Luke 1

ଲୂକ 01 ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ଆକୃତି ପ୍ରଦାନ

କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ପାଠ କରିବା ନିମନ୍ତେ ସହଜ କରିବା ପାଇଁ ପାଠ୍ୟାଂଶର ବାକି ଅଂଶ ଅପେକ୍ଷା ଆହୁରି ଅଧିକ ଡାହାଣ ପାଖକୁ ରଖନ୍ତି I ULT 1:46-55, 68-79 ରେ ଥିବା କବିତାକୁ ଏହି ପ୍ରକାର କରିଥାଏ I

ଏହି ପର୍ବରେ ବିଶେଷ ଚିନ୍ତାଧାରାଗୁଡିକ

“ସେ ଯୋହନ ବୋଲି ଖ୍ୟାତ ହେବେ”

ପ୍ରାଚୀନ ନିକଟ-ପ୍ରାଚ୍ୟ ଦେଶରେ ଅଧିକାଂଶ ଲୋକ ଗୋଟିଏ ଶିଶୁକୁ ସେମାନଙ୍କ ପରିବାରଗୁଡିକର ଜଣକର ନାମ ସହିତ ସମାନ ନାମ ଦେଇଥାଆନ୍ତି I ଏଲିଶାବେଥ୍ ଓ ଜିଖରିୟ ସେମାନଙ୍କ ପୁଅର ନାମ ଯୋହନ ଦେବା ଦେଖି ଲୋକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ସେମାନଙ୍କ ପରିବାର ମଧ୍ୟରେ କାହାରି ସେହି ନାମ ନ ଥିଲା I

ଏହି ଅଧ୍ୟାୟରେ ଥିବା ମହତ୍ତ୍ଵପୂର୍ଣ୍ଣ ଆଳଙ୍କାରିକ ବାକ୍ୟ

ଲୂକଙ୍କର ଭାଷା ସରଳ ଓ ସିଧାସଳଖ ଅଟେ I ସେ ବହୁତଗୁଡିଏ ଆଳଙ୍କାରିକ ବାକ୍ୟ ବ୍ୟବହାର କରନ୍ତି ନାହିଁ I

Luke 1:1

General Information:

ଲୂକ କାହିଁକି ଥିୟଫିଲଙ୍କ ପାଖକୁ ଲେଖିଲେ, ତାହା ସେ ବ୍ୟାଖ୍ୟା କରୁଛନ୍ତି I

concerning the things that have been fulfilled among us

ଯେଉଁସବୁ ବିଷୟ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି ବା “ଯେଉଁ ଘଟଣାଗୁଡିକ ଆମ୍ଭମାନଙ୍କ ମଧ୍ୟରେ ଘଟିଅଛି,” ସେହିସବୁ ବିଷୟରେ

among us

କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଥିୟଫିଲ କିଏ ଥିଲେ I ଯଦି ସେ ଜଣେ ଖ୍ରୀଷ୍ଟିଆନ ଥିଲେ, ତେବେ ଏଠାରେ “ଆମର” ଶବ୍ଦ ତାହାଙ୍କୁ ଅନ୍ତର୍ଭୁକ୍ତ କରିବ ଓ ଯଦି ନୁହେଁ, ତେବେ ବାଦ ଦେଇ ଦେବ I (ଦେଖ:/WA-Catalog/or_tm?section=translate#figs-inclusive/WA-Catalog/or_tm?section=translate#figs-exclusive)

Luke 1:2

who were eyewitnesses and servants of the word

ଜଣେ “ଚାକ୍ଷୁଷସାକ୍ଷୀ” ଏକ ବ୍ୟକ୍ତି ଯିଏ କିଛି ଘଟିଥିବା ଦେଖିଛି, ଓ ବାକ୍ୟର ଜଣେ ସେବକ ଏଭଳି ଏକ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ଦ୍ବାରା ତାଙ୍କର ସେବା କରିଥାଏ I ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ ଯେ କିପରି ସେମାନେ ବାକ୍ୟର ସେବକଗଣ ଥିଲେ I ବିକଳ୍ପ ଅନୁବାଦ: ଯାହା ଘଟିଥିଲା ତାହା ଦେଖିଥିଲେ ଓ ଲୋକମାନଙ୍କୁ ଈଶ୍ୱରଙ୍କ ସମ୍ବାଦ କହିବା ଦ୍ବାରା ତାଙ୍କର ସେବା କଲେ” (ଦେଖ: /WA-Catalog/or_tm?section=translate#figs-explicit)

servants of the word

“ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: /WA-Catalog/or_tm?section=translate#figs-synecdoche )

Luke 1:3

having investigated

ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I

most excellent Theophilus

ଥିୟଫିଲଙ୍କ ନିମନ୍ତେ ସମ୍ମାନ ଓ ସମାଦର ପ୍ରଦର୍ଶନ କରିବା ନିମନ୍ତେ ଲୂକ ଏହା କହିଲେ I ଏହାର ଅର୍ଥ ଏପରି ହୋଇପାରେ ଯେ ଥିୟଫିଲ ଜଣେ ମହତ୍ତ୍ଵପୂର୍ଣ୍ଣ ସରକାରୀ ପଦାଧିକାରୀ ଥିଲେ I ଏହି ବିଭାଗ ସେହି ଶୈଳୀ ବ୍ୟବହାର କରିବା ଉଚିତ ଯାହା ତୁମର ସଂସ୍କୃତି ଉଚ୍ଚ ପଦବୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରେ I କିଛି ଲୋକ ମଧ୍ୟ ଏହି ସମ୍ବୋଧନକୁ ଆରମ୍ଭରେ ରଖିବା ନିମନ୍ତେ ପସନ୍ଦ କରି ଏପରି କହି ପାରନ୍ତି,” ଥିୟଫିଲଙ୍କ ପ୍ରତି” କିମ୍ବା ପ୍ରିୟ... ଥିୟଫିଲ I”

most excellent

ସମ୍ମାନୀୟ ବା “ସମ୍ଭ୍ରାନ୍ତ”

Theophilus

ଏହି ନାମର ଅର୍ଥ “ଈଶ୍ୱରଙ୍କ ବନ୍ଧୁ I” ଏହା ଏହି ବ୍ୟକ୍ତିଙ୍କର ଚରିତ୍ରକୁ ବର୍ଣ୍ଣନା କରିପାରେ ବା ଏହା ହୁଏତ ତାହାଙ୍କ ପ୍ରକୃତ ନାମ ଥିଲା I ଅନେକ ଅନୁବାଦକ ଏହା ତାଙ୍କର ନାମ ବୋଲି କହନ୍ତି I (ଦେଖ: /WA-Catalog/or_tm?section=translate#translate-names)

Luke 1:5

General Information:

ଜିଖରିୟ ଏବଂ ଏଲିଶାବେଥଙ୍କର ପରିଚୟ ପ୍ରଦାନ କରାଯାଇଛି I ଏହି ପଦଗୁଡିକ ସେମାନଙ୍କ ପୃଷ୍ଠଭୂମିଜନିତ ତଥ୍ୟ ଦିଏ I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ଯୋହନଙ୍କ ଜନ୍ମ ସମ୍ପର୍କରେ ଦୂତ ଭାବବାଣୀ କହନ୍ତି I

In the days of Herod, king of Judea

“ସେହି ସମୟରେ” ପଦଟି ଏକ ନୂତନ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା I ବିକଳ୍ପ ଅନୁବାଦ : “ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ “(ଦେଖ: /WA-Catalog/or_tm?section=translate#writing-newevent )

there was a certain priest

ଏକ ନିର୍ଦ୍ଧିଷ୍ଟ ବିଷୟ ଥିଲା ବା “ସେଠାରେ ଏକ ବିଷୟ ଥିଲା I” ଗୋଟିଏ କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦେବା ପାଇଁ ଏହା ଏକ ଶୈଳୀ ଅଟେ I ତୁମର ଭାଷା ଏହା କିପରି କରିଥାଏ, ତାହା ବିବେଚନା କର I (ଦେଖ: /WA-Catalog/or_tm?section=translate#writing-participants)

the division

ଏହା ଯାଜକମାନଙ୍କୁ ସୂଚାଏ ବୋଲି ବୁଝିହୁଏ I ବିକଳ୍ପ ଅନୁବାଦ: “ ଯାଜକମାନଙ୍କ ବିଭାଗ” ବା “ଯାଜକମାନଙ୍କ ଦଳ” (ଦେଖ: /WA-Catalog/or_tm?section=translate#figs-explicit)

of Abijah

ସେ ଅବିୟଙ୍କ ଦଳର ଥିଲେ I ଅବିୟ ଏହି ଯାଜକମାନଙ୍କ ଦଳର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହାରୋଣଙ୍କ ବଂଶଧର ଥିଲେ, ଯିଏ ପ୍ରଥମ ଈଶ୍ରାୟେଲୀୟ ଯାଜକ ଥିଲେ I

His wife was from the daughters of Aaron

ତାଙ୍କ ଭାର୍ଯ୍ୟା ହାରୋଣଙ୍କ ବଂଶର କନ୍ୟା ଥିଲେ I ଏହାର ଅର୍ଥ ସେ ଜିଖରିୟଙ୍କ ପରି ସମାନ ଯାଜକମାନଙ୍କ ବଂଶର ଥିଲେ I ବିକଳ୍ପ ଅନୁବାଦ : “ତାଙ୍କ ଭାର୍ଯ୍ୟା ମଧ୍ୟ ହାରୋଣଙ୍କ ବଂଶଜାତ ଥିଲେ” ବା “ଜିଖରିୟ ଓ ଏଲିଶାବେଥ ଉଭୟେ ହାରୋଣଙ୍କ ବଂଶଜାତ ଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

from the daughters of Aaron

ହାରୋଣଙ୍କଠାରୁ ଜାତ ଥିଲେ I

Luke 1:6

before God

ଈଶ୍ୱରଙ୍କ ଦୃଷ୍ଟିରେ ବା “ଈଶ୍ୱରଙ୍କ ମତରେ”

all the commandments and statutes of the Lord

ପ୍ରଭୁ ଯାହା ସବୁ ଆଜ୍ଞା ଦେଇଥିଲେ ଓ ଯାହା ସବୁ ପାଳନ କରିବା ଆବଶ୍ୟକ ଥିଲା

Luke 1:7

But

ଏହି ବିପରୀତାର୍ଥକ ଶବ୍ଦ ଦର୍ଶାଏ ଯେ, ଏହା ପରେ ଯାହା ଘଟିଥିଲା ତାହା ଅପେକ୍ଷାର ବିପରୀତ ଅଟେ I ଲୋକମାନେ ଅପେକ୍ଷା କରୁଥିଲେ ଯେ ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ଈଶ୍ୱର ସେମାନଙ୍କୁ ସନ୍ତାନସନ୍ତତି ଦେବେ I ଯଦିଓ ଏହି ଦମ୍ପତ୍ତି ଉତ୍ତମ କାର୍ଯ୍ୟ କରୁଥିଲେ, ତଥାପି ସେମାନଙ୍କର କୌଣସି ସନ୍ତାନ ନ ଥିଲା I

Luke 1:8

Now it came about

କାହାଣୀରେ ପୃଷ୍ଠଭୂମି ତଥ୍ୟଠାରୁ କାହାଣୀର ପାତ୍ରମାନଙ୍କ ଆଡ଼କୁ ପରିବର୍ତ୍ତିତ ହେବା ବିଷୟକୁ ଚିହ୍ନିତ କରିବା ନିମନ୍ତେ ଏହି ପଦଟି ବ୍ୟବହାର କରାଯାଇଛି I

while Zechariah was performing his priestly duties before God

ଏହା ସୂଚାଏ ଯେ ଜିଖରିୟ ଈଶ୍ୱରଙ୍କ ମନ୍ଦିରରେ ଥିଲେ ଏବଂ ଏହି ଯାଜକୀୟ କର୍ତ୍ତବ୍ୟକର୍ମଗୁଡିକ ଈଶ୍ୱରଙ୍କ ଉପାସନା କରିବାର ଅଂଶବିଶେଷ ଥିଲା I (ଦେଖ: /WA-Catalog/or_tm?section=translate#figs-explicit)

in the order of his division

ଯେତେବେଳେ ତାଙ୍କ ଦଳର ପାଳି ପଡିଲା ବା “ଯେତେବେଳେ ତାଙ୍କ ଦଳର ସେବା କରିବାର ସମୟ ଆସିଲା”

