John 19

ଯୋହନ ୧୯ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧୯:୧୪ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମରୁ ଆସିଥିବା ପଦ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

“କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର”

କୃଷ୍ଣଲୋହିତ ଏକ ନାଲି କିମ୍ବା ନୀଳ ସଦୃଶ ବର୍ଣ୍ଣ ଅଟେ I ଲୋକମାନେ ଯୀଶୁଙ୍କୁ ପରିହାସ କରୁଥିଲେ, ତେଣୁ ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ I ଏଥିନିମନ୍ତେ ଯେ ରାଜାମାନେ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧୁଥିଲେ I ସେମାନେ ଜଣେ ରାଜାଙ୍କୁ ସମ୍ମାନ ଦେବା ସ୍ବରୁପ କଥା କହୁଥିଲେ ଓ ଅଭିନୟ କରୁଥିଲେ, କିନ୍ତୁ ସମସ୍ତେ ଜାଣିଥିଲେ ଯେ ସେମାନେ ଯୀଶୁଙ୍କୁ ଘୃଣା କରୁଥିବା କାରଣରୁ ତାହା କରୁଥିଲେ I (ଦେଖ: /WA-Catalog/or_tm?section=translate#figs-irony)

“ତୁମ୍ଭେ କାଇସରଙ୍କ ମିତ୍ର ନୁହ”

ପୀଲାତ ଜାଣିଥିଲେ ଯେ ଯୀଶୁ ଜଣେ ଅପରାଧୀ ନଥିଲେ, ସେଥିପାଇଁ ସେ ଆପଣା ସୈନ୍ୟମାନଙ୍କ ଦ୍ବାରା ତାହାଙ୍କୁ ବଧ କରିବାକୁ ଚାହିଁଲେ ନାହିଁ I କିନ୍ତୁ ଯିହୂଦୀମାନେ ତାହାଙ୍କୁ କହିଲେ ଯେ ଯୀଶୁ ଆପଣାକୁ ଜଣେ ରାଜା ବୋଲି ଦାବୀ କରୁଅଛି, ଆଉ ଯେକେହି ତାହା କରେ, ସେ କାଇସରଙ୍କ ବ୍ୟବସ୍ଥା ଉଲଂଘନ କରେ (ଯୋହନ ୧୯:୧୨) I

ସମାଧି

ଯୀଶୁ ଯେଉଁ ସମାଧିରେ କବର ପ୍ରାପ୍ତ ହୋଇଥିଲେ (ଯୋହନ ୧୯:୪୧), ତାହା ଏପ୍ରକାର ସମାଧି ଥିଲା, ଯେଉଁଠି ସମ୍ଭ୍ରାନ୍ତ ଯିହୂଦୀ ପରିବାର ସେମାନଙ୍କ ମୃତ ଲୋକମାନଙ୍କୁ କବର ଦେଉଥିଲେ I ଏହା ଏକ ବୃହତ୍ ପଥରକୁ ଖୋଳାଯାଇ କରା ଯାଇଥିବା ଏକ ବାସ୍ତବ କୋଠାରୀ ଥିଲା I ଏହାର ଗୋଟିଏ ପାଖରେ ସମତଳ ସ୍ଥାନ ଥିଲା, ଯେଉଁଥିରେ ମୃତ ଶରୀରକୁ ତୈଳ ଓ ସୁଗନ୍ଧିଦ୍ରବ୍ୟ ଲଗାଇ ବସ୍ତ୍ରରେ ଗୁଡାଇଲା ପରେ ରଖା ଯାଉଥିଲା I ତତ୍ପରେ ସେମାନେ ଗୋଟିଏ ବୃହତ୍ ପଥରକୁ ଗଡାଇ ସମାଧି ଦ୍ବାର ସମ୍ମୁଖରେ ରଖି ଦେଉଥିଲେ, ଯେପରି କେହି ଭିତରକୁ ଦେଖି ପାରିବନାହିଁ କି ପ୍ରବେଶ କରିପାରିବ ନାହିଁ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ବ୍ୟଙ୍ଗ

ସୈନ୍ୟମାନେ ଯୀଶୁଙ୍କୁ “ହେ ଯିହୂଦୀମାନଙ୍କ ରାଜା” କହି ତାହାଙ୍କୁ ପରିହାସ କରୁଥିଲେ I ପୀଲାତ ଯିହୂଦୀମାନଙ୍କୁ ଅପମାନ କରି ପଚାରିଲେ, “ମୁଁ କ”ଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶାର୍ପିତ କରାଇବି ? ସେ ସମ୍ଭବତଃ ଉଭୟ ଯୀଶୁ ଓ ଯିହୂଦୀମାନଙ୍କୁ ଅପମାନ କରୁଥିଲେ, ଯେତେବେଳେ ସେ “ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା” ଲେଖିଥିଲେ I (ଦେଖ: /WA-Catalog/or_tm?section=translate#figs-irony)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଗବ୍ବାଥା, ଗଲଗଥା

