Matthew 6

ମାଥିଉ 0୬ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ମାଥିଉ ୬ ଯୀଶୁଙ୍କ “ପାର୍ବତ୍ୟ ଉପଦେଶ” ଭାବେ ପରିଚିତ ଶିକ୍ଷାକୁ ଜାରି ରଖିଛି I

ତୁମେ ହୁଏତ ମାଥିଉ ୬:୯-୧୧ ରେ ଥିବା ପ୍ରାର୍ଥନାକୁ ପୃଥକକରି ଅତିରିକ୍ତ ଶାସ୍ତ୍ରରେ ପୃଷ୍ଠାର ଡାହାଣ ପାର୍ଶ୍ବର ଦୁରରେ ଉଲ୍ଲେଖ କରିବା ନିମନ୍ତେ ଇଛା କରିପାର I

ଯୀଶୁ ଏହି ଉପଦେଶରେ ଅନେକ ବିଭିନ୍ନ ବିଷୟରେ କହୁଥିଲେ, ତେଣୁ ତୁମେ ହୁଏତ ଶାସ୍ତ୍ରରେ ଖାଲି ଗାର ଟାଣିବା ଦ୍ବାରା ପାଠକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଛା କରିପାର, ଯେତେବେଳେ ଯୀଶୁ ବିଷୟରେ ପରିବର୍ତ୍ତନ କରୁଛନ୍ତି I

Matthew 6:1

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର”ରେ ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପାର୍ବତ୍ୟ ଉପଦେଶ ଶିକ୍ଷାଦେବା ଜାରି ରଖିଛନ୍ତି, ଯାହା ମାଥିଉ [ମାଥିଉ ୫:୩] (../05/03.md)ରେ ଆରମ୍ଭ ହୋଇଥିଲା I ଏହି ଭାଗରେ, ଯୀଶୁ ଦାନ, ପ୍ରାର୍ଥନା ଓ ଉପବାସ ଦ୍ବାରା “ଧାର୍ମିକର ଧର୍ମକର୍ମ” ବିଷୟରେ ଶିକ୍ଷା ଦେଉଛନ୍ତି I

before people to be seen by them

ଏହା ସୁଚିତ କରେ ଯେ ଯେଉଁମାନେ ଜଣେ ବ୍ୟକ୍ତିକୁ ଦେଖନ୍ତି ତାହାକୁ ସମ୍ମାନ ଦେବେ I ଏହାକୁ କର୍ତ୍ତାବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ସମ୍ମୁଖରେ ତୁମେ ଯାହା କରିଅଛ ସେଥିନିମନ୍ତେ ତୁମମାନଙ୍କ ଦେଖିଲା ପରି ତୁମକୁ ସମ୍ମାନ ଦିଅନ୍ତି” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 6:2

do not sound a trumpet before yourself

ଏହି ରୁପକର ଅର୍ଥ ଏପରି କିଛି କରିବା ଯାହା ଉଦେଶ୍ବମୁଳକ ଭାବେ ଲୋକମାନଙ୍କ ଧ୍ୟାନଆକର୍ଷଣ କରିବା I ଅନ୍ୟ ଏକ ଅନୁବାଦରେ: “ଅନ୍ୟମାନଙ୍କ ପରି ଆପଣା ପ୍ରତି ଧ୍ୟାନ ଆକର୍ଷଣ କରନାହି ଯେଉଁମାନେ ଏକ ଜନସମୁହରେ ତୁରୀ ବଜାନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

Truly I say to you

ମୁଁ ତୁମକୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ଯାହା କହୁଛନ୍ତି ତାହା ଗୁରୁତ୍ଵାରୋପ କରେ I

Matthew 6:3

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେ ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଦାନ ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି I

do not let your left hand know what your right hand is doing

ଏହା ସମ୍ପୁର୍ଣ୍ଣ ଗୁପ୍ତ ରଖିବା ନିମନ୍ତେ ଏକ ରୁପକ ଅଟେ I ଯେପରି ହସ୍ତ ସାଧାରଣତଃ ଏକତ୍ର କାର୍ଯ୍ୟ କରନ୍ତି ଓ ସବୁସମୟରେ ଅନ୍ୟଟି କଣ କରୁଛି “ଜାଣିବା” ନିମନ୍ତେ କୁହାଯାଏ, ଯେତେବେଳେ ତୁମେ ଗରିବକୁ ଦାନ ଦେଉଛ ତୁମର ଅତିଘନିଷ୍ଠ ହେଲେହେଁ ଜଣାଅ ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 6:4

your gift may be given in secret

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ତୁମେମାନେ ଅନ୍ୟ ଲୋକମାନଙ୍କ ଅଜଣାତାରେ ଗରିବଙ୍କୁ ଦାନ କରିପାର” (ଦେଖ: /WA-Catalog/or_tm?section=translate#figs-activepassive)