Luke 1:9

According to the custom of the priesthood ... to burn incense

ଏହି ବାକ୍ୟ ଯାଜକୀୟ କର୍ତ୍ତବ୍ୟକର୍ମ ସମ୍ପର୍କରେ ଆମକୁ ତଥ୍ୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-background)

the custom

ପାରମ୍ପରିକ ପ୍ରଥା ବା “ସେମାନଙ୍କର ଚିରାଚରିତ ଉପାୟ

he was chosen by lot

ଗୁଳିବାଣ୍ଟ ଏକ ଚିହ୍ନିତ ପ୍ରସ୍ତର ଅଟେ ଯାହା ଭୂଇଁରେ ଗଡାଇ ବା ପକାଇ ଦିଆଯାଉଥିଲା ଯେପରି ତାହା ସେମାନଙ୍କୁ କୌଣସି ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିବ I ଯାଜକମାନେ ବିଶ୍ୱାସ କରୁଥିଲେ ଯେ କେଉଁ ଯାଜକଙ୍କୁ ସେମାନେ ମନୋନୀତ କରନ୍ତୁ ବୋଲି ସେ ଚାହୁଁଥିଲେ ତାହା ସ୍ଥିର କରିବା ନିମନ୍ତେ ଈଶ୍ୱର ଗୁଳିବାଣ୍ଟ ଦ୍ବାରା ସେମାନଙ୍କୁ କଢାଇ ନେଉଥିଲେ I

to burn incense

ମନ୍ଦିର ଭିତରେ ପ୍ରତି ପ୍ରଭାତରେ ଓ ସନ୍ଧ୍ୟା ବେଳେ ଏକ ବିଶେଷ ବେଦି ନିକଟରେ ଯାଜକମାନଙ୍କୁ ଈଶ୍ୱରଙ୍କ ନିକଟରେ ନୈବେଦ୍ୟ ଭାବରେ ସୁଗନ୍ଧି ଧୂପ ଜାଳିବାକୁ ପଡୁଥିଲା I

Luke 1:10

the whole crowd of people

ବହୁସଂଖ୍ୟକ ଲୋକ ବା “ଅନେକ ଲୋକ”

outside

ପ୍ରାଙ୍ଗଣ ହେଉଛି ମନ୍ଦିରକୁ ଘେରି ରହିଥିବା ଆବଦ୍ଧ ଅଞ୍ଚଳ I ବିକଳ୍ପ ଅନୁବାଦ: “ମନ୍ଦିର ଗୃହର ବାହାରେ” ବା “ମନ୍ଦିର ବାହାରେ ଥିବା ପ୍ରାଙ୍ଗଣରେ” (ଦେଖ /WA-Catalog/or_tm?section=translate#figs-explicit )

at the hour

ଏକ ନିର୍ଦ୍ଧିଷ୍ଟ ସମୟରେ I ଏହା ଅସ୍ପଷ୍ଟ ଯେ ଏହି ଧୂପ ଜ୍ୱଳାଇବା ସମୟ ପ୍ରାତଃକାଳ ଥିଲା ନା ସନ୍ଧ୍ୟାକାଳ ଥିଲା I

Luke 1:11

Connecting Statement:

ଯେତେବେଳେ ଜିଖରିୟ ମନ୍ଦିରରେ ଆପଣାର କର୍ତ୍ତବ୍ୟ କର୍ମ କରୁଥିଲେ, ଈଶ୍ୱରଙ୍କ ନିକଟରୁ ଜଣେ ଦୂତ ତାଙ୍କୁ ଏକ ସମ୍ବାଦ ଦେବାକୁ ଆସିଲେ I

Then

ଏହି ବାକ୍ୟ କାହାଣୀରେ କାର୍ଯ୍ୟର ଆରମ୍ଭକୁ ଚିହ୍ନିତ କରେ I

appeared to him

ହଠାତ୍ ତାଙ୍କ ନିକଟକୁ ଆସିଲେ କିମ୍ବା “ ହଠାତ୍ ଜିଖରିୟଙ୍କ ନିକଟରେ ଉପସ୍ଥିତ ହେଲେ I” ଏହା ପ୍ରକାଶ କରେ ଯେ ଦୂତ ଜିଖରିୟଙ୍କ ନିକଟରେ ଉପସ୍ଥିତ ଥିଲେ, ଏବଂ ଏହା କେବଳ ଏକ ଦର୍ଶନ ନ ଥିଲା I

Luke 1:12

Zechariah was troubled ... fear fell on him

ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥକୁ ବୁଝାଏ, ଏବଂ ଜିଖରିୟ ଯେ କେତେଦୂର ଭୟଗ୍ରସ୍ତ ଥିଲେ ତହିଁ ପ୍ରତି ଗୁରୁତ୍ୱ ଆରୋପ କରେ I

When Zechariah saw him

ଯେତେବେଳେ ଜିଖରିୟ ଦୂତଙ୍କୁ ଦେଖିଲେ I ଜିଖରିୟ ଭୟଭୀତ ହେଲେ କାରଣ ଦୂତଙ୍କ ପ୍ରକାଶିତ ହେବା ବିଷୟ ଭୟଜନକ ଥିଲା I ସେ କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ, ତେଣୁ ଦୂତ ତାଙ୍କୁ ଦଣ୍ଡ ଦେବେ ବୋଲି ସେ ଭୟଭୀତ ହୋଇ ନ ଥିଲେ I

fear fell on him

ଏଠାରେ ଭୟକୁ ଏପରି ବର୍ଣ୍ଣନା କରାଯାଇଛି ସତେ ଯେପରି କିଛି ଗୋଟିଏ ବିଷୟ ଜିଖରିୟଙ୍କୁ ଆକ୍ରମଣ କଲା ବା କବଳିତ କଲା I (ଦେଖ /WA-Catalog/or_tm?section=translate#figs-metaphor)

Luke 1:13

Do not be afraid

ମୋତେ ଭୟ କରିବା ବନ୍ଦ କର, ବା “ତୁମର ମୋ’ ପ୍ରତି ଭୟଭୀତ ହେବା ଅନାବଶ୍ୟକ ଅଟେ I”

your prayer has been heard

ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ଏହା ସୂଚାଏ ଯେ ଈଶ୍ୱର ଜିଖରିୟଙ୍କୁ ତାଙ୍କ ନିବେଦନର ବିଷୟସବୁ ଦେବେ I ବିକଳ୍ପ ଅନୁବାଦ : “ ଈଶ୍ୱର ତୁମର ପ୍ରାର୍ଥନା ଶୁଣିଛନ୍ତି ଏବଂ ତୁମେ ନିବେଦନ କରିଥିବା ବିଷୟ ପ୍ରଦାନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-explicit)

will bear you a son

ତୁମ ପାଇଁ ଏକ ପୁତ୍ର ଜାତ ହେବ ବା “ ତୁମ ନିମନ୍ତେ ପୁତ୍ର ପ୍ରସବ କରିବେ”

Luke 1:14

There will be joy and gladness to you

“ଆନନ୍ଦ” ବା “ଆନନ୍ଦିତ” ଶବ୍ଦଗୁଡିକର ଅର୍ଥ ସମାନ ଅଟେ ଏବଂ କେଡେ ମହାନନ୍ଦ ହେବ, ତାହା ଉପରେ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ : “ତୁମର ମହାନନ୍ଦ ହେବ” ବା ତୁମେ ଅତିଶୟ ଆନନ୍ଦିତ ହେବ” (ଦେଖ: /WA-Catalog/or_tm?section=translate#figs-doublet )

at his birth

ତାହାର ଜନ୍ମ ହେତୁ

Luke 1:15

For he will be great

ଏହି କାରଣ ହେତୁ ସେ ମହାନ ହେବେ I ଜିଖରିୟ ଏବଂ “ଅନେକେ” ଆନନ୍ଦ କରିବେ କାରଣ ଯୋହନ “ପ୍ରଭୁଙ୍କ ଦୃଷ୍ଟିରେ ମହାନ୍ ହେବେ I” ଯୋହନ କିପରି ଜୀବନ ଯାପନ କରିବେ ବୋଲି ଈଶ୍ୱର ଚାହାନ୍ତି ତାହା 15 ପଦର ଅବଶିଷ୍ଟାଂଶରୁ ଜଣାପଡେ I

he will be great in the sight of the Lord

ସେ ପ୍ରଭୁଙ୍କ ପାଇଁ ଏକ ବିଶେଷ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ହେବେ ବା “ ଈଶ୍ୱର ତାହାଙ୍କୁ ଏକ ବିଶେଷ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ଭାବରେ ବିବେଚନା କରିବେ”

he will be filled with the Holy Spirit

ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ଶକ୍ତିଯୁକ୍ତ କରିବେ” ବା “ପବିତ୍ରଆତ୍ମା ତାଙ୍କୁ ନେତୃତ୍ଵ ଦେବେ” I ଜଣେ ବ୍ୟକ୍ତି ପ୍ରତି ଏକ ମନ୍ଦ ଆତ୍ମା ହୁଏତ ଯାହା କରିପାରେ ଏହା ସେପ୍ରକାର ଯେପରି ନ ଲାଗେ ଏହା ସୁନିଶ୍ଚିତ କର (ଦେଖ: /WA-Catalog/or_tm?section=translate#figs-activepassive )

from his mother's womb

ସେ ଆପଣା ମାତାର ଗର୍ଭରେ ଥିବା ସମୟରେ ବା “ଏପରି କି ସେ ଜନ୍ମ ହେବା ପୂର୍ବରୁ”

Luke 1:16

He will turn many of the sons of Israel back to the Lord their God

ଏଠାରେ “ପରିବର୍ତ୍ତିତ ହୁଅ” ଅନୁତାପ କରୁଥିବା ଓ ପ୍ରଭୁଙ୍କର ଉପାସନା କରୁଥିବା ଜଣେ ବ୍ୟକ୍ତିକୁ ସୂଚାଉଥିବା ଏକ ରୂପକ I ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଇସ୍ରାଏଲର ଅନେକ ଲୋକଙ୍କୁ ମନଫେରଣ କରିବାକୁ ଓ ସେମାନଙ୍କ ପ୍ରଭୁ ଈଶ୍ୱରଙ୍କ ଉପାସନା କରିବାକୁ କଢ଼ାଇ ଆଣିବ” (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-activepassive)

Luke 1:17

he will go as a forerunner before the Lord

ପ୍ରଭୁଙ୍କ ଆଗମନ ପୂର୍ବରୁ, ସେ ଆଗେ ଆଗେ ଯିବ ଏବଂ ଲୋକମାନଙ୍କ ନିକଟରେ ଘୋଷଣା କରିବ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ I

before the Lord

ଏଠାରେ ଜଣକର “ମୁଖ” ଏକ ରୁଢ଼ି ହୋଇପାରେ ଯାହା ସେହି ବ୍ୟକ୍ତିଙ୍କ ଉପସ୍ଥିତିକୁ ଉଲ୍ଲେଖ କରେ I ବେଳେବେଳେ ଏହାକୁ ଅନୁବାଦରୁ ବାଦ ଦିଆଯାଇଥାଏ I ବିକଳ୍ପ ଅନୁବାଦ: “ସଦାପ୍ରଭୁ” (ଦେଖ: /WA-Catalog/or_tm?section=translate#figs-idiom )

in the spirit and power of Elijah

ଏଲିୟଙ୍କ ଯେପରି ଥିଲା ସେପରି ସମାନ ଆତ୍ମା ଓ ଶକ୍ତି ସହିତ I “ଆତ୍ମା” ଶବ୍ଦ ହୁଏତ ଈଶ୍ୱରଙ୍କ ଆତ୍ମାଙ୍କୁ ଉଲ୍ଲେଖ କରେ କିମ୍ବା ଏଲିୟଙ୍କ ମନୋଭାବ ବା ବିଚାର ଶୈଳୀକୁ ସୂଚାଏ I ନିଶ୍ଚିତ କର ଯେ “ଆତ୍ମା” ଶବ୍ଦ କୌଣସି ଭୂତ ବା ମନ୍ଦ ଆତ୍ମାକୁ ନ ବୁଝାଉ I

to turn back the hearts of the fathers to the children

ପିତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଯତ୍ନ ନେବାକୁ ଆଉ ଥରେ ପ୍ରବର୍ତ୍ତାଇବା ବା “ସେମାନଙ୍କ ସନ୍ତାନମାନଙ୍କ ସହିତ ସମ୍ପର୍କକୁ ପୂନଃସ୍ଥାପନ କରିବା ନିମନ୍ତେ ପିତାମାନଙ୍କୁ କାର୍ଯ୍ୟକାରୀ କରାଇବା”

to turn back the hearts

ହୃଦୟ ବିଷୟରେ ଏହା କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ବିଷୟ ଯାହାକୁ ବିଭିନ୍ନ ଦିଗରେ ଯିବାକୁ ଦିଆଯାଇପାରେ I ଏହାକୁ କିଛି ବିଷୟ ନିମନ୍ତେ ଜଣକର ମନୋଭାବ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇପାରେ I (ଦେଖ: /WA-Catalog/or_tm?section=translate#figs-metaphor )

the disobedient

ଏଠାରେ ଏହା ପ୍ରଭୁଙ୍କ ଆଜ୍ଞାବହ ହେଉ ନ ଥିବା ଲୋକମାନଙ୍କ ସମ୍ପର୍କରେ ଉଲ୍ଲେଖ କରେ I

make ready for the Lord a people prepared for him

ଲୋକମାନେ ଯାହା କରିବା ନିମନ୍ତେ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ନିମନ୍ତେ ଏକ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବେ ଯେପରି ସେମାନେ ତାହାଙ୍କ ସମ୍ବାଦକୁ ବିଶ୍ୱାସ କରିବେ” (ଦେଖ: /WA-Catalog/or_tm?section=translate#figs-explicit )

Luke 1:18

How will I know this?

ମୁଁ କିପରି ନିଶ୍ଚିତ ଭାବେ ଜାଣିବି ଯେ ତୁମେ କହିଥିବା ବିଷୟ ଘଟିବ ? ଏଠାରେ, “ଜାଣିବା” ଅର୍ଥ ଅନୁଭୁତି ଦ୍ୱାରା ଶିକ୍ଷା କରିବା ଅଟେ, ଯାହା ସୂଚିତ କରେ ଯେ ପ୍ରମାଣ ଭାବରେ ଜିଖରିୟ ଏକ ଚିହ୍ନ ମାଗୁଛନ୍ତି I ବିକଳ୍ପ ଅନୁବାଦ: “ ଏହା ଘଟିବ ବୋଲି ପ୍ରମାଣିତ କରିବା ନିମନ୍ତେ ତୁମେ କ’ଣ କରିପାରିବ ?”

Luke 1:19

I am Gabriel, who stands in the presence of God

ଏହା ଜିଖରିୟଙ୍କ ପ୍ରତି ଏକ ଅନୁଯୋଗ ଭାବରେ ଉଲ୍ଲେଖ ହୋଇଛି I ସିଧାସଳଖ ଈଶ୍ୱରଙ୍କ ନିକଟରୁ ଆଗତ ଗାବ୍ରିଏଲଙ୍କ ଉପସ୍ଥିତି ଜିଖରିୟଙ୍କ ନିମନ୍ତେ ଯଥେଷ୍ଟ ପ୍ରମାଣ ହେବା ଉଚିତ I

who stands

ଯିଏ ସେବା କରନ୍ତି

I was sent to speak to you

ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମକୁ ଜଣାଇବାକୁ ଈଶ୍ୱର ମୋତେ ପ୍ରେରଣ କଲେ I (ଦେଖ: /WA-Catalog/or_tm?section=translate#figs-activepassive)

Luke 1:20

Behold

ମନଯୋଗ କର, କାରଣ ଯାହା ମୁଁ କହିବାକୁ ଯାଉଛି, ତାହା ଉଭୟ ସତ୍ୟ ଏବଂ ମହତ୍ତ୍ଵପୂର୍ଣ୍ଣ ଅଟେ I

silent, and not able to speak

ଏହାର ସମାନ ଅର୍ଥ ରହିଛି, ଏବଂ ତାଙ୍କର ସମ୍ପୂର୍ଣ୍ଣ ନିରବତାକୁ ଗୁରୁତ୍ଵ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି I ବିକଳ୍ପ ଅନୁବାଦ: “ ସମ୍ପୂର୍ଣ୍ଣ ଭାବରେ କଥା କହିବାକୁ ଅସମର୍ଥ” ବା “ଆଦୌ କଥା କହି ନ ପାରିବା” (ଦେଖ: /WA-Catalog/or_tm?section=translate#figs-doublet)

you did not believe my words

ମୁଁ ଯାହା କହିଲି ତାହା ବିଶ୍ୱାସ କଲ ନାହିଁ

in their proper time

ନିରୂପିତ ସମୟରେ

Luke 1:21

Now

ମନ୍ଦିର ଭିତରେ ଯାହା ସବୁ ଘଟିଗଲା ସେ ବିଷୟଠାରୁ ଯାହା ବାହାରେ ଘଟିବାକୁ ଯାଉଅଛି ତହିଁ ଆଡକୁ କାହାଣୀଠାରୁ ଏହା ଏକ ପରିବର୍ତ୍ତନର ଚିହ୍ନ ଅଟେ I ବିକଳ୍ପ ଅନୁବାଦ: “ତାହା ଘଟୁଥିବା ବେଳେ” ବା “ ଦୂତ ଓ ଜିଖରିୟ ଯେତେବେଳେ କଥାବାର୍ତ୍ତା କରୁଥିଲେ”

Luke 1:22

they realized that he had seen a vision in the temple; and he kept making signs to them, and remained unable to speak

ଏହି ଘଟଣାଗୁଡ଼ିକ ହୁଏତ ସେହି ସମାନ ସମୟରେ ଘଟିଲା, ଏବଂ ଜିଖରିୟଙ୍କ ସଙ୍କେତ ଲୋକମାନଙ୍କୁ ସାହାଯ୍ୟ କଲା ଯେପରି ସେମାନେ ବୁଝିପାରିବେ ଯେ ସେ ଏକ ଦର୍ଶନ ଦେଖିଛନ୍ତି I ଏହା ହୁଏତ ତୁମର ଶ୍ରୋତାଙ୍କ ପାଇଁ ସେହି ବିଷୟ ଦର୍ଶାଇବା ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଏବଂ ନୀରବ ରହିଲେ I ତେଣୁ ସେମାନେ ହୃଦୟଙ୍ଗମ କଲେ ଯେ ସେ ମନ୍ଦିରରେ ଥିବା ବେଳେ ଏକ ଦର୍ଶନ ଦେଖିଛନ୍ତି I”

a vision

ପୂର୍ବବର୍ତ୍ତୀ ବର୍ଣ୍ଣନା ଇଙ୍ଗିତ ଦିଏ ଯେ ଗାବ୍ରିଏଲ ପ୍ରକୃତରେ ମନ୍ଦିରରେ ଜିଖରିୟଙ୍କ ନିକଟକୁ ଆସିଥିଲେ I ଲୋକମାନେ ତାହା ନ ଜାଣି ଅନୁମାନ କଲେ ଯେ ସେ ଏକ ଦର୍ଶନ ଦେଖିଅଛନ୍ତି I

Luke 1:23

It came about that

ଯେତେବେଳେ ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ସମାପ୍ତ ହେଲା ଏହି ବାକ୍ୟାଂଶ କାହାଣୀକୁ ସେହି ସ୍ଥାନରୁ ଆଗକୁ ଆଗେଇ ନିଏ I

he went away to his home

ଯେଉଁଠାରେ ମନ୍ଦିର ଅବସ୍ଥିତ ଥିଲା, ସେହି ଯିରୂଶାଲମରେ ଜିଖରିୟ ବାସ କରୁ ନ ଥିଲେ I ସେ ନିଜ ସହରକୁ ଯାତ୍ରା କଲେ I

Luke 1:24

Now after these days

“ଏହି ସମୟରେ” ପଦଟି ଜିଖରିୟ ମନ୍ଦିରରେ ସେବାକାର୍ଯ୍ୟ କରୁଥିବା ସମୟକୁ ଉଲ୍ଲେଖ କରେ I ଏହା ଅଧିକ ସ୍ପଷ୍ଟଭାବେ ଉଲ୍କେଖ କରିବା ସମ୍ଭବ ହୋଇପାରେ ଯେ ଏହା କେଉଁ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ ମନ୍ଦିରରେ ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ପରେ” (ଦେଖ: /WA-Catalog/or_tm?section=translate#writing-newevent ଏବଂ /WA-Catalog/or_tm?section=translate#figs-explicit )

his wife

ଜିଖରିୟଙ୍କ ପତ୍ନୀ

kept herself hidden

ଆପଣାର ଗୃହ ଛାଡି କୁଆଡେ ଗଲେ ନାହିଁ ବା “ ନିଜ ଘରେ ରହିଲେ”

Luke 1:25

This is what the Lord has done for me

ଏହି ପଦ ସେହି ବାସ୍ତବତାକୁ ଉଲ୍ଲେଖ କରେ ଯେ ପ୍ରଭୁ ତାଙ୍କୁ ଗର୍ଭବତୀ ହେବା ନିମନ୍ତେ ଅନୁମତି ଦେଇଛନ୍ତି I

This is what

ଏହା ଏକ ଆସ୍ତିସୂଚକ ଭାବୋକ୍ତି I ପ୍ରଭୁ ତାଙ୍କ ନିମନ୍ତେ ଯାହା କରିଛନ୍ତି ସେଥିରେ ସେ ଅତିଶୟ ଖୁସି ଅଟନ୍ତି I

looked upon me with favor

ଏଠାରେ ଦେଖିବା ଏକ ରୁଢ଼ି ଯାହାର ଅର୍ଥ “ଏପରି ବ୍ୟବହାର କରିବା” ବା “ଏପରି ଭାବରେ ପଦକ୍ଷେପ ନେବା I” ବିକଳ୍ପ ଅନୁବାଦ: “ ମୋ’ ପ୍ରତି କୃପା କରିଛନ୍ତି” ବା “ଦୟା କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

my disgrace

ଏହା ତାଙ୍କର ଲଜ୍ଜା ଅନୁଭଵ କରିବା ବିଷୟକୁ ବୁଝାଏ ଯେତେବେଳେ ସେ ସନ୍ତାନ ଲାଭ କରିପାରୁ ନ ଥିଲେ I

Luke 1:26

General Information:

ଗାବ୍ରିଏଲ ଦୂତ ମରିୟମଙ୍କ ନିକଟରେ ଘୋଷଣ କଲେ ଯେ ସେ ଈଶ୍ୱରଙ୍କ ପୁତ୍ରଙ୍କର ମାତା ହେବାକୁ ଯାଉଛନ୍ତି I

in the sixth month

ଏଲିଶାବେଥଙ୍କ ଗର୍ଭଧାରଣର ଷଷ୍ଠ ମାସରେ I ଏହା ସ୍ପଷ୍ଟଭାବେ ଜଣାଇବା ଆବଶ୍ୟକ ଯେପରି ତାହା ସେହି ବର୍ଷର ଷଷ୍ଠ ମାସ ବୋଲି ଦ୍ଵନ୍ଦ ସୃଷ୍ଟି ନ କରେ I (ଦେଖ: /WA-Catalog/or_tm?section=translate#figs-explicit)

the angel Gabriel was sent from God

ଏହାକୁ କ୍ରିୟାଶୀଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ଯିବା ନିମନ୍ତେ କହିଲେ” ( ଦେଖ: /WA-Catalog/or_tm?section=translate#figs-activepassive )

Luke 1:27

a virgin engaged to a man whose name was Joseph

ମରିୟମଙ୍କର ପିତାମାତା ରାଜି ହୋଇଥିଲେ ଯେ ମରିୟମ ଯୋଷେଫଙ୍କୁ ବିବାହ କରିବେ I ଯଦିଓ ସେମାନଙ୍କ ଶାରୀରିକ ସମ୍ବନ୍ଧ ହୋଇ ନ ଥିଲା, ଯୋଷେଫ ହୁଏତ ତାଙ୍କୁ ନିଜର ପତ୍ନୀ ଭାବରେ ଭାବିଥିବେ ଓ ସେହିପରି କଥାବାର୍ତ୍ତା କରିଥିବେ I

of the house of David

ସେ ଦାଉଦଙ୍କ ବଂଶର ଜଣେ ଥିଲେ ବା “ ସେ ରାଜା ଦାଉଦଙ୍କ ଜଣେ ବଂଶଧର ଥିଲେ”

the name of the virgin was Mary

ଏହା କାହାଣୀରେ ମରିୟମଙ୍କୁ ଏକ ନୂତନ ଚରିତ୍ର ଭାବରେ ପରିଚିତ କରେ I (ଦେଖ: /WA-Catalog/or_tm?section=translate#writing-participants )

Luke 1:28

Greetings

ଏହା ଏକ ସାଧାରଣ ସମ୍ବୋଧନ ଅଟେ I ଏହାର ଅର୍ଥ: “ଆନନ୍ଦ କର” ବା “ଆନନ୍ଦିତ ହୁଅ I”

favored one!

ତୁମେ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଅଛ ! ବା “ତୁମେ ଯେ କି ବିଶେଷ ଦୟାପ୍ରାପ୍ତ ହୋଇଅଛ !”

