John 7

ଯୋହନ ୦୭ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ସମ୍ପୂର୍ଣ୍ଣ ଅଧ୍ୟାୟଟି ଯୀଶୁ ଯେ ମଶୀହ, ତାହା ବିଶ୍ବାସ କରିବାର ଚିନ୍ତାଧାରା ଉପରେ ଆଧାରିତ ଅଟେ I କେତେକ ଲୋକ ଏହା ସତ୍ୟ ବୋଲି ଗ୍ରହଣ କରିଥିବା ବେଳେ ଆଉ କେତେକ ଅଗ୍ରାହ୍ୟ କରିଥିଲେ I କେତେକ ତାହାଙ୍କର ଶକ୍ତିକୁ ଓ ଏପରିକି ସେ ସମ୍ଭବତଃ ଜଣେ ଭାବବାଦୀ ହୋଇଥିବେ ବୋଲି ଚିହ୍ନିବାକୁ ଇଚ୍ଛା କରୁଥିଲେ, କିନ୍ତୁ ଅଧିକାଂଶ ଲୋକେ ସେ ମସୀହ ଭାବେ ବିଶ୍ବାସ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ I (See: /WA-Catalog/or_tw?section=kt#christ and /WA-Catalog/or_tw?section=kt#prophet)

ପାଠକମାନଙ୍କୁ ବୁଝାଇବା ନିମନ୍ତେ, ୫୩ ପଦରେ ଅନୁବାଦକମାନେ ଏକ ଟିପ୍ପଣୀ ସଂଯୁକ୍ତ କରିବା ନିମନ୍ତେ ଇଛା କରି ପାରନ୍ତି ଯେ ସେମାନେ କାହିଁକି ୭:୫୩-୮:୧୧ ଅନୁବାଦ କରିବାକୁ ଚାହୁଁଛନ୍ତି ଅବା ଚାହୁଁ ନାହାନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଏହି ଅଧ୍ୟୟରେ ବ୍ୟବହୃତ ଏହି ବାକ୍ୟାଂଶ ଓ “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ” ସୁଚିତ କରେ ଯେ ଯୀଶୁ ତାହାଙ୍କ ଜୀବନରେ ଘଟୁଥିବା ଘଟଣାଗୁଡିକ ଉପରେ ତାହାଙ୍କର ନିୟନ୍ତ୍ରଣ ଅଛି I

“ଜୀବନ୍ତଜଳ”

ଏହା ନୂତନ ନିୟମରେ ବ୍ୟବହୃତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଛବି ଅଟେ I ଏହା ଏକ ରୂପକ ଅଟେ, କାରଣ ଏହା ଏକ ମରୁଭୂମିର ପରିବେଶକୁ ଚିତ୍ରଣ କରେ, ଏହା ସମ୍ଭବତଃ ଗୁରୁତ୍ବ ଦିଏ ଯେ ଯୀଶୁ ଜୀବନ ପୋଷକ ଦେବାକୁ ସମର୍ଥ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଭାବବାଣୀ

ଯୋହନ ଯୋହନ ୭:୩୩-୩୪ରେ ଯୀଶୁ ଏକ ସ୍ପଷ୍ଟ ଉକ୍ତି ନଥାଇ ଆପଣା ଜୀବନ ସମ୍ବନ୍ଧରେ ଏକ ଭାବବାଣୀ ଦେଉଛନ୍ତି I

ବ୍ୟଙ୍ଗ

ନୀକଦୀମ ଅନ୍ୟ ଫାରୂଶୀମାନଙ୍କୁ ବୁଝାଉଛନ୍ତି ଯେ ଜଣେ ବ୍ୟକ୍ତିର ବିଚାର କରିବା ପୂର୍ବରୁ ତାହାଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିବା ନିମନ୍ତେ ବ୍ୟବସ୍ଥା ଆବଶ୍ୟକ କରେ I ତା’ ପରିବର୍ତ୍ତେ ଫାରୁଶୀମାନେ ଯୀଶୁଙ୍କ ସହ କଥାବାର୍ତ୍ତା ନକରି ଯୀଶୁଙ୍କ ବିଷୟରେ ବିଚାର ନିଷ୍ପତ୍ତି କରିଥିଲେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତାହାଙ୍କଠାରେ ବିଶ୍ବାସ କଲେ ନାହିଁ”

ଯୀଶୁଙ୍କ ଭାଇମାନେ ଯୀଶୁଙ୍କୁ ମସୀହ ଭାବେ ବିଶ୍ବାସ କଲେ ନାହିଁ I (ଦେଖ: /WA-Catalog/or_tw?section=kt#believe)

“ଯିହୂଦୀମାନେ”

