Luke 10

ଲୂକ 10 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଶସ୍ୟ ଅମଳ

ଶସ୍ୟ ଅମଳ ହେଉଛି ଲୋକମାନେ ରୋପଣ କରିଥିବା ଗଛରୁ ଖାଦ୍ୟ ନିମନ୍ତେ ପାଇବାକୁ ବାହାରକୁ ଯିବା ଅଟେ ଯେପରି ସେମାନେ ତାହା ସେମାନଙ୍କ ଘରକୁ ଆଣିପାରିବେ ଓ ତାହା ଖାଇପାରିବେ I ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି ଯେ ସେମାନଙ୍କର ଯିବା ଏବଂ ଯୀଶୁଙ୍କ ସମ୍ପର୍କରେ କହିବା ଆବଶ୍ୟକ ଯେପରି ସେହି ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଂଶବିଶେଷ ହୋଇପାରିବେ (ଦେଖ: /WA-Catalog/or_tw?section=kt#faith)

ପ୍ରତିବାସୀ

ନିକଟରେ ବାସ କରୁଥିବା ଯେକୌଣସି ବ୍ୟକ୍ତି ପ୍ରତିବାସୀ ହୋଇପାରେ I ଯିହୂଦୀମାନେ ସାହାଯ୍ୟ ଆବଶ୍ୟକ କରୁଥିବା ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କୁ ସାହାଯ୍ୟ କରୁଥିଲେ, ଏବଂ ସେମାନେ ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କଠାରୁ ଅପେକ୍ଷା କରୁଥିଲେ ଯେପରି ସେମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରନ୍ତି I ଯୀଶୁ ଚାହିଁଲେ ଯେପରି ସେମାନେ ବୁଝି ପାରିବେ ଯେ ଯେଉଁ ଲୋକମାନେ ଯିହୂଦୀ ନୁହଁନ୍ତି, ସେମାନେ ମଧ୍ୟ ସେମାନଙ୍କର ପ୍ରତିବାସୀଗଣ ଅଟନ୍ତି, ତେଣୁ ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ (ଲୂକ 10:29-36). (ଦେଖ: /WA-Catalog/or_tm?section=translate#figs-parables)

Luke 10:1

General Information:

ଯୀଶୁ ତାଙ୍କ ଆଗେ ଆଗେ ଆହୁରି ଅଧିକ 70 ଲୋକମାନଙ୍କୁ ପ୍ରେରଣ କଲେ I ସେହି 70 ଜଣ ଆନନ୍ଦ ସହିତ ଫେରି ଆସିଲେ, ଏବଂ ତାହା ଶୁଣି ଯୀଶୁ ଆପଣା ସ୍ୱର୍ଗସ୍ଥ ପିତାଙ୍କର ପ୍ରଶଂସା କରନ୍ତି I

Now

କାହାଣୀରେ ଏକ ନୂତନ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

seventy

70 I କେତେକ ଅନୁବାଦରେ “ବାସ୍ତରି ଜଣ’ ବା “72""ବୋଲି କୁହାଯାଏ I ତାହା କହିବା ନିମନ୍ତେ ତୁମେ ହୁଏତ ଏକ ପାଦଟୀକା ଅନ୍ତର୍ଭୁକ୍ତ କରିପାର I (ଦେଖ: /WA-Catalog/or_tm?section=translate#translate-numbers)

sent them out two by two

ସେମାନଙ୍କୁ ଦୁଇଜଣିଆ ଦଳଗୁଡିକରେ ପ୍ରେରଣ କଲେ ବା “ପ୍ରତ୍ୟେକ ଦଳରେ ଦୁଇ ଦୁଇ ଜଣ କରି ସେମାନଙ୍କୁ ପ୍ରେରଣ କଲେ”

Luke 10:2

He said to them

ଲୋକମାନେ ପ୍ରକୃତରେ ବାହାରି ଯିବା ପୂର୍ବରୁ ଏହା ଘଟିଲା I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ କହିଥିଲେ” ବା “ସେମାନେ ବାହାରକୁ ଯିବା ପୂର୍ବରୁ ସେ ସେମାନଙ୍କୁ କହିଲେ"" (ଦେଖ: /WA-Catalog/or_tm?section=translate#figs-events)

The harvest is plentiful, but the laborers are few

ସେଠାରେ ବିପୁଳ ଶସ୍ୟ ରହିଛି ମାତ୍ର ତାହା ଭିତରକୁ ଆଣିବା ନିମନ୍ତେ ଯଥେଷ୍ଟ କାର୍ଯ୍ୟକାରୀମାନେ ନାହାନ୍ତି I ଯୀଶୁଙ୍କ କହିବା ଅର୍ଥ, ଅନେକ ଲୋକମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି, କିନ୍ତୁ ଲୋକମାନଙ୍କୁ ଶିକ୍ଷା ଦେବାକୁ ଯିବା ନିମନ୍ତେ ଓ ସାହାଯ୍ୟ କରିବା ପାଇଁ ଯଥେଷ୍ଟ ଶିଷ୍ୟମାନେ ନାହାନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Luke 10:3

Go on your way

ନଗରମାନଙ୍କୁ ଯାଅ ବା “ଲୋକମାନଙ୍କ ନିକଟକୁ ଯାଅ”

I send you out as lambs in the midst of wolves

ହେଟାବାଘମାନେ ମେଷଗୁଡିକକୁ ଆକ୍ରମଣ କରନ୍ତି ଓ ବଧ କରନ୍ତି I ଅତଏବ, ଏହି ଉପମା ବୁଝାଏ ଯେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଯୀଶୁ ପ୍ରେରଣ କରୁଥିବା ଶିଷ୍ୟମାନଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ I ଅନ୍ୟ ପଶୁଗୁଡିକର ନାମସବୁ ପ୍ରତିସ୍ଥାପିତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ବାହାରକୁ ପ୍ରେରଣ କରେ, ହେଟାବାଘମାନେ ମେଷଗୁଡିକକୁ ଯେପରି ଆକ୍ରମଣ କରନ୍ତି, ସେପରି ଲୋକମାନେ ତୁମ୍ଭମାନଙ୍କ କ୍ଷତି କରିବାକୁ ଇଚ୍ଛା କରିବେ” (ଦେଖ: /WA-Catalog/or_tm?section=translate#figs-simile)

Luke 10:4

Do not carry a money bag, nor a traveler's bag, nor sandals

ତୁମ୍ଭମାନଙ୍କ ସହିତ ଗୋଟିଏ ଥଳି, ଜଣେ ଯାତ୍ରୀର ଗୋଟିଏ ଝୋଲି, ବା ଜୋତାସବୁ ନିଅ ନାହିଁ

greet no one on the road

ବାଟରେ କାହାକୁ ନମସ୍କାର କର ନାହିଁ I ଯୀଶୁ ଗୁରୁତ୍ଵ ଆରୋପ କରୁଥିଲେ ଯେ ସେମାନେ ଶୀଘ୍ର ସହରଗୁଡିକୁ ଯାଆନ୍ତୁ ଓ ଏହି କାର୍ଯ୍ୟ କରନ୍ତୁ I ସେ ସେମାନଙ୍କୁ ଅଶିଷ୍ଟ ହେବା ନିମନ୍ତେ କହୁନାହାନ୍ତି I

