Luke 9

ଲୂକ 09 ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

“ଈଶ୍ୱରଙ୍କ ରାଜ୍ୟ ପ୍ରଚାର କରିବା”

କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଏହି ସ୍ଥାନରେ “ଈଶ୍ୱରଙ୍କ ରାଜ୍ୟ” ଶବ୍ଦଗୁଡିକ କେଉଁ ବିଷୟକୁ ସୂଚାଏ I କେତେକ କହନ୍ତି ଯେ ଏହା ଜଗତରେ ଈଶ୍ୱରଙ୍କ ରାଜତ୍ଵକୁ ଇଙ୍ଗିତ କରେ, ଏବଂ ଅନ୍ୟମାନେ କହନ୍ତି ଏହା ସେହି ସୁସମାଚାରର ସମ୍ବାଦକୁ ସୂଚାଏ ଯେ ଯୀଶୁ ତାଙ୍କର ଲୋକମାନଙ୍କ ପାପସବୁ ନିମନ୍ତେ ମୂଲ୍ୟ ଦେବା ପାଇଁ ମୃତ୍ୟୁବରଣ କଲେ I ଏହାକୁ “ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧରେ ପ୍ରଚାର କରିବା” ଭାବରେ ବା “ସେମାନଙ୍କୁ ଶିକ୍ଷା ଦେବା ଯେ ଈଶ୍ୱର କିପରି ଆପଣାକୁ ରାଜା ଭାବରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି I” (ଦେଖ: /WA-Catalog/or_tm?section=translate#figs-metaphor)

ଏଲୀୟ

ଈଶ୍ୱର ଯିହୂଦୀମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ମଶୀହଙ୍କ ଆସିବା ପୂର୍ବରୁ ଭାବବାଦୀ ଏଲିୟ ଫେରିଆସିବେ, ତେଣୁ କେତେକ ଲୋକ ଯେଉଁମାନେ ଯୀଶୁଙ୍କୁ ଆଶ୍ଚର୍ଯ୍ୟକର୍ମ କରିବା ଦେଖିଲେ ସେମାନେ ଯୀଶୁଙ୍କୁ ଏଲୀୟ ବୋଲି ମନେ କଲେ ([ଲୂକ 9:9] (../../ଲୂକ/09/09.ମଝି), [ଲୂକ 9:19] (../../ଲୂକ/09/19.ମଝି)) I ଯାହା ବି ହେଉ, ଏଲୀୟ ଯୀଶୁଙ୍କ ସହିତ କଥାବାର୍ତ୍ତା କରିବାକୁ ଅବଶ୍ୟ ପୃଥିବୀକୁ ଆସିଥିଲେ ([ଲୂକ 9: 30] (../../ଲୂକ/ 09/30. ମଝି)) I (ଦେଖ: /WA-Catalog/or_tw?section=kt#prophet/WA-Catalog/or_tw?section=kt#christ/WA-Catalog/or_tw?section=names#elijah )

“ଈଶ୍ୱରଙ୍କ ରାଜ୍ୟ”

ଏହି ଅଧ୍ୟାୟରେ “ଈଶ୍ୱରଙ୍କ ରାଜ୍ୟ” ବାକ୍ୟାଂଶଟି ବାକ୍ୟ କୁହାଯାଉଥିବା ବେଳେ ତଥାପି ଭବିଷ୍ୟତରେ ଥିବା ଏକ ରାଜ୍ୟକୁ ବୁଝାଏ I (ଦେଖ: /WA-Catalog/or_tw?section=kt#kingdomofgod )

ଗୌରବ

ଅନେକ ସମୟରେ ଶାସ୍ତ୍ର ଈଶ୍ୱରଙ୍କ ଗୌରବକୁ ଏକ ମହାନ, ଦୀପ୍ତିମାନ୍ ଜ୍ୟୋତିଃ ଭାବରେ ବର୍ଣ୍ଣନା କରିଥାଏ I ଯେତେବେଳେ ଲୋକମାନେ ଏହି ଜ୍ୟୋତିଃକୁ ଦେଖନ୍ତି, ସେମାନେ ଭୟଭୀତ ହୁଅନ୍ତି I ଲୂକ ଏହି ଅଧ୍ୟାୟରେ କହନ୍ତି ଯେ ଯୀଶୁଙ୍କ ବସ୍ତ୍ର ଏହି ଗୌରବମୟ ଜ୍ୟୋତିଃରେ ଜାଜୁଲ୍ୟମାନ ହେଲା ଯେପରି ତାଙ୍କର ଅନୁଶରଣକାରୀମାନେ ଦେଖିବାକୁ ସକ୍ଷମ ହେଲେ ଯେ ଯୀଶୁ ପ୍ରକୃତରେ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ତହିଁ ସଙ୍ଗେ ସଙ୍ଗେ ଈଶ୍ୱର ସେମାନଙ୍କୁ କହିଲେ ଯେ ଯୀଶୁ ତାଙ୍କର ପୁତ୍ର ଅଟନ୍ତି I (ଦେଖ: /WA-Catalog/or_tw?section=kt#glory/WA-Catalog/or_tw?section=kt#fear )

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟାନ୍ୟ ପ୍ରତିବନ୍ଧକ

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ବକ୍ତବ୍ୟ ଅଟେ ଯାହା କୌଣସି ଏକ ଅସମ୍ଭବ ବିଷୟକୁ ବର୍ଣ୍ଣନା କଲାଭଳି ମନେ ହୁଏ I ଏହି ଅଧ୍ୟାୟରେ ଗୋଟିଏ ଉଦାହରଣ ଅଛି: “ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେକେହି ମୋ’ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ I” ([ ଲୂକ: 9:24] (../../ ଲୂକ/09 /24. ମଝି )) I “ମନୁଷ୍ୟପୁତ୍ର”

ଯୀଶୁ ଏହି ଅଧ୍ୟାୟରେ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି” ([ଲୂକ 9: 22] (../../ଲୂକ/09/22.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ ଯଦି ସେମାନେ ଅନ୍ୟ କୌଣସି ବ୍ୟକ୍ତି ବିଷୟରେ କଥାବାର୍ତ୍ତା କରୁଥିବେ I (ଦେଖ: /WA-Catalog/or_tw?section=kt#sonofman/WA-Catalog/or_tm?section=translate#figs-123person )

“ଗ୍ରହଣ କରିବା”

ଏହି ବାକ୍ୟ ଏହି ଅଧ୍ୟାୟରେ ଅନେକ ଥର ପ୍ରକାଶିତ ହୁଏ ଏବଂ ଏହା ବିଭିନ୍ନ ବିଷୟକୁ ବୁଝାଏ I ଯେତେବେଳେ ଯୀଶୁ କହନ୍ତି, ""ଯେକେହି ମୋ’ ନାମରେ ଏହି ସାନ ଶିଶୁକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେକେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ” ([ଲୂକ 9: 48] (../../ ଲୂକ/09/48. ମଝି)), ସେତେବେଳେ ସେ ଲୋକମାନେ ଶିଶୁର ସେବା କରିବା ବିଷୟରେ କହନ୍ତି I ଯେତେବେଳେ ଲୂକ କହନ୍ତି, “ସେଠାରେ ଥିବା ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ” ([ ଲୂକ 9: 53] (../../ଲୂକ/ 09 /53.ମଝି )), ସେ ଏହା କହିବାକୁ ଚାହାନ୍ତି ଯେ, ଯୀଶୁଙ୍କଠାରେ ଲୋକମାନେ ବିଶ୍ୱାସ କଲେ ନାହିଁ ବା ତାଙ୍କୁ ଗ୍ରହଣ କଲେ ନାହିଁ I (ଦେଖ: /WA-Catalog/or_tw?section=kt#believe )

Luke 9:1

Connecting Statement:

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଧନ ଉପରେ ଓ ସେମାନଙ୍କ ବିଷୟବସ୍ତୁଗୁଡିକ ଉପରେ ନିର୍ଭର ନ କରିବାକୁ ସ୍ମରଣ କରାନ୍ତି, ସେମାନଙ୍କୁ ଶକ୍ତି ଦିଅନ୍ତି, ଏବଂ ତା’ପରେ ସେମାନଙ୍କୁ ବିଭିନ୍ନ ସ୍ଥାନମାନଙ୍କୁ ପ୍ରେରଣ କରନ୍ତି I

power and authority

ଏହି ଦୁଇଟି ଭାବ ପ୍ରକାଶକ ପଦଗୁଡିକ ଏହା ଦର୍ଶାଇବା ନିମନ୍ତେ ଏକତ୍ର ବ୍ୟବହୃତ ହୋଇଛି ଯେ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ଦ୍ୱାଦଶଙ୍କର ଉଭୟ ଶକ୍ତି ଓ ଅଧିକାର ଥିଲା I ଏହି ଉଭୟ ଚିନ୍ତଧାରାଗୁଡିକୁ ଅନ୍ତର୍ଭୁକ୍ତ କରୁଥିବା ଶବ୍ଦଗୁଡିକର ସଂମିଶ୍ରଣରେ ଏହି ବାକ୍ୟାଂଶକୁ ଅନୁବାଦ କର I

all the demons

ସାମ୍ଭାବ୍ୟ ଅର୍ଥଗୁଡିକ 1) “ସମସ୍ତ ଭୂତ” ବା 2) “ସମସ୍ତ ପ୍ରକାରର ଭୂତ”

diseases

ଅସୁସ୍ଥତାଗୁଡିକ

Luke 9:2

sent them out

ସେମାନଙ୍କୁ ବିଭିନ ସ୍ଥାନଗୁଡିକୁ ପ୍ରେରଣ କଲେ ବା “ସେମାନଙ୍କୁ ଯିବା ପାଇଁ କହିଲେ”

Luke 9:3

He said to them

ଯୀଶୁ ଦ୍ୱାଦଶଙ୍କୁ କହିଲେ I ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ସେମାନେ ବାହାରକୁ ଯିବା ପୂର୍ବରୁ ଏହା ଘଟିଲା I ବିକଳ୍ପ ଅନୁବାଦ: “ସେମାନେ ଯିବା ପୂର୍ବରୁ, ଯୀଶୁ ସେମାନଙ୍କୁ କହିଲେ”

Take nothing

ତୁମ୍ଭମାନଙ୍କ ସହିତ କୌଣସି ଜିନିଷ ନିଅ ନାହିଁ ବା “ତୁମ୍ଭମାନଙ୍କ ସହିତ କୌଣସି ଜିନିଷ ଆଣ ନାହିଁ”

staff

ଅସମତୁଲ ଭୂମିରେ ଚାଲିବା ବେଳେ ବା ଚଢିବା ବେଳେ ଭାରସାମ୍ୟ ରକ୍ଷା କରିବା ନିମନ୍ତେ ପୁଣି ଆକ୍ରମଣକାରୀମାନଙ୍କଠାରୁ ପ୍ରତିରକ୍ଷା କରିବା ନିମନ୍ତେ ଲୋକମାନେ ବ୍ୟବହାର କରୁଥିବା ବଡ ବାଡି

wallet

ଜଣେ ଯାତ୍ରୀ ଯାତ୍ରାରେ ଆବଶ୍ୟକ କରୁଥିବା ଜିନିଷଗୁଡିକ ବହିବା ପାଇଁ ବ୍ୟବହାର କରୁଥିବା ଗୋଟିଏ ଝୋଲି

bread

ଏଠାରେ ଏହା “ଖାଦ୍ୟ”କୁ ସାଧାରଣ ଅର୍ଥରେ ବୁଝାଏ I

Luke 9:4

Whatever house you enter into

ଯେ କୌଣସି ଗୃହକୁ ତୁମେ ପ୍ରବେଶ କର

stay there

ସେହି ସ୍ଥାନରେ ରୁହ ବା “ଜଣେ ଅତିଥି ଭାବରେ ସେହି ଗୃହରେ ଅସ୍ଥାୟୀ ଭାବରେ ରୁହ”

until you leave

ଯେପର୍ଯ୍ୟନ୍ତ ତୁମ୍ଭେମାନେ ସେହି ନଗରରୁ ପ୍ରସ୍ଥାନ କରି ନାହଁ ବା “ଯେପର୍ଯ୍ୟନ୍ତ ତୁମ୍ଭେମାନେ ସେହି ସ୍ଥାନ ପରିତ୍ୟାଗ କରି ନାହଁ”

Luke 9:5

Wherever they do not receive you, when you go out

ଯେଉଁ ନଗରର ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ ନ କରନ୍ତି ସେଠାରେ ତୁମ୍ଭେମାନେ ଏହା କରିବା ଉଚିତ: ତୁମ୍ଭେମାନେ ପ୍ରସ୍ଥାନ କଲାବେଳେ

shake off the dust from your feet as a testimony against them

“ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡି ପକାଇବା” ବିଷୟ ସେହି ସଂସ୍କୃତିରେ ଦୃଢ଼ ପ୍ରତ୍ୟାଖ୍ୟାନର ଏକ ଅଭିବ୍ୟକ୍ତି ଥିଲା I ଏହା ଦର୍ଶାଇଲା ଯେ ସେମାନେ ଏପରିକି ଚାହୁଁ ନ ଥିଲେ ଯେ ସେହି ନଗରର ଧୂଳି ବି ସେମାନଙ୍କ ଉପରେ ରହୁ I (ଦେଖ: /WA-Catalog/or_tm?section=translate#translate-symaction )

Luke 9:6

they departed

ସେମାନେ ସେହି ସ୍ଥାନ ପରିତ୍ୟାଗ କଲେ ଯେଉଁଠାରେ ଯୀଶୁ ଥିଲେ

healing everywhere

ସୁସ୍ଥ କରୁ କରୁ ଯେକୌଣସି ସ୍ଥାନକୁ ସେମାନେ ଗଲେ

Luke 9:7

General Information:

ଏହି ପଦଗୁଡିକ ହେରୋଦଙ୍କ ସମ୍ପର୍କରେ ତଥ୍ୟ ଦେବାରେ ବାଧା ଦିଏ I

Now Herod

ଏହି ବାକ୍ୟାଂଶ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରେ I ଏହି ସ୍ଥାନରେ ଲୂକ ହେରୋଦଙ୍କ ସମ୍ପର୍କରେ ପୃଷ୍ଠଭୂମି ତଥ୍ୟ କହନ୍ତି I (ଦେଖ: /WA-Catalog/or_tm?section=translate#writing-background)

Herod the tetrarch

ଏହା ହେରୋଦ ଆନ୍ତିପାଙ୍କୁ ସୂଚାଏ, ଯିଏ ଇସ୍ରାଏଲର ଏକ-ଚତୁର୍ଥାଂଶର ଶାସକ ଥିଲେ I

he was perplexed

ବୁଝିବାରେ ଅସମର୍ଥ, ହତବୁଦ୍ଧି ହେଲେ

it was said by some

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିଛି ଲୋକମାନେ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 9:8

but by others that one of the ancient prophets had risen

“କହିଲେ” ଶବ୍ଦକୁ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ତଥାପି ଅନ୍ୟମାନେ କହିଲେ ଯେ ବହୁ ପୂର୍ବ କାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଉତ୍ଥିତ ହୋଇଅଛନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

Luke 9:9

I beheaded John, but who is this

ହେରୋଦ ମନେ ମନେ ଧରି ନେଲେ ଯେ, ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବା ଯୋହନଙ୍କ ପକ୍ଷରେ ଅସମ୍ଭବ ଅଟେ I ବିକଳ୍ପ ଅନୁବାଦ: “ଏହା ଯୋହନ ହୋଇ ନ ପାରନ୍ତି କାରଣ ମୁଁ ତାଙ୍କର ମୁଣ୍ଡ କାଟିଥିଲି I ତେଣୁ ଏହି ବ୍ୟକ୍ତି କିଏ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

