Matthew 3

Matthew 3:1

ଏହି ଭାଗ ଅନେକ ବର୍ଷମାନଙ୍କ ପରେ ଘଟେ ଯେତେବେଳେ ବାପ୍ତିଜକ ଯୋହନଏକ ଯୁବା ଥିଲେ ଏବଂ ପ୍ରଚାର କରିବାକୁ ଆରମ୍ଭ କଲେ । #. ଯେତେତୁ ଏହା ସେ ଅଟନ୍ତି ଯିଏ "ସେ" ସର୍ବନାମ ବାପ୍ତିଜକ ଯୋହନକୁ ସୁଚାଏ । #. ଏହା ସେ ଅଟନ୍ତି ଯାହାଙ୍କ ବିଷୟରେ ଯିଶାଇୟ ଭାବବାଦୀ କହିଥିଲେ, କହନ୍ତି ବିକଳ୍ପ ଅନୁବାଦ: "ଯେହେତୁ ଯିଶାଇୟ ଭାବବାଦୀ ବାପ୍ତିଜକ ଯୋହନଙ୍କ ବିଷୟରେ କହୁଥିଲେ ଯେତେବେଳେ ସେ କହିଲେ" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସିଧାସଳଖ କର ଏହା ବାପ୍ତିଜକ ଯୋହନଙ୍କ ସମ୍ବାଦ ନିମନ୍ତେ ଏକ ରୁପକ ଅଟେ ଯାହା ଲୋକମାନଙ୍କୁ ମନପରିବର୍ତ୍ତନ କରିବା ନିମନ୍ତେ ଆହ୍ଵାନ କରିଥାନ୍ତି (ଦେଖନ୍ତୁ:ରୁପକ) ବିକଳ୍ପ ଅନୁବାଦ: "ଆପଣ ଜୀବନ ନିର୍ବାହ କରୁଥିବା ପଥକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୁଅନ୍ତୁ, ଯେପରି ଆପଣମାନଙ୍କ ଜୀବନ ଈଶ୍ଵରଙ୍କ ନିମନ୍ତେ ଏକ ସନ୍ତୋଷପୁର୍ଣ୍ଣ ଜୀବନ ହେବ"

Matthew 3:4

ବାପ୍ତିଜକ ଯୋହନ ପ୍ରଚାର କରି ଅସୁଅଛି । #. ସେମାନେ ତାହାଙ୍କ ଦ୍ଵାରା ବାପ୍ତିଜିତ ହେଲେ "ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଲେ" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେମାନେ ଯିରୁଶାଲମ, ଯିହୁଦା ଏବଂ ଯୋର୍ଦ୍ଦନ ନଦୀର ଚତୁଃପାର୍ଶ୍ଵରୁ ଆସୁଥିବା ଲୋକମାନେ ।

