John 9

ଯୋହନ ୦୯ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“କିଏ ପାପ କରିଥିଲେ ?”

ଯୀଶୁଙ୍କ ସମୟରେ ଅନେକ ଯିହୂଦୀମାନେ ବିଶ୍ବାସ କରୁଥିଲେ ଯେ ଯଦି କୌଣସି ଲୋକ ଅନ୍ଧ କିମ୍ବା ବଧିର ଅବା ଖଞ୍ଜ ଥିଲା, ତେବେ ଏହାର କାରଣ ହେଉଛି ଯେ ସେ କିମ୍ବା ତାହାର ପିତାମାତା ବା ତାଙ୍କ ପରିବାରର କେହି ପାପ କରିଥିଲେ I ଏହା ମୋଶାଙ୍କ ବ୍ୟବସ୍ଥାର ଶିକ୍ଷା ନ ଥିଲା I (ଦେଖ: /WA-Catalog/or_tw?section=kt#sin/WA-Catalog/or_tw?section=kt#lawofmoses)

“ସେ ବିଶ୍ରାମବାରକୁ ପାଳନ କରୁନାହିଁ”

ଫାରୂଶୀମାନେ ଭାବୁଥିଲେ ଯେ ଯୀଶୁ କାର୍ଯ୍ୟ କରୁଛନ୍ତି, ଆଉ ସେଥିପାଇଁ କାଦୁଅ ପ୍ରସ୍ତୁତକରି, ବିଶ୍ରାମବାରକୁ ଲଂଘନ କରୁଛନ୍ତି I (ଦେଖ: /WA-Catalog/or_tw?section=kt#sabbath)

ଏହି ଅଧ୍ୟାୟର ମୁଖ୍ୟ ରୂପକ

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଥିଲେ I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟ ହେବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I (ଦେଖ: /WA-Catalog/or_tw?section=kt#righteous)

ଦେଖିବା ଓ ଅନ୍ଧହେବା

ଯୀଶୁ ଫାରୂଶୀମାନଙ୍କୁ ଅନ୍ଧ କହୁଛନ୍ତି, କାରଣ ସେମାନେ ଦେଖୁଛନ୍ତି ଯେ ଯୀଶୁ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି, ତଥାପି ସୁଦ୍ଧା ସେମନେ ଈଶ୍ବର ତାହାଙ୍କୁ ପ୍ରେରଣ କରିଥିବା ବିଶ୍ବାସ କରୁ ନାହାନ୍ତି (ଯୋହନ ୯:୩୯-୪୦) I (ଦେଖ: /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ ମନୁଷ୍ୟପୁତ୍ର କହୁଛନ୍ତି (ଯୋହନ ୯:୩୫) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହିବା ନିମନ୍ତେ ଅନୁମତି ଦିଏନାହି ଯେପରି ସେମାନେ ଅନ୍ୟ ଲୋକମାନଙ୍କ ବିଷୟରେ କହନ୍ତି I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 9:1

General Information:

ଯେପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ ଜଣେ ଅନ୍ଧ ଲୋକକୁ ଦେଖିବାକୁ ପାଇଲେ I

Now

ଏହି ବାକ୍ୟ ପ୍ରମାଣ କରେ ଯେ ଲେଖକ ଏକ ନୂତନ ଘଟଣା ବର୍ଣ୍ଣନା କରିବାକୁ ଯାଉଛନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

as Jesus passed by

ଏଠାରେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ “ଯୀଶୁ” ରୂପକ ଭାବରେ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଉଥିବା ସମୟରେ” (ଦେଖ: /WA-Catalog/or_tm?section=translate#figs-synecdoche)

John 9:2

who sinned, this man or his parents ... blind?

