Luke 12

ଲୂକ 12 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

”ଆତ୍ମାଙ୍କ ବିରୁଦ୍ଧରେ ଈଶ୍ୱରନିନ୍ଦା”

କେହି ନିଶ୍ଚିତ ଭାବରେ ଜାଣେ ନାହିଁ ଯେ ଲୋକମାନେ କେଉଁ କାର୍ଯ୍ୟ କରିବା ଦ୍ବାରା ବା କେଉଁ କଥା କହିବା ଦ୍ବାରା ଏହି ପାପ କରନ୍ତି I ତଥାପି, ସେମାନେ ହୁଏତ ପବିତ୍ରଆତ୍ମାଙ୍କୁ ଏବଂ ତାଙ୍କର କାର୍ଯ୍ୟକୁ ଅପମାନିତ କରନ୍ତି I ପବିତ୍ରଆତ୍ମାଙ୍କ କାର୍ଯ୍ୟର କିଛି ଅଂଶ ହେଉଛି ଲୋକମାନଙ୍କୁ ବୁଝାଇ ଦେବା ଯେ ସେମାନେ ପାପୀ ଅଟନ୍ତି ଏବଂ ଈଶ୍ୱରଙ୍କଠାରୁ କ୍ଷମା ପାଇବା ସେମାନଙ୍କ ନିମନ୍ତେ ଆବଶ୍ୟକ I ସେଥିପାଇଁ କେହି ଯଦି ପାପ କରିବା ବନ୍ଦ କରିବା ନିମନ୍ତେ ଚେଷ୍ଟା ନ କରେ ସେ ହୁଏତ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଈଶ୍ୱରନିନ୍ଦା କରୁଛି I (ଦେଖ: /WA-Catalog/or_tw?section=kt#blasphemy ଏବଂ /WA-Catalog/or_tw?section=kt#holyspirit)

ସେବକମାନେ

ଈଶ୍ୱର ଅପେକ୍ଷା କରନ୍ତି ଯେ ତାଙ୍କର ଲୋକମାନେ ସ୍ମରଣରେ ରଖନ୍ତୁ ଯେ ଏହି ଜଗତର ସବୁ କିଛି ଈଶ୍ୱରଙ୍କ ଅଟେ I ଈଶ୍ୱର ତାଙ୍କର ଲୋକମାନଙ୍କୁ ବିଷୟଗୁଡିକ ଦିଅନ୍ତି ଯେପରି ସେମାନେ ତାଙ୍କର ସେବା କରିବେ I ସେ ଇଚ୍ଛା କରନ୍ତି ଯେ ସେ ସେମାନଙ୍କୁ ଯାହା ଦେଇଛନ୍ତି ତାହା ସହିତ ସେମାନେ ତାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରିବେ I ଦିନେ ଯୀଶୁ ତାଙ୍କର ସେବକମାନଙ୍କୁ ପଚାରିବେ ଯେ ସେ ସେମାନଙ୍କୁ ବ୍ୟବହାର କରିବା ନିମନ୍ତେ ଯାହା ଦେଇଛନ୍ତି ତାହା ସହିତ ସେମାନେ କ’ଣ କରିଛନ୍ତି I ଯେଉଁମାନେ ତାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସେ ଏକ ପୁରସ୍କାର ପ୍ରଦାନ କରିବେ ଓ ଯେଉଁମାନେ ତାହା କରି ନାହାନ୍ତି ସେ ସେମାନଙ୍କୁ ଦଣ୍ଡ ଦେବେ I

ଦଳଭେଦ

ଯୀଶୁ ଜାଣିଥିଲେ ଯେ ଯେଉଁମାନେ ତାଙ୍କର ଅନୁଗମନ କରିବା ନିମନ୍ତେ ମନୋନୀତ କରନ୍ତି ନାହିଁ ସେମାନେ ତାଙ୍କର ଅନୁଗମନ କରିବା ନିମନ୍ତେ ମନୋନୀତ କରୁଥିବା ଲୋକମାନଙ୍କୁ ଘୃଣା କରିବେ I ସେ ଆହୁରି ମଧ୍ୟ ଜାଣିଥିଲେ ଯେ ଅଧିକାଂଶ ଲୋକମାନେ ଆଉ କାହାକୁ ପ୍ରେମ କରିବା ଅପେକ୍ଷା ଆପଣା ପରିବାରଗୁଡିକୁ ଅଧିକ ପ୍ରେମ କରିବେ I ତେଣୁ ସେ ତାଙ୍କର ଅନୁଗମନକାରୀମାନେ ଏହା ବୁଝନ୍ତୁ ବୋଲି ଚାହିଁଲେ ଯେ ସେମାନଙ୍କ ନିମନ୍ତେ ଆପଣାମାନଙ୍କ ପରିବାର ସେମାନଙ୍କୁ ପ୍ରେମ କରିବା ଅପେକ୍ଷା ତାଙ୍କ ଅନୁଗାମୀ ହେବା ଓ ତାଙ୍କୁ ସନ୍ତୁଷ୍ଟ କରିବା ହିଁ ଅଧିକ ମହତ୍ତ୍ଵପୂର୍ଣ୍ଣ ହେବା ଆବଶ୍ୟକ I ([ଲୂକ 12: 51-56](. /51.ମଝି))I

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ଜନିତ ଅସୁବିଧାଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରୁଛନ୍ତି ([ଲୂକ 12: 8] (. /08.ମଝି )) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ବିଷୟରେ କହିବା ପାଇଁ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଆଉ କାହା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tw?section=kt#sonofmanଏବଂ /WA-Catalog/or_tm?section=translate#figs-123person)

Luke 12:1

General Information:

ହଜାର ହଜାର ଲୋକମାନଙ୍କ ସମ୍ମୁଖରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

In the meantime

ଏହା ହୁଏତ ସେହି ସମୟର ଘଟଣା ଯେତେବେଳେ ଶାସ୍ତ୍ରୀମାନେ ଏବଂ ଫାରୂଶୀମାନେ ତାଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏକ ସୁଯୋଗ ଖୋଜୁଥିଲେ I ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦଗୁଡିକ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

when many thousands of the people were gathered together

ଏହା ପୃଷ୍ଠଭୂମି ତଥ୍ୟ ଅଟେ ଯାହା କାହାଣୀର ପୃଷ୍ଟଭୂମି ସମ୍ପର୍କରେ କୁହେ (ଦେଖ: /WA-Catalog/or_tm?section=translate#writing-background)

many thousands of the people

ଏକ ବିଶାଳ ଲୋକସମୂହ

they trampled on each other

ଏହା ହୁଏତ ଗୁରୁତ୍ଵ ଆରୋପ କରିବା ପାଇଁ ଏକ ଅତିରଞ୍ଜନ ଯେ ଅନେକ ଲୋକମାନେ ପାଖାପାଖି ଏକତ୍ର ଭିଡ କରୁଥିଲେ ସତେ ଯେପରି ସେମାନେ ପରସ୍ପର ଉପରେ ମାଡି ପଡିବେ I ବିକଳ୍ପ ଅନୁବାଦ: “ସେମାନେ ପରସ୍ପର ଉପରେ ମାଡି ପଡୁଥିଲେ” ବା “ସେମାନେ ପରସ୍ପରର ପାଦ ଉପରେ ମାଡି ପଡୁଥିଲେ” (ଦେଖ: /WA-Catalog/or_tm?section=translate#figs-hyperbole)

he began to say to his disciples first of all

ଯୀଶୁ ପ୍ରଥମେ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ, ତା’ପରେ ସେମାନଙ୍କୁ କହିଲେ

Guard yourselves from the yeast of the Pharisees, which is hypocrisy

ଯେପରି ମଇଦାର ସମୁଦାୟ ପିଣ୍ଡୁଳାକୁ ଖମୀର ବ୍ୟାପି ଯାଇଥାଏ, ସେପରି ସେମାନଙ୍କର କପଟତା ସମୁଦାୟ ସମ୍ପ୍ରଦାୟ ମଧ୍ୟରେ ବ୍ୟାପି ଯାଉଥିଲା I ବିକଳ୍ପ ଅନୁବାଦ: “ଫାରୂଶୀମାନଙ୍କ କପଟତା ବିରୁଦ୍ଧରେ ଆପଣାକୁ ଜାଗ୍ରତ କରି ରଖିଥାଅ, ଯାହା ଖମୀର ସଦୃଶ ଅଟେ” ବା “ସଜାଗ ଥାଅ ଯେ ତୁମ୍ଭେମାନେ ଯେପରି ଫାରୂଶୀମାନଙ୍କ ପରି କପଟୀ ନ ହୁଅ I ସେମାନଙ୍କ ମନ୍ଦ ବ୍ୟବହାର ପ୍ରତ୍ୟେକ ଲୋକକୁ ପ୍ରଭାବିତ କରିଥାଏ ଠିକ ଯେପରି ଖମୀର ଗୋଟିଏ ମଇଦା ପିଣ୍ଡୁଳାକୁ ପ୍ରଭାବିତ କରିଥାଏ” (ଦେଖ: /WA-Catalog/or_tm?section=translate#figs-metaphor)