Matthew 3:7

#. ବାପ୍ତିଜକ ଯୋହନ ପ୍ରଚାର କରି ଅସୁଅଛନ୍ତି । #. ତୁମ୍ଭେ କାଳସର୍ପର ବଂଶ
ଏହା ଏକ ରୁପକ ଅଟେ । ବିଶାକ୍ତ ସର୍ପଗୁଡିକ ମନ୍ଦର ପ୍ରତିକ ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭେ ମନ୍ଦ ବିଶାକ୍ତ ସର୍ପଗୁଡିକ!" କିମ୍ବା ତୁମ୍ଭେମାନେ ବିଶାକ୍ତ ସର୍ପ ପରି ମନ୍ଦ ଅଟ" (ଦେଖନ୍ତୁ : ରୁପକ) #. ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ କିଏ ତୁମକୁ ଚେତନା ଦେଲା ଏହି ପ୍ରଭାବିତ ପ୍ରଶ୍ନ ସହ ଯୋହନ ଲୋକମାନଙ୍କୁ କଠୋର ଉତ୍ସର୍ନା କରୁଥିଲେ କାରଣ ସେମାନେ ତାହାଙ୍କୁ ସେମାନଙ୍କୁ ବାପ୍ତିସ୍ମ ଦେବା ପାଇଁ କହୁଥିଲେ ଯେଉଁଦ୍ଵାରା ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ ନାହିଁ, କିନ୍ତୁ ସେମାନେ ପାପ ବନ୍ଦ କରିବାକୁ ଚାହୁଁନଥିଲେ । "ତୁମ୍ଭେମାନେ ଈଶ୍ଵରଙ୍କ କ୍ରୋଧରୁ ଏହିପରି ପଳାୟନ କରିପାରିବ ନାହିଁ" କିମ୍ବା "ଏପରି ଚିନ୍ତା କର ନାହିଁ ଯେ ବାପତିସମ ନେବା ଦ୍ଵାରା ତୁମ୍ଭେ ଈଶ୍ଵରଙ୍କ କ୍ରୋଧରୁ ପଳାୟନ କରିପାରିବ" (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କ୍ରୋଧରୁ ଯାହା ଆସୁଅଛି ବିକଳ୍ପ ଅନୁବାଦ: "ଦଣ୍ଡରୁ ଯାହା ଆସୁଅଛି" କିମ୍ବା "ଈଶ୍ଵରଙ୍କ କ୍ରୋଧରୁ ଯାହା ସେ କାର୍ଯ୍ୟସ୍ଥ କରିବାକୁ ଯାଉଛନ୍ତି" କିମ୍ବା "ଯେହେତୁ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେବାକୁ ଯାଉଛନ୍ତି ।" "କ୍ରୋଧ" ଶବ୍ଦଟି ଈଶ୍ଵରଙ୍କ ଦଣ୍ଡକୁ ସୁଚିତ କରେ କାରଣ ତାହାଙ୍କ କ୍ରୋଧ ପୁର୍ବଗାମୀ ଅଟେ (ଦେଖନ୍ତୁ:ଲକ୍ଷଣ ସୁଚକ ଶବ୍ଦ) #. ଆମ୍ଭମାନଙ୍କ ପିତା ଅବ୍ରାହାମ ଅଟନ୍ତି "ଅବ୍ରାହାମ ଆମ୍ଭମାନଙ୍କ ପୁର୍ବପୁରୁଷ ଅଟନ୍ତି" କିମ୍ବା "ଆମ୍ଭେମାନେ ଅବ୍ରାହାମଙ୍କ ବଂଶ ଅଟୁ" #. ଈଶ୍ଵର ଏହି ପଥରଗୁଡାକରୁ ମଧ୍ୟ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି "ଈଶ୍ଵର ଏହି ପଥରଗୁଡାକରୁ ମଧ୍ୟ ଶାରୀରିକ ସନ୍ତାନ ଉତ୍ପନ୍ନ କରି ସେମାନଙ୍କୁ ଅବ୍ରାହାମଙ୍କୁ ଦେଇପାରନ୍ତି"

Matthew 3:10

ଯୋହନ ପ୍ରଚାର କରି ଅସୁଅଛନ୍ତି । #. ପୁର୍ବରୁ କୁରାଢୀ ବୃକ୍ଷର ଚେର ବିରୁଦ୍ଧରେ ରଖାଯାଇଅଛି ଯେଉଁଦ୍ଵାରା ପ୍ରତ୍ୟେକ ବୃକ୍ଷ ଭଲ ଫଳ ଦିଏ ନାହିଁ ହଣାଯିବ ଏବଂ ନିଆଁରେ ପକାଯିବ । ଏହା ଏକ ରୁପକ ଅର୍ଥ ଅଟେ "ଯଦି ଆପଣ ଆପଣଙ୍କ ପାପରୁ ନ ଫେର, ତାହାହେଲେ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଟନ୍ତି ଯେପରି ଏକ ବ୍ୟକ୍ତି ଯିଏ ତାହାର କୁରାଢୀ ଏକ ବୃକ୍ଷର ଚେରରେ ରଖେ ଏବଂ କାଟିବାକୁ ପ୍ରସ୍ତୁତ ଅଟେ ।" (ଦେଖନ୍ତୁ :ରୁପକ) #. ମୁଁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦିଏ ଯୋହନ ମନପରିବର୍ତ୍ତନ କରିଥିବା ଲୋକମାନଙ୍କୁ ବାପ୍ତିସ୍ମ ଦେଉଛନ୍ତି ।

