John 18

ଯୋହନ ୧୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୧୪ ପଦ କହେ. “ବର୍ତ୍ତମାନ କୟାଫା ଯିହୁଦୀମାନଙ୍କୁ ପରାମର୍ଶ ଦିଅନ୍ତି ଯେ ଲୋକମାନଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ଅଟେ I ”ଲେଖକ ଏହା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ ନିମନ୍ତେ କହୁଛନ୍ତି ଯେ ସେମାନେ କାହିଁକି ଯୀଶୁଙ୍କୁ କୟାଫାଙ୍କ ନିକଟକୁ ନେଇଥିଲେ I ତୁମେ ହୁଏତ ଏହି ପଦଗୁଡିକୁ ବନ୍ଧନୀ ମଧ୍ୟରେ ରଖିବାକୁ ଚାହିଁପାର I (ଦେଖ: /WA-Catalog/or_tm?section=translate#writing-background)

ଏହି ଅଧ୍ୟାୟର ବିଶେଷ ଧାରଣା

“କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କ ବ୍ୟବସ୍ଥା ସଙ୍ଗତ ନୁହଁ”

ରୋମୀୟ ସରକାର ଅପରାଧୀମାନଙ୍କୁ ବଧ କରିବା ନିମନ୍ତେ ଯିହୂଦୀମାନଙ୍କୁ ଅନୁମତି ଦେଉ ନଥିଲେ, ତେଣୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ, ଶାସନକର୍ତ୍ତା, ପୀଲାତଙ୍କୁ ନିବେଦନ କରିବାକୁ ଆବଶ୍ୟକ ମନେକଲେ (ଯୋହନ ୧୮:୩୧) I

ଯୀଶୁଙ୍କ ରାଜ୍ୟ

ଯେତେବେଳେ ଯୀଶୁ ପୀଲାତଙ୍କୁ କହିଲେ ଯେ ମୋହର ରାଜ୍ୟ “ଏହି ଜଗତ ସମ୍ବନ୍ଧୀୟ” ନୁହେଁ, ଯୀଶୁ କେଉଁ ଅର୍ଥରେ ତାହା କହିଥିଲେ, କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ (ଯୋହନ ୧୮:୩୬) I କେତେକ ଲୋକମାନେ ଭାବନ୍ତି ଯେ ଯୀଶୁଙ୍କ ରାଜ୍ୟ କେବଳ ଆତ୍ମିକ ଓ ଜଗତରେ ସେସମସ୍ତ ଦୃଶ୍ୟମାନ ରାଜ୍ୟ ନୁହେ, ଅନ୍ୟ ଲୋକମାନେ ଭାବନ୍ତି ଯେ ଅନ୍ୟ ରାଜାମାନେ ଯେ ପ୍ରକାରେ ସେମାନଙ୍କର ରାଜ୍ୟ ସ୍ଥାପନ କରନ୍ତି, ଯୀଶୁ ସେ ପ୍ରକାରେ ବଳପୂର୍ବକ ଆପଣା ରାଜ୍ୟ ସ୍ଥାପନ କରିବେ ନାହିଁ I ଏହି ପଦଗୁଡିକୁ “ଏହି ଜଗତର ନୁହେଁ” କିମ୍ବା “ଏହି ସ୍ଥାନରୁ ନୁହେଁ” କିଅବା “ଅନ୍ୟ ସ୍ଥାନରୁ ଆସିଅଛି” ସଦୃଶ ଅନୁବାଦ କରିବା ସମ୍ଭବ ଅଟେ I

ଯିହୂଦୀମାନଙ୍କ ରାଜା”

ଯେତେବେଳେ ପୀଲାତ ପଚାରିଲେ ଯେ ଯୀଶୁ କ”ଣ ଯିହୂଦୀମାନଙ୍କ ରାଜା (ଯୋହନ ୧୮:୩୩), ସେ ପଚାରୁଛନ୍ତି ଯେ ଯୀଶୁ କ”ଣ ହେରୋଦଙ୍କ ସଦୃଶ ରାଜା ହେବା ଦାବୀ କରୁଛନ୍ତି, ଯାହାଙ୍କୁ ରୋମୀୟମାନେ ଯିହୂଦା ପ୍ରଦେଶ ଉପରେ ଶାସନ କରିବାକୁ ନିଯୁକ୍ତ କରିଥିଲେ I ଯେତେବେଳେ ସେ ଲୋକମାନଙ୍କୁ ପଚାରିଥିଲେ ଯେ ସେ କ”ଣ ଯିହୂଦୀମାନଙ୍କ ରାଜାକୁ ମୁକ୍ତ କରିବେ (ଯୋହନ ୧୮:୩୯), ସେ ଯିହୂଦୀମାନଙ୍କୁ ବିଦ୍ରୂପ କରୁଛନ୍ତି, କାରଣ ରୋମୀୟ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ I ସେ ଯୀଶୁଙ୍କୁ ମଧ୍ୟ ବିଦ୍ରୂପ କରୁଥିଲେ, କାରଣ ସେ ଯୀଶୁ ଜଣେ ରାଜା ହେବା ଭାବିପାରି ନଥିଲେ I (ଦେଖ: /WA-Catalog/or_tm?section=translate#figs-irony)

John 18:1

General Information:

୧-୨ ପଦଗୁଡିକ ନିମ୍ନଲିଖିତ ଘଟଣା ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I ୧ ପଦ କହେ ସେସବୁ କେଉଁଠି ଘଟିଲା ଓ ୨ ପଦ ଯିହୂଦାଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

After Jesus spoke these words

ଲେଖକ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

Kidron Valley

ମନ୍ଦିରସ୍ଥିତ ପର୍ବତକୁ ଜୀତ ପର୍ବତଠାରୁ ପୃଥକ୍ କରୁଥିବା ଯିରୂଶାଲମର ଏକ ଉପତ୍ୟକା (ଦେଖ: /WA-Catalog/or_tm?section=translate#translate-names)

where there was a garden

ଏହା ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା” (ଦେଖ: /WA-Catalog/or_tm?section=translate#figs-explicit)

John 18:4

General Information:

ଯୀଶୁ ସୈନିକ, ଅଧିକାରୀ ଓ ଫାରୂଶୀମାନଙ୍କ ସହିତ କଥା ହେବାକୁ ଆରମ୍ଭ କରୁଛନ୍ତି I

Then Jesus, who knew all the things that were happening to him

ତତ୍ପରେ ଯୀଶୁ, ଯେ କି ତାହାଙ୍କ ପ୍ରତି ଘଟିବାକୁ ଯାଉଥିବା ସମସ୍ତ ବିଷୟ ଜାଣିଥିଲେ

John 18:5

Jesus of Nazareth

ଯୀଶୁ, ନାଜରିତରୁ ଜଣେ ବ୍ୟକ୍ତି

I am

“ସେ” ଶବ୍ଦ ଶାସ୍ତ୍ରାଂଶରେ ସୂଚିତ କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୁଁ ସେହି” (ଦେଖ: /WA-Catalog/or_tm?section=translate#figs-explicit)

who betrayed him

ଯେ ତାହାଙ୍କୁ ସମର୍ପଣ କରିଥିଲା

John 18:6

I am

ମୂଳ ସଂସ୍କରଣରେ ଏଠାରେ “ସେ” ଶବ୍ଦ ନାହିଁ, କିନ୍ତୁ ଅର୍ଥବୋଧକ ଭାବରେ ରହିଛି I ଅନ୍ୟ ଏକ ଅନୁବାଦରେ: ”ମୁଁ ସେହି” (ଦେଖ: /WA-Catalog/or_tm?section=translate#figs-explicit)

fell to the ground

ଯୀଶୁଙ୍କ ଶକ୍ତି ସକାଶୁ ଲୋକମାନେ ଭୂମିରେ ପଡିଗଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ଶକ୍ତି ସକାଶୁ ତଳେ ପଡିଗଲେ” (ଦେଖ: /WA-Catalog/or_tm?section=translate#figs-explicit)

John 18:7

Jesus of Nazareth

ଯୀଶୁ, ନାଜରିତରୁ ଜଣେ ବ୍ୟକ୍ତି

John 18:8

General Information:

୯ ପଦରେ ମୁଖ୍ୟ ବିବରଣୀ ଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଶାସ୍ତ୍ର ସଫଳ କରୁଥିବା ବିଷୟରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

I am

ଏଠାରେ “ସେ” ଶବ୍ଦ ମୂଳ ସଂସ୍କରଣରେ ନାହିଁ, କିନ୍ତୁ ଅର୍ଥବୋଧକ ଅଟେ I ଅନ୍ୟ ଏକ ଅନୁବାଦରେ:”ମୁଁ ସେହି” (ଦେଖ: /WA-Catalog/or_tm?section=translate#figs-explicit)

John 18:9

This was in order to fulfill the word that he said

ଏଠାରେ “ବାକ୍ୟ” ଯୀଶୁ ପ୍ରାର୍ଥନା କରିଥିବା ବାକ୍ୟକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଆପଣା ପିତାଙ୍କ ନିକଟରେ ପ୍ରାର୍ଥନା କରୁଥିବା ସମୟରେ ଯାହା କହିଥିଲେ, ତାହା ସଫଳ ହେବା ନିମନ୍ତେ ଏହା ଘଟିଲା” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

John 18:10

Malchus

ମାଲଖ ମହାଯାଜକଙ୍କର ଜଣେ ପୁରୁଷ ଦାସ ଅଟେ I (ଦେଖ: /WA-Catalog/or_tm?section=translate#translate-names)

John 18:11

sheath

ଗୋଟିଏ ତୀକ୍ଷ୍ନ ଛୁରୀ ବା ଖଡ୍ଗର ଖୋଳ, ଯେପରି ଧରିଥିବା ଲୋକକୁ ତାହା କାଟିବ ନାହିଁ

Should I not drink the cup that the Father has given me?

ଏହି ଟିପ୍ପଣୀକୁ ଯୀଶୁଙ୍କ ଉକ୍ତିର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ପିତା ମୋତେ ଦେଇଥିବା ପାତ୍ରରୁ ମୋତେ ନିଶ୍ଚୟ ପାନ କରିବାକୁ ହେବ !” (ଦେଖ: /WA-Catalog/or_tm?section=translate#figs-rquestion)

the cup

ଏଠାରେ “ପାତ୍ର” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ନିଶ୍ଚିତରୂପେ ସହ୍ୟ କରିବାକୁ ଥିବା ଦୁଃଖଭୋଗକୁ ବୁଝାଏ, (ଦେଖ: /WA-Catalog/or_tm?section=translate#figs-metaphor)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 18:12

General Information:

୧୪ ପଦ କୟାଫାଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: /WA-Catalog/or_tm?section=translate#figs-synecdoche)

seized Jesus and tied him up

ଖସି ପଳାଇବାରୁ ଅଟକାଇବା ନିମନ୍ତେ ସୈନ୍ୟମାନେ ଯୀଶୁଙ୍କ ହାତକୁ ବାନ୍ଧିଥିଲେ I ଅନ୍ୟ ଏକ ଅନୁବାଦରେ: “ଖସି ପଳାଇବାରୁ ଅଟକାଇବା ନିମନ୍ତେ ଯୀଶୁଙ୍କୁ ଧରି ବାନ୍ଧିଲେ” (ଦେଖ: /WA-Catalog/or_tm?section=translate#figs-explicit)

John 18:15

Now that disciple was known to the high priest, and he entered with Jesus

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମହାଯାଜକ ସେହି ଶିଷ୍ୟଙ୍କୁ ଜାଣିଥିଲେ, ତେଣୁ ସେ ଯୀଶୁଙ୍କ ସହିତ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହେଲେ” (ଦେଖ: /WA-Catalog/or_tm?section=translate#figs-activepassive)

John 18:16

So the other disciple, who was known to the high priest

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ସେହି ଅନ୍ୟ ଶିଷ୍ୟ, ଯାହାଙ୍କୁ ମହାଯାଜକ ଜାଣିଥିଲେ”(ଦେଖ: /WA-Catalog/or_tm?section=translate#figs-activepassive)

John 18:17

Are you not also one of the disciples of this man?

କିଛି ସାବଧାନତାର ସହିତ ତାହାର ଟିପ୍ପଣୀକୁ ପ୍ରକାଶ କରିବା ନିମନ୍ତେ ଦାସୀ ଜଣକୁ ସକ୍ଷମ କରିବାକୁ ଏହା ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମେ ମଧ୍ୟ ସେହି ବନ୍ଧା ହୋଇଥିବା ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ! ନୁହଁ କି ?”(ଦେଖ: /WA-Catalog/or_tm?section=translate#figs-rquestion)

John 18:18

Now the servants and the officers were standing there, and they had made a charcoal fire, for it was cold, and they were warming themselves

ଏମାନେ ମହାଯାଜକଙ୍କ ଦାସ ଓ ପଦାତିକମାନେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଏହା ଶୀତଦିନ ଥିଲା, ତେଣୁ ମହାଯାଜକଙ୍କ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଚାରିପଟେ ଠିଆହୋଇ ଆପଣା ଆପଣାକୁ ଉଷୁମ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Now

ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି, ଯେପରି ଯୋହନ ନିଆଁ ଚାରିପଟେ ଥାଇ ଆପଣା ଆପଣାକୁ ଉଷୁମ କରୁଥିବା ଲୋକମାନଙ୍କ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: /WA-Catalog/or_tm?section=translate#writing-background)

John 18:19

General Information:

ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଏ I

The high priest

ଏ କୟାଫା ଥିଲେ (ଯୋହନ ୧୮:୧୩) I

about his disciples and his teaching

ଏଠାରେ “ତାହାଙ୍କ ଶିକ୍ଷା” ଯୀଶୁ ଲୋକମାନଙ୍କୁ ଦେଉଥିବା ଶିକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ସେ ଲୋକମାନଙ୍କୁ ଦେଉଥିବା ଶିକ୍ଷା ବିଷୟରେ” (ଦେଖ: /WA-Catalog/or_tm?section=translate#figs-explicit)

John 18:20

I have spoken openly to the world

ତୁମକୁ ସ୍ପଷ୍ଟ କରିବାକୁ ହେବ ଯେ “ଜଗତ” ଯୀଶୁଙ୍କ ଶିକ୍ଷା ଶୁଣିଥିବା ଲୋକମାନଙ୍କୁ ବୁଝାଉଥିବା ଏକ ରୂପକ ଅଟେ I ଏଠାରେ ଅତିରଞ୍ଜିତ ଶବ୍ଦ “ଜଗତ”କୁ ଗୁରୁତ୍ବ ଦିଏ ଯେ ଯୀଶୁ ପ୍ରକାଶରେ କଥା କହୁଥିଲେ I (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-hyperbole)

where all the Jews come together

ଏଠାରେ “ସମସ୍ତ ଯିହୂଦୀ” ଏକ ଅତିରଞ୍ଜିତ ବାକ୍ୟ ଯାହା ଗୁରୁତ୍ବ ଦିଏ ଯେ ଯୀଶୁ ଯେଉଁଠାରେ ଯେଉଁମାନେ ଶୁଣିବାକୁ ଚାହିଁଲେ, ସେହିଠାରେ ସେମାନଙ୍କୁ କଥା କହିଲେ” (ଦେଖ: /WA-Catalog/or_tm?section=translate#figs-hyperbole)

John 18:21

Why did you ask me?

ଏହି ଟିପ୍ପଣୀ ଯୀଶୁ ଯାହା କହିଥିଲେ, ତାହାର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋତେ ଏହି ପ୍ରଶ୍ନଗୁଡିକ ପଚାରିବା ଉଚିତ ନୁହଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 18:22

Is that how you answer the high priest?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମହାଯାଜକଙ୍କୁ ସେହି ପ୍ରକାରେ ଉତ୍ତର ଦେବା ଉଚିତ ନୁହଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 18:23

testify about the wrong

ମୋତେ କୁହ, ମୁଁ କଅଣ ଭୁଲ୍ କହିଲି

if rightly, why do you hit me?

ଏହି ଟିପ୍ପଣୀ ଯୀଶୁ ଯାହା କହୁଛନ୍ତି ତାହାର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ କେବଳ ଯାହା ଠିକ୍, ତାହା କହିଲି, ତୁମ୍ଭେମାନେ ମୋତେ ମାରିବା ଉଚିତ ନୁହଁ !”(ଦେଖ: /WA-Catalog/or_tm?section=translate#figs-rquestion)

John 18:25

General Information:

ଏଠାରେ ବିବରଣୀର ଧାରା ପିତରଙ୍କ ନିକଟକୁ ଘୁଞ୍ଚିଯାଉଛି I

Now

ମୁଖ୍ୟ ବବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି, ଯେପରି ଯୋହନ ପିତରଙ୍କ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: /WA-Catalog/or_tm?section=translate#writing-background)

Are you not also one of his disciples?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମେ ମଧ୍ୟ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ !”(ଦେଖ: /WA-Catalog/or_tm?section=translate#figs-rquestion)

John 18:26

Did I not see you in the garden with him?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛିI ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମକୁ ଜୀତବୃକ୍ଷ ଉଦ୍ୟାନରେ ବନ୍ଧା ହୋଇଥିବା ଲୋକ ସହିତ ଥିବା ଦେଖିଥିଲି ! ନୁହଁ କି?” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

John 18:27

Peter then denied again

ଏଠାରେ ଏହା ସୂଚାଉଅଛି ଯେ ପିତର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟକୁ ଅସ୍ବୀକାର କଲେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ପିତର ପୁନର୍ବାର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟରେ ଅସ୍ବୀକାର କଲେ” (ଦେଖ: /WA-Catalog/or_tm?section=translate#figs-explicit)

immediately the rooster crowed

ଏଠାରେ ଏହା ଧରିନିଆ ଯାଏ ଯେ ପାଠକମାନେ ମନେ ପକାଇବେ ଯେ କୁକୁଡା ଡାକିବା ପୂର୍ବରୁ ପିତର ତାହାଙ୍କୁ ଅସ୍ବୀକାର କରିବେ ବୋଲି ଯୀଶୁ କହିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଯେପରି ଘଟିବ ବୋଲି କହିଥିଲେ, ସେହିକ୍ଷଣି କୁକୁଡା ଡାକିଲା” (ଦେଖ: /WA-Catalog/or_tm?section=translate#figs-explicit)

John 18:28

General Information:

ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଉଛି I ସୈନ୍ୟମାନେ ଓ ଯୀଶୁଙ୍କ ଅଭିଯୋଗକାରୀମାନେ ତାହାଙ୍କୁ କୟାଫାଙ୍କ ନିକଟକୁ ଆଣିଲେ I ସେମାନେ କାହିଁକି ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ, ସେ ବିଷୟରେ ୨୮ ପଦ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

