John 6

ଯୋହନ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ରାଜା

ଯେ କୌଣସି ରାଜ୍ୟର ଜଣେ ରାଜା ସେହି ଦେଶର ସବୁଠାରୁ ଧନଶାଳୀ ଓ ପରାକ୍ରମୀ ବ୍ୟକ୍ତି ହେଉଥିଲେ I ଲୋକମାନେ ଯୀଶୁଙ୍କୁ ସେମାନଙ୍କ ରାଜା ହେବାକୁ ଚାହୁଁଥିଲେ, କାରଣ ସେ ସେମାନଙ୍କୁ ଖାଦ୍ୟ ଦେଇଥିଲେ ଓ ତେଣୁ ସେମାନେ ଭାବୁଥିଲେ ଯେ ସେ ଯିହୂଦୀମାନଙ୍କ ଦେଶକୁ ଜଗତରେ ସବୁଠାରୁ ଧନଶାଳୀ ଓ ସବୁଠାରୁ ପରାକ୍ରମୀ ଦେଶ କରିଦେବେ I ସେମାନେ ବୁଝି ନଥିଲେ ଯେ ଯୀଶୁ ମୃତ୍ୟୁଭୋଗ କରିବାକୁ ଆସିଥିଲେ ଓ ଯେପରି ଈଶ୍ବର ଲୋକମାନଙ୍କ ପାପକୁ କ୍ଷମା କରିବେ ଏବଂ ଜଗତ ତାହାଙ୍କ ଲୋକମାନଙ୍କୁ ତାଡନା କରିବ I

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ରୂପକସମୂହ

ରୋଟୀ

ଯୀଶୁଙ୍କ ସମୟରେ ରୋଟୀ ଅତି ସାଧାରଣ ଓ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ଥିଲା, ଏବଂ ତେଣୁ “ଆହାର” ନିମନ୍ତେ “ରୋଟୀ” ସେମାନଙ୍କର ଏକ ସାଧାରଣ ଶବ୍ଦ ଥିଲା I ଯେଉଁମାନେ ରୋଟୀ ଖାଆନ୍ତି ନାହିଁ, ସେମାନଙ୍କ ଭାଷାରେ “ରୋଟୀ” ଶବ୍ଦକୁ ଅନୁବାଦ କରିବା ପ୍ରାୟତଃ କଷ୍ଟକର ହୋଇଥାଏ, କାରଣ କେତେକ ଭାଷାରେ ଖାଦ୍ୟ ନିମନ୍ତେ ବୁଝାଉଥିବା ସାଧାରଣ ଶବ୍ଦ ଯୀଶୁଙ୍କ ସଂସ୍କୃତିର ଶବ୍ଦ ସହିତ ସମାନ ନୁହେଁ I ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ରୋଟୀ” ଶବ୍ଦ ବ୍ୟବହାର କରିଥିଲେ I ସେ ସେମାନେ ଏହା ବୁଝିବା ଚାହୁଁଥିଲେ ଯେ ସେ ସେମାନଙ୍କ ପ୍ରୟୋଜନ ଅଟନ୍ତି, ଯେପରି ସେମାନେ ଅନନ୍ତଜୀବନ ପ୍ରାପ୍ତ କରିବେ I (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-synecdoche)

ମାଂସ ଭୋଜନ କରିବା ଓ ରକ୍ତ ପାନ କରିବା

ଯେତେବେଳେ ଯୀଶୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନକଲେ ଓ ତାହାଙ୍କର ରକ୍ତ ପାନ ନକଲେ, ତୁମ୍ଭେମାନେ ଜୀବନ ପାଇବ ନାହିଁ,” ସେ ଜାଣିଥିଲେ ଯେ ଆପଣା ମୃତ୍ୟୁ ପୂର୍ବରୁ ରୋଟୀ ଭୋଜନ କରି ଓ ଦ୍ରାକ୍ଷାରସ ପାନ କରି ଏହା କରିବାକୁ ଆପଣା ଶିଷ୍ୟମାନଙ୍କୁ କହିବେ I ଏହି ଅଧ୍ୟାୟ ବର୍ଣ୍ଣନା କରୁଥିବା ଘଟଣାରେ ସେ ଆଶା କରୁଥିଲେ ଯେ ସେ ରୂପକ ବ୍ୟବହାର କରି ଯାହା ବୁଝାଉଛନ୍ତି, ତାହା ତାହାଙ୍କ ଶ୍ରୋତାମାନେ ବୁଝି ପାରିବେ I (ଦେଖ: /WA-Catalog/or_tw?section=kt#flesh/WA-Catalog/or_tw?section=kt#blood)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ବନ୍ଧନୀ ସମନ୍ବିତ ଚିନ୍ତାଧାରା

ଏହି ଅନୁଚ୍ଛେଦରେ ଅନେକ ଥର ଯୋହନ କିଛିବିଷୟ ବୁଝାଉଛନ୍ତି ବା ଘଟଣାକୁ ଭଲ ଭାବରେ ବୁଝିବା ନିମନ୍ତେ ପାଠକଙ୍କୁ କେତେକ ପ୍ରସଙ୍ଗ ଦେଉଛନ୍ତି Iଏହି ବ୍ୟାଖ୍ୟାସମୁହର ଉଦ୍ଦେଶ୍ୟ ଯେ ବିବରଣୀର ପ୍ରବାହରେ କୌଣସି ବାଧା ନ ଆଣି ପାଠକଙ୍କୁ କିଛି ଅତିରିକ୍ତ ଜ୍ଞାନ ଦେବା I ସେହି ସୂଚନାଗୁଡିକ ବନ୍ଧନୀ ମଧ୍ୟରେ ରଖାଯାଇଛି I