ମାତ୍ର ଯିଏ ମୋ ଉତ୍ତାରେ ଆସୁଅଛି

ଯୀଶୁ ସେହି ବ୍ୟକ୍ତି ଅଟନ୍ତି ଯିଏ ଯୋହନଙ୍କ ପରେ ଆସନ୍ତି । #. ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଏବଂ ଅଗ୍ନିରେ ବାପ୍ତିସ୍ମ ଦେବେ ଏହା ଏକ ରୁପକ ଅର୍ଥ ଅଟେ "ଈଶ୍ଵର ତୁମ୍ଭମାନଙ୍କ ଅନ୍ତରରେ ପବିତ୍ରଆତ୍ମା ଢାଳିବେ ଏବଂ ବିଚାର ନିମନ୍ତେ ଅଗ୍ନି ମଧ୍ୟଦେଇ ଗମନ କରାଇବେ ଏବଂ ସେମାନଙ୍କୁ ପବିତ୍ର କରିବେ ଯେଉଁମାନେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ" (ଦେଖନ୍ତୁ:ରୁପକ) #. ସେ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ ଯୀଶୁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ । #. ତାହାଙ୍କ କୁଲା ତାହାଙ୍କ ହାତରେ ଅଛି ଯାହା ଦ୍ଵାରା ଆପଣା ଖଳା ଉତ୍ତମ ରୁପେ ପରିଷ୍କାର କରିବେ ଏହି ରୁପକ ଖ୍ରୀଷ୍ଟ ବ୍ୟବହାର କରୁଥିବା ପ୍ରକ୍ରିୟାକୁ ସୁଚାଏ ଯାହା ଅଧାର୍ମିକ ଲୋକମାନଙ୍କଠାରୁ ଧାର୍ମିକ ଲୋକମାନଙ୍କୁ ପୃଥକ୍ କରାଯିବ ଯେପରି ଏକ ବ୍ୟକ୍ତି ଗହମକୁ ଅଗାଡିରୁ ପୃଥକ୍ କରିଥାଏ । ଏହାକୁ ଏପରି ଅନୁବାଦ କରାଯାଇପାରେ ଏକ ତୁଳନାତ୍ମକ ଭାବ ସଂଯୋଗକୁ ସ୍ପଷ୍ଟ କରିଥାଏ: "ଖ୍ରୀଷ୍ଟ ଏକ ବ୍ୟକ୍ତି ପରି ଅଟନ୍ତି ଯାହାର କୁଲା ତାଙ୍କର ହାତରେ ଅଛି" । (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) #. ତାଙ୍କର କୁଲା ତାଙ୍କର ହାତରେ ଅଛି ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ କୁଲାକୁ ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଛନ୍ତି ।" #. କୁଲା ଉପକରଣ ଏହା ଏକ ଉପକରଣ ଅଟେ ଗହମକୁ ଅଗାଡିରୁ ପୃଥକ୍ କରିବା ପାଇଁ ବାୟୁରେ ପାଛୁଡାଯାଏ । ଓଜନିଆ ଗହମ ତଳକୁ ପଡେ ଏବଂ ଅଗାଡି ପବନ ଦ୍ଵାରା ଉଡିଯାଏ ।ଏହା କୃଷି ଉପକରଣ ପରି ଅଟେ । #. ତାଙ୍କର ଖଳା ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଲୋକମାନେ ଶଷ୍ୟ ଏବଂ ଅଗାଡିକୁ ପୃଥକ୍ କରନ୍ତି ।ବିକଳ୍ପ ଅନୁବାଦ: “ତାହାଙ୍କ ଖଳା” କିମ୍ବା “ଏକ ସ୍ଥାନ ଯେଉଁଠାରେ ସେ ଗହମକୁ ଅଗାଡିରୁ ପୃଥକ୍ କରନ୍ତି ।” #. ତାହାଙ୍କ ଗହମକୁ ଅମାରରେ ସଂଗ୍ରହ କରନ୍ତି....... ଅଗାଡିଯାକ ଅନିର୍ବାଣ ଅଗ୍ନିରେ ପୋଡିପକାନ୍ତି ଯାହା କେବେ ହେଲେ ଲିଭିବ ନାହିଁ । ଏହା ଏକ ରୁପକ ଅଟେ ଏବଂ ଏହା ଦେଖାଏ ଯେ କିପରି ଈଶ୍ଵର ଧାର୍ମିକ ଲୋକମାନଙ୍କୁ ମନ୍ଦ ଲୋକମାନଙ୍କ ଠାରୁ ପୃଥକ୍ କରନ୍ତି ଧାର୍ମିକ ଲୋକମାନେ ସ୍ଵର୍ଗକୁ ଯିବେ ଯେପରି ଗହମ କୃଷକର ଭଣ୍ଡାରକୁ ଯାଏ, ଏବଂ ଈଶ୍ଵର ଲୋକମାନଙ୍କୁ ଅନିର୍ବାଣ ଅଗାଡି ପରି ପୋଡିପକାଇବେ ଯାହା କେବେହେଲେ ଲିଭିବ ନାହିଁ (ଦେଖନ୍ତୁ :ରୁପକ)

