ଲୂକ ଲିଖିତ ସୁସମାଚାର ପୁସ୍ତକର ପରିଚୟ ପ୍ରଦାନ

ଭାଗ 1: ସାଧାରଣ ପରିଚୟ

ଲୂକ ପୁସ୍ତକର ବାହ୍ୟିକ ରୂପରେଖ

  1. ପୁସ୍ତକ ପରିଚୟ ଏବଂ ଲେଖିବାର ଉଦ୍ଦେଶ୍ୟ (1;1-4)

  2. ଯୀଶୁଙ୍କ ଜନ୍ମ ଏବଂ ସେବାକାର୍ଯ୍ୟ ନିମନ୍ତେ ତାହାଙ୍କ ପ୍ରସ୍ତୁତି (1: 5-4:13)

  3. ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟ(4:14-9:50) 1 I ଯିରୂଶାଲମକୁ ଯୀଶୁଙ୍କ ଯାତ୍ରା

  • ଶିଷ୍ୟତ୍ଵ (9:51-11:13)
  • ଦ୍ୱନ୍ଦ ଓ ଯୀଶୁଙ୍କ ଦୁଃଖ (11:14-14:35) -ହଜି ଯାଇଥିବା ଓ ମିଳିଥିବା ବିଷୟଗୁଡିକ ସମ୍ପର୍କରେ ଦୃଷ୍ଟାନ୍ତମାଳା I ସାଧୁତା ଓ ଅସାଧୁତା ସମ୍ପର୍କରେ ଦୃଷ୍ଟାନ୍ତମାଳା (15:1-16:31)
  • ଈଶ୍ୱରଙ୍କ ରାଜ୍ୟ (17:1-19:27) -ଯିରୂଶାଲମ ମଧ୍ୟକୁ ଯୀଶୁଙ୍କ ପ୍ରବେଶ (19:28-44) 1 I ଯିରୂଶାଲମରେ ଯୀଶୁ (19: 45-21:4)
  1. ଆପଣା ଦ୍ୱିତୀୟ ଆଗମନ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା (21:5-36) 1 I ଯୀଶୁଙ୍କ ମୃତ୍ୟୁ, ସମାଧିସ୍ଥ ହେବା, ଏବଂ ପୁନରୁତ୍ଥାନ (22:1-24:53)

ଲୂକ ଲିଖିତ ସୁସମାଚାରର ବିଷୟ କ’ଣ ଅଟେ ?

ନୂତନ ନିୟମରେ ଚାରିଗୋଟି ପୁସ୍ତକମାନଙ୍କ ମଧ୍ୟରେ ଲୂକଙ୍କ ସୁସମାଚାର ଅନ୍ୟତମ ଅଟେ, ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ସମ୍ପର୍କରେ କିଛି ବିଷୟ ବର୍ଣ୍ଣନା କରେ I ଯୀଶୁ କିଏ ଏବଂ ସେ କି କି ବିଷୟ ସାଧନ କଲେ ତହିଁର ବିଭିନ୍ନ ଦିଗ ଉପରେ ସୁସମାଚାର ପୁସ୍ତକଗୁଡିକର ଲେଖକମାନେ ଲେଖିଛନ୍ତି I ଲୂକ ଆପଣା ସୁସମାଚାର ଥୀୟଫିଲ ନାମକ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଲେଖିଥିଲେ I ଲୂକ ଯୀଶୁଙ୍କ ଜୀବନର ଏକ ଅବିକଳ ଓ ସଠିକ୍ ବର୍ଣ୍ଣନା ଲେଖିଲେ ଯେପରି ଯାହା ସତ୍ୟ ତହିଁ ସମ୍ପର୍କରେ ଥୀୟଫିଲ ସୁନିଶ୍ଚିତ ହେବେ I ତଥାପି, ଲୂକ ଆଶା ଓ ଅପେକ୍ଷା କରୁଥିଲେ ଯେ ସୁସମାଚାରଟି କେବଳ ଥୀୟଫିଲଙ୍କୁ ନୁହେଁ, ମାତ୍ର ସମସ୍ତ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରିବ I

ଏହି ପୁସ୍ତକର ଶୀର୍ଷକକୁ କେଉଁ ପ୍ରକାରେ ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଭାବରେ “ଲୂକ ଲିଖିତ ସୁସମାଚାର” କିମ୍ବା “ଲୂକଙ୍କ ଅନୁସାରେ ସୁସମାଚାର” ବୋଲି କହିପାରନ୍ତି I କିମ୍ବା ସେମାନେ ଏକ ଶୀର୍ଷକ ପସନ୍ଦ କରିପାରନ୍ତି ଯାହା ହୁଏତ ସ୍ପଷ୍ଟତର ହୋଇପାରେ, ଉଦାହରଣସ୍ୱରୂପ, “ ଯୀଶୁଙ୍କ ସମ୍ପର୍କରେ ଲୂକ ଲେଖିଥିବା ମଙ୍ଗଳ ସମାଚାର I” (ଦେଖ: /WA-Catalog/or_tm?section=translate#translate-names)

ଲୂକ ପୁସ୍ତକ କିଏ ଲେଖିଥିଲେ ?

ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ I ଏହି ପୁସ୍ତକ ଲେଖିଥିବା ସମାନ ବ୍ୟକ୍ତି ପ୍ରେରିତମାନଙ୍କର କାର୍ଯ୍ୟର ବିବରଣ ମଧ୍ୟ ଲେଖିଛନ୍ତି I ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ ପୁସ୍ତକର କେତେକ ସ୍ଥାନରେ ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରିଛନ୍ତି I ଏହା ସୂଚାଏ ଯେ, ଲେଖକ ପାଉଲଙ୍କ ସହିତ ଯାତ୍ରା କରିଥିଲେ I ଅଧିକାଂଶ ବିଦ୍ୱାନମାନେ ଚିନ୍ତା କରନ୍ତି ଯେ ଲୂକ ହିଁ ସେହି ବ୍ୟକ୍ତି, ଯିଏ ପାଉଲଙ୍କ ସହିତ ଯାତ୍ରା କରିଥିଲେ I ଅତଏବ, ଆଦ୍ୟ ଖ୍ରୀଷ୍ଟିଆନମାନଙ୍କ ସମୟରୁ, ଅଧିକାଂଶ ଖ୍ରୀଷ୍ଟିଆନମାନେ ବିଚାର କରିଛନ୍ତି ଯେ ଉଭୟ ଲୂକ ପୁସ୍ତକ ଏବଂ ପ୍ରେରିତମାନଙ୍କ କାର୍ଯ୍ୟର ବିବରଣର ଲେଖକ ଲୂକ ହିଁ ଅଟନ୍ତି I

ଲୂକ ଜଣେ ଚିକିତ୍ସକ ବା ବୈଦ୍ୟ ଥିଲେ I ତାଙ୍କର ଲିଖନ ଶୈଳୀରୁ ଜଣାପଡେ ଯେ ସେ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ I ସମ୍ଭବତଃ ସେ ଜଣେ ବିଜାତୀୟ ଲୋକ ଥିଲେ I ଲୂକ ସମ୍ଭବତଃ ନିଜେ ଯୀଶୁଙ୍କୁ ଦେଖି ନ ଥିଲେ କି ଯୀଶୁ ଯାହା କହିଥିଲେ ଓ କରିଥିଲେ ତହିଁର ସାକ୍ଷୀ ହୋଇ ନ ଥିଲେ I କିନ୍ତୁ ସେ କହନ୍ତି ଯେ ଯେଉଁମାନେ ଯୀଶୁଙ୍କର ଚାକ୍ଷୁସ ସାକ୍ଷୀ ଥିଲେ ସେପରି ଅନେକ ଲୋକମାନଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ I

ଭାଗ 2: ମହତ୍ତ୍ଵପୂର୍ଣ୍ଣ ଧର୍ମନୈତିକ ଓ ସାଂସ୍କୃତିକ ଚିନ୍ତାଧାରାଗୁଡିକ

ଲୂକ ଲିଖିତ ସୁସମାଚାରରେ ନାରୀମାନଙ୍କ ଭୂମିକା କ’ଣ ଅଟେ?

ଲୂକ ଆପଣା ସୁସମାଚାରରେ ନାରୀମାନଙ୍କୁ ଅତିଶୟ ଆସ୍ତିସୂଚକ ଭାବରେ ବର୍ଣ୍ଣନା କରିଛନ୍ତି I ଉଦାହରଣସ୍ୱରୂପ, ସେ ଅନେକ ସମୟରେ ଦର୍ଶାନ୍ତି ଯେ ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ଈଶ୍ୱରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି I (ଦେଖ: /WA-Catalog/or_tw?section=kt#faithful)

ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଲୂକ ଏତେ ବେଶୀ କାହିଁକି ଲେଖିଛନ୍ତି ?

ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଲୂକ ବହୁତ କିଛି ଲେଖିଛନ୍ତି I ସେ ଚାହିଁଥିଲେ ଯେ ତାଙ୍କର ପାଠକମାନେ ଯୀଶୁଙ୍କ ଜୀବନର ଶେଷ ସପ୍ତାହ ସମ୍ପର୍କରେ ଓ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ସମ୍ପର୍କରେ ଗଭୀର ଭାବରେ ଚିନ୍ତା କରନ୍ତୁ I ସେ ଚାହିଁଥିଲେ ଯେ ଲୋକମାନେ ଏହା ବୁଝିପାରନ୍ତୁ ଯେ ଯୀଶୁ କ୍ରୁଶ ଉପରେ ଇଚ୍ଛାକୃତ ଭାବରେ ମୃତ୍ୟୁବରଣ କଲେ, ଯେପରି ଈଶ୍ୱର ଆପଣା ବିରୁଦ୍ଧରେ ପାପ କରୁଥିବା ଲୋକମାନଙ୍କୁ କ୍ଷମା କରିପାରିବେ I (ଦେଖ: /WA-Catalog/or_tw?section=kt#sin)

ଭାଗ 3: ମହତ୍ଵପୂର୍ଣ୍ଣ ଅନୁବାଦଜନିତ ସମସ୍ୟାଗୁଡିକ

କେଉଁଗୁଡ଼ିକ ସଂକ୍ଷିପ୍ତ ସାର ସୁସମାଚାର ପୁସ୍ତକ ଅଟେ ?

ମାଥିଉ, ମାର୍କ, ଓ ଲୂକ ଲିଖିତ ସୁସମାଚାରଗୁଡିକୁ ସଂକ୍ଷିପ୍ତସାର ସୁସମାଚାର ପୁସ୍ତକ କୁହାଯାଏ, କାରଣ ସେଗୁଡିକରେ ସାମଞ୍ଜସ୍ୟ ଥିବା ଅନେକ ଶାସ୍ତ୍ରଂଶଗୁଡିକ ରହିଛି I “ସଂକ୍ଷିପ୍ତସାର” ଶବ୍ଦର ଅର୍ଥ “ଏକତ୍ର ଦେଖିବା I”

ପାଠାଂଶଗୁଡିକ “ସମାନ୍ତର” ଭାବରେ ବିଚାର କରାଯାଏ, ଯେତେବେଳେ ସେମାନେ ଦୁଇ ବା ତିନୋଟି ସୁସମାଚାରରେ ସମାନ କିମ୍ବା ପ୍ରାୟ ସମାନ ରହିଥାଏ I ଯେତେବେଳେ ସମାନ୍ତର ଶାସ୍ତ୍ରାଂଶଗୁଡିକର ଅନୁବାଦ କରାଯାଏ, ଅନୁବାଦକମାନେ ଯଥାସମ୍ଭବ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଏବଂ ସେଗୁଡିକୁ ଯଥାସମ୍ଭବ ସମାନ ଧରଣର କରିବା ଆବଶ୍ୟକ I

ଯୀଶୁ କାହିଁକି ନିଜକୁ “ମନୁଷ୍ୟପୁତ୍ର ” ବୋଲି ଉଲ୍ଲେଖ କରନ୍ତି ?

ସୁସମାଚାରଗୁଡିକରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର ” ବୋଲି କହନ୍ତି I ଏହା ଦାନିୟେଲ 7:13-14 ର ଏକ ଉଲ୍ଲେଖ ଅଟେ I ଏହି ଶାସ୍ତ୍ରଂଶରେ ଜଣେ ବ୍ୟକ୍ତି “ମନୁଷ୍ୟପୁତ୍ର” ଭାବରେ ବର୍ଣ୍ଣିତ ହୋଇଛନ୍ତି I ତାହାର ଅର୍ଥ, ଜଣେ ବ୍ୟକ୍ତି ଯିଏ କି ମନୁଷ୍ୟ ପରି ଦେଖାଯାଉଥିଲେ I ଈଶ୍ୱର ମନୁଷ୍ୟପୁତ୍ରଙ୍କୁ ଏହି ଅଧିକାର ଓ କ୍ଷମତା ଦେଲେ ଯେପରି ସେ ସମସ୍ତ ଜାତିଗଣ ଉପରେ ଅନନ୍ତକାଳ ନିମନ୍ତେ ଶାସନ କରିବେ I ଏବଂ ଅନନ୍ତକାଳ ନିମନ୍ତେ ସମସ୍ତ ଲୋକମାନେ ତାଙ୍କର ଉପାସନା କରିବେ I