Luke 12:2

But nothing is

“କିନ୍ତୁ” ଶବ୍ଦ ଫାରୂଶୀମାନଙ୍କ କପଟତା ସମ୍ପର୍କରେ ଥିବା ପୂର୍ବବର୍ତ୍ତୀ ପଦ ସହିତ ଏହି ପଦକୁ ସଂଯୁକ୍ତ କରେ I (ଦେଖ: /WA-Catalog/or_tm?section=translate#writing-connectingwords)

nothing is concealed that will not be revealed

ଯାହା ଗୁପ୍ତ ହୋଇଛି ସେହି ପ୍ରତ୍ୟେକ ବିଷୟ ପ୍ରକାଶିତ କରାଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଗୁପ୍ତରେ ଯାହା କରନ୍ତି ସେହି ସମସ୍ତ ବିଷୟରେ ଲୋକମାନେ ଜାଣିପାରିବେ” (ଦେଖ: /WA-Catalog/or_tm?section=translate#figs-activepassive)

nor hidden that will not be known

ବାକ୍ୟର ପ୍ରଥମ ଭାଗ ପରି ଏହାର ସମାନ ଅର୍ଥ ରହିଛି ଯେପରି ଏହାର ସତ୍ୟକୁ ଗୁରୁତ୍ଵ ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟମାନେ ଯାହା ଗୁପ୍ତ କରି ରଖିବାକୁ ଚାହାନ୍ତି, ଲୋକମାନେ ସେହି ସମସ୍ତ ବିଷୟ ଜାଣିପାରିବେ” (ଦେଖ: /WA-Catalog/or_tm?section=translate#figs-parallelism)

Luke 12:3

whatever you have said in the darkness will be heard in the light

ଏଠାରେ “ଅନ୍ଧକାର” ଶବ୍ଦ “ରାତ୍ରୀ”ର ଏକ ପ୍ରତିଶବ୍ଦ ଅଟେ ପୁଣି ତାହା “ଗୁପ୍ତ”ର ପ୍ରତିଶବ୍ଦ ଅଟେ I ଏବଂ “ଆଲୋକ” ଶବ୍ଦ “ଦିବସ”ର ଏକ ପ୍ରତିଶବ୍ଦ ଅଟେ ପୁଣି ତାହା “ସର୍ବସାଧାରଣ”ର ପ୍ରତିଶବ୍ଦ ଅଟେ I “ଶୁଣାଯିବ” ବାକ୍ୟାଂଶକୁ ସକ୍ରିୟ ରୂପରେ ଉଲ୍ଲେଖ କରି ହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଗୋପନରେ ରାତ୍ରୀରେ କହିଅଛ, ଲୋକମାନେ ତାହା ଦିବାଲୋକରେ ଶୁଣିବେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metonymy)

you have spoken in the ear

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ବ୍ୟକ୍ତି ନିକଟରେ ଫୁସଫୁସ୍ କରି କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

in the inner rooms

ଏକ ଗୁପ୍ତ କୋଠରୀରେ I ଏହା ବ୍ୟକ୍ତିଗତ ବାଣୀକୁ ସୂଚାଏ I ବିକଳ୍ପ ଅନୁବାଦ: “ବ୍ୟକ୍ତିଗତ ଭାବରେ” ବା “ଗୁପ୍ତରେ”

will be proclaimed

ଅତି ଉଚ୍ଚସ୍ୱରରେ ଶୁଭିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଲୋକମାନେ ଘୋଷଣା କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

upon the housetops

ଇସ୍ରାଏଲରେ ଗୃହଗୁଡିକର ସମତଳ ଛାତ ଥିଲା, ତେଣୁ ଲୋକମାନେ ଉପରକୁ ଯାଇ ପାରୁଥିଲେ ଏବଂ ସେଗୁଡିକ ଉପରେ ଠିଆ ହୋଇପାରୁଥିଲେ I ଯଦି ପାଠକମାନେ କଳ୍ପନା କରିବାକୁ ଚେଷ୍ଟା କରି ଅନ୍ୟମନସ୍କ ହେବେ ଯେ ଲୋକମାନେ କିପରି ଛାତର ଉପରକୁ ଯାଉଥିଲେ, ତେବେ ଏହାକୁ ମଧ୍ୟ ଏକ ଅଧିକ ସାଧାରଣ ଅଭିବ୍ୟକ୍ତି ସହିତ ଅନୁବାଦ କରାଯାଇପାରିବ, ଯଥା “ଏକ ଉଚ୍ଚସ୍ଥାନରୁ, ଯେପରି ପ୍ରତ୍ୟେକ ବ୍ୟକ୍ତି ଶୁଣିବାରେ ସମର୍ଥ ହେବ I”

Luke 12:4

I say to you my friends

ଏକ ନୂତନ ପ୍ରସଙ୍ଗ ପ୍ରତି ଆପଣା ଭାଷଣର ପଟ୍ଟପରିବର୍ତ୍ତନକୁ ଚିହ୍ନିତ କରିବା ନିମନ୍ତେ ଯୀଶୁ ଏହି କ୍ଷେତ୍ରରେ, ଭୟଭୀତ ନ ହେବା ପାଇଁ ତାଙ୍କର ଶିଷ୍ୟମାନଙ୍କୁ ପୁନଃ ସମ୍ବୋଧନ କରନ୍ତି I

they do not have anything more that they can do

ସେମାନେ ଆଉ ଅଧିକ କ୍ଷତି ସାଧନ କରିପାରିବେ ନାହିଁ

Luke 12:5

Fear the one who, after ... has authority

“ତାହାଙ୍କୁ” ପଦ ଈଶ୍ୱରଙ୍କୁ ସୂଚାଇ ଥାଏ I ଏହାର ଶବ୍ଦଗୁଡ଼ିକୁ ପୂନଃବିନ୍ୟାସ କରି ହେବ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କୁ ଭୟ କର ... ଯାହାଙ୍କର ଅଧିକାର ଅଛି” ବା “ଈଶ୍ୱରଙ୍କୁ ଭୟ କର, କାରଣ ...ଉତ୍ତାରେ ତାହାଙ୍କର ଅଧିକାର ଅଛି” (ଦେଖ: /WA-Catalog/or_tm?section=translate#figs-explicit)

after he has killed

ସେ ତୁମକୁ ବଧ କଲା ଉତ୍ତାରେ

has authority to throw into hell

ଲୋକମାନଙ୍କୁ ବିଚାର କରିବା ନିମନ୍ତେ ଈଶ୍ୱରଙ୍କ ଅଧିକାର ସମ୍ପର୍କରେ ଏହା ଏକ ସାଧାରଣ ଉକ୍ତି ଅଟେ I ଏହାର ଅର୍ଥ ନୁହେଁ ଯେ ଏହି ବିଷୟ ଶିଷ୍ୟମାନଙ୍କ ପ୍ରତି ଘଟିବ ନାହିଁ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ନର୍କରେ ନିକ୍ଷେପ କରିବା ନିମନ୍ତେ ଅଧିକାର ଅଛି”

Luke 12:6

Are not five sparrows sold for two small coins?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ପାଞ୍ଚଟି ଘରଚଟିଆ କେବଳ ଦୁଇଟି କ୍ଷୁଦ୍ର ମୁଦ୍ରାରେ ବିକ୍ରିତ ହୁଅନ୍ତି I”(ଦେଖ: /WA-Catalog/or_tm?section=translate#figs-rquestion)

sparrows

ବୀଜ ଖାଉଥିବା ଅତି କ୍ଷୁଦ୍ର ପକ୍ଷୀଗୁଡିକ

not one of them is forgotten in the sight of God

ଏହାକୁ ସକ୍ରିୟ ଓ ଆସ୍ତିସୂଚକ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କ ମଧ୍ୟରୁ କାହାରିକି କଦାପି ଭୁଲିଯାଆନ୍ତି ନାହିଁ” ବା “ଈଶ୍ୱର ପ୍ରକୃତରେ ପ୍ରତ୍ୟେକ ଘରଚଟିଆକୁ ସ୍ମରଣ କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-litotes)

Luke 12:7

even the hairs of your head are all numbered

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏପରିକି ଜାଣନ୍ତି ଯେ ତୁମର ମସ୍ତକରେ କେତେ ସଂଖ୍ୟକ କେଶ ଅଛି” (ଦେଖ: /WA-Catalog/or_tm?section=translate#figs-activepassive)

Do not fear

ଭୟର କାରଣ ଉଲ୍ଲେଖ ହୋଇନାହିଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) ତୁମ୍ଭ ପ୍ରତି କ’ଣ ଘଟିବ ସେଥିପାଇଁ ଭୟ କର ନାହିଁ ବା 2) ଅତଏବ, ତୁମ୍ଭର କ୍ଷତି କରିପାରିବା ଲୋକମାନଙ୍କ ପ୍ରତି ଭୟଭୀତ ହୁଅ ନାହିଁ”