ଏହି ପ୍ରଶ୍ନ ପ୍ରାଚୀନ ଯିହୁଦୀ ବିଶ୍ବାସକୁ ପ୍ରତିଫଳନ କରେ ଯେ ସମସ୍ତ ପ୍ରକାର ରୋଗ ଓ ଅସୁସ୍ଥତା ପାପର କାରଣ ଅଟେ I ଯିହୂଦୀ ଗୁରୁମାନେ ମଧ୍ୟ ଶିକ୍ଷା ଦେଉଥିଲେ ଯେ ଗର୍ଭରେ ରହିଥିବା ସମୟରେ ସୁଦ୍ଧା ଜଣେ ଶିଶୁ ପାପ କରିବା ସମ୍ଭବ ଅଟେ I ଅନ୍ୟ ଏକ ଅନୁବାଦରେ: “ଗୁରୁ, ଆମ୍ଭେମାନେ ଜାଣୁ ଯେ ପାପ ଜଣେ ବ୍ୟକ୍ତିର ଅନ୍ଧତ୍ବର କାରଣ ହୋଇଥାଏ I କାହାର ପାପ ଏହି ବ୍ୟକ୍ତିର ଅନ୍ଧତ୍ବର କାରଣ ହେଲା ? ଏହି ବ୍ୟକ୍ତି କି ନିଜେ ପାପ କଲା, ଅବା ତାହାର ବାପାମାଆ ପାପ କରିଥିଲେ ? (ଦେଖ: /WA-Catalog/or_tm?section=translate#figs-explicit)

John 9:4

We

ଏହି “ଆମ୍ଭେମାନେ” ଶବ୍ଦ ଉଭୟ ଯୀଶୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-inclusive)

day ... Night

ଏଠାରେ “ଦିନ” ଓ “ରାତ୍ରି” ରୂପକ ଅଟନ୍ତି I ଯୀଶୁ ସମୟକୁ ତୁଳନା କରୁଛନ୍ତି ଯେତେବେଳେ ଲୋକମାନେ ଈଶ୍ବରଙ୍କ କର୍ମ କରି ପାରୁଥିବା ଦିବାସମୟ ଅଟେ, ଅର୍ଥାତ୍, ଯେତେବେଳେ ଲୋକମାନେ ସାଧାରଣତଃ କାର୍ଯ୍ୟ କରନ୍ତି ଓ ରାତ୍ର ସମୟକୁ ଯେତେବେଳେ ସେମାନେ ଈଶ୍ବରଙ୍କ କାର୍ଯ୍ୟ କରିପାରୁ ନାହାନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

John 9:5

in the world

ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ପ୍ରତିରୁପ ଅଟେ ଯେଉଁମାନେ ଜଗତରେ ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: ଏହି ଜଗତର ଲୋକମାନଙ୍କ ମଧ୍ୟରେ ବାସ କରନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

light of the world

ଏଠାରେ “ଜ୍ୟୋତିଃ” ଈଶ୍ବରଙ୍କ ସତ୍ୟ ପ୍ରକାଶନର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜ୍ୟୋତିଃ ଯେପରି ଲୋକମାନଙ୍କୁ ଅନ୍ଧକାରରେ ଥିବା ବିଷୟକୁ ଦେଖାଇ ଦିଏ, ସେହିପରି ସେ ସତ୍ୟକୁ ଦେଖାଇ ଦିଅନ୍ତି: (ଦେଖ: /WA-Catalog/or_tm?section=translate#figs-metaphor)

John 9:6

made mud with the saliva

ଯୀଶୁ ମାଟି ଓ ଛେପକୁ ମିଶାଇବା ନିମନ୍ତେ ଆପଣା ଅଙ୍ଗୁଳି ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ସେ କାଦୁଅ କରିବା ନିମନ୍ତେ ମାଟି ଓ ଛେପ ମିଶାଇ କାଦୁଅ କରିବା ନିମନ୍ତେ ଆପଣା ଅଙ୍ଗୁଳି ବ୍ୟବହାର କଲେ” (ଦେଖ: /WA-Catalog/or_tm?section=translate#figs-explicit)

John 9:7

wash ... washed

ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ ଯୀଶୁ ତାହାକୁ ପୋଖରୀକୁ ଯାଇ ଆପଣା ଆଖିରୁ କାଦୁଅ ଧୋଇବା ଚାହିଁଲେ ଓ ଲୋକଟି ତାହା ହିଁ କଲା I (ଦେଖ: /WA-Catalog/or_tm?section=translate#figs-explicit)

which is translated ""Sent

ଏଠାରେ ବିବରଣୀର ଧାରାରେ ଏକ ବିରତି ରହିଛି, ଯେପରି ଯୋହନ ଆପଣା ପାଠକମାନଙ୍କୁ “ଶିଲୋହ”ର ଅର୍ଥ କ”ଣ, ତାହା ବୁଝାଇ ପାରିବେ I ଅନ୍ୟ ଏକ ଅନୁବାଦରେ: “ଯାହାର ଅର୍ଥ ‘ପ୍ରେରିତ’” (ଦେଖ: /WA-Catalog/or_tm?section=translate#writing-background)

John 9:8

Is not this the man that used to sit and beg?

