Matthew 10

ମାଥିଉ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଦ୍ବାଦଶ ଶିଷ୍ୟଙ୍କୁ ପ୍ରେରଣ

ଏହି ଅଧ୍ୟାୟରେ ଅଧିକାଂଶ ପଦଗୁଡିକ କିପରି ଯୀଶୁ ଦ୍ବାଦଶ ଶିଷ୍ୟଙ୍କୁ ପ୍ରେରଣ କଲେ ବର୍ଣନା କରେ I ସେ ସେମାନଙ୍କୁ ସ୍ବର୍ଗରାଜ୍ୟର ସୁସମାଚାର ଘୋଷଣା କରିବା ନିମନ୍ତେ ପ୍ରେରଣ କଲେ I ସେମାନେ କେବଳ ଇସ୍ରାଏଲରେ ତାହାଙ୍କ ସୁସମାଚାର ଘୋଷଣା କରିବା ନିମନ୍ତେ ପ୍ରେରଣ କଲେ କିନ୍ତୁ ବିଜାତିୟମାନଙ୍କ ନିକଟରେ ଏହାକୁ ଘୋଷଣା କରିବେ ନାହି I

ଅନେକ ସାମ୍ଭାବିତ ଅନୁବାଦ ସମସ୍ୟା

ବାରଜଣ ଶିଷ୍ୟ

ନିମ୍ନରେ ବାରଜଣ ଶିଷ୍ୟଙ୍କ ତାଲିକା ପ୍ରଦାନ:

ମାଥିଉ:

ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ, ଜେବେଦୀଙ୍କ ପୁତ୍ର ଯୋହନ, ଫିଲିପ୍ପ ଓ ବାର୍ଥଲମୀ, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ ଓ ଇଷ୍କାରିୟୋତିୟ ଯିହୁଦା I

ମାର୍କରେ:

ଶିମୋନ (ପିତର), ଆନ୍ଦ୍ରୀୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ (ଯେଉଁମାନଙ୍କୁ ସେ ବିନେରିପୋଷ, ଅର୍ଥାତ ମେଘନାଦର ପୁତ୍ର ଭାବେ ଉପନାମ ଦେଲେ), ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନିୟ ଶିମୋନ ଓ ଯିହୁଦା ଇଷ୍କାରିୟୋତିୟ I

ଲୁକରେ:

ଶିମୋନ (ପିତର), ଆନ୍ଦ୍ରୀୟ, ଯାକୁବ, ଯୋହନ, ଫିଲିପ୍ପ, ବାର୍ଥଲୋମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, ଶିମୋନ (ଯାହାଙ୍କୁ ସେ ଉଦଯୋଗୀ କହନ୍ତି) ଓ ଯାକୁବଙ୍କ ପୁତ୍ର ଯିହୁଦା ଓ ଇଷ୍କାରିୟୋତିୟ ଯିହୁଦା I

ଥଦ୍ଦୀୟ ହୁଏତ ଯିହୁଦା ସଦୃଶ ସମାନ ବ୍ୟକ୍ତି ଅଟନ୍ତି, ଯାକୁବଙ୍କ ପୁତ୍ର I

”ସ୍ବର୍ଗରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ କିମ୍ବା ଆସୁଅଛି ଯେତେବେଳେ ଯୋହନ ଏହିସବୁ ବାକ୍ୟ କହିଲେ I ଇଂରାଜୀ ଅନୁବାଦଗୁଡିକ ସର୍ବଦା “ହାତ ପାହାନ୍ତାରେ” ଶବ୍ଦ ବ୍ୟବାହର କରେ, କିନ୍ତୁ ଏହି ଶବ୍ଦଗୁଡିକ ଅନୁବାଦ କରିବା କଷ୍ଟ ହୋଇପାରେ I ଅନ୍ୟ ଭାଷାନ୍ତରଗୁଡିକ “ସନ୍ନିକଟ” ଓ “ଅତି ନିକଟରେ” ଶବ୍ଦ ବ୍ୟବହାର କରନ୍ତି I

Matthew 10:1

Connecting Statement:

ଏହା ଯୀଶୁ ତାହାଙ୍କ କାର୍ଯ୍ୟ ନିର୍ବାହ କରିବା ନିମନ୍ତେ ବାରଜଣ ଶିଷ୍ୟମାନଙ୍କୁ ପ୍ରରଣ କରିବାର ବିବରଣୀ ଆରମ୍ଭ କରେ I

called his twelve disciples together

୧୨ଜଣ ଶିଷ୍ୟମାନଙ୍କୁ ଅଧିକାର ଦେଲେ (ଦେଖ: /WA-Catalog/or_tm?section=translate#translate-numbers)

gave them authority

ନିଶ୍ଚିତ କର ଯେପରି ଶାସ୍ତ୍ର ସ୍ପଷ୍ଟଭାବରେ ଏହା ପ୍ରକାଶ କରିବ ଯେ ସେହି ଅଧିକାର ଥିଲା ୧) ଅଶୁଚି ଆତ୍ମା ଗୁଡାକ ଛଡେଇଵା ଓ ୨) ପୁଣି ସମସ୍ତ ପ୍ରକାର ରୋଗ ଓ ପୀଡା ସୁସ୍ଥ କରିବା I

to drive them out

ଅଶୁଚି ଆତ୍ମା ଛଡ଼େଇବା

all kinds of disease and all kinds of sickness

ପ୍ରତ୍ୟେକ ରୋଗ ଓ ପୀଡା I “ରୋଗ” ଓ “ପୀଡା” ଶବ୍ଦ ପ୍ରାୟତଃ ସମାନ ଅର୍ଥ ପ୍ରକାଶ କରେ କିନ୍ତୁ ଯଦି ସମ୍ଭବ ହୁଏ ଭିନ୍ନ ଦୁଇଟି ଶବ୍ଦ ଅନୁବାଦ କରିବା ଉଚିତ I “ରୋଗ” ଯାହା ଜଣେ ବ୍ୟକ୍ତିର ଅସୁସ୍ଥତାର କାରଣ ହୁଏ I “ପୀଡା” ଶାରିରୀକ ଦୁର୍ବଳତା କିମ୍ବା ଯାତନାର ପରିଣାମ ଅଟେ I

Matthew 10:2

General Information:

ଏଠାରେ ଲେଖକ ପୃଷ୍ଠଭୁମୀର ସୂଚନା ଭାବରେ ବାରଜଣ ଶିଷ୍ୟମାନଙ୍କ ନାମକୁ ଉଲ୍ଲେଖ କରିଛନ୍ତି I

Now

ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହୃତ ଦିଏ I ଏଠାରେ ମାଥିଉ ବାରଜଣ ଶିଷ୍ୟମାନଙ୍କ ବିଷୟରେ ପୃଷ୍ଠଭୁମିର ସୂଚନା ପ୍ରଦାନ କରିଛନ୍ତି I (ଦେଖ: /WA-Catalog/or_tm?section=translate#writing-background)

twelve apostles

ଏହା [ମାଥିଉ ୧୦:୧] (../10/01.md)ରେ “ବାରଜଣ ଶିଷ୍ୟ” ସଦୃଶ ସମାନ ଦଳ ଅଟେ I

first

ଏହା କ୍ରମାନ୍ବୟ ଅନୁସାରେରେ ପ୍ରଥମ ଅଟେ, ପଦ ଅନୁସାରେ ନୁହେଁ I (ଦେଖ: /WA-Catalog/or_tm?section=translate#translate-ordinal)

Matthew 10:3

Matthew the tax collector

ମାଥିଉ, ଜଣେ କରଗ୍ରାହୀ ଥିଲେ

Matthew 10:4

the Zealot

ସାମ୍ଭାବିତ ଅର୍ଥଗୁଡିକ ୧) “କିଣାନିୟ” ଏକ “ସଜ୍ଞା” ଅଟେ ଯାହା ଦର୍ଶାଏ ଯେ ସେ ଲୋକମାନଙ୍କ ଦଳରେ ଜଣେ ଅଂଶୀ ଥିଲେ ଯେଉଁମାନେ ରୋମିୟ ଶାସନ ଠାରୁ ଯିହୁଦୀ ଲୋକମାନମାନଙ୍କୁ ମୁକ୍ତ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ:” ଦେଶ ଭକ୍ତି” କିମ୍ବା “ଜାତୀୟତା ବୋଧ” କିମ୍ବା ୨) “କିଣାନୀୟ” ଏକ ଚିତ୍ରଣ ଅଟେ ଯାହା ଦର୍ଶାଏ ଯେ ସେ ଈଶ୍ବରଙ୍କ ନିମନ୍ତେ ଆଗ୍ରହୀ ଥିଲା I ଅନ୍ୟ ଏକ ଅନୁବାଦରେ: “ଉଦଯୋଗୀ” କିମ୍ବା “ଉତ୍ସାହୀ”

who would betray him

ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ

Matthew 10:5

General Information:

