Matthew 11

ମାଥିଉ ୧୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ଶାସ୍ତ୍ରର ଅତିରକ୍ତ ପାଠ୍ୟକ୍ରମକୁ ପୁରାତନ ନିୟମରୁ ଉଦ୍ଧୃତ କରି ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧୦: ୧୧ରେ ଉଦ୍ଧୃତ କରାଯାଇ ଥିବା ବିଷୟବସ୍ତୁ ସହିତ ଏହିପରି କରେ I

କିଛି ବାଇବଲ ବିଶାରଦ ବିଶ୍ବାସ କରନ୍ତି ଯେ [ମାଥିଉ୧୧:୨୦] (../../mat/11/20.md)ରେ ତାହାଙ୍କୁ ଇସ୍ରାଏଲରେ ପ୍ରତ୍ୟାଖ୍ୟାନର କାରଣରୁ ଖ୍ରୀଷ୍ଟଙ୍କ ସେବାକାର୍ଯ୍ୟର ନୁତନ ସୋପାନ ଆରମ୍ଭ ହୁଏ I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗୁପ୍ତ ପ୍ରକାଶନ

ମାଥିଉ୧୧:୨୦ ପରବର୍ତ୍ତୀ, ଯୀଶୁ ଆପଣା ବିଷୟରେ ଓ ପିତା ଈଶ୍ବରଙ୍କ ଯୋଜନା ବିଷୟରେ ସୂଚନା ପ୍ରକାଶ କରିବା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ତାହାଙ୍କୁ ଅଗ୍ରାହ୍ୟ କରିଥିବା ଲୋକମାନଙ୍କ ନିକଟରେ ଗୁପ୍ତ ରଖିଛନ୍ତି ([ମାଥିଉ ୧୧:୨୫] (../../mat/11/25.md)) I

ଏହି ଅଧ୍ୟାୟରେ ସମ୍ଭାବିତ ସମସ୍ୟା

“ସ୍ବର୍ଗରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ସନ୍ନିକଟ ଯେତେବେଳେ ଯୋହନ ଏହି ଶବ୍ଦଗୁଡିକୁ କହୁଥିଲେ I ଇଂରାଜୀ ଅନୁବାଦ ସର୍ବଦା “ହାତ ପାହାନ୍ତାରେ” ବାକ୍ୟାଂଶ ଅନୁବାଦ କାରରେ, କିନ୍ତୁ ସେଗୁଡିକ ଅନୁବାଦ କଷ୍ଟସାଧ୍ୟ ଅଟେ I ଅନ୍ୟ ସଂକଳନଗୁଡିକ “ଆସୁଅଛି” ଓ “ସନ୍ନିକଟ ଥିଲା” ବାକ୍ୟାଂଶ ବ୍ୟବହାର କରନ୍ତି I”

Matthew 11:1

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ମାଥିଉ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କୁ କିପରି ଉତ୍ତର ଦେଲେ ତାହା ଦର୍ଶାନ୍ତି I (ଦେଖ: /WA-Catalog/or_tm?section=translate#writing-newevent)

It came about that when

ଏହି ବାକ୍ୟାଂଶ ଯୀଶୁଙ୍କ ଶିକ୍ଷାଠାରୁ ପରବର୍ତ୍ତୀ ଘଟଣାକୁ ସ୍ଥାନାନ୍ତର କରେ I ଅନ୍ୟ ଏକ ଅନୁବାଦରେ: “ତା’ପରେ” କିମ୍ବା “ପରେ”

had finished instructing

ଶିକ୍ଷା ଶେଷ କରନ୍ତେ କିମ୍ବା “ଅଜ୍ଞା ଦେବା ଶେଷ କରନ୍ତେ I”

his twelve disciples

ଏହା ଯୀଶୁଙ୍କ ମନୋନିତ ବାରଜଣ ପ୍ରେରିତ ମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#translate-numbers)

in their cities

ଏଠାରେ “ସେମାନଙ୍କର” ସାଧାରଣଭାବେ ସମସ୍ତ ଯିହୁଦୀମାନଙ୍କୁ ବୁଝାଏ I

Matthew 11:2

Now

ଏଠାରେ ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାକୁ ବିରତି ଦେବାକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ କହିବାକୁ ଆରମ୍ଭ କରିଛନ୍ତି I

when John heard in the prison about

ଯେତେବେଳେ ଯୋହନ, ଯେ କାରାଗାରରେ ଥିଲେ, ତାହାଙ୍କ ବିଷୟରେ ଶୁଣିଲେ କିମ୍ବା “ଯେତେବେଳେ କହିଜଣେ ଯୋହନଙ୍କୁ ଏହି ବିଷୟରେ କହିଲେ, ଯେ କାରାଗାରରେ ଥିଲେ I” ଯଦ୍ୟପି ମାଥିଉ ଏପର୍ଯ୍ୟନ୍ତ ପାଠକମାନଙ୍କୁ କହି ନାହାନ୍ତି ଯେ ରାଜା ହେରୋଦ ବାପ୍ତିଜକ ଯୋହନଙ୍କୁ କାରାଗାରରେ ରଖିଛନ୍ତି, ମୁଳ ଶ୍ରୋତାମାନେ ହୁଏତ ଏହି ବିବରଣୀରେ ପରିଚିତ ଥିଲେ ଓ ଏଠାରେ ଦର୍ଶାଇଥିବା ସୂଚନା ବୁଝି ପାରୁଥିଲେ I ପରବର୍ତ୍ତୀ ସମୟରେ ମାଥିଉ ବାପ୍ତିଜକ ଯୋହନଙ୍କ ବିଷୟରେ ଅଧିକ ସୂଚନା ଦେବେ, ତେଣୁ ଏହାକୁ ସମ୍ଭବତଃ ଏଠାରେ ଏହି ସୂଚନା ନଦେବା ପ୍ରଯୁଜ୍ୟ ହୋଇପାରେ I

he sent a message by his disciples

ବାପ୍ତିଜକ ଯୋହନ ଯୀଶୁଙ୍କ ନିକଟକୁ ଖବର ଦେଇ ତାହାଙ୍କ ଶିଷ୍ୟଙ୍କୁ ପଠାଇଲେ I

Matthew 11:3

said to him

ସର୍ବନାମ “ତାହାଙ୍କୁ” ଯୀଶୁଙ୍କୁ ବୁଝାଏ I

Are you the one who is coming

ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ I ଏହା ଅନ୍ୟଭାବରେ କହିବାକୁ ଗଲେ ମଶିହ ବା ଖ୍ରୀଷ୍ଟଙ୍କୁ ବୁଝାଏ I

should we look for another

ଅବା ଆମ୍ଭେମାନେ ଅନ୍ୟ ଜଣକ ଅପେକ୍ଷାରେ ରହିବୁ I ସର୍ବନାମ “ଆମ୍ଭେମାନେ” ସମସ୍ତ ଯିହୁଦୀକୁ ବୁଝାଏ, କେବଳ ଯୋହନଙ୍କ ଶିଷ୍ୟମାନଙ୍କୁ ନୁହେଁ I

