Luke 13

ଲୂକ 13 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଅନୁବାଦ ଜନିତ ସାମ୍ଭାବ୍ୟ ଅସୁବିଧାଗୁଡିକ

ଅଜଣା ଘଟଣାଗୁଡିକ

ଲୋକମାନେ ଏବଂ ଯୀଶୁ ଦୁଇଟି ଘଟଣା ସମ୍ପର୍କରେ କହନ୍ତି ଯାହା ସମ୍ପର୍କରେ ସେମାନେ ଜାଣନ୍ତି କିନ୍ତୁ ଯାହା ସମ୍ପର୍କରେ ଆଜି କେହି ଜାଣନ୍ତି ନାହିଁ କେବଳ ଯାହା ଲୂକ ଲେଖିଛନ୍ତି ([ଲୂକ 13:1-5] (. /01.ମଝି))ଲୂକ ଯାହା କହନ୍ତି ତୁମର ଅନୁବାଦ କେବଳ ତାହା ହିଁ କହିବା ଉଚିତ୍ I

ସ୍ବବିରୋଧାତ୍ମକ ବକ୍ତବ୍ୟ

ସ୍ବବିରୋଧାତ୍ମକ ବକ୍ତବ୍ୟ ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାକୁ ଯାଉଥିବା ଭଳି ମନେ ହୁଏ I ଏହି ଅଧ୍ୟାୟରେ ଏକ ସ୍ବବିରୋଧାତ୍ମକ ବକ୍ତବ୍ୟ ଦେଖାଯାଏ : “ଶେଷରେ ଥିବା କେତେକ ପ୍ରଥମ ହେବେ ଓ ଯେଉଁମାନେ ଅଧିକ ଗୁରୁତ୍ବପୂର୍ଣ୍ଣ ସେମାନେ ଶେଷରେ ପଡିବେ”([ଲୂକ 13:30](../../ଲୂକ୍ /13/୩୦.ମଝି)) I

Luke 13:1

Connecting Statement:

ଯୀଶୁ ଏପର୍ଯ୍ୟନ୍ତ ଲୋକସମୂହର ସମ୍ମୁଖରେ କହୁଛନ୍ତି I ଲୋକସମୂହ ମଧ୍ୟରୁ କେତେକ ଲୋକ ଗୋଟିଏ ପ୍ରଶ୍ନ ପଚାରିଲେ ଏବଂ ସେ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I ଏହା କାହାଣୀକୁ ଜାରି ରଖେ ଯାହା (ଲୂକ 12:1)ରେ ଆରମ୍ଭ ହୁଏ I

at that time

ଏହି ବାକ୍ୟାଂଶଟି ଏହି ଘଟଣାକୁ ଅଧ୍ୟାୟ 12 ର ଶେଷ ଭାଗ ସହିତ ସଂଯୋଗ କରେ ଯେତେବେଳେ ଯୀଶୁ ଲୋକମାନଙ୍କର ଏକ ଭିଡକୁ ଶିକ୍ଷା ଦେଉଥିଲେ I

whose blood Pilate mixed with their own sacrifices

ଏହି ସ୍ଥାନରେ “ରକ୍ତ” ଗାଲିଲୀୟମାନଙ୍କ ମୃତ୍ୟୁକୁ ସୂଚାଇଥାଏ I ସେମାନେ ହୁଏତ ସେମାନଙ୍କର ବଳି ଉତ୍ସର୍ଗ କରୁଥିବା ସମୟରେ ବଧ କରାଯାଇଥିଲେ I UST ରେ ଥିବା ପରି ଏହାକୁ ସ୍ପଷ୍ଟ ଭବରେ ଉଲ୍ଲେଖ କରାଯାଇପାରିବ I (ଦେଖ: /WA-Catalog/or_tm?section=translate#figs-explicit)

whose blood Pilate mixed with their own sacrifices

ପିଲାତ ହୁଏତ ଲୋକମାନଙ୍କୁ ନିଜେ ହତ୍ୟା ନ କରି ହତ୍ୟା କରିବା ନିମନ୍ତେ ତାଙ୍କର ସୈନ୍ୟମାନଙ୍କୁ ଆଜ୍ଞା ଦେଇଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ପଶୁଗୁଡିକୁ ବଳି ଦେଉଥିଲେ ସେହି ସମୟରେ ପିଲାତଙ୍କ ସୈନ୍ୟମାନେ ଯେଉଁମାନଙ୍କୁ ହତ୍ୟା କଲେ” (ଦେଖ: /WA-Catalog/or_tm?section=translate#figs-metonymy)

Luke 13:2

Do you think that these Galileans were more sinful ... they suffered in this way?

ସେହି ଗାଲିଲୀୟମାନେ କଅଣ ଅଧିକ ପାପୀ ଥିଲେ ...ଏପରି ଭାବରେ ? ବା “ସେହି ଗାଲିଲୀୟମାନେ ଅଧିକ ପାପୀ ଥିଲେ ବୋଲି ଏହା କଅଣ ପ୍ରମାଣିତ କରେ ... ଏପରି ଭାବରେ?” ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି I

Luke 13:3

No, I tell you. But if you do not repent, you will all perish in the same way

ଯୀଶୁ ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଏହି ଶବ୍ଦଗୁଡିକ ଦ୍ୱାରା ଆରମ୍ଭ ହୁଏ “ତୁମ୍ଭେମାନେ କଅଣ ମନେ କରୁଅଛ ଯେ ଏହି ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ ...ଏହି ପ୍ରକାରେ ?” (ପଦ 2) I “ଏହି ଦଶା ଭୋଗ କରିଥିବାରୁ ସେହି ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ ବୋଲି ହୁଏତ ତୁମ୍ଭେମାନେ ମନେ କରୁଛ, କିନ୍ତୁ ସେମାନେ ସେପରି ନ ଥିଲେ I କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ...ସେହିପ୍ରକାରେ” ବା “ମନେ ମନେ ଭାବ ନାହିଁ ଯେ ଏହି ଗାଲିଲୀୟମାନେ ଅଧିକ ପାପୀ ଥିଲେ... ଏହିପ୍ରକାରେ I ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର... ସେହି ପ୍ରକାରେ” (ଦେଖ: /WA-Catalog/or_tm?section=translate#figs-rquestion)

