Luke 11

ଲୂକ 11 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି## 11:2-4 ରେ ଥିବା ଧାଡିଗୁଡିକୁ UST ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରେ, କାରଣ ସେଗୁଡିକ ବିଶେଷ ପ୍ରାର୍ଥନା ଅଟେ I

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ପ୍ରଭୁଙ୍କ ପ୍ରାର୍ଥନା

ଯେତେବେଳେ ଯୀଶୁଙ୍କ ଅନୁଗାମୀମାନେ କିପରି ପ୍ରାର୍ଥନା କରିବାକୁ ହେବ ତାହା ଶିଖାଇବା ନିମନ୍ତେ ଅନୁରୋଧ କଲେ, ସେ ସେମାନଙ୍କୁଏହି ପ୍ରାର୍ଥନା ଶିଖାଇଲେ I ସେମାନେ ପ୍ରାର୍ଥନା କଲାବେଳେ ସେହି ସମାନ ଶବ୍ଦଗୁଡିକ ବ୍ୟବହାର କରିବା ପାଇଁ ସେ ସେମାନଙ୍କଠାରୁ ଅପେକ୍ଷା କରୁ ନ ଥିଲେ, କିନ୍ତୁ ସେମାନେ ଅବଶ୍ୟ ଜାଣନ୍ତୁ ବୋଲି ସେ ଇଚ୍ଛା କଲେ ଯେ ପ୍ରାର୍ଥନା କରିବା ବିଷୟରେ ଈଶ୍ୱର କ’ଣ ଚାହାଁନ୍ତି I

ଯୂନସ

ଯୂନସ ଜଣେ ପୁରାତନ ନିୟମର ଭାବବାଦୀ ଥିଲେ ଯିଏ ବିଜାତୀୟ ନଗରୀ ନୀନିବୀକୁ ମନ ପରିବର୍ତ୍ତନ କରିବାକୁ ସେମାନଙ୍କୁ କହିବା ନିମନ୍ତେ ପ୍ରେରିତ ହେଲେ I ସେମାନଙ୍କୁ ଯେତେବେଳେ ସେ ମନ ପରିବର୍ତ୍ତନ କରିବାକୁ କହିଲେ, ସେମାନେ ମନ ପରିବର୍ତ୍ତନ କଲେ I (ଦେଖ: /WA-Catalog/or_tw?section=kt#prophet/WA-Catalog/or_tw?section=kt#sin)

ଆଲୋକ ଓ ଅନ୍ଧକାର

ବାଇବଲ ଅନେକ ସମୟରେ ଅଧାର୍ମିକ ଲୋକମାନଙ୍କ ବିଷୟରେ କୁହେ, ଯେଉଁ ଲୋକମାନେ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସତେ ଯେପରି ସେମାନେ ଅନ୍ଧକାରରେ ଚାରିଆଡେ ବୁଲୁଛନ୍ତି I ଏହା ଆଲୋକ ସମ୍ପର୍କରେ କୁହେ ସତେ ଯେପରି ଏହା ହିଁ ପାପପୂର୍ଣ୍ଣ ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରିଥାଏ, ପୁଣି ସେମାନେ ଯାହା କରୁଛନ୍ତି ତାହା ମନ୍ଦ ଅଟେ ବୋଲି ବୁଝି ଈଶ୍ୱରଙ୍କ ଆଜ୍ଞାବହ ହେବା ନିମନ୍ତେ ସକ୍ଷମ କରିଥାଏ I (ଦେଖ: /WA-Catalog/or_tw?section=kt#repent)

ପରିଷ୍କାର କରିବା

ଫାରୂଶୀମାନେ ଆପଣାମାନଙ୍କୁ ଓ ଭୋଜନପାତ୍ରକୁ ଧୌତ କରୁଥିଲେ I ସେମାନେ ଏପରିକି ଅସନା ହୋଇ ନ ଥିବା ଜିନିଷକୁ ମଧ୍ୟ ପରିଷ୍କାର କରୁଥିଲେ I ଏହି ସମସ୍ତ ବିଷୟକୁ ଧୋଇବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା କହି ନ ଥିଲା, କିନ୍ତୁ ତଥାପି ସେମାନେ ତାହା ପରିଷ୍କାର କରୁଥିଲେ I ଏହାର କାରଣ ଯେ ସେମାନେ ଭାବୁଥିଲେ ଯଦି ସେମାନେ ଉଭୟ ଈଶ୍ୱର କରିଥିବା ନୀତି ନିୟମଗୁଡିକୁ ଓ ଈଶ୍ୱର କରି ନ ଥିବା ନୀତି ନିୟମଗୁଡିକୁ ପାଳନ କରିବେ, ଈଶ୍ୱର ଭାବିବେ ଯେ ସେମାନେ ଉତ୍କୃଷ୍ଟତର ଲୋକ ଅଟନ୍ତି I (ଦେଖ: /WA-Catalog/or_tw?section=kt#righteous ଏବଂ /WA-Catalog/or_tw?section=kt#lawofmoses)

Luke 11:1

General Information:

ଏହା କାହାଣୀର ପରବର୍ତ୍ତୀ ଅଂଶର ଆରମ୍ଭ ଅଟେ I ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଶିକ୍ଷା ଦେଲେ I

Now it happened that

କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ଏହି ବାକ୍ୟାଂଶ ଏଠାରେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ଅଛି, ତୁମେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: /WA-Catalog/or_tm?section=translate#writing-newevent)

when Jesus was praying ... one

ଏହା ବ୍ୟକ୍ତ କରିବା ଅଧିକ ସ୍ୱାଭାବିକ ଯେ ଶିଷ୍ୟମାନେ ପ୍ରଶ୍ନ ପଚାରିବା ପୂର୍ବରୁ ଯୀଶୁ ପ୍ରାର୍ଥନା କରିବା ସମାପ୍ତ କଲେ I ବିକଳ୍ପ ଅନୁବାଦ: “ଯୀଶୁ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ I ଯେତେବେଳେ ସେ ପ୍ରାର୍ଥନା କରିବା ସମାପ୍ତ କଲେ, ଜଣେ”

Luke 11:2

So he said to them

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ

Father

ପିତା ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବା ସମୟରେ ତାଙ୍କୁ “ପିତା” ବୋଲି ସମ୍ବୋଧନ କରିବା ଦ୍ୱାରା ତାଙ୍କୁ ସମ୍ମାନିତ କରିବା ପାଇଁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଆଜ୍ଞା ଦିଅନ୍ତି I ଏହା ଈଶ୍ୱରଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

may your name be honored as holy

ତୁମ୍ଭର ନାମକୁ ମାନ୍ୟ କରିବା ନିମନ୍ତେ ପ୍ରତ୍ୟେକ ଲୋକକୁ ମଣାଅ I ଅନେକ ସମୟରେ “ନାମ” ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନେ ତୁମ୍ଭଙ୍କୁ ସମ୍ମାନିତ କରନ୍ତୁ” (ଦେଖ: /WA-Catalog/or_tm?section=translate#figs-metonymy)

May your kingdom come

ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କ ରାଜ୍ୟତ୍ଵ ବିଷୟରେ କୁହାଯାଇଛି ସତେ ଯେପରି ଏହା ସ୍ୱୟଂ ଈଶ୍ୱର ଅଟନ୍ତି I ବିକଳ୍ପ ଅନୁବାଦ: “ତୁମେ ଆସ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ରାଜତ୍ଵ କର” (ଦେଖ: /WA-Catalog/or_tm?section=translate#figs-metonymy)

Luke 11:3

Connecting Statement:

ଯୀଶୁ କିପରି ପ୍ରାର୍ଥନା କରିବାକୁ ହୁଏ ସେସମ୍ପର୍କରେ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି I

Give us

ଏହା ଆଦେଶସୂଚକ ଅଟେ କିନ୍ତୁ ଏହାକୁ ଏକ ଆଜ୍ଞା ଭାବରେ ନୁହେଁ ମାତ୍ର ଏକ ଅନୁରୋଧ ଭାବରେ ଅନୁବାଦ କରାଯିବା ଉଚିତ୍ I ଏହା ସହିତ “ଅନୁଗ୍ରହପୂର୍ବକ” ପରି ଶବ୍ଦ ଯୋଗ କରିବା ଦ୍ବାରା ଏହାକୁ ଆହୁରି ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଅନୁଗ୍ରହପୂର୍ବକ ଆମକୁ ଦିଅ”

our daily bread

ଲୋକମାନେ ପ୍ରତିଦିନ ଯେଉଁ ରୋଟୀ ଭୋଜନ କରୁଥିଲେ ତାହା ଅଳ୍ପ ବ୍ୟୟସାପେକ୍ଷ ଖାଦ୍ୟ ଥିଲା I ଏଠାରେ ସାର୍ବଜନିକ ଅର୍ଥରେ ଖାଦ୍ୟକୁ ସୂଚାଇବା ପାଇଁ ଏହା ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରତିଦିନ ଆବଶ୍ୟକ କରୁଥିବା ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 11:4

Forgive us ... Do not lead us

ଏଗୁଡିକ ଆଦେଶସୂଚକ ଅଟେ, କିନ୍ତୁ ଏହାକୁ ଆଜ୍ଞା ଭାବରେ ନୁହେଁ ମାତ୍ର ଅନୁରୋଧ ଭାବରେ ଅନୁବାଦ କରାଯିବା ଉଚିତ୍ I ଏହା ସହିତ “ଅନୁଗ୍ରହପୂର୍ବକ” ପରି ଶବ୍ଦ ଯୋଗ କରିବା ଦ୍ବାରା ଏହାକୁ ଆହୁରି ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଅନୁଗ୍ରହପୂର୍ବକ ଆମକୁ କ୍ଷମା କର, ଦୟା କରି ... ଆମ୍ଭମାନଙ୍କୁ କଢ଼ାଇ ନିଅ ନାହିଁ ”