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ଭାବେ କହୁଛନ୍ତି (ଯୋହନ ୬:୨୬) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହୁଥିବା ଭଳି ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଦେଉ ନଥିବ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person)

John 6:1

General Information:

ଯୀଶୁ ଯିରୂଶାଲମଠାରୁ ଗାଲୀଲୀକୁ ଯାତ୍ରା କରିଛନ୍ତି I ଏକ ଜନସମୁହ ପର୍ବତ ପାର୍ଶ୍ବରେ ତାହାଙ୍କ ପଛେ ପଛେ ଯାଇଛନ୍ତି I ଏହି ପଦଗୁଡିକ ଘଟଣାରେ ଥିବା ଏହି ଅଂଶର ଅବସ୍ଥିତି ବିଷୟରେ କହୁଛି I (ଦେଖ: /WA-Catalog/or_tm?section=translate#writing-background)

After these things

“ସେହିସବୁ” ବାକ୍ୟାଂଶ ଯୋହନ ୫:୧-୪୬ରେ ଉଲ୍ଲେଖଥିବା ଘଟଣାଗୁଡିକୁ ବୁଝାଏ ଓ ପରବର୍ତ୍ତୀ ଘଟଣାର ପରିଚୟ ଦିଏ I

Jesus went away

ଏହା ଶାସ୍ତ୍ରାଂଶରେ ସୂଚାଇ ଦିଏ ଯେ ଯୀଶୁ ନୌକାରେ ଯାତ୍ରା କରି ଆପଣା ସହିତ ଶିଷ୍ୟମାନଙ୍କୁ ନେଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଯାତ୍ରା କଲେ” (ଦେଖ: /WA-Catalog/or_tm?section=translate#figs-explicit)

John 6:2

A great crowd

ବହୁସଂଖ୍ୟକ ଲୋକ

signs

ଏହା ପ୍ରମାଣ ସ୍ବରୂପେ ବ୍ୟବହାର କରାଯାଉଥିବା ଆଶ୍ଚର୍ଯ୍ୟକର୍ମଗୁଡିକୁ ଦର୍ଶାଉଅଛି ଯେ ଈଶ୍ବର ସର୍ବ-ଶକ୍ତିମାନ୍ ଅଟନ୍ତି, ଯାହାଙ୍କର ସମସ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I

John 6:4

General Information:

୫ ପଦରେ ବିବରଣୀର କାର୍ଯ୍ୟ ଆରମ୍ଭ ହେଉଛି I

Now the Passover, the Jewish festival, was near

କେତେବେଳେ ଘଟଣାସବୁ ଘଟିଥିଲା, ସେ ବିଷୟର ପୃଷ୍ଠଭୂମିର ସୂଚନା ଦେବା ସକାଶେ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 6:6

But Jesus said this to test Philip, for he himself knew what he was going to do

ଯୀଶୁ କାହିଁକି ଫିଲିପ୍ପଙ୍କୁ କେଉଁଠି ରୋଟୀ କିଣିବାକୁ ହେବ ବୋଲି ପଚାରିଥିଲେ, ତାହା ବୁଝାଇବାକୁ ଯାଇ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

for he himself knew

ସ୍ବୟଂବାଚକ ସର୍ବନାମ “ସ୍ବୟଂ” ସ୍ପଷ୍ଟ କରେ ଯେ “ସେ’ ଶବ୍ଦ ଯୀଶୁଙ୍କୁ ବୁଝାଏ I ଯୀଶୁ ଜାଣିଥିଲେ ଯେ ସେ କଅଣ କରିବେ I (ଦେଖ: /WA-Catalog/or_tm?section=translate#figs-rpronouns)

John 6:7

Two hundred denarii worth of bread

“ଶଏ ଟଙ୍କା” “ଏକ ଶତ”ର ବହୁବାଚକ ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ମଜୁରିଆର ଦୁଇଶ ଦିନର ମଜୁରୀର ଟଙ୍କାରେ ସେତିକି ପରିମାଣର ରୋଟୀ କିଣିହେବ” (ଦେଖ: /WA-Catalog/or_tm?section=translate#translate-bmoney)

John 6:9

five bread loaves of barley

ଯବର ପାଞ୍ଚୋଟି ରୋଟୀ I ଯବ ଏକ ପ୍ରକାର ସାଧାରଣ ଶସ୍ୟ ଥିଲା I

loaves

କିଛି ଯବ ଗୁଣ୍ଡକୁ ପାତ୍ରରେ ଦଳି ଠିକ୍ ଆକାର ଦେଇ ଓ ସେକି ରୋଟୀ କରାଯାଉ ଥିଲା I ଏଗୁଡିକ ସମ୍ଭବତଃ ଛୋଟ, ଟିକିଏ ମୋଟା ଓ ଗୋଲାକାର ଥିଲା I

what are these among so many?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଏ ଯାହା ସେମାନଙ୍କ ନିକଟରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ ଯଥେଷ୍ଟ ପରିମାଣର ଖାଦ୍ୟ ନଥିଲା I ଅନ୍ୟ ଏକ ଅନୁବାଦରେ: ଏହି ଅଳ୍ପ ପରିମାଣର ରୋଟୀ ଏବଂ ମାଚ୍ଛ ଅନେକ ଲୋକମାନଙ୍କୁ ଖୁଆଇବା ନିମନ୍ତେ ଯଥେଷ୍ଟ ନଥିଲା ! (ଦେଖ: /WA-Catalog/or_tm?section=translate#figs-rquestion)