No, I tell you

ଏଠାରେ “ମୁଁ ତୁମ୍ଭମାନଙ୍କୁ କହୁଅଛି” ପଦ “ନା”କୁ ଗୁରୁତ୍ଵ ଦିଏ I ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଅଧିକ ପାପୀ ନ ଥିଲେ” ବା “ତୁମ୍ଭେମାନେ ଏପରି ଭାବିବା ଭୁଲ ଯେ ସେମାନେ ଅଧିକ ପାପୀ ଥିଲେ ବୋଲି ସେମାନଙ୍କର ଦୁଃଖଭୋଗ ପ୍ରମାଣିତ କରେ”

you will all perish in the same way

ତୁମ୍ଭେମାନେ ସମସ୍ତେ ମଧ୍ୟ ମୃତ୍ୟୁବରଣ କରିବ I “ସେହି ପ୍ରକାରେ” ବାକ୍ୟାଂଶର ଅର୍ଥ ସେମାନେ ସେହି ସମାନ ଫଳାଫଳର ଅନୁଭୂତି ପ୍ରାପ୍ତ ହେବେ, ଯଦିଓ ସେମାନେ ସମାନ ପଦ୍ଧତି ଦ୍ୱାରା ମୃତ୍ୟୁବରଣ କରିବେ ନାହିଁ I

you will perish

ମୃତ୍ୟୁବରଣ କରିବେ

Luke 13:4

Or those

ଦୁଃଖଭୋଗ କରିଥିବା ଲୋକମାନଙ୍କ ସମ୍ପର୍କରେ ଏହା ଯୀଶୁଙ୍କର ଦ୍ୱିତୀୟ ଉଦାହରଣ ଅଟେ I ବିକଳ୍ପ ଅନୁବାଦ: “ବା ସେମାନଙ୍କ ବିଷୟରେ ବିବେଚନା କର” ବା “ସେମାନଙ୍କ ବିଷୟରେ ଚିନ୍ତା କର”

eighteen people

18 ଜଣ ଲୋକ (ଦେଖ: /WA-Catalog/or_tm?section=translate#translate-numbers)

Siloam

ଏହା ଯିରୂଶାଲମର ଏକ ଅଞ୍ଚଳର ନାମ ଅଟେ (ଦେଖ: /WA-Catalog/or_tm?section=translate#translate-names)

do you think they were worse sinners ... Jerusalem?

ଏହା କଅଣ ପ୍ରମାଣିତ କରେ ଯେ ଯିରୂଶାଲମରେ ଥିବା ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ ? ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି I

they were worse sinners

ଲୋକସମୂହ ମନେ ମନେ ଭାବିନେଇଥିଲେ ଯେ ସେମାନେ ଏଭଳି ଭୟାନକ ଭାବରେ ମୃତ୍ୟୁବରଣ କଲେ କାରଣ ସେମାନେ ବିଶେଷ ଭାବରେ ପାପୀ ଥିଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କଲେ କାରଣ ସେମାନେ ଅତ୍ୟନ୍ତ ଜଘନ୍ୟ ପାପୀ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

Luke 13:5

No, I say

ଯୀଶୁ ଲୋକମାନଙ୍କର ବୁଝିବା ଶକ୍ତିକୁ ଆହ୍ୱାନ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯାହା ଏହି ଶବ୍ଦଗୁଡିକ ସହିତ ଆରମ୍ଭ ହୁଏ “ତୁମ୍ଭେମାନେ କ’ଣ ମନେ କରୁଛ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ? “ତୁମ୍ଭେମାନେ ଭାବୁଛ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ, କିନ୍ତୁ ମୁଁ କହେ ଯେ ସେମାନେ ସେପରି ନ ଥିଲେ” ବା ମୁଁ କହେ ଯେ ଯିରୂଶାଲମରେ ଥିବା ସମସ୍ତ ଲୋକମାନଙ୍କ ମଧ୍ୟରେ ସେମାନେ ଅଧିକ ପାପୀ ଥିଲେ ବୋଲି ଭାବିବା ତୁମ୍ଭମାନଙ୍କର ଉଚିତ୍ ନୁହେଁ ବା ""ସେମାନେ ନିଶ୍ଚିତ ଭାବରେ ଅଧିକ ପାପୀ ଥିବା ହେତୁ ମୃତ୍ୟୁବରଣ କଲେ ନାହିଁ” ବା “ତୁମ୍ଭେମାନେ ଭାବିବା ଭୁଲ ଯେ ସେମାନଙ୍କ ଦୁଃଖଭୋଗ ପ୍ରମାଣିତ କରେ ଯେ ସେମାନେ ଅଧିକ ପାପୀ ଥିଲେ “ (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-explicit)

will perish

ମୃତ୍ୟୁବରଣ କରିବେ

Luke 13:6

General Information:

ଯୀଶୁ ଆପଣାର ପୂର୍ବବର୍ତ୍ତୀ ଉକ୍ତିକୁ ବ୍ୟାଖ୍ୟା କରିବା ନିମନ୍ତେ ଲୋକସମୂହକୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I “କିନ୍ତୁ ଯଦି ତୁମ୍ଭେମାନେ ମନ ପରିବର୍ତ୍ତନ ନ କର, ତୁମ୍ଭେମାନେ ସମସ୍ତେ ମଧ୍ୟ ବିନଷ୍ଟ ହେବ I” (ଦେଖ: /WA-Catalog/or_tm?section=translate#figs-parables)

A certain man had a fig tree planted in his vineyard

ଦ୍ରାକ୍ଷାକ୍ଷେତ୍ରର ମାଲିକଙ୍କ ଦ୍ରାକ୍ଷାକ୍ଷେତ୍ରରେ ଅନ୍ୟ ଜଣେ ବ୍ୟକ୍ତି ଡିମ୍ବିରିଗଛ ଲଗାଇ ଥିଲେ I

Luke 13:7

Why let it even waste the ground?