I beheaded John

ହେରୋଦଙ୍କ ସୈନ୍ୟମାନେ ହୁଏତ ଏହି ଦଣ୍ଡବିଧାନକୁ କାର୍ଯ୍ୟକାରୀ କରିଥିଲେ I ବିକଳ୍ପ ଅନୁବାଦ: “ଯୋହନଙ୍କ ମୁଣ୍ଡ କାଟିବା ନିମନ୍ତେ ମୁଁ ମୋହର ସୈନ୍ୟମାନଙ୍କୁ ଆଜ୍ଞା ଦେଇଥିଲି” (ଦେଖ: /WA-Catalog/or_tm?section=translate#figs-explicit)

Luke 9:10

Connecting Statement:

ଯଦିଓ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଫେରିଲେ ଓ ବେଥସାଇଦାକୁ ଏକତ୍ର ସମୟ କାଟିବା ପାଇଁ ସେମାନେ ଗଲେ, ଜନତାର ଭିଡ ସୁସ୍ଥତା ପାଇବାକୁ ଓ ତାଙ୍କର ଶିକ୍ଷା ଶୁଣିବାକୁ ଯୀଶୁଙ୍କ ପଛେ ପଛେ ଅନୁସରଣ କଲେ I ସେମାନେ ଘରକୁ ଫେରିବା ବେଳେ ସେମାନଙ୍କୁ ରୋଟୀ ଓ ମାଛ ଖାଇବାକୁ ଦେବାପାଇଁ ଯୀଶୁ ଏକ ଆଶ୍ଚର୍ଯ୍ୟକର୍ମ ସାଧନ କରନ୍ତି I

When the apostles returned

ଯୀଶୁ ଯେଉଁଠାରେ ଥିଲେ ପ୍ରେରିତମାନେ ସେହି ସ୍ଥାନକୁ ଫେରି ଆସିଲେ

everything they had done

ସେମାନେ ଅନ୍ୟ ନଗରଗୁଡିକକୁ ଯାଇ ଦେଇଥିବା ଶିକ୍ଷା ଓ କରିଥିବା ସୁସ୍ଥତାର କାର୍ଯ୍ୟକୁ ଏହା ସୂଚାଇଥାଏ I

Bethsaida

ଏହା ଏକ ନଗରର ନାମ I (ଦେଖ: /WA-Catalog/or_tm?section=translate#translate-names)

Luke 9:12

Now the day began to end

ଦିନ ଅବସାନ ହେବାବେଳେ ବା ଏହା ଦିନର ଶେଷ ସମୟ ପାଖାପାଖି”

Luke 9:13

five loaves of bread

ଖଣ୍ଡିଏ ପାଉଁରୁଟୀ କହିଲେ ଟେଳାଏ ଚକଟା ହୋଇଥିବା ଅଟା ଯାହାକୁ ଆକାର ଦେଇ ସେକାହୋଇଥାଏ I

two fish ... unless we go and buy food for all these people

ତୁମ ଭାଷାରେ ଯଦି “ତାହା ନ ହେଲେ” ପଦ ବୁଝିବା କଷ୍ଟକର ଅଟେ, ତେବେ ତୁମେ ଏକ ନୂତନ ବାକ୍ୟ ଗଠନ କରିପାରିବ I “ଦୁଇଟି ମାଛ I ଏହି ସମସ୍ତ ଲୋକମାନଙ୍କୁ ଭୋଜନ ଦେବା ପାଇଁ ଆମ୍ଭମାନଙ୍କୁ ବଜାର ଯିବାକୁ ପଡିବ ଓ ଖାଦ୍ୟ କିଣିବାକୁ ହେବ”

Luke 9:14

about five thousand men

ପ୍ରାୟ 5,000 ପୁରୁଷ I ଏହି ସଂଖ୍ୟା ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ ଯେଉଁମାନେ ହୁଏତ ସେସ୍ଥାନରେ ଉପସ୍ଥିତ ଥିବେ (ଦେଖ: /WA-Catalog/or_tm?section=translate#translate-numbers)

Have them sit down

ସେମାନଙ୍କୁ ବସିବାକୁ କୁହ

fifty each

ପ୍ରତ୍ୟେକ 50 (ଦେଖ: /WA-Catalog/or_tm?section=translate#translate-numbers)

Luke 9:15

So they did this

ଏହା ସୂଚାଏ ଯେ ଯୀଶୁ ସେମାନଙ୍କୁ ଏହା କରିବାକୁ କହିଲେ ଲୂକ 9: 14 I ସେମାନେ ଲୋକମାନଙ୍କୁ ପଚାଶ ପଚାଶ ଜଣ କରି ଦଳଗୁଡିକରେ ବସିବା ପାଇଁ କହିଲେ I

Luke 9:16

Then taking the five loaves

ଯୀଶୁ ପାଞ୍ଚୋଟି ରୋଟୀ ନେଲେ

he looked up to heaven

ଏହା ଊର୍ଦ୍ଧ୍ୱକୁ, ଆକାଶ ଆଡକୁ ଦୃଷ୍ଟି କରିବା ବିଷୟକୁ ସୂଚାଏ I ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ଆକାଶ ଉପରେ ସ୍ୱର୍ଗ ରହିଛି I (ଦେଖ: /WA-Catalog/or_tm?section=translate#figs-explicit)

he blessed them

ଏହା ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ବୁଝାଏ I

to set before

ବଢ଼ାଇ ଦେବା ବା “ଦେବା”

Luke 9:17

were satisfied

ଏହି ଋଢ଼ିର ଅର୍ଥ ସେମାନେ ପ୍ରଚୁର ପରିମାଣରେ ଖାଦ୍ୟ ଖାଇଲେ ତେଣୁ ସେମାନେ କ୍ଷୁଧିତ ହେଲେ ନାହିଁ I ବିକଳ୍ପ ଅନୁବାଦ: “ଖାଇବା ପାଇଁ ସେମାନଙ୍କ ଯେତେ ଇଚ୍ଛା ସେତେ ଖାଦ୍ୟ ଥିଲା” (ଦେଖ: /WA-Catalog/or_tm?section=translate#figs-idiom)

Luke 9:18

Connecting Statement:

ଯୀଶୁ ପ୍ରାର୍ଥନା କରୁଛନ୍ତି, କେବଳ ତାଙ୍କର ଶିଷ୍ୟମାନେ ପାଖରେ ଅଛନ୍ତି, ଏବଂ ସେମାନେ ଯୀଶୁ କିଏ ବୋଲି କଥାବାର୍ତ୍ତା କରିବା ଆରମ୍ଭ କଲେ I ଯୀଶୁ ସେମାନଙ୍କୁ କହିଲେ ଯେ ସେ ଶୀଘ୍ର ମୃତ୍ୟୁବରଣ କରିବେ ଓ ପୁନରୁତଥିତ ହେବେ ପୁଣି ତାଙ୍କର ଅନୁସରଣ କରିବାକୁ ସେ ସେମାନଙ୍କୁ ଅନୁରୋଧ କଲେ, ଯଦିଓ ସେମାନଙ୍କ ନିମନ୍ତେ ପାଳନ କରିବା ଏହା କଷ୍ଟକର ହୋଇପାରେ I

It came about that

ଏହି ବାକ୍ୟାଂଶ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent)

praying by himself

ଏକୁଟିଆ ପ୍ରାର୍ଥନା କରୁଛନ୍ତି I ଶିଷ୍ୟମାନେ ଯୀଶୁଙ୍କ ସହିତରେ ଅଛନ୍ତି, କିନ୍ତୁ ସେ ବ୍ୟକ୍ତିଗତ ଓ ଗୁପ୍ତ ଭାବରେ ନିଜେ ପ୍ରାର୍ଥନା କରୁଛନ୍ତି I

Luke 9:19

John the Baptist

ଏହି ସ୍ଥାନରେ ପ୍ରଶ୍ନର କିଛି ଅଂଶ ପୂନଃ ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “କେହି କେହି କହନ୍ତି ଯେ ଆପଣ ବାପ୍ତିଜକ ଯୋହନ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

that one of the prophets from long ago has risen

ଯୀଶୁଙ୍କ ପ୍ରଶ୍ନ ସହିତ ଏହି ଉତ୍ତରର କିପରି ସମ୍ପର୍କ ରହିଛି ତାହା ସ୍ପଷ୍ଟ କରିବା ନିମନ୍ତେ ହୁଏତ ଏହା ସହାୟକ ହେବ I ବିକଳ୍ପ ଅନୁବାଦ: “ଆପଣ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତଥିତ ହୋଇଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

has risen

ଜୀବନ ଫେରି ପାଇଛନ୍ତି

Luke 9:20

Then he said to them

ତାପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ

Luke 9:21

them to tell this to no one.