Luke 10:5

Peace be on this house

ଏହା ଉଭୟ ଏକ ନମସ୍କାର ଏବଂ ଏକ ଆଶୀର୍ବାଦ ଅଟେ I ଏଠାରେ “ଗୃହ” ସେହି ଘରେ ବାସ କରୁଥିବା ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ଗୃହରେ ଥିବା ଲୋକମାନେ ଶାନ୍ତିପ୍ରାପ୍ତ ହେଉନ୍ତୁ” (ଦେଖ: /WA-Catalog/or_tm?section=translate#figs-metonymy)

Luke 10:6

a son of peace

ଏକ ଶାନ୍ତିପୂର୍ଣ୍ଣ ବ୍ୟକ୍ତି I ଏହା ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ଶାନ୍ତି ଚାହିଁଥାଏ I

your peace will rest upon him

ଏଠାରେ “ଶାନ୍ତି”କୁ ଏକ ଜୀବନ୍ତ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ଯାହା ବାସ କରିବାର ସ୍ଥାନ ନିରୁପଣ କରିପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଉପରେ ଆଶୀର୍ବାଦ ଦେବ, ସେ ସେହି ଶାନ୍ତି ପାଇବ” (ଦେଖ: /WA-Catalog/or_tm?section=translate#figs-personification)

if not

ସମୁଦାୟ ବାକ୍ୟାଂଶକୁ ପୂନଃ ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେଠାରେ କେହି ଶାନ୍ତିର ବ୍ୟକ୍ତି ନାହାନ୍ତି” ବା “ଯଦି ଗୃହର କର୍ତ୍ତା ଜଣେ ଶାନ୍ତିପୂର୍ଣ୍ଣ ବ୍ୟକ୍ତି ନୁହେଁ” (ଦେଖ: /WA-Catalog/or_tm?section=translate#figs-ellipsis)

it will return to you

ଏହାରେ “ଶାନ୍ତି”କୁ ଏକ ଜୀବିତ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ଯିଏ ଛାଡି ଦେବା ପାଇଁ ମନୋନୀତ କରି ପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସେହି ଶାନ୍ତି ପାଇବ” ବା “ତୁମ୍ଭେମାନେ ତାହାକୁ ଯେଉଁ ଶାନ୍ତି ଦେଇ ଆଶୀର୍ବାଦ କରିଥିବ ସେ ସେହି ଶାନ୍ତି ପାଇବ ନାହିଁ” (ଦେଖ: /WA-Catalog/or_tm?section=translate#figs-personification)

Luke 10:7

Now remain in that same house

ଯୀଶୁ କହୁ ନ ଥିଲେ ଯେ ସେମାନେ ଦିନ ସାରା ସେହି ଗୃହରେ ରହିବେ, ମାତ୍ର ସେମାନେ ଥିବା ପର୍ଯ୍ୟନ୍ତ ସେହି ସମାନ ଗୃହରେ ପ୍ରତ୍ୟେକ ରାତ୍ରିରେ ଶୟନ କରିବେ I ବିକଳ୍ପ ଅନୁବାଦ: “ସେହି ଗୃହରେ ଶୟନ କରିବା ଜାରି ରଖ”

for the laborer is worthy of his wages

ଏହା ଏକ ସାଧାରଣ ନୀତି ଥିଲା ଯାହା ଯୀଶୁ ପ୍ରେରଣ କରିଥିବା ଲୋକମାନଙ୍କ ପ୍ରତି ପ୍ରୟୋଗ କରନ୍ତି I ଯେହେତୁ ସେମାନେ ଶିକ୍ଷା ଦେବେ ଏବଂ ଲୋକମାନଙ୍କୁ ସୁସ୍ଥ କରିବେ, ତେଣୁ ଲୋକମାନେ ସେମାନଙ୍କୁ ରହିବାକୁ ସ୍ଥାନ ଏବଂ ଭୋଜନ ଯୋଗାଇଦେବା ଉଚିତ୍ I

Do not move around from house to house

ଗୃହକୁ ଗୃହ ଯିବା ଅର୍ଥ ବିଭିନ୍ନ ଗୃହମାନଙ୍କୁ ଯିବା ଅଟେ I ଏହା ସ୍ପଷ୍ଟ କରାଯାଇପାରିବ ଯେ ସେ ବିଭିନ୍ନ ଗୃହମାନଙ୍କରେ ରାତ୍ରରହଣୀ ବିଷୟରେ କହୁଥିଲେ I “ପ୍ରତ୍ୟେକ ରାତ୍ରିରେ ବିଭିନ୍ନ ଗୃହମାନଙ୍କରେ ଶୟନ କରିବା ନିମନ୍ତେ ଯାଅ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom ଏବଂ /WA-Catalog/or_tm?section=translate#figs-explicit)

Luke 10:8

and they receive you

ଯଦି ସେମାନେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି

eat what is set before you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ଯାହା କିଛି ଖାଦ୍ୟ ତୁମ୍ଭମାନଙ୍କୁ ଦେବେ ତାହା ତୁମ୍ଭେମାନେ ଭୋଜନ କର” (ଦେଖ: /WA-Catalog/or_tm?section=translate#figs-activepassive )

Luke 10:9

the sick

ଏହା ସାଧାରଣ ଅର୍ଥରେ ପୀଡିତମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ପୀଡିତ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)

The kingdom of God has come close to you

ଗୁଣବାଚକ ବିଶେଷ୍ୟ “ରାଜ୍ୟ”କୁ କ୍ରିୟାପଦ “ରାଜତ୍ଵ” ବା “ଶାସନ” ଭାବରେ ପ୍ରକାଶ କରାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଈଶ୍ୱରଙ୍କ ରାଜ୍ୟ ଶୀଘ୍ର ଆରମ୍ଭ ହେବ I ବିକଳ୍ପ ଅନୁବାଦ: “ଈଶ୍ୱର ରାଜା ଭାବରେ ସର୍ବତ୍ର ଶାସନ କରିବେ” ବା 2) ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟଗୁଡିକ ତୁମ୍ଭମାନଙ୍କ ଚାରିଆଡେ ସର୍ବତ୍ର ଘଟୁଅଛି I ବିକଳ୍ପ ଅନୁବାଦ: “ଈଶ୍ୱର ଯେ ସର୍ବତ୍ର ରାଜତ୍ଵ କରୁଛନ୍ତି ଏହାର ପ୍ରମାଣ ତୁମ୍ଭମାନଙ୍କ ଚାରିଆଡେ ରହିଛି” (ଦେଖ: /WA-Catalog/or_tm?section=translate#figs-abstractnouns )

Luke 10:10

and they do not receive you

ଯଦି ସେହି ନଗରର ଲୋକମାନେ ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି

Luke 10:11

Even the dust from your town that clings to our feet we wipe off against you

ସେମାନେ ଯେ ସେହି ନଗରର ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କଲେ, ତାହା ଦର୍ଶାଇବାକୁ ଏହା ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ଠିକ୍ ଯେପରି ତୁମ୍ଭେମାନେ ଆମକୁ ପ୍ରତ୍ୟାଖ୍ୟାନ କଲ, ଆମ୍ଭେମାନେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ I ଆମ୍ଭେମାନେ ଏପରିକି ଆମର ପାଦରେ ଲାଗିଥିବା ତୁମ୍ଭମାନଙ୍କ ନଗରର ଧୂଳିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଛୁ” (ଦେଖ: /WA-Catalog/or_tm?section=translate#translate-symaction)

we wipe off

ଯେହେତୁ ଯୀଶୁ ଏହି ଲୋକମାନଙ୍କୁ ଦୁଇ ଜଣିଆ ଦଳଗୁଡିକରେ ପ୍ରେରଣ କଲେ, ଦୁଇ ଜଣ ବ୍ୟକ୍ତି ଏହା କହିଥିବେ I ତେଣୁ ଯେଉଁ ଭାଷାଗୁଡିକରେ ଦୁଇ ଜଣଙ୍କୁ ବୁଝାଇବା ନିମନ୍ତେ “ଆମେ” ଶବ୍ଦର ପ୍ରତିବଦଳ ଶବ୍ଦ ରହିଛି, ତେବେ ତାହା ବ୍ୟବହାର କରିପାରିବ I (ଦେଖ: /WA-Catalog/or_tm?section=translate#figs-exclusive)

But know this, that the kingdom of God has come near

“ଏହା ଜାଣିଥାଅ” ପଦଟି ଏକ ଚେତାବନୀର ପରିଚୟ ଦିଏ I ଏହାର ଅର୍ଥ “ଯଦିଓ ତୁମ୍ଭେମାନେ ଆମକୁ ପ୍ରତ୍ୟାଖ୍ୟାନ କର, ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ନିକଟବର୍ତ୍ତୀ, ଏହା ଏହି ସତ୍ୟକୁ ପରିବର୍ତ୍ତନ କରିପାରେ ନାହିଁ !”

