Luke 15

ଲୋକ 15 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ

ଲୂକ 15: 11-32 ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ ଅଟେ I ଅଧିକାଂଶ ଲୋକମାନେ ଭାବନ୍ତି ଯେ କାହାଣୀରେ ଥିବା ପିତା ଈଶ୍ୱରଙ୍କୁ(ପିତା) ବୁଝାଏ, ଯେଉଁମାନେ ମନପରିବର୍ତ୍ତନ କରନ୍ତି ଏବଂ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସେହି ପାପରେ ଜୀବନଯାପନ କରିଥିବା ସାନପୁଅ ସଦୃଶ ପୁଣି ଆତ୍ମ-ଧାର୍ମିକ ବଡପୁଅ ଫାରୂଶୀମାନଙ୍କୁ ବୁଝାଏ I ଏହି କାହାଣୀରେ ବଡପୁଅ ତାହାର ପିତାଙ୍କ ଉପରେ ରାଗିଗଲା କାରଣ ତାହାର ପିତା ସାନଭାଇର ପାପସବୁ କ୍ଷମା କରିଦେଲେ, ଏବଂ ସେ ପିତାଙ୍କ ଆୟୋଜିତ ଉତ୍ସବରେ ଯୋଗ ଦେବାକୁ ଗଲା ନାହିଁ, କାରଣ ତାହାର ସାନଭାଇ ମନପରିବର୍ତ୍ତନ କରିଥିଲା I ଏହା ଏଥିନିମନ୍ତେ ହେଲା କାରଣ ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ଚାହୁଁଥିଲେ ଯେ ଈଶ୍ୱର ଏଭଳି ଚିନ୍ତା କରନ୍ତୁ ଯେ ସେମାନେ କେବଳ ଉତ୍ତମ ଅଟନ୍ତି ଏବଂ ସେ ଅନ୍ୟ ଲୋକମାନଙ୍କର ପାପ କ୍ଷମା ନ କରନ୍ତୁ I ସେ ସେମାନଙ୍କୁ ଶିକ୍ଷା ଦେଉଥିଲେ ଯେ ସେମାନେ କଦାପି ଈଶ୍ୱରଙ୍କ ରାଜ୍ୟର ଅଂଶ ହୋଇ ପାରିବେ ନାହିଁ କାରଣ ସେମାନେ ସେହି ପ୍ରକାରେ ଭାବୁଥିଲେ I (ଦେଖ: /WA-Catalog/or_tw?section=kt#sinଏବଂ /WA-Catalog/or_tw?section=kt#forgive ଏବଂ /WA-Catalog/or_tm?section=translate#figs-parables)

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ପାପୀମାନେ

ଯେତେବେଳେ ଯୀଶୁଙ୍କ ସମୟର “ପାପୀମାନଙ୍କ” ବିଷୟରେ କଥାବାର୍ତ୍ତା କରୁଥିଲେ, ସେମାନେ ସେଭଳି ଲୋକମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନ ଥିଲେ ଏବଂ ତା’ପରିବର୍ତ୍ତେ ଚୋରୀ ଓ ବ୍ୟଭିଚାର ଭଳି ପାପ କରୁଥିଲେ I କିନ୍ତୁ ଯୀଶୁ ତିନି ଗୋଟି ଦୃଷ୍ଟାନ୍ତ କହିଲେ (ଲୂକ 15: 4-7), [ଲୂକ 15:8-10] (./08.ମଝି), ଏବଂ ଲୂକ 15:11-32 ଏହି ଶିକ୍ଷା ଦେବା ନିମନ୍ତେ ଯେ ଯେଉଁ ଲୋକମାନେ ବିଶ୍ୱାସ କରନ୍ତି ଯେ ସେମାନେ ପାପୀ ଅଟନ୍ତି ଓ ଯେଉଁମାନେ ମନପରିବର୍ତ୍ତନ କରନ୍ତି ସେମାନେ ସତ୍ୟ ଭାବରେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରନ୍ତି I (ଦେଖ: /WA-Catalog/or_tw?section=kt#sin ଏବଂ /WA-Catalog/or_tw?section=kt#repent ଏବଂ /WA-Catalog/or_tm?section=translate#figs-parables)

Luke 15:1

General Information:

ଆମ୍ଭେମାନେ ଜାଣୁ ନାହୁଁ ଯେ ଏହା କେଉଁ ସ୍ଥାନରେ ଘଟିଲା; ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଏହା ସାଧାରଣ ଭାବରେ ଘଟିଲା I

Now

ଏହା ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#writing-newevent)

all the tax collectors

ଏହା ଗୁରୁତ୍ଵ ଦେବା ନିମନ୍ତେ ଏକ ଅତିରଞ୍ଜନ ଯେ ସେମାନେ ବହୁ ସଂଖ୍ୟକ ଥିଲେ I ବିକଳ୍ପ ଅନୁବାଦ: “ଅନେକ କରଗ୍ରାହୀମାନେ” (ଦେଖ: /WA-Catalog/or_tm?section=translate#figs-hyperbole)

