Luke 2

ଲୂକ 02 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

କିଛି ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I ULT ପଦ୍ୟ ସହିତ 2:14, 29:32ରେ ଏହା କରେ I

Luke 2:1

General Information:

ଏହା ଦର୍ଶାଇବା ପାଇଁ ପଟ୍ଟଭୂମି ପ୍ରଦାନ କରେ ଯେ, କାହିଁକି ମରିୟମ ଓ ଯୋଷେଫଙ୍କୁ ଯୀଶୁଙ୍କ ଜନ୍ମ ବେଳେ ଅନ୍ୟତ୍ର ଚାଲିଯିବାକୁ ପଡିଥିଲା I

Now

ଏହି ଶବ୍ଦ କାହାଣୀର ଏକ ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରେ I (ଦେଖ: /WA-Catalog/or_tm?section=translate#writing-newevent )

it came about that

ଏହା ଏକ ବିବରଣର ଆରମ୍ଭ ଅଟେ ବୋଲି ଦର୍ଶାଇବା ପାଇଁ ଏହି ପଦ ବ୍ୟବହୃତ ହୋଇଛି I ଏକ ବିବରଣର ଆରମ୍ଭକୁ ଦର୍ଶାଇବା ପାଇଁ ଯଦି ତୁମ ନିଜ ଭାଷାରେ ଏକ ଶୈଳୀ ରହିଛି, ତୁମେ ହୁଏତ ତାହା ବ୍ୟବହାର କରିପାରିବ I କେତେକ ଅନୁବାଦ ଏହି ପଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ I

Caesar Augustus

ରାଜା ଅଗଷ୍ଟ ବା “ସମ୍ରାଟ୍ ଅଗଷ୍ଟ I” ଅଗଷ୍ଟ ରୋମୀୟ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଥିଲେ I (ଦେଖ:/WA-Catalog/or_tm?section=translate#translate-names ଏବଂ /WA-Catalog/or_tm?section=translate#writing-participants )

a decree went out

ଏହି ଆଜ୍ଞା ହୁଏତ ସମ୍ବାଦ ବାହକମାନଙ୍କ ଦ୍ୱାରା ସାମ୍ରାଜ୍ୟର ସର୍ବତ୍ର ବହନ କରା ଯାଇଥିଲା I ବିକଳ୍ପ ଅନୁବାଦ: ""ଏକ ଆଜ୍ଞା ଜାରି କରି ସମ୍ବାଦ ବାହକମାନଙ୍କୁ ପ୍ରେରଣ କଲେ” (ଦେଖ: /WA-Catalog/or_tm?section=translate#figs-idiom )

that a census be taken of all the people in the world

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେ ସେମାନେ ପୃଥିବୀରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ପଞ୍ଜିକୃତ କଲେ” କିମ୍ଵା “ ଯେ ସେମାନେ ପୃଥିବୀର ସମସ୍ତ ଲୋକମାନଙ୍କୁ ଗଣିଲେ ଏବଂ ସେମାନଙ୍କ ନାମଗୁଡ଼ିକ ଲେଖିଲେ” (ଦେଖ: /WA-Catalog/or_tm?section=translate#figs-activepassive )

the world

ଏହି ସ୍ଥାନରେ “ପୃଥିବୀ” ଶବ୍ଦ କାଇସର ଅଗଷ୍ଟ ରାଜତ୍ଵ କରୁଥିବା ପୃଥିବୀର ଅଂଶବିଶେଷକୁ ବୁଝାଏ I ବିକଳ୍ପ ଅନୁବାଦ: “ସାମ୍ରାଜ୍ୟ” ବା “ରୋମୀୟ ଜଗତ” (ଦେଖ: /WA-Catalog/or_tm?section=translate#figs-synecdoche )

Luke 2:2

Quirinius

କ୍ୱିରୀଣୀୟ ସୁରିଆର ଗଭର୍ଣ୍ଣର ଭାବରେ ନିଯୁକ୍ତ ହେଲେ I (ଦେଖ: /WA-Catalog/or_tm?section=translate#translate-names )

Luke 2:3

everyone went

ପ୍ରତ୍ୟେକ ବ୍ୟକ୍ତି ଆରମ୍ଭ କଲେ ବା “ପ୍ରତ୍ୟେକ ବ୍ୟକ୍ତି ଯାଉଥିଲେ ”

his own city

ଏହା ଲୋକମାନଙ୍କ ପୂର୍ବପୁରୁଷମାନେ ଯେଉଁ ନଗରୀଗୁଡିକରେ ବାସ କରୁଥିଲେ, ତାହାକୁ ସୂଚାଏ I ଲୋକମାନେ ହୁଏତ ବିଭିନ୍ନ ନଗରରେ ବାସ କରିଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷମାନେ ଯେଉଁ ନଗରରେ ବାସ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit )

to be registered

ଯେପରି ସେମାନଙ୍କର ନାମ ଖାତାରେ ଲିଖିତ ହେବ ବା “ସରକାରୀ କାର୍ଯ୍ୟାଳୟର ଗଣନାରେ ଅନ୍ତର୍ଭୁକ୍ତ ହେବ ”

Luke 2:4

General Information:

UST ଏହି ଦୁଇଟି ପଦକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସହଜରେ ବାକ୍ୟଗୁଡିକୁ କ୍ଷୁଦ୍ରତର କରିହେବ I (ଦେଖ: /WA-Catalog/or_tm?section=translate#translate-versebridge)

Joseph also

ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants )

to the city of David which is called Bethlehem

“ଦାଉଦଙ୍କ ନଗର” ପଦଟି ବେଥଲିହିମର ନାମ ଥିଲା, ଯାହା କୁହେ ଯେ କାହିଁକି ବେଥଲିହିମ ମହତ୍ତ୍ଵପୂର୍ଣ୍ଣ ଥିଲା I ଯଦିଓ ଏହା ଏକ କ୍ଷୁଦ୍ର ସହର ଥିଲା, ରାଜା ଦାଉଦ ସେଠାରେ ଜନ୍ମଗ୍ରହଣ କରିଥିଲେ, ଏବଂ ଗୋଟିଏ ଭାବବାଣୀ ରହିଥିଲା ଯେ ମଶୀହ ସେଠାରେ ଜନ୍ମଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ରାଜା ଦାଉଦଙ୍କ ନଗରୀ, ବେଥଲିହିମ ପ୍ରତି ” ବା “ଯେଉଁ ସହରରେ ରାଜା ଦାଉଦ ଜାତ ହୋଇଥିଲେ ସେହି ବେଥଲିହିମ ପ୍ରତି ” (ଦେଖ:/WA-Catalog/or_tm?section=translate#figs-explicit)

because he was of the house and family line of David

କାରଣ ଯୋଷେଫ ଦାଉଦଙ୍କ ଜଣେ ବଂଶଧର ଥିଲେ

Luke 2:5

He went to register

ଏହାର ଅର୍ଥ, ସେଠାକାର ରାଜକର୍ମଚାରୀମାନଙ୍କ ନିକଟରେ ଜଣାଇବାକୁ ହେବ ଯେପରି ସେମାନେ ତାଙ୍କୁ ଗଣନାରେ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସମ୍ଭବ, ସରକାରୀ କାର୍ଯ୍ୟାଳୟର ଗଣନା ପାଇଁ ଏକ ଭାବପ୍ରକାଶକ ପଦ ବ୍ୟବହାର କର I