Matthew 11:4

report to John

ଯୋହନଙ୍କୁ ଜଣାଅ

Matthew 11:5

lepers are being cleansed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ମୁଁ କୁଷ୍ଠରୋଗୀକୁ ସୁସ୍ଥ କରୁଅଛି” (ଦେଖ:/WA-Catalog/or_tm?section=translate#figs-activepassive)

the dead are being raised back to life

ଏଠାରେ ଯେଉଁମାନେ ମୃତ ଥିଲେ ସେମାନଙ୍କ ପୁନର୍ବାର ଜୀବିତ ହେବାର କାରଣ ନିମନ୍ତେ ଉତ୍ଥାପିତ ଏକ ରୁଢି ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ପୁନର୍ଜିବିତ ହେବା ନିମନ୍ତେ ମୃତ୍ୟୁବରଣ କରିଛନ୍ତି” କିମ୍ବା “ମୃତ ଲୋକମାନଙ୍କୁ ମୁଁ ଜୀବନ ଦାନ କରେ” (ଦେଖ:/WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-idiom)

the gospel is being preached to the poor

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ”ମୁଁ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଛି” (ଦେଖ:/WA-Catalog/or_tm?section=translate#figs-activepassive)

the poor

ଏହା ନାମମାତ୍ର ବିଶ୍ଲେଷଣକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦରିଦ୍ର ଲୋକ” (ଦେଖ:/WA-Catalog/or_tm?section=translate#figs-nominaladj)

Matthew 11:7

Connecting Statement:

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବାକୁ ଲାଗିଲେ

What did you go out in the desert to see—a reed ... wind?

ଯୀଶୁ ବାପ୍ତିଜକ ଯୋହନ କିପ୍ରକାର ଲୋକ ଥିଲେ ସେହି ବିଷୟରେ ଲୋକମାନଙ୍କୁ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମେମାନେ କ’ଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରି ଯାଇଥିଲ … ପବନ !” (ଦେଖ:/WA-Catalog/or_tm?section=translate#figs-rquestion)

a reed being shaken by the wind

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆକ୍ଷରିକ ଅର୍ଥରେ ଜର୍ଦ୍ଦନ ନଦୀ କୁଳରେ ଥିବା ବନସ୍ପତି କିମ୍ବା ୨) ଯୀଶୁ କିପ୍ରକାର ଲୋକ ଅର୍ଥ କରିବା ନିମନ୍ତେ ଏକ ରୁପକ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ଜଣେ ବ୍ୟକ୍ତି ଯେ ସହଜରେ ତାହାର ମନ ପରିବର୍ତ୍ତନ କରିବ ଓ ପବନରେ ଦୋହଲୁଥିବା ପରି ଗୋଟିଏ ନଳ” (ଦେଖ:/WA-Catalog/or_tm?section=translate#figs-metaphor)

being shaken by the wind

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପବନରେ ଦୋହଲିଵା” କିମ୍ବା “ପବନରେ ଢଳିବା” (ଦେଖ:/WA-Catalog/or_tm?section=translate#figs-activepassive)

Matthew 11:8

But what did you go out to see—a man ... clothing?

ଯୀଶୁ ବାପ୍ତିଜକ ଯୋହନ କିପ୍ରକାର ଲୋକ ଅଟନ୍ତି ସେହି ବିଷୟରେ ଲୋକମାନଙ୍କ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ତାହା ନହେଲେ, ନିଶ୍ଚିର ରୁପେ ତୁମେ ପ୍ରାନ୍ତରରେ ଜଣେ ଲୋକକୁ ଦେଖିବା ନିମନ୍ତେ ବାହାରି ଗଲନାହି … ବସ୍ତ୍ର ପରିହିତ !”(ଦେଖ:/WA-Catalog/or_tm?section=translate#figs-rquestion)

dressed in soft clothing

ସୁକ୍ଷ୍ମ ବସ୍ତ୍ର ପରିଧାନ I ଧନୀ ଲୋକମାନେ ଏପ୍ରକାର ବସ୍ତ୍ର ପରିଧାନ କରନ୍ତି I

Really

ଏହି ଶବ୍ଦ ନିମ୍ନଲିଖିତ ବିଷୟରେ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: “ବାସ୍ତବରେ”

kings' houses

ରାଜଵାଟୀରେ

Matthew 11:9

General Information:

୧୦ ପଦରେ, ଯୀଶୁ ଦର୍ଶାଇବା ନିମନ୍ତେ ମଲାଖୀ ଭାବାବାଦୀଙ୍କ ଦ୍ବାରା ଉକ୍ତ ଭାବବାଣୀ ଉଦ୍ଧୃତ କରନୀ ଯାହା ବାପ୍ତିଜକ ଯୋହନଙ୍କ ଜୀବନ ଓ ସେବାକାର୍ଯ୍ୟରେ ସଫଳ ହୋଇଅଛି I

Connecting Statement:

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ଜାରି ରଖିଛନ୍ତି I

But what did you go out to see—a prophet?

ବାପ୍ତିଜକ ଯୋହନ କିପ୍ରକାର ଲୋକ ଅଟନ୍ତି ସେହି ବିଷୟରେ ଲୋକମାନଙ୍କୁ ଚିନ୍ତା କରିବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ନିଶ୍ଚିତରୁପେ ତୁମେ ପ୍ରାନ୍ତରରେ ଜଣେ ଭାବବାଦୀଙ୍କୁ ଦେଖିବା ପାଇଁ ବାହାରି ଯାଇଥିଲ !” (ଦେଖ:/WA-Catalog/or_tm?section=translate#figs-rquestion)

Yes, I say to you,

ମୁଁ ତୁମ୍ଭ ମାନଙ୍କୁ ସତ୍ୟ କହୁଅଛି,

much more than a prophet

ଏହାକୁ ସମ୍ପୁର୍ଣ୍ଣ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ସାଧାରଣ ଭାବବାଦୀ ନଥିଲେ” ନତୁବା “ସେ ସାଧାରଣ ଭାବବାଦୀଙ୍କ ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଥିଲେ” (ଦେଖ:/WA-Catalog/or_tm?section=translate#figs-ellipsis)

Matthew 11:10

This is he of whom it was written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବାପ୍ତିଜକ ଯୋହନ ବିଷୟରେ ବହୁତ ଆଗରୁ ମଲାଖୀ ଭାବବାଦୀ ଏହି ଭାବବାଣୀ କହିଥିଲେ” (ଦେଖ:/WA-Catalog/or_tm?section=translate#figs-activepassive)

I am sending my messenger

ସର୍ବନାମ “ମୁଁ” ଓ “ମୋର” ଈଶ୍ବରଙ୍କୁ ବୁଝାଏ I ମଲାଖୀ ଯାହା ଈଶ୍ବର କହିଲେ ତାହାକୁ ଉଦ୍ଧୃତ କରୁଛନ୍ତି I

before your face

ଏଠାରେ “ତୁମ୍ଭମାନଙ୍କର” ଏକବଚନ ଅଟେ, ଯେହେତୁ ଉଦ୍ଧୃତ ବାକ୍ୟରେ ଈଶ୍ବର ମଶିହଙ୍କ ସହିତ କଥୋପକଥନ କରୁଛନ୍ତି I ମଧ୍ୟ, “ସମ୍ମୁଖ” ସମ୍ପୁର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭ ସମ୍ମୁଖରେ” କିମ୍ବା “ତୁମ୍ଭ ଆଗରେ ଯିବ” (ଦେଖ:/WA-Catalog/or_tm?section=translate#figs-you)

prepare your way before you

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଦୁତ ମଶୀହଙ୍କ ସୁସମାଚାର ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ I (ଦେଖ:/WA-Catalog/or_tm?section=translate#figs-metaphor)