Then they led Jesus from Caiaphas

ଏଠାରେ ଏହା ସୂଚାଉଅଛି ଯେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ନେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ଘେନିଗଲେ” (ଦେଖ: /WA-Catalog/or_tm?section=translate#figs-explicit)

they did not enter the government headquarters so that they would not be defiled

ପୀଲାତ ଜଣେ ଯିହୂଦୀ ନଥିଲେ, ତେଣୁ ଯଦି ଯିହୂଦୀମାନେ ତାହାଙ୍କ ପ୍ରାସାଦରେ ପ୍ରବେଶ କରିବେ, ସେମାନେ ଅଶୁଚି ହୋଇଯିବେ I ଏହା ସେମାନଙ୍କୁ ନିସ୍ତାରପର୍ବ ପାଳନ କରିବାଠାରୁ ବଞ୍ଚିତ କରିଥାନ୍ତା I ତୁମେ ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ନିଜେ ପୀଲାତଙ୍କ ପ୍ରାସାଦ ବାହାରେ ରହିଲେ, କାରଣ ପୀଲାତ ଜଣେ ବିଜାତି ଥିଲେ I ସେମାନେ ଅଶୁଚି ହେବାକୁ ଚାହିଁଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-doublenegatives)

John 18:30

If this man was not an evildoer, we would not have given him over to you

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏ ଲୋକଟି ଜଣେ ଦୁଷ୍କର୍ମକାରୀ ଅଟେ, ଆଉ ଆମ୍ଭେମାନେ ଏହାକୁ ଦଣ୍ଡ ଦେବା ନିମନ୍ତେ ଆପଣଙ୍କ ନିକଟକୁ ଆଣିବାକୁ ପଡିଲା”(ଦେଖ: /WA-Catalog/or_tm?section=translate#figs-doublenegatives)

given him over

ଏଠାରେ ଏହି ବାକ୍ୟାଂଶର ଅର୍ଥ ଜଣେ ଶତ୍ରୁକୁ ହସ୍ତାର୍ପଣ କରିବା I

John 18:31

General Information:

୩୨ ପଦରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ କିପରି ମୃତ୍ୟୁଭୋଗ କରିବେ କହିଥିଲେ, ସେ ବିଷୟରେ ଲେଖକ ଆମ୍ଭମାନଙ୍କୁ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

The Jews said to him

ଏଠାରେ “ଯିହୂଦୀମାନେ” ଯିହୂଦୀ ନେତାମାନଙ୍କ ସ୍ଥଳରେ ଏକ ରୂପକ ଅଟେ, ଯେଉଁମାନେ ଯୀଶୁଙ୍କୁ ବିରୋଧ କରି ତାହାଙ୍କୁ ବାନ୍ଧିଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

It is not lawful for us to put any man to death

ରୋମୀୟମାନଙ୍କ ବ୍ୟବସ୍ଥା ଅନୁଯାୟୀ, ଯିହୂଦୀମାନେ ଜଣେ ଲୋକକୁ ପ୍ରାଣ ଦଣ୍ଡ ଦେଇପାରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ରୋମୀୟମାନଙ୍କ ବ୍ୟବସ୍ଥା ଅନୁଯାୟୀ, ଆମ୍ଭେମାନେ ଜଣେ ଲୋକକୁ ପ୍ରାଣ ଦଣ୍ଡ ଦେଇପାରିବୁ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

John 18:32

so that the word of Jesus would be fulfilled

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ପୂର୍ବରୁ ଯାହା କହିଥିଲେ, ତାହା ସଫଳ ହେବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-activepassive)

to indicate by what kind of death he would die

ସେ କିପରି ମୃତ୍ୟୁଭୋଗ କରିବେ, ସେ ବିଷୟରେ

John 18:35

I am not a Jew, am I?

ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି, ଯେପରି ପୀଲାତ ଯିହୂଦୀ ଲୋକମାନଙ୍କ ସାଂସ୍କୃତିକ ବ୍ୟାପାରରେ ଆପଣାର ସମ୍ପୂର୍ଣ୍ଣ ଅନାଗ୍ରହ ଦୃଢ଼ କରିପାରିବେ I ଅନ୍ୟ ଏକ ଅନୁବାଦରେ: “ଆଛା, ମୁଁ ସତରେ ଜଣେ ଯିହୂଦୀ ନୁହେଁ, ଆଉ ଏହି ସବୁ ବିଷୟରେ ମୋହର ଆଗ୍ରହ ନାହିଁ!”I(ଦେଖ: /WA-Catalog/or_tm?section=translate#figs-rquestion)

