John 13

ଯୋହନ ୧୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ଘଟଣାସମୁହ ସାଧାରଣତଃ ଶେଷ ଭୋଜ ବା ପ୍ରଭୁଭୋଜ ଭାବେ କୁହାଯାଏ I ନିସ୍ତାରପର୍ବ ଅନେକ ପ୍ରକାରେ ଈଶ୍ବରଙ୍କ ମେଷଶାବକ ସ୍ବରୁପ ଯୀଶୁଙ୍କ ବଳିଦାନ ସହିତ ସମାନ୍ତର ଅଟେ I (ଦେଖ: /WA-Catalog/or_tw?section=kt#passover)

ଏହି ଅଧ୍ୟାୟର ବିଶେଷ ଧାରଣା

ପାଦ ପ୍ରକ୍ଷାଳନ

ପ୍ରାଚୀନ ଉତ୍ତର ପୂର୍ବର ଲୋକମାନେ ଭାବୁଥିଲେ ଯେ ପାଦସବୁ ଅତି ମଇଳା ଅଟେ I ଦାସମାନେ କେବଳ ଲୋକମାନଙ୍କ ପାଦ ପ୍ରକ୍ଷାଳନ କରିବେ I ଶିଷ୍ୟମାନେ ଯୀଶୁ ସେମାନଙ୍କ ପାଦ ପ୍ରକ୍ଷାଳନ କରିବା ଚାହୁଁ ନଥିଲେ, କାରଣ ସେମାନେ ତାହାଙ୍କୁ ସେମାନଙ୍କ ଗୁରୁ ଓ ଆପଣା ଆପଣାକୁ ତାହାଙ୍କ ଦାସ ସ୍ବରୁପ ବିବେଚନା କରୁଥିଲେ, କିନ୍ତୁ ସେ ସେମାନଙ୍କୁ ଦେଖାଇବାକୁ ଚାହିଁଥିଲେ ଯେ ସେମାନେ ପରସ୍ପରର ସେବା କରିବା ଆବଶ୍ୟକ ଅଟେ I (ଦେଖ: /WA-Catalog/or_tm?section=translate#translate-symaction)

ମୁଁ

ଯୋହନ ଯୀଶୁ ଚାରି ଥର ‘ମୁଁ’ କହିଥିବା ବିଷୟକୁ ଏହି ପୁସ୍ତକରେ ଓ ଥରେ ଏହି ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି I ସେ ସବୁ ନିଜେ ଗୋଟିଏ ଗୋଟିଏ ପୂରା ବାକ୍ୟ ସ୍ବରୂପେ ଛିଡା ହୁଅନ୍ତି ଓ ଆକ୍ଷରିକ ଭାବରେ ଏବ୍ରୀ ଶବ୍ଦ “ମୁଁ” କୁ ଅନୁବାଦ କରନ୍ତି, ସେହି ନାମ ଦ୍ବାରା ଯିହୋବା ପରମେଶ୍ବର ମୋଶାଙ୍କ ନିକଟରେ ଆପଣାର ପରିଚୟ ଦେଇଥିଲେ I ଏହି ସବୁ କାରଣରୁ, ଯୀଶୁ ଯେତେବେଳେ ଏହି ବାକ୍ୟ ସବୁ କହିଲେ, ସେ ଆପଣାକୁ ଯିହୋବା ଭାବେ ଦାବୀ କରୁଥିବା ସଦୃଶ ଅନେକ ଲୋକ ବିଶ୍ବାସ କରନ୍ତି I (ଦେଖ: /WA-Catalog/or_tw?section=kt#yahweh) I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁଅବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ ମନୁଷ୍ୟପୁତ୍ର କହୁଛନ୍ତି (ଯୋହନ ୧୩:୩୧) I ତୁମର ଭାଷା ହୁଏତ ଲୋକମାନଙ୍କୁ ଅନ୍ୟ କାହା ବିଷୟରେ କହୁଥିବା ସଦୃଶ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦିଏନାହି I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 13:1

General Information:

ଏପର୍ଯ୍ୟନ୍ତ ନିସ୍ତାରପର୍ବ ହୋଇନାହିଁ ଓ ଯୀଶୁ ରାତ୍ରିଭୋଜ ନିମନ୍ତେ ଆପଣା ଶିଷ୍ୟମାନଙ୍କ ସହିତ ଏକତ୍ର ଅଛନ୍ତି I ଏହି ପଦଗୁଡିକ ବିବରଣୀର ଅବସ୍ଥିତି ବୁଝାଇ ଦିଅନ୍ତି ଏବଂ ଯୀଶୁ ଓ ଯିହୂଦାଙ୍କୁ ବିଷୟରେ ପୃଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ, ଓ ଯାହାକି ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯେତେବେଳେ ଏହା ଆପଣାର ଉପକାରରେ ଆସି ନ ଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଯତ୍ନଶିଳ ହୁଏ I

John 13:2

the devil had already put it into the heart of Judas Iscariot son of Simon, to betray Jesus

“ହୃଦୟରେ ସଂକଳ୍ପ ଜାତ କଲା” ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ କୌଣସି ବିଷୟରେ ଚିନ୍ତା କରିବାକୁ ଜଣେ ବ୍ୟକ୍ତିର କାରଣ ହୁଏ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଶୟତାନ, ଶିମୋନର ପୁତ୍ର, ଇସ୍କାରୀତ ଯିହୂଦାକୁ ପ୍ରବର୍ତ୍ତାଇ ସାରିଥିଲା I” (ଦେଖ: /WA-Catalog/or_tm?section=translate#figs-idiom)

John 13:3

Connecting Statement:

୩ ପଦ ଯୀଶୁ ଯାହା ଜାଣିଥିଲେ, ସେ ବିଷୟରେ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦିଏ I ବିବରଣୀର କାର୍ଯ୍ୟ ୪ ପଦରେ ଆରମ୍ଭ ହୁଏ I (ଦେଖ: /WA-Catalog/or_tm?section=translate#writing-background)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

had given everything over into his hands

ଏଠାରେ “ତାହାଙ୍କ ହସ୍ତ” ପରାକ୍ରମ ଓ ଅଧିକାର ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ଉପରେ ତାହାଙ୍କୁ ସମ୍ପୂର୍ଣ୍ଣ ପରାକ୍ରମ ଓ ଅଧିକାର ଦିଆଯାଇ ଥିଲା” (ଦେଖ: /WA-Catalog/or_tm?section=translate#figs-metonymy)

he had come from God and was going back to God

ଯୀଶୁ ସର୍ବଦା ପିତାଙ୍କ ସହିତ ରହିଥିଲେ, ଓ ଜଗତରେରେ ଆପଣା କର୍ମ ସମାପ୍ତ କରିବା ପରେ ସେଠାକୁ ପ୍ରତ୍ୟାବର୍ତ୍ତନ କରିବେ I

John 13:4

He got up from dinner and took off his outer clothing

ଯେହେତୁ ସେହି ଅଞ୍ଚଳ ଅତି ଧୂଳିମୟ ଥିଲା, ଜଣେ ଦାସ ଦ୍ବାରା ଅତିଥିମାନଙ୍କ ପାଦ ଧୌତ କରିବାବା ଭୋଜନକର୍ତ୍ତାଙ୍କ ନିମନ୍ତେ ଏକ ପ୍ରଥା ଥିଲା I ଯୀଶୁ ତାହାଙ୍କ ଗାମୁଛା ବାହାର କଲେ, ଯେପରି ସେ ଜଣେ ଦାସ ସଦୃଶ ଦେଖାଯିବେ I

John 13:5

began to wash the feet of the disciples

ଯେହେତୁ ସେହି ଅଞ୍ଚଳ ଅତି ଧୂଳିମୟ ଥିଲା, ଜଣେ ଦାସ ଦ୍ବାରା ଅତିଥିମାନଙ୍କ ପାଦ ଧୌତ କରିବା ଭୋଜନକର୍ତ୍ତାଙ୍କ ନିମନ୍ତେ ଏକ ପ୍ରଥା ଥିଲା I ଯୀଶୁ ତାହାଙ୍କ ଗାମୁଛା ବାହାର କଲେ, ଯେପରି ସେ ଜଣେ ଦାସ ସଦୃଶ ଦେଖାଯିବେ I

John 13:6

Lord, are you going to wash my feet?

ପିତରଙ୍କ ପ୍ରଶ୍ନ ପ୍ରମାଣ କରୁଅଛି ଯେ ଯୀଶୁ ତାହାଙ୍କ ପାଦ ଧୌତ କରିବା ସେ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପ୍ରଭୁ, ମୋ ପରି ଜଣେ ପାପୀର ପାଦ ଧୋଇଦେବା ଆପଣଙ୍କ ପକ୍ଷରେ ଉଚିତ୍ ନୁହଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 13:8

If I do not wash you, you have no share with me

ଏଠାରେ ଯୀଶୁ ପିତରଙ୍କ ପାଦ ଧୋଇଦେବା ନିମନ୍ତେ ତାହାଙ୍କୁ ବୁଝାଇବା ନିମନ୍ତେ ଦୁଇଟି ନକାରାତ୍ମକ ବାକ୍ୟାଂଶ କହୁଛନ୍ତି I ଯୀଶୁ ସୂଚାଉଛନ୍ତି ଯେ ଯଦି ପିତର ତାହାଙ୍କ ଶିଷ୍ୟ ହୋଇ ରହିବାକୁ ଚାହୁଁଛନ୍ତି, ତେବେ ସେ ତାହାଙ୍କୁ ତାଙ୍କ ପାଦ ଧୋଇଦେବା ନିମନ୍ତେ ସମତି ହେବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ତୁମର ପାଦ ଧୋଇଦେବି, ତେବେ ତୁମେ ମୋ ସହତ ସର୍ବଦା ରହିବ” (ଦେଖ: /WA-Catalog/or_tm?section=translate#figs-doublenegatives/WA-Catalog/or_tm?section=translate#figs-explicit)

John 13:10

General Information:

ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ ବୁଝାଇବା ସକାଶେ “ତୁମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I

Connecting Statement:

ଯୀଶୁ ଶିମୋନ ପିତରଙ୍କୁ କହିବାରେ ଲାଗିଛନ୍ତି I

He who is bathed has no need, except to wash his feet

ଏଠାରେ “ସ୍ନାନ କରିଅଛି” ଏକ ରୂପକ ଅଟେ ଯାହାର ଅର୍ଥ ଏହା ଯେ ଈଶ୍ବର ଜଣେ ବ୍ୟକ୍ତିକୁ ଆତ୍ମିକ ଭାବରେ ଶୁଚି କରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯଦି କେହି ଈଶ୍ବରଙ୍କ କ୍ଷମା ପାଇଅଛି, ସେ ବର୍ତ୍ତମାନ କେବଳ ତାହାର ଦୈନନ୍ଦିନ ପାପରୁ ଶୁଚି ହେବା ଆବଶ୍ୟକ” (ଦେଖ: /WA-Catalog/or_tm?section=translate#figs-metaphor)

John 13:11

Not all of you are clean

ଯୀଶୁ ସୂଚାଉଛନ୍ତି ଯେ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାଙ୍କଠାରେ ବିଶ୍ବାସ କରିନାହିଁ I ସେଥିନିମନ୍ତେ ଈଶ୍ବର ତାହାକୁ ତାହାର ପାପରୁ କ୍ଷମା କରିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନଙ୍କ ମଧ୍ୟରୁ ସମସ୍ତେ ଈଶ୍ବରଙ୍କ କ୍ଷମା ପ୍ରାପ୍ତ ହୋଇନାହଁ I (ଦେଖ: /WA-Catalog/or_tm?section=translate#figs-explicit)

John 13:12

Do you know what I have done for you?

ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି, ଯେପରି ଯୀଶୁ ଆପଣା ଶିଷ୍ୟମାନଙ୍କୁ ଯେଉଁ ଶିକ୍ଷା ଦେଉଛନ୍ତି, ତାହାର ଗୁରୁତ୍ବାରୋପ କରି ପାରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସମସ୍ତ କରିଅଛି, ତୁମ୍ଭେମାନେ ତାହା ବୁଝିବା ଆବଶ୍ୟକ !” (ଦେଖ: /WA-Catalog/or_tm?section=translate#figs-rquestion)

John 13:13

You call me 'teacher' and 'Lord,'

