Matthew 3

ମାଥିଉ ୦୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଅନେକ ଅନୁବାଦ ଶାସ୍ତ୍ରର ଅତିରିକ୍ତ ଅଂଶକୁ ପୁରାତନ ନିୟମରୁ ଉଦ୍ଧୃତ ବାକ୍ୟ ପୃଷ୍ଠାର ଦୁର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୩ପଦରେ ଉଦ୍ଧୃତ ବିଷୟବସ୍ତୁ ସହିତ ଏହା କରେ I

ଏହି ଅଧ୍ୟାୟରେ ବିଶେଷ ଧାରଣା

“ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର”

ଶାସ୍ତ୍ରରେ ଫଳ ଏକ ସାଧାରଣ ଚିତ୍ରଣ ଅଟେ I ଲେଖକ ଭଲ କିମ୍ବା ମନ୍ଦ ଆଚରଣ ଗୁଡିକର ପରିଣାମ ବର୍ଣ୍ଣନା କରିବା ନିମନ୍ତେ ଏହାକୁ ବ୍ୟବହାର କରିଛନ୍ତି I ଏହି ଅଧ୍ୟାୟରେ, ଈଶ୍ବରଙ୍କ ଅଜ୍ଞା ପାଳନ କରିବା ସ୍ବରୁପ ଜୀବନଯାପନ କରିବା ପରିଣାମର ଫଳ ଅଟେ I (ଦେଖ: /WA-Catalog/or_tw?section=other#fruit)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

“ଈଶ୍ବରଙ୍କ ରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ଏପର୍ଯ୍ୟନ୍ତ ଆସୁଅଛି ଯେତେବେଳେ ଯୋହନ ଏହି ଶବ୍ଦଗୁଡିକ କହିଲେ I ଇଂରାଜୀ ଅନୁବାଦ ସର୍ବଦା ଏହି ବାକ୍ୟାଂଶକୁ “ନିକଟରେ” ବ୍ୟବହାର କରେ କିନ୍ତୁ ଏହି ଶବ୍ଦଗୁଡିକ ଅନୁବାଦ କରିବା ନିମନ୍ତେ କଷ୍ଟକର ହୋଇପାରେ I ଅନ୍ୟ ସଂସ୍କରଣଗୁଡିକ “ସନ୍ନିକଟ” ଏବଂ “ଅତି ସନ୍ନିକଟ” ବ୍ୟବହାର କରନ୍ତି I

Matthew 3:1

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ମାଥିଉ ବାପ୍ତିଜକ ଯୋହନଙ୍କ ସେବାକାର୍ଯ୍ୟ ବିଷୟରେ କୁହନ୍ତି I ୩ ପଦରେ, ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରି ଦର୍ଶାଇବାକୁ ଚାହାନ୍ତି ଯେ ବାପ୍ତିଜକ ଯୋହନ ଯୀଶୁଙ୍କ ସେବାକାର୍ଯ୍ୟ ପ୍ରସ୍ତୁତ କରିବା ନିମନ୍ତେ ଈଶ୍ବରଙ୍କ ଦ୍ବାରା ନିଯୁକ୍ତ ବାର୍ତ୍ତାବାହକ ଥିଲେ I

In those days

ଅନେକ ବର୍ଷ ପରେ ଯୋଶେଫ ଓ ତାହାଙ୍କ ପରିବାର ମିଶର ପରିତ୍ୟାଗ କଲେ ଓ ନାଜରିତକୁ ଗଲେ I ଏହା ସମ୍ଭବତଃ ସେହି ସମୟର ନିକଟବର୍ତ୍ତୀ ହୋଇ ଥାଇପାରେ ଯେତେବେଳେ ଯୀଶୁ ସେବାକାର୍ଯ୍ୟ ଆରମ୍ଭ କରନ୍ତି I ଅନ୍ୟ ଏକ ଅନୁବାଦରେ “କିଛି ସମୟ ପରେ” କିମ୍ବା “କିଛି ବର୍ଷ ପରେ”