John 6:10

sit down

ବସାଅ

Now there was a lot of grass in the place

ଏହି ଘଟଣାଟି କେଉଠି ଘଟିଛି, ସେହି ସ୍ଥାନ ବିଷୟରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ଯୋହନ ବିବରଣୀରେ ଥିବା ଘଟଣା ବିଷୟରେ କହିବାକୁ ବନ୍ଦ କରୁଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

So the men sat down, about five thousand in number

ସମ୍ଭବତଃ ଜନସମୁହରେ ସ୍ତ୍ରୀଲୋକ ଓ ପିଲାମାନେ ଥିଲେ (ଯୋହନ ୬:୪-୫), କିନ୍ତୁ ଯୋହନ ଏଠାରେ କେବଳ ପୁରୁଷମାନଙ୍କୁ ଗଣନା କରୁଛନ୍ତି I

John 6:11

giving thanks

ଯୀଶୁ ରୋଟୀ ଓ ମାଛ ନିମନ୍ତେ ପିତା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ଓ ଧନ୍ୟବାଦ କଲେ I

he gave it

ସେ ଏଠାରେ “ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ” ଉପସ୍ଥାପନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏହା ବାଣ୍ଟି ଦେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 6:13

General Information:

ଯୀଶୁ ଜନସମୁହଠାରୁ ଅନ୍ତର ହୋଇଯାନ୍ତି I ଏଠାରେ ଯୀଶୁ ପର୍ବତ ଉପରେ ଲୋକମାନଙ୍କୁ ଭୋଜନ କରାଇବା ବିଷୟରେ ଥିବା ଘଟଣାର ଅଂଶ ପରିସମାପ୍ତି ଅଟେ I

they gathered

ଶିଷ୍ୟମାନେ ଏକତ୍ର ହେଲେ

left over

ଯେଉଁ ଖାଦ୍ୟ କେହିକେବେ ଖାଇ ନଥିଲେ

John 6:14

this sign

ଯୀଶୁ ଯବର ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛରେ ପାଞ୍ଚ ହଜାର ଲୋକଙ୍କୁ ଭୋଜନ କରାଇଲେ

the prophet

ଯାହାଙ୍କୁ ମୋଶା ଜଗତକୁ ଜଣେ ବିଶେଷ ଭାବବାଦୀଙ୍କର ଆଗମନର ଥିଲା କହିଥିଲେ

John 6:16

Connecting Statement:

ଏହା ବିବରଣୀରେ ପରବର୍ତ୍ତୀ ଘଟଣା ଅଟେ I ଯୀଶୁଙ୍କ ଶିଷ୍ୟମାନେ ନୌକାରେ ହ୍ରଦ ଭିତରକୁ ଗଲେ I

John 6:17

It was dark by this time, and Jesus had not yet come to them

ତୁମ ଭାଷାର ଶୈଳୀ ଦର୍ଶାଇବା ନିମନ୍ତେ ଏହା ବ୍ୟବହାର କର ଯାହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: /WA-Catalog/or_tm?section=translate#writing-background)

John 6:19

they had rowed

ନୌକାଗୁଡିକରେ ସାଧାରଣତଃ ଦୁଇ, ଚାରି କିମ୍ବା ଛଅ ଜଣଲୋକ ପ୍ରତ୍ୟେକ ଏକତ୍ର କାତ ମାରୁଥିଲେ I ନୌକାଟିଏ ଏକ ବଡ ସମୁଦ୍ରର ଆର ପାରିକି ଯିବାପାଇଁ ତୁମ ସଂସ୍କୃତିରେ ହୁଏତ ଭିନ୍ନ ଭାଷା ଥାଇପାରେ I

about twenty-five or thirty stadia

ଗୋଟିଏ “କ୍ରୀଡାଙ୍ଗନ” ୧୮୫ ମିଟର ବିଶିଷ୍ଟ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରାୟ ପାଞ୍ଚ କିମ୍ବା ଛଅ କିଲୋମିଟର” (ଦେଖ: /WA-Catalog/or_tm?section=translate#translate-bdistance)

John 6:20

Do not be afraid

ଭୟଭୀତ ହୁଅ ନାହିଁ !

John 6:21

they were willing to receive him into the boat

ଏହା ସୂଚାଇ ଦିଏ ଯେ ଯୀଶୁ ନୌକା ମଧ୍ୟକୁ ଗଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ତାହାଙ୍କୁ ନୌକା ମଧ୍ୟକୁ ଆନନ୍ଦରେ ସ୍ବାଗତ କଲେ” (ଦେଖ: /WA-Catalog/or_tm?section=translate#figs-explicit)

John 6:22

the sea

ଗାଲୀଲୀ ସମୁଦ୍ର

John 6:23

However, there were ... the Lord had given thanks

ତୁମ ଭାଷାର ଶୈଳୀ ଦର୍ଶାଇବା ନିମନ୍ତେ ଏହା ବ୍ୟବହାର କର ଯାହା ପୃଷ୍ଠଭୁମିର ସୁଚନା ଅଟେ (ଦେଖ: /WA-Catalog/or_tm?section=translate#writing-background)

boats that came from Tiberias

ଏଠାରେ, ଯୋହନ ଅଧିକ ପୃଷ୍ଠଭୂମି ସୂଚନା ଦେଉଛନ୍ତି I ଯୀଶୁ ଲୋକମାନଙ୍କୁ ଭୋଜନ କରିବାର ପରବର୍ତ୍ତୀ ଦିନ, ତିବିରିଆରୁ କେତେକ ନୌକାରେ ଲୋକମାନେ ଯୀଶୁଙ୍କୁ ଦେଖିବା ନିମନ୍ତେ ଆସିଲେ I ଯାହାହେଉ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ତା’ ପୂର୍ବ ରାତ୍ରିରେ ଚାଲି ଯାଇଥିଲେ I (ଦେଖ: /WA-Catalog/or_tm?section=translate#writing-background)

John 6:24

General Information:

ଲୋକମାନେ ଯୀଶୁଙ୍କୁ ଖୋଜିବା ନିମନ୍ତେ କଫର୍ନାହୁମକୁ ଗଲେ I ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ, ସେମାନେ ତାହାଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ I

John 6:26

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛି I

John 6:27

eternal life which the Son of Man will give you, for God the Father has set his seal on him

ପିତା ଈଶ୍ବର ଯୀଶୁଙ୍କୁ ମନୁଷ୍ୟ ପୁତ୍ର ହେବା ନିମନ୍ତେ ତାହାଙ୍କ ସ୍ବୀକୃତି ପ୍ରଦାନ କଲେ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କଲେ I

Son of Man ... God the Father

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

has set his seal on him

କୌଣସି ବସ୍ତୁ ଉପରେ “ମୁଦ୍ରାଙ୍କିତ କରିବା”ର ଅର୍ଥ ଯେ ଏହା କାହାର ତାହା ଦର୍ଶାଇବା ନିମନ୍ତେ ଏହା ଉପରେ ଏକ ଚିହ୍ନ ସ୍ଥାପନ କରାଯାଏ I ଏହାର ଅର୍ଥ ଯେ ପୁତ୍ର ପିତାଙ୍କର ଅଟନ୍ତି ଓ ପିତା ସର୍ବତୋଭାବେ ତାହାଙ୍କୁ ସ୍ବୀକୃତି ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

John 6:31

Our fathers

ଆମ୍ଭମାନଙ୍କ ପିତୃପୁରୁଷଗଣ କିମ୍ବା “ଆମ୍ଭମାନଙ୍କ ପୂର୍ବପୁରୁଷଗଣ”

heaven

ଏହା ଈଶ୍ବର ବାସ କରୁଥିବା ସ୍ଥାନକୁ ବୁଝାଏ I

John 6:32

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

it is my Father who is giving you the true bread from heaven

“ପ୍ରକୃତ ଆହାର” ଯୀଶୁଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପିତା ତୁମ୍ଭମାନଙ୍କୁ ସ୍ବର୍ଗରୁ ପ୍ରକୃତ ଆହାର ସ୍ବରୁପ ଆପଣା ପୁତ୍ରଙ୍କୁ ଦେଇଛନ୍ତି” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#guidelines-sonofgodprinciples)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 6:33

gives life to the world

ଜଗତକୁ ଆତ୍ମିକ ଜୀବନ ଦିଅନ୍ତି

the world

ଏଠାରେ “ଜଗତ” ଜଗତର ସମଗ୍ର ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I (ଦେଖ: /WA-Catalog/or_tm?section=translate#figs-metonymy)

John 6:35

I am the bread of life

ରୂପକ ମାଧ୍ୟମରେ, ଯୀଶୁ ଆପଣାକୁ ରୋଟୀ ସହିତ ତୁଳନା କରୁଛନ୍ତି I ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ରୋଟୀର ଆବଶ୍ୟକ ହୁଏ, ଆମ୍ଭମାନଙ୍କ ଆତ୍ମିକ ଜୀବନ ନିମନ୍ତେ ଯୀଶୁଙ୍କର ଆବଶ୍ୟକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ତୁମ୍ଭମାନଙ୍କୁ ଶାରୀରିକ ଭାବରେ ଜୀବିତ ରଖେ, ସେପରି ମୁଁ ତୁମ୍ଭମାନଙ୍କୁ ଆତ୍ମିକ ଜୀବନ ଦେଇ ପାରେ” (ଦେଖ: /WA-Catalog/or_tm?section=translate#figs-metaphor)

believes in

ଏହାର ଅର୍ଥ ଈଶ୍ବରଙ୍କ ପୁତ୍ର ଭାବେ ଯୀଶୁଙ୍କଠାରେ ବିଶ୍ବାସ କରିବା, ପରିତ୍ରାଣକର୍ତ୍ତା ଭାବରେ ତାହାଙ୍କଠାରେ ଭରସା ରଖିବା, ଓ ତାହାଙ୍କର ସମ୍ଭ୍ରମ ହେଉଥିବା ମାର୍ଗରେ ଜୀବନ ଯାପନ କରିବା I (ଦେଖ: @)

John 6:37

Everyone whom the Father gives me will come to me

ପିତା ଈଶ୍ବର ଓ ପୁତ୍ର ଈଶ୍ବର ସେମାନଙ୍କୁ ପରିତ୍ରାଣ କରିବେ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

he who comes to me I will certainly not throw out

ଗୁରୁତ୍ବ ଦେବା ଅର୍ଥର ବିପରୀତ ବିଷୟକୁ ଏହି ବାକ୍ୟ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମସ୍ତେ ମୋ ନିକଟକୁ ଆସନ୍ତି, ମୁଁ ସେମାନଙ୍କୁ ରକ୍ଷା କରିବି” (ଦେଖ: /WA-Catalog/or_tm?section=translate#figs-litotes)

John 6:38

Connecting Statement:

ଯୀଶୁ ଜନସମୁହକୁ କଥା କହିବା ଜାରି ରଖିଛନ୍ତି I

him who sent me

ମୋହର ପ୍ରେରଣକର୍ତ୍ତା ପିତା

John 6:39

I would lose not one of all those

ଏଠାରେ ଗୁରୁତ୍ବ ଦେବା ନିମନ୍ତେ ନମନୀୟ ଶବ୍ଦ ବ୍ୟବହୃତ ହୋଇଅଛି ଯାହା ଯୀଶୁ ସେହି ସମସ୍ତଙ୍କୁ ରକ୍ଷା କରିବେ ଯେଉଁମାନଙ୍କୁ ଈଶ୍ବର ତାହାଙ୍କୁ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସେ ସମସ୍ତଙ୍କୁ ରକ୍ଷା କରିବା ଉଚିତ” (ଦେଖ: /WA-Catalog/or_tm?section=translate#figs-litotes)

will raise them up

ଏଠାରେ ଉଠାଇବା ଏକ ରୂଢ଼ି ଅଟେ, ଯାହା ମୃତ ହୋଇଥିବା ଜଣକୁ ପୁନର୍ବାର ଜୀବିତ କରାଇବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରାଇବା” (ଦେଖ: /WA-Catalog/or_tm?section=translate#figs-idiom)

John 6:41

Connecting Statement:

ଯୀଶୁ ଜନସମୁହକୁ କହୁଥିବା ସମୟରେ ଯିହୂଦୀ ନେତାମାନେ ତାହାଙ୍କୁ ବାଧା ଦେଉଛନ୍ତି I

grumbled

ଅପ୍ରସନ୍ନ ହୋଇ କହିଲେ

I am the bread

ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ଆହାରର ଆବଶ୍ୟକ ଅଛି, ଆମ୍ଭମାନଙ୍କ ଆତ୍ମିକଜୀବନ ନିମନ୍ତେ ଯୀଶୁଙ୍କ ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି ଯୋହନ ୬:୩୫ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ମୁଁ ସେହି ବ୍ୟକ୍ତି, ଯେ ପ୍ରକୃତ ରୋଟୀ ସଦୃଶ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

John 6:42

Is not this Jesus ... whose father and mother we know?

ଏହି ଟିପ୍ପଣୀ ଗୁରୁତ୍ବ ଦେବା ଏକ ପ୍ରଶ୍ନ ଆକାରରେ ଦେଖାଯାଏ ଯେ ଯିହୁଦୀ ନେତାମାନେ ବିଶ୍ବାସ କଲେ ଯେ ନିମନ୍ତେ ଯୀଶୁ କୌଣସି ବିଶେଷ ବ୍ୟକ୍ତି ନଥିଲେ I ଅନ୍ୟ ଏକ ଅନୁବାଦରେ: “ଏ କେବଳ ଯୀଶୁ, ଯୋସେଫଙ୍କ ପୁଅ, ଯାହାଙ୍କ ବାପା ମାଆଙ୍କୁ ଆମ୍ଭେମାନେ ଜାଣିଅଛୁ!” (ଦେଖ: /WA-Catalog/or_tm?section=translate#figs-rquestion)

How then does he now say, 'I have come down from heaven'?

ଏହି ଟିପ୍ପଣୀ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦେଖାଯାଏ ଯେ ଯୀଶୁ ସ୍ବର୍ଗରୁ ଆସିଥିବା ଯିହୂଦୀ ନେତାମାନେ ବିଶ୍ବାସ କରନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ସେ ମିଥ୍ୟା କହନ୍ତି ଯେତେବେଳେ ସେ ସ୍ବର୍ଗରୁ ଆସିଥିବା କହୁଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

John 6:43

Connecting Statement:

ଯୀଶୁ ଜନସମୁହକୁ ଓ ବର୍ତ୍ତମାନ ଯିହୂଦୀ ନେତାମାନଙ୍କୁ ମଧ୍ୟ କହିବାରେ ଲାଗିଛନ୍ତି I

John 6:44

raise him up

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କରିବା” (ଦେଖ: /WA-Catalog/or_tm?section=translate#figs-idiom)

draws

ଏହାର ଅର୍ଥ ହୋଇପାରେ ୧) “ଟାଣନ୍ତି” କିମ୍ବା ୨) “ଆକର୍ଷଣ କରନ୍ତି”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 6:45

It is written in the prophets

ଏହା ଏକ କର୍ମବାଚ୍ୟ ଉକ୍ତି ଅଟେ, ଯାହା କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀମାନେ ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Everyone who has heard and learned from the Father comes to me

ଯିହୂଦୀମାନେ ଭାବୁଥିଲେ ଯେ ଯୀଶୁ “ଯୋସେଫଙ୍କ ପୁଅ” ଥିଲେ (ଯୋହନ ୬:୪୨), କିନ୍ତୁ ସେ ଈଶ୍ବରଙ୍କ ପୁତ୍ର ଥିଲେ, କାରଣ ତାହାଙ୍କର ପିତା ଈଶ୍ବର ଥିଲେ, ଯୋସେଫ ନଥିଲେ I ଯେଉଁମାନେ ପ୍ରକୃତରେ ଈଶ୍ବରଙ୍କଠାରୁ ଶିକ୍ଷା ପ୍ରାପ୍ତ ହେଉଥିଲେ, ସେମାନେ ଯୀଶୁଙ୍କଠାରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରୁଥିଲେ I

John 6:46

Connecting Statement:

ଯୀଶୁ ବର୍ତ୍ତମାନ ଜନସମୁହକୁ ଓ ଯିହୂଦୀ ନେତାମାନଙ୍କୁ କହିବାରେ ଲାଗିଛନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 6:47

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

he who believes has eternal life

ଈଶ୍ବର ସେମାନଙ୍କୁ “ଅନନ୍ତ ଜୀବନ” ଦାନ କରନ୍ତି ଯେଉଁମାନେ ଯୀଶୁଙ୍କଠାରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ରଙ୍କଠାରେ ଭରସା କରନ୍ତି I

John 6:48

I am the bread of life

ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ରୋଟୀ ଆବଶ୍ୟକ ଅଟେ, ଆମ୍ଭମାନଙ୍କ ଆତ୍ମିକ ଜୀବନ ନିମନ୍ତେ ଯୀଶୁଙ୍କର ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି ଯୋହନ ୬:୩୫ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ତୁମ୍ଭମାନଙ୍କୁ ଶାରୀରିକ ଭାବରେ ଜୀବିତ ରଖେ, ସେପରି ମୁଁ ତୁମ୍ଭମାନଙ୍କୁ ଆତ୍ମିକ ଜୀବନ ଦେବି, ଯାହା ଚିରକାଳ ରହିବ” (ଦେଖ: /WA-Catalog/or_tm?section=translate#figs-metaphor)

John 6:49

Your fathers

ତୁମ୍ଭମାନଙ୍କ ପିତୃପୁରୁଷଗଣ କିମ୍ବା “ତୁମ୍ଭମାନଙ୍କ ପୂର୍ବପୁରୁଷଗଣ”

died

ଏହା ଶାରୀରିକ ମୃତ୍ୟୁକୁ ବୁଝାଏ I

John 6:50

This is the bread

“ଆହାର’ ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବୁଝାଏ, ଯେ କି ଆତ୍ମିକ ଜୀବନ ଦାନ କରନ୍ତି, ଯେପରି ଆହାର ଶାରୀରିକ ଜୀବନକୁ ବଞ୍ଚାଇ ରଖେ I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରକୃତ ଆହାର ସଦୃଶ” (ଦେଖ: /WA-Catalog/or_tm?section=translate#figs-metaphor)

not die

ଅନନ୍ତକାଳ ଜୀବିତ ରହିବା I ଏଠାରେ “ମୃତ୍ୟୁଭୋଗ କରିବା” ଆତ୍ମିକ ମୃତ୍ୟୁକୁ ବୁଝାଏ I

John 6:51

living bread

ଏହାର ଅର୍ଥ “ଲୋକମାନଙ୍କୁ ଜୀବିତ ରଖୁଥିବା ଆହାର” (ଯୋହନ ୬:୩୫) I

for the life of the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଜଗତର ସମସ୍ତ ଲୋକମାନଙ୍କୁ ଜୀବନ ଦେବେ” (ଦେଖ: /WA-Catalog/or_tm?section=translate#figs-metonymy)

John 6:52

Connecting Statement:

ଉପସ୍ଥିତ କେତେକ ଯିହୂଦୀ ପରସ୍ପର ମଧ୍ୟରେ ବଚସା କରିବାକୁ ଲାଗିଲେ ଓ ଯୀଶୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି I

How can this man give us his flesh to eat?

ଯୀଶୁ ଆପଣା “ମାଂସ” ବିଷୟରେ କହିବା ସମ୍ବନ୍ଧରେ ଯିହୂଦୀ ନେତାମାନେ ନକାରାତ୍ମକ ଭାବରେ ପ୍ରତିକ୍ରିୟା କରିଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଏହି ଲୋକଟି କୌଣସି ପ୍ରକାରେ ଆମ୍ଭମାନଙ୍କୁ ଆପଣାର ମାଂସ ଖାଇବାକୁ ଦେଇପାରିବ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 6:53

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

eat the flesh of the Son of Man and drink his blood

ଏଠାରେ “ମାଂସ ଭୋଜନ କରିବା” ଓ “ତାହାଙ୍କର ରକ୍ତ ପାନ କରିବା” ବାକ୍ୟାଂଶ ରୂପକ ଅଟେ, ଯାହା ଯୀଶୁ, ଅର୍ଥାତ୍, ମନୁଷ୍ୟପୁତ୍ରଙ୍କଠାରେ ଭରସା କରିବା ଆତ୍ମିକ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ସଦୃଶ ଦର୍ଶାଏ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

you will not have life in yourselves

ତୁମ୍ଭେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବ ନାହିଁ

John 6:54

Connecting Statement:

ଯୀଶୁ ତାହାଙ୍କର କଥା ଶୁଣୁଥିବା ସମସ୍ତଙ୍କୁ କଥା କହିବା ଜାରି ରଖିଛନ୍ତି I

Whoever eats my flesh and drinks my blood has everlasting life

“ମୋହର ମାଂସ ଭୋଜନ କରିବା” ଓ “ରକ୍ତ ପାନ କରିବା” ବାକ୍ୟାଂଶ ଯୀଶୁଙ୍କଠାରେ ଭରସା କରିବାର ରୂପକ ଅଟେ I ଯେପରି ଲୋକମାନେ ବଞ୍ଚିବା ନିମନ୍ତେ ଖାଦ୍ୟ ଓ ପାନୀୟ ଆବଶ୍ୟକ କରନ୍ତି, ସେହିପରି ଲୋକମାନେ ଅନନ୍ତ ଜୀବନ ପ୍ରପ୍ତ କରିବା ନିମନ୍ତେ ଯୀଶୁଙ୍କୁ ଆବଶ୍ୟକ କରନ୍ତି I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

raise him up

ଏଠାରେ ଉଠାଇବା ଏକ ରୂଢ଼ି ଅଟେ, ଯାହା ଜଣେ ମୃତ ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ତାହାକୁ ଜୀବିତ କରାଇବା”(ଦେଖ: /WA-Catalog/or_tm?section=translate#figs-idiom)

at the last day

ଯେଉଁ ଦିନ ଈଶ୍ବର ସମସ୍ତଙ୍କ ବିଚାର କରିବେ

John 6:55

my flesh is true food ... my blood is true drink

“ପ୍ରକୃତ ଆହାର” ଓ “ପ୍ରକୃତ ପାନୀୟ” ବାକ୍ୟାଂଶଗୁଡିକ ରୂପକ ଅଟେ, ଯାହାର ଅର୍ଥ ତାହାଙ୍କଠାରେ ଭରସା କରୁଥିବା ଲୋକମାନଙ୍କୁ ଯୀଶୁ ଜୀବନ ଦେବେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

John 6:56

remains in me, and I in him

ମୋ ସହିତ ଏକ ଘନିଷ୍ଠ ସମ୍ପର୍କ ରହିବ

John 6:57

so he who eats me

“ମୋତେ ଭୋଜନ କରେ” ଯୀଶୁଙ୍କଠାରେ ଭରସା କରିବା ନିମନ୍ତେ ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

living Father

ସମ୍ଭାବିତ ଅର୍ଥଗୁଡିକ ୧) “ପିତା, ଯେ କି ଜୀବନ ଦିଅନ୍ତି” ୨) ପିତା, ଯେ କି ଜୀବିତ ଅଟନ୍ତି I”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 6:58

This is the bread that has come down from heaven

ଯୀଶୁ ଆପଣା ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସ୍ବର୍ଗରୁ ଆସିଥିବା ସେହି ଆହାର” (ଦେଖ: rc://*/ta/man/translate/figs-123person)

This is the bread that has come down from heaven

ଜୀବନ ଦେଉଥିବା ବିଷୟ ନିମନ୍ତେ ଆହାର ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

He who eats this bread

ଯୀଶୁ ଆପଣା ସମ୍ବନ୍ଧରେ “ଏହି ଆହାର” ହେବା କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋତେ ଆହାର ସ୍ବରୂପ ଭୋଜନ କରେ” (ଦେଖ: rc://*/ta/man/translate/figs-123person)

He who eats this bread

ଏଠାରେ “ରୋଟୀ ଭୋଜନ କର” ଯୀଶୁଙ୍କଠାରେ ଭରସା କରିବା ନିମନ୍ତେ ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

the fathers

ପିତୃପୁରୁଷଗଣ କିମ୍ବା “ପୂର୍ବପୁରୁଷଗଣ”

John 6:59

Jesus said these things in the synagogue ... in Capernaum

ଏଠାରେ ଯୋହନ ଏହି ଘଟଣା କେବେ ହୋଇଥିଲା, ସେ ବିଷୟର ପୃଷ୍ଠଭୂମି ସୂଚନା ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 6:60

Connecting Statement:

ଯୀଶୁ ଲୋକମାନଙ୍କୁ କହୁଥିବା ସମୟରେ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ଏକ ପ୍ରଶ୍ନ କରୁଛନ୍ତି ଓ ଯୀଶୁ ଉତ୍ତର ଦେଉଛନ୍ତି I

who can accept it?

ଯୀଶୁ ଯାହା କହିଥିଲେ, ତାହା ବୁଝିବା ନିମନ୍ତେ ଶିଷ୍ୟମାନଙ୍କୁ କଷ୍ଟ ହୋଇଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “କେହି ଏହା ଗ୍ରହଣ କରି ପାରିବେ ନାହିଁ !” କିମ୍ବା “ଏହା ବୁଝିବାକୁ ଅତି କଷ୍ଟକର ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)

John 6:61

Does this offend you?

ଏହା ତୁମ୍ଭମାନଙ୍କୁ ଆଘାତ କରୁଛି କି? କିମ୍ବା “ଏହା ତୁମ୍ଭମାନଙ୍କୁ ବିଚଳିତ କରୁଛି କି?”

John 6:62

Then what if you should see the Son of Man going up to where he was before?

ତାହାଙ୍କ ଶିଷ୍ୟମାନେ ଅନ୍ୟ ବିଷୟସବୁ ମଧ୍ୟ ବୁଝିବାକୁ କଷ୍ଟହେବା ଦେଖିବା ସ୍ବରୁପ ଗୁରୁତ୍ବ ଦେବା ନିମନ୍ତେ ଯୀଶୁ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ, ଯେତେବେଳେ ତୁମ୍ଭେମାନେ ମୋତେ, ଅର୍ଥାତ୍, ମନୁଷ୍ୟପୁତ୍ରଙ୍କୁ ସ୍ବର୍ଗକୁ ଆରୋହଣ କରିବା ଦେଖିବ, କଅଣ ଭାବିବ, ଜାଣିପାରିବ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 6:63

profits

“ଲାଭଜନକ” ଶବ୍ଦର ଅର୍ଥ ମଙ୍ଗଳ ବିଷୟ ସବୁ ଘଟାଇବା I

words

ସମ୍ଭାବିତ ଅର୍ଥଗୁଡିକ ୧) ଯୋହନ ୬:୩୨-୫୮ରେ ଉଲ୍ଲେଖଥିବା ଯୀଶୁଙ୍କର ବାକ୍ୟ କିମ୍ବା ୨) ଯୀଶୁ ଶିକ୍ଷା ଦେଉଥିବା ସମସ୍ତ ବିଷୟ I (ଦେଖ: /WA-Catalog/or_tm?section=translate#figs-metonymy)