ଏହି ଅନୁଚ୍ଛେଦରେ ଏହି ଶବ୍ଦ ଦୁଇ ପ୍ରକାରେ ବ୍ୟବହୃତ ହୋଇଛି I ଏହା ନିର୍ଦ୍ଦିଷ୍ଟ ଭାବରେ ଯୀଶୁଙ୍କୁ ବିରୋଧ କରି ତାହାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିବା ଯିହୂଦୀ ନେତାମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି (ଯୋହନ ୭:୧) I ଏହା ମଧ୍ୟ ଯୀଶୁଙ୍କ ସମ୍ବନ୍ଧରେ ସର୍ବ ସାଧାରଣରେ ଏକ ସକାରାତ୍ମକ ମତ ରଖିଥିବା ଯିହୂଦା ପ୍ରଦେଶର ଲୋକମାନଙ୍କ ନିମନ୍ତେ ବ୍ୟବହାର କରାଯାଇଛି (ଯୋହନ ୭:୧୩) I ଅନୁବାଦକ “ଯିହୂଦୀ ନେତାମାନେ” ଓ “ଯିହୂଦୀ ଲୋକମାନେ” କିମ୍ବା “ଯିହୂଦୀ (ନେତାମାନେ)” ଓ “ଯିହୂଦୀ (ସାଧାରଣଭାବରେ)” ବ୍ୟବହାର କରିବାକୁ ଇଚ୍ଛା କରି ପାରନ୍ତି I

John 7:1

General Information:

ଯୀଶୁ ଗାଲୀଲୀରେ ଆପଣା ଭାଇମାନଙ୍କୁ କଥା କହୁଅଛନ୍ତି I କେବେ ଏହି ଘଟଣା ଘଟିଥିଲା, ତାହା ଏହି ପଦଗୁଡିକ କହନ୍ତି I (ଦେଖ: /WA-Catalog/or_tm?section=translate#writing-background)

After these things

ଏହି ପଦଗୁଡିକ ପାଠକକୁ କହେ ଯେ ଲେଖକ ଏକ ନୂତନ ଘଟଣା ବିଷୟରେ କହିବାକୁ ଆରମ୍ଭ କରିବେ I “ସେ ଆପଣା ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ଶେଷ କଲାପରେ” (ଯୋହନ ୬:୬୬-୭୧) କିମ୍ବା “କିଛି ସମୟ ପରେ”

traveled

ପାଠକ ବୁଝିବା ଉଚିତ ଯେ ଯୀଶୁ କୌଣସି ପଶୁ ଉପରେ ଯାନବାହନରେ ନଯାଇ ସମ୍ଭବତଃ ଚାଲିକି ଯାଇଥିଲେ I

the Jews were seeking to kill him

ଏଠାରେ “ଯିହୂଦୀମାନେ” ଏକ ରୂପକ ଭାବରେ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଆନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 7:2

Now the Jewish Festival of Shelters was near

ବର୍ତ୍ତମାନ ଯିହୂଦୀମାନଙ୍କ ପର୍ବର ସମୟ ସନ୍ନିକଟ ଥିଲା କିମ୍ବା “ବର୍ତ୍ତମାନ ଯିହୂଦୀମାନଙ୍କ ପତ୍ରକୁଟୀର ପର୍ବର ସମୟ ପ୍ରାୟ ହୋଇଥିଲା”

John 7:3

brothers

ଏହା ଯୀଶୁଙ୍କ ପ୍ରକୃତ କନିଷ୍ଠ ଭାଇମାନଙ୍କୁ, ଅର୍ଥାତ୍, ମରିୟମ ଓ ଯୋସେଫଙ୍କ ପୁତ୍ରମାନଙ୍କୁ ବୁଝାଏ I

the works that you do

‘କର୍ମ” ଶବ୍ଦ ଯୀଶୁ କରିଥିବା ଆଶ୍ଚର୍ଯ୍ୟ କର୍ମଗୁଡିକୁ ବୁଝାଏ I

John 7:4

he himself wants

“ଆପଣାକୁ” ଶବ୍ଦ ଏକ ସ୍ବୟଂବାଚକ ସର୍ବନାମ ଅଟେ ଯାହା “ସେ” ଶବ୍ଦକୁ ଗୁରୁତ୍ବ ଦିଏ I (ଦେଖ: /WA-Catalog/or_tm?section=translate#figs-rpronouns)

the world

ଏଠାରେ ଜଗତର ସମସ୍ତ ଲୋକମାନଙ୍କ ନିମନ୍ତେ “ଜଗତ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନେ” କିମ୍ବା “ପ୍ରତେକେ” (ଦେଖ: /WA-Catalog/or_tm?section=translate#figs-metonymy)

John 7:5

For even his brothers did not believe in him

ଏହି ବାକ୍ୟ ମୁଖ୍ୟ ଘଟଣା ଧାରାର ଏକ ବିରତି ଅଟେ, ଯେହେତୁ ଯୋହନ ଆମ୍ଭମାନଙ୍କୁ ଯୀଶୁଙ୍କ ଭାଇମାନଙ୍କ ବିଷୟରେ କିଛି ପୃଷ୍ଠଭୂମି ସୂଚନା ଦେଉଛନ୍ତି I

his brothers

ତାହାଙ୍କର କନିଷ୍ଠ ଭାଇମାନେ

John 7:6

My time has not yet come

“ସମୟ” ଶବ୍ଦ ଏକ ରୂପକ ଅଟେ I ଯୀଶୁ ସୂଚାଇ ଦେଉଛନ୍ତି ଯେ ଆପଣାର ସେବାକାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଏହା ଉପଯୁକ୍ତ ସମୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଏହା ମୋହର କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଏକ ଉପଯୁକ୍ତ ସମୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-explicit)

your time is always ready

ଯେକୌଣସି ସମୟ ତୁମ୍ଭମାନଙ୍କ ନିମନ୍ତେ ଭଲ ଅଟେ

John 7:7

The world cannot hate you

ଏଠାରେ ସମସ୍ତ ଲୋକମାନଙ୍କ ନିମନ୍ତେ “ଜଗତ” ଏକ ରୁପକ ଅଟେ ଯେଉଁମାନେ ଜଗତରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଜଗତର ସମସ୍ତ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

I testify about it that its works are evil

ମୁଁ ସେମାନଙ୍କୁ କହୁଅଛି ଯେ ସେମାନେ କରୁଥିବା କର୍ମସବୁ ମନ୍ଦ ଅଟେ

John 7:8

Connecting Statement:

ଯୀଶୁ ଆପଣା ଭାଇମାନଙ୍କ ସହିତ କଥାବାର୍ତ୍ତା କରି ଚାଲିଛନ୍ତି I

my time has not yet been fulfilled

ଏଠାରେ ଯୀଶୁ ସୂଚାଇ ଦେଉଛନ୍ତି ଯେ ଯଦି ସେ ଯିରୂଶାଲମକୁ ଯିବେ, ତାହାଙ୍କ କାର୍ଯ୍ୟ ସମାପ୍ତ କରିବେ I ଅନ୍ୟ ଏକ ଅନୁବାଦରେ: “ଏହା ଯିରୂଶାଲମକୁ ଯିବା ମୋ ନିମନ୍ତେ ଉପଯୁକ୍ତ ସମୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-explicit)

John 7:10

General Information:

ବିବରଣୀର ଅବସ୍ଥିତି ପରିବର୍ତ୍ତନ ହୋଇ ଯାଇଛି, ଯୀଶୁ ଓ ତାହାଙ୍କ ଭାଇମାନେ ବର୍ତ୍ତମାନ ପର୍ବ ପାଳନ କରୁଛନ୍ତି I

when his brothers had gone up to the festival

ଏହି “ଭାଇମାନେ” ଯୀଶୁଙ୍କ କନିଷ୍ଠ ଥିଲେ I

he also went up

ଯିରୂଶାଲମ ଗାଲୀଲୀ ଅପେକ୍ଷା ଉଚରେ ଥିଲା, ଯେଉଁଠାରେ ଯୀଶୁ ଓ ତାହାଙ୍କ ଭାଇମାନେ ପୁର୍ବରୁ ଥିଲେ I

not publicly but in secret

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ I ଗୁରୁତ୍ବ ଦେବା ନିମନ୍ତେ ଚିନ୍ତାଧାରାକୁ ପୁନର୍ବାର କୁହାଯାଇଛି I ଅନ୍ୟ ଏକ ଅନୁବାଦରେ: “ଅତି ଗୋପନରେ” (ଦେଖ: /WA-Catalog/or_tm?section=translate#figs-doublet)

John 7:11

The Jews were looking for him

ଏଠାରେ ଯିହୁଦୀ ନେତାମାନଙ୍କ ନିମନ୍ତେ “ଯିହୂଦୀମାନେ” ଶବ୍ଦ ଏକ ରୁପକ ଅଟେ I “ତାହାଙ୍କୁ’ ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ଯୀଶୁଙ୍କ ଅନ୍ବେଷଣ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-synecdoche)

John 7:12

he leads the crowds astray

ଏଠାରେ ଜଣେ ବ୍ୟକ୍ତିକୁ ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ “ଭ୍ରାନ୍ତ କରିବା” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଲୋକମାନଙ୍କୁ ପ୍ରତାରଣା କରୁଅଛି” (ଦେଖ: /WA-Catalog/or_tm?section=translate#figs-metaphor)

John 7:13

fear

ଏହା ଜଣେ ବ୍ୟକ୍ତିର ଅସୁଖକର ଅନୁଭବକୁ ବୁଝାଏ ଯେତେବେଳେ ଆପଣା ପ୍ରତି ବା ଅନ୍ୟପ୍ରତି କୌଣସି ବିଷୟ ଅନିଷ୍ଟର ଭୟ ହୋଇ ଥାଏ I

the Jews

ଏଠାରେ ସେହି ଯିହୂଦୀମାନଙ୍କ ନିମନ୍ତେ “ଯିହୁଦୀ” ଶବ୍ଦ ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: /WA-Catalog/or_tm?section=translate#figs-synecdoche)

John 7:14

General Information:

ଯୀଶୁ ବର୍ତ୍ତମାନ ମନ୍ଦିରରେ ଯିହୂଦୀମାନଙ୍କୁ ଶିକ୍ଷା ଦେଉଛନ୍ତି I

John 7:15

How does this man know so much?