Matthew 6:5

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I ୫ ଓ ୭ ପଦର ସମସ୍ତ ଘଟଣାରେ “ତୁମେ” ଏବଂ “ତୁମ୍ଭର” ବହୁବାଚକ ଅଟନ୍ତି; ୬ ପଦରେ ସେଗୁଡିକ ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ହୋଇ ପାରନ୍ତି I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ପ୍ରାର୍ଥନା ସମ୍ବନ୍ଧରେ ଶିକ୍ଷାଦେବା ଆରମ୍ଭ କରୁଛନ୍ତି I

so that they may be seen by people

ଏହା ସୁଚିତ କରେ ଯେ ଯେଉଁମାନେ ସେମାନଙ୍କୁ ଦେଖନ୍ତି ସେମାନଙ୍କୁ ସମ୍ମାନ ଦିଅନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯେପରି ଲୋକମାନେ ତାହାଙ୍କୁ ଦେଖିବେ ଓ ସମ୍ମାନ ଦେବେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-activepassive)

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ ଯାହା କହନ୍ତି ତାହାର ଗୃରୁତ୍ବ ଦିଏ I

Matthew 6:6

enter your inner chamber. Shut the door

ତୁମ୍ଭର ଗୁପ୍ତ କୋଠାରୀରେ ପ୍ରବେଶ କର, ନତୁବା “ ତୁମ୍ଭେ ଯେଉଁଠାରେ ଏକାକି ଅନୁଭବ କରିବ ସେହି ସ୍ଥାନକୁ ଯାଅ”

Father who is in secret

ସମ୍ଭାବିତ ଅର୍ଥଗୁଡିକ ୧) ଈଶ୍ବରଙ୍କୁ କହି ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ଅଦୃଶ୍ବ ଅଟନ୍ତି” କିମ୍ବା ୨) “ଈଶ୍ବର ପ୍ରାର୍ଥନାରତ ବ୍ୟକ୍ତି ସହିତ ସେହି ଗୁପ୍ତସ୍ଥାନରେ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯେ ତୁମ୍ଭମାନଙ୍କ ସହିତ ଗୋପନରେ ଅଛନ୍ତି “

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

your Father who sees in secret

ଆଉ ତୁମ୍ଭର ପିତା ଯେ ତୁମ୍ଭେ ଗୋପନରେ କ”ଣ କରୁଛ ଦେଖନ୍ତି ଓ

Matthew 6:7

do not make useless repetitions

ସାମ୍ଭାବିତ ଅର୍ଥଗୁଡିକ ୧) ପୁନ୍ନରୁକ୍ତି ଅଯଥାର୍ଥ ଅଟେ I ଅନ୍ୟ ଏକ ଅନୁବାଦରେ: ଅନର୍ଥକ ପୁନ୍ନରୁକ୍ତି କରନାହିଁ” କିମ୍ବା ୨) ଶବ୍ଦ କିମ୍ବା ବାକ୍ୟ ଉଚ୍ଚାରଣ ଗୁଡିକ ନିରର୍ଥକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଅଯଥାର୍ଥ ବାକ୍ୟଗୁଡିକ ପୁନ୍ନରୁକ୍ତି କରନାହିଁ”

they will be heard

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ମିଥ୍ୟା ଦେବଗଣ ସେମାନଙ୍କ ପ୍ରାର୍ଥନା ଶୁଣିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 6:8

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କିପରି ପ୍ରାର୍ଥନା କରିବା ଉଚିତ ସେହି ବିଷୟରେ କହୁଛନ୍ତି I ପ୍ରଥମ ବାକ୍ୟରେ “ତୁମେ” ଏବଂ “ତୁମ୍ଭର” ଶବ୍ଦଗୁଡିକ ବହୁବାଚକ ଅଟନ୍ତି I ପ୍ରାର୍ଥନା ମଧ୍ୟରେ, “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକ ଏକବଚନ ଅଟନ୍ତି ଓ ଏହା ଈଶ୍ବରଙ୍କୁ, ଅର୍ଥାତ୍ “ଆମ୍ଭମାନଙ୍କର ସ୍ବର୍ଗସ୍ତ ପିତା”ଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Father

ଈଶ୍ବରଙ୍କ ନିମନ୍ତେ ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 6:9

Our Father in heaven

ଏହା ଈଶ୍ବରଙ୍କୁ ସମ୍ବୋଧନ କରିବା ନିମନ୍ତେ ଯୀଶୁ କିପରି ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ଓ ପ୍ରାର୍ଥନାର ଆରମ୍ଭ ଅଟେ I

may your name be honored as holy

ଏଠାରେ “ତୁମ୍ଭର ନାମ” ସ୍ବୟଂ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତେକେ ତୁମ୍ଭଙ୍କୁ ଗୌରବ କରନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 6:10

