Luke 5

ଲୂକ 05 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

“ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ”

ପିତର, ଯାକୁବ ଏବଂ ଯୋହନ ମତ୍ସ୍ୟଧାରୀ ଥିଲେ I ଯେତେବେଳେ ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ମନୁଷ୍ୟମାନଙ୍କୁ ଧରିବେ, ସେ ସେମାନଙ୍କୁ କହିବାକୁ ଏହି ରୂପକ ବ୍ୟବହାର କରିଥିଲେ ଯେ ସେ ଇଚ୍ଛା କରୁଥିଲେ ଯେପରି ଲୋକମାନେ ତାଙ୍କ ସମ୍ପର୍କରେ ଶୁଭ ସମାଚାର ଶୁଣି ବିଶ୍ୱାସ କରିବେ I (ଦେଖ: /WA-Catalog/or_tw?section=kt#disciple ଏବଂ /WA-Catalog/or_tm?section=translate#figs-metaphor)

ପାପୀମାନେ

ଯେତେବେଳେ ଯୀଶୁଙ୍କ ସମୟର ଲୋକମାନେ “ପାପୀମାନଙ୍କ” ସମ୍ପର୍କରେ କହୁଥିଲେ, ସେମାନେ ସେହି ଲୋକମାନଙ୍କ ସମ୍ପର୍କରେ କହୁଥିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନ ଥିଲେ ଏବଂ ତା”ପରିବର୍ତ୍ତେ ଚୋରୀ କରିବା ଏବଂ ବ୍ୟଭିଚାର କରିବା ପରି ପାପଗୁଡିକ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀମାନଙ୍କୁ” ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି, ତାଙ୍କର କହିବାର ଅର୍ଥ ଥିଲା ଯେ କେବଳ ସେହି ଲୋକମାନେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ସେମାନେ ପାପୀ ଅଟନ୍ତି, ସେମାନେ ହିଁ ତାଙ୍କର ଶିଷ୍ୟ ହୋଇପାରିବେ I ଏହା ସତ୍ୟ ଅଟେ, ଯଦିଓ “ପାପୀମାନଙ୍କ” ସମ୍ପର୍କରେ ଅଧିକାଂଶ ଲୋକମାନେ ଯାହା ଭାବନ୍ତି ତାହା ସେମାନେ ନୁହନ୍ତି I(ଦେଖ: /WA-Catalog/or_tw?section=kt#sin)

ଉପବାସ କରିବା ଏବଂ ପର୍ବପାଳନ କରିବା

ଲୋକମାନେ ଉପବାସ ପାଳନ କରିବେ, କିମ୍ବା ଦୀର୍ଘ ସମୟ ଧରି ଖାଦ୍ୟ ଗ୍ରହଣ କରିବେ ନାହିଁ, ଯେତେବେଳେ ସେମାନେ ଦୁଃଖିତ ବା ଆପଣାମାନଙ୍କ ପାପ ହେତୁ ସେମାନେ ଦୁଃଖିତ ବୋଲି ଈଶ୍ୱରଙ୍କ ନିକଟରେ ଦେଖାନ୍ତି I ଯେତେବେଳେ ସେମାନେ ଆନନ୍ଦିତ, ଯେପରି ବିବାହଗୁଡିକରେ, ସେମାନେ ଭୋଜନ କରିବେ ବା ଭୋଜନ ସମୟରେ ପ୍ରଚୁର ଖାଦ୍ୟ ଗ୍ରହଣ କରିବେ I (ଦେଖ: /WA-Catalog/or_tw?section=other#fast)

ଏହି ଅଧ୍ୟାୟର ମହତ୍ତ୍ଵପୂର୍ଣ୍ଣ ଅଳଙ୍କାର

ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତି

ଯୀଶୁ ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିରେ ଫାରୂଶୀମାନଙ୍କୁ ଦୋଷାରୋପ କଲେ I ଏହି ଶାସ୍ତ୍ରାଂଶ “ଉତ୍ତମ ସ୍ୱାସ୍ଥ୍ୟବିଶିଷ୍ଟ ଲୋକମାନଙ୍କୁ” ଏବଂ “ଧାର୍ମିକ ଲୋକମାନଙ୍କୁ” ଅନ୍ତର୍ଭୂକ୍ତ କରେ I ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁଙ୍କୁ ଆବଶ୍ୟକ କରୁ ନ ଥିବା ଲୋକମାନେ ଅଛନ୍ତି I କେହି “ଧାର୍ମିକ ବ୍ୟକ୍ତି” ନାହାନ୍ତି,” ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ଆବଶ୍ୟକ କରନ୍ତି (ଦେଖ:/WA-Catalog/or_tm?section=translate#figs-hypo ଏବଂ [ଲୂକ 5:31-32] )

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

ଅନ୍ତର୍ନିହିତ ତଥ୍ୟଗୁଡିକ

ଏହି ଅଧ୍ୟାୟର ଅନେକ ଅଂଶଗୁଡିକରେ ଲେଖକ କେତେକେ ତଥ୍ୟକୁ ଅନ୍ତର୍ନିହିତ କରି ଛାଡି ଦେଇଛନ୍ତି ଯାହା ତାଙ୍କର ମୂଳ ପାଠକମାନେ ହୁଏତ ବୁଝିଥିବେ ଓ ଏହା ସମ୍ପର୍କରେ ଚିନ୍ତା କରିଥିବେ I ଆଧୂନିକ ପାଠକମାନେ ହୁଏତ ସେଥି ମଧ୍ୟରୁ କେତେକ ବିଷୟ ଜାଣି ନ ଥିବେ, ତେଣୁ ଲେଖକ ଯାହା ଜଣାଇଛନ୍ତି, ତାହା ହୁଏତ ସେମାନେ ବୁଝିବାରେ ଅସୁବିଧାର ସମ୍ମୁଖିନ ହୋଇଥିବେ I UST ଅନେକ ସମୟରେ ଦର୍ଶାଏ ଯେ କିପରି ସେହି ତଥ୍ୟକୁ ଉପସ୍ଥାପିତ କରାଯାଇ ପାରିବ ଯେପରି ଆଧୂନିକ ପାଠକମାନେ ସେହି ଶାସ୍ତ୍ରାଂଶଗୁଡିକ ବୁଝିବାରେ ସକ୍ଷମ ହେବେ I (ଦେଖ: /WA-Catalog/or_tm?section=translate#translate-unknown/WA-Catalog/or_tm?section=translate#figs-explicit)