ଗଛଟି ଯେ ଅଦରକାରୀ ଅଟେ ଏବଂ ମାଳୀ ତାକୁ କାଟି ପକାଇବା ଉଚିତ୍ ତାହାକୁ ଗୁରୁତ୍ଵ ଦେବା ପାଇଁ ସେହି ଲୋକ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହାକୁ ଭୂମିକୁ ଅପଚୟ କରିବାକୁ ଦିଅ ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 13:8

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରନ୍ତି I ଏହା [ଲୂକ 12:1] (../ 12/ 01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅନ୍ତ ଅଟେ I

leave it alone

ଗଛ ପ୍ରତି କିଛି କର ନାହିଁ ବା “ଏହାକୁ କାଟି ପକାଅ ନାହିଁ”

put manure on it

ଭୂମିରେ ଖତ ଦେବି I ଖତ ପଶୁର ମଳ ଅଟେ I ବିକଳ୍ପ ଅନୁବାଦ: “ଲତାଗୁଡିକ ଓ ଗଛଗୁଡିକ ନିମନ୍ତେ ଉତ୍ତମ ମାଟି ପ୍ରସ୍ତୁତ କରିବା ପାଇଁ ଲୋକମାନେ ଏହାକୁ ଭୂମିରେ ପକାନ୍ତି I ବିକଳ୍ପ ଅନୁବାଦ: “ଏହା ଉପରେ ସାର ଦିଅ” (ଦେଖ: /WA-Catalog/or_tm?section=translate#figs-explicit)

Luke 13:9

If indeed it bears fruit in that time, good

କଅଣ ଘଟିବ ତାହା ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ଆସନ୍ତା ବର୍ଷ ଏହା ଡିମ୍ବିରି ଫଳ ଫଳିବ, ତାହାହେଲେ ଆମେ ଏହାକୁ ବୃଦ୍ଧି ପାଇବାରେ ଅନୁମତି ଦେଇପାରିବା I (ଦେଖ: /WA-Catalog/or_tm?section=translate#figs-ellipsis)

you will cut it down

ଦାସ ଏକ ପ୍ରସ୍ତାବ ରଖିଲା; ସେ ମାଲିକକୁ ଆଦେଶ ଦେଉ ନ ଥିଲା I ବିକଳ୍ପ ଅନୁବାଦ: “ଏହାକୁ କାଟି ପକାଇବା ନିମନ୍ତେ ମୋତେ କୁହ” ବା “ମୁଁ ଏହାକୁ କାଟି ପକାଇବି”

Luke 13:10

General Information:

ଏହି ପଦଗୁଡିକ କାହାଣୀର ଏହି ଭାଗର ପୃଷ୍ଟଭୂମି ତଥ୍ୟ ପ୍ରଦାନ କରନ୍ତି ତଥା ଜଣେ ପଙ୍ଗୁ ସ୍ତ୍ରୀଲୋକ ବିଷୟରେ ତଥ୍ୟ ଦିଅନ୍ତି ଯାହାକୁ କାହାଣୀ ମଧ୍ୟରେ ପରିଚିତ କରାଯାଇଛି I (ଦେଖ: /WA-Catalog/or_tm?section=translate#writing-background)

Now

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦକୁ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

during the Sabbath

ଏକ ବିଶ୍ରାମବାରରେ I କେତେକ ଭାଷା କହିବେ “ଏକ ବିଶ୍ରାମବାର” କାରଣ ଆମ୍ଭେମାନେ ଜାଣୁନାହିଁ ଏହା କେଉଁ ନିର୍ଦ୍ଧିଷ୍ଟ ବିଶ୍ରାମବାର ଥିଲା I

Luke 13:11

there was a woman

ଏହି ସ୍ଥାନରେ “ଦେଖ” ଶବ୍ଦ କାହାଣୀରେ ଏକ ନୂତନ ଚରିତ୍ର ସହିତ ଆମ୍ଭମାନଙ୍କୁ ସଜାଗ କରେ I (ଦେଖ: /WA-Catalog/or_tm?section=translate#writing-participants)

eighteen years

18 ବର୍ଷ ଧରି (ଦେଖ: /WA-Catalog/or_tm?section=translate#translate-numbers)

a spirit of weakness

ଏକ ମନ୍ଦ ଆତ୍ମା ତାକୁ ଦୁର୍ବଳ କରିଥିଲା

Luke 13:12

Woman, you are freed from your weakness

ହେ ନାରୀ, ତୁମର ରୋଗରୁ ତୁମେ ସୁସ୍ଥ ହେଲ I ଏହାକୁ ସକ୍ରିୟ କ୍ରିୟାପଦ ସହିତ ପ୍ରକାଶ କରାଯାଇପାରିବ: ବିକଳ୍ପ ଅନୁବାଦ: “ହେ ନାରୀ, ମୁଁ ତୁମର ଦୁର୍ବଳତାରୁ ତୁମକୁ ମୁକ୍ତ କରୁଛି” (ଦେଖ: /WA-Catalog/or_tm?section=translate#figs-activepassive)

Woman, you are freed from your weakness

ଏହା କହି ଯୀଶୁ ତାହାକୁ ସୁସ୍ଥ କଲେ I ଏହାକୁ ଏକ ବାକ୍ୟ ଦ୍ବାରା ପ୍ରକାଶ କରାଯାଇପାରିବ, ଯାହା ଦର୍ଶାଏ ଯେ ଏହା ଘଟିବା ପାଇଁ ସେ କାର୍ଯ୍ୟ କରୁଛନ୍ତି ବା ଆଜ୍ଞା ଦେଉଛନ୍ତି I ବିକଳ୍ପ ଅନୁବାଦ: “ହେ ନାରୀ, ମୁଁ ବର୍ତ୍ତମାନ ତୁମକୁ ତୁମର ଦୁର୍ବଳତାରୁ ମୁକ୍ତ କରୁଛି” ବା “ହେ ନାରୀ, ତୁମର ଦୁର୍ବଳତାରୁ ମୁକ୍ତ ହୁଅ” (ଦେଖ: /WA-Catalog/or_tm?section=translate#figs-declarative)