The kingdom of God has come near

ଗୁଣବାଚକ ବିଶେଷ୍ୟ ପଦ “ରାଜ୍ୟ”କୁ କ୍ରିୟାପଦ “ରାଜତ୍ଵ” ବା “ଶାସନ” ଭାବରେ ପ୍ରକାଶ କରାଯାଇପାରେ I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 10:8] (../10/08.ମଝି)ରେ ଥିବା ସମାନ ଧରଣର ବାକ୍ୟକୁ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଈଶ୍ୱର ଶୀଘ୍ର ରାଜା ଭାବରେ ସର୍ବତ୍ର ଶାସନ କରିବେ” ବା “ଈଶ୍ୱର ଯେ ସର୍ବତ୍ର ରାଜତ୍ଵ କରୁଛନ୍ତି ଏହାର ପ୍ରମାଣ ତୁମ୍ଭମାନଙ୍କ ଚାରିଆଡେ ରହିଛି” (ଦେଖ: /WA-Catalog/or_tm?section=translate#figs-abstractnouns)

Luke 10:12

I say to you

ଯୀଶୁ ସେ ପ୍ରେରଣ କରୁଥିବା 70 ଲୋକମାନଙ୍କୁ ଏହା କହୁଛନ୍ତି I ସେ ଏହା ଦର୍ଶାଇବା ପାଇଁ କହିଲେ ଯେ ସେ କିଛି ଅତି ମହତ୍ତ୍ଵପୂର୍ଣ୍ଣ ବିଷୟ କହିବାକୁ ଯାଉଛନ୍ତି I

that day

ଶିଷ୍ୟମାନେ ହୁଏତ ବୁଝିପାରିଥିବେ ଯେ ଏହା ପାପୀମାନଙ୍କର ଚୁଡାନ୍ତ ବିଚାରର ସମୟକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-explicit)

it will be more tolerable for Sodom than for that town

ଈଶ୍ୱର ସେହି ସହରକୁ ଯେଭଳି କଠୋର ଭାବରେ ବିଚାର କରିବେ ସେ ସେଭଳି କଠୋର ଭାବରେ ସଦୋମ ନଗରକୁ ବିଚାର କରିବେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ୱର ସଦୋମ ନଗରର ଲୋକମାନଙ୍କୁ ବିଚାର କରିବା ଅପେକ୍ଷା ସେହି ସହରକୁ ଅଧିକ କଠୋର ଭାବରେ ବିଚାର କରିବେ (ଦେଖ: /WA-Catalog/or_tm?section=translate#figs-metonymy)

Luke 10:13

Woe to you, Chorazin! Woe to you, Bethsaida!

ଯୀଶୁ ଏପରି ଭାବରେ କହନ୍ତି, ସତେ ଯେପରି କୋରାଜୀନ୍ ଏବଂ ବେଥସାଇଦା ନଗରଗୁଡିକର ଲୋକମାନେ ସେଠାରେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ (ଦେଖ: /WA-Catalog/or_tm?section=translate#figs-apostrophe ଏବଂ /WA-Catalog/or_tm?section=translate#translate-names )

For if the mighty works which were done in you had been done in Tyre and Sidon

ଯୀଶୁ ଏକ ପରିସ୍ଥିତିକୁ ବର୍ଣ୍ଣନା କରୁଛନ୍ତି ଯାହା ଅତୀତରେ ଘଟି ପାରିଥାନ୍ତା, କିନ୍ତୁ ଘଟି ନ ଥିଲା I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମମାନ ସାଧନ କଲି ତାହା ଯଦି କେହି ସୋର ଓ ସୀଦୋନର ଲୋକମାନଙ୍କ ନିମନ୍ତେ କରିଥାଆନ୍ତା” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-hypo )

they would have repented long ago, sitting

ସେଠାରେ ବାସ କରିଥିବା ଦୁଷ୍ଟ ଲୋକମାନେ ହୁଏତ ବସିବା ଦ୍ୱାରା ପ୍ରକାଶ କରିଥାନ୍ତେ ଯେ ସେମାନଙ୍କ ପାପଗୁଡିକ ପାଇଁ ସେମାନେ ଦୁଃଖିତ ଅଟନ୍ତି (ଦେଖ: /WA-Catalog/or_tm?section=translate#figs-activepassive)

sitting in sackcloth and ashes

ଅଖା ପିନ୍ଧି ଓ ପାଉଁଶରେ ବସିବା ଦ୍ୱାରା

Luke 10:14

But it will be more tolerable for Tyre and Sidon at the judgment than for you

ସେମାନ ବିଚାରର କାରଣକୁ ସ୍ପଷ୍ଟ କରି କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭେମାନେ ମୋତେ ଆଶ୍ଚର୍ଯ୍ୟକର୍ମମାନ କରିବା ଦେଖିଲ, କିନ୍ତୁ ଯେହେତୁ ତୁମ୍ଭେମାନେ ମନପରିବର୍ତ୍ତନ କଲ ନାହିଁ ଓ ମୋ’ଠାରେ ବିଶ୍ୱାସ କଲ ନାହିଁ, ଈଶ୍ୱର ସୋର ଓ ସୀଦୋନର ଲୋକମାନଙ୍କୁ ବିଚାର କରିବା ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ କଠୋର ଭାବରେ ବିଚାର କରିବେ” (ଦେଖ: /WA-Catalog/or_tm?section=translate#figs-explicit ଏବଂ /WA-Catalog/or_tm?section=translate#figs-metonymy)

at the judgment

ସେହି ଚୁଡାନ୍ତ ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକର ବିଚାର କରନ୍ତି

Luke 10:15

you, Capernaum

ଯୀଶୁ ବର୍ତ୍ତମାନ କଫର୍ନାହୂମ ନଗରର ଲୋକମାନଙ୍କୁ କହନ୍ତି ସତେ ଯେପରି ସେମାନେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ I (ଦେଖ: /WA-Catalog/or_tm?section=translate#figs-apostrophe ଏବଂ /WA-Catalog/or_tm?section=translate#figs-metonymy)

you will not be exalted to heaven, will you?

