Luke 8

ଲୂକ 08 ସାଧାରଣ ଟିପ୍ପଣୀ

ଗଠନ ଏବଂ ଆକୃତି

ଏହି ଅଧ୍ୟାୟରେ ଲୂକ ଅନେକ ଥର ପରିବର୍ତ୍ତନକୁ ଚିହ୍ନିତ ନ କରି ତାଙ୍କର ପ୍ରସଙ୍ଗକୁ ପରିବର୍ତ୍ତନ କରନ୍ତି I ତୁମେ ଏହି ଖଦଡା ପରିବର୍ତ୍ତନଗୁଡିକୁ ମସୃଣ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ ନୁହେଁ I

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

ଯୀଶୁ ଏକ ଝଡକୁ କଥା କହି ବନ୍ଦ କଲେ, ସେ ଏକ ମୃତ ଝିଅକୁ କଥା କହି ଜୀବିତ କଲେ, ଏବଂ ସେ ମନ୍ଦ ଆତ୍ମାଗୁଡିକୁ କଥା କହି ସେମାନଙ୍କୁ ଜଣେ ଲୋକଠାରୁ ଛଡାଇ ବାହାର କରିଦେଲେ I (ଦେଖ: /WA-Catalog/or_tw?section=kt#miracle)

ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ

ଦୃଷ୍ଟାନ୍ତଗୁଡିକ

ଦୃଷ୍ଟାନ୍ତଗୁଡିକ ଯୀଶୁ କହିଥିବା ଛୋଟ କାହାଣୀଗୁଡିକ ଅଟେ, ଯେପରି ସେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ଶିକ୍ଷାକୁ ସେମାନେ ସହଜରେ ବୁଝିପାରିବେ I ସେ ମଧ୍ୟ କାହାଣୀଗୁଡିକ କହିଲେ ଯେପରି ଯେଉଁମାନେ ତାଙ୍କୁ ବିଶ୍ୱାସ କରିବାକୁ ଇଚ୍ଛା କରୁ ନ ଥିଲେ ସେମାନେ ସେହି ସତ୍ୟକୁ ବୁଝିପାରିବେ ନାହିଁ ([ଲୂକ 8:4-15] (./04. ମଝି )) I

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ

ଭାଇମାନେ ଓ ଭଉଣୀମାନେ

ଅଧିକାଂଶ ଲୋକ ଯେଉଁମାନଙ୍କର ସମାନ ପିତାମାତା ରହିଥାନ୍ତି, ସେମାନେ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ସମ୍ବୋଧନ କରନ୍ତି ଏବଂ ସେମାନେ ସେମାନଙ୍କୁ ଆପଣାମାନଙ୍କ ଜୀବନରେ ଅତି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ବିବେଚନା କରନ୍ତି I ଅନେକ ଲୋକ ଯେଉଁମାନଙ୍କର ସମାନ ସାନ୍ତବାପା ସାନ୍ତମାଆ ରହିଛନ୍ତି, ସେମାନେ ମଧ୍ୟ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ମଧ୍ୟ ସମ୍ବୋଧନ କରନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ତାଙ୍କ ଜୀବନରେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ସେମାନେ ଅଟନ୍ତି ଯେଉଁମାନେ ତାଙ୍କ ସ୍ୱର୍ଗସ୍ଥ ପିତାଙ୍କର ଆଜ୍ଞା ପାଳନ କରନ୍ତି I (ଦେଖ: /WA-Catalog/or_tw?section=kt#brother )

Luke 8:1

General Information:

ଏହି ପଦଗୁଡିକ ଯୀଶୁ ଯାତ୍ରା କରୁଥିବା ସମୟରେ ତାଙ୍କର ପ୍ରଚାର ସମ୍ପର୍କରେ ପୃଷ୍ଠଭୂମି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରନ୍ତି I

It happened that

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ : /WA-Catalog/or_tm?section=translate#writing-newevent)

Luke 8:2

who had been healed of evil spirits and diseases

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯେଉଁମାନଙ୍କୁ ମନ୍ଦ ଆତ୍ମାଗୁଡିକଠାରୁ ମୁକ୍ତ କରିଥିଲେ ଏବଂ ରୋଗଗୁଡିକରୁ ସୁସ୍ଥ କରିଥିଲେ” (ଦେଖ : /WA-Catalog/or_tm?section=translate#figs-activepassive)

Mary

“କେତେକ ସ୍ତ୍ରୀଲୋକମାନଙ୍କ” ମଧ୍ୟରୁ ଜଣେ I (ଦେଖ : /WA-Catalog/or_tm?section=translate#translate-names)

Mary who was called Magdalene ... seven demons had gone out

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମରିୟମ, ଯାହାକୁ ଲୋକମାନେ ମଗଦଲିନୀ ବୋଲି କହନ୍ତି... ଯୀଶୁ ତାଙ୍କଠାରୁ ସାତଟି ଭୂତମାନଙ୍କୁ ଛଡାଇ ଥିଲେ” (ଦେଖ : /WA-Catalog/or_tm?section=translate#figs-activepassive)

Luke 8:3

Joanna ... Susanna

“କେତେକ ସ୍ତ୍ରୀଲୋକମାନଙ୍କ” ମଧ୍ୟରୁ ଦୁଇ ଜଣ(ପଦ 2)(ଦେଖ : /WA-Catalog/or_tm?section=translate#translate-names)

Joanna, the wife of Chuza, Herod's manager

ଖୂଜାଙ୍କ ଭାର୍ଯ୍ୟା ଯୋହାନା ଏବଂ ଖୂଜା ହେରୋଦଙ୍କ ସଂଚାଳକ ଥିଲେ I “ହେରୋଦଙ୍କ ସଂଚାଳକ ଖୂଜାଙ୍କ ଭାର୍ଯ୍ୟା ଯୋହାନା’ )(ଦେଖ : /WA-Catalog/or_tm?section=translate#translate-names)

were providing for them

ଯୀଶୁ ଏବଂ ତାଙ୍କର ଶିଷ୍ୟମାନଙ୍କୁ ଆର୍ଥିକ ଭାବରେ ସାହାଯ୍ୟ କରୁଥିଲେ

Luke 8:4

General Information:

ଯୀଶୁ ଜନସମାଗମକୁ ଭୂମିର ଦୃଷ୍ଟାନ୍ତ କହିଲେ I ସେ ଏହାର ଅର୍ଥ ତାଙ୍କର ଶିଷ୍ୟମାନଙ୍କ ନିକଟରେ ବ୍ୟାଖ୍ୟା କରନ୍ତି I (ଦେଖ: /WA-Catalog/or_tm?section=translate#figs-parables )

coming to him

ଯୀଶୁଙ୍କ ନିକଟକୁ ଆସିବା

Luke 8:5

A farmer went out to sow his seed

ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବିଞ୍ଛିବା ନିମନ୍ତେ ବାହାରକୁ ଗଲା ବା “ଜଣେ କୃଷକ ଏକ କ୍ଷେତ୍ରରେ କିଛି ବୀଜ ବୁଣିବା ନିମନ୍ତେ ବାହାରକୁ ଗଲା”

some fell

କିଛି ବୀଜ ପଡିଲା ବା “ ବୀଜଗୁଡିକ ମଧ୍ୟରୁ କିଛି ପଡିଲା”

it was trampled underfoot

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଏହା ଉପରେ ଚାଲିଲେ” ବା “ଲୋକମାନେ ସେଗୁଡିକ ଉପରେ ଚାଲିଲେ” (ଦେଖ: /WA-Catalog/or_tm?section=translate#figs-activepassive )

the birds of the sky

ଏହି “ରୂପକ”କୁ କେବଳ “ଚଢେଇମାନେ” ବା “ଚଢେଇମାନେ ଉଡି ଓହ୍ଲାଇ ଆସିଲେ” ବୋଲି ଅନୁବାଦ କରିହେବ ଯେପରି ଆକାଶର ଅର୍ଥ ରହିବ I”

devoured it

ସେସବୁକୁ ଖାଇଲେ ବା “ସେଗୁଡିକ ସବୁକୁ ଖାଇଦେଲେ”

