Luke 17

ଲୂକ 17 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବେଶେଷ ଚିନ୍ତାଧାରାଗୁଡିକ

ପୁରାତନ ନିୟମର ଉଦାହରଣଗୁଡିକ

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ନୋହ ଏବଂ ଲୋଟଙ୍କ ଜୀବନୀକୁ ବ୍ୟବହାର କଲେ I ନୋହ ଜଳପ୍ଲାବନ ଆସିବା ବେଳେ ପ୍ରସ୍ତୁତ ଥିଲେ, ଏବଂ ସେମାନେ ତାହାଙ୍କ ପୁନରାଗମନ ବେଳେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ଅଟେ, କାରଣ ଯେତେବେଳେ ସେ ଆସିବେ ସେ ସେମାନଙ୍କୁ ଆଗରୁ ସତର୍କ କରିବେ ନାହିଁ I ଲୋଟଙ୍କ ସ୍ତ୍ରୀ ଯେଉଁଠାରେ ସେ ବାସ କରି ଆସୁଥିଲା ସେହି ମନ୍ଦ ନଗରୀକୁ ଏତେଦୂର ଭଲ ପାଉଥିଲା ଯେ ଯେତେବେଳେ ଈଶ୍ୱର ତାକୁ ଧ୍ଵଂସ କଲେ ତାହାକୁ ମଧ୍ୟ ଦଣ୍ଡ ଦେଲେ, ଏବଂ ସେମାନେ ମଧ୍ୟ ଅନ୍ୟ ସମସ୍ତ ବିଷୟଠାରୁ ଯୀଶୁଙ୍କୁ ଅଧିକ ପ୍ରେମ କରିବା ଆବଶ୍ୟକ ଅଟେ,

ଯେଉଁମାନେ ତୁମର ଅନୁବାଦ ପାଠ କରିବେ, ସେମାନେ ହୁଏତ ସାହାଯ୍ୟ ଆବଶ୍ୟକ କରି ପାରନ୍ତି ତେଣୁ ସେମାନେ ବୁଝି ପାରିବେ ଯୀଶୁ ଏହି ସ୍ଥାନରେ କ’ଣ ଶିକ୍ଷା ଦେଉଛନ୍ତି I

ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଅଳଙ୍କାର

କାଳ୍ପନିକ ପରିସ୍ଥିତିଗୁଡିକ

କାଳ୍ପନିକ ପରିସ୍ଥିତିଗୁଡିକ ଏପରି ପରିସ୍ଥିତି ଯାହା ପ୍ରକୃତରେ ଘଟି ନ ଥିଲା I ଯୀଶୁ ଏହା ଶିକ୍ଷା ଦେବା ନିମନ୍ତେ ଏକ ବିଶେଷ ପ୍ରକାରର କାଳ୍ପନିକ ପରିସ୍ଥିତିକୁ ବ୍ୟବହାର କଲେ ଯେ ଯେଉଁମାନେ ଅନ୍ୟମାନଙ୍କୁ ପାପରେ ପକାଇଥାଆନ୍ତି ସେମାନଙ୍କ ପ୍ରତି ଯାହା ଘଟିବ, ସେମାନଙ୍କ ଅବସ୍ଥା ଜଳରେ ବୁଡିଯିବାଠାରୁ ଅଧିକ ମନ୍ଦ ହେବ ([ଲୂକ 19:1-2] (./01.ମଝି)) ଏବଂ ଆଉ ଏକ ପରିସ୍ଥିତିକୁ ତାଙ୍କର ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ବ୍ୟବହାର କଲେ କାରଣ ସେମାନଙ୍କର ଅଳ୍ପ ବିଶ୍ୱାସ ଥିଲା ([ଲୂକ 19:6] (../../ଲୂକ/19/06.ମଝି)) I (ଦେଖ: /WA-Catalog/or_tm?section=translate#figs-hypo)

ଆଳଙ୍କାରିକ ପ୍ରଶ୍ନଗୁଡିକ

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ତିନୋଟି ପ୍ରଶ୍ନ ପଚାରିଲେ ([ଲୂକ 17:7-9] (./07.ମଝି))ଯେ ଏପରିକି ଯେଉଁମାନେ ତାଙ୍କୁ ଉତ୍ତମ ରୂପେ ସେବା କରନ୍ତି ସେମାନେ ମଧ୍ୟ କେବଳ ତାଙ୍କର ଅନୁଗ୍ରହ ହେତୁ ଧାର୍ମିକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tw?section=kt#grace/WA-Catalog/or_tw?section=kt#righteous)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ ଅସୁବିଧା

""ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 17: 22 ] (../../ଲୂକ/ 17/22.ମଝି)) I ତୁମ ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ନିମନ୍ତେ ଅନୁମତି ଦେବ ନାହିଁ ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

ସ୍ବବିରୋଧାତ୍ମକ ବକ୍ତବ୍ୟ

ସ୍ବବିରୋଧାତ୍ମକ ବକ୍ତବ୍ୟ ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାକୁ ଯାଉଥିବା ଭଳି ମନେ ହୁଏ I ଏହି ଅଧ୍ୟାୟରେ ଏକ ସ୍ବବିରୋଧାତ୍ମକ ବକ୍ତବ୍ୟ ଦେଖାଯାଏ: “ଯେକେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେକେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ([ଲୂକ 17: 33] (../../ଲୂକ/ 17/33.ମଝି))I

Luke 17:1

Connecting Statement:

ଯୀଶୁ ଶିକ୍ଷା ଦେବା ଜାରି ରଖନ୍ତି, କିନ୍ତୁ ସେ ତାଙ୍କର ଧ୍ୟାନକୁ ପୁଣି ଥରେ ତାଙ୍କ ଶିଷ୍ୟମାନଙ୍କ ପ୍ରତି ନିର୍ଦ୍ଦେଶିତ କଲେ I ଏହା ଏପର୍ଯ୍ୟନ୍ତ କାହାଣୀର ସମାନ ଅଂଶ ଓ ସମାନ ଦିନର ଘଟଣା ଅଟେ ଯାହା ([ଲୂକ 15: 3] (../../ଲୂକ/ 15/3 .ମଝି))ରେ ଆରମ୍ଭ ହୋଇଥିଲା I

It is impossible for the stumblingblocks not to come

ଯେଉଁ ବିଷୟଗୁଡିକ ଲୋକମାନଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କରେ ତାହା ଅବଶ୍ୟ ଘଟିବ

woe to the one through whom they come!