May your kingdom come

ଏଠାରେ ”ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଉପରେ ଓ ସମ୍ପୁର୍ଣ ବିଷୟରେ ତୁମ୍ଭର ରାଜ୍ୟ ଆସୁ” (ଦେଖ: /WA-Catalog/or_tm?section=translate#figs-metonymy)

May your will be done on earth as it is in heaven

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସ୍ବର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 6:11

General Information:

ଏହା ପ୍ରାର୍ଥନାର ଅଂଶ ଅଟେ ଯାହା ଯୀଶୁ ଲୋକମାନଙ୍କୁ ଶିଖାଉଥିଲେ I “ଆମ୍ଭେ”, “ଆମ୍ଭମାନଙ୍କୁ” ଓ “ଆମ୍ଭମାନଙ୍କର” ସମସ୍ତ ଦୃଷ୍ଟାନ୍ତ ସେମାନଙ୍କୁ ବୁଝାଏ ଯେଉଁମାନେ ଏହି ପ୍ରାର୍ଥନା କରିବେ I ସେହି ଶବ୍ଦଗୁଡିକ ଇଶ୍ବରଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେଁ, ଯାହାଙ୍କ ଉଦ୍ଦେଶ୍ୟରେ ସେମାନେ ପ୍ରାର୍ଥନା କରିବେ I (ଦେଖ: /WA-Catalog/or_tm?section=translate#figs-exclusive)

daily bread

ଏଠାରେ “ଆହାର” ସାଧାରଣ ଖାଦ୍ୟକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-synecdoche)

Matthew 6:12

debts

ଜଣେବ୍ୟକ୍ତି ଅନ୍ୟଜଣକ ନିକଟରେ ଯାହା ପ୍ରତିଜ୍ଞା କରେ ତାହା ଏକ ଅପରାଧ ଅଟେ I ଏହା ପାପ ନିମନ୍ତେ ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

our debtors

ସେହି ବ୍ୟକ୍ତି ଅପରାଧୀ ଅଟେ ଯେ ଅନ୍ୟଜଣେ ବ୍ୟକ୍ତିଠାରେ କରଜ ନିମନ୍ତେ ପ୍ରତିଜ୍ଞା କରେ I ଏହା ଯେଉଁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ପାପ କରିଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 6:13

Do not bring us into temptation

“ପ୍ରଲୋଭନ” ଶବ୍ଦ ଏକ ହୀନ ସଂଜ୍ଞା, ଭାବବାଚକ କ୍ରିୟାପଦ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପରୀକ୍ଷାରେ ଆମ୍ଭ ମାନଙ୍କୁ ଆଣ ନାହିଁ” କିମ୍ବା “ଆମ୍ଭମାନଙ୍କୁ ପାପକରିବା ନିମନ୍ତେ ପ୍ରଲୋଭନର କାରଣ ନକର” (ଦେଖ: /WA-Catalog/or_tm?section=translate#figs-abstractnouns)

Matthew 6:14

General Information:

“ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I ଯାହାହେଉ, ସେମାନଙ୍କ ପ୍ରତି କ”ଣସବୁ ଘଟିବ ତାହା ସେମାନଙ୍କୁ କହୁଛନ୍ତି ଯଦି ପ୍ରତ୍ୟେକବ୍ୟକ୍ତି ଅନ୍ୟମାନଙ୍କୁ କ୍ଷମା ନକରନ୍ତି I (ଦେଖ: /WA-Catalog/or_tm?section=translate#figs-you)

their trespasses

ଭାବବାଚକ ବିଶେଷ୍ଵ “ଅପରାଧ” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅପରାଧ କରନ୍ତି” (ଦେଖ: /WA-Catalog/or_tm?section=translate#figs-abstractnouns)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 6:15

their trespasses ... your trespasses

ଭାବବାଚକ ବିଶେଷ୍ଵ “ଅପରାଧ” କ୍ରିୟାପଦ ଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ସେମାନେ ତୁମମାନଙ୍କ ବିରୁଦ୍ଧରେ ଅପରାଧ କରନ୍ତି ... ଯେପରି ତୁମ୍ଭେମାନେ ଈଶ୍ବରଙ୍କ ବିରୁଦ୍ଧରେ ଅପରାଧ କରିଅଛ” କିମ୍ବା ଯେପରି ସେମାନେ ତୁମର କ୍ଷତି କରନ୍ତି ... ଯେପରି ତୁମମାନଙ୍କ କାର୍ଯ୍ୟ ତୁମମାନଙ୍କ ପିତାଙ୍କୁ କ୍ରୋଧିତ କରେ” (ଦେଖ: /WA-Catalog/or_tm?section=translate#figs-abstractnouns)