You are more valuable than many sparrows

ତୁମେ ଈଶ୍ୱରଙ୍କ ନିକଟରେ ଅନେକ ଘରଚଟିଆଠାରୁ ମୂଲ୍ୟବାନ୍ ଅଟ I

Luke 12:8

But I say to you

ତାଙ୍କ ବକ୍ତବ୍ୟକୁ ଏକ ନୂତନ ପ୍ରସଙ୍ଗରେ ବଦଳାଇବା ପାଇଁ, ଏହି କ୍ଷେତ୍ରରେ, ସ୍ୱୀକାର କରିବା ବିଷୟରେ, ଯୀଶୁ ତାଙ୍କର ଶ୍ରୋତାମାନଙ୍କୁ ପୂନର୍ବାର ସମ୍ବୋଧନ କରନ୍ତି I

everyone who confesses me before men

ଯାହା ସ୍ୱୀକାର କରାଯାଇଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେକେହି ଅନ୍ୟମାନଙ୍କୁ ସେ ମୋହର ଶିଷ୍ୟ ଅଟେ ବୋଲି ସ୍ୱୀକାର କରେ” ବା “ଯେକେହି ଅନ୍ୟମାନଙ୍କ ସାକ୍ଷାତରେ ସ୍ୱୀକାର କରେ ଯେ ସେ ମୋ’ପ୍ରତି ଅନୁଗତ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

the Son of Man

ଯୀଶୁ ନିଜକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ଅଟେ”

Luke 12:9

but he who denies me before men

ଯିଏ ଲୋକମାନଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରେ I ଯାହା ଅସ୍ୱୀକାର କରାଯାଇଛି ତାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେକେହି ଅନ୍ୟମାନଙ୍କ ନିକଟରେ ସ୍ୱୀକାର କରିବା ପାଇଁ ମନା କରେ ଯେ ସେ ମୋର ଶିଷ୍ୟ ଅଟେ” ବା “ଯେକେହି ଏହା କହିବା ନିମନ୍ତେ ମନା କରେ ଯେ ସେ ମୋ’ପ୍ରତି ଅନୁଗତ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

will be denied

ତାହାକୁ ଅସ୍ୱୀକାର କରାଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ତାକୁ ଅସ୍ୱୀକାର କରିବେ” ବା “ମୁଁ ଏହା ଅସ୍ୱୀକାର କରିବି ଯେ ସେ ମୋର ଶିଷ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 12:10

And everyone who speaks a word against the Son of Man

ଯେଉଁ ବ୍ୟକ୍ତି ମନୁଷ୍ୟପୁତ୍ର ସମ୍ପର୍କରେ କିଛି ମନ୍ଦ କଥା କୁହେ

it will be forgiven him

ତାକୁ କ୍ଷମା ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତାକୁ ସେଥିସକାଶେ କ୍ଷମା କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

who blasphemes against the Holy Spirit

ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ମନ୍ଦ କଥା କୁହେ

but to him ... it will not be forgiven

ଏହାକୁ ସକ୍ରିୟ କ୍ରିୟାପଦ ସହିତ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: “ମାତ୍ର ସେ... ଈଶ୍ୱର ତାକୁ କ୍ଷମା କରିବେ ନାହିଁ” ବା “ଈଶ୍ୱର ତାହାକୁ ଅନନ୍ତକାଳ ନିମନ୍ତେ ଦୋଷୀ ବିବେଚିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 12:11

So when they bring you

ଏହା ଉଲ୍ଲେଖ ହୋଇନାହିଁ ଯେ କିଏ ସେମାନଙ୍କୁ ବିଚାର ମଧ୍ୟକୁ ଆଣେ I

before the synagogues

ସମାଜଗୃହ ମଧ୍ୟରେ ଧର୍ମନେତାମାନଙ୍କ ସମ୍ମୁଖରେ ତୁମ୍ଭମାନଙ୍କୁ ପ୍ରଶ୍ନ କରିବା ନିମନ୍ତେ

the rulers, and the authorities

ଏଗୁଡିକୁ ଗୋଟିଏ ଉକ୍ତିରେ ସଂଯୁକ୍ତ କରିବା ପାଇଁ ହୁଏତ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ଦେଶରେ ଥିବା ଅନ୍ୟ କ୍ଷମତାପ୍ରାପ୍ତ ଲୋକମାନେ

Luke 12:12

in that hour

ସେହି ସମୟରେ ବା “ତା’ପରେ”

Luke 12:13

General Information:

ଏହା ଯୀଶୁଙ୍କ ଶିକ୍ଷାରେ ଏକ ବିରତି ଅଟେ I ଜଣେ ଲୋକ ଯୀଶୁଙ୍କୁ କିଛି କରିବା ନିମନ୍ତେ କହିଲା ଏବଂ ଯୀଶୁ ତାହାକୁ ପ୍ରତ୍ୟୁତ୍ତର ଦେଲେ I

to divide the inheritance with me

ସେହି ସଂସ୍କୃତିରେ ସାଧାରଣତଃ ପିତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାର ପିତାଙ୍କଠାରୁ ଆସୁଥିଲା I ତୁମେ ହୁଏତ ଏହି ସ୍ଥାନରେ ସ୍ପଷ୍ଟ କରିବା ଆବଶ୍ୟକ କରିପାର ଯେ ବକ୍ତାର ପିତାଙ୍କ ବୋଧହୁଏ ମୃତ୍ୟୁ ହୋଇ ଯାଇଛି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ମୋର ପିତାଙ୍କ ସମ୍ପତ୍ତି ମୋ’ ସହିତ ଭାଗ କରିଦିଅ କାରଣ ମୋ’ ପିତା ମୃତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Luke 12:14

Man

ସାମ୍ଭାବ୍ୟ ଅର୍ଥଗୁଡିକ 1) ଏହା ଜଣେ ଅପରିଚିତ ଲୋକକୁ ସମ୍ବୋଧନ କରିବା ପାଇଁ ଏକ ସରଳ ଉପାୟ ଅଟେ ବା 2) ଯୀଶୁ ଲୋକଟିକୁ ଅନୁଯୋଗ କରୁଛନ୍ତି I ତୁମ ଭାଷାରେ ହୁଏତ ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଉପାୟ ଥାଇପାରେ I କିଛି ଲୋକମାନେ ଏହି ଶବ୍ଦକୁ ଆଦୌ ଅନୁବାଦ କରନ୍ତି ନାହିଁ I

who made me a judge or a mediator over you?

ଯୀଶୁ ଲୋକକୁ ଅନୁଯୋଗ କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I କେତେକ ଭାଷା “ତୁମ୍ଭେମାନେ” ବା “ତୁମ୍ଭମାନଙ୍କ” ନିମନ୍ତେ ବହୁବଚନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଚାରକ ନୁହେଁ ବା ମଧ୍ୟସ୍ଥି ନୁହେଁ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 12:15

Then he said to them

ଏଠାରେ “ସେମାନଙ୍କୁ” ଶବ୍ଦ ହୁଏତ ସମୁଦାୟ ଲୋକମାନଙ୍କ ଭିଡକୁ ସୂଚାଏ I ବିକଳ୍ପ ଅନୁବାଦ: “ପୁଣି ଯୀଶୁ ଲୋକସମୂହକୁ କହିଲେ”

keep yourselves from all greedy desires

ସମସ୍ତ ପ୍ରକାର ଲୋଭରୁ ଆପଣାକୁ ଜାଗ୍ରତ କରି ରଖ I ବିକଳ୍ପ ଅନୁବାଦ: “ବିଷୟବସ୍ତୁଗୁଡିକୁ ହାସଲ କରିବା ପାଇଁ ଭଲ ପାଇବାକୁ ଆପଣାକୁ ଅନୁମତି ଦିଅ ନାହିଁ” ବା “ଅଧିକ ବିଷୟବସ୍ତୁ ପାଇବାର ଲାଳସା ତୁମକୁ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦିଅ ନାହିଁ”

a person's life

ଏହା ବାସ୍ତବତାର ଏକ ସାଧାରଣ ଉକ୍ତି ଅଟେ I ଏହା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିକୁ ସୂଚାଏ ନାହିଁ I କେତେକ ଭାଷାରେ ହୁଏତ ତାହା ପ୍ରକାଶ କରିବା ନିମନ୍ତେ ଏକ ଉପାୟ ରହିଛି I

the abundance of his possessions

ସେ କେତେ ବେଶୀ ବିଷୟମାନ ନିଜର କରେ ବା “ତା’ର କେତେ ସମ୍ପତ୍ତି ଅଛି”

Luke 12:16

Connecting Statement:

ଯୀଶୁ ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ତାଙ୍କର ଶିକ୍ଷା ଦେବା ଜାରି ରଖନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Then he spoke to them

ଯୀଶୁ ହୁଏତ ସେପର୍ଯ୍ୟନ୍ତ ସେହି ସମୁଦାୟ ଲୋକସମୂହକୁ କହୁଥିଲେ I

yielded abundantly

ଏକ ଅତି ଉତ୍ତମ ଫସଲ ଉତ୍ପନ୍ନ ହେଲା

Luke 12:17

What will I do, because I do not have a place to store my crops?

ସେହି ଲୋକ ନିଜ ବିଷୟରେ କ’ଣ ଚିନ୍ତା କରୁଥିଲା ତାହା ଏହି ପ୍ରଶ୍ନ ପ୍ରତିଫଳନ କରେ I ବିକଳ୍ପ ଅନୁବାଦ: “ମୁଁ ଜାଣେ ନାହିଁ କ’ଣ କରିବାକୁ ହେବ, କାରଣ ମୋର ସମସ୍ତ ଶସ୍ୟ ସାଇତି ରଖିବା ନିମନ୍ତେ ମୋ’ ପାଖରେ ଯଥେଷ୍ଟ ବଡ ସ୍ଥାନ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

Luke 12:18

barns

କୋଠାଗୁଡିକ ଯେଉଁଠାରେ କୃଷକମାନେ ତାଙ୍କର ଅମଳ କରିଥିବା ଶସ୍ୟଗୁଡିକୁ ସାଇତି ରଖନ୍ତି

other goods

ସମ୍ପତ୍ତିସବୁ

Luke 12:19

I will say to my soul, ""Soul, you have ... many years. Rest easy ... be merry.