କଫର୍ନାହୂମ ନଗରର ଲୋକମାନଙ୍କୁ ସେମାନଙ୍କ ଗର୍ବ ହେତୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବ ନାହିଁ !” ବା “ଈଶ୍ୱର ତୁମ୍ଭମାନଙ୍କୁ ସମ୍ମାନିତ କରିବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-activepassive )

exalted to heaven

ଏହି ଅଭିବ୍ୟକ୍ତିର ଅର୍ଥ “ଅତିଶୟ ଉନ୍ନତ I”

you will be brought down to Hades

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାତାଳକୁ ଯିବ” ବା “ଈଶ୍ୱର ତୁମ୍ଭମାନଙ୍କୁ ପାତାଳକୁ ପ୍ରେରଣ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 10:16

The one who listens to you listens to me

ତୁଳନାକୁ ଗୋଟିଏ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମର କଥା ଶୁଣେ, ତାହା ମନେ ହୁଏ ସତେ ଯେପରି ସେମାନେ ମୋତେ ଶୁଣୁଛନ୍ତି” (ଦେଖ: /WA-Catalog/or_tm?section=translate#figs-simile)

the one who rejects you rejects me

ଏହି ତୁଳନାକୁ ଏକ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ପ୍ରତ୍ୟାଖ୍ୟାନ କରେ ତାହା ମନେ ହୁଏ ସତେ ଯେପରି ସେମାନେ ମୋତେ ପ୍ରତ୍ୟାଖ୍ୟାନ କରୁଛନ୍ତି” (ଦେଖ: /WA-Catalog/or_tm?section=translate#figs-simile)

the one who rejects me rejects the one who sent me

ତୁଳନାକୁ ଗୋଟିଏ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ମୋତେ ପ୍ରତ୍ୟାଖ୍ୟାନ କରେ, ତାହା ମନେ ହୁଏ ସତେ ଯେପରି ମୋହର ପ୍ରେରଣକର୍ତ୍ତାଙ୍କୁ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି ” (ଦେଖ: /WA-Catalog/or_tm?section=translate#figs-simile)

the one who sent me

ଏହା ପିତା ଈଶ୍ୱରଙ୍କୁ ସୂଚାଏ ଯିଏ ଯୀଶୁଙ୍କୁ ଏହି ବିଶେଷ କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ପ୍ରେରଣ କଲେ I ବିକଳ୍ପ ଅନୁବାଦ: “ଈଶ୍ୱର ହିଁ ମୋତେ ପ୍ରେରଣ କଲେ” (ଦେଖ: /WA-Catalog/or_tm?section=translate#figs-explicit)

Luke 10:17

Then the seventy returned

ଯେପରି UST କରିଥାଏ, କେତେକ ଭାଷା ଏହା କହି ପାରିବେ ଯେ ପ୍ରକୃତରେ ସତୁରି ଜଣ ପ୍ରଥମେ ଗଲେ I ଏହି ଅନ୍ତର୍ନିହିତ ତଥ୍ୟକୁ ସ୍ପଷ୍ଟ କରାଯାଇପାରିବ I (ଦେଖ: /WA-Catalog/or_tm?section=translate#figs-explicit)

seventy

ତୁମେ ହୁଏତ ଏକ ପାଦଟୀକା ଯୋଗ କରିବାକୁ ଚାହିଁପାର: “କେତେକ ଅନୁବାଦଗୁଡିକରେ “70” ପରିବର୍ତ୍ତେ “72 ଅଛି I” (ଦେଖ: /WA-Catalog/or_tm?section=translate#translate-numbers)

in your name

ଏଠାରେ “ନାମ” ଯୀଶୁଙ୍କ ଶକ୍ତି ଓ ଅଧିକାରକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

Luke 10:18

I was watching Satan fall from heaven as lightning

ଯୀଶୁ ତୁଳନା କରି ଏକ ଉପମାକୁ ବ୍ୟବହାର କଲେ ଯେ ଯେତେବେଳେ ତାଙ୍କ ଶିଷ୍ୟମାନେ ସହରଗୁଡିକରେ ପ୍ରଚାର କରୁଥିଲେ, ଈଶ୍ୱର କିପରି ଶୟତାନକୁ ପରାଜିତ କରୁଛନ୍ତି ତାହା ବିଜୁଳି ପଡିବା ପରି ଅଟେ I (ଦେଖ: /WA-Catalog/or_tm?section=translate#figs-simile)

fall from heaven as lightning

ସାମ୍ଭାବ୍ୟ ଅର୍ଥଗୁଡିକ 1) ବିଜୁଳି ପଡିବା ପରି ଶୀଘ୍ର ପଡିଲା, ବା 2) ବିଜୁଳି ନିମ୍ନମୁଖୀ ହୋଇ ପଡିବା ପରି ଆକାଶରୁ ତଳେ ପଡିଲା I ଉଭୟ ଅର୍ଥଗୁଡିକ ଯେହେତୁ ସମ୍ଭବ, ଏହି ଛବିକୁ ରଖିବା ସର୍ବୋତ୍କୃଷ୍ଟ ହେବ I

Luke 10:19

authority to tread on serpents and scorpions

ସାପଗୁଡିକ ଉପରେ ଚାଲିବା ଓ ବିଛାଗୁଡିକୁ ପଦଦଳିତ କରିବା ଅଧିକାର I ସାମ୍ଭାବ୍ୟ ଅର୍ଥଗୁଡିକ 1) ମନ୍ଦ ଆତ୍ମାଗୁଡିକ ନିମନ୍ତେ ସାପଗୁଡିକ ଓ ବିଛାଗୁଡିକ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ମନ୍ଦ ଆତ୍ମାଗୁଡିକୁ ପରାଜିତ କରିବା ପାଇଁ ଅଧିକାର” ବା 2) ଏହା ପ୍ରକୃତ ସାପଗୁଡିକୁ ଓ ବିଛାଗୁଡିକୁ ସୂଚାଇଥାଏ I (ଦେଖ: /WA-Catalog/or_tm?section=translate#figs-metaphor)

to tread on serpents and scorpions

ଏହା ସୂଚାଏ ଯେ ସେମାନେ ତାହା କରିବେ ଏବଂ ଆଘାତ ପାଇବେ ନାହିଁ I ବିକଳ୍ପ ଅନୁବାଦ: “ସାପଗୁଡିକ ଓ ବିଛାଗୁଡିକ ଉପରେ ଚାଲିବ ଓ ସେମାନେ ତୁମ୍ଭମାନଙ୍କୁ ଆଘାତ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis)

scorpions

ବିଛାଗୁଡିକ ଛୋଟ ଜନ୍ତୁ ଅଟନ୍ତି ଯାହାଙ୍କର ଦୁଇଟି ଲେଖାଏଁ ପଞ୍ଝା ଓ ସେମାନଙ୍କ ଲାଙ୍ଗୁଡରେ ଏକ ବିଷାକ୍ତ ନାହୁଡ ଥାଏ I

over all the power of the enemy

ମୁଁ ତୁମ୍ଭମାନଙ୍କୁ ଶତୃର ଶକ୍ତିକୁ ପଦଦଳିତ କରିବା ନିମନ୍ତେ ଅଧିକାର ଦେଇଅଛି ବା “ମୁଁ ତୁମ୍ଭମାନଙ୍କୁ ଶତୃକୁ ପରାଜିତ କରିବା ନିମନ୍ତେ ଅଧିକାର ଦେଇଅଛି I” ଶୟତାନ ହିଁ ଶତୃ ଅଟେ I (ଦେଖ: /WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#figs-explicit )

Luke 10:20

do not rejoice only in this, that the spirits submit to you, but also rejoice that your names are written in heaven