with Mary

ମରିୟମ ଯୋଷେଫଙ୍କ ସହିତ ନାଜରିତରୁ ଯାତ୍ରା କଲେ I ସମ୍ଭବତଃ, ସ୍ତ୍ରୀଲୋକମାନଙ୍କୁ ମଧ୍ୟ କର ଦେବାକୁ ପଡୁଥିଲା, ତେଣୁ ମରିୟମଙ୍କୁ ମଧ୍ୟ ଯାତ୍ରା କରିବା ଓ ପଞ୍ଜିକୃତ ହେବା ଆବଶ୍ୟକ ପଡିଥିଲା I (ଦେଖ: /WA-Catalog/or_tm?section=translate#writing-participants )

who was engaged to him

“ତାଙ୍କ ବାଗଦତ୍ତା” ବା “ଯିଏ ତାଙ୍କ ପ୍ରତି ପ୍ରତିଜ୍ଞାବଦ୍ଧ ହୋଇଥିଲେ I” ଏକ ବାଗଦାନ ହୋଇଥିବା ଦମ୍ପତ୍ତି ଆଇନତଃ, ବିବାହିତ ବୋଲି ବିବେଚିତ ହେଉଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଶାରୀରିକ ଘନିଷ୍ଠତା ନ ଥିଲା I

Luke 2:6

General Information:

UST ଏହି ପଦଗୁଡିକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସେମାନେ ବାସ କରିଥିବା ସ୍ଥାନର ବିଶଦ ବିବରଣସବୁ ଏକାଠି ରଖାଯାଇପାରିବ I (ଦେଖ: /WA-Catalog/or_tm?section=translate#translate-versebridge )

Connecting Statement:

ଏହା ଯୀଶୁଙ୍କ ଜନ୍ମ ବିଷୟ ଓ ମେଷପାଳକମାନଙ୍କ ପ୍ରତି ଦୂତମାନଙ୍କ ଦ୍ୱାରା ଘୋଷଣା ବିଷୟ କୁହେ I

Now it came about that

ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭ ବିଷୟରେ ଚିହ୍ନିତ କରେ (ଦେଖ: /WA-Catalog/or_tm?section=translate#writing-newevent )

while they were there

ଯେତେବେଳେ ମରିୟମ ଓ ଯୋଷେଫ ବେଥଲିହିମରେ ଥିଲେ

the time came for the birth of her baby

ତାଙ୍କର ସନ୍ତାନ ପ୍ରସବ କରିବା ସମୟ ଉପସ୍ଥିତ ହେଲା

Luke 2:7

wrapped him in long strips of cloth

କେତେକ ସଂସ୍କୃତିରେ ମାଆମାନେ ସେମାନଙ୍କ ଶିଶୁମାନଙ୍କୁ ଲୁଗାରେ ବା ଏକ କମ୍ବଳରେ ଦୃଢ଼ ଭାବରେ ଗୁଡାଇବା ଦ୍ୱାରା ସାନ୍ତ୍ଵନା ଦେଉଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ଚାରିପଟେ ଦୃଢ଼ ଭାବରେ ଲୁଗା ଗୁଡାଇଲେ” କିମ୍ବା : “ତାଙ୍କୁ ଏକ କମ୍ବଳରେ ଦୃଢ଼ କରି ଗୁଡାଇଲେ” (ଦେଖ: /WA-Catalog/or_tm?section=translate#figs-explicit )

laid him in a manger

ଏହା ଏକ ପ୍ରକାର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ପଶୁମାନଙ୍କ ନିମନ୍ତେ ଲୋକମାନେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଏହା ସମ୍ଭବତଃ, ପରିଷ୍କାର ଥିଲା ଏବଂ ହୁଏତ ଏଥିରେ ପାଳ ଭଳି କିଛି କୋମଳ ଓ ଶୁଷ୍କ ବସ୍ତୁ ଥିଲା ଯାହା ଶିଶୁ ପାଇଁ ଏକ ଗଦି ଭଳି କାର୍ଯ୍ୟ କରିଥିଲା I ଅନେକ ସମୟରେ ପଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଓ ସହଜରେ ସେମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଘର ପାଖରେ ରଖାଯାଉଥିଲା I ପଶୁମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ଏକ ବଖରାରେ ମରିୟମ ଓ ଯୋଷେଫ ରହିଲେ I

there was no room for them in the inn

ସେଠାରେ ସେମାନଙ୍କ ନିମନ୍ତେ ଅତିଥିଗୃହରେ ରହିବା ପାଇଁ ସ୍ଥାନ ନ ଥିଲା I ଅନେକ ଲୋକମାନେ ବେଥଲିହିମକୁ ନାମ ପଞ୍ଜିକୃତ କରିବା ନିମନ୍ତେ ଯିବା ହେତୁ ହୁଏତ ଏଭଳି ଘଟିଥିଲା I ଲୂକ ଏହାକୁ ପୃଷ୍ଠଭୂମିଜନିତ ତଥ୍ୟ ଭାବରେ ଯୋଗ କରନ୍ତି I (ଦେଖ: /WA-Catalog/or_tm?section=translate#writing-background )

Luke 2:9

An angel of the Lord

ପ୍ରଭୁଙ୍କଠାରୁ ଜଣେ ଦୂତ ବା “ପ୍ରଭୁଙ୍କ ସେବା କରୁଥିବା ଜଣେ ଦୂତ”

appeared to them

ମେଷପାଳକମାନଙ୍କ ନିକଟକୁ ଆସିଲେ

the glory of the Lord

ଉଜ୍ଜଳ ଜ୍ୟୋତିଃର ଉତ୍ସ ପ୍ରଭୁଙ୍କର ଗୌରବ ଅଟେ, ଯାହା ଦୂତଙ୍କର ପ୍ରକାଶିତ ହେବା ସମୟରେ ପ୍ରକାଶିତ ହେଲା I

Luke 2:10

Do not be afraid

ଭୟଭୀତ ହେବା ବନ୍ଦ କର

great joy, which will be to all the people

ତାହା ସମସ୍ତ ଲୋକମାନଙ୍କୁ ଅତିଶୟ ଆନନ୍ଦିତ କରିବ

all the people

କେତେକେ ଏହାକୁ ଯିହୂଦୀୟ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I ଅନ୍ୟମାନେ ଏହାକୁ ସମସ୍ତ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I