ମୁଁ ନିଜକୁ କହିବି, ‘ମୋର ଅଛି,,, ବହୁ ବର୍ଷ I ବିଶ୍ରାମ କର...ଆମୋଦ କର I’ କିମ୍ବା “ମୁଁ ନିଜକୁ କହିବି ଯେ ମୋର ଅଛି ...ବର୍ଷଗୁଡିକ, ତେଣୁ ମୁଁ ବିଶ୍ରାମ କରି ପାରିବି ...ଆମୋଦ କରିପାରିବି I” (ଦେଖ: /WA-Catalog/or_tm?section=translate#figs-synecdoche)

Luke 12:20

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରି ଉଦ୍ଧୃତ କରନ୍ତି ଯେ ଈଶ୍ୱର କିପରି ସେହି ଧନୀ ଲୋକ ପ୍ରତି ପ୍ରତ୍ୟୁତ୍ତର ଦିଅନ୍ତି I

this very night your soul is required of you

“ପ୍ରାଣ” ଶବ୍ଦ ଜଣେ ବ୍ୟକ୍ତିର ଜୀବନକୁ ସୂଚାଏ I ବିକଳ୍ପ ଅନୁବାଦ: “ଆଜି ରାତିରେ ତୁ ମରିବୁ” ବା “ମୁଁ ଆଜି ରାତିରେ ତୋ’ଠାରୁ ତୋହର ଜୀବନ ନେବି” (ଦେଖ: /WA-Catalog/or_tm?section=translate#figs-euphemism ଏବଂ /WA-Catalog/or_tm?section=translate#figs-activepassive )

and the things you have prepared, whose will they be?

ତୁ ସଞ୍ଚୟ କରି ରଖିଥିବା ବିଷୟ କିଏ ଅଧିକାର କରିବ ? ବା “ତୁ ପ୍ରସ୍ତୁତ କରିଥିବା ବିଷୟ କିଏ ହାସଲ କରିବ?” ସେହି ଲୋକ ଯେପରି ହୃଦୟଙ୍ଗମ କରିବ ଯେ ସେ ସେହିସବୁ ବିଷୟ ଆଉ ନିଜ ଅଧିକାରରେ ରଖି ପାରିବ ନାହିଁ ସେଥିପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମର ପ୍ରସ୍ତୁତ କରିଥିବା ବିଷୟସବୁ ଆଉ ଅନ୍ୟ କାହାର ନିଜର ହୋଇଯିବ !” (ଦେଖ: /WA-Catalog/or_tm?section=translate#figs-rquestion)

Luke 12:21

the one who stores up treasure

ବହୁ ମୂଲ୍ୟବାନ ବିଷୟଗୁଡିକ ସଞ୍ଚୟ କରେ

is not rich toward God

ଈଶ୍ୱରଙ୍କ ପ୍ରତି ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡିକ ନିମନ୍ତେ ତାହାର ସମୟ ଏବଂ ସମ୍ପତ୍ତି ବ୍ୟବହାର କରି ନାହିଁ

Luke 12:22

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକସମୂହ ସମ୍ମୁଖରେ ଶିକ୍ଷା ଦେବା ଜାରି ରଖନ୍ତି

For this reason

ସେହି କାରଣରୁ ବା “ଏହି କାହାଣୀ ଯାହା ଶିକ୍ଷା ଦିଏ ସେହି କାରଣ ହେତୁ”

I say to you

ମୁଁ ତୁମ୍ଭମାନଙ୍କୁ କିଛି ମହତ୍ତ୍ଵପୂର୍ଣ୍ଣ ବିଷୟ କହିବି ବା “ତୁମ୍ଭେମାନେ ଯତ୍ନପୂର୍ବକ ଏହା ଶୁଣିବା ଆବଶ୍ୟକ ଅଟେ”

about your body, what you will wear

ତୁମ୍ଭମାନଙ୍କ ଶରୀର ସମ୍ପର୍କରେ ଓ ତୁମ୍ଭେମାନେ କ’ଣ ପିନ୍ଧିବ ବା “ତୁମ୍ଭମାନଙ୍କ ଶରୀରରେ ପିନ୍ଧିବା ପାଇଁ ଯଥେଷ୍ଟ ବସ୍ତ୍ର ହାସଲ କରିବା”

Luke 12:23

For life is more than food

ଏହା ମୂଲ୍ୟବୋଧର ଏକ ସାଧାରଣ ଉକ୍ତି ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖାଉଥିବା ଖାଦ୍ୟଠାରୁ ଜୀବନ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ”

the body is more than clothes

ତୁମ୍ଭେମାନେ ପିନ୍ଧୁଥିବା ବସ୍ତ୍ରଗୁଡିକଠାରୁ ତୁମ୍ଭମାନଙ୍କ ଶରୀର ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ

Luke 12:24

the ravens

ଏହା ହୁଏତ ସୂଚାଏ 1) ଅଧିକାଂଶ ସମୟରେ ଶସ୍ୟଦାନା ଖାଉଥିବା ଏକ ପ୍ରକାର ପକ୍ଷୀ, କୁଆମାନଙ୍କୁ ବା 2) ମୃତ ପ୍ରାଣୀମାନଙ୍କ ମାଂସ ଖାଉଥିବା ଏକ ପ୍ରକାର ପକ୍ଷୀ, ଡାମରା କାଉମାନଙ୍କୁ I ଯୀଶୁଙ୍କ ଶ୍ରୋତାମାନେ ହୁଏତ ଡାମରା କାଉମାନଙ୍କୁ ଅଦରକାରୀ ବୋଲି ବିବେଚନା କରୁଥିବେ, ଯେହେତୁ ଯିହୂଦୀ ଲୋକମାନେ ଏହି ପ୍ରକାର ପକ୍ଷୀମାନଙ୍କୁ କେବେ ଭୋଜନ କରିବେ ନାହିଁ I

storeroom ... barn

ଏହି ସ୍ଥାନଗୁଡିକରେ ଖାଦ୍ୟ ସଞ୍ଚୟ କରାଯାଏ

How much more valuable you are than the birds!

ଏହା ଏକ ପ୍ରଶ୍ନ ନୁହେଁ, ଏହା ଏକ ବିସ୍ମୟ ଭାବର ଅଭିବ୍ୟକ୍ତି ଅଟେ I ଯୀଶୁ ଏହି ବାସ୍ତବ ବିଷୟକୁ ଗୁରୁତ୍ଵ ଆରୋପ କଲେ ଯେ ଈଶ୍ୱରଙ୍କ ନିକଟରେ ପକ୍ଷୀମାନଙ୍କ ଅପେକ୍ଷା ଲୋକମାନେ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-exclamations)

Luke 12:25

Which of you ... add a cubit to his lifespan?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେହି ବି ଚିନ୍ତା କରି ନିଜ ଜୀବନକୁ ଲମ୍ବା କରିପାରିବ ନାହିଁ !”(ଦେଖ: /WA-Catalog/or_tm?section=translate#figs-rquestion)

add a cubit to his lifespan

ଏହା ଏକ ରୂପକ ଅଟେ କାରଣ “ହାତେ” ସମୟର ନୁହେଁ ବରଂ ଏକ ଦୀର୍ଘତାର ମାପ ଅଟେ I ଏହା ଜଣେ ବ୍ୟକ୍ତିର ଜୀବନର ଉପମା ଯାହା ସତେ ଯେପରି ଏକ ପଟା, ଦଉଡି, ବା କିଛି ଅନ୍ୟ ଭୌତିକ ବସ୍ତୁ ଭାବରେ ଟଣାଯାଉଛି I (ଦେଖ: /WA-Catalog/or_tm?section=translate#figs-metaphor)

Luke 12:26

If then you are not able to do such a very little thing, why do you worry about the rest?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଏହି କ୍ଷୁଦ୍ର ବିଷୟ କରି ପାର ନାହିଁ, ତୁମ୍ଭେମାନେ ଅନ୍ୟାନ୍ୟ ବିଷୟଗୁଡ଼ିକ ନିମନ୍ତେ ଚିନ୍ତା କରିବା ଉଚିତ୍ ନୁହେଁ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 12:27

