Luke 6

ଲୂକ 05 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଏବଂ ଆକୃତି

ଲୂକ 6: 20-49ରେ ଅନେକ ଆଶୀର୍ବାଦଗୁଡିକ ଓ ହାୟ ରହିଛି, ଯାହା ମାଥିଉ 5-7 ସହିତ ଅନୁରୂପ ଅଟେ I ମାଥିଉର ଏହି ଅଂଶକୁ ପାରମ୍ପରିକ ଭାବରେ “ପାର୍ବତ୍ୟ ଉପଦେଶ” ବୋଲି କୁହାଯାଏ I ମାଥିଉ ସୁସମାଚାରରେ ଥିବା ପରି ଲୂକରେ ସେସବୁ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଶିକ୍ଷା ସହିତ ସଂଯୁକ୍ତ ନୁହେଁ I (ଦେଖ: /WA-Catalog/or_tw?section=kt#kingdomofgod )

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

“ ଶସ୍ୟର ଶିଁଷା ଖାଇବା”

ବିଶ୍ରାମବାରରେ ଯେତେବେଳେ ଶିଷ୍ୟମାନେ ଯାଉ ଯାଉ ଗୋଟିଏ କ୍ଷେତ୍ରରେ ଶସ୍ୟ ଛିଣ୍ଡାଇ ଖାଇଲେ ([ ଲୂକ 6:1] (../ ../ଲୂକ /06/01.ମଝି)), ଫାରୂଶୀମାନେ କହିଲେ ଯେ ସେମାନେ ମୋଶାଙ୍କ ବ୍ୟବସ୍ଥା ଲଂଘନ କରୁଛନ୍ତି I ଫାରୂଶୀମାନେ କହିଲେ ଯେ ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇବା ଦ୍ୱାରା କିଛି କାର୍ଯ୍ୟ କରୁଛନ୍ତି ତେଣୁ ବିଶ୍ରାମବାରରେ ବିଶ୍ରାମ ନେବା ପାଇଁ ଓ କାର୍ଯ୍ୟ ନ କରିବା ପାଇଁ ରହିଥିବା ଈଶ୍ୱରଙ୍କ ଆଜ୍ଞାକୁ ଲଂଘନ କରୁଛନ୍ତି I

ଶିଷ୍ୟମାନେ ଚୋରି କରୁଛନ୍ତି ବୋଲି ଫାରୂଶୀମାନେ ଭାବି ନ ଥିଲେ I ତାହାର କାରଣ ଏହି ଯେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଚାଷୀମାନେ ଯାତ୍ରୀମାନଙ୍କୁ ଅନୁମତି ଦେବେ ଯେପରି ସେମାନେ ଯାତ୍ରା କରୁଥିବା ବେଳେ ପଥ ମଧ୍ୟବର୍ତ୍ତୀ କ୍ଷେତ୍ର ବା ନିକଟବର୍ତ୍ତୀ କ୍ଷେତ୍ରରୁ ଅଳ୍ପ କିଛି ପରିମାଣର ଶସ୍ୟ ଛିଣ୍ଡାଇ ଖାଇପାରିବେ I (ଦେଖ : /WA-Catalog/or_tw?section=kt#lawofmoses/WA-Catalog/or_tw?section=kt#works )

ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ ### ରୂପକ

ଅଦୃଶ୍ୟ ସତ୍ୟଗୁଡିକୁ ବ୍ୟାଖ୍ୟା କରିବା ପାଇଁ ବକ୍ତାମାନେ ବ୍ୟବହାର କରୁଥିବା ଦୃଶ୍ୟମାନ ବସ୍ତୁସବୁ ରୂପକ ଅଟେ I ଯୀଶୁ ଏକ ବଦାନ୍ୟ ଶସ୍ୟ ବ୍ୟବସାୟୀର ରୂପକ ବ୍ୟବହାର କଲେ ଓ ଶିକ୍ଷା ଦେଲେ ଯେ ତାଙ୍କର ଲୋକମାନେ ବଦାନ୍ୟ ହେବେ ([ଲୂକ 6:38] (../ ../ଲୂକ/06/38.ମଝି))I (ଦେଖ: /WA-Catalog/or_tw?section=kt#sabbath )

ପ୍ରଭାବ ବିସ୍ତାରକାରୀ ପ୍ରଶ୍ନ

ପ୍ରଭାବ ବିସ୍ତାରକାରୀ ପ୍ରଶ୍ନଗୁଡିକ ଏଭଳି ପ୍ରଶ୍ନ ଅଟେ ଯାହାର ଉତ୍ତର ବକ୍ତାମାନେ ଆଗରୁ ଜାଣିଥାଆନ୍ତି I ଯେତେବେଳେ ଫାରୂଶୀମାନେ ଭାବିଲେ ଯେ ଯୀଶୁ ବିଶ୍ରାମବାରର ନିୟମ ଉଲଂଘନ କରୁଛନ୍ତି, ସେତେବେଳେ ସେମାନେ ତାଙ୍କୁ ପ୍ରଭାବ ବିସ୍ତାରକାରୀ ପ୍ରଶ୍ନ ପଚାରିବା ଦ୍ୱାରା ତିରଷ୍କାର କଲେ ([ଲୂକ 6: 38] (.. /.. /ଲୂକ/ 06 / 02. ମଝି)) I (ଦେଖ: /WA-Catalog/or_tm?section=translate#figs-metaphor )

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ଅନ୍ୟାନ୍ୟ ସାମ୍ଭାବ୍ୟ କଷ୍ଟକର ବିଷୟଗୁଡିକ

ଅନ୍ତର୍ନିହିତ ତଥ୍ୟ

ଯାହା ସବୁ ସେମାନଙ୍କ ଶ୍ରୋତାମାନେ ଆଗରୁ ବୁଝିସାରିଛନ୍ତି ବୋଲି ବକ୍ତାମାନେ ମନେ କରନ୍ତି, ସେହି ସବୁ ବିଷୟଗୁଡିକ ସାଧାରଣତଃ ସେମାନେ କହନ୍ତି ନାହିଁ I ଯେତେବେଳେ ଲୂକ ଲେଖିଲେ ଯେ ଶିଷ୍ୟମାନେ ସେମାନଙ୍କ ଦୁଇ ହାତ ମଧ୍ୟରେ ଶସ୍ୟର ଶିଁଷା ମଳୁଥିଲେ, ସେ ଅପେକ୍ଷା କରୁଥିଲେ ଯେ ତାଙ୍କ ପାଠକ ଜାଣନ୍ତୁ ଯେ ସେମାନେ ଖାଇବା ପାଇଁ ଥିବା ସେହି ଅଂଶକୁ ଅଲଗା କରୁଥିଲେ ଓ ବାକି ଅନ୍ୟ ଅଂଶ ଫୋପାଡିଦେବେ I ([ ଲୂକ 6:1] (.. /.. /ଲୂକ / 06 / 01. ମଝି )) I (ଦେଖ: /WA-Catalog/or_tm?section=translate#figs-rquestion )

ବାର ଶିଷ୍ୟଗଣ

ନିମ୍ନରେ ବାର ଶିଷ୍ୟଗଣଙ୍କ ତାଲିକାଗୁଡିକ ଅଛି :

ମାଥିଉରେ:

ଶିମୋନ (ପିତର), ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବଦୀଙ୍କ ପୁତ୍ର ଯୋହନ, ଫିଲିପ୍ପ. ବର୍ଥଲମି, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର୍ ଯାକୁବ, ଥଦ୍ଦୀୟ, ଉଦଯୋଗୀ ଶିମୋନ ଏବଂ ଇଷ୍କାରିୟୋତୀୟ ଯିହୂଦା I

ମାର୍କରେ:

ଶିମୋନ(ପିତର), ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ଜେବଦୀଙ୍କ ପୁତ୍ର ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ୍ ମେଘନାଦର ପୁତ୍ର ବୋଲି ନାମ ଦେଲେ), ଫିଲିପ୍, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର୍ ଯାକୁବ, ଥଦ୍ଦୀୟ, ଉଦଯୋଗୀ ଶିମୋନ ଏବଂ ଇଷ୍କାରିୟୋତୀୟ ଯିହୂଦା I

ଲୂକରେ:

ଶିମୋନ(ପିତର), ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର୍ ଯାକୁବ, ଓ ଶିମୋନ (ଯାହାଙ୍କୁ ଉଦଯୋଗୀ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୂଦା ଏବଂ ଇଷ୍କାରିୟୋତୀୟ ଯିହୂଦା I

ଥଦ୍ଦୀୟ ହୁଏତ ସମାନ ବ୍ୟକ୍ତି ଯାକୁବଙ୍କ ପୁତ୍ର ଯିହୂଦା ଅଟନ୍ତି I

Luke 6:1

General Information:

ଏହି ସ୍ଥାନରେ ଥିବା “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ, ଏବଂ ଏହା ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-explicit )

Connecting Statement:

ଯୀଶୁ ଓ ତାଙ୍କର ଶିଷ୍ୟମାନେ ଶସ୍ୟକ୍ଷେତ୍ର ମଧ୍ୟ ଦେଇ ଯାତ୍ରା କରୁଥିବା ସମୟରେ, କେତେକ ଫାରୁଶୀମାନେ ଶିଷ୍ୟମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କଲେ ଯେ ବିଶ୍ରାମବାରରେ, ଯାହାକି ଈଶ୍ୱରଙ୍କ ବ୍ୟବସ୍ଥା ଅଟେ ଓ ଯାହା ଈଶ୍ୱରଙ୍କ ପାଇଁ ପୃଥକ୍ କରାଯାଇଛି, ସେହି ଦିନରେ ସେମାନେ କ'ଣ କରୁଛନ୍ତି I

Now it happened that

ଏହି ସ୍ଥାନରେ ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ରହିଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: /WA-Catalog/or_tm?section=translate#figs-you )

the grainfields

ଏକ୍ଷେତ୍ରରେ, ଏଗୁଡିକ ଭୂମିର ବିଶାଳ ଅଂଶଗୁଡିକ ଅଟେ ଯେଉଁଠାରେ ଲୋକମାନେ ଗହମ ବୀଜକୁ ବିଞ୍ଚି ଦେଇଥିଲେ ଯେପରି ଅଧିକ ଗହମ ଉତ୍ପନ୍ନ ହେବ I

heads of grain

ଏହା ଶସ୍ୟ ଗଛର ସର୍ବାଗ୍ର ଅଂଶ ଅଟେ, ଯାହା ଏକ ପ୍ରକାର ବଡ଼ ଘାସ ଅଟେ I ଏହା ଗଛର ପରିପକ୍ବ, ଭକ୍ଷଣୀୟ ବୀଜଗୁଡିକୁ ଧାରଣ କରିଥାଏ I

rubbing them in their hands

ସେମାନେ ଶସ୍ୟ ବୀଜଗୁଡିକୁ ପୃଥକ୍ କରିବା ନିମନ୍ତେ ଏହା କଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଚଷୁରୁ ଶସ୍ୟ ଦାନାଗୁଡିକୁ ପୃଥକ୍ କରିବା ନିମନ୍ତେ ସେମାନଙ୍କ ହାତରେ ମଳିଲେ” (ଦେଖ: /WA-Catalog/or_tm?section=translate#writing-newevent )

Luke 6:2

Why are you doing something that is not lawful to do on the Sabbath day?

ବ୍ୟବସ୍ଥାର ଉଲଂଘନ କରିବା ସମ୍ପର୍କରେ ଶିଷ୍ୟମାନଙ୍କୁ ଅଭିଯୋଗ କରିବା ନିମନ୍ତେ ସେମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ରାମବାରରେ ଶସ୍ୟ ଛିଣ୍ଡାଇବା ଈଶ୍ୱରଙ୍କ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ଅଟେ !”(ଦେଖ: /WA-Catalog/or_tm?section=translate#figs-explicit)

are you doing that which

ଏପରିକି ମୁଠାଏ ଶସ୍ୟର ଅଳ୍ପ ଅଂଶକୁ ମଳିବା ଭଳି କ୍ଷୁଦ୍ର କାର୍ଯ୍ୟକୁ ମଧ୍ୟ ଫାରୂଶୀମାନେ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରୁଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାର୍ଯ୍ୟ କରିବା” (ଦେଖ: /WA-Catalog/or_tm?section=translate#figs-rquestion )

Luke 6:3

Have you not even read ... with him?

ଶାସ୍ତ୍ରରୁ ଶିକ୍ଷା ଲାଭ କରୁ ନ ଥିବା ହେତୁ ଫାରୂଶୀମାନଙ୍କୁ ଯୀଶୁ ଅନୁଯୋଗ କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ପାଠ କରିଛ, ତହିଁରୁ ଶିକ୍ଷା ଲାଭ କରିବା ଉଚିତ ...ତାଙ୍କୁ !” ବା “ନିଶ୍ଚିତ ଭାବରେ ତୁମ୍ଭେମାନେ ... ତାଙ୍କୁ !” (ଦେଖ: /WA-Catalog/or_tm?section=translate#figs-explicit )

Luke 6:4

the bread of the presence

ପବିତ୍ର ରୋଟୀ ବା “ଈଶ୍ୱରଙ୍କ ପ୍ରତି ଉତ୍ସର୍ଗ ହୋଇଥିବା ରୋଟୀ”

Luke 6:5

the Son of Man

ଯୀଶୁ ଆପଣା ବିଷୟରେ ଏହା କହୁଥିଲେ I ଏହାକୁ ଏଭଳି ଉକ୍ତ କରାଯାଇପାରିବ : ବିକଳ୍ପ ଅନୁବାଦ: “ମୁଁ ମନୁଷ୍ୟ ପୁତ୍ର ଅଟେ”

is Lord of the Sabbath

ଏହି ସ୍ଥାନରେ “ପ୍ରଭୁ” ଶିରୋନାମା ବିଶ୍ରାମବାର ଉପରେ ତାଙ୍କର ଅଧିକାରକୁ ଗୁରୁତ୍ଵ ଆରୋପ କରେ I ବିକଳ୍ପ ଅନୁବାଦ: “କେଉଁ ବିଷୟ ଲୋକମାନଙ୍କ ନିମନ୍ତେ ବିଶ୍ରାମବାରରେ କରିବା ସଠିକ୍ ଅଟେ, ତାହା ନିର୍ଣ୍ଣୟ କରିବା ଅଧିକାର ତାଙ୍କର ଅଛି !”

Luke 6:6

General Information:

ଏହା ଆଉ ଏକ ବିଶ୍ରାମବାର ଥିଲା ଏବଂ ଯୀଶୁ ସମାଜଗୃହରେ ଥିଲେ I

Connecting Statement:

ଶାସ୍ତ୍ରୀମାନେ ଏବଂ ଫାରୂଶୀମାନେ ଯୀଶୁଙ୍କୁ ବିଶ୍ରାମବାରରେ ଜଣେ ଲୋକକୁ ସୁସ୍ଥ କରିବା ଲକ୍ଷ୍ୟ କଲେ I

Now It happened that

କାହାଣୀରେ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ବାକ୍ୟାଂଶ ଏହି ସ୍ଥାନରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent )

There was a man there

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants )

his right hand was withered

ଲୋକଟିର ହାତ ଏଭଳି ଭାବରେ ନଷ୍ଟ ହୋଇଯାଇଥିଲା ଯେ ସେ ତାହାକୁ ସଳଖ ଭାବରେ ଟାଣି ପାରୁ ନ ଥିଲା I ଏହା ହୁଏତ ବଙ୍କା ହୋଇ ଏକ ମୁଠାରେ ପରିଣତ ହୋଇଯାଇଥିଲା ଏବଂ ଏହା ଦେଖିବାକୁ ଅଧିକ କ୍ଷୁଦ୍ରତର ଓ କୁଞ୍ଜିତ ହୋଇଥିଲା I

Luke 6:7

were watching him closely

ଯତ୍ନ ସହକାରେ ଲକ୍ଷ୍ୟ କରୁଥିଲେ

so that they might find

କାରଣ ସେମାନେ ପାଇବାକୁ ଚାହୁଁଥିଲେ

Luke 6:8

in the midst of us

ସମସ୍ତଙ୍କ ସମ୍ମୁଖରେ I ଯୀଶୁ ଚାହୁଁଥିଲେ ଯେ ଲୋକଟି ଛିଡା ହେଉ ଯେପରି ସେସ୍ଥାନରେ ଉପସ୍ଥିତ ସମସ୍ତେ ତାହାକୁ ଦେଖି ପାରିବେ I

Luke 6:9

to them

ଫାରୂଶୀମାନଙ୍କ ପ୍ରତି

I ask you, is it lawful on the Sabbath to do good or to do harm, to save a life or to destroy it?

ଫାରୂଶୀମାନଙ୍କୁ ବାଧ୍ୟ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ପଚାରିଲେ ଯେପରି ସେମାନେ ସ୍ୱୀକାର କରିବେ ଯେ ବିଶ୍ରାମବାରରେ ସେ କାର୍ଯ୍ୟ କରିବା ଠିକ ଅଟେ I ତେଣୁ ପ୍ରଶ୍ନର ଅଭିପ୍ରାୟ ହେଉଛି ପ୍ରଭାବ ବିସ୍ତାରକାରୀ: “ତଥ୍ୟ ହାସଲ କରିବା ପରିବର୍ତ୍ତେ ସେମାନେ ଯେପରି ଜାଣିଥିବା ବିଷୟକୁ ସତ୍ୟ ବୋଲି ମାନିନେବେ I ଯାହା ବି ହେଉ, ଯୀଶୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ପଚାରୁଅଛି,” ତେଣୁ ଏହି ପ୍ରଶ୍ନ ଅନ୍ୟ ପ୍ରଭାବ ବିସ୍ତାରକାରୀ ପ୍ରଶ୍ନଗୁଡିକ ପରି ନୁହେଁ ଯାହାକୁ ଉକ୍ତି ଭାବରେ ଅନୁବାଦ କରିବା ଆବଶ୍ୟକ ପଡିପାରେ I ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବା ଉଚିତ ଅଟେ I (ଦେଖ: /WA-Catalog/or_tm?section=translate#figs-rquestion )

to do good or to do harm

ଜଣକୁ ସାହାଯ୍ୟ କରିବା ବା ଜଣକର କ୍ଷତି କରିବା

Luke 6:10

Stretch out your hand

ତୁମର ହାତ ବଢାଅ ବା “ତୁମର ହସ୍ତ ପ୍ରସାରଣ କର”

was restored

ସୁସ୍ଥ ହେଲା

Luke 6:12

General Information:

ଯୀଶୁ ସମସ୍ତ ରାତ୍ରି ପ୍ରାର୍ଥନା କଲା ପରେ ଦ୍ୱାଦଶ ପ୍ରେରିତଗଣଙ୍କୁ ମନୋନୀତ କଲେ I

Now it happened that in those days

କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟାଂଶ ବ୍ୟହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-newevent )

in those days

ସେହି ସମୟରେ ବା “ତାହା ପରେ ବେଶୀ ଦିନ ହୋଇ ନ ଥିଲା” ବା “ ଏହାର ପ୍ରାୟ ଗୋଟିଏ ଦିନ ପରେ”

he went out

ଯୀଶୁ ବାହାରି ଗଲେ

Luke 6:13

When it became day

ଯେତେବେଳେ ପ୍ରଭାତ ହୋଇଥିଲା ବା “ପରବର୍ତ୍ତୀ ଦିନ”

he chose twelve of them

ସେ ବାର ଜଣ ଶିଷ୍ୟମାନଙ୍କୁ ମନୋନୀତ କଲେ

whom he also named apostles

ସେ ସେମାନଙ୍କୁ ମଧ୍ୟ ପ୍ରେରିତ ବୋଲି କହିଲେ ବା “ଏବଂ ସେ ସେମାନଙ୍କୁ ପ୍ରେରିତ ହେବା ନିମନ୍ତେ ନିଯୁକ୍ତ କଲେ”

Luke 6:14

his brother Andrew

ଶିମୋନ ଭ୍ରାତା, ଆନ୍ଦ୍ରିୟ

Luke 6:15

the Zealot

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଉଦଯୋଗୀ” ଏକ ଶିରୋନାମା ଅଟେ ଯାହା ସୂଚାଏ ଯେ ସେ ସେହି ଲୋକମାନଙ୍କ ଦଳର ଅଂଶ ଥିଲେ ଯେଉଁମାନେ ରୋମୀୟ ଶାସନରୁ ଯିହୂଦୀ ଲୋକମାନଙ୍କୁ ମୁକ୍ତ କରିବା ନିମନ୍ତେ ଇଚ୍ଛା କରୁଥିଲେ I ବିକଳ୍ପ ଅନୁବାଦ: “ଦେଶପ୍ରେମୀ” ବା “ରାଷ୍ଟ୍ରବାଦୀ” ବା 2) “ଉଦଯୋଗୀ” ଏକ ବର୍ଣ୍ଣନା ଅଟେ ଯାହା ସୂଚାଏ ଯେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା ନିମନ୍ତେ ସେ ଉଦଯୋଗୀ ଥିଲେ I ବିକଳ୍ପ ଅନୁବାଦ: “ଉତ୍ତେଜିତ ବ୍ୟକ୍ତି”

Luke 6:16

became a traitor

ଏହି ପରିପ୍ରେକ୍ଷୀରେ “ପ୍ରତାରକ’ ଶବ୍ଦର ଅର୍ଥ ବ୍ୟାଖ୍ୟା କରିବା ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ତାଙ୍କ ବନ୍ଧୁଙ୍କୁ ପ୍ରତାରଣା କଲେ” ବା “ତାଙ୍କର ବନ୍ଧୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲେ” (ସାଧାରଣତଃ, ପ୍ରଦତ୍ତ ଅର୍ଥର ପ୍ରତିବଦଳରେ) ବା “ଶତ୍ରୁମାନଙ୍କୁ ତାଙ୍କ ସମ୍ପର୍କରେ ଜଣାଇବା ଦ୍ୱାରା ଜଣେ ବନ୍ଧୁଙ୍କୁ ବିପଦ ଭିତରକୁ ଠେଲି ଦେବା (ଦେଖ: /WA-Catalog/or_tm?section=translate#figs-explicit )

Luke 6:17

Connecting Statement:

ଯଦିଓ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ବିଶେଷତଃ ସମ୍ବୋଧନ କରୁଥିଲେ, ସେଠାରେ ଚାରିଆଡେ ଅନେକ ଲୋକମାନେ ତାଙ୍କ କଥା ଶୁଣୁଥିଲେ I

with them

ସେ ମନୋନୀତ କରିଥିବା ବାର ଜଣଙ୍କ ସହିତ ବା “ତାଙ୍କର ଦ୍ୱାଦଶ ପ୍ରେରିତଗଣଙ୍କ ସହିତ”

Luke 6:18

to be healed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଯୀଶୁ ସେମାନଙ୍କୁ ସୁସ୍ଥ କରିବେ” (ଦେଖ: /WA-Catalog/or_tm?section=translate#figs-activepassive )

Those who were troubled with unclean spirits were also healed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅଶୁଚି ଆତ୍ମାଗୁଡିକ ଦ୍ୱାରା କ୍ଲେଶ ଭୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଯୀଶୁ ସୁସ୍ଥ କଲେ” (ଦେଖ: /WA-Catalog/or_tm?section=translate#figs-activepassive )

Those who were troubled with unclean spirits

ଅଶୁଚି ଆତ୍ମାଗୁଡିକ ଦ୍ୱାରା ହଇରାଣ ହେଉଥିବା ବା “ମନ୍ଦ ଆତ୍ମାଗୁଡିକ ଦ୍ୱାରା ନିୟନ୍ତ୍ରିତ”

Luke 6:19

power was coming out from him and healing

ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ତାଙ୍କର ଶକ୍ତି ଥିଲା ବା “ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ସେ ତାଙ୍କର ଶକ୍ତି ବ୍ୟବହାର କରୁଥିଲେ”

Luke 6:20

Blessed are

ଏହି ବାକ୍ୟାଂଶଟି ତିନି ଥର ପୂନରାବୃତ୍ତି ହୋଇଛି I ପ୍ରତ୍ୟେକ ଥର ଏହା ସୂଚାଏ ଯେ ଈଶ୍ୱର ନିର୍ଦ୍ଧିଷ୍ଟ କିଛି ଲୋକମାନଙ୍କୁ ଅନୁଗ୍ରହ ଦେଖାନ୍ତି ବା ଏହା ଯେ ସେମାନଙ୍କ ପରିସ୍ଥିତି ଆସ୍ତିସୂଚକ ବା ଉତ୍ତମ ଅଟେ I

Blessed are the poor

ତୁମ୍ଭେମାନେ ଯେଉଁମାନେ ଦରିଦ୍ର ଈଶ୍ୱରଙ୍କ ଅନୁଗ୍ରହ ପାଇବ ବା “ତୁମ୍ଭେମାନେ ଯେଉଁମାନେ ଦରିଦ୍ର ଉପକାର ପାଇବ”

for yours is the kingdom of God

ଯେଉଁ ଭାଷାଗୁଡ଼ିକରେ ରାଜ୍ୟ ଶବ୍ଦକୁ ବୁଝାଇବା ନିମନ୍ତେ କୌଣସି ଶବ୍ଦ ନାହିଁ ସେମାନେ ହୁଏତ କହିପାରନ୍ତି “କାରଣ ଈଶ୍ୱର ତୁମ୍ଭମାନଙ୍କର ରାଜା ଅଟନ୍ତି” କିମ୍ବା “ଯେହେତୁ ଈଶ୍ୱର ତୁମ୍ଭମାନଙ୍କ ଶାସକ ଅଟନ୍ତି I”

yours is the kingdom of God

ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର ଅଟେ I ଏହାର ଅର୍ଥ ଏପରି ହୋଇପାରେ 1) ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଟ” ବା 2) ଈଶ୍ୱରଙ୍କ ରାଜ୍ୟରେ ତୁମ୍ଭମାନଙ୍କର ଅଧିକାର ରହିବ I”

Luke 6:21

you will laugh

ତୁମ୍ଭେମାନେ ଆନନ୍ଦରେ ହସିବ ବା “ତୁମ୍ଭେମାନେ ଆନନ୍ଦପୂର୍ଣ୍ଣ ହେବ”

Luke 6:22

Blessed are you

ତୁମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହେବ ବା “ତୁମ୍ଭେମାନେ ଉପକାର ପାଇବ” ବା “ଏହା ତୁମ୍ଭମାନଙ୍କ ନିମନ୍ତେ କେତେ ଉତ୍ତମ”

they exclude you

ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ

because of the Son of Man

କାରଣ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ସହିତ ସାମିଲ ହୋଇଛ ବା “ଯେହେତୁ ସେମାନେ ମନୁଷ୍ୟପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି”

Luke 6:23

in that day

ଯେତେବେଳେ ସେମାନେ ସେହି ବିଷୟଗୁଡିକ କରନ୍ତି ବା “ଯେତେବେଳେ ତାହା ଘଟେ”

leap for joy

ଏହି ଋଢ଼ୋକ୍ତିର ଅର୍ଥ “ଅତିଶୟ ଆନନ୍ଦପୂର୍ଣ୍ଣ ହେବା” (ଦେଖ: /WA-Catalog/or_tm?section=translate#figs-idiom )

your reward ... is great

ଏକ ବିଶାଳ ପରିଶୋଧ ବା “ଉତ୍ତମ ଅନୁଗ୍ରହ ଦାନଗୁଡିକ”

Luke 6:24

woe to you

ଏହା ତୁମ୍ଭମାନଙ୍କ ନିମନ୍ତେ କେତେ ଭୟଙ୍କର I ଏହି ବାକ୍ୟାଂଶଟି ତିନି ଥର ପୂନରାବୃତ୍ତି ହୋଇଛି I ଏହା “ତୁମ୍ଭେମାନେ ଧନ୍ୟ”ର ବିପରୀତ ଅଟେ I ପ୍ରତ୍ୟେକ ଥର, ଏହା ସୂଚାଏ ଯେ ଈଶ୍ୱରଙ୍କ କ୍ରୋଧ ଲୋକମାନଙ୍କ ପ୍ରତି ଉଦ୍ଦିଷ୍ଟ ଅଟେ, ବା କିଛି ନାସ୍ତିସୂଚକ ବିଷୟ ବା ମନ୍ଦ ବିଷୟ ସେମାନଙ୍କର ଅପେକ୍ଷା କରି ରହିଛି I

woe to you who are rich

ତୁମ୍ଭେମାନେ ଯେଉଁମାନେ ଧନୀ, ତୁମ୍ଭମାନଙ୍କ ପାଇଁ ଏହା କେତେ ଭୟଙ୍କର ଅଟେ ବା “ତୁମ୍ଭେମାନେ ଯେଉଁମାନେ ଧନୀ, ତୁମ୍ଭମାନଙ୍କ ପ୍ରତି କଷ୍ଟ ଆସିବ”

your comfort

ଯାହା ତୁମ୍ଭମାନଙ୍କୁ ଆରାମ ଦିଏ ବା “ଯାହା ତୁମ୍ଭମାନଙ୍କୁ ସନ୍ତୁଷ୍ଟ କରେ” ବା “ଯାହା ତୁମ୍ଭମାନଙ୍କୁ ସୁଖୀ କରେ”

Luke 6:25

who are full now

ଯେଉଁମାନଙ୍କ ଉଦରସବୁ ବର୍ତ୍ତମାନ ପୂର୍ଣ୍ଣ ବା “ଯେଉଁମାନେ ବର୍ତ୍ତମାନ ପ୍ରଚୁର ଭୋଜନ କରନ୍ତି”

to the ones who laugh now

ଯେଉଁମାନେ ବର୍ତ୍ତମାନ ସୁଖୀ

Luke 6:26

Woe to you

ଏହା ତୁମ୍ଭମାନଙ୍କ ନିମନ୍ତେ କେତେ ଭୟଙ୍କର ବା “ତୁମ୍ଭେମାନେ କେତେ ଦୁଃଖିତ ହେବା କଥା”

when all men speak

ଏହି ସ୍ଥାନରେ “ଲୋକସମସ୍ତେ” ଶବ୍ଦ ସମସ୍ତ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଗୋଷ୍ଠୀ ସମ୍ବନ୍ଧୀୟ ଅର୍ଥରେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେତେବେଳେ ଲୋକସମସ୍ତେ କହନ୍ତି” ବା “ଯେତେବେଳେ ପ୍ରତ୍ୟେକ ଲୋକ କହନ୍ତି” (ଦେଖ: /WA-Catalog/or_tm?section=translate#figs-gendernotations )

their ancestors treated the false prophets in the same way

ସେମାନଙ୍କର ପିତୃପୁରୁଷମାନେ ମଧ୍ୟ ଭଣ୍ଡଭାବବାଦୀମାନଙ୍କ ସମ୍ପର୍କରେ ଉତ୍ତମ କଥା କହୁଥିଲେ I

Luke 6:27

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଶିକ୍ଷା ଦେବା ଜାରି ରଖିଲେ ଏବଂ ଭିଡ ମଧ୍ୟ ତାଙ୍କ କଥା ଶୁଣୁଥିଲେ I

to you who are listening

ଯୀଶୁ ବର୍ତ୍ତମାନ କେବଳ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ବ୍ୟତୀତ ସମୁଦାୟ ଜନତାଙ୍କ ଭିଡକୁ କଥା କହିବା ଜାରି ରଖିଲେ I (ଦେଖ: /WA-Catalog/or_tm?section=translate#writing-participants )

love ... do good

ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I

love your enemies

ଏହାର ଅର୍ଥ ଏହା ନୁହେଁ ଯେ ସେମାନେ କେବଳ ତାଙ୍କର ଶତୃମାନଙ୍କୁ ପ୍ରେମ କରିବେ ଏବଂ ତାଙ୍କର ବନ୍ଧୁମାନଙ୍କୁ ପ୍ରେମ କରିବେ ନାହିଁ I ଏହା କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ତୁମ୍ଭମାନଙ୍କ ବନ୍ଧୁମାନଙ୍କୁ ନୁହେଁ, ମାତ୍ର ତୁମ୍ଭମାନଙ୍କ ଶତୃମାନଙ୍କୁ ମଧ୍ୟ ପ୍ରେମ କର” (ଦେଖ: /WA-Catalog/or_tm?section=translate#figs-ellipsis )

Luke 6:28

Bless ... pray

ଏହି ପ୍ରତ୍ୟେକ ଆଜ୍ଞାଗୁଡିକୁ କେବଳ ଥରେ ମାତ୍ର ନୁହେଁ, କିନ୍ତୁ ଅନବରତ ଭାବରେ ପାଳନ କରିବା ଉଚିତ I

Bless those who curse

ଏକମାତ୍ର ଈଶ୍ୱର ହିଁ ଆଶୀର୍ବାଦ କରନ୍ତି I ଏହାକୁ ସ୍ପଷ୍ଟ ଭାବରେ କହି ହେବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗ” (ଦେଖ: /WA-Catalog/or_tm?section=translate#figs-explicit )

those who curse you

ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଅଭିଶାପ ଦିଅନ୍ତି

those who mistreat you

ଯେଉଁମାନେ ତୁମ୍ଭମାନଙ୍କୁ ଅଭ୍ୟାସଗତ ଭାବରେ ଦୁର୍ବ୍ୟବହାର କରନ୍ତି

Luke 6:29

To him who strikes you

ଯଦି କେହି ତୁମ୍ଭମାନଙ୍କୁ ଆଘାତ ଦିଏ

on the one cheek

ତୁମ୍ଭମାନଙ୍କ ଗାଲର ଗୋଟିଏ ପାଖରେ

offer him also the other

ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ଆକ୍ରମଣକାରୀ, ସେହି ବ୍ୟକ୍ତି ପ୍ରତି କ'ଣ କରିବ I ବିକଳ୍ପ ଅନୁବାଦ: ତୁମର ଗାଲ ଦେଖାଇଦିଅ ଯେପରି ସେ ଅନ୍ୟ ଗାଲକୁ ମଧ୍ୟ ଆଘାତ କରିପାରିବ” (ଦେଖ: /WA-Catalog/or_tm?section=translate#figs-ellipsis )

do not withhold

ନେବା ପାଇଁ ତାହାକୁ ମନା କରନାହିଁ

Luke 6:30

Give to everyone who asks you

ଯେକେହି ତୁମକୁ କିଛି ମାଗେ, ତେବେ ତୁମେ ତାହା ତାହାକୁ ଦିଅ

do not ask for it back

ତାକୁ ଦେବା ପାଇଁ ମାଗ ନାହିଁ ବା “ସେ ଦେବ ବୋଲି ଦାବୀ କରନାହିଁ”

Luke 6:31

As you desire that people would do to you, do the same to them

କେତେକ ଭାଷାଗୁଡିକରେ କ୍ରମାନ୍ୱୟକୁ ବିପରୀତ କରିବା ହୁଏତ ଅଧିକ ସ୍ୱାଭାବିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲୋକମାନଙ୍କ ପ୍ରତି ସେହି ପ୍ରକାର କର, ଯାହା ସେମାନେ ତୁମ୍ଭମାନଙ୍କ ପ୍ରତି କରନ୍ତୁ ବୋଲି ତୁମ୍ଭେମାନେ ଇଚ୍ଛା କର” ବା “ଲୋକମାନଙ୍କୁ ସେହିପରି ବ୍ୟବହାର କର ଯେପରି ଭାବରେ ସେମାନେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରନ୍ତୁ ବୋଲି ତୁମ୍ଭେମାନେ ଇଚ୍ଛା କରୁଛ”

Luke 6:32

what credit is that to you?

ତୁମ୍ଭେମାନେ କି ପୁରସ୍କାର ପାଇବ ? ବା “ତାହା କରିବା ନିମନ୍ତେ ତୁମ୍ଭେମାନେ କି ପ୍ରଶଂସା ପାଇବ ?” ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିସକାଶେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ” ବା “ଈଶ୍ୱର ତୁମ୍ଭମାନଙ୍କୁ ସେଥିସକାଶେ ପୁରସ୍କୃତ କରିବେ ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion )

Luke 6:34

to get back the same amount

ମୋଶାଙ୍କ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେମାନେ ପରସ୍ପରକୁ ଋଣ ଦେଇଥିବା ଟଙ୍କା ନିମନ୍ତେ କୌଣସି ସୁଧ ଗ୍ରହଣ ନ କରିବା ପାଇଁ ଆଜ୍ଞା ଦେଇଛି I (ଦେଖ: /WA-Catalog/or_tm?section=translate#figs-explicit )

Luke 6:35

expecting nothing in return

ତୁମ୍ଭେମାନେ ତାହାକୁ ଯାହା ଦେଇଛ ତାହା ସେହି ବ୍ୟକ୍ତିଠାରୁ ଫେରସ୍ତ ପାଇବାକୁ ଅପେକ୍ଷା କରିବ ନାହିଁ ବା “ସେହି ବ୍ୟକ୍ତି ତୁମକୁ କିଛି ଫେରାଉ ବୋଲି ଅପେକ୍ଷା କରିବ ନାହିଁ”

your reward will be great

ତୁମ୍ଭେମାନେ ଏକ ବିଶେଷ ପୁରସ୍କାର ପାଇବ ବା “ତୁମ୍ଭେମାନେ ଉତ୍ତମ ପରିଶୋଧ ପ୍ରାପ୍ତ ହେବ I ବା “ଏଥିସକାଶେ ତୁମ୍ଭେମାନେ ଉତ୍ତମ ବରଦାନଗୁଡିକ ପାଇବ”

you will be sons of the Most High

“ପୁତ୍ରଗଣ” ଶବ୍ଦକୁ ଯଦି ସେହି ସମାନ ଶବ୍ଦ ସହିତ ତୁମ ଭାଷା ସ୍ୱାଭାବିକ ଭାବରେ ଗୋଟିଏ ମାନବୀୟ ପୁତ୍ରକୁ ବା ସନ୍ତାନକୁ ଉଲ୍ଲେଖ କରିଥାଏ ତେବେ ସେଭଳି ଅନୁବାଦ କରିବା ସର୍ବୋତ୍ତମ ହେବ I

sons of the Most High

ଏହା ସୁନିଶ୍ଚିତ କର ଯେ “ପୁତ୍ରଗଣ” ଶବ୍ଦ ବହୁବଚନରେ ଲିଖିତ ହୋଇଛି ଯେପରି ତାହା ଯୀଶୁଙ୍କ ଶିରୋନାମା “ସର୍ବୋପରିସ୍ଥଙ୍କ ପୁତ୍ର” ସହିତ ବିଭ୍ରାନ୍ତି ଜାତ ନ କରେ I

unthankful and evil people

ଯେଉଁ ଲୋକମାନେ ତାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ ଓ ଯେଉଁମାନେ ମନ୍ଦ

Luke 6:36

your Father

ଏହା ଈଶ୍ୱରଙ୍କୁ ସୂଚାଏ I “ପିତା” ଶବ୍ଦକୁ ଯଦି ସେହି ସମାନ ଶବ୍ଦ ସହିତ ତୁମ ଭାଷା ସ୍ୱାଭାବିକ ଭାବରେ ଗୋଟିଏ ମାନବୀୟ ପିତାକୁ ଉଲ୍ଲେଖ କରିଥାଏ ତେବେ ସେଭଳି ଅନୁବାଦ କରିବା ସର୍ବୋତ୍ତମ ହେବ I

Luke 6:37

Do not judge

ଲୋକମାନଙ୍କର ବିଚାର କର ନାହିଁ ବା “ଲୋକମାନଙ୍କୁ ନିଷ୍ଠୁର ଭାବରେ ସମାଲୋଚନା କର ନାହିଁ”

you will not be judged

କେଉଁମାନେ ବିଚାର କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କର ବିଚାର କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କର ବିଚାର କରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive )

Do not condemn

ଲୋକମାନଙ୍କୁ ଦୋଷାରୋପ କର ନାହିଁ

you will not be condemned

କେଉଁମାନେ ଦୋଷାରୋପ କରିବେ ନାହିଁ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ ଦୋଷାରୋପ କରିବେ ନାହିଁ” ବା 2) କେହି ତୁମ୍ଭମାନଙ୍କୁ ଦୋଷାରୋପ କରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive )

you will be forgiven

କେଉଁମାନେ କ୍ଷମା କରିବେ ଯୀଶୁ ତାହା କହୁ ନାହାନ୍ତି I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ” ବା 2) ଲୋକମାନେ ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 6:38

it will be given to you

ଯୀଶୁ କହନ୍ତି ନାହିଁ ଯେ ସଠିକ୍ ଭାବରେ କିଏ ଦେବ I ସାମ୍ଭାବ୍ୟ ଅର୍ଥଗୁଡିକ 1) “କେହି ଜଣେ ତୁମ୍ଭମାନଙ୍କୁ ଏହା ଦେବ” ବା 2) “ଈଶ୍ୱର ଏହା ତୁମ୍ଭମାନଙ୍କୁ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive )

A good measure—pressed down, shaken together, spilling over—they will pour into your lap

ଯୀଶୁ ହୁଏତ ବଦାନ୍ୟ ଭାବରେ ଦାନ ଦେଉଥିବା ଈଶ୍ୱରଙ୍କ ବିଷୟରେ କିମ୍ବା ଲୋକମାନଙ୍କ ବିଷୟରେ କହନ୍ତି ସତେ ଯେପରି ସେ ଜଣେ ବଦାନ୍ୟ ଶସ୍ୟ ବେପାରୀ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ଅଣ୍ଟିରେ ଏକ ବଦାନ୍ୟତାପୂର୍ଣ୍ଣ ପରିମାଣ ଢ଼ାଳି ଦେବେ - ଚାପି ଦେଇ, ଏକତ୍ର ହଲାଇ ଏବଂ ଉଚ୍ଛୁଳାଇ ଦେବେ” ବା “ଏକ ବଦାନ୍ୟ ଶସ୍ୟ ବେପାରୀ ପରି ଯିଏ ଶସ୍ୟକୁ ତଳକୁ ଚାପି ଦିଅନ୍ତି ଏବଂ ଏହାକୁ ଏକତ୍ର ହଲାନ୍ତି ଏବଂ ଏତେ ବେଶୀ ପରିମାଣରେ ଶସ୍ୟ ଢ଼ାଳି ଦିଅନ୍ତି ଯେ ତାହା ଉଚ୍ଛୁଳି ଉଠେ, ସେମାନେ ତୁମ୍ଭମାନଙ୍କୁ ବଦାନ୍ୟତା ସହିତ ଦେବେ” (ଦେଖ: /WA-Catalog/or_tm?section=translate#figs-metaphor )

A good measure

ଏକ ବିପୁଳ ପରିମାଣ

it will be measured back to you

ଯୀଶୁ କହନ୍ତି ନାହିଁ ଯେ ସଠିକ୍ ଭାବରେ କିଏ ମାପ କରିବ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ମାପି ତୁମ୍ଭମାନଙ୍କୁ ଫେରାଇ ଦେବେ” 2) ଈଶ୍ୱର ତୁମ୍ଭମାନଙ୍କୁ ମାପ କରି ଫେରସ୍ତ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 6:39

Connecting Statement:

ଯୀଶୁ ଆପଣା କଥାକୁ ପ୍ରତିପାଦିତ କରିବା ପାଇଁ କିଛି ଉଦାହରଣମାନ ଅନ୍ତର୍ଭୁକ୍ତ କରନ୍ତି I (ଦେଖ; /WA-Catalog/or_tm?section=translate#figs-parables )

Can a blind person guide another blind person?

ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେପରି ଲୋକମାନେ କିଛି କଥା ବିଷୟରେ ଚିନ୍ତା କରିବେ ଯାହା ସମ୍ପର୍କରେ ସେମାନେ ଆଗରୁ ଜାଣନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣୁ ଯେ ଜଣେ ଅନ୍ଧଲୋକ ଆଉ ଜଣେ ଅନ୍ଧ ଲୋକକୁ କଢାଇ ନେଇପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion )

blind man

ଯେଉଁ ବ୍ୟକ୍ତି “ଅନ୍ଧ” ସେ ଶିଷ୍ୟ ଭାବରେ ଶିକ୍ଷା ପ୍ରାପ୍ତ ହୋଇ ନ ଥିବା ଜଣେ ବ୍ୟକ୍ତି ନିମନ୍ତେ ଏକ ରୂପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

Would both not fall into a pit?

ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଉଭୟେ ଏକ ଖାତରେ ପଡିବେ I” (ଦେଖ: /WA-Catalog/or_tm?section=translate#figs-rquestion )

Luke 6:40

A disciple is not greater than his teacher

ଜଣେ ଶିଷ୍ୟ ତା’ର ଗୁରୁଙ୍କୁ ଅତିକ୍ରମ କରି ଯାଏ ନାହିଁ I ସାମ୍ଭାବ୍ୟ ଅର୍ଥଗୁଡିକ 1)“ଜଣେ ଶିଷ୍ୟର ଆପଣା ଗୁରୁଠାରୁ ଅଧିକ ଜ୍ଞାନ ନ ଥାଏ” ବା 2) “ଜଣେ ଶିଷ୍ୟର ଆପଣା ଗୁରୁଠାରୁ ଅଧିକ କ୍ଷମତା ନ ଥାଏ I”

everyone when he is fully trained

ଉତ୍ତମ ରୂପେ ତାଲିମପ୍ରାପ୍ତ ହୋଇଥିବା ପ୍ରତ୍ୟେକ ଶିଷ୍ୟ ବା “ପ୍ରତ୍ୟେକ ଶିଷ୍ୟ ଯାହାକୁ ତାହାର ଗୁରୁ ସମ୍ପୂର୍ଣ୍ଣ ରୂପେ ଶିକ୍ଷା ଦେଇଥାଆନ୍ତି”

Luke 6:41

Why do you look ... brother's eye, but you do not notice the log that is in your own eye?

ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କଲେ ଯେପରି ଲୋକମାନେ ଅନ୍ୟର ପାପଗୁଡିକ ପ୍ରତି ଧ୍ୟାନ ଦେବା ପୂର୍ବରୁ ଆପଣାମାନଙ୍କ ପାପସବୁକୁ ଧ୍ୟାନ ଦେବେ I ବିକଳ୍ପ ଅନୁବାଦ: “ତୁମ ନିଜର ଆଖିରେ ଥିବା କଡିକାଠକୁ ଅଣଦେଖା କରି ଭାଇମାନଙ୍କ ଆଖିକୁ ଦେଖ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion )

the tiny piece of straw that is in your brother's eye

ଏହା ଏକା ରୂପକ ଅଟେ ଯାହା ଏକ ସହ-ବିଶ୍ୱାସୀର ଅପେକ୍ଷାକୃତ ଅଳ୍ପ ମହତ୍ତ୍ଵପୂର୍ଣ୍ଣ ତୃଟିଗୁଡିକ ସମ୍ପର୍କରେ ଉଲ୍ଲେଖ କରେ I (ଦେଖ: /WA-Catalog/or_tm?section=translate#figs-metaphor )

tiny piece of straw

କୁଟା ବା “ଟୁକୁରା” ବା “ଅଳ୍ପ ଧୂଳି I” ସାଧାରଣତଃ ଜଣେ ବ୍ୟକ୍ତିର ଆଖିରେ ପଡୁଥିବା କ୍ଷୁଦ୍ରତମ ବିଷୟ ପାଇଁ ଏକ ଶବ୍ଦ ବ୍ୟବହାର କର I

brother

ଏଠାରେ “ଭାଇ” ଶବ୍ଦ ଜଣେ ସହ-ଯିହୂଦୀକୁ ବା ଯୀଶୁଙ୍କଠାରେ ଜଣେ ସହ-ବିଶ୍ୱାସୀକୁ ସୂଚାଇଥାଏ I

the log that is in your own eye

ଏହା ଜଣେ ବ୍ୟକ୍ତିର ଅତି ମହତ୍ତ୍ଵପୂର୍ଣ୍ଣ ତୃଟିଗୁଡିକ ନିମନ୍ତେ ଏକ ରୂପକ ଅଟେ I ଜଣେ ବ୍ୟକ୍ତିର ଆଖି ଭିତରକୁ ଗୋଟିଏ କଡିକାଠ ଆକ୍ଷରିକ ଭାବରେ ପଶି ପାରିବ ନାହିଁ I ଯୀଶୁ ଏହା ଗୁରୁତ୍ଵ ଆରୋପ କରିବା ନିମନ୍ତେ ଅତିରଞ୍ଜିତ କରି କହିଲେ ଯେ ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ଅପେକ୍ଷାକୃତ ଅଳ୍ପ ଗୁରୁତ୍ଵପୂର୍ଣ୍ଣ ତୃଟିଗୁଡିକ ଅପେକ୍ଷା ଆପଣାର ଅଧିକ ଗୁରୁତ୍ଵପୂର୍ଣ୍ଣ ତୃଟିଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ I (ଦେଖ:/WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-hyperbole )

log

କଡିକାଠ ବା “କାଠ ପଟା ”

Luke 6:42

How can you say ... your own eye?

ଯୀଶୁ ଏହି ପ୍ରଶ୍ନ ପଚାରି ଲୋକମାନଙ୍କୁ ଆହ୍ବାନ ଦିଅନ୍ତି ଯେପରି ସେମାନେ ଅନ୍ୟ ବ୍ୟକ୍ତିର ପାପଗୁଡିକ ପ୍ରତି ଧ୍ୟାନ ଦେବା ପୂର୍ବରୁ ଆପଣାମାନଙ୍କ ପାପଗୁଡିକ ପ୍ରତି ଧ୍ୟାନ ଦେବେ I ବିକଳ୍ପ ଅନୁବାଦ : “ତୁମ୍ଭେମାନେ କହିବା ଉଚିତ ନୁହେଁ...ଆଖି I” (ଦେଖ: /WA-Catalog/or_tm?section=translate#figs-rquestion )

Luke 6:43

General Information:

ଗୋଟିଏ ଗଛ ଭଲ ବା ମନ୍ଦ, ଓ ତାହା କି’ପ୍ରକାର ଗଛ ତାହା ସେହି ଗଛ ଉତ୍ପନ୍ନ କରୁଥିବା ଫଳକୁ ଦେଖି ଲୋକମାନେ କହିପାରିବେ I ଯୀଶୁ ଏହାକୁ ଏକ ବ୍ୟାଖ୍ୟା କରାଯାଇ ନ ଥିବା ରୂପକ ଭାବରେ ବ୍ୟବହାର କରନ୍ତି—ଆମ୍ଭେମାନେ ଜାଣୁ ସେ କି’ପ୍ରକାର ବ୍ୟକ୍ତି ଅଟେ, ଯେତେବେଳେ ଆମ୍ଭେମାନେ ତାହାର କର୍ମଗୁଡିକ ଦେଖୁ I (ଦେଖ: /WA-Catalog/or_tm?section=translate#figs-metaphor )

For there is

କାରଣ ଏହା ସେଠାରେ ଅଛି I ଆମେ କାହିଁକି ଆପଣା ଭାଇର ବିଚାର କରିବା ନାହିଁ ତାହାର କାରଣ ଏହା ପରେ ଲେଖାଯାଇଛି ବୋଲି ଏହା ସୂଚାଏ I

good tree

ଭଲ ଗଛ

rotten fruit

ଯେଉଁ ଫଳ କ୍ଷୟ ପାଉଛି ବା ମନ୍ଦ ବା ମୂଲ୍ୟହୀନ

Luke 6:44

each tree is known

ଗୋଟିଏ ଗଛରେ ଫଳୁଥିବା ଫଳରୁ ତାହା କି ପ୍ରକାର ଗଛ ଲୋକମାନେ ଚିହ୍ନନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଗଛ କି’ପ୍ରକାର ତାହା ଜାଣନ୍ତି” ବା “ଲୋକମାନେ ଗୋଟିଏ ଗଛକୁ ଚିହ୍ନନ୍ତି” (ଦେଖ: /WA-Catalog/or_tm?section=translate#figs-activepassive )

a thornbush

ଗୋଟିଏ ଗଛ ବା ଲତା ଯାହାର କଣ୍ଟା ରହିଛି

a briar bush

ଏକ ଦ୍ରାକ୍ଷାଲତା ବା ଲତା ଯାହାର କଣ୍ଟା ରହିଛି

Luke 6:45

General Information:

ଯୀଶୁ ଜଣେ ବ୍ୟକ୍ତିର ଚିନ୍ତାଧାରାଗୁଡିକୁ ତାହାର ଭଲ ବା ମନ୍ଦ ଭଣ୍ଡାର ସହିତ ତୁଳନା କରନ୍ତି I ଯେତେବେଳେ ଜଣେ ଉତ୍ତମ ବ୍ୟକ୍ତି ପାଖରେ ଉତ୍ତମ ଚିନ୍ତାଧାରାଗୁଡିକ ରହିଥାଏ, ସେ ଉତ୍ତମ କାର୍ଯ୍ୟଗୁଡିକରେ ଜଡିତ ହୁଏ I ଯେତେବେଳେ ଜଣେ ମନ୍ଦ ବ୍ୟକ୍ତି ମନ୍ଦ ଚିନ୍ତାଧାରାଗୁଡିକ ଚିନ୍ତା କରେ, ସେ ମନ୍ଦ କର୍ମଗୁଡିକରେ ଜଡିତ ହୁଏ I (ଦେଖ: /WA-Catalog/or_tm?section=translate#figs-metaphor )

The good man

“ଉତ୍ତମ” ଶବ୍ଦ ଏଠାରେ ଧାର୍ମିକ ବା ନୈତିକ ଅର୍ଥକୁ ବୁଝାଏ I

good man

ଏହି ସ୍ଥାନରେ “ଲୋକ” ଶବ୍ଦ ଜଣେ ବ୍ୟକ୍ତିକୁ ସୂଚାଏ, ପୁରୁଷ ବା ସ୍ତ୍ରୀ I ବିକଳ୍ପ ଅନୁବାଦ: “ଉତ୍ତମ ବ୍ୟକ୍ତି” (ଦେଖ: /WA-Catalog/or_tm?section=translate#figs-gendernotations )

the good treasure of his heart

ଏହି ସ୍ଥାନରେ ଜଣେ ବ୍ୟକ୍ତିର ଉତ୍ତମ ଚିନ୍ତାଧାରା ବିଷୟରେ କୁହାଯାଏ, ସତେ ଯେପରି ସେଗୁଡିକ ସମ୍ପତ୍ତି ଅଟେ ଯାହା ସେହି ବ୍ୟକ୍ତିର ହୃଦୟ ମଧ୍ୟରେ ସଞ୍ଚିତ ହୋଇଛି ଏବଂ “ତାହାର ହୃଦୟ” ସେହି ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେ ଆପଣା ଗଭୀର ସ୍ଥାନରେ ଉତ୍ତମ ବିଷୟଗୁଡିକ ରଖେ” ବା “ସେ ଉତ୍ତମ ବିଷୟଗୁଡ଼ିକୁ ଅତି ଗଭୀର ଭାବରେ ମୂଲ୍ୟ ଦିଏ” (ଦେଖ: /WA-Catalog/or_tm?section=translate#figs-metaphor ଏନଂ /WA-Catalog/or_tm?section=translate#figs-metonymy )

produces what is good

ଯାହା ଉତ୍ତମ ତାହା କରିବା ବିଷୟକୁ ବୁଝାଇବା ନିମନ୍ତେ ଉତ୍ତମ ବିଷୟ ଉତ୍ପନ୍ନ କରିବା ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଯାହା ଉତ୍ତମ ତାହା କରେ” (ଦେଖ: /WA-Catalog/or_tm?section=translate#figs-metaphor)

the evil treasure

ଏହି ସ୍ଥାନରେ ଜଣେ ବ୍ୟକ୍ତିର ମନ୍ଦ ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ସତେ ଯେପରି ସେଗୁଡିକ ସେହି ବ୍ୟକ୍ତିର ହୃଦୟ ମଧ୍ୟରେ ସଞ୍ଚିତ ହୋଇଛି ଏବଂ “ତାହାର ହୃଦୟ” ସେହି ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେ ଆପଣା ଗଭୀର ସ୍ଥାନରେ ମନ୍ଦ ବିଷୟଗୁଡିକ ରଖେ” ବା “ସେ ମନ୍ଦ ବିଷୟଗୁଡ଼ିକୁ ଅତି ଗଭୀର ଭାବରେ ମୂଲ୍ୟ ଦିଏ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy )

out of the abundance of the heart his mouth speaks

ଏଠାରେ “ହୃଦୟ” ଶବ୍ଦ ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I “ତାହାର ମୁଖ” ବାକ୍ୟାଂଶ ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଆପଣା ହୃଦୟରେ ଯାହା ଚିନ୍ତା କରେ ତାହା ତାର ମୁଖର କଥାକୁ ପ୍ରଭାବିତ କରେ” ବା “ଜଣେ ବ୍ୟକ୍ତି ଯେଉଁ ବିଷୟକୁ ଅନ୍ତରସହ ମୂଲ୍ୟ ଦେଇଥାଏ, ସେ ବିଷୟରେ ସେ ଉଚ୍ଚସ୍ୱରରେ କହିଥାଏ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-synecdoche )

Luke 6:46

General Information:

ଯେଉଁ ଗୃହ ସୁଅଠାରୁ ନିରାପଦ ରହିବ ଏପରି ପାଷାଣ ଉପରେ ଗୃହ ନିର୍ମାଣ କରୁଥିବା ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ପାଳନ କରୁଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : /WA-Catalog/or_tm?section=translate#figs-simile )

Lord, Lord

ଏହି ଶବ୍ଦଗୁଡିକର ପୂନରାବୃତ୍ତି ସୂଚାଏ ଯେ ସେମାନେ ନିୟମିତ ଭାବରେ ଯୀଶୁଙ୍କୁ “ପ୍ରଭୁ” ବୋଲି ସମ୍ବୋଧନ କରୁଥିଲେ I

Luke 6:47

Everyone who is coming to me ... I will show you what he is like

ଏହି ବାକ୍ୟର କ୍ରମାନ୍ୱୟକୁ ପରିବର୍ତ୍ତନ କରିବା ଦ୍ୱାରା ଏହା ସ୍ପଷ୍ଟତର ହୋଇପାରେ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ କହିବି ଯେ ମୋ ନିକଟକୁ ଆସୁଥିବା ଏବଂ ମୋ’ର ବାକ୍ୟସବୁ ଶୁଣୁଥିବା ଓ ସେଗୁଡିକ ପାଳନ କରୁଥିବା ପ୍ରତ୍ୟେକ ବ୍ୟକ୍ତି କି’ପ୍ରକାର ଅଟନ୍ତି”

Luke 6:48

laid a foundation on the rock

ଗୃହର ମୂଳଦୁଆକୁ ଏତେ ଗଭୀର ଭାବରେ ଖୋଳ, ଯେପରି ଦୃଢ଼ ପ୍ରସ୍ତରର ମୂଳଦୁଆ ପର୍ଯ୍ୟନ୍ତ ପହଞ୍ଚି ପାରିବ I କେତେକ ସଂସ୍କୃତିରେ ପ୍ରସ୍ତର ଶଯ୍ୟାରେ ଗୃହ ନିର୍ମାଣ କାର୍ଯ୍ୟ ସହିତ ଅଭ୍ୟସ୍ତ ନ ଥାଇ ପାରନ୍ତି, ଏବଂ ଏକ ସ୍ଥାୟୀ ମୂଳଦୁଆ ନିମନ୍ତେ ଅନ୍ୟ ଏକ ଛବି ବ୍ୟବହାର କରିବା ଆବଶ୍ୟକ କରିପାରନ୍ତି I (ଦେଖ: /WA-Catalog/or_tm?section=translate#figs-explicit )

a foundation

ଗୃହର ଏକ ଅଂଶ ଯାହା ଭୂମି ସହିତ ସଂଯୁକ୍ତ କରେ I ଯୀଶୁଙ୍କ ସମୟର ଲୋକମାନେ ଭୂମିର ତଳେ ପ୍ରସ୍ତର ଶଯ୍ୟା ପର୍ଯ୍ୟନ୍ତ ଖୋଳୁଥିଲେ ଏବଂ ତା’ପରେ ପ୍ରସ୍ତର ଉପରେ ନିର୍ମାଣ କରିବା ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I

the rock

ପ୍ରସ୍ତରଶଯ୍ୟା I ଏହା ଅତିଶୟ ବିଶାଳ, କଠିନ ପ୍ରସ୍ତର ଯାହା ଭୂମିର ଗଭୀର ତଳେ ଅଛି I

torrent of water

କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ”

flowed against

ତାକୁ ଧକ୍କା ଦେବା

shake it

ସାମ୍ଭାବ୍ୟ ଅର୍ଥଗୁଡିକ 1) ହଲାଇ ଦେବା ନିମନ୍ତେ ଏହା କାର୍ଯ୍ୟ କରିବା ବା 2) “ଏହାକୁ ଧ୍ଵଂସ କରିବା I”

because it had been built well

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଲୋକଟି ଏହା ଉତ୍ତମ ରୂପେ ନିର୍ମାଣ କରିଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

Luke 6:49

General Information:

ଯେଉଁ ଗୃହର କୌଣସି ମୂଳଦୁଆ ନାହିଁ ଏବଂ ସେଥିସକାଶେ ସୁଅ ଆସିଲେ ଭୁଷୁଡି ପଡିବ ଏପରି ଗୃହ ନିର୍ମାଣକାରୀ ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ଶୁଣୁଥିବା ଏବଂ ପାଳନ କରୁ ନ ଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : /WA-Catalog/or_tm?section=translate#figs-simile )

But the one

କିନ୍ତୁ ମୂଳଦୁଆ ସହିତ ନିର୍ମାଣକାରୀ ପୂର୍ବବର୍ତ୍ତୀ ବ୍ୟକ୍ତି ପ୍ରତି ଏକ ଦୃଢ଼ ବିପରୀତ ବିଷୟ ଦର୍ଶାଇଥାଏ I

on the ground without a foundation

କେତେକ ସଂସ୍କୃତିରେ ଜାଣନ୍ତି ନାହିଁ ଯେ ମୂଳଦୁଆ ଥିବା ଗୋଟିଏ ଗୃହ ଦୃଢ଼ତର ଅଟେ I ଅତିରିକ୍ତ ତଥ୍ୟ ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ ସେ ଗଭୀର ତଳକୁ ଖୋଳିଲା ନାହିଁ ଏବଂ ପ୍ରଥମେ ଏକ ମୂଳଦୁଆ ନିର୍ମାଣ କଲା ନାହିଁ ” (ଦେଖ: /WA-Catalog/or_tm?section=translate#figs-explicit )

a foundation

ଗୋଟିଏ ଗୃହର ଅଂଶ ଅଟେ ଯାହା ଏହାକୁ ଭୂମି ସହ ସଂଯୁକ୍ତ କରେ I ଯୀଶୁଙ୍କ ସମୟରେ ଲୋକମାନେ ଦୃଢ଼ ପ୍ରସ୍ତର ପର୍ଯ୍ୟନ୍ତ ତଳକୁ ଖୋଳୁଥିଲେ ଓ ତା’ପରେ ପ୍ରସ୍ତର ଉପରେ ନିର୍ମାଣ ଆରମ୍ଭ କରୁଥିଲେ I ସେହି ଦୃଢ଼ ପ୍ରସ୍ତର ହିଁ ମୂଳଦୁଆ ଥିଲା I

torrent of water

କ୍ଷିପ୍ର ଗତି କରୁଥିବା ଜଳ ବା “ନଦୀ”

flowed against

ତାକୁ ଧକ୍କା ଦେବା

it collapsed

ତଳେ ପଡିଗଲା ବା ଅଲଗା ହୋଇଗଲା

the ruin of that house was great

ସେହି ଗୃହ ସମ୍ପୂର୍ଣ୍ଣ ଭାବରେ ଧ୍ଵଂସ ହେଲା