Matthew 3:2

Repent

ଏହା ଗଠନରେ ବହୁବାଚକ ଅଟେ I ଯୋହନ ଜନସମୁହକୁ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

the kingdom of heaven is near

“ସ୍ବର୍ଗ ରାଜ୍ୟ” ବାକ୍ୟାଂଶ ଜଣେ ରାଜାଭାବେ ଈଶ୍ବରଙ୍କ ଶାସନକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ, ତୁମମାନଙ୍କ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଆପଣାକୁ ରାଜାଭାବେ ପ୍ରକାଶ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 3:3

For this is he who was spoken of by Isaiah the prophet, saying

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ବାପ୍ତିଜକ ଯୋହନଙ୍କ ବିଷୟରେ ଭାବବାଦୀ ଯିଶାଇୟ କହନ୍ତି ଯେତେବେଳେ ସେ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

The voice of one calling out in the wilderness

ଏହାକୁ ଏକ ପୁର୍ଣବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଏକ ସ୍ବର” କିମ୍ବା “ସେମାନେ ପ୍ରାନ୍ତରରେ କେହିଜଣେ ଉଚ୍ଚ ସ୍ବରର ଶବ୍ଦ ଶୁଣନ୍ତି”

Make ready the way of the Lord ... make his paths straight

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ବିଷୟ ଅଟେ I (ଦେଖ: /WA-Catalog/or_tm?section=translate#figs-parallelism)

Make ready the way of the Lord

ସଦାପ୍ରଭୁଙ୍କ ନିମନ୍ତେ ପଥ ସଳଖ କର I ଏହା କରିବା ସଦାପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବାକୁ ଦର୍ଶାଏ ଯେତେବେଳେ ସେ ଆସିବେ I ଲୋକମାନେ ସେମାନଙ୍କ ପାପରୁ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” କିମ୍ବା “କାରଣ ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିବର୍ତ୍ତନ କର ଓ ପ୍ରସ୍ତୁତ ହୁଅ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 3:4

Now ... wild honey

ଏଠାରେ “ବର୍ତ୍ତମାନ” ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିର ଚିହ୍ନ ସ୍ବରୁପେ ବ୍ୟବହୃତ ଅଟେ I ଏଠାରେ ମାଥିଉ ବାପ୍ତିଜକ ଯୋହନଙ୍କ ବିଷୟରେ ପୃଷ୍ଠଭୁମିର ସୂଚନା ଦିଅନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

wore clothing of camel's hair and a leather belt around his waist

ଏହି ପରିଧାନ ପ୍ରତିକ ସ୍ବରୁପ ବ୍ୟକ୍ତକରେ ଯେ ଯୋହନ ବହୁପୂର୍ବରୁ ଭାବବାଦୀମାନଙ୍କ ସ୍ବରୁପ ଜଣେ ଭାବାବଦୀ ଅଟନ୍ତି, ବିଶେଷତଃ ଏଲିୟ ଭାବବାଦୀ I (ଦେଖ: /WA-Catalog/or_tm?section=translate#writing-background/WA-Catalog/or_tm?section=translate#translate-symaction)

Matthew 3:5

Then Jerusalem, all Judea, and all the region

“ଯିରୁଶାଲମ,” “ଯିହୁଦା,” ଓ “ପ୍ରଦେଶ” ଶବ୍ଦ ସମୁହ ସେହି ଅଞ୍ଚଳର ଲୋକମାନଙ୍କ ନିମନ୍ତେ ରୁପକ ଅଟନ୍ତି I “ସମସ୍ତ” ଶବ୍ଦ ଗୁରୁତ୍ବ ଦେବା ନିମନ୍ତେ ଏକ ଅତିରଞ୍ଜନ ଅଟେ ଯେଉଁଠାରୁ ଅନେକ ଲୋକମାନେ ବାହାରି ଗଲେ I ଅନ୍ୟ ଏକ ଅନୁବାଦରେ: ଅତଏବ ଯିରୁଶାଲମ, ଯିହୁଦା, ଏବଂ ସେହି ଅଞ୍ଚଳରୁ ହୁଏତ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-metonymy)

Matthew 3:6

They were baptized by him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: /WA-Catalog/or_tm?section=translate#figs-hyperbole)