The words that I have spoken to you

ମୁଁ ତୁମ୍ଭମାନଙ୍କୁ ଯାହା ସମସ୍ତ କହିଅଛି

are spirit, and they are life

ସମ୍ଭାବିତ ଅର୍ଥଗୁଡିକ ୧) “ଆତ୍ମା ଓ ଅନନ୍ତଜୀବନ ବିଷୟରେ” କିମ୍ବା ୨) “ଆତ୍ମାଙ୍କଠାରୁ ଓ ତାହା ଅନନ୍ତ ଜୀବନ ଦିଏ” କିଅବା ୩) “ଆତ୍ମିକ ବିଷୟ ଓ ଜୀବନ ବିଷୟରେ I”

John 6:64

Connecting Statement:

ଯୀଶୁ ଲୋକମାନଙ୍କ ନିକଟରେ ପ୍ରଚାର କଥା ଶେଷ କରୁଛନ୍ତି I

For Jesus knew from the beginning who were the ones ... who it was who would betray him

ଏଠାରେ ଯୀଶୁ ଯାହା ଘଟିବା ବିଷୟରେ ଜାଣିଥିଲେ, ଯୋହନ ତାହା ପୃଷ୍ଠଭୂମିରେ ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

John 6:65

no one can come to me unless it is granted to him by the Father

ଯେକେହି ବିଶ୍ବାସ କରିବାକୁ ଚାହେଁ, ସେ ପୁତ୍ରଙ୍କ ଦ୍ବାରା ଈଶ୍ବରଙ୍କ ନିକଟକୁ ଆସିବା ଉଚିତ I କେବଳ ପିତା ଈଶ୍ବର ହିଁ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ଆସିବାକୁ ଦିଅନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

come to me

ମୋହର ଅନୁଗମନ କରି ଅନନ୍ତଜୀବନ ପ୍ରାପ୍ତ ହୁଅ

John 6:66

no longer walked with him

ଯୀଶୁ ଏକ ସ୍ଥାନରୁ ଆଉ ଅନ୍ୟ ଏକ ସ୍ଥାନକୁ ଯାତ୍ରା କଲେ, ତେଣୁ ଏହା ଆକ୍ଷରିକ ଭାବରେ ସତ୍ୟ ଯେ ସେ ଯେତେବେଳେ ଓ ଯେଉଁଠିକି ଯାଉଥିଲେ, ସେମାନେ ସେଠାକୁ ଯାତ୍ରା କଲେ ନାହି, କିନ୍ତୁ ପାଠକ ମଧ୍ୟ ବୁଝିବା ଉଚିତ ଯେ ଏହି ରୂପକ ସଙ୍କେତ ଦିଏ ଯେ ସେ ଯାହା କହିବାକୁ ଯାଉଥିଲେ, ତାହା ସେମାନେ ଆଉ ଶୁଣିବାକୁ ଚାହୁଁ ନଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

his disciples

ଏଠାରେ “ତାହାଙ୍କ ଶିଷ୍ୟମାନେ” ବାକ୍ୟାଂଶ ସାଧାରଣତଃ ଯୀଶୁଙ୍କ ଅନୁଗମନ କରୁଥିବା ଲୋକମାନଙ୍କ ଦଳକୁ ବୁଝାଏ I

John 6:67

the twelve

ଏହା “ବାରଜଣ ଶିଷ୍ୟ”ଙ୍କ ନିମନ୍ତେ ଏକ ଶବ୍ଦର ବିଲୋପ ଅଟେ; ସେମାନେ ବାରଜଣଙ୍କ ଏକ ନିର୍ଦ୍ଦିଷ୍ଟ ଦଳ ଯେଉଁମାନେ ଯୀଶୁଙ୍କ ସେବାକାର୍ଯ୍ୟରେ ସମ୍ପର୍ଣରୂପେ ତାହାଙ୍କ ଅନୁଗମନ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ବାରଜଣ ଶିଷ୍ୟ” (ଦେଖ: /WA-Catalog/or_tm?section=translate#figs-ellipsis)

John 6:68

Lord, to whom shall we go?

ଶିମୋନ ପିତର ଗୁରୁତ୍ବାରୋପ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି ଯେ ସେ କେବଳ ଯୀଶୁଙ୍କୁ ଅନୁଗମନ କରିବା ଚାହାନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ଆମ୍ଭେମାନେ ତୁମ୍ଭବିନା କଦାପି ଅନ୍ୟ କାହାର ଅନୁଗମନ କରିବୁ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 6:70

General Information:

୭୧ ପଦ ମୁଖ୍ୟ ଘଟଣାଧାରାର ଅଂଶ ନୁହେଁ, ଯେହେତୁ ଯୋହନ ଯୀଶୁ ଯାହା କହିଥିଲେ ସେ ବିଷୟରେ ଟିପ୍ପଣୀ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

Did not I choose you, the twelve, and one of you is a devil?

ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଯୀଶୁ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସ୍ବୟଂ ତୁମ୍ଭ ସମସ୍ତଙ୍କୁ ମନୋନୀତ କରିଅଛି, ତଥାପି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନର ସନ୍ତାନ ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)