ଅତୀତର ଘଟଣାସବୁ

ଏହି ଅଧ୍ୟାୟର କିଛି ଅଂଶ ଘଟଣାଗୁଡିକର ଅନୁକ୍ରମଗୁଡିକ ଅଟନ୍ତି ଯାହା ଆଗରୁ ଘଟି ସାରିଛି I ଏକ ପ୍ରଦତ୍ତ ଶାସ୍ତ୍ରାଂଶରେ, ବେଳେବେଳେ ଲୂକ ଲେଖନ୍ତି ସତେ ଯେପରି ଘଟଣାଗୁଡିକ ଆଗରୁ ଘଟି ସାରିଛି ଅଥଚ ଅନ୍ୟାନ୍ୟ ଘଟଣାଗୁଡିକ ଏପର୍ଯ୍ୟନ୍ତ ପ୍ରଗତିଶୀଳ ଅଟେ (ଯଦିଓ ସେହି ଘଟଣାଗୁଡିକ ସେ ଲେଖିବା ସମୟରେ ସମ୍ପୂର୍ଣ୍ଣ ହୋଇସାରିଛି) I ଏହା ଘଟଣାଗୁଡିକର ଏକ ଅଯୌକ୍ତିକ ଅନୁକ୍ରମ ସୃଷ୍ଟି କରି ଅନୁବାଦରେ ଅସୁବିଧା ସୃଷ୍ଟି କରିପାରେ I ଏହା ହୁଏତ ଆବଶ୍ୟକ ହେବ ଯେ ସତେ ଯେପରି ସମସ୍ତ ଘଟଣାଗୁଡିକ ଘଟିସାରିଛି ବୋଲି ଲେଖିବା ଦ୍ୱାରା ଏସବୁକୁ ନିରନ୍ତରତା ପ୍ରଦାନ କରିବେ I

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ ଲୂକ 5:24 ] ) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦେଇ ନ ପାରେ ସତେ ଯେପରି ସେମାନେ ଆଉ ଅନ୍ୟ କେହି ଜଣକ ବିଷୟରେ କହୁଥିଲେ (ଦେଖ: /WA-Catalog/or_tw?section=kt#sonofman ଏବଂ /WA-Catalog/or_tm?section=translate#figs-123person)

Luke 5:1

Connecting Statement:

ଯୀଶୁ ଗିନେସରତ୍ ହ୍ରଦରେ ଶିମୋନ ପିତରଙ୍କ ନୌକା ଉପରୁ ପ୍ରଚାର କରନ୍ତି I

Now it happened that

ଏଠାରେ ଏହି ପଦ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏହା କରିବା ନିମନ୍ତେ ଯଦି ତୁମ ଭାଷାର ଏକ ଶୈଳୀ ରହିଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: /WA-Catalog/or_tm?section=translate#writing-newevent )

listening to the word of God

ସାମ୍ଭାବ୍ୟ ଅର୍ଥଗୁଡିକ 1) “ସେମାନେ ଯେଉଁ ସମ୍ବାଦ ଶୁଣନ୍ତୁ ବୋଲି ଈଶ୍ୱର ଚାହାନ୍ତି ସେହି ସମ୍ବାଦ ଶୁଣିବା” ବା 2) ଈଶ୍ୱରଙ୍କ ସମ୍ପର୍କରେ ଯୀଶୁଙ୍କ ସମ୍ବାଦକୁ ଶୁଣିବା

the lake of Gennesaret

ଏହି ବାକ୍ୟଗୁଡିକ ଗାଲିଲୀ ସମୁଦ୍ର ବିଷୟରେ ଜଣାଏ I ହ୍ରଦର ପଶ୍ଚିମ ପାର୍ଶ୍ୱରେ ଗାଲିଲୀ ଅବସ୍ଥିତ, ଏବଂ ଗିନେସରତ୍ ଅଞ୍ଚଳ ହ୍ରଦର ପୂର୍ବ ପାର୍ଶ୍ୱରେ ରହିଛି, ତେଣୁ ଏହାକୁ ଉଭୟ ନାମରେ ନାମିତ କରାଯାଏ I କିଛି ଇଂରାଜୀ ଅନୁବାଦ ଏହାକୁ ଜଳସମୂହର ଉପଯୁକ୍ତ ନାମ ଭାବରେ ଅନୁବାଦ କରନ୍ତି, “ଗିନେସରତର ହ୍ରଦ I”

Luke 5:2

were washing their nets

ସେମାନେ ଆପଣାମାନଙ୍କ ମାଛଜାଲ ଧୋଉଥିଲେ ଯେପରି ସେଗୁଡିକୁ ମାଛ ଧରିବା ନିମନ୍ତେ ପୂନର୍ବାର ବ୍ୟବହାର କରିପାରିବେ I

Luke 5:3

one of the boats, which was Simon's

ନୌକାଟି ଶିମୋନଙ୍କର ଥିଲା

asked him to put it out a short distance from the land

କୂଳଠାରୁ କିଛି ଦୂର ଭିତରକୁ ନେବାକୁ ଶିମୋନଙ୍କୁ ଅନୁରୋଧ କଲେ

he sat down and taught the crowds

ଜଣେ ଶିକ୍ଷକଙ୍କ ପକ୍ଷରେ ବସିବା ଏକ ସାଧାରଣ ସ୍ଥିତି ଅଟେ I

taught the crowds from the boat

ସେ ନୌକାରେ ବସିଥିବା ଅବସ୍ଥାରେ ଲୋକମାନଙ୍କୁ ଶିକ୍ଷା ଦେଲେ I ଯୀଶୁ କୂଳଠାରୁ ଅଳ୍ପ ଦୂରରେ ନୌକାରେ ଥିଲେ ଏବଂ ସେ କୂଳରେ ଥିବା ଲୋକମାନଙ୍କ ପ୍ରତି କଥା କହୁଥିଲେ I

Luke 5:4

When he had finished speaking

ଯେତେବେଳେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ସମାପ୍ତ କଲେ

Luke 5:5

But at your word

ଯେହେତୁ ଆପଣ ମୋତେ ଏହା କରିବା ନିମନ୍ତେ କହିଲେ

Luke 5:7

they motioned

ସେମାନେ ଡାକିବା ନିମନ୍ତେ କୂଳଠାରୁ ବହୁ ଦୂରରେ ଥିଲେ, ତେଣୁ ସେମାନେ ଇଙ୍ଗିତ କଲେ, ହୁଏତ ସେମାନଙ୍କର ହାତ ହଲାଇଲେ I

they began to sink

ନୌକାଗୁଡିକ ବୁଡିବାକୁ ଆରମ୍ଭ କଲା I କାରଣଟିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ନୌକାଗୁଡିକ ବୁଡିବାକୁ ଆରମ୍ଭ କଲା, କାରଣ ମାଛଗୁଡିକ ବେଶୀ ଓଜନିଆ ଥିଲା” (ଦେଖ: /WA-Catalog/or_tm?section=translate#figs-explicit)

Luke 5:8

fell down at the knees of Jesus

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇ ପଡିଲେ ବା 2) “ଯୀଶୁଙ୍କ ପାଦ ତଳେ ନଇଁ ପଡିଲେ” 3) “ଯୀଶୁଙ୍କ ପାଦ ତଳେ ଭୂମିରେ ପଡି ଗଲେ I” ପିତର ଆକସ୍ମିକ ଭାବରେ ପଡିଗଲେ ନାହିଁ I” ସେ ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନର ଏକ ଚିହ୍ନ ସ୍ୱରୂପେ ଏହା କଲେ I (ଦେଖ: /WA-Catalog/or_tm?section=translate#translate-symaction )

a sinful man

ଏହି ସ୍ଥାନରେ “ମନୁଷ୍ୟ” ଶବ୍ଦର ଅର୍ଥ “ବୟୋଃପ୍ରାପ୍ତ ପୁରୁଷ” ଏବଂ ଏହା କୌଣସି ସର୍ବସାଧାରଣ “ମନୁଷ୍ୟ” ଅର୍ଥରେ ଲିଖିତ ନୁହେଁ I

Luke 5:9

the catch of fish

ବହୁ ସଂଖ୍ୟକ ମାଛ

Luke 5:10

partners with Simon

ତାଙ୍କର ମାଛ ବ୍ୟବସାୟରେ ପିତରଙ୍କ ଅଂଶୀଦାରମାନେ

you will be catching men

ମାଛ ଧରିବା ଚିତ୍ରକୁ ଏକ ରୂପକ ଭାବରେ ବ୍ୟବହାର କରାଯାଇଛି ଯାହା ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ନିମନ୍ତେ ଲୋକମାନଙ୍କୁ ସଂଗ୍ରହ କରିବା କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମେ ଲୋକମାନଙ୍କୁ ଧରିବାର କାର୍ଯ୍ୟ କରିବ” ବା ମୋ ନିମନ୍ତେ ତୁମେ ଲୋକମାନଙ୍କୁ ଏକତ୍ର କରିବ ବା “ମୋହର ଶିଷ୍ୟ ହେବା ନିମନ୍ତେ ତୁମେ ଲୋକମାନଙ୍କୁ ଆଣିବ” (ଦେଖ: /WA-Catalog/or_tm?section=translate#figs-metaphor)

Luke 5:12

Connecting Statement:

ନାମ ଉଲ୍ଲେଖ ହୋଇ ନ ଥିବା ଏକ ଭିନ୍ନ ନଗରରେ ଯୀଶୁ ଏକ କୁଷ୍ଠୀକୁ ସୁସ୍ଥ କଲେ I

It came about that

ଏହି ବାକ୍ୟାଂଶଟି କାହାଣୀରେ ଏକ ନୂତନ ଘଟଣାକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#writing-newevent )

a man full of leprosy

ଜଣେ ଲୋକ ସର୍ବାଙ୍ଗ କୁଷ୍ଠରେ ଆକ୍ରାନ୍ତ ଥିଲା I ଏହା କାହାଣୀରେ ଥିବା ଏକ ନୂତନ ଚରିତ୍ର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants )

he fell on his face

ଏହି ସ୍ଥାନରେ “ମୁହଁ ମାଡିପଡି” ପଦ ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ ଭୂମିଷ୍ଠ ହେବା I ବିକଳ୍ପ ଅନୁବାଦ: “ସେ ଆଣ୍ଠୋଇଲା ଏବଂ ଭୂମିକୁ ନିଜ ମୁହଁରେ ସ୍ପର୍ଶ କଲା” ବା “ସେ ଭୂଇଁରେ ନଇଁ ପଡିଲା” (ଦେଖ: /WA-Catalog/or_tm?section=translate#figs-idiom)

if you are willing

ଆପଣ ଯଦି ଇଚ୍ଛା କରନ୍ତି

you can make me clean

ଏହା ବୁଝାପଡେ ଯେ ତାକୁ ସୁସ୍ଥ କରିବା ନିମନ୍ତେ ସେ ଯୀଶୁଙ୍କୁ ନିବେଦନ କରୁଥିଲା I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନୁଗ୍ରହ କରି ମୋତେ ଶୁଚି କର କାରଣ ତୁମେ ସମର୍ଥ ଅଟ” (ଦେଖ: /WA-Catalog/or_tm?section=translate#figs-explicit )

make me clean

ଏହା ବିଧିଜନିତ ଶୁଚିକରଣକୁ ସୂଚାଏ, କିନ୍ତୁ ଏହା ବୁଝାପଡେ ଯେ ସେ କୁଷ୍ଠରୋଗ ହେତୁ ଅଶୁଚି ଅଟେ I ସେ ପ୍ରକୃତରେ ତାକୁ ତା’ର ରୋଗରୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ନିବେଦନ କରୁଛି I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ କୁଷ୍ଠରୋଗରୁ ସୁସ୍ଥ କର, ତାହାହେଲେ ମୁଁ ଶୁଚି ହେବି” (ଦେଖ :/WA-Catalog/or_tm?section=translate#figs-explicit )

Luke 5:13

Be clean

ଏହା ବିଧିଜନିତ ଶୁଚିକରଣକୁ ସୂଚାଏ, କିନ୍ତୁ ଏହା ବୁଝାପଡେ ଯେ ସେ କୁଷ୍ଠରୋଗ ହେତୁ ଅଶୁଚି ଅଟେ I ସେ ପ୍ରକୃତରେ ତାକୁ ତା’ର ରୋଗରୁ ସୁସ୍ଥ କରିବା ପାଇଁ ଯୀଶୁଙ୍କୁ ନିବେଦନ କରୁଛି I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ଶୁଚି ହୁଅ” (ଦେଖ :/WA-Catalog/or_tm?section=translate#figs-explicit)

the leprosy left him

ତାହାଠାରେ ଆଉ କୁଷ୍ଠରୋଗ ରହିଲା ନାହିଁ

Luke 5:14

to tell no one

ଏହାକୁ ଏକ ସିଧାସଳଖ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I “କାହାକୁ କୁହ ନାହିଁ” ସେଠାରେ ଅନ୍ତର୍ନିହିତ ତଥ୍ୟ ରହିଛି ଯାହାକୁ ସ୍ପଷ୍ଟ ଭାବରେ କହିହେବ (AT): “କାହାକୁ କୁହନାହିଁ ଯେ ତୁମେ ସୁସ୍ଥ ହୋଇଛ” (ଦେଖ: /WA-Catalog/or_tm?section=translate#figs-quotations ଏବଂ /WA-Catalog/or_tm?section=translate#figs-ellipsis)

offer a sacrifice for your cleansing

ବ୍ୟବସ୍ଥାରେ ଆବଶ୍ୟକ ଥିଲା ଯେ ଜଣେ ବ୍ୟକ୍ତି ସୁସ୍ଥ ହେବା ପରେ ଏକ ନିର୍ଦ୍ଧିଷ୍ଟ ବଳୀ ଉତ୍ସର୍ଗ କରିବ I ଏହା ସେହି ବ୍ୟକ୍ତିକୁ ବିଧି ଅନୁସାରେ ଶୁଚି ହେବା ନିମନ୍ତେ, ଏବଂ ଧର୍ମନୈତିକ ରୀତିନୀତିଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁମତି ଦେବ

for a testimony

ତୁମର ସୁସ୍ଥତାର ସାକ୍ଷ୍ୟ ଭାବରେ

to them

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯାଜକମାନଙ୍କ ନିକଟରେ” ବା 2) “ସମସ୍ତ ଲୋକମାନଙ୍କ ନିକଟରେ I”

Luke 5:15

the report about him

ଯୀଶୁଙ୍କ ବିଷୟକ କଥା I ଏହାର ଅର୍ଥ ହୁଏତ “କୁଷ୍ଠରୋଗରେ ଆକ୍ରାନ୍ତ ଜଣେ ଲୋକକୁ ଯୀଶୁ ସୁସ୍ଥ କରିବା ସମ୍ପର୍କରେ ବିବରଣ” ବା “ଯୀଶୁ ଲୋକମାନଙ୍କୁ ସୁସ୍ଥ କରିବା ସମ୍ପର୍କରେ ବିବରଣ I”

the report about him spread even farther

ତାଙ୍କ ବିଷୟରେ ବିବରଣୀ ଆହୁରି ଅଧିକ ବ୍ୟାପୀ ଗଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଅନ୍ୟ ସ୍ଥାନଗୁଡିକରେ ତାଙ୍କ ସମ୍ପର୍କୀୟ ବିବରଣୀ କହିବାକୁ ଲାଗିଲେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 5:16

the deserted places

ନିର୍ଜ୍ଜନ ସ୍ଥାନମାନଙ୍କରେ ବା “ଯେଉଁ ସ୍ଥାନମାନଙ୍କରେ ଅନ୍ୟ କୋଣସି ଲୋକମାନେ ନାହାନ୍ତି I

Luke 5:17

Connecting Statement:

ଦିନେ ଯେତେବେଳେ ଯୀଶୁ ଗୋଟିଏ ଗୃହରେ ଶିକ୍ଷା ଦେଉଥିଲେ, କିଛି ଲୋକ ଯୀଶୁଙ୍କ ନିକଟକୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ନିମନ୍ତେ ଆଣିଲେ I

it came about

ଏହି ବାକ୍ୟାଂଶଟି କାହାଣୀରେ ଏକ ନୂତନ ଘଟଣାକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#writing-newevent )

Luke 5:18

Now there were some men

କାହାଣୀରେ ଏମାନେ ନୂତନ ବ୍ୟକ୍ତିମାନେ I ତୁମର ଭାଷାରେ ହୁଏତ ଏମାନେ ନୂତନ ବ୍ୟକ୍ତିମାନେ ବୋଲି ଦର୍ଶାଇବା ନିମନ୍ତେ ଏକ ଶୈଳୀ ଥାଇପାରେ I (ଦେଖ: /WA-Catalog/or_tm?section=translate#writing-participants )

a mat

ଶୟନ କରିବା ନିମନ୍ତେ ପ୍ୟାଡ଼ ବା ଶଯ୍ୟା ବା ଷ୍ଟ୍ରେଚର

was paralyzed

ନିଜେ ଆପେ ହଲଚଲ ହୋଇପାରୁ ନ ଥିଲା

Luke 5:19

When they could not find a way to bring him in because of the crowd

କେତେକ ଭାଷାରେ ଏହା ପୂନଃ-ବିନ୍ୟାସ କରିବା ହୁଏତ ଅଧିକ ସ୍ୱାଭାବିକ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ଲୋକମାନଙ୍କ ଭିଡ ହେତୁ ସେହି ଲୋକକୁ ଭିତରକୁ ଆଣିବାକୁ ସେମାନେ ବାଟ ପାଇପାରିଲେ ନାହିଁ I ତେଣୁ”

because of the crowd

ଏହା ସ୍ପଷ୍ଟ ଯେ ସେମାନେ ଲୋକଟିକୁ ଭିତରକୁ ଆଣି ନ ପାରିବା କାରଣ ଏହି ଯେ ପ୍ରବଳ ଭିଡ ହେତୁ ସେମାନଙ୍କ ନିମନ୍ତେ କିଛି ଜାଗା ନ ଥିଲା I (ଦେଖ: /WA-Catalog/or_tm?section=translate#figs-ellipsis )

they went up to the housetop

ଗୃହଗୁଡିକର ଛାତସବୁ ସମତଳ ଥିଲା, ଏବଂ କିଛି ଗୃହମାନଙ୍କର ଶିଢ଼ୀ ବା ବାହାରେ ପାହାଚ ଥିଲା ଯେପରି ସହଜରେ ଉପରକୁ ଯାଇହେବ I ଏହା ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ସେମାନେ ଗୃହର ସମତଳ ଛାତ ଉପରକୁ ଗଲେ” (ଦେଖ: /WA-Catalog/or_tm?section=translate#figs-explicit )

in front of Jesus

ସିଧାସଳଖ ଯୀଶୁଙ୍କ ସମ୍ମୁଖରେ ବା “ତୁରନ୍ତ ଯୀଶୁଙ୍କ ସମ୍ମୁଖରେ”

Luke 5:20

Seeing their faith, he said

ଏହା ବୁଝାପଡେ ଯେ ସେମାନେ ବିଶ୍ୱାସ କଲେ ଯେ ଯୀଶୁ ସେହି ପକ୍ଷାଘାତ ରୋଗୀକୁ ସୁସ୍ଥ କରିପାରିବେ I ଏହାକୁ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ଯୀଶୁ ଧାରଣା ପୋଷଣ କଲେ ଯେ ସେ ଯେ ପକ୍ଷାଘାତ ରୋଗୀକୁ ସୁସ୍ଥ କରିପାରିବେ ଏହା ସେମାନେ ବିଶ୍ୱାସ କରିଛନ୍ତି, ସେ ତାହାକୁ କହିଲେ” (ଦେଖ: /WA-Catalog/or_tm?section=translate#figs-ellipsis )

Man

ଏହା ଏକ ସର୍ବସାଧାରଣ ଶବ୍ଦ ଯାହା ଲୋକମାନେ ବ୍ୟବହାର କରନ୍ତି ଯେତେବେଳେ ସେମାନେ ଜଣେ ଲୋକ ସହିତ କଥାବାର୍ତ୍ତା କରନ୍ତି ଓ ଯାହାର ନାମ ସେମାନେ ଜାଣି ନ ଥାନ୍ତି I ଏହ ରୁକ୍ଷ ନ ଥିଲା, କିନ୍ତୁ ଏହା ମଧ୍ୟ ବିଶେଷ ସମ୍ମାନ ପ୍ରଦର୍ଶନ କରି ନ ଥିଲା I କେତେକ ଭାଷା ହୁଏତ “ବନ୍ଧୁ” ବା “ମହାଶୟ” ଭଳି ଏକ ଶବ୍ଦ ବ୍ୟବହାର କରନ୍ତି I

your sins are forgiven you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ କ୍ଷମା ପାଇଲ” ବା “ମୁଁ ତୁମର ପାପସବୁ କ୍ଷମା କରୁଛି” (ଦେଖ: /WA-Catalog/or_tm?section=translate#figs-activepassive)

Luke 5:21

to question this

ଏହା ଆଲୋଚନା କର ବା “ଏ ସମ୍ପର୍କରେ ଯୁକ୍ତିତର୍କ କର I” ସେମାନେ ଯାହା ପ୍ରଶ୍ନ କଲେ ତାହା ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆଲୋଚନା କର ଯେ ପାପସବୁ କ୍ଷମା କରିବା ନିମନ୍ତେ ଯୀଶୁଙ୍କର ଅଧିକାର ଅଛି ନା ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis )

Who is this who speaks blasphemies?

ଏହି ପ୍ରଶ୍ନ ଦର୍ଶାଏ ଯେ ଯୀଶୁ ଯାହା କହିଲେ ତାହା ପ୍ରତି କିପରି ସେମାନେ ଚମତ୍କୃତ ଓ କ୍ରୋଧାନ୍ୱିତ ହେଲେ I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରେ I ବିକଳ୍ପ ଅନୁବାଦ: “ଏହି ଲୋକ ଈଶ୍ୱରନିନ୍ଦା କରୁଛି !” କିମ୍ବା “ସେ ତାହା କହିବା ଦ୍ୱାରା ଈଶ୍ୱରନିନ୍ଦା କରୁଛି !” (ଦେଖ: /WA-Catalog/or_tm?section=translate#figs-rquestion )

Who can forgive sins but God alone?

ସୂଚିତ ତଥ୍ୟ ଏହି ଯେ ଯଦି କେହି ପାପକ୍ଷମା କରିବା ଦାବୀ କରେ, ତେବେ ସେ କୁହେ ଯେ ସେ ଈଶ୍ୱର ଅଟେ I ଏହାକୁ ଏକ ସ୍ପଷ୍ଟ ଉକ୍ତି ଭାବରେ ଲେଖା ଯାଇପାରେ I ବିକଳ୍ପ ଅନୁବାଦ: “କେବଳ ଈଶ୍ୱରଙ୍କ ବିନା କେହି ପାପ କ୍ଷମା କରି ପାରିବେ ନାହିଁ !” କିମ୍ବା “କେବଳ ଈଶ୍ୱର ହିଁ ପାପସବୁ କ୍ଷମା କରିପାରନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-explicit )

Luke 5:22

knowing their thoughts

ଏହି ବାକ୍ୟାଂଶ ସୂଚାଏ ଯେ ସେମାନେ ନିରବରେ ତର୍କ କରୁଥିଲେ, ଯେପରି ସେମାନେ ଯାହା ଚିନ୍ତା କରୁଥିଲେ, ତାହା ଯୀଶୁ ଶୁଣିବା ଦ୍ବାରା ନୁହେଁ ମାତ୍ର ହୃଦୟରେ ଜ୍ଞାତ ହେଲେ I

Why are you questioning this in your hearts?

ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣାମାନଙ୍କ ମନରେ ଏସମ୍ପର୍କରେ ତର୍କବିତର୍କ କରିବା ଉଚିତ ନୁହେଁ I” ବା “ତୁମ୍ଭେମାନେ ସନ୍ଦେହ କରିବା ଉଚିତ ନୁହେଁ ଯେ ପାପସବୁ କ୍ଷମା କରିବାକୁ ମୋ’ର ଅଧିକାର ଅଛି I” (ଦେଖ: /WA-Catalog/or_tm?section=translate#figs-rquestion )

in your hearts

ଏହି ସ୍ଥାନରେ “ହୃଦୟ ବା ମନ” ଲୋକମାନଙ୍କ ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵର ଏକ ଲକ୍ଷଣସୂଚକ ଶବ୍ଦ ଅଟେ I (ଦେଖ: /WA-Catalog/or_tm?section=translate#figs-metonymy )

Luke 5:23

Which is easier to say ... walk?

ସେ ପ୍ରକୃତରେ ପାପ କ୍ଷମା କରିପାରିବେ ନା ନାହିଁ ତାହା କିପରି ପ୍ରମାଣିତ ହୋଇପାରିବ ସେ ବିଷୟରେ ଶାସ୍ତ୍ରୀମାନେ ଯେପରି ଚିନ୍ତା କରିବେ ସେଥି ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରିଛନ୍ତି I ବିକଳ୍ପ ଅନୁବାଦ: “ମୁଁ କେବଳ କହିଲି ‘ତୁମର ପାପସବୁ କ୍ଷମା ହେଲା I” ତୁମେ ହୁଏତ ଭାବିପାର ଯେ ‘ଉଠ ଏବଂ ଚାଲ’ କହିବା କଷ୍ଟକର ଅଟେ କାରଣ ଲୋକଟିକୁ ମୁଁ ସୁସ୍ଥ କରିପାରିବି ନା ନାହିଁ, ତାହାର ପ୍ରମାଣ ସେ ଉଠିବା ଓ ଚାଲିବା ଦ୍ୱାରା ଦର୍ଶାଇବ” ବା “ତୁମେ ହୁଏତ ଭାବୁଥିବ ଯେ ‘ଉଠ ଓ ଚାଲ’ ବୋଲି କହିବା ଅପେକ୍ଷା ‘ତୁମ ପାପସବୁ କ୍ଷମା ହେଲା’ କହିବା ସହଜତର ଅଟେ I’” (ଦେଖ: /WA-Catalog/or_tm?section=translate#figs-rquestion)

easier to say

ଅକଥିତ ସୂଚିତ ବିଷୟ ଏହା ଯେ ଗୋଟିଏ କଥା “କହିବା ସହଜତର କାରଣ କେହି ଜାଣି ପାରିବେ ନାହିଁ ଯେ କ’ଣ ଘଟିଲା,” କିନ୍ତୁ ଅନ୍ୟ ବିଷୟ ଏହି ଯେ “କହିବା କଷ୍ଟକର, କାରଣ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ କ’ଣ ଘଟିଲା I” ଲୋକମାନେ ଦେଖିପାରିଲେ ନାହିଁ ଯେ ଲୋକର ପାପସବୁ କ୍ଷମା ହୋଇଛି, କିନ୍ତୁ ଯଦି ସେ ଉଠିବ ଓ ଚାଲିବ ସେମାନେ ସମସ୍ତେ ଜାଣିବେ ଯେ ସେ ସୁସ୍ଥ ହୋଇଛି I (ଦେଖ: /WA-Catalog/or_tm?section=translate#figs-ellipsis )

Luke 5:24

you may know

ଯୀଶୁ ଫାରୂଶୀ ଏବଂ ଶାସ୍ତ୍ରୀମାନଙ୍କୁ କଥା କହୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I (ଦେଖ: /WA-Catalog/or_tm?section=translate#figs-you )

the Son of Man

ଯୀଶୁ ନିଜ ବିଷୟରେ କହୁଛନ୍ତି I

I tell you

ଯୀଶୁ ଏହା ପକ୍ଷାଘାତ ରୋଗୀକୁ କହୁଥିଲେ I “ତୁମେ” ଶବ୍ଦଟି ଏକବଚନ ଅଟେ I

Luke 5:25

Immediately he got up

ସେ ତତକ୍ଷଣାତ୍ ଉଠିଲା ବା “ସେ ସେହି ମୁହୂର୍ତ୍ତରେ ଉଠିଲା”

he got up

ଏହାକୁ ସ୍ପଷ୍ଟ ଭାବରେ କହିବା ହୁଏତ ସହାୟକ ହେବ ଯେ ସେ ସୁସ୍ଥ ହେଲା I ବିକଳ୍ପ ଅନୁବାଦ: “ଲୋକଟି ସୁସ୍ଥ ହେଲା ! ସେ ଉଠିଲା”

Luke 5:26

were filled with fear

ଅତ୍ୟନ୍ତ ଭୀତ ହେଲେ ବା “ଭୟରେ ପୂର୍ଣ୍ଣ ହେଲେ”

extraordinary things

ଆଶ୍ଚର୍ଯ୍ୟଜନକ ବିଷୟଗୁଡିକ ବା “ଅଦ୍ଭୂତ ଘଟଣା”

Luke 5:27

Connecting Statement:

ଯେତେବେଳେ ଯୀଶୁ ସେହି ଗୃହ ପରିତ୍ୟାଗ କଲେ, ଯିହୂଦୀ କର- ଆଦାୟକାରୀ ଲେବୀଙ୍କୁ ତାଙ୍କର ଅନୁଗମନ କରିବା ନିମନ୍ତେ ଆହ୍ୱାନ କଲେ I ଲେବୀ ତାଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ବଡ ଭୋଜିରେ ଯୀଶୁ ଯୋଗ ଦେବା ଦ୍ବାରା ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ ବିରକ୍ତ କଲେ I

After these things happened

“ଏଥିଉତ୍ତାରେ” ବାକ୍ୟାଂଶ ପୂର୍ବବର୍ତ୍ତୀ ପଦଗୁଡିକରେ ଘଟିଥିବା ବିଷୟକୁ ସୂଚାଏ I ଏହା ଏକ ନୂତନ ଘଟଣାକୁ ଇଙ୍ଗିତ କରେ I (ଦେଖ: /WA-Catalog/or_tm?section=translate#writing-newevent )

saw a tax collector

ଜଣେ କରଆଦାୟକାରୀଙ୍କୁ ମନଯୋଗ ସହିତ ଦେଖିଲେ ବା “ଜଣେ କରଆଦାୟକାରୀଙ୍କୁ ଯତ୍ନ ସହକାରେ ଦେଖିଲେ”

Follow me

ଜଣକର “ଅନୁଗମନ” କରିବା ଅର୍ଥ ସେହି ବ୍ୟକ୍ତିଙ୍କର ଶିଷ୍ୟ ହେବା ଅଟେ I ବିକଳ୍ପ ଅନୁବାଦ: “ମୋର ଶିଷ୍ୟ ହୁଅ” ବା “ଆସ, ମୋତେ ତୁମର ଶିକ୍ଷକ ଭାବରେ ଗ୍ରହଣ କରି ମୋର ଅନୁଗମନ କର” (ଦେଖ: /WA-Catalog/or_tm?section=translate#figs-idiom )