They

ଏହା ଯିରୁଶାଲମ, ଯିହୁଦା ଓ ଜର୍ଦନ ନଦୀ ଚତୁଃପାର୍ଶ୍ବସ୍ଥ ଲୋକମାନଙ୍କ ଆସିବାକୁ ଦର୍ଶାଏ I

Matthew 3:7

General Information:

ଯୋହନ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଚେତନା ଦେବାକୁ ଆରମ୍ଭ କରନ୍ତି I

You offspring of vipers, who

ଏହା ଏକ ରୁପକ ଅଟେ I ଏଠାରେ “ସନ୍ତାନଗଣ” ଅର୍ଥ “ଚାରିତ୍ରିକ ବୈଶିଷ୍ଟ୍ୟ ଧାରଣ କରିବା” I କାଳସର୍ପ ଏକ ପ୍ରକାର ବିଶାକ୍ତ ସର୍ପ ଅଟେ ଓ ମନ୍ଦତାକୁ ଉପସ୍ଥାପନ କରେ I ଏହାକୁ ଏକ ଭିନ୍ନ ବାକ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରେ କାଳସର୍ପର ବଂଶ ! କିଏ” କିମ୍ବା “ତୁମ୍ଭେମାନେ କାଳସର୍ପର ବଂଶ ସଦୃଶ ମନ୍ଦ ଅଟ ! କିଏ” (ଦେଖ: /WA-Catalog/or_tm?section=translate#figs-activepassive)

who warned you to flee from the wrath that is coming?

ଯୋହନ ଫାରୁଶୀ ଓ ସାଦ୍ଦୁକୀ ମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି କାରଣ ସେମାନେ ବାପ୍ତିସ୍ମ ନେବା ନିମନ୍ତେ ତାହାଙ୍କୁ ଅନୁରୋଧ କରୁଥିଲେ ଯେପରି ଇଶ୍ବର ସେମାନଙ୍କୁ ଦଣ୍ଡ ନଦିଅନ୍ତି, କିନ୍ତୁ ସେମାନେ ପାପ କରିବାକୁ ବନ୍ଦକରିବା ଚାହୁଁନଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏହିପରି ଭାବେ ଈଶ୍ବରଙ୍କ କ୍ରୋଧରୁ ପଳାୟନ କରିପାରିବନାହି I” କିମ୍ବା “ମୁ ତୁମକୁ ବାପ୍ତିସ୍ମ ଦେଉଥିବା କାରଣରୁ ଈଶ୍ବରଙ୍କ କ୍ରୋଧରୁ ପଳାୟନ କରିବା ଚିନ୍ତା କରନାହି I” (ଦେଖ: /WA-Catalog/or_tm?section=translate#figs-metaphor)

flee from the wrath that is coming

“କ୍ରୋଧ” ଶବ୍ଦ ଈଶ୍ବରଙ୍କ ଦଣ୍ଡକୁ ବୁଝାଇବା ନିମନ୍ତେ ବ୍ୟବହୃତ ହୋଇଅଛି କାରଣ ତାହାଙ୍କ କ୍ରୋଧ ଏହାକୁ ବୃଦ୍ଧି କରେ I ଅନ୍ୟ ଏକ ଅନୁବାଦରେ: “ଆଗାମୀ କ୍ରୋଧରୁ ପଳାୟନ କର” କିମ୍ବା “ପଳାୟନ କର କାରଣ ଈଶ୍ବର ତୁମକୁ ଦଣ୍ଡ ଦେବାକୁ ଯାଉଛନ୍ତି”

Matthew 3:8

Bear fruit worthy of repentance

ଜଣେ ବ୍ୟକ୍ତିର କାର୍ଯ୍ୟକଳାପକୁ ସୁଚାଇବା ନିମନ୍ତେ “ଫଳ ଉତ୍ପନ୍ନ କରିବା” ଶବ୍ଦ ଏକ ରୁପକ I ଅନ୍ୟ ଏକ ଅନୁବାଦରେ: ତୁମମାନଙ୍କ କାର୍ଯ୍ୟ ଦେଖାଉ ଯେ ତୁମେମାନେ ପ୍ରକୃତରେ ମନ ପରିବର୍ତ୍ତନ କରିଅଛ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 3:9

We have Abraham for our father

ଅବ୍ରାହମ ଆମ୍ଭମାନଙ୍କ ପିତା କିମ୍ବା “ଆମ୍ଭେମାନେ ଅବ୍ରାହମଙ୍କ ସନ୍ତାନଗଣ ଅଟୁ” I ଯିହୁଦୀ ନେତାମାନେ ଭାବିଲେ ଯେ ଇଶ୍ବର ସେମାନଙ୍କୁ ଦଣ୍ଡ ଦେବେନାହିଁ ଯେହେତୁ ସେମାନେ ଅବ୍ରାହମଙ୍କ ସନ୍ତାନଗଣ ଥିଲେ I (ଦେଖ: /WA-Catalog/or_tm?section=translate#figs-metonymy)

For I say to you

ଏହା ଯୋହନ ଯାହା ପ୍ରକାଶ କରିବାକୁ ଯାଉଛନ୍ତି ତାହାକୁ ଗୁରୁତ୍ବ ଦିଏ I

God is able to raise up children for Abraham even out of these stones

ଈଶ୍ବର ଏପରିକି ଏହି ପଥରଗୁଡିକରୁ ଶାରିରୀକ ସନ୍ତାନଗଣ ଜାତ କରିପାରନ୍ତି ଓ ସେମାନଙ୍କୁ ଅବ୍ରାହମଙ୍କୁ ଦେଇ ପାରନ୍ତି I

Matthew 3:10

Connecting Statement:

ବାପ୍ତିଜକ ଯୋହନ ଫାରୁଶୀ ଓ ସାଦ୍ଦୁକୀ ମାନଙ୍କୁ ଅନୁଯୋଗ କରିବା ଜାରିରଖନ୍ତି I

Already the ax has been placed against the root of the trees. So every tree that does not produce good fruit is chopped down and thrown into the fire

ଏହି ରୁପକର ଅର୍ଥ ଈଶ୍ବର ପାପୀମାନଙ୍କୁ ଦଣ୍ଡ ଦେବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏବେସୁଦ୍ଧା ଈଶ୍ବରଙ୍କର କୁରାଢୀ ଲାଗିଅଛି ଓ ସେ ଗଛଗୁଡିକ ହଣାଯାଇ ନିଆଁରେ ପକାଯିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ଯାହା ମନ୍ଦ ଫଳ ଉତ୍ପନ୍ନ କରେ” ନତୁବା “ଯେପରି ଜଣେବ୍ୟକ୍ତି ଗଚ୍ଛ କାଟି ନିଆରେ ପୋଡିଦେବା ନିମନ୍ତେ ତାହାର କୁରାଢୀ ପ୍ରସ୍ତୁତ କରେ ଯାହା ମନ୍ଦଫଳ ଉତ୍ପନ୍ନ କରେ, ସେହିପରି ଈଶ୍ବର ତୁମର ପାପଗୁଡିକ ନିମନ୍ତେ ତୁମକୁ ଦଣ୍ଡଦେବା ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-activepassive )

Matthew 3:11

for repentance

ତୁମେମାନେ ଅନୁତାପ କରିଅଛ ଦେଖାଇବା ନିମନ୍ତେ

But he who comes after me

ଯୀଶୁ ଜଣେବ୍ୟକ୍ତି ଯେ ଯୋହନଙ୍କ ପରେ ଆସନ୍ତି I

is mightier than I

ସେ ମୋଠାରୁ ଆହୁରି ଗୁରୁତ୍ବପୁର୍ଣ୍ଣ ଅଟନ୍ତି

He will baptize you with the Holy Spirit and with fire

ଏହି ରୁପକ ଯୋହନଙ୍କ ଜଳରେ ବାପ୍ତିସ୍ମ ସହିତ ଅଗ୍ନିରେ ଭବିଷ୍ବତ ବାପ୍ତିସ୍ମ ସହିତ ତୁଳନା କରେ I ଏହାର ଅର୍ଥ ଯୋହନଙ୍କ ବାପ୍ତିସ୍ମ ଲୋକମାନଙ୍କୁ ସେମାନଙ୍କ ପାପରୁ କେବଳ ସାଙ୍କେତିକଭାବେ ଶୁଚିକରେ I ପବିତ୍ରଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିସ୍ମ ଲୋକମାନଙ୍କୁ ପ୍ରକୃତରେ ସେମାନଙ୍କ ପାପରୁ ଶୁଚି କରିଥାଏ I ଯଦି ସମ୍ଭବ ହୁଏ, ତୁମମାନଙ୍କ ଅନୁବାଦରେ “ବାପ୍ତିସ୍ମ” ଶବ୍ଦ ବ୍ୟବହାର କରି ଯୋହନଙ୍କ ବାପ୍ତିସ୍ମ ସହିତ ତୁଳନା କର I (ଦେଖ: /WA-Catalog/or_tm?section=translate#figs-metaphor)

Matthew 3:12

His winnowing fork is in his hand to thoroughly clear off his threshing floor

ଏହି ରୁପକ ଜଣେବ୍ୟକ୍ତି ଯେପରି ଗହମକୁ ଅଗାଡିକୁ ଅଲଗା କରିବା ସଦୃଶ ତୁଳନା କରି ଖ୍ରୀଷ୍ଟ ଅଧାର୍ମିକମାନଙ୍କଠାରୁ ଧାର୍ମିକମାନଙ୍କୁ ଅଲଗା କରିବାକୁ ତୁଳନା କରେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯାହାଙ୍କର କୁଲା ତାହାଙ୍କ ହାତରେ ଅଛି” (ଦେଖ: /WA-Catalog/or_tm?section=translate#figs-metaphor)

His winnowing fork is in his hand

ଏଠାରେ “ତାହାଙ୍କ ହାତରେ” ଅର୍ଥ ବ୍ୟକ୍ତି ଜଣକ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଏକ କୁଲା ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

winnowing fork

ଏହା ଅଗାଡିଠାରୁ ଗହମ ଶସ୍ୟ ଅଲଗା କରିବା ନିମନ୍ତେ ଗହମକୁ ପବନରେ ଉଡାଇବା ନିମନ୍ତେ ଏକ ଯନ୍ତ୍ର ଅଟେ I ଭାରୀଶସ୍ୟ ତଳେ ପଡେ ଓ ଅଦରକାରୀ ଅଗାଡି ପବନରେ ଉଡିଯାଏ I ଏହା କାଠରେ ତିଆରି କୃଷି ଉପକରଣ ଆକାର ସଦୃଶ ହୋଇଥିବା ଓସାରିଆ ଟିଣ ସହିତ ସମାନ ଅଟେ I (ଦେଖ: /WA-Catalog/or_tm?section=translate#translate-unknown)

to thoroughly clear off his threshing floor

ଖ୍ରୀଷ୍ଟ ଏକ କୁଲା ଧରିଥିବା ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯେ ତାହାଙ୍କ ଗହମକୁ ଶୁଚି କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I

his threshing floor

ତାହାର ଭୁମି କିମ୍ବା “ଯେଉଁ ଭୁମିରେ ସେ ଶସ୍ୟକୁ ଅଗାଡିଠାରୁ ଅଲଗା କରନ୍ତି”

gather his wheat into the storehouse ... burn up the chaff with fire that can never be put

ଏହି ରୁପକ ଦେଖାଏ ଯେ ଈଶ୍ବର କିପରି ଧାର୍ମିକ ଲୋକମାନଙ୍କୁ ଅଧାର୍ମିକ ଲୋକମାନଙ୍କଠାରୁ ଅଲଗା କରିବେ I ଯେପରି କୃଷକ ଗହମକୁ ଅମାରକୁ ନିଏ ସେହିପରି ଧାର୍ମିକ ଲୋକମାନେ ସ୍ବର୍ଗରାଜ୍ୟରେ ପ୍ରବେଶ କରିବେ, ଓ ଈଶ୍ବର ଅଗାଡି ସଦୃଶ ଲୋକମାନଙ୍କୁ ଅଗ୍ନିରେ ନିକ୍ଷେପ କରିବେ ଯେ ସେମାନେ କେବେହେଁ ବାହାରକୁ ଅଣାଯିବେ ନାହିଁ (ଦେଖ: /WA-Catalog/or_tm?section=translate#figs-metaphor)

can never be put out

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କେବେହେଁ ଅଗ୍ନିରେ ପକାଯିବେ ନାହି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 3:13