Luke 8:6

it withered away

ପ୍ରତ୍ୟେକ ଗଛ ଶୁଖିଗଲା ଏବଂ ଝାଉଁଳି ସଙ୍କୁଚିତ ହୋଇପଡିଲା ବା “ଗଛଗୁଡିକ ଶୁଖିଗଲେ ଓ ଝାଉଁଳି ପଡିଲେ”

it had no moisture

ଏହା ଖୁବ୍ ଶୁଷ୍କ ଥିଲା ବା “ସେଗୁଡିକ ଖୁବ୍ ଶୁଷ୍କ ଥିଲେ I” କାରଣକୁ ମଧ୍ୟ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଭୂମି ଖୁବ୍ ଶୁଷ୍କ ଥିଲା”

Luke 8:7

Connecting Statement:

ଯୀଶୁ ଜନତାର ଭିଡକୁ ଦୃଷ୍ଟାନ୍ତ କହିବା ସମାପ୍ତ କଲେ I

choked it

କଣ୍ଟାଗଛଗୁଡିକ ସମସ୍ତ ପୁଷ୍ଟିକର ବିଷୟ, ଜଳ, ଓ ସୂର୍ଯ୍ୟାଲୋକ ନେଲେ, ତେଣୁ କୃଷକଙ୍କ ଗଛଗୁଡିକ ଉତ୍ତମ ରୂପେ ବଢିପାରିଲେ ନାହିଁ I

Luke 8:8

produced a crop

ଏକ ଫସଲ ବୃଦ୍ଧି ହେଲା ବା “ଅଧିକ ବୀଜ ବଢିଲା”

a hundred times greater

ଏହାର ଅର୍ଥ ବୁଣାଯାଇଥିବା ବୀଜଗୁଡିକର ଶହେ ଗୁଣ ଅଧିକ I (ଦେଖ: /WA-Catalog/or_tm?section=translate#figs-ellipsis )

Whoever has ears to hear, let him hear

ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ବର୍ତ୍ତମାନ ଯାହା କହିଛନ୍ତି ତାହା ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ବୁଝିବା ନିମନ୍ତେ ଏବଂ ଅଭ୍ୟାସରେ ପରିଣତ କରିବା ନିମନ୍ତେ ହୁଏତ କିଛି ପ୍ରଚେଷ୍ଟାର ଦରକାର ପଡିପାରେ I ଏହି ସ୍ଥାନରେ “କର୍ଣ୍ଣ ଅଛି ଶୁଣୁ” ବାକ୍ୟାଂଶଟି ବୁଝିବା ନିମନ୍ତେ ଏବଂ ଆଜ୍ଞାବହ ହେବା ନିମନ୍ତେ ଇଚ୍ଛା କରିବାର ଭାବକୁ ବୁଝାଏ I ଯେହେତୁ ଯୀଶୁ ସିଧାସଳଖ ଭାବରେ ତାଙ୍କର ଶ୍ରୋତାମାନଙ୍କୁ କଥା କହୁଛନ୍ତି, ତୁମ୍ଭେମାନେ ହୁଏତ ଏହି ସ୍ଥାନରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିବା ନିମନ୍ତେ ପସନ୍ଦ କରିପାର I ବିକଳ୍ପ ଅନୁବାଦ: “ଯିଏ ଶ୍ରବଣ କରିବା ପାଇଁ ଇଚ୍ଛୁକ ସେ ଶ୍ରବଣ କରୁ” ବା “ଯିଏ ବୁଝିବା ପାଇଁ ଇଚ୍ଛୁକ ବ୍ୟକ୍ତି, ସେ ବୁଝୁ ଓ ପାଳନ କରୁ” ବା “ଯଦି ତୁମେ ଶ୍ରବଣ କରିବା ନିମନ୍ତେ ଇଚ୍ଛା କର ତେବେ ଶ୍ରବଣ କର” ବା “ଯଦି ତୁମେ ବୁଝିବା ନିମନ୍ତେ ଇଚ୍ଛା କର ତେବେ ବୁଝ ଓ ପାଳନ କର” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-123person )

Luke 8:9

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କଥା କହିବା ଆରମ୍ଭ କଲେ I

Luke 8:10

To you has been granted to know the mysteries of the kingdom of God

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତୁମ୍ଭମାନଙ୍କୁ ଜ୍ଞାନ ଦେଇଛନ୍ତି ...ଈଶ୍ୱରଙ୍କ” ବା “ଈଶ୍ୱର ତୁମ୍ଭମାନଙ୍କୁ ବୁଝିପାରିବାକୁ ଶକ୍ତି ଦେଇଛନ୍ତି.. ଈଶ୍ୱର” (ଦେଖ: /WA-Catalog/or_tm?section=translate#figs-activepassive)

the mysteries of the kingdom of God

ଏହି ସତ୍ୟଗୁଡିକ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଯୀଶୁ ବର୍ତ୍ତମାନ ସେଗୁଡିକ ପ୍ରକାଶ କରୁଛନ୍ତି I

to the rest

ଅନ୍ୟ ଲୋକମାନଙ୍କ ପାଇଁ I ଏହା ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ତାଙ୍କର ଅନୁସରଣ କଲେ ନାହିଁ I

Seeing they may not see

ଯଦିଓ ସେମାନେ ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଯିଶାଇୟ ଭାବବାଦୀଙ୍କର ଏକ ଉଦ୍ଧୃତି ଅଟେ I କେତେକ ଭାଷାଗୁଡିକ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ବିଷୟଗୁଡିକ ଦେଖନ୍ତି, ସେମାନେ ସେସବୁ ବୁଝିପାରିବେ ନାହିଁ” ବା “ଯଦିଓ ସେମାନେ ବିଷୟଗୁଡିକ ଘଟିବା ଦେଖନ୍ତି, ସେମାନେ ବୁଝିପାରିବେ ନାହିଁ ଯେ ସେଗୁଡିକର ଅର୍ଥ କ’ଣ ଅଟେ”

hearing they may not understand

ଯଦିଓ ସେମାନେ ଶୁଣନ୍ତି, ସେମାନେ ବୁଝିପାରିବେ ନାହିଁ I ଏହା ଭାବବାଦୀ ଯିଶାଇୟଙ୍କର ଏକ ଉଦ୍ଧୃତି ଅଟେ I I କେତେକ ଭାଷାରେ ହୁଏତ କ୍ରିୟାପଦଗୁଡିକର ବସ୍ତୁକୁ ବ୍ୟକ୍ତ କରିବା ଆବଶ୍ୟକ ପଡିପାରେ I ବିକଳ୍ପ ଅନୁବାଦ: “ଯଦିଓ ସେମାନେ ଶିକ୍ଷା ପରାମର୍ଶ ଶୁଣିବେ, ସେମାନେ ସତ୍ୟ ବୁଝିପାରିବେ ନାହିଁ”

Luke 8:11

Connecting Statement:

ଯୀଶୁ ଭୂମିର ଦୃଷ୍ଟାନ୍ତର ଅର୍ଥ ସମ୍ପର୍କରେ ତାଙ୍କର ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ଆରମ୍ଭ କରନ୍ତି I

The seed is the word of God

ବୀଜ ଈଶ୍ୱରଙ୍କଠାରୁ ସମ୍ବାଦ ଅଟେ

Luke 8:12

The ones along the path are

ବାଟ ପାଖରେ ପଡିଥିବା ବୀଜଗୁଡିକ ତାହାସବୁ ଅଟେ I ଯୀଶୁ କହନ୍ତି ଯେ ଯେତେବେଳେ ବୀଜଗୁଡିକୁ ଲୋକମାନଙ୍କ ସହିତ ସମ୍ପୃକ୍ତ କରାଯାଏ ତେବେ କ’ଣ ଘଟେ I ବିକଳ୍ପ ଅନୁବାଦ: ""ବାଟ ପାଖରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” ବା “ଦୃଷ୍ଟାନ୍ତରେ, ବାଟ ପାଖରେ ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ : /WA-Catalog/or_tm?section=translate#figs-metonymy)

are those who

ଯୀଶୁ ଲୋକମାନଙ୍କ ବିଷୟରେ ଦର୍ଶାଇ ବୀଜଗୁଡିକ ସମ୍ପର୍କରେ କହନ୍ତି ଯେ ସତେ ଯେପରି ବୀଜଗୁଡିକ ଲୋକମାନେ ଅଟନ୍ତି I ବିକଳ୍ପ ଅନୁବାଦ: “ଲୋକମାନଙ୍କ ପ୍ରତି କ’ଣ ଘଟେ ତାହା ଦର୍ଶାଅ”(ଦେଖ: /WA-Catalog/or_tm?section=translate#figs-metonymy)

the devil comes and takes away the word from their hearts

ଏହି ସ୍ଥାନରେ “ହୃଦୟଗୁଡିକ"" ଲୋକମାନଙ୍କର ମନ ବା ଅନ୍ତସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I ବିକଳ୍ପ ଅନୁବାଦ: “ଶୟତାନ ଆସେ ଏବଂ ସେମାନଙ୍କ ଅନ୍ତରସ୍ଥ ଚିନ୍ତାଧାରାଗୁଡିକ ମଧ୍ୟରୁ ଈଶ୍ୱରଙ୍କ ସମ୍ବାଦ ହରଣ କରିନିଏ” (ଦେଖ: /WA-Catalog/or_tm?section=translate#figs-metonymy )

takes away

ଦୃଷ୍ଟାନ୍ତରେ ଏହା ଏକ ରୂପକ ଅଟେ ଯେ ଗୋଟିଏ ଚଢେଇ ଆସିବ ଓ ବୀଜଗୁଡିକ ଛଡାଇ ନେବ I ତୁମ ନିଜ ଭାଷାରେ ଥିବା ଶବ୍ଦଗୁଡିକୁ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କର ଯାହା ସେହି ଚିତ୍ରକୁ ସଂରକ୍ଷିତ କରି ରଖି ପାରିବ I (ଦେଖ: /WA-Catalog/or_tm?section=translate#figs-metaphor )

so they may not believe and be saved

ଏହା ଶୟତାନର ଉଦ୍ଦେଶ୍ୟ ଅଟେ I ବିକଳ୍ପ ଅନୁବାଦ: “ଯେହେତୁ ଶୟତାନ ଚିନ୍ତା କରେ, ‘ସେମାନେ ନିଶ୍ଚୟ ବିଶ୍ୱାସ ନ କରନ୍ତୁ ଏବଂ ସେମାନେ ନିଶ୍ଚୟ ରକ୍ଷାପ୍ରାପ୍ତ ନ ହେଉନ୍ତୁ’” ବା “ତେଣୁ ଏହା ହେବ ନାହିଁ ଯେ ସେମାନେ ବିଶ୍ୱାସ କରନ୍ତି ଏବଂ ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତି” (ଦେଖ : /WA-Catalog/or_tm?section=translate#figs-activepassive )

Luke 8:13

The ones on the rock

ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ତାହା ସବୁ I ଯୀଶୁ କହନ୍ତି ଯେ ଯେତେବେଳେ ବୀଜଗୁଡିକୁ ଲୋକମାନଙ୍କ ସହିତ ସମ୍ପୃକ୍ତ କରାଯାଏ ତେବେ କ’ଣ ଘଟେ I ବିକଳ୍ପ ଅନୁବାଦ: “ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” ବା “ଦୃଷ୍ଟାନ୍ତରେ ପଥୁରିଆ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ: /WA-Catalog/or_tm?section=translate#figs-metonymy )

the rock

ପଥୁରିଆ ଭୂମି

in a time of testing

ଯେତେବେଳେ ସେମାନେ କଠିନତାର ଅନୁଭୂତି ପାଆନ୍ତି

they fall away

ଏହି ଋଢ଼ିର ଅର୍ଥ “ସେମାନେ ବିଶ୍ୱାସ କରିବା ବନ୍ଦ କଲେ“ ବା “ସେମାନେ ଯୀଶୁଙ୍କୁ ଅନୁସରଣ କରିବା ବନ୍ଦ କରନ୍ତି“ (ଦେଖ : /WA-Catalog/or_tm?section=translate#figs-idiom )

Luke 8:14

The ones that fell among the thorns, these are

ଯେଉଁ ବୀଜଗୁଡିକ ପଥୁରିଆ ଭୂମିରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ ବା “ଏହି ଦୃଷ୍ଟାନ୍ତରେ ଯେଉଁ ବୀଜଗୁଡିକ କଣ୍ଟା ମଧ୍ୟରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ” (ଦେଖ: /WA-Catalog/or_tm?section=translate#figs-metonymy )

they are choked ... pleasures of this life

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏହି ଜୀବନର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ସେଗୁଡିକୁ ଚାପି ପକାଇଲା” (ଦେଖ : /WA-Catalog/or_tm?section=translate#figs-activepassive )

the cares

ଯେଉଁ ବିଷୟଗୁଡିକ ନିମନ୍ତେ ଲୋକମାନେ ଚିନ୍ତା କରନ୍ତି

pleasures of this life

ଏହି ଜୀବନର ବିଷୟଗୁଡିକ ଯାହା ଲୋକମାନେ ଉପଭୋଗ କରନ୍ତି

they are choked by the cares and riches and pleasures of this life, and they do not produce mature fruit

ଯେପରି ଭାବରେ ଗଛଗୁଡିକଠାରୁ କଣ୍ଟାଗଛ ଆଲୋକ ଏବଂ ପୁଷ୍ଟିକର ବିଷୟ ହରଣ କରିନିଏ ଓ ସେଗୁଡିକୁ ବଢିବାରେ ବାଧା ଦିଏ ଏହି ରୂପକ ସେସବୁକୁ ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “କଣ୍ଟାଗଛଗୁଡିକ ଯେପରି ଭଲ ଗଛଗୁଡିକୁ ବଢିବାରେ ପ୍ରତିରୋଧ କରେ, ଏହି ଜଗତର ଚିନ୍ତା, ଧନ ଓ ସୁଖାଭିଳାଷଗୁଡିକ ଲୋକମାନଙ୍କୁ ପରିପକ୍ଵ ହେବାରେ ବାଧା ଦେଇଥାଏ” (ଦେଖ : /WA-Catalog/or_tm?section=translate#figs-metaphor )

they do not produce mature fruit

ସେଗୁଡିକ ପକ୍ୱ ଫଳ ଫଳନ୍ତି ନାହିଁ I ଉତ୍ତମ କାର୍ଯ୍ୟଗୁଡିକ ନିମନ୍ତେ ପକ୍ୱ ଫଳ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଠିକ ଯେପରି ଗୋଟିଏ ଗଛ ଯାହା ପକ୍ଵ ଫଳ ଉତ୍ପନ୍ନ କରେ ନାହିଁ, ସେମାନେ ଉତ୍ତମ କାର୍ଯ୍ୟଗୁଡିକ ଉତ୍ପନ୍ନ କରନ୍ତି ନାହିଁ” (ଦେଖ : /WA-Catalog/or_tm?section=translate#figs-metaphor )

Luke 8:15

the ones that fell on the good soil, these are the ones

ଯେଉଁ ବୀଜଗୁଡିକ ଉତ୍ତମ ଭୂମିରେ ପଡିଲା ତାହା ଲୋକମାନଙ୍କୁ ବୁଝାଏ ବା “ ଦୃଷ୍ଟାନ୍ତରେ ଉତ୍ତମ ଭୂମିରେ ପଡିଥିବା ବୀଜଗୁଡିକ ଲୋକମାନଙ୍କୁ ବୁଝାଏ” (ଦେଖ : /WA-Catalog/or_tm?section=translate#figs-metonymy )

hearing the word

ସମ୍ବାଦ ଶୁଣିବା ଦ୍ୱାରା

with an honest and good heart

ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ଚିନ୍ତାଧାରାଗୁଡିକୁ ବା ମନୋଭାବକୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ସାଧୁ ଓ ଉତ୍ତମ ଇଚ୍ଛା ସହିତ” (ଦେଖ : /WA-Catalog/or_tm?section=translate#figs-metonymy )

bear fruit with patient endurance

ଧୈର୍ଯ୍ୟ ସହକାରେ ସହ୍ୟ କରି ଫଳ ଉତ୍ପନ୍ନ କରିବା ବା “କ୍ରମାଗତ ପ୍ରଚେଷ୍ଟା ଦ୍ୱାରା ଫଳ ଉତ୍ପନ୍ନ କରିବା I” ଉତ୍ତମ କାର୍ଯ୍ୟଗୁଡିକ ନିମନ୍ତେ ଫଳ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଭଲ ଗଛଗୁଡିକ ଯେପରି ଉତ୍ତମ ଫଳ ଉତ୍ପନ୍ନ କରନ୍ତି, ସେପରି ସେମାନେ ଅଧ୍ୟବସାୟ ଦ୍ୱାରା ଉତ୍ତମ କାର୍ଯ୍ୟଗୁଡିକ ଉତ୍ପନ୍ନ କରନ୍ତି” (ଦେଖ : /WA-Catalog/or_tm?section=translate#figs-metaphor )

Luke 8:16

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ ସହିତ କହିବା ଜାରି ରଖିଲେ ତା’ପରେ ସେ ତାଙ୍କ କାର୍ଯ୍ୟରେ ତାଙ୍କ ପରିବାରର ଭୂମିକା ଉପରେ ଗୁରୁତ୍ଵ ଆରୋପ କରି ତାଙ୍କ ଶିଷ୍ୟମାନଙ୍କୁ କହିବା ସମାପ୍ତ କଲେ I

No one

ଏହା ଆଉ ଏକ ଦୃଷ୍ଟାନ୍ତର ଆରମ୍ଭକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#figs-parables )

Luke 8:17

nothing is hidden that will not be made known

ଏହି ଦୁଇଟି ନାସ୍ତିବାଚକ ବିଷୟକୁ ଏକ ଆସ୍ତିସୂଚକ ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଗୁପ୍ତ ହୋଇଥିବା ବିଷୟ ଜ୍ଞାତ କରାଯିବ” (ଦେଖ: /WA-Catalog/or_tm?section=translate#figs-doublenegatives )

nor is anything secret that will not be known and come into the light

ଏହି ଦୁଇଟି ନାସ୍ତିବାଚକ ବିଷୟକୁ ଏକ ଆସ୍ତିସୂଚକ ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ନିଗୁଢ ବିଷୟ ଜ୍ଞାତ କରାଯିବ ଓ ଆଲୋକ ମଧ୍ୟକୁ ଆସିବ”(ଦେଖ: /WA-Catalog/or_tm?section=translate#figs-doublenegatives)

Luke 8:18

to whoever has, more will be given to him

ପୂର୍ବାପର ପ୍ରସଙ୍ଗରୁ ଏହା ସ୍ପଷ୍ଟ ଯେ ଯୀଶୁ ବୁଝିପାରିବା ଶକ୍ତି ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ ଏବଂ ସକ୍ରିୟ ରୂପକୁ ପରିବର୍ତ୍ତିତ କରାଯାଇ ପାରିଵ I ବିକଳ୍ପ ଅନୁବାଦ: “ଯାହାର ବୁଝିବାର ଶକ୍ତି ଅଛି ତାହାକୁ ଅଧିକ ବୁଝିବା ନିମନ୍ତେ ଶକ୍ତି ପ୍ରଦାନ କରାଯିବ” ବା “ଯେଉଁମାନେ ସତ୍ୟକୁ ବିଶ୍ୱାସ କରନ୍ତି ଈଶ୍ୱର ସେମାନଙ୍କୁ ଆହୁରି ଅଧିକ ବୁଝିପାରିବା ଶକ୍ତି ପ୍ରଦାନ କରିବେ” (ଦେଖ:/WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#figs-activepassive)

but whoever does not have ... will be taken away from him

ପୂର୍ବାପର ପ୍ରସଙ୍ଗରୁ ଏହା ସ୍ପଷ୍ଟ ଯେ ଯୀଶୁ ବୁଝିପାରିବା ଶକ୍ତି ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ ଏବଂ ସକ୍ରିୟ ରୂପକୁ ପରିବର୍ତ୍ତିତ କରାଯାଇ ପାରିଵ I ବିକଳ୍ପ ଅନୁବାଦ: “କିନ୍ତୁ ଯାହାର ବୁଝିପାରିବା ଶକ୍ତି ନାହିଁ ସେ ଏପରିକି ନିଜର ଯାହା ବୁଝିବା ଶକ୍ତି ଅଛି ବୋଲି ମନେ କରେ, ତାହା ମଧ୍ୟ ହରାଇବ” ବା “କିନ୍ତୁ ଯେଉଁମାନେ ସତ୍ୟକୁ ବିଶ୍ୱାସ କରନ୍ତି ନାହିଁ, ଈଶ୍ୱର ଏପରି କାର୍ଯ୍ୟ କରିବେ ଯେ ସେମାନେ ଯାହା ବୁଝିଛନ୍ତି ବୋଲି ମନେ କରନ୍ତି ସେହି ଅଳ୍ପ ବିଷୟ ମଧ୍ୟ ବୁଝିପାରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis/WA-Catalog/or_tm?section=translate#figs-activepassive )

Luke 8:19

brothers

ଏମାନେ ଯୀଶୁଙ୍କର ସାନ ଭାଇମାନେ—ଯୀଶୁଙ୍କ ପରେ ଜନ୍ମ ହୋଇଥିବା ମରିୟମ ଓ ଯୋଷେଫଙ୍କ ପୁଅମାନେ I ଯେହେତୁ ଈଶ୍ୱର ଯୀଶୁଙ୍କ ପିତା ଅଟନ୍ତି, ଏବଂ ସେମାନଙ୍କର ପିତା ଯୋଷେଫ ଅଟନ୍ତି, ସେମାନେ ପାରିଭାଷିକ ଭାବରେ ଅର୍ଦ୍ଧ-ଭ୍ରାତାଗଣ ଅଟନ୍ତି I ଏହି ବିଶଦ ବିଷୟକୁ ସାଧାରଣତଃ ଅନୁବାଦ କରାଯାଇ ନ ଥାଏ I

Luke 8:20

he was told

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତାଙ୍କୁ ଲୋକମାନେ କହିଲେ” ବା “କେହି ଜଣେ ତାଙ୍କୁ କହିଲା” (ଦେଖ: /WA-Catalog/or_tm?section=translate#figs-activepassive)

wanting to see you

ଏବଂ ସେମାନେ ଆପଣଙ୍କୁ ଦେଖିବାକୁ ଇଚ୍ଛା କରନ୍ତି

Luke 8:21

My mother and my brothers are those who hear the word of God and do it

ଏହି ରୂପକ ପ୍ରକାଶ କରେ ଯେ ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ତାଙ୍କ ନିକଟକୁ ଆସୁଥିଲେ ସେମାନେ ଯୀଶୁଙ୍କ ନିଜ ପରିବାରର ଲୋକମାନଙ୍କ ପରି ସମାନ ମହତ୍ତ୍ଵପୂର୍ଣ୍ଣ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ଏହା ପାଳନ କରନ୍ତି, ସେମାନେ ମୋ’ ପ୍ରତି ଜଣେ ମାଆ ବା ଭାଇମାନଙ୍କ ପରି ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

the word of God

ଈଶ୍ୱର କହିଥିବା ସମ୍ବାଦ

Luke 8:22

Connecting Statement:

ଗିନେସରତ୍ ହ୍ରଦ ପାରି ହେବା ନିମନ୍ତେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ଗୋଟିଏ ନୌକା ବ୍ୟବହାର କଲେ I ଶିଷ୍ୟମାନେ ସେହି ଉଠିଥିବା ଝଡ ମାଧ୍ୟମରେ ଯୀଶୁଙ୍କ ଶକ୍ତି ସମ୍ପର୍କରେ ଅଧିକ ଶିକ୍ଷା ଲାଭ କଲେ I

the lake

ଏହା ସେହି ଗିନେସରତ୍ ହ୍ରଦ ଅଟେ ଯାହାକୁ ଗାଲିଲୀ ସମୁଦ୍ର ବୋଲି ମଧ୍ୟ କୁହାଯାଏ I

They set sail

ଏହି ପରିପ୍ରକାଶର ଅର୍ଥ ସେମାନେ ସେମାନଙ୍କ ନୌକା ବାହି ନେଇ ହ୍ରଦ ପାରି ହୋଇ ଯାତ୍ରା କରିବାକୁ ଆରମ୍ଭ କଲେ

Luke 8:23

as they sailed

ସେମାନେ ଗଲାବେଳେ

he fell asleep

ଶୋଇବକୁ ଆରମ୍ଭ କଲେ

a terrible windstorm came down

ଏକ ଭୟଙ୍କର ଝଡ ଉଠିବା ଆରମ୍ଭ କଲା ବା “ଅତି ପ୍ରଚଣ୍ଡ ଝଡ ହଠାତ୍ ବହିବା ଆରମ୍ଭ କଲା”

their boat was filling with water

ପ୍ରଚଣ୍ଡ ପବନ ବହି ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ନୌକାର ଉଭୟ ପାଖର ପାଣିକୁ ଧକ୍କା ମାରିଲା I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଉଚ୍ଚ ତରଙ୍ଗଗୁଡିକ ସୃଷ୍ଟି କଲା ଯାହା ସେମାନଙ୍କ ନୌକାକୁ ପାଣିରେ ପୂର୍ଣ୍ଣ କରିବା ଆରମ୍ଭ କଲା” (ଦେଖ: /WA-Catalog/or_tm?section=translate#figs-explicit)

Luke 8:24

rebuked

ରୁକ୍ଷ ଭାବରେ କହିଲେ

the raging of the water

ଭୟଙ୍କର ତରଙ୍ଗଗୁଡିକ

they ceased

ପବନ ଓ ତରଙ୍ଗଗୁଡିକ ବନ୍ଦ ହୋଇଗଲା ବା “ସେଗୁଡିକ ସ୍ଥିର ହେଲେ”

Luke 8:25

Where is your faith?

ଯୀଶୁ ସେମାନଙ୍କୁ ମୃଦୁ ଭାବରେ ଭର୍ସନା କଲେ କାରଣ ସେମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ଯେ ସେ ସେମାନଙ୍କର ଯତ୍ନ ନେବେ I ଏହାକୁ ଏକ ବକ୍ତବ୍ୟ ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବିଶ୍ୱାସ କରିବା ଉଚିତ ଥିଲା !” ବା “ମୋତେ ତୁମ୍ଭେମାନେ ବିଶ୍ବାସ କରିବା ଉଚିତ !” (ଦେଖ: /WA-Catalog/or_tm?section=translate#figs-rquestion )

Who then is this ... obey him?

ଏ କିପ୍ରକାର ବ୍ୟକ୍ତି ଅଟନ୍ତି ... ଆଜ୍ଞା ପାଳନ କରନ୍ତି? ଏହି ପ୍ରଶ୍ନ ଚକିତ ହେବା ଓ ଦ୍ୱନ୍ଦରେ ପଡିବା ବିଷୟକୁ ପ୍ରକାଶ କରେ ଯେ କିପରି ଯୀଶୁ ଝଡକୁ ନିୟନ୍ତ୍ରଣ କରିପାରନ୍ତି I (ଦେଖ: /WA-Catalog/or_tm?section=translate#figs-rquestion )

Who then is this, that he commands ... obey him?

ଏହା ଦୁଇଟି ବାକ୍ୟରେ ପରିଣତ ହୋଇପାରିବ: “ଏହି ବ୍ୟକ୍ତି ତେବେ କିଏ ?ସେ ଆଜ୍ଞା ଦିଅନ୍ତି... ତାଙ୍କୁ ମାନନ୍ତି !”

Luke 8:26

Connecting Statement:

ଯୀଶୁ ଓ ତାଙ୍କର ଶିଷ୍ୟମାନେ ଗରାଶୀୟ କୂଳକୁ ଆସନ୍ତି ଯେଉଁଠାରେ ଯୀଶୁ ଜଣେ ଲୋକ ଭିତରୁ ଅନେକଗୁଡିଏ ଭୂତମାନଙ୍କୁ କାଢ଼ନ୍ତି I

the region of the Gerasenes

ଗରାଶୀୟମାନେ ଗରାଶ ନାମକ ନଗରୀର ଲୋକ ଥିଲେ I (ଦେଖ:/WA-Catalog/or_tm?section=translate#translate-names)

olpposite Galilee

ଗାଲିଲୀ ସମୁଦ୍ରର ଅପର ପାରିରେ

Luke 8:27

a certain man from the city

ଗରାଶ ନଗରୀର ଜଣେ ଲୋକ

a certain man from the city ... having demons

ସେହି ଲୋକ ଭୂତମାନଙ୍କରେ ପୂର୍ଣ୍ଣ ଥିଲା; ନଗରୀରେ ଭୂତମାନେ ନ ଥିଲେ I ବିକଳ୍ପ ଅନୁବାଦ: “ନଗରର ଜଣେ ଲୋକ ଥିଲା ଏବଂ ଏହି ଲୋକ ଭିତରେ ଭୂତମାନେ ଥିଲେ”

having demons

ଯିଏ ଭୂତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବା “ଯାହାକୁ ଭୂତମାନେ ନିୟନ୍ତ୍ରିତ କଲେ”

For a long time he had worn no clothes ... but among the tombs

ଏହା ଭୂତଗ୍ରସ୍ତ ଲୋକର ପୃଷ୍ଠଭୂମିଜନିତ ତଥ୍ୟ ଅଟେ I (ଦେଖ /WA-Catalog/or_tm?section=translate#writing-background)

he had worn no clothes

ସେ ଲୁଗା ପିନ୍ଧି ନ ଥିଲା

the tombs

ଏହି ସ୍ଥାନଗୁଡିକରେ ଲୋକମାନେ ମୃତ ଶରୀରଗୁଡିକୁ ରଖନ୍ତି, ହୁଏତ ଗୁମ୍ଫାଗୁଡିକରେ ବା ଛୋଟ ଘରଗୁଡିକରେ ଯାହାକୁ ଜଣେ ଲୋକ ଆଶ୍ରୟ ଭାବରେ ବ୍ୟବହାର କରିପାରିବ I

Luke 8:28

When he saw Jesus

ଯେତେବେଳେ ସେହି ଭୂତଗ୍ରସ୍ତ ଲୋକ ଯୀଶୁଙ୍କୁ ଦେଖିଲା

he cried out

ସେ ରଡି ଛାଡିଲା ବା “ସେ ଚିତ୍କାର କଲା”

fell down before him

ଯୀଶୁଙ୍କୁ ସମ୍ମୁଖରେ ଭୂମିରେ ପଡିଗଲା I ସେ ଆକସ୍ମିକ ଭାବରେ ପଡିଗଲା ନାହିଁ I (ଦେଖ: /WA-Catalog/or_tm?section=translate#translate-symaction )

he said in a loud voice

ସେ ବଡ ପାଟିରେ ବା “ସେ ଉଚ୍ଚ ସ୍ୱରରେ କହିଲା”

What is that to me and to you

ଏହି ଋଢ଼ିର ଅର୍ଥ “ତୁମେ ମୋତେ କାହିଁକି ହଇରାଣ କରୁଛ?” (ଦେଖ: /WA-Catalog/or_tm?section=translate#figs-idiom )

Son of the Most High God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples )

Luke 8:29

many times it had seized him

ଅନେକ ସମୟରେ ଏହା ଲୋକକୁ ନିୟନ୍ତ୍ରଣ କରିଥିଲା ବା “ଅନେକ ସମୟରେ ଏହା ତା’ ଭିତରକୁ ଯାଇଥିଲା” ଏହା କୁହେ ଯେ ଯୀଶୁ ଲୋକକୁ ଭେଟିବା ପୂର୍ବରୁ ଭୂତ ଅନେକ ଥର କ’ଣ କରିସାରିଥିଲା I

though he was bound ... and kept under guard

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯଦିଓ ଲୋକମାନେ ତାକୁ ଜଞ୍ଜିରରେ ଓ ବେଡିରେ ବାନ୍ଧୁଥିଲେ ଓ ତାକୁ ଜଗି ରହୁଥିଲେ” (ଦେଖ: /WA-Catalog/or_tm?section=translate#figs-activepassive )

he would be driven by the demon

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଭୂତ ତାକୁ ଚାଲିଯିବା ପାଇଁ ଚାଳିତ କରୁଥିଲା” (ଦେଖ: /WA-Catalog/or_tm?section=translate#figs-activepassive )

Luke 8:30

Legion

ଏହାକୁ ଏକ ଶବ୍ଦ ଦ୍ୱାରା ଅନୁବାଦ କର, ଯାହା ଏକ ବହୁସଂଖ୍ୟକ ସୈନ୍ୟମାନଙ୍କୁ ବା ଲୋକମାନଙ୍କୁ ସୂଚାଏ I ଅନ୍ୟ କେତେକ ଅନୁବାଦଗୁଡିକ କହନ୍ତି “ସୈନ୍ୟବାହିନୀ I” ବିକଳ୍ପ ଅନୁବାଦ: “ବାଟାଲିଅନ(ବାହିନୀ)” ବା “ବ୍ରିଗେଡ୍ (ସୈନ୍ୟଦଳ)”

Luke 8:31

kept begging him

ଯୀଶୁଙ୍କୁ ଅନୁନୟ ବିନତି କରିବାକୁ ଲାଗିଲା

Luke 8:32

Now a large herd of pigs was there feeding on the hillside

ଘୁଷୁରୀମାନଙ୍କ ପରିଚୟ ଦେବା ପାଇଁ ଏହା ପୃଷ୍ଠଭୂମିଜନିତ ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

was there feeding on the hillside

ପାଖରେ ଗୋଟିଏ ପାହାଡ ଉପରେ ଘାସ ଚରୁଥିଲେ

Luke 8:33

So the demons came out

ଏସ୍ଥାନରେ “ସେଥିରେ” ଶବ୍ଦ ବ୍ୟବହୃତ ହୋଇଛି ଯେପରି ଲୋକର ଭିତରୁ ଭୂତଗୁଡିକ ବାହାରି ଆସିବା କାରଣ ବ୍ୟାଖ୍ୟା କରାଯିବ ଯେହେତୁ ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଘୁଷୁରିମାନଙ୍କ ମଧ୍ୟରେ ପଶି ପାରନ୍ତି I

rushed

ଅତି ବେଗରେ ଦୌଡ଼ିଲେ

the herd ... was drowned

ପଲ...ବୁଡିଗଲେ I ସେମାନେ ପାଣି ଭିତରକୁ ଯିବା ପରେ କେହି ଘୁଷୁରିମାନଙ୍କୁ ବୁଡାଇ ନାହାନ୍ତି I

Luke 8:35

found the man from whom the demons had gone out

ସେହି ଲୋକକୁ ଦେଖିଲେ ଯାହାଠାରୁ ଭୂତମାନେ ଛାଡି ଚାଲିଯାଇଥିଲେ

in his right mind

ପ୍ରକୃତିସ୍ଥ ବା “ସ୍ୱାଭାବିକ ଭାବରେ ବ୍ୟବହାର କରିବା

sitting at the feet of Jesus

ଏହି ସ୍ଥାନରେ ପାଦ ତଳେ ବସିବା ଏକ ଋଢ଼ି ଅଟେ ଯାହାର ଅର୍ଥ “ପାଖରେ ନମ୍ର ଭାବରେ ବସିବା” ବା “ସମ୍ମୁଖରେ ବସିବା I” ବିକଳ୍ପ ଅନୁବାଦ: ଯୀଶୁଙ୍କ ସମ୍ମୁଖରେ ଭୂମିରେ ବସିବା” (ଦେଖ: /WA-Catalog/or_tm?section=translate#figs-idiom)

they were afraid

ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ ବୋଲି ସ୍ପଷ୍ଟ ଭାବରେ କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କ ପ୍ରତି ଭୟଭୀତ ହେଲେ (ଦେଖ: /WA-Catalog/or_tm?section=translate#figs-ellipsis)

Luke 8:36

those who had seen it

ଯାହା ଘଟିଥିଲା ତାହା ଯେଉଁମାନେ ଦେଖିଥିଲେ

the man who had been possessed by demons had been healed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେଉଁ ଲୋକକୁ ଭୂତମାନେ ଆକ୍ରାନ୍ତ କରିଥିଲେ ଯୀଶୁ ସେହି ଲୋକକୁ ସୁସ୍ଥ କରିଥିଲେ” ବା “ ଯୀଶୁ ସେହି ଲୋକକୁ ସୁସ୍ଥ କଲେ ଯାହାକୁ ଭୂତମାନେ ନିୟନ୍ତ୍ରଣ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 8:37

the region of the Gerasenes

ସେହି ଗରାଶୀୟମାନଙ୍କ ଅଞ୍ଚଳ ବା “ଯେଉଁ ଅଞ୍ଚଳରେ ଗରାଶୀୟ ଲୋକମାନେ ବାସ କରୁଥିଲେ”

they were overwhelmed with great fear

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ଅତିଶୟ ଭୟଭୀତ ହେଲେ”(ଦେଖ: /WA-Catalog/or_tm?section=translate#figs-activepassive)

to return

ଲକ୍ଷ୍ୟସ୍ଥଳକୁ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: ହ୍ରଦର ଅପର ପାରିକି ଫେରିବା” (ଦେଖ: /WA-Catalog/or_tm?section=translate#figs-ellipsis)

Luke 8:38

The man

ଏହି ପଦଗୁଡିକରେ ବର୍ଣ୍ଣିତ ଘଟଣାଟି ଯୀଶୁ ନୌକାରେ ଚଢି ବାହୁଡି ଯିବା ପୂର୍ବରୁ ଘଟିଥିଲା I ଆରମ୍ଭରେ ଏହା ସ୍ପଷ୍ଟ ଭାବରେ କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯୀଶୁ ଓ ତାଙ୍କର ଶିଷ୍ୟମାନେ ବାହୁଡି ଯିବା ପୂର୍ବରୁ ସେହି ଲୋକ” ବା “ଯୀଶୁ ଓ ତାଙ୍କର ଶିଷ୍ୟମାନେ ନୌକାରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ, ସେହି ଲୋକ”

Luke 8:39

your home

ତୁମର ଗୃହ ନିବାସୀମାନେ ବା “ତୁମର ପରିବାର”

describe all that God has done for you

ଈଶ୍ୱର ତୁମ ନିମନ୍ତେ ଯାହା ଯାହା କାର୍ଯ୍ୟ କରିଛନ୍ତି ସେହି ସମସ୍ତ ବିଷୟ ସେମାନଙ୍କୁ କୁହ

Luke 8:40

General Information:

ଏହି ପଦଗୁଡିକ ଯାଇରସଙ୍କ ସମ୍ପର୍କୀୟ ପୃଷ୍ଠଭୂମି ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ଯେତେବେଳେ ଯୀଶୁ ଓ ତାଙ୍କର ଶିଷ୍ୟମାନେ ହ୍ରଦର ଅପର ପାରିରେ ଗାଲିଲୀକୁ ଫେରି ଆସିଲେ, ସେ ସମାଜଗୃହର ଅଧ୍ୟକ୍ଷଙ୍କ ୧୨ ବର୍ଷ ବୟସର ଝିଅକୁ ଓ ତହିଁ ସଙ୍ଗେ ସଙ୍ଗେ ୧୨ ବର୍ଷ ଧରି ରକ୍ତସ୍ରାବ ରୋଗଗ୍ରସ୍ତା ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କରନ୍ତି I

the crowd welcomed him

ଜନତାର ଭିଡ ଆନନ୍ଦ ସହକାରେ ତାଙ୍କୁ ସ୍ୱାଗତ କଲେ I

Luke 8:41

a leader of the synagogue

ସ୍ଥାନୀୟ ସମାଜଗୃହର ନେତାମାନଙ୍କ ମଧ୍ୟରେ ଅନ୍ୟତମ ବା “ଲୋକମାନଙ୍କର ଜଣେ ନେତା ଯିଏ ସେହି ନଗରୀର ସମାଜଗୃହରେ ସାକ୍ଷାତ କଲେ”

Falling at the feet of Jesus

ସାମ୍ଭାବ୍ୟ ଅର୍ଥଗୁଡିକ 1) ""ଯୀଶୁଙ୍କ ପାଦ ତଳେ ପଡିଗଲେ I” ବା 2) ""ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲେ I” ଯାଇରସ ଆକସ୍ମିକ ଭାବରେ ତଳେ ପଡି ନ ଥିଲେ I ସେ ଯୀଶୁଙ୍କ ପ୍ରତି ନମ୍ରତା ଏବଂ ସମ୍ମାନର ଏକ ଚିହ୍ନ ଭାବରେ ଏହା କଲେ I (ଦେଖ: /WA-Catalog/or_tm?section=translate#translate-symaction)

Luke 8:42

was dying

ମୃତପ୍ରାୟ ଥିଲା

As Jesus was on his way

କେତେକ ଅନୁବାଦକମାନେ ହୁଏତ ପ୍ରଥମେ କହିବା ଆବଶ୍ୟକ ଯେ ଯୀଶୁ ଯାଇରସଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ବିକଳ୍ପ ଅନୁବାଦ: “ତେଣୁ ଯୀଶୁ ତାଙ୍କ ସହିତ ଯିବା ନିମନ୍ତେ ସମ୍ମତ ହେଲେ I ସେ ଆପଣା ପଥରେ ଯାଉଥିବାବେଳେ” (ଦେଖ: /WA-Catalog/or_tm?section=translate#figs-explicit)

the crowds of people were pressing around him

ଯୀଶୁଙ୍କ ଚାରିଆଡେ ଲୋକମାନେ ତାଙ୍କ ଉପରେ ମାଡିପଡୁଥିଲେ

Luke 8:43

there was a woman

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: /WA-Catalog/or_tm?section=translate#writing-participants)

with a flow of blood

ତାହାର ରକ୍ତସ୍ରାବ ହେଉଥିଲା I ତାହାର ହୁଏତ ଗର୍ଭାଶୟଠାରୁ ରକ୍ତସ୍ରାବ ହେଉଥିଲା ଯଦିଓ ଏହିସକାଶେ ତାହା ସ୍ୱାଭାବିକ ସମୟ ନ ଥିଲା I କେତେକ ସଂସ୍କୃତିରେ ହୁଏତ ଏହି ସ୍ଥିତିକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶିଷ୍ଟ ଉପାୟ ଥାଇପାରେ I (ଦେଖ: /WA-Catalog/or_tm?section=translate#figs-euphemism)

was not able to be healed by anyone

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ କେହି ତାକୁ ସୁସ୍ଥ କରି ପାରି ନ ଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 8:44

touched the edge of his coat

ତାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା I ଯିହୂଦୀ ଲୋକମାନେ ଈଶ୍ୱରଙ୍କ ବ୍ୟବସ୍ଥାରେ ପ୍ରଦତ୍ତ ସେମାନଙ୍କ ବିଧିଜନିତ ବସ୍ତ୍ରର ଏକ ଅଂଶବିଶେଷ ଭାବରେ ଚୋଗାର ଧାରରେ କାରୁକାର୍ଯ୍ୟବିଶିଷ୍ଟ ଟୋପର ପିନ୍ଧୁଥିଲେ I ସମ୍ଭବତଃ ସେ ଏହାକୁ ଛୁଇଁଥିଲା I

Luke 8:45

the crowds of people ... are pressing against you

ଏହା କହିବା ଦ୍ୱାରା ପିତର ଇଙ୍ଗିତ କରୁଥିଲେ ଯେ କେହି ବି ଯୀଶୁଙ୍କୁ ସ୍ପର୍ଶ କରି ପାରିଥିବ I ଏହି ଅନ୍ତର୍ନିହିତ ତଥ୍ୟକୁ ଯଦି ଆବଶ୍ୟକ ହୁଏ, ତେବେ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ଅନେକ ଲୋକ ତୁମର ଚାରିଆଡେ ଘେରି ରହିଛନ୍ତି ଏବଂ ତୁମ ଉପରେ ମାଡି ପଡୁଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ଜଣେ ହୁଏତ ତୁମକୁ ସ୍ପର୍ଶ କରିଥିବ” (ଦେଖ: /WA-Catalog/or_tm?section=translate#figs-explicit)

Luke 8:46

Someone did touch me

ଭିଡର ଆକସ୍ମିକ ସ୍ପର୍ଶଠାରୁ ଏହି ଉଦ୍ଦେଶ୍ୟ ପ୍ରଣୋଦିତ “ସ୍ପର୍ଶ” ମଧ୍ୟରେ ପ୍ରଭେଦ ଦେଖାଇବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: କେହି ଜଣେ ଇଚ୍ଛାକୃତ ଭାବରେ ମୋତେ ଛୁଇଁଲା” (ଦେଖ: /WA-Catalog/or_tm?section=translate#figs-explicit )

I know that power has gone out from me

ଯୀଶୁ ଶକ୍ତି ହରାଇଲେ ନାହିଁ କି ଦୁର୍ବଳ ହେଲେ ନାହିଁ, କିନ୍ତୁ ତାଙ୍କର ଶକ୍ତି ସେହି ସ୍ତ୍ରୀକୁ ସୁସ୍ଥ କଲା I ବିକଳ୍ପ ଅନୁବାଦ: “ମୁଁ ଜାଣେ ଯେ ମୋ’ ଭିତରୁ ସୁସ୍ଥକାରୀ ଶକ୍ତି ନିର୍ଗତ ହୋଇ ବାହାରକୁ ଗଲା” ବା “ମୁଁ ଅନୁଭବ କଲି ଯେ ମୋର ଶକ୍ତି କାହାକୁ ସୁସ୍ଥ କରିଛି” (ଦେଖ: /WA-Catalog/or_tm?section=translate#figs-explicit)

Luke 8:47

that she could not escape notice

ସେ ଯାହା କରିଥିଲା ତାକୁ ଗୁପ୍ତ କରି ରଖି ପାରିଲା ନାହିଁ I ସେ ଯାହା କଲା, ତାହା ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ସେ ଏହାକୁ ଗୁପ୍ତ ଭାବରେ ରଖିପାରିଲା ନାହିଁ ଯେ ସେ ହିଁ ଉକ୍ତ ବ୍ୟକ୍ତି ଯିଏ ଯୀଶୁଙ୍କୁ ସ୍ପର୍ଶ କରିଥିଲା” (ଦେଖ: /WA-Catalog/or_tm?section=translate#figs-ellipsis)

she came trembling

ସେ ଭୟରେ କମ୍ପିତ ହୋଇ ଆସିଲା

fell down before him

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯୀଶୁଙ୍କ ସମ୍ମୁଖରେ ନଇଁ ପଡିଲା” ବା 2) “ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲା I” ସେ ଆକସ୍ମିକ ଭାବରେ ପଡି ନ ଥିଲା I ଏହା ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନର ଏକ ଚିହ୍ନ ଥିଲା I

In the presence of all the people

ସମସ୍ତ ଲୋକଙ୍କ ସାକ୍ଷାତରେ

Luke 8:48

Daughter

ଏହା ଜଣେ ସ୍ତ୍ରୀକୁ କୋମଳ ଭାବରେ କହିବାର ଏକ ଶୈଳୀ ଅଟେ I ତୁମ ଭାଷାରେ ହୁଏତ ଏହିପରି ଦୟା ପ୍ରଦର୍ଶନ କରିବା ପାଇଁ ଅନ୍ୟ ପ୍ରକାର ଶୈଳୀ ଥାଇପାରେ I

your faith has made you well

ତୁମର ବିଶ୍ୱାସ ହେତୁ ତୁମେ ସୁସ୍ଥ ହୋଇଛ I ଗୁଣବାଚକ ବିଶେଷ୍ୟ “ବିଶ୍ୱାସ”କୁ ଏକ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: ଯେହେତୁ ତୁମେ ବିଶ୍ୱାସ କରୁଛ, ତୁମେ ସୁସ୍ଥ ହୋଇଛ” (ଦେଖ: /WA-Catalog/or_tm?section=translate#figs-abstractnouns)

Go in peace

ଏହି ଋଢ଼ି “ବିଦାୟ ଦେବା” ଏବଂ ତହିଁ ସଙ୍ଗେ ସଙ୍ଗେ ଆଶୀର୍ବାଦ ଦେବା ବିଷୟକୁ କହିବାର ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ତୁମେ ଯାଉ ଯାଉ ଆଉ ଅଧିକ ଚିନ୍ତା କର ନାହିଁ” ବା “ତୁମେ ଯିବା ବେଳେ ଈଶ୍ୱର ତୁମକୁ ଶାନ୍ତି ଦିଅନ୍ତୁ” (ଦେଖ: /WA-Catalog/or_tm?section=translate#figs-idiom)

Luke 8:49

While he was still speaking

ଯୀଶୁ ସେହି ସ୍ତ୍ରୀ ସହିତ କଥାବାର୍ତ୍ତା କରୁଥିବାବେଳେ

the synagogue leader's house

ଏହା ଯାଇରସଙ୍କୁ ସୂଚାଏ ([ଲୂକ 8:41] (../ 08 / 41. ମଝି ) )

Do not trouble the teacher any longer

ଏହି ବକ୍ତବ୍ୟ ସୂଚାଏ ଯେ ଯୀଶୁ ବର୍ତ୍ତମାନ ଆଉ କିଛି ସାହାଯ୍ୟ କରିବା ପାଇଁ ସମର୍ଥ ହେବେ ନାହିଁ ଯେହେତୁ ଝିଅଟି ମୃତ ଅଟେ I (ଦେଖ: /WA-Catalog/or_tm?section=translate#figs-explicit)

the teacher

ଏହା ଯୀଶୁଙ୍କୁ ବୁଝାଏ

Luke 8:50

she will be healed

ସେ ଭଲ ହୋଇଯିବ ବା “ସେ ପୁନର୍ବାର ବଞ୍ଚିବ”

Luke 8:51

When he came to the house

ସେମାନେ ଯେତେବେଳେ ଗୃହକୁ ଆସିଲେ I ଯୀଶୁ ଯାଇରସଙ୍କ ସହିତ ସେଠାକୁ ଗଲେ I ଯୀଶୁଙ୍କ କେତେକ ଶିଷ୍ୟମାନେ ମଧ୍ୟ ସେମାନଙ୍କ ସହିତ ଗଲେ I

he did not allowed anyone ... except Peter and John and James, and the father of the child and her mother

ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁ କେବଳ ପିତର, ଯୋହନ, ଯାକୁବ ଓ ଝିଅର ପିତାମାତାଙ୍କୁ ତାଙ୍କ ସହିତ ଭିତରକୁ ଯିବା ନିମନ୍ତେ ଅନୁମତି ଦେଲେ”

the father of the child

ଏହା ଯାଇରସଙ୍କୁ ସୂଚାଇଥାଏ

Luke 8:52

all were mourning and wailing for her

ସେହି ସଂସ୍କୃତିରେ ଶୋକ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହା ସ୍ୱାଭାବିକ ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ସେଠାରେ ଥିବା ସମସ୍ତ ଲୋକମାନେ ପ୍ରଦର୍ଶନ କରୁଥିଲେ ଯେ ସେମାନେ କେତେ ଦୁଃଖିତ ଥିଲେ ଏବଂ ସେମାନେ ଉଚ୍ଚସ୍ୱରରେ ରୋଦନ କରୁଥିଲେ କାରଣ ଝିଅଟି ମରିଯାଇଥିଲI” (ଦେଖ: /WA-Catalog/or_tm?section=translate#figs-explicit)

Luke 8:53

laughed at him, knowing that she

ତାଙ୍କୁ ପରିହାସ କଲେ କାରଣ ସେମାନେ ଜାଣିଥିଲେ ଯେ ଝିଅଟି

Luke 8:54

he taking hold of her hand

ଯୀଶୁ ଝିଅଟିର ହାତକୁ ଧରିଲେ

Luke 8:55

her spirit returned

ତାହାର ଆତ୍ମା ତାହା କତିକି ଫେରି ଆସିଲା I ଯିହୂଦୀମାନେ ବୁଝିଲେ ଯେ ଜଣେ ବ୍ୟକ୍ତି ନିକଟକୁ ଆତ୍ମା ଫେରି ଆସିବା ଫଳରେ ଜୀବନ ଆସିଥାଏ I ବିକଳ୍ପ ଅନୁବାଦ: “ସେ ପୁନର୍ବାର ପ୍ରଶ୍ୱାସ ନେବା ଆରମ୍ଭ କଲା” ବା “ସେ ଜୀବନକୁ ଫେରି ଆସିଲା” ବା “ସେ ପୁନର୍ବାର ଜୀବିତ ହେଲା” (ଦେଖ: /WA-Catalog/or_tm?section=translate#figs-explicit)

Luke 8:56

to tell no one

ଏହାକୁ ଭିନ୍ନ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାହାକୁ ନ କହିବା”