Luke 13:13

he placed his hands on her

ସେ ତାହାକୁ ସ୍ପର୍ଶ କଲେ

she was straightened up

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେ ସଳଖ ହୋଇ ଠିଆ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

Luke 13:14

being indignant

ଅତିଶୟ କ୍ରୋଧାନ୍ୱିତ ହେଲେ

answered and said

କହିଲେ ବା “ପ୍ରତ୍ୟୁତ୍ତର କଲେ”

be healed then

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ସେହି ଛଅ ଦିନ ମଧ୍ୟରେ କେହି ଆସି ତୁମ୍ଭମାନଙ୍କୁ ସୁସ୍ଥ କରୁ” (ଦେଖ: /WA-Catalog/or_tm?section=translate#figs-activepassive)

on the Sabbath day

ଏକ ବିଶ୍ରାମବାରରେ I କେତେକ ଭାଷା କହିବେ “ଏକ ବିଶ୍ରାମବାର” କାରଣ ଆମ୍ଭେମାନେ ଜାଣୁନାହିଁ ଏହା କେଉଁ ନିର୍ଦ୍ଧିଷ୍ଟ ବିଶ୍ରାମବାର ଥିଲା I

Luke 13:15

But the Lord answered him

ଯୀଶୁ ସମାଜଗୃହର ଅଧ୍ୟକ୍ଷକୁ ପ୍ରତ୍ୟୁତ୍ତର ଦେଲେ I

Hypocrites

ଯୀଶୁ ସମାଜଗୃହର ଅଧ୍ୟକ୍ଷ ସହିତ ସିଧାସଳଖ କଥାବାର୍ତ୍ତା କରନ୍ତି, କିନ୍ତୁ ଏହା ବହୁବଚନରେ ଥିବା ହେତୁ ଅନ୍ୟ ଧର୍ମନେତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତୁମେ ଏବଂ ତୁମର ସାଥୀ ଧର୍ମନେତାମାନେ କପଟୀ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

Does not each of you untie his ox or his donkey from the stall and lead it to drink on the Sabbath?

ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେପରି ସେମାନେ ଆଗରୁ ଜାଣିଥିବା କିଛି ବିଷୟ ସମ୍ପର୍କରେ ଚିନ୍ତା କରିବେ I ବିକଳ୍ପ ଅନୁବାଦ: “ବିଶ୍ରାମବାରରେ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ତାହାର ବଳଦ ବା ଗଧକୁ ଗୁହାଳରୁ ଫିଟାଇଥାଆନ୍ତି I” (ଦେଖ: /WA-Catalog/or_tm?section=translate#figs-rquestion)

his ox ... his donkey

ଏହା ସେହି ପଶୁମାନେ ଯେଉଁମାନଙ୍କୁ ପାଣି ପିଇବାକୁ ଦେଇ ଲୋକମାନେ ସେମାନଙ୍କର ଯତ୍ନ ନିଅନ୍ତି I

on the Sabbath

ଏକ ବିଶ୍ରାମବାରରେ I କେତେକ ଭାଷା କହିବେ “ଏକ ବିଶ୍ରାମବାର” କାରଣ ଆମ୍ଭେମାନେ ଜାଣୁନାହିଁ ଏହା କେଉଁ ନିର୍ଦ୍ଧିଷ୍ଟ ବିଶ୍ରାମବାର ଥିଲା I

Luke 13:16

daughter of Abraham

ଏହା ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ, “ଅବ୍ରହାମଙ୍କ ବଂଶଧର” (ଦେଖ: /WA-Catalog/or_tm?section=translate#figs-idiom)

whom Satan bound

ଲୋକମାନେ ପଶୁମାନଙ୍କୁ ବାନ୍ଧି ରଖିବା ବିଷୟ ସହିତ ଶୟତାନ ସେହି ସ୍ତ୍ରୀଲୋକକୁ ରୋଗରେ ଆବଦ୍ଧ କରି ରଖିବା ବିଷୟର ଯୀଶୁ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଯାହାକୁ ଶୟତାନ ତାହାର ରୋଗ ଦ୍ୱାରା ପଙ୍ଗୁ କରି ରଖିଥିଲା” ବା ଯାହାକୁ ଶୟତାନ ଏହି ରୋଗ ଦ୍ୱାରା ବାନ୍ଧିଥିଲା” (ଦେଖ: /WA-Catalog/or_tm?section=translate#figs-metaphor)

eighteen long years

ଦୀର୍ଘ 18 ବର୍ଷ ବ୍ୟାପି I ଏହି ସ୍ଥାନରେ “ବ୍ୟାପି” ଶବ୍ଦ ଗୁରୁତ୍ଵ ଆରୋପ କରେ ଯେ ଜଣେ ସ୍ତ୍ରୀଲୋକ ପକ୍ଷରେ ଅଠର ବର୍ଷ ଧରି ଦୁଃଖଭୋଗ କରିବା ଏକ ଅତି ଲମ୍ବା ସମୟ ଥିଲା I ହୁଏତ ଅନ୍ୟ ଭାଷାଗୁଡିକରେ ଏହାକୁ ଗୁରୁତ୍ଵ ଦେବା ପାଇଁ ଅନ୍ୟ ଉପାୟଗୁଡିକ ଥାଇପାରେ I (ଦେଖ: /WA-Catalog/or_tm?section=translate#translate-numbers)

should she not be released from this bond on the Sabbath day?

ଯୀଶୁ ସମାଜଗୃହର ଅଧ୍ୟକ୍ଷମାନଙ୍କୁ କହିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେମାନେ ଭୁଲ ଅଟନ୍ତି I ଯୀଶୁ ସ୍ତ୍ରୀଲୋକର ରୋଗ ସମ୍ପର୍କରେ କହନ୍ତି ସତେ ଯେପରି ଦଉଡିଗୁଡିକ ତାକୁ ବାନ୍ଧିଥିଲା I ଏହାକୁ ଏକ ସକ୍ରିୟ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଅସୁସ୍ଥତାର ବନ୍ଧନରୁ ତାହାକୁ ମୁକ୍ତ କରିବା ଯଥୋଚିତ ଅଟେ ...ଦିନ” (ଦେଖ: /WA-Catalog/or_tm?section=translate#figs-rquestion ଏବଂ /WA-Catalog/or_tm?section=translate#figs-activepassive)

Luke 13:17

As he said these things

ଯେତେବେଳେ ଏହି ସମସ୍ତ ବିଷୟ କହିଲେ

the glorious things that were being done by him

ଯେଉଁ ମହତ୍ କର୍ମସବୁ ଯୀଶୁ କରୁଥିଲେ

Luke 13:18

Connecting Statement:

ଯୀଶୁ ସମାଜଗୃହରେ ଥିବା ଲୋକମାନଙ୍କୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: /WA-Catalog/or_tm?section=translate#figs-parables)

What is the kingdom of God like ... what can I compare it to?

ଯୀଶୁ ଯାହା ଶିକ୍ଷା ଦେବାକୁ ଯାଉଥିଲେ ତାହାର ପରିଚୟ ଦେବା ନିମନ୍ତେ ଦୁଇଟି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ କି ପ୍ରକାର ଅଟେ ସେସମ୍ପର୍କରେ ମୁଁ ତୁମ୍ଭମାନଙ୍କୁ କହିବି ... ମୁଁ ଏହା ସହିତ କାହାକୁ ତୁଳନା କରିବି I” (ଦେଖ: /WA-Catalog/or_tm?section=translate#figs-rquestion)

what can I compare it to?

ମୌଳିକ ଭାବରେ ଏହା ପୂର୍ବବର୍ତ୍ତୀ ପ୍ରଶ୍ନ ସହିତ ସମାନ ଅଟେ I କେତେକ ଭାଷା ଉଭୟ ପ୍ରଶ୍ନକୁ ବ୍ୟବହାର କରିପାରିବେ, ଓ କେତେକ କେବଳ ଗୋଟିଏ ପ୍ରଶ୍ନକୁ ବ୍ୟବହାର କରିବେ I (ଦେଖ: /WA-Catalog/or_tm?section=translate#figs-parallelism)

Luke 13:19

It is like a mustard seed

ଯୀଶୁ ରାଜ୍ୟକୁ ଏକ ସୋରିଷ ଦାନା ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଏକ ସୋରିଷ ଦାନା ପରି ଅଟେ” (ଦେଖ: /WA-Catalog/or_tm?section=translate#figs-simile)

a mustard seed

ଗୋଟିଏ ସୋରିଷ ଦାନା ଏକ ଅତି କ୍ଷୁଦ୍ର ବୀଜ ଅଟେ ଯାହା ଏକ ବିରାଟ ଗଛରେ ବୃଦ୍ଧି ପାଏ I ଯଦି କେହି ଏହି ବୀଜ ଜାଣିନାହାନ୍ତି ତେବେ ଏହା ପରି ଅନ୍ୟ ଏକ ବୀଜର ନାମ ସହିତ ଏହି ବାକ୍ୟାଂଶକୁ ବା କେବଳ “ଏକ କ୍ଷୁଦ୍ର ବୀଜ” ବୋଲି ଅନୁବାଦ କରାଯାଇପାରେ I (ଦେଖ: /WA-Catalog/or_tm?section=translate#translate-unknown)

threw into his garden

ତାହାର ବଗିଚାରେ ବୁଣିଲା I ଲୋକମାନେ କେତେକ ପ୍ରକାରର ବୀଜକୁ ବିଞ୍ଛି ଦେଇ ବୁଣନ୍ତି ଯେପରି ସେଗୁଡିକ ବଗିଚାରେ ଛିନ୍ନଭିନ୍ନ ହୋଇ ପଡ଼େ I (ଦେଖ: /WA-Catalog/or_tm?section=translate#figs-explicit)

a tree

“ବିଶାଳ” ଶବ୍ଦ ଅତିରଞ୍ଜନ ଅଟେ ଯାହା ଗଛ ଓ କ୍ଷୁଦ୍ର ବୀଜର ବୈଷମ୍ୟକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଏକ ଅତି ବଡ ବୁଦା” (ଦେଖ: /WA-Catalog/or_tm?section=translate#figs-hyperbole)

the birds of heaven

ଆକାଶର ଚଢ଼େଇମାନେ I ବିକଳ୍ପ ଅନୁବାଦ: “ଯେଉଁ ପକ୍ଷୀମାନେ ଆକାଶରେ ଉଡ଼ନ୍ତି” ବା “ଚଢ଼େଇମାନେ ”

Luke 13:20

Connecting Statement:

ଯୀଶୁ ସମାଜଗୃହରେ ଥିବା ଲୋକମାନଙ୍କୁ କହିବା ସମାପ୍ତ କଲେ I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I

To what can I compare the kingdom of God?