Consider the lilies—how they grow

ଭାବି ଦେଖ, ଲିଲି ଫୁଲଗୁଡିକ କିପରି ବଢ଼ିଥାଏ

the lilies

ସୁନ୍ଦର ଲିଲି ଫୁଲଗୁଡିକ ବନ୍ୟ ଫୁଲ ପରି କ୍ଷେତରେ ଫୁଟିଥାଏ I ଯଦି ତୁମ ଭାଷାରେ ଲିଲି ନିମନ୍ତେ କୌଣସି ଶବ୍ଦ ନାହିଁ ତେବେ ତୁମେ ତାହା ପରି ଆଉ ଏକ ଫୁଲର ନାମ ବ୍ୟବହାର କରିପାର ବା ଏହାକୁ “ଫୁଲଗୁଡିକ” ଭାବରେ ଅନୁବାଦ କରିପାର I (ଦେଖ: /WA-Catalog/or_tm?section=translate#translate-unknown)

neither do they spin

ସୂତା ପ୍ରସ୍ତୁତ କରିବା ବା ଲୁଗା ନିମନ୍ତେ ଗଜ କରିବା ପ୍ରକ୍ରିୟାକୁ “ବୁଣିବା” ବୋଲି କୁହାଯାଏ I ହୁଏତ ଏହାକୁ ସ୍ପଷ୍ଟ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଲୁଗା ପ୍ରସ୍ତୁତ କରିବା ନିମନ୍ତେ ସେମାନେ ସୂତା କାଟନ୍ତି ନାହିଁ” ବା “ଏବଂ ସେମାନେ ବୁଣନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Solomon in all his glory

ଶଲୋମନ, ଯାହାଙ୍କର ବିପୁଳ ଐଶ୍ୱର୍ଯ୍ୟ ଥିଲା ବା “ଶଲୋମନ, ଯିଏ ସୁନ୍ଦର ବସ୍ତ୍ରଗୁଡିକ ପିନ୍ଧିଥିଲେ ”

Luke 12:28

Now if God so clothes the grass in the field, which exists

ଯଦି କ୍ଷେତର ଘାସକୁ ଈଶ୍ୱର ଏହିପରି ବସ୍ତ୍ରରେ ବସ୍ତ୍ରାନ୍ୱିତ କରନ୍ତି, ଏବଂ ଏହା ବା “ଯଦି କ୍ଷେତର ଘାସକୁ ଈଶ୍ୱର ଏପରି ସୁନ୍ଦର ବସ୍ତ୍ର ଦିଅନ୍ତି, ଏବଂ ତାହା I” କ୍ଷେତର ଘାସକୁ ଈଶ୍ୱର ସୁନ୍ଦର କରନ୍ତି, ଏହାକୁ ସତେ ଯେପରି ଈଶ୍ୱର ଘାସ ଉପରେ ସୁନ୍ଦର ବସ୍ତ୍ର ପରିଧାନ କରାନ୍ତି ବୋଲି କୁହାଯାଇଛି I ବିକଳ୍ପ ଅନୁବାଦ: “ଯଦି କ୍ଷେତର ଘାସକୁ ଈଶ୍ୱର ଏପରି ସୁନ୍ଦର କରନ୍ତି, ଏବଂ ତାହା ଅଟେ”(ଦେଖ: /WA-Catalog/or_tm?section=translate#figs-metaphor)

is thrown into the oven

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କେହି ଏହାକୁ ଅଗ୍ନି ମଧ୍ୟରେ ନିକ୍ଷେପ କରେ” (ଦେଖ: /WA-Catalog/or_tm?section=translate#figs-activepassive)

how much more will he clothe you

ଏହା ଏକ ପ୍ରଶ୍ନ ନୁହେଁ, ଏକ ବିସ୍ମୟ ଭାବର ଅଭିବ୍ୟକ୍ତି ଅଟେ I ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ନିଶ୍ଚିତ ଭାବରେ ଘାସଗୁଡିକର ଯତ୍ନ ନେବା ଅପେକ୍ଷା ଲୋକମାନଙ୍କ ଅଧିକ ଯତ୍ନ ନେବେ I ବିକଳ୍ପ ଅନୁବାଦ: “ସେ ନିଶ୍ଚିତ ଭାବରେ ତୁମ୍ଭମାନଙ୍କୁ ଅଧିକ ଉତ୍ତମ ଭାବରେ ବସ୍ତ୍ରାନ୍ୱିତ କରିବେ (ଦେଖ: /WA-Catalog/or_tm?section=translate#figs-exclamations)

Luke 12:29

do not seek what you will eat and what you will drink

ତୁମ୍ଭେମାନେ କଅଣ ଖାଇବ ଓ କଅଣ ପିନ୍ଧିବ ତାହା ଉପରେ ଧ୍ୟାନ ଦିଅ ନାହିଁ ବା “ ଖାଇବା ଓ ପିଇବା ପ୍ରତି ଅଧିକ ଅଭିଳାଷ ରଖ ନାହିଁ”

Luke 12:30

all the nations of the world

ଏହି ସ୍ଥାନରେ “ବିଜାତିମାନେ” ପଦ “ଅବିଶ୍ୱାସୀମାନଙ୍କୁ” ସୂଚାଇଥାଏ I ବିକଳ୍ପ ଅନୁବାଦ: “ଅନ୍ୟ ଜାତିର ସମସ୍ତ ଲୋକମାନେ” ବା “ଜଗତରେ ଥିବା ସମସ୍ତ ଅବିଶ୍ୱାସୀମାନେ” (ଦେଖ: /WA-Catalog/or_tm?section=translate#figs-metonymy)

your Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Luke 12:31

seek his kingdom

ଈଶ୍ୱରଙ୍କ ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କର ବା “ବିଶେଷ ଭାବରେ ଈଶ୍ୱରଙ୍କ ରାଜ୍ୟ ବାଞ୍ଛା କର ”

these things will be added to you

ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ I “ଏହି ସମସ୍ତ ବିଷୟ” ଖାଦ୍ୟ ଏବଂ ବସ୍ତ୍ରକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ମଧ୍ୟ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 12:32

little flock

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଏକ ପଲ ବୋଲି ସମ୍ବୋଧନ କରନ୍ତି I ଗୋଟିଏ ମେଷପଲ ବା ଛେଳିପଲ ଯାହାର ଯତ୍ନ ଜଣେ ମେଷପାଳକ ନେଇଥାଏ I ଜଣେ ମେଷପାଳକ ଯେପରି ତାହାର ମେଷଗୁଡିକର ଯତ୍ନ ନିଏ, ଈଶ୍ୱର ସେହିପରି ଯୀଶୁଙ୍କ ଶିଷ୍ୟମାନଙ୍କ ଯତ୍ନ ନିଅନ୍ତି I ବିକଳ୍ପ ଅନୁବାଦ: “କ୍ଷୁଦ୍ର ଦଳ” ବା “ପ୍ରିୟ ଦଳ”(ଦେଖ: /WA-Catalog/or_tm?section=translate#figs-metaphor)

your Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Luke 12:33

give to the poor

ସେମାନେ ଯାହା ପାଆନ୍ତି ତାହା ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯାହା ତୁମ୍ଭେମାନେ ବିକ୍ରୟ କରି ଆୟ କର ତାହା ଗରୀବ ଲୋକମାନଙ୍କୁ ଦାନ କର” (ଦେଖ: /WA-Catalog/or_tm?section=translate#figs-ellipsis)

Make for yourselves purses ... treasure in the heavens

ସ୍ୱର୍ଗରେ ଧନ ବା ସମ୍ପତ୍ତି ସମାନ ବିଷୟ ଅଟେ I ସେଗୁଡିକ ଉଭୟେ ସ୍ୱର୍ଗରେ ଈଶ୍ୱରଙ୍କ ଆଶୀର୍ବାଦକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metaphor)

Make for yourselves

ଏହା ଗରୀବମାନଙ୍କୁ ଦାନ କରିବାର ଫଳ ଅଟେ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ତୁମେ ନିଜ ପାଇଁ ମଙ୍ଗଳ ସାଧନ କରିବ I

purses which will not wear out

ଅର୍ଥ ଥଳିଗୁଡିକ ଯାହା କଣା ହୋଇ ନ ଥିବ

that does not run out

ହ୍ରାସ ପାଏ ନାହିଁ ବା “ଊଣା ହୁଏ ନାହିଁ”

no thief comes near

ଚୋରମାନେ ନିକଟକୁ ଆସନ୍ତି ନାହିଁ

no moth destroys

କୀଟ ନଷ୍ଟ କରେ ନାହିଁ

moth

“କୀଟ” ଏକ କ୍ଷୁଦ୍ର ପୋକ ଯାହା ବୁଣାଲୁଗାକୁ ଖାଇ କଣା କରିଦିଏ I ତୁମେ ହୁଏତ ଏକ ଭିନ୍ନ ପୋକ ଯଥା ଗୋଟିଏ ପିମ୍ପୁଡ଼ି ବା ଉଇ ଶବ୍ଦ ବ୍ୟବହାର କରିପାର I

Luke 12:34

where your treasure is, there your heart will be also

ଯେଉଁଠାରେ ତୁମେ ଆପଣା ସମ୍ପତ୍ତି ସାଇତି ରଖିବ, ତୁମର ମନର ଧ୍ୟାନ ସେଠାରେ କେନ୍ଦ୍ରୀଭୂତ ହୋଇ ରହିବ I

your heart

ଏହି ସ୍ଥାନରେ “ମନ” ଜଣେ ବ୍ୟକ୍ତିର ଚିନ୍ତାଗୁଡିକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)

Luke 12:35

General Information:

ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Let your long clothing be tucked in at your belt

