John 10

ଯୋହନ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରନିନ୍ଦା

ଯେତେବେଳେ ଜଣେ ବ୍ୟକ୍ତି ଦାବି କରେ ଯେ ମୁଁ ଈଶ୍ବର ଅଟେ ଏବଂ ଈଶ୍ବର ତାହାଙ୍କୁ କହିବା ନିମନ୍ତେ କହିଛନ୍ତି ବୋଲି ଦାବୀ କରେ ଯେତେବେଳେ ଈଶ୍ବର ତାହାଙ୍କୁ କହିବା ନିମନ୍ତେ କହନ୍ତି ନାହି, ଏହା ଈଶ୍ବରନିନ୍ଦା ଅଟେ I ଈଶ୍ବରନିନ୍ଦାକାରୀମାନଙ୍କୁ ପ୍ରସ୍ତାରାଘାତ କରି ବଧ କରିବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା ଇଶ୍ରାୟେଲୀୟମାନଙ୍କୁ ଆଜ୍ଞା ଦେଇଥିଲା I ଯେତେବେଳେ ଯୀଶୁ କହିଲେ, “ମୁଁ ଓ ପିତା ଏକ,” ଯିହୂଦୀମାନେ ଭାବିଲେ ଯେ ସେ ଈଶ୍ବରନିନ୍ଦା କରୁଅଛି, ତେଣୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ପଥର ଉଠାଇଲେ I (ଦେଖ: /WA-Catalog/or_tw?section=kt#blasphemy/WA-Catalog/or_tw?section=kt#lawofmoses)

ଏହି ଅଧ୍ୟାୟର ମୁଖ୍ୟ ରୂପକ

ମେଷ

ଯୀଶୁ ଲୋକମାନଙ୍କୁ ମେଷ ସଦୃଶ କହୁଥଲେ, କାରଣ ସେମାନେ ଭଲ ଭାବରେ ଦେଖନ୍ତି ନାହି, ସେମାନେ ଭଲ ଭାବରେ ଚିନ୍ତା କରନ୍ତି ନାହିଁ, ସେମାନେ ପ୍ରାୟତଃ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କଠାରୁ ଏଣେତେଣେ ଚାଲି ଯାଆନ୍ତି ଓ ଅନ୍ୟ ପଶୁମାନେ ସେମାନଙ୍କୁ ଆକ୍ରମଣ କରିବା ସମୟରେ ଆତ୍ମରକ୍ଷା କରି ପାରନ୍ତି ନାହିଁ I ଈଶ୍ବରଙ୍କ ଲୋକମାନେ ମଧ୍ୟ ତାହାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି ଓ ସେମାନେ ଜାଣନ୍ତି ନାହି କେତେବେଳେ ସେମାନେ ଭୁଲ୍ କରନ୍ତି I

ମେଷଶାଳା

ମେଷଶାଳା ଚାରିପଟେ କାନ୍ଥ ରହିଥିବା ଏକ ସ୍ଥାନ, ଯେଉଁଠାରେ ମେଷପାଳକମାନେ ସେମାନଙ୍କ ମେଷଗୁଡିକୁ ରଖନ୍ତି I ସେମାନେ ଠାରେ ମେଷଶାଳାରେ ରହିଗଲେ, ମେଷମାନେ ଦୌଡି ପଳାଇ ପାରିବେ ନାହିଁ ଏବଂ ପଶୁ ଓ ଚୋରମାନେ ସେମାନଙ୍କୁ ବଧ କିମ୍ବା ଚୋରି କରିବା ନିମନ୍ତେ ସହଜରେ ଭିତରକୁ ଯାଇ ପାରିବେ ନାହିଁ I

ଦାନ କରିବା ଓ ଗ୍ରହଣ କରିବା

ଯୀଶୁ ଆପଣା ଜୀବନ ବିଷୟରେ କହନ୍ତି ଯେପରି ଏହା ଏକ ପାର୍ଥିବ ବସ୍ତୁ, ଯାହା ଭୂମି ଉପରେ ପକାଇ ଦେଇ ପାରିବେ; ଏହା ମୃତ୍ୟୁଭୋଗ କରିବା ନିମନ୍ତେ ଏକ ରୂପକ ଅଟେ କିମ୍ବା ପୁନର୍ବାର ଉଠାଇ ନେବେ; ଏହା ପୁନର୍ବାର ଜୀବିତ ହେବା ନିମନ୍ତେ ଏକ ରୂପକ ଅଟେ I

John 10:1

General Information:

ଯୀଶୁ ଦୃଷ୍ଟାନ୍ତ କହିବା ଆରମ୍ଭ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Connecting Statement:

ଯୀଶୁ ଫାରୂଶୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I ଏହା କାହାଣୀର ସେହି ଅଂଶ ଯାହା ଯୋହନ ୯:୩୫ରେ ଆରମ୍ଭ ହୋଇଥିଲା I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ ରେ ଅନୁବାଦ କରିଅଛ I (ଦେଖ: @)

sheep pen

ଏହା ଏକ ଚତୁଃପାର୍ଶ୍ବ ଘେରା ଅଂଚଳ ଅଟେ, ଯେଉଁଠାରେ ମେଷପାଳକ ଆପଣା ମେଷମାନଙ୍କୁ ରଖନ୍ତି I

a thief and a robber

ଏହାକୁ ଗୁରୁତ୍ବ ଦେବା ନିମନ୍ତେ ସମାନ ଅର୍ଥର ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: /WA-Catalog/or_tm?section=translate#figs-doublet)

John 10:3

The gatekeeper opens for him

ମେଷପାଳକଙ୍କ ନିମନ୍ତେ ଦ୍ବାରୀ ଦ୍ବାର ଖୋଲି ଦିଏ

The gatekeeper

ଏ ଜଣେ ବର୍ତ୍ତନ ଗ୍ରାହକ, ଯେ ମେଷପାଳକ ନଥିବା ସମୟରେ ରାତ୍ରରେ ମେଷଶାଳାକୁ ଜଗି ରହେ I

The sheep hear his voice

ମେଷମାନେ ମେଷପାଳକର ସ୍ବର ଶୁଣନ୍ତି

John 10:4

he goes ahead of them

ସେ ସେମାନଙ୍କ ଆଗେ ଆଗେ ଚାଲନ୍ତି

for they know his voice

କାରଣ ସେମାନେ ତାହାର ସ୍ବର ଚିହ୍ନନ୍ତି

John 10:6

they did not understand

ସମ୍ଭାବିତ ଅର୍ଥ: ୧) “ଶିଷ୍ୟମାନେ ବୁଝି ପାରିଲେନାହିଁ” କିମ୍ବା ୨) “ଲୋକମାନେ ବୁଝି ପାରିଲେନାହିଁ I”

this parable

ଏହା ମେଷ ପାଳକମାନଙ୍କ କାର୍ଯ୍ୟରୁ କୁହାଯାଇଥିବା ଏକ ଦୃଷ୍ଟାନ୍ତ ଅଟେ I “ମେଷପାଳକ” ଯୀଶୁଙ୍କ ନିମନ୍ତେ ଏକ ରୂପକ ଅଟେ I “ମେଷ” ଯୀଶୁଙ୍କୁ ଅନୁଗମନ କରୁଥବା ଲୋକମାନଙ୍କୁ ବୁଝାଏ ଓ “ଅଜଣା ଲୋକମାନେ” ଲୋକମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଯିହୂଦୀନେତା ଓ ଫାରୂଶୀମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

John 10:7

Connecting Statement:

ଯୀଶୁ କହିଥିବା ଦୃଷ୍ଟାନ୍ତର ଅର୍ଥ ବ୍ୟାଖ୍ୟା କରିବାକୁ ଆରମ୍ଭ କରୁଛନ୍ତି I

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ ରେ ଅନୁବାଦ କରିଅଛ I

I am the gate of the sheep

ଏଠାରେ “ଦ୍ବାର” ଏକ ରୂପକ ଅଟେ, ଯାହାର ଅର୍ଥ ଯୀଶୁ ମେଷଶାଳାରେ ପ୍ରବେଶ କରିବା ଅଧିକାର ଦିଅନ୍ତି, ଯେଉଁଠାରେ ଈଶ୍ବରଙ୍କ ଲୋକମାନେ ତାହାଙ୍କ ଉପସ୍ଥିତିରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦ୍ବାର ସଦୃଶ, ଯାହା ମେଷଶାଳା ଭିତରକୁ ଯିବା ନିମନ୍ତେ ମେଷମାନେ ବ୍ୟବହାର କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 10:8

Everyone who came before me

ଏହା ଲୋକମାନଙ୍କୁ ଶିକ୍ଷା ଦେଇଥିବା ଅନ୍ୟ ଶିକ୍ଷକ ତଥା ଫାରୂଶୀ ଏବଂ ଅନ୍ୟ ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଶିକ୍ଷକମାନେ ଯେଉଁମାନେ ମୋହର ଅଧିକାର ବିନା ଆସନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

a thief and a robber

ଏହି ପଦଗୁଡିକ ରୂପକ ଅଟନ୍ତି I ଯୀଶୁ ସେହି ଶିକ୍ଷକମାନଙ୍କୁ “ଚୋର ଓ ଡକାଇତ” କହନ୍ତି, କାରଣ ସେମାନଙ୍କର ଶିକ୍ଷାସବୁ ମିଥ୍ୟା ଅଟନ୍ତି, ଓ ସେମାନେ ସତ୍ୟ ନଜାଣି ଈଶ୍ବରଙ୍କ ଲୋକମାନଙ୍କୁ କଢାଇ ନେବା ନିମନ୍ତେ ଚେଷ୍ଟା କରୁଥିଲେ I ଫଳସ୍ବରୂପ, ସେମାନେ ଲୋକମାନଙ୍କୁ ଭ୍ରାନ୍ତ କରୁଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