Luke 2:11

the city of David

ଏହା ବେଥଲିହିମକୁ ବୁଝାଏ I

Luke 2:12

This will be the sign to you

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭକୁ ଏହି ଚିହ୍ନ ଦେବେ” ବା “ତୁମେ ଈଶ୍ୱରଙ୍କଠାରୁ ଏହି ଚିହ୍ନ ଦେଖିବ” (ଦେଖ: /WA-Catalog/or_tm?section=translate#figs-activepassive )

the sign

ପ୍ରମାଣ I ଏହା ପ୍ରମାଣିତ କରିବା ନିମନ୍ତେ ଏକ ଚିହ୍ନ ହୋଇପାରେ ଯେ ଦୂତ ଯାହା କହୁଛନ୍ତି ତାହା ସତ୍ୟ ଅଟେ, କିମ୍ବା ଏହା ଶିଶୁଙ୍କୁ ଚିହ୍ନିବା ନିମନ୍ତେ ମେଷପାଳକମାନଙ୍କ ପାଇଁ ସହାୟକ ହେବା ପାଇଁ ଏକ ଚିହ୍ନ ହୋଇପାରେ I

wrapped in strips of cloth

ସେହି ସଂସ୍କୃତିରେ ମାଆମାନେ ଏହି ସ୍ୱାଭାବିକ ଢ଼ଙ୍ଗରେ ସେମାନଙ୍କ ଶିଶୁମାନଙ୍କୁ ସୁରକ୍ଷିତ ରଖୁଥିଲେ ଓ ଯତ୍ନ ନେଉଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଏକ ଉଷୁମ କମ୍ବଳରେ ଦୃଢ଼ ରୂପେ ଗୁଡାଇଲେ” ବା “ ଏକ କମ୍ବଳରେ ଆରାମଦାୟକ ଭାବରେ ଗୁଡାଇଲେ”(ଦେଖ: /WA-Catalog/or_tm?section=translate#figs-explicit)

lying in a manger

ଏହା ଏକ ପ୍ରକାରର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ଲୋକମାନେ ପଶୁମାନଙ୍କ ନିମନ୍ତେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କରିଛ I

Luke 2:13

a great multitude from heavena multitude of the heavenly army

ଏହି ପଦଗୁଡିକୁ ଆକ୍ଷରିକ ଭାବେ ଦୂତବାହିନୀ ବୋଲି ଉଲ୍ଲେଖ କରାଯାଇ ପାରେ, କିମ୍ବା ଏକ ସଂଗଠିତ ଦୂତମାନଙ୍କ ଦଳ ନିମନ୍ତେ ଏହା ଏକ ରୂପକ ହୋଇପାରେ I ବିକଳ୍ପ ଅନୁବାଦ: “ସ୍ୱର୍ଗରୁ ଆଗତ ଦୂତମାନଙ୍କ ଏକ ବିରାଟ ଦଳ” (ଦେଖ: /WA-Catalog/or_tm?section=translate#figs-metaphor)

praising God

ଈଶ୍ୱରଙ୍କୁ ପ୍ରଶଂସା କରୁଛନ୍ତି

Luke 2:14

Glory to God in the highest

ସମ୍ଭାବ୍ୟ ଅର୍ଥଗୁଡିକ 1) “ଊର୍ଦ୍ଧ୍ୱସ୍ଥାନରେ ଈଶ୍ୱରଙ୍କୁ ସମ୍ମାନ ଦିଅ” ବା 2) “ ଈଶ୍ୱରଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦିଅ I”

on earth, peace among people with whom he is pleased

ପୃଥିବୀରେ ଥିବା ଯେଉଁ ଲୋକମାନଙ୍କ ପ୍ରତି ଈଶ୍ୱର ସନ୍ତୁଷ୍ଟ ସେମାନେ ଶାନ୍ତିପ୍ରାପ୍ତ ହେଉନ୍ତୁ

Luke 2:15

It came about that

କାହାଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ପାଇଁ ଏହି ପଦ ବ୍ୟବହୃତ ହୋଇଛି ଯାହା ଦୂତମାନଙ୍କ ପ୍ରସ୍ଥାନ ପରେ ମେଷପାଳକମାନେ କଲେ I

from them

ମେଷପାଳକମାନଙ୍କଠାରୁ

to each other

ପରସ୍ପର ପ୍ରତି

Let us go ... to us

ଯେହେତୁ ମେଷପାଳକମାନେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ, ତେଣୁ “ଆମେ” ଓ “ଆମର” ପରି ଅନ୍ତର୍ଭୁକ୍ତକାରୀ ଭାଷାକୁ ଏଠାରେ ବ୍ୟବହାର କରିବା ଉଚିତ (ଦେଖ: /WA-Catalog/or_tm?section=translate#figs-inclusive )

Let us go

ଆମ୍ଭେମାନେ କରିବା ଉଚିତ

this thing that has happened

ଏହା ଶିଶୁର ଜନ୍ମ ବିଷୟରେ ସୂଚନା ଦିଏ, ଏବଂ ଦୂତମାନଙ୍କ ପ୍ରକାଶିତ ହେବା ବିଷୟ ପ୍ରତି ନୁହେଁ

Luke 2:16

lying in the manger

ଗୁହାଳକୁଣ୍ଡ ଏକ ପ୍ରକାରର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ଲୋକମାନେ ପଶୁମାନଙ୍କ ନିମନ୍ତେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କରିଛ I

Luke 2:17

the message that had been told to them

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କୁ ଦୂତମାନେ ଯାହା କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive )

this child

ଶିଶୁ

Luke 2:18

the things that were spoken to them by the shepherds

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମେଷପାଳକମାନେ ସେମାନଙ୍କୁ ଯାହା କହିଲେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 2:19

pondering them in her heart

ଜଣେ ବ୍ୟକ୍ତି ଯିଏ ଏହାକୁ ଏକ ମୂଲ୍ୟବାନ୍ ବା ବହୁମୂଲ୍ୟ ବୋଲି ଭାବେ ସେ ଏହାକୁ “ସାଇତି” ରଖେ I ମରିୟମ ଆପଣା ପୁତ୍ର ବିଷୟରେ କୁହାଯାଇଥିବା ବିଷୟସବୁକୁ ଅତିଶୟ ମୂଲ୍ୟବାନ ବୋଲି ମନେ କଲେ I ବିକଳ୍ପ ଅନୁବାଦ: “ଯତ୍ନର ସହିତ ସ୍ମରଣରେ ରଖିଲେ” ବା “ ଆନନ୍ଦ ସହକାରେ ସେସବୁକୁ ସ୍ମରଣ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-metaphor )

Luke 2:20

shepherds returned

ମେଷପାଳକମାନେ ମେଷଗୁଡିକ ନିକଟକୁ ଫେରିଗଲେ

glorifying and praising God

ଏହା ସବୁ ଅତି ସାମଞ୍ଜସ୍ୟ ରଖେ ଏବଂ ଗୁରୁତ୍ଵ ଆରୋପ କରେ ଯେ ଈଶ୍ୱର ଯାହା କରିଛନ୍ତି ସେଥିପାଇଁ ସେମାନେ କେତେ ଉଲ୍ଲସିତ ଅଟନ୍ତି I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ମହାନତା ବିଷୟରେ କଥାବାର୍ତ୍ତା କରୁଥିଲେ ଓ ପ୍ରଶଂସା କରୁଥିଲେ” (ଦେଖ: /WA-Catalog/or_tm?section=translate#figs-doublet )

Luke 2:21

General Information:

ଯିହୂଦୀୟ ବିଶ୍ୱାସୀମାନଙ୍କୁ ଈଶ୍ୱର ଯେଉଁ ବ୍ୟବସ୍ଥା ଦେଇଥିଲେ ତାହା ସେମାନଙ୍କୁ କହେ ଯେ ଜଣେ ଶିଶୁକୁ କେତେବେଳେ ସୁନ୍ନତ କରାଯିବ ଏବଂ ଉତ୍ସର୍ଗ କରିବା ନିମନ୍ତେ କ’ଣ ଆଣିବାକୁ ହେବ I

when eight days had passed

ଏହି ନୂତନ ଘଟଣା ପୂର୍ବରୁ ବିତିଯାଉଥିବା ସମୟ ସମ୍ପର୍କରେ ଏହି ପଦ ଦର୍ଶାଏ I (ଦେଖ: /WA-Catalog/or_tm?section=translate#writing-newevent )

eight days had passed

ତାଙ୍କ ଜୀବନର ଅଷ୍ଟମ ଦିବସର ସମାପ୍ତି I ସେ ଜନ୍ମଗ୍ରହଣ କରିଥିବା ଦିବସକୁ ପ୍ରଥମ ଦିବସ ଭାବରେ ଗଣନା କରାଯାଇଥିଲା I

his name was called

ଯୋଷେଫ ଏବଂ ମରିୟମ ତାହାଙ୍କୁ ତାଙ୍କର ନାମ ଦେଲେ I

which he had been called by the angel

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଦୂତ ତାହାଙ୍କୁ ଯେଉଁ ନାମ ଦେଇଥିଲେ” I (ଦେଖ: /WA-Catalog/or_tm?section=translate#figs-activepassive )

Luke 2:22

when the days of their purification had passed

ଏହି ନୂତନ ଘଟଣା ପୂର୍ବରୁ ବିତିଯାଉଥିବା ସମୟ ସମ୍ପର୍କରେ ଏହା ଦର୍ଶାଏ I (ଦେଖ: /WA-Catalog/or_tm?section=translate#writing-newevent )

the days of their purification

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଯେତିକି ଦିନ ନିର୍ଦ୍ଧାରିତ କରିଥିଲେ”(ଦେଖ: /WA-Catalog/or_tm?section=translate#figs-activepassive )

of their purification

ବିଧି ଅନୁସାରେ ସେମାନଙ୍କୁ ଶୁଚି ହେବା ନିମନ୍ତେ I ତୁମେ ଈଶ୍ବରଙ୍କ ଭୂମିକାକୁ ମଧ୍ୟ ଉଲ୍ଲେଖ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କୁ ପୂନର୍ବାର ଶୁଚି ବିବେଚନା କରିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-explicit)

to present him to the Lord

ତାଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ନିମନ୍ତେ ବା “ତାଙ୍କୁ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ ଆଣିବା ନିମନ୍ତେ I” ପ୍ରଥମଜାତ ପୁରୁଷ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ ଦାବୀକୁ ସ୍ୱୀକାର କରିବା ନିମନ୍ତେ ଏହା ଏକ ବିଧି ଥିଲା I

Luke 2:23

As it is written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଯେପରି ଲେଖିଥିଲେ” ବା “ସେମାନେ ଏହା କଲେ, ଯେହେତୁ ମୋଶା ଲେଖିଥିଲେ” (ଦେଖ : /WA-Catalog/or_tm?section=translate#figs-activepassive )

Every male who opens the womb

ଗର୍ଭକୁ ଉନ୍ମୁକ୍ତ କରିବା ଏଠାରେ ଏକ ଋଢ଼ି ଅଟେ, ଯାହା ପ୍ରଥମ ସନ୍ତାନ ଗର୍ଭ ମଧ୍ୟରୁ ଆସିବା ବିଷୟକୁ ସୂଚାଏ Iଏହା ଉଭୟ ପଶୁମାନଙ୍କୁ ଏବଂ ମନୁଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରଥମଜାତ ପୁରୁଷ ସନ୍ତାନ” ବା “ପ୍ରତ୍ୟେକ ପ୍ରଥମଜାତ ପୁତ୍ର” (ଦେଖ: /WA-Catalog/or_tm?section=translate#figs-idiom )

Luke 2:24

what was said in the law of the Lord

ଯାହା ପ୍ରଭୁଙ୍କ ବ୍ୟବସ୍ଥା ମଧ୍ୟ କୁହେ I ବ୍ୟବସ୍ଥାରେ ଏହା ଏକ ଭିନ୍ନ ସ୍ଥାନ ଅଟେ I ସେ ପ୍ରଥମଜାତ ହେଉ ଅବା ନ ହେଉ ଏହା ସମସ୍ତ ପୁରୁଷମାନଙ୍କୁ ସୂଚାଏ I

Luke 2:25

Connecting Statement:

ଯେତେବେଳେ ମରିୟମ ଓ ଯୋଷେଫ ମନ୍ଦିରରେ ଥିଲେ, ସେମାନେ ଦୁଇଜଣ ବ୍ୟକ୍ତିଙ୍କୁ ଭେଟିଲେ: ଶିମୀୟୋନ, ଯିଏ ଈଶ୍ୱରଙ୍କ ପ୍ରଶଂସା କରି ଶିଶୁଙ୍କ ବିଷୟରେ ଏକ ଭାବବାଣୀ କରିଥିଲେ, ଓ ଅନ୍ୟଟି ହାନ୍ନା ଭାବବାଦିନୀ I

Behold

“ଦେଖ” ଶବ୍ଦଟି ଆମକୁ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କ ପ୍ରତି ସତର୍କ କରାଏ I ତୁମ ଭାଷାରେ ଏହା କରିବା ପାଇଁ କିଛି ଉପାୟ ରହିଥାଇ ପାରେ I (ଦେଖ: /WA-Catalog/or_tm?section=translate#writing-participants )

was righteous and devout

ଏହି ଭାବବାଚକ ପ୍ରତିଶବ୍ଦଗୁଡିକୁ କ୍ରିୟାଗୁଡିକରେ ପ୍ରକାଶ କରିହେବ I ବିକଳ୍ପ ଅନୁବାଦ: “ଯାହା ଉଚିତ ତାହା କଲେ ଓ ଈଶ୍ୱରଙ୍କୁ ଭୟ କଲେ” ବା “ଈଶ୍ୱରଙ୍କ ବ୍ୟବସ୍ଥାଗୁଡିକ ପାଳନ କଲେ ଓ ଈଶ୍ୱରଙ୍କୁ ଭୟ କଲେ ”

