ତ କରି ସାରିଛନ୍ତି ଏବଂ ଏହାର ଅର୍ଥ ବୁଝାଇବା ଆରମ୍ଭ କରିଛନ୍ତି I

will not God also bring about ... night?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱର ମଧ୍ୟ ନିଶ୍ଚିତ ଭାବରେ ... ରାତ୍ରି !” (ଦେଖ: /WA-Catalog/or_tm?section=translate#figs-rquestion)

for his elect

ସେ ମନୋନୀତ କରିଥିବା ଲୋକମାନେ

Will he delay long over them?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ସେ ନିଶ୍ଚିତ ଭାବରେ ସେମାନଙ୍କ ଉପରେ ଦୀର୍ଘ ସମୟ ବିଳମ୍ବ କରିବେ ନାହିଁ !”(ଦେଖ: /WA-Catalog/or_tm?section=translate#figs-rquestion)

Luke 18:8

when the Son of Man comes, will he indeed find faith on the earth?

ଯୀଶୁ ଏହି ପ୍ରଶ୍ନ ପଚାରନ୍ତି ଯେପରି ତାଙ୍କର ଶିଷ୍ୟମାନେ ଏହା ଚିନ୍ତା କରିବା ବନ୍ଦ କରିବେ ଯେ ଯେଉଁମାନେ ନ୍ୟାୟ ନିମନ୍ତେ ଈଶ୍ୱରଙ୍କ ନିକଟରେ ଡାକନ୍ତି ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ମନ୍ଥର ଅଟନ୍ତି ଏବଂ ସେମାନେ ମଧ୍ୟ ବୁଝିବେ ଯେ ପ୍ରକୃତ ସମସ୍ୟା ଏହି ଯେ ପ୍ରକୃତରେ ସେମାନଙ୍କର ଈଶ୍ୱରଙ୍କଠାରେ ବିଶ୍ୱାସ ନାହିଁ I ବିକଳ୍ପ ଅନୁବାଦ: “ଯେତେବେଳେ ମନୁଷ୍ୟପୁତ୍ର ଆସିବେ, ତୁମେ ନିଶ୍ଚିତ ହେବା ଆବଶ୍ୟକ ଯେ ତୁମର ଯେ ପ୍ରକୃତରେ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରହିଛି ତାହା ସେ ଦେଖି ପାରିବେ I” ବା “ଯେତେବେଳେ ମନୁଷ୍ୟପୁତ୍ର ଆସିବେ, ବିଶ୍ବାସ କରୁଥିବା ଅଳ୍ପ ମାତ୍ର ଲୋକଙ୍କୁ ସେ ଜଗତରେ ପାଇବେ (ଦେଖ: /WA-Catalog/or_tm?section=translate#figs-rquestion)

the Son of Man comes, will he indeed find

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: ମୁଁ, ମନୁଷ୍ୟପୁତ୍ର, ମୁଁ ଯେତେବେଳେ ଆସିବି ମୁଁ କଅଣ ଅବଶ୍ୟ ପାଇବି” (ଦେଖ: /WA-Catalog/or_tm?section=translate#figs-123person)

Luke 18:9

General Information:

ଯୀଶୁ ଅନ୍ୟ କେତେକ ଲୋକମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ, ଯେଉଁ ଲୋକମାନେ ପ୍ରବର୍ତ୍ତିତ ହୋଇଥିଲେ ଯେ ସେମାନେ ସ୍ୱୟଂ ଧାମିକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Then he spoke

ତା’ପରେ ଯୀଶୁ

to some

କିଛି ଲୋକମାନଙ୍କୁ

who were persuaded in themselves that they were righteous

ଯେଉଁମାନେ ଆପଣାମାନଙ୍କୁ ମନେ ମନେ ଧାରଣା ଦେଇଥିଲେ ଯେ ସେମାନେ ଧାର୍ମିକ ଅଟନ୍ତି ବା “ଯେଉଁମାନେ ଭାବୁଥିଲେ ଯେ ସେମାନେ ଧାର୍ମିକ ଅଟନ୍ତି”