Forgive us our sins

ତୁମ୍ଭ ବିରୁଦ୍ଧରେ ପାପ କରିଥିବା ହେତୁ ଆମ୍ଭମାନଙ୍କୁ କ୍ଷମା କର ବା “ଆମ୍ଭମାନଙ୍କର ପାପସବୁ କ୍ଷମା କର”

for we also forgive

ଯେହେତୁ ଆମ୍ଭେମାନେ ମଧ୍ୟ କ୍ଷମା କରିଥାଉ

who is in debt to us

ଯିଏ ଆମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି ବା “ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଭୁଲ କାର୍ଯ୍ୟସବୁ କରିଛନ୍ତି”

do not lead us into temptation

ଏହାକୁ ଆସ୍ତିସୂଚକ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପରୀକ୍ଷାରୁ ଦୂରେଇ ରଖ”

Luke 11:5

Connecting Statement:

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ସମ୍ପର୍କରେ ଶିକ୍ଷା ଦେବା ଜାରିରଖନ୍ତି I

lend to me three loaves of bread

ମୋତେ ତିନୋଟି ରୋଟୀ ଉଧାର ଦିଅ ବା “ମୋତେ ତିନୋଟି ରୋଟୀ ଦିଅ ଓ ମୁଁ ପରେ ତୁମକୁ ପରିଶୋଧ କରିବି I” ଅତିଥିଙ୍କୁ ଦେବା ପାଇଁ ଅତିଥିକର୍ତ୍ତାଙ୍କ ପାଖରେ କୌଣସି ଖାଦ୍ୟ ପ୍ରସ୍ତୁତ ନ ଥିଲା I

three loaves of bread

ଅନେକ ସମୟରେ ରୋଟୀ ସାର୍ବଜନିକ ଭାବରେ ଖାଦ୍ୟକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଭୋଜନ ନିମନ୍ତେ ଯଥେଷ୍ଟ ରନ୍ଧା ହୋଇଥିବା ଖାଦ୍ୟ” ବା “ଜଣେ ବ୍ୟକ୍ତି ଭୋଜନ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ଯଥେଷ୍ଟ ଖାଦ୍ୟ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 11:6

Connecting Statement:

ଯୀଶୁ ଏକ ପ୍ରଶ୍ନ ପଚାରି ସମାପ୍ତ କରନ୍ତି ଯାହା 5 ପଦରେ ଆରମ୍ଭ ହୁଏ I

since a friend ... to set before him'?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ପଚାରନ୍ତି I ମନେ କର ତୁମର ବନ୍ଧୁମାନଙ୍କ ମଧ୍ୟରୁ ଜଣେ... ତାଙ୍କ ସମ୍ମୁଖରେ ପରିବେଷଣ କରିବା ପାଇଁ ,,,” (ଦେଖ: /WA-Catalog/or_tm?section=translate#figs-rquestion)

just came to me from the road

ଏହା ସୂଚାଏ ଯେ ସେହି ପରିଦର୍ଶକ ତାଙ୍କ ଗୃହକୁ ବହୁଦୂରରୁ ଆସିଛନ୍ତି I ବିକଳ୍ପ ଅନୁବାଦ: “ସେ ଯାତ୍ରା କରିଛନ୍ତି ଏବଂ ଏହିକ୍ଷଣି ମୋ’ ଗୃହକୁ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)

anything to set before him

ତାଙ୍କୁ ଦେବା ପାଇଁ କୌଣସି ଖାଦ୍ୟ ପ୍ରସ୍ତୁତ ନାହିଁ

Luke 11:7

I am not able to get up

ମୋ ପକ୍ଷରେ ଉଠିବା ସୁବିଧାଜନକ ନୁହେଁ

Luke 11:8

I say to you

ଯୀଶୁ ଶିଷ୍ୟମାନଙ୍କୁ କହୁଥିଲେ I “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

to give it to him because he is ... his ... his ... him ... he needs

ଯୀଶୁ ଶିଷ୍ୟମାନଙ୍କୁ ସମ୍ବୋଧନ କରୁଛନ୍ତି ସତେ ଯେପରି ସେମାନେ ହିଁ ରୋଟୀ ମାଗୁଛନ୍ତି I ବିକଳ୍ପ ଅନୁବାଦ: “ତାହାକୁ ରୋଟୀ ଦିଅ କାରଣ ସେ ... ତାହା ...ସେ ଆବଶ୍ୟକ କରେ”

yet because of your shameless persistence

ଗୁଣବାଚକ ବିଶେଷ୍ୟ ପଦ “ଅବିରତ କର୍ମରତ”କୁ ହଟାଇ ଦେବା ପାଇଁ ଏହି ବାକ୍ୟାଂଶକୁ ପୂନଃବିନ୍ୟାସ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ଲଜ୍ଜାହୀନ ଭାବରେ ଅବିରତ ମାଗୁଛ” ବା “ଯେହେତୁ ତୁମେ ସାହସରେ ତାଙ୍କୁ ମାଗିବା ଜାରି ରଖିଛ” (ଦେଖ: /WA-Catalog/or_tm?section=translate#figs-abstractnouns)

Luke 11:9

ask ... seek ... knock

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଅନବରତ ପ୍ରାର୍ଥନା କରିବା ପାଇଁ ଉତ୍ସାହିତ କରିବାକୁ ଏହି ଆଜ୍ଞାସବୁ ଦିଅନ୍ତି I କେତେକ ଅନୁବାଦ ହୁଏତ ଏହି ପଦଗୁଡିକ ସହିତ ଅଧିକ ତଥ୍ୟ ମଧ୍ୟ ଆବଶ୍ୟକ କରିପାରନ୍ତି I ସେହି “ତୁମ୍ଭମାନଙ୍କୁ” ପଦ ବ୍ୟବହାର କର ଯାହା ଏହି ପରିପ୍ରେକ୍ଷୀରେ ଅଧିକ ଯଥୋଚିତ ହେବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯାହା ଆବଶ୍ୟକ, ତାହା ମାଗିବା ଜାରି ରଖ...ଈଶ୍ୱରଙ୍କଠାରୁ ତୁମ୍ଭେମାନେ ଯାହା ଆବଶ୍ୟକ କର ତାହା ଖୋଜିବା ଜାରି ରଖ ...ଏହା ପାଅ ... ଦ୍ୱାରରେ ଆଘାତ କରିବା ଜାରି ରଖ” (ଦେଖ: /WA-Catalog/or_tm?section=translate#figs-you)

it will be given to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କୁ ଏହା ଦେବେ” ବା “ତୁମ୍ଭେମାନେ ଏହା ପାଇବ”(ଦେଖ: /WA-Catalog/or_tm?section=translate#figs-activepassive)

knock

ଗୋଟିଏ ଦ୍ୱାରରେ ଆଘାତ କରିବା ଅର୍ଥ ତୁମେ ବାହାରେ ଛିଡା ହୋଇଛ ବୋଲି ଗୃହ ଭିତରେ ଥିବା ବ୍ୟକ୍ତିଙ୍କୁ ଜଣେଇବା ନିମନ୍ତେ ଏହାକୁ କିଛି ସମୟ ପାଇଁ ବାଡେଇବା ଅଟେ I ଯେଭଳି ଭାବରେ ତୁମର ସଂସ୍କୃତିରେ ଲୋକମାନେ ଆସିଲେ ବୋଲି ଦର୍ଶାଇଥାନ୍ତି, ତାହାକୁ ବ୍ୟବହାର କରି ସେଭଳି ଏହାକୁ ବି ଅନୁବାଦ କରିହେବ, ଯଥା “ଡାକିବା” ବା “କାଶିବା” ବା “ତାଳି ମାରିବା I” ଏଠାରେ ଏହାର ଅର୍ଥ ଯେପର୍ଯ୍ୟନ୍ତ ସେ ଉତ୍ତର ନ ଦିଅନ୍ତି ସେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗି ରହିବା ଉଚିତ୍ I (ଦେଖ: /WA-Catalog/or_tm?section=translate#figs-metaphor)

it will be opened to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇବେ” ବା “ଈଶ୍ୱର ତୁମ୍ଭମାନଙ୍କୁ ଭିତରକୁ ସ୍ୱାଗତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 11:11

Connecting Statement:

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ସମ୍ପର୍କରେ ଶିକ୍ଷା ଦେବା ସମାପ୍ତ କରନ୍ତି I

Which father among you ... he will give him a snake ... a fish?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖିହେବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର କେହି ପିତା...ମାଛ” (ଦେଖ: /WA-Catalog/or_tm?section=translate#figs-rquestion)

Luke 11:12

Or if he asks ... scorpion to him?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖିହେବ I ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ କଦାପି ତାକୁ ଅଣ୍ଡା ମାଗିଲେ ବିଛା ଦେବ ନାହିଁ” (ଦେଖ: /WA-Catalog/or_tm?section=translate#figs-rquestion)

a scorpion

ବିଛା ଏକ ବୁଢ଼ିଆଣୀ ସଦୃଶ୍ୟ ଅଟେ, କିନ୍ତୁ ଏହାର ଲାଙ୍ଗୁଡରେ ବିଷାକ୍ତ ନାହୁଡ ରହିଥାଏ I ଯଦି ତୁମ୍ଭେମାନେ ରହୁଥିବା ସ୍ଥାନରେ ବିଛା ପରିଚିତ ନୁହେଁ ତେବେ ତୁମ୍ଭେମାନେ ଏହାକୁ “ବିଷାକ୍ତ ବୁଢ଼ିଆଣୀ” ଭାବରେ ବା “ଦଂଶନକାରୀ ବୁଢ଼ିଆଣୀ” ଭାବରେ ଅନୁବାଦ କରିପାରିବ (ଦେଖ: /WA-Catalog/or_tm?section=translate#translate-unknown)

Luke 11:13

if you who are evil know

ଯେଣୁ ତୁମ୍ଭେମାନେ ମନ୍ଦ ହେଲେ ହେଁ ଜାଣ ବା “ଯଦିଓ ତୁମ୍ଭେମାନେ ପାପପୂର୍ଣ୍ଣ ଅଟ, ତୁମ୍ଭେମାନେ ଜାଣ”

how much more will your Father from heaven give the Holy Spirit ... him?

