Ruth 3

Ruth 3:1

ନୟମୀ ରୂତଙ୍କ ପାଇଁ ତାଙ୍କ ଇଚ୍ଛା କ’ଣ ଥିଲା ବୋଲି କହିଲେ?

ସେ ଚାହୁଁଥିଲେ ଯେ ରୂତ ଏକ ଆଶ୍ରୟ ସ୍ଥାନ ପାଅନ୍ତୁ, ଅର୍ଥାତ୍ ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କର ଉତ୍ତମ ଯତ୍ନନେବେ।

Ruth 3:3

ରୂତ ଖଳାକୁ ଯିବା ପୂର୍ବରୁ ନୟମୀ ତାଙ୍କୁ କ’ଣ କରିବାକୁ କହିଲେ?

ସ୍ନାନ କରିବାକୁ ଏବଂ ତୈଳ ମର୍ଦ୍ଦନ କରିବାକୁ ଏବଂ ନିଜର ଉତ୍ତମ ବସ୍ତ୍ର ପରିଧାନ କରିବାକୁ ସେ ରୂତଙ୍କୁ କହିଲେ।

Ruth 3:4

ବୋୟଜ ଶୋଇଥିବା ସ୍ଥାନକୁ ଗଲାପରେ ରୂତଙ୍କୁ କ’ଣ କରିବାର ଥିଲା?

ସେ ତାଙ୍କର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କରିବାର ଥିଲା।

Ruth 3:5

ନୟମୀଙ୍କ ନିର୍ଦ୍ଦେଶ ପ୍ରତି ରୂତଙ୍କ ମନୋଭାବ କ’ଣ ଥିଲା?

ନୟମୀ ତାଙ୍କୁ ଯାହା କରିବାକୁ କହିଥିଲେ ସେ ସବୁ କରିବେ ବୋଲି ସେ କହିଲେ।

Ruth 3:8

ମଧ୍ୟରାତ୍ରିରେ, ବୋୟଜ କ’ଣ ଦେଖି ଚମତ୍କୃତ ହେଲେ?

ତାଙ୍କ ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛନ୍ତି ଦେଖି ସେ ଚମତ୍କୃତ ହେଲେ!

Ruth 3:9

ବୋୟଜଙ୍କୁ ରୂତଙ୍କ ଅନୁରୋଧ କ’ଣ ଥିଲା?

ସେ ବୋୟଜଙ୍କୁ ତାଙ୍କ ଚାଦର ତା ଉପରେ ବିସ୍ତାର କରିବାକୁ ଅନୁରୋଧ କଲେ କାରଣ ସେ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ।

Ruth 3:10

ବୋୟଜ କାହିଁକି ରୂତଙ୍କ ପାଇଁ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ମାଗିଲେ?

ବୋୟଜ ରୂତଙ୍କୁ ଆଶୀର୍ବାଦ କଲେ କାରଣ ସେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ବୋୟଜଙ୍କୁ ବାଛିଥିଲେ।

Ruth 3:11

ବୋୟଜ ରୂତଙ୍କ ଅନୁରୋଧ ବିଷୟରେ କ’ଣ କରିବେ ବୋଲି କହିଲେ?

ରୂତ ଯାହା କରିବାକୁ କହିଲେ ତାହା କରିବେ ବୋଲି ବୋୟଜ କହିଲେ।

Ruth 3:12

କେଉଁ ପ୍ରତିବନ୍ଧକ ବୋୟଜଙ୍କୁ ତୁରନ୍ତ ରୂତଙ୍କ ପାଇଁ ଜଣେ ମୁକ୍ତିକର୍ତ୍ତା ଜ୍ଞାତିର କାର୍ଯ୍ୟ କରିବାକୁ ବାରଣ କଲା?

କାରଣ ବୋୟଜଙ୍କ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ।

Ruth 3:13

ରୂତଙ୍କ ପାଇଁ କିଏ ମୁକ୍ତିକର୍ତ୍ତା ଜ୍ଞାତି ଭାବରେ କାର୍ଯ୍ୟ କରିବେ, ବୋୟଜ ଏହା କିପରି ସ୍ଥିର କରିବାକୁ ଯାଉଥିଲେ?

ଯଦି ନିକଟ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ରୂତଙ୍କୁ ମୁକ୍ତ କରେ, ତେବେ ବୋୟଜ ତାଙ୍କୁ ତାହା କରିବାକୁ ଦେବେ । ମାତ୍ର ଯେବେ ସେ ମୁକ୍ତ ନକରେ, ତେବେ ବୋୟଜ ମୁକ୍ତିକର୍ତ୍ତା ଜ୍ଞାତି ହେବେ।

Ruth 3:14

କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ରୂତ କାହିଁକି ଖଳାରୁ ଶୀଘ୍ର ଚାଲିଗଲେ?

ଖଳାକୁ ସେ ଯେ ଆସିଥିଲେ, ଏହା ଜଣା ନ ଯାଉ ବୋଲି ବୋୟଜ ତାହା କଲେ।

Ruth 3:15

ରୂତ ଖଳାରୁ ବାହାରିବା ପୂର୍ବରୁ ବୋୟଜ ତାଙ୍କୁ କେଉଁ ଉପହାର ଦେଇଥିଲେ?

ବୋୟଜ ଛଅପାତ୍ର ଯବ ମାପି ରୂତଙ୍କୁ ଦେଲେ।

Ruth 3:18

କେଉଁ ସମୟ ମଧ୍ୟରେ ବୋୟଜ ସମସ୍ୟାର ସମାଧାନ କରିବେ ବୋଲି ନୟମୀ ନିଶ୍ଚିତ ଥିଲେ?

ସେହି ଦିନର ସନ୍ଧ୍ୟା ସୁଦ୍ଧା ସେ ଏହାର ସମାଧାନ କରିବେ।