ଏହି ଦୁଇଟି ଏବ୍ରୀୟ ଶବ୍ଦ I ଏହି ଶବ୍ଦ ଗୁଡିକୁ (“ପ୍ରସ୍ତର ମଣ୍ଡପ” ଓ “କପାଳ ସ୍ଥଳ”) ଅର୍ଥକୁ ଅନୁବାଦ କଲାପରେ, ଲେଖକ ସେଗୁଡିକର ଭାବାର୍ଥକୁ ଗ୍ରୀକ୍ ଅକ୍ଷରରେ ଲିପିବଦ୍ଧ କରନ୍ତି I

John 19:1

Connecting Statement:

ଘଟଣାର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯିହୂଦୀମାନଙ୍କ ଦ୍ବାରା ଅଭିଯୁକ୍ତ ହୋଇ ଯୀଶୁ ପୀଲାତଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି I

Then Pilate took Jesus and whipped him

ପୀଲାତ ତାହାଙ୍କୁ ନିଜେ କୋରଡା ପ୍ରହାର କଲେ ନାହିଁ I ଏଠାରେ “ପୀଲାତ” ଯୀଶୁଙ୍କୁ କୋରଡା ପ୍ରହାର କରିବାକୁ ଆଜ୍ଞା କରିଥିବା ସୈନ୍ୟମାନଙ୍କ ସ୍ଥାନରେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ପୀଲାତ ଯୀଶୁଙ୍କୁ କୋରଡା ପ୍ରହାର କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା କଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 19:3

Hail, King of the Jews

କେବଳ କାଇସରଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ହାତ ଉଠାଇ ଶୁଭେଚ୍ଛା ପଦ “ହେ” ଶବ୍ଦ ବ୍ୟବହୃତ ହେଲା I ସୈନ୍ୟମାନେ କଣ୍ଟାର ମୁକୁଟ ଓ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇ ଯୀଶୁଙ୍କୁ ପରିହାସ କରୁଥିବା ସମୟରେ, ଏହା ଏକ ବ୍ୟଙ୍ଗାତ୍ମକ ବାକ୍ୟ ଅଟେ ଯାହା ସେମାନେ ତାହାଙ୍କୁ ପ୍ରକୃତରେ ଜଣେ ରାଜା ଭାବେ ଚିହ୍ନି ପାରନ୍ତି ନାହି I (ଦେଖ: /WA-Catalog/or_tm?section=translate#figs-irony)

John 19:4

I find no guilt in him

ପୀଲାତ ଏହାକୁ ଦୁଇଥର କହୁଛନ୍ତି ଯେ ଯୀଶୁ କୌଣସି ଅପରାଧରେ ଦୋଷୀ ଥିବା ସେ ବିଶ୍ବାସ କରୁନାହାନ୍ତି I ସେ ତାହାଙ୍କୁ ଦଣ୍ଡ ଦେବା ଚାହାନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଦଣ୍ଡ ଦେବାର ମୁଁ କୌଣସି କାରଣ ଦେଖୁନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 19:5

crown of thorns ... purple garment

ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କେବଳ ରାଜାମାନେ ପିନ୍ଧୁଥିଲେ I ପରିହାସ କରିବା ନିମନ୍ତେ ସୈନ୍ୟମାନେ ତାହାଙ୍କୁ ସେପରି ପିନ୍ଧାଇଲେ I ଯୋହନ ୧୯:୨ ଦେଖ I

John 19:7

The Jews answered him

ଏଠାରେ “ଯିହୂଦୀମାନେ” ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ସ୍ଥାନରେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ପୀଲାତଙ୍କୁ ଉତ୍ତର ଦେଲେ”(ଦେଖ: /WA-Catalog/or_tm?section=translate#figs-synecdoche)

he has to die because he claimed to be the Son of God

ଯୀଶୁ କ୍ରୁଶାର୍ପିତ ହେବା ଦ୍ବାରା ମୃତ୍ୟୁ ଦଣ୍ଡାଜ୍ଞା ପ୍ରାପ୍ତ ହେଲେ ଯେହେତୁ ସେ ଆପଣାକୁ “ଈଶ୍ବରଙ୍କ ପୁତ୍ର” ହେବା ଦାବୀ କରୁଥିଲେ I

Son of God

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 19:10

Are you not speaking to me?