ଯୀଶୁଙ୍କ ଅଧିକ ଜ୍ଞାନରେ ଯିହୂଦୀ ନେତାମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଗୋଟିଏ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ସମ୍ଭବତଃ ଶାସ୍ତ୍ର ସମ୍ବନ୍ଧରେ ଏତେ ବେଶି ଜାଣି ପାରିବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

John 7:16

but is of him who sent me

କିନ୍ତୁ ଈଶ୍ବରଙ୍କଠାରୁ ଆସେ, ଜଣେ ଯେ ମୋତେ ପ୍ରେରଣ କରିଛନ୍ତି

John 7:17

Connecting Statement:

ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I

John 7:18

but whoever seeks the glory of him who sent him, that person is true, and there is no unrighteousness in him

ଯେତେବେଳେ ଜଣେ ବ୍ୟକ୍ତି କେବଳ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ବେଷଣ କରେ, ସେହି ବ୍ୟକ୍ତି ସତ୍ୟ କହୁଅଛି I ସେ ମିଥ୍ୟା କହେ ନାହିଁ

John 7:19

Connecting Statement:

ଯୀଶୁ ଯିହୂଦୀମାନଙ୍କୁ କଥା କହିବା ଜାରି ରଖିଛନ୍ତି I

Did not Moses give you the law?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ମୋଶା ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇଥିଲେ” (ଦେଖ: /WA-Catalog/or_tm?section=translate#figs-rquestion)

keeps the law

ବ୍ୟବସ୍ଥା ପାଳନ କର

Why do you seek to kill me?

ଯୀଶୁ ଯିହୁଦୀ ନେତାମାନଙ୍କ ଉଦ୍ଦେଶ୍ୟ କୁ ପ୍ରଶ୍ନ କରନ୍ତି ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁଥିବା ସକାଶେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ସେ ସୂଚାଇ ଦେଉଛନ୍ତି ଯେ ଯିହୂଦୀ ନେତାମାନେ ନିଜେ ସେହି ବ୍ୟବସ୍ଥା ପାଳନ କରୁନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜେ ବ୍ୟବସ୍ଥା ଉଲଂଘନ କରୁଅଛ ଓ ତଥାପି ମୋତେ ବଧ କରିବାକୁ ଚାହୁଁଅଛ !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

John 7:20

You have a demon

ଏହା ଦର୍ଶାଏ ଯେ ତୁମ୍ଭେମାନେ ପାଗଳ ଅଟ, କିମ୍ବା ହୁଏତ ଏକ ଭୂତ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରୁଅଛି !

Who seeks to kill you?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “କେହି ତୁମ୍ଭକୁ ବଧ କରିବାକୁ ଚେଷ୍ଟା କରୁନାହିଁ !”(ଦେଖ: /WA-Catalog/or_tm?section=translate#figs-rquestion)

John 7:21

one work

ଏକ ଆଶ୍ଚର୍ଯ୍ୟକର୍ମ କିମ୍ବା “ଏକ ଚିହ୍ନ”

you all marvel

ତୁମ୍ଭେମାନେ ସମସ୍ତେ ଆତଙ୍କିତ ହୋଇଅଛ

John 7:22

not that it is from Moses, but from the ancestors

ଏଠାରେ ଯୋହନ ସୁନ୍ନତ ସମ୍ବନ୍ଧରେ ଅତିରିକ୍ତ ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

on the Sabbath you circumcise a man

ଯୀଶୁ ସୂଚାଉଛନ୍ତି ଯେ ସୁନ୍ନତ ମଧ୍ୟ କ୍ରିୟାକର୍ମ ସହିତ ଜଡିତ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ I ତାହା ମଧ୍ୟ ଏକ କ୍ରିୟାକର୍ମ ଅଟେ I (ଦେଖ: /WA-Catalog/or_tm?section=translate#figs-explicit)

on the Sabbath

ଯିହୂଦୀମାନଙ୍କ ବିଶ୍ରାମବାରରେ

John 7:23

If a man receives circumcision on the Sabbath so that the law of Moses is not broken

ଯଦି ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ, ଯେପରି ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁ ନାହିଁ

why are you angry with me because I made a man completely healthy on the Sabbath?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋ ପ୍ରତି କ୍ରୋଧାନ୍ବିତ ହେବା ଉଚିତ ନୁହଁ, କାରଣ ମୁଁ ଜଣେ ଲୋକକୁ ବିଶ୍ରାମବାରରେ ସମ୍ପୁର୍ଣରୂପେ ସୁସ୍ଥ କରିଅଛି!” (ଦେଖ: /WA-Catalog/or_tm?section=translate#figs-rquestion)

on the Sabbath

ଯିହୂଦୀମାନଙ୍କ ବିଶ୍ରାମବାରରେ ?

John 7:24

Do not judge according to appearance, but judge righteously

ଯୀଶୁ ସୂଚାଉଛନ୍ତି ଯେ ବାହ୍ୟ ବିଷୟ ଦେଖି କେବଳ ଲୋକମାନେ ଭଲ କଅଣ, ତାହା ବିଚାର କରିବା ଉଚିତ ନୁହେଁ I କାର୍ଯ୍ୟର ପଶ୍ଚାତ୍ ଭାଗରେ ଉଦ୍ଦେଶ୍ୟ ଥାଏ, ଯାହା ଦେଖାଯାଇ ନଥାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଦେଖୁଥିବା ବିଷୟ ଅନୁଯାୟୀ ଲୋକମାନଙ୍କ ବିଚାର କରିବା ବନ୍ଦ କର” (ଦେଖ: /WA-Catalog/or_tm?section=translate#figs-explicit)

John 7:25

Is not this the one they seek to kill?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଏ ସେହି ଯୀଶୁ ଅଟନ୍ତି, ଯାହାକୁ ସେମାନେ ବଧ କରିବାକୁ ଖୋଜୁ ଅଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

John 7:26

they say nothing to him

ଏହା ସୂଚାଉଅଛି ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ବିରୋଧ କରୁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ତାହାଙ୍କ ବିରୁଦ୍ଧରେ କିଛି କହୁ ନାହାନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

It cannot be that the rulers indeed know that this is the Christ, can it?

ଏହି ଟିପ୍ପଣୀକୁ ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ହୁଏତ ସେମାନେ ସ୍ଥିର କରିଛନ୍ତି ଯେ ସେ ପ୍ରକୃତରେ ମସୀହ ଅଟନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

John 7:28

cried out

ସେ ଉଚ୍ଚ ସ୍ବରରେ କହିଲେ

in the temple

ଯୀଶୁ ଓ ଲୋକମାନେ ପ୍ରକୃତରେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: /WA-Catalog/or_tm?section=translate#figs-explicit)

You both know me and know where I come from

ଏହି ଉକ୍ତିରେ ଯୋହନ ବ୍ୟଙ୍ଗକ୍ତି ବ୍ୟବହାର କରୁଛନ୍ତି I ଲୋକମାନେ ବିଶ୍ବାସ କରୁଥିଲେ ଯେ ଯୀଶୁ ନାଜରିତରୁ ଉତ୍ପନ୍ନ ଅଟନ୍ତି I ସେମାନେ ଜାଣନ୍ତି ନାହିଁ ଯେ ଈଶ୍ବର ତାହାଙ୍କୁ ସ୍ବର୍ଗରୁ ପ୍ରେରଣ କଲେ ଓ ସେ ବେଥଲିହିମରେ ଜନ୍ମ ହୋଇଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତେ ମୋତେ ଜାଣିଅଛ ଓ ତୁମେ ଭାବୁଛ ମୁଁ କେଉଁଠାରୁ ଆସିଅଛି, ତାହା ଜାଣିଅଛ” (ଦେଖ: /WA-Catalog/or_tm?section=translate#figs-irony)

of myself

ମୋହର ନିଜ ଅଧିକାରରେ I ଦେଖ ତୁମେ “ଆପଣାଠାରୁ”କୁ କିପରି ଯୋହନ ୫:୧୯ରେ ଅନୁବାଦ କରିଅଛ I

he who sent me is true

ଈଶ୍ବର ଯେ ମୋତେ ପ୍ରେରଣ କରିଛନ୍ତି ଓ ସେ ସତ୍ୟ ଅଟନ୍ତି

John 7:30

his hour had not yet come

“ସମୟ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଯୋଜନା ଅନୁସାରେ, ଯୀଶୁଙ୍କୁ ଗିରଫ କରିବା ନିମନ୍ତେ ଉପଯୁକ୍ତ ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଧରାଯିବା ନିମନ୍ତେ ଏହା ଉପଯୁକ୍ତ ସମୟ ନଥିଲା” (ଦେଖ: /WA-Catalog/or_tm?section=translate#figs-metonymy)

John 7:31

When the Christ comes, will he do more signs than what this one has done?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଖ୍ରୀଷ୍ଟ ଆଗମନ କରିବେ, ନିଶ୍ଚୟରୂପେ ଏହି ବ୍ୟକ୍ତି କରିଥିବା ଚିହ୍ନ ଅପେକ୍ଷା ସେ ଅଧିକ କିଛି କରିବାକୁ ସମର୍ଥ ହେବେନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

signs

ଏହା ଆଶ୍ଚର୍ଯ୍ୟକର୍ମଗୁଡିକୁ ବୁଝାଏ ଯାହା ପ୍ରମାଣିତ କରେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି I

John 7:33

I am still with you for a short amount of time

ମୁଁ ତୁମ୍ଭମାନଙ୍କ ସହିତ କେବଳ ଅଳ୍ପ ସମୟ ନିମନ୍ତେ ରହିବି

then I go to him who sent me

ଏଠାରେ ଯୀଶୁ ପିତା ଈଶ୍ବରଙ୍କୁ ସୁଚିତ କରୁଛନ୍ତି, ଯେ ତାହାଙ୍କୁ ପ୍ରେରଣ କଲେ I

John 7:34

where I go, you will not be able to come

ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେ ସ୍ଥାନକୁ ଆସି ପାରିବ ନାହିଁ

John 7:35

The Jews therefore said among themselves

“ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯିହୁଦୀମାନଙ୍କ ନେତାମାନଙ୍କୁ ବୁଝାଏ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ପରସ୍ପର କୁହାକୁହି ହେଲେ” (ଦେଖ: /WA-Catalog/or_tm?section=translate#figs-synecdoche)

the dispersion

ଏହା ପାଲେଷ୍ଟାଇନର ବାହାରେ, ସମଗ୍ର ଗ୍ରୀକ୍ ଜଗତରେ ବିଚ୍ଛିନ୍ନ ହୋଇଥିବା ଯିହୂଦୀମାନଙ୍କୁ ବୁଝାଏ I

John 7:36

What is this word that he said

ଏହି “ବାକ୍ୟ” ଏକ ରୂପକ ଅଟେ ଯାହା ଯୀଶୁ କହିଥିବା ବାର୍ତ୍ତାର ଅର୍ଥକୁ ବୁଝାଏ, ଯାହା ଯିହୂଦୀ ନେତାମାନେ ବୁଝିବାକୁ ଅକ୍ଷମ ଥିଲେ I ଅନ୍ୟ ଏକ ଅନୁବାଦରେ: “ସେ ଏହା କହିବା ସମୟରେ କେଉଁ ବିଷୟରେ କହୁଥିଲେ” (ଦେଖ: /WA-Catalog/or_tm?section=translate#figs-metonymy)

John 7:37

General Information:

କିଛି ସମୟ ବିତିଗଲା I ଏହା ବର୍ତ୍ତମାନ ପର୍ବର ଶେଷ ଦିନ ଓ ଯୀଶୁ ଜନସମୁହ ନିକଟରେ ପ୍ରଚାର କରୁଛନ୍ତି I

great day

ଏହା “ମୁଖ୍ୟ” ଅଟେ କାରଣ ଏହା ପର୍ବର ଶେଷ, କିମ୍ବା ଗୁରୁତ୍ବପୂର୍ଣ୍ଣ ଦିନ ଅଟେ I

If anyone is thirsty

ଏଠାରେ “ତୃଷିତ” ଏକ ରୂପକ ଅଟେ, ଯାହାର ଅର୍ଥ, ଯେପରି ଜଣେ ବ୍ୟକ୍ତି ଜଳ ପାଇଁ “ତୃଷିତ’ ହୁଏ, ସେପରି ଈଶ୍ବରଙ୍କ ବିଷୟ ନିମନ୍ତେ ଜଣେ ଧକାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ତୃଷିତ ବ୍ୟକ୍ତି ଜଳ ନିମନ୍ତେ ଆକୁଳ ହେବା ସଦୃଶ ଈଶ୍ବରଙ୍କ ବିଷୟ ନିମନ୍ତେ ଧକାଏ” (ଦେଖ: /WA-Catalog/or_tm?section=translate#figs-metaphor)

let him come to me and drink

“ପାନ କର” ଶବ୍ଦ ଏକ ରୂପକ ଅଟେ, ଯାହାର ଅର୍ଥ, ଯୀଶୁ ପ୍ରଦାନ କରୁଥିବା ଆତ୍ମିକ ଜୀବନକୁ ଗ୍ରହଣ କରିବା I ଅନ୍ୟ ଏକ ଅନୁବାଦରେ: “ସେ ମୋ ନିକଟକୁ ଆସି ଆପଣା ଆତ୍ମିକ ତୃଷା ନିବାରଣ କରୁ” (ଦେଖ: /WA-Catalog/or_tm?section=translate#figs-metaphor)

John 7:38

He who believes in me, just as the scripture says

ଶାସ୍ତ୍ରର ଉକ୍ତି ପ୍ରମାଣେ ଯେ ମୋଠାରେ ବିଶ୍ବାସ କରେ

rivers of living water will flow

“ଜୀବନ୍ତ ଜଳସ୍ରୋତ” ଏକ ରୂପକ ଅଟେ, ଯାହା ଆତ୍ମିକ ଭାବରେ “ତୃଷିତ” ଲୋକମାନଙ୍କୁ ଯୀଶୁ ପ୍ରଦାନ କରୁଥିବା ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଜୀବନ ଜୀବନ୍ତ ଜଳସ୍ରୋତ ସଦୃଶ ପ୍ରବାହିତ ହେବ” (ଦେଖ: /WA-Catalog/or_tm?section=translate#figs-metaphor)

living water

ସମ୍ଭାବିତ ଅର୍ଥଗୁଡିକ ୧) ଜଳ ଯାହା ଜୀବନ ଦିଏ” କିମ୍ବା ୨) “ଜଳ ଯାହା ଲୋକମାନଙ୍କୁ ଜୀବନ ଦିଏ I” (ଦେଖ: /WA-Catalog/or_tm?section=translate#figs-metaphor)

from his stomach

ଏଠାରେ ଉଦର ମନୁଷ୍ୟର ଅନ୍ତରସ୍ଥ ବିଷୟକୁ, ଅର୍ଥାତ୍ ବିଶେଷକରି ଜଣେ ବ୍ୟକ୍ତିର ଅଣ-ଶାରୀରିକ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାର ଅନ୍ତର ମଧ୍ୟରୁ” କିମ୍ବା “ତାହାର ହୃଦୟରୁ” (ଦେଖ: /WA-Catalog/or_tm?section=translate#figs-metonymy)

John 7:39

General Information:

ଏହି ପଦରେ ଲେଖକ ଯୀଶୁ କେଉଁ ବିଷୟରେ କହୁଛନ୍ତି, ତାହା ସ୍ପଷ୍ଟ କରିବା ନିମନ୍ତେ ସୂଚନା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

But he said

ଏଠାରେ “ସେ” ଯୀଶୁଙ୍କୁ ବୁଝାଏ I

the Spirit had not yet been given

ଯୋହନ ସୂଚାଉଛନ୍ତି ଯେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ, ପରେ ଆତ୍ମା ସେମାନଙ୍କ ମଧ୍ୟରେ ବାସ କରିବାକୁ ଆସିବେ I ଅନ୍ୟ ଏକ ଅନୁବାଦରେ: “ବିଶ୍ବାସୀମାନଙ୍କ ମଧ୍ୟରେ ବାସ କରିବାକୁ ଆତ୍ମା ଏପର୍ଯ୍ୟନ୍ତ ଆସି ନଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

because Jesus was not yet glorified

ଏଠାରେ “ଗୌରବମୟ” ଶବ୍ଦ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ପରେ ଈଶ୍ବର ପୁତ୍ରଙ୍କୁ ସମ୍ଭ୍ରମ କରିବା ସମୟକୁ ବୁଝାଏ I

John 7:40

This is indeed the prophet

ଏହା କହିବା ଦ୍ବାରା, ଲୋକମାନେ ସୂଚାଇ ଦେଉଛନ୍ତି ଯେ ଈଶ୍ବର ପ୍ରେରଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିବା ମୋଶାଙ୍କ ସଦୃଶ ଭାବବାଦୀଙ୍କୁ ସେମାନେ ବିଶ୍ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏ ପ୍ରକୃତରେ ମୋଶାଙ୍କ ସଦୃଶ ଜଣେ ଭାବବାଦୀ ଅଟନ୍ତି, ଯାହାଙ୍କୁ ଆମ୍ଭେମାନେ ଅପେକ୍ଷା କରୁଥିଲୁ” (ଦେଖ: /WA-Catalog/or_tm?section=translate#figs-explicit)

John 7:41

Does the Christ come from Galilee?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଗାଲୀଲୀଠାରୁ ଆସିବେ ନାହିଁ !”(ଦେଖ: /WA-Catalog/or_tm?section=translate#figs-rquestion)

John 7:42

Have the scriptures not said that the Christ will come from the descendants of David and from Bethlehem, the village where David was?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ର ଶିକ୍ଷା ଦିଏ ଯେ ଖ୍ରୀଷ୍ଟ ଦାଉଦଙ୍କ ବଂଶରୁ ଓ ବେଥଲିହିମରୁ ଆସିବେ, ଯେଉଁ ଗ୍ରାମରେ ଦାଉଦ ବାସ କରୁଥିଲେ !” (ଦେଖ: /WA-Catalog/or_tm?section=translate#figs-rquestion)

Have the scriptures not said

ଶାସ୍ତ୍ର ସମ୍ବନ୍ଧରେ କୁହାଯାଏ ଯେପରି ତାହା ଜଣେ ବ୍ୟକ୍ତି କହୁଥିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ଭାବବାଦୀମାନେ ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-personification)

where David was

ଯେଉଁଠାରେ ଦାଉଦ ବାସ କରୁଥିଲେ

John 7:43

So there arose a division in the crowds because of him

ଯୀଶୁ କିଏ ବା ଯୀଶୁ କଅଣ କରୁଥିଲେ, ସେ ବିଷୟରେ ଲୋକମାନେ ଏକମତ ହୋଇପାରୁ ନଥିଲେ I

John 7:44

but no one laid hands on him

ଜଣକ ଉପରେ ହସ୍ତ ସ୍ଥାପନ କରିବା ଏକ ରୂଢ଼ି ଅଟେ, ଯାହାର ଅର୍ଥ ତାହାଙ୍କୁ ଟାଣି ଆଣିବା ବା ତାଙ୍କୁ ଧରି ରଖିବା I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେହି ତାହାଙ୍କୁ ଧରିବା ନିମନ୍ତେ ହାତ ଦେଲେନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

John 7:45

the officers

ମନ୍ଦିର ରକ୍ଷକମାନେ

John 7:46

Never has anyone spoken like this

ଯୀଶୁଙ୍କ କଥା ଦ୍ବାରା ସେମାନେ କେତେ ପ୍ରଭାବିତ ହୋଇଥିଲେ, ତାହା ଦର୍ଶାଇବା ନିମନ୍ତେ ପଦାତିକମାନେ ଅତିରଞ୍ଜିତ କରୁ ଅଛନ୍ତି I ତୁମକୁ ସ୍ପଷ୍ଟ କରିବାକୁ ପଡି ପାରେ ଯେ ପଦାତିକମାନେ ସବୁ ସ୍ଥାନରେ ଓ ସବୁ ସମୟରେ ସମସ୍ତେ କହିଥବା ସମସ୍ତ ବିଷୟ ଜାଣିଥିବା ଦାବୀ କରୁ ନାହାନ୍ତି I “ଆମ୍ଭେମାନେ ଏହି ବ୍ୟକ୍ତି ପରି ଏତେ ଚମତ୍କାର ବିଷୟ କେହିକେବେ କହିଥିବା ଶୁଣିନାହୁଁ !”(ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-hyperbole)

John 7:47

So the Pharisees

କାରଣ ସେମାନେ କହିଲେ ଯେ, ଫାରୂଶୀମାନେ

answered them

ଅଧିପତିମାନଙ୍କୁ ଉତ୍ତର ଦେଲେ

Have you also been deceived?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ପଦାତିକମାନଙ୍କ ଉତ୍ତରରେ ଫାରୂଶୀମାନେ ଆଚମ୍ବିତ ହେଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମଧ୍ୟ ଭ୍ରାନ୍ତ ହୋଇଅଛ!” (ଦେଖ: /WA-Catalog/or_tm?section=translate#figs-rquestion)

John 7:48

Have any of the rulers believed in him, or any of the Pharisees?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କେହି କେବେ ତାହାଙ୍କଠାରେ ବିଶ୍ବାସ କରି ନାହାନ୍ତି!”(ଦେଖ: /WA-Catalog/or_tm?section=translate#figs-rquestion)

John 7:49

the law

ଏହା ଫାରୂଶୀମାନଙ୍କ ବ୍ୟବସ୍ଥାକୁ ବୁଝାଏ ଓ ମୋଶାଙ୍କ ବ୍ୟବସ୍ଥାକୁ ନୁହେଁ I

But this crowd that does not know the law, they are cursed

ଏହି ଲୋକମାନେ ବ୍ୟବସ୍ଥା ଜାଣନ୍ତି ନାହିଁ, ଈଶ୍ବର ସେମାନଙ୍କୁ ଶାପଗ୍ରସ୍ତ କରିବେ !

John 7:50

one of the Pharisees, who came to him earlier

ନୀକଦୀମ କିଏ, ତାହା ଆମ୍ଭମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଯୋହନ ଏହି ସୂଚନା ଦେଉଛନ୍ତି I ତୁମ ଭାଷାରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ ବିଶେଷ ସଙ୍କେତ ଥାଇ ପାରେ I (ଦେଖ: /WA-Catalog/or_tm?section=translate#writing-background)

John 7:51

Does our law judge a man ... what he does?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଯିହୂଦୀ ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ବିଚାର କରିବାକୁ ଅନୁମତି ଦିଏ ନାହିଁ ... ଯାହା ସେ କରନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

Does our law judge a man

ଏଠାରେ ନୀକଦୀମ ବ୍ୟବସ୍ଥା ବିଷୟରେ କହୁଛନ୍ତି ଯେପରି ଏହା ଜଣେ ବ୍ୟକ୍ତି ଥିଲେ I ଯଦି ତିମ ଭାଷାରେ ଏହା ସ୍ବାଭାବିକ ନୁହେଁ, ତେବେ ତୁମେ ଏହାକୁ ଏକ ବ୍ୟକ୍ତିଗତ ବିଷୟ ସହିତ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ; “ଆମ୍ଭେମାନେ କି ଜଣେ ବ୍ୟକ୍ତିର ବିଚାର କରୁ” କିମ୍ବା “ଆମ୍ଭେମାନେ ଜଣେ ବ୍ୟକ୍ତିର ବିଚାର କରୁନାହୁଁ” (ଦେଖ: /WA-Catalog/or_tm?section=translate#figs-personification)

John 7:52

Are you also from Galilee?

ଯିହୂଦୀ ନେତାମାନେ ଜାଣିଥିଲେ ଯେ ନୀକଦୀମ ଗାଲୀଲୀରୁ ଆସି ନଥିଲେ I ସେମାନେ ତାହାଙ୍କୁ ପରିହାସ କରିବା ଛଳରେ ଏହି ପ୍ରଶ୍ନ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମଧ୍ୟ ନିଶ୍ଚିତରୂପେ ଗାଲୀଲୀରୁ ଆସିଥିବା ସେହି ନୀଚ ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଥିବ !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

Search and see

ଏହା ଏକ ଶବ୍ଦର ବିଲୋପ ଅଟେ I ତୁମେମାନେ ହୁଏତ ସୁଚନା ସମ୍ପୃକ୍ତ କରିପାର ଯାହା ଦେଖାଯାଏ ନାହି I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ କଅଣ ଲେଖାଅଛି, ତାହା ଯତ୍ନ ସହକାରେ ଅନ୍ବେଷଣ କର ଓ ପାଠ କର” (ଦେଖ: /WA-Catalog/or_tm?section=translate#figs-ellipsis)

no prophet comes from Galilee

ଏହା ସମ୍ଭବତଃ ଯୀଶୁ ଗାଲୀଲୀରେ ଜନ୍ମ ହୋଇଥିବା ବିଶ୍ବାସ କରିବା ନିମନ୍ତେ ବୁଝାଏ I

John 7:53

General Information:

ସବୁଠାରୁ ଉତ୍ତମ ପ୍ରାଚୀନ ଶାସ୍ତ୍ରରେ ୭:୫୩-୮:୧୧ ଏହି ଉକ୍ତି ନାହିଁ I ଯୋହନ ସମ୍ଭବତଃ ଏହାକୁ ଅନ୍ତର୍ଭୁକ୍ତ କରି ନଥିବା ଦର୍ଶାଇବା ନିମନ୍ତେ ULT ସେଗୁଡିକୁ ବର୍ଗ ବନ୍ଧନୀ ([])ରେ ପୃଥକ୍ କରି ଉଲ୍ଲେଖ କରି ଅଛନ୍ତି I ଅନୁବାଦକମାନଙ୍କୁ ସେଗୁଡିକୁ ଅନୁବାଦ କରିବା ନିମନ୍ତେ ଉତ୍ସାହିତ କରାଯାଇଛି, ବର୍ଗବନ୍ଧନୀରେ ପୃଥକ୍ ରଖିବା ନିମନ୍ତେ, ଓ ଯୋହନ ସୁସମାଚାରରେ ଲେଖାଯାଇଥବା ସଦୃଶ ଯୋହନ ୭:୫୩ ଏକ ପାଦଟୀକା ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉତ୍ସାହିତ କରା ଯାଉଅଛି I (ଦେଖ: /WA-Catalog/or_tm?section=translate#translate-textvariants)