ଯଦିଓ ୫ ପଦ ଏହା କହି ଆରମ୍ଭ ହୁଏ ଯେ ସେ ବାରଜଣକୁ ପ୍ରେରଣ କଲେ, ଯୀଶୁ ସେମାନଙ୍କୁ ପ୍ରେରଣ କରିବା ପୂର୍ବରୁ ଏହି ଆଜ୍ଞା ଦେଲେ I (ଦେଖ: /WA-Catalog/or_tm?section=translate#figs-events)

Connecting Statement:

ଏଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କ”ଣ କରିବେ ଓ ସେମାନେ ଯେତେବେଳେ ଘୋଷଣା କରିବାକୁ ଯିବେ ସେମାନେ କ”ଣ ଆଶା କରିବା ଉଚିତ ସେହି ବିଷୟରେ ସୂଚନା ଦିଅନ୍ତି I

These twelve Jesus sent out

ଯୀଶୁ ବାରଜଣ ଲୋକମାନଙ୍କୁ ପ୍ରେରଣ କଲେ କିମ୍ବା “ସେହି ବାରଜଣ ଲୋକମାନେ ଯେଉଁମାନଙ୍କୁ ଯୀଶୁ ପ୍ରେରଣ କଲେ”

sent out

ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ପ୍ରେରଣ କଲେ

He instructed them

ସେ ସେମାନେ କ”ଣ କରିବା ଆବଶ୍ୟକ ସେମାନଙ୍କୁ କହିଲେ କିମ୍ବା “ସେ ସେମାନଙ୍କୁ ଅଜ୍ଞା ଦେଲେ”

Matthew 10:6

lost sheep of the house of Israel

ଏହା ସମଗ୍ର ଇସ୍ରାଏଲ ଜାତିକୁ ମେଷମାନଙ୍କ ତୁଳନାତ୍ମକ ଏକ ରୁପକ ଅଟେ ଯେଉଁମାନେ ସେମାନଙ୍କ ମେଷପାଳକଙ୍କଠାରୁ ଦୁରକୁ ଯାଇଥିଲେ I (ଦେଖ: /WA-Catalog/or_tm?section=translate#figs-metaphor)

house of Israel

ଏହା ଇସ୍ରାଏଲ ଜାତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲର ଲୋକମାନେ” କିମ୍ବା “ଇସ୍ରାଏଲର ସନ୍ତାନଗଣ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 10:7

as you go

ଏଠାରେ “ତୁମେ” ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

The kingdom of heaven has come near

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ଉଲ୍ଲେଖ କରନ୍ତି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦ ବ୍ୟବହାର କର I ଦେଖ ତୁମେ ଏହାକୁ ମାଥିଉ ୩:୨ରେ କିପରି ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ:”ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ଶୀଘ୍ର ସ୍ବର୍ଗରେ ଆପଣାକୁ ରାଜା ଭାବରେ ପ୍ରକାଶ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 10:8

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ସେମାନେ ଯେତେବେଳେ ପ୍ରଚାର କରିବାକୁ ଯିବେ ସେମାନେ କ”ଣ କରିବା ଉଚିତ ସେହି ବିଷୟରେ ସୂଚନା ଦେବା ଜାରି ରଖିଛନ୍ତି I

Heal ... raise ... cleanse ... cast out ... you have received ... give

ଏହି କ୍ରିୟା ଓ ସର୍ବନାମଗୁଡିକ ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

raise the dead

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: ”ପୁନର୍ବାର ଜୀବନ ଦେବା ନିମନ୍ତେ ମୃତମାନଙ୍କୁ ଉଠାଅ” (ଦେଖ: /WA-Catalog/or_tm?section=translate#figs-idiom)

Freely you have received, freely give

ଶିଷ୍ୟମାନେ ଯାହା ଗ୍ରହଣ କଲେ କିମ୍ବା ଯାହା ଦାନ କଲେ ତାହା ଯୀଶୁ କହିଲେ ନାହି I କେତେକ ଭାଷାରେ ହୁଏତ ବାକ୍ୟରେ ଏହି ସୂଚନା ଆବଶ୍ୟକ ହୋଇପାରେ I ଏଠାରେ “ବିନା ମୁଲ୍ୟରେ” ଅର୍ଥ ଯେ କୌଣସି ମୁଲ୍ୟଦେବା ନଥିଲା I ଅନ୍ୟ ଏକ ଅନୁବାଦରେ: “ଏହିସବୁ ବିଷୟ ତୁମେ ବିନା ମୁଲ୍ୟରେ ପାଇଅଛ, କିମ୍ବା ବିନା ମୁଲ୍ୟରେ ଅନ୍ୟମାନଙ୍କୁ ଦିଅ” ନତୁବା “ତୁମ୍ଭେମାନେ ବିନା ମୁଲ୍ୟରେ ଗ୍ରହଣ କରିଅଛ, ତେଣୁ ଅନ୍ୟମାନଙ୍କୁ ବିନା ମୁଲ୍ୟରେ ଦିଅ” (ଦେଖ: /WA-Catalog/or_tm?section=translate#figs-ellipsis)

Freely you have received, freely give

ଏଠାରେ “ପାଇଅଛ” ଏକ ରୁପକ ଅଟେ ଯାହା କିଛି ବିଷୟ କରିବାକୁ ସକ୍ଷମ ହେବା, ଓ “ଦିଅ” ଏକ ରୁପକ ଅଟେ ଯାହା ଅନ୍ୟମାନଙ୍କ ନିମନ୍ତେ କିଛି କରିବା”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମେ ବିନା ମୁଲ୍ୟରେ କିଛି କରିବାକୁ ସକ୍ଷମ ହୋଇଅଛ, ବିନା ମୁଲ୍ୟରେ ଅନ୍ୟମାନଙ୍କ ନିମନ୍ତେ କର” ନତୁବା “ବିନା ମୁଲ୍ୟରେ ମୁଁ ତୁମ୍ଭମାନଙ୍କୁ କିଛି କରିବାକୁ ସକ୍ଷମ କରିଛି, ସେଗୁଡିକ ଅନ୍ୟମାନଙ୍କ ନିମନ୍ତେ ବିନା ମୁଲ୍ୟରେ କର” (ଦେଖ:/WA-Catalog/or_tm?section=translate#figs-metaphor)

Matthew 10:9

your

ଏହା ବାରଜଣ ପ୍ରେରିତମାନଙ୍କୁ ବୁଝାଏ ଓ ତେଣୁ ବହୁବଚନ ଅଟେ I (ଦେଖ:/WA-Catalog/or_tm?section=translate#figs-you)

gold, silver, or copper

ଏସବୁ ଧାତବ ପଦାର୍ଥ ଯେଉଁଠାରୁ ମୁଦ୍ରା ତିଆରି ହୁଏ I ଏହି ତାଲିକା ମୁଦ୍ରାର ବ୍ୟାଖ୍ୟାତ୍ମକ ଶବ୍ଦ ଅଟେ, ଏଣୁ ଯଦି ତୁମ ଅଞ୍ଚଳରେ ଧାତୁ ଅପରିଚିତ ଅଟେ, ତାଲିକାକୁ “ଅର୍ଥ” ଆକାରରେ ଅନୁବାଦ କର” (ଦେଖ: /WA-Catalog/or_tm?section=translate#figs-metonymy)

purses

ଏହାର ଅର୍ଥ “ଗାଞ୍ଜିଆ” ବା “ଟଙ୍କା ଥଳି”, କିନ୍ତୁ ଟଙ୍କା ନେବା ନିମନ୍ତେ ଯାହା ବ୍ୟବହାର ହୁଏ ତାହାକୁ ମଧ୍ୟ ବୁଝାଏ I ଏକ ଗାଞ୍ଜିଆ ଅଣ୍ଟା ଚତୁଃପାର୍ଶ୍ବରେ ପିନ୍ଧିବା ନିମନ୍ତେ କପଡା କିମ୍ବା ଚମଡାରେ ନିର୍ମିତ ଏକ ଲମ୍ବା ପଟି ଅଟେ I ଏହା ଅନେକ ସମୟରେ ଓସାରିଆ ଅଟେ ଯାହାକୁ ଭାଙ୍ଗି ଓ ଟଙ୍କା ନେବା ନିମନ୍ତେ ବ୍ୟବହୃତ ହୁଏ I

Matthew 10:10

traveling bag

ଏହା ହୁଏତ ଯାତ୍ରା ସମୟରେ ଜିନିଷ ବୋହି ନେବା ନିମନ୍ତେ କୌଣସି ପ୍ରକାରେ ଏକ ଥଳି, କିମ୍ବା ଏକ ଝୁଲା ଯାହାକୁ କେହିଜଣେ ଖାଦ୍ୟ କିମ୍ବା ଟଙ୍କା ସଂଗ୍ରହ କରିବା ନିମନ୍ତେ ବ୍ୟବହାର କରୁଥିଲେ I

an extra tunic

ତୁମେ ମାଥିଉ ୫:୪୦ରେ “ଅଙ୍ଗରଖା” ନିମନ୍ତେ ବ୍ୟବହାର କରିଥିବା ସମାନ ଶବ୍ଦ ବ୍ୟବହାର କର

laborer

କାର୍ଯ୍ୟକାରୀ

his food

ଏଠାରେ “ଖାଦ୍ୟ” ଜଣେ ବ୍ୟକ୍ତିର ଯେକୌଣସି ଆବଶ୍ୟକ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ କ”ଣ ଆବଶ୍ୟକ କରେ” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 10:11