ଆତ୍ମାମାନେ ଯେ ତୁମ୍ଭମାନଙ୍କ ବଶୀଭୁତ ସେଥିପାଇଁ କେବଳ ଆନନ୍ଦିତ ହୁଅନାହିଁ; ଏହାକୁ ଆସ୍ତିସୂଚକ ଭାବରେ ମଧ୍ୟ ବ୍ୟକ୍ତ କରାଯାଇ ହେବ I ବିକଳ୍ପ ଅନୁବାଦ: “ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୁତ ଅଟନ୍ତି ତାହାଠାରୁ ଅଧିକ ଆନନ୍ଦିତ ହୁଅ ଯେ ତୁମ୍ଭମାନଙ୍କର ନାମଗୁଡିକ ସ୍ୱର୍ଗରେ ଲେଖାଯାଇଅଛି”

your names are written in heaven

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କର ନାମ ସ୍ୱର୍ଗରେ ଲେଖିଛନ୍ତି” ବା “ତୁମ୍ଭମାନଙ୍କର ନାମ ସ୍ୱର୍ଗର ନାଗରିକମାନଙ୍କ ତାଲିକାରେ ରହିଛି” (ଦେଖ: /WA-Catalog/or_tm?section=translate#figs-activepassive)

Luke 10:21

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Lord of heaven and earth

ସ୍ୱର୍ଗ ଓ “ପୃଥିବୀ” ସ୍ଥିତିରେ ଥିବା ସମସ୍ତ ବିଷୟଗୁଡ଼ିକୁ ପ୍ରତିନିଧିତ୍ଵ କରେ I ବିକଳ୍ପ ଅନୁବାଦ: “ସ୍ୱର୍ଗ ଓ ପୃଥିବୀର ଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ବିଷୟର ପ୍ରଭୁ” (ଦେଖ: /WA-Catalog/or_tm?section=translate#figs-merism)

these things

ଶିଷ୍ୟମାନଙ୍କ ଅଧିକାର ସମ୍ପର୍କରେ ଯୀଶୁଙ୍କ ପୂର୍ବବର୍ତ୍ତୀ ଶିକ୍ଷାକୁ ଏହା ସୂଚାଇଥାଏ I “ଏହି ବିଷୟଗୁଡିକ” ବୋଲି ସରଳ ଭାବରେ କହିବା ସର୍ବୋତ୍ତମ ହେବ ଏବଂ ପାଠକ ହିଁ ଏହାର ଅର୍ଥ କ’ଣ ନିଷ୍ପତ୍ତି କରୁ I

the wise and understanding

“ଜ୍ଞାନୀ” ଓ ବୁଦ୍ଧିମାନ” ଶବ୍ଦଗୁଡିକ ନାମବାଚକ ବିଶେଷଣ ଅଟେ ଯାହା ଏହିସବୁ ଗୁଣସମ୍ପନ୍ନ ଲୋକମାନଙ୍କୁ ସୂଚାଇଥାଏ I କାରଣ ଈଶ୍ୱର ସେମାନଙ୍କଠାରୁ ସତ୍ୟକୁ ଗୁପ୍ତ କରି ରଖିଥିଲେ, ଏହି ଲୋକମାନେ ପ୍ରକୃତରେ ଜ୍ଞାନୀ ଓ ବୁଦ୍ଧିମାନ ନୁହଁନ୍ତି, ଯଦିଓ ସେମାନ ତାହା ଅଟନ୍ତି ବୋଲି ଭାବନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ନିଜକୁ ଜ୍ଞାନୀ ଓ ବୁଦ୍ଧିମାନ ବୋଲି ଭାବନ୍ତି ସେହି ଲୋକମାନଙ୍କଠାରୁ” (ଦେଖ: /WA-Catalog/or_tm?section=translate#figs-irony)

to little children

ଏହା ସେହି ଲୋକମାନଙ୍କୁ ସୂଚାଇଥାଏ ଯେଉଁମାନଙ୍କର ହୁଏତ ଅଧିକ ଶିକ୍ଷା ନାହିଁ, ମାତ୍ର ଯେଉଁମାନେ ଯୀଶୁଙ୍କ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଅଟନ୍ତି, ସାନ ପିଲାମାନେ ଯେପରି ଯାହାକୁ ବିଶ୍ୱାସ କରନ୍ତି ତାଙ୍କର କଥା ଶୁଣିଥାନ୍ତି ସେମାନେ ସେପ୍ରକାର ଲୋକ ଅଟନ୍ତି I ବିକଳ୍ପ ଅନୁବାଦ: “ଲୋକମାନେ ହୁଏତ ଅଳ୍ପ ଶିକ୍ଷାର ଅଧିକାରୀ, କିନ୍ତୁ ସାନ ପିଲାମାନେ ଯେପରି କରିଥାନ୍ତି ସେପରି ସେମାନେ ଈଶ୍ୱରଙ୍କ କଥା ଶୁଣନ୍ତି” (ଦେଖ: /WA-Catalog/or_tm?section=translate#figs-nominaladj ଏବଂ /WA-Catalog/or_tm?section=translate#figs-ellipsis )

for so it was well pleasing in your sight

କାରଣ ତୁମକୁ ଏହା କରିବା ନିମନ୍ତେ ସନ୍ତୋଷ ଦିଏ

Luke 10:22

All things have been entrusted to me from my Father

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପିତା ସମସ୍ତ ବିଷୟ ମୋ’ ଉପରେ ସମର୍ପଣ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Father ... the Son

ଏଗୁଡିକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ ଯାହା ଈଶ୍ୱରଙ୍କ ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

knows who the Son is

ଯେଉଁ ଶବ୍ଦକୁ “ଜାଣେ” ବୋଲି ଅନୁବାଦ କରାଯାଇଛି ତାହାର ଅର୍ଥ ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ଅଟେ I ଈଶ୍ୱର ଏହି ପ୍ରକାରେ ଯୀଶୁଙ୍କୁ ଜାଣନ୍ତି I

the Son

ଯୀଶୁ ନିଜକୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି I (ଦେଖ: /WA-Catalog/or_tm?section=translate#figs-123person)

except the Father

ଏହାର ଅର୍ଥ ଯେ କେବଳ ଈଶ୍ୱର ହିଁ ଜାଣନ୍ତି ଯେ ପୁତ୍ର କିଏ ଅଟନ୍ତି I

who the Father is

ଯେଉଁ ଶବ୍ଦକୁ “ଜାଣେ” ବୋଲି ଅନୁବାଦ କରାଯାଇଛି ତାହାର ଅର୍ଥ ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ଅଟେ I ଯୀଶୁ ଏହି ପ୍ରକାରେ ଈଶ୍ୱରଙ୍କୁ ଜାଣନ୍ତି I

except the Son

ଏହାର ଅର୍ଥ ଯେ କେବଳ ପୁତ୍ର ହିଁ ଜାଣନ୍ତି ଯେ ଈଶ୍ୱର କିଏ ଅଟନ୍ତି I

to whomever the Son chooses to reveal him

ପୁତ୍ର ଯାହାକୁ ଇଚ୍ଛା କରନ୍ତି ପିତାଙ୍କୁ ତା’ ନିକଟରେ ପ୍ରକାଶ କରନ୍ତି

Luke 10:23

Then he turned around to the disciples and said privately

“ଏକାନ୍ତରେ” ଶବ୍ଦ ସୂଚାଇ ଥାଏ ଯେ ସେ କେବଳ ଶିଷ୍ୟମାନଙ୍କ ସହିତ ଥିଲେ I ବିକଳ୍ପ ଅନୁବାଦ: “ପରେ, ଯେତେବେଳେ ସେ ଏକାନ୍ତରେ କେବଳ ଶିଷ୍ୟମାନଙ୍କ ସହିତ ଥିଲେ, ସେ ସେମାନଙ୍କ ପ୍ରତି ବୁଲି ପଡିଲେ ଏବଂ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Blessed are those who see the things that you see!

