John 5

ଯୋହନ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସୁସ୍ଥକାରୀ ଜଳ

ଅନେକ ଯିହୂଦୀ ବିଶ୍ବାସ କରୁଥିଲେ ଯେ ଯିରୂଶାଲମସ୍ଥିତ କେତେକ ପୁଷ୍କରଣୀରେ ଜଳ “କମ୍ପମାନ ହେବା” ସମୟରେ ଯେ ପ୍ରବେଶ କରିବ, ଈଶ୍ବର ସେହି ଲୋକମାନଙ୍କୁ ସୁସ୍ଥ କରିବେ I

ସାକ୍ଷ୍ୟ

ଜଣେ ଅନ୍ୟ ଜଣକ ବିଷୟରେ ଯାହା କହେ, ତାହା ସାକ୍ଷ୍ୟ ଅଟେ I ଜଣେ ବ୍ୟକ୍ତି ଆପଣା ବିଷୟରେ ଯାହା କହେ, ତା”ଅପେକ୍ଷା ସେହି ବ୍ୟକ୍ତି ବିଷୟରେ ଅନ୍ୟମାନେ ଯାହା କହନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ଅଟେ I ଯୀଶୁ ଯିହୂଦୀମାନଙ୍କୁ କହିଲେ ଯେ ଯୀଶୁ କିଏ ବୋଲି ଈଶ୍ବର ସେମାନଙ୍କୁ କହି ସାରିଛନ୍ତି, ସେଥିନିମନ୍ତେ ସେ କିଏ ବୋଲି ସେ ସେମାନଙ୍କୁ କହିବା ଆବଶ୍ୟକ ନାହିଁ I ଏଇଥି ପାଇଁ ଯେ ଈଶ୍ବର ପୁରାତନ ନିୟମର ଲେଖକମାନଙ୍କୁ କହିଥିଲେ ଯେ ମସୀହ କ”ଣ ସବୁ କରିବେ ଓ ସେମାନେ ସେ ଆସିଲେ ଯାହା ସବୁ କରିବେ ବୋଲେ ଲେଖିଥିଲେ, ଯୀଶୁ ସେହିସବୁ କରୁଥିଲେ I

ଜୀବନର ପୁନରୁତ୍ଥାନ ଓ ବିଚାରର ପୁନରୁତ୍ଥାନ

ଈଶ୍ବର କେତେକ ଲୋକଙ୍କୁ ପୁନର୍ବାର ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କୁ ଆପଣାର ଅନୁଗ୍ରହ ପ୍ରଦାନ କରନ୍ତି, ସେମାନେ ତାହାଙ୍କ ସହିତ ଅନନ୍ତକାଳ ବାସ କରିବେ I କିନ୍ତୁ ସେ କେତକଙ୍କୁ ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କ ସହିତ ନ୍ୟାୟୋଚିତ ଭାବରେ ବ୍ୟବହାର କରିବେ, ସେମାନେ ତାହାଙ୍କ ବିନା ଅନନ୍ତକାଳ ବାସ କରିବେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପୁତ୍ର, ଈଶ୍ବରଙ୍କ ପୁତ୍ର ଓ ମନୁଷ୍ୟପୁତ୍ର

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ପୁତ୍ର” (ଯୋହନ ୫:୧୯), “ଈଶ୍ବରଙ୍କ ପୁତ୍ର” (ଯୋହନ ୫:୨୫), ଓ “ମନୁଷ୍ୟପୁତ୍ର” (ଯୋହନ ୫:୨୭) ହେବା କହୁଛନ୍ତି I ତୁମର ଭାଷା ହୁଏତ ଯେପରି ସେମାନେ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦିଏନାହି I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 5:1

General Information:

ବିବରଣୀରେ ଏହା ପରବର୍ତ୍ତୀ ଘଟଣା ଅଟେ, ଯେଉଁଥିରେ ଯୀଶୁ ଯିରୂଶାଲମକୁ ଯାଇ ଜଣେ ବ୍ୟକ୍ତିକୁ ସୁସ୍ଥ କରୁଛନ୍ତି I ଏହି ପଦଗୁଡିକ ବିବରଣୀର ଅବସ୍ଥିତି ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