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ ପ୍ରଚାର କରିବା ନିମନ୍ତେ ବାହାରକୁ ଯିବା ସମୟରେ କ”ଣ କରିବା ଉଚିତ ସେହି ବିଷୟରେ ଉପଦେଶ ଜାରି ରଖିଛନ୍ତି I

Whatever city or village you enter

ତୁମ୍ଭେମାନେ ଯେଉଁ ନଗର କିମ୍ବା ଗ୍ରାମରେ ପ୍ରବେଶ କରିବ କିମ୍ବା “ଯେତେବେଳେ ତୁମେ କୌଣସି ନଗର ବା ଗ୍ରାମକୁ ଯିବ”

city ... village

ବଡ଼ ଗ୍ରାମ .. ଛୋଟ ଗ୍ରାମ କିମ୍ବା “ବଡ଼ ସହର ... ଛୋଟ ସହର I” ଦେଖ ତୁମେ ଏହାକୁ [ମାଥିଉ ୯:୩୫] (../09/35.md)ରେ କିପରି ଅନୁବାଦ କରିଅଛ I

you

ଏହା ବହୁବଚନ ଅଟେ ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

worthy

ଜଣେ “ଯୋଗ୍ୟ” ବ୍ୟକ୍ତି ଅଟନ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରିବା ନିମନ୍ତେ ଇଛା ପ୍ରକାଶ କରନ୍ତି I

stay there until you leave

ଏହି ଉକ୍ତିରେ ସମ୍ପୁର୍ଣ୍ଣ ଅର୍ଥକୁ ବହିର୍ଭୁତ କରାଯାଇ ପାରେ I ଅନ୍ୟ ଏକ ଅନୁବାଦରେ: “ସେହି ବ୍ୟକ୍ତିର ଗୃହରେ ରୁହ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନଗର ବା ଗ୍ରାମ ପରିତ୍ୟାଗ କରିନାହଁ” (ଦେଖ:/WA-Catalog/or_tm?section=translate#figs-explicit)

Matthew 10:12

As you enter into the house, greet it

“କଲ୍ୟାଣ କର” ବାକ୍ୟାଂଶର ଅର୍ଥ ସେହି ଗୃହକୁ ଆଶୀର୍ବାଦ କର I ସେହିଦିନ ଗୁଡିକରେ ସାଧାରଣତଃ ଆଶୀର୍ବାଦ “ଏହି ଗୃହରେ ଶାନ୍ତି ବର୍ତ୍ତୁ” ଥିଲା ! ଏଠାରେ “ଗୃହ” ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ସେହି ଗୃହରେ ବାସ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଗୃହରେ ପ୍ରବେଶ କରିବା ସମୟରେ, ସେହିଠାରେ ବାସ କରୁଥିବା ଲୋକଙ୍କୁ କଲ୍ୟାଣ କର” (ଦେଖ:/WA-Catalog/or_tm?section=translate#figs-metonymy)

you

ଏହା ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

Matthew 10:13

your ... your

ଏଗୁଡିକ ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

the house is worthy ... not worthy

ଏଠାରେ ”ଗୃହ” ସେହି ଗୃହରେ ଯେଉଁମାନେ ବାସ କରନ୍ତି ସେମାନଙ୍କୁ ବୁଝାଏ I ଜଣେ “ଯୋଗ୍ୟ” ବ୍ୟକ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରିବାକୁ ଇଚ୍ଛା କରନ୍ତି I ଯୀଶୁ ସେହି ବ୍ୟକ୍ତିଙ୍କୁ ସହିତ “ଅଯୋଗ୍ୟ” ସହିତ ତୁଳନା କରନ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ସେହି ଗୃହରେ ଯେଉଁ ଲୋକମାନେ ବାସ କରନ୍ତି ସେମାନେ ତୁମମାନଙ୍କୁ ଉତ୍ତମ ଭାବରେ ସ୍ବାଗତ କରନ୍ତି” କିମ୍ବା “ଯେଉଁମାନେ ସେହି ଗୃହରେ ବାସ କରନ୍ତି ସେମାନେ ତୁମକୁ ଉତ୍ତମ ଆତିଥ୍ୟ କରନ୍ତି” (ଦେଖ:/WA-Catalog/or_tm?section=translate#figs-metonymy)

let your peace come upon it

“ଏହା” ଶବ୍ଦ ଗୃହକୁ ବୁଝାଏ, ଯାହା ସେହି ଗୃହରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମର ଶାନ୍ତି ଗ୍ରହଣ କରନ୍ତୁ” କିମ୍ବା “ସେମାନେ ଶାନ୍ତି ଗ୍ରହଣ କରନ୍ତି ଯାହା ତୁମେ ଯାହାକହି ସେମାନଙ୍କୁ କଲ୍ୟାଣ କରିଅଛ” (ଦେଖ:/WA-Catalog/or_tm?section=translate#figs-metonymy)

if it is not worthy

“ଏହା” ଶବ୍ଦ ଗୃହକୁ ବୁଝାଏ, ଏଠାରେ “ଗୃହ” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ସେମାନେ ତୁମକୁ ଉତ୍ତମ ଭାବେ ଗ୍ରହଣ ନକରନ୍ତି ” କିମ୍ବା “ସେମାନେ ତୁମର ଉତ୍ତମ ଆତିଥ୍ୟ ନକରନ୍ତି ” (ଦେଖ:/WA-Catalog/or_tm?section=translate#figs-metonymy)

let your peace come back to you

ସାମ୍ଭାବିତ ଅର୍ଥଗୁଡିକ ୧) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ତେବେ ଇଶ୍ବର ସେହି ଗୃହରେ ବାସ କରୁଥିଵା ଲୋକମାନଙ୍କ ଶାନ୍ତି ବା ଆଶୀର୍ବାଦ ବନ୍ଦ କରିବେ କିମ୍ବା ୨) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ପ୍ରେରିତମାନେ ଯାହା କରିବା କଥା, ଯେପରିକି ସେମାନଙ୍କ ଆତିଥ୍ୟକୁ ସମ୍ମାନିତ ନ କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କରିବେ I ଯଦି ତୁମ ଭାଷାରେ କଲ୍ୟାଣ ଫେରେଇ ନେବାର ସମାନ ଅର୍ଥ ବୋଧକ ଶବ୍ଦ ଥାଏ ତେବେ ଏହିଠାରେ ବ୍ୟବହାର କର I

Matthew 10:14

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ସେମାନେ ପ୍ରଚାର କରିବାକୁ ଯିବା ସମୟରେ କ’ଣ କରିବା ଉଚିତ ସେହି ବିଷୟରେ ଉପଦେଶ ଦେବା ଜାରି ରଖିଛନ୍ତି I

As for those who do not receive you or listen

ଯଦି ସେହି ଗୃହ କିମ୍ବା ନଗରରେ କୌଣସି ବ୍ୟକ୍ତି ତୁମକୁ ଗ୍ରହଣ କିମ୍ବା ଶୁଣିବେ ନାହିଁ

you ... your

ଏହା ବହୁବଚନ ଅଟେ ଓ ବାରଜଣ ପ୍ରେରିତଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

listen to your words

ଏଠାରେ “ବାକ୍ୟ ସମୁହ” ଶିଷ୍ୟମାନେ କ’ଣ କୁହନ୍ତି ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମର ପ୍ରଚାର ଶୁଣିବା ନିମନ୍ତେ” କିମ୍ବା “ତୁମକୁ କ’ଣ କାହିବାକୁ ହେବ ଶୁଣ” (ଦେଖ:/WA-Catalog/or_tm?section=translate#figs-metonymy)

city

ତୁମେ ଏହାକୁ [ମାଥିଉ ୧୦:୧୧] (../10/11.md)ରେ କିପରି ଅନୁବାଦ କରିଅଛ ସେପରି ଅନୁବାଦ କର I

shake off the dust from your feet

ତୁମେ ବାହାରି ଯିବାବେଳେ ତୁମର ପାଦ ଧୁଳି ଝାଡିଦିଅ I ଏହା ଏକ ଚିହ୍ନ ଅଟେ ଯେ ଈଶ୍ବର ସେହି ଗୃହ ବା ନଗରର ଲୋକମାନଙ୍କୁ ପରିତ୍ୟାଗ କରିଛନ୍ତି I (ଦେଖ:/WA-Catalog/or_tm?section=translate#translate-symaction)