ଏହି ଟିପ୍ପଣୀକୁ ଗୋଟିଏ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏଠାରେ ପୀଲାତ ଆପଣାର ଆଶ୍ଚର୍ଯ୍ୟଭାବ ପ୍ରକାଶ କରୁଛନ୍ତି ଯେ ଯୀଶୁ ଆପଣାକୁ ରକ୍ଷା କରିବା ନିମନ୍ତେ ସୁଯୋଗ ନେଉ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋତେ କଥା କହିବାକୁ ଅଗ୍ରାହ୍ୟ କରିବା ମୁଁ ବିଶ୍ବାସ କରିପାରୁ ନାହିଁ !” କିମ୍ବା “ମୋତେ ଉତ୍ତର ଦିଅ !” (ଦେଖ: /WA-Catalog/or_tm?section=translate#figs-rquestion)

Do you not know that I have power to release you, and power to crucify you?

ଏହି ଟିପ୍ପଣୀର ଗୁରତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଜାଣିବା ଉଚିତ ଯେ ମୁଁ ତୁମ୍ଭକୁ ମୁକ୍ତ କରିବା ନିମନ୍ତେ କିମ୍ବା ତୁମ୍ଭକୁ କ୍ରୁଶାର୍ପିତ କରିବା ନିମନ୍ତେ ମୋର ସୈନ୍ୟମାନଙ୍କୁ ଆଜ୍ଞା ଦେବାକୁ ସମର୍ଥ ଅଟେ I (ଦେଖ: /WA-Catalog/or_tm?section=translate#figs-rquestion)

power

ଏଠାରେ “ଅଧିକାର” ଏକ ରୂପକ ଅଟେ ଯାହା କିଛି କରିବାକୁ କିମ୍ବା କିଛି କରାଇବାକୁ ଥିବା ଦକ୍ଷତାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

John 19:11

You do not have any power over me except for what has been given to you from above

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ସମର୍ଥ କରିଥିବା କାରଣରୁ କେବଳ ମୋ ବିରୁଦ୍ଧରେ କାର୍ଯ୍ୟ କରିପାରିବ” (ଦେଖ: /WA-Catalog/or_tm?section=translate#figs-doublenegatives/WA-Catalog/or_tm?section=translate#figs-activepassive)

from above

ଏହା ସମ୍ମାନସୂଚକ ଭାବରେ ଈଶ୍ବରଙ୍କୁ ସମ୍ବୋଧନ କରିବାର ଏକ ମାର୍ଗ ଅଟେ I

gave me over

ଏଠାରେ ଏହି ବାକ୍ୟାଂଶର ଅର୍ଥ ଜଣେ ଶତ୍ରୁ ହସ୍ତରେ ସମର୍ପଣ କରିଦେବା I

John 19:12

At this answer

ଏଠାରେ “ଏହି ଉତ୍ତର” ଯୀଶୁଙ୍କ ଉତ୍ତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ପୀଲାତ ଯୀଶୁଙ୍କ ଉତ୍ତର ଶୁଣିଲେ” (ଦେଖ: /WA-Catalog/or_tm?section=translate#figs-explicit)

Pilate tried to release him

“ଚେଷ୍ଟା କଲେ” ର ଅର୍ଥ ମୂଳଭାଷାରେ ଏହା ଯେ ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ “ବହୁତ” ଚେଷ୍ଟା କଲେ କିମ୍ବା “ବାରମ୍ବାର” ଚେଷ୍ଟା କଲେ I ଅନ୍ୟ ଏକ ଅନୁବାଦରେ: “ସେ ଯୀଶୁଙ୍କୁ ମୁକ୍ତ କରିବାକୁ ବହୁତ ଚେଷ୍ଟା କଲେ” କିମ୍ବା “ସେ ଯୀଶୁଙ୍କୁ ମୁକ୍ତ କରିବାକୁ ବାରମ୍ବାର ଚେଷ୍ଟା କଲେ” (ଦେଖ: /WA-Catalog/or_tm?section=translate#figs-explicit)

but the Jews cried out

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ମୂଳଭାଷାରେ, “ଚିତ୍କାର କଲେ” ସ୍ବରୁପ ସୂଚାଇଦିଏ ଯେ ସେମାନେ ଚିତ୍କାର କରି ଉଠିଲେ ବା ବାରମ୍ବାର ପାଟି କଲେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯିହୂଦୀ ନେତାମାନେ ପାଟିକରି ଚାଲିଥିଲେ” (ଦେଖ: /WA-Catalog/or_tm?section=translate#figs-synecdoche/WA-Catalog/or_tm?section=translate#figs-explicit)