After this

ଏହା ଯୀଶୁ ରାଜ କର୍ମଚାରୀଙ୍କ ପୁତ୍ରଙ୍କୁ ସୁସ୍ଥ କରିବାର ପରବର୍ତ୍ତୀ ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୩:୨୨ରେ ଅନୁବାଦ କରିଅଛ I

there was a Jewish festival

ଯିହୂଦୀମାନେ ଏକ ପର୍ବ ପାଳନ କରୁଥିଲେ

went up to Jerusalem

ଯିରୂଶାଲମ ଏକ ପାହାଡର ଶିଖରେ ଅବସ୍ଥିତ ଥିଲା I ଛୋଟ ଛୋଟ ପାହାଡ ମଧ୍ୟଦେଇ ଯିରୂଶାଲମକୁ ଉପର ତଳ ହୋଇ ଏକ ପଥ ଯାଇଥିଲା I ଯଦି ତୁମ ଭାଷାରେ ସମତଳ ଭୂମିରେ ଚାଲିବା ଅପେକ୍ଷା ପାହାଡ ଉପରକୁ ଯିବା ନିମନ୍ତେ ଭିନ୍ନ ଏକ ଶବ୍ଦ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I

John 5:2

pool

ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥରର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀର ରେଖା ନିର୍ଣୟ କରୁଥିଲେ I

Bethesda

ଗୋଟିଏ ସ୍ଥାନର ନାମ I (ଦେଖ: /WA-Catalog/or_tm?section=translate#translate-names)

roofed porches

ଅନ୍ତତଃ ଗୋଟିଏ କାନ୍ଥ ନଥାଇ କୋଠାରୀକୁ ସଂଲଗ୍ନ ହୋଇଥିବା ଛାତ

John 5:3

A large number of the people who were sick

ଅନେକ ଲୋକ

John 5:5

General Information:

୫ ପଦ ବିବରଣୀର ପୁଷ୍କରଣୀ ନିକଟରେ ପଡ଼ି ରହିଥିବା ବ୍ୟକ୍ତିର ପରିଚୟ ଦିଏ I (ଦେଖ: /WA-Catalog/or_tm?section=translate#writing-participants)

was there

ବେଥେସଦା ପୁଷ୍କରଣୀ ନିକଟରେ (ଯୋହନ ୫:୧)

thirty-eight years

୩୮ ବର୍ଷ (ଦେଖ: /WA-Catalog/or_tm?section=translate#translate-numbers)

John 5:6

he realized

ସେ ବୁଝିପାରିଲେ କିମ୍ବା “ସେ ଜାଣିବାକୁ ପାଇଲେ”

he said to him

ଯୀଶୁ ସେହି ପକ୍ଷାଘାତ ରୋଗୀକୁ କହିଲେ

John 5:7

Sir, I do not have

ଏଠାରେ “ମହାଶୟ” ଭାବେ ସମ୍ବୋଧନ କରବା ଏକ ଶିଷ୍ଟାଚାର ଶୈଳୀ ଅଟେ I

when the water is stirred up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୂତ ଜଳ କମ୍ପାଇବା ସମୟରେ” (ଦେଖ: /WA-Catalog/or_tm?section=translate#figs-activepassive)

into the pool

ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀ ରେଖା ନିର୍ଣୟ କରୁଥିଲେ I ଦେଖ ତୁମେ “ପୁଷ୍କରଣୀ”କୁ କିପରି ଯୋହନ ୫:୨ରେ ଅନୁବାଦ କରିଅଛ I

another steps down before me

ସବୁବେଳେ କେହି ନା କେହି ମୋ ଆଗରୁ ପାହାଚ ତଳକୁ ଯାଇ ଜଳରେ ପଶି ଯାଉଥିଲା

John 5:8

Get up

ଉଠ !

take up your bed, and walk

ତୁମ୍ଭର ଖଟିଆ ଘେନି ଚାଲ !

John 5:9

the man was healed

ବ୍ୟକ୍ତି ଜଣକ ପୁନର୍ବାର ସୁସ୍ଥ ହୋଇଗଲା

Now that day

ଲେଖକ “ସେହିକ୍ଷଣି” ଶବ୍ଦ ବ୍ୟବହାର କରି ଦର୍ଶାଇଛନ୍ତି ଯେ ନିମ୍ନଲିଖିତ ଶବ୍ଦଗୁଡିକ ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 5:10

So the Jews said to him who was healed

ଯେତେବେଳେ ଯିହୂଦୀମାନେ ବିଶ୍ରାମବାରରେ ବ୍ୟକ୍ତି ଜଣକୁ ଖଟିଆ ବହି ନେଉଥିବା ଦେଖିଲେ, ସେମାନେ (ବିଶେଷକରି ଯିହୂଦୀମାନଙ୍କ ନେତାମାନେ) କ୍ରୋଧାନ୍ବିତ ହେଲେ I

It is the Sabbath

ଏହା ଈଶ୍ବରଙ୍କ ବିଶ୍ରାମଦିନ

John 5:11

He who made me healthy

ଯେ ମୋତେ ସୁସ୍ଥ କଲେ

John 5:12

They asked him

ଯିହୂଦୀ ନେତାମାନେ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକୁ ପଚାରିଲେ

John 5:14

Jesus found him

ଯୀଶୁ ସେ ସୁସ୍ଥ କରିଥିବା ବ୍ୟକ୍ତି ଜଣକୁ ପାଇଲେ

See

ଏଠାରେ “ଦେଖ” ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡିକ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କରାଯାଇଛି I

John 5:16

Now

ଲେଖକ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରି ଦର୍ଶାଉଛନ୍ତି ଯେ ନିମ୍ନଲିଖିତ ଶବ୍ଦଗୁଡିକ ପୃଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

the Jews

ଏଠାରେ “ଯିହୂଦୀମାନେ” ଏକ ସମାଜଗୃହ ଅଟେ (ବ୍ୟାକରଣ ପଦ) ଯାହା “ଯିହୂଦୀ ନେତାମାନଙ୍କୁ” ବୁଝାଏ I

John 5:17

is working

ଏହା କାର୍ଯ୍ୟ କରିବା ବିଷୟକୁ ବୁଝାଏ, ଯାହା ଅନ୍ୟ ଲୋକମାନଙ୍କ ସେବା ନିମନ୍ତେ ଉଦ୍ଦିଷ୍ଟ ଅନ୍ୟ କୌଣସି ବିଷୟ ହୋଇପାରେ I

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 5:18

making himself equal to God

ଈଶ୍ବରଙ୍କ ସଦୃଶ କହୁଅଛି କିମ୍ବା “ଈଶ୍ବରଙ୍କ ସଦୃଶ ତାହାର ଅଧିକାର ଥିବା କହୁଅଛି”

John 5:19

Connecting Statement:

ଯୀଶୁ ଯିହୂଦୀ ନେତାମାନଙ୍କୁ କଥା କହି ଚାଲିଛନ୍ତି I

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

whatever the Father is doing, the Son does these things also.

ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି I

Son ... Father

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 5:20

you will be amazed

ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ କିମ୍ବା ତୁମ୍ଭେମାନେ ଆତଙ୍କିତ ହେବ”

For the Father loves the Son

ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି (See: /WA-Catalog/or_tm?section=translate#guidelines-sonofgodprinciples) I

loves

ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମ ଅନ୍ୟମାନଙ୍କ ମଙ୍ଗଳନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଏହା ଜଣକର ଉପକାରରେ ଆସି ନପାରେ I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି I

John 5:21

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

life

ଏହା “ଆତ୍ମିକ ଜୀବନ”କୁ ବୁଝାଏ I

John 5:22

For the Father judges no one, but he has given all judgment to the Son

“ମାତ୍ର” ଶବ୍ଦଟି ତୁଳନା କରିବା ବିଷୟକୁ ବୁଝାଏ I ଈଶ୍ବରଙ୍କ ପୁତ୍ର ପିତା ଈଶ୍ବରଙ୍କ ନିମନ୍ତେ ବିଚାର ସାଧନ କରନ୍ତି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 5:23

honor the Son just as ... the Father. The one who does not honor the Son does not honor the Father

ପିତା ଈଶ୍ବରଙ୍କ ସଦୁଶ, ପୁତ୍ର ଈଶ୍ବରଙ୍କୁ ସମ୍ମାନ ଓ ଉପାସନା କରାଯିବା ଉଚିତ I ଯଦି ଆମ୍ଭେମାନେ ପୁତ୍ର ଈଶ୍ବରଙ୍କୁ ସମ୍ମାନ କରୁନାହୁଁ, ତେବେ ଆମ୍ଭେମାନେ ପିତା ଈଶ୍ବରଙ୍କୁ ସମ୍ମାନ କରି ପାରିବା ନାହିଁ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 5:24

Truly, truly

ଦେଖ ତୁମେ ଏହାକୁ କିପରିଯୋହନ ୧:୫୧ରେ ଅନୁବାଦ କରିଅଛ I

he who hears my word

ଏଠାରେ “ବାକ୍ୟ” ରୂପକ ଭାବରେ ଯୀଶୁଙ୍କର ସୁସମାଚାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି ମୋହର ବାକ୍ୟ ଶୁଣେ” (ଦେଖ: /WA-Catalog/or_tm?section=translate#figs-metonymy)

will not be condemned

ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ନିର୍ଦ୍ଦୋଷ ହେବା ନିମନ୍ତେ ବିଚାରିତ ହେବେ” (ଦେଖ: /WA-Catalog/or_tm?section=translate#figs-doublenegatives)

John 5:25

Truly, truly

ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

the dead will hear the voice of the Son of God, and those who hear will live

ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ସ୍ବର ସମାଧିରୁ ମୃତ ଲୋକମାନଙ୍କୁ ଉଠାଇବ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 5:26

For just as the Father has life in himself, so he has also given to the Son so that he has life in himself

“କାରଣ” ଶବ୍ଦ ତୁଳନା କରିବା ବିଷୟକୁ ବୁଝାଏ I ପିତାଙ୍କ ସଦୃଶ, ଈଶ୍ବରଙ୍କ ପୁତ୍ରଙ୍କ ଜୀବନ ଦେବା ନିମନ୍ତେ ଶକ୍ତି ଅଛି I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Father ... Son

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

life

ଏହାର ଅର୍ଥ ଆତ୍ମିକ ଜୀବନ I

John 5:27

Son of Man

ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the Father has given the Son authority to carry out judgment

ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଚାର କରିବା ନିମନ୍ତେ ପିତା ଈଶ୍ବରଙ୍କ ଅଧିକାର ଅଛି I

John 5:28

Do not be amazed at this

ଏହା ସେହି ବିଷୟକୁ ବୁଝାଏ ଯେ ମନୁଷ୍ୟପୁତ୍ର ଭାବରେ ଯୀଶୁଙ୍କ ଅନନ୍ତଜୀବନ ଦେବା ନିମନ୍ତେ ଓ ବିଚାର କରିବା ନିମନ୍ତେ ଅଧିକାର ଅଛି I

hear his voice

ଯେ ମୋହର ସ୍ବର ଶୁଣେ

John 5:30

the will of him who sent me

“ତାହାଙ୍କୁ” ଶବ୍ଦ ପିତା ଈଶ୍ବରଙ୍କୁ ବୁଝାଏ I

John 5:32

There is another who testifies about me

ଆଉ ଜଣେ ଅଛନ୍ତି, ଯେ କି ମୋ ବିଷୟରେ କହନ୍ତି

another

ଏହା ଈଶ୍ବରଙ୍କୁ ବୁଝାଏ I

the testimony that he gives about me is true

ସେ ମୋ ବିଷୟରେ ଲୋକମାନଙ୍କୁ ଯାହା କହନ୍ତି , ତାହା ସତ୍ୟ ଅଟେ

John 5:34

the testimony that I receive is not from man

ଲୋକମାନଙ୍କ ସାକ୍ଷ୍ୟ ମୋହର ପ୍ରୟୋଜନ ନାହିଁ

that you might be saved

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଇଶ୍ବର ତୁମ୍ଭକୁ ଉଦ୍ଧାର କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

John 5:35

John was a lamp that was burning and shining, and you were willing to rejoice in his light for a while