କାହାରିକୁ ନ କହିବା ପାଇଁ ବା “ସେମାନେ କାହାରିକି କହିବା ଉଚିତ ନୁହେଁ I” ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: ସେମାନଙ୍କୁ, “’କାହାରିକି କୁହନାହିଁ I”’(ଦେଖ: /WA-Catalog/or_tm?section=translate#figs-quotations)

Luke 9:22

The Son of Man must suffer many things

ଲୋକମାନେ ମନୁଷ୍ୟପୁତ୍ରଙ୍କୁ ଅତିଶୟ ଦୁଃଖଭୋଗ କରିବାକୁ ଦେବେ

The Son of Man ... and he will be killed

ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ...ଏବଂ ମୁଁ” (ଦେଖ: /WA-Catalog/or_tm?section=translate#figs-123person)

be rejected by the elders and chief priests and scribes

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରାଚୀନମାନେ, ପ୍ରଧାନ ଯାଜକମାନେ, ଏବଂ ଶାସ୍ତ୍ରୀମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

he will be killed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ବଧ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

on the third day

ତାଙ୍କର ମୃତ୍ୟୁର ତିନି ଦିନ ଉତ୍ତାରେ ବା “ତାଙ୍କର ମୃତ୍ୟୁ ପରେ ତୃତୀୟ ଦିନରେ” (ଦେଖ: /WA-Catalog/or_tm?section=translate#translate-ordinal)

be raised

ସେ ... ପୁନର୍ଜୀବିତ କରାଯିବେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର...ତାଙ୍କୁ ପୁନର୍ବାର ଜୀବିତ କରିବେ” ବା “ସେ ପୁନର୍ବାର...ଜୀବିତ ହେବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 9:23

he said

ଯୀଶୁ କହିଲେ

to them all

ଏହା ଯୀଶୁଙ୍କ ସହିତ ଥିବା ଶିଷ୍ୟମାନଙ୍କୁ ସୂଚାଇଥାଏ I

come after me

ମୋହର ଅନୁଗାମୀ ହୁଅ I ଯୀଶୁଙ୍କ ପଛେ ପଛେ ଆସିବା ତାଙ୍କର ଅନ୍ୟତମ ଜଣେ ଶିଷ୍ୟ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋହର ଶିଷ୍ୟ ହୁଅ” ବା “ମୋହର ଶିଷ୍ୟମାନଙ୍କ ମଧ୍ୟରେ ଜଣେ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor)

he must deny himself

ସେ ନିଜର ଅଭିଳାଷଗୁଡିକର ବଶରେ ରହିବା ଆଦୌ ଉଚିତ ନୁହେଁ ବା “ନିଶ୍ଚୟ ତାଙ୍କ ନିଜର ଅଭିଳାଷଗୁଡିକୁ ପରିତ୍ୟାଗ କରିବାକୁ ହେବ”

take up his cross daily and follow me

ପ୍ରତିଦିନ ଆପଣା କ୍ରୁଶ ବହନ କରିବ ଏବଂ ମୋ’ର ଅନୁଗମନ କରିବ I କ୍ରୁଶ, ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I କ୍ରୁଶ ବହନ କରିବାର ଅର୍ଥ ଦୁଃଖଭୋଗ ଓ ମୃତ୍ୟୁବରଣ କରିବାକୁ ଇଚ୍ଛୁକ ହେବା I ବିକଳ୍ପ ଅନୁବାଦ: “ଦୁଃଖଭୋଗ ଓ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ପ୍ରତିଦିନ ନିଶ୍ଚୟ ମୋହର ଆଜ୍ଞାବହ ହେବ” (ଦେଖ: /WA-Catalog/or_tm?section=translate#figs-metonymy)

follow me

ଏଠାରେ ଯୀଶୁଙ୍କ ଅନୁଗାମୀ ହେବାର ଅର୍ଥ ତାଙ୍କର ଆଜ୍ଞାବହ ହେବା I ବିକଳ୍ପ ଅନୁବାଦ: “ମୋ’ର ଆଜ୍ଞାବହ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor)

follow me

ମୋ’ସହିତ ଯିବା ବା “ମୋହର ଅନୁଗମନ କରିବା ଆରମ୍ଭ କର ଓ ମୋହର ଅନୁଗମନ କରିଚାଲ”

Luke 9:25

For what is a person profited ... but destroying or losing himself?

ଏହି ପ୍ରଶ୍ନର ବୁଝାପଡୁଥିବା ଉତ୍ତର ଏହି ଯେ ଏହା ଉତ୍ତମ ନୁହେଁ I ବିକଳ୍ପ ଅନୁବାଦ: “ଜଣେ ସମଗ୍ର ଜଗତ ଲାଭ କରେ ଓ ତା’ସତ୍ତ୍ୱେ ଆପଣାକୁ ହରାଏ, ଏହା କଦାପି ତାକୁ ଉପକାର ଦେବ ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

having gained the whole world

ଜଗତରେ ପ୍ରତ୍ୟେକ ବିଷୟ ପାଇବା

destroying or losing himself

ନିଜକୁ ଧ୍ଵଂସ କରିବା ବା ଆପଣା ଜୀବନ ତ୍ୟାଗ କରିବା

Luke 9:26

my words

ମୁଁ ଯାହା କହେ ବା “ମୁଁ ଯାହା ଶିକ୍ଷା ଦିଏ”

of him will the Son of Man be ashamed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ”(ଦେଖ: /WA-Catalog/or_tm?section=translate#figs-activepassive)

the Son of Man ... when he comes

ଯୀଶୁ ନିଜ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମନୁଷ୍ୟପୁତ୍ର, ଯେତେବେଳେ ମୁଁ ଆସିବି” (ଦେଖ: /WA-Catalog/or_tm?section=translate#figs-123person)

the Father

ଏହା ଈଶ୍ୱରଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Luke 9:27

But I say to you truly

ଯୀଶୁ ପରବର୍ତ୍ତୀ ଯେଉଁ ବିଷୟ କହିବେ ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି I

there are some of those who are standing here who will not taste death

ଏଠାରେ ଠିଆ ହୋଇଥିବା ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଆସ୍ୱାଦନ କରିବେ ନାହିଁ

before they see

ସେ କ'ଣ କହିବାକୁ ଚାହୁଁଛନ୍ତି ସେ ବିଷୟରେ ଯୀଶୁ ଲୋକମାନଙ୍କୁ କହୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖିବା ପୂର୍ବରୁ” (ଦେଖ: /WA-Catalog/or_tm?section=translate#figs-123person)

will not taste death before they see the kingdom of God

“ଯେପର୍ଯ୍ୟନ୍ତ” ... ଚିନ୍ତାଧାରାକୁ ଆସ୍ତିସୂଚକ ଭାବରେ “ପୂର୍ବରୁ” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବେ” ବା “ତୁମ୍ଭେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବ”

taste death

ଏହି ଋଢ଼ିର ଅର୍ଥ “ମରିବା”(ଦେଖ: /WA-Catalog/or_tm?section=translate#figs-idiom)

Luke 9:28

Connecting Statement:

ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପୂର୍ବରୁ କେତେକ ମୃତ୍ୟୁବରଣ କରିବେ ନାହିଁ ବୋଲି ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିବାର ଆଠ ଦିନ ପରେ ଯୀଶୁ ପିତର, ଯାକୁବ ଓ ଯୋହନଙ୍କ ସହିତ ପର୍ବତ ଉପରକୁ ଗଲେ ପୁଣି ଯୀଶୁ ଉଜ୍ଜ୍ୱଳ ରୂପରେ ପରିବର୍ତ୍ତିତ ହେବା ବେଳେ ସେମାନେ ସମସ୍ତେ ଶୋଇ ପଡିଥିଲେ I

these saying

ପୂର୍ବବର୍ତ୍ତୀ ପଦଗୁଡିକରେ ଯୀଶୁ ଯାହା ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଏହା ତାହାକୁ ସୂଚାଇଥାଏ I

Luke 9:30

Behold

ଏଠାରେ “ଦେଖ” ଶବ୍ଦ ଆମ୍ଭମାନଙ୍କୁ ପରବର୍ତ୍ତୀ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ସତର୍କ କରାଇ ଦିଏ I ବିକଳ୍ପ ଅନୁବାଦ: “ଆକସ୍ମିକ ଭାବରେ”

Luke 9:31

who appeared in glory

ମୋଶା ଓ ଏଲୀୟ କିପରି ଦେଖାଯାଉଥିଲେ ସେସମ୍ପର୍କରେ ଏହି ବାକ୍ୟାଂଶ ତଥ୍ୟ ପ୍ରଦାନ କରେ I କେତେକ ଭାଷା ଏହାକୁ ପୃଥକ ଖଣ୍ଡବାକ୍ୟ ଭାବରେ ଅନୁବାଦ କରିପାରନ୍ତି I ବିକଳ୍ପ ଅନୁବାଦ: “ଆଉ ସେମାନେ ଗୌରବମୟ ଦୀପ୍ତିରେ ପ୍ରକାଶିତ ହେଲେ” ବା “ଏବଂ ସେମାନେ ଉଜ୍ଜ୍ୱଳ ଭାବରେ ଦୀପ୍ତିମାନ ହେଉଥିଲେ” (ଦେଖ: /WA-Catalog/or_tm?section=translate#figs-distinguish)

his departure

ତାଙ୍କର ପ୍ରସ୍ଥାନ ବା “ଯୀଶୁ କିପରି ଏହି ଜଗତକୁ ଛାଡି ଚାଲି ଯିବେ I” ତାଙ୍କ ମୃତ୍ୟୁ ସମ୍ପର୍କରେ କଥାବାର୍ତ୍ତା କରିବା ବିଷୟର ଏହା ଏକ ଶାଳୀନ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ତାଙ୍କ ମୃତ୍ୟୁ” (ଦେଖ: /WA-Catalog/or_tm?section=translate#figs-euphemism)

Luke 9:32

Now

ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ପଦ ଏଠାରେ ବ୍ୟବହୃତ ହୋଇଛି I ଏଠାରେ ପିତର, ଯାକୁବ ଓ ଯୋହନଙ୍କ ସମ୍ପର୍କରେ ଲୂକ ତଥ୍ୟ ପ୍ରଦାନ କରି କୁହନ୍ତି (ଦେଖ: /WA-Catalog/or_tm?section=translate#writing-background)

heavy with sleep

ଏହି ଋଢ଼ିର ଅର୍ଥ “ଅତିଶୟ ନିଦ୍ରାଳୁ I”

they saw his glory

ଏହା ସେମାନଙ୍କୁ ଆଚ୍ଛାଦନ କରିଥିବା ଦୀପ୍ତିମାନ ଜ୍ୟୋତିଃକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରୁ ଆସୁଥିବା ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ” ବା “ସେମାନେ ଯୀଶୁଙ୍କ ଭିତରୁ ଆସୁଥିବା ଅତି ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ”

the two men who were standing with him

ଏହା ମୋଶା ଏବଂ ଏଲୀୟଙ୍କୁ ସୂଚାଏ I

Luke 9:33

As they were going away

ମୋଶା ଏବଂ ଏଲୀୟ ପ୍ରସ୍ଥାନ କରୁଥିବା ବେଳେ

shelters

ସରଳ, ଅସ୍ଥାୟୀ ସ୍ଥାନଗୁଡିକ ଯେଉଁଠାରେ ବସିବା ବା ଶୟନ କରିହେବ

Luke 9:34

But as he was saying this

ପିତର ଏହି ବିଷୟସବୁ କହୁଥିବା ସମୟରେ

they were afraid

ଏହି ବୟୋପ୍ରାପ୍ତ ଶିଷ୍ୟମାନେ ମେଘଗୁଡିକ ସକାଶେ ଭୟଭୀତ ହୋଇ ନ ଥିଲେ I ଏହି ବାକ୍ୟାଂଶ ସୂଚାଏ ଯେ ଏକ ପ୍ରକାର ଅସ୍ୱାଭାବିକ ଭୟ ସେମାନଙ୍କ ଉପରକୁ ମେଘ ସହିତ ଆସିଲା I ବିକଳ୍ପ ଅନୁବାଦ: ""ସେମାନେ ଭୟଭୀତ ହେଲେ” (ଦେଖ: /WA-Catalog/or_tm?section=translate#figs-explicit)

they entered into the cloud

ମେଘ ଯାହା କଲା ଏହାକୁ ସେପରି ଭାବ ଅନୁସାରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମେଘ ସେମାନଙ୍କୁ ଆଚ୍ଛାଦିତ କଲା”

Luke 9:35

Then a voice came out of the cloud

ଏହା ବୁଝାପଡେ ଯେ ସେହି ବାଣୀ କେବଳ ଈଶ୍ୱରଙ୍କ ହୋଇଥିବ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କୁ ମେଘ ମଧ୍ୟରୁ କଥା କହିଲେ” (ଦେଖ: /WA-Catalog/or_tm?section=translate#figs-explicit)

Son

ଏହା ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

the one who is chosen

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏ ଆମ୍ଭର ମନୋନୀତ” ବା “ମୁଁ ତାଙ୍କୁ ମନୋନୀତ କରିଛି”(ଦେଖ: /WA-Catalog/or_tm?section=translate#figs-activepassive)

Luke 9:36

They kept silent ... of what they had seen

ଏହା ଏକ ତଥ୍ୟ ଯାହା କାହାଣୀ ମଧ୍ୟରେ ଥିବା ଘଟନାଗୁଡିକର ଫଳାଫଳ ଭାବରେ କାହାଣୀ ପରେ କ'ଣ ଘଟିଲା ତାହା ଜଣାଏ I (ଦେଖ: /WA-Catalog/or_tm?section=translate#writing-endofstory)

kept silent ... told no one

ପ୍ରଥମ ବାକ୍ୟାଂଶ ସେମାନଙ୍କ ତତକ୍ଷଣାତ୍ ପ୍ରତ୍ୟୁତ୍ତରକୁ ସୂଚାଏ, ଏବଂ ଦ୍ୱିତୀୟଟି ପରବର୍ତ୍ତୀ ଦିନଗୁଡିକରେ ସେମାନଙ୍କ କାର୍ଯ୍ୟଗୁଡିକୁ ସୂଚାଏ I

Luke 9:37

Connecting Statement:

ଉଜ୍ଜ୍ୱଳ ରୂପରେ ଯୀଶୁଙ୍କ ପ୍ରକାଶିତ ହେବାର ଆରଦିନ, ଏକ ଭୂତଗ୍ରସ୍ତ ବାଳକକୁ ଯୀଶୁ ସୁସ୍ଥ କରନ୍ତି ଯାହାକୁ ଶିଷ୍ୟମାନେ ଭଲ କରି ପାରି ନ ଥିଲେ I

Luke 9:38

Behold, a man from the crowd

“ଦେଖ” ଶବ୍ଦ ଆମ୍ଭମାନଙ୍କୁ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ସତର୍କ କରେ I ଏହା କରିବା ନିମନ୍ତେ ତୁମର ଭାଷାର ହୁଏତ ଏକ ଶୈଳୀ ଥାଇପାରେ I ଇଂରାଜୀ ଭାଷା ଅନୁସାରେ, “ଲୋକସମୂହ ମଧ୍ୟରେ ଜଣେ ଲୋକ ଥିଲା ଯିଏ” (ଦେଖ: /WA-Catalog/or_tm?section=translate#writing-participants)

Luke 9:39

See, a spirit

“ଦେଖନ୍ତୁ” ବାକ୍ୟାଂଶଟି ଲୋକର କାହାଣୀରେ ଥିବା ମନ୍ଦ ଆତ୍ମା ସହିତ ଆମ୍ଭମାନଙ୍କୁ ପରିଚିତ କରାଏ I ଏହା କରିବା ନିମନ୍ତେ ତୁମର ଭାଷାରେ ହୁଏତ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ସେଠାରେ ଗୋଟିଏ ମନ୍ଦ ଆତ୍ମା ଅଛି ଯିଏ” (ଦେଖ: /WA-Catalog/or_tm?section=translate#writing-participants)

and foaming at the mouth

ତାହାର ମୁହଁରୁ ଫେଣ ବାହାରି ଆସେ I ଯେତେବେଳେ ଜଣେ ବ୍ୟକ୍ତି ବଳ ପୂର୍ବକ ଅଧିକାରଗ୍ରସ୍ତ ଥାଏ, ସେମାନଙ୍କର ପ୍ରଶ୍ୱାସ ନେବାରେ ବା ଗିଳିବାରେ ଅସୁବିଧା ହୋଇପାରେ I ଏହି କାରଣରୁ ସେମାନଙ୍କ ମୁହଁର ଚାରିଆଡେ ଧଳାଫେଣ ଜାତ ହୁଏ I

Luke 9:41

So Jesus answered and said

ଯୀଶୁ ଏହା କହି ଉତ୍ତର ଦେଲେ

You unbelieving and depraved generation

ଯୀଶୁ ଏକତ୍ରିତ ହୋଇଥିବା ଲୋକସମୂହକୁ ଏହା କହିଲେ, ଏବଂ ଶିଷ୍ୟମାନଙ୍କୁ କହି ନ ଥିଲେ I

depraved generation

ବିପଥଗାମୀ ବଂଶ

how long must I be with you and put up with you?

ଏହି ସ୍ଥାନରେ “ତୁମ୍ଭମାନଙ୍କ” ପଦ ବହୁବଚନ ଅଟେ I ଲୋକମାନେ ବିଶ୍ୱାସ କଲେ ନାହିଁ, ସେଥିପାଇଁ ଯୀଶୁ ନିଜର ଦୁଃଖ ପ୍ରକାଶ କରିବା ପାଇଁ ଏହି ପ୍ରଶ୍ନଗୁଡିକ ପଚାରିଲେ I ସେଗୁଡିକୁ ଉକ୍ତି ଭାବରେ ଲେଖି- ହେବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ସହିତ ଏତେ କାଳ ରହି ଆସିଅଛି, ତଥାପି ତୁମ୍ଭେମାନେ ବିଶ୍ୱାସ କରୁନାହଁ I ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ମୁଁ ଆଉ କେତେ କାଳ ତୁମ୍ଭମାନଙ୍କୁ ସହିବି I” (ଦେଖ: /WA-Catalog/or_tm?section=translate#figs-you)

Bring your son here

ଏହି ସ୍ଥାନରେ “ତୁମର” ପଦ ଏକବଚନ ଅଟେ I ଯୀଶୁ ସିଧାସଳଖ ସେହି ପିତାକୁ କହୁଛନ୍ତି ଯିଏ ତାଙ୍କୁ ସମ୍ବୋଧନ କଲା I (ଦେଖ: /WA-Catalog/or_tm?section=translate#figs-you)

Luke 9:43

Then they were all amazed at the greatness of God

ଯୀଶୁ ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ମାତ୍ର ଲୋକସମୂହ ସ୍ୱୀକାର କଲେ ଯେ ଏହି ସୁସ୍ଥାତାର ପଛରେ ଈଶ୍ୱରଙ୍କ ଶକ୍ତି ରହିଛି I

everything that he was doing

ଯୀଶୁ କରୁଥିବା ସମସ୍ତ କାର୍ଯ୍ୟ

Luke 9:44

Let these words go deeply into your ears

ଏହା ଏକ ଋଢି ଅଟେ ଯାହାର ଅର୍ଥ ସେମାନେ ଧ୍ୟାନ ଦେବା ଆବଶ୍ୟକ ଅଟେ I ବିକଳ୍ପ ଅନୁବାଦ: “ଯତ୍ନ ସହକାରେ ଶୁଣ ଏବଂ ସ୍ମରଣରେ ରଖ” ବା “ଏହା ଭୁଲିଯାଅ ନାହିଁ” (ଦେଖ: /WA-Catalog/or_tm?section=translate#figs-idiom)

For the Son of Man will be betrayed into the hands of men

ଏହାକୁ ଏକ ସକ୍ରିୟ ଖଣ୍ଡବାକ୍ୟ ସହିତ ବ୍ୟକ୍ତ କରାଯାଇପାରିବ I ଏହି ସ୍ଥାନରେ “ହସ୍ତ” ଶବ୍ଦ କ୍ଷମତା ଏବଂ ନିୟନ୍ତ୍ରଣକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରିବେ ଏବଂ ତାଙ୍କୁ ମନୁଷ୍ୟମାନଙ୍କ ନିୟନ୍ତ୍ରଣ ମଧ୍ୟରେ ପକାଇବେ” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-metonymy)

For the Son of Man will be betrayed into the hands of men

ତୃତୀୟ ପୁରୁଷ ବ୍ୟବହାର କରି ଯୀଶୁ ନିଜ ସମ୍ପର୍କରେ କହୁଛନ୍ତି I “ହସ୍ତ” ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେମାନଙ୍କର ହସ୍ତ ସଦୃଶ ଅଟନ୍ତି ବା ସେହି କ୍ଷମତା ଯାହା ସେହି ହସ୍ତଗୁଡିକୁ ବ୍ୟବହାର କରେ I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ପଡିବ ଯେ ଏହି ଲୋକମାନେ କିଏ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ପ୍ରତାରିତ ହେବି” ବା “ମନୁଷ୍ୟପୁତ୍ର ତାଙ୍କର ଶତୃମାନଙ୍କ କ୍ଷମତା ଦ୍ବାରା ପ୍ରତାରିତ ହେବେ” ବା “ମୁଁ, ମନୁଷ୍ୟପୁତ୍ର ମୋହର ଶତୃମାନଙ୍କ ଦ୍ବାରା ପ୍ରତାରିତ ହେବି” (ଦେଖ: /WA-Catalog/or_tm?section=translate#figs-123person ଏବଂ /WA-Catalog/or_tm?section=translate#figs-synecdoche ଏବଂ /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-explicit)

Luke 9:45

It was hidden from them

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାର ଅର୍ଥକୁ ସେମାନଙ୍କଠାରୁ ଗୁପ୍ତ କରି ରଖିଲେ”(ଦେଖ:/WA-Catalog/or_tm?section=translate#figs-activepassive)

Luke 9:46

General Information:

ଶିଷ୍ୟମାନେ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିବା ଆରମ୍ଭ କଲେ ଯେ ସେମାନଙ୍କ ମଧ୍ୟରେ କିଏ ଅଧିକ କ୍ଷମତାସମ୍ପନ୍ନ ହେବ I

among them

ଶିଷ୍ୟମାନଙ୍କ ମଧ୍ୟରେ

Luke 9:47

knowing the reasoning in their hearts

ଏଠାରେ “ହୃଦୟ” ଶବ୍ଦ ସେମାନଙ୍କ ମନ ସକାଶେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେମାନଙ୍କ ମନର ଯୁକ୍ତିତର୍କ ବିଷୟରେ ଜାଣିବା” ବା “ସେମାନେ ଯାହା ଚିନ୍ତା କରୁଥିଲେ ତାହା ଜାଣିବା” (ଦେଖ: /WA-Catalog/or_tm?section=translate#figs-metonymy)

Luke 9:48

in my name

ଏହା ଏଭଳି ଏକ ବ୍ୟକ୍ତିକୁ ସୂଚାଏ ଯିଏ ଯୀଶୁଙ୍କ ପ୍ରତିନିଧି ଭାବରେ କିଛି କାର୍ଯ୍ୟ କରୁଛି I ବିକଳ୍ପ ଅନୁବାଦ: “ମୋ’ ସକାଶେ” (ଦେଖ: /WA-Catalog/or_tm?section=translate#figs-metonymy)

in my name, welcomes me

ଏହି ରୂପକକୁ ଏକ ଉପମା ଭାବରେ ମଧ୍ୟ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋ’ ନାମରେ, ଏହା ସତେ ଯେପରି ସେ ମୋତେ ସ୍ୱାଗତ କରୁଛି (ଦେଖ: /WA-Catalog/or_tm?section=translate#figs-metaphor)

the one who sent me

ଈଶ୍ୱର, ଯେ ମୋତେ ପ୍ରେରଣ କଲେ

he is great

ଈଶ୍ୱର ଯାହାକୁ ଅତି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ବୋଲି ବିବେଚନା କରନ୍ତି

Luke 9:49

John answered

ଏହାର ପ୍ରତ୍ୟୁତ୍ତରରେ, ଯୋହନ କହିଲେ ବା “ଯୋହନ ଯୀଶୁଙ୍କୁ ଉତ୍ତର ଦେଲେ I” ଶ୍ରେଷ୍ଠ ହେବା ସମ୍ବନ୍ଧରେ ଯୀଶୁ ଯାହା କହିଥିଲେ ଯୋହନ ତା’ର ପ୍ରତ୍ୟୁତ୍ତର ଦେଉଥିଲେ I ସେ କୌଣସି ଏକ ପ୍ରଶ୍ନର ଉତ୍ତର ଦେଉ ନ ଥିଲେ I

we saw

ଯୋହନ ନିଜ ସମ୍ବନ୍ଧରେ କହନ୍ତି ଯୀଶୁଙ୍କ ବିଷୟରେ ନୁହେଁ, ତେଣୁ ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: /WA-Catalog/or_tm?section=translate#figs-exclusive)

in your name

ଏହାର ଅର୍ଥ ଯେଉଁ ବ୍ୟକ୍ତି ଯୀଶୁଙ୍କ ଶକ୍ତି ଏବଂ ଅଧିକାର ସହିତ କଥା କହୁଛି I (ଦେଖ: /WA-Catalog/or_tm?section=translate#figs-metonymy)

Luke 9:50

Do not stop him

ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତାହାକୁ କରିବାକୁ ଦିଅ”

whoever is not against you is for you

କେତେକ ଆଧୂନିକ ଭାଷାଗୁଡିକରେ କିଛି ପ୍ରବାଦ ରହିଛି ଯାହାର ଅର୍ଥ ସମାନ ଅଟେ I ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ତୁମକୁ କାର୍ଯ୍ୟ କରିବାରୁ ନ ଅଟକାଏ, ତାହା ସେ ତୁମକୁ ସାହାଯ୍ୟ କରିବା ପରି ଅଟେ” ବା “ଯଦି କେହି ତୁମ ବିରୁଦ୍ଧରେ କାର୍ଯ୍ୟ କରୁନାହିଁ, ସେ ତୁମ ସହିତ କାର୍ଯ୍ୟ କରୁଛି”

Luke 9:51

General Information:

ବର୍ତ୍ତମାନ ଏହା ସୁସ୍ପଷ୍ଟ ଯେ ଯୀଶୁ ଯିରୂଶାଲମକୁ ଯିବା ନିମନ୍ତେ ସିଦ୍ଧାନ୍ତ ନେଇଛନ୍ତି I

when the days drew near for him to be taken up

ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ଆସୁଥିଲା ବା “ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ପ୍ରାୟ ହୋଇସାରିଥିଲା”

set his face

ଏହି ଋଢିର ଅର୍ଥ ସେ “ଦୃଢ଼ ଭାବରେ ସିଦ୍ଧାନ୍ତ କରିଥିଲେ I” ବିକଳ୍ପ ଅନୁବାଦ: “ମନସ୍ଥ କରିଥିଲେ” ବା “ସଂକଳ୍ପ କରିଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

Luke 9:52

to prepare things for him

ଏହାର ଅର୍ଥ ସେଠାରେ ତାଙ୍କର ଆଗମନ ନିମନ୍ତେ ଆୟୋଜନ କରିବା, ସମ୍ଭବତଃ କଥା କହିବା ନିମନ୍ତେ, ରହିବା ନିମନ୍ତେ ଏକ ସ୍ଥାନ ଓ ଭୋଜନ କରିବା ନିମନ୍ତେ ଆୟୋଜନ ଏଥିରେ ଅନ୍ତର୍ଭୁକ୍ତ ଅଟେ I

Luke 9:53

they did not welcome him

ସେ ରହନ୍ତୁ ବୋଲି ଇଚ୍ଛା କରୁ ନ ଥିଲେ

because he had set his face to go to Jerusalem

ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ I ତେଣୁ ଶମିରୋଣୀୟମାନେ ଯୀଶୁଙ୍କୁ ଯିହୂଦୀମାନଙ୍କ ରାଜଧାନୀ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ତାଙ୍କୁ ସାହାଯ୍ୟ କଲେ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit)

Luke 9:54

when saw this

ଦେଖିଲେ ଯେ ଶମିରୋଣୀୟମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ

us to command fire to come down from heaven and consume them

ବିଚାରର ଏହି ପଦ୍ଧତି ସମ୍ପର୍କରେ ଯାକୁବ ଓ ଯୋହନ ପ୍ରସ୍ତାବ ଦେଲେ କାରଣ ସେମାନେ ଜାଣିଥିଲେ ଯେ ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେତେବେଳେ ଏଲୀୟ ଭାବବାଦୀ ଏହିପରି ବିଚାର କରିଥିଲେ (ଦେଖ: /WA-Catalog/or_tm?section=translate#figs-explicit)

Luke 9:55

he turned and rebuked them

ଯୀଶୁ ବୁଲିପଡିଲେ ଏବଂ ଯାକୁବ ଓ ଯୋହନଙ୍କୁ ଅନୁଯୋଗ କଲେ I ଯେପରି ଶିଷ୍ୟମାନେ ଅପେକ୍ଷା କରୁଥିଲେ ଯୀଶୁ ସେପରି ଭାବରେ ଶମିରୋଣୀୟମାନଙ୍କୁ ଦୋଷାରୋପ କଲେ ନାହିଁ I

Luke 9:57

someone

ଏହା ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହେଁ I

Luke 9:58

The foxes have holes ... does not have anywhere he might lay his head

ଯୀଶୁ ଏକ ହିତୋପଦେଶ ସହିତ ପ୍ରତ୍ୟୁତ୍ତର ଦେଇ ଯୀଶୁଙ୍କର ଶିଷ୍ୟ ହେବା ବିଷୟରେ ଶିକ୍ଷା ଦିଅନ୍ତି I ଯୀଶୁ ସୂଚାଇ ଦିଅନ୍ତି ଯେ ଯଦି କେହି ତାଙ୍କର ଅନୁଗାମୀ ହେବା ପାଇଁ ଇଚ୍ଛା କରେ ତେବେ ହୁଏତ ସେହି ଲୋକ ନିମନ୍ତେ ମଧ୍ୟ ଗୃହ ନ ଥିବ I ବିକଳ୍ପ ଅନୁବାଦ: “କୋକିଶିଆଳିମାନଙ୍କର ଗାତ ଅଛି ...ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ କେଉଁଠି ବି ସ୍ଥାନ ନାହିଁ I ତେଣୁ ଅପେକ୍ଷା କର ନାହିଁ ଯେ ତୁମର ବି ଏକ ଗୃହ ହେବ” (ଦେଖ: /WA-Catalog/or_tm?section=translate#writing-proverbs ଏବଂ /WA-Catalog/or_tm?section=translate#figs-explicit)

