୧. ପରିଚୟ (୧:୧-୧୩) ୧. ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟ
ନୁତନ ନିୟମର ଚାରି ସୁସମାଚାର ମଧ୍ୟରୁ ମାର୍କ ଲିଖିତ ସୁସମାଚାର ଅନ୍ୟତମ ଅଟେ ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀରୁ କିଛି ଅଂଶ ବର୍ଣ୍ଣନା କରାଯାଇଅଛି I ସୁସମାଚାରର ଲେଖକମାନେ ଯୀଶୁ କିଏ ଓ ସେ କ’ଣ ସବୁ କରିଛନ୍ତି ସେ ସମ୍ବନ୍ଧରେ ବିଭିନ୍ନ ଦୃଷ୍ଟିକୋଣରୁ ଲେଖିଛନ୍ତି I ମାର୍କ ଅଧିକାଂଶ ଯୀଶୁ କିପରି ଦୁଖଭୋଗ କଲେ ଓ କୃଶିୟ ମୃତ୍ୟୁ ଭୋଗ କଲେ ସେ ସମ୍ବନ୍ଧରେ ଲେଖିଛନ୍ତି I ସେ ଏହିସବୁ ବିଷୟ ତାହାଙ୍କ ତାଡ଼ନାପ୍ରାପ୍ତ ପାଠକମାନଙ୍କୁ ଉତ୍ସାହିତ କରିବା ପାଇଁ କରିଥିଲେ I ମାର୍କ ମଧ୍ୟ ଅରାମିୟ ଶବ୍ଦାବଳୀ ଏବଂ ଈହୁଦୀ ପ୍ରଥାଗୁଡିକର ବ୍ୟାଖ୍ୟା ପ୍ରଦାନ କରିଛନ୍ତି I ଏହା ସୁଚିତ କରେ ଯେ ମାର୍କଙ୍କ ପ୍ରଥମ ପାଠକମାନେ ବିଜାତିମାନେ ହେବା ଅନୁମାନ କରାଯାଏ I
ଅନୁବାଦକମାନେ ହୁଏତ ଏହାର ପାରମ୍ପରିକ ଶୀର୍ଷକ ’’ମାର୍କ ଲିଖିତ ସୁସମାଚାର” କିମ୍ବା “ମାର୍କଙ୍କ ଅନୁସାରେ ସୁସମାଚାର” ମନୋନିତ କରିଥାଇ ପାରନ୍ତି I ସେମାନେ ମଧ୍ୟ ଏକ ସ୍ପଷ୍ଟ ନାମ ମନୋନୀତ କରିଥାଇ ପାରନ୍ତି, ଯେପରିକି “ଯୀଶୁଙ୍କ ବିଷୟରେ ଶୁଭ ସୁସମାଚାର ଯାହା ମାର୍କଙ୍କ ଦ୍ଵାରା ଲିଖିତ ହୋଇଛି” (ଦେଖ: /WA-Catalog/or_tm?section=translate#translate-names
ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେନାହିଁ | ଯାହହେଉ, ଯେହେତୁ ପ୍ରାଚୀନ ଖ୍ରୀଷ୍ଟିୟାନମାନଙ୍କ ସମୟରେ, ଅଧିକାଂଶ ଖ୍ରୀଷ୍ଟିୟାନମାନଙ୍କ ଚିନ୍ତାଧାରାରେ ମାର୍କ ଲେଖକ ଥିଲେ I ମାର୍କ ମଧ୍ୟ ଯୋହନ ମାର୍କ ଭାବେ ପରିଚିତ ଥିଲେ I. ସେ ପିତରଙ୍କ ଅନ୍ତରଂଗ ବନ୍ଧୁ ଥିଲେ I ମାର୍କ ହୁଏତ ଯୀଶୁ କ’ଣ କହୁଥିଲେ ଏବଂ କରୁଥିଲେ ତାହାର ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ I କିନ୍ତୁ ବାଇବଲ ପଣ୍ଡିତମାନେ ଭାବନ୍ତି ଯେ ମାର୍କ ତାହାଙ୍କ ସୁସମାଚାର ଲେଖିଛନ୍ତି ଯାହା ଯୀଶୁଙ୍କ ସମ୍ବନ୍ଧରେ ପିତର ତାହାଙ୍କୁ କହିଥିଲେ
ଲୋକମାନେ ଯୀଶୁଙ୍କୁ ଜଣେ ଗୁରୁ ଭାବେ ସମ୍ମାନ କରୁଥିଲେ I ଜଣେ ଗୁରୁ ବ୍ୟବସ୍ଥାର ଶିକ୍ଷକ ଅଟନ୍ତି I ଯୀଶୁ ଇସ୍ରାଏଲର ଅନ୍ୟ ଧାର୍ମିକ ଶିକ୍ଷକମାନଙ୍କ ପରି ଶିକ୍ଷା ଦେଉଥିଲେ I ତାହାଙ୍କର ଛାତ୍ରମାନେ ଥିଲେ ଯେଉଁମାନେ ତାହାଙ୍କୁ ସର୍ବତ୍ର ଅନୁସରଣ କରୁଥିଲେ ଯେଉଁଆଡେ ସେ ଯାଉଥିଲେ I ସେହି ଛାତ୍ରମାନଙ୍କୁ ଶିଷ୍ୟ ବୋଲି କହୁଥିଲେ I ସେ ସର୍ବଦା ଦୃଷ୍ଟାନ୍ତ କହୁଥିଲେ I ଦୃଷ୍ଟାନ୍ତ ଗୁଡିକ କାହାଣୀ ଯାହା ନୈତିକ ଶିକ୍ଷା ଦିଏ I (ଦେଖ: /WA-Catalog/or_tw?section=kt#lawofmoses ଓ /WA-Catalog/or_tw?section=kt#disciple ଓ /WA-Catalog/or_tw?section=kt#parable)
ମାଥିଉ, ମାର୍କ ଓ ଲୁକ ସୁସମାଚାରକୁ ସମତୁଲ୍ୟ ସୁସମାଚାର କୁହାଯାଏ କାରଣ ସେମାନଙ୍କର ଅଧିକାଂଶ ଶାସ୍ତ୍ରଂଶ ସମାନ ଅଟନ୍ତି I “ସମତୁଲ୍ୟ” ଶବ୍ଦର ଅର୍ଥ “ଏକତ୍ର ଦେଖିବା”
ଶାସ୍ତ୍ରଂଶ “ସମାନ୍ତରାଳ” ଅନୁମାନ କରାଯାଏ ଯେତେବେଳେ ସେଗୁଡିକ ସମାନ କିମ୍ବା ଦୁଇଟି କିମ୍ବା ତିନିଟି ସୁସମାଚାରରେ ସମାନ ପରିଲକ୍ଷିତ ହୁଏ I ଯେତେବେଳେ ସମାନ୍ତରାଳ ଶାସ୍ତ୍ରଂଶକୁ ଅନୁବାଦ କରାଯାଏ, ଅନୁବାଦକମାନେ ଯଥା ସମ୍ଭବ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଓ ସେଗୁଡିକ ସମାନତା ରଖିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ I
ସୁସମାଚାରରେ, ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” କହନ୍ତି. ଏହା ଦାନିଏଲ ୭:୧୩-୧୪ର ସୁଚନା ଅଟେ. ଏହି ଶାସ୍ତ୍ରଂଶରେ ଜଣେ ବ୍ୟକ୍ତିଙ୍କୁ “ମନୁଷ୍ୟ ପୁତ୍ର” ଭାବେ ବର୍ଣ୍ଣନା କରାଯାଇଛି I ତାହାର ଅର୍ଥ ସେହି ବ୍ୟକ୍ତି ଜଣେ ମନୁଷ୍ୟ ପରି ଦେଖାଯିବ I ଈଶ୍ବର ମନୁଷ୍ୟ ପୁତ୍ରଙ୍କୁ ଅନନ୍ତକାଳ ସମଗ୍ର ଜାତିକୁ ଶାସନ କରିବା ନିମନ୍ତେ ଅଧିକାର ଦେଇଛନ୍ତି I ଏବଂ ସମସ୍ତ ଜାନୁ ସର୍ବଦା ତାହାଙ୍କୁ ଉପାସନା କରିବେ I