ଏହା କେତେ ଅଧିକ ନିଶ୍ଚିତ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାକୁ ପବିତ୍ରଆତ୍ମା ଦାନ କରିବେ...? ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପୂନର୍ବାର ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ହୋଇପାରିବ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ପବିତ୍ରଆତ୍ମା ଦାନ କରିବେ...ତାକୁ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 11:14

General Information:

ଜଣେ ଘୁଙ୍ଗା ଲୋକଠାରୁ ଗୋଟିଏ ଭୂତ ବାହାର କରିବା ପରେ ଯୀଶୁ ପ୍ରଶ୍ନର ସମ୍ମୁଖିନ ହେଉଛନ୍ତି I

Now

ଏକ ନୂତନ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଲେଖକ ଏହି ଶବ୍ଦକୁ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

Jesus was driving out a demon

ଅତିରିକ୍ତ ତଥ୍ୟ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯୀଶୁ ଜଣେ ଲୋକଠାରୁ ଗୋଟିଏ ଭୂତ ଛଡ଼ାଉଥିଲେ” ବା “ଯୀଶୁ ଗୋଟିଏ ଭୂତକୁ ଜଣେ ଲୋକଠାରୁ ଛାଡିଯିବାକୁ ବାଧ୍ୟ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

a demon that was mute

ଲୋକମାନଙ୍କୁ କଥା କହିବାଠାରୁ ଅଟକାଇ ରଖିବା ନିମନ୍ତେ ଭୂତର ଶକ୍ତି ଅଛି I ବିକଳ୍ପ ଅନୁବାଦ: “ଭୂତ ସେହି ଲୋକକୁ କଥା କହିବା ପାଇଁ ଅକ୍ଷମ କଲା” (ଦେଖ: /WA-Catalog/or_tm?section=translate#figs-explicit)

Now

କେଉଁଠାରେ କାର୍ଯ୍ୟ ଆରମ୍ଭ ହେଲା ତାହା ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ଏହି ସ୍ଥାନରେ ବ୍ୟବହୃତ ହୋଇଛି I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ଏକ ଉପାୟ ଅଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I ଯେତେବେଳେ ଭୂତ ସେହି ଲୋକ ଭିତରୁ ବାହାରିଗଲା, କିଛି ଲୋକମାନେ ଯୀଶୁଙ୍କୁ ସମାଲୋଚନା କରନ୍ତି ଏବଂ ତାହା ମନ୍ଦ ଆତ୍ମାଗୁଡିକ ସମ୍ପର୍କରେ ଶିକ୍ଷା ଦେବା ପାଇଁ ଯୀଶୁଙ୍କୁ ପରିଚାଳିତ କରେ I

when the demon had gone out

ଅତିରିକ୍ତ ତଥ୍ୟ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଭୂତ ସେହି ଲୋକ ଭିତରୁ ବାହାରି ଗଲା ଉତ୍ତାରେ” ବା “ଭୂତ ଲୋକକୁ ଛାଡି ଚାଲିଯିବା ପରେ” (ଦେଖ: /WA-Catalog/or_tm?section=translate#figs-ellipsis)

the man who had been mute spoke

ସେହି ଯେଉଁ ଲୋକଟି କହି ପାରୁ ନ ଥିଲା ସେ ବର୍ତ୍ତମାନ କଥା କହିଲା

Luke 11:15

By Beelzebul, the ruler of demons, he is driving out demons

ଭୂତପତି ବାଆଲଜିବୂଲର ଶକ୍ତି ଦ୍ୱାରା ସେ ଭୂତ ଛଡ଼ାଉଅଛି

Luke 11:16

General Information:

ଯୀଶୁ ଲୋକସମୂହ ପ୍ରତି ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି

Others tested him

ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କଲେ I ସେମାନେ ଚାହିଁଲେ ଯେ ଈଶ୍ୱରଙ୍କଠାରୁ ତାଙ୍କର ଅଧିକାର ଆସିଛି ବୋଲି ସେ ପ୍ରମାଣିତ କରନ୍ତୁ I

and sought from him a sign from heaven

ଏବଂ ତାଙ୍କୁ ଦେବା ପାଇଁ ସ୍ୱର୍ଗରୁ ଏକ ଚିହ୍ନ ମାଗିଲେ ବା “ଦାବୀ କଲେ ଯେ ସେ ସ୍ୱର୍ଗରୁ ଏକ ଚିହ୍ନ ଦିଅନ୍ତୁ I” ତାଙ୍କର ଅଧିକାର ଯେ ଈଶ୍ୱରଙ୍କଠାରୁ ଆଗତ ତାହା ଏହି ପ୍ରକାରେ ପ୍ରମାଣିତ କରିବା ନିମନ୍ତେ ସେମାନେ ଚାହିଁଲେ I

Luke 11:17

Every kingdom divided against itself is made desolate

ଏଠାରେ ରାଜ୍ୟ ତହିଁରେ ଥିବା ଲୋକମାନଙ୍କୁ ବୁଝାଏ I ଏହାକୁ ମଧ୍ୟ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି ଗୋଟିଏ ରାଜ୍ୟର ଲୋକମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ରାଜ୍ୟକୁ ଧ୍ୱଂସ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

a house divided against itself falls

ଏଠାରେ “ଗୃହ” ଏକ ପରିବାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯଦି ପରିବାରର ସଭ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ପରିବାରକୁ ଧ୍ୱଂସ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

falls

ଚୁରମାର ହୁଏ ଓ ଧ୍ୱଂସ ହୋଇଯାଏ I ଯେତେବେଳେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି ସେତେବେଳେ ସେହି ପରିବାର ଧ୍ୱଂସ ହୋଇଯାଏ ଏହି ବିଷୟକୁ ଗୃହ ଚୁରମାର ହୋଇଯିବା ଚିତ୍ର ବୁଝାଇଥାଏ I (ଦେଖ: /WA-Catalog/or_tm?section=translate#figs-metonymy)

Luke 11:18

if Satan is divided against himself

ଶୟତାନ ଶବ୍ଦ ଏଠାରେ ଶୟତାନର ଅନୁଗାମୀ ହେଉଥିବା ଭୂତମାନଙ୍କୁ ସୂଚାଇବା ସଙ୍ଗେ ସଙ୍ଗେ ସ୍ୱୟଂ ଶୟତାନକୁ ସୂଚାଏ I ବିକଳ୍ପ ଅନୁବାଦ: “ଯଦି ଶୟତାନ ଓ ତାହାର ରାଜ୍ୟର ସଭ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

If Satan ... how will his kingdom stand?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଶୟତାନ ... ତାହାର ରାଜ୍ୟ ତିଷ୍ଠି ରହି ପାରିବ ନାହିଁ I” ବା “ଯଦି ଶୟତାନ...ତା’ର ରାଜ୍ୟ ପତିତ ହେବ I”(ଦେଖ: /WA-Catalog/or_tm?section=translate#figs-metonymy)

For you say I force out demons by Beelzebul

କାରଣ ତୁମ୍ଭେମାନେ କହୁଛ ଯେ ମୁଁ ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଉଛି I ତାଙ୍କ ଯୁକ୍ତିତର୍କର ପରବର୍ତ୍ତୀ ଅଂଶକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ କହୁଛ ଯେ ମୁଁ ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଉଅଛି I ତାହାର ଅର୍ଥ ଏହା ହେବ ଯେ ଶୟତାନ ନିଜ ବିରୁଦ୍ଧରେ ବିଭକ୍ତ ହୋଇଛି” (ଦେଖ: /WA-Catalog/or_tm?section=translate#figs-rquestion)

Luke 11:19

Now if I ... by whom do your followers drive them out?