ଯେକେହି ପ୍ରଲୋଭନ ଆସିବାର କାରଣ ହୁଏ ବା “ଯେକେହି ବ୍ୟକ୍ତି ଲୋକମାନଙ୍କୁ ପାପ କରିବା ନିମନ୍ତେ ପ୍ରବୃତ୍ତ କରେ”

Luke 17:2

It would be better for him if a millstone were put around his neck and he were thrown into the sea than that he should cause one of these little ones to stumble.

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଲୋକମାନଙ୍କୁ ପାପ କରାଇବା ହେତୁ ଏହା ସେହି ଦଣ୍ଡ ଅଟେ, ଯାହାକୁ ଯୀଶୁ ସମୁଦ୍ରରେ ନିକ୍ଷେପ କରିବା ବିଷୟ ସହିତ ତୁଳନା କରିଛନ୍ତି I ବିକଳ୍ପ ଅନୁବାଦ: “ମୁଁ ତାହାର ବେକରେ ଚକିପଥର ରଖି ଓ ତାହାକୁ ସମୁଦ୍ରରେ ନିକ୍ଷେପ କରିବା ଦ୍ୱାରା ଅଳ୍ପ ଦଣ୍ଡ ଦେବି ନାହିଁ I ତହିଁ ପରିବର୍ତ୍ତେ ତାହାକୁ ଅତ୍ୟଧିକ ଦଣ୍ଡିତ କରିବି I ଏହାର କାରଣ ହେଉଛି ଯେ ସେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୋଇଛି I” (ଦେଖ: /WA-Catalog/or_tm?section=translate#figs-explicit)

It would be better for him if

ଏହା ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ପରିଚିତ କରେ I ଏହାର ଅର୍ଥ ଯିଏ ଲୋକମାନଙ୍କୁ ପାପରେ ପକାଇବା କାର୍ଯ୍ୟ କରେ ସେହି ବ୍ୟକ୍ତିର ଦଣ୍ଡ ସତେ ଯେପରି ସେମାନେ ସମୁଦ୍ରରେ ବୁଡିବାଠାରୁ ଅଧିକ ମନ୍ଦ ହେବ I କେହି ତାହାର ବେକରେ ଗୋଟିଏ ପଥର ବାନ୍ଧି ଦେଇ ନାହାନ୍ତି, ଏବଂ ଯୀଶୁ କହୁ ନାହାନ୍ତି ଯେ କେହି ସେପରି କରିବ I (ଦେଖ: /WA-Catalog/or_tm?section=translate#figs-hypo)

a millstone were put around his neck and he were thrown

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ସେମାନଙ୍କୁ ତା’ର ବେକରେ ଏକ ଚକିପଥର ବାନ୍ଧି ନିକ୍ଷେପ କରିବାକୁ ହେବ” ବା “ଯଦି କେହି ତାହାର ବେକରେ ଏକ ଓଜନିଆ ପଥର ବାନ୍ଧି ତାହାକୁ ଠେଲି ଦେବ”(ଦେଖ: /WA-Catalog/or_tm?section=translate#figs-activepassive)

for him ... his neck ... he were thrown ... he should cause to stumble

ଏହି ଶବ୍ଦଗୁଡିକ ଯେକୌଣସି ବ୍ୟକ୍ତିକୁ, ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ବୁଝାଇପାରେ I (ଦେଖ: /WA-Catalog/or_tm?section=translate#figs-gendernotations)

a millstone

ଏହା ଏକ ଅତି ବଡ, ଓଜନିଆ ଗୋଲାକାର ପଥର ଅଟେ ଯାହା ଗହମ ଦାନାକୁ ପେଷି ଅଟାରେ ପରିଣତ କରିବା ପାଇଁ ବ୍ୟବହୃତ ହୁଏ I ବିକଳ୍ପ ଅନୁବାଦ: “ଏକ ଓଜନିଆ ପଥର”

these little ones

ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କର ବିଶ୍ୱାସ ଏପର୍ଯ୍ୟନ୍ତ ଦୁର୍ବଳ ଅଟେ I ବିକଳ୍ପ ଅନୁବାଦ: “ଏହି ଲୋକମାନେ ଯେଉଁମାନଙ୍କର ବିଶ୍ୱାସ କ୍ଷୁଦ୍ର ଅଟେ I

he should cause to stumble

ଅନିଛାକୃତ ପାପ ବିଷୟରେ କହିବା ନିମନ୍ତେ ଏହା ଏକ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ପାପ କରିବା ନିମନ୍ତେ”

Luke 17:3

If your brother sins

ଏହା ଏକ ସର୍ତ୍ତମୂଳକ ଉକ୍ତି ଅଟେ ଯାହା ଏକ ଘଟଣା ସମ୍ପର୍କରେ କୁହେ ଯାହା ହୁଏତ ଭବିଷ୍ୟତରେ ଘଟିପାରେ I

your brother

ଏହି ସ୍ଥାନରେ ଭାଇ ଶବ୍ଦ ସମାନ ବିଶ୍ୱାସ ମତ ରଖୁଥିବା ବ୍ୟକ୍ତିଙ୍କ ବିଷୟରେ କହିବା ନିମନ୍ତେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଜଣେ ସହ-ବିଶ୍ୱାସୀ”

rebuke him

ତାହାକୁ ଦୃଢ଼ ଭାବରେ କୁହ ଯେ ସେ ଯାହା କରିଛି ତାହା ଭୁଲ ଥିଲା ବା “ତାହାକୁ ସଂଶୋଧନ କର”

Luke 17:4

If he sins against you seven times

ଏହା ଏକ ପରିକଳ୍ପନା ଉପରେ ଆଧାରିତ ଭବିଷ୍ୟତର ପରିସ୍ଥିତି ଅଟେ I ଏହା ହୁଏତ କଦାପି ହୋଇ ନ ପାରେ କିନ୍ତୁ ଯଦିଓ ଏହା ହୁଏ, ତଥାପି ଲୋକମାନଙ୍କୁ କ୍ଷମା କରିବା ନିମନ୍ତେ ଯୀଶୁ କହନ୍ତି I (ଦେଖ: /WA-Catalog/or_tm?section=translate#figs-hypo)

seven times in the day, and seven times

ବାଇବଲରେ ସାତ ସଂଖ୍ୟା ସମ୍ପୂର୍ଣ୍ଣତାର ଏକ ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ଗୋଟିଏ ଦିନ ଭିତରେ ଅନେକ ଥର, ଓ ପ୍ରତ୍ୟେକ ଥର” (ଦେଖ: /WA-Catalog/or_tm?section=translate#figs-explicit)