ଏହା ବୋଧହୁଏ ଯୀଶୁ କରୁଥିବା ଉତ୍ତମ ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ମୁଁ କରୁଥିବା ଯେଉଁ ବିଷୟଗୁଡିକୁ ତୁମ୍ଭେମାନେ ଦେଖୁଛ, ତାହା ଅନ୍ୟମାନେ ଦେଖିବା ମଧ୍ୟ ସେମାନଙ୍କ ନିମନ୍ତେ କେତେ ଉତ୍ତମ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

Luke 10:24

and did not see them

ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ସେହି କାର୍ଯ୍ୟଗୁଡିକ କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ଦେଖି ପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ସେଗୁଡିକ କରୁ ନ ଥିଲି” (ଦେଖ: /WA-Catalog/or_tm?section=translate#figs-explicit)

what you hear

ଏହା ବୋଧହୁଏ ଯୀଶୁଙ୍କ ଶିକ୍ଷାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ମୁଁ କହୁଥିବା ଯାହାସବୁ ତୁମ୍ଭେମାନେ ଶୁଣୁଅଛ”(ଦେଖ: /WA-Catalog/or_tm?section=translate#figs-explicit)

and did not hear them

ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ଶିକ୍ଷା ଦେଇ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେଗୁଡିକ ଶୁଣିପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ଶିକ୍ଷା ଦେବା ଆରମ୍ଭ କରି ନ ଥିଲି” (ଦେଖ: /WA-Catalog/or_tm?section=translate#figs-explicit)

Luke 10:25

Connecting Statement:

ଯୀଶୁଙ୍କୁ ପରୀକ୍ଷା କରିବାକୁ ଇଚ୍ଛା କରୁଥିବା ଜଣେ ଯିହୂଦୀୟ ବ୍ୟବସ୍ଥା ବିଶାରଦଙ୍କୁ ଯୀଶୁ ଏକ କାହାଣୀ ସହିତ ଉତ୍ତର ଦେଲେ I (ଦେଖ: /WA-Catalog/or_tm?section=translate#figs-parables)

Now see, a certain expert in the Jewish law

ଏହା ଆମ୍ଭମାନଙ୍କୁ କାହାଣୀରେ ଗୋଟିଏ ନୂତନ ଘଟଣା ଏବଂ ଜଣେ ନୂତନ ବ୍ୟକ୍ତି ପ୍ରତି ସତର୍କ କରେ I (ଦେଖ: /WA-Catalog/or_tm?section=translate#writing-newevent)

test him

ଯୀଶୁଙ୍କୁ ଆହ୍ୱାନ କରିବା

to inherit

ଯେପରି ଈଶ୍ୱର ମୋତେ ଦେବେ

Luke 10:26

What is written in the law? How do you read it?

ଯୀଶୁ ତଥ୍ୟ ଅନ୍ୱେଷଣ କରୁନାହାନ୍ତି I ସେ ସେହି ଯିହୂଦୀୟ ବ୍ୟବସ୍ଥା ବିଶାରଦଙ୍କ ଜ୍ଞାନକୁ ପରୀକ୍ଷା କରିବା ପାଇଁ ଏହି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୋତେ କୁହ ମୋଶା ବ୍ୟବସ୍ଥାରେ କ’ଣ ଲେଖିଛନ୍ତି ଓ ଏହାର ଅର୍ଥ କ’ଣ ବୋଲି ତୁମେ ଭାବୁଛ I” (ଦେଖ: /WA-Catalog/or_tm?section=translate#figs-rquestion)

What is written in the law?

ଏହାକୁ ସକ୍ରିୟ ରୂପରେ ପଚାରି ହେବ I ବିକଳ୍ପ ଅନୁବାଦ: “ମୋଶା ବ୍ୟବସ୍ଥାରେ କ’ଣ ଲେଖିଥିଲେ ?” (ଦେଖ: /WA-Catalog/or_tm?section=translate#figs-activepassive)

How do you read it?

ତୁମେ ଏହା ଭିତରେ କ’ଣ ପାଠ କରିଛ? ବା “ଏହା କ’ଣ କୁହେ ବୋଲି ତୁମେ କ’ଣ ବୁଝୁଛ ?”

Luke 10:27

You will love ... your neighbor as yourself

ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ ସେହି ବ୍ୟକ୍ତି ତାହା ଉଦ୍ଧୃତ କରୁଛନ୍ତି I

with all your heart, and with all your soul, and with all your strength, and with all your mind

ଏଠାରେ “ହୃଦୟ” ଓ “ପ୍ରାଣ” ଜଣେ ବ୍ୟକ୍ତିର ଆନ୍ତରିକ ବ୍ୟକ୍ତିତ୍ଵକୁ ବୁଝାଏ I ଏହି ଚାରୋଟି ଶବ୍ଦ ଏକତ୍ର ବ୍ୟବହୃତ ହୋଇଛି ଯାହା “ସମ୍ପୂର୍ଣ୍ଣ ଭାବରେ” ବା “ଆନ୍ତରିକତା ସହିତ” ବୋଲି ବୁଝାଇବ I” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-doublet )

your neighbor as yourself

ଏହି ଉପମାଗୁଡିକୁ ଅଧିକ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ନିଜକୁ ଯେତେ ବେଶୀ ପ୍ରେମ କର, ତୁମର ପ୍ରତିବାସୀକୁ ସେତେ ଅଧିକ ପ୍ରେମ କର” (ଦେଖ: /WA-Catalog/or_tm?section=translate#figs-simile)

Luke 10:28

you will live

ଈଶ୍ୱର ତୁମକୁ ଅନନ୍ତଜୀବନ ଦେବେ

Luke 10:29

But he, desiring to justify himself, said

କିନ୍ତୁ ସେହି ବିଶାରଦ ନିଜକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଏକ ଉପାୟ ଖୋଜିବାକୁ ଇଚ୍ଛା କରୁଥିଲେ, ତେଣୁ ସେ କହିଲେ ବା “କିନ୍ତୁ ଧାର୍ମିକ ଭାବରେ ଦେଖାଯିବା ପାଇଁ ଇଚ୍ଛା କରି ସେହି ବିଶାରଦ କହିଲେ”

who is my neighbor?

ସେହି ବ୍ୟକ୍ତି ଜାଣିବାକୁ ଇଚ୍ଛା କଲେ ଯେ ସେ କାହାକୁ ପ୍ରେମ କରିବା ଆବଶ୍ୟକ ଅଟେ I ବିକଳ୍ପ ଅନୁବାଦ: “ମୁଁ କାହାକୁ ମୋର ପ୍ରତିବାସୀ ଭାବରେ ବିବେଚନା କରିବା ଉଚିତ ଓ ମୁଁ ଯେପରି ନିଜକୁ ପ୍ରେମ କରେ ସେପରି ତାକୁ ପ୍ରେମ କରିବି?” ବା “କେଉଁ ଲୋକମାନେ ମୋହର ପ୍ରତିବାସୀ ଅଟନ୍ତି ଯାହାଙ୍କୁ ମୁଁ ପ୍ରେମ କରିବା ଉଚିତ?”(ଦେଖ: /WA-Catalog/or_tm?section=translate#figs-explicit)