Your own people

ତୁମ୍ଭର ସ୍ବଜାତି ଯିହୂଦୀମାନେ

John 18:36

My kingdom is not of this world

ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ସମ୍ଭାବିତ ଅର୍ଥାଗୁଡିକ ୧) “ମୋହର ରାଜ୍ୟ ଏହି ଜଗତର ଅଂଶ ନୁହେଁ” କିମ୍ବା ୨) “ମୁ ସେମାନଙ୍କ ରାଜା ହୋଇ ଶାସନ କରିବା ନିମନ୍ତେ ମୋତେ ଏହି ଜଗତର ଅନୁମତି ଆବଶ୍ୟକ ନାହିଁ” କିମ୍ବା “ରାଜା ହେବା ନିମନ୍ତେ ଏହି ଜଗତରୁ ମୁଁ ଅଧିକାର ପ୍ରାପ୍ତ ହୋଇନାହିଁ I”(ଦେଖ: /WA-Catalog/or_tm?section=translate#figs-metonymy)

so that I would not be given over to the Jews

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ମୋତେ ବାନ୍ଧିବାରୁ ଯିହୂଦୀମାନଙ୍କୁ ବାଧା ଦେଇଥାନ୍ତେ”(ଦେଖ: /WA-Catalog/or_tm?section=translate#figs-activepassive)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-synecdoche)

John 18:37

I have come into the world

ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-synecdoche)

bear witness to the truth

ଏଠାରେ “ସତ୍ୟ” ଈଶ୍ବରଙ୍କ ବିଷୟରେ ସତ୍ୟତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସତ୍ୟତା ବିଷୟରେ ଲୋକମାନଙ୍କୁ କୁହ” (ଦେଖ: /WA-Catalog/or_tm?section=translate#figs-explicit)

who belongs to the truth

ଏହା ଏକ ରୂଢ଼ି ଅଟେ, ଯାହା ଈଶ୍ବରଙ୍କ ବିଷୟର ସତ୍ୟତାକୁ ପ୍ରେମ କରୁଥିବା ଯେ କୌଣସି ବ୍ୟକ୍ତିକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-idiom)

my voice

ଏଠାରେ “ସ୍ବର’ ଏକ ରୂପକ ଅଟେ ଯାହା ଯୀଶୁଙ୍କ କଥାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ କହୁଥିବା ବିଷୟ” କିମ୍ବା “ମୋତେ” (ଦେଖ: /WA-Catalog/or_tm?section=translate#figs-synecdoche)

John 18:38

What is truth?

ଏହି ଟିପ୍ପଣୀ ପୀଲାତଙ୍କ ବିଶ୍ବାସକୁ ପ୍ରତିଫଳନ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି ଯାହା ସତ୍ୟ କ’ଣ ଅଟେ ଅନ୍ୟ କେହି ଜାଣନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ସତ୍ୟ କ”ଣ ଅଟେ କେହି ଜାଣି ପାରିବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-synecdoche)

John 18:40

Not this man, but Barabbas

ଏହା ଏକ ଶବ୍ଦର ବିଲୋପ ଅଟେ I ତୁମେ ଅର୍ଥବୋଧକ ଶବ୍ଦ ଯୋଡି ପାରିବ I ଅନ୍ୟ ଏକ ଅନୁବାଦରେ: “ନା ! ଏହି ଲୋକକୁ ମୁକ୍ତ କରନାହିଁ ! ତା’ ପରିବର୍ତ୍ତେ ବାରବ୍ବାକୁ ମୁକ୍ତ କର” (ଦେଖ: /WA-Catalog/or_tm?section=translate#figs-ellipsis)

Now Barabbas was a robber

ଏଠାରେ ଯୋହନ ବାରବ୍ବା ବିଷୟରେ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)