ଲୋକମାନେ ଲମ୍ବା ଝୁଲୁଥିବା ଚୋଗାସବୁ ପିନ୍ଧୁଥିଲେ I ସେମାନେ ସେସବୁକୁ ସେମାନଙ୍କ କଟୀବନ୍ଧନୀରେ ଖୋସୁଥିଲେ ଯେପରି ତାହା ସେମାନଙ୍କ କାର୍ଯ୍ୟ କଲାବେଳେ ସାମ୍ନାକୁ ନ ଆସେ I ବିକଳ୍ପ ଅନୁବାଦ: “ତୁମର ବସ୍ତ୍ରକୁ ତୁମର କଟୀବନ୍ଧନୀରେ ଖୋସି ରଖ ଯେପରି ତୁମେ ସେବା କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିବ” ବା “ବସ୍ତ୍ର ପିନ୍ଧି ରହିଥାଅ ଓ ସେବା କରିବା ନିମନ୍ତେ ପ୍ରସ୍ତୁତ ଥାଅ” (ଦେଖ: /WA-Catalog/or_tm?section=translate#figs-explicit)

let your lamps be kept burning

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମର ପ୍ରଦୀପ ଜଳାଇ ରଖ” (ଦେଖ: /WA-Catalog/or_tm?section=translate#figs-activepassive)

Luke 12:36

be like people waiting for their master

ଯୀଶୁ ଶିଷ୍ୟମାନଙ୍କୁ ତାଙ୍କ ପୁନରାଗମନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଆଜ୍ଞା ଦିଅନ୍ତି, ଠିକ ଯେଉଁ ପ୍ରକାରେ ଦାସମାନେ ସେମାନଙ୍କ ମୁନୀବଙ୍କ ଫେରିବା ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତି I (ଦେଖ: /WA-Catalog/or_tm?section=translate#figs-simile)

he returns from the marriage feast

ଗୋଟିଏ ବିବାହ ଉତ୍ସବରୁ ଗୃହକୁ ଫେରନ୍ତି

open the door for him

ଏହା ମୁନୀବଙ୍କ ଗୃହର ଦ୍ୱାରକୁ ସୂଚାଇଥାଏ I ତାଙ୍କ ପାଇଁ ଦ୍ୱାର ଫିଟାଇ ଦେବା ଦାସମାନଙ୍କର ଦାୟିତ୍ଵ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 12:37

Blessed are

ଏହା ତାଙ୍କ ପାଇଁ କେତେ ଉତ୍ତମ

whom the master will find watching when he comes

ଯାହାର ମୁନୀବ ତାକୁ ତାଙ୍କର ପ୍ରତ୍ୟାଗମନ ନିମନ୍ତେ ଅପେକ୍ଷା କରୁଥିବା ଦେଖେ ବା “ଯେଉଁମାନେ ପ୍ରସ୍ତୁତ ରହନ୍ତି ଯେତେବେଳେ ମୁନୀବ ପ୍ରତ୍ୟାଗମନ କରନ୍ତି”

he will tuck in his clothing at his belt, and have them recline at table

ଯେହେତୁ ଦାସମାନେ ବିଶ୍ବସ୍ତ ଏବଂ ସେମାନଙ୍କ ମୁନୀବଙ୍କ ସେବା କରିବା ନିମନ୍ତେ ପ୍ରସ୍ତୁତ ରହିଥାନ୍ତି, ମୁନୀବ ସେମାନଙ୍କୁ ସେମାନଙ୍କ ସେବାର କାର୍ଯ୍ୟ ହେତୁ ପୁରସ୍କୃତ କରିବେ I

Luke 12:38

in the second ... watch

ଦ୍ୱିତୀୟ ପ୍ରହର ରାତି 9:00 ରୁ ମଧ୍ୟରାତି ପର୍ଯ୍ୟନ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ବିଳମ୍ବିତ ରାତିରେ” ବା “ମଧ୍ୟରାତିର ଠିକ ପୂର୍ବରୁ”

or if even in the third watch

ତୃତୀୟ ପ୍ରହର ମଧ୍ୟରାତିରୁ ଭୋର 3:00 ପର୍ଯ୍ୟନ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ବା ଯଦି ସେ ଅତି ବିଳମ୍ବିତ ରାତ୍ରିରେ ଆସନ୍ତି”

Luke 12:39

had known at which hour

ଯଦି ଜାଣିଥାନ୍ତେ କେତେବେଳେ

he would not have let his house be broken into

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେ ଚୋରକୁ ତାହାର ଗୃହକୁ ପଶିବା ନିମନ୍ତେ ସୁଯୋଗ ଦେଇ ନ ଥାନ୍ତା “ (ଦେଖ: /WA-Catalog/or_tm?section=translate#figs-activepassive)

Luke 12:40

because the Son of Man is coming at an hour when you do not expect

ଚୋର ଏବଂ ମନୁଷ୍ୟପୁତ୍ରଙ୍କ ମଧ୍ୟରେ କେବଳ ଏହି ସାମଞ୍ଜସ୍ୟ ରହିଛି ଯେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ କେତେବେଳେ ଆସିବେ ଲୋକମାନେ ଜାଣନ୍ତି ନାହିଁ, ତେଣୁ ସେମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ I

at an hour when you do not expect

ଜାଣନ୍ତି ନାହିଁ କେଉଁ ସମୟରେ

the Son of Man is coming

ଯୀଶୁ ନିଜ ବିଷୟରେ କଥାବାର୍ତ୍ତା କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ଯେତେବେଳେ ଆସିବି”

Luke 12:41

General Information:

41 ପଦରେ କାହାଣୀର ପ୍ରବାହରେ ଏକ ବିରତି ରହିଛି କାରଣ ପିତର ଯୀଶୁଙ୍କୁ ପୂର୍ବବର୍ତ୍ତୀ ଦୃଷ୍ଟାନ୍ତ ସମ୍ପର୍କରେ ଏକ ପ୍ରଶ୍ନ ପଚାରନ୍ତି I

Connecting Statement:

42 ପଦରେ, ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I

Luke 12:42

Who then is ... their portion of food at the right time?

ଯୀଶୁ ପିତରଙ୍କ ପ୍ରଶ୍ନର ଉତ୍ତର ପରୋକ୍ଷ ଭାବରେ ଦେବାକୁ ଯାଇ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ସେ ଅପେକ୍ଷା କରୁଥିଲେ ଯେଉଁମାନେ ବିଶ୍ୱସ୍ତ ପରିଚାଳକମାନେ, ସେମାନେ ବୁଝନ୍ତୁ ଯେ ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଅଟେ I ବିକଳ୍ପ ଅନୁବାଦ: “ମୁଁ ସେହି ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ କହିଲି ଯିଏ ... ଯଥାସମୟରେ I (ଦେଖ: /WA-Catalog/or_tm?section=translate#figs-rquestion)

the faithful and wise manager

ଦାସମାନେ ସେମାନଙ୍କ ମୁନୀବଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କଲାବେଳେ କିପରି ସେମାନେ ବିଶ୍ୱସ୍ତ ହେବା ଉଚିତ ସେସମ୍ପର୍କରେ ଯୀଶୁ ଆଉ ଏକ ଦୃଷ୍ଟାନ୍ତ ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-parables)

whom his lord will set over his other servants

ଯାହାକୁ ତା’ର ମୁନୀବ ତାଙ୍କ ଅନ୍ୟ ଦାସମାନଙ୍କ ଉପରେ ନିଯୁକ୍ତ କରନ୍ତି

Luke 12:43

Blessed is that servant

ସେହି ଦାସ ନିମନ୍ତେ ଏହା କେତେ ଉତ୍ତମ ଅଟେ

whom his lord finds doing that when he comes

ତା’ର ମୁନୀବ ଯେତେବେଳେ ଫେରି ଆସିବେ ସେହି ସମୟରେ ସେ ଯଦି ତାକୁ ସେହି କାର୍ଯ୍ୟ କରୁଥିବା ଦେଖିବେ

Luke 12:44

Truly I say to you

ଏହି ଅଭିବ୍ୟକ୍ତିର ଅର୍ଥ ସେ ଯାହା କହିବାକୁ ଯାଉଛନ୍ତି ସେମାନେ ତାହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ I

will set him over all his property

ତାହାକୁ ତାଙ୍କର ସମସ୍ତ ସମ୍ପତ୍ତି ଉପରେ ନିଯୁକ୍ତ କରିବେ

Luke 12:45

that servant

ଏହା ସେହି ଦାସକୁ ସୂଚାଏ ଯାହାର ପ୍ରଭୁ ତାକୁ ଅନ୍ୟ ସମସ୍ତ ଦାସମାନଙ୍କ ଉପରେ ନିଯୁକ୍ତ କରିଛନ୍ତି I

says in his heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ବ୍ୟକ୍ତିତ୍ଵକୁ ବୁଝାଇବା ପାଇଁ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ନିଜେ ନିଜେ ଚିନ୍ତା କରେ” (ଦେଖ: /WA-Catalog/or_tm?section=translate#figs-metonymy)

My master is taking a long time to return

ମୋର ପ୍ରଭୁ ଶୀଘ୍ର ଫେରିବେ ନାହିଁ

the male and female servants

ଏଠାରେ ଯେଉଁ ଶବ୍ଦଗୁଡିକ “ପୁରୁଷ ଓ ସ୍ତ୍ରୀ ଦାସଦାସୀମାନେ"" ବୋଲି ଅନୁବାଦ କରାଯାଇଛି, ସେଗୁଡ଼ିକୁ ସାଧାରଣତଃ “ବାଳକମାନେ” ଏବଂ “ବାଲିକାମାନେ” ଭାବରେ ଅନୁବାଦ କରାଯାଇଥାଏ I ତହିଁରୁ ଏହା ସୂଚିତ ହୁଏ ଯେ ସେହି ଦାସଦାସୀମାନେ ହୁଏତ ଯୁବାବସ୍ଥାରେ ଥିଲେ ବା ସେମାନେ ସେମାନଙ୍କ ପ୍ରଭୁଙ୍କର ପ୍ରିୟ ଥିଲେ I