who despised

ଦୃଢ଼ ଭାବରେ ନାପସନ୍ଦ କଲେ କିମ୍ବା ଘୃଣା କଲେ

Luke 18:10

into the temple

ମନ୍ଦିର ପରିସରକୁ

Luke 18:11

The Pharisee stood and was praying this to himself

ଗ୍ରୀକ୍ ଭାଷାରେ ଏହି ବାକ୍ୟାଂଶର ଅର୍ଥ ସ୍ପଷ୍ଟ ନୁହେଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଫାରୂଶୀ ଠିଆ ହେଲା ଏବଂ ନିଜ ବିଷୟରେ ଏହି ପ୍ରକାରେ ପ୍ରାର୍ଥନା କଲା” ବା 2) “ଫାରୂଶୀ ନିଜେ ଠିଆ ହେଲା ଓ ପ୍ରାର୍ଥନା କଲା I”

robbers

ଡକାଇତମାନେ ଏଭଳି ଲୋକ ଅଟନ୍ତି, ଯେଉଁମାନେ ଲୋକମାନଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କଠାରୁ ଜିନିଷପତ୍ର ଛଡାଇ ନିଅନ୍ତି ବା ଡକାଇତମାନେ ଯାହା ମାଗି ଥାଆନ୍ତି, ତାହା ଦେବା ପାଇଁ ଯଦି ସେମାନେ ମନା କରନ୍ତି ତେବେ ସେମାନେ ସେମାନଙ୍କର କ୍ଷତି କରିବା ପାଇଁ ଧମକ ଦିଅନ୍ତି I

or even like this tax collector

ଫାରୂଶୀମାନେ ବିଶ୍ୱାସ କରୁଥିଲେ ଯେ କରଗ୍ରାହୀମାନେ ଡକାଇତମାନଙ୍କ ପରି ପାପପୂର୍ଣ୍ଣ, ଅଧାର୍ମିକ ଲୋକ, ଓ ବ୍ୟଭିଚାରୀ ଅଟନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ପୁଣି ମୁଁ ନିଶ୍ଚିତ ଭାବରେ ଏହି କରଗ୍ରାହୀ ପରି ନୁହେଁ ଯିଏ ଲୋକମାନଙ୍କୁ ଠକି ଥାଏ” (ଦେଖ: /WA-Catalog/or_tm?section=translate#figs-explicit)

Luke 18:12

of all that I get

ମୁଁ ଯାହାକିଛି ଉପାର୍ଜନ କରେ

Luke 18:13

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରିଛନ୍ତି I ପଦ 14ରେ, ସେ ଦୃଷ୍ଟାନ୍ତଟି କଅଣ ଶିକ୍ଷା ଦିଏ ସେସମ୍ପର୍କରେ ମନ୍ତବ୍ୟ ଦିଅନ୍ତି I

standing at a distance

ଫାରୂଶୀଠାରୁ ଦୂରରେ ଠିଆ ହେଲା I ଏହା ନମ୍ରତାର ଏକ ଚିହ୍ନ ଅଟେ I ସେ ଫାରୂଶୀର ନିକଟରେ ଠିଆ ହେବାକୁ ଯୋଗ୍ୟ ମନେ କଲା ନାହିଁ I

lift up his eyes to heaven

“ଊର୍ଦ୍ଧ୍ୱକୁ ତାହାର ଚକ୍ଷୁ ଉତ୍ତୋଳନ କରିବା” ଅର୍ଥ କିଛି ବିଷୟ ପ୍ରତି ଦୃଷ୍ଟି ଦେବା ଅଟେ I ବିକଳ୍ପ ଅନୁବାଦ: “ସ୍ୱର୍ଗ ଆଡକୁ ଦେଖିବା” ବା “ଊର୍ଦ୍ଧ୍ୱକୁ ଦେଖିବା” (ଦେଖ: /WA-Catalog/or_tm?section=translate#figs-idiom)

was beating his breast

ଏହା ବିଶେଷ ଦୁଃଖର ଏକ ବାହ୍ୟ ପ୍ରକାଶନ ଅଟେ, ଓ ଏହି ଲୋକର ମନପରିବର୍ତ୍ତନ ଓ ନମ୍ରତାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତାହାର ଦୁଃଖ ଦେଖାଇବା ପାଇଁ ଆପଣା ଛାତିରେ ମାରି ହେଲା”(ଦେଖ: /WA-Catalog/or_tm?section=translate#translate-symaction)

God, have mercy on me, the sinner

ହେ ଈଶ୍ୱର, ଅନୁଗ୍ରହପୂର୍ବକ ମୋ’ ପ୍ରତି ଦୟାପୂର୍ଣ୍ଣ ହୁଅ I ମୁଁ ଜଣେ ପାପୀ ବା “ହେ ଈଶ୍ୱର, ଅନୁଗ୍ରହ କରି ମୋ’ ଉପରେ ଦୟା ପ୍ରକାଶ କର ଯଦିଓ ମୁଁ ଅନେକ ପାପସବୁ କରିଛି”

Luke 18:14

this man went back down to his house justified

ସେ ଧାର୍ମିକ ଗଣିତ ହେଲା କାରଣ ଈଶ୍ୱର ତାହାକୁ ତାହାର ପାପରୁ କ୍ଷମା କଲେ I ବିକଳ୍ପ ଅନୁବାଦ: “ଈଶ୍ୱର କରଗ୍ରାହୀକୁ କ୍ଷମା କଲେ” (ଦେଖ: /WA-Catalog/or_tm?section=translate#figs-explicit)

rather than the other

ବରଂ ସେହି ଅନ୍ୟ ଲୋକ ଅପେକ୍ଷା ବା “ଆଉ ସେହି ଅନ୍ୟ ଲୋକକୁ ନୁହେଁ I” ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ୱର ସେହି ଫାରୂଶୀକୁ କ୍ଷମା କଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

because everyone who exalts himself

ଏହି ବାକ୍ୟାଂଶ ସହିତ, ଯୀଶୁ କାହାଣୀଠାରୁ କାହାଣୀ ବ୍ୟାଖ୍ୟା କରିବାର ସାଧାରଣ ନୀତି ଆଡ଼କୁ ପରିବର୍ତ୍ତନ କରନ୍ତି I

will be humbled

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ନମ୍ର କରିବେ “(ଦେଖ: /WA-Catalog/or_tm?section=translate#figs-activepassive)

will be exalted

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ବିଶେଷ ଭାବରେ ସମ୍ମାନିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 18:15

Connecting Statement:

ଏହା [ ଲୂକ 17:20 ](../17/20 .ମଝି )ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ପରବର୍ତ୍ତୀ ଘଟଣା ଅଟେ I ଯୀଶୁ ଶିଶୁମାନଙ୍କୁ ସ୍ୱାଗତ କରନ୍ତି ଏବଂ ସେମାନଙ୍କ ସମ୍ପର୍କରେ କଥାବାର୍ତ୍ତା କରନ୍ତି I

might touch them, but

ଏହାକୁ ପୃଥକ ବାକ୍ୟ ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ: “ସେମାନଙ୍କୁ ସ୍ପର୍ଶ କରିବେ I ମାତ୍ର”

they were rebuking them

ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିବା ପାଇଁ ପିତାମାତାମାନଙ୍କୁ ଅଟକାଇବାକୁ ଶିଷ୍ୟମାନେ ଚେଷ୍ଟା କଲେ

Luke 18:16

But Jesus called them to him

ଯୀଶୁ ଲୋକମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ

Permit the little children to come to me, and do not forbid them

ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଏବଂ ଗୁରୁତ୍ଵ ଆରୋପ କରିବା ନିମନ୍ତେ ସେଗୁଡିକୁ ଏକତ୍ର ସଂଯୁକ୍ତ କରାଯାଇଛି I କେତେକ ଭାଷା ଭିନ୍ନ ପ୍ରକାରେ ଗୁରୁତ୍ଵ ଆରୋପ କରିଥାଆନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ରୂପେ ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦେବ”(ଦେଖ: /WA-Catalog/or_tm?section=translate#figs-parallelism)

For ... belongs to such ones

ଏହାକୁ ଉପମା ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସାନ ଶିଶୁମାନଙ୍କ ପରି ଲୋକମାନଙ୍କର ଏହା ଅଧିକାର ଅଟେ” (ଦେଖ: /WA-Catalog/or_tm?section=translate#figs-simile)

Luke 18:17

Truly I say to you

ନିଶ୍ଚିତ ଭାବରେ ମୁଁ ତୁମ୍ଭମାନଙ୍କୁ କହୁଛି I ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହାର ପ୍ରାଧାନ୍ୟତାକୁ ଗୁରୁତ୍ଵ ଦେବା ପାଇଁ ଏହି ଅଭିବ୍ୟକ୍ତି ବ୍ୟବହାର କଲେ I

whoever will not receive the kingdom of God like a child will definitely not enter into it

ଈଶ୍ୱର ଆବଶ୍ୟକ କରନ୍ତି ଯେ ଲୋକମାନେ ବିଶ୍ୱାସ ଏବଂ ନମ୍ରତା ସହକାରେ ସେମାନଙ୍କ ଉପରେ ତାଙ୍କର ରାଜତ୍ଵକୁ ଗ୍ରହଣ କରନ୍ତୁ I ବିକଳ୍ପ ଅନୁବାଦ: “ଯେକେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଇଚ୍ଛା କରେ ସେ ନିଶ୍ଚୟ ଏହାକୁ ଏକ ଶିଶୁ ପରି ବିଶ୍ୱାସ ଏବଂ ନମ୍ରତା ସହକାରେ ଗ୍ରହଣ କରୁ” (ଦେଖ: /WA-Catalog/or_tm?section=translate#figs-simile)

Luke 18:18

Connecting Statement:

ଏହା [ଲୂକ 17:20 ](../17 /20 .ମଝି )ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ପରବର୍ତ୍ତୀ ଘଟଣା ଅଟେ I ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ ଜଣେ ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରନ୍ତି I

a certain ruler

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନ କରେ I ଏହା ତାଙ୍କୁ କେବଳ ତାଙ୍କର ପଦବୀ ଦ୍ୱାରା ଚିହ୍ନଟ କରେ I (ଦେଖ: /WA-Catalog/or_tm?section=translate#writing-participants)

what must I do

ମୁଁ କ’ଣ କରିବା ଆବଶ୍ୟକ ବା “ମୋଠାରୁ କ’ଣ ଆବଶ୍ୟକ କରାଯାଏ”

inherit eternal life

ସେହି ଜୀବନ ପାଇବ ଯାହା ଶେଷ ହୁଏ ନାହିଁ I “ଅଧିକାରୀ ହେବା” ଶବ୍ଦ ସାଧାରଣତଃ ଜଣେ ବ୍ୟକ୍ତି ତାହାର ମୃତ୍ୟୁ ପରେ ତା’ର ସନ୍ତାନମାନଙ୍କ ନିମନ୍ତେ ଛାଡି ଯାଇଥିବା ସମ୍ପତ୍ତିକୁ ସୂଚାଇଥାଏ I ଅତଏବ, ଏହି ରୂପକ ଏହି ଅର୍ଥ ପ୍ରକାଶ କରେ ଯେ ସେ ନିଜକୁ ଈଶ୍ୱରଙ୍କ ସନ୍ତାନ ଭାବରେ ବୁଝିଥାଏ ଏବଂ ବାଞ୍ଛା କରେ ଯେ ଈଶ୍ୱର ତାକୁ ଅନନ୍ତଜୀବନ ଦେବେ I (ଦେଖ: /WA-Catalog/or_tm?section=translate#figs-metaphor)

Luke 18:19

Why do you call me good? No one is good, except God alone

ଯୀଶୁ ପ୍ରଶ୍ନ ପଚାରନ୍ତି, କାରଣ ସେ ଜାଣନ୍ତି ଯେ ପଦ 18ରେ ଥିବା ସେହି ଅଧ୍ୟକ୍ଷର ପ୍ରଶ୍ନ ପ୍ରତି ଯୀଶୁଙ୍କ ଉତ୍ତରକୁ ସେହି ଅଧ୍ୟକ୍ଷ ପସନ୍ଦ କରିବ ନାହିଁ I ଯୀଶୁ ଅପେକ୍ଷା କରନ୍ତି ନାହିଁ ଯେ ସେହି ଅଧ୍ୟକ୍ଷ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେବ I ସେହି ଅଧ୍ୟକ୍ଷ ବୁଝୁ ବୋଲି ଯୀଶୁ ଇଚ୍ଛା କଲେ ଯେ ଯୀଶୁଙ୍କ ପ୍ରତି ସେହି ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଈଶ୍ୱରଙ୍କଠାରୁ ଆସିଛି, ଯିଏ କେବଳ ସତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ତୁମେ ଜାଣ ଯେ ଈଶ୍ୱରଙ୍କ ବିନା କେହି ସତ୍ ନୁହନ୍ତି, ତେଣୁ ମୋତେ ସତ୍ ବୋଲି ସମ୍ବୋଧନ କରିବା ଦ୍ୱାରା ମୋତେ ଈଶ୍ୱରଙ୍କ ସହିତ ତୁଳନା କରିବା ଅଟେ” (ଦେଖ: /WA-Catalog/or_tm?section=translate#figs-rquestion)

Luke 18:20

do not kill

ନରହତ୍ୟା କର ନାହିଁ

Luke 18:21

All these things

ଏହି ସମସ୍ତ ଆଜ୍ଞାଗୁଡିକ

Luke 18:22

When Jesus heard that

ଯେତେବେଳେ ଯୀଶୁ ସେହି ମନୁଷ୍ୟ ତାହା କହିବାର ଶୁଣିଲେ

he said to him

ସେ ତାଙ୍କୁ ଉତ୍ତର ଦେଲେ

One thing you still lack

ତୁମର ଏପର୍ଯ୍ୟନ୍ତ ଆଉ ଏକ ଅଧିକ ବିଷୟ କରିବା ଆବଶ୍ୟକ ଅଟେ ବା “ଆଉ ଏକ ବିଷୟ ରହି ଯାଇଛି ଯାହା ତୁମେ ଏପର୍ଯ୍ୟନ୍ତ କରିନାହଁ”

You must sell all that you have

ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କର କିମ୍ବା “ତୁମର ଯାହା କିଛି ଅଛି ସେହି ସବୁ ବିକ୍ରୟ କର

distribute it to the poor

ଦରିଦ୍ର ଲୋକମାନଙ୍କୁ ସମସ୍ତ ଅର୍ଥ ଦାନ କର

come, follow me

ମୋହର ଶିଷ୍ୟଭାବରେ ମୋ ସହିତ ଆସ

Luke 18:24

How difficult it is ... the kingdom of God!

ଏହା ଏକ ବିସ୍ମୟସୂଚକ ଭାବ ଅଟେ, ଏକ ପ୍ରଶ୍ନ ନୁହେଁ I ବିକଳ୍ପ ଅନୁବାଦ: “ଏହା ଏତେ ବେଶୀ କଷ୍ଟକର ... ଈଶ୍ୱରଙ୍କ ରାଜ୍ୟ!” (ଦେଖ: /WA-Catalog/or_tm?section=translate#figs-exclamations)

Luke 18:25

a camel to go through a needle's eye

ଗୋଟିଏ ଓଟ ପକ୍ଷରେ ଏକ ଛୁଞ୍ଚିର ଛିଦ୍ର ମଧ୍ୟ ଦେଇ ପ୍ରବେଶ କରିବା ଅସମ୍ଭବ ଅଟେ I ଯୀଶୁ ବୋଧହୁଏ ଅତିଶୟୋକ୍ତିକୁ ବ୍ୟବହାର କରି ଅର୍ଥ ପ୍ରକାଶ କରିବାକୁ ଚାହାନ୍ତି ଯେ ଜଣେ ଧନୀ ଲୋକ ପକ୍ଷରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ ଅଟେ I (ଦେଖ: /WA-Catalog/or_tm?section=translate#figs-hyperbole)

a needle's eye

ଛୁଞ୍ଚିର ଛିଦ୍ର ସିଲେଇ କରିବା ଛୁଞ୍ଚିର ଛିଦ୍ର ଅଟେ ଯାହା ମଧ୍ୟ ଦେଇ ସୂତା ଭିତରକୁ ଭର୍ତ୍ତି କରାଯାଏ I

Luke 18:26

those who heard it

ଯେଉଁମାନେ ଯୀଶୁଙ୍କ କଥା ଶୁଣୁଥିଲେ ସେମାନେ କହିଲେ

Then who can be saved?

ଏହା ସମ୍ଭବ ଯେ ସେମାନେ ଏକ ଉତ୍ତର ମାଗୁଥିଲେ I କିନ୍ତୁ ଏହା ଆହୁରି ସମ୍ଭବ ଯେ ସେମାନେ ସେମାନଙ୍କର ବିସ୍ମୟଭାବକୁ ଗୁରୁତ୍ଵ ଦେବା ନିମନ୍ତେ ସେହି ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ତାହାହେଲେ କେହି ବି ପାପରୁ ଉଦ୍ଧାର ପାଇ ପାରିବ ନାହିଁ !” ବା ସକ୍ରିୟ ରୂପ ଅନୁସାରେ “ତାହାହେଲେ ଈଶ୍ୱର କାହାକୁ ସୁଦ୍ଧା ଉଦ୍ଧାର କରିବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-activepassive)

Luke 18:27

The things which are impossible with people are possible with God

ଲୋକମାନେ ଯାହା କରିପାରିବେ ନାହିଁ ତାହା ଈଶ୍ୱରଙ୍କ ପକ୍ଷରେ ସମ୍ଭବ ବା “ଲୋକମାନେ କରି ପାରିବେ ନାହିଁ, ଈଶ୍ୱର କରି ପାରିବେ”

Luke 18:28

Connecting Statement:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ କଥୋପକଥାନର ଏହା ସମାପ୍ତି ଅଟେ I