Matthew 6:16

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହନ୍ତି I ୧୬ ପଦର ସମସ୍ତ ଘଟଣାରେ “ତୁମେ” ବହୁବାଚକ ଅଟନ୍ତି I ୧୭ ଓ ୧୮ ପଦରେ ଯେଉଁଠାରେ ଯୀଶୁ ଉପବାସ କରିବା ସମୟରେ ସେମାନେ କିପରି ଆଚରଣ କରିବେ ସେମାନଙ୍କୁ ଶିକ୍ଷା ଦିଅନ୍ତି, ସମସ୍ତ ଘଟଣାର “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକ ଏକବଚନ ଅଟନ୍ତି I କେତେକ ଭାଷାରେ “ତୁମେ”ର ବ୍ୟବହାର ହୁଏତ ବହୁବାଚକ ହୋଇପାରେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ଉପବାସ କରିବା ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

they disfigure their faces

କପଟୀମାନେ ସେମାନଙ୍କ ମୁଖ ପ୍ରକ୍ଷାଳନ କରନ୍ତି ନାହି କିମ୍ବା କେଶ ସଜାଡନ୍ତି ନାହି I ସେମାନେ ଉଦ୍ଦେଶ୍ବମୁଳକ ଭାବେ ଆପଣା ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା କରନ୍ତି ଯେହେତୁ ଲୋକମାନେ ସେମାନଙ୍କୁ ଦେଖିବେ ଏବଂ ସେମାନଙ୍କୁ ଉପବାସ କରୁଥିବା ନିମନ୍ତେ ସମ୍ମାନିତ କରିବେ I

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବାକ୍ୟାଂଶଟି ଯୀଶୁ ପରବର୍ତ୍ତୀ କ”ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

Matthew 6:17

anoint your head

ତୁମ୍ଭ ମସ୍ତକରେ ତୈଳ ଲଗାଅ କିମ୍ବା “ ତୁମର କେଶକୁ ସୁସଜ୍ଜିତ ରଖ” I ଏଠାରେ ମସ୍ତକ “ଅଭିଶିକ୍ତ” କରିବା ଅର୍ଥ ଜଣେ ନିଜର କେଶର ଉପଯୁକ୍ତ ଯତ୍ନ ନେବାକୁ ବୁଝାଏ I ଏହା “ଅଭିଷିକ୍ତ” ଅର୍ଥରେ “ଖ୍ରୀଷ୍ଟ”ଙ୍କ ସହିତ କୌଣସି ସମ୍ଭନ୍ଧ ରଖେନାହିଁ I ଯୀଶୁଙ୍କ ଅର୍ଥରେ ଲୋକମାନେ ଉପବାସ କରନ୍ତୁ କି ନାହିଁ ସେମାନେ ପ୍ରକୃତରେ ସମାନ ଦେଖାଯିବା ଉଚିତ I

Matthew 6:18

Father who is in secret

ସାମ୍ଭାବିତ ଅର୍ଥଗୁଡିକ ୧) କେହି ଈଶ୍ବରଙ୍କୁ ଦେଖି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: “ ପିତା, ଯେ ଅଦୃଶ୍ୟ ଅଟନ୍ତି” କିମ୍ବା ୨) ଯେଉଁ ବ୍ୟକ୍ତି ଗୋପନରେ ଉପବାସ କରନ୍ତି ଈଶ୍ବର ସେହି ବ୍ୟକ୍ତି ସହିତ ରହନ୍ତି I ଅନ୍ୟ ଏକ ଅନୁବାଦରେ: “ପିତା, ଯି ଗୋପନରେ ତୁମ ସହିତ ରହନ୍ତି” ଦେଖ ତୁମେ ଏହାକୁ ମାଥିଉ ୬:୬ରେ କିପରି ଅନୁବାଦ କରିଅଛ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

who sees in secret

ତୁମେ ଗୋପନରେ କ”ଣ କରୁଛ ଯେ ଦେଖନ୍ତି I ଦେଖ ତୁମେ ଏହାକୁ ମାଥିଉ ୬:୬ରେ କିପରି ଅନୁବାଦ କରିଅଛ I

Matthew 6:19

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହନ୍ତି I ୨୧ ପଦକୁ ଛାଡିଦେଲେ, “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକର ସମସ୍ତ ବ୍ୟବାହର ବହୁବାଚକ ଅଟନ୍ତି I କେତେକ ଭାଷାରେ “ତୁମେ” ଓ “ତୁମର” ବ୍ୟବହାର ହୁଏତ ବହୁାବଚକ ହୋଇପାରେ I (ଦେଖ: /WA-Catalog/or_tm?section=translate#figs-you)

Connecting Statement:

ଯୀଶୁ ଧନ ଓ ପ୍ରଭୁତ୍ବ ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

treasures

ଧନ, ଯାହା ଜଣେବ୍ୟକ୍ତି ବହୁତ ମୁଲ୍ୟବାନ ବିବେଚନା କରେ

where moth and rust destroy

ତାହାକୁ କୀଟ ଓ କଳଙ୍କ କ୍ଷୟ କରେ

moth

ଏକ ଛୋଟ କୀଟ ଯାହା ବସ୍ତ୍ର ନଷ୍ଟ କରିଦିଏ

rust

ଏକ ବାଦାମୀ ଉପାଦାନ ଯାହା ଧାତୁରେ ପରିଣତ କରେ

Matthew 6:20

store up for yourselves treasures in heaven

ଏହା ଏକ ରୁପକ ଅଟେ ଯାହାର ଅର୍ଥ ପୃଥିବୀରେ ଉତ୍ତମ କାର୍ଯ୍ୟ କର ଯାହାଫଳରେ ଈଶ୍ବର ତୁମମାନଙ୍କୁ ସ୍ବର୍ଗରେ ପୁରସ୍କୃତ କରିବେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 6:21

there will your heart be also

ଏଠାରେ “ହୃଦୟ” ଅର୍ଥ ଜଣେ ବ୍ୟକ୍ତିର ଭାବନା ଓ ଉଦବେଗକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

Matthew 6:22

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକର ସମସ୍ତ ବ୍ୟବହାର ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ହେବା ଆବଶ୍ବକ ହୋଇପାରେ I (ଦେଖ: /WA-Catalog/or_tm?section=translate#figs-you)

The eye is the lamp of the body ... with light

ଏହା ନିର୍ମଳ ଚକ୍ଷୁ ସହିତ ତୁଳନା କରାଯାଇଛି ଯାହା ଜଣେ ବ୍ୟକ୍ତିକୁ ଚକ୍ଷୁ ରୋଗାକ୍ରାନ୍ତ ଦେଖିବା ନିମନ୍ତେ ଅନୁମତି ଦିଏ ଯାହା ଜଣେ ବ୍ୟକ୍ତିର ଅନ୍ଧତ୍ବର କାରଣ ହୁଏ I ଏହା ଆତ୍ମିକ ସ୍ବାସ୍ଥ୍ୟକୁ ବୁଝାଇବା ନିମନ୍ତେ ଏକ ରୁପକ ଅଟେ I ଯିହୁଦୀ ଲୋକମାନେ ସର୍ବଦା ମନ୍ଦ ଅଭିଳାଷକୁ ସୁଚାଇବା ନିମନ୍ତେ “ମନ୍ଦଦୃଷ୍ଟି” ବାକ୍ୟାଂଶ ବ୍ୟବହାର କଲେ I ଏହାର ଅର୍ଥ ଯେ ଯଦି ଜଣେବ୍ୟକ୍ତି ସମ୍ପୁର୍ଣ୍ଣଭାବେ ଈଶ୍ବରଙ୍କ ପ୍ରତି ଆଶ୍ରିତ ଓ ଈଶ୍ବର ଯେପରି କାର୍ଯ୍ୟ କରନ୍ତି ସେହିପରି ଦୃଷ୍ଟିପାତ କିମ୍ବା ବିବେଚନା କରେ, ତେବେ ସେ ଯାହା ଉପଯୁକ୍ତ ତାହା କରେ I ଯଦି ଜଣେବ୍ୟକ୍ତି ଅଧିକ ଲାଳାୟିତ ହୁଏ, ତେବେ ସେ ଯାହା ମନ୍ଦ ତାହା କରୁଅଛି I (ଦେଖ:/WA-Catalog/or_tm?section=translate#figs-metaphor)

The eye is the lamp of the body

ଏହି ରୁପକର ଅର୍ଥ ଯେ ଯେପରି ପ୍ରଦୀପ ଜଣେବ୍ୟକ୍ତିକୁ ଅନ୍ଧାରରେ ଆଲୋକ ଦେଖିବା ନିମନ୍ତେ ସାହାଯ୍ୟ କରେ ସେହିପରି ଚକ୍ଷୁ ଜଣେ ମନୁଷ୍ୟକୁ ଦେଖିବା ନିମନ୍ତେ ସାହାଯ୍ୟ କରେ I ଅନ୍ୟ ଏକ ଅନୁବାଦରେ: “ପ୍ରଦୀପ ସଦୃଶ, ଚକ୍ଷୁ ସ୍ପଷ୍ଟଭାବେ ଦେଖିବାରେ ସାହାଯ୍ୟ କରେ” (ଦେଖ: /WA-Catalog/or_tm?section=translate#figs-metaphor)

eye

ତୁମେ ହୁଏତ ଏହାକୁ ବହୁବାଚକ ଭାବରେ “ଚକ୍ଷୁଦ୍ବୟ” ଅନୁବାଦ କରିପାରିବ I”