ଯୀଶୁଙ୍କ ସମୟର ଯିହୂଦୀମାନେ କୌଣସି ବ୍ୟକ୍ତିଙ୍କ ନିମନ୍ତେ ଏହି “ମନୁଷ୍ୟପୁତ୍ର” ଶିରୋନାମା ବ୍ୟବହାର କରି ନ ଥିଲେ I ସେଥିପାଇଁ ଯୀଶୁ ଆପଣା ନିମନ୍ତେ ଏହା ବ୍ୟବହାର କଲେ ଯେପରି ସେ ପ୍ରକୃତରେ କିଏ ଅଟନ୍ତି ବୁଝିବା ନିମନ୍ତେ ତାହା ସେମାନଙ୍କୁ ସାହାଯ୍ୟ କରିବ I (ଦେଖ: /WA-Catalog/or_tw?section=kt#sonofman)

ଅନେକ ଭାଷାରେ “ମନୁଷ୍ୟପୁତ୍ର” ଶିରୋନାମାକୁ ଅନୁବାଦ କରିବା କଷ୍ଟକର ହୋଇପାରେ I ହୁଏତ ପାଠକମାନେ ଆକ୍ଷରିକ ଅନୁବାଦକୁ ଭୁଲ ବୁଝିପାରନ୍ତି I ଅନୁବାଦକମାନେ ଅନ୍ୟ ବିକଳ୍ପ ବିଚାର କରିପାରନ୍ତି, ଯଥା “ ଏକ ମାନବ” I ଶିରୋନାମାକୁ ବ୍ୟାଖ୍ୟା କରିବା ନିମନ୍ତେ ତଳେ ଏକ ଟିପ୍ପଣୀ ଅନ୍ତର୍ଭୁକ୍ତ କରିବା ସହାୟକ ହେବ I

ଲୂକ ପୁସ୍ତକର ପାଠ୍ୟାଂଶର ବିଶେଷ ସମସ୍ୟାଗୁଡିକ କ’ଣ ?

ନିମ୍ନୋକ୍ତ ପଦଗୁଡିକ ପ୍ରାଚୀନତମ ହସ୍ତଲିପିଗୁଡିକରେ ନାହିଁ I ଏହି ପଦଗୁଡିକୁ ULT ଓ UST ରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଅନ୍ୟ କେତେକ ଅନୁବାଦଗୁଡିକରେ ତାହା କରାଯାଇ ନାହିଁ I

  • “ତା’ପରେ ସ୍ୱର୍ଗରୁ ଜଣେ ଦୂତ ତାହାଙ୍କୁ ଦର୍ଶନ ଦେଇ, ତାହାଙ୍କୁ ଶକ୍ତି ପ୍ରଦାନ କଲେ I ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୁଇଁରେ ପଡିଲା I” (22: 43-44)
  • ଯୀଶୁ କହିଲେ, ପିତଃ,ଏମାନଙ୍କୁ କ୍ଷମା କର, କାରଣ ଏମାନେ କ’ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ I”

ଅନେକ ଆଧୁନିକ ଅନୁବାଦଗୁଡିକରେ ନିମ୍ନୋକ୍ତ ପଦ ଅନ୍ତର୍ଭୁକ୍ତ ହୋଇନାହିଁ I କେତେଗୁଡିଏ ଅନୁବାଦ ଏହାକୁ ବର୍ଗବନ୍ଧନୀରେ ରଖନ୍ତି I ଅନୁବାଦକମାନଙ୍କୁ ଏହି ପଦକୁ ଅନୁବାଦ ନ କରିବା ନିମନ୍ତେ ପରାମର୍ଶ ଦିଆଯାଏ I ତଥାପି, ଯଦି ଅନୁବାଦକଙ୍କ ଅଞ୍ଚଳରେ ବାଇବଲର ପୁରାତନ ଅନୁବାଦଗୁଡିକରେ ଏହି ପଦ ଅନ୍ତର୍ଭୁକ୍ତ ହୋଇଛି, ତେବେ ଅନୁବାଦକମାନେ ଏହାକୁ ଅନ୍ତର୍ଭୁକ୍ତ କରିପାରନ୍ତି I ଯଦି ସେଗୁଡିକ ଅନୁବାଦ କରାଯାଏ, ତେବେ ତାହାକୁ ବର୍ଗ ବନ୍ଧନୀ ମଧ୍ୟରେ ରଖାଯିବା ଉଚିତ ([])ଯେପରି ଇଙ୍ଗିତ ହେବ ଯେ ଏହା ହୁଏତ ଲୂକଙ୍କ ସୁସମାଚାରର ମୂଳ ଲେଖାରେ ନାହିଁ I

  • “ତାଙ୍କୁ ପର୍ବ ସମୟରେ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା” (23:17)

(ଦେଖ:/WA-Catalog/or_tm?section=translate#translate-textvariants )