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟମାନଙ୍କର ତାହାଙ୍କ ପ୍ରତି ଖୁବ୍ ସମ୍ମାନ ଅଛି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ମୋତେ “ଗୁରୁ” ଓ “ପ୍ରଭୁ” ବୋଲି ଡାକୁଅଛ, ତୁମ୍ଭେମାନେ ମୋ ପ୍ରତି ଖୁବ୍ ସମ୍ମାନ ଦେଖାଉଅଛ” (ଦେଖ: /WA-Catalog/or_tm?section=translate#figs-explicit)

John 13:15

you should also do just as I did for you

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଆଦର୍ଶ ପାଳନ କରି ପରସ୍ପରର ସେବା କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ନମ୍ର ହୋଇ ପରସ୍ପରର ସେବା କରିବା ଉଚିତ” (ଦେଖ: /WA-Catalog/or_tm?section=translate#figs-explicit)

John 13:16

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିବାରେ ଲାଗିଛନ୍ତି I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

greater

କିଏ ଅଧିକ ଶ୍ରେଷ୍ଠ କିମ୍ବା କିଏ ଅଧିକ ଶକ୍ତିଶାଳୀ, କିଅବା ଏକ ସହଜ ଜୀବନ ଅବା ଅଧିକ ଆରାମଦାୟକ ଜୀବନ ଲାଭ କରିବା ଉଚିତ

John 13:17

you are blessed

ଏଠାରେ “ଧନ୍ୟ”ର ଅର୍ଥ ଜଣକ ପ୍ରତି ମଙ୍ଗଳ ଓ ହିତକାରୀ ବିଷୟସବୁ ଘଟାଇବା I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ଆଶୀର୍ବାଦ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

John 13:18

this so that the scripture will be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ର ସଫଳ ହେବା ନିମନ୍ତେ ଏହା ଘଟିଲା” (ଦେଖ: /WA-Catalog/or_tm?section=translate#figs-activepassive)

He who eats my bread lifted up his heel against me

ଏଠାରେ “ମୋହର ଅନ୍ନ ଖାଏ” ବାକ୍ୟାଂଶ ଯେ ଜଣେ ବନ୍ଧୁଭଳି ଛଳନା କରେ, ସେ ପ୍ରକାର ଲୋକଙ୍କୁ ବୁଝାଇବା ନିମନ୍ତେ ଏକ ରୂଢ଼ି ଅଟେ I “ଗୋଇଠା ଉଠାଇଲା” ବାକ୍ୟାଂଶ ମଧ୍ୟ ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେ ଜଣେ ଶତ୍ରୁ ହୋଇ ସାରିଛି I ଯଦି ତୁମ ଭାଷାରେ ଏହି ସବୁ ଅର୍ଥ ବୁଝାଇବା ସ୍ବରୁପ ରୂଢ଼ି ଅଛି, ତୁମେ ସେଗୁଡିକ ଏଠାରେ ବ୍ୟବହାର କରପାର I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ବନ୍ଧୁ ସଦୃଶ ଛଳନା କରୁଥିଲା, ସେ ମୋହର ଜଣେ ଶତ୍ରୁ ହୋଇଅଛି” (ଦେଖ: /WA-Catalog/or_tm?section=translate#figs-idiom)

John 13:19

I tell you this now before it happens

ଏହା ଘଟିବା ପୂର୍ବରୁ କଅଣ ସବୁ ଘଟିବାକୁ ଯାଉଅଛି, ବର୍ତ୍ତମାନ ତାହା ମୁଁ ତୁମ୍ଭମାନଙ୍କୁ କହୁଅଛି

I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ବୋଲି ପରିଚୟ ଦେଇଥିଲେ କିମ୍ବା ୨) ଯୀଶୁ କହୁଛନ୍ତି, “ମୁଁ ଯେ ଅଛି, ମୁଁ ସେହି ଅଟେ I”

John 13:20

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

John 13:21

troubled

ଚିନ୍ତାଗ୍ରସ୍ତ, ବିଚଳିତ

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

John 13:22

The disciples looked at each other, wondering of whom he was speaking

ଶିଷ୍ୟମାନେ ପରସ୍ପରକୁ ଚାହିଁ ଆଶ୍ଚର୍ଯ୍ୟାନ୍ବିତ ହେଲେ: “କିଏ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ ?”