Matthew 6:23

But if your eye ... how great is that darkness

ଏହା ନିର୍ମଳ ଚକ୍ଷୁ ସହିତ ତୁଳନା କରାଯାଇଛି ଯାହା ଜଣେବ୍ୟକ୍ତିକୁ ରୋଗାଗ୍ରସ୍ତ ଚକ୍ଷୁକୁ ଦେଖିବା ନିମନ୍ତେ ସାହାଯ୍ୟ କରେ I ଏହି ରୁପକ ଆତ୍ମିକ ସ୍ବାସ୍ଥ୍ୟକୁ ବୁଝାଏ I ସର୍ବଦା ଯିହୁଦୀ ଲୋକମାନେ ଲାଳାୟିତ ହେବା ନିମନ୍ତେ ବୁଝାଇବାକୁ ଯାଇ “ମନ୍ଦ ଦୃଷ୍ଟି” ବାକ୍ୟାଂଶକୁ ବ୍ୟବହାର କରନ୍ତି ତାହା I ଏହାର ଅର୍ଥ ଯେ ଯଦି ଜଣେବ୍ୟକ୍ତି ସମ୍ପୁର୍ଣ୍ଣ ଭାବେ ଈଶ୍ବରଙ୍କଠାରେ ଆଶ୍ରିତ ଓ ଦେଖେ କିମ୍ବା ଯେପରି ଈଶ୍ବର କାର୍ଯ୍ୟ କରନ୍ତି ସେପରି କରେ, ତେବେ ସେ ଯାହା ଉତ୍ତମ ତାହା କରେ I ଯଦି ଜଣେବ୍ୟକ୍ତି ଅଧିକ ଲାଳାୟିତ ଅଟେ, ତେବେ ଯାହା ମନ୍ଦ ତାହା ସେ କରୁଅଛି I (ଦେଖ: /WA-Catalog/or_tm?section=translate#figs-metaphor)

if your eye is bad

ଏହା କୌଣସି ଗଣକତାକୁ ବୁଝାଏ ନୁହେଁ I ଯିହୁଦୀ ଲୋକମାନେ ସର୍ବଦା ଜଣେ ଲାଳାୟିତ ବ୍ୟକ୍ତିଙ୍କ ନିମନ୍ତେ ଏହି ରୁପକ ବ୍ୟବହାର କରୁଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

if the light that is in you is actually darkness, how great is that darkness!

ଯଦି ତୁମର ଶରୀରରେ ପ୍ରଦୀପ ପରିବର୍ତ୍ତେ ଅନ୍ଧକାର ଅଛି, ତେବେ ତୁମର ଶରୀର ସମ୍ପୁର୍ଣ୍ଣରୁପେ ଅନ୍ଧକାରରେ ଅଛି

Matthew 6:24

for either he will hate the one and love the other, or else he will be devoted to one and despise the other

ଏହି ଉଭୟ ବାକ୍ୟାଂଶର ଅର୍ଥ ସାଧାରଣତଃ ସମାନ ଅଟେ I ସେମାନେ ଗୁରୁତ୍ବାରୋପ କରନ୍ତି ଯେ ଜଣେବ୍ୟକ୍ତି ଉଭୟ ଈଶ୍ବର ଓ ଧନକୁ ଏକସମୟରେ ଅନୁରକ୍ତ ହୋଇପାରିବନାହିଁ I (ଦେଖ: /WA-Catalog/or_tm?section=translate#figs-parallelism)

You cannot serve God and wealth

ତୁମେ ଏକସମୟରେ ଈଶ୍ବର ଓ ଧନକୁ ପ୍ରେମ କରିପାରିବ ନାହିଁ

Matthew 6:25

General Information:

ଏଠାରେ “ତୁମେ” ଓ “ତୁମ୍ଭର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ଉପରେ ଗରୁତ୍ବାରୋପ କରେ I

to you

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I

is not life more than food, and the body more than clothes?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ ବାସ୍ତବରେ ଭକ୍ଷ ଅପେକ୍ଷା ଜୀବନ, ଓ ତୁମର ବସ୍ତ୍ର ଅପେକ୍ଷା ତୁମର ଶରୀର I” କିମ୍ବା “ଜୀବନରେ କେତେଗୁଡିଏ ବିଷୟ ସ୍ପଷ୍ଟଭାବେ ଭକ୍ଷ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଅଟନ୍ତି, ଓ ଶରୀର ସମ୍ପର୍କେ କେତେଗୁଡିଏ ବିଷୟ ବସ୍ତ୍ର ଅପେକ୍ଷା ଶ୍ରେୟସ୍କର ଅଟନ୍ତି I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 6:26

barns

ଶସ୍ୟ ସଞ୍ଚୟ କରିବା ନିମନ୍ତେ ସ୍ଥାନ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Are you not more valuable than they are?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମେମାନେ ପକ୍ଷୀମାନଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 6:27

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମ୍ଭର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-you)