The foxes

ଏଗୁଡିକ ଭୂମିରେ ବାସ କରୁଥିବା ପଶୁ ଯାହା ଛୋଟ କୁକୁରଗୁଡିକ ପରି ଅଟନ୍ତି I ସେମାନେ ମାଟି ତଳେ ଏକ ଗୁମ୍ଫା ବା ଗାତରେ ରହନ୍ତି

the birds in the sky

ଆକାଶରେ ଉଡୁଥିବା ପକ୍ଷୀମାନେ

the Son of Man has ... his head

ଯୀଶୁ ନିଜ ସମ୍ପର୍କରେ ତୃତୀୟ ପୁରୁଷରେ କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ମୋର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ (ଦେଖ: /WA-Catalog/or_tm?section=translate#figs-123person)

does not have anywhere he might lay his head

କେଉଁଠାରେ ବି ମୋର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ ବା “ଶୟନ କରିବା ପାଇଁ ସ୍ଥାନ ନାହିଁ I” ଯୀଶୁ ଗୁରୁତ୍ଵ ଆରୋପ କରିବା ପାଇଁ ଅତିରଞ୍ଜିତ କରନ୍ତି ଯେ ତାଙ୍କର କୌଣସି ସ୍ଥାୟୀ ଗୃହ ନାହିଁ ଏବଂ ଲୋକମାନେ ଅନେକ ସମୟରେ ତାଙ୍କୁ ସେମାନଙ୍କ ସହିତ ରହିବା ନିମନ୍ତେ ନିମନ୍ତ୍ରଣ କରନ୍ତି ନାହିଁ I (ଦେଖ: /WA-Catalog/or_tm?section=translate#figs-hyperbole)

Luke 9:59

Connecting Statement:

ଯୀଶୁ ରାସ୍ତାରେ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ଜାରି ରଖନ୍ତି I

Follow me

ଏହା କହିବା ଦ୍ୱାରା ଯୀଶୁ ସେହି ଲୋକକୁ ତାଙ୍କର ଶିଷ୍ୟ ହେବା ନିମନ୍ତେ ଏବଂ ତାଙ୍କ ସହିତ ଯିବା ନିମନ୍ତେ ପଚାରୁଛନ୍ତି I

first permit me to go and bury my father

ଏହା ଅସ୍ପଷ୍ଟ ଯେ ସେହି ଲୋକର ପିତାଙ୍କ ମୃତ୍ୟୁ ହୋଇଥଲା ଏବଂ ସେ ତତକ୍ଷଣାତ୍ ତାଙ୍କୁ ସମାଧି ଦେବ ନା ନାହିଁ , ବା ଯଦି ସେହି ଲୋକ ଅଧିକ ସମୟ ଧରି ରହିବା ପାଇଁ ଇଚ୍ଛା କରୁଛି ଯେପର୍ଯ୍ୟନ୍ତ ତାହାର ପିତାଙ୍କ ମୃତ୍ୟୁ ହୋଇନାହିଁ ଯେପରି ସେ ତାଙ୍କୁ ସମାଧିସ୍ଥ କରିପାରିବ I ମୁଖ୍ୟ ବିନ୍ଦୁ ଏହି ଯେ ଲୋକଟି ଯୀଶୁଙ୍କ ଅନୁଗାମୀ ହେବା ପୂର୍ବରୁ ପ୍ରଥମେ ଅନ୍ୟ କିଛି ବିଷୟ କରିବା ପାଇଁ ଇଚ୍ଛା କରେ I

first permit me to go

ମୁଁ ତାହା କରିବା ପୂର୍ବରୁ, ମୋତେ ଯିବାକୁ ଅନୁମତି ଦିଅ

Luke 9:60

Let the dead bury their own dead

ଯୀଶୁ ଆକ୍ଷରିକ ଭାବରେ ଏହି ଅର୍ଥ ପ୍ରକାଶ କରୁନାହାନ୍ତି ଯେ ମୃତ ଲୋକମାନେ ଅନ୍ୟ ମୃତ ଲୋକମାନଙ୍କୁ ସମାଧି ଦେବେ I “ମୃତମାନେ“ ଶବ୍ଦର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି 1) ଯେଉଁମାନେ ଶୀଘ୍ର ମୃତ୍ୟୁବରଣ କରିବେ ସେମାନଙ୍କ ନିମନ୍ତେ ଏହା ଏକ ଋଢ଼ି ଅଟେ, ବା 2) ଯେଉଁମାନେ ଯୀଶୁଙ୍କର ଅନୁଗାମୀ ହୁଅନ୍ତି ନାହିଁ ଏବଂ ଆତ୍ମିକ ଭାବରେ ମୃତ ଅଟନ୍ତି ସେମାନଙ୍କ ନିମନ୍ତେ ଏହା ଏକ ଋଢ଼ି ଅଟେ I ମୁଖ୍ୟ ବିଷୟ ହେଉଛି ଯେ ଜଣେ ଶିଷ୍ୟ ଯୀଶୁଙ୍କର ଅନୁଗାମୀ ହେବା ନିମନ୍ତେ କୌଣସି ବିଷୟ ତାହାକୁ ବିଳମ୍ବ କରିବାକୁ ଦେବ ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

the dead

ଏହା ସାଧାରଣ ଅର୍ଥରେ ମୃତ ଲୋକମାନଙ୍କୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ମୃତ ଲୋକମାନେ”(ଦେଖ: /WA-Catalog/or_tm?section=translate#figs-nominaladj)

Luke 9:61

I will follow you

ମୁଁ ତୁମ ସହିତ ଜଣେ ଶିଷ୍ୟ ଭାବରେ ଯୋଗ ଦେବି ବା “ମୁଁ ତୁମର ଅନୁଗାମୀ ହେବା ନିମନ୍ତେ ପ୍ରସ୍ତୁତ ଅଟେ”

first permit me to say goodbye to those in my home

ମୁଁ ତାହା କରିବା ପୂର୍ବରୁ, ମୋହର ଘରେ ଥିବା ମୋର ଲୋକମାନଙ୍କୁ ମୁଁ ଛାଡି ଯାଉଛି ବୋଲି କହିବା ନିମନ୍ତେ ମୋତେ ଅନୁମତି ଦିଅ

Luke 9:62

No one ... fit for the kingdom of God

ଯୀଶୁ ଏକ ହିତୋପଦେଶ ସହିତ ପ୍ରତ୍ୟୁତ୍ତର ଦେଇ ଯୀଶୁଙ୍କର ଶିଷ୍ୟ ହେବା ବିଷୟରେ ଶିକ୍ଷା ଦିଅନ୍ତି I ଯୀଶୁଙ୍କର କହିବାର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ନୁହେଁ ଯଦି ସେ ଯୀଶୁଙ୍କ ଅନୁଗାମୀ ହେବା ପରିବର୍ତ୍ତେ ତାହାର ଅତୀତରେ ଥିବା ଲୋକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରେ I (ଦେଖ: /WA-Catalog/or_tm?section=translate#writing-proverbs)

No one having put his hand to the plow

ଏହି ସ୍ଥାନରେ କୌଣସି ବିଷୟ ଉପରେ “ହାତ ଦେବା” ଏକ ଋଢ଼ି ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି କିଛି କାର୍ଯ୍ୟ କରିବା ଆରମ୍ଭ କରେ I ବିକଳ୍ପ ଅନୁବାଦ: “ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ତାହାର କ୍ଷେତ ହଳ କରିବାକୁ ଆରମ୍ଭ କରି” (ଦେଖ: /WA-Catalog/or_tm?section=translate#figs-idiom)

looking back

ହଳ କରିବା ସମୟରେ ଯେକେହି ପଛକୁ ଅନାଏ ସେ ଲଙ୍ଗଳକୁ ତାହାର ଆବଶ୍ୟକତା ଅନୁସାରେ ପରିଚାଳିତ କରିପାରିବ ନାହିଁ I ସେହି ବ୍ୟକ୍ତି ଉତ୍ତମ ରୂପେ ହଳ କରିବା ନିମନ୍ତେ ସମ୍ମୁଖକୁ ଦେଖିବା ପାଇଁ ଧ୍ୟାନ ଦେବା ନିଶ୍ଚିତ ଭାବରେ ଆବଶ୍ୟକ ଅଟେ I

is fit for the kingdom of God

ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ସହାୟକ ଅଟେ ବା “ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ ଅଟେ”