John 4

ଯୋହନ ୦୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଯୋହନ ୪:୪-୩୮ରେ ଏକ ଘଟଣା “ଜୀବନ୍ତ ଜଳ” ଭାବେ ଯୀଶୁଙ୍କ ଶିକ୍ଷାକୁ କେନ୍ଦ୍ର କରି ଆକାର ଦିଏ, ଯେ ସେ ସମସ୍ତଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି I (ଦେଖ: /WA-Catalog/or_tw?section=kt#believe)

ଏହି ଅଧ୍ୟାୟର ବିଶେଷ ଧାରଣା

“ଶମିରୋଣ ମଧ୍ୟଦେଇ ଯାତ୍ରା କରିବା ତାହାଙ୍କର ଆବଶ୍ୟକ ଥିଲା”

ଯିହୂଦୀମାନେ ଶମିରୋଣ ଅଞ୍ଚଳ ମଧ୍ୟଦେଇ ଯାତ୍ରା କରୁନଥିଲେ, କାରଣ ଶମିରୋଣୀୟମାନେ ଅଧାର୍ମିକ ଲୋକମାନଙ୍କ ସନ୍ତାନଗଣ ଥିଲେ I ତେଣୁ ଯୀଶୁ ଅଧିକାଂଶ ଯିହୂଦୀ ଯାହା କରିବାକୁ ଚାହୁଁ ନଥିଲେ, ତାହା କରିବାକୁ ଚାହିଁଲେ I (ଦେଖ: /WA-Catalog/or_tw?section=kt#godly/WA-Catalog/or_tw?section=names#kingdomofisrael)

“ଏପରି ସମୟ ଆସୁଅଛି”

ଯୀଶୁ ସମୟ ସମ୍ବନ୍ଧରେ ଭାବବାଣୀ ଆରମ୍ଭ କରିବା ନିମନ୍ତେ ଏହି ଶବ୍ଦସମୁହ ବ୍ୟବହାର କଲେ ଯାହା ଷାଠିଏ ମିନିଟ୍ ଠାରୁ କମ୍ ବା ବେଶୀ ହୋଇପାରେ I ସେହି “ସମୟ”ରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଷାଠିଏ ମିନିଟ୍ ଠାରୁ ଅଧିକ ଉପାସନା କରିବେ I

ଉପାସନା କରିବାର ଉପଯୁକ୍ତ ସ୍ଥାନ

ଯୀଶୁଙ୍କ ସମୟର ବହୁ ପୂର୍ବରୁ, ଶମିରଣୀୟ ଲୋକମାନେ ସେମାନଙ୍କ ଦେଶରେ ଏକ ମିଥ୍ୟା ମନ୍ଦିର ସ୍ଥାପନ କରି ମୋଶାଙ୍କ ବ୍ୟବସ୍ଥାକୁ ଉଲ୍ଲଂଘନ କରିଥିଲେ (ଯୋହନ ୪:୨୦) I ଯୀଶୁ ସେହି ସ୍ତ୍ରୀଲୋକକୁ ବୁଝାଇ ଥିଲେ ଯେ ଲୋକମାନେ କେଉଁଠାରେ ଉପାସନା କରୁଛନ୍ତି ତାହା ମୁଖ୍ୟ ବିଷୟ ନୁହେଁ (ଯୋହନ ୪:୨୧-୨୪) I

ଶସ୍ୟ ଅମଳ

ଯେତେବେଳେ ଲୋକମାନେ ସେମାନେ ବୁଣିଥିବା କ୍ଷେତରୁ ଶସ୍ୟ ସଂଗ୍ରହ କରିବାକୁ ଯାଆନ୍ତି, ଯେପରି ତାହା ସେମାନଙ୍କର ଗୃହକୁ ଆଣିବେ ଓ ଭୋଜନ ପାନ କରିବେ ତାହା ଶସ୍ୟ ସଂଗ୍ରହର ସମୟ ଅଟେ I ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏହାକୁ ଏକ ରୂପକ ଭାବରେ ବ୍ୟବହାର କଲେ, ଯେପରି ସେମାନେ ଯାଇ ଅନ୍ୟ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବେ ଏବଂ ସେମାନେ ଈଶ୍ବରଙ୍କ ରାଜ୍ୟର ଅଂଶୀ ହୋଇ ପାରିବେ I (ଦେଖ: /WA-Catalog/or_tw?section=kt#faith)

“ଶମିରୋଣୀୟା ସ୍ତ୍ରୀ”