Which one of you by being anxious can add one cubit to his lifespan?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରିଛନ୍ତି I ଏଠାରେ “ଆୟୁ ଦଣ୍ଡେ ବୃଦ୍ଧି କରିବା” ଜଣେ ଲୋକ କେତେକାଳ ବଞ୍ଚିବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରେ କେହିଜଣେ, ଚିନ୍ତା କରି କରି, ଆପଣା ଆୟୁ ଦଣ୍ଡେ ବୃଦ୍ଧି କରି ପାରେ I ତୁମ୍ଭେ ଏପରିକି ଗୋଟିଏ ମିନିଟ୍ ଆୟୁ ଯୋଗ କରିପାରିବ ନାହିଁ ! ଏଣୁ ତୁମ୍ଭେ ଯେଉଁ ବିଷୟ ଗୁଡିକ ଆବଶ୍ୟକ କର ସେ ବିଷୟରେ ଚିନ୍ତା କରନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-metaphor)

one cubit

ଦଣ୍ଡେ ଅଦ୍ଧ କିଲୋମିଟର ଠାରୁ ଟିକେ କମ ଅଟେ I (ଦେଖ: /WA-Catalog/or_tm?section=translate#translate-bdistance)

Matthew 6:28

Why are you anxious about clothing?

ଯୀଶୁ ଲୋକମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ କ”ଣ ପିନ୍ଧିବ ସେଥିନିମନ୍ତେ ଚିନ୍ତା କରନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

Think about

ବିବେଚନା କର

lilies ... They do not work, and they do not spin cloth

ଯୀଶୁ କ୍ଷେତ୍ରର ପୁଷ୍ପ ଗୁଡିକ ବିଷୟରେ କହୁଛନ୍ତି ଯେପରି ସେମାନେ ଲୋକମାନେ ଥିଲେ ଯେଉଁମାନେ ବସ୍ତ୍ର ପିନ୍ଧନ୍ତି I କ୍ଷେତ୍ରରେ ଥିବା ସୁନ୍ଦର ଓ ରଙ୍ଗବେରଙ୍ଗର ଫୁଲଗୁଡିକ ନିମନ୍ତେ ପୁଷ୍ପଗୁଡିକର ବସ୍ତ୍ରାନ୍ବିତ ହେବା ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-personification/WA-Catalog/or_tm?section=translate#figs-metaphor)

lilies

କଇଁ ଫୁଲ ଏକପ୍ରକାର ବନ ଫୁଲ ଅଟେ I (ଦେଖ: /WA-Catalog/or_tm?section=translate#translate-unknown)

Matthew 6:29

even Solomon ... was not clothed like one of these

ଯୀଶୁ କ୍ଷେତ୍ରର କଇଁ ଫୁଲଗୁଡିକ ବିଷୟରେ କହୁଛନ୍ତି ଯେପରି ସେଗୁଡିକ ଲୋକମାନଙ୍କ ପରି ବସ୍ତ୍ର ପିନ୍ଧନ୍ତି I କ୍ଷେତ୍ରରେ ଥିବା ଗଚ୍ଛଗୁଡିକର ସୁନ୍ଦରତା ଓ ରଙ୍ଗବେରଙ୍ଗର ଫୁଲଗୁଡିକ ନିମନ୍ତେ ପୁଷ୍ପଗୁଡିକର ବସ୍ତ୍ରାନ୍ବିତ ଜେଵ ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-personification/WA-Catalog/or_tm?section=translate#figs-metaphor)

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I

was not clothed like one of these

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ସେମାନେ ପୁଷ୍ପ ସଦୃଶ ବସ୍ତ୍ର ପରିଧାନ କରନ୍ତିନାହିଁ “ (ଦେଖ: /WA-Catalog/or_tm?section=translate#figs-activepassive)

Matthew 6:30

so clothes the grass in the fields

ଯୀଶୁ ପୁଷ୍ପମାନଙ୍କ ବିଷୟରେ ଶିକ୍ଷା ଜାରୀ ରଖିଛନ୍ତି ଯେପରି ସେମାନେ ଲୋକମାନଙ୍କ ସଦୃଶ ବସ୍ତ୍ର ପରିଧାନ କରନ୍ତି I ଗଚ୍ଛଗୁଡିକ ସୁନ୍ଦର ଓ ରଙ୍ଗବେରଙ୍ଗର ଫୁଲ ନିମନ୍ତେ ପୁଷ୍ପଗୁଡିକ ବସ୍ତ୍ରାନ୍ବିତ ହେବା ଏକ ରୁପକ ଅଟେ I (ଦେଖ: /WA-Catalog/or_tm?section=translate#figs-personification/WA-Catalog/or_tm?section=translate#figs-metaphor)

grass

ଯଦି ତୁମ ଭାଷାରେ “ଘାସ” କୁ ସଂଯୁକ୍ତ କରୁଥିବା ଶବ୍ଦ ଓ ଯେଉଁ “ପୁଷ୍ପ” ନିମନ୍ତେ ପୂର୍ବ ପଦରେ ବ୍ୟବହୃତ ଶବ୍ଦ ଥାଏ, ତେବେ ତୁମେ ଏହାକୁ ଏହି ସ୍ଥାନରେ ବ୍ୟବହାର କରିପାରିବ I