Luke 15:2

This man receives

ଏହି ଲୋକ ପାପୀମାନଙ୍କୁ ତାହାର ଉପସ୍ଥିତି ମଧ୍ୟକୁ ଯିବା ପାଇଁ ଅନୁମତି ଦିଏ ବା “ଏହି ଲୋକ ପାପୀମାନଙ୍କ ସଂସ୍ପର୍ଶରେ ଆସେ ”

This man

ସେମାନେ ଯୀଶୁଙ୍କ ସମ୍ପର୍କରେ କଥାବାର୍ତ୍ତା କରୁଥିଲେ I

even eats with them

“ଏପରିକି” ଶବ୍ଦ ଦର୍ଶାଏ ଯେ ସେମାନେ ଭାବୁଥିଲେ ଏହା ଯୀଶୁଙ୍କ ପକ୍ଷରେ ଯଥେଷ୍ଟ ମନ୍ଦ ଯେ ଯୀଶୁ ପାପୀମାନଙ୍କୁ ତାଙ୍କ ପାଖକୁ ଆସିବାକୁ ଅନୁମତି ଦିଅନ୍ତି, କିନ୍ତୁ ସେ ସେମାନଙ୍କ ସହିତ ଭୋଜନ କରିବା ଆହୁରି ଅଧିକ ଖରାପ ବିଷୟ ଅଟେ I

Luke 15:3

General Information:

ଯୀଶୁ ଅନେକଗୁଡିଏ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହି ଦୃଷ୍ଟାନ୍ତଗୁଡିକ କାଳ୍ପନିକ ପରିସ୍ଥିତିଗୁଡିକ ଉପରେ ଆଧାରିତ ଯାହା କେହି ଜଣେ ଅନୁଭବ କରି ପାରିବ I ସେଗୁଡିକ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ବିଷୟରେ ନୁହେଁ I ପ୍ରଥମ ଦୃଷ୍ଟାନ୍ତ ଏହା ବିଷୟରେ ଯେ ଯଦି ଜଣେ ବ୍ୟକ୍ତିର ଗୋଟିଏ ମେଣ୍ଢା ହଜିଯାଏ ତେବେ ସେ କଅଣ କରିବ I (ଦେଖ: /WA-Catalog/or_tm?section=translate#figs-parables ଏବଂ /WA-Catalog/or_tm?section=translate#figs-hypo)

to them

ଏହି ସ୍ଥାନରେ “ସେମାନଙ୍କୁ” ପଦ ଧର୍ମନେତାମାନଙ୍କୁ ସୂଚାଏ I

Luke 15:4

Which man among you ... will not leave ... until he finds it?

ଲୋକମାନଙ୍କୁ ସ୍ମରଣ କରାଇ ଦେବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ କାହାର ଗୋଟିଏ ମେଣ୍ଢା ହଜି ଯାଏ, ସେମାନେ ନିଶ୍ଚିତ ଭାବରେ ତାହାକୁ ଖୋଜିବାକୁ ଯିବେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ... ନିଶ୍ଚିତ ଭାବରେ ଛାଡିବ...ଯେପର୍ଯ୍ୟନ୍ତ ସେ ତାକୁ ନ ପାଇବ” (ଦେଖ: /WA-Catalog/or_tm?section=translate#figs-rquestion)

Which man among you, having a hundred sheep

ଯେହେତୁ ଦୃଷ୍ଟାନ୍ତଟି “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି,” ବୋଲି ଆରମ୍ଭ କରାଯାଇଛି, ତେଣୁ କେତେକ ଭାଷା ଦ୍ୱିତୀୟ ପୁରୁଷରେ ଦୃଷ୍ଟାନ୍ତକୁ ଜାରି ରଖନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି, ଯଦି ତୁମର ଶହେଟି ମେଣ୍ତା ଅଛି” (ଦେଖ: /WA-Catalog/or_tm?section=translate#figs-123person)

hundred ... ninety-nine

100 ... 99 (ଦେଖ: /WA-Catalog/or_tm?section=translate#translate-numbers)

Luke 15:5

lays it across his shoulders

ଏପରି ଉପାୟରେ ଜଣେ ମେଷପାଳକ ଗୋଟିଏ ମେଣ୍ଢାକୁ ବୋହିନିଏ I ଏହାକୁ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଆପଣା କାନ୍ଧରେ ତାହାକୁ ବହି ଘରକୁ ଆଣେ” (ଦେଖ: /WA-Catalog/or_tm?section=translate#figs-explicit)

Luke 15:6

When he comes to the house

ଯେତେବେଳେ ମେଣ୍ଢାର ମୁନୀବ ଘରକୁ ଆସେ ବା “ଯେତେବେଳେ ତୁମ୍ଭେମାନେ ଘରକୁ ଆସ I” ମେଣ୍ଢାର ମୁନୀବ ବୋଲି ଉଲ୍ଲେଖ କର ଯେପରି ତୁମେ ପୂର୍ବବର୍ତ୍ତୀ ପଦରେ କରିଥିଲ I