Luke 17:5

General Information:

ଯୀଶୁଙ୍କ ଶିଷ୍ୟମାନେ ତାଙ୍କ ସହିତ କଥାବାର୍ତ୍ତା କଲାବେଳେ ତାଙ୍କ ଶିକ୍ଷାରେ ଏକ ବିରତି ଆସେ I ତା’ପରେ ଯୀଶୁ ଶିକ୍ଷା ଦେବା ଜାରି ରଖନ୍ତି I

Increase our faith

ଅନୁଗ୍ରହ କରି ଆମ୍ଭମାନଙ୍କୁ ଅଧିକ ବିଶ୍ୱାସ ଦିଅନ୍ତୁ ବା “ଆମର ବିଶ୍ୱାସ ସହିତ ଅଧିକ ବିଶ୍ୱାସ ଯୋଗ କରନ୍ତୁ”

Luke 17:6

If you had faith like a mustard seed, you would say

ସୋରିଷ ମଞ୍ଜି ଏକ ଅତି କ୍ଷୁଦ୍ର ମଞ୍ଜି ଅଟେ I ଯୀଶୁ ସୂଚିତ କରନ୍ତି ଯେ ସେମାନଙ୍କର ଟିକିଏ ମାତ୍ରାର ବିଶ୍ୱାସ ମଧ୍ୟ ନାହିଁ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଛୋଟ ସୋରିଷ ଦାନା ପରି ବିଶ୍ୱାସ ଥାଏ, ତୁମ୍ଭେମାନେ” ବା “ତୁମ୍ଭମାନଙ୍କର ବିଶ୍ୱାସ ସୋରିଷ ଦାନା ପରି ବଡ ନୁହେଁ – ଯଦି ତାହା ଥାଆନ୍ତା, ତୁମ୍ଭେମାନେ” (ଦେଖ: /WA-Catalog/or_tm?section=translate#figs-simile ଏବଂ /WA-Catalog/or_tm?section=translate#figs-explicit)

mulberry tree

ଯଦି ଏପ୍ରକାର ଗଛ ପରିଚିତ ନୁହେଁ, ତେବେ ଅନ୍ୟ ଗୋଟିଏ ପ୍ରକାର ଗଛକୁ ପ୍ରତିବଦଳ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଡିମ୍ବିରି ଗଛ” ବା “ଗଛ” (ଦେଖ: /WA-Catalog/or_tm?section=translate#translate-unknown)

Be uprooted, and be planted in the sea

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆପଣାକୁ ଉପାଡି ପକାଅ ଏବଂ ନିଜକୁ ସମୁଦ୍ରରେ ରୋପିତ କର” ବା “ ତୁମ୍ଭମାନଙ୍କର ମୂଳଗୁଡିକୁ ଉପାଡି ପକାଅ ଏବଂ ତୁମ୍ଭମାନଙ୍କ ମୂଳଗୁଡିକ ସମୁଦ୍ରର ଗଭୀର ସ୍ଥାନରେ ରଖ” (ଦେଖ: /WA-Catalog/or_tm?section=translate#figs-activepassive)

it would obey you

ଗଛ ତୁମର ଆଜ୍ଞାବହ ହେବ I ଏହି ଫଳାଫଳ ସର୍ତ୍ତମୂଳକ ଅଟେ I ଏହା ଘଟିବ କେବଳ ଯେତେବେଳେ ସେମାନଙ୍କର ବିଶ୍ୱାସ ଥିବ I

Luke 17:7

But which of you ... will say ... recline at table'?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଜଣେ ଦାସର ଭୂମିକା ସମ୍ପର୍କରେ ଚିନ୍ତା କରିବାକୁ ସାହାଯ୍ୟ କରିବା ନିମନ୍ତେ ଏକ ପ୍ରଶ୍ନ କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେହି ବି ...ସେ କହିବ.. ଖାଇବାକୁ ବସ୍ I” (ଦେଖ: /WA-Catalog/or_tm?section=translate#figs-rquestion)

a servant plowing or keeping sheep

ଜଣେ ଦାସ ଯିଏ ତୁମର କ୍ଷେତ ହଳ କରେ ବା ତୁମର ମେଷଗୁଡିକର ଯତ୍ନ ନିଏ

Luke 17:8

Instead, will he not say to him ... you will eat and drink'?

ଜଣେ ଦାସକୁ ପ୍ରକୃତରେ କିପରି ବ୍ୟବହାର କରିବାକୁ ହେବ ସେ ସମ୍ପର୍କରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବାକୁ ଏକ ଦ୍ୱିତୀୟ ପ୍ରଶ୍ନ କରନ୍ତି I I ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ସେ ନିଶ୍ଚିତ ଭାବରେ ତାହାକୁ କହିବ ... ଭୋଜନ କର ଓ ପାନ କର I” (ଦେଖ: /WA-Catalog/or_tm?section=translate#figs-rquestion)

put a belt around your clothes and serve me

ତୁମର ଅଣ୍ଟାରେ ଲୁଗା ବାନ୍ଧ ଏବଂ ମୋର ସେବା କର ବା “ଉପଯୁକ୍ତ ଭାବରେ ଲୁଗା ପରିଧାନ କର ଓ ମୋର ଯତ୍ନ ନିଅ I” ଲୋକମାନେ ସେମାନଙ୍କର ଅଣ୍ଟାରେ କଷି କରି ଲୁଗା ପିନ୍ଧନ୍ତି ଯେପରି ସେମାନେ କାମ କରିବା ବେଳେ ସେଗୁଡିକ ବ୍ୟାଘାତ ସୃଷ୍ଟି ନ କରେ I(ଦେଖ: /WA-Catalog/or_tm?section=translate#figs-explicit)

and after these things

ତାହା ଉତ୍ତାରେ ତୁ ମୋର ସେବା କରିବା ପରେ

Luke 17:9

Connecting Statement:

ଯୀଶୁ ଶିକ୍ଷା ଦେବା ସମାପ୍ତ କରନ୍ତି I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I

He does not thank the servant ... were commanded, does he?

ଲୋକମାନେ ଦାସମାନଙ୍କ ସହିତ କିପରି ବ୍ୟବହାର କରନ୍ତି ତାହା ଦର୍ଶାଇବା ପାଇଁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହା ଏକ ଉକ୍ତି ହୋଇପାରିବ I ବିକଳ୍ପ ଅନୁବାଦ: “ସେ ସେହି ଦାସକୁ ଧନ୍ୟବାଦ ଦେବ ନାହିଁ ... ଆଜ୍ଞା ଦେଲେ” (ଦେଖ: /WA-Catalog/or_tm?section=translate#figs-rquestion)

the things that were commanded

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ତାହାକୁ ଯାହାସବୁ କରିବା ପାଇଁ ଆଜ୍ଞା ଦେଇଥିଲ” (ଦେଖ: /WA-Catalog/or_tm?section=translate#figs-activepassive)

does not ... does he?

ଠିକ? “ଏହା ସତ୍ୟ ନୁହେଁ କି ?

Luke 17:10

you also

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କଥା କହୁଥିଲେ ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭେମାନେ” ବହୁବଚନ ଅଟେ ତାହା ବ୍ୟବହାର କରିବା ଉଚିତ୍ I (ଦେଖ: /WA-Catalog/or_tm?section=translate#figs-you)

the things that you were commanded

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

We are unworthy servants

ସେମାନେ କୌଣସି ପ୍ରଶଂସାର କାର୍ଯ୍ୟ କଲେ ନାହିଁ, ଏହି ବିଷୟକୁ ପ୍ରକାଶ କରିବା ପାଇଁ ଏହାକୁ ଅତିରଞ୍ଜିତ କରାଯାଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସାଧାରଣ କ୍ରୀତଦାସ ଅଟୁ” ବା ଆମ୍ଭେମାନେ ଦାସମାନେ ତୁମର ପ୍ରଶଂସାର ଯୋଗ୍ୟ ନୋହୁଁ” (ଦେଖ: /WA-Catalog/or_tm?section=translate#figs-hyperbole)

Luke 17:11

General Information:

ଯୀଶୁ 10 ଜଣ କୁଷ୍ଠୀରୋଗୀଙ୍କୁ ସୁସ୍ଥ କଲେ I ପଦ 11 ଏବଂ 12 ପୃଷ୍ଠଭୂମି ତଥ୍ୟ ଓ ଘଟଣାର ପରିପ୍ରେକ୍ଷୀ ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Now it came about that

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ କୌଣସି ଏକ ଉପାୟ ଅଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I (ଦେଖ: /WA-Catalog/or_tm?section=translate#writing-newevent)

as he went up to Jerusalem

ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଯିରୂଶାଲମକୁ ଯାତ୍ରା କଲାବେଳେ

Luke 17:12

a certain village

ଏହି ବାକ୍ୟାଂଶ ସେହି ଗ୍ରାମକୁ ଚିହ୍ନଟ କରେ ନାହିଁ

ten men who were lepers met him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦଶଜଣ କୁଷ୍ଠୀ ତାଙ୍କୁ ଭେଟିଲେ” ବା “ଯେଉଁମାନଙ୍କୁ କୁଷ୍ଠ ରୋଗ ହୋଇଥିଲା ସେହି ଦଶଜଣ ଲୋକ ତାଙ୍କୁ ସାକ୍ଷାତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

They stood far away from him

ଏହା ଏକ ସମ୍ମାନଯୁକ୍ତ ଅଙ୍ଗଭଙ୍ଗୀ ଅଟେ, କାରଣ କୁଷ୍ଠୀମାନଙ୍କର ଅନ୍ୟ ଲୋକମାନଙ୍କୁ ଭେଟିବା ପାଇଁ ଅନୁମତି ନ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 17:13

they lifted up their voices

ଏହି ଋଢ଼ି “”ଆପଣାର ଉଚ୍ଚସ୍ୱର ଉଠାଇବା” ଅର୍ଥ ବଡ ପାଟିରେ କଥା କହିବା ଅଟେ I ବିକଳ୍ପ ଅନୁବାଦ: “ସେମାନେ ଉଚ୍ଚସ୍ୱରରେ ଡାକିଲେ” ବା “ସେମାନେ ବଡ ପାଟିରେ ଡାକିଲେ” (ଦେଖ: /WA-Catalog/or_tm?section=translate#figs-idiom)

have mercy on us

ସେମାନେ ନିର୍ଦ୍ଧିଷ୍ଟ ଭାବରେ ସୁସ୍ଥତା ନିମନ୍ତେ ନିବେଦନ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ସୁସ୍ଥ କରି ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କର I (ଦେଖ: /WA-Catalog/or_tm?section=translate#figs-explicit)

Luke 17:14

show yourselves to the priests

କୁଷ୍ଠୀମାନଙ୍କ ଆବଶ୍ୟକ ଥିଲା ଯେ ସେମାନଙ୍କ କୁଷ୍ଠ ରୋଗ ସୁସ୍ଥ ହୋଇଥିବା ବିଷୟ ଯାଞ୍ଚ କରିବା ନିମନ୍ତେ ସେମାନେ ଯାଜକମାନଙ୍କୁ ସାକ୍ଷାତ କରିବେ I ବିକଳ୍ପ ଅନୁବାଦ: “ଯାଜକମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଅ ଯେପରି ସେମାନେ ତୁମ୍ଭମାନଙ୍କୁ ଯାଞ୍ଚ କରିବେ (ଦେଖ: /WA-Catalog/or_tm?section=translate#figs-explicit)

they were cleansed

ଯେତେବେଳେ ଲୋକମାନେ ସୁସ୍ଥ ହେଉଥିଲେ, ସେମାନେ ଆଉ ବିଧି ଅନୁସାରେ ଅଶୁଚି ନୁହଁନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କ କୁଷ୍ଠରୁ ସୁସ୍ଥ ହୋଇଥିଲେ ଓ ଶୁଚି ହେଲେ” ବା “ସେମାନେ ସେମାନଙ୍କ କୁଷ୍ଠ ରୋଗରୁ ସୁସ୍ଥ ହେଲେ” (ଦେଖ: /WA-Catalog/or_tm?section=translate#figs-explicit)

Luke 17:15

seeing that he was healed

ଅନୁଭବ କଲେ ଯେ ସେ ସୁସ୍ଥ ହୋଇଛି ବା “ହୃଦବୋଧ ହେଲା ଯେ ଯୀଶୁ ତାଙ୍କୁ ସୁସ୍ଥ କରିଛନ୍ତି”

turned back

ସେ ଯୀଶୁଙ୍କ ନିକଟକୁ ଫେରିଗଲା

with a loud voice glorifying God

ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲା

Luke 17:16

He fell on his face at the feet of Jesus

ସେ ଆଣ୍ଠୋଇ ପଡିଲା ଓ ଯୀଶୁଙ୍କ ଚରଣ ନିକଟରେ ଆପଣା ମୁଖ ରଖିଲା I ସେ ଯୀଶୁଙ୍କୁ ସମ୍ମାନିତ କରିବାକୁ ଏହା କଲା I(ଦେଖ: /WA-Catalog/or_tm?section=translate#translate-symaction)

Luke 17:17

Connecting Statement:

ଏହା ଯୀଶୁ ଦଶଜଣ କୁଷ୍ଠୀଙ୍କୁ ସୁସ୍ଥ କରିବା ସମ୍ପର୍କୀୟ କାହାଣୀର ଶେଷ ଭାଗ ଅଟେ I

Then Jesus answered and said

ସେହି ଲୋକ ଯାହା କଲା ସେଥି ପ୍ରତି ଯୀଶୁ ପ୍ରତ୍ୟୁତ୍ତର କଲେ, କିନ୍ତୁ ସେ ତାଙ୍କ ଚାରିପଟେ ରହିଥିବା ଲୋକମାନଙ୍କୁ କହୁଥିଲେ I ବିକଳ୍ପ ଅନୁବାଦ: “ତେଣୁ ଯୀଶୁ ଲୋକସମୂହକୁ କହିଲେ”(ଦେଖ: /WA-Catalog/or_tm?section=translate#figs-explicit)

Were not the ten cleansed?

ତିନୋଟି ଆଳଙ୍କାରିକ ପ୍ରଶ୍ନ ମଧ୍ୟରୁ ଏହା ପ୍ରଥମ ପ୍ରଶ୍ନ ଅଟେ I ଯୀଶୁ ଏହି ପ୍ରଶ୍ନଗୁଡ଼ିକୁ ତାଙ୍କ ଚାରିପଟେ ଥିବା ଲୋକମାନଙ୍କୁ ଏହା ଦର୍ଶାଇବା ନିମନ୍ତେ ବ୍ୟବହାର କଲେ ଯେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଦଶଜଣଙ୍କ ମଧ୍ୟରୁ କେବଳ ଯେ ଜଣେ ଫେରି ଆସିଲା ଏହି କଥାରେ ସେ କେତେ ଦୂର ଆଶ୍ଚର୍ଯ୍ୟାନ୍ୱିତ ଓ ନିରାଶ ଅଟନ୍ତି I ବିକଳ୍ପ ଅନୁବାଦ: “ଦଶଜଣ ଲୋକ ସୁସ୍ଥ ହେଲେ” ବା “ଈଶ୍ୱର ଦଶଜଣ ଲୋକଙ୍କୁ ସୁସ୍ଥ କଲେ I” (ଦେଖ: /WA-Catalog/or_tm?section=translate#figs-rquestion)

But where are the nine?

ବାକି ନଅଜଣ କାହିଁକି ଫେରି ଆସିଲେ ନାହିଁ ? ଏହା ଏକ ବକ୍ତବ୍ୟ ହୋଇ ପାରିବ I ବିକଳ୍ପ ଅନୁବାଦ: “ଅବଶିଷ୍ଟ ନଅଜଣ ମଧ୍ୟ ଫେରି ଆସିବା ଉଚିତ୍ ଥିଲା” (ଦେଖ: /WA-Catalog/or_tm?section=translate#figs-rquestion)

Luke 17:18

Were there no others who returned to give glory to God, except this foreigner?

ଏହା ଏକ ବକ୍ତବ୍ୟ ହୋଇ ପାରିବ I ବିକଳ୍ପ ଅନୁବାଦ: କେହି ନୁହେଁ, ମାତ୍ର ଏହି ବିଦେଶୀ ଲୋକ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଫେରି ଆସିଲା” ବା “ଈଶ୍ୱର ଦଶଜଣ ଲୋକଙ୍କୁ ସୁସ୍ଥ କଲେ, ତଥାପି କେବଳ ଏହି ବିଦେଶୀ ଲୋକ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଫେରି ଆସିଲା I” (ଦେଖ: /WA-Catalog/or_tm?section=translate#figs-rquestion)

this foreigner

ଶମିରୋଣୀୟମାନଙ୍କର ପିତୃପୁରୁଷମାନେ ଅଣ-ଯିହୂଦୀୟ ଥିଲେ ଏବଂ ସେମାନେ ଯିହୂଦୀମାନଙ୍କ ପରି ସମାନ ପଦ୍ଧତିରେ ଈଶ୍ୱରଙ୍କ ଉପାସନା କରୁ ନ ଥିଲେ I

Luke 17:19

Your faith has made you well

ତୁମର ବିଶ୍ୱାସ ହେତୁ ତୁମେ ସୁସ୍ଥ ହୋଇଅଛ I “ବିଶ୍ୱାସ” ସମ୍ପର୍କୀୟ ଏହି ଚିନ୍ତାଧାରାକୁ “ବିଶ୍ୱାସ କରିବା” କ୍ରିୟାପଦ ଦ୍ୱାରା ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ବିଶ୍ୱାସ କରିଛ, ତୁମେ ପୂନର୍ବାର ସୁସ୍ଥ ହୋଇଛ” (ଦେଖ: /WA-Catalog/or_tm?section=translate#figs-abstractnouns)

Luke 17:20

General Information:

ଆମ୍ଭେମାନେ ଜାଣିନାହୁଁ ଯେ ଏହି ଘଟଣା କେଉଁଠାରେ ଘଟିଥିଲା, ଏହା କେବଳ ଗୋଟିଏ ଦିନ ଘଟିଥିଲା, ଯେତେବେଳେ ଯୀଶୁ ଫାରୂଶୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I

Now being asked by the Pharisees when the kingdom of God would come,

ଏହା ଏକ ନୂତନ ଘଟଣାର ଆରମ୍ଭ ଅଟେ I କେତେକ ଅନୁବାଦକମାନେ ଏହାକୁ “ଦିନେ” ବା “ଥରେ” ବୋଲି ଲେଖି ଆରମ୍ଭ କରନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଦିନେ ଫାରୂଶୀମାନେ ଯୀଶୁଙ୍କୁ ପଚାରିଲେ, ‘ଈଶ୍ୱରଙ୍କ ରାଜ୍ୟ କେବେ ଆସିବ?’” (ଦେଖ: /WA-Catalog/or_tm?section=translate#writing-newevent ଏବଂ /WA-Catalog/or_tm?section=translate#figs-activepassive)

The kingdom of God does not come with careful observing

ଲୋକମାନେ ଭାବୁଥିଲେ ଯେ ସେମାନେ ରାଜ୍ୟର ଆସିବା ଚିହ୍ନଗୁଡିକ ଦେଖିପାରିବେ I ଚିହ୍ନଗୁଡିକ ସମ୍ପର୍କୀୟ ଏହି ଚିନ୍ତାଧାରାଗୁଡିକୁ ସ୍ପଷ୍ଟ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଚିହ୍ନଗୁଡିକ ସହିତ ଆସେ ନାହିଁ ଯାହା ଲୋକମାନେ ଲକ୍ଷ୍ୟ କରି ପାରିବେ” (ଦେଖ: /WA-Catalog/or_tm?section=translate#figs-quotations)

Luke 17:21

the kingdom of God is in the midst of you

ବିଶେଷ୍ୟ ପଦ “ରାଜ୍ୟ”ର ଚିନ୍ତାଧାରାକୁ ""ରାଜତ୍ଵ କରିବା” କ୍ରିୟାପଦ ଦ୍ୱାରା ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ରାଜତ୍ଵ କରନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

the kingdom of God is in the midst of you

ଯୀଶୁ ସେହି ଧର୍ମନେତାମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଯେଉଁମାନେ ତାଙ୍କ ପ୍ରତି ଶତୃତା ଭାବାପନ୍ନ ଥିଲେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ତୁମ୍ଭେମାନେ” ଶବ୍ଦ ସର୍ବସାଧାରଣ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଲୋକମାନଙ୍କ ମଧ୍ୟରେ ଅଛି” ବା 2) ଅନୁବାଦ ହୋଇଥିବା “ଭିତରେ” ଶବ୍ଦର ଅର୍ଥ “ମଧ୍ୟରେ” ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି”

Luke 17:22

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

The days will come when

ଦିନଗୁଡିକ ଆସିବା ଚିନ୍ତାଧାରା କିଛି ଶୀଘ୍ର ଘଟୁଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ସମୟ ଆସୁଛି ଯେତେବେଳେ” ବା “ଶୀଘ୍ର” (ଦେଖ: /WA-Catalog/or_tm?section=translate#figs-metaphor)

you will desire to see

ତୁମ୍ଭେମାନେ ଦେଖିବାକୁ ବହୁତ ଇଚ୍ଛା କରିବ ବା “ତୁମ୍ଭେମାନେ ଅନୁଭୁତି ପାଇବାକୁ ଇଚ୍ଛା କରିବ”

one of the days of the Son of Man

ଏହା ଈଶ୍ୱରଙ୍କ ରାଜ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଗୋଟିଏ ଦିନ ଆସିବ ଯେତେବେଳେ ମନୁଷ୍ୟପୁତ୍ର ଜଣେ ରାଜା ଭାବରେ ରାଜତ୍ଵ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

but you will not see it

ତୁମ୍ଭେମାନେ ଏହା ଅନୁଭବ କରି ପାରିବ ନାହିଁ

Luke 17:23

'Look, there!' or'Look, here!'

ଏହା ମଶୀହଙ୍କୁ ଅନ୍ୱେଷଣ କରିବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଦେଖ, ମଶୀହ ସେଠାରେ ! ସେ ଏଠାରେ !”(ଦେଖ: /WA-Catalog/or_tm?section=translate#figs-explicit)

do not go out or run after them

ବାହାରକୁ ଯିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଦେଖିବା ନିମନ୍ତେ ସେମାନଙ୍କ ସହିତ ଯାଅ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Luke 17:24

for as the flashing lightning shines

ମନୁଷ୍ୟପୁତ୍ରଙ୍କ ଆଗମନ ବିଜୁଳିର ପ୍ରକାଶମାନ ପରି ସ୍ପଷ୍ଟ ଓ ହଠାତ୍ ହେବ I ବିକଳ୍ପ ଅନୁବାଦ: “ବିଜୁଳି ଚମକିଲେ ଯେପରି ସମସ୍ତେ ଦେଖି ପାରନ୍ତି” ବା “ଯେପରି ବିଜୁଳି ହଠାତ୍ ପ୍ରକାଶିତ ହୁଏ” (ଦେଖ: /WA-Catalog/or_tm?section=translate#figs-simile)

so will the Son of Man be

ଏହା ଈଶ୍ୱରଙ୍କ ଭବିଷ୍ୟତର ରାଜ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: ସେହି ଦିନ ଏପରି ହେବ ଯେତେବେଳେ ମନୁଷ୍ୟପୁତ୍ର ରାଜତ୍ଵ କରିବା ନିମନ୍ତେ ଆସିବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 17:25

But first he must suffer

କିନ୍ତୁ ପ୍ରଥମେ ମନୁଷ୍ୟପୁତ୍ର ଅବଶ୍ୟ ଦୁଃଖଭୋଗ କରିବେ I ଯୀଶୁ ତୃତୀୟ ପୁରୁଷ ବ୍ୟବହାର କରି ନିଜ ସମ୍ପର୍କରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

be rejected by this generation

ଏହାକୁ ସକ୍ରିୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ପିଢୀର ଲୋକମାନେ ନିଶ୍ଚୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 17:26

As it happened ... even so will it also happen

ଲୋକମାନେ ଯେପରି ବିଭିନ୍ନ ବିଷୟଗୁଡିକ କରୁଥିଲେ ...ଏପରିକି ସେଭଳି ଲୋକମାନେ ସମାନ ଧରଣର କାର୍ଯ୍ୟଗୁଡିକ କରୁଥିବେ

in the days of Noah

“ନୋହଙ୍କ ଦିନ” ନୋହଙ୍କ ଜୀବନକାଳ ମଧ୍ୟରେ ଈଶ୍ୱର ପୃଥିବୀର ଲୋକମାନଙ୍କୁ ଦଣ୍ଡ ଦେବାର ଠିକ ପୂର୍ବବର୍ତ୍ତୀ ସମୟକୁ ସୂଚାଏ I ବିକଳ୍ପ ଅନୁବାଦ: “ନୋହ ଯେତେବେଳେ ବସବାସ କରୁଥିଲେ”

in the days of the Son of Man

“ମନୁଷ୍ୟପୁତ୍ରଙ୍କ ଦିନ” ମନୁଷ୍ୟପୁତ୍ରଙ୍କ ଆଗମନର ଠିକ ପୂର୍ବର ସମୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେତେବେଳେ ମନୁଷ୍ୟପୁତ୍ରଙ୍କ ଆଗମନର ସମୟ ନିକଟବର୍ତ୍ତୀ ଥିବ”

Luke 17:27

They were eating, they were drinking, they were marrying, they were giving in marriage

ଲୋକମାନେ ସାଧାରଣ ବିଷୟଗୁଡିକ କରୁଥିଲେ I ସେମାନେ ଜାଣି ନ ଥିଲେ ବା ମନଯୋଗ କରୁ ନ ଥିଲେ ଯେ ଈଶ୍ୱର ଶୀଘ୍ର ସେମାନଙ୍କର ବିଚାର କରିବାକୁ ଯାଉଛନ୍ତି I

they were giving in marriage

ଏହାକୁ ସକ୍ରିୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତାମାତାମାନେ ସେମାନଙ୍କର କନ୍ୟାମାନଙ୍କୁ ପୁରୁଷମାନଙ୍କ ସହିତ ବିବାହ କରିବା ନିମନ୍ତେ ଅନୁମତି ଦେଉଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

the ark

ଜାହାଜ ବା “ମାଲବାହୀ ଲମ୍ବା ନୌକା”

destroyed them all

ଏହା ଜାହାଜରେ ଥିବା ନୋହ ଏବଂ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରେ ନାହିଁ I ବିକଳ୍ପ ଅନୁବାଦ: “ଯେଉଁମାନେ ନୌକାରେ ନ ଥିଲେ ସେସମସ୍ତଙ୍କୁ ଧ୍ଵଂସ କଲା”

Luke 17:28

They were eating, they were drinking

ସଦୋମର ଲୋକମାନେ ଭୋଜନ ଓ ପାନ କରୁଥିଲେ

Luke 17:29

it rained fire and sulfur from heaven

ଅଗ୍ନି ଓ ଜ୍ବଳନ୍ତ ଗନ୍ଧକ ଆକାଶରୁ ବୃଷ୍ଟି ପରି ପଡିଲା

destroyed them all

ଏହା ଲୋଟ ଏବଂ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରେ ନାହିଁ I ବିକଳ୍ପ ଅନୁବାଦ: “ଯେଉଁମାନେ ନଗର ମଧ୍ୟରେ ରହିଲେ ସେସମସ୍ତଙ୍କୁ ବିନାଶ କଲା”

Luke 17:30

It will be according to the same manner

ଏହା ସେହିପରି ହେବ I ବିକଳ୍ପ ଅନୁବାଦ: “ଠିକ ସେହି ପ୍ରକାରେ ଲୋକମାନେ ପ୍ରସ୍ତୁତ ହେବେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

in the day that the Son of Man is revealed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ମନୁଷ୍ୟପୁତ୍ର ପ୍ରକାଶିତ ହେବେ” ବା “ଯେତେବେଳେ ମନୁଷ୍ୟପୁତ୍ର ଆସିବେ” (ଦେଖ: /WA-Catalog/or_tm?section=translate#figs-activepassive)

the Son of Man is revealed

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ପ୍ରକାଶିତ ହୋଇଛି” (ଦେଖ: /WA-Catalog/or_tm?section=translate#figs-123person)

Luke 17:31

the one who is on the housetop ... do not let him go down

ଯିଏ ଘରର ଛାତ ଉପରେ ରହିଛି ସେ ତଳକୁ ଆଦୌ ନ ଆସୁ ବା “ଯଦି କେହି ଆପଣା ଗୃହର ଛାତ ଉପରେ ଅଛି, ସେ ନିଶ୍ଚିତ ଭାବରେ ତଳକୁ ନ ଯାଉ”

on the housetop

ସେମାନଙ୍କ ଘରର ଛାତଗୁଡିକ ସମତଳବିଶିଷ୍ଟ ଥିଲା ଓ ଲୋକମାନେ ସେଗୁଡିକ ଉପରେ ଚାଲି ପାରୁଥିଲେ ବା ବସି ପାରୁଥିଲେ I

his goods

ତାହାର ସମ୍ପତ୍ତିଗୁଡିକ ବା “ତାହାର ବିଷୟଗୁଡିକ”

let him turn back

ସେମାନେ କୌଣସି ଜିନିଷ ଆଣିବା ପାଇଁ ଘରକୁ ଫେରି ନ ଯାଆନ୍ତୁ I ସେମାନଙ୍କୁ ଶୀଘ୍ର ପଳାୟନ କରିବାକୁ ହେବ I (ଦେଖ: /WA-Catalog/or_tm?section=translate#figs-explicit)

Luke 17:32

Remember Lot's wife

ଲୋଟଙ୍କର ସ୍ତ୍ରୀଙ୍କ ପ୍ରତି ଯାହା ଘଟିଲା ତାହା ସ୍ମରଣ କର I ଏହା ଏକ ଚେତାବନୀ ଅଟେ I ସେ ସଦୋମ ଆଡକୁ ଫେରି ଅନେଇଲେ ଏବଂ ଈଶ୍ୱର ତାଙ୍କୁ ସଦୋମର ଲୋକମାନଙ୍କ ସହିତ ଦଣ୍ଡ ଦେଲେ I ବିକଳ୍ପ ଅନୁବାଦ: “ଲୋଟଙ୍କ ସ୍ତ୍ରୀ ଯେପରି କଲେ ତୁମେ ସେପରି କର ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis ଏବଂ /WA-Catalog/or_tm?section=translate#figs-explicit)