Luke 5:28

leaving everything behind

ଜଣେ କରଆଦାୟକାରୀ ଭାବରେ ତାଙ୍କର କାର୍ଯ୍ୟ ପରିତ୍ୟାଗ କଲେ

Luke 5:29

Connecting Statement:

ଭୋଜନ କରିବା ବେଳେ ଯୀଶୁ ଫାରୂଶୀ ଓ ଶାସ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କଲେ

in his house

ଲେବୀଙ୍କ ଘରେ

reclining at the table

ଗୋଟିଏ ଭୋଜିରେ ଗ୍ରୀକ୍ ଢ଼ଙ୍ଗରେ ଭୋଜନ କରିବା ବେଳେ ଗୋଟିଏ ଗଦିରେ ଶାୟିତ ହେବା ଓ କିଛି ତକିଆ ଉପରେ ବାମ ହାତରେ ଆଉଜି ପଡିବା ଅଟେ I ବିକଳ୍ପ ଅନୁବାଦ: “ଏକତ୍ର ଭୋଜନ କରିବା” ବା “ମେଜରେ ଭୋଜନ କରିବା” (ଦେଖ: /WA-Catalog/or_tm?section=translate#figs-explicit )

Luke 5:30

to his disciples

ଯୀଶୁଙ୍କର ଶିଷ୍ୟମାନଙ୍କ ପ୍ରତି

Why do you eat ... sinners?

ଯୀଶୁଙ୍କ ଶିଷ୍ୟମାନେ ପାପୀମାନଙ୍କ ସହିତ ଭୋଜନ କରିବା ବିଷୟକୁ ଫାରୂଶୀ ଓ ଶାସ୍ତ୍ରୀମାନେ ଅନୁମୋଦନ ନ କରିବା ବିଷୟ ପ୍ରକାଶ କରି ଏହି ପ୍ରଶ୍ନ ପଚାରିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପୀମାନଙ୍କ ସହିତ ଭୋଜନ କରିବା ଉଚିତ ନୁହେଁ !” (ଦେଖ: /WA-Catalog/or_tm?section=translate#figs-rquestion )

sinners

ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କଲେ ନାହିଁ ମାତ୍ର ତାହାସବୁ କଲେ ଯାହା ଅନ୍ୟମାନେ ଅତି ମନ୍ଦ ପାପ ବୋଲି ଭାବୁଥିଲେ

you eat and drink with ... sinners

ଫାରୂଶୀ ଓ ଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ଯେଉଁ ଲୋକମାନଙ୍କୁ ପାପୀ ବୋଲି ଗଣନା କରନ୍ତି, ଧାର୍ମିକ ଲୋକମାନେ ସେମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ ରଖିବା ଉଚିତ I “ତୁମ୍ଭେମାନେ” ଶବ୍ଦ ବହୁବଚନରେ ରହିଛି I (ଦେଖ: /WA-Catalog/or_tm?section=translate#figs-explicit )

Luke 5:31

People who are well ... those who are sick

ଯୀଶୁ ଏହି ପ୍ରବାଦ ବ୍ୟବହାର କରି ସେମାନଙ୍କୁ କହିବା ଆରମ୍ଭ କରନ୍ତି ଯେ ସେ ମନପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରନ୍ତି ଠିକ ଯେପରି ଜଣେ ବୈଦ୍ୟ ସୁସ୍ଥ ହେବା ନିମନ୍ତେ ଅସୁସ୍ଥ ଲୋକମାନଙ୍କୁ ଆହ୍ୱାନ କରିଥାନ୍ତି I (ଦେଖ: /WA-Catalog/or_tm?section=translate#writing-proverbs )

a physician

ବୈଦ୍ୟ

but those who are sick

ଯେଉଁ ଶବ୍ଦଗୁଡିକ ହଟାଇ ଦିଆଯାଇଛି ସେସବୁ ଯୋଗାଇ ଦେବାକୁ ତୁମେ ଆବଶ୍ୟକକରିପାର I ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ଅସୁସ୍ଥ ସେମାନେ ଜଣେ ବୈଦ୍ୟର ପ୍ରୟୋଜନ କରନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis )

Luke 5:32

I did not come to call the righteous, but sinners to repentance

ଯେ କେହି ଯୀଶୁଙ୍କ ଅନୁଗମନ କରିବାକୁ ଚାହେଁ ସେ ନିଜକୁ ଜଣେ ଧାର୍ମିକ ବୋଲି ନ ଭାବି ଜଣେ ପାପୀ ବୋଲି ଭାବିବା ଆବଶ୍ୟକ I

the righteous

ଏହି ନାମଧାରୀ ବିଶେଷଣକୁ ଏକ ବିଶେଷ୍ୟ ବାକ୍ୟାଂଶ ଭଳି ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-nominaladj)

Luke 5:33

They said to him

ଧାର୍ମିକ ନେତାମାନେ ଯୀଶୁଙ୍କୁ କହିଲେ

Luke 5:34

Can anyone make ... with them?

ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେପରି ଲୋକମାନେ ଗୋଟିଏ ପରିସ୍ଥିତି ସମ୍ପର୍କରେ ଭାବିବେ ଯାହା ସେମାନେ ଆଗରୁ ଜାଣିଛନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରେ I ବିକଳ୍ପ ଅନୁବାଦ: “ବର ସଙ୍ଗରେ ଥିବା ବେଳେ କେହି ବରଯାତ୍ରୀମାନଙ୍କୁ ଉପବାସ କରିବାକୁ କୁହେ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion )

wedding attendants

ଅତିଥିମାନେ ବା “ବନ୍ଧୁମାନେ I” ଯେଉଁ ବ୍ୟକ୍ତି ବିବାହ କରିବାକୁ ଯାଉଛନ୍ତି, ଏହି ବନ୍ଧୁଗଣ ତାଙ୍କ ସହିତ ଉତ୍ସବ ପାଳନ କରନ୍ତି I

the wedding attendants ... fast

ଉପବାସ ଦୁଃଖର ଏକ ଚିହ୍ନ ଅଟେ I ଧାର୍ମିକ ନେତାମାନେ ବୁଝିଲେ ଯେ ବରଯାତ୍ରୀମାନେ ସେମାନଙ୍କ ସହିତରେ ବର ଥିବା ବେଳେ ଉପବାସ କରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-explicit )