Luke 15:7

even so

ସେହିପ୍ରକାରେ ବା “ଯେପରି ମେଷପାଳକ ଓ ତାହାର ବନ୍ଧୁମାନେ ଓ ପଡ଼ୋଶୀମାନେ ଆନନ୍ଦ କରିବେ”

there will be joy in heaven

ସ୍ୱର୍ଗରେ ପ୍ରତ୍ୟେକେ ଆନନ୍ଦ କରିବେ

ninety-nine righteous people who have no need of repentance

ଯୀଶୁ ବ୍ୟଙ୍ଗପୂର୍ଣ୍ଣ କଟୁକ୍ତି ବ୍ୟବହାର କରି କହିବାକୁ ଇଚ୍ଛା କରନ୍ତି ଯେ ଫାରୂଶୀମାନେ ଏଭଳି ଚିନ୍ତା କରିବା ଭୁଲ ଯେ ସେମାନଙ୍କର ମନପରିବର୍ତ୍ତନ କରିବା ଆବଶ୍ୟକ ନୁହେଁ I ଏହି ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ତୁମର ଭାଷାରେ ହୁଏତ ଭିନ୍ନ ଉପାୟ ଥାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପରି ଅନେଶ୍ୱତ ଲୋକମାନେ, ସେମାନେ ଭାବନ୍ତି ଯେ ସେମାନେ ଧାର୍ମିକ ଅଟନ୍ତି ଏବଂ ମନପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ମନେ କରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-hyperbole)

ninety-nine

99 (ଦେଖ: /WA-Catalog/or_tm?section=translate#translate-numbers)

Luke 15:8

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ସ୍ତ୍ରୀଲୋକ ବିଷୟରେ ଅଟେ ଯାହା ପାଖରେ 10 ଟି ରୌପ୍ୟ ମୁଦ୍ରା ଥିଲା I

Or what woman ... would not light a lamp ... and seek diligently until she has found it?

ଯୀଶୁ ଲୋକମାନଙ୍କୁ ସ୍ମରଣ କରାଇବାକୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି ଯେ ଯଦି ସେମାନେ ଗୋଟିଏ ରୌପ୍ୟ ମୁଦ୍ରା ହଜାଇ ଦିଅନ୍ତି, ସେମାନେ ନିଶ୍ଚିତ ଭାବରେ ଏହାକୁ ଯତ୍ନର ସହିତ ଖୋଜିବେ I ବିକଳ୍ପ ଅନୁବାଦ: “ଯେକୌଣସି ସ୍ତ୍ରୀଲୋକ ...ନିଶ୍ଚୟ ଏକ ପ୍ରଦୀପ ଜାଳିବ...ଓ ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନର ସହିତ ଖୋଜିବ I”(ଦେଖ: /WA-Catalog/or_tm?section=translate#figs-rquestion)

if she would lose

ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ ଏବଂ ଜଣେ ବାସ୍ତବ ସ୍ତ୍ରୀଲୋକର କାହାଣୀ ନୁହେଁ I କେତେକ ଭାଷାରେ ଏହାକୁ ଦର୍ଶାଇବା ପାଇଁ ଉପାୟଗୁଡ଼ିକ ରହିଛି I (ଦେଖ: /WA-Catalog/or_tm?section=translate#figs-hypo)

Luke 15:10

In the same way

ସେହି ପ୍ରକାରେ ବା “ଠିକ୍ ଯେପରି ଲୋକମାନେ ସ୍ତ୍ରୀଲୋକଟି ସହିତ ଆନନ୍ଦ କରିବେ”

over one sinner who repents

ଯେତେବେଳେ ଜଣେ ପାପୀ ମନପରିବର୍ତ୍ତନ କରେ

Luke 15:11

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I ଏହା ଜଣେ ଯୁବାଲୋକ ବିଷୟରେ ଅଟେ ଯିଏ ତାହାର ପିତାଙ୍କୁ ତାହାର ଉତ୍ତରାଧିକାରର ଅଂଶ ପାଇବା ନିମନ୍ତେ ମାଗେ I (ଦେଖ: /WA-Catalog/or_tm?section=translate#figs-parables)

A certain man

ଏହା ଦୃଷ୍ଟାନ୍ତରେ ଗୋଟିଏ ନୂତନ ଚରିତ୍ରର ପରିଚୟ ଦିଏ I କେତେକ ଭାଷା ହୁଏତ କହିବେ “ଜଣେ ଲୋକ ଥିଲେ ଯିଏ”(ଦେଖ: /WA-Catalog/or_tm?section=translate#writing-participants)