Luke 17:33

Whoever seeks to gain his life will lose it

ଯେଉଁମାନେ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ସେମାନେ ସେସବୁ ହରାଇବେ ବା “ଯେକେହି ତା’ର ପୁରୁଣା ଜୀବନଶୈଳୀ ରକ୍ଷା କରିବା ପାଇଁ ଚେଷ୍ଟା କରେ ସେ ତା’ର ଜୀବନ ହରାଇବ”

but whoever loses it will save it

କିନ୍ତୁ ଯେଉଁ ଲୋକମାନେ ସେମାନଙ୍କ ଜୀବନ ହରାନ୍ତି, ସେମାନେ ସେସବୁ ରକ୍ଷା କରିବେ ବା “କିନ୍ତୁ ଯେକେହି ତା’ର ପୁରୁଣା ଜୀବନଶୈଳୀ ପରିତ୍ୟାଗ କରେ ସେ ତାହାର ଜୀବନ ରକ୍ଷା କରିବ”

Luke 17:34

I tell you

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ସମ୍ବୋଧନ କରିଚାଲିଥିବା ବେଳେ ସେ ସେମାନଙ୍କୁ ଯାହା କହୁଛନ୍ତି ତାହାର ମହତ୍ତ୍ଵ ଉପରେ ଗୁରୁତ୍ଵ ଆରୋପ କରୁଛନ୍ତି I

in that night

ଯଦି ସେ, ମନୁଷ୍ୟପୁତ୍ର, ରାତ୍ରୀ ସମୟରେ ଆସନ୍ତି ତାହାହେଲା କ’ଣ ହେବ ତାହା ସମ୍ପର୍କରେ ସୂଚାଏ I

there will be two people in one bed

ଏହି ଦୁଇଜଣ ବ୍ୟକ୍ତିଙ୍କ ଉପରେ ଗୁରୁତ୍ଵ ଦିଆଯାଇ ନାହିଁ ମାତ୍ର ଏହି ବାସ୍ତବତା ଉପରେ ଯେ କେତେକ ଲୋକମାନେ କାଢି ନିଆଯିବେ ଏବଂ ଅନ୍ୟମାନେ ପରିତ୍ୟକ୍ତ ହେବେ I

bed

ଗଦି ବା “ଖଟ”

One will be taken, and the other will be left

ଜଣେ ବ୍ୟକ୍ତି ଗ୍ରହଣ କରାଯିବ ଏବଂ ଅନ୍ୟ ବ୍ୟକ୍ତି ପଛରେ ପରିତ୍ୟକ୍ତ ହେବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଜଣେ ବ୍ୟକ୍ତିକୁ ଗ୍ରହଣ କରିବେ ଓ ଅନ୍ୟ ଜଣକୁ ଛାଡି ଦେବେ” ବା “ଦୂତମାନେ ଜଣକୁ ନେଇଯିବେ ଓ ଅନ୍ୟ ଜଣକୁ ପଛରେ ଛାଡି ଦେଇଯିବେ”(ଦେଖ: /WA-Catalog/or_tm?section=translate#figs-activepassive)

Luke 17:35

There will be two women grinding at the same place

ଏହା ଦୁଇଜଣ ସ୍ତ୍ରୀ ବା ସେମାନଙ୍କର କାର୍ଯ୍ୟକଳାପଗୁଡିକ ଉପରେ ଗୁରୁତ୍ଵ ଦିଆଯାଇ ନାହିଁ କିନ୍ତୁ ଏହି ବାସ୍ତବତା ଉପରେ ଯେ କେତେକ ଲୋକମାନେ କାଢି ନିଆଯିବେ ଏବଂ ଅନ୍ୟମାନେ ପରିତ୍ୟକ୍ତ ହେବେ I

grinding together

ଏକତ୍ର ଶସ୍ୟ ପେଷିବା

Luke 17:37

General Information:

ଶିଷ୍ୟମାନେ ଯୀଶୁଙ୍କୁ ତାଙ୍କର ଶିକ୍ଷା ସମ୍ପର୍କରେ ଏକ ପ୍ରଶ୍ନ ପଚାରନ୍ତି ଓ ସେ ସେମାନଙ୍କୁ ଉତ୍ତର ଦିଅନ୍ତି I

Where, Lord?

ପ୍ରଭୁ, କେଉଁଠାରେ ଏହା ଘଟିବ ?

Where the body is, there also the vultures will be gathered together

ଆପାତତଃ, ଏହା ଏକ ପ୍ରବାଦ ଅଟେ ଯାହାର ଅର୍ଥ “ଏହା ଅବଶ୍ୟ ଘଟିବ” ବା “ଯେତେବେଳେ ଏହା ଘଟିବ ସେତେବେଳେ ତୁମ୍ଭେମାନେ ଏହା ଜାଣିବ I” ଶାଗୁଣାମାନେ ଯେଭଳି ଭାବରେ ଏକାଠି ହୁଅନ୍ତି ତାହା ଦର୍ଶାଏ ଯେ ସେଠାରେ କୌଣସି ଏକ ମୃତ ଶରୀର ରହିଛି, ତେଣୁ ଏହି ବିଷୟଗୁଡିକ ଦର୍ଶାଏ ଯେ ମନୁଷ୍ୟପୁତ୍ର ଆସୁଛନ୍ତି” (ଦେଖ: /WA-Catalog/or_tm?section=translate#writing-proverbs)

the vultures

ଶାଗୁଣାମାନେ ବିଶାଳ ପକ୍ଷୀ ଅଟନ୍ତି ଯେଉଁମାନେ ଏକତ୍ର ଉଡନ୍ତି ଏବଂ ସେମାନେ ପାଉଥିବା ପଶୁଗୁଡିକର ମୃତ ଶରୀରର ମାଂସ ଖାଆନ୍ତି I ତୁମେ ଏହି ପକ୍ଷୀଗୁଡିକୁ ଏପରି ଭାବରେ ବର୍ଣ୍ଣନା କରି ପାରିବ ବା ଏହା କରିବା ପାଇଁ ସ୍ଥାନୀୟ ପକ୍ଷୀମାନଙ୍କ ପାଇଁ ଥିବା ଶବ୍ଦ ବ୍ୟବହାର କରି ପାରିବ I (ଦେଖ: /WA-Catalog/or_tm?section=translate#translate-unknown)