Matthew 11:11

Connecting Statement:

ବାପ୍ତିଜକ ଯୋହନଙ୍କ ବିଷୟରେ ଯୀଶୁ ଲୋକ ସମୁହକୁ କହୁଛନ୍ତି

I say to you truly

ମୁଁ ତୁମ୍ଭ ମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ବିଷୟରେ ଗୁରୁତ୍ବ ଦିଏ I

among those born of women

ଏପରିକି ଯଦିୟ ଆଦମ ସ୍ତ୍ରୀ ଗର୍ଭଜାତ ନଥିଲେ, ଏହା ସମସ୍ତ ମାନବ ଜାତିକୁ ବୁଝାଇବା ନିମନ୍ତେ ଏକ ଉପାୟ ଅଟେ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନଙ୍କ ମଧ୍ୟରୁ ଯେକେହି ଜୀବିତ ଥିଲେ” (ଦେଖ:/WA-Catalog/or_tm?section=translate#figs-idiom)

no one is greater than John the Baptist

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବାପ୍ତିଜକ ଯୋହନ ଜଣେ ମହାନ ଅଟନ୍ତି” କିମ୍ବା “ବାପ୍ତିଜକ ଯୋହନ ଅଧିକ ଗୁରୁତ୍ବପୁର୍ଣ୍ଣ ଅଟନ୍ତି”

the least important person in the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ଥକରେ ବ୍ୟବହୃତ ହୋଇଛି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କର I ଅନ୍ୟ ଏକ ଅନୁବାଦରେ: “ସ୍ବର୍ଗରାଜ୍ୟରେ ଆମ୍ଭମାନଙ୍କ ଈଶ୍ବରଙ୍କ ରାଜତ୍ବର ଅଧିନରେ ଅତି କ୍ଷୁଦ୍ରତମ” (ଦେଖ:/WA-Catalog/or_tm?section=translate#figs-metonymy)

is greater than he is

ସେ ଯୋହନଙ୍କ ଅପେକ୍ଷା ମହାନ ଅଟନ୍ତି

Matthew 11:12

From the days of John the Baptist

ଯୋହନଙ୍କ ସମୟଠାରୁ ତାହାଙ୍କ ସୁସମାଚାର ପ୍ରଚାର ଆରମ୍ଭ କଲେ I “ଦିନ” ଶବ୍ଦ ସମ୍ଭବତଃ ଏଠାରେ କିଛି ମାସ ବା ବର୍ଷକୁ ବୁଝାଏ I

the kingdom of heaven suffers violence, and men of violence take it by force

ଏହି ପଦର ଅନେକ ଗୁଡିଏ ସମ୍ଭାବିତ ଭାଷାନ୍ତର ଅଛି I UST ଦର୍ଶାଏ ଯେ ଏହାର ଅର୍ଥ କିଛି ଲୋକମାନେ ସେମାନଙ୍କ ଆପଣା ସ୍ବାର୍ଥ ହାସଲ କରିବା ନିମନ୍ତେ ଈଶ୍ବରଙ୍କ ରାଜ୍ୟ ବ୍ୟବହାର କରିବାକୁ ଚାହାନ୍ତି, ଓ ସେମାନେ ଅନ୍ୟମାନଙ୍କଠାରୁ ଏହାକୁ ବ୍ୟବହାର କରିବା ନିମନ୍ତେ ବଳ ପ୍ରୟୋଗ କରନ୍ତି I ଅନ୍ୟ ଭାଷାନ୍ତର ଆସ୍ତିକ ଭାବେ ମାନି ନିଅନ୍ତି, ଯେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆହ୍ବାନର ଅତ୍ୟାବଶ୍ୟକ ଅଛି, ଯେପରି ଲୋକମାନେ ବାଧ୍ୟ ହେବାକୁ ଚେଷ୍ଟାକରି ସେହି ଆହ୍ବାନର ଯୋଗ୍ୟ ବିବେଚିତ ହେବେ ଓ ପାପ କରିବା ନିମନ୍ତେ ପ୍ରଲୋଭନକୁ ପ୍ରତିବାଦ କରିବେ I ତୃତୀୟ ଭାଷାନ୍ତର ଏହା ଅଟେ ଯେ ହିଂସାତ୍ମକ ଲୋକମାନେ ଈଶ୍ବରଙ୍କ ଲୋକମାନଙ୍କର କ୍ଷତି କରନ୍ତି ଓ ଈଶ୍ବରଙ୍କ ରାଜତ୍ବ କରିବାଠାରୁ ବଞ୍ଚିତ କରିବା ନିମନ୍ତେ ଚେଷ୍ଟା କରନ୍ତି I

Matthew 11:13

Connecting Statement:

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ଜାରି ରଖିଛନ୍ତି I

all the prophets and the law have been prophesying until John

ଏଠାରେ “ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ର” ସେହି ବିଷୟକୁ ବୁଝାଏ ଯାହା ଭାବବାଦୀ ଓ ମୋଶା ଶାସ୍ତ୍ରରେ ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ସମସ୍ତ ବିଷୟ ଯାହା ସମସ୍ତ ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ରରେ ଯୋହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ” (ଦେଖ:/WA-Catalog/or_tm?section=translate#figs-metonymy)

Matthew 11:14

if you

ଏଠାରେ “ତୁମେ” ବହୁବଚନ ଅଟେ ଓ ଲୋକସମୁହକୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

he is Elijah who was to come

“ସେ” ଶବ୍ଦ ବାପ୍ତିଜକ ଯୋହନଙ୍କୁ ବୁଝାଏ I ଏହାର ଅର୍ଥ ନୁହେଁ ଯେ ବାପ୍ତିଜକ ଯୋହନ ବାସ୍ତବିକ ଏଲିୟ ଥିଲେ I ଯୀଶୁ କହିବାର ତାତ୍ପର୍ଯ୍ୟ ଏହା ଯେ ବାପ୍ତିଜକ ଯୋହନ “ଏଲିୟଙ୍କ” ବିଷୟରେ ଭାବାବାଣୀ ସଫଳ କଲେ, ଯେ କି ଆସିବାର ଅଛି” କିମ୍ବା ପରବର୍ତ୍ତୀ ଏଲିୟ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଭାବାବାଦୀ ମଲାଖୀ କହିଲେ ଯେ ଏଲିୟଙ୍କର ଆସିବାର ଅଛି, ସେ ବାପ୍ତିଜକ ଯୋହନଙ୍କ ବିଷୟରେ କହୁଥିଲେ”

Matthew 11:15

He who has ears to hear, let him hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ଯେଉଁ ସମସ୍ତ କହିଲେ ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ବୁଝିବା ନିମନ୍ତେ ଏବଂ ଅଭ୍ୟାସ କରିବା ନିମନ୍ତେ କିଛି ପ୍ରୟାସ କରିବାକୁ ପଡିପାରେ I ଏଠାରେ “ଯାହାର କାନ ଅଛି ସେ ଶୁଣୁ” ବାକ୍ୟାଂଶ ଏଠାରେ ବୁଝିବା ନିମନ୍ତେ ଇଛାଶକ୍ତି ଓ ବାଧ୍ୟହେବା ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ ଯାହାର ଶୁଣିବା ନିମନ୍ତେ ଇଛା କରେ, ସେ ଶୁଣୁ, କିମ୍ବା “ଯେ ବୁଝିବା ନିମନ୍ତେ ଇଛା କରେ, ସେ ବୁଝୁ ଓ ବାଧ୍ୟ ହେଉ” (ଦେଖ:/WA-Catalog/or_tm?section=translate#figs-metonymy)