John 13:23

One of his disciples, whom Jesus loved

ଏହା ଯୋହନଙ୍କୁ ବୁଝାଏ I

lying down at the table

ଖ୍ରୀଷ୍ଟଙ୍କ ସମୟରେ ଯିହୂଦୀମାନେ ସାଧାରଣତଃ ଗ୍ରୀକ୍ ଶୈଳୀରେ ଏକତ୍ର ଭୋଜନ କରୁଥିଲେ, ଯେଉଁଠାରେ ସେମାନେ ତଳୁଆ ଆସନରେ ଆଉଜି ପଡୁଥିଲେ I (ଦେଖ: /WA-Catalog/or_tm?section=translate#figs-explicit)

Jesus' side

ଗ୍ରୀକ୍ ଶୈଳୀରେ ଭୋଜନ କରୁଥିବା ସମୟରେ ଅନ୍ୟ ଜଣକର ବକ୍ଷ ଉପରେ ନିଜର ମସ୍ତକ ଦେଇ ଆଉଜି ପଡିବା ବିଷୟକୁ ତାହାଙ୍କ ସହିତ ଏକ ଘନିଷ୍ଠ ବନ୍ଧୁତ୍ବ ସଦୃଶ ବିବେଚନା କରାଯାଉଥିଲା I

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ପ୍ରତି ଦୃଷ୍ଟିପାତ କରେ, ଏପରିକି ଯଦିଓ ଆପଣାର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ I

John 13:26

Iscariot

ଏହା ସୂଚାଇ ଦିଏ ଯେ ଯିହୂଦା କରିୟୋଥ ନାମକ ଗ୍ରାମରୁ ଆସିଥିଲେ I (ଦେଖ: /WA-Catalog/or_tm?section=translate#writing-background)

John 13:27

Then after the bread

“ଯିହୂଦା ପାଇଲା” ଶବ୍ଦଗୁଡିକ ପୂର୍ବାପର ପ୍ରସଙ୍ଗରୁ ବୁଝି ହେଉଛି I ଅନ୍ୟ ଏକ ଅନୁବାଦରେ: “ତାହାପରେ ଯିହୂଦା ରୋଟୀ ଖଣ୍ଡକ ପାଇଲା ଉତ୍ତାରେ” (ଦେଖ: /WA-Catalog/or_tm?section=translate#figs-ellipsis)

Satan entered into him

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଶୟତାନ ଯିହୂଦାକୁ ସମ୍ପୂର୍ଣ୍ଣ ଆୟତ୍ତକୁ ନେଲା I ଅନ୍ୟ ଏକ ଅନୁବାଦରେ: “ଶୟତାନ ତାହାକୁ ନିଜ ଆୟତ୍ତକୁ ନେଲା” କିମ୍ବା “ଶୟତାନ ତାହାକୁ ଆଜ୍ଞା ଦେବାକୁ ଲାଗିଲା” (ଦେଖ: /WA-Catalog/or_tm?section=translate#figs-idiom)

so Jesus said to him

ଏଠାରେ ଯୀଶୁ ଯିହୂଦାକୁ କହୁଛନ୍ତି I

What you are doing, do it quickly

ଯାହା କରିବାକୁ ଯୋଜନା କରୁଅଛ, ଶୀଘ୍ର କର!

John 13:29

that he should give something to the poor

ତୁମେ ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରିପାରିବ: “ଯାଅ ଓ ଦରିଦ୍ରମାନଙ୍କୁ କିଛି ଅର୍ଥ ଦାନ କର I”

John 13:30

he went out immediately. It was night

ଯୋହନ ଏଠାରେ ଏହି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରୁଛନ୍ତି ଯେ ରାତ୍ରିର ଅନ୍ଧକାରରେ ଯିହୂଦା ତାହାର ମନ୍ଦ ବା “ଅନ୍ଧକାର”ର କର୍ମ କରିବ I ଅନ୍ୟ ଏକ ଅନୁବାଦରେ: “ସେହିକ୍ଷଣି ସେ ରାତ୍ରିର ଅନ୍ଧକାର ମଧ୍ୟକୁ ବାହାରି ଗଲା” (ଦେଖ: /WA-Catalog/or_tm?section=translate#writing-background)