Luke 15:12

give me

ପୁଅ ଇଚ୍ଛା କଲା ଯେ ତାହାର ପିତା ତାକୁ ଏହା ତୁରନ୍ତ ଦିଅନ୍ତୁ I ଯେଉଁ ଭାଷାଗୁଡିକରେ ଆଦେଶସୂଚକ ରୂପ ରହିଛି ଯାହାର ଅର୍ଥ ଏହା ତୁରନ୍ତ ହେଉ ବୋଲି ସେମାନେ ଚାହାନ୍ତି ସେମାନେ ଏହି ରୂପକୁ ବ୍ୟବହାର କରିବା ଉଚିତ୍ I

the portion of the wealth that falls to me

ତୁମର ମୃତ୍ୟୁ ପରେ ତୁମର ସମ୍ପତ୍ତିର ଯେଉଁ ଅଂଶ ମତେ ଦେବା ନିମନ୍ତେ ତୁମେ ଯୋଜନା କରିଛ

between them

ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରେ

Luke 15:13

gathered everything together

ତା’ର ଜିନିଷସବୁ ଭର୍ତ୍ତି କରି ବା “ତା’ର ଜିନିଷସବୁ ତା’ର ଥଳିରେ ରଖି”

living recklessly

ନିଜ କାର୍ଯ୍ୟର ପରିଣାମ ସମ୍ପର୍କରେ ଚିନ୍ତା ନ କରି ଜୀବନଯାପନ କରି ବା “ବର୍ବର ଭାବରେ ଜୀବନଯାପନ କରି”

Luke 15:14

Now

ମୁଖ୍ୟ କାହାଣୀର ପ୍ରବାହରେ ଏକ ବିରତିକୁ ଚିହ୍ନିତ କରିବାକୁ ଏଠାରେ ଏହି ଶବ୍ଦ ବ୍ୟବହୃତ ହୋଇଛି I ଏହି ସ୍ଥାନରେ ଯୀଶୁ ବ୍ୟାଖ୍ୟା କରନ୍ତି କିପରି ସାନପୁଅ ପ୍ରାଚୁର୍ଯ୍ୟତାଠାରୁ ଅଭାବରେ ରହିବା ସ୍ଥିତିକୁ ଗଲା I

a severe famine happened throughout that country

ସେହି ସ୍ଥାନରେ ଦୁର୍ଭିକ୍ଷ ପଡିଲା ଏବଂ ସମୁଦାୟ ଦେଶରେ ଯଥେଷ୍ଟ ଖାଦ୍ୟ ନ ଥିଲା

to be in need

ତାହାର ଆବଶ୍ୟକତାର ଅଭାବ ହେବା ବା “ଯଥେଷ୍ଟ ନ ପାଇବା”

Luke 15:15

So he went

“ସେ” ଶବ୍ଦ ସାନପୁଅକୁ ସୂଚାଏ I

hired himself out

ଏକ ଚାକିରୀ ଗ୍ରହଣ କଲା ବା “କାର୍ଯ୍ୟ କରିବା ଆରମ୍ଭ କଲା”

one of the citizens of that country

ସେହି ଦେଶର ଜଣେ ଲୋକ

to feed pigs

ସେହି ଲୋକର ଘୁଷୁରିମାନଙ୍କୁ ଖାଦ୍ୟ ଦେବା ନିମନ୍ତେ

Luke 15:16

He was longing to eat

ସେ ଯେପରି ଖାଇ ପାରିବ ସେଥିପାଇଁ ବହୁତ ବାଞ୍ଛା କରୁଥିଲା I ଏହା ବୁଝାପଡେ ଯେ ସେ ଅତିଶୟ ଭୋକିଲା ଥିବାରୁ ଏପରି ହେଲା I ଏହାକୁ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଏତେଦୂର ଭୋକିଲା ଥିଲା ଯେ ସେ ଖୁସିରେ ଖାଇପାରିଥାଆନ୍ତା” (ଦେଖ: /WA-Catalog/or_tm?section=translate#figs-explicit)

carob pods

ସେଗୁଡିକ ଶିମର ଚୋପା ଥିଲା ଯାହା ସବୁଜ ଶିମ ଗଛରେ ଜାତ ହୁଏ I ବିକଳ୍ପ ଅନୁବାଦ: “ମଟର ଚୋପା” ବା “ଶିମ ଚୋପା” (ଦେଖ: /WA-Catalog/or_tm?section=translate#translate-unknown)

Luke 15:17

when he had come to himself

ଏହି ଋଢ଼ିର ଅର୍ଥ ସତ୍ୟ କ’ଣ ଅଟେ ଓ ସେ ଯେ ଏକ ଭୟଙ୍କର ଭୁଲ କାର୍ଯ୍ୟ କରିଛି ତାହା ସେ ହୃଦୟଙ୍ଗମ କଲା I ବିକଳ୍ପ ଅନୁବାଦ: ”ସ୍ପଷ୍ଟ ଭାବରେ ନିଜର ପରିସ୍ଥିତିକୁ ବୁଝିପାରିଲା” (ଦେଖ: /WA-Catalog/or_tm?section=translate#figs-idiom)

How many of my father's hired servants have more than enough bread

ଏହା ଏକ ବିସ୍ମୟଭାବର ଅଂଶ ଅଟେ, ଓ ଏକ ପ୍ରଶ୍ନ ନୁହେଁ I ବିକଳ୍ପ ଅନୁବାଦ: “ମୋହର ପିତାଙ୍କର ସମସ୍ତ ମୂଲିଆମାନଙ୍କ ପାଖରେ ଖାଇବାକୁ ଯଥେଷ୍ଟ ଖାଦ୍ୟ ରହିଛି”

dying from hunger

ଏହା ହୁଏତ ଏକ ଅତିରଂଜିତ ବିଷୟ ନୁହେଁ I ସେହି ଯୁବକ ହୁଏତ ପ୍ରକୃତରେ ଅନାହାରରେ ରହୁଥିଲା I

Luke 15:18

I have sinned against heaven

ଯିହୂଦୀ ଲୋକମାନେ ବେଳେବେଳେ “ଈଶ୍ୱର” ଶବ୍ଦ ନ କହି ତା’ପରିବର୍ତ୍ତେ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I ବିକଳ୍ପ ଅନୁବାଦ: “ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଛି” (ଦେଖ: /WA-Catalog/or_tm?section=translate#figs-metonymy)

Luke 15:19

I am no longer worthy to be called your son

ମୁଁ ତୁମର ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମେ ଯେ ମୋତେ ପୁଅ ବୋଲି ଡାକିବ ତହିଁର ମୁଁ ଯୋଗ୍ୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-activepassive)

make me as one of your hired servants

ମୋତେ ଜଣେ ମୁଲିଆ ଭାବରେ ରଖ ବା “ମୋତେ ଭଡାରେ ନିଅ ଏବଂ ମୁଁ ତୁମର ଜଣେ ଦାସ ହେବି I” ଏହା ଏକ ଅନୁରୋଧ ଅଟେ, ଏକ ଆଦେଶ ନୁହେଁ I ଯେପରି UST କରିଥାଏ, “ଦୟା କରି” ଶବ୍ଦକୁ ଯୋଗ କରିବା ସହାୟକ ହେବ I

Luke 15:20

So he got up and went to his own father

ସେଥିରେ ସେ ସେହି ଦେଶ ଛାଡି ଗଲା ଏବଂ ତାହାର ପିତାଙ୍କ ନିକଟକୁ ଫେରିଯିବାକୁ ଆରମ୍ଭ କଲା I “ସେଥିରେ” ଶବ୍ଦ ଏକ ଘଟଣାକୁ ଚିହ୍ନିତ କରେ, ଯାହା ଯାହା ପ୍ରଥମରେ ଘଟିଥିବା ଅନ୍ୟ ଏକ ବିଷୟ ହେତୁ ଘଟିଥିଲା I ଏକ୍ଷେତ୍ରରେ, ଯୁବକଟି ଆଭାବ ମଧ୍ୟରେ ଥିଲା ଏବଂ ଗୃହକୁ ଯିବା ପାଇଁ ସ୍ଥିର କରିଥିଲା I

But while he was still far away

ସେ ତାହାର ଗୃହରୁ ସେପର୍ଯ୍ୟନ୍ତ ବହୁ ଦୂରରେ ଥିବା ସମୟରେ ବା “ସେ ତାହାର ପିତାଙ୍କଗୃହରୁ ସେପର୍ଯ୍ୟନ୍ତ ବହୁ ଦୂରରେ ଥିବା ସମୟରେ”

was moved with compassion

ତାହା ପ୍ରତି ଦୟାରେ ବିଗଲିତ ହେଲେ ବା “ତାହାକୁ ହୃଦୟର ଗଭୀରତା ମଧ୍ୟରୁ ପ୍ରେମ କଲେ”

fell upon his neck, and kissed him

ପିତା ତାଙ୍କ ପୁଅକୁ ଏହା ଦେଖାଇବା ପାଇଁ ଏପରି କଲେ ଯେ ସେ ତାକୁ ପ୍ରେମ କରନ୍ତି ଓ ତାଙ୍କର ପୁଅ ଯେ ଗୃହକୁ ଫେରି ଆସିଛି ସେଥିପାଇଁ ସେ ଆନନ୍ଦିତ I ଯଦି ଲୋକମାନେ ଭାବନ୍ତି ଯେ ଏହା ଜଣେ ବ୍ୟକ୍ତିର ପକ୍ଷରେ ତାଙ୍କ ପୁଅକୁ କୁଣ୍ଢେଇବା ବା ଆଲିଙ୍ଗନ କରିବା ବା ଚୁମ୍ବନ ଦେବା ଅଜଣା ବା ଭୁଲ ବିଷୟ ଅଟେ, ତେବେ ତୁମେ ସେହି ଲୋକମାନଙ୍କ ପାଇଁ ତୁମର ସଂସ୍କୃତି ଅନୁସାରେ ସେମାନଙ୍କର ପୁଅମାନଙ୍କ ପ୍ରତି ଆପଣା ସ୍ନେହ ପ୍ରକାଶ କରିବା ପାଇଁ ଏକ ଶୈଳୀ ପରିବର୍ତ୍ତନ କରି ପାରିବ I ବିକଳ୍ପ ଅନୁବାଦ: “ତାକୁ ସ୍ନେହରେ ସ୍ୱାଗତ କଲେ:

Luke 15:21

I have sinned against heaven

ଯିହୂଦୀ ଲୋକମାନେ ବେଳେବେଳେ “ଈଶ୍ୱର” ଶବ୍ଦ ନ କହି ତା’ପରିବର୍ତ୍ତେ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I ଏହା ଲକ୍ଷ୍ୟ କର ତୁମେ କିପରି [ଲୂକ 15:18] (../15 /18. ମଝି)ରେ ଥିବା ଏହି ଅଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଛି” (ଦେଖ: /WA-Catalog/or_tm?section=translate#figs-metonymy)

I am no longer worthy to be called your son

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ଏହା ଲକ୍ଷ୍ୟ କର ତୁମେ କିପରି [ଲୂକ 15:18] (../15 /18. ମଝି)ରେ ଥିବା ଏକାପରି ଏକ ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ତୁମେ ମୋତେ ପୁଅ ବୋଲି ଡାକିବାର ଯୋଗ୍ୟ ମୁଁ ନୁହେଁ” (ଦେଖ: /WA-Catalog/or_tm?section=translate#figs-activepassive)

Luke 15:22

the best robe

ଗୃହରେ ଥିବା ସର୍ବୋତ୍ତମ ଚୋଗା I ବିକଳ୍ପ ଅନୁବାଦ: “ସର୍ବୋତ୍ତମ କୋଟ” ବା “ସର୍ବୋତ୍ତମ ଲୁଗା”

put a ring on his hand

ମୁଦ୍ରିକା ଏକ ଅଧିକାରର ଚିହ୍ନ ଅଟେ, ଯାହା ପୁରୁଷମାନେ ସେମାନଙ୍କର କୌଣସି ଗୋଟିଏ ଅଙ୍ଗୁଳିରେ ପିନ୍ଧନ୍ତି I

sandals

ସେହି ସମୟର ଧନଶାଳୀ ଲୋକମାନେ ପାଦୁକା ପିନ୍ଧୁଥିଲେ I ତଥାପି, ଅନେକ ସଂସ୍କୃତିରେ “ଯୋତା” ଏହାର ଆଧୁନିକ ସମାନାର୍ଥକ ଶବ୍ଦ ହେବ I

Luke 15:23

fattened calf

ବାଛୁରି ଏକ ଯୁବା ଗାଈ ଅଟେ I ଲୋକମାନେ ସେମାନଙ୍କର ବାଛୁରିମାନଙ୍କ ମଧ୍ୟରୁ ଗୋଟିକୁ ବିଶେଷ ଖାଦ୍ୟ ଦେଉଥିଲେ ଯେପରି ତାହା ଉତ୍ତମ ରୂପରେ ବଢ଼ିବ ଏବଂ ତାହାପରେ ସେମାନେ ଯେତେବେଳେ ବିଶେଷ ଭୋଜ ଆୟୋଜନ କରିବାକୁ ଚାହିଁବେ, ସେତେବେଳେ ସେମାନେ ସେହି ବାଛୁରିକୁ କାଟି ଖାଇବେ I” ବିକଳ୍ପ ଅନୁବାଦ: “ସବୁଠୁ ଉତ୍କୃଷ୍ଟ ବାଛୁରି” ବା “ଆମ୍ଭେମାନେ ମୋଟା କରି ରଖି ଆସୁଥିବା ଯୁବାପଶୁ” (ଦେଖ: /WA-Catalog/or_tm?section=translate#figs-explicit)

kill it

ସେମାନେ ମାଂସ ରାନ୍ଧିବାକୁ ଯାଉଛନ୍ତି ଏହି ସୂଚିତ ତଥ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହାକୁ ବଧ କର ଏବଂ ରନ୍ଧନ କର” (ଦେଖ: /WA-Catalog/or_tm?section=translate#figs-explicit)

Luke 15:24

this son of mine was dead, and now is alive

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ବିକଳ୍ପ ଅନୁବାଦ: “ସତେ ଯେପରି ମୋହର ପୁଅ ମୃତ ହୋଇଥିଲା ଏବଂ ପୂନର୍ବାର ଜୀବିତ ହେଲା” ବା “ମୁଁ ମୋର ପୁଅ ମରିଯାଇଛି ବୋଲି ଅନୁଭବ କରୁଥିଲି, କିନ୍ତୁ ସେ ବର୍ତ୍ତମାନ ଜୀବିତ ଅଟେ” (ଦେଖ: /WA-Catalog/or_tm?section=translate#figs-metaphor)

he was lost, and now is found

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ବିକଳ୍ପ ଅନୁବାଦ: “ସତେ ଯେପରି ମୋହର ପୁଅ ହଜି ଯାଇଥିଲା ଏବଂ ବର୍ତ୍ତମାନ ମୁଁ ତାହାକୁ ପାଇଛି” ବା “ମୋର ପୁଅ ହଜିଯାଇଥିଲା, କିନ୍ତୁ ସେ ଗୃହକୁ ଫେରି ଆସିଛି” (ଦେଖ: /WA-Catalog/or_tm?section=translate#figs-metaphor)

Luke 15:25

Now

କାହାଣୀର ମୁଖ୍ୟ ପ୍ରବାହର ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ଶବ୍ଦ ବ୍ୟବହୃତ ହୋଇଛି I ଏଠାରେ ବଡପୁଅ ସମ୍ପର୍କୀୟ କାହାଣୀର ଏକ ନୂତନ ଭାଗକୁ କହିବା ପାଇଁ ଯୀଶୁ ଆରମ୍ଭ କରନ୍ତି I

in the field

ଏହା ସୂଚାଏ ଯେ ସେ ବାହାରେ କ୍ଷେତରେ ଥିଲା କାରଣ ସେ ସେଠାରେ କାର୍ଯ୍ୟ କରୁଥିଲା I (ଦେଖ: /WA-Catalog/or_tm?section=translate#figs-explicit)

Luke 15:26

one of the servants

ଯେଉଁ ଶବ୍ଦ ଏଠାରେ “ଦାସ” ଭାବରେ ଅନୁବାଦ କରାଯାଇଛି ତାହା ସାଧାରଣତଃ “ବାଳକ” ଭାବରେ ଅନୁବାଦ ହୋଇଥାଏ I ଏହା ହୁଏତ ସୂଚାଏ ଯେ ସେହି ଦାସ ଖୁବ ଅଳ୍ପ ବୟସର ହୋଇଥିଲା I

what these things might be

କଅଣ ଘଟୁଥିଲା

Luke 15:27

the fattened calf

ବାଛୁରି ଏକ ଯୁବା ଗାଈ ଅଟେ I ଲୋକମାନେ ସେମାନଙ୍କର ବାଛୁରିମାନଙ୍କୁ ବିଶେଷ ଖାଦ୍ୟ ଦିଅନ୍ତି ଯେପରି ତାହା ଉତ୍ତମ ରୂପରେ ବଢ଼ିବ ଏବଂ ତାହାପରେ ସେମାନେ ଯେତେବେଳେ ବିଶେଷ ଭୋଜ ଆୟୋଜନ କରିବାକୁ ଚାହିଁବେ, ସେତେବେଳେ ସେମାନେ ସେହି ବାଛୁରିକୁ କାଟି ଖାଇବେ I” ” ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:23] (../15/23.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ସବୁଠୁ ଉତ୍କୃଷ୍ଟ ବାଛୁରି” ବା “ଆମ୍ଭେମାନେ ମୋଟା କରି ରଖି ଆସୁଥିବା ଯୁବାପଶୁ” (ଦେଖ: /WA-Catalog/or_tm?section=translate#figs-explicit)

Luke 15:29

these many years

ଅନେକ ବର୍ଷ ପର୍ଯ୍ୟନ୍ତ

I slaved for you

ମୁଁ ତୁମ ପାଇଁ ବହୁତ କଠିନ ପରିଶ୍ରମ କରି କାର୍ଯ୍ୟ କରିଛି ବା “ମୁଁ ତୁମ ପାଇଁ ଜଣେ କ୍ରୀତଦାସ ପରି କଠିନ କାର୍ଯ୍ୟ କରିଛି”

never broke a rule of yours

କେବେ ସୁଦ୍ଧା ତୁମର ଆଦେଶଗୁଡିକୁ ଅମାନ୍ୟ କରି ନାହିଁ ବା “ତୁମେ ମୋତେ ଯେତେବେଳେ ଯାହା କରିବା ପାଇଁ କହିଛ, ସବୁବେଳେ ମୁଁ ଆଜ୍ଞାବହ ହୋଇଛି”

a young goat

ଗୋଟିଏ ଯୁବା ଛେଳି ଅପେକ୍ଷାକୃତ ସାନ ଅଟେ ଓ ଗୋଟିଏ ମୋଟା ବାଛୁରିଠାରୁ ଅଳ୍ପ ମୂଲ୍ୟବାନ୍ ଅଟେ I ବିକଳ୍ପ ଅନୁବାଦ: “ଏପରିକି ଛେଳିଛୁଆଟିଏ” (ଦେଖ: /WA-Catalog/or_tm?section=translate#figs-explicit)