ଶମିରୋଣୀୟା ସ୍ତ୍ରୀ, ଯେ ବିଶ୍ବାସ କରିଥିଲା ଓ ଯିହୂଦୀମାନେ, ଯେଉଁମାନେ ବିଶ୍ବାସ ନକରି ପରେ ଯୀଶୁଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଇବା ନିମନ୍ତେ ଯୋହନ ସମ୍ଭବତଃ ଏହି ଘଟଣା କହିଥିଲେ I (ଦେଖ: /WA-Catalog/or_tw?section=kt#believe)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ଆତ୍ମାରେ ଓ ସତ୍ୟରେ”

ଯେଉଁ ଲୋକମାନେ ପ୍ରକୃତରେ ଈଶ୍ବର କିଏ ଜାଣନ୍ତି ଓ ତାହାଙ୍କର ଉପାସନା କରି ଉପଭୋଗ କରନ୍ତି ଏବଂ ତାହାଙ୍କୁ ପ୍ରେମ କରନ୍ତି, କାରଣ ସେ କିଏ ଅଟନ୍ତି ଜାଣିପାରି ଯେଉଁମାନେ ପ୍ରକୃତରେ ତାହାଙ୍କୁ ସନ୍ତୁଷ୍ଟ କରନ୍ତି I ସେମାନେ କେଉଁଠାରେ ଉପାସନା କରନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ I

John 4:1

General Information:

ଯୋହନ ୪:୧-୬ ପରବର୍ତ୍ତୀ ଘଟଣାର ପୃଷ୍ଠଭୁମି ପ୍ରକାଶ କରେ, ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କ କଥୋପକଥନ କରେ I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ଏଠାରେ ଏକ ଦୀର୍ଘ ବାକ୍ୟ ଆରମ୍ଭ ହୁଏ I

Now when Jesus knew that the Pharisees had heard that he was making and baptizing more disciples than John

ବର୍ତ୍ତମାନ ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ ଉତ୍ପନ୍ନ କରି ସେମାନଙ୍କୁ ବାପ୍ତିସ୍ମ ଦେଉଥିଲେ I ଯେତେବେଳେ ସେ ଜାଣି ପାରିଲେ ଯେ ସେ ଏହା କରୁଥିବା ଫାରୂଶୀମାନେ ଶୁଣିଲେ I

Now when Jesus knew

ଏଠାରେ ବ୍ୟବହୃତ “ବର୍ତ୍ତମାନ” ଶବ୍ଦ ମୁଖ୍ୟ ଘଟଣାରେ ଏକ ବିରତିକୁ ଚିହ୍ନିତ କରେ I ଏଠାରେ ଯୋହନ ବିବରଣୀର ଏକ ନୂତନ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

John 4:2

Jesus himself was not baptizing

ସ୍ବୟଂବାଚକ ସର୍ବନାମ “ନିଜେ” ଗୁରୁତ୍ବ ଦିଏ ଯେ ସେ ଯୀଶୁ ନୁହନ୍ତି, ମାତ୍ର ତାହାଙ୍କ ଶିଷ୍ୟମାନେ ବାପ୍ତିସ୍ମ ଦେଉଥିଲେ I (ଦେଖ: /WA-Catalog/or_tm?section=translate#figs-rpronouns)

John 4:3

he left Judea and went back again to Galilee

ତୁମେ ୧ ପଦରେ “ବର୍ତ୍ତମାନ ଯେତେବେଳେ ଯୀଶୁ” ଶବ୍ଦ ସହିତ ଆରମ୍ଭ ହୋଇଥିବା ସମ୍ପୁର୍ଣ ବାକ୍ୟକୁ ପୁନର୍ବାର ସଜାଡି ଲେଖିବା ଆବଶ୍ୟକ ହୋଇପାରେ I “ବର୍ତ୍ତମାନ ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ ଉତ୍ପନ୍ନ କରି ବାପ୍ତିସ୍ମ ଦେଉଥିଲେ (ଯଦିଓ ଯୀଶୁ ବାପ୍ତିସ୍ମ ଦେଉନଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ) I ଫାରୂଶୀମାନେ ଶୁଣିଥିଲେ ଯେ ଯୀଶୁ ଏହା କରୁଥିଲେ I ଯେତେବେଳେ ଯୀଶୁ ଏହା ଜାଣି ପାରିଲେ ଯେ ସେ କ”ଣ କରୁଛନ୍ତି ଫାରୂଶୀମାନେ ଶୁଣିଛନ୍ତି, ସେ ଯିହୂଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲୀଲୀକୁ ପ୍ରସ୍ଥାନ କଲେ”