Matthew 3:13

ଯୀଶୁ କିପରି ବାପ୍ତିଜକ ଯୋହନଙ୍କ ଦ୍ଵାରା ବାପ୍ତିସ୍ମ ନେଲେ ତାହାର ବିବରଣୀର ଆରମ୍ଭ ହୁଏ। #. ମୁଁ ତୁମ୍ଭ ଦ୍ଵାରା ବାପ୍ତିସ୍ମ ନେବାକୁ ଚାହେଁ “ମୁଁ” ବାପ୍ତିଜକ ଯୋହନକୁ ସୁଚାଏ “ତୁମ୍ଭ” ଯୀଶୁ ଖ୍ରୀଷ୍ଟଙ୍କୁ ସୁଚାଏ । #. ଆପଣ ମୋ ନିକଟକୁ ଆସୁଅଛନ୍ତି ? ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ।ବିକଳ୍ପ ଅନୁବାଦ: “ଯେହେତୁ ଆପଣ ପାପୀ ନୁହନ୍ତି, ଆପଣ ମୋ ନିକଟକୁ ଆସି ମୋଠାରୁ ବପ୍ତିସ୍ମ ନେବା ଉଚିତ ନୁହେଁ ।“ ଲକ୍ଷ କରନ୍ତୁ “ଆପଣ” ଯୀଶୁ ଖ୍ରୀଷ୍ଟଙ୍କୁ ଏବଂ “ମୋ” ବାପ୍ତିଜକ ଯୋହନକୁ ସୁଚାଏ ।(ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)

Matthew 3:16

ଏହା ଯୀଶୁ କିପରି ବାପ୍ତିଜକ ଯୋହନ ଦ୍ଵାରା ବାପ୍ତିସ୍ମ ନେଲେ ତାହାର ବିବରଣୀର କ୍ରମାଗତ ଅଟେ । #. ସେ ବାପ୍ତିଜିତ ହେଲା ପରେ ଏହା କହିବା ଦ୍ଵାରା ଏହାକୁ ଏପରି ଅନୁବାଦ କରାଯାଇପାରିଥାଆନ୍ତା:"ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲା ପରେ" । ତାହାଙ୍କ ନିମନ୍ତେ ଆକାଶ ଉନ୍ମୁକ୍ତ ହେଲା ବିକଳ୍ପ ଅନୁବାଦ: “ସେ ଆକାଶକୁ ଉନ୍ମୁକ୍ତ ହେବାର ଦେଖିଲେ” କିମ୍ବା “ସେ ସ୍ଵର୍ଗ ଉନ୍ମୁକ୍ତ ଥିବାର ଦେଖିଲେ” ।(ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କପୋତ ପରି ଅବତରଣ ଏହା ୧) ଏକ ସ୍ପଷ୍ଟ ବିବୃତି ଅଟେ ଯେ ଆତ୍ମା କପୋତ ରୁପରେ ଥିଲେ (ଦେଖନ୍ତୁ UDB) କିମ୍ବା ୨) ଏକ ତୁଳନାତ୍ମକ ଭାବ ଅଟେ ଯାହା କପୋତ ପରି ଆତ୍ମା ଯୀଶୁଙ୍କ ଉପରେ ନମ୍ର ଭାବରେ ଅବତରଣ କରିବା ସହ ତୁଳନା କରାଯାଏ ।(ଦେଖନ୍ତୁ:ତୁଳନାତ୍ମକ ଭାବ)) #. ଆଉ ଦେଖ : ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭର ଚିହ୍ନ ଅଟେ । ଏଥିରେ ପୁର୍ବଠାରୁ ଭିନ୍ନ ଲୋକମାନେ ଥାଇପାରନ୍ତି । ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ ।