Luke 14

ଲୂକ 14 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ପଦ 3 କୁହେ, “ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କୁ ଏବଂ ଫାରୁଶୀମାନଙ୍କୁ ଯୀଶୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ କି ନା ?” ଅନେକ ସମୟରେ, ବିଶ୍ରାମବାରରେ ସୁସ୍ଥ କରୁଥିବା ହେତୁ ଫାରୂଶୀମାନେ ଯୀଶୁଙ୍କ ଉପରେ କ୍ରୋଧ କରୁଥିଲେ I ଏହି ପାଠ୍ୟାଂଶରେ, ଯୀଶୁ ଫାରୂଶୀମାନଙ୍କୁ ନୀରବ କରି ଦେଇଥିଲେ I ସାଧାରଣତଃ, ଫାରୂଶୀମାନେ ହିଁ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ I

ପ୍ରସଙ୍ଗର ପରିବର୍ତ୍ତନ

ଅନେକ ସମୟରେ ଏହି ଅଧ୍ୟାୟରେ ଲୂକ ପରିବର୍ତ୍ତନଗୁଡିକୁ ଚିହ୍ନିତ ନ କରି ଗୋଟିଏ ପ୍ରସଙ୍ଗରୁ ଆଉ ଏକ ପ୍ରସଙ୍ଗକୁ ପରିବର୍ତ୍ତନ କରନ୍ତି I

ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ

ଦୃଷ୍ଟାନ୍ତଗୁଡିକ

ଯୀଶୁ [ଲୂକ 14:15-24] (,/15. ମଝି)ରେ ଦୃଷ୍ଟାନ୍ତ ଦ୍ବାରା ଶିକ୍ଷା ଦେଇ କହନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଏଭଳି ବିଷୟ ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଉପଭୋଗ କରିପାରିବ I କିନ୍ତୁ ଲୋକମାନେ ଏହାର ଅଂଶୀ ହେବା ନିମନ୍ତେ ପ୍ରତ୍ୟାଖ୍ୟାନ କରିବେ I (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tw?section=kt#kingdomofgod)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ

ସ୍ବବିରୋଧାତ୍ମକ ବକ୍ତବ୍ୟ

ସ୍ବବିରୋଧାତ୍ମକ ବକ୍ତବ୍ୟ ଏକ ସତ୍ୟ ଉକ୍ତି ଅଟେ ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାକୁ ଯାଉଥିବା ଭଳି ମନେ ହୁଏ I ଏହି ଅଧ୍ୟାୟରେ ଏକ ସ୍ବବିରୋଧାତ୍ମକ ବକ୍ତବ୍ୟ ଦେଖାଯାଏ : “କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ” ([ଲୂକ 14: 11] (../ଲୂକ/14/11.ମଝି)) I

Luke 14:1

General Information:

ଏହା ବିଶ୍ରାମବାର ଅଟେ ଏବଂ ଯୀଶୁ ଫାରୂଶୀଙ୍କ ଗୃହରେ ଅଛନ୍ତି I ପଦ 1 ପରବର୍ତ୍ତୀ ଘଟଣା ନିମନ୍ତେ ପୃଷ୍ଟଭୂମି ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

Now it happened ... on a Sabbath

ଏହା ଏକ ନୂତନ ଘଟଣାକୁ ସୂଚାଇଥାଏ I (ଦେଖ: /WA-Catalog/or_tm?section=translate#writing-newevent)

to eat bread

ଖାଇବା ପାଇଁ ବା “ଗୋଟିଏ ଭୋଜନ ନିମନ୍ତେ I” ରୋଟୀ ଭୋଜନର ଏକ ମହତ୍ତ୍ଵପୂର୍ଣ୍ଣ ଅଂଶ ଥିଲା ଏବଂ ଏହି ବାକ୍ୟରେ ଏକ ଭୋଜନ ପ୍ରତି ସୂଚାଇବା ପାଇଁ ତାହା ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#figs-synecdoche)

they were watching him closely

ସେମାନେ ଦେଖିବାକୁ ଇଚ୍ଛା କରୁଥିଲେ ଯଦି ସେ କୌଣସି ଭୁଲ କାର୍ଯ୍ୟ କରନ୍ତି ତେବେ ସେମାନେ ତାଙ୍କୁ ଦୋଷାରୋପ କରି ପାରିବେ I

Luke 14:2

Now there in front of him was a man

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ଆମ୍ଭମାନଙ୍କୁ ସଜାଗ କରେ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଏକ ଶୈଳୀ ଥାଇ ପାରେ I ଇଂରାଜୀ ଏହା ବ୍ୟବହାର କରେ “ତାହାଙ୍କ ସମ୍ମୁଖରେ ଜଣେ ଲୋକ ଥିଲା” (ଦେଖ: /WA-Catalog/or_tm?section=translate#writing-participants)

was suffering from edema

ଜଳୋଦର ଏକ ଫୁଲା ଯାହା ଜଳ ଦ୍ବାରା ଘଟି ଶରୀରର ଅଂଶଗୁଡିକରେ ବଢି ଉଠିଥାଏ I କେତେକ ଭାଷାରେ ହୁଏତ ଏହି ଅବସ୍ଥା ନିମନ୍ତେ ଏକ ନାମ ରହିଛି I ବିକଳ୍ପ ଅନୁବାଦ: “କଷ୍ଟ ଭୋଗ କରୁଥିଲା କାରଣ ତାହାର ଶରୀରର ଅଂଶଗୁଡିକ ଜଳ ଭରିଯିବା ହେତୁ ଫୁଲି ଯାଇଥିଲା”

Luke 14:3

Is it lawful to heal on the Sabbath, or not

ବିଶ୍ରାମବାରରେ ଜଣେ ଲୋକକୁ ସୁସ୍ଥ କରିବା ପାଇଁ ବ୍ୟବସ୍ଥା କଅଣ ଆମ୍ଭମାନଙ୍କୁ ଅନୁମତି ଦିଏ, ବା ଏହା ମନା କରିଥାଏ

Luke 14:4

But they kept silent

ଧର୍ମ ନେତାମାନେ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କଲେ

So Jesus took hold of him

ତେଣୁ ଯୀଶୁ ଜଳୋଦର ରୋଗରେ କଷ୍ଟ ପାଉଥିବା ଲୋକକୁ ଧରିଲେ

Luke 14:5

Which of you, if a son or an ox ... pull him out on the Sabbath day?

ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି କାରଣ ସେ ଚାହାନ୍ତି ଯେ ସେମାନେ ସ୍ୱୀକାର କରନ୍ତୁ ଯେ ଆପଣାମାନଙ୍କର ପୁଅ ବା ବଳଦକୁ ଏପରିକି ବିଶ୍ରାମବାରରେ ସୁଦ୍ଧା ସେମାନେ ସାହାଯ୍ୟ କରିବେ କି ନାହିଁ I ଅତଏବ, ଏହା ତାଙ୍କ ନିମନ୍ତେ ମଧ୍ୟ ବିଶ୍ରାମବାରରେ ଲୋକମାନଙ୍କୁ ସୁସ୍ଥ କରିବା ବିଧିସଙ୍ଗତ ଅଟେ I ବିକଳ୍ପ ଅନୁବାଦ: ଯଦି ତୁମ୍ଭମାନଙ୍କ ମଧ୍ୟରେ କାହାର ପୁଅ କିମ୍ବା ବଳଦ... ତୁମ୍ଭେମାନେ ନିଶ୍ଚିତ ଭାବରେ ତୁରନ୍ତ ତାହାକୁ ବାହାରକୁ ଟାଣି ଆଣିବ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 14:6

They were not able to give an answer

ସେମାନେ ତହିଁର ଉତ୍ତର ଜାଣିଥିଲେ ଓ ଯୀଶୁ ଯେ ଠିକ୍ କହୁଛନ୍ତି ତାହା ମଧ୍ୟ ଜାଣିଥିଲେ, କିନ୍ତୁ ସେ ଯେ ଠିକ୍ କହୁଛନ୍ତି ତାହା ସେମାନେ ସ୍ୱୀକାର କରିବାକୁ ଚାହୁଁ ନ ଥିଲେ I ବିକଳ୍ପ ଅନୁବାଦ: “କହିବାକୁ ସେମାନଙ୍କ ପାଖରେ କିଛି ନ ଥିଲା”

Luke 14:7

Connecting Statement:

ତାଙ୍କୁ ଭୋଜନ କରିବା ନିମନ୍ତେ ନିମନ୍ତ୍ରଣ କରିଥିବା ଫାରୂଶୀଙ୍କ ଗୃହରେ ଥିବା ଅତିଥିମାନଙ୍କୁ ଯୀଶୁ କଥା କହିବା ଜାରି ରଖିଲେ I

those who were invited

ଏହି ଲୋକମାନଙ୍କୁ ଚିହ୍ନଟ କରିବା, ଏବଂ ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଫାରୂଶୀମାନଙ୍କ ନେତା ଭୋଜନ କରିବା ନିମନ୍ତେ ନିମନ୍ତ୍ରଣ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

the seats of honor

ସମ୍ମାନିତ ଲୋକମାନଙ୍କ ନିମନ୍ତେ ଆସନଗୁଡିକ ବା “ମହତ୍ତ୍ଵପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ଆସନଗୁଡିକ”

Luke 14:8

When you are invited by someone

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ” (ଦେଖ: /WA-Catalog/or_tm?section=translate#figs-activepassive)

When you ... than you

ଏଠାରେ ଯେତେଥର “ତୁମେ” ଶବ୍ଦ ଅଛି ସେଗୁଡ଼ିକ ଏକବଚନବିଶିଷ୍ଟ ଅଟେ I ଯୀଶୁ ସେହି ଦଳକୁ କହିବା ସମୟରେ ସତେ ଯେପରି ସେ ପ୍ରତ୍ୟେକ ବ୍ୟକ୍ତିକୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

or perhap someone more honorable than you may have been invited by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ନିମନ୍ତ୍ରଣକାରୀ ହୁଏତ ତୁମଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିକୁ ନିମନ୍ତ୍ରଣ କରିଥାଇ ପାରନ୍ତି I (ଦେଖ: /WA-Catalog/or_tm?section=translate#figs-activepassive)

Luke 14:9

he will say to you ... you will proceed

ଏଠାରେ ଯେତେଥର “ତୁମେ” ଏବଂ “ତୁମର” ଶବ୍ଦଗୁଡିକ ରହିଛି ସେଗୁଡ଼ିକ ଏକବଚନବିଶିଷ୍ଟ ଅଟେ I ଯୀଶୁ ସେହି ଦଳକୁ କହିବା ସମୟରେ ସତେ ଯେପରି ସେ ପ୍ରତ୍ୟେକ ବ୍ୟକ୍ତିକୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

in shame

ତୁମେ ଲଜ୍ଜା ବୋଧ କରିବ ଏବଂ

the last place

ଅପେକ୍ଷାକୃତ ନିମ୍ନତମ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବା “କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ନିମନ୍ତେ ସ୍ଥାନ”

Luke 14:10

Connecting Statement:

ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି I

when you are invited

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ନିମନ୍ତ୍ରଣ କରେ” (ଦେଖ: /WA-Catalog/or_tm?section=translate#figs-activepassive)

the last place

ଯେଉଁ ଆସନ କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ

come up higher

ଅଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନକୁ ଉଠି ଯିବା

Then you will be honored

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତାହାହେଲେ ତୁମକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ତୁମକୁ ସମାନିତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 14:11

who exalts himself

ଯିଏ ଆପଣାକୁ ମହତ୍ତ୍ଵପୂର୍ଣ୍ଣ ଦେଖାଏ ବା “ଯିଏ ଏକ ମହତ୍ତ୍ଵପୂର୍ଣ୍ଣ ଆସନ ଗ୍ରହଣ କରେ”

will be humbled

ଅଣମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ନତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

humbles himself

ଯିଏ ନିଜକୁ ଅଣମହତ୍ତ୍ଵପୂର୍ଣ୍ଣ ଦେଖାଇବା ପାଇଁ ମନୋନୀତ କରେ ବା “ଯିଏ ଏକ ଅଣମହତ୍ତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରେ”

will be exalted

ମହତ୍ତ୍ଵପୂର୍ଣ୍ଣ ପରି ଦେଖାଯିବ ବା “ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଦିଆଯିବ I” ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ଉନ୍ନତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 14:12

Connecting Statement:

ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି କିନ୍ତୁ ତାଙ୍କ ନିମନ୍ତ୍ରଣକାରୀଙ୍କୁ ସିଧାସଳଖ ସମ୍ବୋଧନ କରୁଛନ୍ତି I

the one who had invited him

ତାଙ୍କୁ ଭୋଜନ କରିବା ନିମନ୍ତେ ଆପଣା ଗୃହକୁ ନିମନ୍ତ୍ରଣ କରିଥିବା ଫାରୂଶୀ

When you give

ଏଠାରେ ତୁମେ ଏକବଚନ ବିଶିଷ୍ଟ ଅଟେ କାରଣ ତାଙ୍କୁ ଆପଣା ଗୃହକୁ ନିମନ୍ତ୍ରଣ କରିଥିବା ଫାରୂଶୀଙ୍କୁ ଯୀଶୁ ସିଧାସଳଖ କଥା କହୁଛନ୍ତି (ଦେଖ: /WA-Catalog/or_tm?section=translate#figs-you)

do not invite

ଏହା ହୁଏତ ଏହି ଅର୍ଥ ପ୍ରକାଶ କରେ ନାହିଁ ଯେ ସେମାନେ ଏହି ଲୋକମାନଙ୍କୁ କଦାପି ନିମନ୍ତ୍ରଣ କରି ପାରିବେ ନାହିଁ I ସମ୍ଭବତଃ, ଏହା ଅର୍ଥ ପ୍ରକାଶ କରି ପାରେ ଯେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ଉଚିତ୍ ଅଟେ I ବିକଳ୍ପ ଅନୁବାଦ: “କେବଳ ନିମନ୍ତ୍ରଣ କର ନାହିଁ” ବା “ସବୁବେକେ କେବଳ ନିମନ୍ତ୍ରଣ କର ନାହିଁ”

otherwise they may also invite you in return

ଯେହେତୁ ସେମାନେ ହୁଏତ

may invite you in return

ସେମାନଙ୍କ ଭୋଜନକୁ ବା ମହାଭୋଜକୁ ନିମନ୍ତ୍ରଣ କରିବେ

repayment will be made to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଏହି ପ୍ରକାରେ ସେମାନେ ତୁମକୁ ପରିଶୋଧ କରିବେ”(ଦେଖ: /WA-Catalog/or_tm?section=translate#figs-activepassive)

Luke 14:13

Connecting Statement:

ତାଙ୍କୁ ଆପଣା ଗୃହକୁ ନିମନ୍ତ୍ରଣ କରିଥିବା ସେହି ଫାରୂଶୀଙ୍କୁ ଯୀଶୁ କଥା କହିବା ଜାରି ରଖନ୍ତି I

invite the poor

“ମଧ୍ୟ” ଶବ୍ଦକୁ ଯୋଗ କରିବା ହୁଏତ ସହାୟକ ହେବ କାରଣ ଏହି ଉକ୍ତି ବୋଧହୁଏ ଅନ୍ୟମାନଙ୍କୁ ଛାଡି କୁହାଯାଇନାହିଁ I ବିକଳ୍ପ ଅନୁବାଦ: “ଦରିଦ୍ରମାନଙ୍କୁ ମଧ୍ୟ ନିମନ୍ତ୍ରଣ କର”

Luke 14:14

you will be blessed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆଶୀର୍ବାଦ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

they cannot repay you

ଏହା ବଦଳରେ ସେମାନେ ତୁମକୁ ଏକ ମହାଭୋଜକୁ ନିମନ୍ତ୍ରଣ କରି ପାରିବେ ନାହିଁ I

you will be repaid

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ପରିଶୋଧ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

in the resurrection of the just

ଏହା ଅନ୍ତିମ ବିଚାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ୱର ଧାର୍ମିକ ଲୋକମାନଙ୍କୁ ପୁନର୍ଜୀବିତ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 14:15

General Information:

ମେଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଯୀଶୁଙ୍କୁ କହିଲା ଏବଂ ଯୀଶୁ ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ତାକୁ ପ୍ରତ୍ୟୁତ୍ତର ଦେଲେ (ଦେଖ: /WA-Catalog/or_tm?section=translate#figs-parables)

one of those who reclined at table

ଏହା ଏକ ନୂତନ ବ୍ୟକ୍ତିର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants)

Blessed is he

ଲୋକଟି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ସମ୍ପର୍କରେ କହୁ ନ ଥିଲା I ବିକଳ୍ପ ଅନୁବାଦ: “ଯେକୌଣସି ବ୍ୟକ୍ତି ଧନ୍ୟ” ବା “ଏହା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ କେତେ ଉତ୍ତମ”

he who will eat bread

“ରୋଟୀ” ଶବ୍ଦ ସମ୍ପୂର୍ଣ୍ଣ ଭୋଜନକୁ ସୂଚିତ କରିବା ପାଇଁ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେଉଁ ଲୋକ ଭୋଜନ କରିବ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 14:16

But Jesus said to him

ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: /WA-Catalog/or_tm?section=translate#figs-parables)

A certain man prepared a large dinner and invited many

ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ସେହି ଲୋକର ଦାସମାନେ ଭୋଜନ ପ୍ରସ୍ତୁତ କରିସାରିଛନ୍ତି ଏବଂ ସେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବ I (ଦେଖ: /WA-Catalog/or_tm?section=translate#figs-explicit)

A certain man

ଏହି ବାକ୍ୟାଂଶ ଜଣେ ଲୋକକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶୈଳୀ ଅଟେ, ଯହିଁରେ ତାହାର ପରିଚୟ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇନାହିଁ I

invited many

ଅନେକ ଲୋକମାନଙ୍କୁ ନିମନ୍ତ୍ରଣ କଲେ ବା “ଅନେକ ଅତିଥିମାନଙ୍କୁ ନିମନ୍ତ୍ରଣ କଲେ”

Luke 14:17

At the hour of the dinner

ଭୋଜନ ଗ୍ରହଣ କରିବା ସମୟରେ ବା “ଯେତେବେଳେ ଭୋଜନ ଆରମ୍ଭ ହେବାକୁ ଯାଉଛି”

those who were invited

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ:”ସେ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 14:18

General Information:

ନିମନ୍ତ୍ରିତ ହୋଇଥିବା ସମସ୍ତ ଲୋକମାନେ ସେହି ଦାସକୁ ବାହାନା ଦେଖାଇବାକୁ ଲାଗିଲେ ଯେ ସେମାନେ କାହିଁକି ମହାଭୋଜକୁ ଆସି ପାରିବେ ନାହିଁ

Connecting Statement:

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I

to make excuses

କହିବା ପାଇଁ ଯେ ସେମାନେ କାହିଁକି ମହାଭୋଜକୁ ଆସି ପାରିବେ ନାହିଁ

The first said to him

ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ଏହି ଲୋକମାନେ ସିଧାସଳଖ ଭାବରେ ସେହି ଦାସକୁ କହିଲେ ଯାହାକୁ ତାହାର ପ୍ରଭୁ ପ୍ରେରଣ କରିଥିଲେ ([ଲୂକ 14:17] (../14/17.ମଝି)) I ବିକଳ୍ପ ଅନୁବାଦ: “ପ୍ରଥମ ଜଣକ ତାଙ୍କୁ ଏହି ସମ୍ବାଦ ପ୍ରେରଣ କରି କହିଲା” ବା “ପ୍ରଥମ ଜଣକ ଦାସକୁ ଏହା କହିବା ନିମନ୍ତେ କହିଲା” (ଦେଖ: /WA-Catalog/or_tm?section=translate#figs-explicit)

Please excuse me

ଦୟା କରି ମୋତେ କ୍ଷମା କର ବା “ଦୟା କରି ମୋର କ୍ଷମା ପ୍ରାର୍ଥନା ଗ୍ରହଣ କର”

Luke 14:19

another said

ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ଏହି ଲୋକମାନେ ସିଧାସଳଖ ଭାବରେ ସେହି ଦାସକୁ କହିଲେ ଯାହାକୁ ତାହାର ପ୍ରଭୁ ପ୍ରେରଣ କରିଥିଲେ ([ଲୂକ 14:17] (../14/17.ମଝି)) I ବିକଳ୍ପ ଅନୁବାଦ: “ଆଉ ଜଣେ ଏହା କହି ସମ୍ବାଦ ପ୍ରେରଣ କଲା” ବା “ଆଉ ଜଣେ ଲୋକ ଦାସକୁ ଏହା କହିବା ନିମନ୍ତେ କହିଲା” (ଦେଖ: /WA-Catalog/or_tm?section=translate#figs-explicit)

five pairs of oxen

କୃଷି ଯନ୍ତ୍ରପାତି ଟାଣିବା ନିମନ୍ତେ ବଳଦଗୁଡିକ ଯୋଡା ଯୋଡା କରି ବ୍ୟବହୃତ ହୁଅନ୍ତି I ବିକଳ୍ପ ଅନୁବାଦ: “ମୋର କ୍ଷେତଗୁଡିକରେ କାମ କରିବା ପାଇଁ 10ଟି ବଳଦ”(ଦେଖ: /WA-Catalog/or_tm?section=translate#figs-explicit)

Luke 14:20

Yet another said

ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ଏହି ଲୋକମାନେ ସିଧାସଳଖ ଭାବରେ ସେହି ଦାସକୁ କହିଲେ ଯାହାକୁ ତାହାର ପ୍ରଭୁ ପ୍ରେରଣ କରିଥିଲେ ([ଲୂକ 14:17] (../14/17.ମଝି)) I ବିକଳ୍ପ ଅନୁବାଦ: “ଆଉ ଜଣେ ଲୋକ ଏହା କହି ସମ୍ବାଦ ପଠାଇଲା’ ବା “ଆଉ ଜଣେ ଲୋକ ଦାସକୁ ଏହା କହିବା ନିମନ୍ତେ କହିଲା” (ଦେଖ: /WA-Catalog/or_tm?section=translate#figs-explicit)

I have married a wife

ଗୋଟିଏ ଅଭିବ୍ୟକ୍ତି ବ୍ୟବହାର କର ଯାହା ତୁମ ଭାଷାରେ ସ୍ୱାଭାବିକ ଅଟେ I କେତେକ ଭାଷାଗୁଡ଼ିକ ହୁଏତ କହିବେ “ବିବାହିତ ହୋଇଛି” ବା “ମୁଁ ଗୋଟିଏ ସ୍ତ୍ରୀ ଗ୍ରହଣ କରିଛି I”

Luke 14:21

becoming angry

ସେ ନିମନ୍ତ୍ରଣ କରିଥିବା ଲୋକମାନଙ୍କ ଉପରେ କ୍ରୁଦ୍ଧ ହେଲେ

bring in here

ଏହି ସ୍ଥାନକୁ ଭୋଜନ କରିବା ନିମନ୍ତେ ନିମନ୍ତ୍ରଣ କର

Luke 14:22

Then the servant said

ସୂଚିତ ତଥ୍ୟକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଆବଶ୍ୟକ ହେବ ଯେ ପ୍ରଭୁ ଯାହା ଆଜ୍ଞା କଲେ ଦାସ ଠିକ ତାହା ହିଁ କଲା I ବିକଳ୍ପ ଅନୁବାଦ: “ଦାସ ବାହାରକୁ ଗଲା ଏବଂ ତାହା କଲା ଉତ୍ତାରେ, ସେ ଫେରି ଆସିଲା ଏବଂ କହିଲା” (ଦେଖ: /WA-Catalog/or_tm?section=translate#figs-explicit)

what you commanded has been done

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତୁମେ ଯାହା ଆଦେଶ କଲ ମୁଁ ତାହା କରିଅଛି” (ଦେଖ: /WA-Catalog/or_tm?section=translate#figs-activepassive)

Luke 14:23

Connecting Statement:

ଯୀଶୁ ତାଙ୍କର ଦୃଷ୍ଟାନ୍ତ ସମାପ୍ତ କଲେ

the highways and hedges

ଏହା ନଗରର ବାହାରର ରାସ୍ତାଗୁଡିକୁ ଓ ପଥଗୁଡିକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ନଗର ବାହାରର ମୁଖ୍ୟ ରାସ୍ତାଗୁଡିକ ଏବଂ ପଥଗୁଡିକ”

compel them to come in

ଦାବୀ କର ଯେ ସେମାନେ ଭିତରକୁ ଆସିବେ

compel them

“ସେମାନଙ୍କୁ” ଶବ୍ଦ ଦାସମାନେ ଯେକୌଣସି ବ୍ୟକ୍ତିକୁ ପାଇଲେ ତାହାକୁ ବୁଝାଏ I “ତୁମ୍ଭେମାନେ ପାଉଥିବା ଯେକୌଣସି ବ୍ୟକ୍ତିକୁ ଭିତରକୁ ଆସିବା ନିମନ୍ତେ ବଳାଅ”

that my house may be filled

ଯେପରି ସେହି ଲୋକମାନେ ମୋହର ଗୃହ ପରିପୂର୍ଣ୍ଣ କରି ପାରିବେ

Luke 14:24

For I say to you

“ତୁମ୍ଭେମାନେ” ଶବ୍ଦ ବହୁବଚନ ବିଶିଷ୍ଟ ଅଟେ, ତେଣୁ ଏହା ଅସ୍ପଷ୍ଟ ଯେ ଏହା କାହା ପ୍ରତି ସମ୍ବୋଧନ କରାଯାଇଛି (ଦେଖ: /WA-Catalog/or_tm?section=translate#figs-you)

those men

ଏଠାରେ “ଲୋକମାନେ” ଶବ୍ଦ “ବୟୋପ୍ରାପ୍ତ ପୁରୁଷମାନଙ୍କୁ” ବୁଝାଏ ଏବଂ କେବଳ ସାଧାରଣ ଲୋକମାନଙ୍କୁ ବୁଝାଏ ନାହିଁ I

who were invited

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲି” (ଦେଖ: /WA-Catalog/or_tm?section=translate#figs-activepassive)

will taste my dinner

ମୁଁ ପ୍ରସ୍ତୁତ କରିଥିବା ଭୋଜନ ଉପଭୋଗ କରିବେ

Luke 14:25

General Information:

ତାଙ୍କ ସହିତରେ ଯାତ୍ରା କରୁଥିବା ଲୋକସମୂହକୁ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

Luke 14:26

If anyone comes to me and does not hate his own father ... he cannot be my disciple

ଏଠାରେ “ଘୃଣା” ଶବ୍ଦକୁ ଅତିରଞ୍ଜିତ କରାଯାଇଛି ଯେ ଲୋକମାନେ ଯୀଶୁଙ୍କ ବ୍ୟତୀତ ଅନ୍ୟ ଲୋକମାନଙ୍କ ପ୍ରତି ଅଳ୍ପ ପ୍ରେମ ଦେଖାଇବେ I ବିକଳ୍ପ ଅନୁବାଦ: କେହି ଯଦି ମୋ’ ନିକଟକୁ ଆସେ ଏବଂ ମୋତେ ଆପଣା ପିତାଠାରୁ ଅଧିକ ପ୍ରେମ ନ କରେ... ସେ ମୋହର ଶିଷ୍ୟ ହୋଇ ପାରିବ ନାହିଁ” ବା “କେବଳ ଯଦି ଜଣେ ବ୍ୟକ୍ତି ମୋତେ ତାହାର ନିଜର ପିତାଠାରୁ ଅଧିକ ପ୍ରେମ କରିବ...ସେ ମୋ’ର ଶିଷ୍ୟ ହୋଇପାରିବ” (ଦେଖ: /WA-Catalog/or_tm?section=translate#figs-hyperbole/WA-Catalog/or_tm?section=translate#figs-doublenegatives)

Luke 14:27

Whoever does not carry his own cross and come after me cannot be my disciple

ଏହାକୁ ଆସ୍ତିସୂଚକ କ୍ରିୟାପଦଗୁଡିକ ସହିତ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି କେହି ମୋହର ଶିଷ୍ୟ ହେବା ପାଇଁ ଇଚ୍ଛା କରେ, ସେ ନିଶ୍ଚୟ ନିଜର କ୍ରୁଶ ବହନ କରୁ ଏବଂ ମୋହର ଅନୁଗମନ କରୁ” (ଦେଖ: /WA-Catalog/or_tm?section=translate#figs-doublenegatives)

carry his own cross

ଯୀଶୁ ଏହି ଅର୍ଥ ପ୍ରକାଶ କରୁନାହାନ୍ତି ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଶ୍ଚୟ କ୍ରୁଶାର୍ପିତ ହେବ I ରୋମୀୟମାନେ ଅନେକ ସମୟରେ ଲୋକମାନଙ୍କୁ କ୍ରୁଶାର୍ପିତ ହେବା ପୂର୍ବରୁ ରୋମ ପ୍ରତି ସେମାନଙ୍କର ବଶୀଭୂତ ହେବା ଚିହ୍ନ ସ୍ୱରୂପ ସେମାନଙ୍କ କ୍ରୁଶଗୁଡିକ ବହନ କରିବାକୁ ବାଧ୍ୟ କରୁଥିଲେ I ଏହି ରୂପକର ଅର୍ଥ ସେମାନେ ନିଶ୍ଚୟ ଈଶ୍ୱରଙ୍କ ପ୍ରତି ବଶୀଭୂତ ହେବେ ଓ ଯେକୌଣସି ପ୍ରକାରେ ସୁଦ୍ଧା ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଦୁଃଖଭୋଗ କରିବା ନିମନ୍ତେ ଇଚ୍ଛୁକ ହେବେ I (ଦେଖ: /WA-Catalog/or_tm?section=translate#figs-metaphorଏବଂ /WA-Catalog/or_tm?section=translate#figs-explicit)

Luke 14:28

General Information:

ଯୀଶୁ ଲୋକସମୂହକୁ ବ୍ୟାଖ୍ୟା କରିବା ଜାରି ରଖନ୍ତି ଯେ ଜଣେ ଶିଷ୍ୟ ହେବା ନିମନ୍ତେ ତହିଁର ମୂଲ୍ୟ ଗଣନା କରିବା ମହତ୍ତ୍ଵପୂର୍ଣ୍ଣ ଅଟେ I

For which of you who desires to build a tower does not first sit down and count the cost to calculate if he has what he needs to complete it?

ଯୀଶୁ ପ୍ରମାଣିତ କରିବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ଲୋକମାନେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ତାହାର ମୂଲ୍ୟ ନିର୍ଦ୍ଧାରଣ କରନ୍ତି I ବିକଳ୍ପ ଅନୁବାଦ: “ଯଦି ଜଣେ ବ୍ୟକ୍ତି ଗୋଟିଏ ମିନାର ନିର୍ମାଣ କରିବାକୁ ଇଚ୍ଛା କରେ, ସେ ନିଶ୍ଚିତ ଭାବରେ ବସି ନିର୍ଣ୍ଣୟ କରିବ ଯେ ତା’ ପାଖରେ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଯଥେଷ୍ଟ ଅର୍ଥ ଅଛି କି ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

a tower

ଏହା ହୁଏତ ଏକ ପ୍ରହରୀଗୃହ ହୋଇଥାଇପାରେ I “ଗୋଟିଏ ଲମ୍ବା କୋଠା” ବା “ଉଚ୍ଚରୁ ଦେଖିବା ନିମନ୍ତେ ଏକ ମଞ୍ଚ”

Luke 14:29

Otherwise

ଅଧିକ ତଥ୍ୟ ପ୍ରଦାନ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେ ପ୍ରଥମେ ମୂଲ୍ୟ ଆକଳନ ନ କରେ” (ଦେଖ: /WA-Catalog/or_tm?section=translate#figs-ellipsis)

when he has laid a foundation

ଯେତେବେଳେ ସେ ଗୋଟିଏ ମୂଳଦୁଆ ତିଆରି କରିସାରିଲା ବା “ଯେତେବେଳେ ସେ କୋଠାର ପ୍ରଥମ ଭାଗ ନିର୍ମାଣ ସମ୍ପୂର୍ଣ୍ଣ କଲା”

is not able to finish

ଏହା ବୁଝାପଡେ ଯେ ସେ ସମାପ୍ତ କରିପାରିଲେ ନାହିଁ କାରଣ ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନ ଥିଲା I ଏହା ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମାପ୍ତ କରି ପାରିବାକୁ ପାଖରେ ଯଥେଷ୍ଟ ଅର୍ଥ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Luke 14:31

General Information:

ଯୀଶୁ ଲୋକସମୂହକୁ ବ୍ୟାଖ୍ୟା କରିବା ଜାରି ରଖନ୍ତି ଯେ ଜଣେ ଶିଷ୍ୟ ହେବା ନିମନ୍ତେ ମୂଲ୍ୟ ଆକଳନ କରିବା ମହତ୍ତ୍ଵପୂର୍ଣ୍ଣ ବିଷୟ ଅଟେ I

Or

ଆଉ ଏକ ପରିସ୍ଥିତିର ପରିଚୟ ପ୍ରଦାନ କରିବା ପାଇଁ ଯୀଶୁ ଏହି ଶବ୍ଦ ବ୍ୟବହାର କରନ୍ତି ଯେଉଁଠାରେ ଲୋକମାନେ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ମୂଲ୍ୟ ଦେବା ବିଷୟ ଆକଳନ କରନ୍ତି I

what king ... will not sit down first and determine ... twenty thousand men?

ଯୀଶୁ ଲୋକସମୂହକୁ ମୂଲ୍ୟ ଆକଳନ କରିବା ସମ୍ପର୍କରେ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ତୁମ୍ଭେମାନେ ଜାଣ ଯେ ଜଣେ ରାଜା...ପ୍ରଥମେ ବସିବ ଓ ଲୋକମାନଙ୍କ ....ପରାମର୍ଶ ନେବ I” (ଦେଖ: /WA-Catalog/or_tm?section=translate#figs-rquestion)

determine

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯତ୍ନପୂର୍ବକ ଚିନ୍ତା କରିବ ବା 2) ତାଙ୍କର ପରାମର୍ଶଦାତାମାନଙ୍କ କଥା ଶୁଣିବ I”

ten thousand ... twenty thousand

10,000 ... 20,000 (ଦେଖ: /WA-Catalog/or_tm?section=translate#translate-numbers)

Luke 14:32

But if not

ଅଧିକ ତଥ୍ୟ ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେ ସମ୍ପୂର୍ଣ୍ଣ ବିଦିତ ଥିବ ଯେ ସେ ଅନ୍ୟ ରାଜାକୁ ପରାଜିତ କରି ପାରିବ ନାହିଁ” (ଦେଖ: /WA-Catalog/or_tm?section=translate#figs-ellipsis)

terms of peace

ଯୁଦ୍ଧ ସମାପ୍ତ କରିବା ପାଇଁ ସର୍ତ୍ତାବଳୀ ବା “ଯୁଦ୍ଧ ସମାପ୍ତ କରିବା ନିମନ୍ତେ ଅନ୍ୟ ରାଜା ତାଙ୍କୁ ଯାହା କରିବା ନିମନ୍ତେ ଇଚ୍ଛା କରେ”