The Lord is with you

ଏଠାରେ ତୁମ୍ଭ ପ୍ରତି ଏକ ରୁଢ଼ି ଅଟେ, ଯାହା ସହାୟତା ଏବଂ ଗ୍ରାହ୍ୟ ହେବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ ପ୍ରଭୁ ତୁମ ପ୍ରତି ସନ୍ତୁଷ୍ଟ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-idiom )

Luke 1:29

But she was troubled by his words and she was considering what kind of greeting this might be

ମରିୟମ ସେହି ନିର୍ଦ୍ଧିଷ୍ଟ ଶବ୍ଦଗୁଡିକର ଅର୍ଥ ବୁଝିଲେ, କିନ୍ତୁ ସେ ବୁଝିପାରିଲେ ନାହିଁ ଯେ ଦୂତ କାହିଁକି ତାଙ୍କୁ ଏହି ଆଶ୍ଚର୍ଯ୍ୟଜନକ ଅଭିବାଦନ କହିଲେ I

Luke 1:30

Do not be afraid, Mary

ଦୂତ ଆପଣାର ଆବିର୍ଭାବ ହେତୁ ମରିୟମ ଭୟଭୀତ ହେଉନ୍ତୁ ବୋଲି ଚାହିଁଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଏକ ଆସ୍ତିସୂଚକ ସମ୍ବାଦ ସହିତ ପ୍ରେରଣ କରିଥିଲେ I

you have found favor with God

“ଅନୁଗ୍ରହ ପ୍ରାପ୍ତ ହେବା” ଏକ ରୁଢି ଯାହାର ଅର୍ଥ ଜଣକ ଦ୍ୱାରା ଆସ୍ତିସୂଚକ ଭାବରେ ଗୃହୀତ ହେବା I ବାକ୍ୟଟିକୁ ବଦଳାଯାଇ ଈଶ୍ୱରଙ୍କୁ ନାୟକ ଭାବରେ ଦର୍ଶାଯାଇ ପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆପଣା ଅନୁଗ୍ରହ ଦେବା ନିମନ୍ତେ ସିଦ୍ଧାନ୍ତ କରିଛନ୍ତି” ବା ଈଶ୍ୱର ତୁମକୁ ଆପଣା ଦୟା ପ୍ରଦର୍ଶନ କରୁଛନ୍ତି” (ଦେଖ: /WA-Catalog/or_tm?section=translate#figs-idiom )

Luke 1:31

you will conceive in your womb and bear a son ... Jesus

ମରିୟମ ଏକ “ପୁତ୍ର” ପ୍ରସବ କରିବେ ଯିଏ “ପରାତ୍ପରଙ୍କ ପୁତ୍ର” ବୋଲି ଖ୍ୟାତ ହେବେ I ସେଥିନିମନ୍ତେ ଯୀଶୁ ଜଣେ ମଣିଷ ପୁତ୍ର ଓ ଏକ ମଣିଷ ମାଆଠାରୁ ଜାତ, ଏବଂ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ଏହି ଭାବ ପ୍ରକାଶକ ପଦକୁ ଅତି ଯତ୍ନ ସହକାରେ ଅନୁବାଦ କରିବା ଉଚିତ ଅଟେ I

Luke 1:32

the Son of the Most High

ମରିୟମ ଏକ “ପୁତ୍ର” ପ୍ରସବ କରିବେ ଯିଏ “ପରାତ୍ପରଙ୍କ ପୁତ୍ର” ବୋଲି ଖ୍ୟାତ ହେବେ I ସେଥିନିମନ୍ତେ ଯୀଶୁ ଜଣେ ମଣିଷ ପୁତ୍ର ଓ ଏକ ମଣିଷ ମାଆଠାରୁ ଜାତ, ଏବଂ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ଏହି ଭାବ ପ୍ରକାଶକ ପଦକୁ ଅତି ଯତ୍ନ ସହକାରେ ଅନୁବାଦ କରିବା ଉଚିତ ଅଟେ I

will be called

ସମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ ତାହାଙ୍କୁ ସମ୍ବୋଧନ କରିବେ” ବା 2) “ଈଶ୍ୱର ତାହାଙ୍କୁ ସମ୍ବୋଧନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive )

the Son of the Most High

‘ଈଶ୍ୱରଙ୍କ ପୁତ୍ର’ ପଦବୀ ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

give him the throne of his ancestor David

ସିଂହାସନର ଅର୍ଥ ରାଜାଙ୍କ କ୍ଷମତା ଓ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସଦୃଶ୍ୟ ରାଜତ୍ଵ କରିବା ନିମନ୍ତେ ତାଙ୍କୁ କ୍ଷମତା ପ୍ରଦାନ କରିବା” (ଦେଖ: /WA-Catalog/or_tm?section=translate#figs-metonymy)

Luke 1:33

there will be no end to his kingdom

ନାସ୍ତିବାଚକ ପଦ “ଶେଷ ହେବ ନାହିଁ” ଗୁରୁତ୍ଵ ଆରୋପ କରେ ଯେ, ଏହା ଚିରକାଳ ନିମନ୍ତେ ସ୍ଥାୟୀ ହୋଇ ରହିବ I ଏହାକୁ ଆସ୍ତିବାଚକ ପଦରେ ମଧ୍ୟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କ ରାଜ୍ୟର କଦାପି ଶେଷ ହେବ ନାହିଁ” ( ଦେଖ: /WA-Catalog/or_tm?section=translate#figs-litotes )

Luke 1:34

How will this happen

ଏହା କିପରି ହେବ, ତାହା ଯଦିଓ ମରିୟମ ବୁଝିପାରିଲେ ନାହିଁ, କିନ୍ତୁ ଏହା ଯେ ସମ୍ଭବପର ହେବ ସେ ବିଷୟରେ ସେ ସନ୍ଦେହ କଲେ ନାହିଁ I

I have not known a man

ମରିୟମ ନମ୍ରତାର ସହିତ ପ୍ରକାଶ କଲେ ଯେ ସେ କୌଣସି ପୁରୁଷ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିନାହାନ୍ତି I ବିକଳ୍ପ ଅନୁବାଦ: “ ମୁଁ ଜଣେ କୁମାରୀ ଅଟେ” (ଦେଖ: /WA-Catalog/or_tm?section=translate#figs-euphemism )

Luke 1:35

The Holy Spirit will come upon you

ମରିୟମଙ୍କ ଗର୍ଭଧାରଣର ପ୍ରକ୍ରିୟା ତାହାଙ୍କ ଉପରେ ପବିତ୍ରଆତ୍ମାଙ୍କ ଅବତରଣ କରିବାଠାରୁ ଆରମ୍ଭ ହୁଏ I

will come upon

ଆବୋରିବେ

the power of the Most High

ସେ କୁମାରୀ ରହିଥିବା ଅବସ୍ଥାରେ ସୁଦ୍ଧା ଈଶ୍ୱରଙ୍କ “ଶକ୍ତି” ହିଁ ଅଲୌକିକ ଭାବରେ ମରିୟମଙ୍କୁ ଗର୍ଭଧାରଣ କରିବାକୁ ସମର୍ଥ କରିବ I ସୁନିଶ୍ଚିତ କର ଯେ ଏହା କୌଣସି ଶାରୀରିକ ବା ଯୌନ ମିଳନ ନୁହେଁ - ଏହା ଏକ ଆଶ୍ଚର୍ଯ୍ୟ କର୍ମ ଅଟେ I

will overshadow you

ଏକ ଛାୟା ସଦୃଶ୍ୟ ତୁମକୁ ଆବୋରିବେ

So the holy one to be born will be called the Son of God

ଏହାକୁ କ୍ରିୟାଶୀଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଅତଏବ ଈଶ୍ୱରଙ୍କ ଯେଉଁ ପୁତ୍ର ଜାତ ହେବେ, ତାହାଙ୍କୁ ସେମାନେ ପବିତ୍ର ବୋଲି ସମ୍ବୋଧନ କରିବେ “ ବା “ଅତଏବ ସେହି ଜାତ ହୋଇଥିବା ଶିଶୁ ପବିତ୍ର ହେବେ, ଏବଂ ଲୋକମାନେ ତାହାଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସମ୍ବୋଧନ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

the holy one

ପବିତ୍ର ସନ୍ତାନ ବା “ପବିତ୍ର ଶିଶୁ”

the Son of God

ଯୀଶୁଙ୍କ ନିମନ୍ତେ ଏହା ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples )

Luke 1:36

see, your relative

ଧ୍ୟାନ ଦିଅ, କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ମହତ୍ତ୍ଵପୂର୍ଣ୍ଣ ଅଟେ: ତୁମର ଆତ୍ମୀୟା

your relative Elizabeth

ଯଦି ତୁମେ ଏକ ନିର୍ଦ୍ଧିଷ୍ଟ ସମ୍ପର୍କ ଉଲ୍ଲେଖ କରିବା ଆବଶ୍ୟକ କର, ଏଲିଶାବେଥ ହୁଏତ ମରିୟମଙ୍କ ମାଉସୀ ବା ମାତାମହୀ ଥିଲେ I

has also conceived a son in her old age

ଏଲିଶାବେଥ ମଧ୍ୟ ଏକ ପୁତ୍ର ସନ୍ତାନକୁ ଗର୍ଭରେ ଧାରଣ କରିଥିଲେ, ଯଦିଓ ସେ ଅତି ବୃଦ୍ଧା ହୋଇସାରିଥିଲେ ବା “ଏଲିଶାବେଥ, ଯଦ୍ୟପୀ ବୃଦ୍ଧା, ସେ ମଧ୍ୟ ଗର୍ଭବତୀ ହେଲେ ଏବଂ ଏକ ପୁତ୍ର ପ୍ରସବ କରିବେ I” ସୁନିଶ୍ଚିତ କର ଯେ ଯେତେବେଳେ ମରିୟମ ଓ ଏଲିଶାବେଥ ଉଭୟେ ଗର୍ଭଧାରଣ କଲେ ସେ ଦୁହେଁ ବୃଦ୍ଧା ଥିଲେ ଭଳି ଏହା ମନେ ନ ହେଉ I

the sixth month for her

ତାହାଙ୍କ ଗର୍ଭଧାରଣର ଷଷ୍ଠ ମାସରେ

Luke 1:37

For nothing

ଯେହେତୁ କିଛି ନୁହେଁ ବା “ଏହା ଦର୍ଶାଏ ଯେ ତାହା କିଛି ନ ଥିଲା”

nothing will be impossible for God

ଏଲିଶାବେଥଙ୍କର ଗର୍ଭଧାରଣ ଏକ ପ୍ରମାଣ ଯେ ଈଶ୍ୱର ଯେ କୌଣସି ବିଷୟ ସାଧନ କରିବା ନିମନ୍ତେ ସମର୍ଥ ଅଟନ୍ତି—ଏପରି କି କୌଣସି ପୁରୁଷ ସହିତ ଶୟନ ନ କରିବା ସତ୍ତ୍ୱେ ମରିୟମଙ୍କୁ ଗର୍ଭଧାରଣ କରିବାକୁ ସକ୍ଷମ କଲେ I ଏହି ଉକ୍ତିରେ ଥିବା ଏହି ଦ୍ୱୈତ ନାସ୍ତିବାଚକ ବିଷୟକୁ ଆସ୍ତିସୂଚକ ପଦଗୁଡିକରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ ଈଶ୍ୱର ସବୁ କିଛି କରିପାରନ୍ତି” (ଦେଖ: /WA-Catalog/or_tm?section=translate#figs-doublenegatives)

Luke 1:38

See, I am the female servant

ମୁଁ ଦାସୀ, ଏଠାରେ ଉପସ୍ଥିତ ଅଛି ବା “ମୁଁ ଜଣେ ଦାସୀ ହେବା ନିମନ୍ତେ ଆନନ୍ଦିତ ଅଟେ I” ସେ ନମ୍ରତା ଓ ଇଚ୍ଛା ପୂର୍ବକ ପ୍ରତ୍ୟୁତ୍ତର ଦେଉଛନ୍ତି I

I am the female servant of the Lord

ପ୍ରଭୁଙ୍କ ପ୍ରତି ତାଙ୍କ ନମ୍ରତା ଓ ବାଧ୍ୟତାକୁ ଦର୍ଶାଉଥିବା, ସେହି ଏକ ଭାବକୁ ମନୋନୀତ କର I ସେ ପ୍ରଭୁଙ୍କ ଦାସୀ ହୋଇଥିବାରୁ ଦର୍ପ କରୁନାହାନ୍ତି I

May it be done to me

ଏହା ମୋ’ ପ୍ରତି ଘଟୁ I ଯାହା ସବୁ ଘଟିବ ବୋଲି ଦୂତ ମରିୟମଙ୍କୁ କହିଥିଲେ ତାହା ଘଟିବା ନିମନ୍ତେ ମରିୟମ ଆପଣା ସ୍ୱୀକୃତିକୁ ପ୍ରକାଶ କରୁଛନ୍ତି I

Luke 1:39

Connecting Statement:

ମରିୟମ ଆପଣା ଆତ୍ମିୟା ଏଲିଶାବେଥଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି, ଯିଏ ଯୋହନଙ୍କୁ ପ୍ରସବ କରିବାକୁ ଯାଉଛନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

arose

ଏହି ରୁଢିର ଅର୍ଥ ସେ କେବଳ ଉଠିଲେ ନାହିଁ ମାତ୍ର “ପ୍ରସ୍ତୁତ” ମଧ୍ୟ ହେଲେ I ବିକଳ୍ପ ଅନୁବାଦ: “ଆରମ୍ଭ କଲେ” ବା “ପ୍ରସ୍ତୁତ ହେଲେ” (ଦେଖ: /WA-Catalog/or_tm?section=translate#figs-idiom)

the hill country

ପାର୍ବତୀୟ ଅଞ୍ଚଳ ବା “ଇସ୍ରାଏଲର ପର୍ବତମୟ ଭାଗ”

Luke 1:40

She entered into

ଏହା ସୂଚାଏ ଯେ ମରିୟମ ଜିଖରିୟଙ୍କ ଗୃହରେ ପ୍ରବେଶ କରିବା ପୂର୍ବରୁ ଆପଣା ଯାତ୍ରା ସମାପ୍ତ କଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ପହଞ୍ଚିଲେ, ସେ ଗମନ କଲେ” (ଦେଖ:/WA-Catalog/or_tm?section=translate#figs-explicit)

