Luke 7

ଲୂକ 07 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

କେତେକ ଅନୁବାଦ ପୁରାତନ ନିୟମର ଉକ୍ତିଗୁଡିକୁ ପୃଷ୍ଠାରେ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି I 7:27 ରେ ଥିବା ଉଦ୍ଧୃତି ସହିତ ULT ଏହା କରିଥାଏ I

ଏହି ଅଧ୍ୟାୟରେ ଅନେକ ସମୟରେ ଲୂକ ପରିବର୍ତ୍ତନକୁ ଚିହ୍ନିତ ନ କରି ତାଙ୍କର ପ୍ରସଙ୍ଗକୁ ପରିବର୍ତ୍ତନ କରନ୍ତି I ତୁମେ ଏହି ଅସମ ପରିବର୍ତ୍ତନଗୁଡିକୁ ମସୃଣ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ ନୁହେଁ I

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଶତସେନାପତି

ଆପଣା ଦାସକୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କରିଥିବା ଶତସେନାପତି ([ଲୂକ 7: 2](.. /.. / ଲୂକ/07/02.ମଝି )) ଅନେକ ଅସାଧାରଣ ବିଷୟସବୁ କରୁଥିଲେ I ଜଣେ ରୋମୀୟ ସୈନ୍ୟ ପ୍ରାୟତଃ କଦାପି କୌଣସି ବିଷୟ ନିମନ୍ତେ ଜଣେ ଯିହୂଦୀ ନିକଟକୁ ଯିବ ନାହିଁ ଏବଂ ଅଧିକାଂଶ ଧନୀ ଲୋକମାନେ ସେମାନଙ୍କର ଦାସମାନଙ୍କୁ ପ୍ରେମ କରୁ ନଥିଲେ କି ସେମାନଙ୍କର ଯତ୍ନ ନେଉ ନ ଥିଲେ I (ଦେଖ: /WA-Catalog/or_tw?section=kt#centurion/WA-Catalog/or_tw?section=kt#faith )

ଯୋହନଙ୍କ ବାପ୍ତିସ୍ମ

ଯୋହନ ଲୋକମାନଙ୍କୁ ଏହା ଦେଖାଇବା ନିମନ୍ତେ ବାପ୍ତିସ୍ମ ଦେଉଥିଲେ ଯେ ସେ ଯେଉଁମାନଙ୍କୁ ବାପ୍ତିସ୍ମ ଦେଉଛନ୍ତି ସେମାନେ ଜାଣନ୍ତି ଯେ ସେମାନେ ପାପୀ ଅଟନ୍ତି ଏବଂ ନିଜର ପାପ ନିମନ୍ତେ ସେମାନେ ଦୁଖିତ ଅଟନ୍ତି (ଦେଖ: /WA-Catalog/or_tw?section=kt#repent/WA-Catalog/or_tw?section=kt#sin )

“ପାପୀମାନେ”

ଲୂକ ଦଳେ ଲୋକଙ୍କୁ “ପାପୀମାନେ” ବୋଲି ଉଲ୍ଲେଖ କରନ୍ତି I ଯିହୂଦୀ ନେତାମାନେ ଏହି ଲୋକମାନଙ୍କୁ ମୋଶାଙ୍କ ବ୍ୟବସ୍ଥାର ଆଶାଶୂନ୍ୟ ଭାବରେ ଅଜ୍ଞ ବୋଲି ବିବେଚନା କରୁଥିଲେ, ଓ ସେଥିପାଇଁ ସେମାନଙ୍କୁ “ପାପୀମାନେ” ବୋଲି ସମ୍ବୋଧନ କରୁଥିଲେ I ପ୍ରକୃତ ପକ୍ଷରେ, ନେତାମାନେ ପାପପୂର୍ଣ୍ଣ ଥିଲେ I ଏହି ପରିସ୍ଥିତିକୁ ଏକ ବିଡମ୍ବନା ଭାବରେ ନିଆଯାଇପାରେ I (ଦେଖ: /WA-Catalog/or_tm?section=translate#figs-irony )

“ପାଦ”

ପ୍ରାଚୀନ ନିକଟପ୍ରାଚ୍ୟର ଲୋକମାନଙ୍କର ପାଦ ଅତି ମଇଳା ରହୁଥିଲା କାରଣ ସେମାନେ ଫିତା ଚପଲ ପିନ୍ଧୁଥିଲେ ଏବଂ ରାସ୍ତାଗୁଡିକ ଓ ପଥଚିହ୍ନର ବାଟଗୁଡିକ ଧୂଳି ଧୁସରିତ ଓ କାଦୁଅ ରହୁଥିଲା I କେବଳ ଦାସମାନେ ଅନ୍ୟ ଲୋକମାନଙ୍କ ପାଦ ଧୋଇ ଦେଉଥିଲେ I ଯୀଶୁଙ୍କ ପାଦ ଧୋଇଥିବା ସ୍ତ୍ରୀଲୋକଟି ତାଙ୍କ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରୁଥିଲା I

ଏହି ଅଧ୍ୟାୟରେ ଅନୁବାଦର ଅନ୍ୟାନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରୁଛନ୍ତି ([ଲୋକ 7:34 ] (.. /.. /34. ମଝି )) I ତୁମର ଭାଷା ହୁଏତ ଲୋକମାନଙ୍କୁ ନିଜ ବିଷୟରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ ସତେ ଯେପରି ସେମାନେ ଅନ୍ୟ କାହା ସମ୍ପର୍କରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofman ଏବଂ /WA-Catalog/or_tm?section=translate#figs-123person )

Luke 7:1

General Information:

ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତି ଯେଉଁଠାରେ ଯୀଶୁ ଜଣେ ଶତସେନାପତିଙ୍କ ଦାସକୁ ସୁସ୍ଥ କରନ୍ତି I

in the hearing of the people

“କର୍ଣ୍ଣଗୋଚରରେ” ଋଢ଼ୋକ୍ତି ଗୁରୁତ୍ଵ ଆରୋପ କରେ ଯେ ସେ ଯାହା କହିଲେ ସେମାନେ ତାହା ଶୁଣନ୍ତୁ ବୋଲି ସେ ଇଚ୍ଛା କରୁଥିଲେ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ତାଙ୍କ କଥା ଶୁଣୁଥିଲେ ସେମାନଙ୍କୁ” ବା “ଉପସ୍ଥିତ ଥିବା ଲୋକମାନଙ୍କ ପ୍ରତି” ବା “ଲୋକମାନଙ୍କର ଶୁଣିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-idiom )

he entered into Capernaum

ଏହା କାହାଣୀରେ ଏକ ନୂତନ ଘଟଣା ଆରମ୍ଭ କରେ I (ଦେଖ: /WA-Catalog/or_tm?section=translate#writing-newevent )

Luke 7:2

who was highly regarded by him

ଯାହାଙ୍କୁ ଶତସେନାପତି ମୂଲ୍ୟବାନ ମନେକରୁଥିଲେ ବା “ଯାହାଙ୍କୁ ସେ ସମ୍ମାନ ଦେଉଥିଲେ”

Luke 7:4

they asked him earnestly

ତାହାଙ୍କୁ ଅନୁରୋଧ କଲେ ବା ତାଙ୍କୁ “ମାଗିଲେ”

He is worthy

ଶତସେନାପତି ଯୋଗ୍ୟ ଅଟନ୍ତି I

Luke 7:5

our nation

ଆମ୍ଭମାନଙ୍କ ଜାତି I ଏହା ଯିହୂଦୀ ଲୋକମାନଙ୍କୁ ସୂଚାଏ I

Luke 7:6

went on his way

ସାଙ୍ଗରେ ଗଲେ

When he was not far from the house

ଦୁଇଥର ନାସ୍ତିବାଚକ ବିଷୟକୁ ପୂନଃସ୍ଥାପନ କରି ହେବ I ବିକଳ୍ପ ଅନୁବାଦ: “ଘର ପାଖରେ” (ଦେଖ: /WA-Catalog/or_tm?section=translate#figs-doublenegatives )

do not trouble yourself

ଶତସେନାପତି ଯୀଶୁଙ୍କ ସହିତ ନମ୍ର ଭାବରେ କଥାବାର୍ତ୍ତା କରୁଥିଲେ I ବିକଳ୍ପ ଅନୁବାଦ: “ମୋ’ ଘରକୁ ଆସି ଆପଣ ନିଜକୁ କଷ୍ଟ ଦିଅନ୍ତୁ ନାହିଁ” ବା “ମୁଁ ଆପଣଙ୍କୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ଇଚ୍ଛା କରେ ନାହିଁ”

you would come under my roof

ଏହି ବାକ୍ୟାଂଶ ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ “ମୋ’ ଘର ଭିତରକୁ ଆସନ୍ତୁ I” ଯଦି ତୁମର ଭାଷାରେ କୌଣସି ଏକ ଋଢ଼ୋକ୍ତି ଅଛି ଯାହାର ଅର୍ଥ “ମୋ’ ଘର ମଧ୍ୟକୁ ଆସନ୍ତୁ” ତେବେ ବିଚାର କର ଯେ ତାହା ଏହି ସ୍ଥାନରେ ବ୍ୟବହାର କରିବା ଉତ୍ତମ ହେବ ନା ନାହିଁ I (ଦେଖ: /WA-Catalog/or_tm?section=translate#figs-idiom )

Luke 7:7

say a word

ଦାସ ବୁଝିଥିଲା ଯେ ଯୀଶୁ କେବଳ ବାକ୍ୟ କହିବା ଦ୍ୱାରା ଦାସକୁ ସୁସ୍ତ କରିପାରିବେ I ଏଠାରେ “ବାକ୍ୟ” ଏକ ଆଜ୍ଞାକୁ ସୂଚାଏ I ବିକଳ୍ପ ଅନୁବାଦ: “କେବଳ ଆଜ୍ଞା ଦିଅନ୍ତୁ” (ଦେଖ: /WA-Catalog/or_tm?section=translate#figs-synecdoche )

my servant will be healed

“ଦାସ” ଭାବରେ ଯେଉଁ ଶବ୍ଦ ଏହି ସ୍ଥାନରେ ଅନୁବାଦ କରାଯାଇଛି ତାହା ସାଧାରଣତଃ, “ବାଳକ” ଭାବରେ ଅନୁବାଦ କରାଯାଏ I ଏହା ସୂଚାଏ ଯେ, ସେହି ଦାସ ଅତି ଅଳ୍ପ ବୟସର ଥିଲା ବା ଏହା ସୂଚାଏ ଯେ ତା’ପାଇଁ ଶତସେନାପତିଙ୍କର ସ୍ନେହ ପ୍ରକାଶ କରୁଥିଲା I

Luke 7:8

I also am a man who is under authority

ମୋ’ ଉପରେ ମଧ୍ୟ କେହି ଜଣେ ଅଛନ୍ତି ମୁଁ ଯାହାଙ୍କ ଆଜ୍ଞାବହ ଅଟେ I

under me

ମୋ’ ଅଧିନରେ

to my servant

“ଦାସ” ଭାବରେ ଯେଉଁ ଶବ୍ଦ ଏହି ସ୍ଥାନରେ ଅନୁବାଦ କରାଯାଇଛି ତାହା ସାଧାରଣତଃ, ଜଣେ ଦାସ ନିମନ୍ତେ ପ୍ରଯୁଜ୍ୟ ଶବ୍ଦ ଅଟେ I

Luke 7:9

he was amazed at him

ସେ ଶତସେନାପତିଙ୍କ କଥାରେ ଚମତ୍କୃତ ହେଲେ

I say to you

ଯେଉଁ ଆଶ୍ଚର୍ଯ୍ୟଜନକ ବିଷୟ କହିବା ନିମନ୍ତେ ସେ ଉଦ୍ୟତ ଥିଲେ ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଯୀଶୁ ଏହା କହିଲେ I

not even in Israel have I found such faith.

ଏହାର ନିହିତାର୍ଥ ଏହି ଯେ ଯୀଶୁ ଯିହୂଦୀ ଲୋକମାନଙ୍କଠାରୁ ଏପ୍ରକାର ବିଶ୍ୱାସ ଅପେକ୍ଷା କରୁଥିଲେ, କିନ୍ତୁ ସେମାନେ ତାହା କଲେ ନାହିଁ I ସେ ବିଜାତୀୟ ଲୋକମାନଙ୍କଠାରୁ ଏପ୍ରକାର ବିଶ୍ୱାସ ଅପେକ୍ଷା କରୁ ନ ଥିଲେ, କିନ୍ତୁ ଏହି ବ୍ୟକ୍ତି ତାହା କଲେ I ତୁମକୁ ହୁଏତ ଏହି ନିହିତ ତଥ୍ୟ ଯୋଗ କରିବା ପାଇଁ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ମୁଁ ଏଭଳି କୌଣସି ଇସ୍ରାଏଲୀୟ ଲୋକକୁ ପାଇନାହିଁ ଯିଏ ଏହି ବିଜାତୀୟ ଲୋକ ପରି ମୋ'ଠାରେ ବିଶ୍ୱାସ କରେ !” (ଦେଖ: /WA-Catalog/or_tm?section=translate#figs-explicit )

Luke 7:10

those who had been sent

ଏହା ବୁଝାପଡେ ଯେ ଏମାନେ ସେହି ଶତସେନାପତି ପ୍ରେରଣ କରିଥିବା ଲୋକ ଥିଲେ I ଏହା କୁହାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ନିକଟକୁ ସେହି ରୋମୀୟ ଅଧିକାରୀ ପଠାଇଥିବା ଲୋକମାନେ” (ଦେଖ: /WA-Catalog/or_tm?section=translate#figs-ellipsis )

Luke 7:11

Connecting Statement:

ଯୀଶୁ ନାଇନ ନଗରକୁ ଯାଆନ୍ତି ଯେଉଁଠାରେ ସେ ଜଣେ ମୃତ ଲୋକକୁ ସୁସ୍ଥ କରନ୍ତି I

Nain

ଏହା ଏକ ନଗରର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names )

Luke 7:12

behold, a man who had died

“ଦେଖ” ଶବ୍ଦ ଆମକୁ କାହାଣୀ ମଧ୍ୟରେ ଏକ ମୃତ ଲୋକର ପରିଚୟ ପ୍ରଦାନକୁ ସଚେତନ କରେ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ସେଠାରେ ଜଣେ ମୃତ ଲୋକ ଥିଲା ଯିଏ” (ଦେଖ: /WA-Catalog/or_tm?section=translate#writing-participants )

a man who had died was being carried out

ଏହାକୁ ସକ୍ରିୟ ରୂପରେ ଉକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୃତ ହୋଇଥିବା ଜଣେ ବ୍ୟକ୍ତିକୁ ଲୋକମାନେ ନଗର ବାହାରକୁ ବହି ନେଇ ଯାଉଥିଲେ” (ଦେଖ: /WA-Catalog/or_tm?section=translate#figs-activepassive )

was being carried out, the only son of his mother (who was a widow), and a rather large crowd

ବାହାରକୁ ବହିନେଲେ I ସେ ତାହାର ମାତାର ଏକମାତ୍ର ପୁତ୍ର ଥିଲା, ଓ ସେ ଜଣେ ବିଧବା ଥିଲା I ଏକ ବିଶାଳ ଜନସମାଗମ I ମୃତ ଲୋକ ଓ ତାହାର ମାତା ସମ୍ପର୍କରେ ଏହା ପୃଷ୍ଠଭୂମି ତଥ୍ୟ ଅଟେ I (ଦେଖ: /WA-Catalog/or_tm?section=translate#writing-background )

a widow

ଜଣେ ସ୍ତ୍ରୀ ଲୋକ ଯାହାର ସ୍ବାମୀ ମରିଯାଇଛି ଏବଂ ଯିଏ ପୂନର୍ବାର ଆଉ ବିବାହ କରିନାହିଁ

Luke 7:13

was deeply moved with compassion for her

ସ୍ତ୍ରୀ ଲୋକ ନିମନ୍ତେ ବହୁତ ଦୁଃଖ ଅନୁଭବ କଲେ

Luke 7:14

he went up

ସେ ଆଗକୁ ଗଲେ ବା “ସେ ମୃତ ଲୋକର ସମ୍ମୁଖିନ ହେଲେ”

the wooden frame holding the body

ଏହା ଏକ ଷ୍ଟ୍ରେଚର ବା ଶଯ୍ୟା ଯାହା କବର ସ୍ଥାନକୁ ବହି ନେବା ପାଇଁ ବ୍ୟବହୃତ ହୁଏ I ଏଥିରେ ଶରୀରକୁ ପୋତାଯିବା ଭଳି ଏପରି କିଛି ନ ଥିଲା I ଅନ୍ୟ ଅନୁବାଦଗୁଡିକରେ ହୁଏତ କମ୍ ଜଣାଶୁଣା “କୋକେଇ” ବା “ସମାଧି ଶଯ୍ୟା” ଶବ୍ଦ ଥାଇପାରେ I

I say to you, arise

ସେହି ଯୁବକ ତାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ ବୋଲି ଗୁରୁତ୍ଵ ଦେବା ନିମନ୍ତେ ଯୀଶୁ ଏହା କହନ୍ତି I “ମୋ’ କଥା ଶୁଣ ! ଉଠ !

Luke 7:15

The dead man

ଏହି ଲୋକଟି ଏଯାଏ ମରି ନ ଥିଲା; ବର୍ତ୍ତମାନ ସେ ଜୀବିତ I ଏହା ସ୍ପଷ୍ଟ ଭାବରେ କହିବା ହୁଏତ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ଯେଉଁ ଲୋକ ମୃତ ହୋଇଥିଲା”

Luke 7:16

Connecting Statement:

ସେହି ମୃତ ଲୋକକୁ ଯୀଶୁ ସୁସ୍ଥ କରିବାର ଫଳ ସ୍ବରୂପ କ’ଣ ହେଲା ଏହା ତାହା କୁହେ I

fear overcame all of them

ସେମାନେ ସମସ୍ତେ ଭୟରେ ପୂର୍ଣ୍ଣ ହେଲେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ” (ଦେଖ: /WA-Catalog/or_tm?section=translate#figs-activepassive )

A great prophet has been raised among us

ସେମାନେ କୌଣସି ଅପରିଚିତ ଭାବବାଦୀ ପ୍ରତି ନୁହେଁ, ଯୀଶୁଙ୍କ ପ୍ରତି ଉଲ୍ଲେଖ କରୁଥିଲେ I “ଉତ୍ଥିତ ହୋଇଅଛନ୍ତି” ଏସ୍ଥାନରେ “ହେବା ପାଇଁ ଦେବା” ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ଜଣକୁ ଏକ ମହାନ୍ ଭାବବାଦୀ କରିଅଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive )(ଦେଖ: /WA-Catalog/or_tm?section=translate#figs-idiom )

has looked upon

ଏହି ରୂପକର ଅର୍ଥ “ନିମନ୍ତେ ଯତ୍ନଶୀଳ” (ଦେଖ: /WA-Catalog/or_tm?section=translate#figs-idiom )

Luke 7:17

This news about him spread

ଏହି ସମ୍ବାଦ 16 ପଦରେ ଲୋକେ କହୁଥିବା ବିଷୟକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଯୀଶୁଙ୍କ ସମ୍ପର୍କରେ ଏହି ସମ୍ବାଦ ପ୍ରସାର କଲେ” ବା “ଲୋକମାନେ ଅନ୍ୟମାନଙ୍କୁ ଯୀଶୁଙ୍କ ସମ୍ପର୍କରେ ଏହି ସମ୍ବାଦ କହିଲେ”

This news

ଏହି ବିବରଣ ବା “ଏହି ସମ୍ବାଦ”

Luke 7:18

Connecting Statement:

ଯୀଶୁଙ୍କୁ ପ୍ରଶ୍ନ ପଚାରିବା ନିମନ୍ତେ ଯୋହନ ତାଙ୍କର ଦୁଇ ଜଣ ଶିଷ୍ୟଙ୍କୁ ପ୍ରେରଣ କଲେ I

John's disciples told him concerning all these things

ଏହା କାହାଣୀରେ ଏକ ନୂତନ ଘଟଣାର ପରିଚୟ ଦିଏ I (ଦେଖ: /WA-Catalog/or_tm?section=translate#writing-newevent)

reported to John

ଯୋହନଙ୍କୁ କହିଲେ

all these things

ଯୀଶୁ କରୁଥିବା ସମସ୍ତ ବିଷୟ

Luke 7:20

the men said, ""John the Baptist has sent us to you to say, 'Are you ... or should we look for another?'

ଏହି ବାକ୍ୟକୁ ପୂନଃ ଲେଖାଯାଇପାରେ ଯେପରି ଏହାର କେବଳ ଏକ ମାତ୍ର ସିଧାସଳଖ ଉକ୍ତି ରହିବ I ବିକଳ୍ପ ଅନୁବାଦ: “ଲୋକମାନେ କହିଲେ ଯେ ବାପ୍ତିଜକ ଯୋହନ ତାଙ୍କୁ ପଚାରିବାକୁ ସେମାନଙ୍କୁ ପ୍ରେରଣ କରିଥିଲେ, ‘ଯାହାଙ୍କର ଆଗମନ କରିବାର ଥିଲା, ଆପଣ କି ସେହି ବ୍ୟକ୍ତି, ନା ଆମ୍ଭେମାନେ ଆଉ କାହାରି ଅପେକ୍ଷାରେ ରହିବୁ ?”’ ବା ‘ଆପଣଙ୍କୁ ପଚାରିବା ନିମନ୍ତେ ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ପ୍ରେରଣ କରିଛନ୍ତି ଯେ ଯାହାଙ୍କର ଆଗମନ କରିବାର ଥିଲା ଆପଣ କି ସେହି ବ୍ୟକ୍ତି ନା ଆମ୍ଭେମାନେ ଆଉ କାହାରି ଅପେକ୍ଷାରେ ରହିବୁ?”’ (ଦେଖ: /WA-Catalog/or_tm?section=translate#figs-quotations)

Luke 7:21

In that hour

ସେହି ସମୟରେ

from evil spirits

ସୁସ୍ଥତାକୁ ପୂନଃ ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ମନ୍ଦ ଆତ୍ମାଗୁଡିକରୁ ସୁସ୍ଥ କଲେ” ବା “ସେ ଲୋକମାନଙ୍କୁ ମନ୍ଦ ଆତ୍ମାଗୁଡିକରୁ ମୁକ୍ତ କଲେ” (ଦେଖ: /WA-Catalog/or_tm?section=translate#figs-ellipsis )

Luke 7:22

said to them

ଯୋହନଙ୍କ ସମ୍ବାଦବାହକମାନଙ୍କୁ କହିଲେ ବା “ଯୋହନ ପ୍ରେରଣ କରିଥିବା ସମ୍ବାଦବାହକମାନଙ୍କୁ କହିଲେ”

report to John

ଯୋହନଙ୍କୁ କୁହ

dead people are being raised back to life

ମୃତ ଲୋକମାନେ ପୁନର୍ଜୀବିତ ହେଉଛନ୍ତି

poor people

ଦରିଦ୍ର ଲୋକମାନେ

Luke 7:23

Blessed is anyone who does not take offense at me.

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋହର କାର୍ଯ୍ୟଗୁଡିକ ହେତୁ ଯେଉଁମାନେ ମୋ'ଠାରେ ବିଶ୍ୱାସ କରିବାରେ କ୍ଷାନ୍ତ ହୁଅନ୍ତି ନାହିଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Blessed is anyone who does not

ଯେଉଁ ଲୋକମାନେ ...ସେମାନେ ଧନ୍ୟ ବା “ଯେ କେହି ...କରେ ନାହିଁ ସେ ଧନ୍ୟ ବା “ଯିଏ ...କରେନାହିଁ ସେ ଧନ୍ୟ I” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହେଁ I

not take offense at me

ଏହି ଦୁଇ ଥର ନାସ୍ତିସୂଚକ ବିଷୟର ଅର୍ଥ “ଯାହା ହେଲେ ମଧ୍ୟ ବିଶ୍ୱାସରେ ଲାଗି ରୁହେ” (ଦେଖ: /WA-Catalog/or_tm?section=translate#figs-doublenegatives)

Luke 7:24

Connecting Statement:

ଯୀଶୁ ଲୋକମାନଙ୍କୁ ବାପ୍ତିଜକ ଯୋହନଙ୍କ ସମ୍ପର୍କରେ କହିବା ଆରମ୍ଭ କଲେ I ବାପ୍ତିଜକ ଯୋହନ ପ୍ରକୃତରେ କିପରି ଅଟନ୍ତି ସେ ବିଷୟରେ ଚିନ୍ତା କରିବାକୁ ସେମାନଙ୍କୁ ଆଗେଇ ନେବା ପାଇଁ ସେ ଆଳଙ୍କରିକ ପ୍ରଶ୍ନଗୁଡିକ ପଚାରିଲେ I

What ... A reed shaken by the wind?

ଏହା ଏକ ନାସ୍ତିସୂଚକ ଉତ୍ତର ଅପେକ୍ଷା କରେ I “ତୁମ୍ଭେମାନେ କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ ଦେଖିବାକୁ ବାହାରକୁ ଯାଇଥିଲ? ଅବଶ୍ୟ ନୁହେଁ !” ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖାଯାଇପାରେ I ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ତୁମ୍ଭେମାନେ ପବନରେ ଦୋହଲୁଥିବା ଗୋଟିଏ ନଳ ଦେଖିବା ନିମନ୍ତେ ବାହାରକୁ ଯାଇ ନ ଥିଲ !” (ଦେଖ: /WA-Catalog/or_tm?section=translate#figs-rquestion )

A reed shaken by the wind

ଏହି ରୂପକର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି 1) ଯେପରି ନଳଗୁଡିକ ସହଜରେ ପବନ ଦ୍ୱାରା ଦୋହଲିଥାଏ, ଠିକ ସେହିପରି ଯେଉଁ ବ୍ୟକ୍ତି ସହଜରେ ନିଜ ମନ ବଦଳାଇଥାଏ, ବା 2) ଜଣେ ବ୍ୟକ୍ତି ଯିଏ ଅନେକ କଥା କୁହେ କିନ୍ତୁ କିଛି ମହତ୍ତ୍ଵପୂର୍ଣ୍ଣ କଥା କୁହେ ନାହିଁ, ଯେପରି ନଳଗୁଡିକ ପବନ ବହିଲେ ଖଡଖଡ ଶବ୍ଦ କରେ ସେ ଠିକ ସେପରି ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

Luke 7:25

But what ... A man dressed in soft clothes?

ଏହା ମଧ୍ୟ ଏକ ନାସ୍ତିସୂଚକ ଉତ୍ତର ଅପେକ୍ଷା କରେ, କାରଣ ଯୋହନ ଖଦଡା ବସ୍ତ୍ର ପିନ୍ଧୁଥିଲେ I “ତୁମ୍ଭେମାନେ ସୂକ୍ଷ୍ମବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିକୁ ଦେଖିବା ନିମନ୍ତେ ଯାଇଥିଲ? ଅବଶ୍ୟ ନୁହେଁ !”ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ଭାବରେ ସୂକ୍ଷ୍ମବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିକୁ ଦେଖିବା ନିମନ୍ତେ ଯାଇ ନ ଥିଲ !” (ଦେଖ: /WA-Catalog/or_tm?section=translate#figs-rquestion )

dressed in soft clothes

ଏହା ବହୁମୂଲ୍ୟ ବସ୍ତ୍ରକୁ ବୁଝାଏ I ସାଧାରଣ ବସ୍ତ୍ର ଖଦଡା ଥିଲା I ବିକଳ୍ପ ଅନୁବାଦ: “ବହୁମୂଲ୍ୟ ବସ୍ତ୍ର ପରିଧାନ କରିବା” (ଦେଖ: /WA-Catalog/or_tm?section=translate#figs-explicit )

kings' palaces

ପ୍ରାସାଦ ଏକ ବିଶାଳ, ବହୁମୂଲ୍ୟ ଗୃହ ଯେଉଁଠାରେ ରାଜା ବାସ କରନ୍ତି I

Luke 7:26

But what ... A prophet?

ଏହା ଏକ ଆସ୍ତିସୂଚକ ଉତ୍ତର ଆଡକୁ କଢାଇ ନିଏ I “ତୁମ୍ଭେମାନେ କ'ଣ ଜଣେ ଭାବବାଦୀଙ୍କୁ ଦେଖିବାକୁ ଯାଇଥିଲ ? ଅବଶ୍ୟ ତୁମେ ସେଥିପାଇଁ ଯାଇଥିଲ !” ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଜଣେ ଭାବବାଦୀଙ୍କୁ ଦେଖିବାକୁ ଯାଇଥିଲ !” (ଦେଖ: /WA-Catalog/or_tm?section=translate#figs-rquestion )

Yes, I say to you

ଯୀଶୁ ପରବର୍ତ୍ତୀ ଯେଉଁ ବିଷୟ କହିବେ ତାହାର ମହତ୍ତ୍ଵ ଉପରେ ଗୁରୁତ୍ଵ ଦେବା ପାଇଁ ସେ ଏହା କହନ୍ତି I

more than a prophet

ଏହି ବାକ୍ୟାଂଶର ଅର୍ଥ ଯେ ଯୋହନ ଅବଶ୍ୟ ଜଣେ ଭାବବାଦୀ ଥିଲେ, କିନ୍ତୁ ସେ ଅନ୍ୟ ଯେକୌଣସି ଜଣେ ଭାବବାଦୀଙ୍କଠାରୁ ଶ୍ରେଷ୍ଠତର ଥିଲେ I ବିକଳ୍ପ ଅନୁବାଦ: “ଜଣେ ସାଧାରଣ ଭାବବାଦୀ ନ ଥିଲେ” ବା “ଜଣେ ସାଧାରଣ ଭାବବାଦୀଙ୍କଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଥିଲେ”

Luke 7:27

This is he concerning whom it is written

ସେ ସେହି ଭାବବାଦୀ ଅଟନ୍ତି ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ଲେଖିଥିଲେ ବା “ଯୋହନ ସେହି ଅନ୍ୟତମ ଭାବବାଦୀ ଯାହାଙ୍କ ସମ୍ପର୍କରେ ଭାବବାଦୀମାନେ ବହୁ ପୂର୍ବରୁ ଲେଖିଥିଲେ”

See, I am sending

ଏହି ପଦରେ, ଯୀଶୁ ମଲାଖୀ ଭାବବାଦୀଙ୍କୁ ଉଦ୍ଧୃତ କରୁଛନ୍ତି ଏବଂ କହୁଛନ୍ତି ଯେ ଯୋହନ ସେହି ଦୂତ ଅଟନ୍ତି ଯାହାଙ୍କ ସମ୍ପର୍କରେ ମଲାଖୀ କହିଛନ୍ତି I

before your face

ଏହି ଋଢ଼ିର ଅର୍ଥ “ତୁମ୍ଭ ସମ୍ମୁଖରେ”ବା “ତୁମ୍ଭ ଆଗରେ ଯିବ”(ଦେଖ:/WA-Catalog/or_tm?section=translate#figs-idiom)

your

“ତୁମ୍ଭ” ଶବ୍ଦ ଏକ ବଚନରେ ଅଛି, କାରଣ ଈଶ୍ୱର ଏହି ଉଦ୍ଧୃତାଂଶରେ ମଶୀହଙ୍କ ସହିତ କଥାବାର୍ତ୍ତା କରୁଥିଲେ I (ଦେଖ : /WA-Catalog/or_tm?section=translate#figs-you )

Luke 7:28

I say to you

ଯୀଶୁ ଜନତାର ଭିଡକୁ ସମ୍ବୋଧନ କରୁଛନ୍ତି, ତେଣୁ “ତୁମ୍ଭେମାନେ” ଶବ୍ଦ ବହୁବଚନରେ ଅଛି I ପରବର୍ତ୍ତୀ ସମୟରେ କହିବାକୁ ଯାଉଥିବା ଆଶ୍ଚର୍ଯ୍ୟଜନକ ବିଷୟର ସତ୍ୟକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I (ଦେଖ : /WA-Catalog/or_tm?section=translate#figs-you )

among those born of women

ଜଣେ ସ୍ତ୍ରୀ ଜନ୍ମ ଦେଇଥିବା ସମସ୍ତଙ୍କ ମଧ୍ୟରେ I ଏହା ଏକ ରୂପକ ଅଟେ ଯାହା ସମସ୍ତ ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏଯାବତ୍ ଜୀବନ ଧାରଣ କରିଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ” (ଦେଖ: /WA-Catalog/or_tm?section=translate#figs-metaphor )

none is greater than John

ଯୋହନ ମହାନ୍ ଅଟନ୍ତି

the one who is least in the kingdom of God

ଈଶ୍ୱର ପ୍ରତିଷ୍ଠା କରିବାକୁ ଯାଉଥିବା ରାଜ୍ୟର ଅଂଶୀ ଯେକୌଣସି ବ୍ୟକ୍ତି ସମ୍ପର୍କରେ ଏହା ସୂଚାଏ I

is greater than he is

ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ଆତ୍ମିକ ଅବସ୍ଥା ସେହି ରାଜ୍ୟ ପ୍ରତିଷ୍ଠିତ ହେବା ପୂର୍ବର ଲୋକମାନଙ୍କ ଅବସ୍ଥାଠାରୁ ଉଚ୍ଚତର ହେବ I ବିକଳ୍ପ ଅନୁବାଦ: “ଯୋହନଙ୍କଠାରୁ ଉଚ୍ଚତର ଆତ୍ମିକ ସ୍ଥିତି ରହିଛି” (ଦେଖ:/WA-Catalog/or_tm?section=translate#figs-explicit)

Luke 7:29

General Information:

ଏହି ପୁସ୍ତକର ଲେଖକ ଲୂକ ମନ୍ତବ୍ୟ ଦିଅନ୍ତି ଯେ କିପରି ଲୋକମାନେ ଯୋହନଙ୍କ ପ୍ରତି ଏବଂ ଯୀଶୁଙ୍କ ପ୍ରତି ପ୍ରତ୍ୟୁତ୍ତର ଦେଲେ I

When all the people ... God to be righteous

ଅଧିକ ସ୍ପଷ୍ଟ ହେବା ନିମନ୍ତେ ଏହି ପଦକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: ଯୋହନଙ୍କ ଦ୍ୱାରା ଯେଉଁ ସମସ୍ତ ଲୋକମାନେ ଏପରିକି କରଗ୍ରାହୀମାନେ ସୁଦ୍ଧା ବାପ୍ତିଜିତ ହୋଇଥିଲେ ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଅଟନ୍ତି”

declared God to be righteous

ସେମାନେ କହିଲେ ଯେ ଈଶ୍ୱର ଆପଣାକୁ ଧାର୍ମିକ ଭାବରେ ପ୍ରଦର୍ଶନ କରିଅଛନ୍ତି ବା “ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଭାବରେ କାର୍ଯ୍ୟ କରିଅଛନ୍ତି”

having been baptized with the baptism of John

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କାରଣ ସେମାନେ ଯୋହନଙ୍କୁ ଅନୁମତି ଦେଲେ ଯେପରି ସେ ସେମାନଙ୍କୁ ବାପ୍ତିଜିତ କରିବେ” ବା “ଯେହେତୁ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଇଥିଲେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 7:30

rejected God's purpose for themselves

ସେମାନେ ଯାହା କରନ୍ତୁ ବୋଲି ଈଶ୍ୱର ଇଚ୍ଛା କଲେ ସେମାନେ ତାହା ପ୍ରତ୍ୟାଖ୍ୟାନ କଲେ ବା “ଈଶ୍ୱର ସେମାନଙ୍କୁ କହିଥିବା ବିଷୟର ଅବାଧ୍ୟ ହେବାକୁ ମନୋନୀତ କଲେ ”

not having been baptized by John

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ବାପ୍ତିଜିତ କରିବା ପାଇଁ ସେମାନେ ଯୋହନଙ୍କୁ ଅନୁମତି ଦେଲେ ନାହିଁ” ବା “ସେମାନେ ଯୋହନଙ୍କ ବାପ୍ତିସ୍ମକୁ ପ୍ରତ୍ୟାଖ୍ୟାନ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 7:31

Connecting Statement:

ଯୀଶୁ ଲୋକମାନଙ୍କୁ ବାପ୍ତିଜକ ଯୋହନଙ୍କ ସମ୍ପର୍କରେ କହିବା ଜାରି ରଖିଲେ I

To what, then, can I compare ... they like?

ଏକ ତୁଳନାର ପରିଚୟ ଦେବା ପାଇଁ ଯୀଶୁ ଏହି ପ୍ରଶ୍ନଗୁଡିକୁ ବ୍ୟବହାର କରନ୍ତି I ସେଗୁଡିକୁ ଏକ ଉକ୍ତି ଭାବରେ ଲେଖିହେବ I ବିକଳ୍ପ ଅନୁବାଦ: “ ମୁଁ ଏହି ପିଢ଼ିକୁ ଏଭଳି ତୁଳନା କରେ, ଏବଂ ସେମାନେ କାହାପରି ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-rquestion )

I compare ... What are they like

ଏହା ଯେ ଏକ ତୁଳନା ଅଟେ ଏହା କହିବା ପାଇଁ ଏଗୁଡ଼ିକ ଦୁଇଟି ଶୈଳୀ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-parallelism )

the people of this generation

ଯେଉଁ ସମୟରେ ଯୀଶୁ କଥା କହୁଥିଲେ ସେହି ସମୟରେ ବାସ କରୁଥିବା ଲୋକମାନେ

Luke 7:32

They are like

ଏହି ବାକ୍ୟଗୁଡିକଠାରୁ ଯୀଶୁ କରିଥିବା ତୁଳନାର ଆରମ୍ଭ ହୋଇଛି I ଯୀଶୁ କହନ୍ତି ଯେ ଲୋକମାନେ ପିଲାମାନଙ୍କ ପରି ଅଟନ୍ତି ଯେଉଁମାନେ ଅନ୍ୟ ପିଲାମାନଙ୍କ କାର୍ଯ୍ୟ ଦ୍ୱାରା ଆଦୌ ସନ୍ତୁଷ୍ଟ ନୁହନ୍ତି I (ଦେଖ: /WA-Catalog/or_tm?section=translate#figs-simile )

the marketplace

ଏକ ବିଶାଳ, ମୁକ୍ତ ଆକାଶବିଶିଷ୍ଟ ଅଞ୍ଚଳ ଯେଉଁ ସ୍ଥାନକୁ ଲୋକମାନେ ସେମାନଙ୍କର ଜିନିଷପତ୍ର ବିକ୍ରୟ କରିବାକୁ ଆସନ୍ତି

and you did not dance

କିନ୍ତୁ ତୁମ୍ଭେମାନେ ସଙ୍ଗୀତର ତାଳରେ ନାଚିଲ ନାହିଁ

and you did not cry

କିନ୍ତୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ କ୍ରନ୍ଦନ କଲ ନାହିଁ

Luke 7:33

neither eating bread

ସାମ୍ଭାବ୍ୟ ଅର୍ଥଗୁଡିକ 1) “ବାରମ୍ବାର ଉପବାସ କରିବା” ବା 2) “ସାଧାରଣ ଖାଦ୍ୟ ନ ଖାଇବା I”

you say, 'He has a demon.'

ଯାହା ଲୋକମାନେ ଯୋହନଙ୍କ ବିଷୟରେ କହୁଥିଲେ ଯୀଶୁ ତାହା ଉଦ୍ଧୃତ କରିଥିଲେ I ଏହାକୁ ସିଧାସଳଖ ଉଦ୍ଧୃତି ବିନା ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କହୁଛ ଯେ ତାକୁ ଗୋଟିଏ ଭୂତ ଲାଗିଛି” ବା “ତୁମ୍ଭେମାନେ ଅଭିଯୋଗ କରୁଛ ଯେ ତାଠାରେ ଗୋଟିଏ ଭୂତ ରହିଛି” (ଦେଖ : /WA-Catalog/or_tm?section=translate#figs-quotations )

Luke 7:34

The Son of Man

ଯୀଶୁ ଏହା ଅପେକ୍ଷା କରୁଥିଲେ ଯେ ସେ ନିଜ ବିଷୟରେ ଏହା କହୁଛନ୍ତି ବୋଲି ଲୋକମାନେ ବୁଝନ୍ତୁ I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର” (ଦେଖ: /WA-Catalog/or_tm?section=translate#figs-123person)

you say, 'Look, he is a gluttonous man and a drunkard ... sinners!'

ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ଯଦି ତୁମେ ""ମନୁଷ୍ୟପୁତ୍ର” କୁ “ମୁଁ, ମନୁଷ୍ୟପୁତ୍ର” ଭାବରେ ଅନୁବାଦ କରିଛ, ତେବେ ତୁମେ ଏହାକୁ ଏକ ପରୋକ୍ଷ ବକ୍ତବ୍ୟ ଭାବରେ ବ୍ୟକ୍ତ କରି ପାରିବ ଏବଂ ପ୍ରଥମ ପୁରୁଷକୁ ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କହୁଛ ଯେ ସେ ଜଣେ ପେଟୁକ ଲୋକ ଏବଂ ଜଣେ ମଦ୍ୟପ ...ପାପୀମାନେ I” ବା “ତୁମ୍ଭେମାନେ ଅଭିଯୋଗ କରୁଛ ଯେ ସେ ଅତ୍ୟଧିକ ଭୋଜନ ପାନ କରେ ଏବଂ ପାପୀମାନଙ୍କର ... ଅଟେ” ବା “ତୁମ୍ଭେମାନେ କହୁଛ ଯେ, ମୁଁ ଜଣେ ପେଟୁକ ଓ ମଦୁଆ, ପାପୀମାନଙ୍କର ... I” (ଦେଖ: /WA-Catalog/or_tm?section=translate#figs-quotations ଏବଂ /WA-Catalog/or_tm?section=translate#figs-quotations ଏବଂ /WA-Catalog/or_tm?section=translate#figs-123person )

a gluttonous man

ସେ ଜଣେ ଲୋଭୀ ଭୋଜନକାରୀ ବା “ସେ ବାରମ୍ବାର ମାତ୍ରାଧିକ ଖାଦ୍ୟ ଭୋଜନ କରେ”

a drunkard

ଜଣେ ମଦ୍ୟପ ବା “ସେ ବାରମ୍ବାର ମାତ୍ରାଧିକ ମଦ୍ୟ ପାନ କରେ”

Luke 7:35

wisdom is justified by all her children

ଏହା ଏକ ହିତୋପଦେଶ ପରି ପ୍ରତୀୟମାନ ହୁଏ ଯାହା ଯୀଶୁ ଏହି ପରିସ୍ଥିତିରେ ପ୍ରୟୋଗ କଲେ, ହୁଏତ ଏହା ଶିକ୍ଷା ଦେବାକୁ ଯେ ଜ୍ଞାନୀ ଲୋକମାନେ ବୁଝିବେ ଯେ ଯୀଶୁଙ୍କୁ ଏବଂ ଯୋହନଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ଉଚିତ ନ ଥିଲା I

Luke 7:36

General Information:

ସେ ସମୟରେ ଏହା ଏକ ପ୍ରଥା ଥିଲା ଯେ ଭୋଜନ ନ କରି ଦେଖଣାହାରୀମାନେ ଭୋଜନରେ ଯୋଗ ଦେଇପାରିବେ I

Connecting Statement:

ଜଣେ ଫାରୂଶୀ ଯୀଶୁଙ୍କୁ ତାଙ୍କ ଘରେ ଭୋଜନ କରିବାକୁ ନିମନ୍ତ୍ରଣ କରନ୍ତି

Now one of the Pharisees

ଏହା କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରେ ଏବଂ ଫାରୂଶୀକୁ କାହାଣୀ ମଧ୍ୟକୁ ପରିଚୟ କରାଏ I (ଦେଖ: /WA-Catalog/or_tm?section=translate#writing-newevent ଏବଂ /WA-Catalog/or_tm?section=translate#writing-participants )

he reclined at the table

ଭୋଜନ ନିମନ୍ତେ ମେଜରେ ଉପବେଶନ କଲେ I ଏହି ଭୋଜ ପରି ଏକ ଆରାମଦାୟକ ଭୋଜରେ ପ୍ରଥା ଥିଲା ଯେ ପୁରୁଷମାନେ ମେଜର ଚାରିଆଡେ ଆଉଜାଇ ବସିବେ ଓ ଭୋଜନ କରିବେ I

Luke 7:37

Now behold, there was a woman

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ସଜାଗ କରେ I ତୁମ ଭାଷାରେ ହୁଏତ ଏହା କରିବାକୁ ଏକ ଶୈଳୀ ଥାଇପାରେ I(ଦେଖ: /WA-Catalog/or_tm?section=translate#writing-participants)

who was a sinner

ଯିଏ ଏକ ପାପପୂର୍ଣ୍ଣ ଜୀବନଶୈଳୀ କାଟିଥିଲା ବା “ପାପପୂର୍ଣ୍ଣ ଜୀବନ କାଟିବାରେ ତା’ର ଖ୍ୟାତି ଥିଲା I” ସେ ହୁଏତ ଏକ ବେଶ୍ୟା ଥିଲା I

an alabaster jar

କୋମଳ ପଥରରେ ନିର୍ମିତ ଏକ ପାତ୍ର I ଆଲାବାଷ୍ଟର୍ ଏକ କୋମଳ, ଧଳା ପଥର ଅଟେ I ଲୋକମାନେ ଆଲାବାଷ୍ଟର୍ ପାତ୍ରଗୁଡିକରେ ମୂଲ୍ୟବାନ ବସ୍ତୁଗୁଡିକୁ ସାଇତି ରଖୁଥିଲେ I

of perfumed oil

ତା’ଭିତରେ ସୁଗନ୍ଧି ଅତର ଥିଲା I ଏହା ଭିତରେ ଥିବା ତୈଳରେ କିଛି ଥିଲା ଯାହା ସୁଗନ୍ଧି ବାସ୍ନା ଦେଉଥିଲା I ଲୋକମାନେ ସୁନ୍ଦର ବାସ୍ଣା ପାଇବା ନିମନ୍ତେ ତାହାକୁ ଆପଣାମାନଙ୍କ ଉପରେ ଘସୁଥିଲେ ବା ସେମାନ ଲୁଗାଗୁଡିକ ଉପରେ ସିଞ୍ଚୁଥିଲେ I

Luke 7:38

with the hair of her head

ଆପଣାର କେଶରେ

anointed them with perfumed oil

ସେଗୁଡିକ ଉପରେ ସୁଗନ୍ଧି ଦ୍ରବ୍ୟ ଢାଳିଲା

Luke 7:39

he said to himself, saying

ସେ ନିଜକୁ କହିଲେ

If this man were a prophet, then he would know ... a sinner

ଫାରୂଶୀ ଜଣକ ଭାବିଲେ ଯେ ଯୀଶୁ ଜଣେ ଭାବବାଦୀ ନୁହନ୍ତି କାରଣ ସେ ସେହି ପାପିନୀ ସ୍ତ୍ରୀକୁ ତାଙ୍କୁ ସ୍ପର୍ଶ କରିବାକୁ ଅନୁମତି ଦେଲେ I ବିକଳ୍ପ ଅନୁବାଦ: “ଦୃଶ୍ୟମାନ ଭାବରେ ଯୀଶୁ ଜଣେ ଭାବବାଦୀ ନ ଥିଲେ, କାରଣ ଜଣେ ଭାବବାଦୀ ଜାଣିପାରିବ ଯେ ତାଙ୍କୁ ସ୍ପର୍ଶ କରୁଥିବା ଏହି ସ୍ତ୍ରୀ ଜଣେ ପାପିନୀ ସ୍ତ୍ରୀ ଅଟେ”

that she is a sinner

ଶିମୋନ ମନେ ମନେ ଧରିନେଲେ ଯେ ଜଣେ ଭାବବାଦୀ ତାଙ୍କୁ ସ୍ପର୍ଶ କରିବା ନିମନ୍ତେ କଦାପି ଅନୁମତି ଦେବ ନାହିଁ I ତାଙ୍କର ମନେ ମନେ ଧାରଣା କରିବା ସମ୍ପର୍କୀୟ ଏହି ବିଷୟକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ ସେ ଜଣେ ପାପିନୀ, ଓ ସେ ତାଙ୍କୁ ସ୍ପର୍ଶ କରିବା ପାଇଁ କଦାପି ତାକୁ ଅନୁମତି ଦେବେ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit )

Luke 7:40

Simon

ଏହା ସେହି ଫାରୂଶୀଙ୍କ ନାମ ଅଟେ, ଯିଏ ଯୀଶୁଙ୍କୁ ଆପଣା ଗୃହକୁ ଭୋଜନ କରିବାକୁ ନିମନ୍ତ୍ରଣ କଲେ I ଏହା ଶିମୋନ ପିତର ନୁହଁନ୍ତି I

Luke 7:41

General Information:

ଫାରୂଶୀ ଶିମୋନଙ୍କୁ ସେ କ’ଣ କହିବାକୁ ଯାଉଛନ୍ତି ସେହି ବିଷୟକୁ ଗୁରୁତ୍ଵ ଦେବା ପାଇଁ, ଯୀଶୁ ତାଙ୍କୁ ଏକ କାହାଣୀ କହିଲେ I (ଦେଖ:/WA-Catalog/or_tm?section=translate#figs-parables)

A certain moneylender had two debtors

ଜଣେ ମହାଜନଙ୍କଠାରୁ ଦୁଇ ଜଣ ବ୍ୟକ୍ତି ଟଙ୍କା ଋଣ ନେଲେ

five hundred denarii

500 ଦିନର ମଜୁରି I “ଦିନାରୀ” “ଦିନାରିଅସ୍”ର ବହୁବଚନ ଅଟେ I ଗୋଟିଏ “ଦିନାରିଅସ୍” ଏକ ରୌପ୍ୟ ମୁଦ୍ରା ଥିଲା I (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#translate-numbers)

the other fifty

ଅନ୍ୟ ଋଣୀଲୋକ ପଚାଶ ଦିନାରୀ ଋଣ ନେଇଥିଲା ବା “50 ଦିନର ମଜୁରି”

Luke 7:42

he forgave them both

ସେ ସେମାନଙ୍କର ଋଣସବୁ କ୍ଷମା କରିଦେଲେ ବା “ସେ ସେମାନଙ୍କର ଋଣସବୁ ଛାଡ କରିଦେଲେ”

Luke 7:43

I suppose

ଶିମୋନ ନିଜର ଉତ୍ତର ସମ୍ପର୍କରେ ସଜାଗ ଥିଲେ I ବିକଳ୍ପ ଅନୁବାଦ: “ବୋଧ ହୁଏ”

You have judged correctly

ତୁମେ ଠିକ କହିଛ

Luke 7:44

he turned to the woman

ଯୀଶୁ ସେହି ସ୍ତ୍ରୀଲୋକ ଆଡକୁ ମୁଖ ଫେରାଇବା ଦ୍ୱାରା ଶିମୋନଙ୍କ ଧ୍ୟାନକୁ ତା’ପ୍ରତି ନିର୍ଦ୍ଦେଶିତ କଲେ

You gave me no water for my feet

ଧୂଳି ଧୁସରିତ ରାସ୍ତାରେ ଚାଲିବା ପରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କର ପାଦଗୁଡିକୁ ଧୋଇବା ପାଇଁ ଓ ଶୁଖାଇବା ପାଇଁ ଜଳ ଏବଂ ଗାମୁଛା ଯୋଗାଇବା ଆତିଥ୍ୟକାରୀଙ୍କ ମୌଳିକ ଦାୟିତ୍ଵ ଅଟେ I (ଦେଖ: /WA-Catalog/or_tm?section=translate#figs-explicit)

You did not give ... but she

ଯୀଶୁ ଏହି ବାକ୍ୟାଂଶଗୁଡିକୁ ଦୁଇ ଥର ବ୍ୟବହାର କରନ୍ତି ଯେପରି ଶିମୋନଙ୍କ ଶାଳୀନତାର ଅଭାବ ଓ ସ୍ତ୍ରୀଲୋକର ଅତିଶୟ କୃତଜ୍ଞତା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ

she has wet my feet with her tears

ସ୍ତ୍ରୀଲୋକ ପାଣି ନ ଥିବାବେଳେ ତାହା ସ୍ଥାନରେ ନିଜର ଅଶ୍ରୁଜଳ ବ୍ୟବହାର କଲା

wiped them with her hair

ସ୍ତ୍ରୀଲୋକ ଗାମୁଛା ନ ଥିବାବେଳେ ତାହା ସ୍ଥାନରେ ନିଜର କେଶ ବ୍ୟବହାର କଲା

Luke 7:45

You did not give me a kiss

ସେହି ସଂସ୍କୃତିରେ ଜଣେ ଉତ୍ତମ ଅତିଥି-ସତ୍କାରକ ନିଜର ଅତିଥିମାନଙ୍କୁ ଗାଲରେ ଏକ ଚୁମ୍ବନ ସହିତ ସ୍ୱାଗତ କରିଥାଏ I ଶିମୋନ ତାହା କଲେ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit )

did not stop kissing my feet

ସେ ମୋ’ର ପାଦକୁ ଅବିରତ ଚୁମ୍ବନ କରିଛି I

kissing my feet

ସ୍ତ୍ରୀଲୋକଟି ଚରମ ଅନୁତାପ ଏବଂ ନମ୍ରତାର ଚିହ୍ନ ଭାବରେ ଯୀଶୁଙ୍କ ଗାଲ ପରିବର୍ତ୍ତେ ତାଙ୍କ ପାଦକୁ ଅବିରତ ଚୁମ୍ବନ କଲା I

Luke 7:46

You did not anoint ... but she

ଯୀଶୁ ଶିମୋନଙ୍କ ଦୁର୍ବଳ ଆତିଥ୍ୟ ଓ ସ୍ତ୍ରୀ ଲୋକର କାର୍ଯ୍ୟଗୁଡିକ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବାରେ ଲାଗିଲେ I

anoint my head with oil

ମୋ’ ମସ୍ତକରେ ତୈଳ ଲଗାଇବା I ଜଣେ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ କରିବା ନିମନ୍ତେ ଏହା ପ୍ରଥା ଥିଲା I ବିକଳ୍ପ ଅନୁବାଦ: “ମୋ’ ମସ୍ତକ ତୈଳରେ ଅଭିଷିକ୍ତ କରିବା ଦ୍ୱାରା ମୋତେ ସ୍ୱାଗତ କରିବା”(ଦେଖ:/WA-Catalog/or_tm?section=translate#figs-explicit )

anointed my feet

ସ୍ତ୍ରୀଲୋକଟି ଏହା କରିବା ଦ୍ୱାରା ଯୀଶୁଙ୍କୁ ବିଶେଷ ଭାବରେ ସମ୍ମାନିତ କଲା I ତାଙ୍କର ମସ୍ତକ ପରିବର୍ତ୍ତେ ତାଙ୍କର ପାଦଗୁଡିକ ଅଭିଷିକ୍ତ କରିବା ଦ୍ୱାରା ସେ ନମ୍ରତା ପ୍ରଦର୍ଶନ କଲା I

Luke 7:47

I say to you

ପରବର୍ତ୍ତୀ ଉକ୍ତିର ମହତ୍ତ୍ଵକୁ ଏହା ଗୁରୁତ୍ଵ ଆରୋପ କରେ I

her sins, which were many, have been forgiven

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତା’ର ଅନେକ ପାପସବୁ କ୍ଷମା କରିଛନ୍ତି “ (ଦେଖ: /WA-Catalog/or_tm?section=translate#figs-activepassive )

for she loved much

ତା’ର ପ୍ରେମ ପ୍ରମାଣସ୍ୱରୂପ ଅଟେ ଯେ ତା’ର ପାପସବୁ କ୍ଷମା ହୋଇଛି I କେତେକ ଭାଷାରେ ଆବଶ୍ୟକ ହୋଇଥାଏ ଯେ ଯାହା ପ୍ରତି “ପ୍ରେମ” ପ୍ରଦର୍ଶିତ ହୋଇଥାଏ ତାହା ବିଷୟରେ କହିବା ଉଚିତ I ବିକଳ୍ପ ଅନୁବାଦ: “ କାରଣ ଯିଏ ତାକୁ କ୍ଷମା କଲେ ସେ ତାଙ୍କୁ ବହୁତ ପ୍ରେମ କଲା” ବା “ କାରଣ ସେ ଈଶ୍ୱରଙ୍କୁ ଅତିଶୟ ପ୍ରେମ କରେ”

the one who is forgiven little

ଯାହାର ଅଳ୍ପ ବିଷୟରେ କ୍ଷମା ପ୍ରାପ୍ତି ହୋଇଛି I ଏହି ବାକ୍ୟରେ ଯୀଶୁ ଏକ ସାଧାରଣ ନୀତି ବ୍ୟକ୍ତ କରନ୍ତି I ଯାହା ବି ହେଉ, ଶିମୋନ ଏହା ବୁଝନ୍ତୁ ବୋଲି ସେ ଆଶା କରୁଥିଲେ ଯେ ସେ ଯୀଶୁଙ୍କ ନିମନ୍ତେ ଖୁବ୍ ଅଳ୍ପ ପ୍ରେମ ପ୍ରଦର୍ଶନ କରିଛନ୍ତି I (ଦେଖ: /WA-Catalog/or_tm?section=translate#figs-explicit )

Luke 7:48

Then he said to her

ତା’ପରେ ସେ ସେହି ସ୍ତ୍ରୀକୁ କହିଲେ

Your sins are forgiven

ତୁମର ପାପସବୁ କ୍ଷମା ହୋଇଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ମୁଁ ତୁମର ପାପକ୍ଷମା କରୁଛି”(ଦେଖ: /WA-Catalog/or_tm?section=translate#figs-activepassive)

Luke 7:49

reclining together

ମେଜ ଚାରିଆଡେ ଏକତ୍ର ଆଉଜି ବସିବା ବା “ଏକତ୍ର ଭୋଜନ କରିବା”

Who is this that even forgives sins?

ଧାର୍ମିକ ନେତାମାନେ ଜାଣିଥିଲେ ଯେ କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି ମାତ୍ର ବିଶ୍ୱାସ କଲେ ନାହିଁ ଯେ ଯୀଶୁ ହିଁ ଈଶ୍ୱର ଅଟନ୍ତି I ଏହି ପ୍ରଶ୍ନଟି ବୋଧହୁଏ ଏକ ଅଭିଯୋଗ ଭାବରେ ଅଭିପ୍ରେତ ହୋଇଛି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି ଆପଣାକୁ କିଏ ବୋଲି ଭାବୁଛି ? କେବଳ ଈଶ୍ୱର ହିଁ ପାପକ୍ଷମା କରିପାରନ୍ତି !” ବା “ଏହି ବ୍ୟକ୍ତି କାହିଁକି ନିଜକୁ ଈଶ୍ବର ବୋଲି ଛଳନା କରୁଛି, ଯିଏ କେବଳ ପାପକ୍ଷମା କରିପାରନ୍ତି ?” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-explicit )

Luke 7:50

Your faith has saved you

ତୁମର ବିଶ୍ୱାସ ହେତୁ ତୁମେ ରକ୍ଷା ପାଇଛ I ଭୌତିକ ସତ୍ତାହୀନ ବିଶେଷ୍ୟ ପଦ “ବିଶ୍ୱାସ”କୁ ଏକ କ୍ରିୟା ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ବିଶ୍ୱାସ କରୁଛ, ତୁମେ ରକ୍ଷା ପାଇଛ” (ଦେଖ: /WA-Catalog/or_tm?section=translate#figs-abstractnouns )

Go in peace

ଏହା ଏକ ପ୍ରକାର ବିଦାୟ ବୋଲି କହିବା ଶୈଳୀ ଅଟେ ଯେତେବେଳେ ସେହି ସମାନ ସମୟରେ ଆଶୀର୍ବାଦ ପ୍ରଦାନ କରାଯାଇଥାଏ I ବିକଳ୍ପ ଅନୁବାଦ: “ତୁମେ ଗଲାବେଳେ, ଆଉ ଚିନ୍ତିତ ହୁଅ ନାହିଁ” ବା “ତୁମେ ଗଲାବେଳେ ଈଶ୍ୱର ତୁମକୁ ଶାନ୍ତି ପ୍ରଦାନ କରନ୍ତୁ”