Luke 15:30

this son of yours

ତୁମର ସେହି ପୁଅ I ବଡପୁଅ ଯେ କେତେ ଦୂର ରାଗିଛି ତାହା ଦର୍ଶାଇବା ନିମନ୍ତେ ସେ ତାହାର ସାନଭାଇକୁ ଏପ୍ରକାରେ ଉଲ୍ଲେଖ କରେ I

who has devoured your living

ଅର୍ଥକୁ ବୁଝାଇବା ନିମନ୍ତେ ଖାଦ୍ୟ ଏକ ରୂପକ ଅଟେ I ଜଣେ ଖାଇ ସାରିବା ପରେ, ସେଠାରେ ଆଉ ଖାଦ୍ୟ ନ ଥାଏ ଓ ଖାଇବାକୁ କିଛି ନ ଥାଏ I ସେହି ଭାଇ ଯେଉଁ ଅର୍ଥ ପାଇଥିଲା ତାହା ଆଉ ନାହିଁ ଏବଂ ଅଧିକ ଖର୍ଚ୍ଚ କରିବା ନିମନ୍ତେ କିଛି ନାହିଁ I ବିକଳ୍ପ ଅନୁବାଦ: “ତୁମର ସମସ୍ତ ସମ୍ପତ୍ତି ନଷ୍ଟ କରିଛି” ବା “ତୁମର ସମସ୍ତ ଅର୍ଥ ଫୋପାଡି ଦେଇଛି” (ଦେଖ: /WA-Catalog/or_tm?section=translate#figs-metaphor)

with prostitutes

ସାମ୍ଭାବ୍ୟ ଅର୍ଥଗୁଡିକ 1) ସେ ମନରେ ଧାରଣ ପୋଷଣ କଲା ଯେ ଏହି ପ୍ରକାରେ ତାହାର ଭାଇ ଅର୍ଥ ବ୍ୟୟ କରିଛି ବା 2) “ଦୂର ଦେଶରେ” ରହି ତା’ର ଭାଇର ପାପପୂର୍ଣ୍ଣ କାର୍ଯ୍ୟକଳାପଗୁଡିକୁ ଅତିରଞ୍ଜିତ କରିବା ପାଇଁ ସେ ବେଶ୍ୟାମାନଙ୍କ ବିଷୟରେ କହିଲା ([ଲୂକ 15:13] (../15/13,ମଝି)) I (ଦେଖ: /WA-Catalog/or_tm?section=translate#figs-hyperbole)

the fattened calf

ବାଛୁରି ଏକ ଯୁବା ଗାଈ ଅଟେ I ଲୋକମାନେ ସେମାନଙ୍କର ବାଛୁରିମାନଙ୍କୁ ବିଶେଷ ଖାଦ୍ୟ ଦିଅନ୍ତି ଯେପରି ତାହା ଉତ୍ତମ ରୂପରେ ବଢ଼ିବ ଏବଂ ତାହାପରେ ସେମାନେ ଯେତେବେଳେ ବିଶେଷ ଭୋଜ ଆୟୋଜନ କରିବାକୁ ଚାହିଁବେ, ସେତେବେଳେ ସେମାନେ ସେହି ବାଛୁରିକୁ କାଟି ଖାଇବେ I” ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:23] (../15/23.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ସବୁଠୁ ଉତ୍କୃଷ୍ଟ ବାଛୁରି” ବା “ଆମ୍ଭେମାନେ ମୋଟା କରି ରଖି ଆସୁଥିବା ଯୁବାପଶୁ” (ଦେଖ: /WA-Catalog/or_tm?section=translate#figs-explicit)

Luke 15:31

Then the father said to him

“ତାହାକୁ” ଶବ୍ଦ ବଡପୁଅକୁ ସୂଚାଏ

Luke 15:32

this brother of yours

ପିତା ବଡପୁଅକୁ ସ୍ମରଣ କରାଇ ଦେଉଥିଲେ ଯେ ବର୍ତ୍ତମାନ ଯିଏ ଗୃହକୁ ଆସିଲା ସେ ତାହାର ଭାଇ ଅଟେ I

this brother of yours was dead, and is now alive

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:24] (../15/24.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଏହା, ସତେ ଯେପରି ତୁମର ଏହି ଭାଇ ମୃତ ହୋଇଥିଲା ଏବଂ ପୂନର୍ବାର ଜୀବିତ ହେଲା” ବା “ତୁମର ଏହି ଭାଇ ମୃତ ହୋଇଥିଲା, କିନ୍ତୁ ସେ ବର୍ତ୍ତମାନ ଜୀବିତ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

he was lost, and now is found

ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ହଜି ଯାଇଥିଲା I ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 15:24] (../15/24.ମଝି)ରେ ଥିବା ବାକ୍ୟାଂଶକୁ ଅନୁବାଦ କରିଛ I ବିକଳ୍ପ ଅନୁବାଦ: “ଏହା, ସତେ ଯେପରି ସେ ହଜି ଯାଇଥିଲା ଏବଂ ବର୍ତ୍ତମାନ ମୁଁ ତାହାକୁ ପାଇଲି” ବା “ସେ ହଜି ଯାଇଥିଲା ଏବଂ ଗୃହକୁ ଫେରିଆସିଛି” (ଦେଖ: /WA-Catalog/or_tm?section=translate#figs-metaphor)