Luke 14:33

every one of you who does not give up all that he has cannot be my disciple

ଏହାକୁ ଆସ୍ତିସୂଚକ କ୍ରିୟାପଦଗୁଡିକ ସହିତ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ନିଜର ସର୍ବସ୍ଵ ତ୍ୟାଗ କରିବେ, କେବଳ ସେହିମାନେ ମୋହର ଶିଷ୍ୟ ହୋଇ ପାରିବେ” (ଦେଖ: /WA-Catalog/or_tm?section=translate#figs-doublenegatives)

give up everything that he possesses

ଆପଣାର ସର୍ବସ୍ଵ ପଛରେ ଛାଡିବ

Luke 14:34

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ

So salt is good

ଲୁଣ ବ୍ୟବହାର ଯୋଗ୍ୟ ଅଟେ I ଯୀଶୁ ତାଙ୍କର ଶିଷ୍ୟ ହେବା ନିମନ୍ତେ ଇଚ୍ଛୁକ ଥିବା ଲୋକମାନଙ୍କ ବିଷୟରେ ଏକ ପାଠ ଶିକ୍ଷା ଦେଉଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

with what will it be seasoned?

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହାକୁ ପୁଣି ଥରେ ଲୁଣିଆ କରାଯାଇ ପାରିବ ନାହିଁ” ବା “କେହି ଏହାକୁ ପୂନର୍ବାର ଲୁଣିଆ କରି ପାରିବ ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestionଏବଂ /WA-Catalog/or_tm?section=translate#figs-activepassive)

Luke 14:35

manure pile

ଲୋକମାନେ ବଗିଚାକୁ ଏବଂ କ୍ଷେତଗୁଡିକୁ ସାରଯୁକ୍ତ କରିବା ନିମନ୍ତେ ଖତ ବ୍ୟବହାର କରନ୍ତି I ସ୍ୱାଦହୀନ ଲୁଣ ଏତେ ଅଦରକାରୀ ଯେ ଏହା ସାର ସହିତ ମିଶାଇବା ନିମନ୍ତେ ବି ଯୋଗ୍ୟ ନୁହେଁ I ବିକଳ୍ପ ଅନୁବାଦ: “ଖତଗଦା” ବା “ସାର”

They throw it out

ଏହାକୁ ସକ୍ରିୟ ପଦରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ଏହାକୁ କେବଳ ଫୋପାଡି ପକାଏ” (ଦେଖ: /WA-Catalog/or_tm?section=translate#figs-activepassive)

The one who has ears to hear, let him hear

ଯୀଶୁ ଗୁରୁତ୍ଵ ଆରୋପ କରନ୍ତି ଯେ ସେ ବର୍ତ୍ତମାନ ଯାହା କହିଲେ ତାହା ମହତ୍ତ୍ଵପୂର୍ଣ୍ଣ ଅଟେ ଏବଂ ବୁଝିବା ନିମନ୍ତେ ଓ ଅଭ୍ୟାସରେ ପରିଣତ କରିବା ନିମନ୍ତେ କିଛି ପ୍ରଚେଷ୍ଟା ଆବଶ୍ୟକ ହୋଇପାରେ I “ଶୁଣିବାକୁ କାନ ଅଛି” ବାକ୍ୟାଂଶ ଏଠାରେ ବୁଝିବା ନିମନ୍ତେ ଓ ପାଳନ କରିବା ନିମନ୍ତେ ଇଚ୍ଛୁକ ହେବା ବିଷୟକୁ ସୂଚାଏ I ଲକ୍ଷ୍ୟ କର ତୁମେ କିପରି [ଲୂକ 8:8](../08 /08. ମଝି)ରେ ଥିବା ଏହି ପାଠ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଶୁଣିବା ନିମନ୍ତେ ଇଚ୍ଛୁକ, ସେ ଶୁଣୁ” ବା “ଯେଉଁ ବ୍ୟକ୍ତି ବୁଝିବା ନିମନ୍ତେ ଇଚ୍ଛୁକ, ସେ ବୁଝୁ ଓ ପାଳନ କରୁ” (ଦେଖ: /WA-Catalog/or_tm?section=translate#figs-metonymy)

The one who ... let him

ଯେହେତୁ ଯୀଶୁ ସିଧାସଳଖ ଭାବରେ ତାଙ୍କର ଶ୍ରୋତାମାନଙ୍କୁ କଥା କହୁଛନ୍ତି, ତୁମେ ଏହି ସ୍ଥାନରେ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିବା ନିମନ୍ତେ ପସନ୍ଦ କରିପାର I ଲକ୍ଷ୍ୟ କର ତୁମେ କିପରି [ଲୂକ 8:8] (../08 /08. ମଝି)ରେ ଥିବା ଏହି ପାଠ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଯଦି ତୁମେ ଶୁଣିବା ନିମନ୍ତେ ଇଚ୍ଛୁକ ଅଟ, ତୁମେ ଶୁଣ” ବା “ଯଦି ତୁମେ ବୁଝିବା ନିମନ୍ତେ ଇଚ୍ଛୁକ ଅଟ, ତାହାହେଲେ ବୁଝ ଏବଂ ପାଳନ କର” (ଦେଖ: /WA-Catalog/or_tm?section=translate#figs-123person)