He who ... let him

ଯେହେତୁ ଯୀଶୁ ସିଧାସଳଖ ତାହାଙ୍କ ଶ୍ରୋତାମାନଙ୍କୁ କହୁଥିଲେ, ଏଠାରେ ତୁମେ ଦ୍ବିତିୟ ବ୍ୟକ୍ତି ବ୍ୟବହାର କରିବାକୁ ପସନ୍ଦ କରିପାର I ଅନ୍ୟ ଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଛା କର, ତେବେ ବୁଝ ଓ ବାଧ୍ୟ ହୁଅ” (ଦେଖ:/WA-Catalog/or_tm?section=translate#figs-123person)

Matthew 11:16

Connecting Statement:

ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ ଯୀଶୁ କହିବା ଜାରି ରଖିଛନ୍ତି I

To what should I compare this generation?

ଯୀଶୁ ସେହିସମୟରେ ଲୋକମାନେ ଓ ସନ୍ତାନଗଣ ହାଟବଜାରରେ ଯେଉଁ ସମସ୍ତ କହିଲେ ସେଥିରେ ତୁଳନା କରି ଏକ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ଅଟନ୍ତି” (ଦେଖ:/WA-Catalog/or_tm?section=translate#figs-rquestion)

this generation

ବର୍ତ୍ତମାନ ବାସ କରୁଥିବା ଲୋକମାନେ କିମ୍ବା “ସେହି ଲୋକମାନେ” କିମ୍ବା “ବର୍ତ୍ତମାନ ପୁରୁଷର ତୁମପରି ଲୋକମାନେ”

marketplace

ବହୁ ସଂଖ୍ୟକ, ମୁକ୍ତ ଆକାଶ ଅଞ୍ଚଳ ଯେଉଁଠାରେ ଲୋକମାନେ କିଣନ୍ତି ଓ ପଦାର୍ଥ ବିକନ୍ତି

Matthew 11:17

Connecting Statement:

ଯୀଶୁ ଉପଦେଶ ଚାଲୁ ରଖିଛନ୍ତି ଯାହା ୧୬ ପଦରେ “ଏହା ଏପରି” ଶବ୍ଦ ଆରମ୍ଭ ହୁଏ I

and say ... and you did not weep

ଯୀଶୁ ଉପଦେଶରେ ସେହି ଲୋକମାନଙ୍କୁ ବର୍ଣ୍ଣନା କରୁଛନ୍ତି ଯେଉଁମାନେ ସେହି ସମୟରେ ଜୀବିତ ଥିଲେ I ସେ ସେମାନଙ୍କୁ ପିଲାମାନଙ୍କ ସହ ତୁଳନା କରୁଛନ୍ତି ଯେଉଁମାନେ ଅନ୍ୟ ପିଲାମାନଙ୍କ ସହ ଖେଳିବା ନିମନ୍ତେ ଚେଷ୍ଟା କରୁଥିଲେ I ଯାହାହେଉ, ସେମାନେ ସେପରି କିଛି କଲେ ମଧ୍ୟ, ଅନ୍ୟ ପିଲାମାନେ ସେମାନଙ୍କୁ ସହଯୋଗ କରିବେ ନାହିଁ I ଯୀଶୁ କହନ୍ତି ଯେ ଈଶ୍ବର ଯଦି ବାପ୍ତିଜକ ଯୋହନଙ୍କ ସଦୃଶ ଅନ୍ୟ କାହାକୁ ପ୍ରେରଣ କରନ୍ତି କୌଣସି ଫରକ ପଡିବ ନାହିଁ, ଯେ ପାପିମାନଙ୍କ ସହିତ ଉତ୍ସବ କାଳନ କରନ୍ତି ଓ ଉପବାସ କରନ୍ତି ନାହି I ଲୋକମାନେ, ବିଶେଷକରି ଫାରୁଶୀ ଓ ଧାର୍ମିକ ନେତାଗଣ, ଏପର୍ଯ୍ୟନ୍ତ ଶକ୍ତଗ୍ରୀବ ଓ ଈଶ୍ବରଙ୍କ ସତ୍ୟତାକୁ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରନ୍ତି I (ଦେଖ: /WA-Catalog/or_tm?section=translate#figs-parables/WA-Catalog/or_tm?section=translate#figs-simile)

We played a flute for you

“ଆମ୍ଭେ” ବଜାରଘାଟରେ ବସିଥିବା ପିଲାମାନଙ୍କୁ ବୁଝାଏ I ଏଠାରେ, “ତୁମେ” ବହୁବଚନ ଅଟେ ଓ ଅନ୍ୟ ଦଳର ପିଲାମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

and you did not dance

କିନ୍ତୁ ତୁମେ ଆନନ୍ଦର ଗୀତରେ ନାଚିଲ ନାହିଁ

We mourned

ଏହାର ଅର୍ଥ ସେମାନେ ଗୀତ ଗାଇଲେ ଓ ଏପରି ଗୀତ ଯେପରି ମହିଳାମାନେ ସମାଧିଦେବା ସମୟରେ ଗାନ କରନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

and you did not weep

କିନ୍ତୁ ତୁମେ ଆମମାନଙ୍କ ସହ ବିଳାପ କଲ ନାହିଁ

Matthew 11:18

Connecting Statement:

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ସମାପ୍ତ କରନ୍ତି I

not eating bread or drinking wine

ଏଠାରେ “ରୋଟୀ” ଖାଦ୍ୟକୁ ବୁଝାଏ I ଏହାର ଅର୍ଥ ନୁହେଁ ଯେ ଯୋହନ କେବେ ଖାଉ ନଥିଲେ I ଏହାର ଅର୍ଥ ସେ ଅଧିକାଂଶ ସମୟରେ ଉପବାସ କରୁଥିଲେ, ଓ ଯେତେବେଳେ ସେ ଭୋଜନ କରୁଥିଲେ, ସେ ଉତ୍ତମ ଖାଦ୍ୟ, ବହୁମୁଲ୍ୟ ଖାଦ୍ୟ ଗ୍ରହଣ କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ବାରମ୍ବାର ଉପବାସ କରୁଥିଲେ ଓ ନିଶା ସେବନ କରୁ ନଥିଲେ” କିମ୍ବା “ସେ ଚାକଚକ୍ୟ ଖାଦ୍ୟ ଗ୍ରହଣ କରୁ ନଥିଲେ ଓ ସୁରା ପାନ କରୁ ନଥିଲେ” (ଦେଖ: /WA-Catalog/or_tm?section=translate#figs-synecdoche/WA-Catalog/or_tm?section=translate#figs-explicit)

they say, 'He has a demon.'