Luke 12:46

in a day when he does not expect, and in an hour that he does not know

“ଦିବସ” ଏବଂ “ଦଣ୍ଡ” ସମୟର ବିପରୀତାତ୍ମକ ଭାବ ସୃଷ୍ଟି କରେ ଯାହା ଯେକୌଣସି ସମୟକୁ ସୂଚାଏ, ଏବଂ “ଅପେକ୍ଷା କରିବା” ଓ “ଜାଣିବା” ଶବ୍ଦଗୁଡିକର ସମାନ ଅର୍ଥ ରହିଛି, ତେଣୁ ଏଠାରେ ଏହି ଦୁଇଟି ବାକ୍ୟାଂଶ ସମାନ୍ତର ଭାବରେ ଗୁରୁତ୍ବ ପ୍ରଦାନ କରେ ଯେ ପ୍ରଭୁଙ୍କ ଆଗମନ ଦାସଦାସୀମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବିଷୟ ହେବ I ଯାହା ବି ହେଉ, ଏହି ବାକ୍ୟାଂଶକୁ ଆଦୌ ସଂଯୋଗ କରାଯିବା ଉଚିତ ନୁହେଁ ଯେପର୍ଯ୍ୟନ୍ତ ତୁମର ଭାଷାରେ “ଜାଣିବା” ଓ “ଅପେକ୍ଷା କରିବା” ବା “ଦିବସ” ଓ “ଦଣ୍ଡ” ପାଇଁ ପୃଥକ ଶବ୍ଦଗୁଡିକ ନ ରହିଛି I ବିକଳ୍ପ ଅନୁବାଦ: “ଯେଉଁ ସମୟରେ ସେହି ଦାସ ତାଙ୍କୁ ଅପେକ୍ଷା କରୁ ନ ଥିବ” (ଦେଖ: /WA-Catalog/or_tm?section=translate#figs-merismଏବଂ /WA-Catalog/or_tm?section=translate#figs-parallelism)

will cut him in pieces and appoint a place for him with the unfaithful

ସାମ୍ଭାବ୍ୟ ଅର୍ଥଗୁଡିକ 1) ପ୍ରଭୁ ଆପଣା କ୍ରୀତଦାସ ସହିତ କଠୋର ବ୍ୟବହାର କରିବାକୁ ବୁଝାଇବା ପାଇଁ ଏହା ଏକ ଅତିରଞ୍ଜିତ ବର୍ଣ୍ଣନା ଅଟେ ବା 2) ସେହି ଦାସ କେଉଁ ପ୍ରକାରେ ଦଣ୍ଡିତ ହେବ ଓ ସମାଧିସ୍ଥ ହେବ ଏହା ସେସମ୍ପର୍କରେ ବର୍ଣ୍ଣନା କରେ I (ଦେଖ: /WA-Catalog/or_tm?section=translate#figs-hyperbole)

Luke 12:47

Connecting Statement:

ଯୀଶୁ ଦୃଷ୍ଟାନ୍ତଟିକୁ କହିବା ସମାପ୍ତ କରନ୍ତି

But that servant, the one having known the will of his master, and not having prepared or done according to his will, will be beaten with many blows

ଏହାକୁ ସକ୍ରିୟ ରୂପରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: କିନ୍ତୁ ଯେଉଁ ଦାସ ତା’ର ପ୍ରଭୁଙ୍କ ଇଚ୍ଛା ଜାଣେ ଓ ତଥାପି ପ୍ରସ୍ତୁତ ହୁଏ ନାହିଁ ବା ତଦନୁଯାୟୀ କାର୍ଯ୍ୟ କରେ ନାହିଁ, ପ୍ରଭୁ ତାକୁ ବହୁତ ପ୍ରହାରରେ ପ୍ରହାରିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the will of his master ... according to his will

ଯାହା ତା’ର ପ୍ରଭୁ ତାକୁ କରିବା ନିମନ୍ତେ ଇଚ୍ଛା କରିଥିଲେ

Luke 12:48

But the one ... few blows

ଯେଉଁ ଦାସ ପ୍ରଭୁର ଇଚ୍ଛା ଜାଣେ ଓ ଯେଉଁ ଦାସ ପ୍ରଭୁର ଇଚ୍ଛା ଜାଣେ ନାହିଁ, ଉଭୟେ ଦଣ୍ଡିତ ହେବେ, କିନ୍ତୁ ଯେଉଁ ଶବ୍ଦ “ସେହି ଦାସ” (ପଦ 47) ସହିତ ଆରମ୍ଭ ହୁଏ, ତାହା ଦର୍ଶାଏ ଯେ ଯେଉଁ ଦାସ ଇଚ୍ଛାକୃତ ଭାବରେ ତାହାର ପ୍ରଭୁଙ୍କୁ ଅମାନ୍ୟ କରେ ସେ ଅନ୍ୟ ଦାସମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ଦଣ୍ଡିତ ହେବ I

But everyone to whom much has been given, from them much will be required

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯିଏ ଅଧିକ ପାଇଛି ତାହାଠାରୁ ସେମାନେ ବହୁତ ଦାବୀ କରିବେ “ବା “ପ୍ରଭୁ ଯେଉଁମାନଙ୍କୁ ଅଧିକ ଦେଇଛନ୍ତି ସେମାନଙ୍କଠାରୁ ଅଧିକ ଦାବୀ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

to whom ... much, even more will be asked

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ପ୍ରଭୁ ଏପରିକି ତାହାଠାରୁ ଅଧିକ ମାଗିବେ ...ବହୁତ” ବା “ପ୍ରଭୁ ଏପରିକି ତାହାଠାରୁ ବହୁତ ଦାବୀ କରିବେ ...ବହୁତ” (ଦେଖ: /WA-Catalog/or_tm?section=translate#figs-activepassive)

to whom much has been entrusted

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: ପ୍ରଭୁ ଯାହାକୁ ବହୁତ ସମ୍ପତ୍ତିର ତତ୍ତ୍ଵ ନେବା ପାଇଁ ଦେଇଛନ୍ତି” ବା “ପ୍ରଭୁ ଯାହାକୁ ବହୁତ ଦାୟିତ୍ଵ ପ୍ରଦାନ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Luke 12:49

Connecting Statement:

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି

I came to cast fire upon the earth

ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସିଅଛି ବା “ମୁଁ ପୃଥିବୀରେ ଅଗ୍ନି ସଂଯୋଗ କରିବା ପାଇଁ ଆସିଅଛି I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଲୋକମାନଙ୍କର ବିଚାର କରିବା ପାଇଁ ଆସିଲେ ବା 2) ବିଶ୍ୱାସୀମାନଙ୍କୁ ପରିଷ୍କୃତ କରିବା ପାଇଁ ଯୀଶୁ ଆସିଲେ ବା 3) ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଯୀଶୁ ଆସିଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

how I wish that it were already kindled

ଏହି ବିସ୍ମୟସୂଚକ ଭାବ ଗୁରୁତ୍ଵ ପ୍ରଦାନ କରେ ଯେ ସେ କେତେ ବେଶୀ ଏହା ଘଟୁ ବୋଲି ଚାହାନ୍ତି I ବିକଳ୍ପ ଅନୁବାଦ: “ମୁଁ ଅତ୍ୟଧିକ ପରିମାଣରେ ଇଚ୍ଛା କରେ ଯେ ଏହା ଜଳି ସାରିଛି” ବା “ମୁଁ କେତେ ବେଶୀ ଇଚ୍ଛା କରେ ଯେ ଏହା ଆରମ୍ଭ ହୋଇସାରିଛି” (ଦେଖ: /WA-Catalog/or_tm?section=translate#figs-exclamations)

Luke 12:50

I have a baptism to be baptized with

ଏଠାରେ “ବାପ୍ତିସ୍ମ” ଯୀଶୁଙ୍କୁ ଯେଉଁ ଦୁଃଖଭୋଗ ନିଶ୍ଚୟ କରିବାକୁ ହେବ, ତାହାକୁ ସୂଚାଏ I ବାପ୍ତିସ୍ମ ସମୟରେ ଜଳ ଠିକ ଯେପରି ଜଣେ ବ୍ୟକ୍ତିକୁ ଆଚ୍ଛାଦିତ କରିଥାଏ, ଦୁଃଖଭୋଗ ସେହିପରି ଯୀଶୁଙ୍କୁ ଅଭିଭୂତ କରିବ I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚୟ ଭୟଙ୍କର ଦୁଃଖଭୋଗର ବାପ୍ତିସ୍ମ ମଧ୍ୟଦେଇ ଯିବି” ବା “ଯେପରି ଜଣେ ବ୍ୟକ୍ତି ଜଳ ଦ୍ବାରା ଆଚ୍ଛାଦିତ ହୋଇ ବାପ୍ତିଜିତ ହୁଏ ମୁଁ ସେହିପରି ନିଶ୍ଚୟ ଦୁଃଖଭୋଗ ଦ୍ୱାରା ଅଭିଭୂତ ହେବି” (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-activepassive)

But

ଏହା ଦର୍ଶାଇବା ପାଇଁ “ମାତ୍ର” ଶବ୍ଦ ବ୍ୟବହୃତ ହୋଇଛି ଯେ ସେ ପୃଥିବୀ ଉପରେ ସେପର୍ଯ୍ୟନ୍ତ ଅଗ୍ନି ନିକ୍ଷେପ କରି ପାରିବେ ନାହିଁ ଯେପର୍ଯ୍ୟନ୍ତ ସେ ଏହି ବାପ୍ତିସ୍ମ ମଧ୍ୟ ଦେଇ ଯାଇନାହାନ୍ତି I

how I am distressed until it is completed!