John 4:7

Give me some water

ଏହା ଶିଷ୍ଟାଚାରର ଏକ ଅନୁରୋଧ ଅଟେ, ଏକ ଆଦେଶ ନୁହେଁ I

John 4:8

For his disciples had gone

ସେ ଆପଣା ଶିଷ୍ୟମାନଙ୍କୁ ଜଳ କାଢିବା ନିମନ୍ତେ କହି ନଥିଲେ କାରଣ ସେମାନେ ଚାଲି ଯାଇଥିଲେ I

John 4:9

Then the Samaritan woman said to him

“ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

How is it that you, being a Jew, are asking ... for something to drink?

ଏହି ଟିପ୍ପଣୀ ଶମିରୋଣୀୟା ସ୍ତ୍ରୀର ଆଶ୍ଚର୍ଯ୍ୟ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି ଯେ ଯୀଶୁ ତାହାକୁ ପାନକରିବା ନିମନ୍ତେ ଜଳ ମାଗିଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ବିଶ୍ବାସ କରିପାରୁ ନାହିଁ ଯେ ଆପଣ ଜଣେ ଯିହୂଦୀ ହୋଇ, ଜଣେ ଶମିରୋଣୀୟକୁ ପିଇବାକୁ ଜଳ ମାଗୁଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

have no dealings with

ଏହା ସହିତ ବ୍ୟବହାର ନାହିଁ

John 4:10

living water

ପବିତ୍ରଆତ୍ମାଙ୍କୁ ବୁଝାଇବା ନିମନ୍ତେ ଯୀଶୁ “ଜୀବନ୍ତ ଜଳ”କୁ ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି, ଯେ କି ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ କରି ନୂତନ ଜୀବନ ଆଣିବା ନିମନ୍ତେ କାର୍ଯ୍ୟ କରନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

John 4:12

You are not greater, are you, than our father Jacob ... cattle?

ଏହି ଟିପ୍ପଣୀକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଆପଣ ଆମ୍ଭମାନଙ୍କ ପିତା ଯାକୁବଙ୍କ ଅପେକ୍ଷା ଶ୍ରେଷ୍ଠ ନୁହନ୍ତି ...ପଶୁପଲ !” (ଦେଖ: /WA-Catalog/or_tm?section=translate#figs-rquestion)

our father Jacob

ଆମ୍ଭମାନଙ୍କ ପିତୃପୁରୁଷ ଯାକୁବ

drank from it

ଏଥିରୁ ଜଳ ପାନ କରୁଥିଲେ

John 4:13

will be thirsty again

ପୁନର୍ବାର ଜଳ ପାନ କରିବା ନିମନ୍ତେ ଆବଶ୍ୟକ କରିବେ

John 4:14

the water that I will give him will become a fountain of water in him

ଏଠାରେ “ନିର୍ଝର” ଶବ୍ଦ ଜୀବନ୍ତଜଳ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଯେଉଁ ଜଳ ତାହାଙ୍କୁ ଦେବି ତାହା ଏକ ନିର୍ଝର ସ୍ବରୂପେ ତାହାଙ୍କ ଅନ୍ତରରେ ପ୍ରବାହିତ ହେବ” (ଦେଖ: /WA-Catalog/or_tm?section=translate#figs-metaphor)

eternal life

ଏଠାରେ “ଜୀବନ” ଶବ୍ଦ “ଆତ୍ମିକ ଜୀବନ”କୁ ବୁଝାଏ, ଯାହା କେବଳ ଈଶ୍ବର ଦେଇପାରିବେ I

John 4:15

Sir

ଏହି ପ୍ରସଙ୍ଗରେ, ଶମିରୋଣୀୟା ସ୍ତ୍ରୀ ଯୀଶୁଙ୍କୁ “ମହାଶୟ” ଭାବେ ସମ୍ବୋଧନ କରୁଛି, ଯାହା ଏକ ସମ୍ମାନ ବା ଶିଷ୍ଟାଚାରର ଶବ୍ଦ ଅଟେ I

draw water

ଜଳ ପାନକର ବା ଏକ ପାତ୍ର ଓ ଦଉଡି ସାହାଯ୍ୟରେ “କୂଅରୁ ଜଳ କାଢ଼ିନିଅ”

John 4:18

What you have said is true

୧୭ ପଦରେ ଉଲ୍ଲେଖଥିବା “’ମୋହର ସ୍ବାମୀ ନାହିଁ’ ଏହା ସତ କହିଅଛ” ଶବ୍ଦଗୁଡିକୁ ଗୁରୁତ୍ବ ଦେବା ନିମନ୍ତେ ଯୀଶୁ ଏହି ପଦଗୁଡିକ କହୁଛନ୍ତି I ଯୀଶୁ ଚାହୁଁଛନ୍ତି ଯେ ସ୍ତ୍ରୀ ଲୋକଟି ଜାଣୁ ଯେ ସେ ସତ କହିବା ସେ ଜାଣୁଛନ୍ତି I

John 4:19

Sir

ଏହି ପ୍ରସଙ୍ଗରେ ଶମିରୋଣୀୟା ସ୍ତ୍ରୀ ଯୀଶୁଙ୍କୁ “ମହାଶୟ” ଭାବେ ସମ୍ବୋଧନ କରୁଛି, ଯାହା ଏକ ସମ୍ମାନ ବା ଶିଷ୍ଟାଚାରର ଶବ୍ଦ ଅଟେ I

I see that you are a prophet

ମୁଁ ବୁଝିପାରୁଛି ଯେ ଆପଣ ଜଣେ ଭାବବାଦୀ ଅଟନ୍ତି

John 4:20

Our fathers

ଆମ୍ଭମାନଙ୍କ ପିତୃପୁରୁଷଗଣ କିମ୍ବା “ଆମ୍ଭମାନଙ୍କ ପୂର୍ବପୁରୁଷଗଣ”

John 4:21

Believe me

ଜଣକୁ ବିଶ୍ବାସ କରିବା ଅର୍ଥ ଯେ ବ୍ୟକ୍ତି ଜଣକ ଯାହା କହୁଛନ୍ତି, ତାହା ସତ୍ୟଭାବେ ସ୍ବୀକାର କରିବା I

you will worship the Father

ପିତା ଈଶ୍ବରଙ୍କଠାରୁ ପାପଠାରୁ ଅନନ୍ତ ପରିତ୍ରାଣ ଆସିଥାଏ, ଯେ ଯିହୋବା ଅଟନ୍ତି, ଯିହୁଦୀମାନଙ୍କ ଈଶ୍ବର I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

John 4:22

You worship what you do not know. We worship what we know

ଯୀଶୁଙ୍କ କହିବା ଅର୍ଥ ଯେ ଈଶ୍ବର ଯିହୂଦୀ ଲୋକମାନଙ୍କ ନିକଟରେ ଆପଣାକୁ ଓ ଆପଣା ଆଜ୍ଞାସବୁକୁ ପ୍ରକାଶ କଲେ, ଶମିରୋଣୀୟମାନଙ୍କ ନିକଟରେ ନୁହେଁ I ଶାସ୍ତ୍ର ଦ୍ବାରା ଯିହୂଦୀ ଲୋକମାନେ ଈଶ୍ବରଙ୍କ ବିଷୟରେ ଶମିରୋଣୀୟମାନଙ୍କ ଅପେକ୍ଷା ଅଧିକ ଜାଣନ୍ତି I

for salvation is from the Jews

ଏହାର ଅର୍ଥ ଯେ ଈଶ୍ବର ଯିହୂଦୀମାନଙ୍କୁ ଆପଣାର ବିଶେଷ ଲୋକ ଭାବରେ ମନୋନୀତ କରିଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ତାହାଙ୍କ ପରିତ୍ରାଣ ବିଷୟରେ କହିବେ I ଏହାର ଅର୍ଥ ନୁହେଁ ଯେ ଯିହୂଦୀ ଲୋକମାନେ ଅନ୍ୟମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ଯିହୂଦୀମାନଙ୍କ ସକାଶୁ ସମସ୍ତ ଲୋକମାନେ ଈଶ୍ବରଙ୍କ ପରିତ୍ରାଣ ବିଷୟରେ ଜାଣିବେ”

salvation is from the Jews

ପିତା ଈଶ୍ବରଙ୍କଠାରୁ ଅନନ୍ତ ପରିତ୍ରାଣ ଆସିଥାଏ, ଯେ ଯିହୋବା ଅଟନ୍ତି, ଯିହୁଦୀମାନଙ୍କ ଈଶ୍ବର I

John 4:23

Connecting Statement:

ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କଥା କହି ଚାଲିଛନ୍ତି I

However, the hour is coming, and is now here, when true worshipers will

ଯାହାହେଉ, ଏହା ପ୍ରକୃତ ଉପାସକମାନଙ୍କ ନିମନ୍ତେ ଉପଯୁକ୍ତ ସମୟ ଅଟେ

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

in spirit and truth

ଏଠାରେ “ଆତ୍ମା”ର ସମ୍ଭାବିତ ଅର୍ଥଗୁଡିକ ୧) ଜଣେ ଉପାସନା କରିବାକୁ କେଉଁଠିକି ଯାଏ ଓ ସେ କେଉଁ ଉତ୍ସବ ପାଳନ କରେ, ତା’ଠାରୁ ଆନ୍ତରିକ ପୁରୁଷ, ମନ ଓ ହୃଦୟ, ପୁଣି ଜଣେ ବ୍ୟକ୍ତି କ”ଣ ବିବେଚନା କରେ ଓ କାହାକୁ ପ୍ରେମ କରେ, ତାହା ଭିନ୍ନ ଅଟେ , କିମ୍ବା ୨) ପବିତ୍ର ଆତ୍ମା I ଅନ୍ୟ ଏକ ଅନୁବାଦରେ: “ଆତ୍ମାରେ ଓ ସତ୍ୟରେ” କିମ୍ବା “ଆତ୍ମାଙ୍କ ସାହାଯ୍ୟରେ ଓ ସତ୍ୟରେ”

in ... truth

ଈଶ୍ବରଙ୍କ ବିଷୟରେ ସତ୍ୟ କ”ଣ ଅଟେ, ସେହି ବିଷୟରେ ଠିକ୍ ଭାବରେ ଚିନ୍ତା କରିବା

John 4:25

I know that the Messiah ... Christ

ଉଭୟ ଶବ୍ଦର ଅର୍ଥ “ଈଶ୍ବରଙ୍କ ପ୍ରତିଜ୍ଞାତ ରାଜା”

he will explain everything to us

“ସମସ୍ତ ବିଷୟ ଜଣାଇବେ” ଶବ୍ଦଗୁଡିକ ସୂଚାଇ ଦିଏ ଯେ ଲୋକମାନେ ଜାଣିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଆବଶ୍ୟକ ସମସ୍ତ ବିଷୟ ଜଣାଇବେ” (ଦେଖ: /WA-Catalog/or_tm?section=translate#figs-explicit)

John 4:27

At that moment his disciples returned

ଯୀଶୁ ଏହି ସମସ୍ତ କଥା କହୁଥିବା ସମୟରେ ତାହାଙ୍କ ଶିଷ୍ୟମାନେ ନଗରରୁ ଫରିଲେ

Now they were wondering why he was speaking with a woman

ଏହା ଅପରିଚିତ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରିବା ଜଣେ ଯିହୂଦୀ ନିମନ୍ତେ ଅତି ଅସ୍ବାଭାବିକ ବିଷୟ ଅଟେ, ବିଶେଷତଃ ସେ ଯଦି ଜଣେ ଶମିରୋଣୀୟା ସ୍ତ୍ରୀ ହୋଇଥାଏ I

no one said, What ... want? or ""Why ... her?

ସମ୍ଭାବିତ ଅର୍ଥଗୁଡିକ ୧) ଶିଷ୍ୟମାନେ ଯୀଶୁଙ୍କୁ ଉଭୟ ପ୍ରଶ୍ନ କଲେ କିମ୍ବା ୨) “କେହି ସ୍ତ୍ରୀଲୋକକୁ ପ୍ରଶ୍ନ କଲେ ନାହିଁ, ‘କ”ଣ ...ଚାହୁଁଛି ?’ କିମ୍ବା ଯୀଶୁଙ୍କୁ ପ୍ରଶ୍ନ କଲେ ନାହିଁ, ‘ତାହା ସହିତ ...କାହିଁକି ?’”

John 4:29

Come, see a man who told me everything that I have ever done

ଶମିରୋଣୀୟା ସ୍ତ୍ରୀଲୋକ ଏହା ଦେଖାଇବାକୁ ଯାଇ ଅତିରଞ୍ଜିତ କରି କହୁଅଛି ଯେ ଯୀଶୁ ତାହାର ବିଷୟରେ କେତେ ଅଧିକ ଜାଣିଛନ୍ତି, ସେଥିରେ ସେ ପ୍ରଭାବିତ ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ଆସି ଜଣେ ଲୋକକୁ ଦେଖ, ଯେ କି ମୋ ବିଷୟରେ ବହୁତ କିଛି ଜାଣିଛନ୍ତି, ଯଦିଓ ମୁଁ ତାହାଙ୍କୁ ପୁର୍ବରୁ କେବେ ସାକ୍ଷାତ କରିନାହିଁ” (ଦେଖ: /WA-Catalog/or_tm?section=translate#figs-hyperbole)

This could not be the Christ, could it?