Luke 10:30

In reply, Jesus saidSo Jesus answered and said

ଯୀଶୁ ସେହି ବ୍ୟକ୍ତିର ପ୍ରଶ୍ନର ଉତ୍ତର ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଦିଅନ୍ତି I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ପ୍ରଶ୍ନର ଏକ ଉତ୍ତର ଭାବରେ ଯୀଶୁ ତାହାକୁ ଏହି କାହାଣୀ କହନ୍ତି” (ଦେଖ: /WA-Catalog/or_tm?section=translate#figs-parables)

A certain man

ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: /WA-Catalog/or_tm?section=translate#writing-participants)

He fell among robbers, who

ସେ ଡକାୟତମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିଲା, ଯେଉଁମାନେ ବା ତାକୁ କିଛି ଡକାୟତମାନେ ଆକ୍ରମଣ କଲେ I ସେମାନେ”

having stripped

ତା’ର ସବୁକିଛି ନେଇଗଲେ ବା “ତା’ର ସବୁକିଛି ଚୋରି କରି ନେଲେ”

half dead

ଋଢ଼ିର ଅର୍ଥ “ପ୍ରାୟ ମୃତ I” (ଦେଖ: /WA-Catalog/or_tm?section=translate#figs-idiom)

Luke 10:31

By chance

ଏହା କୌଣସି ବ୍ୟକ୍ତି ଆଗରୁ ଯୋଜନା କରିଥିବା ବିଷୟ ନୁହେଁ I

a certain priest

ଏହି ଅଭିବ୍ୟକ୍ତି କାହାଣୀରେ ଏକ ନୂତନ ବ୍ୟକ୍ତିକୁ ପରିଚିତ କରାଏ, କିନ୍ତୁ ତାହାକୁ ନାମ ଦ୍ୱାରା ଚିହ୍ନିତ କରେ ନାହିଁ I (ଦେଖ: /WA-Catalog/or_tm?section=translate#writing-participants)

when he saw him

ଯେତେବେଳେ ଜଣେ ଯାଜକ ସେହି କ୍ଷତାକ୍ତ ବ୍ୟକ୍ତିକୁ ଦେଖିଲେ I ଜଣେ ଯାଜକ ଏକ ଅତିଶୟ ଧର୍ମପରାୟଣ ବ୍ୟକ୍ତି ଅଟନ୍ତି, ତେଣୁ ଶ୍ରୋତାମାନେ ଗ୍ରହଣ କରି ନେବେ ଯେ ସେ ହୁଏତ ସେହି କ୍ଷତାକ୍ତ ବ୍ୟକ୍ତିକୁ ସାହାଯ୍ୟ କରିବେ I ଯେହେତୁ ସେ ତାହା କଲେନାହିଁ, ଏହି ଅପ୍ରତ୍ୟାଶିତ ପରିଣାମ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଏହି ବାକ୍ୟାଂଶକୁ “କିନ୍ତୁ ଯେତେବେଳେ ସେ ତାକୁ ଦେଖିଲେ” ବୋଲି ବ୍ୟକ୍ତ କରାଯାଇପାରିବ I (ଦେଖ: /WA-Catalog/or_tm?section=translate#figs-explicit)

he passed by on the other side

ଏହା ସୂଚିତ କରେ ଯେ ସେ ସେହି ବ୍ୟକ୍ତିକୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ସେ ସେହି କ୍ଷତାକ୍ତ ବ୍ୟକ୍ତିକୁ ସାହାଯ୍ୟ କଲେ ନାହିଁ ବରଂ ତାହା ପରିବର୍ତ୍ତେ ସେ ସଡକର ଅନ୍ୟ ପାଖ ଦେଇ ଚାଲିଗଲେ (ଦେଖ: /WA-Catalog/or_tm?section=translate#figs-explicit)

Luke 10:32

a Levite ... passed by on the other side

ଲେବୀୟମାନେ ମନ୍ଦିରରେ ସେବା କରୁଥିଲେ I ସେ ତା’ର ସହ-ଯିହୂଦୀ ଲୋକକୁ ସାହାଯ୍ୟ କରିବ ବୋଲି ଅପେକ୍ଷା କରାଯାଉଥିଲା I ଯେହେତୁ ସେ ତାହା କଲା ନାହିଁ, ଏହା ହୁଏତ ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଜଣେ ଲେବୀୟ ଅନ୍ୟ ପାଖ ଦେଇ... ଏବଂ ତାକୁ ସାହାଯ୍ୟ କଲା ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Luke 10:33

But a certain Samaritan

ଏହା କାହାଣୀରେ ଏକ ନୂତନ ବ୍ୟକ୍ତିକୁ ତା’ର ନାମ ଉଲ୍ଲେଖ ନ କରି ପରିଚିତ କରେ I ଆମ୍ଭେମାନେ କେବଳ ଏତିକି ଜାଣୁ ଯେ ସେହି ଲୋକ ଜଣେ ଶମିରୋଣୀୟ ଥିଲା I (ଦେଖ: /WA-Catalog/or_tm?section=translate#writing-participants)

a certain Samaritan

ଯିହୂଦୀମାନେ ଶମିରୋଣୀୟମାନଙ୍କୁ ଘୃଣା କରୁଥିଲେ ଓ ଗ୍ରହଣ କରି ନେଇଥିବେ ଯେ ସେ ସେହି କ୍ଷତାକ୍ତ ଯିହୂଦୀଲୋକକୁ ସାହାଯ୍ୟ କରିବ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit)

When he saw him

ଯେତେବେଳେ ଶମିରୋଣୀୟ ଲୋକ ସେହି କ୍ଷତାକ୍ତ ବ୍ୟକ୍ତିକୁ ଦେଖିଲା

he was moved with compassion

ସେ ତା’ ନିମନ୍ତେ ଦୁଃଖ ଅନୁଭବ କଲା

Luke 10:34

bound up his wounds, pouring on oil and wine

ସେ କ୍ଷତ ଉପରେ ପ୍ରଥମେ ତୈଳ ଓ ଦ୍ରାକ୍ଷାରସ ଲଗାଇଲା, ଓ ତା’ପରେ କ୍ଷତସବୁକୁ ବାନ୍ଧି ପକାଇଲା I ବିକଳ୍ପ ଅନୁବାଦ: “ସେ କ୍ଷତଗୁଡିକ ଉପରେ ଦ୍ରାକ୍ଷାରସ ଓ ତୈଳ ଲଗାଇଲା ଏବଂ ସେସବୁକୁ ଲୁଗାରେ ଗୁଡାଇଲା” (ଦେଖ: /WA-Catalog/or_tm?section=translate#figs-events)

pouring on oil and wine

କ୍ଷତକୁ ପରିଷ୍କାର କରିବା ପାଇଁ ଦ୍ରାକ୍ଷାରସ ବ୍ୟବହୃତ ହେଲା ଓ ସମ୍ଭବତଃ ସଂକ୍ରମଣକୁ ନିବାରଣ କରିବା ପାଇଁ ତୈଳ ବ୍ୟବହୃତ ହେଲା I ଏହାକୁ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କ୍ଷତଗୁଡିକ ଯେପରି ସୁସ୍ଥ ହେବ ସେଥିପାଇଁ ତହିଁ ଉପରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳିବା” (ଦେଖ: /WA-Catalog/or_tm?section=translate#figs-explicit)

his own animal

ତା’ର ନିଜର ପଶୁ ଯାହା ଉପରେ ବୋଝ ଲଦାହୋଇଥିଲା I ଏହା ଏକ ପଶୁ ଯାହାକୁ ଓଜନିଆ ଭାର ବହନ କରିବା ଉଦ୍ଦେଶ୍ୟରେ ସେ ବ୍ୟବହାର କରୁଥିଲା I ଏହା ହୁଏତ ଗୋଟିଏ ଗଧ ଥିଲା I

Luke 10:35

two denarii

ଦୁଇ ଦିନର ମଜୁରି I “ଦିନାରିଅସ୍”ର ବହୁବଚନ “ଦିନାରୀ” ଅଟେ I ”(ଦେଖ: /WA-Catalog/or_tm?section=translate#translate-bmoney)

the host

ପାନ୍ଥଶାଳାର ମାଲିକ ବା “ପାନ୍ଥଶାଳାର ଯତ୍ନତତ୍ତ୍ଵ ନେଉଥିବା ବ୍ୟକ୍ତି”

whatever more you might spend, when I return, I will repay you

ଏହାକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ଫେରିବି, ଏହାଠାରୁ ଅଧିକ ଯାହା କିଛି ପରିମାଣର ଅର୍ଥ ତୁମେ ଆବଶ୍ୟକ କରିବ ମୁଁ ତାହା ପରିଶୋଧ କରିବି”

Luke 10:36

Which of these three do you think ... the robbers?