John 10:9

I am the gate

ଏଠାରେ “ଦ୍ବାର” ଏକ ରୂପକ ଅଟେ I ଆପଣାକୁ “ଦ୍ବାର” ଭାବେ କହି, ଯୀଶୁ ପ୍ରମାଣିତ କରୁଛନ୍ତି ଯେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ସେ ଏକ ସତ୍ୟ ପଥ ପ୍ରଦାନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ମୁ ସେହି ଦ୍ବାର ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

pasture

“ତୃଣମୟ ସ୍ଥାନ”ର ଅର୍ଥ ଏକ ଘାସଥିବା ଅଞ୍ଚଳ, ଯେଉଁଠାରେ ମେଷମାନେ ଚରନ୍ତି I

John 10:10

does not come if he would not steal

ଏହା ଏକ ଯୁଗ୍ମ ନକାରାତ୍ମକ ବିଷୟ ଅଟେ I କେତେକ ଭାଷାରେ ଅଧିକ ସ୍ବାଭାବିକ ଭାବରେ ସକାରାତ୍ମକ ଉକ୍ତି ବ୍ୟବହାର କରାଯାଏ I ଅନ୍ୟ ଏକ ଅନୁବାଦରେ: “କେବଳ ଚୋରି କରିବାକୁ ଆସେ” (ଦେଖ: /WA-Catalog/or_tm?section=translate#figs-doublenegatives)

steal and kill and destroy

ଏଠାରେ ସୂଚାଉଥିବା ରୂପକ “ମେଷ ଅଟେ,” ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମେଷମାନଙ୍କୁ ଚୋରି, ବଧ ଓ ବିନାଶ କରିବାକୁ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-metaphor)

so that they will have life

“ସେମାନେ” ଶବ୍ଦ ମେଷମାନଙ୍କୁ ବୁଝାଏ I “ଜୀବନ” ଅନନ୍ତ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ସେମାନେ କୌଣସି ଅଭାବ ନଥାଇ ପ୍ରକୃତରେ ଜୀବନ କାଟିବେ”

John 10:11

Connecting Statement:

ଯୀଶୁ ଉତ୍ତମ ମେଷପାଳକ ବିଷୟରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I

I am the good shepherd

ଏଠାରେ “ଉତ୍ତମ ମେଷପାଳକ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଣେ ଉତ୍ତମ ମେଷପାଳକ ସଦୃଶ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

lays down his life

କିଛି ହଜାଇ ଦେବା ଅର୍ଥ ଏହାକୁ ନିୟନ୍ତ୍ରଣ ମଧ୍ୟରେ ନରଖିବା I ଏହା ମୃଦୁ ଭାବରେ ମୃତ୍ୟୁଭୋଗକୁ ଦର୍ଶାଇବା ନିମନ୍ତେ ଏକ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “”ମୃତ୍ୟୁଭୋଗ କରନ୍ତି” (ଦେଖ: /WA-Catalog/or_tm?section=translate#figs-euphemism)

John 10:12

The hired servant

“ବର୍ତ୍ତନ ଗ୍ରାହକ ଦାସ” ଏକ ରୂପକ ଅଟେ ଯାହା ଯିହୂଦୀ ନେତା ଓ ଶିକ୍ଷକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ବର୍ତ୍ତନ ଗ୍ରାହକ ଦାସ ସଦୃଶ” (ଦେଖ: /WA-Catalog/or_tm?section=translate#figs-metaphor)

abandons the sheep

ଏଠାରେ “ମେଷ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଯୀଶୁ କହୁଛନ୍ତି ଯେ ଜଣେ ବର୍ତ୍ତନ ଗ୍ରାହକ ଦାସ ମେଷମାନଙ୍କୁ ଛାଡି ଦେଲା ପରି, ଯିହୂଦୀ ନେତା ଓ ଶିକ୍ଷକମାନେ ଈଶ୍ବରଙ୍କ ଲୋକମାନଙ୍କ ଯତ୍ନ ନିଅନ୍ତି ନାହି I (ଦେଖ: /WA-Catalog/or_tm?section=translate#figs-metaphor)

John 10:13

does not care for the sheep

ଏଠାରେ “ମେଷ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଯୀଶୁ କହୁଛନ୍ତି ଯେ ଜଣେ ବର୍ତ୍ତନ ଗ୍ରାହକ ଦାସ ମେଷମାନଙ୍କୁ ଛାଡି ଦେଲା ପରି, ଯିହୂଦୀ ନେତା ଓ ଶିକ୍ଷକମାନେ ଈଶ୍ବରଙ୍କ ଲୋକମାନଙ୍କ ଯତ୍ନ ନିଅନ୍ତି ନାହି I (ଦେଖ: /WA-Catalog/or_tm?section=translate#figs-metaphor)

John 10:14

I am the good shepherd

ଏଠାରେ ଯୀଶୁଙ୍କ ନିମନ୍ତେ “ମେଷପାଳକ” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜଣେ ଉତ୍ତମ ମେଷପାଳକ ସଦୃଶ” (ଦେଖ: /WA-Catalog/or_tm?section=translate#figs-metaphor)

John 10:15

The Father knows me, and I know the Father

ପିତା ଈଶ୍ବର ଓ ପୁତ୍ର ଈଶ୍ବର ପରସ୍ପରକୁ ଯେପରି ଜାଣନ୍ତି, ସେପରି ଆଉକେହି ସେମାନଙ୍କୁ ଜାଣନ୍ତି ନାହିଁ I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

I lay down my life for the sheep

ସେ ମୃତ୍ୟୁଭୋଗ କରି ଆପଣା ମେଷମାନଙ୍କୁ ସୁରକ୍ଷା କରିବା ସଦୃଶ ଯୀଶୁ ଏଠାରେ ମୃଦୁ ଭାବରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମେଷମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରେ” (ଦେଖ: /WA-Catalog/or_tm?section=translate#figs-euphemism)

John 10:16

I have other sheep

ଏଠାରେ ଯୀଶୁଙ୍କ ଅନୁଗାମୀଙ୍କ ନିମନ୍ତେ “ଅନ୍ୟ ମେଷସବୁ” ଏକ ରୂପକ ଅଟେ ଯେଉଁମାନେ ଯିହୂଦୀ ନଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

one flock and one shepherd

ଏଠାରେ “ପଲ” ଓ “ପାଳକ” ରୂପକ ଅଟନ୍ତି I ଯୀଶୁଙ୍କ ସମସ୍ତ ଶିଷ୍ୟମାନେ, ଉଭୟ ଯିହୂଦୀ ଓ ଅଣ ଯିହୂଦୀମାନେ, ଏକ ମେଷପଲ ସଦୃଶ ହେବେ I ସେ ଜଣେ ପାଳକ ସଦୃଶ ହୋଇ ସମସ୍ତଙ୍କର ଯତ୍ନ ନେବେ I (ଦେଖ: /WA-Catalog/or_tm?section=translate#figs-metaphor)

John 10:17

Connecting Statement:

ଯୀଶୁ ଲୋକମାନଙ୍କୁ କହିବା ଶେଷ କରୁଛନ୍ତି I

This is why the Father loves me: I lay down my life

ଈଶ୍ବରଙ୍କ ଅନନ୍ତକାଳୀନ ଯୋଜନା ଥିଲା ଯେ ପୁତ୍ର ଈଶ୍ବର ମନୁଷ୍ୟଜାତିର ପାପ ନିମନ୍ତେ ଆପଣା ପ୍ରାଣ ଦେବେ I କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ, ପିତାଙ୍କ ପ୍ରତି ପୁତ୍ରଙ୍କର ଗଭୀର ପ୍ରେମ ଓ ପୁତ୍ରଙ୍କ ପ୍ରତି ପିତାଙ୍କ ଗଭୀର ପ୍ରେମକୁ ପ୍ରକାଶ କରେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

loves

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଅଟେ ଏପରିକି ଯେତେବେଳେ ଏହା ଆପଣା ନିମନ୍ତେ ଉପକାରରେ ଆସେନାହି I ଏହି ପ୍ରକାର ପ୍ରେମ ସେମାନେ ଯାହା ହେଲେମଧ୍ୟ ଅନ୍ୟମାନଙ୍କ ଯତ୍ନ ନେଇଥାଏ I

I lay down my life so that I may take it again

ସେ ମୃତ୍ୟୁଭୋଗ କରି ପୁନର୍ବାର ଜୀବିତ ହେବେ କହିବା ଯୀଶୁଙ୍କ ଏକ ମୃଦୁ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦିଏ, ଯେପରି ମୁଁ ଆପଣାକୁ ପୁନର୍ବାର ଜୀବିତ କରିପାରିବି ” (ଦେଖ: /WA-Catalog/or_tm?section=translate#figs-euphemism)

John 10:18

I lay it down of myself

ଯୀଶୁ ଆପଣା ପ୍ରାଣ ଦାନ କରିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏଠାରେ ସ୍ବୟଂବାଚକ ସର୍ବନାମ “ଆପଣା” ଶବ୍ଦ ବ୍ୟବହାର କରାଯାଇଛି I କେହି ତାହା ତାହାଙ୍କଠାରୁ ନେଇଯାଏ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ନିଜେ ତାହା ଦାନ କରେ” (ଦେଖ: /WA-Catalog/or_tm?section=translate#figs-rpronouns)

I have received this command from my Father

ଏହା କରିବା ନିମନ୍ତେ ମୋହର ପିତା ମୋତେ ଆଜ୍ଞା କରିଛନ୍ତି I “ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 10:19

Connecting Statement:

ଯୀଶୁ କହିଥିବା କଥାଗୁଡିକ ପ୍ରତି ଯିହୂଦୀମାନେ କିପରି ପ୍ରତ୍ୟୁତ୍ତର କରିଥିଲେ, ତାହା ଏହି ପଦଗୁଡିକ ପ୍ରକାଶ କରୁଅଛି I

John 10:20

Why do you listen to him?

‘ଲୋକମାନେ ଯୀଶୁଙ୍କର କଥାକୁ ଶୁଣିବା ଉଚିତ ନୁହଁ’ ବିଷୟଟିକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ କଥା ଶୁଣ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

John 10:21

Can a demon open the eyes of the blind?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତ ଭାବରେ ଏକ ଭୂତ ଜଣେ ଅନ୍ଧ ବ୍ୟକ୍ତି ନିମନ୍ତେ ଦେଖିବାର କାରଣ ହୋଇ ନପାରେ!’ କିମ୍ବା “ନିଶ୍ଚିତ ଭାବରେ ଏକ ଭୂତ ଅନ୍ଧଲୋକମାନଙ୍କୁ ଦୃଷ୍ଟିଶକ୍ତି ଦେଇ ପାରିବ ନାହିଁ!” (ଦେଖ: /WA-Catalog/or_tm?section=translate#figs-rquestion)

John 10:22

General Information:

ମନ୍ଦିର ପ୍ରତିଷ୍ଠା ପର୍ବ ସମୟରେ, କେତେକ ଯିହୂଦୀ ଯୀଶୁଙ୍କୁ ପ୍ରଶ୍ନ ପଚାରିବାକୁ ଲାଗିଲେ I ଘଟଣାର ଅବସ୍ଥିତି ସମ୍ବନ୍ଧରେ ୨୨ ଓ ୨୩ ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

Festival of the Dedication

ଏହା ଅଷ୍ଟମ ଦିନ, ଏହି ଶୀତକାଳରେ ଯିହୁଦୀମାନେ ଏକ ଆଶ୍ଚର୍ଯ୍ୟକର୍ମ ସ୍ମରଣ କରନ୍ତି ଯେଉଁ ସମୟରେ ଈଶ୍ବର ଏକ ଦୀପବୃକ୍ଷରେ ଥିବା ଅଳ୍ପ ତୈଳକୁ ଆଠ ଦିନ ପର୍ଯ୍ୟନ୍ତ ଜଳାଇ ରଖିଥିଲେ I ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଯିହୁଦୀ ମନ୍ଦିର ଉତ୍ସର୍ଗ କରିବା ନିମନ୍ତେ ସେମାନେ ଦୀପବୃକ୍ଷକ ଜଳାଇ ରଖୁଥିଲେ I କିଛି ବିଷୟ ଉତ୍ସର୍ଗ କରିବା ଅର୍ଥ ଏକ ବିଶେଷ ଉଦ୍ଦେଶ୍ୟ ନିମନ୍ତେ ଏହାକୁ ବ୍ୟବହାର କରିବା ନିମନ୍ତେ ପ୍ରତିଶୃତିବଦ୍ଧ ହେବା I

John 10:23

Jesus was walking in the temple

ଯୀଶୁ ଯେଉଁ ଅଞ୍ଚଳରେ ଗମନାଗମନ କରୁଥିଲେ, ତାହା ପ୍ରକୃତରେ ମନ୍ଦିର ଗୃହ ବାହାରର ଏକ ପ୍ରାଙ୍ଗଣ ଥିଲା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ମନ୍ଦିର ପ୍ରାଙ୍ଗଣରେ ଗମନା ଗମନ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

porch

ଏହା ଗୃହର ପ୍ରବେଶ ଦ୍ବାରକୁ ଲାଗିଥିବା ଏକ ଭବନ ଅଟେ; ଏହାର ଛାତ ଥିଲେ, କିନ୍ତୁ ହୁଏତ କାନ୍ଥ ନଥିଲେ I

John 10:24

Then the Jews surrounded him

ଏଠାରେ ଯିହୁଦୀ ନେତାମାନଙ୍କ ନିମନ୍ତେ ବୁଝାଜାଉଥିବା ରୁପକ “ଯିହୂଦୀମାନେ” ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯିହୂଦୀ ନେତାମାନେ ଯୀଶୁଙ୍କୁ ଘେରିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

hold us doubting

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ସନ୍ଦେହରେ ରଖିବା” କିମ୍ବା “ନିଶ୍ଚିତ ଭାବରେ ଜାଣିବାରୁ ବଞ୍ଚିତ କରିବା ?” (ଦେଖ: /WA-Catalog/or_tm?section=translate#figs-idiom)

John 10:25

Connecting Statement:

ଯୀଶୁ ଯିହୂଦୀମାନଙ୍କୁ ଉତ୍ତର ଦେବାକୁ ଆରମ୍ଭ କରନ୍ତି I

in the name of my Father

ଏଠାରେ “ନାମ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏଠାରେ “ପିତା” ଈଶ୍ବରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯୀଶୁ ଆପଣା ପିତାଙ୍କ ଶକ୍ତି ଓ ଅଧିକାରରେ ଆଶ୍ଚର୍ଯ୍ୟକର୍ମ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୋର ପିତାଙ୍କ ଶକ୍ତିରେ” କିମ୍ବା “ମୋର ପିତାଙ୍କ ଶକ୍ତି ଦ୍ବାରା” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#guidelines-sonofgodprinciples)

these testify concerning me

ଜଣେ ବ୍ୟକ୍ତି ବିଚାରାଳୟରେ ପ୍ରମାଣ କରିବା ସକାଶେ ଯେପରି ସାକ୍ଷ୍ୟ ଦେଇଥାଏ, ସେହିପରି ତାହାଙ୍କ ସମସ୍ତ ଆଶ୍ଚର୍ଯ୍ୟକର୍ମ ତାହାଙ୍କ ବିଷୟରେ ପ୍ରମାଣ ଦେଇଥାଏ I ଅନ୍ୟ ଏକ ଅନୁବାଦରେ: “ମୋ ବିଷୟରେ ପ୍ରମାଣ ଦିଏ” (ଦେଖ: /WA-Catalog/or_tm?section=translate#figs-personification)

John 10:26

not my sheep

“ମେଷ” ଶବ୍ଦ ଯୀଶୁଙ୍କ ଅନୁଗାମୀମାନଙ୍କ ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୋହର ଅନୁଗାମୀ ନୁହନ୍ତି” କିମ୍ବା “ମୋହର ଶିଷ୍ୟ ନୁହନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 10:27

My sheep hear my voice

“ମେଷ” ଶବ୍ଦ ଯୀଶୁଙ୍କ ଅନୁଗାମୀମାନଙ୍କ ନିମନ୍ତେ ଏକ ରୁପକ ଅଟେ I “ମେଷପାଳକ” ଭାବରେ ଯୀଶୁଙ୍କ ରୂପକ ମଧ୍ୟ ସୂଚାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ମେଷମାନେ ପ୍ରକୃତ ମେଷପାଲକର ସ୍ବର ଶୁଣନ୍ତି, ମୋହର ଅନୁଗାମୀମାନେ ମୋହର ସ୍ବର ପ୍ରତି ମନଯୋଗ କରନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 10:28

no one will snatch them out of my hand

ଏଠାରେ “ହସ୍ତ” ଏକ ଶବ୍ଦର ଅର୍ଥ ଅଟେ ଯାହା ଯୀଶୁଙ୍କ ସୁରକ୍ଷାକାରୀ ଯତ୍ନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହି ମୋଠାରୁ ସେମାନଙ୍କୁ ଚୋରି କରିବ ନାହିଁ” କିମ୍ବା “ସେମାନେ ମୋହର ଯତ୍ନରେ ଚିରକାଳ ସୁରକ୍ଷିତ ରହିବେ” (ଦେଖ: /WA-Catalog/or_tm?section=translate#figs-metonymy)

John 10:29

My Father, who has given them to me

“ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the hand of the Father

“ହସ୍ତ” ଶବ୍ଦ ଈଶ୍ବରଙ୍କ ଅଧିକାର ଓ ସୁରକ୍ଷାକାରୀ ଯତ୍ନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କେହି ସେମାନଙ୍କୁ ମୋହର ପିତାଙ୍କଠାରୁ ଚୋରି କରି ପାରିବନାହିଁ”(ଦେଖ: /WA-Catalog/or_tm?section=translate#figs-metonymy)

John 10:30

I and the Father are one

ଯୀଶୁ, ପୁତ୍ର ଈଶ୍ବର ଓ ପିତା ଏକ ଅଟନ୍ତି I “ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 10:31

Then the Jews took up stones

ଏଠାରେ “ଯିହୂଦୀମାନେ” ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯିହୂଦୀ ନେତାମାନେ ପୁନର୍ବାର ପଥର ଉଠାଇବା ଆରମ୍ଭ କଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 10:32

Jesus answered them, ""I have shown you many good works from the Father

ଯୀଶୁ ଈଶ୍ବରଙ୍କ ଶକ୍ତି ଦ୍ବାରା ଆଶ୍ଚର୍ଯ୍ୟକର୍ମ କଲେ I “ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

For which of those works are you stoning me?

ଏହି ପ୍ରଶ୍ନ ବ୍ୟଙ୍ଗୋକ୍ତି ବ୍ୟବହାର କରେ I ଯୀଶୁ ଜାଣନ୍ତି ଯେ ଯିହୂଦୀ ନେତାମାନେ ତାହାଙ୍କ ଉପରକୁ ପଥର ଫୋପାଡ଼ିବା ଚାହୁଁ ନାହାନ୍ତି କାରଣ ସେ ଉତ୍ତମ କାର୍ଯ୍ୟ କରିଛନ୍ତି I (ଦେଖ: /WA-Catalog/or_tm?section=translate#figs-irony)

John 10:33

The Jews answered him

ଏଠାରେ “ଯିହୂଦୀମାନେ” ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ବିରୋଧୀମାନେ ଉତ୍ତର କରି କହିଲେ” କିମ୍ବା “ ଯିହୂଦୀ ନେତାମାନେ ଉତ୍ତର ଦେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

making yourself God

ଈଶ୍ବର ହେବା ଦାବୀ କରୁଅଛି

John 10:34

Is it not written ... gods""'?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପ୍ରଥମରୁ ଜାଣି ରଖିବା ଉଚିତ ଯେ ଏହା ତୁମ୍ଭମାନଙ୍କ ବ୍ୟବସ୍ଥାରେ ଲେଖା ଯାଇଛି ଯାହା ମୁ କହିଥିଲି, “ତୁମ୍ଭେମାନେ ଈଶ୍ବରଗଣ” (ଦେଖ: /WA-Catalog/or_tm?section=translate#figs-rquestion)

You are gods

ଏଠାରେ ଯୀଶୁ ଶାସ୍ତ୍ରାଂଶ ବାକ୍ୟ ଉଦ୍ଧୃତ କରନ୍ତି ଯେଉଁଠାରେ ଈଶ୍ବର ଆପଣା ଲୋକମାନଙ୍କୁ “ଈଶ୍ବରଗଣ” କହନ୍ତି, ବୋଧ ହୁଏ, କାରଣ ସେ ସେମାନଙ୍କୁ ପୃଥିବୀରେ ଆପଣାର ପ୍ରତିନିଧି ହେବାକୁ ମନୋନୀତ କରିଛନ୍ତି I

John 10:35

the word of God came

ଯୀଶୁ ଈଶ୍ବରଙ୍କ ବାକ୍ୟ ବିଷୟରେ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ଶୁଣିଥିବା ଲୋକମାନଙ୍କ ନିକଟକୁ ଯାଉଅଛି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆପଣା ବାର୍ତ୍ତା କହିଲେ” (ଦେଖ: /WA-Catalog/or_tm?section=translate#figs-metaphor)

the scripture cannot be broken

ସମ୍ଭାବିତ ଅର୍ଥଗୁଡିକ ୧) “ଶାସ୍ତ୍ରକୁ କେହି ପରିବର୍ତ୍ତନ କରି ପାରିବେନାହିଁ” କିମ୍ବା ୨) “ଶାସ୍ତ୍ର ସର୍ବଦା ସତ୍ୟ ହୋଇ ରହିବ I”

John 10:36

do you say to him whom the Father set apart and sent into the world, 'You are blaspheming,' because I said, 'I am the Son of God'?

ଯୀଶୁ ଆପଣା ବିଦ୍ରୋହୀମାନଙ୍କୁ କହିବା ନିମନ୍ତେ ଅନୁଯୋଗ କରି ଏହି ପ୍ରଶ୍ନ ବ୍ୟବହାର କଲେ ଯେ ସେ ଆପଣାକୁ “ଈଶ୍ବରଙ୍କପୁତ୍ର” କହିଥିବାରୁ ଈଶ୍ବରନିନ୍ଦା କରୁଅଛି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ପିତା ଜଗତକୁ ପ୍ରେରଣ କରିବା ନିମନ୍ତେ ପୃଥକ୍ କଲେ, ତାହାଙ୍କୁ ତୁମ୍ଭେମାନେ ‘ତୁମ୍ଭେ ଈଶ୍ବରନିନ୍ଦା କରୁଅଛ’ କହିବା ଉଚିତ ନୁହଁ, ଯେତେବେଳେ ମୁଁ କହୁଛି ଯେ ମୁଁ ଈଶ୍ବରଙ୍କ ପୁତ୍ର !” (ଦେଖ: /WA-Catalog/or_tm?section=translate#figs-rquestion)

You are blaspheming

ତୁମ୍ଭେମାନେ ଈଶ୍ବରଙ୍କର ଅପମାନ କରୁଅଛ I ଯୀଶୁଙ୍କ ବିରୋଧୀମାନେ ବୁଝିଥିଲେ ଯେ ଯେତେବେଳେ ସେ ଆପଣାକୁ ଈଶ୍ବରଙ୍କ ପୁତ୍ର କହିଲେ, ସେ ଆପଣାକୁ ଈଶ୍ବରଙ୍କ ସହିତ ସମାନ ହେବା ସୂଚାଉଛନ୍ତି I

Father ... Son of God

ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରିବା ନିମନ୍ତେ ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 10:37

Connecting Statement:

ଯୀଶୁ ଯିହୂଦୀମାନଙ୍କୁ ଉତ୍ତର ଦେବା ସମାପ୍ତ କରନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

believe me

ଏଠାରେ “ବିଶ୍ବାସ କର” ଅର୍ଥ ଯୀଶୁ ଯାହା କହିଲେ, ତାହା ସତ୍ୟ ଭାବେ ଗ୍ରହଣ କରିବା ବା ଭରସା କରିବା ଅଟେ I

John 10:38

believe in the works

ଏଠାରେ “ବିଶ୍ବାସ କରିବା” ସ୍ବୀକାର କରିବା ଯେ ଯୀଶୁଙ୍କ କାର୍ଯ୍ୟ ପିତାଙ୍କଠାରୁ ଅଟନ୍ତି I

the Father is in me and that I am in the Father

ଏଗୁଡିକ ରୂଢ଼ି ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ଓ ମୁଁ ଏକତ୍ରଭାବେ ସମ୍ପୁର୍ଣରୂପେ ସଂଯୁକ୍ତ ହୋଇଅଛୁ” (ଦେଖ: /WA-Catalog/or_tm?section=translate#figs-idiom)

John 10:39

went away out of their hand

“ହସ୍ତ” ଶବ୍ଦ ରୂପକ ଭାବରେ ଯିହୂଦୀ ନେତାମାନଙ୍କର ତତ୍ତ୍ବାବଧାନ କିମ୍ବା ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କଠାରୁ ବାହାରିଗଲେ” (ଦେଖ: /WA-Catalog/or_tm?section=translate#figs-metonymy)

John 10:40

beyond the Jordan

ଯୀଶୁ ଯର୍ଦ୍ଦନ ନଦୀର ପଶ୍ଚିମ ଭାଗରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯର୍ଦ୍ଦନ ନଦୀର ପୂର୍ବ ପାଖକୁ” (ଦେଖ: /WA-Catalog/or_tm?section=translate#figs-explicit)

he stayed there

ଯୀଶୁ ଅଳ୍ପସମୟ ନିମନ୍ତେ ଯର୍ଦ୍ଦନ ନଦୀର ପୂର୍ବ ଭାଗରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସେଠାରେ ଅନେକ ଦିନ ପର୍ଯ୍ୟନ୍ତ ରହିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 10:41

John indeed did no signs, but all the things that John has said about this man are true

ଏହା ସତ୍ୟ ଯେ ଯୋହନ କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ସେ ନିଶ୍ଚିତ ଭାବରେ ଏହି ବ୍ୟକ୍ତିଙ୍କ ବିଷୟରେ ସତ୍ୟ କହିଥିଲେ, ଯେ କି ଆଶ୍ଚର୍ଯ୍ୟକର୍ମ କରନ୍ତି I

signs

ଏହି ଆଶ୍ଚର୍ଯ୍ୟକର୍ମ ପ୍ରମାଣିତ କରନ୍ତି ଯାହା ସତ୍ୟ ଅଟେ କିମ୍ବା ଅନ୍ୟ କେହି ଗୌରବ ପ୍ରଦାନ କରନ୍ତି I

John 10:42

believed in

ଏଠାରେ “ତାହାଙ୍କଠାରେ ବିଶ୍ବାସ କଲେ” ଅର୍ଥ ଯୀଶୁ ଯାହା କହୁଥିଲେ, ତାହା ସତ୍ୟ ଭାବେ ଗ୍ରହଣ କଲେ ବା ଭରସା କଲେ I