ଏହି ବିସ୍ମୟସୂଚକ ଭାବ ଗୁରୁତ୍ଵ ପ୍ରଦାନ କରେ ଯେ ସେ କେତେ ବେଶୀ ମାନସିକ ଯନ୍ତ୍ରଣାଗ୍ରସ୍ତ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ଅତିଶୟ ପୀଡାଗ୍ରସ୍ତ ଅଟେ ଏବଂ ମୁଁ ସେଭଳି ରହିଥିବି ଯେପର୍ଯ୍ୟନ୍ତ ମୁଁ ଏହି ଦୁଃଖଭୋଗର ବାପ୍ତିସ୍ମ ମଧ୍ୟଦେଇ ନ ଯାଇଛି” (ଦେଖ: /WA-Catalog/or_tm?section=translate#figs-exclamations)

Luke 12:51

Do you think that I came to bring peace on the earth? No, I tell you, but rather division

ଯୀଶୁ ସେମାନଙ୍କ ଜାଣିବା ନିମନ୍ତେ ଏକ ପ୍ରଶ୍ନ ପଚାରନ୍ତି ଯେ ସେ ସେମାନଙ୍କର ଭ୍ରାନ୍ତ ବୁଝାମଣାର ସଂଶୋଧନ କରିବାକୁ ଯାଉଛନ୍ତି I ଦ୍ୱିତୀୟ ବାକ୍ୟରେ ବାଦ୍ ଦିଆଯାଇଥିବା “ମୁଁ ଆସିଛି” ଶବ୍ଦଗୁଡ଼ିକୁ ତୁମେ ହୁଏତ ଯୋଗ କରିପାର I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ମୁଁ ଏହି ପୃଥିବୀରେ ଶାନ୍ତି ଦେବାକୁ ଆସିଛି, କିନ୍ତୁ ମୁଁ କହୁଛି ଯେ ମୁଁ ସେଥିପାଇଁ ଆସି ନାହିଁ I ତାହା ପରିବର୍ତ୍ତେ ମୁଁ ବିଭେଦ ଆଣିବାକୁ ଆସିଛି” (ଦେଖ: /WA-Catalog/or_tm?section=translate#figs-rquestion)

division

ଶତ୍ରୁତା ବା “ମତଭେଦ”

Luke 12:52

there will be five in one house

ଏହା ଲୋକମାନଙ୍କୁ ସୂଚାଇ ଥାଏ ବୋଲି ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଗୋଟିଏ ଗୃହରେ ପାଞ୍ଚ ଜଣ ଲୋକ ଥିବେ” (ଦେଖ: /WA-Catalog/or_tm?section=translate#figs-ellipsis)

against ... against

ବିରୋଧ କରିବେ ... ବିରୋଧ କରିବେ

Luke 12:53

against

ବିରୋଧ କରିବେ

Luke 12:54

General Information:

ଯୀଶୁ ଲୋକସମୂହକୁ କଥା କହିବା ଆରମ୍ଭ କରନ୍ତି

When you see a cloud rising ... so it happens

ଏହି ଅବସ୍ଥା ସାଧାରଣ ଅର୍ଥରେ ବୁଝାଏ ଯେ ଇସ୍ରାଏଲରେ ବର୍ଷା ଆସୁଥିଲା I (ଦେଖ: /WA-Catalog/or_tm?section=translate#figs-explicit)

A shower is coming

ବର୍ଷା ଆସୁଛି ବା “ବର୍ଷା ହେବାକୁ ଯାଉଛି”

Luke 12:55

when a south wind is blowing

ଏହି ଅବସ୍ଥା ସାଧାରଣ ଅର୍ଥରେ ବୁଝାଏ ଯେ ଇସ୍ରାଏଲରେ ଗ୍ରୀଷ୍ମ ପାଗ ଆସୁଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 12:56

of the sky and of the earth

ପୃଥିବୀ ଏବଂ ଆକାଶ

but how do you not know how to interpret the present time?

ଲୋକସମୂହକୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁ ସେମାନଙ୍କୁ ଦୋଷୀ ଭାବରେ ସିଦ୍ଧ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସମୟକୁ କିପରି ଭାବରେ ବ୍ୟାଖ୍ୟା କରିବାକୁ ହେବ ତାହା ତୁମ୍ଭେମାନେ ଜାଣିବା ଉଚିତ୍” (ଦେଖ: /WA-Catalog/or_tm?section=translate#figs-rquestion)

Luke 12:57

And why do you not even judge what is right for yourselves?

ଲୋକସମୂହକୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କ’ଣ ସଠିକ୍ ଅଟେ ତାହା ତୁମ୍ଭେମାନେ ନିଜେ ନିଜେ ଜାଣିବା ଉଚିତ୍” (ଦେଖ: /WA-Catalog/or_tm?section=translate#figs-rquestion)

for yourselves

ତୁମ୍ଭମାନଙ୍କର ନିଜ ସୂତ୍ରପାତରେ

Luke 12:58

For when you are going ... into prison

ଲୋକସମୂହକୁ ଶିକ୍ଷା ଦେବା ପାଇଁ ଯୀଶୁ ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ବ୍ୟବହାର କରନ୍ତି I ତାଙ୍କର କହିବାର ଅର୍ଥ ହେଉଛି ଯେ ସର୍ବସାଧାରଣ ନ୍ୟାୟାଳୟକୁ ଜଡିତ ନ କରି ସେମାନେ ଯେଉଁ ବିଷୟଗୁଡିକୁ ସମାଧାନ କରିବା ପାଇଁ ସମର୍ଥ ସେସବୁ ସମାଧାନ କରିବା ଉଚିତ୍ I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ପୂନଃବ୍ୟକ୍ତ କରିହେବ ଯେପରି ତାହା ହେବ ନାହିଁ I ବିକଳ୍ପ ଅନୁବାଦ: “କାରଣ ତୁମକୁ ଯଦି ଯିବାକୁ ହେବ ...କାରାଗାର ମଧ୍ୟକୁ” (ଦେଖ: /WA-Catalog/or_tm?section=translate#figs-hypo)

when you are going

ଯଦିଓ ଯୀଶୁ ଏକ ଭିଡକୁ କହୁଛନ୍ତି, ତଥାପି ସେ ଯେଉଁ ପରିସ୍ଥିତିକୁ ଉପସ୍ଥାପନ କରୁଛନ୍ତି ତାହା ମଧ୍ୟ ଦେଇ କେବଳ ଜଣେ ବ୍ୟକ୍ତି ହିଁ ଯିବ I ତେଣୁ କେତେକ ଭାଷାରେ “ତୁମେ” ଶବ୍ଦ ଏକବଚନ ହେବ I (ଦେଖ: /WA-Catalog/or_tm?section=translate#figs-you)

to settle the matter with him

ତୁମର ପ୍ରତିବାଦୀ ସହିତ ବିବାଦର ସମାଧାନ କର

the judge

ଏହା ମାଜିଷ୍ଟ୍ରେଟକୁ ସୂଚାଇ ଥାଏ, କିନ୍ତୁ ଏଠାରେ ଥିବା ପଦ ଅଧିକ ନିର୍ଦ୍ଧିଷ୍ଟ ଓ ଧମକପୂର୍ଣ୍ଣ ଅଟେ I

deliver you

ତୁମକୁ ଘେନି ଯାଏ ନାହିଁ

Luke 12:59

I say to you ... you have paid the very last bit of money

ଏହା ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିର ସମାପ୍ତି ଅଟେ, ଯାହା 58 ପଦରେ ଆରମ୍ଭ ହୁଏ ଓ ଯାହା ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ବ୍ୟବହାର କରନ୍ତି I I ତାଙ୍କର କହିବାର ଅର୍ଥ ହେଉଛି ଯେ ସର୍ବସାଧାରଣ ନ୍ୟାୟାଳୟକୁ ଜଡିତ ନ କରି ସେମାନେ ଯେଉଁ ବିଷୟଗୁଡିକୁ ସମାଧାନ କରିବା ପାଇଁ ସମର୍ଥ ସେସବୁ ସମାଧାନ କରିବା ଉଚିତ୍ I I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ପୂନଃବ୍ୟକ୍ତ କରିହେବ ଯେପରି ତାହା ହେବ ନାହିଁ I (ଦେଖ: /WA-Catalog/or_tm?section=translate#figs-hypo)

the very last bit of money

ତୁମର ପ୍ରତିବାଦୀ ଦାବୀ କରୁଥିବା ସମୁଦାୟ ଅର୍ଥର ପରିମାଣ