ଯଦି ମୁଁ ... ତୁମ୍ଭମାନଙ୍କ ଶିଷ୍ୟମାନେ କାହା ଶକ୍ତିରେ ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାନ୍ତି ? ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁଙ୍କ ପ୍ରଶ୍ନର ଅର୍ଥକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ଯଦି ମୁଁ... ତେବେ ଆମ୍ଭେମାନେ ନିଶ୍ଚୟ ସମ୍ମତ ହେବା ଯେ ତୁମ୍ଭମାନଙ୍କ ଶିଷ୍ୟମାନେ ମଧ୍ୟ ଭୂତପତି ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାନ୍ତି I କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁନାହଁ ଯେ ଏହା ସତ୍ୟ ଅଟେ I” (ଦେଖ: /WA-Catalog/or_tm?section=translate#figs-explicit ଏବଂ /WA-Catalog/or_tm?section=translate#figs-rquestion)

they will be your judges

ତୁମ୍ଭମାନଙ୍କ ଯେଉଁ ଶିଷ୍ୟମାନେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଭୂତମାନଙ୍କୁ ଛଡ଼ାନ୍ତି, ସେମାନେ ବାଆଲଜିବୂଲର ଶକ୍ତି ଦ୍ୱାରା ମୁଁ ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭମାନଙ୍କ କଥାର ବିଚାର କରିବେ

Luke 11:20

by the finger of God

“ଈଶ୍ୱରଙ୍କ ଅଙ୍ଗୁଳି” ଈଶ୍ୱରଙ୍କ ଶକ୍ତିକୁ ସୂଚାଇଥାଏ I (ଦେଖ: /WA-Catalog/or_tm?section=translate#figs-metonymy)

then the kingdom of God has come to you

ଏହା ଦର୍ଶାଏ ଯେ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସିଲାଣି

Luke 11:21

When a strong man ... his possessions are safe

ଶୟତାନ ଓ ତାହାର ଭୂତମାନଙ୍କୁ ଯୀଶୁ ପରାଜିତ କରିବା ବିଷୟରେ ଏହା କୁହେ, ସତେ ଯେପରି ଯୀଶୁ ଜଣେ ଅଧିକ ବଳବାନ ବ୍ୟକ୍ତି ଅଟନ୍ତି ଯିଏ ଜଣେ ବଳବାନ୍ ଲୋକର ସମ୍ପତ୍ତି ଛଡାଇ ନିଅନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

his possessions are safe

କେହି ବି ତାହାର ସମ୍ପତ୍ତି ଚୋରି କରି ନେଇ ପାରିବ ନାହିଁ

Luke 11:22

when one who is stronger than him ... divide his possessions

ଶୟତାନ ଓ ତାହାର ଭୂତମାନଙ୍କୁ ଯୀଶୁ ପରାଜିତ କରିବା ବିଷୟରେ ଏହା କୁହେ, ସତେ ଯେପରି ଯୀଶୁ ଜଣେ ଅଧିକ ବଳବାନ ବ୍ୟକ୍ତି ଅଟନ୍ତି ଯିଏ ଜଣେ ବଳବାନ୍ ଲୋକର ସମ୍ପତ୍ତି ଛଡାଇ ନିଅନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

takes away his armor

ଲୋକର ଅସ୍ତ୍ରଶସ୍ତ୍ରଗୁଡିକ ଓ ଆଶ୍ରୟ ବା ରକ୍ଷା କାଢିନିଏ

divides his possessions

ତାହାର ସମ୍ପତ୍ତି ହରଣ କରିନିଏ ବା “ସେ ଯାହା ଇଚ୍ଛା ତାହା ନେଇଯାଏ”

Luke 11:23

The one who is not with me is against me, and the one who does not gather with me scatters

ଏହା ଯେକୌଣସି ବ୍ୟକ୍ତିକୁ ବା ଦଳର ଲୋକମାନଙ୍କୁ ସୂଚାଏ I “ଯେ ମୋହର ସହିତରେ ନୁହେଁ ସେ ମୋ’ର ବିରୁଦ୍ଧରେ ଅଟେ, ଓ ଯେ ମୋ’ ସହିତ ସଂଗ୍ରହ କରେନାହିଁ ସେ ଛିନ୍ନଭିନ୍ନ କରେ” ବା “ଯେଉଁମାନେ ମୋ’ ସହିତରେ ନାହାନ୍ତି, ସେମାନେ ମୋ’ ବିପକ୍ଷ ଅଟନ୍ତି, ଏବଂ ଯେଉଁମାନେ ମୋ’ ସହିତ ସଂଗ୍ରହ କରନ୍ତି ନାହିଁ ସେମାନେ ଛିନ୍ନଭିନ୍ନ କରନ୍ତି”

The one who is not with me

ଯେ ମୋତେ ସମର୍ଥନ କରେ ନାହିଁ ବା “ଯେ ମୋ’ ସହିତ କାର୍ଯ୍ୟ କରେ ନାହିଁ”

is against me

ମୋ’ ବିରୁଦ୍ଧରେ କାର୍ଯ୍ୟ କରେ

the one who does not gather with me scatters

ଏହା ଯୀଶୁ ତାଙ୍କର ଅନୁଗମନ କରୁଥିବା ଶିଷ୍ୟମାନଙ୍କୁ ସଂଗ୍ରହ କରିବା ବିଷୟରେ ସୂଚାଏ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେ କେହି ଲୋକମାନଙ୍କୁ ମୋ’ ନିକଟକୁ ଆସିବା ପାଇଁ ଓ ମୋର ଅନୁଗମନ କରିବା ପାଇଁ କାର୍ଯ୍ୟ କରେ ନାହିଁ ସେମାନଙ୍କୁ ସେ ମୋ’ଠାରୁ ଦୂରେଇ ଯିବାର କାର୍ଯ୍ୟ କରିଥାଏ” (ଦେଖ: /WA-Catalog/or_tm?section=translate#figs-explicit)

Luke 11:24

waterless places

ଏହା “ନିର୍ଜନ ସ୍ଥାନଗୁଡିକୁ” ସୂଚାଏ ଯେଉଁଠାରେ ମନ୍ଦ ଆତ୍ମାମାନେ ବିଚରଣ କରନ୍ତି I

not finding any

ଯଦି ସେହି ଆତ୍ମା ସେଠରେ କୌଣସି ବିଶ୍ରାମ ପାଏ ନାହିଁ

my house from which I came

ଯେଉଁ ଲୋକ ଭିତରେ ସେ ବାସ କରୁଥିଲା ଏହା ସେହି ବ୍ୟକ୍ତିକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଭିତରେ ମୁଁ ବାସ କରୁଥିଲି” (ଦେଖ: /WA-Catalog/or_tm?section=translate#figs-metaphor)

Luke 11:25

finds it swept out and put in order

ଏହି ରୂପକ ସେହି ଲୋକ ବିଷୟରେ କୁହେ ସତେ ଯେପରି ସେ ଗୋଟିଏ ଗୃହ ସଦୃଶ୍ୟ ଅଟେ ଯାହା ମାର୍ଜିତ ପରିଷ୍କୃତ ଅଟେ ଓ ସବୁ ବିଷୟ ସେମାନଙ୍କର ଯଥା ସ୍ଥାନରେ ରହିଛି I ଏହା ସୂଚାଏ ଯେ ଗୃହଟି ଏପର୍ଯ୍ୟନ୍ତ ଖାଲି ରହିଛି I ସେହି ତଥ୍ୟକୁ ସ୍ପଷ୍ଟ କରି ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିକୁ ଏକ ଗୃହ ଭାବରେ ପାଏ ଯାହାକୁ କେହି ମାର୍ଜିତ ପରିଷ୍କୃତ କରିଛି ଓ ସମସ୍ତ ବିଷୟ ସୁସଂଗଠିତ ଭାବରେ ଯଥା ସ୍ଥାନରେ ରଖିଛି, କିନ୍ତୁ ଶୂନ୍ୟ କରି ଛାଡିଯାଇଛି ବା “ସେହି ଲୋକକୁ ଏକ ଗୃହ ଭାବରେ ପାଏ ଯାହା ପରିଷ୍କୃତ ଓ ସଂଗଠିତ କିନ୍ତୁ ଶୂନ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metaphor)

Luke 11:26

worse than the first

“ପ୍ରଥମ” ଶବ୍ଦ ସେହି ଲୋକର ଅବସ୍ଥାକୁ ସୂଚାଏ ଯାହା ସେହି ଅଶୁଚି ଆତ୍ମା ତାକୁ ଛାଡ଼ି ଯିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା I ବିକଳ୍ପ ଅନୁବାଦ: “ଆତ୍ମା ଛାଡ଼ି ଯିବା ପୂର୍ବରୁ ତା’ର ଅବସ୍ଥାଠାରୁ ଅଧିକ ମନ୍ଦ” (ଦେଖ: /WA-Catalog/or_tm?section=translate#figs-ellipsis)

Luke 11:27

General Information:

ଏହା ଯୀଶୁଙ୍କ ଶିକ୍ଷା ପ୍ରଦାନରେ ଏକ ବିରତି ଅଟେ I ଜଣେ ସ୍ତ୍ରୀଲୋକ ଏକ ଆଶୀର୍ବାଦ ବିଷୟ କୁହେ ଏବଂ ଯୀଶୁ ପ୍ରତ୍ୟୁତ୍ତର ଦିଅନ୍ତି I

Now it happened that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ପାଇଁ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ଏକ ଉପାୟ ଅଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I (ଦେଖ: /WA-Catalog/or_tm?section=translate#writing-newevent)

raised her voice above the crowd

ଏହି ଋଢ଼ିର ଅର୍ଥ “ଲୋକସମୂହର କୋଳାହଳ ଅପେକ୍ଷା ଅଧିକ ଉଚ୍ଚସ୍ୱରରେ କହିଲା” (ଦେଖ: /WA-Catalog/or_tm?section=translate#figs-idiom)

Blessed is the womb that bore you and the breasts at which you nursed

ଜଣେ ନାରୀର ଶରୀରର ଅଂଶବିଶେଷ ସମୁଦାୟ ନାରୀକୁ ହିଁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ଯେଉଁ ନାରୀ ତୁମକୁ ଗର୍ଭରେ ଧାରଣ କଲା ଏବଂ ତୁମକୁ ଆପଣା ସ୍ତନ୍ୟ ପାନ କରାଇଲା, ତାହା ନିମନ୍ତେ ଏହା କେତେ ଉତ୍ତମ ବିଷୟ ଅଟେ” ବା “ସେ ନାରୀ ନିଶ୍ଚିତ ଭାବରେ କେତେ ଆନନ୍ଦିତ ଅଟେ ଯିଏ ତୁମକୁ ଗର୍ଭରେ ଧାରଣ କଲା ଏବଂ ତୁମକୁ ଆପଣା ସ୍ତନ୍ୟ ପାନ କରାଇଲା (ଦେଖ: /WA-Catalog/or_tm?section=translate#figs-synecdoche)

Luke 11:28

Rather, blessed are the ones who hear

ଏହା ସେମାନଙ୍କ ନିମନ୍ତେ ଆହୁରି ଅଧିକ ଉତ୍ତମ

the ones who hear the word of God

ଯେଉଁମାନେ ଈଶ୍ୱର କହିଥିବା ସମ୍ବାଦ ଶୁଣନ୍ତି

Luke 11:29

Connecting Statement:

ଯୀଶୁ ଜନସମୂହକୁ ଶିକ୍ଷା ଦେବା ଜାରିରଖନ୍ତି

As the crowds were increasing

ଯେତେବେଳେ ଅଧିକ ଲୋକମାନେ ଭିଡ ସହିତ ଯୋଗ ଦେଉଥିଲେ ବା “ଯେତେବେଳେ ଭିଡ ବଢ଼ିବାକୁ ଲାଗିଲା”

This generation is an evil generation. It seeks ... to it

ଏଠାରେ “ପୁରୁଷ” ଶବ୍ଦ ତତ୍କାଳୀନ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସମୟରେ ବାସ କରୁଥିବା ଲୋକମାନେ ମନ୍ଦ ଅଟନ୍ତି I ସେମାନେ ଅନ୍ୱେଷଣ କରନ୍ତି...ସେମାନଙ୍କୁ” ବା “ଏହି ସମୟରେ ବାସ କରୁଥିବା ଲୋକମାନେ ଯେ ତୁମ୍ଭେମାନେ, ତୁମ୍ଭେମାନେ ଦୁଷ୍ଟ ଅଟ I ତୁମ୍ଭେମାନେ ଅନ୍ୱେଷଣ କର... ତୁମ୍ଭମାନଙ୍କୁ”

It seeks a sign

ଏହା କିପ୍ରକାର ଚିହ୍ନ ଅନ୍ୱେଷଣ କରେ ସେସମ୍ପର୍କରେ ତଥ୍ୟକୁ ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଏହା ଚାହେଁ ଯେ ମୁଁ ଯେପରି ଈଶ୍ୱରଙ୍କଠାରୁ ଆସିଥିବାର ପ୍ରମାଣ ସ୍ବରୂପ ଏକ ଆଶ୍ଚର୍ଯ୍ୟକର୍ମ ସାଧନ କରିବି” (ଦେଖ: /WA-Catalog/or_tm?section=translate#figs-explicit)

no sign will be given to it

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାକୁ ଏକ ଚିହ୍ନ ଦେବେ ନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

the sign of Jonah

ଯୂନସଙ୍କ ପ୍ରତି କଅଣ ଘଟିଲା ବା “ଈଶ୍ୱର ଯୂନସଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମ ସାଧନ କଲେ”

Luke 11:30

For just as Jonah became a sign ... so too ... this generation

ଏହାର ଅର୍ଥ ଯେ ସେହି ଯୁଗର ଯିହୂଦୀମାନଙ୍କ ନିମନ୍ତେ ଈଶ୍ୱରଙ୍କଠାରୁ ଏକ ଚିହ୍ନ ଭାବରେ ଯୀଶୁ ବ୍ୟବହୃତ ହେବେ ଠିକ ଯେପରି ନୀନିବୀର ଲୋକମାନଙ୍କ ପ୍ରତି ଈଶ୍ୱରଙ୍କଠାରୁ ଏକ ଚିହ୍ନ ଭାବରେ ଯୂନସ ବ୍ୟବହୃତ ହୋଇଥିଲେ I

the Son of Man

ଯୀଶୁ ନିଜ ବିଷୟରେ କହୁଥିଲେ

this generation

ବର୍ତ୍ତମାନ ବାସ କରୁଥିବା ଲୋକମାନେ

Luke 11:31

Queen of the South

ଏହା ଶିବାର ରାଣୀଙ୍କ ବିଷୟରେ କହେ I ଇସ୍ରାଏଲର ଦକ୍ଷିଣରେ ଥିବା ରାଜ୍ୟ ଶିବା ଅଟେ I

will rise up at the judgment with the men of this generation

ଉଠିବେ ଏବଂ ଏହି ବର୍ତ୍ତମାନ ଯୁଗର ଲୋକମାନଙ୍କ ବିଚାର କରିବେ

she came from the ends of the earth

ଏହି ଋଢ଼ିର ଅର୍ଥ ସେ ବହୁ ଦୂର ସ୍ଥାନରୁ ଆସିଥିଲେ I ବିକଳ୍ପ ଅନୁବାଦ: “ସେ ଅତି ଦୂରରୁ ଆସିଥିଲେ” ବା “ସେ ଅତି ଦୂରବର୍ତ୍ତୀ ସ୍ଥାନରୁ ଆସିଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

someone greater than Solomon is here

ଯୀଶୁ ଆପଣା ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ଯିଏକି ଶଲୋମନଙ୍କ ଠାରୁ ମହତ୍, ମୁଁ ଏଠାରେ ଉପସ୍ଥିତ ଅଛି” (ଦେଖ: /WA-Catalog/or_tm?section=translate#figs-explicit)

someone greater than Solomon

ଯୀଶୁ ଆପଣା ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଶଲୋମନଙ୍କଠାରୁ ମହାନ୍ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

Luke 11:32

The men of Nineveh

ଏହା ହୁଏତ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ସହାୟକ ହେବ ଯେ ଏହା ପ୍ରାଚୀନ ନୀନିବୀ ନଗରକୁ ସୂଚାଏ I ବିକଳ୍ପ ଅନୁବାଦ: “ପ୍ରାଚୀନ ନଗରୀ ନୀନିବୀରେ ବାସ କରୁଥିବା ଲୋକମାନେ”(ଦେଖ: /WA-Catalog/or_tm?section=translate#figs-explicit)

The men

ତାହା ଉଭୟ ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକମାନଙ୍କୁ ଅନ୍ତର୍ଭୂକ୍ତ କରେ I ବିକଳ୍ପ ଅନୁବାଦ: “ଲୋକମାନେ” (ଦେଖ: /WA-Catalog/or_tm?section=translate#figs-gendernotations)

this generation

ବର୍ତ୍ତମାନ କାଳର ଲୋକମାନେ

for they repented

କାରଣ ନୀନିବୀର ଲୋକମାନେ ମନ ପରିବର୍ତ୍ତନ କରିଥିଲେ

someone greater than Jonah is here

ଯୀଶୁ ଆପଣା ବିଷୟରେ କହୁଛନ୍ତି I ଏହା ସ୍ପଷ୍ଟ ଉଲ୍ଲେଖ କରିବା ହୁଏତ ସହାୟକ ହେବ ଯେ ସେମାନେ ତାଙ୍କ କଥା ଶୁଣି ନାହାନ୍ତି I ବିକଳ୍ପ ଅନୁବାଦ: “ଯଦିଓ ମୁଁ ଯୂନସଙ୍କଠାରୁ ମହାନ୍ ଅଟେ, ତଥାପି ତୁମ୍ଭେମାନେ ମନ ପରିବର୍ତ୍ତନ କରି ନାହଁ” (ଦେଖ: /WA-Catalog/or_tm?section=translate#figs-explicit)

Luke 11:33

General Information:

33-36 ପଦଗୁଡିକ ରୂପକ ଅଟେ ଯେଉଁଠାରେ ଯୀଶୁ ତାଙ୍କ ଶିକ୍ଷାକୁ “ଜ୍ୟୋତିଃ” ଭାବରେ ଉପସ୍ଥାପିତ କରନ୍ତି ଯାହାକୁ ତାଙ୍କ ଶିଷ୍ୟମାନେ ପାଳନ କରନ୍ତୁ ଏବଂ ଅନ୍ୟମାନଙ୍କ ନିକଟରେ ଅଂଶୀ କରନ୍ତୁ ବୋଲି ସେ ଚାହାନ୍ତି I ଯେଉଁ ଲୋକମାନେ ତାଙ୍କ ଶିକ୍ଷାକୁ ଜାଣନ୍ତି ନାହିଁ ବା ଗ୍ରହଣ କରନ୍ତି ନାହିଁ ସେମାନେ “ଅନ୍ଧକାରରେ” ଥିବା ସଦୃଶ୍ୟ I” (ଦେଖ: /WA-Catalog/or_tm?section=translate#figs-metaphor)

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ

puts it in a hidden place or under a basket

ଏହାକୁ ଗୁପ୍ତ କରିଥାଏ ବା ଗୋଟିଏ ଟୋକେଇ ଭିତରେ ରଖେ

but on the lampstand

ବୁଝି ହୋଇଥିବାଏହି ଖଣ୍ଡବାକ୍ୟରେ ଥିବା ପ୍ରସଙ୍ଗ ଓ କ୍ରିୟାପଦକୁ ହୁଏତ ଯୋଗାଇ ହେବ I ବିକଳ୍ପ ଅନୁବାଦ: “କିନ୍ତୁ ଜଣେ ଲୋକ ଏହାକୁ ଦୀପରୁଖା ଉପରେ ରଖେ” ବା “କିନ୍ତୁ ଜଣେ ବ୍ୟକ୍ତି ଏହାକୁ ମେଜ ଉପରେ ରଖେ” (ଦେଖ: /WA-Catalog/or_tm?section=translate#figs-ellipsis)

Luke 11:34

The lamp of the body is your eye

ରୂପକର ଏହି ଅଂଶରେ, ଠିକ୍ ଯେପରି ଗୋଟିଏ ଚକ୍ଷୁ ଶରୀର ନିମନ୍ତେ ଆଲୋକ ପ୍ରଦାନ କରେ ସେହିପରି ଯୀଶୁ କରୁଥିବା ବିଷୟଗୁଡିକ ସେମାନଙ୍କୁ ଜ୍ଞାନ ପ୍ରଦାନ କଲା I ବିକଳ୍ପ ଅନୁବାଦ: “ତୁମର ଚକ୍ଷୁ ଶରୀରର ପ୍ରଦୀପ ସଦୃଶ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

your eye

ଚକ୍ଷୁ ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I (ଦେଖ: /WA-Catalog/or_tm?section=translate#figs-metonymy)

the body

ଜଣେ ବ୍ୟକ୍ତିର ଜୀବନକୁ ବୁଝାଇବା ନିମନ୍ତେ ଶରୀର ଶବ୍ଦ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#figs-synecdoche)

When your eye is good

ଏଠାରେ ଚକ୍ଷୁ ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତୁମର ଦୃଷ୍ଟି ଉତ୍ତମ ଅଟେ” ବା “ଯେତେବେଳେ ତୁମେ ଉତ୍ତମ ଭାବରେ ଦେଖ” (ଦେଖ: /WA-Catalog/or_tm?section=translate#figs-metonymy)

your whole body is also filled with light

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଆଲୋକ ତୁମର ସମୁଦାୟ ଶରୀରକୁ ପୂର୍ଣ୍ଣ କରିବ” ବା “ତୁମେ ସବୁ କିଛି ସ୍ପଷ୍ଟ ଭାବରେ ଦେଖିପାରିବ” (ଦେଖ: /WA-Catalog/or_tm?section=translate#figs-activepassive)

when it is bad

ଏଠାରେ ଚକ୍ଷୁ ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତୁମର ଦୃଷ୍ଟି ମନ୍ଦ ଅଟେ” ବା “ଯେତେବେଳେ ତୁମେ କ୍ଷୀଣ ଭାବରେ ଦେଖିଥାଅ” (ଦେଖ: /WA-Catalog/or_tm?section=translate#figs-metonymy)

your body is also full of darkness

ତୁମେ କୌଣସି ବିଷୟ ଦେଖିବା ପାଇଁ ସମର୍ଥ ହେବ ନାହିଁ

Luke 11:35

be careful that the light in you is not darkness

ନିଶ୍ଚିତ କର ଯେ ଯାହା ତୁମେ ଚିନ୍ତା କରୁଛ ତାହା ଆଲୋକ ଅଟେ ଓ ତାହା ପ୍ରକୃତରେ ଅନ୍ଧକାର ନୁହେଁ ବା “ସୁନିଶ୍ଚିତ କର ଯେ ଆଲୋକ କ’ଣ ଅଟେ ତାହା ତୁମେ ଜାଣିଛ ଏବଂ ସୁନିଶ୍ଚିତ କର ଯେ ଅନ୍ଧକାର କ’ଣ ଅଟେ ତାହା ତୁମେ ଜାଣିଛ”

Luke 11:36

it will all be full of light, as when the lamp shines its brightness on you

ଯୀଶୁ ସେହି ସମାନ ସତ୍ୟକୁ ଏକ ଉପମା ଭାବରେ ଉଲ୍ଲେଖ କରନ୍ତି I ସେ ସତ୍ୟରେ ପରିପୂର୍ଣ୍ଣ ଲୋକମାନଙ୍କ ସମ୍ପର୍କରେ କହନ୍ତି ସତେ ଯେପରି ସେମାନେ ଝଲସୁ ଥିବା ଉଜ୍ଜଳ ପ୍ରଦୀପ ସଦୃଶ୍ୟ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-simile)

Luke 11:37

General Information:

ଜଣେ ଫାରୂଶୀଙ୍କ ଗୃହରେ ଭୋଜନ କରିବାକୁ ଯୀଶୁ ନିମନ୍ତ୍ରିତ ହୁଅନ୍ତି I

Now when he had finished speaking

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦଗୁଡିକ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

reclined at table

ଏପରି ଏକ ଆରାମଦାୟକ ଭୋଜନ ପାଇଁ ମେଜର ଚାରିପଟେ ଆରାମରେ ଶାୟିତ ଅବସ୍ଥାରେ ରହି ଭୋଜନ କରିବା ପୁରୁଷମାନଙ୍କର ବିଧି ଥିଲା I ଭୋଜନ କରିବା ବେଳେ ଲୋକମାନଙ୍କ ଶରୀର କିପରି ଥାଏ ତହିଁ ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦକୁ ହୁଏତ ତୁମେ ଏଠାରେ ଅନୁବାଦ ନିମନ୍ତେ ବ୍ୟବହାର କରିପାର I ବିକଳ୍ପ ଅନୁବାଦ: “ମେଜ ନିକଟରେ ବସିଲେ” (ଦେଖ: /WA-Catalog/or_tm?section=translate#figs-explicit)

Luke 11:38

he did not wash

ଫାରୂଶୀମାନଙ୍କର ଏକ ନିୟମ ଥିଲା ଯେ ଈଶ୍ୱରଙ୍କ ସମ୍ମୁଖରେ ବିଧି ଅନୁସାରେ ଶୁଚି ହେବା ପାଇଁ ଲୋକମାନେ ନିଶ୍ଚୟ ସେମାନଙ୍କ ହାତ ଧୋଇବେ I ବିକଳ୍ପ ଅନୁବାଦ: “ତାଙ୍କର ହାତଗୁଡିକୁ ଧୋଇବା” ବା “ବିଧି ଅନୁସାରେ ଶୁଚି ହେବା ପାଇଁ ତାଙ୍କ ହାତଗୁଡିକୁ ଧୋଇବା” (ଦେଖ: /WA-Catalog/or_tm?section=translate#figs-explicit)

Luke 11:39

General Information:

ଯୀଶୁ ଏକ ରୂପକ ବ୍ୟବହାର କରି ସେହି ଫାରୂଶୀକୁ କହିବା ଆରମ୍ଭ କଲେ I ସେମାନେ ଯେପ୍ରକାରେ ଗିନା ଓ ଥାଳିଗୁଡିକ ପରିଷ୍କାର କରନ୍ତି ତାହା ସହିତ ସେମାନେ କିପରି ଆପଣାମାନଙ୍କୁ ପରିଷ୍କାର କରନ୍ତି ତାହାକୁ ତୁଳନା କରନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

the outside of cups and bowls

ପାତ୍ରଗୁଡିକର ବାହାରକୁ ପରିଷ୍କାର କରିବା ଫାରୂଶୀମାନଙ୍କ ବିଧିଜନିତ ପ୍ରଥାଗୁଡିକର ଏକ ଅଂଶ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

but the inside of you is filled with greed and evil

ରୂପକର ଏହି ଅଂଶ ଥାଳିଗୁଡିକର ବାହାରକୁ ପରିଷ୍କାର କରିବା ସହିତ ସେମାନେ କିପରି ଭାବରେ ସେମାନଙ୍କ ନିଜର ଆଭ୍ୟନ୍ତରୀଣ ଅବସ୍ଥାକୁ ଅବହେଳା କରନ୍ତି, ତାହାର ବୈଷମ୍ୟ ଦର୍ଶାଏ I (ଦେଖ: /WA-Catalog/or_tm?section=translate#figs-metaphor)

Luke 11:40

You foolish ones!

ଏହି ଅଭିବ୍ୟକ୍ତି ପୁରୁଷମାନଙ୍କୁ ବା ସ୍ତ୍ରୀଲୋକମାନଙ୍କୁ ସୂଚାଇପାରେ ଯଦିଓ ଯୀଶୁ ଏହି ସ୍ଥାନରେ ଯେଉଁମାନଙ୍କୁ କହୁଥିଲେ ସେହି ଫାରୂଶୀମାନେ ପୁରୁଷ ଥିଲେ I

Did not the one who made the outside also make the inside?

ସେମାନଙ୍କ ହୃଦୟରେ ଯାହା ଅଛି ତାହା ଯେ ଈଶ୍ୱରଙ୍କ ନିକଟରେ ମହତ୍ତ୍ଵ ରଖିଥାଏ ସେକଥା ବୁଝି ନ ପାରିବା ହେତୁ ଫାରୂଶୀମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯିଏ ବାହାରର ବିଷୟ ଗଢିଛନ୍ତି ସେ ଅନ୍ତରସ୍ଥ ବିଷୟଗୁଡିକ ମଧ୍ୟ ଗଢିଛନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

Luke 11:41

give as charity what is inside

ସେମାନେ ସେମାନଙ୍କ ଗିନା ଓ ଥାଳିଗୁଡିକ ସହିତ କ’ଣ କରିବା ଉଚିତ୍ ସେହି ବିଷୟକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଗିନା ଓ ଥାଳିଗୁଡିକ ଭିତରେ ଯାହା ଅଛି ତାହା ଦରିଦ୍ରମାନଙ୍କୁ ଦିଅ” ବା “ଦରିଦ୍ରମାନଙ୍କ ପ୍ରତି ବଦାନ୍ୟ ହୁଅ” (ଦେଖ: /WA-Catalog/or_tm?section=translate#figs-explicit)

all things will be clean for you

ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପରେ ଶୁଚି ହେବ ବା “ତୁମ୍ଭେମାନେ ଉଭୟ ବାହାରେ ଓ ଭିତରେ ଶୁଚି ହେବ”

Luke 11:42

the mint and the rue and every garden herb

ତୁମ୍ଭେମାନେ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ବଗିଚାର ପୋଦିନା ଓ ଆରୁଦ ଓ ଅନ୍ୟ ଶାକର ଦଶମାଂଶ ଦେଇଥାଅ I ଯୀଶୁ ଏକ ଦୃଷ୍ଟାନ୍ତ ଦେଉଥିଲେ ଯେ ଫାରୂଶୀମାନେ ସେମାନଙ୍କ ଆୟର ଦଶମାଂଶ ଦେବାରେ କେତେ ଚରମପନ୍ଥୀ ଥିଲେ I

the mint and the rue and every garden herb

ଏସବୁ ଶାକଗୁଡିକ ଅଟେ I ଲୋକମାନେ ସେମାନଙ୍କ ଖାଦ୍ୟ ମଧ୍ୟରେ ସ୍ୱାଦ ବଢାଇବା ନିମନ୍ତେ ଏହି ପତ୍ରଗୁଡିକର କେବଳ ଅଳ୍ପ ପରିମାଣ ପକାଇ ଥାଆନ୍ତି I ଯଦି ଲୋକମାନେ ପୋଦିନା ଓ ଆରୁଦ କ’ଣ ଅଟେ ଜାଣନ୍ତି ନାହିଁ ତେବେ ତୁମେ ସେମାନେ ଜାଣିଥିବା ଶାକର ନାମ ବ୍ୟବହାର କରିପାର ବା ସାଧାରଣ ପ୍ରକାରେ ବୁଝାଇବା ନିମନ୍ତେ “ଶାକସବୁ” ଶବ୍ଦ ବ୍ୟବହାର କରିପାର I” (ଦେଖ: /WA-Catalog/or_tm?section=translate#translate-unknown)

every garden herb

ସାମ୍ଭାବ୍ୟ ଅର୍ଥଗୁଡିକ 1) “ପ୍ରତ୍ୟେକ ଭିନ୍ନ ପନିପରିବା” 2) ବଗିଚାର ପ୍ରତ୍ୟେକ ଭିନ୍ନ ପନିପରିବା” ବା 3) “ବଗିଚାର ପ୍ରତ୍ୟେକ ଭିନ୍ନ ଲତା I”

the love of God

ଈଶ୍ୱରଙ୍କୁ ପ୍ରେମ କରିବା ବା “ଈଶ୍ୱରଙ୍କ ନିମନ୍ତେ ପ୍ରେମ I” ଈଶ୍ୱର ହିଁ ଏକମାତ୍ର ଯାହାଙ୍କୁ ପ୍ରେମ କରିବା I

and not to neglect those things

ବିଫଳ ନ ହୋଇ"" ଗୁରୁତ୍ଵ ଅରୋପ କରେ ଯେ ଏହା ସବୁବେଳେ କରିବା ଉଚିତ୍ I ଏହାକୁ ଆସ୍ତିସୂଚକ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏବଂ ସବୁବେଳେ ଅନ୍ୟ ଉତ୍ତମ କାର୍ଯ୍ୟଗୁଡିକ ମଧ୍ୟ କରିବା” (ଦେଖ: /WA-Catalog/or_tm?section=translate#figs-litotes)

Luke 11:43

Connecting Statement:

ଯୀଶୁ ଫାରୂଶୀମାନଙ୍କୁ କଥା କହିବା ସମାପ୍ତ କଲେ I

the best seats

ସର୍ବୋତ୍ତମ ଆସନଗୁଡିକ

the respectful greetings

ତୁମ୍ଭେମାନେ ପସନ୍ଦ କର ଯେ ଲୋକମାନେ ତୁମ୍ଭମାନଙ୍କୁ ବିଶେଷ ସମ୍ମାନ ସହକାରେ ଅଭିବାଦନ କରନ୍ତୁ

Luke 11:44

you are like unmarked graves, and people walk over them without knowing it

ଫାରୂଶୀମାନେ ଚିହ୍ନିତ ହୋଇ ନ ଥିବା ସମାଧିଗୁଡିକ ପରି ଅଟନ୍ତି କାରଣ ସେମାନେ ବିଧି ଅନୁସାରେ ଶୁଚି ଭଳି ଦେଖାଯାଆନ୍ତି, କିନ୍ତୁ ସେମାନେ ସେମାନଙ୍କ ଚାରିଆଡେ ଥିବା ଲୋକମାନଙ୍କୁ ଅଶୁଚି କରିବାରେ କାରଣ ପାଲଟନ୍ତି I (ଦେଖ: /WA-Catalog/or_tm?section=translate#figs-simile)

unmarked graves

ଏହି ସମାଧିଗୁଡିକ ଭୂମିରେ ଖୋଳାଯାଇଥିବା ଗାତଗୁଡିକ ଅଟେ ଯେଉଁଠି ଗୋଟିଏ ମୃତ ଶରୀର ପୋତା ଯାଇଥାଏ I ସେଗୁଡ଼ିକରେ ଧଳା ପଥର ନ ଥିଲା ଯାହା ଲୋକମାନେ ସାଧାରଣତଃ ସମାଧିଗୁଡିକ ଉପରେ ରଖୁଥଲେ ଯେପରି ଅନ୍ୟମାନେ ସେଗୁଡିକ ଦେଖିପାରିବେ I

without knowing it

ଯଦି ଯିହୂଦୀମାନେ ଗୋଟିଏ ସମାଧି ଉପରେ ଚାଲିଯାଆନ୍ତି, ତେବେ ସେମାନେ ବିଧି ଅନୁସାରେ ଅଶୁଚି ହୋଇଯିବେ I ଏହି ଚିହ୍ନିତ ହୋଇ ନ ଥିବା ସମାଧିଗୁଡିକ ବେଳେବେଳେ ସେମାନଙ୍କୁ ଆକସ୍ମିକ ଭାବରେ ଅଶୁଚି କରାଇଥାଏ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: ""ତାହା ଜାଣି ନ ପାରି ବିଧି ଅନୁସାରେ ଅଶୁଚି ହୋଇଯିବା” (ଦେଖ: /WA-Catalog/or_tm?section=translate#figs-explicit)

Luke 11:45

General Information:

ଯୀଶୁ ଜଣେ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞଙ୍କୁ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I

one of the teachers of the law

ଏହା କାହାଣୀ ମଧ୍ୟକୁ ଏକ ନୂତନ ଚରିତ୍ରର ପରିଚୟ ଦିଏ I(ଦେଖ:/WA-Catalog/or_tm?section=translate#writing-participants)

saying these things, you insult us too

ଫାରୂଶୀମାନଙ୍କ ସମ୍ପର୍କରେ ଯୀଶୁଙ୍କ ମନ୍ତବ୍ୟଗୁଡିକ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ମନେ ହୁଏ I

Luke 11:46

Woe to you, teachers of the law!

ଯୀଶୁ ଏହା ସ୍ପଷ୍ଟ କରନ୍ତି ଯେ ସେ ଫାରୂଶୀମାନଙ୍କ ସହିତ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ କାର୍ଯ୍ୟଗୁଡିକୁ ଦୋଷାରୋପ କରିବା ନିମନ୍ତେ ଇଚ୍ଛା କରିଥିଲେ I

you put people under burdens that are hard to carry

ତୁମ୍ଭେମାନେ ଲୋକମାନ ଉପରେ ବୋଝଗୁଡିକ ଲଦିଥାଅ ଯାହା ଅତିଶୟ ଗୁରୁ ଭାର ଅଟେ ଏବଂ ସେମାନେ ସେସବୁ ବହି ନେଇପାରନ୍ତି ନାହିଁ I ଯୀଶୁ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହନ୍ତି ସତେ ଯେପରି ସେ ଲୋକମାନଙ୍କୁ କିଛି ନିୟମ ଦିଅନ୍ତି ଯାହା ସେହି ବ୍ୟକ୍ତି ଲୋକମାନଙ୍କୁ ଓଜନିଆ ଜିନିଷଗୁଡିକ ବୋହିବାକୁ ଦେବା ପରି ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲୋକମାନଙ୍କୁ ଅତି ମାତ୍ରାରେ ନିୟମଗୁଡିକ ପାଳନ କରିବା ନିମନ୍ତେ ଦେଇ ଭାରଗ୍ରସ୍ତ କରିଥାଅ” (ଦେଖ: /WA-Catalog/or_tm?section=translate#figs-metaphor)

do not touch the burdens with one of your fingers

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ ସେହି ବୋଝ ବହନ କରିବାକୁ ସାହାଯ୍ୟ କରିବା ପାଇଁ ଯାହା ସମ୍ଭବ ତାହା କର” ବା 2) “ତୁମେ ନିଜେ ସେହି ବୋଝଗୁଡିକୁ ବହନ କରିବା ନିମନ୍ତେ ଯେକୌଣସି ପ୍ରଚେଷ୍ଟା କର I”

Luke 11:48

ଯୀଶୁ ଫାରୂଶୀମାନଙ୍କୁ ଏବଂ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କୁ ଅନୁଯୋଗ କରୁଛନ୍ତି I ସେମାନେ ଭାବବାଦୀମାନଙ୍କ ହତ୍ୟା ହେବା ସମ୍ପର୍କରେ ଜାଣିଥିଲେ ମାତ୍ର ଆପଣାମାନଙ୍କର ପିତୃପୁରୁଷମାନଙ୍କୁ ସେମାନଙ୍କୁ ବଧ କରିବା ସକାଶେ ଦୋଷାରୋପ କଲେ ନାହିଁ I ବିକଳ୍ପ ଅନୁବାଦ: “ତେଣୁ ସେମାନଙ୍କୁ ନିନ୍ଦା କରିବା ପରିବର୍ତ୍ତେ, ତୁମ୍ଭେମାନେ ତାହାକୁ ଦୃଢ଼ କରୁଛ ଓ ସମ୍ମତ ହେଉଛ” (ଦେଖ: /WA-Catalog/or_tm?section=translate#figs-explicit)

Luke 11:49

For this reason

ଏହା ପୂର୍ବବର୍ତ୍ତୀ ଉକ୍ତିକୁ ପୂନଃ ସୂଚିତ କରେ ଯେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ନୀତିନିୟମଗୁଡିକ ସହିତ ଲୋକମାନଙ୍କୁ ଭାରଗ୍ରସ୍ତ କରୁଛନ୍ତି I

the wisdom of God said

ଜ୍ଞାନକୁ ଈଶ୍ୱରଙ୍କ ପକ୍ଷରେ କଥା କହି ପାରିବା ରୂପରେ ବିବେଚନା କରାଯାଏ I ବିକଳ୍ପ ଅନୁବାଦ: “ଈଶ୍ୱର ଆପଣା ଜ୍ଞାନରେ କଥା କହିଲେ” ବା “ଈଶ୍ୱର ଜ୍ଞାନପୂର୍ଣ୍ଣ ଭାବରେ କହିଲେ” (ଦେଖ: /WA-Catalog/or_tm?section=translate#figs-personification)

I will send to them prophets and apostles

ମୁଁ ମୋର ଲୋକମାନଙ୍କ ନିକଟକୁ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବି I ଯୀଶୁ କଥା କହୁଥିବା ଯିହୂଦୀୟ ଶ୍ରୋତାମାନଙ୍କର ପୂର୍ବପୁରୁଷମାନଙ୍କ ନିକଟକୁ ସେ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବେ ବୋଲି ଈଶ୍ୱର ବହୁ ପୂର୍ବରୁ ଘୋଷଣା କରିଥିଲେ I

they will persecute and they will kill some of them

ମୋର ଲୋକମାନେ କେତେକ ଭାବବାଦୀମାନଙ୍କୁ ଏବଂ ପ୍ରେରିତମାନଙ୍କୁ ତାଡନା କରିବେ ଓ ବଧ କରିବେ I ଯୀଶୁ କଥା କହୁଥିବା ଯିହୂଦୀୟ ଶ୍ରୋତାମାନଙ୍କ ପୂର୍ବପୁରୁଷମାନେ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ତାଡନା କରିବେ ଓ ବଧ କରିବେ ବୋଲି ଈଶ୍ୱର ବହୁ ପୂର୍ବରୁ ଘୋଷଣା କରିଥିଲେ I

Luke 11:50

This generation, then, will be held responsible for all the blood of the prophets shed

ଯୀଶୁ କଥା କହୁଥିବା ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ଦ୍ୱାରା କରାଯାଇଥିବା ଭାବବାଦୀମାନଙ୍କର ହତ୍ୟା ନିମନ୍ତେ ଉତ୍ତରଦାୟୀ କରାଯିବେ I ବିକଳ୍ପ ଅନୁବାଦ: “ଅତଏବ, ଈଶ୍ୱର ଲୋକମାନେ କରିଥିବା ଭାବବାଦୀ ସମସ୍ତଙ୍କର ମୃତ୍ୟୁ ନିମନ୍ତେ ଏହି ବର୍ତ୍ତମାନ ପୁରୁଷକୁ ଉତ୍ତରଦାୟୀ କରିବେ” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-activepassive )

all the blood of the prophets which has been shed

“ରକ୍ତ...ପାତ” ପଦଟି ଯେତେବେଳେ ସେମାନେ ବଧ କରାଗଲେ ତହିଁର ଛିଟିକି ଯାଇଥିବା ରକ୍ତକୁ ସୂଚାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନଙ୍କର ହତ୍ୟା” (ଦେଖ: /WA-Catalog/or_tm?section=translate#figs-metonymy)

Luke 11:51

Zechariah

ଏହା ହୁଏତ ପୁରାତନ ନିୟମର ଯାଜକ ଅଟନ୍ତି, ଯିଏ ଇସ୍ରାଏଲର ଲୋକମାନଙ୍କୁ ପ୍ରତିମା ପୂଜା ନିମନ୍ତେ ଅନୁଯୋଗ କରିଥିଲେ I ଏହା ବାପ୍ତିଜକ ଯୋହନଙ୍କ ପିତା ନ ଥିଲେ I

who was killed

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେ ଲୋକମାନେ ବଧ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 11:52

Connecting Statement:

ଯୀଶୁ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କୁ ପ୍ରତ୍ୟୁତ୍ତର ଦେବା ସମାପ୍ତ କରନ୍ତି I

you have taken away the key of knowledge ... hinder those who are entering

ଯୀଶୁ ଈଶ୍ୱରଙ୍କ ସତ୍ୟ ସମ୍ବନ୍ଧରେ କହନ୍ତି, ସତେ ଯେପରି ତାହା ଏକ ଗୃହରେ ଥିଲା ଯହିଁରେ ପ୍ରବେଶ କରିବାକୁ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଅସମ୍ମତ ହେଲେ ଏବଂ ଅନ୍ୟମାନେ ପ୍ରବେଶ କରିବା ନିମନ୍ତେ ଚାବି ପାଆନ୍ତୁ ବୋଲି ସେମାନେ ଅନୁମତି ଦେଲେ ନାହିଁ I ଏହାର ଅର୍ଥ ଏହି ଯେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ପ୍ରକୃତରେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଏବଂ ଅନ୍ୟମାନଙ୍କୁ ତାଙ୍କୁ ଜାଣିବାରେ ନିବାରଣ କରନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

the key

ଏହା ପ୍ରବେଶର ଉପାୟକୁ ବୁଝାଏ; ତାହା ଗୋଟିଏ ଗୃହ ମଧ୍ୟକୁ ହେଉ ବା ଗୋଦାମ ଘରକୁ ହେଉ I

you do not enter in yourselves

ତୁମ୍ଭେମାନେ ସ୍ୱୟଂ ନିଜେ ଜ୍ଞାନ ପାଇବା ନିମନ୍ତେ ଯାଇ ନ ଥାଅ

Luke 11:53

General Information:

ଏହା କାହାଣୀର ଅଂଶର ସମାପ୍ତି ଅଟେ ଯେଉଁଠାରେ ଯୀଶୁ ଫାରୂଶୀର ଗୃହରେ ଭୋଜନ କରନ୍ତି I ଏହି ପଦଗୁଡିକ ପାଠକକୁ କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ କଅଣ ଘଟିଲା ତାହା କୁହେ I

After he went out from there

ଯୀଶୁ ଫାରୂଶୀର ଗୃହ ପରିତ୍ୟାଗ କରିବା ପରେ

argued against him about many things

ଶାସ୍ତ୍ରୀ ଓ ଫାରୂଶୀମାନେ ସେମାନଙ୍କର ମତାମତକୁ ରକ୍ଷା କରିବା ନିମନ୍ତେ ଯୁକ୍ତିତର୍କ କଲେ ନାହିଁ, କିନ୍ତୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କଲେ ଯେପରି ସେମାନେ ତାଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥା ଲଂଘନ ଦୋଷରେ ଦୋଷାରୋପ କରିପାରିବେ I

Luke 11:54

to trap him in something from his mouth

ଏହାର ଅର୍ଥ ସେମାନେ ଚାହୁଁ ଥିଲେ ଯେ ଯୀଶୁ କିଛି ଭୁଲ କଥା କୁହନ୍ତୁ ଯେପରି ସେମାନେ ତାଙ୍କୁ ଅଭିଯୁକ୍ତ କରିପାରିବେ I ଶାସ୍ତ୍ରୀ ଓ ଫାରୂଶୀମାନେ ସେମାନଙ୍କର ମତାମତକୁ ରକ୍ଷା କରିବା ନିମନ୍ତେ ଯୁକ୍ତିତର୍କ କଲେ ନାହିଁ, କିନ୍ତୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କଲେ ଯେପରି ସେମାନେ ତାଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥା ଲଂଘନ ଦୋଷରେ ଦୋଷାରୋପ କରିପାରିବେ I (ଦେଖ: /WA-Catalog/or_tm?section=translate#figs-metaphor)