John 13:31

Now the Son of Man is glorified, and God is glorified in him

ତୁମେ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଲୋକମାନେ ଦେଖିବାକୁ ଉଦ୍ୟତ ଯେ କିପରି ମନୁଷ୍ୟପୁତ୍ର ମହିମାନ୍ବିତ ହେବେ ଓ ମନୁଷ୍ୟପୁତ୍ର ଯାହା କରୁଅଛନ୍ତି, ତଦ୍ଦ୍ବାରା କିପରି ଈଶ୍ବର ମହିମାନ୍ବିତ ହେବେ” (ଦେଖ: /WA-Catalog/or_tm?section=translate#figs-activepassive)

John 13:32

God will glorify him in himself, and he will glorify him immediately

“ତାହାଙ୍କୁ” ଶବ୍ଦ ମନୁଷ୍ୟପୁତ୍ରଙ୍କୁ ବୁଝାଏ I “ଆପଣାଠାରେ” ଶବ୍ଦ ଏକ ସ୍ବୟଂବାଚକ ସର୍ବନାମ ଯାହା ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସ୍ବୟଂ ମନୁଷ୍ୟପୁତ୍ରଙ୍କୁ ସେହିକ୍ଷଣି ମହିମାନ୍ବିତ କରିବେ” (ଦେଖ: /WA-Catalog/or_tm?section=translate#figs-rpronouns)

John 13:33

Little children

ଯୀଶୁ ସମ୍ପର୍କ ସ୍ଥାପନ କରିବା ନିମନ୍ତେ “ବତ୍ସଗଣ” ଶବ୍ଦ ବ୍ୟବହାର କରନ୍ତି ଯେ ସେ ଆପଣା ଶିଷ୍ୟମାନଙ୍କୁ ଆପଣା ସନ୍ତାନଗଣ ସଦୃଶ ପ୍ରେମ କରନ୍ତି I

as I said to the Jews

ଏଠାରେ ଯିହୂଦୀ ନେତା ମାନଙ୍କୁ ବୁଝାଇବା ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କଲେ I ଅନ୍ୟ ଏକ ଅନୁବାଦରେ: “ଯେପରି ମୁଁ ଯିହୂଦୀ ନେତାମାନଙ୍କୁ କହିଥିଲି” (ଦେଖ: /WA-Catalog/or_tm?section=translate#figs-synecdoche)

John 13:34

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଚାଲିଛନ୍ତି I

love

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଏବଂ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯେତେବେଳେ ଏହା ଜଣକର ଉପକାରରେ ଆସି ନ ଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

John 13:35

everyone

ତୁମେ ଏହାକୁ ସ୍ପଷ୍ଟ କରିବାକୁ ହେବ ଯେ ଏହି ଅତିରଞ୍ଜିତ ବିଷୟଟି କେବଳ ସେହି ଲୋକମାନଙ୍କୁ ବୁଝାଏ, ଯେଉଁମାନେ ଶିଷ୍ୟମାନେ କିପରି ପରସ୍ପରକୁ ପ୍ରେମ କରୁଛନ୍ତି, ତାହା ଦେଖନ୍ତି I (ଦେଖ: /WA-Catalog/or_tm?section=translate#figs-hyperbole)

John 13:37

lay down my life

ମୋହର ଜୀବନ ଦିଏ କିମ୍ବା “ମୃତ୍ୟୁଭୋଗ କରେ”

John 13:38

Will you lay down your life for me?

ଏହି ଟିପ୍ପଣୀ ଯୀଶୁଙ୍କ ଉକ୍ତିକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ କହୁଅଛ ଯେ ତୁମ୍ଭେ ମୋ ନିମନ୍ତେ ମୃତ୍ୟୁଭୋଗ କରିବ, କିନ୍ତୁ ବାସ୍ତବରେ ତୁମେ ତାହା କରିବ ନାହିଁ!” (ଦେଖ: /WA-Catalog/or_tm?section=translate#figs-rquestion)

the rooster will not crow before you have denied me three times

ତୁମେ କହିବ ଯେ କୁକୁଡା ଡାକିବା ପୂର୍ବରୁ ତିନିଥର ମୋତେ ଜାଣ ନାହିଁ