is thrown into the oven

ସେହି ସମୟରେ ଯିହୁଦୀମାନେ ସେମାନଙ୍କର ଖାଦ୍ୟ ରନ୍ଧନ ନିମନ୍ତେ ଘାସ ବ୍ୟବହାର କରୁଥିଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ଏହାକୁ ଅଗ୍ନିରେ ନିକ୍ଷେପ କରନ୍ତି ” କିମ୍ବା “କେହିଜଣେ ଏହାକୁ ଜାଳି ଦିଅନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

how much more will he clothe you ... faith?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ଈଶ୍ବର ସେମାନଙ୍କର ଆବଶ୍ୟକତା ଯୋଗାଇବେ I ଅନ୍ୟ ଏକ ଅନୁବାଦରେ: “ସେ ନିଶ୍ଚୟ ତୁମ୍ଭଙ୍କୁ ବସ୍ତ୍ରାନ୍ବିତ କରିବେ… ବିଶ୍ବାସ କର I” (ଦେଖ: /WA-Catalog/or_tm?section=translate#figs-rquestion)

you of little faith

ତୁମ୍ଭମାନଙ୍କ ମଧ୍ୟରୁ ଯାହାର ଅଳ୍ପ ବିଶ୍ବାସ ଅଛି I ଯୀଶୁ ଏହିପରି ଭାବରେ ଲୋକମାନଙ୍କୁ ସମ୍ଭୋଧନ କରୁଥିଲେ ଯେହେତୁ ସେମାନଙ୍କର ବସ୍ତ୍ର ସମ୍ବନ୍ଧୀୟ ଚିନ୍ତା ସେମାନଙ୍କର ଈଶ୍ବରଙ୍କଠାରେ ଅଳ୍ପ ବିଶ୍ବାସକୁ ଦର୍ଶାଏ I

Matthew 6:31

Therefore

ଯେହେତୁ ଏହି ସମସ୍ତ ବିଷୟ

What clothes will we wear

ଏହି ବାକ୍ୟରେ, “ବସ୍ତ୍ର ପିନ୍ଧିବା” ହେଉଛି ପାର୍ଥିବ ପଦାର୍ଥ ନିମନ୍ତେ ଏକ ତୁଳନାତ୍ମକ ବାକ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: ”ଆମ୍ଭମାନଙ୍କର କିପ୍ରକାର ଅଧିକାର ହେବ” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 6:32

For the Gentiles search for these things

କାରଣ ବିଜାତୀମାନେ କ”ଣ ଖାଇବେ, କ”ଣ ପିଇବେ ଓ ପିନ୍ଧିବେ ଖୋଜି ବୁଲନ୍ତି

your heavenly Father knows that you need them

ଯୀଶୁ ସୁଚାଇ ଦିଅନ୍ତି ଯେ, ଈଶ୍ବର ତୁମ୍ଭମାନଙ୍କ ଆବଶ୍ୟକତା ଯୋଗାଇବେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 6:33

seek first his kingdom and his righteousness

ଏଠାରେ “ରାଜ୍ୟ” ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଈଶ୍ବରଙ୍କ ସେବାରେ ଧ୍ୟାନ ଦିଅ, ଯେ ତୁମ୍ଭମାନଙ୍କ ରାଜା ଅଟନ୍ତି, ଓ ଯାହା ନ୍ୟାୟ ସେ କରନ୍ତି I (ଦେଖ: /WA-Catalog/or_tm?section=translate#figs-metonymy)

all these things will be given to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହି ସମସ୍ତ ବିଷୟ ତୁମ୍ଭମାନଙ୍କ ନିମନ୍ତେ ଯୋଗାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 6:34

Therefore

ଏହି ସମସ୍ତ କାରଣରୁ

tomorrow will be anxious for itself

ଯୀଶୁ “ଆସନ୍ତା କାଲି” ବିଷୟରେ କହନ୍ତି ଯେପରି ସେ ଜଣେବ୍ୟକ୍ତି ଅଟନ୍ତି ଯେ ପ୍ରକୃତରେ ଚିନ୍ତାଗ୍ରସ୍ତ ହୁଅନ୍ତି I ଯୀଶୁଙ୍କ ଅର୍ଥରେ ଯେ ଜଣେବ୍ୟକ୍ତି ଆସନ୍ତା କାଲି ବିଷୟରେ ଅନେକ ବିଷୟ ଚିନ୍ତା କରିବା ନିମନ୍ତେ ଅନେକ ସମୟ ଅଛି ଯେତେବେଳେ ପରଦିନ ଆସିବ I (ଦେଖ: /WA-Catalog/or_tm?section=translate#figs-personification)