Connecting Statement:

ଏଠାରେ ଦୃଶ୍ୟଟି ପରବର୍ତ୍ତୀ ସମୟକୁ କଢେଇ ନିଏ ଯେତେବେଳେ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି I

to be baptized by John

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଯୋହନ ତାହାଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 3:14

I need to be baptized by you, and do you come to me?

ଯୋହନ ଯୀଶୁଙ୍କ ଅନୁରୋଧରେ ତାହାଙ୍କ ଆଶ୍ଚର୍ଯ୍ୟାନ୍ବିତ ହେବା ଦେଖାଇବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆପଣ ମୋଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ଅଟନ୍ତି I ମୁଁ ଆପଣଙ୍କୁ ବାପ୍ତିସ୍ମଦେବା ଉଚିତ ନୁହେଁ I ଆପଣ ମୋତେ ବାପ୍ତିସ୍ମ ଦେବା ଉଚିତ୍ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 3:15

for us

ଏଠାରେ “ଆମ୍ଭେମାନେ” ଯୀଶୁ ଓ ଯୋହନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-inclusive)

Matthew 3:16

Connecting Statement:

ଏହା ବାପ୍ତିଜକ ଯୋହନଙ୍କ ବିଷୟରେ ବିବରଣୀର ଅଂଶର ସମାପ୍ତି ଅଟେ I ଏହା ଯୀଶୁଙ୍କ ବାପ୍ତିସ୍ମ ପରେ କ”ଣ ସବୁ ଘଟିଲା ତାହା ବର୍ଣ୍ଣନା କରେ I

After he was baptized

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବାପରେ” (ଦେଖ: /WA-Catalog/or_tm?section=translate#figs-activepassive)

behold

ଏଠାରେ “ଆଉ ଦେଖ” ଶବ୍ଦ ନିମ୍ନଲିଖିତ ଆଶ୍ଚର୍ଯ୍ୟଜନକ ସୂଚନା ଦେବା ନିମନ୍ତେ ଆମମାନଙ୍କ ଧ୍ୟାନ ଦେବାକୁ ସଚେତନ କରେ I

the heavens were opened to him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଯୀଶୁ ଆକାଶ ମୁକ୍ତହେବା ଦେଖିଲେ” କିମ୍ବା “ଈଶ୍ବର ଯୀଶୁଙ୍କ ନିମନ୍ତେ ସ୍ବର୍ଗ ଉନ୍ମୁକ୍ତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

coming down like a dove

ସାମ୍ଭାବିତ ଅର୍ଥ ଗୁଡିକ ୧) ଏହା ଏକ ସାଧାରଣ ବକ୍ତବ୍ୟ ଅଟେ ଯାହା ପବିତ୍ରଆତ୍ମା କପୋତ ରୁପରେ ଅବତରଣ କଲେ କିମ୍ବା ୨) ଏହା ଏକ ଉପମା ଅଟେ ଯାହା ପବିତ୍ରଆତ୍ମା ଯୀଶୁଙ୍କ ଉପରେ ଅଧିଷ୍ଠାନ କରିବାକୁ ତୁଳନା କରେ, ଯେପରିଭାବେ କପୋତ କରେ I (ଦେଖ: /WA-Catalog/or_tm?section=translate#figs-simile)

Matthew 3:17

a voice came out of the heavens saying

ଯୀଶୁ ସ୍ବର୍ଗରୁ ଏକ ସ୍ବର ଶୁଣିଲେ I ଏଠାରେ “ସ୍ବର(ବାଣୀ)” ଈଶ୍ବର କହିବାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆକାଶରୁ କହିଲେ” (ଦେଖ: /WA-Catalog/or_tm?section=translate#figs-metonymy)

Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)