ଏହାକୁ ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ସେ ଭୁତଗ୍ରସ୍ତ ଅଟନ୍ତି” କିମ୍ବା “ସେ ଭୁତଗ୍ରସ୍ତ କହି ଦୋଷାରୋପ କରନ୍ତି” (ଦେଖ: /WA-Catalog/or_tm?section=translate#figs-quotations)

they say

“ସେମାନେ”ର ସମସ୍ତ ଘଟନା ସେହି ସମୟରେ ଲୋକମାନଙ୍କୁ, ଓ ବିଶେଷକରି ଫାରୁଶୀ ଓ ଧାର୍ମିକ ନେତାଗଣଙ୍କୁ ବୁଝାଏ I

Matthew 11:19

The Son of Man came

ଯୀଶୁ ଆପଣାକୁ ପରିଚିତ କରନ୍ତି I ଅନ୍ୟ ଏକ ଅନୁବାଦରେ: ”ମୁଁ, ମନୁଷ୍ୟ ପୁତ୍ର, ଆସିଅଛି” (ଦେଖ: /WA-Catalog/or_tm?section=translate#figs-123person)

came eating and drinking

ଏହା ଯୋହନଙ୍କ ବ୍ୟବହାରର ବିପରିତ ଅଟେ I ଏହାର ଅର୍ଥ ସାଧାରଣ ଖାଦ୍ୟ ଠାରୁ ଅଧିକ ଖାଇଲେ ଓ ପାନ କଲେ I ଏହାର ଅର୍ଥ ଯୀଶୁ ଆନନ୍ଦ କରୁଥିଲେ ଓ ଉତ୍ତମ ଖାଦ୍ୟ ଭୋଜନପାନ କରୁଥିଲେ ଯେପରି ସାଧାରଣରେ ଅନ୍ୟ ଲୋକମାନେ କରୁଥିଲେ I

they say, 'Look, he is a gluttonous man and a drunkard ... sinners!'

ଏହାକୁ ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ସେ ଜଣେ ପେଟୁକ ଓ ମଦୁଆ ଅଟନ୍ତି … ପାପୀମାନଙ୍କ “ କିମ୍ବା “ସେ ଭୋଜନପାନ କରୁଥିବାରୁ ସେମାନେ ଦୋଷାରୋପ କରନ୍ତି… ପାପିମାନଙ୍କ” ଯଦି ତୁମେ “ମନୁଷ୍ୟପୁତ୍ର” ଅନୁବାଦ କରିଅଛ ଯେପରି “ମୁଁ, ମନୁଷ୍ୟ ପୁତ୍ର”, ତୁମେ ଏହାକୁ ପରୋକ୍ଷ ଉକ୍ତିରେ ଓ ପ୍ରଥମ ବ୍ୟକ୍ତି ଭାବରେ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ଯେ ମୁଁ ଜଣେ ପେଟୁକ ଓ ମଦୁଆ …ପାପିମାନଙ୍କ” (ଦେଖ: /WA-Catalog/or_tm?section=translate#figs-quotations)

he is a gluttonous man

ସେ ଜଣେ ଖାଦ୍ୟ ଲୋଭୀ କିମ୍ବା “ସେ ବହୁତ ଖାଉଛନ୍ତି”

a drunkard

ଜଣେ ମଦୁଆ କିମ୍ବା “ସେ ପ୍ରଚୁର ମାତ୍ରାରେ ନିଶା ସେବନ କରନ୍ତି”

But wisdom is justified by her deeds

ଏହି ଏକ ହିତବାଣୀ ଅଟେ ଯାହା ଯୀଶୁ ଏହି ପରିସ୍ଥିତିରେ ବିନିଯୋଗ କରୁଛନ୍ତି, କାରଣ ଯେଉଁଲୋକମାନେ ଉଭୟ ଯୋହନ ଓ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଜ୍ଞାନୀ ନୁହନ୍ତି I ବାପ୍ତିଜକ ଯୋହନ ଓ ଯୀଶୁ ଉଭୟ ଜ୍ଞାନୀ ଥିଲେ, ଓ ଆପଣା ଆପଣା କର୍ମ ଦ୍ବାରା ଯଥାର୍ଥ ବୋଲି ପ୍ରମାଣିତ ହେଲା I (ଦେଖ: /WA-Catalog/or_tm?section=translate#writing-proverbs)

wisdom is justified by her deeds

ଏଠାରେ “ଜ୍ଞାନ” ବର୍ଣ୍ଣନା କରାଯାଇଛି ଯେପରି ଜଣେ ମହିଳା ତାହାର କର୍ମ ଦ୍ବାରା ଯଥାର୍ଥ ପ୍ରମାଣିତ ହେଉ I ଯୀଶୁ କହିବାକୁ ଚାହାନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟ ପ୍ରମାଣିତ କରେ ଯେ ସେ ପ୍ରକୃତରେ ଜ୍ଞାନୀ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟର ପରିଣାମ ତାହାକୁ ଜ୍ଞାନୀ ଭାବେ ପ୍ରମାଣିତ କରେ” (ଦେଖ: /WA-Catalog/or_tm?section=translate#figs-personification/WA-Catalog/or_tm?section=translate#figs-activepassive)

Matthew 11:20

General Information:

ଯୀଶୁ ସେହି ନଗରର ଲୋକମାନଙ୍କୁ ଆନୁଯୋଗ କରିବା ଆରମ୍ଭ କରନ୍ତି ଯେଉଁଠାରେ ସେ ପୂର୍ବରୁ ଶକ୍ତିର କାର୍ଯ୍ୟ କରିଥିଲେ I

rebuke the cities

ଏଠାରେ “ନଗର ଗୁଡିକ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ସେହି ନଗରର ଲୋକମାନଙ୍କୁ ତିରସ୍କାର କଲେ” (ଦେଖ: /WA-Catalog/or_tm?section=translate#figs-metonymy)

cities

ନଗର ଗୁଡିକ

in which most of his mighty deeds were done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ସେ ଅଧିକାଂଶ ଶକ୍ତିର କର୍ମ କରିଥିଲେ” (ଦେଖ:/WA-Catalog/or_tm?section=translate#figs-activepassive)

mighty deeds

ଶକ୍ତିର କର୍ମ କିମ୍ବା “ ଦକ୍ଷତା ସମ୍ପର୍ଣ୍ଣ କାର୍ଯ୍ୟ” କିମ୍ବା “ଆଶ୍ଚର୍ଯ୍ୟକର୍ମ”

Matthew 11:21

Woe to you, Chorazin! Woe to you, Bethsaida!