ଲୋକମାନଙ୍କ ଚକିତ ହେବା ବିଷୟ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଏହି ସେହି ବ୍ୟକ୍ତି, ଯେ କି ବସି ଭିକ ମାଗୁଥିଲା !” (ଦେଖ: /WA-Catalog/or_tm?section=translate#figs-rquestion)

John 9:10

Connecting Statement:

ଅନ୍ଧ ହୋଇଥିବା ବ୍ୟକ୍ତିର ପ୍ରତିବାସୀମାନେ ତାହା ସହିତ କଥା କହୁଛନ୍ତି I

Then how were your eyes opened?

ତେବେ କଅଣ ତୁମକୁ ଦେଖିବାକୁ ସମର୍ଥ କଲା ? କିମ୍ବା “ତୁମେ ବର୍ତ୍ତମାନ କିପରି ଦେଖି ପାରୁଛ?”

John 9:11

smeared it on my eyes

ମୋହର ଆଖି ଉପରେ କାଦୁଅ ଲଗାଇବା ନିମନ୍ତେ ସେ ଆପଣା ଅଙ୍ଗୁଳି ବ୍ୟବହାର କଲେ I ଦେଖ ତୁମେ କିପରି ଏହିପ୍ରକାର ବାକ୍ୟାଂଶକୁ ଯୋହନ ୯:୬ରେ ଅନୁବାଦ କରିଅଛ I

John 9:13

General Information:

ଯୀଶୁ କେତେବେଳେ ଲୋକଟିକୁ ସୁସ୍ଥ କରିଥିଲେ, ୧୪ ପଦ ସେ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I

They brought the man who used to be blind to the Pharisees

ଲୋକମାନେ ସେହି ବ୍ୟକ୍ତି ଜଣକୁ ସେମାନଙ୍କ ସହିତ ଫାରୂଶୀମାନଙ୍କ ନିକଟକୁ ଯିବା ନିମନ୍ତେ ବାଧ୍ୟ କଲେ I ସେମାନେ ତାହାକୁ ବଳପୂର୍ବକ ବାଧ୍ୟ କରି ନଥିଲେ I

John 9:14

Sabbath day

ଯିହୂଦୀମାନଙ୍କ ବିଶ୍ରାମବାର

John 9:15

Then again the Pharisees asked him

ଆଉ ଫାରୂଶୀମାନେ ମଧ୍ୟ ତାହାକୁ ପଚାରିଲେ

John 9:16

General Information:

୧୮ ପଦରେ ମୁଖ୍ୟ ଘଟଣା ଧାରାରେ ଏକ ବିରତି ହୁଏ, ଯେଉଁଥିରେ ଯୋହନ ଯିହୂଦୀମାନଙ୍କ ଅବିଶ୍ବାସ ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

he does not keep the Sabbath

ଏହାର ଅର୍ଥ ଯିହୂଦୀମାନଙ୍କ ବିଶ୍ରାମବାରରେ କାର୍ଯ୍ୟ ନକରିବା ବିଷୟରେ ଯୀଶୁ ବ୍ୟବସ୍ଥା ପାଳନ କରୁ ନାହାନ୍ତି I

How can a man who is a sinner do such signs?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯେ ଯୀଶୁଙ୍କ ଆଶ୍ଚର୍ଯ୍ୟକର୍ମ ସବୁ ସେ ଜଣେ ପାପୀ ନଥିବା ପ୍ରମାଣିତ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ପାପୀ ଏଭଳି ଆଶ୍ଚର୍ଯ୍ୟକର୍ମ କରିପାରିବ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

signs

ଏହା ଆଶ୍ଚର୍ଯ୍ୟକର୍ମ ନିମନ୍ତେ ଅନ୍ୟ ଏକ ଶବ୍ଦ ଅଟେ I “ଆଶ୍ଚର୍ଯ୍ୟକର୍ମ ସମୁହ” ପ୍ରମାଣ ଦିଅନ୍ତି ଯେ ଈଶ୍ବର ସର୍ବଶକ୍ତିମାନ୍ ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I

John 9:17

He is a prophet

ମୁଁ ଭାବୁଛି ସେ ଜଣେ ଭାବବାଦୀ ଅଟନ୍ତି

John 9:18

Now the Jews still did not believe

ଏଠାରେ “ଯିହୂଦୀ ନେତାମାନେ” ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦ: ବର୍ତ୍ତମାନ ସୁଦ୍ଧା ଯିହୂଦୀ ନେତାମାନେ ବିଶ୍ବାସ କଲେ ନାହିଁ I (ଦେଖ: /WA-Catalog/or_tm?section=translate#figs-synecdoche)

John 9:19

They asked the parents

“ସେମାନେ” ଯିହୂଦୀ ନେତାମାନଙ୍କୁ ବୁଝାଏ I

John 9:21

he is an adult

ସେ ଜଣେ ବୟଃପ୍ରାପ୍ତ ଲୋକ କିମ୍ବା “ସେ ଜଣେ ଶିଶୁ ହୋଇ ରହି ନାହାନ୍ତି”

John 9:22

General Information:

୨୨ ପଦରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେଉଁଥିରେ ଯୋହନ ବ୍ୟକ୍ତିର ପିତାମାତା ଯିହୂଦୀମାନଙ୍କ ସକାଶୁ ଭୟଭୀତ ହେବା ସମ୍ବନ୍ଧରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

they were afraid of the Jews

ଏଠାରେ “ଯିହୂଦୀ ନେତାମାନେ” ନିମନ୍ତେ “ଯିହୁଦୀମାନେ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ ସେମାନଙ୍କ ପ୍ରତି କ”ଣ କରିବେ, ସେ ବିଷୟରେ ସେମାନେ ଭୟଭୀତ ହେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

afraid

ଏହା ଜଣେ ବ୍ୟକ୍ତିର ଅସୁଖକର ଭାବକୁ ବୁଝାଏ ଯେତେବେଳେ ଆପଣା ପ୍ରତି ବା ଅନ୍ୟ ପ୍ରତି ଅନିଷ୍ଟର ଏକ ଧମକ ହେଲେ I

would confess him to be the Christ

ସେ ସ୍ବୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି

he would be thrown out of the synagogue

ଏଠାରେ ସମାଜଗୃହରେ ପ୍ରବେଶ ନିମନ୍ତେ ଅନୁମତି ପାଇ ନଥିବା ଲୋକମାନଙ୍କ ଏକ ଦଳ ଯେଉଁମାନେ ସମାଜଗୃହରେ ଉପାସନାରେ ସହଭାଗୀ ଦଳ ନିମନ୍ତେ “ସମାଜଚ୍ୟୁତ ହେବା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାକୁ ସମାଜଗୃହରେ ପ୍ରବେଶ କରିବାକୁ ଦିଆଯିବ ନାହିଁ” କିମ୍ବା “ସେ ଆଉ ସମାଜଗୃହର ସହଭାଗିତାରେ ରହିବ ନାହିଁ”(ଦେଖ: /WA-Catalog/or_tm?section=translate#figs-metaphor)

John 9:23

He is an adult

ସେ ଜଣେ ବୟଃପ୍ରାପ୍ତ ଲୋକ କିମ୍ବା “ସେ ଜଣେ ଶିଶୁ ନୁହେଁ I” ଦେଖ ତୁମେ ଏହାକୁ କିପରି ଯୋହନ ୯:୨୧ରେ ଅନୁବାଦ କରିଅଛ I

John 9:24

they called the man

ଏଠାରେ “ସେମାନେ” ଯିହୂଦୀମାନଙ୍କୁ ବୁଝାଏ I (ଯୋହନ ୯:୧୮)