you are not a friend of Caesar

ତୁମ୍ଭେ କାଇସରଙ୍କ ବିରୋଧ କରୁଅଛ କିମ୍ବା “ତୁମ୍ଭେ ସମ୍ରାଟଙ୍କ ବିରୋଧ କରୁଅଛ”

makes himself a king

ସେ ଜଣେ ରାଜା ହେବା ଦାବୀ କରୁଛି

John 19:13

he brought Jesus out

ଏଠାରେ “ସେ” ପୀଲାତଙ୍କୁ ବୁଝାଏ ଓ “ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା କଲେ” ବୁଝାଇବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଯୀଶୁଙ୍କୁ ବାହାର କରି ଆଣିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

sat down

ସରକାରୀ କାର୍ଯ୍ୟ କରୁଥିବା ସମୟରେ ପୀଲାତଙ୍କ ସଦୃଶ ଗୁରୁତ୍ବପୂର୍ଣ୍ଣ ଲୋକମାନେ ବସୁଥିଲେ, କିନ୍ତୁ ସେହି ସମୟରେ ଗୁରୁତ୍ବପୂର୍ଣ୍ଣ ନଥିବା ଲୋକମାନେ ଠିଆ ହୋଇ ରହୁଥିଲେ I

in the judgment seat

ଏହା ଏକ ବିଶେଷ ଆସନ ଅଟେ, ଯେଉଁଥିରେ ସରକାରୀ ବିଚାର କରିବା ସମୟରେ ପୀଲାତଙ୍କ ସଦୃଶ ଗୁରୁତ୍ବପୂର୍ଣ୍ଣ ଲୋକମାନେ ବସୁଥିଲେ I ଯଦି ତୁମ ଭାଷାରେ ଏହି କାର୍ଯ୍ୟକୁ ବର୍ଣ୍ଣନା କରିବା ମିମନତେ କୌଣସି ବିଶେଷ ଶୈଳୀ ଥାଏ, ତୁମେ ତାହା ଏଠାରେ ବ୍ୟବହାର କରିପାର I

in a place called The Pavement, but

ଏହା ଏକ ପ୍ରସ୍ତର ମଣ୍ଡପ ଅଟେ, ଯେଉଁଠାକୁ କେବଳ ଗୁରୁତ୍ବପୂର୍ଣ୍ଣ ଲୋକମାନଙ୍କୁ ଯିବା ନିମନ୍ତେ ଅନୁମତି ଥାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ""ସେହି ସ୍ଥାନରେ, ଯାହାକୁ ଲୋକେ ପ୍ରସ୍ତର ମଣ୍ଡପ କହନ୍ତି, କିନ୍ତୁ”(ଦେଖ: /WA-Catalog/or_tm?section=translate#figs-activepassive)

Hebrew

ଏହା ଇଶ୍ରାୟେଲ ଲୋକମାନେ କହୁଥିବା ଭାଷାକୁ ବୁଝାଏ I

John 19:14

Connecting Statement:

କିଛିସମୟ ବିତିଯାଇଛି ଓ ଏହା ବର୍ତ୍ତମାନ ସକାଳ ଛଅଘଣ୍ଟା ସମୟ, ଆଉ ପୀଲାତ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଉଛନ୍ତି I

Now

ଏହି ଶବ୍ଦ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରୁଛି, ଯେପରି ଯୋହନ ଆଗାମୀ ନିସ୍ତାରପର୍ବ ଓ ଦିନର ସମୟ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: /WA-Catalog/or_tm?section=translate#writing-background)

the sixth hour

ପ୍ରାୟ ମଧ୍ୟାହ୍ନ ସମୟରେ

Pilate said to the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୀଲାତ ଯିହୂଦୀ ନେତାମାନଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 19:15

Should I crucify your King?

ଏଠାରେ “ମୁଁ” ଏକ ରୂପକ ଅଟେ ଯାହା ପୀଲାତଙ୍କ ସୈନ୍ୟମାନଙ୍କୁ ବୁଝାଏ, ଯେଉଁମାନେ ପ୍ରକୃତରେ କ୍ରୁଶାର୍ପିତ କାର୍ଯ୍ୟ କରିବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କି ପ୍ରକୃତରେ ଚାହୁଁଛ ଯେ ମୁଁ ମୋର ସୈନ୍ୟମାନଙ୍କୁ ତୁମ୍ଭମାନଙ୍କ ରାଜାକୁ କ୍ରୁଶ ଉପରେ ବିଦ୍ଧ କରିବାକୁ ଆଜ୍ଞା ଦେବି ?”(ଦେଖ: /WA-Catalog/or_tm?section=translate#figs-synecdoche)

John 19:16

Then Pilate gave Jesus over to them to be crucified

ଏଠାରେ ପୀଲାତ ତାହାଙ୍କ ସୈନ୍ୟମାନଙ୍କୁ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ଆଜ୍ଞା ଦେଉଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିରେ ପୀଲାତ ତାହାଙ୍କ ସୈନ୍ୟମାନଙ୍କୁ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ଆଜ୍ଞା ଦେଲେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

John 19:17

to the place called ""The Place of a Skull,

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସ୍ଥାନକୁ, ଯାହାକୁ ଲୋକେ “କପାଳସ୍ଥଳ” କହନ୍ତି,”(ଦେଖ: /WA-Catalog/or_tm?section=translate#figs-activepassive)

which in Hebrew is called ""Golgotha.

ଏବ୍ରୀ ଇଶ୍ରାୟେଲ ଲୋକମାନଙ୍କ ଭାଷା ଥିଲା I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ସେମାନେ ଏବ୍ରୀ ଭାଷାରେ ‘ଗଲଗଥା’ କହୁଥିଲେ I”

John 19:18

with him two other men

ଏହା ଏକ ଶବ୍ଦର ବିଲୋପ ଅଟେ I ତୁମେ ଏହାକୁ ଅର୍ଥବୋଧକ ଶବ୍ଦ ଯୋଡି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ କ୍ରୁଶରେ ଚଢାଇଲେ” (ଦେଖ: /WA-Catalog/or_tm?section=translate#figs-ellipsis)

John 19:19

Pilate also wrote a sign and put it on the cross

ଏଠାରେ “ପୀଲାତ” ଅଭିଯୋଗ ପତ୍ର ଲେଖିଥିବା ଲୋକ ଜଣକ ସ୍ଥାନ ନିମନ୍ତେ ଏକ ରୂପକ ଅଟେ I ଏଠାରେ “କ୍ରୁଶ ଉପରେ” ଯୀଶୁଙ୍କ କ୍ରୁଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୀଲାତ ମଧ୍ୟ ଜଣକୁ ଅଭିଯୋଗ ପତ୍ର ଲେଖିବା ନିମନ୍ତେ ଓ ତାହାକୁ ଯୀଶୁଙ୍କ କ୍ରୁଶ ଉପରେ ଲଗାଇବାକୁ ଆଜ୍ଞା କଲେ” (ଦେଖ: /WA-Catalog/or_tm?section=translate#figs-synecdoche)

There it was written: JESUS OF NAZARETH, THE KING OF THE JEWS

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିରେ ସେହି ଲୋକ ଏହି ଶବ୍ଦଗୁଡିକ ଲେଖିଲା: ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା”(ଦେଖ: /WA-Catalog/or_tm?section=translate#figs-activepassive)

John 19:20

the place where Jesus was crucified

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସ୍ଥାନରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ”(ଦେଖ: /WA-Catalog/or_tm?section=translate#figs-activepassive)

The sign was written in Hebrew, in Latin, and in Greek

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେ ଅଭିଯୋଗ ପତ୍ର ଲେଖିଲା, ସେ ଶବ୍ଦଗୁଡିକ ୩ଟି ଭାଷାରେ: ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖିଲା”(ଦେଖ: /WA-Catalog/or_tm?section=translate#figs-activepassive)

Latin

ଏହା ରୋମୀୟ ସରକାରଙ୍କ ଭାଷା ଥିଲା I

John 19:21

Then the chief priests of the Jews said to Pilate

ପ୍ରଧାନ ଯାଜକମାନେ ଅଭିଯୋଗ ପତ୍ରରେ ଥିବା ଶବ୍ଦଗୁଡିକ ବିଷୟରେ ପ୍ରତିବାଦ କରିବା ନିମନ୍ତେ ପୀଲାତଙ୍କ ନିକଟକୁ ଫେରିଗଲେ I ଅନ୍ୟ ଏକ ଅନୁବାଦରେ: “ପ୍ରଧାନ ଯାଜକମାନେ ପୀଲାତଙ୍କ ନିକଟକୁ ଫେରିଯାଇ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 19:22

What I have written I have written

ପୀଲାତ ସୂଚାଉଛନ୍ତି ଯେ ସେ ଅଭିଯୋଗ ପତ୍ରରେ ଥିବା ଶବ୍ଦଗୁଡିକ ପରିବର୍ତ୍ତନ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା ଲେଖିବାକୁ ଇଚ୍ଛା କଲି, ତାହା ଲେଖିଅଛି, ଆଉ ମୁଁ ତାହା ପରିବର୍ତ୍ତନ କରିବି ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 19:23

General Information:

୨୪ ପଦର ଶେଷରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୋହନ ଏହି ଘଟଣା କିପରି ଶାସ୍ତ୍ରକୁ ସଫଳ କରୁଅଛି, ତାହା ଆମ୍ଭମାନଙ୍କୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

also the tunic

ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଇଗଲେ I ସୈନ୍ୟମାନେ ସେହି ଅଙ୍ଗରଖାକୁ ଅଲଗା ରଖିଲେ ଓ ତାହା ଭାଗ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ଅଙ୍ଗରଖାକୁ ଅଲଗା ରଖିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 19:24

let us cast lots for it to decide whose it will be

ସୈନ୍ୟମାନେ ଗୁଲିବାଣ୍ଟ କରିବେ ଓ ବିଜେତା ଲୋକ ସେହି ଅଙ୍ଗରଖାକୁ ନେବ I ଅନ୍ୟ ଏକ ଅନୁବାଦରେ: “ଆସ, ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କରିବା ଓ ବିଜେତା ତାହା ନେଇ ରଖିବ” (ଦେଖ: /WA-Catalog/or_tm?section=translate#figs-explicit)

so that the scripture would be fulfilled which said

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଶାସ୍ତ୍ରକୁ ସଫଳ କଲା, ଯେପରି ଲେଖାଅଛି” କିମ୍ବା “ଶାସ୍ତ୍ରକୁ ସଫଳ କରିବା ନିମନ୍ତେ ଏହା ଘଟିଲା, ଯେପରି ଲେଖାଅଛି”

cast lots

ଏହି ପ୍ରକାରେ ସୈନ୍ୟମାନେ ଆପଣାମାନଙ୍କ ମଧ୍ୟରେ ଯୀଶୁଙ୍କ ବସ୍ତ୍ରକୁ ଭାଗ କଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଗୁଲିବାଣ୍ଟ କଲେ”

John 19:26

the disciple whom he loved

ଏହା ଯୋହନ ଅଟନ୍ତି, ଏହି ସୁସମାଚାରର ଲେଖକ I

Woman, see, your son

ଏଠାରେ “ପୁତ୍ର” ଶବ୍ଦ ଏକ ରୂପକ ଅଟେ I ଯୀଶୁ ଚାହୁଁଛନ୍ତି ଯେ ତାହାଙ୍କ ଶିଷ୍ୟ ଯୋହନ, ତାହାଙ୍କ ମାତାଙ୍କ ପ୍ରତି ଜଣେ ପୁତ୍ର ସଦୃଶ ହେବେ I ଅନ୍ୟ ଏକ ଅନୁବାଦରେ: “ହେ ନାରୀ, ଏହି ଲୋକଟି ତୁମ୍ଭର ଜଣେ ପୁତ୍ର ସଦୃଶ କାର୍ଯ୍ୟ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

John 19:27

See, your mother

ଏଠାରେ ‘ମାତା” ଶବ୍ଦ ଏକ ରୂପକ ଅଟେ I ଯୀଶୁ ଚାହୁଁଛନ୍ତି ଯେ ତାହାଙ୍କ ମାତା, ତାହାଙ୍କ ଶିଷ୍ୟ ଯୋହନଙ୍କ ଜଣେ ମାତାଙ୍କ ସଦୃଶ ହେବେ I ଅନ୍ୟ ଏକ ଅନୁବାଦରେ: “ଏହି ନାରୀ ବିଷୟରେ ଭାବିନିଅ ଯେପରି ସେ ତୁମ୍ଭ ନିଜର ମାତା ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

From that hour

ସେହି ମୂହୁର୍ତ୍ତରୁ

John 19:28

knowing that everything was now completed

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଜାଣିଥିଲେ ଯେ ଈଶ୍ବର ଯାହା କରିବାକୁ ତାହାଙ୍କୁ ପ୍ରେରଣ କରିଥିଲେ, ସେ ସମସ୍ତ କରିଅଛନ୍ତି”(ଦେଖ: /WA-Catalog/or_tm?section=translate#figs-activepassive)

John 19:29

A container full of sour wine was placed there

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ସେଠାରେ ଏକ ଅମ୍ଳରସ ପୂର୍ଣ୍ଣ ପାତ୍ର ରଖିଥିଲା”(ଦେଖ: /WA-Catalog/or_tm?section=translate#figs-activepassive)

sour wine

ତିକ୍ତ ଦ୍ରାକ୍ଷାରସ

they put

ଏଠାରେ “ସେମାନେ” ରୋମୀୟ ପଦାତିକମାନଙ୍କୁ ବୁଝାଏ I

a sponge

ଏକ ଛୋଟ ପଦାର୍ଥ ଯାହା ଅଧିକ ପରିମାଣରେ ତରଳଜିନିଷକୁ ଶୋଷି ଧରି ରଖେ

on a hyssop staff

ଏଜୋପ ନାମକ ଏକ ବୃକ୍ଷର ଶାଖାରେ

John 19:30

He bowed his head and gave up his spirit

ଏଠାରେ ଯୋହନ ସୂଚାଉଛନ୍ତି ଯେ ଯୀଶୁ ଆପଣାର ଆତ୍ମା ଈଶ୍ବରଙ୍କୁ ଫେରାଇ ଦେଲେ I ଅନ୍ୟ ଏକ ଅନୁବାଦରେ: “ସେ ଆପଣାର ମସ୍ତକ ଅବନତ କରି ଆପଣା ଆତ୍ମାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କଲେ” କିମ୍ବା “ସେ ଆପଣାର ମସ୍ତକ ଅବନତ କରି ମୃତ୍ୟୁଭୋଗ କଲେ” (ଦେଖ: /WA-Catalog/or_tm?section=translate#figs-explicit)

John 19:31

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ”(ଦେଖ: /WA-Catalog/or_tm?section=translate#figs-synecdoche)

day of preparation

ଏହା ନିସ୍ତାରପର୍ବର ପୂର୍ବ ସମୟ, ଯେତେବେଳେ ଲୋକମାନେ ନିସ୍ତାରପର୍ବ ନିମନ୍ତେ ଖାଦ୍ୟ ଆୟୋଜନ କରୁଥିଲେ I

to break their legs and to remove them

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରାଣଦଣ୍ଡ ପାଉଥିବା ବ୍ୟକ୍ତିର ଗୋଡଗୁଡିକ ଭାଙ୍ଗିବା ଓ ସେମାନଙ୍କ ଶରୀରକୁ ଓହ୍ଲାଇ ଆଣିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)

John 19:32

who had been crucified with Jesus

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ସେମାନେ ଯୀଶୁଙ୍କ ପାଖରେ କ୍ରୁଶରେ ଚଢାଇ ଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 19:35

The one who saw this

ଏହି ବାକ୍ୟଟି ଘଟଣାର ପୃଷ୍ଠଭୂମିର ସୂଚନା ଦିଏ I ଯୋହନ ପାଠକମାନଙ୍କୁ କହୁଛନ୍ତି ଯେ ସେ ସେଠାରେ ଥିଲେ, ଆଉ ଆମ୍ଭେମାନେ ସେ ଯାହା ଲେଖିଛନ୍ତି, ତାହା ବିଶ୍ବାସ କରି ପାରିବା” (ଦେଖ: /WA-Catalog/or_tm?section=translate#writing-background)

has testified, and his testimony is true

“ସାକ୍ଷ୍ୟ ଦେବା ଅର୍ଥ ଜଣେ ଦେଖିଥିବା ବିଷୟରେ କହିବା I ଅନ୍ୟ ଏକ ଅନୁବାଦରେ: “ସେ ଯାହା ଦେଖିଛନ୍ତି, ସେ ବିଷୟରେ ସତ୍ୟ କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

so that you would also believe

ଏଠାରେ “ବିଶ୍ବାସ କରିବା” ଅର୍ଥ ଯୀଶୁଙ୍କ ଉପରେ ଜଣକର ଭରସା ସ୍ଥାପନ କରିବା I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ମଧ୍ୟ ଯୀଶୁଙ୍କ ଉପରେ ଭରସା ସ୍ଥାପନ କରିବ” (ଦେଖ: /WA-Catalog/or_tm?section=translate#figs-explicit)

John 19:36

General Information:

ଏହି ପଦଗୁଡିକରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୋହନ ଏହି ଘଟଣାଗୁଡିକ କିପରି ଶାସ୍ତ୍ରକୁ ସଫଳ କଲା, ସେ ବିଷୟରେ ଆମ୍ଭମାନଙ୍କୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

in order to fulfill scripture

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ କେହିଜଣେ ଲେଖିଥିବା ବାକ୍ୟ ସଫଳ କରିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)