ଯୀଶୁ ଯାହା ଶିକ୍ଷା ଦେବାକୁ ଯାଉଥିଲେ ତାହାର ପରିଚୟ ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ଆଉ ଏକ ବିଷୟ କହିବି ଯାହାକୁ ମୁଁ ଈଶ୍ୱରଙ୍କ ରାଜ୍ୟ ସହିତ ତୁଳନା କରି ପାରିବି I” (ଦେଖ: /WA-Catalog/or_tm?section=translate#figs-rquestion)

Luke 13:21

It is like yeast

ଯୀଶୁ ଈଶ୍ୱରଙ୍କ ରାଜ୍ୟକୁ ମଇଦା ପିଣ୍ଡୁଳା ଭିତରେ ଥିବା ଖମୀର ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ରାଜ୍ୟ ଖମୀର ସଦୃଶ ଅଟେ” (ଦେଖ: /WA-Catalog/or_tm?section=translate#figs-simile)

like yeast

ମଇଦା ପିଣ୍ଡୁଳା ବହୁତ ବଡ ହୋଇ ଫୁଲିବା ନିମନ୍ତେ ଟିକିଏ ମାତ୍ର ଖମୀର ଆବଶ୍ୟକ ହୋଇଥାଏ I UST ରେ ଏହା ଯେପରି ଅଛି ସେପରି ଏହାକୁ ସ୍ପଷ୍ଟ କରାଯାଇପାରେ I (ଦେଖ: /WA-Catalog/or_tm?section=translate#figs-explicit)

three measures of flour

ଏହା ଏକ ବିଶାଳ ପରିମାଣର ମଇଦା, କାରଣ ପ୍ରତ୍ୟେକ ମାପ ପ୍ରାୟ 13 ଲିଟର ଅଟେ I ମଇଦାର ମାପ କରିବା ନିମନ୍ତେ ତୁମର ସଂସ୍କୃତି ବ୍ୟବହାର କରୁଥିବା ଶବ୍ଦକୁ ତୁମେ ବ୍ୟବହାର କରିପାର I ବିକଳ୍ପ ଅନୁବାଦ: “ଏକ ବିପୁଳ ପରିମାଣର ମଇଦା”

Luke 13:22

General Information:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଏକ ରୂପକ ବ୍ୟବହାର କରି ଯୀଶୁ ଏକ ପ୍ରଶ୍ନର ପ୍ରତ୍ୟୁତ୍ତର କରନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Luke 13:23

are only a few people to be saved?

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର କ’ଣ କେବଳ ଅଳ୍ପ ସଂଖ୍ୟକ ଲୋକମାନଙ୍କର ପରିତ୍ରାଣ ସାଧନ କରିବେ ?”(ଦେଖ: /WA-Catalog/or_tm?section=translate#figs-activepassive)

Luke 13:24

Struggle to enter through the narrow door

ସଂକୀର୍ଣ୍ଣ ଦ୍ୱାର ଦେଇ ଯିବା ନିମନ୍ତେ କଠିନ ପରିଶ୍ରମ କର I ଈଶ୍ୱରଙ୍କ ରାଜ୍ୟର ପ୍ରବେଶ ଦ୍ୱାର ବିଷୟରେ ଯୀଶୁ କହୁଛନ୍ତି ସତେ ଯେପରି ତାହା ଏକ ଗୃହର ଛୋଟ କବାଟ ଅଟେ I ଯେହେତୁ ଯୀଶୁ ଏକ ଦଳକୁ କହୁଛନ୍ତି ସେଥିପାଇଁ ଏହି ଆଦେଶରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-metaphorଏବଂ /WA-Catalog/or_tm?section=translate#figs-you)

the narrow door

ଯେହେତୁ ଦ୍ୱାର ସଂକୀର୍ଣ୍ଣ ଅଟେ ତାହା ସୂଚାଏ ଯେ ଏହା ଭିତକୁ ଯିବା କଷ୍ଟକର ଅଟେ I ଏହି ନିୟନ୍ତ୍ରିତ ଅର୍ଥକୁ ରଖିବା ପାଇଁ ଏହାକୁ ଏପରି ଭାବରେ ଅନୁବାଦ କର I (ଦେଖ: /WA-Catalog/or_tm?section=translate#figs-explicit)

many will seek to enter, but will not be able

ପ୍ରବେଶ କରିବା ନିମନ୍ତେ ଅସୁବିଧା ହେତୁ ସେମାନେ ପ୍ରବେଶ କରିବାକୁ ଅସମର୍ଥ ହେବେ ବୋଲି ଏହା ସୂଚାଇଛି I ଏହାର ପରବର୍ତ୍ତୀ ପଦ ଏହି ଅସୁବିଧାକୁ ବ୍ୟାଖ୍ୟା କରେ I (ଦେଖ: /WA-Catalog/or_tm?section=translate#figs-explicit)

Luke 13:25

Connecting Statement:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ କଥା କହିବା ଜାରି ରଖନ୍ତି

Once the owner

ଗୃହକର୍ତ୍ତାଙ୍କ ପରେ

the owner of the house

ଏହା ପୂର୍ବବର୍ତ୍ତୀ ପଦଗୁଡିକରେ ବର୍ଣ୍ଣିତ ଗୃହକର୍ତ୍ତାଙ୍କ ସମ୍ପର୍କରେ ସୂଚାଇ ଥାଏ, ଯାହାଙ୍କର ଗୃହରେ ସଂକୀର୍ଣ୍ଣ ଦ୍ୱାର ରହିଥିଲା I ରାଜ୍ୟର ଶାସକ ଭାବରେ ଏହା ଈଶ୍ୱରଙ୍କ ନିମନ୍ତେ ଏକ ରୂପକ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

you will begin to stand outside

ଯୀଶୁ ଲୋକସମୂହକୁ କଥା କହୁଛନ୍ତି I “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ସେ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ସତେ ଯେପରି ସେମାନେ ସଂକୀର୍ଣ୍ଣ ଦ୍ୱାର ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ I (ଦେଖ: /WA-Catalog/or_tm?section=translate#figs-you)

pound the door

ଦ୍ୱାରରେ ଆଘାତ କର I ଗୃହକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ଏକ ପ୍ରଚେଷ୍ଟା ଅଟେ I

Luke 13:27

Get away from me

ମୋ’ଠାରୁ ଦୂରକୁ ଯାଅ

Luke 13:28

Connecting Statement:

ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ ଯୀଶୁ କଥା କହିବା ଜାରି ରଖନ୍ତି I ଏହା ଏହି କଥୋପକଥନର ଅନ୍ତ ଅଟେ I

crying and the grinding of teeth

ଏହି କାର୍ଯ୍ୟଗୁଡିକ ପ୍ରତୀକାତ୍ମକ ଅଟେ ଯାହା ଅତ୍ୟନ୍ତ ଅନୁଶୋଚନା ଓ ବିଷାଦକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ଅତ୍ୟନ୍ତ ଅନୁଶୋଚନା ହେତୁ କ୍ରନ୍ଦନ ଓ ଦନ୍ତ କିଡିମିଡି କରିବା” (ଦେଖ: /WA-Catalog/or_tm?section=translate#translate-symaction)

when you see

ସେମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ ନା ନାହିଁ ସେ ସମ୍ପର୍କରେ ଯୀଶୁ ଲୋକସମୂହକୁ କଥା କହିବା ଜାରି ରଖନ୍ତି I

but you are thrown out

କିନ୍ତୁ ତୁମ୍ଭେମାନେ ଆପେ ନିଜେ ବାହାରେ ପକାଇ ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ବଳପୂର୍ବକ ବାହାରେ ପକାଇବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 13:29

from east and west, and from north and south

ଏହାର ଅର୍ଥ “ପ୍ରତ୍ୟେକ ଦିଗରୁ I” (ଦେଖ: /WA-Catalog/or_tm?section=translate#figs-merism)

be seated at a table in the kingdom of God

ଈଶ୍ୱରଙ୍କ ରାଜ୍ୟରେ ଆନନ୍ଦ କରିବା ବିଷୟକୁ ଏକ ଉତ୍ସବ ବୋଲି କହିବା ସାଧାରଣ କଥା ଥିଲା I ବିକଳ୍ପ ଅନୁବାଦ: “ସେମାନେ ଈଶ୍ୱରଙ୍କ ରାଜ୍ୟରେ ଉତ୍ସବ କରିବେ”(ଦେଖ: /WA-Catalog/or_tm?section=translate#figs-metaphor)

Luke 13:30

will be first ... will be last

ପ୍ରଥମ ହେବା ବିଷୟ ମହତ୍ତ୍ଵପୂର୍ଣ୍ଣ ବିବେଚିତ ହେବା ବା ସମ୍ମାନିତ ହେବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତି ମହତ୍ତ୍ଵପୂର୍ଣ୍ଣ ହେବ ...ଅଳ୍ପ ଗୁରୁତ୍ୱପୂର୍ଣ୍ଣ ହେବ” ବା “ଈଶ୍ୱର ସମ୍ମାନିତ କରିବେ ... ଈଶ୍ୱର ଲଜ୍ଜିତ କରିବେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 13:31

Connecting Statement:

ଏହା କାହାଣୀର ଏହି ଭାଗର ପରବର୍ତ୍ତୀ ଘଟଣା ଅଟେ I କେତେକ ଫାରୂଶୀ ତାଙ୍କୁ ହେରୋଦଙ୍କ ବିଷୟରେ କହୁଥିବା ବେଳେ ଯୀଶୁ ଏପର୍ଯ୍ୟନ୍ତ ତାଙ୍କର ଯିରୂଶାଲମକୁ ଯିବା ପଥରେ ଅଛନ୍ତି I

At that same hour

ଯୀଶୁ କଥା କହିବା ସମାପ୍ତ କରିବା ପରେ ପରେ

Leave and go away from here, because Herod wants to kill you

ଏହାକୁ ଯୀଶୁଙ୍କ ପ୍ରତି ଏକ ଚେତାବନୀ ଭାବରେ ଅନୁବାଦ କର I ସେମାନେ ତାଙ୍କୁ ଅନ୍ୟତ୍ର ଚାଲି ଯିବାକୁ ଏବଂ ନିରାପଦରେ ରହିବା ପାଇଁ ପରାମର୍ଶ ଦେଉଥିଲେ

Herod wants to kill you

ଯୀଶୁଙ୍କୁ ବଧ କରିବା ନିମନ୍ତେ ହେରୋଦ ଆଦେଶ ଦେବ I ବିକଳ୍ପ ଅନୁବାଦ: “ହେରୋଦ ତାହାର ଲୋକମାନଙ୍କୁ ପଠାଇ ତୁମକୁ ହତ୍ୟା କରିବାକୁ ଚାହେଁ”

Luke 13:32

that fox

ଯୀଶୁ ହେରୋଦକୁ ଏକ କୋକୀଶିଆଳୀ ବୋଲି ସମ୍ବୋଧନ କରିଥିଲେ I କୋକୀଶିଆଳୀ ଏକ ଛୋଟ ବନ୍ୟ କୁକୁର ଅଟେ I ସାମ୍ଭାବ୍ୟ ଅର୍ଥଗୁଡିକ ହେଲା 1) ହେରୋଦ କଦାପି ଏକ ବଡ ବିପଦ ନ ଥିଲା 2) ହେରୋଦ ପ୍ରତାରଣାତ୍ମକ ଥିଲା I (ଦେଖ: /WA-Catalog/or_tm?section=translate#figs-metaphor)

Luke 13:33

Nevertheless

ଏହା ସତ୍ତ୍ୱେ ବା “ଯାହା ବି ହେଉ” ବା “ଯାହା କିଛି ବି ଘଟୁ”

it is not acceptable to kill a prophet away from Jerusalem

ଯିହୂଦୀ ନେତାମାନେ ଈଶ୍ୱରଙ୍କ ସେବା କରୁଥିବା ବିଷୟ ଦାବୀ କରୁଥିଲେ I ଏବଂ ତା’ସତ୍ତ୍ୱେ ସେମାନଙ୍କ ପିତୃପୁରୁଷମାନେ ଈଶ୍ୱରଙ୍କ ଅନେକ ଭାବବାଦୀମାନଙ୍କୁ ଯିରୂଶାଲମରେ ହତ୍ୟା କରିଥିଲେ, ଏବଂ ଯୀଶୁ ଜାଣିଥିଲେ ଯେ ସେମାନେ ତାଙ୍କୁ ମଧ୍ୟ ସେଠାରେ ବଧ କରିବେ I ବିକଳ୍ପ ଅନୁବାଦ: “ଯିରୂଶାଲମରେ ହିଁ ଯିହୂଦୀ ନେତାମାନେ ଈଶ୍ୱରଙ୍କ ସମ୍ବାଦବାହକମାନଙ୍କୁ ବଧ କରନ୍ତି” (ଦେଖ: /WA-Catalog/or_tm?section=translate#figs-irony)