ଏଠାରେ “ପ୍ରଦୀପ’ ଓ “ଜ୍ୟୋତିଃ” ରୂପକ ଅଟନ୍ତି I ଯୋହନ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ ଶିକ୍ଷା ଦେଉଥିଲେ ଓ ଏହା ଅନ୍ଧକାରରେ ଜ୍ୟୋତିଃ ପ୍ରକାଶ କରୁଥିବା ପ୍ରଦୀପ ସଦୃଶ ଥିଲା I ଅନ୍ୟ ଏକ ଅନୁବାଦରେ: “ଯୋହନ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସମ୍ବନ୍ଧରେ ଶିକ୍ଷା ଦେଉଥିଲେ ଓ ଏହା ପ୍ରଦୀପ ସଦୃଶ ଜ୍ୟୋତିଃ ପ୍ରକାଶ କରୁଥିଲା I ଅତଏବ ଯାହା ଯୋହନ କହୁଥିଲେ, ତାହା ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ଆନନ୍ଦ ଦେଉଥିଲା” (ଦେଖ: /WA-Catalog/or_tm?section=translate#figs-metaphor)

John 5:36

the works that the Father has given me to accomplish ... that the Father has sent me

ପିତା ଈଶ୍ବର ପୁତ୍ର ଈଶ୍ବର, ଯୀଶୁଙ୍କୁ ପୃଥିବୀକୁ ପ୍ରେରଣ କଲେ I ପିତା ତାହାଙ୍କୁ ଯାହା କରିବାକୁ ଦିଅନ୍ତି, ସେ ତାହା ସମ୍ପୂର୍ଣ୍ଣ କରନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the very works that I do, testify about me

ଏଠାରେ ଯୀଶୁ କହୁଛନ୍ତି ଯେ ଆଶ୍ଚର୍ଯ୍ୟକର୍ମସବୁ “ସାକ୍ଷ୍ୟ” ଦିଅନ୍ତି ବା ତାହାଙ୍କ ବିଷୟରେ “ଲୋକମାନଙ୍କୁ କହନ୍ତି I” ଅନ୍ୟ ଏକ ଅନୁବାଦରେ: “ଯାହାସବୁ ମୁଁ କରୁଅଛି, ତାହା ପ୍ରମାଣ କରୁଅଛି ଯେ ଈଶ୍ବର ମୋତେ ପ୍ରେରଣ କରିଅଛନ୍ତି” (ଦେଖ: /WA-Catalog/or_tm?section=translate#figs-personification)

John 5:37

The Father who sent me has himself testified

ସ୍ବୟଂବାଚକ ସର୍ବନାମ “ସ୍ବୟଂ” ଗୁରୁତ୍ବ ଦିଏ ଯେ ଅନ୍ୟ କେହି ନୁହନ୍ତି, ମାତ୍ର ପିତା ସାକ୍ଷ୍ୟ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#figs-rpronouns)

John 5:38

You do not have his word remaining in you, for you are not believing in the one whom he has sent

ଯେ ମୋତେ ପ୍ରେରଣ କରିଅଛନ୍ତି, ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁନାହଁ I ସେଥିପାଇଁ ମୁଁ ଜାଣେ ଯେ ତାହାଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ନାହିଁ

You do not have his word remaining in you

ଈଶ୍ବରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁଥିବା ଲୋକମାନଙ୍କ ବିଷୟରେ ଯୀଶୁ କହନ୍ତି ଯେପରି ସେମାନେ ସବୁ ଗୃହ ଅଟନ୍ତି ଓ ଈଶ୍ବରଙ୍କ ବାକ୍ୟ ଜଣେ ବ୍ୟକ୍ତି ଭାବରେ ଗୃହରେ ବାସ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରୁନାହଁ” କିମ୍ବା “ତୁମ୍ଭେମାନେ ତାହାଙ୍କ ବାକ୍ୟ ପାଳନ କରୁନାହଁ” (ଦେଖ: /WA-Catalog/or_tm?section=translate#figs-metaphor)

his word

ସେ ତୁମ୍ଭମାନଙ୍କୁ କହିଥିବା ବାକ୍ୟ

John 5:39

in them you have eternal life

ଯଦି ତୁମ୍ଭେମାନେ ସେସବୁ ପାଠ କରିବ, ତୁମ୍ଭେମାନେ ଅନନ୍ତଜୀବନ ପାଇବ କିମ୍ବା “ଧର୍ମଶାସ୍ତ୍ର ତୁମ୍ଭମାନଙ୍କୁ କହିବ ଯେ ତୁମ୍ଭେମାନେ କିପରି ଅନନ୍ତଜୀବନ ପାଇବ”