the consolation of Israel

“ଇସ୍ରାଏଲ” ଶବ୍ଦ ଇସ୍ରାଏଲ ଲୋକମାନଙ୍କ ପାଇଁ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ଜଣକୁ “ ସାନ୍ୱନା ଦେବା” ଅର୍ଥ ସେମାନଙ୍କୁ ମାନସିକ ଓ ଦୈହିକ ଆରାମ ଦେବା ବା “ଆଶ୍ୱସ୍ତ କରିବା” ଅଟେ I “ଇସ୍ରାଏଲର ସାନ୍ୱନା” ଶବ୍ଦଗୁଡିକ ଖ୍ରୀଷ୍ଟ ବା ମଶୀହଙ୍କ ଲକ୍ଷଣସୂଚକ ଶବ୍ଦଗୁଡିକ ଅଟେ ଯିଏ ସାନ୍ୱନା ଦେବେ ବା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଆଶ୍ୱସ୍ତି ଆଣିବେ I ବିକଳ୍ପ ଅନୁବାଦ: ଯିଏ ଇସ୍ରାଏଲ ଲୋକମାନଙ୍କୁ ସାନ୍ୱନା ଦେବେ” (ଦେଖ: /WA-Catalog/or_tm?section=translate#figs-metonymy )

the Holy Spirit was upon him

ପବିତ୍ରଆତ୍ମା ତାଙ୍କ ସହିତ ଥିଲେ I ଈଶ୍ୱର ତାଙ୍କ ସହିତ ଥିଲେ ବିଶେଷ ପ୍ରକାରେ ଥିଲେ ଏବଂ ତାଙ୍କୁ ଜୀବନରେ ଜ୍ଞାନ ଓ ପରିଚାଳନା ଦେଲେ I

Luke 2:26

It had been revealed to him by the Holy Spirit

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ଦର୍ଶାଇଥିଲେ” ବା “ପବିତ୍ରଆତ୍ମା ତାଙ୍କୁ କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive )

he would not see death before he had seen the Lord's Christ

ମୃତ୍ୟୁବରଣ କରିବା ପୂର୍ବରୁ ସେ ପ୍ରଭୁଙ୍କ ମଶୀହଙ୍କୁ ଦେଖିବେ

Luke 2:27

He came in the Spirit

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ଯେପରି ତାଙ୍କୁ ପରିଚାଳନା ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive )

He came

କେତେକ ଭାଷାରେ ହୁଏତ “ସେ ଗଲେ” ବୋଲି କୁହାଯାଇପାରେ

into the temple

ମନ୍ଦିରର ପ୍ରାଙ୍ଗଣ ମଧ୍ୟକୁ I କେବଳ ଯାଜକମାନେ ମନ୍ଦିରର ଗୃହ ମଧ୍ୟକୁ ପ୍ରବେଶ କରିପାରନ୍ତି I (ଦେଖ: /WA-Catalog/or_tm?section=translate#figs-explicit )

the parents

ଯୀଶୁଙ୍କ ପିତାମାତା

what was the custom of the law

ଈଶ୍ୱରଙ୍କ ବ୍ୟବସ୍ଥାର ରୀତି ଅନୁସାରେ

Luke 2:28

he took him into his arms

ଶିମୀୟୋନ ଶିଶୁ ଯୀଶୁଙ୍କୁ ଆପଣାର ବାହୁରେ ନେଲେ ବା “ଶିମୀୟୋନ ଆପଣା ବାହୁରେ ଯୀଶୁଙ୍କୁ ଧରିଲେ”

Luke 2:29

Now let your servant depart in peace

ମୁଁ ତୁମ୍ଭର ଦାସ ଅଟେ; ମୋତେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅ I ଶିମୀୟୋନ ଆପଣାକୁ ଇଙ୍ଗିତ କରୁଥିଲେ I

let ... depart

“ମୃତ୍ୟୁବରଣ” ଏକ ଶବ୍ଦବହୁଳ ଭାବରେ ବ୍ୟାଖ୍ୟାନ ଅଟେ (ଦେଖ: /WA-Catalog/or_tm?section=translate#figs-euphemism)

according to your word

ଏଠାରେ “ପ୍ରତିଜ୍ଞା” ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯେପରି ପ୍ରତିଜ୍ଞା କରିଥିଲ” (ଦେଖ: /WA-Catalog/or_tm?section=translate#figs-metonymy )

Luke 2:30

my eyes have seen

ଏହି ଅଭିବ୍ୟକ୍ତିର ଅର୍ଥ, “ମୁଁ ବ୍ୟକ୍ତିଗତ ଭାବରେ ଦେଖିଛି” ବା “ମୁଁ, ସ୍ୱୟଂ ନିଜେ ଦେଖିଛି” (ଦେଖ: /WA-Catalog/or_tm?section=translate#figs-synecdoche )

your salvation

ଏହି ଅଭିବ୍ୟକ୍ତି ସେହି ବ୍ୟକ୍ତିଙ୍କୁ ସୂଚିତ କରେ, ଯିଏ ପରିତ୍ରାଣ ଆଣିବେ - ଶିଶୁ ଯୀଶୁ - ଯାହାଙ୍କୁ ଶିମୀୟୋନ ତୋଳି ଧରିଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରେରଣ କରିଥିବା ତ୍ରାଣକର୍ତ୍ତା” ବା “ପରିତ୍ରାଣ କରିବା ନିମନ୍ତେ ତୁମ୍ଭେ ଯାହାଙ୍କୁ ପ୍ରେରଣ କରିଅଛ” (ଦେଖ: /WA-Catalog/or_tm?section=translate#figs-metonymy )

Luke 2:31

which you have prepared

ପୂର୍ବବର୍ତ୍ତୀ ପଦକୁ ତୁମେ କିପରି ଭାବରେ ଅନୁବାଦ କରିଛ ତାହା ଉପରେ ନିର୍ଭର କରି, ଏହାକୁ ହୁଏତ “ତୁମ୍ଭେ ଯାହାଙ୍କୁ” ବୋଲି ପରିବର୍ତ୍ତନ କରିବା ଆବଶ୍ୟକ ହୋଇପାରେ I

you have prepared

ଯୋଜନା କରିଛନ୍ତି ବା “ଘଟିବା ନିମନ୍ତେ ଦେଇଛନ୍ତି”

Luke 2:32

A light for revelation to the Gentiles

ଏହି ରୂପକର ଅର୍ଥ ଏହି ଯେ ଶିଶୁଟି ଲୋକମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ବୁଝିବା ନିମନ୍ତେ ସାହାଯ୍ୟ କରିବ I ବିଜାତୀୟମାନେ ଈଶ୍ୱରଙ୍କ ଇଚ୍ଛା ବୁଝିବା ସମ୍ପର୍କରେ କୁହାଯାଏ, ସତେ ଯେପରି ଏକ ସଘନ ବସ୍ତୁକୁ ଦେଖିବା ନିମନ୍ତେ ଲୋକମାନେ ଏକ ବାହ୍ୟିକ ଭୌତିକ ଆଲୋକ ବ୍ୟବହାର କରନ୍ତି I ତୁମକୁ ସ୍ପଷ୍ଟ ଭାବରେ କହିବା ଆବଶ୍ୟକ ଯେ ବିଜାତୀୟମାନେ କେଉଁ ବିଷୟକୁ ଦେଖିବେ I ବିକଳ୍ପ ଅନୁବାଦ: “ଏହି ଶିଶୁ ବିଜାତୀୟମାନଙ୍କୁ ଈଶ୍ୱରଙ୍କ ଇଚ୍ଛାକୁ ବୁଝିବା ନିମନ୍ତେ ସାହାଯ୍ୟ କରିବ ଯେପରି ଜ୍ୟୋତିଃ ଲୋକମାନଙ୍କୁ ସ୍ପଷ୍ଟ ଭାବରେ ଦେଖିବାକୁ ଦେଇଥାଏ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-explicit )

for revelation

କ’ଣ ପ୍ରକାଶିତ କରିବାକୁ ହେବ ତାହା ଉଲ୍ଲେଖ କରିବା ହୁଏତ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ତାହା ଈଶ୍ୱରଙ୍କ ସତ୍ୟ ପ୍ରକାଶିତ କରିବ” (ଦେଖ: /WA-Catalog/or_tm?section=translate#figs-explicit )

glory to your people Israel

ତୁମ୍ଭର ଲୋକ ଇସ୍ରାଏଲମାନଙ୍କ ନିମନ୍ତେ ଗୌରବ ଆଣିବା ସକାଶେ ସେ କାରଣସ୍ୱରୂପ ହେବ I

Luke 2:33

what was said about him

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ସମ୍ପର୍କରେ ଯେଉଁ ବିଷୟସବୁ ଶିମୀୟୋନ କହିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 2:34

said to Mary his mother

ଶିଶୁଙ୍କ ମାତା ମରିୟମଙ୍କୁ କହିଲେ I ଏହା ସୁନିଶ୍ଚିତ କର ଯେ, ମରିୟମ ଶିମୀୟୋନଙ୍କର ମାତା ଅଟନ୍ତି ବୋଲି ନ ଲାଗିବ I

Behold

ମରିୟମଙ୍କୁ କହିବା ନିମନ୍ତେ ଶିମୀୟୋନ ଏହି ଅଭିବ୍ୟକ୍ତିକୁ ବ୍ୟବହାର କରୁଛନ୍ତି ଯେ ସେ ଯାହା କହିବାକୁ ଯାଉଛନ୍ତି ତାହା ତାଙ୍କ ନିମନ୍ତେ ଅତି ମହତ୍ଵପୂର୍ଣ୍ଣ ଅଟେ I

this child is appointed for the downfall and rising up of many people in Israel

ଈଶ୍ୱରଙ୍କଠାରୁ ବିମୁଖ ହେବା ଏବଂ ଈଶ୍ୱରଙ୍କ ନିକଟତର ହେବା ବିଷୟକୁ “ପତନ” ଏବଂ “ଉତ୍ଥାନ” ଶବ୍ଦଗୁଡିକ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଏହି ଶିଶୁ ଇସ୍ରାଏଲରେ ଅନେକଙ୍କୁ ଈଶ୍ୱରଙ୍କଠାରୁ ପତିତ ହେବା ନିମନ୍ତେ କିମ୍ବା ଈଶ୍ୱରଙ୍କର ନିକଟତର ହେବାରେ କାରଣସ୍ୱରୂପ ହେବ” (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-activepassive )

Luke 2:35

the thoughts of many hearts may be revealed

ଏହି ସ୍ଥାନରେ “ହୃଦୟଗୁଡିକ” ଲୋକମାନଙ୍କ ଅନ୍ତରସ୍ଥ ବ୍ୟକ୍ତିତ୍ଵ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ଏହାକୁ ସକ୍ରିୟ ରୂପରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ସେ ହୁଏତ ଅନେକ ଲୋକମାନଙ୍କର ଭାବନାକୁ ପ୍ରକାଶ କରିବେ” ବା “ଲୋକମାନେ ଗୁପ୍ତରେ ଚିନ୍ତା କରୁଥିବା ବିଷୟକୁ ସେ ପ୍ରକାଶ କରିବେ” (ଦେଖ: /WA-Catalog/or_tm?section=translate#figs-metonymyଏବଂ /WA-Catalog/or_tm?section=translate#figs-activepassive )

Luke 2:36

A prophetess named Anna was also there

ଏହା କାହାଣୀ ମଧ୍ୟକୁ ଏକ ନୂତନ ଅଂଶଗ୍ରହଣକାରୀଙ୍କର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-participants )

Phanuel

ଏହା ଜଣେ ମନୁଷ୍ୟର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names )

seven years

7 ବର୍ଷ (ଦେଖ: /WA-Catalog/or_tm?section=translate#translate-numbers )

after her virginity

ସେ ତାଙ୍କୁ ବିବାହ କରିବା ପରେ

Luke 2:37

was a widow for eighty-four years

ସମ୍ଭାବ୍ୟ ଅର୍ଥଗୁଡିକ 1) ସେ 84 ବର୍ଷ ଧରି ବିଧବା ହୋଇ ରହିଛନ୍ତି କିମ୍ବା 2) ସେ ଜଣେ ବିଧବା ଥିଲେ ଏବଂ ବର୍ତ୍ତମାନ ସେ 84 ବର୍ଷ ବୟସ୍କା ଅଟନ୍ତି I (ଦେଖ: /WA-Catalog/or_tm?section=translate#translate-numbers )

never left the temple

ଏହା ହୁଏତ ଏକ ଅତିରଞ୍ଜିତ ଅର୍ଥ ହୋଇପାରେ ଯେ ସେ ମନ୍ଦିରରେ ଏତେ ଦୀର୍ଘ ବର୍ଷ କାଟିଥିଲେ ଓ ସତେ ଯେପରି ସେ ଏହା ଛାଡି ଅନ୍ୟତ୍ର ଯାଇ ନ ଥିଲେ I ବିକଳ୍ପ ଅନୁବାଦ: “ସର୍ବଦା ମନ୍ଦିରରେ ରହୁଥିଲେ” କିମ୍ବା “ଅନେକ ସମୟରେ ମନ୍ଦିରରେ ରହୁଥିଲେ” (ଦେଖ: /WA-Catalog/or_tm?section=translate#figs-hyperbole )

with fastings and prayers

ଅନେକ ଥର ଖାଦ୍ୟ ଗ୍ରହଣରୁ ପୃଥକ୍ ରହୁଥିଲେ ଏବଂ ଅନେକ ପ୍ରାର୍ଥନା ଉତ୍ସର୍ଗ କରୁଥିଲେ

Luke 2:38

Coming up to them

ସେମାନଙ୍କୁ ଭେଟିଲେ ବା “ମରିୟମ ଓ ଯୋଷେଫଙ୍କ ନିକଟକୁ ଗଲେ”

the redemption of Jerusalem

ଏଠାରେ “ମୁକ୍ତି” ଶବ୍ଦ ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି ଯିଏ ତାହା କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଯିରୂଶାଲମକୁ ମୁକ୍ତ କରିବେ” ବା “ଯେଉଁ ବ୍ୟକ୍ତି ଯିରୁଶାଲମ ପ୍ରତି ଈଶ୍ୱରଙ୍କ ଆଶୀର୍ବାଦ ଏବଂ ଅନୁଗ୍ରହ ଫେରାଇ ଆଣିବେ” (ଦେଖ: /WA-Catalog/or_tm?section=translate#figs-metonymy)

Luke 2:39

Connecting Statement:

ମରିୟମ, ଯୋଷେଫ, ଓ ଯୀଶୁ ବେଥଲିହିମ ନଗର ପରିତ୍ୟାଗ କଲେ ଏବଂ ତାଙ୍କ ବାଲ୍ୟବସ୍ଥା ପାଇଁ ନାଜରିତ ନଗରକୁ ଫେରି ଆସିଲେ I

that was according to the law of the Lord

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କରିବା ନିମନ୍ତେ ପ୍ରଭୁଙ୍କ ବ୍ୟବସ୍ଥା ସେମାନଙ୍କଠାରୁ ଆବଶ୍ୟକ କରୁଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

their own town of Nazareth

ଏହି ପଦର ଅର୍ଥ ସେମାନେ ନାଜରିତରେ ବାସ କଲେ I ସୁନିଶ୍ଚିତ କର ଯେ ସେମାନେ ସେହି ନଗରର ମାଲିକ ଥିଲେ ପରି ଜଣା ନ ପଡ଼ିବ I ବିକଳ୍ପ ଅନୁବାଦ: “ନାଜରିତ ସହର, ଯେଉଁଠି ସେମାନେ ବାସ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit )

Luke 2:40

being filled with wisdom

ଅଧିକ ଜ୍ଞାନୀ ହେବା ବା “ଜ୍ଞାନପୂର୍ଣ୍ଣ ବିଷୟମାନ ଶିକ୍ଷା ଲାଭ କରିବା”

the grace of God was upon him

ଈଶ୍ୱର ତାଙ୍କୁ ଆଶୀର୍ବାଦ କଲେ ବା “ଈଶ୍ୱର ବିଶେଷ ଭାବରେ ତାଙ୍କ ସହିତ ଥିଲେ”

Luke 2:41

Connecting Statement:

ଯେତେବେଳେ ଯୀଶୁ ବାର ବର୍ଷ ବୟସ୍କ ହେଲେ, ସେ ତାଙ୍କ ପରିବାର ସହିତ ଯିରୂଶାଲମକୁ ଗଲେ I ସେ ସେଠାରେ ଥିବାବେଳେ, ମନ୍ଦିରର ଗୁରୁମାନଙ୍କୁ ପ୍ରଶ୍ନ ପଚାରୁଥିଲେ ଏବଂ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଉଥିଲେ I

his parents went ... the Festival of the Passover

ଏହା ପୃଷ୍ଠଭୂମି ସମ୍ପର୍କୀୟ ତଥ୍ୟ ଅଟେ I (ଦେଖ : /WA-Catalog/or_tm?section=translate#writing-background )

his parents

ଯୀଶୁଙ୍କର ପିତାମାତା

Luke 2:42

they again went up

ଇସ୍ରାଏଲର ଅନ୍ୟ ଯେ କୌଣସି ସ୍ଥାନଠାରୁ ଯିରୁଶାଲମ ଉଚ୍ଚ ସ୍ଥଳରେ ଥିଲା, ତେଣୁ ଏହା ଇଶ୍ରାଏଲୀୟମାନଙ୍କ ନିମନ୍ତେ କହିବା ସ୍ୱାଭାବିକ ଯେ ସେମାନେ ଯିରୁଶାଲମକୁ ଉଚ୍ଚତର ସ୍ଥାନକୁ ଯାଉଛନ୍ତି I

at the customary time

ସ୍ୱାଭାବିକ ସମୟରେ ବା “ଯେପରି ସେମାନେ ପ୍ରତିବର୍ଷ କରନ୍ତି”

the feast

ଏହା ନିସ୍ତାରପର୍ବର ଆଉ ଏକ ନାମ ଅଟେ, ଯେହେତୁ ଏଥିରେ ପର୍ବଜନିତ ଖାଦ୍ୟ ଭୋଜନ କରିବା ବିଷୟ ଜଡିତ ଥିଲା I

Luke 2:43

After they had stayed the full number of days for the feast

ଯେତେବେଳେ ପର୍ବ ପାଳନର ସମୁଦାୟ ସମୟ ସମ୍ପୂର୍ଣ୍ଣ ହେଲା, କିମ୍ବା “ଆବଶ୍ୟକୀୟ ସଂଖ୍ୟକ ଦିବସଗୁଡିକ ପର୍ବପାଳନ କରିବା ପରେ”

Luke 2:44

assuming that

ସେମାନେ ଭାବିଲେ

they went a day's journey

ସେମାନେ ଗୋଟିଏ ଦିନ ଯାତ୍ରା କଲେ ବା “ଗୋଟିଏ ଦିନରେ ଲୋକମାନେ ଯେତେ ଦୂର ଚାଲି ଯାଇ ପାରନ୍ତି ସେମାନେ ସେତିକି ଦୂର ଗଲେ”

Luke 2:46

It came about that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବାନିମନ୍ତେ ଏହି ପଦ ଏସ୍ଥାନରେ ବ୍ୟବହୃତ ହୋଇଛି I ତୁମ ନିଜ ଭାଷାରେ ଯଦି ଏହା କରିବା ନିମନ୍ତେ କିଛି ଉପାୟ ଅଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାର I

in the temple

ଏହା ମନ୍ଦିରର ଚାରିପାଖେ ଥିବା ପ୍ରାଙ୍ଗଣକୁ ବୁଝାଏ I କେବଳ ଯାଜକମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଥିଲା I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରାଙ୍ଗଣରେ” ବା “ମନ୍ଦିରରେ” (ଦେଖ: /WA-Catalog/or_tm?section=translate#figs-explicit )

in the middle

ଏହା ସଠିକ୍ କେନ୍ଦ୍ରକୁ ବୁଝାଏ ନାହିଁ I ବରଂ ଏହାର ଅର୍ଥ “ମଧ୍ୟରେ” ବା “ଏକତ୍ର ସହିତ” ବା “ତଦ୍ୱାରା ପରିବେଷ୍ଟିତ I”

the teachers

ଧର୍ମଗୁରୁମାନେ ବା “ଯେଉଁମାନେ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଉଥିଲେ”

Luke 2:47

And all those who heard him were amazed

ସେମାନେ ବୁଖିପାରିଲେ ନାହିଁ ଯେ କିପରି ବାର ବର୍ଷ ବୟସର ଜଣେ ବାଳକ କୌଣସି ଧର୍ମସଂକ୍ରାନ୍ତୀୟ ଶିକ୍ଷା ନ ଥାଇ ଏତେ ଉତ୍ତମ ଭାବରେ ଉତ୍ତର ଦେଇପାରିଲା I

at his understanding

ସେ କେତେ ବେଶୀ ବୁଝିଥଲେ ବୋଲି ବା “ସେ ଈଶ୍ୱରଙ୍କ ବିଷୟରେ ଏତେ ବେଶୀ ବିଷୟ ବୁଝିଥିଲେ”

his answers

ସେ କେତେ ସଠିକ୍ ଭାବରେ ସେମାନଙ୍କୁ ଉତ୍ତର ଦେଲେ ବା “ଯେ ସେ ଏତେ ଉତ୍ତମ ଭାବରେ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଲେ ”

Luke 2:48

When they saw him

ଯେତେବେଳେ ମରିୟମ ଓ ଯୋଷେଫ ଯୀଶୁଙ୍କୁ ପାଇଲେ

why have you treated us this way?