Give glory to God

ଏହା ଏକ ରୂଢ଼ି ଅଟେ ଯାହା ଲୋକମାନେ ଶପଥ ନେବା ସମୟରେ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଉପସ୍ଥିତିରେ, ସତ୍ୟ କୁହ” କିମ୍ବା “ଈଶ୍ବରଙ୍କ ସମ୍ମୁଖରେ ସତ୍ୟ କୁହ” (ଦେଖ: /WA-Catalog/or_tm?section=translate#figs-idiom)

this man

ଏହା ଯୀଶୁଙ୍କୁ ବୁଝାଏ I

John 9:25

that man

ଏହା ସେହି ବ୍ୟକ୍ତିକୁ ବୁଝାଏ ଯେ ଅନ୍ଧ ଥିଲା I

John 9:26

Connecting Statement:

ଯିହୂଦୀମାନେ ସେହି ବ୍ୟକ୍ତି ସହିତ କଥା କହିବା ଜାରି ରଖିଛନ୍ତି ଯେ ଅନ୍ଧ ଥିଲା I

John 9:27

Why do you want to hear it again?

ଏହି ଟିପ୍ପଣୀ ସେହି ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯାହା ପୁନର୍ବାର ଯାହା ଘଟିଥିଲା ସେମାନଙ୍କୁ କହିବା ନିମନ୍ତେ ଯିହୁଦୀ ନେତାମାନେ ତାହାକୁ ପଚାରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଆଶ୍ଚର୍ଯ୍ୟାନ୍ବିତ ଯେ ମୋ ପ୍ରତି କଅଣ ଘଟିଲା, ତାହା ଆପଣମାନେ ପୁନର୍ବାର ଶୁଣିବାକୁ ଚାହୁଁଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

You do not want to become his disciples too, do you?

ଏହି ଟିପ୍ପଣୀ ବ୍ୟକ୍ତିର ଉକ୍ତିରେ ବ୍ୟଙ୍ଗଭାବ ସମ୍ପୃକ୍ତ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ସେ ଜାଣୁଛି ଯେ ଯିହୂଦୀ ନେତାମାନେ ଯୀଶୁଙ୍କ ଅନୁଗମନ କରିବାକୁ ଚାହୁଁ ନାହାଁନ୍ତି I ସେ ଏଠାରେ ସେମାନଙ୍କୁ ବିଦ୍ରୂପ କରୁଛି I ଅନ୍ୟ ଏକ ଅନୁବାଦରେ: “ଏପରି ଜଣା ପଡୁଛି ଯେ ଆପଣମାନେ ମଧ୍ୟ ତାହାଙ୍କ ଶିଷ୍ୟ ହେବାକୁ ଚାହୁଁଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-irony)

John 9:28

You are his disciple

ତୁ ଯୀଶୁଙ୍କ ଅନୁଗମନ କରୁଅଛୁ!

but we are disciples of Moses

ଏଠାରେ “ଆମ୍ଭେମାନେ” ସର୍ବନାମ ନିର୍ଦ୍ଦିଷ୍ଟ ଅଟେ I ଯିହୂଦୀ ନେତାମାନେ କେବଳ ଆପଣା ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଆମ୍ଭେମାନେ ମୋଶାଙ୍କ ଅନୁଗମନ କରୁଅଛୁ” (ଦେଖ: /WA-Catalog/or_tm?section=translate#figs-exclusive)

John 9:29

We know that God has spoken to Moses

ଆମ୍ଭେମାନେ ନିଶ୍ଚିତ ଯେ ଈଶ୍ବର ମୋଶାଙ୍କୁ କଥା କହିଛନ୍ତି

we do not know where this one is from

ଏଠାରେ ଯିହୂଦୀ ନେତାମାନେ ଯୀଶୁଙ୍କ ଆଡକୁ ଇଙ୍ଗିତ କରୁଛନ୍ତି I ସେମାନେ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟ କରିବା ଅଧିକାର ନାହିଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁନାହୁଁ ଯେ ସେ କେଉଁଠାରୁ ଆସିଛି ବା ସେ କେଉଁଠାରୁ ଅଧିକାର ପାଇଛି” (ଦେଖ: /WA-Catalog/or_tm?section=translate#figs-explicit)

John 9:30

that you do not know where he is from

ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହେଲା ଯେ ଯିହୂଦୀ ନେତାମାନେ ଯୀଶୁଙ୍କ ସୁସ୍ଥ କରିବାର ଶକ୍ତିକ ଜାଣି ସୁଦ୍ଧା ତାହାଙ୍କ ଅଧିକାରକୁ ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ସେ କେଉଁଠାରୁ ତାହାର ଅଧିକାର ପାଇଲା, ତୁମ୍ଭେମାନେ ଜାଣ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 9:31

does not listen to sinners ... listens to him

ସେ ପାପୀମାନଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ ...ଈଶ୍ବର ତାହାର ପ୍ରାର୍ଥନାର ଉତ୍ତର ଦିଅନ୍ତି

John 9:32

Connecting Statement:

ଅନ୍ଧ ବ୍ୟକ୍ତି ଜଣକ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିଛି I

it has never been heard that anyone opened

ଏହା ଏକ କର୍ମବାଚ୍ୟ ଉକ୍ତି ଅଟେ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେକେହି ଜନ୍ମାନ୍ଧ ବ୍ୟକ୍ତିକୁ ସୁସ୍ଥ କରିଥିବା ବିଷୟ କେହି କେବେ ଶୁଣିନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

John 9:33

If this man were not from God, he could do nothing

ଏହି ବାକ୍ୟ ଏକ ଯୁଗ୍ମ ନକାରାତ୍ମକ ବିଷୟ ବ୍ୟବହାର କରୁଅଛି I “ଈଶ୍ବରଙ୍କଠାରୁ ଆଗମନ କରିଥିବା ବ୍ୟକ୍ତି ହିଁ କେବଳ ଏଭଳି ବିଷୟ କରିପାରିବ !” (ଦେଖ: /WA-Catalog/or_tm?section=translate#figs-doublenegatives)

John 9:34

You were completely born in sins, and you are teaching us?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏହା ମଧ୍ୟ ସୂଚାଇ ଦିଏ ଯେ ବ୍ୟକ୍ତି ଜଣକ ତାହାର ବାପାମାଆଙ୍କ ପାପ ସକାଶୁ ଜନ୍ମାନ୍ଧ ଥିଲା I ଅନ୍ୟ ଏକ ଅନୁବାଦରେ: “ତୁ ତୋର ବାପାମାଆଙ୍କ ପାପ ସକାଶୁ ଅନ୍ଧହୋଇ ଜନ୍ମ ହୋଇଥିଲୁ I ତୁ ଆମ୍ଭମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଯୋଗ୍ୟ ନୋହୁଁ !” (ଦେଖ: /WA-Catalog/or_tm?section=translate#figs-rquestion)

they threw him out

ସେମାନେ ତାହାଙ୍କୁ ସମାଜଗୃହରୁ ବାହାର କରିଦେଲେ

John 9:35

General Information:

ଯୀଶୁ ସେ ସୁସ୍ଥ କରିଥିବା ବ୍ୟକ୍ତିକୁ ପାଉଛନ୍ତି (ଯୋହନ ୯:୧-୭) ଓ ତାହାକୁ ଏବଂ ଲୋକମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I

believe in

ଏହାର ଅର୍ଥ “ଯୀଶୁଙ୍କଠାରେ ବିଶ୍ବାସ କରିବା,” ସେ ଈଶ୍ବରଙ୍କ ପୁତ୍ର ଭାବେ ବିଶ୍ବାସ କରିବା, ପରିତ୍ରାଣକର୍ତ୍ତା ଭାବରେ ତାହାଙ୍କଠାରେ ଭରସା କରିବା ଓ ତାହାଙ୍କ ଗୌରବମୟ ମାର୍ଗରେ ଜୀବନଯାପନ କରିବା I

the Son of Man

ଏଠାରେ ପାଠକମାନେ ବୁଝିବା ଆବଶ୍ୟକ ଯେ ଯୀଶୁ ଯେପରି “ମନୁଷ୍ୟପୁତ୍ର” ହୋଇ ଅନ୍ୟଜଣେ ସଦୃଶ କହୁଛନ୍ତି I ଜନ୍ମାନ୍ଧ ବ୍ୟକ୍ତି ବୁଝିପାରି ନଥିଲା ଯେ ଯୀଶୁ ଆପଣା ବିଷୟରେ କହୁଥିଲେ ଯେତେବେଳେ ସେ “ମନୁଷ୍ୟପୁତ୍ର” ବିଷୟରେ କହୁଥିଲେ I ତୁମେ ଏପରି ଅନୁବାଦ କର, ଯେପରି ୩୭ ପଦ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଜାଣିନାହି ଯେ ଯୀଶୁ ମନୁଷ୍ୟପୁତ୍ର ଅଟନ୍ତି I

John 9:39

came into this world

ସେହି ଲୋକମାନଙ୍କ ନିମନ୍ତେ “ଜଗତ” ଏକ ରୂପକ ଅଟେ ଯେଉଁମାନେ ଜଗତରେ ଜଗତରେ ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଲୋକମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆସିଲେ” (ଦେଖ: /WA-Catalog/or_tm?section=translate#figs-metonymy)

so that those who do not see may see and so that those who see may become blind

ଏଠାରେ “ଦେଖିବା” ଓ ଅନ୍ଧତା” ରୂପକ ଅଟନ୍ତି I ଯୀଶୁ ଆତ୍ମିକ ଭାବରେ ଅନ୍ଧ ଓ ଶାରୀରିକ ଭାବରେ ଅନ୍ଧ ଲୋକମାନଙ୍କ ମଧ୍ୟରେ ପ୍ରଭେଦ ଦେଖାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ଯେଉଁମାନେ ଆତ୍ମିକ ଭାବରେ ଅନ୍ଧ ଅଟନ୍ତି, କିନ୍ତୁ ଯେଉଁମାନେ ଈଶ୍ବରଙ୍କୁ ଦେଖିବା ନିମନ୍ତେ ଚାହାନ୍ତି, ସେମାନେ ତାହାଙ୍କୁ ଦେଖି ପାରିବେ, ଓ ଯେଉଁମାନେ ଭ୍ରାନ୍ତିରେ ଥାଇ ଭାବୁଛନ୍ତି ଯେ ସେମାନେ ଈଶ୍ବରଙ୍କୁ ଦେଖି ପାରିବେ, ସେମାନେ ସେମାନଙ୍କ ଅନ୍ଧତାରେ ରହିବେ” (ଦେଖ: /WA-Catalog/or_tm?section=translate#figs-metaphor)

John 9:40

Are we also blind?

ତୁମେ କ”ଣ ଭାବୁଅଛ କି ଯେ ଆମ୍ଭେମାନେ ଆତ୍ମିକ ଭାବରେ ଅନ୍ଧ ଅଟୁ ?

John 9:41

If you were blind, you would have no sin

ଏଠାରେ ଈଶ୍ବରଙ୍କ ସତ୍ୟତା ନଜାଣିବା ନିମନ୍ତେ “ଅନ୍ଧତା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଈଶ୍ବରଙ୍କ ସତ୍ୟତାକୁ ଜାଣିବାକୁ ଚାହିଁଥାନ୍ତ, ତୁମ୍ଭେମାନେ ତୁମ୍ଭମାନଙ୍କ ଦୃଷ୍ଟିଲାଭ କରିବାକୁ ସକ୍ଷମ ହୋଇଥାନ୍ତ” (ଦେଖ: /WA-Catalog/or_tm?section=translate#figs-metaphor)

but now you say, 'We see,' so your sin remains

ଏଠାରେ ଈଶ୍ବରଙ୍କ ସତ୍ୟତାକୁ ଜାଣିବା ନିମନ୍ତେ “ଦେଖିବା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ଭ୍ରାନ୍ତିରେ ଥାଇ ଈଶ୍ବରଙ୍କ ସତ୍ୟତାକୁ ଜାଣିଥିବା ଭାବୁଅଛ, ତୁମ୍ଭେମାନେ ଅନ୍ଧହୋଇ ରହିବ” (ଦେଖ: /WA-Catalog/or_tm?section=translate#figs-metaphor)