Matthew 10:15

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ କ’ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

it shall be more tolerable

ଦଶା ସହନିୟ ହେବ

the land of Sodom and Gomorrah

ଏହା ସଦୋମ ଓ ହମୋରା ବାସକରୁ ଥିଵା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସଦୋମ ଓ ହମୋରା ନଗରରେ ବାସକରୁଥିଵା ଲୋକମାନେ” (ଦେଖ:/WA-Catalog/or_tm?section=translate#figs-metonymy)

that city

ଏହା ନଗରରେ ଲୋକମାନଙ୍କୁ ବୁଝାଏ ଯେଉଁମାନେ ପ୍ରେରିତମାନଙ୍କୁ ଗ୍ରହଣ କଲେ ନାହିଁ କିମ୍ବା ସେମାନଙ୍କର ପ୍ରଚାର ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ନଗରର ଲୋକମାନେ ଯେଉଁମାନେ ତୁମକୁ ଗ୍ରହଣ କଲେ ନାହିଁ” (ଦେଖ:/WA-Catalog/or_tm?section=translate#figs-metonymy)

Matthew 10:16

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି I ଏଠାରେ ସେ ସେମାନଙ୍କୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ କହିବା ଆରମ୍ଭ କରନ୍ତି ଯେତେବେଳେ ସେମାନେ ପ୍ରଚାର କରିବା ନିମନ୍ତେ ଯିବେ I

See, I send

ଏଠାରେ “ଦେଖ” ଶବ୍ଦ ନିମ୍ନଲିଖିତ ବିଷୟକୁ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: ”ଦେଖ, ମୁଁ ତୁମ୍ଭମାନଙ୍କୁ ପଠାଉଅଛି” କିମ୍ବା “ଶୁଣ, ପଠେଇଵା” ନତୁବା “ମୁଁ ଯେଉଁ ବିଷୟ ତୁମମାନଙ୍କୁ କହିବାକୁ ଯାଉଅଛି ଧ୍ୟାନ ଦେଇ ଶୁଣ, ମୁଁ ପଠାଉଅଛି”

I send you out

ଯୀଶୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ବାହାରକୁ ପଠାଇଲେ I

as sheep in the midst of wolves

ମେଣ୍ଢା ଅସୁରକ୍ଷିତ ପ୍ରାଣୀ ଯାହାଙ୍କୁ ବାରମ୍ବାର ହେଟାବାଘ ଆକ୍ରମଣ କରେ I ଯୀଶୁ କହୁଛନ୍ତି ଯେ ଲୋକମାନେ ହୁଏତ ଶିଷ୍ୟମାନଙ୍କର କ୍ଷତି କରିପାରନ୍ତି I ଅନ୍ୟ ଏକ ଅନୁବାଦରେ: “ସେହି ଲୋକମାନଙ୍କ ମଧ୍ୟକୁ ମେଣ୍ଢାମାନଙ୍କ ପରି ଯେଉଁମାନେ ଭୟାନକ ବାଘମାନଙ୍କ ସଦୃଶ ଅଟନ୍ତି” କିମ୍ବା “ମେଣ୍ଢା ପରି ଲୋକମାନଙ୍କ ମଧ୍ୟରେ ଭୟଙ୍କର ପ୍ରାଣୀ ପରି କାର୍ଯ୍ୟ କରନ୍ତି” (ଦେଖ: /WA-Catalog/or_tm?section=translate#figs-simile)

be as wise as serpents and harmless as doves

ଯୀଶୁ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେମାନେ ନିଶ୍ଚିତରୁପେ ସତର୍କ ଓ ନୀରିହ ଲୋକମାନଙ୍କ ମଧ୍ୟରେ ରହିବା ଉଚିତ I ଯଦି ଶିଷ୍ୟମାନଙ୍କୁ ସାପ କିମ୍ବା କପୋତ ସହିତ ତୁଳନା କରିବା ଦ୍ବନ୍ଦ ସୃଷ୍ଟି କରେ, ଏହା ଉପମାକୁ ଉଲ୍ଲେଖ କରିବା ଉତ୍ତମ ହୋଇ ନପାରେ I ଅନ୍ୟ ଏକ ଅନୁବାଦରେ: “ବୁଝି ବିଚାରି ଓ ସତର୍କତାର ସହିତ କାର୍ଯ୍ୟ କର, ଯେପରି ନମ୍ର ଓ ନୈତିକଗୁଣରେ ଉତ୍ତମ ହୋଇପାରିବ” (ଦେଖ: /WA-Catalog/or_tm?section=translate#figs-simile)

Matthew 10:17

Watch out for people! They will

ଏହି ଦୁଇଟି ଉକ୍ତି କିପରି ସମ୍ପର୍କିତ ଅଟେ ତାହା ଦର୍ଶାଇବା ନିମନ୍ତେ ତୁମେ “ଯେହେତୁ” ସହିତ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ଦେଖ ଯେହେତୁ ସେମାନେ କରିବେ” (ଦେଖ: /WA-Catalog/or_tm?section=translate#writing-connectingwords)

will deliver you up to

ସେମାନେ ତୁମକୁ ଅକ୍ତିଆର କରିବେ

councils

ସ୍ଥାନିୟ ଧାର୍ମିକ ନେତା କିମ୍ବା ପ୍ରାଚୀନମାନେ ଯେଉଁମାନେ ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ରକ୍ଷା କରନ୍ତି

whip you

କୋରଡା ପ୍ରହାର କରିବେ

Matthew 10:18

you will be brought

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମକୁ ଆଣିବେ” କିମ୍ବା “ସେମାନେ ତୁମକୁ ଘୋଷାଡି ନେବେ” (ଦେଖ: /WA-Catalog/or_tm?section=translate#figs-activepassive)

for my sake

ଯେହେତୁ ମୋ ସକାଶେ କିମ୍ବା “ଯେହେତୁ ତୁମେ ମୋର ଅନୁଗମନ କରୁଛ”

to them and to the Gentiles

“ସେମାନେ” ସର୍ବନାମ “ଶାସକ ଓ ରାଜା” କିମ୍ବା ଯିହୁଦୀ ଦୋଷାରୋପକାରୀମାନଙ୍କୁ ବୁଝାଏ I

Matthew 10:19

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି ଯେତେବେଳେ ପ୍ରଚାର କରିବାକୁ ଯିବେ I

When they deliver you up

ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ପରିଷଦକୁ ଆଣିବେ I ଏଠାରେ “ଲୋକମାନେ” [ମାଥିଉ ୧୦:୧୭] (../10/17.md)ରେ “ଲୋକମାନେ” ଶବ୍ଦ ସମାନ ଅଟେ I

you ... you

ଏଗୁଡିକ ବହୁବଚନ ଅଟନ୍ତି ଓ ବାର ଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

do not be anxious

ଚିନ୍ତା କରନାହିଁ

how or what you will speak

ତୁମେ କିପରି କହିବ ବା କି କଥା କହିବ I ଦୁଇଟି ଚିନ୍ତାଧାରାକୁ ସମ୍ପୃକ୍ତ କରି ପାର: “କି କଥା କହିବାକୁ ହେବ” (ଦେଖ:/WA-Catalog/or_tm?section=translate#figs-hendiadys)

for what to say will be given to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମେ କ’ଣ କହିବ ପବିତ୍ର ଆତ୍ମା ତୁମକୁ କହିବେ” (ଦେଖ: /WA-Catalog/or_tm?section=translate#figs-activepassive)

in that hour

ଏଠାରେ “ଦଣ୍ଡ” ଅର୍ଥ “ଠିକ ସମୟରେ” I ଅନ୍ୟ ଏକ ଅନୁବାଦରେ: “ଠିକ ସମୟରେ” ବା “ସେହି ଦଣ୍ଡରେ” (ଦେଖ:/WA-Catalog/or_tm?section=translate#figs-metonymy)

Matthew 10:20

you ... your

ଏହି ସମସ୍ତ ବହୁବଚନ ଅଟନ୍ତି ଓ ବାରଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

the Spirit of your Father

ଯଦି ଆବଶ୍ୟକ ହୁଏ, ଏହାକୁ “ତୁମମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ଆତ୍ମା” କିମ୍ବା ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଏକ ପାଦଟିକା ସଂଯୁକ୍ତ କରାଯାଇ ଅନୁବାଦ କରାଯାଇପାରିବ ଯେପରି ଏହା ପବିତ୍ରଆତ୍ମା ଈଶ୍ବରଙ୍କୁ ବୁଝାଏ ଓ ଜାଗତିକ ପିତାଙ୍କ ଆତ୍ମା ନୁହେଁ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୃରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ:/WA-Catalog/or_tm?section=translate#guidelines-sonofgodprinciples)

in you

ତୁମ୍ଭମାନଙ୍କ ମଧ୍ୟଦେଇ

Matthew 10:21

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି ଯେତେବେଳେ ପ୍ରଚାର କରିବାକୁ ଯିବେ I

Brother will deliver up brother to death

ଭ୍ରାତା ଭ୍ରାତାକୁ ମୃତ୍ୟୁ ନିମନ୍ତେ ସମର୍ପଣ କରିବେ କିମ୍ବା “ଭ୍ରାତା ସେମାନଙ୍କର ଭ୍ରାତାଙ୍କୁ ମୃତ୍ୟୁ ନିମନ୍ତେ ସମର୍ପଣ କରିବେ” ଯୀଶୁ ଏକ ବିଷୟ କହୁଛନ୍ତି ଯେ ଅନେକ ଥର ଏପରି ଘଟିବ I

deliver up brother to death

ଗୁଣ ବାଚକ ବିଶେଷ୍ୟ “ମୃତ୍ୟୁ” କ୍ରିୟା ପଦରେ ଅନୁବାଦ ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଭ୍ରାତା ଭ୍ରାତାକୁ ମୃତ୍ୟୁ ନିମନ୍ତେ ଅଧିକାରୀଙ୍କୁ ସମର୍ପଣ କରିବେ” (ଦେଖ:/WA-Catalog/or_tm?section=translate#figs-abstractnouns)

a father his child

ଏହି ଶବ୍ଦଗୁଡିକ ପୁର୍ଣବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପିତା ପୁତ୍ରକୁ ମୃତ୍ୟୁ ପର୍ଯ୍ୟନ୍ତ ସମର୍ପଣ କରିବେ” (ଦେଖ:/WA-Catalog/or_tm?section=translate#figs-ellipsis)

rise up against

ବିରୁଦ୍ଧରେ ବିଦ୍ରୋହ କିମ୍ବା “ବିରୁଦ୍ଧରେ ଉଠିବା”

cause them to be put to death

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସମର୍ପଣ” କିମ୍ବା “ଅଧିକାରୀମାନେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବେ” (ଦେଖ:/WA-Catalog/or_tm?section=translate#figs-activepassive)

Matthew 10:22

You will be hated by everyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଦ୍ବାରା ଘୃଣିତ ହେବ” କିମ୍ବା “ସମସ୍ତ ଲୋକମାନେ ତୁମମାନଙ୍କୁ ଘୃଣା କରିବେ” (ଦେଖ:/WA-Catalog/or_tm?section=translate#figs-activepassive)

You

ଏହା ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ:/WA-Catalog/or_tm?section=translate#figs-you)

because of my name

ଏଠାରେ “ନାମ” ସମଗ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମେ ମୋତେ ଭରସା କରିଛ” (ଦେଖ:/WA-Catalog/or_tm?section=translate#figs-metonymy)

whoever endures

ଯେ ଧୈର୍ଯ୍ୟଧରି ରହିବ

to the end

ଏହା ସ୍ପଷ୍ଟ ନୁହେଁ ଯେ “ଶେଷ” ଅର୍ଥାତ ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବ, ଯେତେବେଳେ ତାଡନା ଶେଷ ହେବ, କିମ୍ବା ଯେଉଁ ସମୟରେ ଈଶ୍ବର ଆପଣାକୁ ରାଜା ଭାବେ ପ୍ରକାଶିତ କରିବେ I ମୁଖ୍ୟ ବିଷୟ ଏହା ଯେ ଯେପର୍ଯ୍ୟନ୍ତ ଆବଶ୍ୟକ ହୁଏ ସେମାନେ ଧୈର୍ଯ୍ୟଧରି ରହିବେ I

that person will be saved

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ ପରିତ୍ରାଣ କରିବେ” (ଦେଖ:/WA-Catalog/or_tm?section=translate#figs-activepassive)

Matthew 10:23

in this city

ଏଠାରେ “ଏହି” ଏକ ନିର୍ଦ୍ଧିଷ୍ଟ ନଗରକୁ ବୁଝାଏ ନାହିଁ I ଅନ୍ୟ ଏକ ଅନୁବାଦରେ: “ଏକ ନଗରରେ”

flee to the next

ଅନ୍ୟ ନଗରକୁ ପଳାୟନ କର

truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ କଣ କହିବାକୁ ଯାଉଛନ୍ତି ଗୁରୁତ୍ବାରୋପ କରେ I

Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ:/WA-Catalog/or_tm?section=translate#figs-123person)

has come

ଆଗମନ କରନ୍ତି

Matthew 10:24

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି ଯେଉଁ ସମୟରେ ସେମାନେ ପ୍ରଚାର କରିବାକୁ ଯିବେ I

A disciple is not greater than his teacher, nor a servant above his master

ଯୀଶୁ ଏକ ସାଧାରଣ ସତ୍ୟତାକୁ ଶିଷ୍ୟମାନଙ୍କୁ ଶିକ୍ଷାଦେବା ନିମନ୍ତେ ହିତୋପଦେଶ ବ୍ୟବହାର କରୁଛନ୍ତି I ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାହାଙ୍କୁ ବ୍ୟବହାର କରିଛନ୍ତି ତାଠାରୁ ଅଧିକ ବ୍ୟବହାର ସେମାନେ ଆଶା କରିବା ଉଚିତ ନୁହେଁ I (ଦେଖ:/WA-Catalog/or_tm?section=translate#writing-proverbs)

A disciple is not greater than his teacher

ଜଣେ ଶିଷ୍ୟ ସର୍ବଦା ଗୁରୁଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଜଣେ ଗୁରୁ ସର୍ବଦା ତାହାଙ୍କ ଶିଷ୍ୟଠାରୁ ଶ୍ରେଷ୍ଠ ଅଟନ୍ତି”

nor a servant above his master

ଓ ଜଣେ ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଓ କର୍ତ୍ତା ସର୍ବଦା ତାହାର ଦାସଠାରୁ ଶ୍ରେଷ୍ଠ ଅଟେ”

Matthew 10:25

It is enough for the disciple that he should be like his teacher

ଏଣୁ ଶିଷ୍ୟ ଆପଣା ଗୁରୁ ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ

be like his teacher

ଯଦି ଆବଶ୍ୟକ ହୁଏ, ଶିଷ୍ୟ କିପରି ଗୁରୁ ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଥା ସମ୍ଭବ ଗୁରୁଙ୍କୁ ଜାଣିବା ଶ୍ରେୟଷ୍କର ଅଟେ” (ଦେଖ:/WA-Catalog/or_tm?section=translate#figs-explicit)

the servant like his master

ଯଦି ଆବଶ୍ୟକ ହୁଏ, ଦାସ କିପରି କର୍ତ୍ତା ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଦାସ କେବଳ ଆପଣା କର୍ତ୍ତା ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ” (ଦେଖ:/WA-Catalog/or_tm?section=translate#figs-explicit)

If they have called the master ... how much worse ... they call ... the members of his household

ପୁଣିଥରେ ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି, ସେହିପରି ଲୋକମାନଙ୍କଠାରୁ ଅଧିକ ଦୁର୍ବ୍ୟବହାର ସେମାନେ ଆଶା କରିବା ଉଚିତ I

how much worse would be the names they call the members of his household

ଯେଉଁ ନାମରେ ସେମାନେ ଗୃହର ସଦସ୍ୟ ମାନଙ୍କୁ ଡାକନ୍ତି ତାହା ଅଧିକ ଭୟଙ୍କର ହେବ କିମ୍ବା “ସେମାନେ ନିଶ୍ଚୟ ଗୃହର ସଦସ୍ୟ ମାନଙ୍କୁ ଆହୁରି ଖରାପ ନାମ ଧରି ଡାକିବେ”

If they have called

ଯେହେତୁ ଲୋକମାନେ ଡାକିଛନ୍ତି

the master of the house

ଯୀଶୁ ଏହାକୁ ଆପଣା ନିମନ୍ତେ ରୁପକ ଭାବେ ବ୍ୟବହାର କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-metaphor)

Beelzebul

ସେହି ନାମଗୁଡିକ ହୁଏତ ୧) “ବାଆଲଜିବୁଲ” ନାମରେ କିମ୍ବା ୨) ମୁଳ ଭାଷାରେ ଏହାର ଅନୁବାଦ, ନିର୍ଦ୍ଧିଷ୍ଟଭାବେ ଏହାର ଅର୍ଥ “ଶୟତାନ” ନିମନ୍ତେ ଉଦ୍ଧିଷ୍ଟ ଅଟେ I

his household

ଏହା ଯୀଶୁଙ୍କ ଶିଷ୍ୟମାନଙ୍କ ନିମନ୍ତେ ଏକ ରୁପକ ଅଟେ I (ଦେଖ:/WA-Catalog/or_tm?section=translate#figs-metaphor)

Matthew 10:26

Connecting Statement:

ଯୀଶୁ ତାଡନା ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷାଦେବା ଜାରି ରଖିଛନ୍ତି ଯେ ସେମାନେ ପ୍ରଚାର କରିବାକୁ ଗଲେ କେଉଁ କେଉଁ ବିଷୟର ସେମାନେ ସମ୍ମୁଖିନ ହେବେ I

do not fear them

ଏଠାରେ “ସେମାନଙ୍କୁ” କହିଲେ ଯୀଶୁଙ୍କ ଶିଷ୍ୟମାନଙ୍କୁ ହତାଦର କରିବା ଲୋକମାନଙ୍କୁ ବୁଝାଏ I

there is nothing concealed that will not be revealed, and nothing hidden that will not be known

ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ଗୁପ୍ତରେ ରଖିବା କିମ୍ବା ଲୁକାୟିତ କରିବା ଗୁପ୍ତରେ ରଖିବାକୁ ବୁଝାଏ, ଏବଂ ପ୍ରକାଶିତ ହେବା ପରିଚିତ ହେବାକୁ ଉପସ୍ଥାପନ କରେ I ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ଈଶ୍ବର ସମସ୍ତ ବିଷୟ ଜ୍ଞାତ ସାରରେ ଆଣିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଯାହା ଗୁପ୍ତ ରଖନ୍ତି ତାହାକୁ ଈଶ୍ବର ପ୍ରକାଶ କରିବେ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-activepassive)

Matthew 10:27

What I tell you in the darkness, say in the daylight, and what you hear softly in your ear, proclaim upon the housetops

ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ଯୀଶୁ ଯାହା ଶିଷ୍ୟମାନଙ୍କୁ ଗୁପ୍ତରେ କହିଛନ୍ତି ତାହାକୁ ସମସ୍ତଙ୍କୁ କହିବା ନିମନ୍ତେ ଗୁରୁତ୍ବ ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭ ମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଅଲୋକରେ କୁହ, ପୁଣି ତୁମେ ଯାହା ଗୋପନରେ ଶୁଣ ତାହା ଘରଛାତ ଉପରେ ଘୋଷଣା କର” (ଦେଖ:/WA-Catalog/or_tm?section=translate#figs-parallelism)

What I tell you in the darkness, say in the daylight

ଏଠାରେ “ଅନ୍ଧକାର” “ରାତ୍ର” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା “ଗୋପନ” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ’ ଅଟେ I ଏଠାରେ “ଆଲୋକ” “ସାର୍ବଜନୀନ” ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟ ଏକ ଅନୁବାଦରେ: ମୁଁ ରାତିରେ ଯାହା ଗୋପନରେ କହେ, ତାହା ସର୍ବଜନୀନ ଭାବେ ଦିବାଲୋକରେ ପ୍ରକାଶ କର” (ଦେଖ: /WA-Catalog/or_tm?section=translate#figs-metonymy)

what you hear softly in your ear

ଏହା ଗୁପ୍ତରେ କଥା ହେବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ:”ମୁଁ ଯାହା ତୁମକୁ ଗୁପ୍ତରେ କହିଲି” (ଦେଖ: /WA-Catalog/or_tm?section=translate#figs-idiom)

proclaim upon the housetops

ଘରଛାତ କହିଲେ ଯୀଶୁ ଯେଉଁଠାରେ ବାସ କରୁଥିଲେ, ଓ ଦୁରରେଥିବା ଲୋକମାନେ ଯେକୌଣସି ବିଷୟ ଶୁଣି ପାରିବେ I ଏଠାରେ “ଘରଛାତ” ଏପରି ଏକ ସ୍ଥାନକୁ ବୁଝାଏ ଯେଉଁଠି ସମସ୍ତେ ଶୁଣି ପାରିବେ I ଅନ୍ୟ ଏକ ଅନୁବାଦରେ: ”ସାର୍ବଜନୀନ ସ୍ଥାନରେ ଉଚ୍ଚପାଟି କରି କୁହ ଯେପରି ସମସ୍ତେ ଶୁଣିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 10:28

General Information:

ଏଠାରେ ମଧ୍ୟ ଯୀଶୁ କାରଣ ଦର୍ଶାଇବା ନିମନ୍ତେ ଆରମ୍ଭ କରୁଛନ୍ତି ଯେ କାହିଁକି ଶିଷ୍ୟମାନେ ତାଡନାକୁ ସମ୍ମୁଖିନ ହେବାକୁ ଭୟ କରିବେ ନାହିଁ I

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାଡନା ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି ଯେତେବେଳେ ସେମାନେ ପ୍ରଚାର କରିବାକୁ ଯିବେ ତାଡନାର ସମ୍ମୁଖିନ ହେବେ I

Do not be afraid of those who kill the body but are unable to kill the soul

ଏହା ଯେଉଁ ଲୋକ ପ୍ରାଣ (ଆତ୍ମା)କୁ ବଧ କରିପାରନ୍ତି ନାହିଁ ଓ ଲୋକ ଯିଏ ପ୍ରାଣକୁ ବଧ କରିପାରେ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ ନାହିଁ I କୌଣସି ମନୁଷ୍ୟ ପ୍ରାଣକୁ ବଧ କରି ପାରେନାହିଁ I ଅନ୍ୟ ଏକ ଅନୁବାଦରେ: ”ଲୋକମାନଙ୍କୁ ଭୟ କରନାହିଁ I ସେମାନେ ଶରୀରକୁ ବଧ କରନ୍ତି, କିନ୍ତୁ ପ୍ରାଣକୁ ବଧ କରିପାରନ୍ତି ନାହିଁ” (ଦେଖ: /WA-Catalog/or_tm?section=translate#figs-distinguish)

kill the body

ଏହାର ଅର୍ଥ ଶାରିରୀକ ମୃତ୍ୟୁର କାରଣ ଅଟେ I ଯଦି ସେହି ଶବ୍ଦଗୁଡିକ ପ୍ରଯୁଜ୍ୟ ନୁହେଁ, ସେଗୁଡିକ “ତୁମକୁ ବଧ କରିବେ” କିମ୍ବା “ଅନ୍ୟ ଲୋକମାନଙ୍କୁ ବଧ କରିବେ” ସଦୃଶ ଅନୁବାଦ କରାଯାଇପାରିବ I

body

ଜଣେ ବ୍ୟକ୍ତିର ଅଙ୍ଗ ଯେପରି ସ୍ପର୍ଶ କରାଯାଇପାରିବ, ଯେପରି ପ୍ରାଣ କିମ୍ବା ଆତ୍ମାକୁ ପ୍ରତିରୋଧ କରିପାରିବ

kill the soul

ଏହାର ଅର୍ଥ ସେମାନେ ଶାରିରୀକ ଭାବେ ମୃତ୍ୟୁବରଣ କଲେ ମଧ୍ୟ ଲୋକଙ୍କର କ୍ଷତି କରିବା I

soul

ଜଣେ ବ୍ୟକ୍ତିର ଅଙ୍ଗକୁ ସ୍ପର୍ଶ କରିପାରିବ ନାହିଁ ଓ ଶାରିରୀକ ମୃତ୍ୟୁ ପରେ ଯେ ଜୀବିତ ରହେ

fear him who is able

ତୁମେ ସ୍ପଷ୍ଟ କରିବା ନିମନ୍ତେ “ଯେହେତୁ” ଯୋଗ କରିପାର ଯେ କାହିଁକି ଲୋକମାନେ ଈଶ୍ବରଙ୍କୁ ଭୟ କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଭୟ କର କାରଣ ସେ ସମର୍ଥ ଅଟନ୍ତି” (ଦେଖ: /WA-Catalog/or_tm?section=translate#writing-connectingwords)

Matthew 10:29

Are not two sparrows sold for a small coin?

ଯୀଶୁ ଏହି ହିତୋପଦେଶକୁ ପ୍ରଶ୍ନ ମାଧ୍ୟମରେ ଶିଷ୍ୟ ମାନଙ୍କୁ ଶିକ୍ଷା ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଘରଚଟିଆ ବିଷୟରେ ଚିନ୍ତା କର I ସେମାନଙ୍କର ମୁଲ୍ୟ ଏତେ କମ ଯେ ତୁମେ ଏକାଥରେ ଦୁଇଟିକୁ ଗୋଟିଏ ପଇସାରେ କିଣିପାରିବ” (ଦେଖ:/WA-Catalog/or_tm?section=translate#writing-proverbs/WA-Catalog/or_tm?section=translate#figs-rquestion)

sparrows

ସେଗୁଡିକ ବହୁତ ଛୋଟ, ମଞ୍ଜି-ଖାଉଥିବା ପକ୍ଷୀ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଛୋଟ ପକ୍ଷୀ” (ଦେଖ: /WA-Catalog/or_tm?section=translate#translate-unknown)

a small coin

ଏହାକୁ ସର୍ବଦା ତୁମ ଦେଶରେ ବ୍ୟବହୃତ ସବୁଠାରୁ କମ୍ ମୁଲ୍ୟର ପଇସା ସଦୃଶ ଅନୁବାଦ କରାଯାଇପାରିବ I ଏହା ଧାତବ୍ୟ ମୁଦ୍ରା ଜଣେ କାର୍ଯ୍ୟକାରୀର ଦିନକର ମଜୁରୀର ଏକ ଷୋଡଶ ଅଂଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଳ୍ପ ଟଙ୍କାରେ”

not one of them falls to the ground without your Father's knowledge

ଏହାକୁ ଅସ୍ତିବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ପିତା ଜାଣନ୍ତି ଯେତେବେଳେ ଏପରିକି ଗୋଟିଏ ଘରଚଟିଆ ମରିଯାଏ ଏବଂ ଭୁମିରେ ପତିତ ହୁଏ” (ଦେଖ: /WA-Catalog/or_tm?section=translate#figs-doublenegatives)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 10:30

even the hairs of your head are all numbered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏପରିକି ତୁମମାନଙ୍କ ମସ୍ତକର ସମସ୍ତ କେଶ ଗଣିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

numbered

ଗଣନା

Matthew 10:31

You are more valuable than many sparrows

ଈଶ୍ବର ତୁମମାନଙ୍କୁ ଅନେକ ଘର ଚଟିଆଙ୍କ ଅପେକ୍ଷା ଶ୍ରେଷ୍ଠ ମନେ କରନ୍ତି

Matthew 10:32

Connecting Statement:

ଶିଷ୍ୟମାନେ କାହିଁକି ତାଡନାକୁ ଭୟ କରିବେ ନାହିଁ ଯାହା ସେମାନେ ସମ୍ମୁଖିନ ହେବେ ତାହାର କାରଣ ବିଷୟରେ ଯୀଶୁ ଉପଦେଶ ଜାରି ରଖିଛନ୍ତି I

everyone who confesses me ... I will also confess before my Father

ଯେକେହି ମୋତେ ସ୍ବୀକାର କରେ… ମୁଁ ମଧ୍ୟ ମୋହର ସ୍ବର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାହାକୁ ସ୍ବୀକାର କରିବି କିମ୍ବା “ଯଦି କେହି ମୋତେ ସ୍ବୀକାର କରେ… ମୋର ପିତାଙ୍କ ସାକ୍ଷାତରେ ସ୍ବୀକାର କରିବି”

confesses me before men

ଯେ ଅନ୍ୟମାନଙ୍କୁ ମୋହର ଶିଷ୍ୟ କହେ କିମ୍ବା “ଅନ୍ୟ ଲୋକମାନଙ୍କ ସାକ୍ଷାତରେ ମୋହର ଶିଷ୍ୟ କହେ”

I will also confess before my Father who is in heaven

ଏହି ଉକ୍ତିକୁ ବହିର୍ଭୁତ କରିପାର ଯେପରି ବୁଝା ପଡିବ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ସ୍ବର୍ଗସ୍ଥ ପିତାଙ୍କ ସାକ୍ଷାତରେ କହିବି ସେ ମୋହର ଅଟେ” (ଦେଖ: /WA-Catalog/or_tm?section=translate#figs-ellipsis)

my Father who is in heaven

ମୋହର ସ୍ବର୍ଗସ୍ଥ ପିତା

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 10:33

he who denies me ... I will also deny before my Father

ଯେକେହି ମୋତେ ଅସ୍ବିକାର କରେ… ମୁଁ ମଧ୍ୟ ମୋର ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି କିମ୍ବା “ମାତ୍ର ଯେକେହି ମୋତେ ଅସ୍ବିକାର କରେ … ମୋର ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି”

denies me before men

ଅନ୍ୟ ଲୋକମାନଙ୍କ ନିକଟରେ ଅସ୍ବିକାର କରିବା ଅର୍ଥ ଯେ ସେ ମୋହର ଅବାଧ୍ୟ ହୁଏ କିମ୍ବା “ଅନ୍ୟମାନଙ୍କ ସାକ୍ଷାତରେ ମୋହର ଶିଷ୍ୟଭାବରେ ପରିଚୟ ଦେବାକୁ ମନା କରିବା”

I will also deny before my Father who is in heaven

ତୁମେ ଏହି ଉକ୍ତିକୁ ବହିର୍ଭୁତ କରିପାର ଯେପରି ବୁଝା ପଡିବ I ଅନ୍ୟ ଏକ ଅନୁବାଦରେ: “ମୋହର ସ୍ବର୍ଗସ୍ଥ ପିତାଙ୍କ ସାକ୍ଷାତରେ ଅସ୍ବିକାର କରିବି ଯେ ସେହି ବ୍ୟକ୍ତି ମୋହର ଅଟେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 10:34

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ତାଡନାକୁ କାହିଁକି ଭୟ କରିବେ ନାହିଁ ଯେତେବେଳେ ସେମାନେ ସମ୍ମୁଖିନ ହେବେ ତାହାର କାରଣ ଦର୍ଶାଇ ଶିକ୍ଷା ଦେବା ଜାରି ରଖିଛନ୍ତି I

Do not think

ମନେ ନକର କିମ୍ବା “ତୁମେ ଭାବିବା ଉଚିତ ନୁହେଁ”

upon the earth

ଏହା ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ, ଅନ୍ୟ ଏକ ଅନୁବାଦରେ: “ପୃଥିବୀର ଲୋକମାନଙ୍କୁ” କିମ୍ବା “ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-metonymy)

a sword

ଏହା ଲୋକମାନଙ୍କ ମଧ୍ୟରେ ବିଭାଜନ, ଯୁଦ୍ଧ, ଓ ବଧ କରିବାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

Matthew 10:35

to set ... against

ଘଟାଇବା … ବିରୋଧରେ ଯୁଦ୍ଧ

a man against his father

ପୁତ୍ର ତାହାର ପିତା ବିରୋଧରେ

Matthew 10:36

A man's enemies

ଜଣେ ବ୍ୟକ୍ତିର ଶତ୍ରୁ କିମ୍ବା “ଜଣେ ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁତା”

those of his own household

ତାହାଙ୍କ ପରିବାରର ପରିଜନ

Matthew 10:37

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟ ମାନଙ୍କୁ ତାଡନାକୁ କାହିଁକି ଭୟ କରିବେ ନାହିଁ ତାହାର କାରଣ ବୁଝାଉଛନ୍ତି ଯାହା ସେମାନେ ସମ୍ମୁଖିନ ହେବେ ସେହି ବିଷୟରେ ଉପଦେଶ ଦେବା ଜାରି ରଖିଛନ୍ତି I

He who loves ... is not worthy

ଏଠାରେ “ସେ” ଅର୍ଥ ସାଧାରଣଭାବେ ଯେକୌଣସି ବ୍ୟକ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ପ୍ରେମ କରନ୍ତି … ଯୋଗ୍ୟ ନୁହନ୍ତି” କିମ୍ବା “ଯଦି ତୁମେ ପ୍ରେମ କର … ତୁମେ ଯୋଗ୍ୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-gendernotations)

loves

ଏଠାରେ “ଭାତ୍ରୁ ପ୍ରେମ” କିମ୍ବା “ଜଣେ ବନ୍ଧୁଙ୍କଠାରୁ ପ୍ରେମ” ନିମନ୍ତେ “ପ୍ରେମ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରିୟ ଜ୍ଞାନ କର” କିମ୍ବା “ସମର୍ପଣ ହୁଏ” କିମ୍ବା “ଭଲ ପାଏ”

worthy of me

ସେ ମୋହର ଅଂଶୀ କିମ୍ବା “ମୋର ଶିଷ୍ୟ ହେବା ପାଇଁ ଯୋଗ୍ୟ”

Matthew 10:38

pick up his cross and follow after me

ଆପଣା କୃଶ ବହନ କରି ଓ ମୋହର ଅନୁଗମନ କରେ I କୃଶ ଦୁଖ ଓ ମୃତ୍ୟୁକୁ ବୁଝାଏ I କୃଶ ବହନ କରିବା ଦୁଖଭୋଗ କରିବା ଓ ମରିବା ନିମନ୍ତେ ଇଛା କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଦୁଖ ଓ ମୃତ୍ୟୁ ପର୍ଯ୍ୟନ୍ତ ମୋହର ଅଜ୍ଞା ପାଳନ କର” (ଦେଖ: /WA-Catalog/or_tm?section=translate#figs-metonymy)

pick up

ନିଅ କିମ୍ବା “ଉଠାଅ ଓ ବୋହି ନିଅ”

Matthew 10:39

He who finds his life will lose it. But he who loses ... will find it

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷାଦେବା ନିମନ୍ତେ ଏକ ହିତବାଣୀ ବ୍ୟବହାର କରୁଛନ୍ତି I ଏହା ଯଥା ସମ୍ଭବ ଅଳ୍ପ ଶବ୍ଦରେ ଅନୁବାଦ କର I ଅନ୍ୟ ଏକ ଅନୁବାଦରେ: “ଯେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରେ ସେ ତାହା ହରାଇବ I କିନ୍ତୁ ଯେ ଜୀବନ ହରାଏ … ସେଗୁଡିକୁ ପାଇବ” କିମ୍ବା “ଯଦି ତୁମେ ଜୀବନ ପାଇବ ତାହା ତୁମେ ହରାଇବ I କିନ୍ତୁ ତୁମେ ଜୀବନ ହରାଇଲେ … ଏହା ତୁମେ ପାଇବ” (ଦେଖ: /WA-Catalog/or_tm?section=translate#writing-proverbs)

finds

ଏହା “ରକ୍ଷା କରିବା” ବା “ଉଦ୍ଧାର କରିବା” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ରକ୍ଷା କରିବା ନିମନ୍ତେ ଚେଷ୍ଟା” କିମ୍ବା “ଉଦ୍ଧାର କରିବା ନିମନ୍ତେ ପ୍ରୟାସ କରିବା” (ଦେଖ: /WA-Catalog/or_tm?section=translate#figs-metaphor)

will lose it

ଏହା ବୁଝାଏ ନାହିଁ ଯେ ଜଣେ ବ୍ୟକ୍ତି ମୃତ୍ୟୁ ଭୋଗ କରିବ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ଈଶ୍ବରଙ୍କ ସହିତ ଆତ୍ମିକ ଜୀବନ ଅନୁଭୁତି ପାଇବ ନାହିଁ I ଅନ୍ୟ ଏକ ଅନୁବାଦରେ: “ସତ୍ୟ ଜୀବନ ପାଇବ ନାହି” (ଦେଖ: /WA-Catalog/or_tm?section=translate#figs-metaphor)

who loses his life

ଏହାର ଅର୍ଥ ମୃତ୍ୟୁ ଭୋଗ କରିବା ନୁହେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଜୀବନ ଅପେକ୍ଷା ଯୀଶୁଙ୍କୁ ପ୍ରାଧାନ୍ୟ ଦେବା ଅଟେ I ଅନ୍ୟ ଏକ ଅନୁବାଦରେ: “ଯେ ଆପଣାକୁ ଅଗ୍ରାହ୍ୟ କରେ” (ଦେଖ: /WA-Catalog/or_tm?section=translate#figs-metaphor)

for my sake

ଯେହେତୁ ସେ ମୋତେ ଭରଷା କରେ କିମ୍ବା “ମୋ ହିସାବରେ” କିମ୍ବା “ମୋ ପାଇଁ” ଏହା ସେହିପରି ସମାନ ଚିନ୍ତାଧାରା ଯେପରି “ମୋ ନିମନ୍ତେ” [ମାଥିଉ 10:18] (../10/18.md) I

will find it

ଏହି ରୁପକର ଅର୍ଥ ଜଣେ ବ୍ୟକ୍ତି ଈଶ୍ବରଙ୍କ ସହିତ ଆତ୍ମିକ ଜୀବନର ଅନୁଭୁତି ଅନୁଭବ କରିବ I ଅନ୍ୟ ଏକ ଅନୁବାଦରେ: “ଜୀବନର ସତ୍ୟତା ପାଇବ” (ଦେଖ:/WA-Catalog/or_tm?section=translate#figs-metaphor)

Matthew 10:40

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ହୁଏତ ଭୋଗ କରିବାକୁ ଯାଉଥିବା ତାଡନାକୁ ଭୟ କରିବା ଉଚିତ ନୁହେ ତାହାର କାରଣ ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I

He who

ଏଠାରେ “ସେ” ଶବ୍ଦ ସାଧାରଣରେ ଯେକୌଣସି ଜଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି” କିମ୍ବା “ଯେକୌଣସି ବ୍ୟକ୍ତି” କିମ୍ବା “ଜଣେ କେହି” (ଦେଖ:/WA-Catalog/or_tm?section=translate#figs-gendernotations)

welcomes

ଏହାର ଅର୍ଥ ଯେକୌଣସି ବ୍ୟକ୍ତିକୁ ଅତିଥି ଭାବରେ ଗ୍ରହଣ କରିବା I

you

ଏହା ବହୁହଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ ଯାହାଙ୍କ ସହିତ ଯୀଶୁ କଥା ହେଉଥିଲେ I (ଦେଖ:/WA-Catalog/or_tm?section=translate#figs-you)

He who welcomes you welcomes me

ଯୀଶୁଙ୍କ କହିବା ଅର୍ଥ ଯେ ଯେତେବେଳେ ଜଣେ ଆସି ତୁମକୁ ସ୍ବାଗତ କରେ, ତାହାଙ୍କୁ ସ୍ବାଗତ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: ଯଦି କେହିଜଣେ ତୁମକୁ ଗ୍ରାହଣ କରେ, ସେ ମୋତେ ଗ୍ରହଣ କରିବା ସଦୃଶ ଅଟେ” କିମ୍ବା “ଯଦି କେହି ତୁମକୁ ସ୍ବାଗତ କରେ, ସେ ମୋହର ସ୍ବାଗାତ କରିବା ସଦୃଶ ଅଟେ”

he who welcomes me also welcomes him who sent me

ଏହାର ଅର୍ଥ ଯେ ଯେତେବେଳେ କେହିଜଣେ ଯୀଶୁଙ୍କୁ ଗ୍ରହଣ କରେ, ଏହା ଈଶ୍ବରଙ୍କୁ ଗ୍ରହଣ କରିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋତେ ଗ୍ରହଣ କରେ, ଏହା ସେ ପିତା ଈଶ୍ବରଙ୍କୁ ଗ୍ରହଣ କରିବା ଅଟେ ଯେ ମୋତେ ପ୍ରେରଣ କରିଛନ୍ତି”

Matthew 10:41

because he is a prophet

ଏଠାରେ “ସେ” ବ୍ୟକ୍ତି ବିଶେଷକୁ ବୁଝାଏ ନାହିଁ ଯେ ଗ୍ରହଣ କରେ I ଏହା ଗ୍ରହଣ କରାଯିବା ବ୍ୟକ୍ତିଙ୍କୁ ବୁଝାଏ I

a prophet's reward

ଏହା ପୁରସ୍କାରକୁ ବୁଝାଏ ଯାହାକୁ ଈଶ୍ବର ଭାବବାଦୀଙ୍କୁ ଦିଅନ୍ତି, ଜଣେ ଭାବବାଦୀ ଯେଉଁ ଉପହାର ଅନ୍ୟକୁ ଦିଏ ତାହା ନୁହେଁ I

he is a righteous man

ଏଠାରେ “ସେ” ବ୍ୟକ୍ତିଙ୍କୁ ବୁଝାଏ ନାହିଁ ଯେ ଗ୍ରହଣ କରେ I ଏହା ଯେଉଁ ବ୍ୟକ୍ତିଙ୍କୁ ସ୍ବାଗତ କରିଛନ୍ତି ତାହାକୁ ବୁଝାଏ I

a righteous man's reward

ଏହା ଧାର୍ମିକ ବ୍ୟକ୍ତିଙ୍କୁ ଈଶ୍ବର ପୁରସ୍କାର ଦେବା ବୁଝାଏ, ଜଣେ ଧାର୍ମିକ ବ୍ୟକ୍ତି ଅନ୍ୟଜଣକୁ ଯେଉଁ ପୁରସ୍କାର ଦିଅନ୍ତି ତାହାକୁ ନୁହେଁ I

Matthew 10:42

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ସେମାନେ କ’ଣ କରିବା ଉଚିତ ଯେତେବେଳେ ସେମାନେ ପ୍ରଚାର କରିବାକୁ ଯାଉଛନ୍ତି ସେହି ବିଷୟରେ ଉପଦେଶ ଦେବା ସମାପ୍ତ କରନ୍ତି I

Whoever gives

ଯେକେହି ଦିଏ

one of these little ones

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ କିମ୍ବା “ସେଗୁଡିକର ଅଳ୍ପ ଗୃରତ୍ବ ଅଛି” ଏଠାରେ “ସେମାନଙ୍କ ମଧ୍ୟରୁ ଜଣକୁ” ଯୀଶୁଙ୍କ ଯେକୌଣସି ଜଣେ ଶିଷ୍ୟଙ୍କୁ ବୁଝାଏ I

because he is a disciple

କାରଣ ସେ ମୋହର ଶିଷ୍ୟ ଅଟେ I ଏଠାରେ “ସେ” ଯେ ଜଣକ ଦିଏ ତାହାକୁ ବୁଝାଏ ନାହିଁ କିନ୍ତୁ ଗୁରୁତ୍ବ ନଥିବା ଜଣକୁ ବୁଝାଏ I

truly I say to you

ମୁଁ ତୁମ୍ଭ ମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁ ପରବର୍ତ୍ତୀ କ’ଣ କହିବେ ତାହାକୁ ଗୁରୁତ୍ବ ଦିଏ I

he will ... his reward

ଏଠାରେ “ସେ” ଓ “ତାହାର” ଯେ ଜଣକୁ ଦିଏ ତାହାକୁ ବୁଝାଏ I

he will in no way lose

ଈଶ୍ବର ତାହାଙ୍କୁ ଅଗ୍ରାହ୍ୟ କରିବେ ନାହିଁ I ଏହା ସହିତ ଜଣକର ଅଧିକାର ସମ୍ବନ୍ଧରେ କୌଣସି ସମ୍ପର୍କ ନାହିଁ I ଏହାକୁ ଆସ୍ତିବାଚକ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ଈଶ୍ବର ତାହାଙ୍କୁ ଦେବେ”