Look, we

ଏହି ବାକ୍ୟାଂଶ କେବଳ ଶିଷ୍ୟମାନଙ୍କୁ ସୂଚାଇଥାଏ, ଏବଂ ସେମାନଙ୍କୁ ଧନୀ ଅଧ୍ୟକ୍ଷଙ୍କ ବିପରୀତ ଭାବରେ ଦେଖାଇଥାଏ I

we have left

ଆମ୍ଭେମାନେ ପରିତ୍ୟାଗ କରିଛୁ କିମ୍ବା “ଆମ୍ଭେମାନେ ପଛରେ ଛାଡି ଦେଇ ଆସିଛୁ”

everything

ଆମ୍ଭମାନଙ୍କର ସମସ୍ତ ଧନ କିମ୍ବା “ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି”

Luke 18:29

Truly, I say to you

ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହାର ମହତ୍ତ୍ଵକୁ ଜୋର ଦେବା ପାଇଁ ସେ ଏହି ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି

there is no one who

କେବଳ ଶିଷ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏହି ଅଭିବ୍ୟକ୍ତି ଉଦ୍ଦେଶ ପ୍ରଣୋଦିତ ହୋଇନାହିଁ ମାତ୍ର ଯେଉଁମାନେ ସମାନ ତ୍ୟାଗ କରିଛନ୍ତି ସେହି ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଉଦ୍ଦିଷ୍ଟ ଅଟେ I

Luke 18:30

who will not receive

“ଏପରି କେହି ନାହିଁ ଯିଏ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ... ପରିତ୍ୟାଗ କରିଛି” ଏହି ବାକ୍ୟାଂଶ ସହିତ ଆରମ୍ଭ ହୋଇଥିବା ବାକ୍ୟ ଏଠାରେ ସମାପ୍ତ ହୋଇଛି (ପଦ 28) I ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇ ପାରିବ I “ପ୍ରତ୍ୟେକ ବ୍ୟକ୍ତି ଯିଏ ପରିତ୍ୟାଗ କରିଛି... ଈଶ୍ୱରଙ୍କ ରାଜ୍ୟରେ ... ପାଇବ” (ଦେଖ: /WA-Catalog/or_tm?section=translate#figs-doublenegatives)

in the world to come, eternal life

ଆଗାମୀ ଜଗତ ପାଇଁ ଅନନ୍ତ ଜୀବନ ପାଇବା

Luke 18:31

Connecting Statement:

ଏହା କାହାଣୀର ଏହି ଭାଗର ପରବର୍ତ୍ତୀ ଘଟଣା ଅଟେ, ଯାହା ([ଲୂକ17:20] (..17/ 20. ମଝି))ରୁ ଆରମ୍ଭ ହୁଏ I ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା କରୁଛନ୍ତି I

Then having taken aside the twelve

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକମାନଙ୍କଠାରୁ ଅନ୍ତର କରି ଗୋଟିଏ ସ୍ଥାନକୁ ଘେନିଗଲେ ଯେଉଁଠାରେ ସେମାନେ ଏକାନ୍ତରେ ରହିପାରିବେ I

See

ଯୀଶୁ ଯିରୂଶାଲମକୁ ଅନ୍ତିମ ଥର ପାଇଁ ଯିବା ବେଳେ ତାଙ୍କର ସେବାକାର୍ଯ୍ୟର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନକୁ ଏହା ସୂଚାଏ I

that have been written by the prophets

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଭାବବାଦୀମାନେ ଲେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

the prophets

ଏହା ପୂରାତନ ନିୟମର ଭବିଷ୍ୟତବକ୍ତାମାନଙ୍କୁ ସୂଚାଏ I

the Son of Man

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର,” (ଦେଖ: /WA-Catalog/or_tm?section=translate#figs-123person)

will be accomplished

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଘଟିବ” ବା “ସଫଳ ହେବ”(ଦେଖ: /WA-Catalog/or_tm?section=translate#figs-activepassive)