ଯୀଶୁ କହନ୍ତି ଯେପରି କୋରଜିନ ଓ ବେଥସାଇଦା ଲୋକମାନେ ତାହାଙ୍କ କଥା ଶୁଣୁଥିଲେ, କିନ୍ତୁ ସେମାନେ ନଥିଲେ I (ଦେଖ: /WA-Catalog/or_tm?section=translate#figs-apostrophe)

Woe to you

ତୁମ୍ଭମାନଙ୍କ ନିମନ୍ତେ ଏହା କେତେ ଭୟଙ୍କର ହେବ I ଏଠାରେ “ତୁମେ” ଏକବଚନ ଅଟେ ଓ ନଗରକୁ ବୁଝାଏ I ଯଦି ଏହା ଗୋଟିଏ ନଗର ଅପେକ୍ଷା ଲୋକଙ୍କୁ ବୁଝାଇବା ନିମନ୍ତେ ଅଧିକ ପ୍ରାକୃତିକ ହେବ, ତୁମେ ବହୁବଚନ “ତୁମେ” ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#figs-you)

Chorazin ... Bethsaida ... Tyre ... Sidon

ସେହି ନଗରରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ସେହି ନଗରର ନାମ ସଦୃଶ ବ୍ୟବହୃତ ହୋଇଅଛି I (ଦେଖ: /WA-Catalog/or_tm?section=translate#figs-metonymy)

If the mighty deeds ... in sackcloth and ashes

ଯୀଶୁ ଏକ କାଲ୍ପନିକ ପରିସ୍ଥିତି ବିଷୟରେ ବର୍ଣନା କରୁଛନ୍ତି ଯାହା ହୁଏତ ଅତୀତରେ ଘଟିଥାଇ ପାରେ, କିନ୍ତୁ ସେପରି ନୁହେଁ I (ଦେଖ: /WA-Catalog/or_tm?section=translate#translate-names)

If the mighty deeds had been done in Tyre and Sidon which were done in you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ସେହି ଶକ୍ତିର କର୍ମ ସୋର ଓ ସିଦୋନରେ କରିଥାନ୍ତି ଯାହା ତୁମମାନଙ୍କ ମଧ୍ୟରେ କରିଅଛି” (ଦେଖ: /WA-Catalog/or_tm?section=translate#figs-hypo)

which were done in you

ଏଠାରେ “ତୁମେ” ବହୁବଚନ ଅଟେ ଓ କୋରାଜିନ ଏବଂ ବେଥସାଇଦାକୁ ବୁଝାଏ I ଯଦି ତୁମ ଭାଷାରେ ଏହା ଆହୁରି ପ୍ରାକୃତିକ ଅଟେ, ତେବେ ତୁମେ ଦ୍ବିତୀୟ ବଚନ “ତୁମେ” ଦୁଇଟି ନଗର ନିମନ୍ତେ ବ୍ୟବହାର କରିପାର, ନତୁବା ସେଥିମଧ୍ୟରୁ ଗୋଟିକରେ ନଗରର ଲୋକମାନଙ୍କୁ ବୁଝାଇବା ନିମନ୍ତେ ବହୁବଚନ “ତୁମେ” ବ୍ୟବହାର କର I (ଦେଖ: /WA-Catalog/or_tm?section=translate#figs-activepassive)

they would have repented long ago

ସର୍ବନାମ “ସେମାନେ” ସୋର ଓ ସିଦୋନର ଲୋକମାନଙ୍କୁ ବୁଝାଏ I

would have repented

ଦେଖା ଯାଇଥାନ୍ତା ଯେ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରିଥାନ୍ତେ

Matthew 11:22

it will be more tolerable for Tyre and Sidon at the day of judgment than for you

ଏଠାରେ “ସୋର ଓ ସିଦୋନ” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଅପେକ୍ଷା ଈଶ୍ବର ସୋର ଓ ସିଦୋନର ଲୋକମାନଙ୍କୁ ବିଚାରର ଦିନରେ ଅଧିକ ଅନୁଗ୍ରହ କରିବେ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ବିଚାର ଦିନରେ ସୋର ଓ ସିଦୋନ ଲୋକମାନଙ୍କ ଅପେକ୍ଷା ଭୟଙ୍କର ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-metonymy)

than for you

ଏଠାରେ “ତୁମେ” ଶବ୍ଦ ବହୁବଚନ ଅଟେ ଓ କରୀଜିନ ଓ ବେଥସାଇଦାକୁ ବୁଝାଏ I ଯଦି ଏହା ତୁମ ଭାଷାରେ ଅଧିକ ପ୍ରାକୃତିକ, ତେବେ ଦ୍ବିତୀୟ “ତୁମେ”କୁ ବ୍ୟବହାର କରିପାର ଯାହା ଦୁଇଟି ନଗରକୁ ବୁଝାଉଥିବ I ଏଠାରେ ଦିଆଯାଇଥିବା ତଥ୍ୟକୁ ବହିର୍ଭୁତ ବ୍ୟବହାର କରିପାର I AT “ତୁମ୍ଭମାନଙ୍କ ଅପେକ୍ଷା, ଯେହେତୁ ମନପରିବର୍ତ୍ତନ କଲନାହିଁ କି ମୋ ଠାରେ ବିଶ୍ବାସ କଲନାହିଁ, ଏପରିକି ଯଦିୟ ମୋହର ଆଶ୍ଚର୍ଯ୍ୟ କର୍ମ ଦେଖିଲ” (ଦେଖ: /WA-Catalog/or_tm?section=translate#figs-you/WA-Catalog/or_tm?section=translate#figs-explicit)

Matthew 11:23

Connecting Statement:

ସେ ଯେଉଁ ନଗରଗୁଡିକରେ ଶକ୍ତିର କର୍ମ କରିଥିଲେ ସେହି ନଗର ଲୋକମାନଙ୍କୁ ଯୀଶୁ ଚେତାବନୀ ଦେଉଛନ୍ତି I

You, Capernaum

ବର୍ତ୍ତମାନ ଯୀଶୁ କଫର୍ନାହୁମ ନଗର ବିଷୟରେ କହୁଛନ୍ତି ସତେ ଯେପରି ସେମାନେ ତାଙ୍କୁ ଗ୍ରହଣ କରିଥିଲେ, କିନ୍ତୁ ସେପ୍ରକାର ନୁହେଁ I ସର୍ବନାମ “ତୁମେ” ଏକବଚନ ଅଟେ ଓ ଏହି ଦୁଇଟି ପଦରେ କେବଳ କଫର୍ନାହୁମକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-apostrophe)

You

“ତୁମେ”ର ସମସ୍ତ ବ୍ୟବହାର ଏକବଚନ ଅଟେ I ଯଦି ଏହା ଆହୁରି ପ୍ରାକୃତିକ ଭାବରେ ନଗରର ଲୋକଙ୍କୁ ବୁଝାଏ, ତୁମେ “ତୁମେ” ର ବହୁବଚନ ଅନୁବାଦ କରିପାରିବ I” (ଦେଖ: /WA-Catalog/or_tm?section=translate#figs-you)

Capernaum ... Sodom

ଏହି ନଗରଗୁଡିକର ନାମ କଫର୍ନାହୁମ ଓ ସଦୋମରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

do you think you will be exalted to heaven?

ତୁ କ’ଣ ଭାବୁଛୁ ଯେ ସ୍ବର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ଯୀଶୁ କଫର୍ନାହୁମର ଲୋକମାନଙ୍କୁ ସେମାନଙ୍କ ଗର୍ବ ନିମନ୍ତେ ଅନୁଯୋଗ କରି ବ୍ୟାଖ୍ୟାତ୍ମକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ତୁ ଆପଣାକୁ ସ୍ବର୍ଗ ପର୍ଯ୍ୟନ୍ତ ଉନ୍ନତ କରି ପାରିବୁ ନାହି !” କିମ୍ବା “ଅନ୍ୟ ଲୋକମାନଙ୍କ ପ୍ରସଂଶା ତୋତେ ସ୍ବର୍ଗକୁ ଉନ୍ନତ କରିପାରିବ ନାହି” କିମ୍ବା “ତୁମେ ଯେପରି ଭାବୁଛ ସେପରି ଈଶ୍ବର ତୁମ୍ଭଙ୍କୁ ସ୍ବର୍ଗ ପର୍ଯ୍ୟନ୍ତ ଉନ୍ନତ କରିବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-activepassive)

you will be brought down to Hades

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପାତାଳ ପର୍ଯ୍ୟନ୍ତ ଈଶ୍ବର ତୋତେ ଅଧୋଗତି କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

For if in Sodom ... it would still have remained until today

ଯୀଶୁ ପ୍ରାକ କଳ୍ପିତ ଯୋଜନା ବର୍ଣ୍ଣନା କରୁଛନ୍ତି ଯାହା ପୂର୍ବରୁ ଘଟି ଥାନ୍ତା, କିନ୍ତୁ ଘଟି ନାହିଁ I (ଦେଖ: /WA-Catalog/or_tm?section=translate#figs-hypo)

if in Sodom there had been done the mighty deeds that were done in you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ସଦୋମର ଲୋକମାନଙ୍କ ମଧ୍ୟରେ ଶକ୍ତିର କର୍ମ କରିଥାନ୍ତି ଯାହା ତୁମମାନଙ୍କ ମଧ୍ୟରେ କରିଅଛି” (ଦେଖ: /WA-Catalog/or_tm?section=translate#figs-activepassive)

mighty deeds

ଶକ୍ତିର କର୍ମ କିମ୍ବା “କ୍ଷମତାର କର୍ମ” କିମ୍ବା “ଆଶ୍ଚର୍ଯ୍ୟକର୍ମ”

it would still have remained

ସର୍ବନାମ “ଏହା” ସଦୋମର ନଗରକୁ ବୁଝାଏ I

Matthew 11:24

I say to you

ଯୀଶୁ ପରବର୍ତ୍ତୀ ଗୁରୁତ୍ବପୁର୍ଣ୍ଣ କ’ଣ କହିବେ ଏହି ବାକ୍ୟାଂଶ ଯୋଗ କରେ I

it shall be easier for the land of Sodom in the day of judgment than for you

ଏଠାରେ “ସଦୋମ ଦେଶ” ଅର୍ଥାତ ଯେଉଁ ଲୋକମାନେ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବିଚାର ଦିନରେ ତୋହର ଅପେକ୍ଷା ସଦୋମର ଲୋକମାନଙ୍କୁ ଈଶ୍ବର ଦୟା ଦେଖାଇବେ” କିମ୍ବା “ ବିଚାରଦିନରେ ସଦୋମର ଲୋକମାନଙ୍କ ଅପେକ୍ଷା ଈଶ୍ବର ତୋତେ ଅଧିକ ଦଣ୍ଡ ଦେବେ” (ଦେଖ: /WA-Catalog/or_tm?section=translate#figs-metonymy)

than for you

ଅନ୍ତର୍ହିତ ସୂଚନାକୁ ବହିର୍ଭୁତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତଥାପି ତୁମ ପାଇଁ, ଏପରିକି ମୁଁ ଶକ୍ତିର କର୍ମ କରିବା ସତ୍ବେ, ତୁମେ ମନ ପରିବର୍ତ୍ତନ କଲନାହିଁ କିମ୍ବା ମୋଠାରେ ବିଶ୍ବାସ କଲ ନାହିଁ” (ଦେଖ: /WA-Catalog/or_tm?section=translate#figs-explicit)

Matthew 11:25

General Information:

୨୫ ଓ ୨୬ ପଦରେ, ଲୋକସମୁହ ନିକଟରେ ଥିବା ବେଳେ ଯୀଶୁ ସ୍ବର୍ଗସ୍ଥ ପିତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ୨୭ ପଦରେ, ସେ ପୁଣିଥରେ ଲୋକମାନଙ୍କୁ କହିବା ଆରମ୍ଭ କରୁଛନ୍ତି I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Lord of heaven and earth

ପିତଃ, ସ୍ବର୍ଗ ଓ ପୃଥିବୀର ପ୍ରଭୁ I “ସ୍ବର୍ଗ ଓ ପୃଥିବୀ” ବାକ୍ୟାଂଶ ଏକ ଯୋଗ୍ୟ ଶବ୍ଦ ଅଟେ ଯାହା ସମସ୍ତ ଲୋକ ଓ ପୃଥିବୀରେ ଥିବା ସମସ୍ତ ସୃଷ୍ଟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପିତଃ ଯେ ସମଗ୍ର ପୃଥିବୀକୁ ଶାସନ କରନ୍ତି” (ଦେଖ: /WA-Catalog/or_tm?section=translate#figs-merism)

you concealed these things ... and revealed them

“ଏହି ସମସ୍ତ ବିଷୟ” ଏଠାରେ ସ୍ପଷ୍ଟ ନୁହେଁ I ଯଦି ତୁମ ଭାଷା ଏହାର ନିର୍ଦ୍ଧିଷ୍ଟ ଅର୍ଥ ଆବଶ୍ୟକ କରେ, ତେବେ ଅନ୍ୟ ଏକ ଅନୁବାଦ ପ୍ରଯୁଜ୍ୟ ହେବ I ଅନ୍ୟ ଏକ ଅନୁବାଦରେ: “ତୁମେ ଏହି ସମସ୍ତ ବିଷୟ ଗୁପ୍ତ ରଖି … ସେମାନଙ୍କ ନିକଟରେ ପ୍ରକାଶନ କଲ”

you concealed these things from

ତୁମେ ଏହି ସମସ୍ତ ବିଷୟ ଗୁପ୍ତ ରଖି କିମ୍ବା “ତୁମେ ଏହି ବିଷୟକୁ ଜ୍ଞାତ ହେବାକୁ ଦେଲ ନାହିଁ” I ଏହି କ୍ରିୟାପଦ “ପ୍ରକାଶନ”ର ବିପରିତ ଅଟେ I

from the wise and understanding

ଏଗୁଡିକ ନାମମାତ୍ର ବିଶ୍ଲେଷଣକୁ ବିଶ୍ଲେଷଣ ଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ” (ଦେଖ: /WA-Catalog/or_tm?section=translate#figs-nominaladj)

the wise and understanding

ଯୀଶୁ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ସେ ଭାବୁନାହାନ୍ତି କି ସେହି ଲୋକମାନେ ପ୍ରକୃତରେ ଜ୍ଞାନୀ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଭାବନ୍ତି ଯେ ସେମାନେ ଜ୍ଞାନୀ ଓ ବୁଦ୍ଧିମାନ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-irony)

revealed them

ସେମାନଙ୍କୁ ଜଣାଇଲେ I “ସେମାନଙ୍କୁ” ସର୍ବନାମ ଏହି ପଦର ପୂର୍ବରୁ “ଏହି ସମସ୍ତ ବିଷୟ”କୁ ବୁଝାଏ I

to little children

ଯୀଶୁ ଅଜ୍ଞାତ ଲୋକମାନଙ୍କୁ ପିଲାମାନଙ୍କ ସହ ତୁଳନା କରୁଛନ୍ତି I ଯୀଶୁ ଗୁରୁତ୍ବାରୋପ କରୁଛନ୍ତି ଯେ ଅଧିକାଂଶ ଯେଉଁମାନେ ତାହାଙ୍କୁ ବିଶ୍ବାସ କଲେ ସେମାନେ ଶିକ୍ଷିତ କିମ୍ବା ସେମାନେ ନିଜକୁ କେବେ ଜ୍ଞାନୀ ଭାବନ୍ତି ନାହିଁ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 11:26

for so it was well-pleasing in your sight

“ତୁମ୍ଭ ଦୃଷ୍ଟିରେ” ବାକ୍ୟାଂଶ ଏକ ରୁପକ ଅଟେ ଯାହା ଜଣେ ବ୍ୟକ୍ତି କିଛି ମନୋନିତ କରେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭ ଦୃଷ୍ଟିରେ ଏହା ସନ୍ତୋଷଜନକ ହେଲା” (ଦେଖ: /WA-Catalog/or_tm?section=translate#figs-metonymy)