Luke 1:41

Now it happened that

କାହାଣୀର ଏହି ଭାଗରେ ଏକ ନୂତନ ଘଟଣାର ଆରମ୍ଭ ଭାବରେ ଏହି ବାକ୍ୟାଂଶ ଚିହ୍ନିତ କରିଥାଏ I

in her womb

ଏଲିଶାବେଥଙ୍କ ଗର୍ଭରେ

leaped

ହଠାତ୍ ନାଚି ଉଠିଲା

Luke 1:42

She exclaimed in a loud voice and said

ଏହି ଦୁଇଟି ପଦଗୁଡିକର ଅର୍ଥ ସମାନ ଅଟେ ଏବଂ ଏହା ଏଲିଶାବେଥ କେତେ ଯେ ଉଲ୍ଲସିତ ହୋଇଛନ୍ତି ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହୃତ ହୋଇଛି I ସେଗୁଡିକୁ ଗୋଟିଏ ପଦରେ ସଂଯୋଗ କରାଯାଇପାରେ I ବିକଳ୍ପ ଅନୁବାଦ: “ବିସ୍ମୟ ହେବା ହେତୁ ଉଚ୍ଚ ସ୍ୱରରେ ଚିତ୍କାର କଲେ” (ଦେଖ : /WA-Catalog/or_tm?section=translate#figs-doublet)

She exclaimed in a loud voice

ଏହି ରୁଢିର ଅର୍ଥ “ସେ ଆପଣା ରବର ସ୍ୱର ବଢାଇଲେ” (ଦେଖ : /WA-Catalog/or_tm?section=translate#figs-idiom)

Blessed are you among women

ଏହି ରୁଢି “ନାରୀମାନଙ୍କ ମଧ୍ୟରେ” ଅର୍ଥ “ଅନ୍ୟ ଯେ କୌଣସି ନାରୀଙ୍କଠାରୁ ଅଧିକ” (ଦେଖ : /WA-Catalog/or_tm?section=translate#figs-idiom)

the fruit of your womb

ମରିୟମଙ୍କ ଶିଶୁଙ୍କ ବିଷୟରେ କୁହାଯାଏ, ସତେ ଯେପରି ଏ ସେହି ଫଳ ଯାହା ଏକ ବୃକ୍ଷ ଉତ୍ପନ୍ନ କରେ I ବିକଳ୍ପ ଅନୁବାଦ : “ତୁମ ଗର୍ଭରେ ଥିବା ସନ୍ତାନ” ବା “ତୁମେ ଯେଉଁ ଶିଶୁ ଜାତ କରିବ” (ଦେଖ : /WA-Catalog/or_tm?section=translate#figs-metaphor )

Luke 1:43

And how has it happened to me that the mother of my Lord should come to me?

ଏଲିଶାବେଥ ତଥ୍ୟ ମାଗୁ ନ ଥିଲେ I ସେ ପ୍ରଦର୍ଶନ କରୁଥିଲେ ଯେ ତାଙ୍କ ନିକଟକୁ ପ୍ରଭୁଙ୍କର ମାତା ଆସିଥିବାରୁ ସେ କେତେ ଆଶ୍ଚର୍ଯ୍ୟାନ୍ୱିତ ଓ ଆନନ୍ଦିତ ଅଟନ୍ତି I ବିକଳ୍ପ ଅନୁବାଦ: “ମୋର ପ୍ରଭୁଙ୍କ ମାତା ମୋ’ ନିକଟକୁ ଆସିବା କେଡେ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ !” (ଦେଖ: /WA-Catalog/or_tm?section=translate#figs-rquestion)

the mother of my Lord

ଏଲିଶାବେଥ ମରିୟମଙ୍କୁ କହୁଥିବା “ମୋର ପ୍ରଭୁଙ୍କର ମାତା” ବୋଲି ସମ୍ବୋଧନ ସହିତ “ତୁମ୍ଭେ” ଶବ୍ଦ ଯୋଗ କରିବା ଦ୍ୱାରା ଏହା ସ୍ପଷ୍ଟ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋର ପ୍ରଭୁଙ୍କର ମାତା” (ଦେଖ: /WA-Catalog/or_tm?section=translate#figs-123person)

Luke 1:44

For see

ଏହି ବାକ୍ୟାଂଶ ମରିୟମଙ୍କୁ ଏହାପରେ ଏଲିଶାବେଥ ଦେଇଥିବା ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ପ୍ରତି ଧ୍ୟାନ ଦେବା ପାଇଁ ସତର୍କ କରିଦିଏ I

as soon as the sound of your greeting reached to my ears

ଗୋଟିଏ ଶବ୍ଦ ଶୁଣିବା ବିଷୟରେ କୁହାଯାଏ ଯେ ସତେ ଯେପରି ଶବ୍ଦଟି କର୍ଣ୍ଣକୁ ଆସିଲା I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭର ସମ୍ବୋଧାନର ଶବ୍ଦ ଶୁଣିଲି” (ଦେଖ: /WA-Catalog/or_tm?section=translate#figs-metonymy)

leaped for joy

ହଠାତ୍ ଆନନ୍ଦରେ ବିଗଳିତ ହେଲେ ବା “ସେ ଏତେ ବେଶୀ ଖୁସି ଥିଲେ ଯେ ସେ ଅତି ଜୋର୍ ରେ ଉଦବେଳିତ ହେଲେ

Luke 1:45

Blessed is she who believed ... that were told her from the Lord

ଏଲିଶାବେଥ ମରିୟମଙ୍କ ବିଷୟରେ ମରିୟମଙ୍କୁ କଥା କହୁଛନ୍ତି I ବିକଳ୍ପ ଅନୁବାଦ: “ଯେ ବିଶ୍ୱାସ କରେ ସେ ଧନ୍ୟ...ସେହି ସବୁ ବିଷୟ ତୁମ୍ଭଙ୍କୁ ସଦାପ୍ରଭୁଙ୍କଠାରୁ କୁହାଗଲା” (ଦେଖ: /WA-Catalog/or_tm?section=translate#figs-123person ଏବଂ /WA-Catalog/or_tm?section=translate#figs-activepassive)

Blessed is she who believed

ସୁପ୍ତ କ୍ରିୟାପଦକୁ ସକ୍ରିୟ ପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଶ୍ୱାସ କରିଥିବା ହେତୁ ଈଶ୍ୱର ତାହାଙ୍କୁ ଆଶୀର୍ବାଦ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

there would be a fulfillment of the things that were spoken

ବିଷୟଗୁଡିକ ପ୍ରକୃତରେ ଘଟିବ ବା “ବିଷୟଗୁଡିକ ସତ୍ୟରେ ପରିଣତ ହେବ”

the things that were spoken her from the Lord

“ଦ୍ୱାରା” ପରିବର୍ତ୍ତେ “ଠାରୁ” ଶବ୍ଦର ବ୍ୟବହାର ହୋଇଛି, କାରଣ ମରିୟମ ପ୍ରକୃତରେ ଗାବ୍ରିଏଲ ଦୂତଙ୍କଠାରୁ ହିଁ ଏହା କହିଥିବା ଶୁଣିଥିଲେ (ଦେଖ [ଲୂକ 1:26] (../01/26. ମଝି)), କିନ୍ତୁ ପରିଶେଷରେ ସମ୍ବାଦଟି (“ବିଷୟଗୁଡିକ” ) ସଦାପ୍ରଭୁଙ୍କଠାରୁ ଆସିଲା I ଏହାକୁ ସକ୍ରିୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଶୁଣିଥିବା ସମ୍ବାଦଟି ସଦାପ୍ରଭୁଙ୍କଠାରୁ ଆଗତ ଅଟେ” ବା “ଦୂତ ତାହାଙ୍କୁ ସଦାପ୍ରଭୁଙ୍କ ସମ୍ବାଦ ଜଣାଇଲେ” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-explicit)

Luke 1:46

General Information:

ମରିୟମ ଆପଣା ତ୍ରାଣକର୍ତ୍ତା ସଦାପ୍ରଭୁଙ୍କ ପ୍ରତି ଏକ ପ୍ରଶଂସାର ଗୀତ ଗାଇବା ଆରମ୍ଭ କରନ୍ତି I

My soul magnifies

“ପ୍ରାଣ” ଶବ୍ଦଟି ଜଣେ ବ୍ୟକ୍ତିର ଆତ୍ମିକ ଅଂଶକୁ ଉଲ୍ଲେଖ କରେ I ମରିୟମ କହନ୍ତି ଯେ ତାଙ୍କ ଅନ୍ତରର ଗଭୀର ସ୍ଥାନରୁ ତାଙ୍କର ଆରାଧନା ଆସେ I ବିକଳ୍ପ ଅନୁବାଦ: “ମୋର ଅନ୍ତରର ବ୍ୟକ୍ତି ପ୍ରଶଂସା କରେ” ବା “ମୁଁ ପ୍ରଶଂସା କରେ” (ଦେଖ: /WA-Catalog/or_tm?section=translate#figs-synecdoche)

Luke 1:47

my spirit has rejoiced

ଉଭୟ “ପ୍ରାଣ” ଏବଂ “ଆତ୍ମା” ଜଣେ ବ୍ୟକ୍ତିର ଆତ୍ମିକ ଅଂଶକୁ ଉଲ୍ଲେଖ କରେ I ମରିୟମ କହନ୍ତି ଯେ ତାଙ୍କ ଅନ୍ତରର ଗଭୀର ସ୍ଥାନରୁ ତାଙ୍କର ଆରାଧନା ଆସେ I ବିକଳ୍ପ ଅନୁବାଦ: “ମୋର ହୃଦୟ ଆନନ୍ଦ କରିଛି” ବା “ମୁଁ ଆନନ୍ଦ କରେ” (ଦେଖ: /WA-Catalog/or_tm?section=translate#figs-synecdoche)

has rejoiced in

ସେ ସମ୍ପର୍କରେ ଅତିଶୟ ଆନନ୍ଦ ଅନୁଭବ କଲେ ବା “ସେ ସମ୍ପର୍କରେ ଅତିଶୟ ଖୁସି ହେଲେ”

God my Savior

ଈଶ୍ୱର ହିଁ ସେହି ବ୍ୟକ୍ତି ଯିଏ ମୋତେ ଉଦ୍ଧାର କରନ୍ତି ବା “ ଈଶ୍ୱର, ଯିଏ ମୋତେ ଉଦ୍ଧାର କରନ୍ତି”

Luke 1:48

For he has looked

ଏହାର କାରଣ ସେ

he has looked at

ମନଯୋଗ ସହକାରେ ତଳକୁ ଅନାଇଲେ ବା “ଯତ୍ନ ନେଲେ”

low condition

ଦାରିଦ୍ର୍ୟତାର I ମରିୟମଙ୍କ ପରିବାର ଧନୀ ନ ଥିଲେ I

For see

ଏହି ପଦ ନିମ୍ନ ଲିଖିତ ଉକ୍ତି ପ୍ରତି ଧ୍ୟାନ ଆକର୍ଷଣ କରେ I

from now on

ବର୍ତ୍ତମାନ ଏବଂ ଭବିଷ୍ୟତରେ

all generations

ପୁରୁଷାନୁକ୍ରମେ ସମସ୍ତ ଲୋକମାନେ

Luke 1:49

the Mighty One

ଈଶ୍ୱର, ପରାକ୍ରାନ୍ତ ଈଶ୍ୱର

his name

ଏହି ସ୍ଥାନରେ “ନାମ” ଈଶ୍ୱରଙ୍କ ସମୁଦାୟ ବ୍ୟକ୍ତିତ୍ଵକୁ ସୂଚାଏ I ବିକଳ୍ପ ଅନୁବାଦ: ସେ (ଦେଖ: /WA-Catalog/or_tm?section=translate#figs-metonymy)

Luke 1:50

His mercy

ଈଶ୍ୱରଙ୍କ ଦୟା

is from generation to generation

ଗୋଟିଏ ପିଢିଠାରୁ ଆରମ୍ଭ କରି ପରବର୍ତ୍ତୀ ପିଢି ପର୍ଯ୍ୟନ୍ତ ବା “ପ୍ରତ୍ୟେକ ପିଢିରେ” ବା “ପ୍ରତ୍ୟେକ ସମୟର ଲୋକମାନଙ୍କ ପ୍ରତି”

Luke 1:51

He has done mighty deeds with his arm

ଏହି ଅଂଶରେ “ତାହାଙ୍କ ବାହୁ” ଏକ ଲକ୍ଷଣସୂଚକ ଶବ୍ଦ ଅଟେ ଯାହା ଈଶ୍ୱରଙ୍କ ପରାକ୍ରମକୁ ସୂଚାଏ I ବିକଳ୍ପ ଅନୁବାଦ: “ଏହା ଦର୍ଶାଏ ଯେ ସେ ଅତିଶୟ ପରାକ୍ରାନ୍ତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

has scattered ... their hearts

ସେମାନଙ୍କ ହୃଦୟଗୁଡିକୁ ଏଣେତେଣେ ବିଭିନ୍ନ ଦିଗରେ ଯିବା ନିମନ୍ତେ... ଦେଇଛନ୍ତି

those who were proud in the thoughts of their hearts

ଏଠାରେ “ହୃଦୟଗୁଡିକ” ଲୋକମାନଙ୍କ ଅନ୍ତରସ୍ଥ ବ୍ୟକ୍ତିତ୍ଵ ନିମନ୍ତେ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣାମାନଙ୍କ ଭାବନା ଅନୁସାରେ ଗର୍ବୀ ଥିଲେ” ବା ""ଯେଉଁମାନେ ଗର୍ବୀ ଥିଲେ” (ଦେଖ: /WA-Catalog/or_tm?section=translate#figs-idiom )

Luke 1:52

He has thrown down rulers from their thrones

ସିଂହାସନ ଏକ ଆସନ ଯାହା ଉପରେ ଜଣେ ଶାସକ ବସନ୍ତି, ଏବଂ ଏହା ତାଙ୍କ ଅଧିକାରର ଏକ ପ୍ରତୀକ ଅଟେ I ଯଦି ଜଣେ ରାଜକୁମାରକୁ ତାଙ୍କ ସିଂହାସନରୁ ପଦଚ୍ୟୁତ କରାଯାଏ, ତାହାର ଅର୍ଥ ରାଜତ୍ଵ କରିବା ନିମନ୍ତେ ତାଙ୍କର ଆଉ କ୍ଷମତା ନାହିଁ I ବିକଳ୍ପ ଅନୁବାଦ: “ସେ ରାଜପୁତ୍ରମାନଙ୍କର ଅଧିକାର ଛଡାଇ ନେଇଛନ୍ତି” ବା “ସେ ଶାସକମାନଙ୍କ ଶାସନ କରିବା ବନ୍ଦ କରିଦେଇଛନ୍ତି” (ଦେଖ: /WA-Catalog/or_tm?section=translate#figs-synecdoche)

he has raised up those of low condition

ଏହି ଶବ୍ଦ ଚିତ୍ରରେ, ଅଳ୍ପ ମହତ୍ଵପୂର୍ଣ୍ଣ ବ୍ୟକ୍ତିମାନଙ୍କଠାରୁ ମହତ୍ଵପୂର୍ଣ୍ଣ ବ୍ୟକ୍ତିମାନେ ଉଚ୍ଚତର ଅଟନ୍ତି I ବିକଳ୍ପ ଅନୁବାଦ: “ସେ ନମ୍ର ଲୋକମାନଙ୍କୁ ମହତ୍ଵପୂର୍ଣ୍ଣ କରିଛନ୍ତି” କିମ୍ବା “ଯେଉଁ ଲୋକମାନଙ୍କୁ ଅନ୍ୟମାନେ ଆଦର କରିନାହାନ୍ତି, ସେମାନଙ୍କୁ ସେ ସମ୍ମାନ ଓ ଗୌରବ ଦେଇଅଛନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

those of low condition

ଦୀନତାରେ ଥିବା ବେଳେ I ଦେଖ କିପରି ତୁମେ ଏହାକୁ [ଲୂକ 1:48] (../01/48. ମଝି)ରେ ଅନୁବାଦ କଲ I

Luke 1:53

He has filled the hungry ... the rich he has sent away empty

ଯଦି ସମ୍ଭବ ହୁଏ ଅନୁବାଦରେ ଏହି ଦୁଇଟି ବିପରୀତ କାର୍ଯ୍ୟଗୁଡିକ ମଧ୍ୟରେ ଥିବା ବୈଷମ୍ୟକୁ ସ୍ପଷ୍ଟ କରାଯିବା ଉଚିତ I

filled the hungry with good things

ସମ୍ଭାବ୍ୟ ଅର୍ଥଗୁଡିକ 1) “ଭୋଜନ ନିମନ୍ତେ କ୍ଷୁଧିତମାନଙ୍କୁ ଉତ୍ତମ ଖାଦ୍ୟ ପ୍ରଦତ୍ତ ହେଲା” କିମ୍ବା 2) ଅଭାବୀମାନଙ୍କୁ ଉତ୍ତମ ପଦାର୍ଥଗୁଡିକ ଦତ୍ତ ହେଲା I ”

Luke 1:54

General Information:

UST ଏହି ପଦଗୁଡିକୁ ଏକ ପଦର ସେତୁରେ ପୂନଃସଜ୍ଜିତ କରେ ଯେପରି ଇସ୍ରାଏଲ ସମ୍ପର୍କରେ ତଥ୍ୟଗୁଡିକ ଏକତ୍ର ରଖାଯାଇପାରିବ I (ଦେଖ:/WA-Catalog/or_tm?section=translate#translate-versebridge)

He has helped

ସଦାପ୍ରଭୁ ସାହାଯ୍ୟ କରିଅଛନ୍ତି

Israel his servant

ଯଦି ପାଠକମାନେ ଏହାକୁ ଇସ୍ରାଏଲ ନାମ ସହିତ ଦ୍ୱନ୍ଦରେ ପଡନ୍ତି, ତେବେ ଏହାକୁ “ତାଙ୍କ ଦାସ, ଇସ୍ରାଏଲ ଜାତି” ବା “ଇସ୍ରାଏଲ, ତାଙ୍କ ଦାସଗଣ” ବୋଲି ଅନୁବାଦ କରାଯାଇ ପାରିବ I

remembering

ଈଶ୍ୱର ଭୁଲି ପାରନ୍ତି ନାହିଁ I ଯେତେବେଳେ ଈଶ୍ୱର “ସ୍ମରଣ କରନ୍ତି,” ଏହା ଏକ ରୁଢ଼ୋକ୍ତି ଅଟେ, ଯାହାର ଅର୍ଥ, ଈଶ୍ୱର ଆପଣା ପୂର୍ବ ପ୍ରତିଜ୍ଞା ଅନୁସାରେ କାର୍ଯ୍ୟ କରନ୍ତି I (ଦେଖ: /WA-Catalog/or_tm?section=translate#figs-idiom)

Luke 1:55

as he spoke to our fathers

ସେ ଯେପରି ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ସେହିପରି ସେ କାର୍ଯ୍ୟ କରିବେ I ଏହି ପଦ ଅବ୍ରହାମଙ୍କ ପ୍ରତି ଈଶ୍ୱର କରିଥିବା ପ୍ରତିଜ୍ଞା ସମ୍ପର୍କରେ ପଟ୍ଟଭୂମି ସମ୍ପର୍କୀୟ ତଥ୍ୟ ଯୋଗାଇଥାଏ I ବିକଳ୍ପ ଅନୁବାଦ: “ ଯେହେତୁ ସେ ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ତେଣୁକରି ସେ ଦୟାଳୁ ହେବେ” (ଦେଖ: /WA-Catalog/or_tm?section=translate#writing-background)

his descendants

ଅବ୍ରହାମଙ୍କ ବଂଶଧର

Luke 1:56

Connecting Statement:

ଏଲିଶାବେଥ ତାଙ୍କ ସନ୍ତାନକୁ ଜନ୍ମ ଦେଲେ ଓ ତା’ପରେ ଜିଖରିୟ ସେମାନଙ୍କ ଶିଶୁର ନାମକରଣ କଲେ I

then returned to her home

ମରିୟମ ତାଙ୍କର (ମରିୟମଙ୍କ) ଗୃହକୁ ବାହୁଡିଲେ କିମ୍ବା “ମରିୟମ ଆପଣା ନିଜ ଗୃହକୁ ଫେରିଲେ”

Luke 1:57

Now

ଏହି ଶବ୍ଦ କାହାଣୀରେ ପରବର୍ତ୍ତୀ ଘଟଣାର ଆରମ୍ଭକୁ ଚିହ୍ନିତ କରେ I

to deliver her baby

ଆପଣାର ଶିଶୁକୁ ଜନ୍ମ ଦେଲେ

Luke 1:58

Her neighbors and her relatives

ଏଲିଶାବେଥଙ୍କ ପଡୋଶୀମାନେ ଓ ସମ୍ପର୍କୀୟମାନେ

had shown his great mercy to her

ତାଙ୍କ ପ୍ରତି ଅତିଶୟ ଦୟାଳୁ ଥିଲେ

Luke 1:59

Now it happened

ଏଠାରେ ଏହି ପଦ ବ୍ୟବହାର କରାଯାଇଛି ଯେପରି ମୁଖ୍ୟ କାହାଣୀ ଅଂଶକୁ ଚିହ୍ନିତ କରିବ I ଏହି ସ୍ଥାନରେ ଲୂକ କାହାଣୀର ନୂତନ ଅଂଶକୁ କହିବା ଆରମ୍ଭ କରନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

on the eighth day

ଏଠାରେ “ଅଷ୍ଟମ ଦିନ” ଶିଶୁର ଜନ୍ମ ପରେ ଥିବା ସମୟକୁ ସୂଚିତ କରେ, ଯାହା ପ୍ରଥମ ଦିନରୁ ଗଣନା କରାହୁଏ, ଯେଉଁ ଦିନ ସେ ଜନ୍ମ ନେଲେ I ବିକଳ୍ପ ଅନୁବାଦ: “ଶିଶୁର ଜୀବନର ଅଷ୍ଟମ ଦିନରେ” (ଦେଖ: /WA-Catalog/or_tm?section=translate#translate-ordinal )

that they came to circumcise the child

ଅନେକ ସମୟରେ ଏହା ଏକ ଉତ୍ସବ ହୁଏ ଯେଉଁଠାରେ ଜଣେ ବ୍ୟକ୍ତି ଶିଶୁକୁ ସୁନ୍ନତ କରେ ଓ ବନ୍ଧୁମାନେ ଉତ୍ସବ ପାଳନ କରିବାକୁ ସେଠାରେ ପରିବାର ସହିତ ଉପସ୍ଥିତ ଥାଆନ୍ତି I ବିକଳ୍ପ ଅନୁବାଦ: “ସେମାନେ ଶିଶୁଟିର ସୁନ୍ନତ ଉତ୍ସବ ପାଳନ କରିବା ନିମନ୍ତେ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)

They would have named him

ସେମାନେ ତାଙ୍କ ନାମକରଣ କରିବାକୁ ଯାଉଛନ୍ତି ବା “ସେମାନେ ତାଙ୍କୁ ଏକ ନାମ ଦେବା ନିମନ୍ତେ ଇଚ୍ଛା କଲେ”

after the name of his father

ତାଙ୍କ ପିତାଙ୍କର ନାମ

Luke 1:61

by this name

ସେହି ନାମ ଦ୍ୱାରା ବା “ସେହି ସମାନ ନାମ ଦ୍ୱାରା”

Luke 1:62

They made signs

ଏହା ସେହି ସୁନ୍ନତ ଉତ୍ସବ ନିମନ୍ତେ ଉପସ୍ଥିତ ରହିଥିବା ଲୋକମାନଙ୍କୁ ଉଲ୍ଲେଖ କରେ I

They made signs

ଇଙ୍ଗିତ କଲେ I ହୁଏତ ଜିଖରିୟ ଶୁଣି ପାରୁ ନ ଥିଲେ ଓ ତହିଁ ସଙ୍ଗେ ସଙ୍ଗେ କହିପାରୁ ନ ଥିଲେ, ବା ଲୋକମାନେ ଅନୁମାନ କଲେ ଯେ ସେ ଶୁଣି ପାରିଲେ ନାହିଁ I

to his father

ଶିଶୁର ପିତାଙ୍କ ପ୍ରତି

as to what he wanted him to be named

ଜିଖରିୟ ଶିଶୁକୁ କେଉଁ ନାମ ଦେବା ନିମନ୍ତେ ଇଚ୍ଛା କଲେ

Luke 1:63

His father asked for a writing tablet

ଏହା ଉଲ୍ଲେଖ କରିବା ସହାୟକ ହେବ ଯେ ଜିଖରିୟ କିପରି ଭାବରେ “ପଚାରିଲେ” କାରଣ ସେ କଥା କହି ପାରୁ ନ ଥିଲେ I ବିକଳ୍ପ ଅନୁବାଦ: ତାଙ୍କ ପିତା ଆପଣା ହସ୍ତ ହଲାଇ ଲୋକମାନଙ୍କୁ ଦେଖାଇଲେ ଯେ ସେମାନେ ତାଙ୍କୁ ଏକ ଲେଖନୀ ଫଳକ ଦିଅନ୍ତୁ” (ଦେଖ”/WA-Catalog/or_tm?section=translate#figs-explicit)

a writing tablet

ଯାହା ଉପରେ ସେ କିଛି ଲେଖିବା ନିମନ୍ତେ

they were astonished

ଅତିଶୟ ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହେଲେ

Luke 1:64

his mouth was opened and his tongue was freed

ଏହି ଦୁଇଟି ପଦ ଶବ୍ଦ-ଚିତ୍ର ଅଟେ ଯାହା ଏକତ୍ର ମିଶି ଗୁରୁତ୍ଵ ଆରୋପ କରେ ଯେ ଜିଖରିୟ ହଠାତ୍ କଥା କହିବା ନିମନ୍ତେ ସମର୍ଥ ହେଲେ I (ଦେଖ:/WA-Catalog/or_tm?section=translate#figs-idiom ଏବଂ /WA-Catalog/or_tm?section=translate#figs-parallelism)

his mouth was opened and his tongue was freed

ଏହି ପଦଗୁଡିକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତାଙ୍କର ମୁଖ ଫିଟାଇ ଦେଲେ ଓ ତାଙ୍କ ଜିହ୍ୱା ଉନ୍ମୁକ୍ତ କଲେ I (ଦେଖ:/WA-Catalog/or_tm?section=translate#figs-activepassive)

Luke 1:65

Fear came on all who lived around them

ଜିଖରିୟ ଏବଂ ଏଲିଶାବେଥଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିବା ଲୋକମାନେ ଭୀତ ହେଲେ I ଏହା ସ୍ପଷ୍ଟ ଉଲ୍ଲେଖ କରିବା ସହାୟକ ହେବ ଯେ ସେମାନେ କାହିଁକି ଭୟଭୀତ ହେଲେ I ବିକଳ୍ପ ଅନୁବାଦ: “ସେମାନଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିବା ସମସ୍ତ ଲୋକ ଜିଖରିୟଙ୍କ ପ୍ରତି ଏହା କରିଥିବା ହେତୁ ଈଶ୍ୱରଙ୍କୁ ଭୟ କଲେ I” (ଦେଖ:/WA-Catalog/or_tm?section=translate#figs-explicit)

all those who heard these things

ଏଠାରେ ଥିବା “ସମସ୍ତ” ଶବ୍ଦ ସର୍ବସାଧାରଣ ଭାବରେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଯେଉଁମାନେ ସେମାନଙ୍କ ଚତୁଃପାର୍ଶ୍ୱରେ ବାସ କରୁଥିଲେ” ବା “ସେହି ଅଞ୍ଚଳରେ ବାସ କରୁଥିବା ଅନେକେ” (ଦେଖ:/WA-Catalog/or_tm?section=translate#figs-hyperbole)

all these matters were being talked about throughout all the hill country of Judea

ଏହି ପଦ “ଏହି ସମସ୍ତ କଥା ବ୍ୟାପିଗଲା” ସେମାନଙ୍କ ସମ୍ପର୍କରେ କୁହାକୁହି ହେଉଥିବା ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ I ଏହି ସୁପ୍ତ କ୍ରିୟାପଦ ଏହି ସ୍ଥାନରେ ସକ୍ରିୟ ପଦ ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ଯିହୂଦାର ପାର୍ବତୀୟ ଅଞ୍ଚଳରେ ଲୋକମାନେ ଏହି ସମସ୍ତ କଥା କୁହାକୁହି ହେଲେ” ବା “ସମଗ୍ର ଯିହୂଦାର ପାର୍ବତୀୟ ଅଞ୍ଚଳରେ ଲୋକମାନେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କଲେ” (ଦେଖ:/WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-activepassive)

Luke 1:66

All those who heard these things

ଯେଉଁମାନେ ଏହି ସମସ୍ତ କଥା ଶୁଣିଲେ

stored them in their hearts

ଯାହା ସବୁ ଘଟିଲା ସେବିଷୟରେ ଚିନ୍ତା କରିବା ବିଷୟରେ କୁହାଯାଏ ଯେ ସେହି ଜିନିଷଗୁଡ଼ିକୁ ସେମାନଙ୍କ ହୃଦୟରେ ସୁରକ୍ଷିତ ଭାବରେ ସାଇତି ରଖିବା I ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯତ୍ନ ସହକାରେ ଚିନ୍ତା କଲେ” ବା “ ଏହି ଘଟଣାଗୁଡିକ ସମ୍ପର୍କରେ ଅଧିକ ଚିନ୍ତା କଲେ” (ଦେଖ: /WA-Catalog/or_tm?section=translate#figs-metaphor )

in their hearts, saying

ହୃଦୟଗୁଡିକ I ସେମାନେ ପଚାରିଲେ

What then will this child become?

ଏହି ଶିଶୁଟି ବୃଦ୍ଧି ପାଇ କି’ପ୍ରକାର ମହାନ୍ ବ୍ୟକ୍ତି ହେବ? ଏହା ମଧ୍ୟ ସମ୍ଭବ ଯେ ଏହି ପ୍ରଶ୍ନଟି ସେମାନେ ଶିଶୁଙ୍କ ବିଷୟରେ ଶୁଣିଥିବା କଥା ଦ୍ୱାରା ସେମାନଙ୍କ ଆଶ୍ଚର୍ଯ୍ୟ ହେବାର ଏକ ମନ୍ତବ୍ୟ ଅଟେ I ବିକଳ୍ପ ଅନୁବାଦ: “ ଏହି ଶିଶୁ କେଡେ ମହାନ ପୁରୁଷ ହେବ !” (ଦେଖ: /WA-Catalog/or_tm?section=translate#figs-rquestion )

the hand of the Lord was with him

ଏହି ପଦ “ପ୍ରଭୁଙ୍କ ହସ୍ତ” ପ୍ରଭୁଙ୍କ ଶକ୍ତିକୁ ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶକ୍ତି ତାଙ୍କ ସହିତ ଥିଲା” କିମ୍ବା “ ପ୍ରଭୁ ଶକ୍ତିଯୁକ୍ତ ଭାବରେ ତାଙ୍କ ମଧ୍ୟ ଦେଇ କାର୍ଯ୍ୟ କରୁଥିଲେ” (ଦେଖ:/WA-Catalog/or_tm?section=translate#figs-metonymy)

Luke 1:67

Connecting Statement:

ଜିଖରିୟ କହନ୍ତି, ତାଙ୍କର ପୁତ୍ର ଯୋହନଙ୍କ ପ୍ରତି କ’ଣ ସବୁ ଘଟିବ I

his father Zechariah was filled with the Holy Spirit and prophesied

ଏହାକୁ ସକ୍ରିୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ପିତା ଜିଖରିୟଙ୍କୁ ପବିତ୍ରଆତ୍ମା ପରିପୂର୍ଣ୍ଣ କଲେ, ଏବଂ ଜିଖରିୟ ଭାବବାଣୀ କଲେ” (ଦେଖ:/WA-Catalog/or_tm?section=translate#figs-activepassive )

his father

ଯୋହନଙ୍କ ପିତା

prophesied, saying

ସିଧାସଳଖ ଭାବରେ ରହିଥିବା ଉକ୍ତିଗୁଡିକୁ ତୁମର ନିଜ ଭାଷାରେ ପରିଚୟ ପ୍ରଦାନ କରିବା ନିମନ୍ତେ ସ୍ୱାଭାବିକ ଉପାୟଗୁଡିକ ବିଷୟରେ ବିଚାର କର I ବିକଳ୍ପ ଅନୁବାଦ: “ଭାବବାଣୀ କଲେ ଓ କହିଲେ” ବା “ଭାବବାଣୀ କଲେ ଓ ଏହା ସେ କହିଲେ” (ଦେଖ: /WA-Catalog/or_tm?section=translate#figs-quotations )

Luke 1:68

the God of Israel

ଏଠାରେ ଇସ୍ରାଏଲ ଶବ୍ଦ ଇସ୍ରାଏଲ ଜାତିକୁ ବୁଝାଏ I ଈଶ୍ୱର ଓ ଇସ୍ରାଏଲ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସିଧାସଳଖ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଈଶ୍ୱର ଇସ୍ରାଏଲ ଉପରେ ରାଜତ୍ଵ କରନ୍ତି” କିମ୍ବା "" ଇସ୍ରାଏଲ ଯେଉଁ ଈଶ୍ୱରଙ୍କର ଉପାସନା କରେ” (ଦେଖ: /WA-Catalog/or_tm?section=translate#figs-explicit )

his people

ଈଶ୍ୱରଙ୍କ ଲୋକମାନେ

Luke 1:69

He has raised up a horn of salvation for us

ଏକ ପଶୁର ଶୃଙ୍ଗ ଆପଣାକୁ ପ୍ରତିରକ୍ଷା କରିବାକୁ ତାହାର ଶକ୍ତିର ପ୍ରତୀକ ଅଟେ I ଏଠାରେ ଉଠାଇବା ଅର୍ଥ ସ୍ଥିତିକୁ ଆଣିବା ବା କାର୍ଯ୍ୟକାରୀ କରିବା ଅଟେ I ମଶୀହଙ୍କ ସମ୍ପର୍କରେ କୁହାଯାଏ ଯେ ସତେ ଯେପରି ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ସେ ଶକ୍ତିସମ୍ପନ୍ନ ଏକ ଶୃଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ଆମକୁ ଜଣକ ନିକଟକୁ ଆଣିଛନ୍ତି, ଯାହାଙ୍କ ନିକଟରେ ଉଦ୍ଧାର କରିବା ନିମନ୍ତେ ଶକ୍ତି ଅଛି” (ଦେଖ: /WA-Catalog/or_tm?section=translate#figs-metaphor )

in the house of his servant David

ଏଠାରେ ଦାଉଦଙ୍କ “ବଂଶ” ତାଙ୍କ ପରିବାରକୁ, ବିଶେଷତଃ, ତାଙ୍କର ବଂଶଧରକୁ ପ୍ରତିନିଧିତ୍ଵ କରେ I ବିକଳ୍ପ ଅନୁବାଦ: “ତାହାଙ୍କ ଦାସ ଦାଉଦଙ୍କ ପରିବାରରେ” ବା “ଯିଏ ତାହାଙ୍କ ଦାସ ଦାଉଦଙ୍କ ପରିବାରର ଏକ ବଂଶଧର ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metonymy )

Luke 1:70

as he spoke

ଠିକ ଯେପରି ଈଶ୍ୱର କହିଲେ

he spoke by the mouth of his holy prophets from long ago

ଈଶ୍ୱର ଭାବବାଦୀମାନଙ୍କ ମୁଖ ଦ୍ୱାରା କଥା କହୁଛନ୍ତି ସୂଚିତ କରେ ଯେ ଈଶ୍ୱର ଆପଣା ଇଚ୍ଛା ଅନୁସାରେ ତାଙ୍କର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦିଅନ୍ତି I ବିକଳ୍ପ ଅନୁବାଦ: ସେ ବହୁ ପୂର୍ବେ ବାସ କରୁଥିବା ଆପଣା ପବିତ୍ର ଭାବବାଦୀମାନଙ୍କୁ କହିବା ନିମନ୍ତେ ପ୍ରେରଣା ଦେଲେ I (ଦେଖ: /WA-Catalog/or_tm?section=translate#figs-metonymy)

Luke 1:71

salvation from our enemies

ଗୁଣବାଚକ ବିଶେଷ୍ୟ “ପରିତ୍ରାଣ”କୁ “ଉଦ୍ଧାର” ବା “ରକ୍ଷା” କରିବା କ୍ରିୟା ପଦରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ବହୁ ପୂର୍ବରୁ"" I ସେ ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ” (ଦେଖ: /WA-Catalog/or_tm?section=translate#figs-abstractnouns)

our enemies ... of all those who hate us

ଏହି ଦୁଇଟି ପଦର ଅର୍ଥ ମୂଳତଃ ସମାନ ବିଷୟ ଅଟେ ଏବଂ ଗୁରୁତ୍ଵ ଆରୋପ କରିବା ପାଇଁ ପୂନରୁକ୍ତି ହୋଇଛି ଯେ କେତେ ଦୃଢ ଭାବରେ ସେମାନଙ୍କ ଶତୃମାନେ ସେମାନଙ୍କ ବିରୁଦ୍ଧ ଅଟନ୍ତି (ଦେଖ: /WA-Catalog/or_tm?section=translate#figs-parallelism)

hand

ହସ୍ତ କ୍ଷମତା ନିମନ୍ତେ ରୁଢ଼ୋକ୍ତି ଅଟେ, ଯାହା ପ୍ରୟୋଗ କରିବା ନିମନ୍ତେ ଜଣେ ବ୍ୟକ୍ତି ହସ୍ତ ବ୍ୟବହାର କରିଥାଏ I ବିକଳ୍ପ ଅନୁବାଦ: “କ୍ଷମତା” ବା “ନିୟନ୍ତ୍ରଣ” (ଦେଖ: /WA-Catalog/or_tm?section=translate#figs-metonymy)

Luke 1:72

to show mercy to

ଦୟାଳୁ ହେବା ବା “ ତାଙ୍କ ଦୟା ଅନୁସାରେ ଜଣକ ପ୍ରତି କାର୍ଯ୍ୟ କରିବା”

to remember

ଏଠାରେ “ସ୍ମରଣ” ଶବ୍ଦର ଅର୍ଥ ଏକ ସମର୍ପଣର ପ୍ରତିଶ୍ରୁତିକୁ ରକ୍ଷା କରିବା ବା କିଛି ବିଷୟ ପୂର୍ଣ୍ଣ କରିବା I

Luke 1:73

the oath that he swore

ଏହି ଶବ୍ଦଗୁଡିକ ତାଙ୍କର ପବିତ୍ର ନିୟମକୁ ଉଲ୍ଲେଖ କରେ (ପଦ 72 )

to grant to us

ଯେପରି ଆମ୍ଭମାନଙ୍କ ନିମନ୍ତେ ଏହାକୁ ସମ୍ଭବପର କରିବେ

Luke 1:74

that we, having been delivered out of the hand of our enemies, would serve him without fear

ଏହାକୁ ସକ୍ରିୟ ପଦରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଆମକୁ ରକ୍ଷା କରିବା ପରେ ଆମ୍ଭେମାନେ ଯେପରି ନିର୍ଭୟରେ ତାଙ୍କ ଉପାସନା କରିବୁ” (ଦେଖ: /WA-Catalog/or_tm?section=translate#figs-activepassive)

out of the hand of our enemies

ଏଠାରେ “ହସ୍ତ” ଜଣେ ବ୍ୟକ୍ତିର ନିୟନ୍ତ୍ରଣ ବା ଶକ୍ତିକୁ ବୁଝାଏ I ଏହାକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କ ନିୟନ୍ତ୍ରଣଠାରୁ” (ଦେଖ: /WA-Catalog/or_tm?section=translate#figs-metonymy)

without fear

ଏହା ପୂନର୍ବାର ସେମାନଙ୍କ ଶତୃମାନଙ୍କ ଭୟକୁ ସୂଚାଏ I ବିକଳ୍ପ ଅନୁବାଦ: ଆମର ଶତୃମାନଙ୍କଠାରୁ ଭୟଭୀତ ନ ହୋଇ” (ଦେଖ: /WA-Catalog/or_tm?section=translate#figs-ellipsis)

Luke 1:75

in holiness and righteousness

ଗୁଣବାଚକ ବିଶେଷ୍ୟ “ପବିତ୍ରତା” ଓ “ଧାର୍ମିକତା”କୁ ହଟାଇବା ନିମନ୍ତେ ଏହାକୁ ପୂନର୍ବାର ଉଦ୍ଧୃତ କରାଯାଇପାରିବ I” ସମ୍ଭାବ୍ୟ ଅର୍ଥଗୁଡିକ 1) ଆମେ ପବିତ୍ର ଓ ଧାର୍ମିକ ଭାବରେ ଈଶ୍ୱରଙ୍କ ଉପାସନା କରିବୁ I ବିକଳ୍ପ ଅନୁବାଦ: “ଯାହା ପବିତ୍ର ଓ ଧାର୍ମିକ ତାହା କରିବା” ବା 2) ଆମେ ପବିତ୍ର ଓ ଧାର୍ମିକ ହେବୁ I ବିକଳ୍ପ ଅନୁବାଦ: ପବିତ୍ର ଓ ଧାର୍ମିକ ହେବା” (ଦେଖ: /WA-Catalog/or_tm?section=translate#figs-abstractnouns )

before him

ଏହା ଏକ ଋଢ଼ୋକ୍ତି, ଯାହାର ଅର୍ଥ “ତାଙ୍କ ଉପସ୍ଥିତିରେ” (ଦେଖ: /WA-Catalog/or_tm?section=translate#figs-idiom )

Luke 1:76

And indeed, you

ଆପଣାର ପୁତ୍ରକୁ ସିଧାସଳଖ ଭାବରେ ସମ୍ବୋଧନ କରିବା ନିମନ୍ତେ ଜିଖରିୟ ଏହି ପଦକୁ ବ୍ୟବହାର କଲେ I ହୁଏତ ତୁମର ନିଜ ଭାଷାରେ ଏଭଳି ସମାନ ଧରଣର ସିଧାସଳଖ ବଚନ ରହିଥାଇପାରେ I

you, child, will be called a prophet

ଲୋକମାନେ ଦୃଦୟଙ୍ଗମ କରିବେ ଯେ ସେ ଜଣେ ଭାବବାଦୀ ଅଟନ୍ତି I ଏହାକୁ କ୍ରୀୟାଶୀଳ ପଦରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଲୋକେ ଜାଣିବେ ଯେ ତୁମେ ଜଣେ ଭାବବାଦୀ ଅଟ I” (ଦେଖ: /WA-Catalog/or_tm?section=translate#figs-activepassive )

of the Most High

ଏହି ଶବ୍ଦଗୁଡିକ ଈଶ୍ୱରଙ୍କ ନିମନ୍ତେ ଶବ୍ଦ-ବହୁଳ ଭାବରେ ବର୍ଣ୍ଣନା କରିବାର ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯିଏ ସର୍ବୋପରିସ୍ଥଙ୍କ ସେବା କରେ” ବା “ ଯିଏ ସର୍ବୋପରିସ୍ଥଙ୍କ ନିମନ୍ତେ କଥା କୁହେ” (ଦେଖ: /WA-Catalog/or_tm?section=translate#figs-euphemism )

you will go before the Lord

ପ୍ରଭୁ ଆସିବା ପୂର୍ବରୁ, ସେ ଯିବେ ଓ ଲୋକମାନଙ୍କ ନିକଟରେ ଘୋଷଣା କରିବେ ଯେ ପ୍ରଭୁ ସେମାନଙ୍କ ନିକଟକୁ ଆସିବେ I ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ] (../01/17. ମଝି)ରେ ଅନୁବାଦ କରିଛ I

before the Lord

ଜଣକର ମୁଖ ଏକ ରୂପକ ହୋଇପାରିବ ଯାହା ସେହି ବ୍ୟକ୍ତିଙ୍କର ଉପସ୍ଥିତିକୁ ସୂଚାଏ I ଏହା ବେଳେବେଳେ ଅନୁବାଦରେ ଅନ୍ତର୍ଭୁକ୍ତ ହୋଇ ନ ଥାଏ I ବିକଳ୍ପ ଅନୁବାଦ: “ପ୍ରଭୁ” ଦେଖ ତୁମେ କିପରି ଏହାକୁ [ଲୂକ 1:17 ରେ ](../01/17. ମଝି)ରେ ଅନୁବାଦ କରିଛ I(ଦେଖ: /WA-Catalog/or_tm?section=translate#figs-idiom )

to prepare his paths

ଏହା ଏକ ରୂପକ ଅଟେ ଯାହାର ଅର୍ଥ ପ୍ରଭୁଙ୍କ ସମ୍ବାଦ ଶୁଣିବାକୁ ଓ ବିଶ୍ୱାସ କରିବାକୁ ଯୋହନ ଲୋକମାନଙ୍କୁ ପ୍ରସ୍ତୁତ କରିବେ I (ଦେଖ: /WA-Catalog/or_tm?section=translate#figs-metaphor )

Luke 1:77

to give knowledge of salvation ... by the forgiveness of their sins

“ଜ୍ଞାନ ଦେବା” ବାକ୍ୟାଂଶ ଶିକ୍ଷାଦାନର ଏକ ରୂପକ ଅଟେ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଏବଂ “ପାପକ୍ଷମା”କୁ “ଉଦ୍ଧାର କରିବା” ଓ “କ୍ଷମା ଦେବା” କ୍ରିୟାପଦଗୁଡିକ ଦ୍ୱାରା ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କର ପାପର କ୍ଷମା ମାଧ୍ୟମରେ ତାଙ୍କର ଲୋକମାନଙ୍କୁ ପରିତ୍ରାଣ ସମ୍ବନ୍ଧରେ ଶିକ୍ଷା ଦେବା” ବା “ଈଶ୍ୱର କିପରି ଲୋକମାନଙ୍କର ପାପର କ୍ଷମା କରିବା ଦ୍ୱାରା ସେମାନଙ୍କର ପରିତ୍ରାଣ କରନ୍ତି ତାହା ତାଙ୍କ ଲୋକମାନଙ୍କୁ ଶିକ୍ଷା ଦେବା” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-abstractnouns)

Luke 1:78

because of the tender mercy of our God

ଈଶ୍ୱରଙ୍କ ଦୟା ଲୋକମାନଙ୍କୁ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିବା ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ଦୟାମୟ ଏବଂ କୃପାରେ ପରିପୂର୍ଣ୍ଣ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-explicit )

the sunrise from on high

ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ଦେଖ: /WA-Catalog/or_tm?section=translate#figs-metaphor )

Luke 1:79

to shine

ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ପଦ 78) I (ଦେଖ: /WA-Catalog/or_tm?section=translate#figs-metaphor )

to shine

ଜଣକୁ ଜ୍ଞାନ ଦେବା ବା “ ଜଣକୁ ଆତ୍ମିକ ଆଲୋକ ପ୍ରଦାନ କରିବା”

those who sit in darkness

ଏହି ସ୍ଥାନରେ ଅନ୍ଧକାର ଆତ୍ମିକ ସତ୍ୟର ଅନୁପସ୍ଥିତିର ଏକ ରୂପକ ଅଟେ I ଏଠାରେ, ଆତ୍ମିକ ସତ୍ୟର ଅଭାବରେ ଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଅନ୍ଧକାରରେ ବସିଛନ୍ତି I ବିକଳ୍ପ ଅନୁବାଦ: “ସତ୍ୟ ଜାଣି ନ ଥିବା ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metaphor)

in darkness and in the shadow of death

ଲୋକମାନଙ୍କୁ ଈଶ୍ୱର ଦୟା ପ୍ରଦର୍ଶନ କରିବା ପୂର୍ବରୁ ସେମାନଙ୍କ ଗଭୀର ଆତ୍ମିକ ଅନ୍ଧକାରକୁ ଗୁରୁତ୍ଵ ଆରୋପ କରିବା ନିମନ୍ତେ ଏହି ଦୁଇଟି ବାକ୍ୟାଂଶ ଏକତ୍ର ମିଶି କାର୍ଯ୍ୟ କରିଥାଏ I (ଦେଖ: /WA-Catalog/or_tm?section=translate#figs-doublet )

in the shadow of death

ଛାୟା ଅନେକ ସମୟରେ କିଛି ଗୋଟିଏ ବିଷୟ ଘଟିବାକୁ ଯାଉଥିବା ବିଷୟକୁ ସୂଚିତ କରେ I ଏହି ସ୍ଥାନରେ, ଏହା ମୃତ୍ୟୁର ସମ୍ମୁଖିନ ହେବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁବରଣ କରିବା ଅବସ୍ଥାରେ ଅଛନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

to guide our feet into the path of peace

ଏହି ସ୍ଥାନରେ “ଅଗ୍ରଗାମୀ ହେବା” ଶିକ୍ଷାଦାନ ନିମନ୍ତେ ଏକ ରୂପକ ଓ “ଶାନ୍ତିର ପଥ” ଈଶ୍ୱରଙ୍କ ସହିତ ଶାନ୍ତିରେ ବାସ କରିବା ବିଷୟର ଏକ ରୂପକ ଅଟେ I “ଆମ୍ଭମାନଙ୍କର ପାଦ” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ଈଶ୍ୱରଙ୍କ ସହିତ ଶାନ୍ତିରେ କିପରି ବାସ କରିବାକୁ ହେବ ତାହା ଆମ୍ଭମାନଙ୍କୁ ଶିକ୍ଷା ଦିଅ”(ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-synecdoche)

Luke 1:80

General Information:

ଏହା ସଂକ୍ଷେପରେ ଯୋହନଙ୍କ ବୃଦ୍ଧି ପାଇବା ବର୍ଷଗୁଡିକ ବିଷୟରେ କୁହେ I

Now

ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I ଯୋହନଙ୍କ ଜନ୍ମଠାରୁ ଜଣେ ବୟସ୍କ ଭାବରେ ତାଙ୍କର ସେବାକାର୍ଯ୍ୟ ଆରମ୍ଭ କରିବା ସମୟକୁ ଲୂକ ଖୁବ୍ ଶୀଘ୍ର ଗତି କରୁଛନ୍ତି I

became strong in spirit

ଆତ୍ମିକ ଭାବରେ ପରିପକ୍ଵ ହେଲେ ବା “ଈଶ୍ୱରଙ୍କ ସହିତ ତାଙ୍କ ସମ୍ପର୍କକୁ ଦୃଢୀଭୂତ କଲେ”

was in the wilderness

ପ୍ରାନ୍ତରରେ ବାସ କଲେ I ଯୋହନ କେଉଁ ବୟସରେ ପ୍ରାନ୍ତରରେ ଆପଣା ଜୀବନ କାଟିବା ଆରମ୍ଭ କଲେ ସେ ବିଷୟରେ ଲୂକ କିଛି କହି ନାହାନ୍ତି I

until

କୌଣସି ଏକ ସ୍ଥାନରେ ରହିଯିବା ବିଷୟକୁ ଏହା ଜଣାଉ ନାହିଁ I ଯୋହନ ସର୍ବସାଧାରଣରେ ପ୍ରଚାର ସେବାକାର୍ଯ୍ୟ ଆରମ୍ଭ କରିବା ପରେ ସୁଦ୍ଧା ପ୍ରାନ୍ତରରେ ବାସ କରିବା ଜାରି ରଖିଥିଲେ I

the day of his public appearance

ଯେତେବେଳେ ସେ ସର୍ବସାଧାରଣରେ ପ୍ରଚାର କରିବା ଆରମ୍ଭ କଲେ

the day

ଏଠାରେ “ସମୟ” ବା “ପରିସ୍ଥିତି”ର ସାଧାରଣ ଅର୍ଥରେ ଏହା ବ୍ୟବହୃତ ହୋଇଛି I