Luke 5:35

But the days will indeed come when

ଶୀଘ୍ର ବା “ଦିନେ”

the bridegroom will be taken away from them

ଯୀଶୁ ନିଜକୁ ବର ସହିତ ଏବଂ ଶିଷ୍ୟମାନଙ୍କୁ ବରଯାତ୍ରୀମାନଙ୍କ ସହିତ ତୁଳନା କରୁଛନ୍ତି I ସେ ଏହି ରୂପକକୁ ବ୍ୟାଖ୍ୟା କରୁନାହାନ୍ତି, ତେଣୁ ଯଦି ଆବଶ୍ୟକ, ଅନୁବାଦଟି ଏହାର ବ୍ୟାଖ୍ୟା କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-metaphor )

Luke 5:36

General Information:

ଯୀଶୁ ଲେବୀଙ୍କ ଘରେ ଥିବା ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଏକ କାହାଣୀ କହନ୍ତି I (ଦେଖ: /WA-Catalog/or_tm?section=translate#figs-parables )

No one, having torn ... sews it onto ... he did that ... he would tear

କେହି ଛିଣ୍ଡାନ୍ତି ନାହିଁ...ଏହାକୁ ବ୍ୟବହାର କରନ୍ତି ...ସେ ... ସେ ବା “ଲୋକମାନେ କଦାପି ଚିରନ୍ତି ନାହିଁ... ...ଏହାକୁ ବ୍ୟବହାର କରନ୍ତି... ସେମାନେ...ସେମାନେ”

sews it

ମରାମତି କରିବା

If he did that

ପ୍ରାକ୍-କଳ୍ପିତ ଏହି ଉକ୍ତିଟି କାରଣକୁ ବୁଝାଏ ଯେ କାହିଁକି ଜଣେ ବ୍ୟକ୍ତି ସେହି ପ୍ରକାରେ ଏକ ଲୁଗାକୁ ମରାମତି କରେ ନାହିଁ I (ଦେଖ: /WA-Catalog/or_tm?section=translate#figs-hypo )

will not match

ମେଳ ଖାଇବ ନାହିଁ ବା “ଠିକ ସେହି ସମାନ ଭଳି ହେବ ନାହିଁ”

Luke 5:37

new wine

ଦ୍ରାକ୍ଷାରସ I ଏହା ଏପର୍ଯ୍ୟନ୍ତ ଅମ୍ଲିକୃତ ହୋଇ ନ ଥିବା ଦ୍ରାକ୍ଷାରସକୁ ସୂଚାଏ I

wineskins

ଏହି କୁମ୍ଫାଗୁଡିକ ପଶୁ ଚମଡାରେ ନିର୍ମିତ ହେଉଥିଲା I ସେଗୁଡିକୁ ମଧ୍ୟ “ଦ୍ରାକ୍ଷାରସ କୁମ୍ଫାଗୁଡିକ” ବା “ପଶୁଚର୍ମରେ ନିର୍ମିତ କୁମ୍ଫାଗୁଡିକ ବୋଲି କୁହାଯାଇପାରିବ I

the new wine would burst the wineskins

ଯେତେବେଳେ ନୂତନ ଦ୍ରାକ୍ଷାରସ ଅମ୍ଲିକୃତ ହୁଏ ଏବଂ ପ୍ରସାରିତ ହୁଏ, ଏହା ପୁରୁଣା କୁମ୍ଫାଗୁଡିକୁ ଫଟାଇ ଦିଏ, କାରଣ ସେଗୁଡିକ ଆଉ ପ୍ରସାରିତ ହୋଇପାରନ୍ତି ନାହିଁ I ଯୀଶୁଙ୍କ ଶ୍ରୋତାମାନେ ଦ୍ରାକ୍ଷାରସର ଅମ୍ଲିକରଣ ଓ ପ୍ରସାରଣ ସମ୍ପର୍କୀୟ ତଥ୍ୟକୁ ବୁଝିଥିବେ I (ଦେଖ: /WA-Catalog/or_tm?section=translate#figs-explicit )

it will be spilled out

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଦ୍ରାକ୍ଷାରସ କୁମ୍ଫାଗୁଡିକ ମଧ୍ୟରୁ ଉଚ୍ଛୁଳି ବାହାରି ଆସିବ” (ଦେଖ: /WA-Catalog/or_tm?section=translate#figs-activepassive )

Luke 5:38

fresh wineskins

“ନୂତନ ଦ୍ରାକ୍ଷାରସ କୁମ୍ଫାଗୁଡିକ” ବା “ନୂତନ ଦ୍ରାକ୍ଷାରସ ଥଳିଗୁଡିକ I” ଏହା ଅବ୍ୟବହୃତ ନୂତନ ଦ୍ରାକ୍ଷାରସ କୁମ୍ଫାଗୁଡିକୁ ସୂଚାଇଥାଏ I

Luke 5:39

after drinking old wine wants the new

ଏହି ରୂପକ ଧାର୍ମିକ ନେତାମାନଙ୍କର ପୁରାତନ ଶିକ୍ଷା ବିରୁଦ୍ଧରେ ଯୀଶୁଙ୍କର ନୂତନ ଶିକ୍ଷାର ବିରୋଧାତ୍ମକ କଥା କୁହେ I ତାତ୍ପର୍ଯ୍ୟ ଏହି ଯେ ଯେଉଁ ଲୋକମାନେ ପୁରାତନ ଶିକ୍ଷା ସହିତ ଜଡିତ ଥିଲେ ସେମାନେ ଯୀଶୁ କହୁଥିବା ନୂତନ ଶିକ୍ଷାକୁ ଶୁଣିବା ନିମନ୍ତେ ଇଚ୍ଛୁକ ନ ଥିଲେ I (ଦେଖ: /WA-Catalog/or_tm?section=translate#figs-metaphor )

for he says, 'The old is better.'

ଏହା ଯୋଗ କରିବା ହୁଏତ ସହାୟକ ହେବ: “ଏବଂ ସେଥିପାଇଁ ସେ ନୂତନ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରୁ ନ ଥିଲେ I(ଦେଖ: /WA-Catalog/or_tm?section=translate#figs-explicit)