ଏହା ଏକ ପରୋକ୍ଷ ଅନୁଯୋଗ ଥିଲା କାରଣ ସେ ଗୃହକୁ ଫେରି ଯିବା ବେଳେ ସେମାନଙ୍କ ସହିତ ଯାଇ ନ ଥିଲେ I ଏହା ତାଙ୍କ ସମ୍ପର୍କରେ ସେମାନଙ୍କୁ ଉଦବିଗ୍ନ କରିଥିଲା I ବିକଳ୍ପ ଅନୁବାଦ: “ତୁମର ଆମ୍ଭମାନଙ୍କ ପ୍ରତି ଏପରି କରିବା ଉଚିତ ନ ଥିଲା !” (ଦେଖ: /WA-Catalog/or_tm?section=translate#figs-rquestion )

Look

ଏକ ନୂତନ ବା ମହତ୍ତ୍ଵପୂର୍ଣ୍ଣ ଘଟଣାର ଆରମ୍ଭକୁ ଦର୍ଶାଇବା ନିମନ୍ତେ ଏହି ଶବ୍ଦ ଅନେକ ସମୟରେ ବ୍ୟବହୃତ ହୋଇଛି I ଏହା ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇପାରିବ I ଯଦି ତୁମର ଭାଷାରେ ଏକ ପଦ ରହିଛି ଯାହା ଏଭଳି ଭାବରେ ବ୍ୟବହୃତ ହୋଇଛି, ତେବେ ବିଚାର କର ଯେ ତାକୁ ଏଠାରେ ବ୍ୟବହାର କରିବା ସ୍ୱାଭାବିକ ହେବ ନା ନାହିଁ I

Luke 2:49

Why is it that you were searching for me?

ଯୀଶୁ ଆପଣା ପିତାମାତାଙ୍କୁ ଲଘୁ ଅନୁଯୋଗ କରିବା ନିମନ୍ତେ ଦୁଇଟି ପ୍ରଶ୍ନ ବ୍ୟବହାର କଲେ, ଏବଂ ସେମାନଙ୍କୁ କହିବା ଆରମ୍ଭ କଲେ ଯେ ତାହାଙ୍କ ସ୍ୱର୍ଗସ୍ଥ ପିତାଙ୍କର ଏକ ଉଦ୍ଦେଶ୍ୟ ରହିଛି, ଯାହା ସେମାନେ ବୁଝିନାହାନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ମୋ’ ବିଷୟରେ ଉଦବିଗ୍ନ ହେବା ଆବଶ୍ୟକ ନ ଥିଲା I” (ଦେଖ: /WA-Catalog/or_tm?section=translate#figs-rquestion )

Did you not know ... my Father's house?

ଯୀଶୁ ଏହି ଦ୍ୱିତୀୟ ପ୍ରଶ୍ନ ବ୍ୟବହାର କରି କହିବାକୁ ଯତ୍ନ କଲେ ଯେ ତାଙ୍କର ପିତାମାତା ଜାଣିବା ଆବଶ୍ୟକ ଥିଲା ଯେ କେଉଁ ଉଦ୍ଦେଶ୍ୟରେ ପିତା ତାଙ୍କୁ ପ୍ରେରଣ କଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିବା ଆବଶ୍ୟକ ଥିଲା .... କାର୍ଯ୍ୟ” (ଦେଖ: /WA-Catalog/or_tm?section=translate#figs-rquestion )

in my Father's house

ସମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଏହି ଶବ୍ଦଗୁଡ଼ିକୁ ଆକ୍ଷରିକ ଅର୍ଥ ସହିତ କହିଥିଲେ, ଯେପରି ତାହା ସୂଚାଇବ ଯେ ସେ ତାଙ୍କ ପିତା ଦେଇଥିବା କାର୍ଯ୍ୟସାଧନ କରୁଛନ୍ତି, ବା 2) ସେହି ଶବ୍ଦଗୁଡିକ ଋଢ଼ୋକ୍ତି ଅଟେ ଯାହା ସୂଚାଏ ଯେ ଯୀଶୁ କେଉଁଠାରେ ଥିଲେ, “ମୋହର ପିତାଙ୍କ ଗୃହରେ I” ଯେହେତୁ ପରବର୍ତ୍ତୀ ପଦ କୁହେ ଯେ ତାଙ୍କ ପିତାମାତା ସେ ସେମାନଙ୍କୁ ଯାହା କହୁଥିଲେ ତାହା ବୁଝିଲେ ନାହିଁ, ଏହାକୁ ଆଉ ଅଧିକ ବ୍ୟାଖ୍ୟା ନ କରିବା ସର୍ବୋତ୍ତମ ହେବ I

my Father's house

12 ବର୍ଷ ବୟସରେ, ଈଶ୍ୱରଙ୍କ ପୁତ୍ର ଯୀଶୁ, ବୁଝିଥିଲେ ଯେ ଈଶ୍ୱର ତାହାଙ୍କ ବାସ୍ତବ ପିତା ଅଟନ୍ତି, (ମରିୟମଙ୍କ ସ୍ୱାମୀ, ଯୋଷେଫ ନୁହେଁ) I (ଦେଖ:/WA-Catalog/or_tm?section=translate#guidelines-sonofgodprinciples )

Luke 2:51

Then he went down with them

ମରିୟମ ଏବଂ ଯୋଷେଫଙ୍କ ସହିତ ଯୀଶୁ ଗୃହକୁ ବାହୁଡି ଗଲେ I

was obedient to them

ସେମାନଙ୍କ ବଶୀଭୂତ ହେଲେ ବା “ସର୍ବଦା ସେମାନଙ୍କର ବାଧ୍ୟ ହେଉଥିଲେ”

treasured all these things in her heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I ବିକଳ୍ପ ଅନୁବାଦ: “ ଯତ୍ନପୂର୍ବକ ଏହି ସମସ୍ତ ବିଷୟଗୁଡିକୁ ସ୍ମରଣରେ ରଖିଲେ” (ଦେଖ: /WA-Catalog/or_tm?section=translate#figs-metonymy )

Luke 2:52

continued to increase in wisdom and stature

ଅଧିକ ଜ୍ଞାନବାନ ଏବଂ ବଳବାନ ହେଲେ I ଏହା ମାନସିକ ଏବଂ ଶାରୀରିକ ବୃଦ୍ଧିକୁ ସୂଚାଏ I

increased in favor with God and people

ଏହା ଆତ୍ମିକ ଏବଂ ସାମାଜିକ ବୃଦ୍ଧିକୁ ସୂଚାଏ Iଏହିସବୁକୁ ପୃଥକ୍ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତାଙ୍କୁ ଅଧିକରୁ ଅଧିକତର ଆଶୀର୍ବାଦ କଲେ, ଏବଂ ଲୋକମାନେ ଅଧିକରୁ ଅଧିକତର ତାଙ୍କୁ ପସନ୍ଦ କଲେ”