ସ୍ତ୍ରୀ ଲୋକ ନିଶ୍ଚିତ ନୁହେଁ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ତେଣୁ ସେ ଏକ ପ୍ରଶ୍ନ କରୁଛି, ଯାହାର ଉତ୍ତର “ନା” ହେବା ଆଶା କରାଯାଇପାରେ, କିନ୍ତୁ ସେ ଏକ ଉକ୍ତି ନକହି ପ୍ରଶ୍ନ କରୁଛି, କାରଣ ସେ ଚାହୁଁଛି ଯେ ଲୋକମାନେ ସେମାନଙ୍କ ନିମନ୍ତେ ନିଜେ ନିଷ୍ପତ୍ତି ନିଅନ୍ତୁ I

John 4:31

In the meantime

ସ୍ତ୍ରୀ ଲୋକଟି ନଗରକୁ ଯାଉଥିବା ସମୟରେ

the disciples were urging him

ଶିଷ୍ୟମାନେ ଯୀଶୁଙ୍କୁ କହୁଥିଲେ କିମ୍ବା “ଶିଷ୍ୟମାନେ ଯୀଶୁଙ୍କୁ ଉତ୍ସାହିତ କରୁଥିଲେ”

John 4:32

I have food to eat that you do not know about

ଏଠାରେ ଯୀଶୁ ଆକ୍ଷରିକ “ଖାଦ୍ୟ” ବିଷୟରେ କହୁନାହାନ୍ତି, କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ ଏକ ଆତ୍ମିକ ଶିକ୍ଷା ସକାଶେ ଯୋହନ ୪:୩୪ରେ ପ୍ରସ୍ତୁତ କରୁଛନ୍ତି I

John 4:33

No one has brought him anything to eat, have they?

ଶିଷ୍ୟମାନେ ଭାବୁଛନ୍ତି ଯେ ଯୀଶୁ ସେମାନଙ୍କୁ ଆକ୍ଷରିକ “ଖାଦ୍ୟ” ବିଷୟରେ କହୁଅଛନ୍ତି I ସେମାନେ “ନାହିଁ” ଉତ୍ତରର ଆଶା ରଖି ପରସ୍ପରକୁ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନଗରକୁ ଯାଇଥିବା ସମୟରେ ନିଶ୍ଚୟ କେହି ତାହାଙ୍କୁ ଖାଦ୍ୟ ଆଣି ଦେଇନାହାନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

John 4:34

My food is to do the will of him who sent me and to complete his work

ଏଠାରେ “ଖାଦ୍ୟ” ଏକ ରୂପକ ଅଟେ, ଯାହା “ଈଶ୍ବରଙ୍କ ଇଚ୍ଛା ସାଧନ କରିବା” ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ଜଣେ କ୍ଷୁଧିତ ଲୋକକୁ ପରିତୃପ୍ତ କରେ, ଈଶ୍ବରଙ୍କ ଇଚ୍ଛା ସାଧନ କରିବା ବିଷୟ ମୋତେ ପରିତୃପ୍ତ କରେ” (ଦେଖ: /WA-Catalog/or_tm?section=translate#figs-metaphor)

John 4:35

Do you not say

ଏହା କ”ଣ ତୁମ୍ଭମାନଙ୍କ ଏକ ପ୍ରଚଳିତ କଥା ନୁହେଁ

look up and see the fields, for they are already ripe for harvest

“କ୍ଷେତ୍ର” ଓ ଅମଳ ନିମନ୍ତେ ପରିପକ୍ବ” ରୂପକ ଅଟନ୍ତି I “କ୍ଷେତ୍ର” ଲୋକମାନଙ୍କୁ ବୁଝାଏ I “ଅମଳ ନିମନ୍ତେ ପରିପକ୍ବ”ର ଅର୍ଥ ଯେପରି କ୍ଷେତ୍ରର ଶସ୍ୟ ଅମଳ କରିବା ନିମନ୍ତେ ପ୍ରସ୍ତୁତ, ସେପରି ଯୀଶୁଙ୍କ ସୁସମାଚାର ଗ୍ରହଣ କରିବା ନିମନ୍ତେ ଲୋକମାନେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଉର୍ଦ୍ଧକୁ ଦୃଷ୍ଟିପାତ କରି ଲୋକମାନଙ୍କୁ ଦେଖ ! ସେମାନେ ସୁସମାଚାର ବିଶ୍ବାସ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି, ଯେପରି କ୍ଷେତ୍ରର ଶସ୍ୟ ଲୋକମାନେ ଅମଳ ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

John 4:36

and gathers fruit for everlasting life

ଏଠାରେ “ଅନନ୍ତ ଜୀବନ ନିମନ୍ତେ ଫଳ” ଏକ ରୂପକ ଅଟେ, ଯାହା ଖ୍ରୀଷ୍ଟଙ୍କ ସୁସମାଚାରରେ ବିଶ୍ବାସ କରି ଅନନ୍ତ ଜୀବନ ପାଉଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅତଏବ ଯୀଶୁଙ୍କ ସୁସମାଚାରରେ ବିଶ୍ବାସ କରି ଅନନ୍ତ ଜୀବନ ପ୍ରାପ୍ତ କରୁଥିବା ଲୋକମାନେ ଅମଳକାରୀ ସଂଗ୍ରହ କରୁଥିବା ଫଳ ସଦୃଶ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

John 4:37

Connecting Statement:

ଯୀଶୁ ଆପଣା ଶିଷ୍ୟମାନଙ୍କୁ କଥା କହି ଚାଲିଛନ୍ତି I

One sows, and another harvests

“ବୁଣନ୍ତି” ଓ “କାଟନ୍ତି” ରୂପକ ଅଟନ୍ତି I ଯେ “ବୁଣେ,” ସେ ଯୀଶୁଙ୍କ ସୁସମାଚାରକୁ ପ୍ରଚାର କରେ I ଯେ “କାଟେ,” ସେ ସୁସମାଚାର ଗ୍ରହଣ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବିହନ ରୋପଣ କରେ, ଓ ଅନ୍ୟଜଣେ ଶସ୍ୟ ସଂଗ୍ରହ କରେ” (ଦେଖ: /WA-Catalog/or_tm?section=translate#figs-metaphor)

John 4:38

you have entered into their labor

ତୁମ୍ଭେମାନେ ବର୍ତ୍ତମାନ କାର୍ଯ୍ୟରେ ଯୋଗଦାନ କରୁଅଛ

John 4:39

believed in him

ଜଣକଠାରେ “ବିଶ୍ବାସ କରିବା” ଅର୍ଥ ସେହି ଲୋକଠାରେ “ଭରସା କରିବା I” ଏଠାରେ ଏହାର ଅର୍ଥ ମଧ୍ୟ ଯେ ସେ ଈଶ୍ବରଙ୍କ ପୁତ୍ର ହେବା ସେମାନେ ବିଶ୍ବାସ କଲେ I

He told me everything that I have done

ଏହା ଏକ ଅତିରଞ୍ଜିତ ବିଷୟ ଅଟେ I ଯୀଶୁ ତାହାର ବିଷୟରେ କେତେ ଅଧିକ ଜାଣିଛନ୍ତି, ସେ ବିଷୟରେ ସ୍ତ୍ରୀ ଜଣକ ପ୍ରଭାବିତ ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ସେ ମୋ ଜୀବନ ବିଷୟରେ ଅନେକ ବିଷୟ କହିଲେ” (ଦେଖ: /WA-Catalog/or_tm?section=translate#figs-hyperbole)

John 4:41

his word

ଏଠାରେ “ବାକ୍ୟ” ରୂପକ ଭାବରେ ଯୀଶୁ ଘୋଷଣା କରିଥବା ବାର୍ତ୍ତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବାର୍ତ୍ତା” (ଦେଖ: /WA-Catalog/or_tm?section=translate#figs-metonymy)

John 4:42

world

“ଜଗତ” ଶବ୍ଦ ରୂପକ ଭାବରେ ସମଗ୍ର ଜଗତରେ ବାସ କରୁଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଗତର ସମସ୍ତ ବିଶ୍ବାସୀମାନେ” (ଦେଖ: /WA-Catalog/or_tm?section=translate#figs-metonymy)

John 4:43

General Information:

ଯୀଶୁ ଗାଲୀଲୀ ନଗରକୁ ଯାଇ ଜଣେ ବାଳକକୁ ସୁସ୍ଥ କରୁଛନ୍ତି I ୪୪ ପଦ ଯୀଶୁ ପୂର୍ବରୁ କହିଥିବା ବିଷୟର ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: /WA-Catalog/or_tm?section=translate#writing-background)

from there

ଯିହୂଦା ପ୍ରଦେଶରୁ

John 4:44

For Jesus himself declared

ଯୀଶୁ ଏହା “ପ୍ରକାଶ କରିଥିଲେ” ବା “କହିଥିଲେ” ସଦୃଶ ଗୁରୁତ୍ବ ଦେବା ନିମନ୍ତେ ସ୍ବୟଂବାଚକ ସର୍ବନାମ “ଆପଣା” ସଂଯୁକ୍ତ କରାଯାଇଛି I ତୁମେ ତୁମ ଭାଷାରେ ଏପରି ଅନୁବାଦ କର, ଯେପରି ଜଣେ ବ୍ୟକ୍ତି ପ୍ରତି ତାହା ଗୁରୁତ୍ବ ଦେବ I (ଦେଖ: /WA-Catalog/or_tm?section=translate#figs-rpronouns)

a prophet has no honor in his own country

ଲୋକମାନେ ସେମାନଙ୍କ ନିଜ ଦେଶର ଭାବବାଦୀଙ୍କୁ ସମ୍ମାନ ବା ଆଦର କରନ୍ତି ନାହିଁ କିମ୍ବା “ଜଣେ ଭାବବାଦୀ ନିଜ ସମାଜରେ ଲୋକମାନଙ୍କ ଦ୍ବାରା ସମ୍ମାନିତ ହୁଅନ୍ତି ନାହିଁ”

John 4:45

at the festival

ଏଠାରେ ଉଲ୍ଲେଖିତ ନିସ୍ତାରପର୍ବ ଅଟେ I

John 4:46

Now

ବିବରଣୀର ମୁଖ୍ୟଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଓ ବିବରଣୀର ଏକ ନୂଆ ଅଂଶକୁ ପ୍ରକଶ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏପରି କିଛି କରିବାର ଥାଏ, ତୁମେ ତାହା କରିବାକୁ ଚିନ୍ତା କରିପାର I

royal official

ଯେଉଁ ବ୍ୟକ୍ତି ରାଜାଙ୍କ ସେବାରେ ଥାଏ

John 4:48

Unless you see signs and wonders, you will not believe

ନ ଦେଖିଲେ ...ବିଶ୍ବାସ କରିବା ନାହିଁ, ଏଠାରେ ଏହା ଏକ ଯୁଗ୍ମ ନକାରାତ୍ମକ ବିଷୟ ଅଟେ I କେତେକ ଭାଷାରେ ଏହି ଉକ୍ତିକୁ ସକାରାତ୍ମକ ଭାବରେ ଅନୁବାଦ କରିବା ଅଧିକ ସ୍ବାଭାବିକ ହୋଇଥାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏକ ଆଶ୍ଚର୍ଯ୍ୟକର୍ମ ଦେଖିଲେ କେବଳ ବିଶ୍ବାସ କରିବ” (ଦେଖ: /WA-Catalog/or_tm?section=translate#figs-doublenegatives)

John 4:50

believed the word

ଏଠାରେ “ବାକ୍ୟ” ରୂପକ ଭାବରେ ଯୀଶୁ କହିଥିବା ବାର୍ତ୍ତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସୁସମାଚାରରେ ବିଶ୍ବାସ କର” (ଦେଖ: /WA-Catalog/or_tm?section=translate#figs-metonymy)

John 4:51

While

ଏକା ସମୟରେ ଘଟୁଥିବା ଦୁଇଟି ଘଟଣାକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ରାଜ କର୍ମଚାରୀ ଗୃହକୁ ଯାଉଥିବା ସମୟରେ, ତାହାଙ୍କ ଦାସମାନେ ଆସି ତାହାଙ୍କୁ ପଥ ମଧ୍ୟରେ ଭେଟିଲେ I

John 4:53

So he himself and his whole household believed

ଏଠାରେ “ସେ” ଶବ୍ଦକୁ ଗୁରୁତ୍ବ ଦେବା ନିମନ୍ତେ ସ୍ବୟଂବାଚକ ସର୍ବନାମ “ଆପଣା” ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏପରି କିଛି କରିବାର ଥାଏ, ତୁମେ ତାହା କରିବାକୁ ଚିନ୍ତା କରିପାର I

John 4:54

sign

ଆଶ୍ଚର୍ଯ୍ୟକର୍ମକୁ “ଚିହ୍ନ” ମଧ୍ୟ କୁହାଯାଇ ପାରିବ, କାରଣ ସେଗୁଡିକ ପ୍ରମାଣ ଭାବରେ ବ୍ୟବହାର କରାଯାଏ ଯେ ଈଶ୍ବର ସର୍ବଶକ୍ତିମାନ୍ ଅଟନ୍ତି, ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I