Not one of his bones will be broken

ଏହା ଗୀତସଂହିତା ୩୪ରୁ ଆସିଥିବା ଏକ ଉଦ୍ଧୃତ ବାକ୍ୟ ଅଟେ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ତାହାଙ୍କ ଗୋଟିଏ ଅସ୍ଥି ଭାଙ୍ଗିବ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

John 19:37

They will look at him whom they pierced

ଏହା ଜିଖରିୟ ୧୨ ଅଧ୍ୟାୟରୁ ଆସିଥିବା ଏକ ଉଦ୍ଧୃତ ବାକ୍ୟ ଅଟେ I

John 19:38

Joseph of Arimathea

ହାରାମାଥୀୟା ଏକ ଛୋଟ ସହର ଥିଲା I ଅନ୍ୟ ଏକ ଅନୁବାଦରେ: “ହାରାମାଥୀୟା ସହରର ଯୋସେଫ” (ଦେଖ: /WA-Catalog/or_tm?section=translate#translate-names)

for fear of the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନଙ୍କ ଭୟ ସକାଶୁ” (ଦେଖ: /WA-Catalog/or_tm?section=translate#figs-synecdoche)

if he could take away the body of Jesus

ଯୋହନ ସୂଚାଉଛନ୍ତି ଯେ ହାରାମାଥୀୟାର ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ନିମନ୍ତେ ଇଚ୍ଛା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମାଧିଦେବା ନିମନ୍ତେ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ନେବା ପାଇଁ ଅନୁମତି ମାଗିବା” (ଦେଖ: /WA-Catalog/or_tm?section=translate#figs-explicit)

John 19:39

Nicodemus

ନୀକଦୀମ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେ କି ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ I ଦେଖ ତୁମେ ଏହି ନାମକୁ କିପରି ଯୋହନ ୩:୧ରେ ଅନୁବାଦ କରିଅଛ I

myrrh and aloes

ଏହି ସବୁ ସୁଗନ୍ଧିଦ୍ରବ୍ୟ ଲଗାଇ ଲୋକମାନେ ଶରୀରକୁ ସମାଧିକ୍ରିୟା ନିମନ୍ତେ ପ୍ରସ୍ତୁତ କରୁଥିଲେ I

about one hundred litras in weight

ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରିପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ତୃତୀୟାଂଶ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ୩୩ କିଲୋଗ୍ରାମ ଓଜନର” କିମ୍ବା “ପ୍ରାୟ ତେତିଶ କିଲୋଗ୍ରାମ ଓଜନ ହେଉଥିବା”(ଦେଖ: /WA-Catalog/or_tm?section=translate#translate-bweight)

one hundred

୧୦୦ (ଦେଖ: /WA-Catalog/or_tm?section=translate#translate-numbers)

John 19:41

Now in the place where he was crucified there was a garden ... had yet been buried

ସେମାନେ ଯୀଶୁଙ୍କୁ ଯେଉଁଠାରେ ସମାଧି ଦେବେ, ସେହି ସମାଧି ସ୍ଥାନର ଅବସ୍ଥିତି ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ଏଠାରେ ଯୋହନ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

Now in the place where he was crucified there was a garden

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ସେମାନେ ଯୀଶୁଙ୍କୁ କ୍ରୁଶାର୍ପିତ କରିଥିବା ସ୍ଥାନରେ ଏକ ଉଦ୍ୟାନ ଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

in which no person had yet been buried

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ଲୋକେ କାହାରିକୁ ସମାଧି ଦେଇ ନଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 19:42

Because it was the day of preparation for the Jews

ଯିହୂଦୀ ବ୍ୟବସ୍ଥା ଅନୁଯାୟୀ, ଶୁକ୍ରବାର ଦିନ ସନ୍ଧ୍ୟା ପରେ କେହି କାର୍ଯ୍ୟ କରିପାରିବେ ନାହିଁ I ଏହା ବିଶ୍ରାମବାର ଓ ନିସ୍ତାରପର୍ବର ଆରମ୍ଭ ଥିଲା I ଅନ୍ୟ ଏକ ଅନୁବାଦରେ: “ସେହି ଦିନ ସନ୍ଧ୍ୟାରେ ନିସ୍ତାରପର୍ବ ଆରମ୍ଭ ହେବାକୁ ଯାଉଥିଲା” (ଦେଖ: /WA-Catalog/or_tm?section=translate#figs-explicit)