Luke 13:34

Connecting Statement:

ଯୀଶୁ ଫାରୂଶୀମାନଙ୍କ ପ୍ରତି ପ୍ରତ୍ୟୁତ୍ତର ଦେବା ସମାପ୍ତ କରନ୍ତି I ଏହା କାହାଣୀର ଏହି ଭାଗର ଅନ୍ତ ଅଟେ I

Jerusalem, Jerusalem

ଯୀଶୁ ଏପରି ଭାବରେ କଥା କହନ୍ତି ସତେ ଯେପରି ଯିରୂଶାଲମର ଲୋକମାନେ ତାଙ୍କ କଥା ଶୁଣୁଛନ୍ତି I ଯୀଶୁ ଯେ ସେମାନଙ୍କ ନିମନ୍ତେ କେତେ ଦୁଃଖିତ, ତାହା ଦର୍ଶାଇବା ନିମନ୍ତେ ସେ ଏହା ଦୁଇ ଥର କହନ୍ତି I (ଦେଖ: /WA-Catalog/or_tm?section=translate#figs-apostrophe)

who kills the prophets and stones those sent to you

ନଗରୀକୁ ସମ୍ବୋଧନ କରିବା ବିଷୟ ଯଦି ବିଚିତ୍ର ଲାଗେ ତୁମେ ଏହା ସ୍ପଷ୍ଟ କରି ପାରିବ ଯେ ଯୀଶୁ ପ୍ରକୃତରେ ନଗରୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରୁଥିଲେ: “ ତୁମ୍ଭେମାନେ ସେହି ଲୋକମାନେ ଯେଉଁମାନେ ଭାବବାଦୀମାନଙ୍କୁ ବଧ କରିଥାଅ ଏବଂ ତୁମ୍ଭମାନଙ୍କ ନିକଟକୁ ପ୍ରେରିତ ଲୋକମାନଙ୍କୁ ପ୍ରସ୍ତାରାଘାତ କରିଥାଅ” (ଦେଖ: /WA-Catalog/or_tm?section=translate#figs-metonymy)

those who are sent to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ଯେଉଁମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

How often I desired

ମୁଁ ସେପରି ଇଚ୍ଛା କଲି I ଏହା ଏକ ବିସ୍ମୟସୂଚକ ଭାବ ଅଟେ ଏବଂ ଏକ ପ୍ରଶ୍ନ ନୁହେଁ I

to gather your children

ଯିରୂଶାଲମର ଲୋକମାନେ ତା’ର “ସନ୍ତାନଗଣ” ଭାବରେ ବର୍ଣ୍ଣିତ ହୋଇଛନ୍ତି I ବିକଳ୍ପ ଅନୁବାଦ: “ତୋହର ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ” ବା “ଯିରୂଶାଲମର ଲୋକମାନଙ୍କୁ ସଂଗ୍ରହ କରିବା ନିମନ୍ତେ ” (ଦେଖ: /WA-Catalog/or_tm?section=translate#figs-metonymy)

the way a hen gathers her brood under her wings

ଏହା ବର୍ଣ୍ଣନା କରେ ଯେ କିପରି ଗୋଟିଏ କୁକୁଡା ତା’ର ଶାବକମାନଙ୍କୁ ଆପଣାର ଡେଣାଗୁଡିକରେ ଆବୋରି ବିପଦରୁ ସୁରକ୍ଷିତ କରି ରଖେ I (ଦେଖ: /WA-Catalog/or_tm?section=translate#figs-metaphor)

Luke 13:35

your house is abandoned

ଯାହା ଶୀଘ୍ର ଘଟିବାକୁ ଯାଉଛି ସେସମ୍ପର୍କରେ ଏହା ଏକ ଭବିଷ୍ୟଦ୍ ବାଣୀ ଅଟେ I ଏହାର ଅର୍ଥ ଈଶ୍ୱର ଯିରୂଶାଲମର ଲୋକମାନଙ୍କୁ ସୁରକ୍ଷିତ କରି ରଖିବା ବନ୍ଦ କରିଦେଇଛନ୍ତି, ତେଣୁ ଶତୃମାନେ ସେମାନଙ୍କୁ ଆକ୍ରମଣ କରି ପାରିବେ ଏବଂ ସେମାନଙ୍କୁ ତଡି ବାହାର କରିଦେବେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିବେ” ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ” 2) ସେମାନଙ୍କ ନଗରୀ ଶୂନ୍ୟ ହେବ I ବିକଳ୍ପ ଅନୁବାଦ: ତୁମ୍ଭମାନଙ୍କ ଗୃହସବୁ ପରିତ୍ୟକ୍ତ ହେବ I (ଦେଖ: /WA-Catalog/or_tm?section=translate#figs-metaphor)

you will not see me until you say

ଯେପର୍ଯ୍ୟନ୍ତ ସେହି ସମୟ ଆସିନାହିଁ, ଯେତେବେଳେ ତୁମ୍ଭେମାନେ ଏପରି କହିବ ସେ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ ବା “ପରବର୍ତ୍ତୀ ସମୟରେ ତୁମ୍ଭେମାନେ ମୋତେ ଦେଖିବ, ତୁମ୍ଭେମାନେ କହିବ”

the name of the Lord

ଏଠାରେ “ନାମ” ପ୍ରଭୁଙ୍କ ଶକ୍ତି ଓ ଅଧିକାରକୁ ସୂଚାଏ I (ଦେଖ: /WA-Catalog/or_tm?section=translate#figs-metonymy)