ଏହାକୁ ଦୁଇଟି ପ୍ରଶ୍ନରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ କ’ଣ ମନେ କର “ଏହି ତିନି ଜଣ ଲୋକଙ୍କ ମଧ୍ୟରୁ କିଏ ସେହି ଡକାୟତର ହାବୁଡରେ ପଡିଥିବା ଲୋକର ପ୍ରତିବାସୀ ଥିଲା ?”

was a neighbor

ଆପଣାକୁ ଜଣେ ପ୍ରକୃତ ପ୍ରତିବାସୀ ଭାବରେ ଦେଖାଇଲା

to the one who fell among the robbers

ଡକାୟତମାନେ ଆକ୍ରମଣ କରିଥିବା ଲୋକ ପ୍ରତି

Luke 10:37

Go and you do the same

ଅଧିକ ତଥ୍ୟ ଦେବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ତୁମେ ମଧ୍ୟ ଯାଇ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଉଚିତ୍” (ଦେଖ: /WA-Catalog/or_tm?section=translate#figs-ellipsis)

Luke 10:38

General Information:

ଯୀଶୁ ମାର୍ଥାଙ୍କ ଗୃହକୁ ଆସିଲେ ଯେଉଁଠାରେ ତାଙ୍କ ଭଉଣୀ ମରିୟମ ବିଶେଷ ଧ୍ୟାନ ସହକାରେ ଯୀଶୁଙ୍କ କଥା ଶୁଣୁଥିଲେ I

Now

ଏକ ନୂତନ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏହି ପଦ ଏଠାରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

as they were traveling along

ଯୀଶୁ ଓ ତାଙ୍କର ଶିଷ୍ୟମାନେ ତାଙ୍କ ସହିତ ଯାତ୍ରା କରୁଥିବା ସମୟରେ

a certain village

ଏହା ଏକ ନୂତନ ସ୍ଥାନ ଭାବରେ ଏହି ଗ୍ରାମକୁ ପରିଚିତ କରେ କିନ୍ତୁ ତା’ର ନାମ ଉଲ୍ଲେଖ କରେ ନାହିଁ I

a certain woman named Martha

ଏହା ମାର୍ଥାକୁ ଏକ ନୂତନ ଚରିତ୍ର ଭାବରେ ପରିଚୟ ଦିଏ I ତୁମର ଭାଷାରେ ହୁଏତ ନୂତନ ଲୋକମାନଙ୍କର ପରିଚୟ ଦେବା ପାଇଁ ଏକ ଶୈଳୀ ଥାଇପାରେ I (ଦେଖ: /WA-Catalog/or_tm?section=translate#writing-participants)

Luke 10:39

who also sat at the feet of Jesus

ସେହି ସମୟରେ ଶିଖୁଥିବା ଜଣେ ବ୍ୟକ୍ତି ନିମନ୍ତେ ଏହା ଏକ ସାଧାରଣ ଏବଂ ସମ୍ମାନପୂର୍ଣ୍ଣ ସ୍ଥାନ ଥିଲା I ବିକଳ୍ପ ଅନୁବାଦ: “ଯୀଶୁଙ୍କ ପାଖରେ ତଳେ ବସିଲା” (ଦେଖ: /WA-Catalog/or_tm?section=translate#figs-explicit)

listened to his word

ଏହା ମାର୍ଥାଙ୍କ ଗୃହରେ ଥିବାବେଳେ ଯୀଶୁ ଶିକ୍ଷା ଦେଇଥିବା ପ୍ରତ୍ୟେକ ବିଷୟକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶିକ୍ଷାକୁ ଶୁଣିଲା” (ଦେଖ: /WA-Catalog/or_tm?section=translate#figs-metonymy)

Luke 10:40

was distracted

ବହୁତ ବ୍ୟସ୍ତ ବା “ଅତ୍ୟଧିକ ବ୍ୟସ୍ତ”

do you not care ... me to serve alone?

ମାର୍ଥା ଅଭିଯୋଗ କରୁଛନ୍ତି ଯେ ପ୍ରଭୁ ମରିୟମକୁ ବସି ତାଙ୍କ କଥା ଶୁଣିବା ପାଇଁ ଅନୁମତି ଦେଉଛନ୍ତି ଯେତେବେଳେ ଅନେକଗୁଡିଏ କାର୍ଯ୍ୟ କରିବାକୁ ବାକି ରହିଛି I ସେ ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି, ତେଣୁ ସେ ନିଜର ଅଭିଯୋଗକୁ ଅଧିକ ଶିଷ୍ଟ କରିବା ନିମନ୍ତେ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏପରି ମନେ ହୁଏ ଯେ ଆପଣ ମନଯୋଗ କରୁନାହାନ୍ତି ...ଏକାକୀ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 10:41

Martha, Martha

ଯୀଶୁ ଗୁରୁତ୍ଵ ଆରୋପ କରିବା ନିମନ୍ତେ ମାର୍ଥାଙ୍କ ନାମର ପୁନରୁକ୍ତି କରନ୍ତି I ବିକଳ୍ପ ଅନୁବାଦ: “ପ୍ରିୟ ମାର୍ଥା” ବା “ମାର୍ଥା, ତୁମେ”

Luke 10:42

only one thing is necessary

ମରିୟମ ଯାହା କରୁଛନ୍ତି ତା’ ସହିତ ମାର୍ଥା ଯାହା କରୁଛନ୍ତି ଯୀଶୁ ତହିଁର ବୈଷମ୍ୟ ଦର୍ଶାନ୍ତି I ଏହାକୁ ସ୍ପଷ୍ଟ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ମୋହର ଶିକ୍ଷାକୁ ଶୁଣିବା ହିଁ ପ୍ରକୃତରେ କେବଳ ଏକମାତ୍ର ଆବଶ୍ୟକ ବିଷୟ ଅଟେ” ବା “ଭୋଜନ ପ୍ରସ୍ତୁତ କରିବାଠାରୁ ମୋର ଶିକ୍ଷାକୁ ଶୁଣିବା ଅଧିକ ଆବଶ୍ୟକ ବିଷୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

which will not be taken away from her

ସାମ୍ଭାବ୍ୟ ଅର୍ଥଗୁଡିକ 1) “ମୁଁ ତାହାଠାରୁ ଏହି ସୁଯୋଗ ନେଇଯିବି ନାହିଁ” ବା 2) “ସେ ମୋତେ ଶୁଣୁଥିବାରୁ ସେ ଯାହା ଲାଭ କରିଛି ତାହା ସେ ହରାଇବ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)