Luke 18:32

For he will be handed over to the Gentiles

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯିହୂଦୀୟ ନେତାମାନେ ତାଙ୍କୁ ବିଜାତୀୟମାନଙ୍କ ହସ୍ତରେ ସମର୍ପଣ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

he will be handed over

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେ“ (ଦେଖ: /WA-Catalog/or_tm?section=translate#figs-123person)

will be mocked, and shamefully treated, and spit upon

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: ସେମାନେ ତାଙ୍କୁ ପରିହାସ କରିବେ, ତାଙ୍କୁ ଲଜ୍ଜାଜନକ ଭାବରେ ବ୍ୟବହାର କରିବେ ଏବଂ ତାଙ୍କ ଉପରେ ଛେପ ପକାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 18:33

him ... he will rise again

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ ...ମୁଁ ...ଆମ୍ଭେ”(ଦେଖ: /WA-Catalog/or_tm?section=translate#figs-123person)

on the third day

ଏହା ତାଙ୍କର ମୃତ୍ୟୁର ତୃତୀୟ ଦିବସକୁ ସୂଚାଏ I କିନ୍ତୁ, ଶିଷ୍ୟମାନେ ତଥାପି ଏହାକୁ ସେପର୍ଯ୍ୟନ୍ତ ବୁଝି ନ ଥିଲେ, ତେଣୁ ଏହା ସର୍ବୋତ୍କୃଷ୍ଟ ହେବ ଯେ ଏହି ପଦକୁ ଅନୁବାଦ କଲାବେଳେ ଏହି ବ୍ୟାଖ୍ୟାକୁ ଯୋଗ କରିବେ ନାହିଁ I (ଦେଖ: /WA-Catalog/or_tm?section=translate#translate-ordinal)

Luke 18:34

General Information:

ଏହି ପଦଟି ମୁଖ୍ୟ କାହାଣୀର ଅଂଶ ନୁହେଁ, ବରଂ କାହାଣୀର ଏହି ଭାଗ ସମ୍ପର୍କରେ ଏକ ମନ୍ତବ୍ୟ ଅଟେ I (ଦେଖ: /WA-Catalog/or_tm?section=translate#writing-endofstory)

But they understood none of these things

ସେମାନେ ଏଥି ମଧ୍ୟରୁ କୌଣସି ବିଷୟ ବୁଝିପାରିଲେ ନାହିଁ

these things

ଏହା ଯୀଶୁଙ୍କ ବର୍ଣ୍ଣନାକୁ ସୂଚାଏ ଯେ ସେ କିପରି ଯିରୂଶାଲମରେ ଦୁଃଖଭୋଗ କରିବେ ଓ ମୃତ୍ୟୁବରଣ କରିବେ, ଏବଂ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ I

this word was hidden from them

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ, କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ପ୍ରକୃତରେ ଏହା ଈଶ୍ୱର ବା ଯୀଶୁ, ଯିଏ ସେମାନଙ୍କଠାରୁ ସେହି ବାକ୍ୟ ଗୁପ୍ତ କରି ରଖିଲେ I ବିକଳ୍ପ ଅନୁବାଦ: “ଯୀଶୁ ସେମାନଙ୍କଠାରୁ ତାଙ୍କର ବାକ୍ୟ ଗୁପ୍ତ ରଖିଲେ” ବା “ଯୀଶୁ ସେମାନଙ୍କୁ ଯାହା କହୁଥିଲେ ସେସବୁ ବିଷୟର ଅର୍ଥ ବୁଝିବାକୁ ଈଶ୍ୱର ସେମାନଙ୍କୁ ପ୍ରତିବାଧା ଦେଲେ”(ଦେଖ: /WA-Catalog/or_tm?section=translate#figs-activepassive)

the things that were spoken

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯେଉଁ ବିଷୟସବୁ କହିଲେ”(ଦେଖ: /WA-Catalog/or_tm?section=translate#figs-activepassive)

Luke 18:35

General Information:

ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଏକ ଅନ୍ଧ ଲୋକକୁ ସୁସ୍ଥ କରନ୍ତି I ଏହି ପଦଗୁଡିକ କାହାଣୀର ପୃଷ୍ଟଭୂମି ସମ୍ପର୍କୀୟ ତଥ୍ୟ ଏବଂ ପରିପ୍ରେକ୍ଷୀ ବିଷୟରେ ତଥ୍ୟ ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Now it happened that

କାହାଣୀର ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

a certain blind man was sitting

ସେଠାରେ ଜଣେ ଅନ୍ଧ ଲୋକ ବସିଥିଲା I ଏଠାରେ “ଜଣେ” ଶବ୍ଦର ଅର୍ଥ ଏହି ଯେ ସେହି ଅନ୍ଧ ଲୋକ କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ନୂତନ ଅଂଶଗ୍ରହଣକାରୀ ଅଟେ କିନ୍ତୁ ଲୂକ ତା’ର ନାମ ଉଲ୍ଲେଖ କରନ୍ତି ନାହିଁ I ସେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଅଟେ I (ଦେଖ: /WA-Catalog/or_tm?section=translate#writing-participants)