John 5:40

you are not willing to come to me

ତୁମ୍ଭେମାନେ ମୋହର ବାକ୍ୟ ବିଶ୍ବାସ କରିବାକୁ ଅଗ୍ରାହ୍ୟ କରୁଅଛ

John 5:41

receive

ଗ୍ରହଣ କର

John 5:42

you do not have the love of God in yourselves

ଏହାର ଅର୍ଥ ହୋଇପାରେ ଯେ ୧) “ତୁମ୍ଭେମାନେ ପ୍ରକୃତରେ ଈଶ୍ବରଙ୍କଠାରେ ବିଶ୍ବାସ କରୁନାହଁ” କିମ୍ବା ୨) “ତୁମ୍ଭେମାନେ ପ୍ରକୃତରେ ଈଶ୍ବରଙ୍କ ପ୍ରେମ ପାଇନାହଁ I”

John 5:43

in my Father's name

ଏଠାରେ “ନାମ” ଶବ୍ଦ ଏକ ରୂପକ ଭାବରେ ଈଶ୍ବରଙ୍କ ଶକ୍ତି ଓ ଅଧିକାରର ନିଦର୍ଶନ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ପିତାଙ୍କର ଅଧିକାର ସହିତ ଆସିଅଛି” (ଦେଖ: /WA-Catalog/or_tm?section=translate#figs-metonymy)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

receive

ବନ୍ଧୁ ଭାବରେ ଗ୍ରହଣ କରିବ

If another should come in his own name

“ନାମ” ଶବ୍ଦ ଏକ ରୂପକ ଭାବରେ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଅନ୍ୟ କେହି ଆପଣା ଅଧିକାର ସହିତ ଆସିବ” (ଦେଖ: /WA-Catalog/or_tm?section=translate#figs-metonymy)

John 5:44

How can you believe, you who accept praise ... God?

ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶା ଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ବାସ କରି ପାରିବ ନାହିଁ, କାରଣ ତୁମ୍ଭେମାନେ ପ୍ରଶଂସା ଲୋଡୁଅଛ ...ଈଶ୍ବରଙ୍କ ଗୌରବ ଚେଷ୍ଟା କରୁନାହଁ !” (ଦେଖ: /WA-Catalog/or_tm?section=translate#figs-rquestion)

believe

ଏହାର ଅର୍ଥ ଯୀଶୁଙ୍କଠାରେ ଭରସା କରିବା I

John 5:45

The one who accuses you is Moses, in whom you have put your hope

ଏଠାରେ ବ୍ୟବସ୍ଥାର ନିଦର୍ଶନ ସ୍ବରୁପ ମୋଶା ଏକ ରୁପକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ମୋଶା ବ୍ୟବସ୍ଥା ଅନୁଯାୟୀ ତୁମ୍ଭମାନଙ୍କୁ ଦୋଷୀ କରନ୍ତି, ଯେଉଁ ବ୍ୟବସ୍ଥା ଉପରେ ତୁମ୍ଭେମାନେ ଅଧିକ ଭରସା ରଖିଅଛ” (ଦେଖ: /WA-Catalog/or_tm?section=translate#figs-metonymy)

your hope

ତୁମ୍ଭମାନଙ୍କ ଦୃଢ଼ବିଶ୍ବାସ କିମ୍ବା “ତୁମ୍ଭମାନଙ୍କର ଭରସା”

John 5:47

If you do not believe his writings, how are you going to believe my words?

ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କ ଲିଖିତ ବାକ୍ୟକୁ ବିଶ୍ବାସ କରୁନାହଁ, ଏଣୁ ତୁମ୍ଭେମାନେ ଆଦୌ ମୋହର ବାକ୍ୟରେ ବିଶ୍ବାସ କରିବ ନାହିଁ!” (ଦେଖ: /WA-Catalog/or_tm?section=translate#figs-rquestion)

my words

ଯାହା ମୁଁ କହୁଅଛି