ଯୀଶୁଙ୍କ ସମୟରେ ଯିହୁଦୀମାନେ “ମନୁଷ୍ୟ ପୁତ୍ର” ଜଣକର ଉପାଧି ଭାବେ ବ୍ୟବହାର କରୁ ନଥିଲେ I ସେଥିପାଇଁ, ଯୀଶୁ ନିଜ ପାଇଁ ଏହା ବ୍ୟବହାର କଲେ ସେ ପ୍ରକୃତରେ କିଏ ବୋଲି ସେମାନେ ଯେପରି ଜାଣିବେ I (ଦେଖ: /WA-Catalog/or_tw?section=kt#sonofman)
“ମନୁଷ୍ୟ ପୁତ୍ର” ଶୀର୍ଷକ ଅନୁବାଦ କରିବା ଅନେକ ଭାଷାରେ ହୁଏତ କଷ୍ଟକର ହୋଇପାରେ I ପାଠକମାନେ ହୁଏତ ଆକ୍ଷରିକ ଅନୁବାଦ ବୁଝି ନପାରନ୍ତି I ତେଣୁ ଅନୁବାଦକ ହୁଏତ ବିକଳ୍ପ ଅନୁବାଦ ବିଷୟରେ ଚିନ୍ତା କରିବା ଉଚିତ, ଯେପରିକି “ଜଣେ ମନୁଷ୍ୟ” I ଏହା ମଧ୍ୟ ହୁଏତ ଶୀର୍ଷକ ବ୍ୟାଖ୍ୟା କରିବା ନିମନ୍ତେ ଏକ ପଦଟିକା ସମ୍ପୃକ୍ତ କରି ସାହାଯ୍ୟ କରିବ I
ନିମ୍ନୋକ୍ତ ପଦଗୁଡିକ ବାଇବଲର ପୁରାତନ ସଂସ୍କରଣରେ ମିଳେ କିନ୍ତୁ ଆଧୁନିକ ସଂସ୍କରଣରେ ସେଗୁଡିକ ଯୋଗ କରାଯାଇ ନାହିଁ I ଅନୁବାଦକମାନଙ୍କୁ ସେହି ପଦଗୁଡିକୁ ଯୁକ୍ତ ନକରିବା ନିମନ୍ତେ ପରାମର୍ଶ ଦିଆଯାଇଛି I ଯାହାହେଉ, ଯଦି ଅନୁବାଦକଙ୍କ ଅଞ୍ଚଳରେ, ବାଇବଲର ପୁରାତନ ସଂସ୍କରଣ ଥାଏ ତେବେ ସେଥି ମଧ୍ୟରୁ ଗୋଟିଏ କିମ୍ବା ତତ୍ଟୋଧିକ ସଂଯୁକ୍ତ କରି ପାରିବେ I ଯଦି ସେଗୁଡିକ ସଂଯୁକ୍ତ କରାଯାଏ, ସେଗୁଡିକ ସୁଚିତ କରିବା ନିମନ୍ତେ ବର୍ଗବନ୍ଧନୀ ([]) ମଧ୍ୟରେ ରଖିବା ଉଚିତ ଯେ ସେଗୁଡିକ ସମ୍ଭବତଃ ମାର୍କ ଲିଖିତ ସୁସମାଚାରର ମୁଳ ଭାଷା ନୁହେଁ I
ନିମ୍ନୋକ୍ତ ଶାସ୍ତ୍ରଂଶଗୁଡିକ ଆଦ୍ୟ ପାଣ୍ଡୁଲିପିରେ ମିଳେ ନାହିଁ. ଅଧିକାଂଶ ବାଇବଲ ଏହି ଶାସ୍ତ୍ରଂଶକୁ ଯୋଗ କରିଥାନ୍ତି, କିନ୍ତୁ ଆଧୁନିକ ବାଇବଲ ବର୍ଗବନ୍ଧନୀ ([]) ମଧ୍ୟରେ ଏହାକୁ ରଖିଥାଏ କିମ୍ବା ଯେକୌଣସି ଉପାୟରେ ଏହାକୁ ସୁଚିତ କରେ ଯେ ଏହି ଶାସ୍ତ୍ରଂଶ ମାର୍କ ସୁସମାଚାର ମୁଳ ଭାଷାରେ ନାହିଁ I ଅନୁବାଦକମାନଙ୍କୁ ଉପଦେଶ ଦିଆ ଯାଉଛି କି ସେମାନେ ଆଧୁନିକ ସଂସ୍କରଣ ବାଇବଲ ପରି କିଛି ସମାନ କରନ୍ତୁ I
(ଦେଖ: /WA-Catalog/or_tm?section=translate#translate-textvariants)