Luke 18:36

Now hearing

ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଶୁଣିଲା”

Luke 18:37

So they told him

ଜନଗହଳି ମଧ୍ୟରେ ଲୋକମାନେ ଅନ୍ଧ ଲୋକକୁ କହିଲେ

Jesus of Nazareth

ଯୀଶୁ ନାଜରିତ ସହରରୁ ଆସିଲେ, ଯାହା ଗାଲିଲୀରେ ଅବସ୍ଥିତ ଥିଲା I

is passing by

ତାହାର ପାଖ ଦେଇ ଯାଉଥିଲେ

Luke 18:38

So

ଏହି ବାକ୍ୟ ଏକ ଘଟଣାକୁ ଚିହ୍ନିତ କରେ, ଯାହା ପ୍ରଥମରେ ଅନ୍ୟ କିଛି ବିଷୟ ଘଟିବା ହେତୁ ଘଟିଲା I ଏହି କ୍ଷେତ୍ରରେ, ଲୋକସମୂହ ସେହି ଅନ୍ଧ ଲୋକକୁ କହିଥିଲେ ଯେ ଯୀଶୁ ସେହି ବାଟ ଦେଇ ଚାଲି ଯାଉଛନ୍ତି I

he cried out

ଡାକିଲା କିମ୍ବା “ ଚିତ୍କାର କଲା “

Son of David

ଯୀଶୁ ଇସ୍ରାଏଲର ସବୁଠାରୁ ମହତ୍ତ୍ଵପୂର୍ଣ ରାଜା ଦାଉଦଙ୍କ ବଂଶଧର ଥିଲେ I

have mercy on me

ମୋ ପ୍ରତି ଦୟା ପ୍ରକାଶ କର କିମ୍ବା ମୋ ପ୍ରତି କରୁଣା କର

Luke 18:39

The ones who were walking ahead

ଯେଉଁ ଲୋକମାନେ ଲୋକସମୂହର ଆଗେ ଆଗେ ଚାଲୁଥିଲେ

would be quiet

ନୀରବ ରହିବାକୁ କିମ୍ବା “ଚିତ୍କାର ନ କରିବାକୁ”

he kept crying out much more

ଏହାର ଅର୍ଥ ହୋଇପାରେ ଯେ ସେ ଉଚ୍ଚସ୍ୱରରେ ଚିତ୍କାର କଲା ବା ସେ ଅନବରତ ଚିତ୍କାର କଲା I

Luke 18:40

him to be brought to him

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ସେହି ଅନ୍ଧ ଲୋକକୁ ତାହାଙ୍କ ନିକଟକୁ ଆଣିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 18:41

I want to see again

ଦେଖିବାକୁ ପାରିବ

Luke 18:42

Receive your sight

ଏହା ଏକ ଆଦେଶ ଅଟେ, କିନ୍ତୁ ଯୀଶୁ ସେହି ଅନ୍ଧ ଲୋକକୁ କିଛି କରିବା ନିମନ୍ତେ ଆଦେଶ ଦେଉନାହାନ୍ତି I ଯୀଶୁ ଏହି ଅନ୍ଧ ଲୋକକୁ ସୁସ୍ଥ ହେବା ନିମନ୍ତେ ଆଜ୍ଞା ଦେଇ ସୁସ୍ଥ କରୁଛନ୍ତି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ତୁମେ ତୁମର ଦୃଷ୍ଟିଶକ୍ତି ପାଇବ” (ଦେଖ: /WA-Catalog/or_tm?section=translate#figs-imperative)

Your faith has healed you

ଏହି ଶବ୍ଦଗୁଡିକ ଏକ ଲକ୍ଷଣ ସୂଚକ ବାକ୍ୟ ଅଟେ I ସେହି ଲୋକର ବିଶ୍ୱାସ ହେତୁ ଯୀଶୁ ସେହି ଲୋକକୁ ସୁସ୍ଥ କଲେ I ବିକଳ୍ପ ଅନୁବାଦ: “ମୁଁ ତୁମକୁ ସୁସ୍ଥ କରିଛି କାରଣ ତୁମେ ମୋ’ଠାରେ ବିଶ୍ୱାସ କରିଛ” (ଦେଖ: /WA-Catalog/or_tm?section=translate#figs-metonymy)

Luke 18:43

glorifying God

ଈଶ୍ୱରଙ୍କୁ ଗୌରବ ଦେବା କିମ୍ବା “ଈଶ୍ୱରଙ୍କ ପ୍ରଶଂସା କରିବା”