Matthew 11:27

All things have been entrusted to me from my Father

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତାଙ୍କ କର୍ତ୍ତୁତ୍ବ ସମସ୍ତ ବିଷୟ ମୋ’ଠାରେ ସମର୍ପିତ ହୋଇଅଛି” କିମ୍ବା “ମୋର ପିତା ସମସ୍ତ ବିଷୟ ମୋ ଅଧିନରେ ଦେଇଛନ୍ତି” (ଦେଖ:/WA-Catalog/or_tm?section=translate#figs-activepassive)

All things

ସାମ୍ଭାବିତ ଅର୍ଥଗୁଡିକ ୧) ପିତା ଈଶ୍ବର ଆପଣା ବିଷୟରେ ସମସ୍ତ ବିଷୟ ଓ ଯୀଶୁଙ୍କୁ ତାହାଙ୍କ ରାଜ୍ୟ ବିଷୟରେ ପ୍ରକାଶ କରିଛନ୍ତି କିମ୍ବା ୨) ଈଶ୍ବର ଯୀଶୁଙ୍କୁ ସମସ୍ତ ଅଧିକାର ଦେଇଛନ୍ତି I

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

no one knows the Son except the Father

ପିତା କେବଳ ପୁତ୍ରଙ୍କୁ ଜାଣନ୍ତି

no one knows

ବାକ୍ୟ “ଜାଣିବା” ଏଠାରେ ଅର୍ଥ ଜଣେ କାହାରି ସହିତ ସମ୍ପର୍କ ଅପେକ୍ଷା ଅଧିକ ଜଡିତ ଅଟେ I ଏହାର ଅର୍ଥ ଘନିଷ୍ଠ ଭାବେ ଜଣକୁ ଜାଣିବା ଯେହେତୁ ସେମାନଙ୍କ ମଧ୍ୟରେ ବିଶେଷ ସମ୍ପର୍କ ଅଛି I

the Son

ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତି ଭାବରେ ସୁଚିତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Son

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

no one knows the Father except the Son

ପୁତ୍ର କେବଳ ପିତାଙ୍କୁ ଜାଣନ୍ତି

Matthew 11:28

Connecting Statement:

ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ସମାପ୍ତ କଲେ I

all you

“ତୁମ୍ଭେ” ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

who labor and are heavy burdened

ଯୀଶୁ ହତୋତ୍ସାହ ହେଉଥିବା ଲୋକମାନଙ୍କୁ କହିଲେ ବ୍ୟବସ୍ଥାର ବାଧ୍ୟ ହେବା ନିମନ୍ତେ ପ୍ରଚେଷ୍ଟା କରି ଯଦି ସେହି ବ୍ୟବସ୍ଥା ଗୁଡିକ ବୋଝଗ୍ରସ୍ତ କରେ ଓ ଲୋକମାନେ ତାହାକୁ ବୋହିଵା ନିମନ୍ତେ ପରିଶ୍ରମ କରନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପରିଶ୍ରାନ୍ତ ହାତୋତ୍ସାହୀ ଲୋକମାନେ” କିମ୍ବା “ବ୍ୟବସ୍ଥା ନିର୍ଭୁଲରୁପ ପାଳନ କରୁଥିବା ନିରୁତ୍ସାହୀତ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metaphor)

I will give you rest

ମୁଁ ତୁମମାନଙ୍କୁ ତୁମ୍ଭର ପରିଶ୍ରମ ଓ ବୋଝରୁ ବିଶ୍ରାମ ଦେବି

Matthew 11:29

Take my yoke on you

ଯୀଶୁ ଉପମା ଜାରି ରଖିଛନ୍ତି I ଯୀଶୁ ଲୋକମାନଙ୍କୁ ତାହାଙ୍କ ଶିଷ୍ୟହେବା ଓ ଅନୁଗମନ କରିବାକୁ ଆହ୍ବାନ ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

I am meek and lowly in heart

ଏଠାରେ “ମୃଦୁଶିଳ” ଓ “ନମ୍ରଚିତ୍ତ” ଅର୍ଥ ସାଧାରଣତଃ ସମାନ ଅଟେ I ଯୀଶୁ ଉଭୟକୁ ସଂଯୁକ୍ତ କରି ଗୁରୁତ୍ବାରୋପ କରନ୍ତି ଯେ ସେ ଧାର୍ମିକ ନେତାମାନଙ୍କ ଅପେକ୍ଷା ଅଧିକ ନମ୍ର ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁଁ ନମ୍ର ଚିତ୍ତ ଓ ଦୟାଳୁ” କିମ୍ବା “ମୁଁ ଜଣେ ଦୟାଳୁ ବ୍ୟକ୍ତି ଅଟେ” (ଦେଖ: /WA-Catalog/or_tm?section=translate#figs-doublet)

lowly in heart

ଏଠାରେ ଜଣେ ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ “ହୃଦୟ” ଏକ ରୁପକ ଅଟେ I “ନମ୍ରଚିତ୍ତ” ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ “ନମ୍ର” ଅଟେ I ଅନ୍ୟ ଏକ ଅନୁବାଦରେ: “ନମ୍ର” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-idiom)

you will find rest for your souls

ଏଠାରେ ଜଣେ ବ୍ୟକ୍ତିର ସମ୍ପୁର୍ଣ୍ଣତା “ପ୍ରାଣ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ରାମ ପାଇବ” କିମ୍ବା “ତୁମ୍ଭେ ବିଶ୍ରାମ ପାଇବାକୁ ଯୋଗ୍ୟ ହେବ” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 11:30

For my yoke is easy and my burden is light

ଏହି ଉଭୟ ବାକ୍ୟାଂଶର ଅର୍ଥ ସମାନ ଅଟେ I ଏହା ଯିହୁଦୀମାନଙ୍କ ବ୍ୟବସ୍ଥା ଅପେକ୍ଷା ଯୀଶୁଙ୍କ ବାଧ୍ୟ ହେବା ସହଜ ଅଟେ I ଅନ୍ୟ ଏକ ଅନୁବାଦରେ: “କାରଣ ମୁ ଯେଉଁ ଭାର ତୁମକୁ ଦେଇଅଛି, ତୁମେ ବହନ କରିବାରେ ସକ୍ଷମ ହେବ କାରଣ ଏହା ସହଜ ଅଟେ” (ଦେଖ: /WA-Catalog/or_tm?section=translate#figs-parallelism)

my burden is light

ଏଠାରେ “ଆଲୋକ” ଶବ୍ଦ ଭାରୀ ଶବ୍ଦର ବିପରିତ ଅଟେ, କିନ୍ତୁ ଅନ୍ଧକାରର ବିପରିତ ନୁହେଁ I